ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଉନତ୍ରିଂଶୋଧ୍ୟାୟଃ

  

ଉନତ୍ରିଂଶ ଅଧ୍ୟାୟ 

ଜୈମିନି କହିଲେ ଶୁଣ ସର୍ବ ରଷିଗଣ 
ଏ ରୂପେ ରାଜାଙ୍କୁ କହି କମଳ ଆସନ । 
ଲୋକ ସାଧାରଣଙ୍କର କଲ୍ୟାଣ ନିମିତ୍ତ 
ଭଗବାନଙ୍କର ସ୍ସଂହ ଆକୃତି ତୁରିତ 
ନିଜ ହୃଦୟ କମଳ ସ୍ଥାପନ କରିଲେ 
ପ୍ରଭୁଙ୍କର ପୂର୍ବ ରୂପ ଦେଖାଇଣ ଦେଲେ । 
ରଥରୁ ଯେ ଚୁଫେ ହୋଇଥିଲେ ଅବତୀର୍ଣ୍ଣ 
ସେ ଚାରିରୂଫ ସକଳେ କଲେ ଦରଶନ । 
ଶ୍ରୀ ଜଗନ୍ନାଥି ପ୍ରଭୁଙ୍କ କମଳ ଆସନ 
ପୁରୁଷ ସୂକ୍ତ ମନ୍ତ୍ରରେ କରିଲେ ଅର୍ଚ୍ଚନ 
ଦ୍ଵାଦଶାକ୍ଷର ମନ୍ତ୍ରରେ ଶ୍ରୀ ବଳଦେବଙ୍କ 
ଦେବୀ ସୂକ୍ତ ମନ୍ତ୍ର ପଡ଼ି ସୁଭଦ୍ରା ଦେବୀଙ୍କୁ । 
ଦ୍ଵାଦଶ ଅକ୍ଷର ମନ୍ତ୍େ ସୁଦର୍ଶନଙ୍କର 
ପୂଜା ସାରି ପ୍ରାର୍ଥନା କରିଲେ ବେଦବର 
ହେ ଦେବ ଦେବେଶଭକ୍ତ ଅନୁଗ୍ରହକାରୀ 
ଏହି ରାଜା ଆପଣଙ୍କୁ ନିତ୍ୟ ଭକ୍ତ କରି । 
ସହସ୍ର ଜନ୍ମ ଅତୀତ ହୋଇଛି ଏହାର 
ଏ ଜନ୍ମେ ପାଇଛି ଦରଶନ ପ୍ରଭୁଙ୍କର 
ହେ ଦେବ ! ଆପଣଙ୍କର ମିଳିଲେ ଦର୍ଶନ 
ସାଯୁଜ୍ୟ ମୁକତି ଲାଭ କରେ ସେହି ଜନ 
ଏହି ରାଜା ଆପଣଙ୍କୁ ଭବତି ଯୋଗରେ 
ନିତ୍ୟ ପୂଜା କରିବାକୁ ମନରେ ବିଚାରେ । 
କେଉଁ ଚୂପେ କେଉଁ କାଳେ କେଉଁ ଉପଚାରେ 
ଆପଣଙ୍କର ଅର୍ଚ୍ଚନା କରିବ ଭକ୍ତିରେ 
କେଉଁ ରୂପକୁ ମନରେ ଭାବନା କରିବ 
ତାହା ବୁଝାଇ କହନ୍ତୁ କମଳା ବଲ୍ଲଭ 
ଜଗନ୍ନାଥ ଆପଣଙ୍କ ଶ୍ରୀମୁଖ ବଚନ 
ଶୁଣିବାକୁ ଇଛା କରିଅଛି ଇନ୍ଦ୍ରଦ୍ୟୁମୁ 
