ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତୁର୍ତ୍ତିଂଶୋଧ୍ୟାୟଃ

 

ଚତୁର୍ତ୍ତିଂଶ ଅଧ୍ୟାୟ 

ଜୈମିନି କହନ୍ତି ଶୁଣ ମୁନିଗଣ ଧୀରେ 
ଅଶ୍ଵମେଧ ଯାଗୁଁ ଜାତ ସରୋବର ତୀରେ । 
` ନୃସିଂହ ଦେବଙ୍କର ଦକ୍ଷିଣ ପାର୍ଶ୍ବରେ 
ଶ୍ରୀ ଗୁଣ୍ଡିଚା ମଣ୍ଡପରେ ପ୍ରଭୁ ବିଜେ କଲେ । 
ଦେଖୁଲେ ମନରେ ହୁଏ ଏହି ଭଗବାନ 
ପୁନର୍ବାର ନରଦେହେ ହେବେ ଅବତୀର୍ଣ୍ଣ | 
ସେକାଳରେ ଉକ୍ଷ୍ୟ ଭୋଜ୍ୟ ନାନା ଉପଚାର 
ଦେଇ ପ୍ରଭୁଙ୍କୁ ଅର୍ଚନା କରିବ ଯେ ନର । 
ନୃତ୍ୟ ଗୀତରେ ପ୍ରଭୁଙ୍କୁ ସନ୍ତୋଷ କରିବ 
ବିବିଧ ପ୍ରକାରେ ପୁଷ୍ପ ଉପହାର ଦେବ । 
ସୁଗନ୍ଧ ଚନ୍ଦନ କୃଷ୍ଣାଗୁରୁ ଧୂପ ଦେବ 
ସୁବାସ ତୈଳେ ପ୍ରଦୀପମାଳା ସଜାଡ଼ିବ । 
ଏହିପରି ଦେଇ ନାନା ଉପହାର ମାନ 
ପ୍ରଭୃଙ୍କ ସନ୍ତୋଷ ପାଇଁ କରିବ ଯତନ । 
ପୁର୍ବକାଳେ ମହାପ୍ରଭୁ ବର ଦେଇଥୁଲେ 
ଇତ୍ଦ୍ଦ୍ୟୁମ୍ପ ନୂପତିଙ୍କୁ ପ୍ରତିଷ୍ଠା କାଳରେ । 
ହେ ରାଜେନ୍ଦ୍ର ଆମ୍ଭେ ପ୍ରତିବର୍ଷ ସାତଦିନ 
ବିନ୍ଦୁତୀର୍ଥ ତୀରେ କରିବୁ ଯେ ଅବସ୍ଥାନ । 
ଆମ୍ଭଯୋଗେ ପୂଥବୀର ସମୁଦାୟ ତୀର୍ଥ 
ଇନ୍ଦ୍ରଦ୍ୟୁମ୍ନ ସରୋବରେ ହେବ ଉପସ୍ଥିତ । 
ସେ କାଳରେ ଯେଉଁ ଜନ ତୀଥୈ କରି ସ୍ଵାନ 
ଗୁଣ୍ମିଚା ମଣ୍ଡପେ ଯାଇଁ କରିବ ଦର୍ଶନ । 
ଆମ୍ଭଙ୍କୁ ଶ୍ରୀ ବଳରାମ ସୁଭଦ୍ରା ସଙ୍ଗରେ 
ସାଯୁଜ୍ୟ ମୁକତି ଲାଭ ସେହିଜନ କରେ । 
ସର୍ବତୀଥ ଫଳ ପ୍ରଦ ପାପ ବିନାଶକ 
ବିଷ୍ଣୁ ପ୍ରୀତିକର ମହା ପୁଣ୍ୟର ଜନକ | 
ସେହି ଇନ୍ଦ୍ରଦ୍ୟୁମ୍ନ ସରୋବରେ କରି ସ୍ାନ 
ଦେବତା ପିତୃଗଣଙ୍କୁ କରିବ ତର୍ପଣ | 
ତଦନ୍ତେ ଶ୍ରୀ ନୃସିଂହଙ୍କୁ ଅଚ୍ଚନ ବନ୍ଦନ 
