ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚଦଶୋଦଧ୍ୟାୟଃ

 ପଞ୍ଚଦଶ ଅଧ୍ୟାୟ 

ଜୈମିନି ମୁନି କହନ୍ତି ଶୁଣ ଦ୍ଵିଜଗଣ 
ନାରଦ ମହର୍ଷି ସଙ୍ଗେ ରାଜା ଇନ୍ଦ୍ରଦ୍ୟୁମ୍ନ 
ନୀଳକଣ୍ଡେଶ୍ବର ଶିବ ସମୀପକୁ ଗଲେ 
ଶିବ ଦୁର୍ଗାଙ୍କର ପୂଜା ପ୍ରଣାମାଦି କଲେ 
ରଥ ପରିତ୍ୟାଗ କରି ପାଦରେ ଗମନ 
ସଙ୍ଗରେ ଅଛନ୍ତି ସର୍ବ ଅନୁଚରଗଣ 
ନୀଳ ସୁନ୍ଦର ପର୍ବତେ ଆରୋହଣ କଲେ 
ସଂଯତ ଇନ୍ଦରିୟ ହୋଇ ପ୍ରୟୋଗ କରିଲେ 
ସେ ଗିରି ବିବିଧ ଦୁମ ଲତାରେ ଆଛନ୍ତ 
ବହୁପ୍ରକାରେ ବିହଙ୍ଗଗଣ ପରିପୂର୍ଣ 
ଖଣ୍ଡ ଖଣ୍ଡ ପ୍ରସ୍ତରରେ ରୁଦ୍ଧ ଗତିପଥ 
ଚାରିଦିଗର ପରିଧୁ ଅତି ସୁଶୋଭିତ 
ମଧୁର ଗୁଞ୍ଜନକାରୀ ଭ୍ରମର ନିକର 
ପଡ଼ିଛି ବିକ୍ଷିପ୍ତ ହୋଇ ସେ ସ୍ଥାନେ ନିକର 
ଦକ୍ଷିଣ ସମୁଦ୍ର ତରଙ୍ଗରେ ବାରମ୍ବାର 
ନିତମ୍ବ ଦେଶ ପ୍ଲାବିତ ହୁଏ ପର୍ବତର 
ଏ ନୀଳ ସୁନ୍ଦର ଗିରି ସ୍ଵରୂପ ବର୍ଣନ 
କରିବାକୁ ମନୂଷ୍ୟ ତ ନୌହିବେ ଭାଜନ 
ଭୟାନକ ସର୍ଘ ଇତଃସ୍ତତ ବିଚରଣ 
କରନ୍ତି ମାତଙ୍ଗ ଗଣ ଭୀଷଣ ଗର୍ଡନ 
ପର୍ବତର ମଧ୍ୟସ୍ଥଳ ଅତି ଭୟଙ୍କର 
ହିଂସ୍ରଜନ୍ତୁ ଗଣ ତହିଁ କରନ୍ତି ବିହାର 
କେହି ଶିକାରୀ ଶିକାର ତହିଁ ନ କରନ୍ତି 
ବିବିଧ ପ୍ରକାର ବନ୍ୟଜନ୍ତୁ ରହିଛନ୍ତି 
ମହାରାଜା ଅନୁଚର ଗଣଙ୍କ ସହିତ 
ପର୍ବତରେ ଉଠିବାକୁ ନ ପାଇଲେ ପଥ 
ନାରଦ ଯେ ଦିବ୍ୟଗତି ତହିଁ ପ୍ରକାଶିଲେ 
ନୃପତି ସହିତ ଅନୁଚର ଯେତେ ଥଲେ 
ସକଳେ ପର୍ବତ ଶିଖେ ଆରୋହଣ କଲେ 
ତହିଁ କୃଷ୍ଣାଗୁରୁ ଦୁମ ଦରଶନ କଲେ 
ସେ ବୃକ୍ଷ ତଳରେ ପ୍ରଭୁ ବିପଦ ଭଞ୍ଜନ 
ନରସିଂହ ରୂପେ କରିଛନ୍ତି ଅବସ୍ଥାନ 
ଯାହାଙ୍କର ଦରଶନ କଲେ ଜନଗଣ 
କୋଟି ବ୍ରହ୍ନହତ୍ୟା ଦୋଷ ହୁଅଇ ଖଣ୍ଡନ 