ଏହି ରୂପରେ ପ୍ରାର୍ଥନା ବିଧାତା କରିଲେ 
ଦାରୁମୟ ପ୍ରଭୁ ଶୁଣି ଅଳପ ହସିଲେ 
ଗମ୍ଭୀର ସ୍ଵରେ କହିଲେ ଶୁଣ ଇନ୍ଦ୍ରଦ୍ୟୁମ୍ନ 
ତୁମ୍ଭ ନିଷ୍କାମ ଭକ୍ତିରେ ହୋଇଛୁ ପ୍ରସନ୍ଲ୍‌ 
ଏ ରୁପ ସମ୍ପଦ ତୁମ୍ଭ ଭିନ୍ନ ଅନ୍ୟ କେହି 
ଲଭିନାହିଁ ପୃଥିବୀରେ ଗରୁ ଜନ୍ମ ହୋଇ 
ହେ ନୃପ ତୁମ୍ଭଙ୍କୁ ଦେଉଅଛୁ ଏହି ବର 
ଆମ୍ଭପ୍ରତି ରହିଥିବ ଭକ୍ତି ନିରନ୍ତର | 
ହେ ରାଜେନ୍ଦ୍ର କରିଅଛ କୋଟିରନ୍‌ ବ୍ୟୟ 
ମନ୍ଦିର ନିର୍ମାଣ କରିଅଛ ତ ନିଶ୍ଚୟ 
ଯଦିଚ ଏହି ମନ୍ଦିର ହୋଇଯିବ ଜୀର୍ଣ୍ଣ 
ନ କରିବୁ ପରିତ୍ୟାଗ ଆମ୍ଭେ ଏହି ସ୍ଥାନ । 
କାଳାନ୍ତରେ ଅନ୍ୟ କେହି ଜନ ଏ ସ୍ଥାନରେ 
ଏ ମନ୍ଦିରକୁ ନୂତନ ନିର୍ମାଣ କେ କରେ । 
ତଥାପି ତୁମ୍ଭର ୧ କୀରଉଁ ହୋଇବ ଘୋଷିତ 
ଏଥରେ ସନ୍ଦେହ କର ନାହିଁ ନରନାଥ । 
ତୁମ୍ଭପ୍ରତି ଆମ୍ଭର ଯେ ରହିଅଛି ପ୍ରୀତି 
ଏହି ମନ୍ଦିରେ କରିବୁ ନିଶ୍ଚୟ ବସତି | 
ଆମ୍ଭେ କହୁଅଛୁ ସତ୍ୟ କରି ତିନିବାର 
ଦ୍ଵିତୀୟ ପରା୍ଧ ଶେଷଯାଏ ବ୍ରହ୍ମାଙ୍କର । 
ଭୂମିସାତ୍‌ ହୋଇଯିବ ଯଦି ଏ ମନ୍ଦିର 
ପରିତ୍ୟାଗ ନ କରିବୁ ଏ ସ୍ଥାନ ନୂବର । 
କଦାପି ଏ ସ୍ଥାନ ପରିତ୍ୟାଗ ନ କରିବୁ 
ଦାରୁମୟ ଦେହ ଧରି ଏ ସ୍ଥାନେ ରହିବୁ । 
ସ୍ଵାୟମ୍ଭୁବ ମନୁଙ୍କର ଚତୁର୍ଯୁଗ ପରେ 
ପୁନବାର ସତ୍ୟଯୁଗ ଦ୍ବିତୀୟ ଅଂଶରେ । 
ତୁମ୍ଭର ଯଜ୍ଞ ପ୍ରଭାବେ ଆମ୍ଭେ ଏହି ସ୍ଥାନେ 
ଦାରୁ ରୂପରେ ଦର୍ଶନ ଦେବୁ ସର୍ବଜନେ । 
ଜ୍ୟେଷ୍ଠ ପୂର୍ଣ୍ମା ଦିନରେ ହେଲୁ ଅବତୀର୍ଣ୍ଣ 
ଏ ଦିନର୍ଟି ଆମ୍ଭର ଯେ ପୁଣ୍ୟ ଜନ୍ମଦିନ । 
