ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟପଞ୍ଚାଶତ ଅଧ୍ୟାୟ
ଅନ୍ଧ ପ୍ରସାଦ ଭକ୍ଷଣ କଲେ ଯେତେ ପୁଣ୍ୟ ।
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଦୁର୍ଲଭ କୀରତି
ଯେ ରୂପେ ନୀଳମାଧବ ହେଲେ ଦାରୁମୁ୍ି
ଏ ସକଳ ବୃତ୍ତାନ୍ତ ଯେ କରିଲୁ ଶ୍ରବଣ
ପୁରାଣ ଶ୍ରବଣ ବିଧ କହନ୍ତୁ ଏକ୍ଷଣ
ଆପଣଙ୍କ ଶ୍ରୀମୁଖରୁ କରିବୁ ଶ୍ରବଣ
ବିସ୍ତାରି କହ କି ରୂପେ ଶ୍ରବଣ ବିଧାନ ।
ଆପଣଙ୍କର କରୁଣା ଯଦି ଆମ୍ଭ ପ୍ରତି
ଯଥାବିଧ୍ବରେ ବର୍ଣ୍ଣନା କରନ୍ତୁ ସମ୍ପତି |
ଏହା ଶୁଣି ଜଇମିନି କହନ୍ତି ବଚନ
ଉତ୍ତମ କଥା ପୁଚ୍ିଲ ଆହେ ମୁନିଗଣ
ଯେଉଁ ପ୍ରଶ୍ନ କରିଅଛ ମନ ଆନନ୍ଦରେ
ତାହା କହିବାକୁ ଶ୍ରଦ୍ଧା ହେଉଛି ମନରେ ।
ରୋମ ଟାଙ୍କୁରି ଉଠୁଛି ଶରୀର ଆମ୍ଭର
ମୁନିବରଗଣ ଶୁଣ ମନ କରି ସ୍ଥିର |
ପୁରାଣ ଶ୍ରବଣ ଇଚ୍ଛା ଯାହାର ହୋଇବ
ପ୍ରଥମରେ ଯଥାବିଧ୍ବ ସଂକଳ୍ପ କରିବ |
ଯେ ବ୍ରାହ୍ମଣ ଶୁଦ୍ଧବଂଶେ ହୋଇଥ୍ବେ ଜାତ
ତାର କେଉଁ ଅଙ୍ଗ ହୋଇ ନ ଥିବ ବିକୃତ ।
ଶାନ୍ତ ସ୍ଵଭାବ ଶାସ୍ତାର୍ଥ ଜ୍ଞାନରେ ନିପୁଣ
ନିଜର ବେଦ ଶାଖାରେ ଅତୀବ ପ୍ରବୀଣ ।
ନିଜକୂଳ ପୁରୋଧାଙ୍କୁ କରିବ ବରଣ.
ବିଭବାନୁସାରେ ଦେଇ ବସନ ଭୂଷଣ ।
ପ୍ରାର୍ଥନା କରିବ ତାଙ୍କୁ ଅତି ବିନୟରେ
ଦୁଇକର ଯୋଡ଼ିକରି ପ୍ରଣମି ପଦରେ
ହେ ବ୍ରାହ୍ମଣ ଆପଣ ଯେ ବିଷ୍ୁଙ୍କ ସ୍ଵରୂପ
ଭଗବାନ ଧରିଥାନ୍ତି ବ୍ରାହ୍ମଣ ସ୍ବରୂପ ।
ବିଷ୍ଣୁ ଆବର ବ୍ରାହ୍ମଣ ଏ ଦୂଇ ମଧ୍ଯରେ
କିଛି ତ ପ୍ରଭେଦ ନାହିଁ କୌଣସି କାଳରେ ।
ହେ ବ୍ରାହ୍ମଣ ଆମ୍ଭଙ୍କୁ ଯେ ହୁଅ ସୁପ୍ରସନ୍ଧ
ପୁରାଣ ପଠନ କଲେ କରିବୂ ଶ୍ରବଣ |