ତହୁଁ ଗୁଣ୍ଡିଚା ମଣ୍ଡପେ କରିବ ଗମନ | 
ଅନ୍ତଃ ଶୁବି ଅଥ କରି ବେଗେ ଆଚମନ 
ଭଗବାନଙ୍କୁ କରିବ ଅର୍ଚ୍ଚନ ବନ୍ଦନ | 
ପୁରୁଷ ନାରୀ ବା କେହି ସାତଦିନ କଲେ 
ଜନମ ନୂହଇ ଆଉ ମନୁଷ୍ୟ ଦେହରେ । 
ନିଶ୍ଚୟ ସାଯୁଜ୍ୟ ମୁକ୍ତି ଲଭଇ ସେ ଜନ 
ମହାବେଦୀରେ ଯେ କରେ ଦିନରେ ଦର୍ଶନ । 
ଯେତେ ପୁଣ୍ୟ ଲାଭ କରେ ରାତ୍ରେ ଦଶଗୁଣ 
ପୁଣ୍ୟ ଲାଭ ହୋଇଥାଏ ସନ୍ଦେହ ନ ମଣ । 
ଗୁଣ୍ଡିଚା ମନ୍ଦିର ମଧ୍ୟେ ଯଦି କେହି ଜନ 
ସାମାନ୍ୟ ସକ୍ାର୍ଯ୍ୟ କିଛି କରେ ଅନୁଷ୍ଠାନ । 
କୋଟି କୋଟି ଗ୍ରହଫଳ ଲାଭ ସେ କରଇ 
ଯେ ବ୍ୟକ୍ତି ତୁଳା ପୁରୁଷ ଦାନ ଦେଇଥାଇ । 
ˆ | ଅବା କେହୁ ମହାଦାନ ବିପ୍ରଙ୍କୁ ଦିଅଇ 
ଏହିପରି ଆଉ ଯେତେ ପୁଣ୍ୟ କରିଥାଇ । 
ଏ ସକଳ ପୂୁଣ୍ୟଫଳ ଲଭେ ସେହି ଜନ 
ମହାବେଦୀ ନିକଟରେ କିଛି କଲେ ଦାନ । 
ମହାବେଦୀକୁ ଶ୍ରୀକୃଷ୍ଣ କରନ୍ତେ ଗମନ 
ଅଳଚଦାନ ହୁଏ ତହିଁ ମେରୁ ଦାନ ସମ | 
ସେ ସ୍ଥାନରେ ଦ୍ବିଜଗଣ ବ୍ୟାସଙ୍କ ସମାନ 
ଏ ମହାଯୋଗ ଦୂର୍ଲୁଭ ` ଏଥୁରୁ ପ୍ରମାଣ 
ଅର୍ବଵୋଦୟ ଯୋଗ କହିଛନ୍ତି ଷଡ଼ାନନ 
ମହାବେଦୀ ଯୋଗ କାଳ ସଙ୍ଗେ ନୂହେଁ ସମ । 
ପିତୃ ପିତାମହ କ୍ରମେ ଶତେକ ପୁରଷ 
ସ୍ଵରରେ ବା ନରକରେ କରୁଥିଲେ ବାସ 
ନର ବା ପକ୍ଷୀ ଜାତିରେ ହୋଇଥୁଲେ ଜନ୍ମ 
ଏ ସ୍ଥାନେ ଶ୍ରାଦ୍ଧ କରିବ ବୋଲି ପୁତ୍ରଗଣ । 
ଏହି କଥା ପିତ୍ୃଗଣ ମନେ ଭାବାଥାନ୍ତି 
ମୁନିଗଣେ ଶୁଣ ତାହା କହୁଛି ସମ୍ପତି 
ପିତ୍ଧ ଦଇବତ ମଘା ନକ୍ଷତ୍ର ଦିନରେ 
ପିତୃଙ୍କ ଉଦ୍ଦେଶ୍ୟ ପୁତ୍ର ପୁଣ୍ଡ ଦାନ କଲେ 
ପିତୃଗଣଙ୍କର ହୁଏ ଅତିଶୟ ପ୍ରୀତି 
ପଞ୍ଚଦଶ ତିଥି ମଧ୍ୟେ ଯେ ପଞ୍ଚମୀ ତିଥୁ 
