ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦ୍ଵାଦଶୋଦଧ୍ୟାୟଃ
ଦ୍ଵାଦଶ ଅଧ୍ଯାୟ
ଜୈମିନି ମୁନି କହନ୍ତି ଶୁଣ ଦ୍ରିଜଗଣବ୍ରହ୍ମାନନ୍ଦନଙ୍କ ବାକ୍ୟ ଶୁଣି ଇନ୍ଦ୍ରଦ୍ୁମ୍ନ |ଅତି ଆନନ୍ଦରେ ମନେ ବିଚାର କରିଲେଏ ପରିଶ୍ରମ ସଫଳ ହେବ ସ୍ପିର କଲେ ।ମୋର ତ ସୌଭାଗ୍ୟ ପୂର୍ବ ଜନ୍ମ ମାନଙ୍କରେକରିଅଛି କେତେ ପୁଣ୍ୟ ମିଳେ ନ ସୂମରେ ।ସର୍ବଲୋକ ପିତାମହ ବ୍ରହ୍ମାଙ୍କର ସୂତମୋ କାର୍ଯ୍ୟେ ସାହାଯ୍ୟ ହେବାପାଇଁ ଉପସ୍ପିତ ।ବ୍ରହ୍ମାଙ୍କ ନନ୍ଦନ ଅଟନ୍ତି ତ ଜୀବନ୍ଧୂକ୍ତସେ ମୋର ସହାୟ ହେବେ ହେବି ମୁଁ କୃତାଥ ।ବୃଦ୍ଧ ବ୍ୟକ୍ତିଙ୍କ ମୁଖରୁ ଶିଣିଛି ସଭାରେସାହାଯ୍ୟ ବଳରେ କାର୍ଯ୍ୟ ସିବ୍ଧି ହୁଏ ଲଭେ ।ଏହିରୂପ ଚିନ୍ତାକରି ରାଜା ଇନ୍ଦ୍ରଦ୍ୟୁମ୍ନସଭାସଦଗଣ ଗଲେ ଯେ ଯାହାର ସ୍ଥାନ ।ରାଜା ମୁନିଙ୍କର ହସ୍ତ କରିଲେ ଧାରଣଅନ୍ତଃପୁରେ ପ୍ରବେଶିଲେ ଯାଇଁ ତତକ୍ଷଣମୁନିଙ୍କୁ ଯେ ଯାଥାବିଧୃ କଲେ ସନମାନଏକ ପଲଙ୍କରେ ଦୁହେଁ କରିଲେ ଶୟନରାତ୍ରି ପ୍ରଭାତେ ସାରିଲେ ନିଜ ନିତ୍ୟକର୍ମମାଧବଙ୍କୁ ପୂଜା ସାରି କରିଲେ ଗମନମହାନଦୀ ପାର ହେଲେ ଉଜ୍କଳର ପତିପଥ ଦେଖାଇବା' ଅର୍ଥେ ଆଗରେ ଚଳନ୍ତିସୈନ୍ଯସହ ଏକାମ୍ର କାନନେ ଉପସ୍ଥିତଗନ୍ଧବହା ନଦୀ ପାର ହେଲେ ନରନାଥ ।ଶୀତତୋୟା ନଦୀ ଆଉ ନଦୀ ବେଗବତୀସୈନ୍ଯସହ ପାରିହୋଇ ଗମନ କରନ୍ତିଦୂରରୁ ଶୁଣିଲେ ଶଙ୍ଖ ଚର୍ଚ୍ଚରୀ କାହାଳୀମରଦଙ୍ଗ ମୁରଜ ବାଦ୍ୟ ପଡ଼ୁଛି ଉନୁୁଳିକୋଟି ଲିଙ୍ଗଶ୍ବରଙ୍କର ପୂର୍ବାହ୍ଧିକ ପୂଜାହେଇଥୁବାର ଜାଣିଲେ ତହିଁ ମହାରାଜା ।ସେ ଧ୍ଵନି ଶ୍ରବଣେ ପ୍ରୀତ ହୋଇଲେ ରାଜନନାରଦଙ୍କୁ କହିଲେ ସେ ମଧୁର ବଚନଏ ଧ୍ଵନି ଶ୍ରବଣେ ମନେ ଜାତ ହୁଏ ପ୍ରୀତିନୀଳାଦ୍ରିଶଙ୍କ ସମୀପ ହେଲୁ ଉପସ୍ଥିତିଯେ ହେତୁ ପୂଜା ସମୟେ ଏ ବାଦ୍ୟ ସକଳଶୁତି ଗୋଚର ହେଉଛି ଅତି ସୁମଧୁରନିକଟରେ ଅବା ଅନ୍ୟ ଦେବ ବିଦ୍ୟମାନଏହା ଶୁଣି କହନ୍ତି ଯେ ବ୍ରହ୍ମାଙ୍କ ନନ୍ଦନସେ କ୍ଷେତ୍ରେ ଅତି ଦୂର୍ଲ୍ଭ ଶୁଣ ହେ ରାଜନଗୁପ୍ରକରି ରଖୁଅଛନ୍ତି ଯେ ଭଗବାନ |ସେ ସ୍ଥାନେ ନୀଳମାଧବ ବିଜେ କରିଛନ୍ତିଏକଥା ଯେ ଅନ୍ୟଜନ କେହି ନ ଜାଣନ୍ତି ।ତୁମ୍ଭେ ଭାଗ୍ୟବାନ ଜନ ମଧ୍ୟରେ ଗଣନତେଣୁ ତୁମ୍ଭ ପୁରୋହିତ କରିଲେ ଦର୍ଶନ ।ହେ ନୃପତି ତୁମ୍ଭେ ସଙ୍ଗେ ଘେନି ସୈନ୍ଯଗଣସାହସପଣେ ଅରଣ୍୍ୟେ କରୁଛ ଭ୍ରମଣ |ଏଣୁ ଆମ୍ଭମନେ ଜାତ ହେଉଛି ସଂଶୟକହୁଅଛି ସ୍କିରମନେ ଜାତ ମହାଶୟ |ତିନି ଯୋଜନ ଯେ ବାଟ ନୀଳଗିରି ଅଛିଏ ଯେଉଁ ବାଦ୍ୟ ବାଜଣା ମାନ ଶୁଭୁଅଛି ।ଅନତିଦୂରେ ଭାବନୀ ପତି ଅବସ୍ଥିତଶରଣ ଇଛା କରନ୍ତି ହୋଇ ଅତିଭୀତ |ଏହି କ୍ଷେତ୍ର ଯେ ଏକାମ୍ର କାନନ ନାମକଏହା ଶୁଣି କହନ୍ତି ଯେ ଅବନ୍ତୀ ନାୟକ ।