ସେହି ଦେବ ନରସିଂହ ରୂପୀ ଭଗବାନ 
ସ୍ଵଂମୁଖ ମେଲାଇ ବସିଛନ୍ତି ସେହିସ୍ଥାନ 
ଦନ୍ତ ଭୟଙ୍କର ଜଟା ପିଙ୍ଗଳ ବରନ 
ନେତ୍ର ତ୍ରୟ ଦେଖାଯାଏ ଯେହ୍ନେ ହୃତାସନ 
ଉରୁଦ୍ଧୟ ଉପରେ ଯେ ରହିଅଛି ସ୍ପିରେ 
ହିରଣ୍ୟକଶିପୁ ଦୈତ୍ୟ ଉତ୍ତାନ ଭାବରେ 
ଦୈତ୍ୟ ବକ୍ଷସ୍ଥଳ ନଖେ କରି ବିଦାରଣ 
ଦେବ ପ୍ରଭା ଦିଶୁଅଛି ଅତି ରକ୍ତବର୍ଣ୍ଣ 
ମୁଖେ ଅଙ୍ଟହାସ ଜିହ୍ବା ହୁଏ ଲହ ଲହ 
ଶଙ୍ଖ ଚକ୍ରାୟୁଧେ ଶୋଭା ପାଏ ବାହୁଦ୍ୟ 
ଉନ୍ନଳ ମୁକୁଟ ଆଉ କିରୀଟ ଶିରରେ 
ବିରାଜଇ ଅତିଶୟ ଉନ୍ମଳ ଦେହରେ 
ମୁଖ ମଣ୍ଡଳରୁ ବହ୍ନି ଶିଖା ବାହାରୁଛି 
ପାଦ ଆଘାତେ ବସୁଧା ବିଦୀର୍ଣ୍ଣ ହେଉଛି 
ଅନୁଚରଗଣ ସହ ରାଜା ଇନ୍ଦ୍ରଦ୍ୟୁମ୍ନ 
ରଷିଙ୍କ ସଙ୍ଗେ ନୃସିଂହ କଲେ ଦରଶନ 
ପ୍ରଣାମ କରି ମନରୁ କଷ୍ଟ ଦୂର କଲେ 
ରଷି ଯାହା କହିଥୂଲେ ବିଶ୍ଵାସ ତା କଲେ 
ଭବିଷ୍ୟତ କାର୍ଯ୍ୟ ସିଵ୍ି ଭାବିଲେ ମନରେ 
ନାରଦ ମହାରଷିଙ୍କୁ ବଚନ ଭାଷିଲେ 
ହେ ମହର୍ଷି ଆପଣ ତ ଜ୍ଞାନର ସାଗର 
ଦୟାକରି ମୋ ଜୀବନ କୃତାର୍ଥ କରିଲ 
ଦୁରାରାଧ୍ୟ ଏ ନୃସିଂହ ଦେବତା ଅଟନ୍ତି 
କିଏ ଦର୍ଶନ କରିବ ଭୟାନକ ଅତି 
ଭବାଦୃଶ ଜନେ ସୁଖେ ସେବା କରିଥାନ୍ତି 
ସାଦୃଶ ଜନ ପକ୍ଷରେ ଦୁର୍ଲଭ ଅଚନ୍ତି 
କୃତାର୍ଥ ହେଲି ନୃସିଂହ କରି ଦରଶନ 
ମୋ ପୂର୍ବ ପାତକ ରାଖି ହୋଇଲା ଦହନ 
ହେ ମୁନି ତୁମ୍ଭ ସନ୍ମିଧବ ହେତୁ ଆଜଦିନ 
ଆମ୍ଭେ ନିର୍ଭୟରେ କରୁଅଛୁ ଅବସ୍ଥାନ 
ତ୍ରୈଲୋକ୍ୟାଧୂପତି ଦୈତ୍ଯରାଜ ବକ୍ଷସ୍ଥାନ 
ଉଗ୍ରମୂ୍ି ନରସିଂହ କଲେ ବିଦାରଣ 
ସେ ଦେବଙ୍କୁ ଆରାଧନା କରିବା ନିମିତ୍ତ 
କ୍ଷୀଣ ବୀର୍ଯ୍ୟ ମନୁଷ୍ୟର ନାହିଁ ସାମରଥ 
ମୁନିବର ଏ ସ୍ଥାନରେ କାହିଁ ଅବସ୍ିତ 
ଥିଲେ ନୀଳକାନ୍ତ ମଣିମୟ ଜଗନ୍ନାଥ | 