ପିଣ୍ଡଦାନ ବିଷୟରେ ଅଟଇ ପ୍ରଶସ୍ତ 
ମଘା ନକ୍ଷତ୍ରେ ପଞ୍ଚମୀ ଯଦି ହୁଏ ଯୁକ୍ତ 
ମଘା ପଞ୍ଚମୀରେ ଶ୍ରାଦ୍ଧ ଦାନ ଯେହୁ କରେ 
ପ୍ରଭୁଙ୍କ ନିକଟେ ତୀର୍ଥମୟ ଏ ସ୍ଥାନରେ 
ଶହେ ପୁରୁଷ ତାହାର ହୁଅନ୍ତି ଉଦ୍ଧାର 
ମୁନିଗଣ ଏ କଥାରେ ସନ୍ଦେହ ନ କର । 
ଯେ ଜନ ମଘାପଞ୍ଚମୀ ଯୋଗେ ଶ୍ରାଦ୍ଧ କରେ 
ନୀଳକଣ୍ଠ ଶ୍ରୀ ନୃସିଂହଦେବ ମଧ୍ୟସ୍ଥଳେ 
ନିଜର ଶତେ ପୁରୁଷ କରଇ ଉଦ୍ଧାର 
ବ୍ରହ୍ମଲୋକକୁ ଗମନ କରେ ସେହୁ ନର 
ଅଷ୍ଟମ ମୁହୂ ସୂର୍ଯ୍ୟ ରଶ୍ମି କ୍ଷୀଣ ହେଲେ 
ସେ କାଳକୁ ତପ ବୋଲି କହନ୍ତି ସକଳେ । 
ଏ କାଳରେ ଶ୍ରାଦ୍ଧାରମ୍ଭ ଅଟଇ ପ୍ରଶସ୍ତ 
ଯେ ମାନବ ଶ୍ରାଦ୍ଧ କରିବାକୁ ଅସମର୍ଥ 
.ସେହିମାନେ ଶୁଚିହୋଇ ପିତୃଙ୍କ ନିମିତ୍ତ 
ଚଣକ ଦାନ କରିବା ଅଟଇ ଉଚିତ 
ଅବା ବ୍ରାହ୍ମଣମାନଙ୍କ ଭୋଜନ ଯେ ଦେବ 
କିମ୍ବା ଯଥାବିଧ୍ବ ତିଳ ତର୍ପଣ କରିବ 
ଭୋଜ୍ୟ ବସ୍ତୁର ଯେ ମୁଲ୍ୟ କରିବ ପ୍ରଦାନ 
ତହିଁ ନ ମିଳିବେ ଯଦି ବିହୂତ ବ୍ରାହ୍ମଣ 
ଏକମାତ୍ର ବ୍ରାହଣକୁ ସେ ସମସ୍ତ ଦେବ 
ଯେତେ ଭୋଜ୍ୟବସ୍ତୁ ଆୟୋଜନ କରିଥବା 
ମଘା ପଞ୍ଚମୀ ଯୋଗରେ ବିପ୍ରମାନଙ୍କର 
ବିଦ୍ୟା ବିନୟାଦି ଗୁଣ ବିଚାର ନ କର 
ଏହି ସୁଦୁର୍ଲ୍ଭ ଯୋଗେ ସର୍ବଦ୍ଧିଜଗଣ 
ରଷିମାନଙ୍କର ସଙ୍ଗେ ହୁଅନ୍ତି ସମାନ 
ଆଷାଢ଼ ଶୁକ ପଞ୍ଚମୀ ମଘା ନକ୍ଷତ୍ରରେ 
ଭଗବାନ ଥିବେ ଶ୍ରୀଗୁଣ୍ଡିଚା ମଣ୍ଡରରେ । 
ଏହି ତିନି ପାଦତ୍ରୟ ମଘା ପଞ୍ଚମୀର 
ତିନି ପାଦ ସଙ୍ଗେ ଯୁକ୍ତ ଇନ୍ଦ୍ରଦ୍ୟୁମ୍ବ ସର । 
ପୂର୍ଣ ଚତୁଷ୍ଠାଦ ଯୋଗ ଏହାକୁ କହନ୍ତି 
ପିତୃଗଣ ପିଣ୍ଡଦାନେ ମୁକତି ଲଭନ୍ତି | 