ଦୁର୍ଦ୍ଦାନ୍ତ ତ୍ରିପୁରାସୁର ଥଲା ପୂର୍ବକାଳେଶରଦ୍ବାରା ହର ତାକୁ ଦହନ ୨ କରିଲେ |କି ନିମନ୍ତେ ଭୀତ ସେହି କାହାର ଶରଣନେଇଛନ୍ତି ସନ୍ଦେହ ତ ହୁଏ ମୋର ମନ ।ଭୀତ ବ୍ୟକ୍ତିକୁ ଯେରକ୍ଷା କରୁଛନ୍ତି ନିତିପରମ ପବିତ୍ର ଯତି ପାର୍ବତୀର ପତି |ଭୂତପତିଙ୍କର ଭୟ ସଂସାରେ ହେଉଛିତାଙ୍କୁ ପରାଜିତ କରିବାକୁ କିଏ ଅଛି |ଏ କଥାକୁ ମହାମୁନି କରନ୍ତୁ ବ୍ଯକତଯଥାର୍ଥରେ ଶୁଣିବାକୁ ବଳେ ମୋର ଚିତ୍ତ ।ନାରଦ କହନ୍ତି ମହୀପାଳ ଏ ସ୍ଥାନରେପୂର୍ବକାଳ କଥା କହୁଅଛି ଶୁଣ ଧୀରେ ।ପୂର୍ବକାଳେ ନୀଳକଣ୍ଠ ତପସ୍ୟା କରିଲେବ୍ରହ୍ମଚାରୀ ବେଶେ ହିମଗିରି ଶିଖରରେ ।ସେ ସମୟେ କାମ ବାଣେ ପ୍ରପୀଡ଼ିତ ହେଲେବ୍ରହ୍ମଚର୍ଯ୍ୟ ବ୍ରତକୁ ସେ ପରିତ୍ୟାଗ କଲେ ।ଯୌବନ ମଦ ଗର୍ବିତା ପରମା ସୁନ୍ଦରୀଗୌରୀଙ୍କର ବିବାହ କରିଲେ କର ଧରି ।ଗୌରୀଙ୍କର ପିତ୍ସଦତ୍ତ ବିଷୟ ଭୋଗିଲେଯେ ଭାଗ ଇଚ୍ଛନ୍ତି ସଦା ଦେବତା ସକଳେ ।ଗୌରୀ ଏକଦିନେ ସ୍ଵଗ୍ଧହକୁ ଯାଇଥିଲେନାରୀଗଣ ସହ ମାତା ପଥରେ ଭେଟିଲେ ।ବାତ୍ସଲ୍ୟ ସ୍ବେହେ କହିଲେ ସ୍ଲଠିତହାସ୍ୟ କରିଉତ୍ତମ ପତି ଲଭିଛ ତୁମ୍ଭେ ତପ କରି |ଗହନ ବନେ ତପସ୍ୟା କରିବାକୁ ଗଲବରାନନେ କେଉଁ ବର ତୁମ୍ଭେ ଲାଭ କଲ ।ଧନହୀନ କୁଳହୀନ ଏକ ବୃଦ୍ଧ ବରତାର ସଙ୍ଗ ପରିତ୍ୟାଗ ତୁମ୍ଭେ ତ ନ କରବସେ ତୁମ୍ଭ ପତିଙ୍କର ଅଛି କେଉଁ ଗୁଣତୁମ୍ଭଙ୍କୁ ସେ କେତେ ଦେଲେ ବସ୍ତ୍ରାଦି ଭୂଷଣ ।ଦେଖୁଛି ଆମ୍ଭରି ଗୁହେ ଅଛି ଚିରକାଳ `ପିତୃଦତ୍ତେ ବିଷୟାଦି ଭୋଗୁଛ କେବଳତ୍ରିଲୋକେ ଅଛନ୍ତି ବିବାହିତା କନ୍ଯାଯେତେପତିଦତ୍ତ ଅଳଙ୍କାର ଭୂଷିତା ସମସ୍ତେପିତୃ ଭବନରୁ ସ୍ଵାମୀ ˆ ଉବନକୁ ଯାନ୍ତିପିତୃଗଣଙ୍କ ମନରୁ ହେଲି ଉତପତିଗିରିରାଜ ହିମାଳୟ ମୋତେ ବିଭା ହେଲେପିତ୍ଲୋକରୁ ସେ ମୋତେ ଗୃହକୁ ଆଣିଲେ ।ହେ ବସେ ଏକଥା ପରିହାସେ କହୁଅଛିକ୍ରୋଧ ଅବା ଲୋଭ ମୋର ମନେ ନାହିଁ କିଛି।ବିଷ୍ଣୁଙ୍କ ସମାନ ମୋର ଜାମାତାଙ୍କୁ ତୁମ୍ଭେନ କହିବ ଏହି କଥା ମନେ ରଖ ଏବେନାରଦ କହନ୍ତି ଗୌରୀ ମାତାଙ୍କର ଉକ୍ତିସ୍ବାମୀଙ୍କର ନିନ୍ଦା ଶୁଣି ହୋଇଲେ ବିରକ୍ତି ।କ୍ରୋଧରେ କମ୍ପିଲା ଓଷ୍ଠ କିଛି ନ କହିଲେସ୍ବାମୀଙ୍କର ନିକଟକୁ ବେଗେ ଚଳିଗଲେମାତାଙ୍କର ନିନ୍ଦାକଥା ଗୋପନ କରିଲେସ୍ଵେହ ପୂର୍ଣ୍ଣ କିଛି କଟୃକଥା ସେ କହିଲେ ।