ଏ ଦିନ ମୋ ପ୍ରତିମାକୁ କରି ଅଧବାସ 
ବିଧାନରେ ମହାସ୍ବାନ ଉତ୍ସବ ବିଶେଷ । 
ସ୍କାନ କରାଇଲେ କୋଟିଜନ୍ସ ପାପ ନାଶ 
ନିଶ୍ଚୟ କରିବି ଜାଣିଥାଅ ହେ ନରେଶ । 
ସ୍କାନ ଯାତ୍ରାରେ ଯେ ମୋତେ ଦର୍ଶନ କରିବେ 
ସସ୍ଵଦାୟ ତାର୍ଥସ୍ବାନ ଫଳକୁ ଲଭିବେ । 
ବାଜପେୟ ଆଦି ସର୍ବ ଯଜ୍ଞ ଅନୁଷ୍ଠାନ 
ସର୍ବବିଧ ଦାନଫଳ ଲଭିବେ ତକ୍ଷଣ | 
ଏହି ବଟ ବୃକ୍ଷର ଯେ ଉତ୍ତର ଦିଗରେ 
ଏକ କୂପ ରହିଅଛି ମୂର୍ଭିକା ଗର୍ଭରେ | 
ସ୍ଵାନ ଅର୍ଥେ ସେ କୂପକୁ କରିଲି ନିର୍ମାଣ 
ତାହାପରେ ଏହିସ୍ଥାନେ ହେଲି ଅବତୀର୍ଣ୍ଣ । 
ସେ କୂପକୁ ତୁଲେ କରବେଗେ ଅନ୍ଵେଷଣ 
ପରିଷ୍କାର କର ତାର ଜଳକୁ ରାଜନ | 
ସେ କୂପ ରକ୍ଷକ ସର୍ବ ଦିଗପାଳଗଣ 
କ୍ଷେତ୍ରପାଳଙ୍କୁ ବିଧାନେ କର ବଳି ଦାନ । 
ଶଙ୍ଖ କାହାଳାଦି ବାଦ୍ୟମାନ ବଜାଇଣ 
ସଂସ୍କାର କରିବ କୂପ ଚତୁର୍ବଶୀ ଦିନ । 
ସ୍ଵର୍ଣ କଳଶରେ ଜଳ ଆଣିବେ ବ୍ରାହ୍ମଣ 
ସେ ଜଳରେ କରାଇବ ମୋର ମହାସ୍ବାନ 
ଜ୍ୟେଷ୍ଠ ଶୁକଳ ପୂର୍ଣ୍ିମା ପ୍ରଭାତ କାଳରେ 
ମୋତେ ସ୍କାନ କରାଇବ ବ୍ରହ୍ମାଙ୍କ ସଙ୍ଗରେ 
ରାମ ସୁଭଦ୍ରା ସୁଦରଶନଙ୍କୁ ସ୍ଥାପିବ 
ସାଯୁଜ୍ୟ ମୁକତି ଲାଭ ଅବଶ୍ୟ କରିବ 
ଯେ ବ୍ୟକ୍ତି ସ୍କାନ କାଳରେ କରିବ ଦର୍ଶନ 
ସେ ବ୍ୟକ୍ତିର ହେବ ନାହିଁ ଆଉ ପୁନ୍ଜନ୍ସ 
ଇଶାନ କୋଣରେ ବେଦୀ ନିର୍ମାଣ କରିବ 
ଚନ୍ଦନ ଜଳକୁ ସିଞ୍ଚ ଚାନ୍ଦୁଆ ବାନ୍ଧିବ 
ସେ ବେଦୀରେ ବଳରାମ ସୁଭଦ୍ରା ସଙ୍ଗରେ 
ଆମ୍ଭଙ୍କୁ ସ୍କାନ କରାଇଦେବ ବିଧାନର 
ପୂନର୍ବାର ମହିରକୁ ଯିବୁ ଯେତେବେଳେ 
