ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଏକପଞ୍ଚାଶତୋଧଧ୍ୟାୟଃ

ଏକପଞ୍ଚାଶତ ଅଧ୍ୟାୟ 

ଜୈମିନି କହନ୍ତି ବସ୍ତ ଆମ୍ବ ସାକ୍ଷାକ଼ାର 
ନ କଲେ ମଧ୍ୟ ମୁକ୍ତିରେ ହୁଏ ଅଧ୍ଵକାର । 
ପୁରୁଷୋତ୍ତମ କ୍ଷେତ୍ରରେ ମରଣ ବିଷୟ 
ତୁମ୍ଭ ଆଗରେ କରିଲୁ ବର୍ଣ୍ଣନ ନିଶ୍ଚୟ | 
ଏ କଥା ମନରେ ରଖ ସେ ପୁରୁଷୋତ୍ତମ: 
ଯେଉସ୍ଥାନେ ରକ୍ଷାକର୍ଭା ସ୍ଵୟଂ ଭଗବାନ । 
ଏ କଳିଯୁଗରେ କଲେ ନାମ ସଂକୀର୍ଉନ 
ଯେପରି ମୁକତି ଲାଭ କରନ୍ତି ସଜନ | 
ସେପରି କରନ୍ତି ମୁକ୍ତି ଲାଭ ସର୍ବ ଜୀବ 
ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ କଲେ ମୂତ୍ୟୁ ଲାଭ | 
ସାକ୍ଷାତରେ ଦେବ ବିଷ୍ଣୁ ସୂକ୍ତେ କହିଛନ୍ତି 
ସର୍ବଦା ନାମକୀର୍ରନ କରିଲେ ମୁକତି । 
ଅଥବା ଆମ ଦର୍ଶନ କଲେ ଯେଉଁଜନ 
ସାଯୁଜ୍ୟ ମୁକତି ଲାଭ କରେ ସେହିଜନ । 
ଶ୍ରତି ସ୍ୃତି ଏ ଉଭୟ ଭଗବାନଙ୍କର 
ବାକ୍ୟ ରୂପରେ ପ୍ରସିଦି ମନରେ ବିଚାର । 
ଆମ୍ଜ୍ଞାନର ଜନକ ଅଟଇ ଯେ ଶ୍ରତି 
ସତି ପୂରାଣାଦି ଶାସ୍ତ୍ର ଶୃତିରୁ ଉତ୍ପତ୍ତି 
ବେଦର ମତ ସ୍ଟୃତିରେ ବିରୋଧ ନୂହଇ 
ଏ କ୍ଷେତ୍ରେ ମରିଲେ ମୁକ୍ତି ଅବଶ୍ୟ ହୁଅଇ 
ଯହି କଲେ ଇନ୍ଦ୍ରଦ୍ୟୁମ୍ନ ଅଶ୍ଵମେଧ ଯାଗ 
ସେ କ୍ଷେତ୍ରରେ କରେ ଯଦି କେହି ପ୍ରାଣତ୍ୟାଗ । 
ଆଉ କେହି ବ୍ରହ୍ଲଜ୍ଞାନ କ୍ଲେଶରେ ସାଧଇ 
ଏ ଦୁଇ ସମାନ ରୂପେ ମୁକତି ଦିଅଇ 
ଉଭୟ ମତରେ ମୁକ୍ତ ସମାନ ରୂପରେ 
ସଂଶୟ ନ କର ଆଉ ହେ ବସ ମନରେ । 
ଯେଉଁ ପାପୀଗଣ ସେହି କ୍ଷେତ୍ରରେ ମରନ୍ତି 