ହେ ସ୍ବାମୀ ମୁଁ କହୁଅଛି କରନ୍ତୁ ଶ୍ରବଣଶ୍ଵଶୁରାଳୟକୁ ଶୀଘ୍ର କରନ୍ତୁ ବର୍ଜନଆପଣ ତ୍ରୈଲୋକ୍ୟ ବାସୀ ନୀଚ ବ୍ୟକ୍ତିଙ୍କରପୂଜନୀୟ ଏହି ନିନ୍ଦା ଅଛି ତ ତୁମ୍ଭରତେଣୁ ଆମ୍ଭେ ଦୁହେଁ ଏହି ସ୍ଥାନକୁ ବ୍ିଣଚଳିବା ଭୂମଣ୍ଡଳେ କି ନାହିଁ ଅନ୍ୟ ସ୍ଥାନବୃଷଭଧ୍ଜଜ ଶୁଣିଣ ଉମାଙ୍କ ବଚନବୃଷ ଚଢ଼ି ମଧ୍ୟଦେଶେ କଲେ ଆଗମନସର୍ବ ତୀର୍ଥମୟ ଶ୍ରେଷ୍ଠ ପ୍ରୟାଗ ତୀଥକୁତ୍ୟାଗ କରି ଗଲେ ଗଙ୍ଗା ଉତ୍ତର ତଟକୁବାରାଣସୀ ନାମେ ପୁରୀ ନିର୍ମାଣ କରିଲେପଞ୍ଚକ୍ରୋଶ ପିରିମିତ ସୁନ୍ଦର ସ୍ଥାନରେଶତ ଶତ ଅଟ୍ଟାଳିକା ଉତ୍ତମ ମନ୍ଦିଚଅସଂଖ୍ୟ ଉପବନରେ ରରମଣୀୟ ପୁରବହୁବିଧ ତୀର୍ଥ ବହୂ ମାନବରେ ପୂର୍ଣବିଶ୍ଵକର୍ମା ଅତି ବେଗେ କରିଲେ ନିର୍ମାଣଏନାଧ ପୁତାସୁଶୀତଳ ଗଙ୍ଗାଜଳେ କରିଲେ ଧଉତପଶୁପତି ଗିରିରାଜ ତନୟ ସହିତ |ବାରାଣସୀ ଧାମେ ସ୍ଵର୍ଣ ନିର୍ମିତ ପ୍ରାଚୀରଅଟ୍ଟାଳିକା ସୁଶୋଭିତ ରତ୍ସମୟ ପୁର ।ରତ୍ୃସ୍ତମ୍ଭେ ଚାରିଦିଗ ହୋଇଅଛି ପୂର୍ଣପୁର ମଧ୍ୟେ ହର ଉମା କରିଲେ ରମଣ ।ହର ବାରାଣସୀ ପୂରୀ ତ୍ୟାଗ ନ କରନ୍ତିସେ ପୁର ମୋକ୍ଷଦାୟିନୀ ବୋଲି ଅଛି ଖ୍ୟାତି ।ହେ ରାଜନ ପୂର୍ବକାଳୁ ଭବଭୀତ ଜନବାରାଣସୀ ପୁରେ କରିଛନ୍ତି ଅବସ୍ଥାନ ।ସେହିକାଳୁ ଉମା ଦେବୀପତି ସଙ୍ଗତରେଅଳଂକୃତା ହୋଇ ବାସ କରିଲେ ସେଠାରେମାତା ପିତାଙ୍କୁ ସେ ଆଉ ନ କଲେ ସ୍ମରଣଅତୀତ ହୋଇଲା ସେ ସ୍ଥାନରେ କେତେଦିନ ।ବହୁଦିନ ପରେ ଶିବ ବାରାଣସୀ ପୁରେକୋଟିଲିଙ୍ଗ ସ୍ଥାପି ଶିବ କୈଳାସକୁୂ ଗଲେ ।ସେ ପୁର ବହୁ ନୃପତି ପାଳନ କରିଲେକାଶୀରାଜ ତହିଁ ରାଜା ଦ୍ଵାପର ଯୁଗରେ ।ଅତି ଉଗ୍ର ତପସ୍ୟା କଲେ ସେ ଧାତିକାରେମହାଦେବଙ୍କୁ ସନ୍ତୋଷ କଲେ ସେ ସ୍ଥାନରେ ।ତହିଁ କାଶୀରାଜାଙ୍କୁ ଯେ ବର ଦେଲେ ଶିବଯୁଦ୍ଧେ କୃଷ୍ଣ ବଳରାମ ନିଶ୍ଚୟ ଜିଣିବ ।ହସ୍ତରେ ପିନାକ ଧନୁ କରିଣ ଧାରଣବୃଷଭ ବାହନେ ଯିବ କରିବାକୁ ରଣ ।ମୋ ସୈନ୍ୟ ପ୍ରମଥ ଗଣ ସଙ୍ଗରେ ଘେନିଣବସ୍ସ ତାର ସଙ୍ଗେ ଯୁଦ୍ଧେ କରିବ ଗମନ ।ଏହି ରୂପେ ବର ପାଇ ସେହି କାଶ୍ରୀରାଜଅଧକ ହୋଇଲା ତାର ବଳ ବୀର୍ଯ୍ୟ ତେଜ ।ଶ୍ରୀକୃଷ୍ଣଙ୍କୁ ଯୁଦ୍ଧଥର୍ଥେ କରିଲା ଆହ୍ବାନଏ କଥା ଜାଣିଲେ ଅନ୍ତର୍ଯ୍ୟାମୀ ନାରାୟଣ ।କାଶୀ ରାଜାକୁ ବିନାଶ କରିବା ନିମିତ୍ତସୁଦର୍ଶନ ଚକ୍ରକୁ ଯେ ପେଶିଲେ ତୁରିତ ।ସହସ୍ର ସୂର୍ଯ୍ୟର ତେଜପରି ତେଜୀୟାନଅତି ଉଗ୍ର ଚାହିଁ ନୂୁହେଁ ସେ ତେଜର ବର୍ଣ୍ଣ ।କୃଷ୍ଣଙ୍କ ଇଚ୍ଛାରେ ଚକ୍ର ହୋଇଲା କୁପତିକାଶୀରାଜର ମସ୍ତକ ଛେଦିଲା ତୁରିତ |ସୈନ୍ଯସହ ସେ ରାଜାର ସୁନ୍ଦର ଭବନ୍ଷଣକାଳ ମଧ୍ୟେ ସର୍ବ ହୋଇଲା ଦହନ ।ଏହା ଦେଖୁ ପଶୁପତି ହେଲେ କ୍ରୋଧ ଅତିପ୍ରଥମ ଗଣଙ୍କ ସହ ଚଳିଲେ ଝଟତି |ପିନାକ ଧନୁକୁ ଧରି ବୃଷ ଆରୋହିଣ