ଆମ୍ଭର ଦକ୍ଷିଣ ମୁଖ ଗମନ କାଳରେ 
ଭଲ୍ତିଭାବେ ଯେଉଁଜନ କରିବ ଦର୍ଶନ 
ତାହାର ସକଳ ମନୋରଥ ହେବ ପୂର୍ଣ 
ସେ ରାଜନ ! ଏହାପରେ ପଞ୍ଚଦଶ ୧ ଦିନ 
ଚିତ୍ରଶୂନ୍ୟ ବିରୂପକୁ ନ କର ଦର୍ଶନ 
ଏ ରୂପେ ଆମ୍ଭର ଜ୍ୟୋେଷ୍ଠା ସ୍କାନ କାରଇବ 
ଏ ସ୍କାନ ଦର୍ଶନେ ମୁକ୍ତି ଅବଶ୍ୟ ଲଭିବ 
ଆମ୍ଭର ଗୁଣ୍ଡିଚା ନାମେ ଯାତ୍ରା ମହୋତ୍ସବ 
ଏହାପରେ ଜାଣିଥାଅ ନିଶ୍ଚୟ କରିବ 
ଗୁଣ୍ଡିଚା ଯାତ୍ରାର ନାମ କଲେ ଉଚ୍ଚାରଣ 
ମାନବ ନିଷ୍ପାପ ହୋଇଯାଏ ତତକ୍ଷଣ 
ମାଘ ଶୁକ ପଞ୍ଚମୀ ବା ଚୈତ୍ର ଶୁକ୍ଲାଷ୍ଟମୀ 
ଶ୍ରୀଗୁଣ୍ଡିଚା ଉତ୍ସବର କାଳ ନୃପମଣି 
ଆଷାଢ଼ ଶୁକ୍ଳ ଦ୍ବିତୀୟା ତିଥି ବିଶେଷତ 
ସେଦିନ ହୁଅଇ ପୂଷ୍ୟା ନକ୍ଷତ୍ର ସଂଯୁକ୍ତ 
ଅତୀବ ପ୍ରଶସ୍ତତମ କାଳ ସେ ଅଟଇ 
ସକଳ ଲୋକଙ୍କୁ ମୋକ୍ଷଫଳ ଦେଇଥାଇ 
ଏହିଦିନ ବଳଭଦ୍ର ସୁଭଦ୍ରା ସହିତ 
ଆମ୍ଭଙ୍କୁ ତ ଆରୋହଣ କରାଇବ ରଥ 
ଆମ୍ଭେ ‹ ପୂର୍ବେ ଯେଉଁସ୍ଥାନେ ହେଲୁ ଅବତୀର୍ଣ୍ଣ 
ସହସ୍ାଶ୍ଵମେଧ ଯଜ୍ଞ କଲ ଯେଉଁ ସ୍ଥାନ 
ସେ ଯଜ୍ଞର ମହବେଦୀ ଗୁଣ୍ଡିଚା ମଣ୍ଡପ 
ସେ ସ୍ଥାନକୁ ଆମ୍ଭଙ୍କୁ ତ ନେଇଯିବ ଭୂପ 
ପୂଥଵବୀରେ ନୀଳାଚଳ ଅତି ପୁଣ୍ୟସ୍ଥାନି 
ଆଉ କେଉସ୍ଥାନ ନୁହେଁ ଏହାର ସମାନ 
ଆମ୍ଭର ପ୍ରୀତି ନିମିତ୍ତ ତୁମ୍ଭେ ଏ ସ୍ଥାନରେ 
ପାଞ୍ଚଶ ବର୍ଷ କରିଲ ହୋମ ଭକତିରେ 
ତେଣୁ ହୋଇଅଛି ପୂଥବୀରେ ଶ୍ରେଷ୍ଠସ୍ତାନ 
ଏ ସ୍କାନେ କରିଛ ତୁମ୍ଭେ ପ୍ରାସାଦ ନିର୍ମାଣ 
ବ୍ରହ୍ମାଙ୍କର ଅନୁରୋଧ ହେତୁ ହେ ରାଜନ 
ଆମ୍ଭର ତ ପ୍ରୀତିକର ହୋଇଛି ଏ ସ୍ଥାନ । 