ଏ ବିଧ୍ୂରେ ବ୍ରାହ୍ମଣଙ୍କୁ ବରଣ କରିବ
ବହୁମୂଲ୍ୟ ଆସନରେ ନେଇ ବସାଇବ ।
ମସ୍ତକରେ ପୁଷ୍ପଗ୍ରଚ୍ଧି ଗଳେ ମାଳା ଦେବ
ସୁଗନ୍ଧ ଚନ୍ଦନ ସର୍ବ ଅଙ୍ଗରେ ଲେପିବ
ଯେ ହେତୁ ପୁରାଣ ପାଠ କାଳରେ ବ୍ରାହ୍ମଣ
ବ୍ୟାସ ଦେବଙ୍କର ସଙ୍ଗେ ହୁଅନ୍ତି ସମାନ
ବିଷ୍ୁସମ ସେ ବ୍ରାହ୍ମଣ ପୁସ୍ତକ ଥୋଇଣ
ଭକ୍ତିରେ ବ୍ୟାସ ଦେବଙ୍କୁ କରିବେ ଅର୍ଚ୍ଚନ |
ଅଗୁରୁ ଚନ୍ଦନ ପୁଷ୍ପ ଧୂପ ଦୀପାଦିରେ
ଭକ୍ଷ୍ଯ ଭୋଜ୍ୟ ଆଦି ନାନାବିଧ ଉପଚାରେ ।
ଏହିପରି ପ୍ରତିଦିନ ଭକ୍ତି ସହକାରେ
ଆସନାଦି ବ୍ରାହ୍ମଣଙ୍କୁ ଦେବ ଯେ ଶ୍ରଦ୍ଧାରେ ।
ବଉଁମ୍ବନ କହୁଅଛୁ ଶ୍ରୋତାର ଲକ୍ଷଣ
ପରମ୍ପରା ବିଧ ରକ୍ଷାଅଥୈ ଯାର ମନ
ପୁରାଣ ପଠନ କାଳେ ଆସିବେ ଯେ ମନ
ସେମାନଙ୍କ ଅଥୈ ଦେବ ଉତ୍ତମ ଆସନ
ପୁରାଣ ଶ୍ରବଣେ ନିଜେ ଆଗ୍ରହୀ ହୋଇବ
ଉତ୍ତମ ଯୋଗ୍ୟ ଆସନ ବିଛାଇ ବସିବ
ଅଥବା ନିର୍ମଳ ସ୍ଥାନ ଯେବେ ହୋଇଥବ
ସମସ୍ତଙ୍କ ସଙ୍ଗେ ଭୂମି ଉପରେ ବସିବ
ବ୍ୟାସାମାନ ସମ୍ମୁଖଟରର ଉପବିଷ୍ଟ ହେବ.
ଉଚ୍ଚ ଆସନକୁ ତହିଁ ବର୍ଜନ କରିବ
ସ୍ଵାନ ଆଚମନ କରି ଆନନ୍ଦ ମନରେ
ପିନ୍ଧିବ ଶୁକଵଚସନ ଦୟ ସେ କାଳରେ
ପୁରାଣ ବ୍ରାହ୍ମଣ ମନ୍ତ୍ର ଦେବତା ତୀର୍ଥରେ
ବୃଦ୍ଧର ବାକ୍ୟେ ବିଶ୍ଵାସ କଲେ ଫଳ ମିଳେ।
ମନରେ ପ୍ରଥମେ କରି ବିଶ୍ଵାସ ସ୍ଥାପନ
ପୁରାଣ ଶ୍ରବଣ କଲେ ଲାଭ ହୁଏ ପୁଣ୍ୟ
ପୁରାଣ ଶ୍ରବଣ କାଳେ ବିଷୟର ଚିନ୍ତା
ବୃଥାଳାପ ବର୍ଜନ ଯେ କରିବ ସର୍ବଥା
ବେଦ ଆଦି ଶାସ୍ତେ ଯାର ବିଶ୍ଵାସ ନ ଥିବ
ସେ ପାଷାଣ୍ଡ ସଙ୍ଗେ ସମ୍ଭାଷଣ ନ କରିବ ।
ମୁନିଗଣ ଶୁଣ ଏହି ବିଧ୍ବ ଅନୁସାରେ
ଶୁଣିଣ ପୁରାଣ ପ୍ରତିଦିନ ଆନନ୍ଦରେ |
ପୁରାଣ ପଠନ ଶେଷ ଯେତେବେଳେ ହେବ
ହସ୍ତେ କରତାଳି ଧରି କୀର୍ଉନ କରିବ