କରିଲେ ଯୁଦ୍ଧ ଭୂମିକୁ ସତ୍ଵର ଗମନପାଶୁପତ ଅସ୍ତ୍ସହ ସେ ପ୍ରମଥଗଣସୁଦଶନ ଚକ୍ର ତେଜେ ହୋଇଲେ ଦହନ ।ବିଷ୍ଣୁ ଗିବଙ୍କୁ ଯେ ପୂର୍ବେ କଲେ ବର ଦାନଯେତେବେଳେ ତୁମ୍ଭେ ମୋତେ କରିବ ସ୍ମରଣ ।ପାଶୁପତ ଅସ୍ତ୍ର ତେଜୁ ଅଧ୍ବକ ବଢ଼ିବପ୍ରତିକୂଳ କାର୍ଯ୍ୟ ଅସ୍ତୃତେଜ ହୀନ ହେବପାଶୁପତ ଅସ୍ତ ଯହୁଁ ହୋଇଲା ନିଷ୍ପଳଆବର ଦହନ ହେଲା ବାରାଣସୀ ପୁରଏହା ଦେଖୁ ମହାଦେବ ଭୟଭୀତ ହେଲେପୁରୁଷୋତ୍ତମଙ୍କ ତହୁଁ ସ୍ତୁତି ଆରମ୍ଭିଲେନାରାୟଣ ତୁମ୍ଭେ ଅଟ ପରମ ଆଶ୍ରୟପରମାତ୍ମା ପରାତ୍ପର ନିତ୍ୟ ଜ୍ଞାନମୟସଚ୍ଚିଦାନନ୍ଦ ସ୍ଵରୂପ ପ୍ରଭୁ ନିରଞ୍ଜନତୁମ୍ଭ ପାଦ ପଦ୍ଧକୁ ମୁଁ କରୁଛି ପ୍ରଣାମଜଗତ କାରଣ ତୁମ୍ଚେ ତ୍ରିଗୁଣ ପ୍ରକାଶହେଲେ ଜଗତର ହୁଏ ସୃଷ୍ଟି ସ୍ଥିତି ନାଶମାୟାଛ୍ଥନ୍ନ ହେଲେ ମଧ୍ୟ ସ୍ଵୟଂ ପ୍ରକାଶିତତୁମ୍ଭଙ୍କୁ ଯେ ନମସ୍କାର ମୋର ଅବିରତତୁମ୍ଭର ପ୍ରକାଶ ଅନ୍ତରରେ ନ ହୁଅଇସେହିପରି ବାହାରରେ ପ୍ରବେଶ ହୁଅଇକିନୁୁ ବାହାର ଅନ୍ତର ଦୂର ନିକଟରେଗୁରୁଲଘୁ ସ୍କୁଳ ସୂକ୍ଷ୍ମ ଆଦି ପଦାର୍ଥରେଏ ସକଳ ସ୍ଥାନେ ତୁମ୍ଭେ ରହିଅଛ ପୂର୍ଣହେ ପ୍ରଭୁ ତୁମ୍ଭ ଚରଣେ କରୁଛି ପୁଣାମଯାହାର କଟାକ୍ଷପାତେ ବ୍ରହ୍ମା କୋଟି କୋଟିପରାର୍ ସଂଖ୍ୟକ ଶିବ ହୋଇଥାଏ ସୃଷ୍ଟିତୁମ୍ଭେ କାଳ ସ୍ଵରୂପରେ କର ବିଚରଣକୋଟି ସଂଖ୍ୟାରେ ପ୍ରଣାମ କରନ୍ତୁ ଗ୍ରହଣ-ସକଳ ବ୍ରହ୍ମାସ୍ଡ ଦେହେ ଲୋମ କୂପେ ଯାରଅବସ୍ଥିତ ପରିମାଣ ନାହିଁ ସେ ଦେହରବିଶ୍ଵାତ୍ମା ବିଶ୍ଵ ରୂପରେ ଯାର ଅବସ୍ଥାନସେ ପ୍ରଭୁଙ୍କ ବାରମ୍ବାର କରୁଛି ପ୍ରଣାମ' ବ୍ରହ୍ମାର ସ୍ଵକୀୟ କାଳ ପରିପୂର୍ଣ ଯୋଗେପ୍ରଳୟ ଉତ୍ପତ୍ତି ମନ୍ନ୍ତର ଘଟୈ ବେଗେବ୍ରହ୍ମାଙ୍କ କାଳ ସ୍ଵରୂପେ ତୁମ୍ଭ ଅବସ୍ଥାନତୁମ୍ଭଙ୍କୁ ଯେ ବାରମ୍ବାର କରୁଛି ପ୍ରଣାମହେ ନାଥ ଉପ୍ପତ୍ତି ହୋଇ ତପ ଆଚରିଲିତୁମ୍ଭର ପ୍ରଭାବ କେତେ ବୁଝି ନ ପାରିଲିଏଣୁ ଶ୍ରୀଚରଣ ତଳେ ଗଲି ମୁଁ ଶରଣବାରେ କୃପାକରି କ୍ଷମା କରନ୍ତୁ ପ୍ରଦାନ ।ଏ ପ୍ରକାର ସ୍ତବ ଯହୁଁ କଲେ ମହାଦେବଶଙ୍ଖ ଚକ୍ରଧାରୀ ବିଷ୍ଣୁ ହେଲେ ଆବିର୍ଭାବ ।ଚକ୍ରରୂପ ପରିତ୍ୟାଗ କଲେ ତତକ୍ଷଣ
ତାହାଙ୍କ ମୁଖ ମଣ୍ଡଳ ଦିଶଇ ପ୍ରସନ୍ନ |ସ୍କନ୍ଧେ ବଣ୍ଠମାଳା କର୍ଣ୍ଣେ କୂଣ୍ତଳ ଶୋଭଇଦେହେ ନାନା ଅଳଙ୍କାର ଉନ୍ନଳ ଦିଶଇ ।ତାହାଙ୍କ ବାମ କ୍ରୋଡ଼ରେ ଲକ୍ଷ୍ମୀଦେବୀ ନିଜେଦକ୍ଷପାର୍ଶ୍ତେ ସତ୍ୟଭାମା କରିଛନ୍ତି ବିଜେ ।ନୀଳମେଘ ବର୍ଣ୍ଣ ସମ ଦେହ କାନ୍ତି ଜାଣକରୁଣା ସାଗର ଅଧୋକ୍ଷକ ଭଗବାନ ।କ୍ରୋଧେ ଭୟଭୀତେ ମହାଦେବଙ୍କୁ କହିଲେଶମ୍ଭୋ ତୁମ୍ଭର ଦୂର୍ବୃଵି ଜାତ ଏତେକାଳେ ।ସାମାନ୍ୟ କୀଟ ସମାନ ଏ ରାଜା ନିମିତ୍ତତୁମ୍ଭେ ଆମ୍ଭ ସଙ୍ଗେ ଯୁଦ୍ଧ ଅଣୈ ଉପସ୍ଥିତ ।ହେ ଧୂର୍ଜଟି ଜାଣିଛ ତ ପ୍ରଭାବ ଆମ୍ଭରତୁମ୍ଭେ ପାଶୁପତ ଅସ୍ତେ ଜଗତ୍ ଜିଣିପ୍ତାର ।ଆମ୍ଭ କ୍ରୋଧ ଚକ୍ରରୂପ କରଇ ଧାରଣଏହା ଜାଣି ଯୁଦ୍ଧ ଅର୍ଥେ କଲେ ଆଗମନ ।