ଅଶ୍ଵମେଧ ଯଜ୍ଞ ବେଦୀ ନରସିଂହ କ୍ଷେତ୍ର 
ସେ ଆମ୍ଭର ପ୍ରୀତିସ୍ଥାନ ଅତ୍ୟନ୍ତ ପବିତ୍ର । 
ପଦ୍ଧଯୋନି ବ୍ରହ୍ମା ଆମ୍ଭ ଆତ୍ମାର ସମାନ 
ସେ ଆମ୍ଭଙ୍କୁ ଏ ପ୍ରାସାଦେ କରିଲେ ସ୍ଥାପନ । 
ଅଛି ତ ତୁମ୍ଭର ଆମ୍ଭପ୍ରତି ଦୂଢ଼ଭକ୍ତି 
ଚିରକାଳ ଏ ମଦହ୍ଦିରେ କରିବୁ ବସତି | 
ମହାରାଜ ରଥେ ନେବ ଗୁଣ୍ଡିଚୀ ଘରକୁ 
ନବମ ଦିନରେ ପୁଣି ଆଣିବ ଆମ୍ଭଙ୍କୁ 
ସେ ସ୍ଥାନେ ତୁମ୍ଭର କୀର୍ରି ସର୍ବତୀର୍ଥମୟ 
ଇନତ୍ଦ୍ରଦ୍ୟୁମ୍ପ ନାମେ ଅଛି ଏକ ଜଳାଶୟ 
ସେହି ସରୋବର ତୀରେ ସପତ ଦିବସ 
ତୁମ୍ଭ ପ୍ରୀତିଅଥୈ ଆମ୍ଭେ କରିବୁ ନିବାସ । 
ସେ କାଳେ ଏ ତୀର୍ଥଜଳେ ଯେ କରିବ ସ୍ମାନ 
ସେ ଜନ ବୈକୁଣ୍ଠପୁରେ ' କରିବ ଗମନ । 
ତ୍ରିଭୁବନ ମଧ୍ୟେ ସାର ତିନିକୋଟି ତୀର୍ଥ 
ମୋ ଯୋଗେ ସେ ସ୍ଥୁନେ ହେବେ ସର୍ବେ ଉପସ୍ପିତ। 
ଏଣୁ ସରୋବର ଜଳେ କରିସାରି ସ୍କାନ 
ଗୁଣ୍ଠିଚା ମନ୍ଦିରେ ମୋତେ କରିବ ଦର୍ଶନ  । 
ପୁନର୍ବାର ସେ ମାନବ ଜନନୀ ଜଠରେ 
କ୍ଲେଶ ଭୋଗ ନ କରିବ ସଂସାର ମଧ୍ୟରେ । 
ନବମ ଦିବସେ ଆମ୍ଭ ଆଗମନ କାଳେ 
ଦକ୍ଷିଣ ମୁଖରେ ମୋତେ ଯେ ଦର୍ଶନ କରେ । 
ଅଶ୍ଵମେଧ ଯାଗଫଳ ଲଭଇ ସେ ଜନ 
ଇହଲୋକେ ଭୋଗ ପାଏ ଇନ୍ଦ୍ରର ସମାନ । 
ଦେହାନ୍ତେ ଲଭଇ ଆମ୍ଭ ସାଯୁଜ୍ୟ ମୁକତି 
ଏଥୁରେ ସନ୍ଦେହ କର ନାହିଁ ନରପତି । 
ହେ ଭୂମିପ ! ଏପ୍ରକାରେ ଆମ୍ଭର ଶୟନ 
ପାର୍ଶ୍ବ ପରିବର୍ତନ ଯେ ଆଉ ଉତ୍‌ଥାପନ । 
ମାଗଁଶିର ଶୁକ୍ଳଷଷ୍ଠୀ ଦିନ ପ୍ରାବରଣ 
ପୌଷ ପୂଣ୍ଚିମାରେ କରାଇବ ପୁଷ୍ୟାସ୍ବାନ । 