ଏ ଯୋଗରେ ଶ୍ରାଦ୍ଧ କରି ପାରେ ଯେଉଁ ଜନ 
ଅନ୍ୟ ତୀର୍ଥ ଶ୍ରାଦ୍ଧେ ତାର ନାହିଁ ପ୍ରୟୋଜନ । 
ପ୍ରସଙ୍ଗ କ୍ରମେ ଶ୍ରବଣ କର ରଷିଗଣ 
ଅପର ଶ୍ରାଦ୍ଧ ବିଷୟ କରିବୁ ବର୍ଣନ | 
ଭାଦ୍ରମାସ ଅମାବାସ୍ୟା ଦିନ ଏ ତୀର୍ଥରେ 
ଅବା ଚାରିଯୁଗ ଆଦ୍ୟ ଦିନ ମାନଙ୍କରେ । 
ପିତୂଗଣଙ୍କ ନିମିତ୍ତ ଯେହୁ ଶ୍ରାଦ୍ଧ କରେ 
ସହସ୍ର ଗୟା ଶ୍ରାଦ୍ଧର ଫଳ ଲାଭ କରେ । 
ଏ ବିଷୟ ବିଚାରେ କି ଆଉ ପ୍ରୟୋଜନ 
ଯେ କାଳେ ମହାବେଦୀରେ ଥବେ ଭଗବାନ ! 
ସେ ସାତଦିନ ମଧ୍ୟରେ ତହିଁ ଦାନ ଦେଲେ 
ପାପ୍ର ନାଶ ହୁଏ ଜପ ହୋମ ଯେ କରିଲେ | 
ପୂର୍ବ ପୂର୍ବ ଦିନଠାରୁ ପର ପରଦିନ 
ଏ ତିନି କାର୍ଯ୍ୟ ନିମିତ୍ତ ପ୍ରଶସ୍ତ ଜାଣିମ । 
ଆଷାଢ଼ ଶୁକ୍ଲ ଦ୍ବିତୀୟା ପ୍ରାତଃକାଳ ସ୍କାନ 
କରେ ଇନ୍ଦ୍ରଦ୍ୟୁମ୍ନ ସରୋବରେ ଯେଉଁ ଜନ । 
ତାର ତୀରେ ପୁଣ୍ୟତମ ନୃସିଂହ କ୍ଷେତ୍ରରେ 
ପାପ ତାପ ଶାନ୍ତି ଅର୍ଥେ ସଂକଳପ କରେ । 
ସର୍ବ ବ୍ରତେ ଶ୍ରେଷ୍ଠ ବନ ଜାଗରଣ ନାମ 
ଏ ବ୍ରତ ପାଳନ କଲେ ତୋଷ ଭଗବାନ । 
ଏ ବ୍ରତ ନିୟମ ସାତଦିନ ହେବ ମୌନ 
ଇନ୍ଦ୍ରଦ୍ୟୁମ୍ନ ସରୋବଵରେ ତ୍ରିସନ୍ଧ୍ୟାରେ ସ୍କାନ 
କଳସେ ଭଗବାନଙ୍କୁ କରିବ ଅର୍ଚ୍ଚନ 
ପ୍ରଭୁଙ୍କ ସମ୍ମୁଖେ ଦୀପ ଜାଳି ସାତଦିନ । 
| ଅହର୍ନିଶ ଘୃତେ ଅବା ତିଳ ତୈଳ ଦେଇ 
ସେ ଦୀପକୁ ଅତିଯତ୍ତେ ରକ୍ଷାକରି ତହିଁ । 
ଏ ବ୍ରତକୁ କଲେ ଦିବସରେ ମୌନ ହେବ 
ଉଜାଗର ହୋଇ ରାତ୍ରି ଯାପନ କରିବ । 
ନିତ୍ୟ କୃତ୍ୟ ସାରି ବିଷ୍ଣୁ ମନ୍ତ୍ର ଜପ କରି 
ଏ ବ୍ରତରେ ସାତଦିନ ଉପବାସ କରି । 
ଅଷ୍ଟମ ଦିନ ପ୍ରଭାତ କାଳେ କରି ସ୍କାନ 
ଯଥାବିଧ୍ୂରେ କରିବ ବ୍ରତ ଉଦ୍‌ଯାପନ । 