ସେମାନେ କ୍ଷେତ୍ର ମାହାମ୍ୟ ବୂଝିତ ନ ଆନ୍ତି। 
କିନ୍ତୁ ବହୁ ଜନ୍ମ ସାଧ୍ୟ ଯେଉଁ ଆମୁଜ୍ଞାନ 
ତାହା ଲଭି ମୋକ୍ଷେ ଅଧ୍ବକାରୀ ସେହି ଜନ । 
ବ୍ରହ୍ମଜ୍ଞାନ ଲାଭ ଆଉ ସେ କ୍ଷେତ୍ରେ ମରଣ 
ଏ ଦୁଇ ଅଙ୍ଗାଙ୍ଗୀ ଭାବେ ଅଚନ୍ତି ପ୍ରଧାନ 
ଯେହେତୁ ଅଙ୍ଗର ବଳ ଅଧ୍ବକ ହୋଇଲେ 
ଅଙ୍ଗୀର ପ୍ରାଧାନ୍ୟ ବଢ଼େ ସେହି ଅନୁସାରେ । 
ବିଚାର କର ଦେହର ବଳ ପରିପୂର୍ଣ 
ଦୀର୍ଘାୟୁ ଲଭିଣ ଯୋଗ କରନ୍ତି ସାଧନ 
ବହୁ ଜନ୍ମରେ ଲଭନ୍ତି  ଅହଂବ୍ରହ୍ଧ' ଜ୍ଞାନ 
ଆଉ ଅଜ୍ଞାନ ଜନର ଏ କ୍ଷେତ୍ରେ ମରଣ 
ଏ ଦୂଇ ସମାନ ନୂହେ କସ୍ପିନ୍‌ କାଳରେ 
ଅଙ୍ଗାଙ୍ଗୀ ଭାବ ସମ୍ବନ୍ଧ ହେବ କି ପ୍ରକାରେ 
ଆମୁଜ୍ଞାନ ବିନା ହୁଏ କର୍ମର ସଞ୍ଚୟ 
ସେ କ୍ଷେତ୍ରେ ମରଣ ହେଲେ ଜ୍ଞାନର ଉଦୟ | 
ପୂର୍ବକାଳେ କାଶ୍ୟପାଦି ମହାରଷି ଗଣ 
ଏ ଜଗତେ ସୃଷ୍ଟି କାର୍ଯ୍ୟ କରିଲେ ସାଧନ ` 
ସେମାନେ ସୃଷ୍ଟି ବ୍ୟାପାର ସାଧନ ନିମିତ୍ତ 
ପୁରୁଷୋତ୍ତମ କ୍ଷେତ୍ରକୁ ରଖିଛନ୍ତି ଗୁପ୍ତ 
ଯେ କାଳେ ହୂଅନ୍ତି ଅବତୀର୍ଣ୍ଣ ନାରାୟଣ 
ଦୃଷ୍ଟଙ୍କୁ ସଂହାରି ଶିଷ୍ଟ କରନ୍ତି ପାଳନ 
ସେ କାଳେ ବିଶ୍ବାମ୍ପା ବିଭୁ ସ୍ଵୟଂ ଭଗବାନ 
ଦୀନାଉଁ ଜନଙ୍କ ପ୍ରତି ହୋଇଣ ପ୍ରସନ୍ନ । 
ଏହି କ୍ଷେତ୍ରର ମହିମା ଲୋକରେ ପ୍ରକାଶ 
କେତେକାଳ ପାଇଁ କରି ଦିଅନ୍ତି ଅବଶ୍ୟ 
ପୁନର୍ବାର ଏ ସୃଷ୍ଟିର କଲ୍ୟାଣ ନିମିତ୍ତ 
ଏ କ୍ଷେତ୍ର ମହିମା କରି ଦିଅନ୍ତି ଗୁପତ 
ସଂସାରରେ ସ୍ଵଭାବ ତ ଏହି ରୂପ ଜାଣ 
ଏ ଜଗତ ଏହି କେତେବେଳେ ଜଳେ ମଗ୍ନ | 
କେବେ ବା ପ୍ରକାଶ ହୁଏ ସଂସାର ସ୍ତୋତରେ 