ଫାଲଗୁନ ମାସରେ ଦୋଳଯାତ୍ରା ମହୋତ୍ସବ 
ଦର୍ଶନ ପ୍ରଣାମ ପୂଜା କରେ ଯେ ମାନବ । 
ପ୍ରତି ଉତ୍ସବରେ ଫଳ ଲଭଇ ସେ ଜନ 
ଅଷ୍ଟ ସହସ୍ରାଶ୍ଵମେଧ ଯାଗର ସମାନ | 
ଚୈତୂମାସ କୃଷ୍ଣପକ୍ଷ ତ୍ରୟୋଦଶୀ ଦିନ 
ଉତ୍ସବ କରିବ କାମ ପ୍ରପୁଜନ ନାମ 
ବୈଶାଖ ମାସେ ଅକ୍ଷୟ ତୃତୀୟା ଦିନରେ 
ମୋ ଦେହକୁ ବିଲେପନ କର ଚନ୍ଦନରେ । 
ଆମ୍ଭର ପ୍ରୀତି ନିମିତ୍ତ ଉତ୍ସବ ସକଳ 
ବ୍ରହ୍ମା ବୃଝାଇ କହିଲେ ଶୁଣ ହେ ରାଜନ 
ଯେ କରିବେ ସେ ଲଭିବେ ଚତୁର୍ବର୍ଗ ଫଳ । 
ପ୍ରଭୁଙ୍କ ଯାତ୍ରା ଉତ୍ସବ କରିଛ ଶ୍ରବଣ | 
ଦାରୁ ଦେହଧାରୀ ପ୍ରଭୁ ଶ୍ରୀମୁଖେ କହିଲେ |
 ଯଥାବିଧ୍ୂରେ କରିବ ତାହା ସମ୍ପାଦନ 
ଇନ୍ଦ୍ରଦ୍ୟୁମ୍ନ ରାଜା ଶୁଣି ସନ୍ତୁଷ୍ଟ ହୋଇଲେ । 
ଯେପରି ସନ୍ତୋଷ ହେବେ ପ୍ରଭୁ ଭଗବାନ । 
ଜୈମିନି ମୁନି କହନ୍ତି ଶୁଣ ଦ୍ବିଜଗଣ 
ଏକା ପ୍ରଭୁ ଜଗନ୍ନାଥ ହୋଇଲେ ସନୁଷ୍ଟ 
ରାଜାଙ୍କୁ ଏ ରୂପେ କଲେ ପ୍ରଭୁ ବରଦାନ । 
ସମୁଦାୟ ଚରାଚର ହୋଇବ ସନ୍ତୁଷ୍ଟ | 
ଜଗନ୍ନାଥ ହସି ହସି କହିଲେ ବଚନ 
ବ୍ରହ୍ମାଙ୍କର ଏ ଆଦେଶ ମସ୍ତକେ ଧାରଣ 
ପଦ୍ମଯୋନି ତୁମ୍ଭ ମନୋରଥ କଲେ ପୂର୍ଣ । 
କରିବେ ଅତି ଅଗ୍ରହେ ରାଜା ଇନ୍ଦ୍ରଦ୍ୟୁମ୍ନ । 
ତୁମ୍ଭର ମନରେ ଜାତ ହେବ ଯେଉଁ ଇଛା 
ମହାସମାରୋହେ ନାରଦଙ୍କ ସହିତରେ 
ନିଶ୍ଚୟ ଜାଣିବ ତାହା ଅଟେ ଆମ୍ଭ ଇଚ୍ଛା । 
ଯାତ୍ରା ମହୋତ୍ସବ ସର୍ବ ସମ୍ପାଦନ କଲେ । 
ଯେ ହେତୁରୁ ତୁମ୍ଭ ଆମ୍ଭ ଦୁହିଁଙ୍କ ମଧ୍ୟରେ | 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଅଣ୍ଡୁମାତ୍ର ଭେଦ ନାହିଁ ବିଚାର ମନରେ । 