ପୁନର୍ବାର ଇନ୍ଦ୍ରଦ୍ୟୁମ୍ନ ତୀଥୈ କରି ସ୍ଵାନ 
ଆନନ୍ଦରେ ସ୍ଵଗଧହକୁ କରିବ ଗମନ | 
ସର୍ବତୋ ଭଦ୍ର ମଣ୍ଡଳେ ଘଟ ସ୍ଥାପିକରି 
ନାନାବିଧ ଉପଚାରେ ପୂଜିବ ଶ୍ରୀହରି 
ଘଟ ପଶ୍ଚିମେ ମଣ୍ଡଳ କରିବ ନିର୍ମାଣ 
ଆଚାର୍ଯ୍ୟଙ୍କଦ୍ଵାରା ଅଗ୍ନି କରାଇ ସ୍ଥାପନ । 
ସମିଧାଜ୍ୟ ଗୁରୁଦ୍ଧାରା ହୋମ କରାଇବ 
ଶତେ ସଂଖ୍ୟା ସହସ୍ରେ ବା ଶକ୍ତି ଯେତେ ହେବ । 
ବିଷ୍ଣୁ ଗାୟତ୍ରୀ ମନ୍ତ୍ରରେ କରିବ ଯେ ହୋମ 
ଦକ୍ଷିଣା ଦେବ କାଞ୍ଚନ ବସନ ଗୌ ଦାନ । 
ଏ ରୂପ କରିଲେ ତୋଷ ହେବେ ଭଗବାନ 
ଶେଷେ କରାଇବ ବହୁ ବ୍ରାହ୍ମଣ ଭୋଜନ । 
ଏ ରୂପେ ବିଧାନେ କଲେ ବନଯାଗ ବ୍ରତ 
ମନ ଅଭିଳାଷ ସିଵଧି ହୁଅଇ ସମସ୍ତ 
ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଫଳ 
ଦୁର୍ଲଭ ନୁହେ ସେ ଜନ ଲଭଇ କେବଳ 
ମହାବେଦୀ ମହୋତ୍ସବେ ବ୍ରତ ଆଚରଣ 
ନାରୀ ହେଉ ପୁରୁଷ ବା କରିବେ ପାଳନ 
ରଥଯାତ୍ରାକାରୀ ରାଜା ଯେଉଁ ଫଳ ପାଏ 
ବ୍ରତାଚାରୀ ହେଲେ ସେହି ଫଳ ଲାଭ ହୁଏ । 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଚତୁଃତ୍ରିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ 
ଜୟକୃଷ୍ଣ ଜଗନ୍ନାଥ ଜୟ ବଳରାମ 
ସୁଭଦ୍ରା ଦେବୀଙ୍କ ପଦେ ପଶିଲି ଶରଣ 
ବ୍ରତ ଉପବାସ କରିବାକୁ ନାହିଁ ବଳ 
ନାମଧରି ପାରିହେବି ମାଗେ ହରିହର 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ମହବେଦୀ ମହୋସସବ ପ୍ରସଙ୍ଗ 
ବନଜାଗରଣ ବ୍ରତ ବର୍ଣ୍ଣନେ 
ଚତୁର୍ତ୍ତିଂଶୋଧ୍ୟାୟଃ | 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