ଆମ୍ଭଙ୍କୁ ଅବଜ୍ଞା କରି ଏହି ଜଗତରେତୁମ୍ଭ ବିନା ଅନ୍ୟ ପ୍ରାଣ ଧରି ତ ନ ପାରେ ।ବହୁତ ଡ଼ପସ୍ୟା ପୂର୍ବକାଳେ କରିଅଛଆମ୍ଭ ଶରୀର ରୂପରେ ଉତ୍ପନ୍ନ ହୋଇଛ ।ପାର୍ବତୀ ସହିତୈ ଯଦି ଚିରକାଳ ବସାବାରାଣସୀ ପୁରେ କରିବାକୁ ମନେ ଆଶା ।ଜଗତେ ପ୍ରସିଦ୍ଧ ଆମ୍ଭ ନାମରେ ବିଖ୍ୟାତପୁରୁଷୋତ୍ତମ କ୍ଷେତ୍ରକୁ ଚଳନ୍ତି ତୂରିତ |ଦକ୍ଷିଣ ସମୁଦ୍ର ତୀର ଦେଶେ ଅବସ୍ତିତନୀଳ ସୁନ୍ଦର ପର୍ବତ ଅତି ସୁଶୋଭିତ |ବିରଜା ମଣ୍ଡଳୁ ଦଶ ଯୋଜନ ବିସ୍ତୀର୍୍କ୍ରମେ ଚିତ୍ରୋପ୍ଳା ନଦୀଯାଏ ପୂୁଣ୍ଯସ୍ଥାନ ।ଚିତ୍ରୋପ୍ୂଳା ନଦୀଠାରୁ ଦକ୍ଷିଣ ସାଗରଯାଏ ସ୍ଥାନ ପଦେ ପଦେ ଅତି ପୁଣ୍ୟତର ।ଏକପାଦରୁ ଅପର ପାଦ ନ୍ୟାସ ସ୍ଥାନଅଧୁକ ପବିତ୍ର ନୀଳଗିରି ମୋକ୍ଷ ଧାମ ।ସେ ସ୍ଥାନେ ଧରିଛୁ ଆମ୍ଭେ ଦେହ ଚତୁଷ୍ଟୟସେ ଦେହ ନିର୍ମିତ ନୀଳକାନ୍ତ ମଣିମୟ ।ସେ ଗିରି ଉତ୍ତର ଦିଗେ ସୁପ୍ରସିଦ୍ଧ ସ୍ଥାନବିଦ୍ୟମାନ ତାର ନାମ ଏକାମ୍ର କାନନ ।ଆହେ ତ୍ରିପୁର ଅନ୍ତକ ଯାଅ ସେହି ସ୍ଥାନନିର୍ଭୟେ ପାର୍ବତୀସହ କର ଅବସ୍ଥାନଆମ୍ଭ ଆଦେଶରେ ସୂଷ୍ଟିକର୍ଜା ବ୍ରହ୍ମା ଯିବେଲିଙ୍ଗରାଜ ପଣେ ଅଭିଷେକ ସେ କରିବେ ।ସର୍ବତୀର୍ଥମୟ ମଣିକର୍ଣ୍ଣିକା ଯେ ତୀର୍ଥକାଶୀଧାମେ ଅଛି ବୋଲି ହେଉଛ ଗର୍ବିତସେହି ଅହଂକାର ତୁମ୍ଭେ ପରିତ୍ୟାଗ କରଗମନ କର ଏକାମ୍ର କାନନେ ସତ୍ତ୍ବରକହନ୍ତି ନାରଦ ବାସୁଦେବଙ୍କର କଥାଶିବ କୃତାଞ୍ଜଳି ପୁଟେ ନତ କଲେ ମଥାପ୍ରଣାମ କରି ସକଳ କରିଲେ ଶ୍ରବଣବାସୁଦେବଙ୍କୁ କହିଲେ ମଧୁର ବଚନହେ ଦେବ ! ହେ ଜଗନ୍ନାଥ ! ଆଶ୍ରିତ ବ୍ୟକ୍ତିରତ୍ରିବିଧ କ୍ଲେଶକୁ ତୁମ୍ଭେ ଦୂର କରି ପାରହେ ଜଗତ ପ୍ରଭୁ ତୁମ୍ଭେ ଆମ୍ଭ ମୂଳାଧାରତବ ମଙ୍ଗଳ ଆଦେଶ ପାଳିବି ` ସତ୍ତରହେ ଦେବ ନିର୍ବୃଦ୍ଧି ପଣେ କଲି ଅହଂକାରତବ ଦୟା ନିଦର୍ଶନ କାରଣ ଏହାରପୂର୍ବକାଳେ ତୁମ୍ଭ ଅନୁଗ୍ରହ ପାଇଅଛିତୁଣେ ମୋର ମନରେ ତ ଚାଞ୍ଚଲ୍ୟ ବଳିଛିହେ ଦେବ ତବ ଆଦେଶ କରିବି ପାଳନପୁରୁଷୋତ୍ତମ କ୍ଷେତ୍ରକୁ ଯିବି ଏହିକ୍ଷଣହେ ପ୍ରଭୁ ! ଆମ୍ଭଙ୍କୁ ଅନୁଗ୍ରହ କରିବଟିପୁରୁଷୋଉମ କ୍ଷେତ୍ରରେ ବିରଜା କ୍ଷେତ୍ରଟି
ତାହାକୁ ପ୍ରତି ପାଳନ କରିବ ଆପଣଚକ୍ରେ ସେ ପୁର ନୋହିବ ଏପରି ଦହନକହନ୍ତି ନାରଦ ପୂର୍ବକାଳେ ମହାଦେବଲକ୍ଷ୍ମୀ ଶ୍ରୀପୁରୁଷୋତ୍ତମ ସହ ବଳଦେବଏ ତିନିଙ୍କୁ ପୂଜା କରି ସନ୍ତୋଷ କରିଲେବିରଜା କ୍ଷେତ୍ରକୁ ନିର୍ମାଣ ଯେ କରିଥୁଲେପିତାମହ ବ୍ରହ୍ମା ଏହି ସ୍ଥାନକୁ ତୁରିତଆସି ଉମାକାନ୍ତଙ୍କୁ ଯେ କରିଲେ ସ୍ଥାପିତଆମ୍ଭେମାନେ ସେହିସ୍ଥାନେ କରିବା ଗମନପୁରରିପୁ ବିଷ୍ଣୁଙ୍କର ପାଇବ ଦର୍ଶନଏହି ଶେଷକ୍ଷେତ୍ର ତମଃ ରଜୋଗୁଣେ ମୁକ୍ତବିରଜା ମଣ୍ଡଳ ନାମେ ହୋଇଛି ବିଖ୍ୟାତସତ୍ତ୍ଗୁଣରୁ ଅଧ୍ବକ ଶ୍ରୀପୁରୁଷୋତ୍ତମମୁକ୍ତି ଦାନ କରେ ତାର ନାମ ମୋକ୍ଷଧାମଯେତେ ଅନ୍ୟ କ୍ଷେତ୍ର ମୁକ୍ତି କରନ୍ତି ପ୍ରଦାନଏସ୍ଥାନେ କରନ୍ତି ସେ ସକଳେ ମୁକ୍ତି ଦାନହେ ରାଜେନ୍ଦ୍ର ! ଏ କ୍ଷେତ୍ରରେ ପାପ କଳୁଷିତବ୍ୟକ୍ତିମାନେ ନ କରନ୍ତି ବିଶ୍ଵାସ ସ୍ଥାପିତ ।ତେଣୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଗୋପନୀୟରଖୁଛନ୍ତି ଚକ୍ରପାଣି ଏ କଥା ନିଶ୍ଚୟଇନ୍ଦ୍ରଦ୍ୟୁମ୍ନ କହୁଛନ୍ତି ହେ ବ୍ରତୀର୍ଷି ଶୁଣଅତ୍ୟନ୍ତ ପବିତ୍ର କଥା କହିଲେ ଆପଣ ।ସେ କ୍ଷେତ୍ର କରେ ପରମ ପବିତ୍ରତା ଜାତଲକ୍ଷ୍ମୀକାନ୍ତ ଉମାକାନ୍ତ ଯହିଁ ଅବସ୍ଥିତ |କୁଟିଳ ପଥରେ ଆମ୍ଭେ ଗତି କରିଯିବାଅବଶ୍ୟ ସେହି ସ୍ଥାନରେ ପ୍ରବେଶ ହୋଇବା |ମୋକ୍ଷ ପାଇବା ଅଟଇ ଆମ୍ଭର ଉଦ୍ଦେଶ୍ୟଶ୍ରୀକ୍ଷେତ୍ରକୁ ଗଲେ ତାହା ମିଳିବ ଅବଶ୍ୟ ।କହନ୍ତି ଜୈମିନି ଅନନ୍ତର ସେହି ମୁନିସୈନ୍ୟ ସହିତେ ରାଜାଙ୍କୁ ସଙ୍ଗତରେ ଘେନି ।ମଧ୍ୟାହ୍ନେ ଏକାମ୍ର ବନେ ପ୍ରବେଶ ହୋଇଲେମାହାରାଜା ବିନ୍ଦୁତୀର୍ଥେ ବେଗେ ସ୍କାନ କଲେ ।ତୀର୍ଥକୂଳେ ବାସୁଦେବ କଲେ ଦରଶନକୋଟିଶ୍ବର ଶିବାଳୟେ ଗଲେ ତତକ୍ଷଣ ।ମନ୍ଦିର ଦ୍ଵାର ଦେଶରେ କଲେ ଆଚମନଶିବଙ୍କ ପ୍ରୀତି ଉଦ୍ଦେଶ୍ୟେ ଦେଲେ ନାନା ଦାନ ।|ବହୁତର ରଥ ଗଜ ରତ୍ନବସ୍ତ୍ ଧନଅଳଙ୍କାର ବ୍ରାହ୍ମଣଙ୍କୁ କରିଲେ ପ୍ରଦାନ ।ଅଭେଦ ଦର୍ଶନେ ଶିବ ବିଷ୍ଣୁ ପୂଜା କଲେତିନି ଭୁବନରେ ମହାସ୍ବାନ କରାଇଲେ ।ରାଜା ବିଷ୍ଣୁ ଶିବଙ୍କୁ ଯେ ଅଭେଦ ମଣିଲେସ୍ତବପାଠ ସୁତି ଗାନ ପ୍ରଣାମାଦି କଲେ ।ଅତୁଳ ଆନନ୍ଦ ମନେ ଶିବଙ୍କୁ ଚିନ୍ତିଲେକୃତାଞ୍ଜଳିପୁଟେ ତହିଁ ଅବସ୍ଥାନ କଲେ ।ତପ୍ୂରେ ତ୍ର୍ୟମ୍ବକ ଶିବ ପ୍ରସ୍ଥାନ ହୋଇଲେମହାରାଜଙ୍କ ସୁଷ୍ପଷ୍ଟ ବଚନ କହିଲେ |ଇନ୍ଦ୍ରଦ୍ୟୁମ୍ପ ମହାରାଜା ପୃଥୁବୀ ମଧ୍ୟରେତୁମ୍ଭ ପରି ବିଷ୍ଣୁ ଭକ୍ତ ନାହିଁ ଅନ୍ୟଠାର ।
ଯେଉଁ ମନୋବାଜଞ୍ଚା ତାହା ହେବ ବେଗେ ପୂର୍ଣଏହାକହି ଶିବ ତହିଁ ହେଲେ ଅନ୍ତର୍ବାନ ।ପୁନର୍ବାର ନାରଦଙ୍କୁ କହିଲେ ସତ୍ତ୍ବରଆମ୍ଭ ଆଦେଶ ପାଳନ କର ମୁନିବର ।ଶୀଘ୍ର ଅଶ୍ଵମେଧ ଯଜ୍ଞ କରି ଆୟୋଜନବିଷ୍ଣୁଙ୍କର ଦେହ କ୍ଷେତ୍ର ଶ୍ରୀପୁରୁଷୋତ୍ତମ ।ହୃଦୟ ସ୍ଵରୂପ ଅନ୍ତର୍ବେଦୀ ଅବସ୍ମିତତାଙ୍କୁ ରକ୍ଷା କରିବାକୁ ହେଲି ମୁଁ ନିଯୁକ୍ତ ।ବିଷ୍ଣୁ ମୋତେ ଅଷ୍ଟଭୋଗ କରିଲେ ସ୍ଥାପନବେଦୀର ଆକୃତି ଅଟେ ଶଙ୍ଖର ସମାନ ।ଶଙ୍ଖ ଅଗ୍ରଦେଶେ ମୁହିଁ ଦୂର୍ଗାଙ୍କ ସହିତନୀଳକଣ୍ଠ ନାମରେ ଯେ ହୋଇଛି ବିଖ୍ୟାତ ।ହେ ନାରଦ ଯହିଁ ନୀଳଗିରି ବିଦ୍ୟମାନସେହିସ୍ଥାନେ ଯାଅ ସଙ୍ଗେ ଘେନି ଇନ୍ଦ୍ରଦ୍ୟୁମ୍ନ ।ନୀଳକାନ୍ତ ମଣିମୟ ହରି ତହିଁ ଥଲେଅନ୍ତରହଁତ ହୋଇଗଲେ ଏବେ ଏତେକାଳେ ।