ଭାସେ ପୁଣି କେବେ ରହିଥାଏ ଗୋପନରେ । 
ସୃଷ୍ଟି ମଧ୍ୟେ ଏହିରୂପେ ତୀର୍ଥକ୍ଷେତ୍ର ଆଦି 
ସପ୍ତ ସାଗର ପର୍ବତ ଗଙ୍ଗା ଆଦି ନଦୀ । 
କେବେ ଲୀନ ହୁଏ କେବେ ପ୍ରକାଶ ହୁଅଇ 
ଆଉ କେତେବେଳେ ପୁଣି ଉନ୍ନତି ଲଭଇ .| 
ଏହାର ଏକ ଦୃଷ୍ଟାନ୍ତ କହୁଅଛି ଶୁଣ 
ଏ ସାଗର ବ୍ରହ୍ମ ଶାପେ ଥିଲା ଜଳଶୁନ୍ୟ । 
ଦଶ ସହସ୍ର ବରଷ ହୁଅନ୍ତେ ସମ୍ପୂର୍ଣ 
ପୁନର୍ବାର ସ୍ଵର୍ଗ ଗଙ୍ଗା ଜଳେ ହେଲା ପୂର୍ଣ୍ଣ । 
କେବଳ ନାମ କୀର୍ଭନେ ପାପରୁ ମୁକତି 
ଏ କ୍ଷେତ୍ରେ ମରଣ ସର୍ବ ପାପ ପ୍ରାୟଶ୍ଚିତ । 
ବେଦ ବାକ୍ୟେ ଆମ୍ଜ୍ଞାନ ହୂଅଇ ପ୍ରକାଶ 
କିନ୍ତୁ ଶ୍ରମଣ ମନନ କରିଲେ ଅବଶ୍ଯ । 
ଯୁକ୍ତିରେ ନିଦିଧ୍ୟାସନ ହେଲେ ଦୃଢ଼ତର 
'ଅହଂବ୍ରହ୍ମ ଜ୍ଞାନ ଜନ୍ମେ କୌଣସି ପ୍ରକାର । 
ପ୍ରକୃତରେ ଏହା ନାମ ଅଟଇ ଯେ ମୁକ୍ତି 
କେଉଁ ଭାଗ୍ୟବାନ ଜନ ଏ ମୁକ୍ତି ପାଆନ୍ତି । 
ପ୍ରଭୁଙ୍କ ଦେହ ସଦୃଶ ଏକ୍ଷେତ୍ର ମଧ୍ୟରେ 
ମରଣ ଜ୍ଞାନରେ ହେଉ ଅବା ଅଜ୍ଞାନରେ । 
ଚତୁଃସୀମାର ମଧ୍ୟରେ ବା ଅନ୍ୟ ସ୍ଥାନରେ 
ମୁକ୍ତିଲାଭ ହୋଇଥାଏ ପୁରୁଷୋତ୍ତମରେ । 
ମୁକ୍ତି ମିଳେ ମୃତ୍ୟୁ ହେଲେ ଏ କ୍ଷେତ୍ର ମଧ୍ୟରେ 
ଦୁର୍ବୃଦ୍ଧି ପଣେ ଆଶଙ୍କା ନ କର ମନରେ । 
ଆଶଙ୍କା କରିଲେ ମତେ ଅପରାଧ ହେବ 
ତାହା ସହି ନ ପାରିବେ କେବେ ଦେବ ଦେବ । 
ହେ ଦ୍ଵିଜ ଭଗବାନଙ୍କ ଉଚ୍ଚିଷ୍ଟ ଯେ ଅନ୍ଧ 
ଅବମାନନା କରନ୍ତେ ବିଦ୍ଵାନ ବ୍ରାହୁଣ । 
ପ୍ରାଣ ନାଶକର ମହାରୋଗ ହେଲା ଜାତ 
ପୂର୍ବେ କହିଛୁ ତୁମ୍ଭଙ୍କୁ ସେ ସର୍ବ ବୃତ୍ତାନ୍ତ । 