ମୁକ୍ତିଲାଭ ହୋଇଥାଇ କଲେ ଦରଶନ 
ଆମ୍ଭମାନଙ୍କୁ ଦେଖାଅ ନେଲ ହେହି ସ୍ଥାନ । 
ଜୈମିନି ମୁନି କହନ୍ତି ନାରଦ ତକ୍ଷଣ 
ଇନ୍ଦ୍ରଦ୍ୟୁମ୍ନଙ୍କର ବାକ୍ୟ କରିଲେ ଶ୍ରବଣ । 
ଯେ ସ୍ଥାନେ ମାଧବ ସ୍ଵର୍ଣ ବାଲୁକା ଆଛନ୍ତ 
ହୋଇଥିଲେ କରାଇଲେ ସେ ସ୍ଥାନ ଦର୍ଶନ । 
ନାରଦ କହନ୍ତି ଭୂପ ? ଶୁଣ ମୋ ବଚନ 
ଏକ ଯୋଜନ ବିସ୍ତୃତ ଉଚ୍ଚ ଦ୍ଵିଯୋଜନ । 
ଏ ଯେଉଁ ବଟବୃକ୍ଷଟି ଦେଖା ଯାଉଅଛି 
ମୁଲ୍ତିଦାୟକ କଳ୍ପାନ୍ତ କାଳ ରହିଅଛି | 
ଏହାର ଛାୟାକୁ ସ୍ପର୍ଶ କରେ ଯେଉଁଜନ 
ପାପ କଣ୍ଟକ ତା ଦେହେ ହୋଇଯାଏ ଲୀନ। 
ଏ ନିର୍ମଳ ବଟବୃକ୍ଷ ରୂପୀ ନାରାୟଣ 
ଦର୍ଶନ କଲେ ନିଷ୍ପାପ ହୋନ୍ତି ଜନଗଣ । 
ଏ ବୁକ୍ଷର ପୂଜା ଆଉ ସ୍ତବ ପାଠ କଲେ 
କେତେ ପୂଜା ଲାଭ ହୁଏ କିଏ କହିପାରେ । 
ଏ ବୃକ୍ଷର ମୂଳଦେଶ ପଶ୍ଚିମ ଭାଗରେ 
ଶ୍ରୀ ନୃସିଂହ ଦେବଙ୍କର ଉତ୍ତର ଦିଗରେ । 
ସେ ପ୍ରଭୁ ମାଧବ ଦେହ ଚତୁଷ୍ଟୟ ଧରି 
ଅବସ୍ଥାନ କରିଥିଲେ ଆହେ ଦଣ୍ଡଧାରୀ । 
ତୁମ୍ଭଙ୍କୁ ଅନୁଗ୍ରହ କରିବା ନିମିତ 
ପୁନର୍ବାର ଏ ସ୍ଥାନରେ ହେବେ ଆବିର୍ଦୂତ । 
ଭୋଗଭୂମି ଶ୍ଵେତଦ୍ଵୀପେ ବିଷ୍ଣୁଙ୍କ ଆଳୟି 
ଯେଉଁପରି ରହିଅଛି ଆହେ ମହାଶୟ | 
ସେହିପରି କର୍ମଭୂମି ଏ ଜମ୍ବୁ ଦ୍ବୀପରେ 
ବିଷ୍ଣୁଙ୍କ ନିଜ ଆଳିୟ ଅଛି ଏ ସ୍ଥାନରେ । 
ଏ ସ୍ଥାନଟି ଅତି ଗୋପନୀୟ ବିଷୁଙ୍କର 
ଆଜିଯାଏ ହୋଇନାହିଁ ଲୋକରେ ପ୍ରଚାର । 
ଆହେ ରାଜା ମୋକ୍ଷଭାଗୀ ଅଟନ୍ତି ଯେ ଜନ 
ସେହିମାନେ ଜାଣିଛନ୍ତି କେବଳ ଏ ସ୍ଥାନ । 
ଏହିସ୍ଥାନେ ପାପ କାର୍ଯ୍ୟେ ରତ ଜନଗଣ 
ବିଶ୍ଵାସ ସ୍ଥାପନ ନ କରନ୍ତି କଦାଚନ | 
ଏହିକ୍ଷେତ୍ରେ ଆଉ ଯେତେ ମୁଭି ପ୍ରତିଷ୍ଠିତ 
ଅଛନ୍ତି ସେମାନେ ମୁକ୍ତି ଦାନରେ ସମର୍ଥ । 
ବ୍ରହ୍ମା କରିଥୁଲେ ଯେଉଁ ମୂ ପ୍ରତିଷ୍ଠିତ 
ସେ ମୁଭି ମହିମା କିଏ କହିପାରିବ ତ | 
ସେହି ପ୍ରଭୁଙ୍କର ଆବିର୍ଭାବ ତିରୋଭାବ 
କୌଣସି କାରଣ ଯୋଗେ ହୁଅଇ ସମ୍ଭବ । 
ସେ ପ୍ରଭୁ ହୁଅନ୍ତି ପ୍ରତିଯୁଗେ ଆବିର୍ଭୂତ 
ସାଧୁଜନେ ଅନୁଗ୍ରହ କରବା ନିମିଭ୍ 
ମସ୍ୟ କୂର୍ମ ଆଦି ନାନାବିଧ ଅବତାରେ 
ସେ ପ୍ରଭୁ ଜନ୍ମନ୍ତି ରହି ଅବନୀ ମଣ୍ଡଳେ 
ଯେତେବେଳେ ସେ କାରଣ ହୁଅଇ ବିଲୟ 
ଅନ୍ତର ହୋଇ ଚଳନ୍ତି ସ୍ଵକୀୟ ଆଳୟ 
ସେହି କରୁଣା ସାଗର ପରମ ଇଶ୍ଵର 
ବିନା କାରଣେ ଏ କ୍ଷେତ୍ରେ କରନ୍ତି ବିହାର । 
ଶ୍ଵେତଦ୍ଵୀପେ ରହି ସେହି ପ୍ରଭୁ ଭଗବାନ 
ଅବତୀର୍ଣ୍ଣ ହୁଅନ୍ତି ଯେପରି ଅନ୍ୟସ୍ଥାନ 
ସେହିପରି ଏହିକ୍ଷେତ୍ରେ ରହି ଭଗବାନ 
ପୁଷ୍ଠରାଦି ତୀର୍ଥେ ହୋଇଛନ୍ତି ଅବତୀର୍ଣ୍ଣ 
ବୁକ୍ଷ ମୁଳ ଚେର ଯେଉଁପରି ବିକଶିତ 
ସେହିପରି ପ୍ରଭ ଅନ୍ୟସ୍ଥାନେ ପ୍ରକାଶିତ 
ଭିନ୍ନ ଭିନ୍ନ ତୀଥିଦେଶ ଆୟତନ କ୍ଷେତ୍ର 
ସେହି ପ୍ରଭୁଙ୍କର ଅବତାର ଅଂଶମାତ୍ର 
ଏହି ବିଷୟେ ସଂଶୟ ନ କର ନରେଶ 
ଏହି କ୍ଷେତ୍ର ଧାମ ଭଗବାନଙ୍କ ସଦୃଶ 
ସ୍ଵକୀୟ ଦେହ ସ୍ଵରୂପ ଏହି କ୍ଷେତ୍ର ଧାମ 
ତ୍ୟାଗ ନ କରନ୍ତି କେଉଁକାଳେ ପଞ୍ଚାନନ 
କେବଳ ଯେ ଏହିକଥା କହୁନାହିଁ ମୁହିଁ 
ବିସ୍ତୃତ ଭାବେ ଶୁଣିବ ଆହେ ନରସାଇଁ 
କ୍ଷେତ୍ରକୁ ଦେଖାଇ ଏହା ନାରଦ କହିଲେ 
ତହୁଁ ସାଷ୍ଟାଙ୍ଗ ପ୍ରଣାମ ଇନ୍ଦ୍ରଦ୍ୟୁମ୍ନ କଲେ 
ଦେବ ଜଗନ୍ନାଥ ଏହିସ୍ଥାନେ ଅବସ୍ଥିତ 
ଏହା ମନେ କରି ସ୍ତୁତି କଲେ ନରନାଥ 
ଦେବ ଦେବ ଜଗନ୍ନାଥ ବିପନ୍ନ ଜନର 
ବିପତ୍ତି ନାଶନକାରୀ ପ୍ରଭୁ ଦାମୋଦର 
ପୁଣ୍ଡରୀକାକ୍ଷ ମୁଁ ଭବ ସାଗରେ ନିମଗ୍ନ 
.ବେଗେ ମୋତେ ରକ୍ଷାକର କମଳଲୋଚନ । 
ତୁମ୍ଭେ ଏକା ଦୁଃଖ ରାଶି ବିନାଶ ତ କର 