ଜୟକୃଷ୍ଣ ଜୟ ଜଗନ୍ନାଥ ଦେବହରି
ଇତ୍ୟାଦି ନାମକୁ ଅତି ଉଚ୍ଚେ ଗାନ କରି
ଯେପରି ଆକାଶ ମାର୍ଗ କୀରଉଁନ ଧ୍ଵନିରେ
ପଣ୍ଡ ହେବ ସେହିପରି ଗାଇବ ଉଚ୍ଚରେ ।
ଏହିପରି ପ୍ରତିଦିନ ଶୁଣିଲେ ପୁରାଣ
ସନ୍ତୋଷ ହୁଅନ୍ତି ତାହାପ୍ରତି ଭଗବାନ
ଯେତେବେଳେ ଗ୍ରନ୍ମପାଠ ସମାପ୍ତ ହୋଇବ
ବିଷ୍ଣଙ୍କ ସନ୍ତୋଷ ପାଇ ତପ୍ପର ହୋଇବ ।
ବ୍ୟାସସମ ସେ ଦ୍ଵିଜଙ୍କୁ ଭକତି କରିବ
ବସ୍ତ ମାଲ୍ୟାଦି ଚନ୍ଦନ ଅଳଙ୍କାର ଦେବ ।
ନିଜଶକ୍ତି ଅନୁସାରେ ଦକ୍ଷିଣା ଯେ ଦେବଦକ୍ଷିଣା ବିଷୟେ ବିଉଶାଠ୍ୟ ନ କରିବ ।ଯେଉଁମାନେ ଯେଉଁବସ୍ତୁ କରିବ ପ୍ରଦାନତାହା କହୁଅଛି ଏବେ ସାବଧାନେ ଶୁଣ ।ରାଜା ଦେବ ଅଳଙ୍କାର ସଙ୍ଗେ ଶ୍ରେଷ୍ଠହସ୍ତୀଅନ୍ୟ କ୍ଷତ୍ରୀୟ ତା ଦେବେ ଦଯୟାର୍ଦ୍ଦ ବୋଲାନ୍ତି ।ବ୍ରାହ୍ମଣମାନେ ଯେ ଦେବେ ଉତ୍ତମ ପୁସ୍ତକଦେବପୂଜା ଉପଯୋଗୀ ପାତ୍ର ଯେ ଅନେକ ।କନକ ରଜତ ଧାନ୍ୟ ବସ୍ତ ଭକତିରେବୈଶ୍ୟ ଜାତିଙ୍କ ବ୍ୟବସ୍ଥା ଶୁଣନ୍ତି ଶ୍ରଦ୍ଧାରେ ।ଶ୍ରେଷ୍ଠ ଅଶ୍ଵ ରତ୍ନାଦିରେ କରିଣ ଭୂଷଣଦୁଗ୍ଧବତୀ ବତ୍ସାସହ ଧେନୁ ଦେବ ଦାନ ।ସୁବର୍ଣ୍ଣ ଧାନ୍ୟ ଶସ୍ୟାଦି ପାତ୍ର କରି ପୂର୍ଣ୍ଣଏବେ କହୁଅଛି ଶୁଣ ଶ୍ରଦ୍ରଙ୍କ ବିଧାନ ।ଶୂଦ୍ରମାନେ ଆନନ୍ଦରେ 'ପିରମ ଉଭଚ୍ତିରେକୃପଣ ନ ହୋଇ ବିଷୁ ଚିନ୍ତିଣ ମନରେ ।ବସନ ସୁବର୍ଣ୍ଣ ଧାନ୍ୟ ରତ୍ନ ଆଦି ଦ୍ରବ୍ଯଅଳଙ୍କାର ସଙ୍ଗେ ଦୁଗ୍ଧବତୀ ଧେନୁ ଦେବ |ଅଥବା ଗର୍ଭିଣୀ ଧେନୁ ଦକ୍ଷିଣା ରୂପରେସନ୍ତୁଷ୍ଟ ହୋଇବେ ଗୁରୁ ଯେବଣ ଦ୍ରବ୍ୟରେ ।ମୁନିଗଣ ଶୁଣ ଦେବଶକ୍ତି ଅନୁସାରେବିଉଶାଠ୍ୟ ନ କରିବ କୌଣସି କାଳରେ ।ଶାନ୍ତିକ ପୌଷ୍ଠିକ ବ୍ରତ ବିବାହାଦି କର୍ମପୁରାଣ ଶ୍ରବଣ ମୋକ୍ଷ ସାଧକ କରମ |ପଞ୍ଚଯଜ୍ଞ ଦାନ ନାନାବିଧ ବ୍ରତମାନନିଷ୍ପଳ ହୁଏ ଯଦ୍ୟପି ଦକ୍ଷିଣା ବିହୀନ |ଅସୁରମାନେ ସେ ସ୍ଥାନେ ହୋଇ ଉପସ୍ଥିତିକର୍ମର ପ୍ରକୃତ ଫଳ ହରଣ କରନ୍ତି : |ଯେଉଁପରି ନାରୀମାନେ ହୋଇ ରୂପବତୀଯଦିଚ ସ୍ଵାମୀ ସ୍ବେହରୁ ବଞ୍ଚତ ହୁଅନ୍ତି |ଯୁଦ୍ଧ କ୍ଷେତ୍ରେ ଯେଦ୍ଧା ଯଦି ପ୍ୃଷ୍ଠଭଙ୍ଗ କରିପଳାଇଯାଏ ସେପରି ଶତ୍ରୁ ପକ୍ଷେ ଡରି ।ଧାଇଁ ନ ପାରିବା ଅଶ୍ବ ଯେପରି ଦୂଷିତଅଷ୍ଟାଦଶ ବିଦ୍ୟାରେ ବା ହୋଇଲୈ ପଣ୍ଚିତ |ସଭାରେ ସେ ଜନ ଯଦି ମୁକ ହୋଇ ରହେ| ! ଲୋକ ସମାଜରେ ଯେଉଁପରି ନିନ୍ଦା ପାଏ ।ସେପରି ଯେତେକ କର୍ମ ଦକ୍ଷିଣା ବିହୀନ |ତୁମ୍ଭେ ପ୍ରସନ୍ନ ହୋଇଲେ ଫଳ ହେବ ପ୍ରାପ୍ତନିଷ୍ପଳ ହୁଅଇ ଏହା ଶାସ୍ତ୍ରର ବଚନଅକିଞ୍ଚନେ ମୁନିଗଣ କହିଲେ ଏମନ୍ତଯେପରି ପାପ ସମୁହ ଦାନେ ହୁଏ କ୍ଷୟ |ପୁରୁଷୋତ୍ତମ କ୍ଷେତ୍ରକୁ ବେଗେ ଚଳିଗଲେସେହିପରି ଦକ୍ଷିଣାରେ ପ୍ରାପ ହୁଏ ଲୟଅତି ଆନନ୍ଦରେ ମୁଖେ ନାମ ଗାନ କଲେସେପରି ଯେତେକ କର୍ମ ଦକ୍ଷିଣା ବିହୀନ ।|ହେ ପ୍ରଭୁ ଜଗତନାଥ କରୁଣା ସାଗରନିଷ୍ପଳ ହୁଅଇ ଏହା ଶାସ୍ତ୍ରର ବଚନଦରଦ୍ର ସଙ୍ଖାଳି ଦୁଃଖୀଜନର ସୋଦର:ବିପ୍ରମାନଙ୍କୁ ଆନନ୍ଦ ମନେ ଭୁଞ୍ଜାଇବଆପଣଙ୍କ କୃପା ହେଲା ଏ ଅଧମ ପ୍ରତିନିଜ ଶକ୍ତି ଅନୁସାରେ ଯାହା ଭିଆଇବ । |କ୍ଷେତ୍ରମାହାତ୍ମ୍ୟ ପଠନେ ବଳିଲା ମୋ ମତିକର୍ପୁର ଖଣ୍ଡ ପାୟସ ଘ୍ୂତ କରି ଯୁକ୍ତସ୍କନ୍ଦ ପୁରାଣେ ଉକତ ଉନ୍କଳ ଖଣ୍ଡରେସୁସ୍ଵାଦୁ ଅମ୍ପତୋପମ ଅନ୍ତେ କରି ତୃପ୍ତବ୍ୟାସଦେବ ଲେଖୁଛନ୍ତି ସଂସ୍କୃତ ଭାଷାରେସେମାନଙ୍କୁ ଯଥାଶକ୍ତି ଦକ୍ଷିଣା ଯେ ଦେବ |ତାର ଅର୍ଥ ସାଧାରଣ ବୁଝି ନ ପାରନ୍ତିସ୍ଵର୍ଣ ବସନ ଇତ୍ୟାଦି ଭାଗ୍ୟେ ଯା ମିଳିବ । |ଉଚ୍କଳ ଭାଷାରେ ଲେଖୁବାକୁ ମନେ ପ୍ରୀତିପୁରାଣ ଶ୍ରବଣ ବିଧ୍ଵ କହିଲୁ ସକଳଛନ୍ଦୋବନ୍ଧ ବୃତି ବିଷୟରେ ନାହିଁ ଜ୍ଞାନଯେ ବିଧ୍ୂରେ କଲେ କର୍ମ ହୁଅଇ ସଫଳ । |ଚଉଦ ଅକ୍ଷରେ ପଦ କରିଲି ରଚନମୁନିଗଣ ଶୁଣିଲ ତ କହିଲୁ ବୁଝାଇସୁଧୀଗଣ ନିଜଗୁଣେ ଦୋଷ କ୍ଷମାକରଆଉ କି ଶୁଣିବ ତାହା କହନ୍ତୁ ଫିଟାଇ । |କରଯୋଡ଼ି ଜଣାଉଛି ଦୀନ ହରିହରମୁନିଗଣ କହୁଛନ୍ତି ଆମ୍ଭମାନଙ୍କରପୁରୁଷୋତ୍ତମ ମଣ୍ଡଳ ଗୋପ ଅଞ୍ଚଳରେଭାଗ୍ୟୋଦୟ ଦେଲା ଯେଣୁ ପାପ ନାଶ କର । |କୌତ୍ସଗୋତ୍ରେ ଜନ୍ମ ଗ୍ରାମ ଗଶେଶ୍ଵରପୁରେପୁରାଣ ଶ୍ରବଣ ବିଧ ଶ୍ରୋତାମାନଙ୍କରଅସାଧ୍ ଜନ ସଂସର୍ଗେ ମଳିନ ମୋ ମତିଆପଣଙ୍କ ଶ୍ରୀମୁଖରୁ ହୋଇଲା ବାହାର ।ବୁବ୍ଧିରେ ଉନ୍ନତ ଚିନ୍ତା ନ ହୁଏ ଉତ୍ପତ୍ତିତାହା ଶୁଣି ଧନ୍ୟ ହେଲୁ ଜୀବ ହେଲା ମୁକ୍ତ |ଖଳଜନେ କରି କୂଟ କପଟ ଆଚାରଆମ୍ଭେମାନେ ସର୍ବେ ପୁଣ୍ୟଫଳ ହେଲୁ ପ୍ରାପ୍ତ । |ଅନିଷ୍ଟ ସାଧନେ ହେଉଛନ୍ତି ତତପରହେ ମୁନି ଦକ୍ଷିଣା ନିଅ ଅତି ଆନନ୍ଦରେଏ ବିପଦ୍ଦଧୁ ରକ୍ଷାକର ବେଗେ ଚକୂଧରଗ୍ରହଣ କର ଦେଉଛି ଶକ୍ତି ଅନୁସାରେ | |ଶ୍ରୀପଦରେ ଜଣାଉଛି ମିଶ୍ର ହରିହରଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେପୁରୁଷୋତ୍ତମ କ୍ଷେତ୍ର ପ୍ରଶଂସା ବର୍ଣ୍ଡନ ପ୍ରସଙ୍ଗେପୁରାଣ ଶ୍ରବଣ ବିଧୂ କଥନେନାମ ଅଷ୍ଟପଞ୍ଚାଶତ ଅଧ୍ୟାୟଃ ।
ସ୍କନ୍ଦ ପୁରାଣ ସମୀପ୍ତଃ
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ସ୍କନ୍ଦପୁରାଣ ଅଧ୍ୟାୟ ୧ https://skand-puran.blogspot.com/2024/11/SkandPuranA01.html
Comments
Post a Comment