ଏବେ କହିଛୁ ଦୁର୍ଲଭ ମାହାମ୍ୟ ଯେ ଶୁଣ 
ମାଘ ମାସରେ ପବିତ୍ର ଜଳେ କଲେ ସ୍ଵାନ । 
ଯେକୌଣସି ସ୍ଥାନରେ ତ ହୁଏ ସ୍ଵର୍ଗ ପ୍ରାପ୍ତି 
ନଦୀମାନଙ୍କ ମଧ୍ଯରେ ନର୍ମ୍ଦାର ଖ୍ୟାତି । 
ମାଘ ମାସରେ ତ୍ରିଦିନ ତହିଁ କଲେ ସ୍ଵାନ 
ଇଦ୍ଦ୍ରଭୁବନ୍େ ଗମନ କରେ ସେହି ଜନ । 
ନମଦା ଅପେକ୍ଷା ଗୋଦାବରୀ ଶତେଗୁଣ 
ଗୋଦବାରୀ ଠାରୁ ରେବା ଆଉ ଶତେଗୁଣ । 
ରେବାରୁ ସମୁଦ୍ରେ ସ୍କାନ ସହସ୍ତେକ ଗୁଣ 
ପୁଣ୍ୟ ଫଳ ଲାଭ ହୁଏ ଏକଥା ପ୍ରମାଣ 
ଭୂତଳେ ଯେତେ ତୀର୍ଥ ବାୟୁ କହିଛନ୍ତି 
ବ୍ରହ୍ମା କହଇ ସେ ସର୍ବ ପ୍ରୟାଗେ ଅଛନ୍ତି 
ଯେ ସମୟେ ଦିବାକର ମକର ରାଶିରେ 
ମାଘ ମାସ କୃଷ୍ଣ ଶୁକ୍ଳ ଉଭୟ ପକ୍ଷରେ । 
ଯେ ବ୍ୟକ୍ତି ପ୍ରୟାଗେ ତିନିଦିନ କରେ ସ୍ଵାନ 
ଚୌଦ ଇନ୍ଦ୍ର ଯାଏ ବସେ ବ୍ରହ୍ମାଙ୍କ ସଦନ 
ଏହି ମାଘ ମାସ ଶୁକ୍ଳ ଏକାଦଶୀ ଦିନ 
ସମୁଦ୍ରେ ସଂଯତ ମନେ ଯେ କରଇ ସ୍ାନ । 
ଦେବତା ପିତୃ ଗଣଙ୍କୁ କରେ ତରପଣ 
ବାଲୁକା ମଣ୍ଡଳେ କରେ ପ୍ରଭୁଙ୍କୁ ଅର୍ଜନ । |
ଭଗବାନଙ୍କ ସନ୍ତୋଷ ବିଧାନ ନିମିତ୍ତ 
ବିପ୍ରଙ୍କୁ ଦିଅଇ ଦାନ ତିଳ ପୂର୍ଣ୍ଣ ପାତ୍ର 
ପବିତ୍ର ହୁଅଇ ସେହି ମାନବ ଶରୀର 
ବୟାଳିଶ ପୁରୁଷକୁ ସେ କରେ ଉଦ୍ଧାର । 
ଅତୀତରେ ଏକବିଂଶ ପୁରୁଷ ପିତ୍ୃଙ୍କୁ 
ଭବିଷ୍ୟ କୂଳର ଏକବିଂଶ ପୁରୁଷକୁ | 
ଏହାପରେ ମୌନ ହୋଇ କରିବ ଗମନ 
ଆନନ୍ଦ ମନରେ ବଟବୁକ୍ଷ ପ୍ରଦକ୍ଷିଣ 
ମନ୍ଦିର ମଧ୍ୟରେ ଯାଇ କରିବ ଦର୍ଶନ 
ଆହେ ଦୀନବନ୍ଧୁ ମୋତେ କର ପରିତ୍ରାଣ 
ହେ ପ୍ରଭୁ ଆପଣ ଏକା ଦୟାର ସାଗର 
ଆପଣଙ୍କ କରୁଣାର ନାହିଁ ପଟାନ୍ତର । 
ଏ ଭବ ସାଗର ମଧେ ମୁଁ ତ ଭାସୁଅଛି 
ଆପଣଙ୍କ ଚରଣରେ ଶରଣ ପଶୁଛି 
କୃପାକରି ନାଥ ମୋତେ ପରିତ୍ରାଣ କର 
ଆପଣଙ୍କ ଚରଣରେ କୋଟି ନମସ୍କାର । 
ପ୍ରଣିପାତ ପ୍ରଦକ୍ଷିଣ କରି ଏ ରୂପରେ 
କୁନ୍ଦ ପୁଷ୍ପ ମାଳା ଆଦି ନାନା ଉପଚାରେ । 
ଯେ ଜନ ଜଗନ୍ନାଥଙ୍କୁ ଅର୍ଚନା କରଇ 
କଳେ କାଳ ପରିଯନ୍ତେ ବୈକୁଣ୍ଡେ ବସଇ । | ଏ 
କଳ୍ପଶେଷେୈ ବ୍ରହ୍ମାଙ୍କର ଆୟୁ କ୍ଷୟ ହେଲେ 
ବ୍ରହ୍ମରେ ଲୀନ ହୁଅଇ ବ୍ରହ୍ମାଙ୍କ ସଙ୍ଗରେ 
ମାଘ ପୂର୍ଣ୍ଣିମା ଦିନରେ ପ୍ରଭୁଙ୍କୁ ପୂଜିବ 
କୁନ୍ଦ ପୂଷ୍ଠ ଆଦି ନାନା ଉପଚାର )। ଦେବ 
ସ୍ଵଚ୍ମନେ ଭଗବାନଙ୍କର ସମକ୍ଷରେ 
ବ୍ରାହ୍ମଣଙ୍କୁ ବିଷ୍ଣୁ ଜ୍ଞାନ କରିବ ମନରେ 
ଚନ୍ଦନ ବସ୍ତ୍ାଳଙ୍କାର କରିଣ ଅ୍ଟନ 
ବ୍ରାହ୍ମଣମାନଙ୍କୁ ନାନାଦ୍ରବ୍ୟ ଦେବ ବାନ । 
ତା ପ୍ରତି ସନ୍ତୋଷ ହୋନ୍ତି ପ୍ରଭୁ ଭଗବାନ 
ଯେହେତୁ ଏ କଳିଯୁଗେ ଶ୍ରେଷ୍ଠ ଏକା ଦାନ | 
ଯଦି କୌଣସି ବିଦ୍ଵାନ ନିଃସ୍ ହୋଇଥବ 
ସ୍ତବ ପାଠ ଜପ ନାମ କୀରଉଁନ କରିବ । 
ପ୍ରଭୁଙ୍କୁ ଯେ ବାରମ୍ବାର କରିବ ପ୍ରଣାମ 
ଆଉ ମଧ୍ୟ ଯଦି କେହି ଦେବ ଧନଦାନ । 
ପ୍ରଭୁଙ୍କ ସନ୍ତୋଷ ଅର୍ଥେ ବିଶୁଦ୍ଧ ମନରେ 
ବ୍ରାହ୍ମଣମାନଙ୍କୁ ଦାନ ଦେବ ସ୍ଵହସ୍ତରେ । 
ଅଳଂକୃତ ଧେନୁ ସ୍ବର୍ଣ ତିଳ ପୂର୍ଣ ପାତ୍ର 
ପ୍ରଦୀପ ବସନ ମାଳା ଭୋଜ୍ୟ ଜଳପାତ୍ର । 
କର୍ପୁର ଅଗୁରୁ ଆଦି କସ୍ତୁରୀ ଚନ୍ଦନ 
ବିଷ୍ଣଙ୍ଗର ପ୍ରିୟତମ ଅନ୍ୟ ଦ୍ରବ୍ଯମାନ | 
କିମ୍ବା ନିଜ ମନ ତୃପ୍ତି ହୁଏ ଯେ ଦ୍ରବ୍ୟରେ 
ତାହା ବ୍ରାହ୍ମଣଙ୍କ ଦେବ ଅତି ଆଗ୍ରହରେ । 
ପ୍ରୟାଗ କୂରୁକ୍ଷେତ୍ରରେ ଗ୍ରହଣ କାଳରେ 
କୋଟିଏ ଗେଦାନ କଲେ ପୁଣ୍ୟ ଯେତେ ମିଳେ । 
ଅଳଂକୃତା ସୁଲକ୍ଷଣା ଏକ ଗୋଦାନରେ 
ସେହି ଫଳ ମିଳେ ମାଘ ପୂର୍ଣ୍ଣିମା ଦିନରେ । 
ହେ ବସ ! ବଟସାଗର ମଧ୍ୟେ ଏ କ୍ଷେତ୍ରରେ . 
ଯେଉଁ ଜନ ଏକ ଧେନୁ ଦାନ କରିପାରେ । 
ଆଉ ମଧ୍ୟ ମାଘମାସ ପୂର୍ଣ୍ଣିମା ଦିନରେ 
ଅନ୍ୟ କିଛି ବସ୍ତ ଦାନ କିରେ ଏ କ୍ଷେତ୍ରରେ | 
ପୁର୍ବୋକ୍ତ ଫଳକୁ ଲାଭ କରିଣ ନିଶ୍ଚୟ 
ଉଦ୍ଦାଳକ ଏ କଥାରେ ନ କର ସଂଶୟ । 
ଯେକେହି ବ୍ରାହ୍ମଣ ଏହି କ୍ଷେତ୍ରର ମଧ୍ୟରେ 
ବ୍ୟାସଦେବଙ୍କ ସମାନ ବିଚାରେ ମନରେ । 
ଯେ ଯୋଗେ ଦୁର୍ଚ୍ଲଭ ମାଘ ପୂର୍ଣିମା ଦିନରେ 
ତା କହୁଛି ଶୁଣ ବସ ! ଆନନ୍ଦି ମନରେ । 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଏକ ପୀଞ୍ଚଛାନ୍ଦ ଶେଷ ଉତ୍କଳ ଭାଷାରେ । 
ଜୟ ପ୍ରଭୁ ଜଗନ୍ନାଥ ଜୟ ବଳରାମ 
ଜୟ ମା ସୁଭଦ୍ରା ଦେବୀ ତୋପାଦେ ଶରଣ ! 
ଧନ ନାହିଁ ମନୁ ନାହିଁ କି କରିବି ଧ୍ୟାନ 
ଶିକ୍ଷା କରିନାହି ସ୍ତୋତ୍ର ପାଠ ଜପ ମାନ । 
ଥରେ ମାତ୍ର ଭକତ଼ିରେ ନ କଲି ପ୍ରଣାମ 
ଜିହ୍ଵା କରେ ନାହିଁ କେବେ ନାମ ସଂକୀର୍ଜନା 
କି ପ୍ରକାରେ ଛାଡ଼ିବ ଏ ନିଟୂଢ଼ ବନ୍ଧନ 
ଦୀନ ହରିହର ତୋର ପାଦରେ ଶରଣ । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାମ୍ୟ ବଣ୍ଡନେ 
ନାମ ଏକପଞ୍ଚାଶତୋଧଧ୍ୟାୟଃ । 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

 

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