ତେଣୁ ପରା ତୁମ୍ଭ ନାମ ପରମ ଇଶ୍ଵର 
କ୍ଷୁଦ୍ରଜନ ସ୍ଵଜ୍ ମୁଖ ମନେ ଚିନ୍ତା କରେ 
ଆନନ୍ଦ ମନରେ କ୍ଷୁଦ୍ର ଉପାସନା କରେ । 
ଆପଣଙ୍କ ନାମ ମାତ୍ର କରିଲେ କୀରଉଁନ 
ତ୍ରିତାପ ବିନାଶ ହୋଇଥାଏ ତତକ୍ଷଣ | 
ଯେତେ ଥାଏ ମହାପାପ ବିନଷ୍ଟ ହୁଅଇ 
ଯେ ଜନ ଭକ୍ତିରେ ନାମ କୀର୍ଉନ କରଇ । 
ସାକ୍ଷାତରେ ମୁକ୍ତିଲାଭ କରେ ସେହି ଜନ 
ଏହି କଥାରେ ତ ନାହିଁ ସନ୍ଦେହ କାରଣ । 
ଆହେ ପ୍ରଭୁ ଆପଣ ତ କର୍ମର ଅଧୀନ 
ଏହିକଥା 'ମୂଢ଼ଗଣ କରନ୍ତି ବର୍ଣ୍ଣନ | 
କର୍ମ ଆପଣଙ୍କଦ୍ବାରା ହୁଅଇ ପ୍ରେରିତ 
ଏହା ବୁଝିବାକୁ ମୁଢ଼ଜନ ଅସମ 4 
ପୂର୍ବକାଳେ ବିପ୍ର ଅଜାମିଳ ନାମେ ଥୁଲା 
ବର୍ଣଚାଶ୍ରମ ଯୋଗ୍ୟ କ୍ରିୟା ପରିତ୍ୟାଗ କଲା । 
ଅନୁଦିନ କରେ ସେହି ପାପ ଆଚରଣ 
ପାପେ ବୁଡ଼ି ଆପଣଙ୍କୁ କରିଲା ସ୍ବରଣ । 
ଅନ୍ତଃକାଳେ ଯମହସ୍ତେ ହୋଇ ବିମୋହିତ 
ମୁକ୍ତିଲାଭ କଲା ସେହି ଏକଥା ତ ସତ୍ୟ । 
ତୁମ୍ଭଙ୍କୁ ଦର୍ଶନ ମାତ୍ରେ ଜୀବମାନଙ୍କର 
ସକଳ କାମନା ସିବି ହୁଏ ଦେବେଶ୍ଵର । 
ଯେଉଁଜନ ଆପଣଙ୍କୁ କରେ ଦରଶନ 
ହୃଦୟ ସଂଶୟ ତାର ହୁଅଇ ବିଛିନ୍ନ 
ଦର୍ଶନରେ ପାପ ପୁଣ୍ୟ ହୋଇଯାଏ କ୍ଷୟ 
ଜୀବର ସନ୍ଦେହ ଗ୍ରନ୍ଧି ଫିଟଇ ନିଶ୍ଚୟ । 
ଆହେ ପ୍ରଭୁ ରକ୍ଷାକ୍ଭା ଅଟନ୍ତି ଆପଣ 
ଏ ଦୀନଜନକୁ ବେଗେ କର ପରିତ୍ରାଣ । 
ହେ ଦେବ ମାତୃ ଜଠରେ ଅବସ୍ଥାନ କାଳେ 
ଲିପିବଦ୍ଧ କରିଅଛ ଯାହା ମୋ କପାଳେ । 
ତାହା ଭୋଗ କରିବାକୁ ସର୍ବଦା ପ୍ରସ୍ତୁତ 
ଏତିକି ମାତ୍ର ପ୍ରାର୍ଥନା ମୋର ଜଗନ୍ନାଥ । 
ଏ ସ୍ଥାନରେ ମନୋହାର ମୁଭିରେ ଆପଣ 
କାକ ପକ୍ଷୀକୁ ଯେ କରିଦୈଲ ମୁକ୍ତରିଦାନ । 
ସେ ମୂର୍ଭି ଚର୍ମ ଚକ୍ଷୁରେ କରିବି ଦର୍ଶନ 
ଏହାଁନ୍ନ ଅନ୍ୟ କିଛି ନାହିଁ ପ୍ରୟୋଜନ । 
ରାଜା ମଧୁସୂଦନଙ୍କୁ କୃତାଞ୍ଜଳି ହୋଇ 
ବିବିଧ ପ୍ରକାରେ ସ୍ତବ ଗାନ କଲେ ତହିଁ । 
ପୁନର୍ବାର ଅଶ୍ରନେତ୍ରେ କରିଲେ ପ୍ରଣାମ 
ଆକାଶବାଣୀ ଶୁଣିଲେ ରାଜା ତତକ୍ଷଣ । 
ହେ ରାଜନ ଆଉ ତୁମ୍ତନେ ଚିନ୍ତା କର ନାହିଁ 
ମୋତେ ଦର୍ଶନ କରିବ ଏହିସ୍କାନେ ରହି । 
ନାରଦ ମୁନି ତୁମ୍ଭଙ୍କୁ ଯାହା କହିଛନ୍ତି 
ଏସ୍ଥାନେ ସେ ଅନୁଷ୍ଠାନ କରନ୍ତୁ ଝଟତି । 
ନାରଦ ମୁନି ପ୍ରଥମେ ଯାହା କହିଥୁଲେ 
ଆକାଶବାଣୀ ଶ୍ରବଣ ତାହା ହିଁ କରିଲେ । 
ଭଗବାନଙ୍କର ପ୍ରୀତି ସମ୍ପାଦନ ପାଇଁ 
ଅଶ୍ଵମେଧ ଯଜ୍ଞେ ଶ୍ରଦ୍ଧା କଲେ ନୂପ ତହିଁ । 
ଆନନ୍ଦରେ ନାରଦଙ୍କୁ କହିଲେ ବଚନ 
ଯାହା ପୂର୍ବେ କହିଥିଲେ ବ୍ରହ୍ମାଙ୍କ ନନ୍ଦନ ।
ଆକାଶବାଣୀରେ ତାହା କରିଲି ଶ୍ରବଣ 
ବ୍ରହ୍ମା ବିଷ୍ଣୁଙ୍କ ମଧ୍ଯରେ ନାହିଁ ଭେଦଜ୍ଞାନ 
ଆପଣ ଅଚନ୍ତି ସେହି ବ୍ରହ୍ମାଙ୍କ ନନ୍ଦନ 
ଆପଣଙ୍କ କଥା ବିଷ୍ଣୁ ବଚନ ସମାନ 
ମଙ୍ଗଳ ସାଧକ ଯେଉଁ ଉପଦେଶ ଦେଲ 
ବିଳମ୍ବ ନ କରି ତାହା ପାଳିବି ସକଳ 
ଉତ୍କଳ ଖଣ୍ଡର ପଞ୍ଚଦଶ ଅଧ୍ୟା ଶେଷ 
ଉତ୍କଳ ଭାଷାରେ ଶୁଣି ନରେ ହୁଅ ତୋଷ 
ଜୟ ମଧୁସୂଦନ ଶ୍ରୀକୃଷ୍ଣ ବାସୁଦେବ 
ଜନାର୍ଦ୍ଦନ ଚାରି ନାମ ଜିହଵା ରଟୁଥୁବ 
ନୀଳଦ୍ରୀଶ ପାଦପଦ୍ଧ ମଧୁ କରି ପାନ 
ଆନନ୍ଦେ ରସନା ନାମ କରିବ କୀର୍ଉଁନ 
ଅନ୍ତିମ କାଳରେ ପ୍ରଭୁ ଦରଶନ ଦେବ 
ଦ୍ଵିକ ହରିହର ମନୋବାଞ୍ଚା ପୂର୍ଣ୍ଣ ହେବ 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉଜ୍କଳ ଖଣ୍ଡେ 
ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନେ 
ନାମ ପଞ୍ଚଦଶୋଦଧ୍ୟାୟଃ | 

 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