ଆମ୍ଭ ଆଦେଶରେ ଯାଇଁ ତୁମ୍ଭେ ସେ କ୍ଷେତ୍ରରେନୃସିଂହ ଦେବ ପ୍ରତିଷ୍ଠା କର ଧାତିକାରେ ।ଆମ୍ଭ ସନ୍ନିଧ୍ୂଵରେ ସେହିସ୍କାନେ ନରପତିସହସ୍ର ସଂଖ୍ୟାରେ ଯାଗ କରିବେ ସଂପ୍ରତିଅତଃପ୍ରର ବ୍ରହ୍ମ ବୃକ୍ଷ ଅତି ସୁନିର୍ସଗଳଆଶ୍ଚର୍ଯ୍ୟ ବୃକ୍ଷ ଦର୍ଶନ କରିବେ ଭୂପାଳଏ ବୃକ୍ଷ କାଷ୍ପରେ ବିଶ୍ଵକର୍ମା ପ୍ରତିମୁିଚାରିଗୋଟି ଗଠନ ହେ କରିବେ ଝଟଚତିସେହି ପ୍ରତିମା ପ୍ରତିଷ୍ଠା କରିବା ନିମିତ୍ତବ୍ରହ୍ମଲୋକୁ ବ୍ରହ୍ମା ଆସି ହେବେ ଉପସ୍ମିତସହସ୍ର ବର୍ଷେ ସହସ୍ର ଯଜ୍ଞ ସମାପତିକରିବେ ସେହି ସ୍ଥାନରେ ଏହି ନରପତିତଦନନ୍ତର ନିଖଳ ଜଗତ ଆଶ୍ରୟପାପରାଶି ନାଶି ଜୀବେ ଦିଅନ୍ତି ଅଭୟମୋକ୍ଷଦାତା ସେହି ବିଷ୍ଣୁ ଦାରୁମୟୀ ମୁଭିଅବଲୋକନ କରିବେ ତହିଁ ନରପତିସେ ହରିଙ୍କର ଚରିତ୍ର ବ୍ରହ୍ମା ନ ଜାଣନ୍ତିମୁଁ ତ ଜାଣେନାହିଁ ତୁମ୍ଭେ ନ ପାରିବ ଚିନ୍ତିଭଲ୍ତିଯୋଗେ ଆଜ୍ଞା ପ୍ରତିପାଳନ କରିଲେସେ ପ୍ରଭୁ ପ୍ରସନ୍ଧ ହୁଏ ଏହି ଧରାତଳେଜଗଦ୍ଗୁରୁ ଶିବପାଦେ ସେ କାଳେ ନାରଦପ୍ରଣତ ହୋଇ କହନ୍ତି ବାକ୍ୟ ଗଦଗଦହେ ପ୍ରଭୁ ଏ ସ୍ଥାନେ ଯାହା ଆପଣ କହିଲେଏହି କଥା ପିତାମହ ବ୍ରହ୍ମା କହିଥିଲେହେ ନାଥ ଆପଣ କିବା ଚତୁର ବଦନତ୍ରିଲୋକ ଗୁରୁ ବିଷ୍ଣୁଙ୍କଠାରୁ ନୂହ ଭିନ୍ନମାଳବ ଦେଶରେ କନ୍ଧ ଏହି ନରପତିଏହାର ବଢ଼ିଛି କେତେ ସୈଭାଗ୍ୟ ସମ୍ପତ୍ତି ।ଏକାକାଳେ ବ୍ରହ୍ମା ବିଷ୍ଣୁ ଶିବ ତିନିଙ୍କରଅନୁଗ୍ରହ ପାଉଅଛି ମନେ ଆଗୋଚରଯାର ପ୍ରସଙ୍ଗ ଦୁଷ୍ପତକାରୀ ଜନଗଣଏହି ଭବ ସାଗରରୁ ହୁଅନ୍ତି ଉତ୍ତୀର୍ଣଜୀବ ଜଗତ ପାଳନକାରୀ ବିଷ୍ଣୁଙ୍କରଅଚିନ୍ତନୀୟ ମହିମା ବାକ୍ୟେ ଆଗୋଚର ।ଯେପରି ଭକ୍ତିରେ ବିଷ୍ଣୁ ହୁଅନ୍ତି ସନ୍ତୋଷତାହା ମାନବ ବୁଦ୍ଧିରେ ନୁହଇ ପ୍ରକାଶ ।ଆଶ୍ଚର୍ଯ୍ୟ କଥା ଦେଖନ୍ତୁ କେତେ ଦେବଗଣଭୁତଳେ ଅଛନ୍ତି କେତେ ଶ୍ରେଷ୍ଠ ନରଗଣ ।କିନ୍ତୁ କ୍ଷୁଦ୍ର ବ୍ୟକ୍ତି ଅନାୟାସେ କରି କର୍ମବିଷ୍ଣୁଙ୍କୁ ସନ୍ତୋଷ କରି ଯାନ୍ତି ମୋକ୍ଷଧାମ ।ଗୋରସ ବିକ୍ରୟ କରୁଥିଲେ ଗୋପୀଗଣପୂର୍ଣ କୁଟୀରରେ କରୁଥିଲେ ଅବସ୍ଥାନ ।ଅରଣ୍ୟରେ ଫଳମୂଳ ଖାଇ ରହୁଥିଲେକୃଷ୍ଣସଙ୍ଗ କାମନାରେ ମୁକତି ଲଭିଲେ ।ଅତି ଦୂଷ୍ଟ ଶିଶୁପାଳ ନାମେ ରାଜା ଥଲାସଭାମଧ୍ୟେ ନିନ୍ଦାକରି ମୁକତି ଲଭିଲା ।