ଉନତ୍ରିଂଶୋଧ୍ୟାୟ ଶେଷ ଉତ୍କଳ ଭାଷାରେ । 
ପୁର୍ବକାଳେ ' ତୁମ୍ଭର ଯେ ପ୍ରାର୍ଥନା ବଳରେ | 
ଜୟ ଜୟ ଜଗନ୍ନାଥ ଜୟ ନାରାୟଣ 
ମାଧବ ମୁରି ଧାରଣ କଲୁ ଏ ସ୍ଥାନରେ 
ଲୋକହିତେ ଦାରୁଦେହ କରିଛ ଧାରଣ । 
ଏହି ଦାରୁମୟ ଦେହ ତାର ପରିଣାମ 
ଖଳଚୂ୍ଧି ଲୋକଙ୍କର ବଢ଼େ ଦିନୁ ଦିନ 
ଶ୍ରୀ ଜଗନ୍ନାଥ ନାମରେ ହେଲୁ ଅବତୀର୍ଣ୍ଣ 
ତାହା ଦେଖୁଅଛ ବସି ରତ୍ନ ସିଂହାସନ । 
ଏ ସ୍ଥାନେ ଆମ୍ଭଙ୍କୁ କରି ଦର୍ଶନ ଅର୍ଚ୍ଚନ 
ଗୋ ବ୍ରାହ୍ମଣ ହିତକାରୀ ବ୍ରହ୍ମାଣ୍ଡ ଠାକୁର 
ପ୍ରାଣତ୍ୟାଗ ଯେ କରଇ ଧନ୍ୟ ତାର ଜନ୍ମ । 
ଦେବ ଭୋଗ୍ୟ ଦ୍ରବ୍ୟ ଭୋଗ କରୁଛି ଅସୁର । 
ସେ ଜନ ଏ ସଂସାରରୁ ମୁକତ ହୋଇବ | 
ଦେବତା ପ୍ରଭାବ ଆସି ହେଲାଣି ମଳିନ 
ତୁମ୍ଭ ଆମ୍ଭର ସାଯୁଜ୍ୟ ଅବଶ୍ୟ ପାଇବ । 
{ଅସୁରସ୍ଵଭାବ ଚକ୍ରେ କରନ୍ତୁ ଛେଦନ । 
ମନରେ ବିଷୟ ବାଞ୍ଚା କରି ଯେଉଁ ଜନ | 
ପାଞ୍ଚଜନ୍ୟ ଶଙ୍ଖ ଧ୍ଵନି କରୁ ଜୟଗାନ 
ଆମ୍ଭର ସେବା କରିବ ରହି ଏହି ସ୍ଥାନ ।। 
କରଯୋଡ଼ି ମାଗୁଅଛି ହରିହର ଦୀନ | 
ଯେ ହେତୁରୁ ଏହି ସ୍ଥାନ ତୁମ୍ଭ ଅଧଧଷ୍ଠାନ 
ଇତି ଶ୍ରୀ ସ୍କନ୍ଦ ପୁରାଣେ. ଉତ୍କଳ ଖଣ୍ଡେ 
ଅଭୀଷ୍ଟ ଲାଭ କରିବ ତେଣୁ ସେହି ଜନ ।
ଇନ୍ଦ୍ରଦ୍ୟୁମ୍ପ ବର ପ୍ରଦାନ ଯାତ୍ରାସ୍ସୋବ 
ସତ୍ୟଲୋକକୁ ଗମନ କର ଏହିକ୍ଷଣ 
ବର୍ଣ୍ଣନେ ନାମ ଉନତ୍ରିଂଶୋଧ୍ୟାୟଃ | 



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