ବ୍ୟାଧ ହୃଦୟକୁ ବିଦ୍ଧ ଶରରେ କରିଲାଅତ୍ୟନ୍ତ ଦୁର୍ଲଭ ଗତି ମୁକତି ପାଇଲା |ପୂର୍ବକାଳେ କୁବ୍ଜୀ ନାରୀ ଧରି ବସ୍ତ୍ରାଞ୍ଚଳଗ୍ମହେ ନେଇ ଉପଭୋଗ କଲା ତତ୍କାଳ ।କିନ୍ଧୁ ଦେବନାରୀଗଣ ଯାବତ ଜୀବନଧ୍ୟାନ କରି ଶ୍ରୀଚରଣେ ନ କଲେ ଦର୍ଶନ ।ପୂର୍ବେ ଦୂରେ ଥିବା ଚଣ୍ତାଳକୁ ମୋକ୍ଷ କଲେନିକଟରେ ଭକ୍ତ ବିପ୍ରମାନଙ୍କୁ ଠକିଲେ ।ତାଙ୍କ ମାୟାରେ ଆପଣ ହୋଇଲେ ଲାଞ୍ଚତପିତାମହ ବ୍ରହ୍ମାଙ୍କୁ ସେ କରିଲେ ବଞ୍ଚିତ ।ବ୍ରହ୍ମଚର୍ଯ୍ୟ ସାଧୂ ବହୁ ଦୁଃଖେ ମୁନିଗଣତପ କରି ଲଭିଥୂଲେ କଳ୍ାନ୍ତ ଜୀବନ ।ଆଉ ବି ଅଧୁକ ବୁଵ୍ଧିଶାଳୀ ବ୍ୟକ୍ତିଗଣଅତିଯତ୍େ ଶ୍ରୀଚରଣ ନ ପାନ୍ତି ଦର୍ଶନ ।ଜ୍ଞାନୀମାନଙ୍କର ମୁକ୍ତି ନିମିତ୍ତ ଶାସ୍ତ୍ରରେରହିଅଛି ଉପାୟତ ବହୁ ପରକାରେ |ତାଦ୍ଵାରୀ କରନ୍ତି ମୋକ୍ଷ ପଥରେ ଗମନଶ୍ରୀକ୍ଷେତ୍ର ବାସ ସଙ୍ଗରେ ନୁହେ ତ ସମାନ ।ପୁରୁଷୋତ୍ତମ କ୍ଷେତ୍ରରେ କରେ ସେହି ବାସସାଯୁଜ୍ୟ ମୁକତି ଲାଭ କରେ ସେ ଅବଶ୍ୟ ।ମାୟାବୀ ପ୍ରଭୁଙ୍କ ଲାଭ କରିବା ନିମିତ୍ତଏକମାତ୍ର ଉପାୟ ତ ରହିଛି ନିଶ୍ଚିତ |ଶ୍ରୀପୁରୁଷୋତ୍ତମ କ୍ଷେତ୍ରବରେ କଲେ ବାସଦେହାନ୍ତେ ସାଯୁଜ୍ୟ ମୁକ୍ତି ଲଭିବ ଅବଶ୍ୟ ।ସ୍ଵୟଂ ହରି ଏହି କ୍ଷେତ୍ର ରୂପ ବାସସ୍କାନରକ୍ଷା କରୁଛନ୍ତି ଯତ୍ତେ କର ନିରିମାଣ |ଇନ୍ଦ୍ରଦ୍ୟୁମ୍ନ ମହୀପାଳ ଯୋଗେ ଏ କ୍ଷେତ୍ରଟିସକଳ ଲୋକେ ବିଦିତ ହେବେ ନିଶ୍ଚୟଟି ।କହୁଛନ୍ତି ଦ୍ଵିଜଗଣ ଶୁଣ ମୁନିବରଆହେ ପ୍ରଭୁ ବୃଷଧ୍ଵଜ ! ଦିଅନ୍ତୁ ଆଦେଶସସୈନ୍ୟେ ନୀଳପର୍ବତେ ହୋଇବ ପ୍ରବେଶାରାଜାଙ୍କୁ ମହାଯଜ୍ଞରେ କରିଣ ଦୀକ୍ଷିତପୁନର୍ବାର ଆସି ହେବି ପଦେ ପ୍ରଣିପାତ ।କହନ୍ତି ଜୈମିନି ସେହି ବୃଷଭ ବାହନନାରଦଙ୍କୁ ଅନୁମତି କରିଲେ ପ୍ରଦାନ |ନାରଦ ଦେଖନ୍ତେ ଶିବ ହେଲେ ଅନ୍ତର୍ବାନରଷି ରାଜା ଦୁହେଁ ରଥ କଲେ ଆରୋହଣ ।ପୁରୁଷୋତ୍ତମ କ୍ଷେତ୍ରକୁ କରିଲେ ପ୍ରୟାଣକପୋତେଶ୍ବର ସମୀପେ ଗଲେ .ପରଦିନସେ ସ୍ଥାନରେ ବହୁବିଧ ବୃକ୍ଷ ବିରାଜିତଜଳାଶୟମାନଙ୍କରେ ଅତି ସୁଶୋଭିତ ।ପୂର୍ବଦିଗେ ସମୁଦ୍ରତଟରେ ବିଲ୍ଲେଶ୍ବଵରସମୀପରେ ସକଳ ସୈନ୍ୟ ରଖୁଲେ ନବର ।ଯଥାଯୋଗ୍ୟ ବାସସ୍ଥାନ କଲେ ନିରୂପଣକପୋତେଶ୍ବର ଶିବଙ୍କୁ ପୂଜିଲେ ତକ୍ଷଣନାରଦଙ୍କ ସହିତରେ ରଥେ ଚଳିଗଲେନୀଳାଚଳନାଥଙ୍କୁ ସେ ମନରେ ଚିନ୍ତିଲେ ।ନାମ କରିଣ କୀର୍ଉଁନ ବିଖୁ ସନ୍ଧିଧ୍ୟାନରାଜାଙ୍କ ସଙ୍ଗେ ନାରଦ କରିଲେ ଗମନ ।ଦ୍ଵାଦଶ ଛନ୍ଦ ଉତ୍କଳ ଭାଷାରେ ସମାପ୍ତରକ୍ଷା କରନ୍ତୁ ନୀଳଦ୍ରିନାଥ ଏ ଜଗତଏକ ଆମ୍ମା ହରି ହର ନୁହନ୍ତି ପୂଥକକହନ୍ତି ପୃଥକ ବୋଲି ମୂୁଢ଼ମତି ଲୋକ ।କୋଟି ଲିଙ୍ଗଶ୍ଵର ରୂପେ ତୁମ୍ଭେ ପୂଜା ପାଅଏକାମ୍ର କାନନେ ପ୍ରଭୁ ଆହେ ଦୟାମୟ ।ହରିହର ରୂପେ ତୁମ୍ଭେ କରିଅଛ ବିଜେଦୀନ ହରିହର ନମେ ଚରଣ ସରୋଜେ ।ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ ଇନ୍ଦ୍ରଦ୍ୟୁମ୍ନରାଜା ନାରଦ ମହର୍ଷି ସହ ଏକାମ୍ର କାନନେପ୍ରବେଶ ନାମ ଦ୍ଵାଦଶୋଦଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment