ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦ୍ଵାଦଶୋଦଧ୍ୟାୟଃ

ଦ୍ଵାଦଶ ଅଧ୍ଯାୟ

 

ଜୈମିନି ମୁନି କହନ୍ତି ଶୁଣ ଦ୍ରିଜଗଣ 
ବ୍ରହ୍ମାନନ୍ଦନଙ୍କ ବାକ୍ୟ ଶୁଣି ଇନ୍ଦ୍ରଦ୍ୁମ୍ନ | 
ଅତି ଆନନ୍ଦରେ ମନେ ବିଚାର କରିଲେ 
ଏ ପରିଶ୍ରମ ସଫଳ ହେବ ସ୍ପିର କଲେ । 
ମୋର ତ ସୌଭାଗ୍ୟ ପୂର୍ବ ଜନ୍ମ ମାନଙ୍କରେ 
କରିଅଛି କେତେ ପୁଣ୍ୟ ମିଳେ ନ ସୂମରେ । 
ସର୍ବଲୋକ ପିତାମହ ବ୍ରହ୍ମାଙ୍କର ସୂତ 
ମୋ କାର୍ଯ୍ୟେ ସାହାଯ୍ୟ ହେବାପାଇଁ ଉପସ୍ପିତ । 
ବ୍ରହ୍ମାଙ୍କ ନନ୍ଦନ ଅଟନ୍ତି ତ ଜୀବନ୍ଧୂକ୍ତ 
ସେ ମୋର ସହାୟ ହେବେ ହେବି ମୁଁ କୃତାଥ । 
ବୃଦ୍ଧ ବ୍ୟକ୍ତିଙ୍କ ମୁଖରୁ ଶିଣିଛି ସଭାରେ 
ସାହାଯ୍ୟ ବଳରେ କାର୍ଯ୍ୟ ସିବ୍ଧି ହୁଏ ଲଭେ । 
ଏହିରୂପ ଚିନ୍ତାକରି ରାଜା ଇନ୍ଦ୍ରଦ୍ୟୁମ୍ନ 
ସଭାସଦଗଣ ଗଲେ ଯେ ଯାହାର ସ୍ଥାନ । 
ରାଜା ମୁନିଙ୍କର ହସ୍ତ କରିଲେ ଧାରଣ 
ଅନ୍ତଃପୁରେ ପ୍ରବେଶିଲେ ଯାଇଁ ତତକ୍ଷଣ 
ମୁନିଙ୍କୁ ଯେ ଯାଥାବିଧୃ କଲେ ସନମାନ 
ଏକ ପଲଙ୍କରେ ଦୁହେଁ କରିଲେ ଶୟନ 
ରାତ୍ରି ପ୍ରଭାତେ ସାରିଲେ ନିଜ ନିତ୍ୟକର୍ମ 
ମାଧବଙ୍କୁ ପୂଜା ସାରି କରିଲେ ଗମନ 
ମହାନଦୀ ପାର ହେଲେ ଉଜ୍କଳର ପତି 
ପଥ ଦେଖାଇବା' ଅର୍ଥେ ଆଗରେ ଚଳନ୍ତି 
ସୈନ୍ଯସହ ଏକାମ୍ର କାନନେ ଉପସ୍ଥିତ 
ଗନ୍ଧବହା ନଦୀ ପାର ହେଲେ ନରନାଥ । 
ଶୀତତୋୟା ନଦୀ ଆଉ ନଦୀ ବେଗବତୀ 
ସୈନ୍ଯସହ ପାରିହୋଇ ଗମନ କରନ୍ତି 
ଦୂରରୁ ଶୁଣିଲେ ଶଙ୍ଖ ଚର୍ଚ୍ଚରୀ କାହାଳୀ 
ମରଦଙ୍ଗ ମୁରଜ ବାଦ୍ୟ ପଡ଼ୁଛି ଉନୁୁଳି 
କୋଟି ଲିଙ୍ଗଶ୍ବରଙ୍କର ପୂର୍ବାହ୍ଧିକ ପୂଜା 
ହେଇଥୁବାର ଜାଣିଲେ ତହିଁ ମହାରାଜା । 
ସେ ଧ୍ଵନି ଶ୍ରବଣେ ପ୍ରୀତ ହୋଇଲେ ରାଜନ 
ନାରଦଙ୍କୁ କହିଲେ ସେ ମଧୁର ବଚନ 
ଏ ଧ୍ଵନି ଶ୍ରବଣେ ମନେ ଜାତ ହୁଏ ପ୍ରୀତି 
ନୀଳାଦ୍ରିଶଙ୍କ ସମୀପ ହେଲୁ ଉପସ୍ଥିତି 
ଯେ ହେତୁ ପୂଜା ସମୟେ ଏ ବାଦ୍ୟ ସକଳ 
ଶୁତି ଗୋଚର ହେଉଛି ଅତି ସୁମଧୁର 
ନିକଟରେ ଅବା ଅନ୍ୟ ଦେବ ବିଦ୍ୟମାନ 
ଏହା ଶୁଣି କହନ୍ତି ଯେ ବ୍ରହ୍ମାଙ୍କ ନନ୍ଦନ 
ସେ କ୍ଷେତ୍ରେ ଅତି ଦୂର୍ଲ୍ଭ ଶୁଣ ହେ ରାଜନ 
ଗୁପ୍ରକରି ରଖୁଅଛନ୍ତି ଯେ ଭଗବାନ | 
ସେ ସ୍ଥାନେ ନୀଳମାଧବ ବିଜେ କରିଛନ୍ତି 
ଏକଥା ଯେ ଅନ୍ୟଜନ କେହି ନ ଜାଣନ୍ତି । 
ତୁମ୍ଭେ ଭାଗ୍ୟବାନ ଜନ ମଧ୍ୟରେ ଗଣନ 
ତେଣୁ ତୁମ୍ଭ ପୁରୋହିତ କରିଲେ ଦର୍ଶନ । 
ହେ ନୃପତି ତୁମ୍ଭେ ସଙ୍ଗେ ଘେନି ସୈନ୍ଯଗଣ 
ସାହସପଣେ ଅରଣ୍୍ୟେ କରୁଛ ଭ୍ରମଣ | 
ଏଣୁ ଆମ୍ଭମନେ ଜାତ ହେଉଛି ସଂଶୟ 
କହୁଅଛି ସ୍କିରମନେ ଜାତ ମହାଶୟ | 
ତିନି ଯୋଜନ ଯେ ବାଟ ନୀଳଗିରି ଅଛି 
ଏ ଯେଉଁ ବାଦ୍ୟ ବାଜଣା ମାନ ଶୁଭୁଅଛି । 
ଅନତିଦୂରେ ଭାବନୀ ପତି ଅବସ୍ଥିତ 
ଶରଣ ଇଛା କରନ୍ତି ହୋଇ ଅତିଭୀତ | 
ଏହି କ୍ଷେତ୍ର ଯେ ଏକାମ୍ର କାନନ ନାମକ 
ଏହା ଶୁଣି କହନ୍ତି ଯେ ଅବନ୍ତୀ ନାୟକ । 
ଦୁର୍ଦ୍ଦାନ୍ତ ତ୍ରିପୁରାସୁର ଥଲା ପୂର୍ବକାଳେ 
ଶରଦ୍ବାରା ହର ତାକୁ ଦହନ ୨ କରିଲେ | 
କି ନିମନ୍ତେ ଭୀତ ସେହି କାହାର ଶରଣ 
ନେଇଛନ୍ତି ସନ୍ଦେହ ତ ହୁଏ ମୋର ମନ । 
ଭୀତ ବ୍ୟକ୍ତିକୁ ଯେରକ୍ଷା କରୁଛନ୍ତି ନିତି 
ପରମ ପବିତ୍ର ଯତି ପାର୍ବତୀର ପତି | 
ଭୂତପତିଙ୍କର ଭୟ ସଂସାରେ ହେଉଛି 
ତାଙ୍କୁ ପରାଜିତ କରିବାକୁ କିଏ ଅଛି | 
ଏ କଥାକୁ ମହାମୁନି କରନ୍ତୁ ବ୍ଯକତ 
ଯଥାର୍ଥରେ ଶୁଣିବାକୁ ବଳେ ମୋର ଚିତ୍ତ । 
ନାରଦ କହନ୍ତି ମହୀପାଳ ଏ ସ୍ଥାନରେ 
ପୂର୍ବକାଳ କଥା କହୁଅଛି ଶୁଣ ଧୀରେ । 
ପୂର୍ବକାଳେ ନୀଳକଣ୍ଠ ତପସ୍ୟା କରିଲେ 
ବ୍ରହ୍ମଚାରୀ ବେଶେ ହିମଗିରି ଶିଖରରେ । 
ସେ ସମୟେ କାମ ବାଣେ ପ୍ରପୀଡ଼ିତ ହେଲେ 
ବ୍ରହ୍ମଚର୍ଯ୍ୟ ବ୍ରତକୁ ସେ ପରିତ୍ୟାଗ କଲେ । 
ଯୌବନ ମଦ ଗର୍ବିତା ପରମା ସୁନ୍ଦରୀ 
ଗୌରୀଙ୍କର ବିବାହ କରିଲେ କର ଧରି । 
ଗୌରୀଙ୍କର ପିତ୍ସଦତ୍ତ ବିଷୟ ଭୋଗିଲେ 
ଯେ ଭାଗ ଇଚ୍ଛନ୍ତି ସଦା ଦେବତା ସକଳେ । 
ଗୌରୀ ଏକଦିନେ ସ୍ଵଗ୍ଧହକୁ ଯାଇଥିଲେ 
ନାରୀଗଣ ସହ ମାତା ପଥରେ ଭେଟିଲେ । 
ବାତ୍ସଲ୍ୟ ସ୍ବେହେ କହିଲେ ସ୍ଲଠିତହାସ୍ୟ କରି 
ଉତ୍ତମ ପତି ଲଭିଛ ତୁମ୍ଭେ ତପ କରି | 
ଗହନ ବନେ ତପସ୍ୟା କରିବାକୁ ଗଲ 
ବରାନନେ କେଉଁ ବର ତୁମ୍ଭେ ଲାଭ କଲ । 
ଧନହୀନ କୁଳହୀନ ଏକ ବୃଦ୍ଧ ବର 
ତାର ସଙ୍ଗ ପରିତ୍ୟାଗ ତୁମ୍ଭେ ତ ନ କର 
ବସେ ତୁମ୍ଭ ପତିଙ୍କର ଅଛି କେଉଁ ଗୁଣ 
ତୁମ୍ଭଙ୍କୁ ସେ କେତେ ଦେଲେ ବସ୍ତ୍ରାଦି ଭୂଷଣ । 
ଦେଖୁଛି ଆମ୍ଭରି ଗୁହେ ଅଛି ଚିରକାଳ ` 
ପିତୃଦତ୍ତେ ବିଷୟାଦି ଭୋଗୁଛ କେବଳ 
ତ୍ରିଲୋକେ ଅଛନ୍ତି ବିବାହିତା କନ୍ଯାଯେତେ 
ପତିଦତ୍ତ ଅଳଙ୍କାର ଭୂଷିତା ସମସ୍ତେ 
ପିତୃ ଭବନରୁ ସ୍ଵାମୀ ˆ ଉବନକୁ ଯାନ୍ତି 
ପିତୃଗଣଙ୍କ ମନରୁ ହେଲି ଉତପତି 
ଗିରିରାଜ ହିମାଳୟ ମୋତେ ବିଭା ହେଲେ 
ପିତ୍ଲୋକରୁ ସେ ମୋତେ ଗୃହକୁ ଆଣିଲେ । 
ହେ ବସେ ଏକଥା ପରିହାସେ କହୁଅଛି 
କ୍ରୋଧ ଅବା ଲୋଭ ମୋର ମନେ ନାହିଁ କିଛି। 
ବିଷ୍ଣୁଙ୍କ ସମାନ ମୋର ଜାମାତାଙ୍କୁ ତୁମ୍ଭେ 
ନ କହିବ ଏହି କଥା ମନେ ରଖ ଏବେ 
ନାରଦ କହନ୍ତି ଗୌରୀ ମାତାଙ୍କର ଉକ୍ତି 
ସ୍ବାମୀଙ୍କର ନିନ୍ଦା ଶୁଣି ହୋଇଲେ ବିରକ୍ତି । 
କ୍ରୋଧରେ କମ୍ପିଲା ଓଷ୍ଠ କିଛି ନ କହିଲେ 
ସ୍ବାମୀଙ୍କର ନିକଟକୁ ବେଗେ ଚଳିଗଲେ 
ମାତାଙ୍କର ନିନ୍ଦାକଥା ଗୋପନ କରିଲେ 
ସ୍ଵେହ ପୂର୍ଣ୍ଣ କିଛି କଟୃକଥା ସେ କହିଲେ । 
ହେ ସ୍ବାମୀ ମୁଁ କହୁଅଛି କରନ୍ତୁ ଶ୍ରବଣ 
ଶ୍ଵଶୁରାଳୟକୁ ଶୀଘ୍ର କରନ୍ତୁ ବର୍ଜନ 
ଆପଣ ତ୍ରୈଲୋକ୍ୟ ବାସୀ ନୀଚ ବ୍ୟକ୍ତିଙ୍କର 
ପୂଜନୀୟ ଏହି ନିନ୍ଦା ଅଛି ତ ତୁମ୍ଭର 
ତେଣୁ ଆମ୍ଭେ ଦୁହେଁ ଏହି ସ୍ଥାନକୁ ବ୍ିଣ 
ଚଳିବା ଭୂମଣ୍ଡଳେ କି ନାହିଁ ଅନ୍ୟ ସ୍ଥାନ 
ବୃଷଭଧ୍ଜଜ ଶୁଣିଣ ଉମାଙ୍କ ବଚନ 
ବୃଷ ଚଢ଼ି ମଧ୍ୟଦେଶେ କଲେ ଆଗମନ 
ସର୍ବ ତୀର୍ଥମୟ ଶ୍ରେଷ୍ଠ ପ୍ରୟାଗ ତୀଥକୁ 
ତ୍ୟାଗ କରି ଗଲେ ଗଙ୍ଗା ଉତ୍ତର ତଟକୁ 
ବାରାଣସୀ ନାମେ ପୁରୀ ନିର୍ମାଣ କରିଲେ 
ପଞ୍ଚକ୍ରୋଶ ପିରିମିତ ସୁନ୍ଦର ସ୍ଥାନରେ 
ଶତ ଶତ ଅଟ୍ଟାଳିକା ଉତ୍ତମ ମନ୍ଦିଚ 
ଅସଂଖ୍ୟ ଉପବନରେ ରରମଣୀୟ ପୁର 
ବହୁବିଧ ତୀର୍ଥ ବହୂ ମାନବରେ ପୂର୍ଣ 
ବିଶ୍ଵକର୍ମା ଅତି ବେଗେ କରିଲେ ନିର୍ମାଣ 

ଏନାଧ ପୁତା 
ସୁଶୀତଳ ଗଙ୍ଗାଜଳେ କରିଲେ ଧଉତ 
ପଶୁପତି ଗିରିରାଜ ତନୟ ସହିତ | 
ବାରାଣସୀ ଧାମେ ସ୍ଵର୍ଣ ନିର୍ମିତ ପ୍ରାଚୀର 
ଅଟ୍ଟାଳିକା ସୁଶୋଭିତ ରତ୍ସମୟ ପୁର । 
ରତ୍ୃସ୍ତମ୍ଭେ ଚାରିଦିଗ ହୋଇଅଛି ପୂର୍ଣ 
ପୁର ମଧ୍ୟେ ହର ଉମା କରିଲେ ରମଣ । 
ହର ବାରାଣସୀ ପୂରୀ ତ୍ୟାଗ ନ କରନ୍ତି 
ସେ ପୁର ମୋକ୍ଷଦାୟିନୀ ବୋଲି ଅଛି ଖ୍ୟାତି । 
ହେ ରାଜନ ପୂର୍ବକାଳୁ ଭବଭୀତ ଜନ 
ବାରାଣସୀ ପୁରେ କରିଛନ୍ତି ଅବସ୍ଥାନ । 
ସେହିକାଳୁ ଉମା ଦେବୀପତି ସଙ୍ଗତରେ 
ଅଳଂକୃତା ହୋଇ ବାସ କରିଲେ ସେଠାରେ 
ମାତା ପିତାଙ୍କୁ ସେ ଆଉ ନ କଲେ ସ୍ମରଣ 
ଅତୀତ ହୋଇଲା ସେ ସ୍ଥାନରେ କେତେଦିନ । 
ବହୁଦିନ ପରେ ଶିବ ବାରାଣସୀ ପୁରେ 
କୋଟିଲିଙ୍ଗ ସ୍ଥାପି ଶିବ କୈଳାସକୁୂ ଗଲେ । 
ସେ ପୁର ବହୁ ନୃପତି ପାଳନ କରିଲେ 
କାଶୀରାଜ ତହିଁ ରାଜା ଦ୍ଵାପର ଯୁଗରେ । 
ଅତି ଉଗ୍ର ତପସ୍ୟା କଲେ ସେ ଧାତିକାରେ 
ମହାଦେବଙ୍କୁ ସନ୍ତୋଷ କଲେ ସେ ସ୍ଥାନରେ । 
ତହିଁ କାଶୀରାଜାଙ୍କୁ ଯେ ବର ଦେଲେ ଶିବ 
ଯୁଦ୍ଧେ କୃଷ୍ଣ ବଳରାମ ନିଶ୍ଚୟ ଜିଣିବ । 
ହସ୍ତରେ ପିନାକ ଧନୁ କରିଣ ଧାରଣ 
ବୃଷଭ ବାହନେ ଯିବ କରିବାକୁ ରଣ । 
ମୋ ସୈନ୍ୟ ପ୍ରମଥ ଗଣ ସଙ୍ଗରେ ଘେନିଣ 
ବସ୍ସ ତାର ସଙ୍ଗେ ଯୁଦ୍ଧେ କରିବ ଗମନ । 
ଏହି ରୂପେ ବର ପାଇ ସେହି କାଶ୍ରୀରାଜ 
ଅଧକ ହୋଇଲା ତାର ବଳ ବୀର୍ଯ୍ୟ ତେଜ । 
ଶ୍ରୀକୃଷ୍ଣଙ୍କୁ ଯୁଦ୍ଧଥର୍ଥେ କରିଲା ଆହ୍ବାନ 
ଏ କଥା ଜାଣିଲେ ଅନ୍ତର୍ଯ୍ୟାମୀ ନାରାୟଣ । 
କାଶୀ ରାଜାକୁ ବିନାଶ କରିବା ନିମିତ୍ତ 
ସୁଦର୍ଶନ ଚକ୍ରକୁ ଯେ ପେଶିଲେ ତୁରିତ । 
ସହସ୍ର ସୂର୍ଯ୍ୟର ତେଜପରି ତେଜୀୟାନ 
ଅତି ଉଗ୍ର ଚାହିଁ ନୂୁହେଁ ସେ ତେଜର ବର୍ଣ୍ଣ । 
କୃଷ୍ଣଙ୍କ ଇଚ୍ଛାରେ ଚକ୍ର ହୋଇଲା କୁପତି 
କାଶୀରାଜର ମସ୍ତକ ଛେଦିଲା ତୁରିତ | 
ସୈନ୍ଯସହ ସେ ରାଜାର ସୁନ୍ଦର ଭବନ 
 ୍ଷଣକାଳ ମଧ୍ୟେ ସର୍ବ ହୋଇଲା ଦହନ  । 
ଏହା ଦେଖୁ ପଶୁପତି ହେଲେ କ୍ରୋଧ ଅତି 
ପ୍ରଥମ ଗଣଙ୍କ ସହ ଚଳିଲେ ଝଟତି | 
ପିନାକ ଧନୁକୁ ଧରି ବୃଷ ଆରୋହିଣ 
କରିଲେ ଯୁଦ୍ଧ ଭୂମିକୁ ସତ୍ଵର ଗମନ 
ପାଶୁପତ ଅସ୍ତ୍ସହ ସେ ପ୍ରମଥଗଣ 
ସୁଦଶନ ଚକ୍ର ତେଜେ ହୋଇଲେ ଦହନ । 
ବିଷ୍ଣୁ ଗିବଙ୍କୁ ଯେ ପୂର୍ବେ କଲେ ବର ଦାନ 
ଯେତେବେଳେ ତୁମ୍ଭେ ମୋତେ କରିବ ସ୍ମରଣ । 
ପାଶୁପତ ଅସ୍ତ୍ର ତେଜୁ ଅଧ୍ବକ ବଢ଼ିବ 
ପ୍ରତିକୂଳ କାର୍ଯ୍ୟ ଅସ୍ତୃତେଜ ହୀନ ହେବ 
ପାଶୁପତ ଅସ୍ତ ଯହୁଁ ହୋଇଲା ନିଷ୍ପଳ 
ଆବର ଦହନ ହେଲା ବାରାଣସୀ ପୁର 
ଏହା ଦେଖୁ ମହାଦେବ ଭୟଭୀତ ହେଲେ 
ପୁରୁଷୋତ୍ତମଙ୍କ ତହୁଁ ସ୍ତୁତି ଆରମ୍ଭିଲେ 
ନାରାୟଣ ତୁମ୍ଭେ ଅଟ ପରମ ଆଶ୍ରୟ 
ପରମାତ୍ମା ପରାତ୍ପର ନିତ୍ୟ ଜ୍ଞାନମୟ 
ସଚ୍ଚିଦାନନ୍ଦ ସ୍ଵରୂପ ପ୍ରଭୁ ନିରଞ୍ଜନ 
ତୁମ୍ଭ ପାଦ ପଦ୍ଧକୁ ମୁଁ କରୁଛି ପ୍ରଣାମ 
ଜଗତ କାରଣ ତୁମ୍ଚେ ତ୍ରିଗୁଣ ପ୍ରକାଶ 
ହେଲେ ଜଗତର ହୁଏ ସୃଷ୍ଟି ସ୍ଥିତି ନାଶ 
ମାୟାଛ୍ଥନ୍ନ ହେଲେ ମଧ୍ୟ ସ୍ଵୟଂ ପ୍ରକାଶିତ 
ତୁମ୍ଭଙ୍କୁ ଯେ ନମସ୍କାର ମୋର ଅବିରତ 
ତୁମ୍ଭର ପ୍ରକାଶ ଅନ୍ତରରେ ନ ହୁଅଇ 
ସେହିପରି ବାହାରରେ ପ୍ରବେଶ ହୁଅଇ 
କିନୁୁ ବାହାର ଅନ୍ତର ଦୂର ନିକଟରେ 
ଗୁରୁଲଘୁ ସ୍କୁଳ ସୂକ୍ଷ୍ମ ଆଦି ପଦାର୍ଥରେ 
ଏ ସକଳ ସ୍ଥାନେ ତୁମ୍ଭେ ରହିଅଛ ପୂର୍ଣ 
ହେ ପ୍ରଭୁ ତୁମ୍ଭ ଚରଣେ କରୁଛି ପୁଣାମ 
ଯାହାର କଟାକ୍ଷପାତେ ବ୍ରହ୍ମା କୋଟି କୋଟି 
ପରାର୍ ସଂଖ୍ୟକ ଶିବ ହୋଇଥାଏ ସୃଷ୍ଟି 
ତୁମ୍ଭେ କାଳ ସ୍ଵରୂପରେ କର ବିଚରଣ 
କୋଟି ସଂଖ୍ୟାରେ ପ୍ରଣାମ କରନ୍ତୁ ଗ୍ରହଣ- 
ସକଳ ବ୍ରହ୍ମାସ୍ଡ ଦେହେ ଲୋମ କୂପେ ଯାର 
ଅବସ୍ଥିତ ପରିମାଣ ନାହିଁ ସେ ଦେହର 
ବିଶ୍ଵାତ୍ମା ବିଶ୍ଵ ରୂପରେ ଯାର ଅବସ୍ଥାନ 
ସେ ପ୍ରଭୁଙ୍କ ବାରମ୍ବାର କରୁଛି ପ୍ରଣାମ 
' ବ୍ରହ୍ମାର ସ୍ଵକୀୟ କାଳ ପରିପୂର୍ଣ ଯୋଗେ 
ପ୍ରଳୟ ଉତ୍ପତ୍ତି ମନ୍‌ନ୍ତର ଘଟୈ ବେଗେ 
ବ୍ରହ୍ମାଙ୍କ କାଳ ସ୍ଵରୂପେ ତୁମ୍ଭ ଅବସ୍ଥାନ 
ତୁମ୍ଭଙ୍କୁ ଯେ ବାରମ୍ବାର କରୁଛି ପ୍ରଣାମ 
ହେ ନାଥ ଉପ୍ପତ୍ତି ହୋଇ ତପ ଆଚରିଲି 
ତୁମ୍ଭର ପ୍ରଭାବ କେତେ ବୁଝି ନ ପାରିଲି 
ଏଣୁ ଶ୍ରୀଚରଣ ତଳେ ଗଲି ମୁଁ ଶରଣ 
ବାରେ କୃପାକରି କ୍ଷମା କରନ୍ତୁ ପ୍ରଦାନ । 
ଏ ପ୍ରକାର ସ୍ତବ ଯହୁଁ କଲେ ମହାଦେବ 
ଶଙ୍ଖ ଚକ୍ରଧାରୀ ବିଷ୍ଣୁ ହେଲେ ଆବିର୍ଭାବ । 
ଚକ୍ରରୂପ ପରିତ୍ୟାଗ କଲେ ତତକ୍ଷଣ 
ତାହାଙ୍କ ମୁଖ ମଣ୍ଡଳ ଦିଶଇ ପ୍ରସନ୍ନ | 
ସ୍କନ୍ଧେ ବଣ୍ଠମାଳା କର୍ଣ୍ଣେ କୂଣ୍ତଳ ଶୋଭଇ 
ଦେହେ ନାନା ଅଳଙ୍କାର ଉନ୍ନଳ ଦିଶଇ । 
ତାହାଙ୍କ ବାମ କ୍ରୋଡ଼ରେ ଲକ୍ଷ୍ମୀଦେବୀ ନିଜେ 
ଦକ୍ଷପାର୍ଶ୍ତେ ସତ୍ୟଭାମା କରିଛନ୍ତି ବିଜେ । 
ନୀଳମେଘ ବର୍ଣ୍ଣ ସମ ଦେହ କାନ୍ତି ଜାଣ 
କରୁଣା ସାଗର ଅଧୋକ୍ଷକ ଭଗବାନ । 
କ୍ରୋଧେ ଭୟଭୀତେ ମହାଦେବଙ୍କୁ କହିଲେ 
ଶମ୍ଭୋ ତୁମ୍ଭର ଦୂର୍ବୃଵି ଜାତ ଏତେକାଳେ । 
ସାମାନ୍ୟ କୀଟ ସମାନ ଏ ରାଜା ନିମିତ୍ତ 
ତୁମ୍ଭେ ଆମ୍ଭ ସଙ୍ଗେ ଯୁଦ୍ଧ ଅଣୈ ଉପସ୍ଥିତ । 
ହେ ଧୂର୍ଜଟି ଜାଣିଛ ତ ପ୍ରଭାବ ଆମ୍ଭର 
ତୁମ୍ଭେ ପାଶୁପତ ଅସ୍ତେ ଜଗତ୍‌ ଜିଣିପ୍ତାର । 
ଆମ୍ଭ କ୍ରୋଧ ଚକ୍ରରୂପ କରଇ ଧାରଣ 
ଏହା ଜାଣି ଯୁଦ୍ଧ ଅର୍ଥେ କଲେ ଆଗମନ । 
ଆମ୍ଭଙ୍କୁ ଅବଜ୍ଞା କରି ଏହି ଜଗତରେ 
ତୁମ୍ଭ ବିନା ଅନ୍ୟ ପ୍ରାଣ ଧରି ତ ନ ପାରେ । 
ବହୁତ ଡ଼ପସ୍ୟା ପୂର୍ବକାଳେ କରିଅଛ 
ଆମ୍ଭ ଶରୀର ରୂପରେ ଉତ୍ପନ୍ନ ହୋଇଛ । 
ପାର୍ବତୀ ସହିତୈ ଯଦି ଚିରକାଳ ବସା 
ବାରାଣସୀ ପୁରେ କରିବାକୁ ମନେ ଆଶା । 
ଜଗତେ ପ୍ରସିଦ୍ଧ ଆମ୍ଭ ନାମରେ ବିଖ୍ୟାତ 
 ପୁରୁଷୋତ୍ତମ କ୍ଷେତ୍ରକୁ ଚଳନ୍ତି ତୂରିତ | 
ଦକ୍ଷିଣ ସମୁଦ୍ର ତୀର ଦେଶେ ଅବସ୍ତିତ 
ନୀଳ ସୁନ୍ଦର ପର୍ବତ ଅତି ସୁଶୋଭିତ | 
ବିରଜା ମଣ୍ଡଳୁ ଦଶ ଯୋଜନ ବିସ୍ତୀର୍୍ 
କ୍ରମେ ଚିତ୍ରୋପ୍ଳା ନଦୀଯାଏ ପୂୁଣ୍ଯସ୍ଥାନ । 
ଚିତ୍ରୋପ୍ୂଳା ନଦୀଠାରୁ ଦକ୍ଷିଣ ସାଗର 
ଯାଏ ସ୍ଥାନ ପଦେ ପଦେ ଅତି ପୁଣ୍ୟତର । 
ଏକପାଦରୁ ଅପର ପାଦ ନ୍ୟାସ ସ୍ଥାନ 
ଅଧୁକ ପବିତ୍ର ନୀଳଗିରି ମୋକ୍ଷ ଧାମ । 
ସେ ସ୍ଥାନେ ଧରିଛୁ ଆମ୍ଭେ ଦେହ ଚତୁଷ୍ଟୟ 
ସେ ଦେହ ନିର୍ମିତ ନୀଳକାନ୍ତ ମଣିମୟ । 
ସେ ଗିରି ଉତ୍ତର ଦିଗେ ସୁପ୍ରସିଦ୍ଧ ସ୍ଥାନ 
ବିଦ୍ୟମାନ ତାର ନାମ ଏକାମ୍ର କାନନ । 
ଆହେ ତ୍ରିପୁର ଅନ୍ତକ ଯାଅ ସେହି ସ୍ଥାନ 
ନିର୍ଭୟେ ପାର୍ବତୀସହ କର ଅବସ୍ଥାନ 
ଆମ୍ଭ ଆଦେଶରେ ସୂଷ୍ଟିକର୍ଜା ବ୍ରହ୍ମା ଯିବେ 
ଲିଙ୍ଗରାଜ ପଣେ ଅଭିଷେକ ସେ କରିବେ । 
ସର୍ବତୀର୍ଥମୟ ମଣିକର୍ଣ୍ଣିକା ଯେ ତୀର୍ଥ 
କାଶୀଧାମେ ଅଛି ବୋଲି ହେଉଛ ଗର୍ବିତ 
ସେହି ଅହଂକାର ତୁମ୍ଭେ ପରିତ୍ୟାଗ କର 
ଗମନ କର ଏକାମ୍ର କାନନେ ସତ୍ତ୍ବର 
କହନ୍ତି ନାରଦ ବାସୁଦେବଙ୍କର କଥା 
ଶିବ କୃତାଞ୍ଜଳି ପୁଟେ ନତ କଲେ ମଥା 
ପ୍ରଣାମ କରି ସକଳ କରିଲେ ଶ୍ରବଣ 
ବାସୁଦେବଙ୍କୁ କହିଲେ ମଧୁର ବଚନ 
ହେ ଦେବ ! ହେ ଜଗନ୍ନାଥ ! ଆଶ୍ରିତ ବ୍ୟକ୍ତିର 
ତ୍ରିବିଧ କ୍ଲେଶକୁ ତୁମ୍ଭେ ଦୂର କରି ପାର 
ହେ ଜଗତ ପ୍ରଭୁ ତୁମ୍ଭେ ଆମ୍ଭ ମୂଳାଧାର 
ତବ ମଙ୍ଗଳ ଆଦେଶ ପାଳିବି ` ସତ୍ତର 
ହେ ଦେବ ନିର୍ବୃଦ୍ଧି ପଣେ କଲି ଅହଂକାର 
ତବ ଦୟା ନିଦର୍ଶନ କାରଣ ଏହାର 
ପୂର୍ବକାଳେ ତୁମ୍ଭ ଅନୁଗ୍ରହ ପାଇଅଛି 
ତୁଣେ ମୋର ମନରେ ତ ଚାଞ୍ଚଲ୍ୟ ବଳିଛି 
ହେ ଦେବ ତବ ଆଦେଶ କରିବି ପାଳନ 
ପୁରୁଷୋତ୍ତମ କ୍ଷେତ୍ରକୁ ଯିବି ଏହିକ୍ଷଣ 
ହେ ପ୍ରଭୁ ! ଆମ୍ଭଙ୍କୁ ଅନୁଗ୍ରହ କରିବଟି 
ପୁରୁଷୋଉମ କ୍ଷେତ୍ରରେ ବିରଜା କ୍ଷେତ୍ରଟି 
ତାହାକୁ ପ୍ରତି ପାଳନ କରିବ ଆପଣ 
ଚକ୍ରେ ସେ ପୁର ନୋହିବ ଏପରି ଦହନ 
କହନ୍ତି ନାରଦ ପୂର୍ବକାଳେ ମହାଦେବ 
ଲକ୍ଷ୍ମୀ ଶ୍ରୀପୁରୁଷୋତ୍ତମ ସହ ବଳଦେବ 
ଏ ତିନିଙ୍କୁ ପୂଜା କରି ସନ୍ତୋଷ କରିଲେ 
ବିରଜା କ୍ଷେତ୍ରକୁ ନିର୍ମାଣ ଯେ କରିଥୁଲେ 
ପିତାମହ ବ୍ରହ୍ମା ଏହି ସ୍ଥାନକୁ ତୁରିତ 
ଆସି ଉମାକାନ୍ତଙ୍କୁ ଯେ କରିଲେ ସ୍ଥାପିତ 
ଆମ୍ଭେମାନେ ସେହିସ୍ଥାନେ କରିବା ଗମନ 
ପୁରରିପୁ ବିଷ୍ଣୁଙ୍କର ପାଇବ ଦର୍ଶନ 
ଏହି ଶେଷକ୍ଷେତ୍ର ତମଃ ରଜୋଗୁଣେ ମୁକ୍ତ 
ବିରଜା ମଣ୍ଡଳ ନାମେ ହୋଇଛି ବିଖ୍ୟାତ 
ସତ୍ତ୍ଗୁଣରୁ ଅଧ୍ବକ ଶ୍ରୀପୁରୁଷୋତ୍ତମ 
ମୁକ୍ତି ଦାନ କରେ ତାର ନାମ ମୋକ୍ଷଧାମ 
ଯେତେ ଅନ୍ୟ କ୍ଷେତ୍ର ମୁକ୍ତି କରନ୍ତି ପ୍ରଦାନ 
ଏସ୍ଥାନେ କରନ୍ତି ସେ ସକଳେ ମୁକ୍ତି ଦାନ 
ହେ ରାଜେନ୍ଦ୍ର ! ଏ କ୍ଷେତ୍ରରେ ପାପ କଳୁଷିତ 
ବ୍ୟକ୍ତିମାନେ ନ କରନ୍ତି ବିଶ୍ଵାସ ସ୍ଥାପିତ । 
ତେଣୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଗୋପନୀୟ 
ରଖୁଛନ୍ତି ଚକ୍ରପାଣି ଏ କଥା ନିଶ୍ଚୟ 
ଇନ୍ଦ୍ରଦ୍ୟୁମ୍ନ କହୁଛନ୍ତି ହେ ବ୍ରତୀର୍ଷି ଶୁଣ 
ଅତ୍ୟନ୍ତ ପବିତ୍ର କଥା କହିଲେ ଆପଣ । 
ସେ କ୍ଷେତ୍ର କରେ ପରମ ପବିତ୍ରତା ଜାତ 
ଲକ୍ଷ୍ମୀକାନ୍ତ ଉମାକାନ୍ତ ଯହିଁ ଅବସ୍ଥିତ | 
କୁଟିଳ ପଥରେ ଆମ୍ଭେ ଗତି କରିଯିବା 
ଅବଶ୍ୟ ସେହି ସ୍ଥାନରେ ପ୍ରବେଶ ହୋଇବା | 
ମୋକ୍ଷ ପାଇବା ଅଟଇ ଆମ୍ଭର ଉଦ୍ଦେଶ୍ୟ 
ଶ୍ରୀକ୍ଷେତ୍ରକୁ ଗଲେ ତାହା ମିଳିବ ଅବଶ୍ୟ । 
କହନ୍ତି ଜୈମିନି ଅନନ୍ତର ସେହି ମୁନି 
ସୈନ୍ୟ ସହିତେ ରାଜାଙ୍କୁ ସଙ୍ଗତରେ ଘେନି । 
ମଧ୍ୟାହ୍ନେ ଏକାମ୍ର ବନେ ପ୍ରବେଶ ହୋଇଲେ 
ମାହାରାଜା ବିନ୍ଦୁତୀର୍ଥେ ବେଗେ ସ୍କାନ କଲେ । 
ତୀର୍ଥକୂଳେ ବାସୁଦେବ କଲେ ଦରଶନ 
କୋଟିଶ୍ବର ଶିବାଳୟେ ଗଲେ ତତକ୍ଷଣ । 
ମନ୍ଦିର ଦ୍ଵାର ଦେଶରେ କଲେ ଆଚମନ 
ଶିବଙ୍କ ପ୍ରୀତି ଉଦ୍ଦେଶ୍ୟେ ଦେଲେ ନାନା ଦାନ ।| 
ବହୁତର ରଥ ଗଜ ରତ୍ନବସ୍ତ୍ ଧନ 
ଅଳଙ୍କାର ବ୍ରାହ୍ମଣଙ୍କୁ କରିଲେ ପ୍ରଦାନ । 
ଅଭେଦ ଦର୍ଶନେ ଶିବ ବିଷ୍ଣୁ ପୂଜା କଲେ 
ତିନି ଭୁବନରେ ମହାସ୍ବାନ କରାଇଲେ । 
ରାଜା ବିଷ୍ଣୁ ଶିବଙ୍କୁ ଯେ ଅଭେଦ ମଣିଲେ 
ସ୍ତବପାଠ ସୁତି ଗାନ ପ୍ରଣାମାଦି କଲେ । 
ଅତୁଳ ଆନନ୍ଦ ମନେ ଶିବଙ୍କୁ ଚିନ୍ତିଲେ 
କୃତାଞ୍ଜଳିପୁଟେ ତହିଁ ଅବସ୍ଥାନ କଲେ । 
ତପ୍ୂରେ ତ୍ର୍ୟମ୍ବକ ଶିବ ପ୍ରସ୍ଥାନ ହୋଇଲେ 
ମହାରାଜଙ୍କ ସୁଷ୍ପଷ୍ଟ ବଚନ କହିଲେ | 
ଇନ୍ଦ୍ରଦ୍ୟୁମ୍ପ ମହାରାଜା ପୃଥୁବୀ ମଧ୍ୟରେ 
ତୁମ୍ଭ ପରି ବିଷ୍ଣୁ ଭକ୍ତ ନାହିଁ ଅନ୍ୟଠାର । 
ଯେଉଁ ମନୋବାଜଞ୍ଚା ତାହା ହେବ ବେଗେ ପୂର୍ଣ 
ଏହାକହି ଶିବ ତହିଁ ହେଲେ ଅନ୍ତର୍ବାନ । 
ପୁନର୍ବାର ନାରଦଙ୍କୁ କହିଲେ ସତ୍ତ୍ବର 
ଆମ୍ଭ ଆଦେଶ ପାଳନ କର ମୁନିବର । 
ଶୀଘ୍ର ଅଶ୍ଵମେଧ ଯଜ୍ଞ କରି ଆୟୋଜନ 
ବିଷ୍ଣୁଙ୍କର ଦେହ କ୍ଷେତ୍ର ଶ୍ରୀପୁରୁଷୋତ୍ତମ । 
ହୃଦୟ ସ୍ଵରୂପ ଅନ୍ତର୍ବେଦୀ ଅବସ୍ମିତ 
ତାଙ୍କୁ ରକ୍ଷା କରିବାକୁ ହେଲି ମୁଁ ନିଯୁକ୍ତ । 
ବିଷ୍ଣୁ ମୋତେ ଅଷ୍ଟଭୋଗ କରିଲେ ସ୍ଥାପନ 
ବେଦୀର ଆକୃତି ଅଟେ ଶଙ୍ଖର ସମାନ । 
ଶଙ୍ଖ ଅଗ୍ରଦେଶେ ମୁହିଁ ଦୂର୍ଗାଙ୍କ ସହିତ 
ନୀଳକଣ୍ଠ ନାମରେ ଯେ ହୋଇଛି ବିଖ୍ୟାତ । 
ହେ ନାରଦ ଯହିଁ ନୀଳଗିରି ବିଦ୍ୟମାନ 
ସେହିସ୍ଥାନେ ଯାଅ ସଙ୍ଗେ ଘେନି ଇନ୍ଦ୍ରଦ୍ୟୁମ୍ନ । 
ନୀଳକାନ୍ତ ମଣିମୟ ହରି ତହିଁ ଥଲେ 
ଅନ୍ତରହଁତ ହୋଇଗଲେ ଏବେ ଏତେକାଳେ । 
ଆମ୍ଭ ଆଦେଶରେ ଯାଇଁ ତୁମ୍ଭେ ସେ କ୍ଷେତ୍ରରେ 
ନୃସିଂହ ଦେବ ପ୍ରତିଷ୍ଠା କର ଧାତିକାରେ । 
ଆମ୍ଭ ସନ୍ନିଧ୍ୂଵରେ ସେହିସ୍କାନେ ନରପତି 
ସହସ୍ର ସଂଖ୍ୟାରେ ଯାଗ କରିବେ ସଂପ୍ରତି 
ଅତଃପ୍ରର ବ୍ରହ୍ମ ବୃକ୍ଷ ଅତି ସୁନିର୍ସଗଳ 
ଆଶ୍ଚର୍ଯ୍ୟ ବୃକ୍ଷ ଦର୍ଶନ କରିବେ ଭୂପାଳ 
ଏ ବୃକ୍ଷ କାଷ୍ପରେ ବିଶ୍ଵକର୍ମା ପ୍ରତିମୁି 
ଚାରିଗୋଟି ଗଠନ ହେ କରିବେ ଝଟଚତି 
ସେହି ପ୍ରତିମା ପ୍ରତିଷ୍ଠା କରିବା ନିମିତ୍ତ 
ବ୍ରହ୍ମଲୋକୁ ବ୍ରହ୍ମା ଆସି ହେବେ ଉପସ୍ମିତ 
ସହସ୍ର ବର୍ଷେ ସହସ୍ର ଯଜ୍ଞ ସମାପତି 
କରିବେ ସେହି ସ୍ଥାନରେ ଏହି ନରପତି 
ତଦନନ୍ତର ନିଖଳ ଜଗତ ଆଶ୍ରୟ 
ପାପରାଶି ନାଶି ଜୀବେ ଦିଅନ୍ତି ଅଭୟ 
ମୋକ୍ଷଦାତା ସେହି ବିଷ୍ଣୁ ଦାରୁମୟୀ ମୁଭି 
ଅବଲୋକନ କରିବେ ତହିଁ ନରପତି 
ସେ ହରିଙ୍କର ଚରିତ୍ର ବ୍ରହ୍ମା ନ ଜାଣନ୍ତି 
ମୁଁ ତ ଜାଣେନାହିଁ ତୁମ୍ଭେ ନ ପାରିବ ଚିନ୍ତି 
ଭଲ୍ତିଯୋଗେ ଆଜ୍ଞା ପ୍ରତିପାଳନ କରିଲେ 
ସେ ପ୍ରଭୁ ପ୍ରସନ୍ଧ ହୁଏ ଏହି ଧରାତଳେ 
ଜଗଦ୍ଗୁରୁ ଶିବପାଦେ ସେ କାଳେ ନାରଦ 
ପ୍ରଣତ ହୋଇ କହନ୍ତି ବାକ୍ୟ ଗଦଗଦ 
ହେ ପ୍ରଭୁ ଏ ସ୍ଥାନେ ଯାହା ଆପଣ କହିଲେ 
ଏହି କଥା ପିତାମହ ବ୍ରହ୍ମା କହିଥିଲେ 
ହେ ନାଥ ଆପଣ କିବା ଚତୁର ବଦନ 
ତ୍ରିଲୋକ ଗୁରୁ ବିଷ୍ଣୁଙ୍କଠାରୁ ନୂହ ଭିନ୍ନ 
ମାଳବ ଦେଶରେ କନ୍ଧ ଏହି ନରପତି 
ଏହାର ବଢ଼ିଛି କେତେ ସୈଭାଗ୍ୟ ସମ୍ପତ୍ତି । 
ଏକାକାଳେ ବ୍ରହ୍ମା ବିଷ୍ଣୁ ଶିବ ତିନିଙ୍କର 
ଅନୁଗ୍ରହ ପାଉଅଛି ମନେ ଆଗୋଚର 
ଯାର ପ୍ରସଙ୍ଗ ଦୁଷ୍ପତକାରୀ ଜନଗଣ 
ଏହି ଭବ ସାଗରରୁ ହୁଅନ୍ତି ଉତ୍ତୀର୍ଣ 
ଜୀବ ଜଗତ ପାଳନକାରୀ ବିଷ୍ଣୁଙ୍କର 
ଅଚିନ୍ତନୀୟ ମହିମା ବାକ୍ୟେ ଆଗୋଚର । 
ଯେପରି ଭକ୍ତିରେ ବିଷ୍ଣୁ ହୁଅନ୍ତି ସନ୍ତୋଷ 
ତାହା ମାନବ ବୁଦ୍ଧିରେ ନୁହଇ ପ୍ରକାଶ । 
ଆଶ୍ଚର୍ଯ୍ୟ କଥା ଦେଖନ୍ତୁ କେତେ ଦେବଗଣ 
ଭୁତଳେ ଅଛନ୍ତି କେତେ ଶ୍ରେଷ୍ଠ ନରଗଣ । 
କିନ୍ତୁ କ୍ଷୁଦ୍ର ବ୍ୟକ୍ତି ଅନାୟାସେ କରି କର୍ମ 
ବିଷ୍ଣୁଙ୍କୁ ସନ୍ତୋଷ କରି ଯାନ୍ତି ମୋକ୍ଷଧାମ । 
ଗୋରସ ବିକ୍ରୟ କରୁଥିଲେ ଗୋପୀଗଣ 
ପୂର୍ଣ କୁଟୀରରେ କରୁଥିଲେ ଅବସ୍ଥାନ । 
ଅରଣ୍ୟରେ ଫଳମୂଳ ଖାଇ ରହୁଥିଲେ 
କୃଷ୍ଣସଙ୍ଗ କାମନାରେ ମୁକତି ଲଭିଲେ । 
ଅତି ଦୂଷ୍ଟ ଶିଶୁପାଳ ନାମେ ରାଜା ଥଲା 
ସଭାମଧ୍ୟେ ନିନ୍ଦାକରି ମୁକତି ଲଭିଲା । 
ବ୍ୟାଧ ହୃଦୟକୁ ବିଦ୍ଧ ଶରରେ କରିଲା 
ଅତ୍ୟନ୍ତ ଦୁର୍ଲଭ ଗତି ମୁକତି ପାଇଲା | 
ପୂର୍ବକାଳେ କୁବ୍‌ଜୀ ନାରୀ ଧରି ବସ୍ତ୍ରାଞ୍ଚଳ 
ଗ୍ମହେ ନେଇ ଉପଭୋଗ କଲା ତତ୍କାଳ । 
କିନ୍ଧୁ ଦେବନାରୀଗଣ ଯାବତ ଜୀବନ 
ଧ୍ୟାନ କରି ଶ୍ରୀଚରଣେ ନ କଲେ ଦର୍ଶନ । 
ପୂର୍ବେ ଦୂରେ ଥିବା ଚଣ୍ତାଳକୁ ମୋକ୍ଷ କଲେ 
ନିକଟରେ ଭକ୍ତ ବିପ୍ରମାନଙ୍କୁ ଠକିଲେ । 
ତାଙ୍କ ମାୟାରେ ଆପଣ ହୋଇଲେ ଲାଞ୍ଚତ 
ପିତାମହ ବ୍ରହ୍ମାଙ୍କୁ ସେ କରିଲେ ବଞ୍ଚିତ । 
ବ୍ରହ୍ମଚର୍ଯ୍ୟ ସାଧୂ ବହୁ ଦୁଃଖେ ମୁନିଗଣ 
ତପ କରି ଲଭିଥୂଲେ କଳ୍ାନ୍ତ ଜୀବନ । 
ଆଉ ବି ଅଧୁକ ବୁଵ୍ଧିଶାଳୀ ବ୍ୟକ୍ତିଗଣ 
ଅତିଯତ୍େ ଶ୍ରୀଚରଣ ନ ପାନ୍ତି ଦର୍ଶନ । 
ଜ୍ଞାନୀମାନଙ୍କର ମୁକ୍ତି ନିମିତ୍ତ ଶାସ୍ତ୍ରରେ 
ରହିଅଛି ଉପାୟତ ବହୁ ପରକାରେ | 
ତାଦ୍ଵାରୀ କରନ୍ତି ମୋକ୍ଷ ପଥରେ ଗମନ 
ଶ୍ରୀକ୍ଷେତ୍ର ବାସ ସଙ୍ଗରେ ନୁହେ ତ ସମାନ । 
ପୁରୁଷୋତ୍ତମ କ୍ଷେତ୍ରରେ କରେ ସେହି ବାସ 
ସାଯୁଜ୍ୟ ମୁକତି ଲାଭ କରେ ସେ ଅବଶ୍ୟ । 
ମାୟାବୀ ପ୍ରଭୁଙ୍କ ଲାଭ କରିବା ନିମିତ୍ତ 
ଏକମାତ୍ର ଉପାୟ ତ ରହିଛି ନିଶ୍ଚିତ | 
ଶ୍ରୀପୁରୁଷୋତ୍ତମ କ୍ଷେତ୍ରବରେ କଲେ ବାସ 
ଦେହାନ୍ତେ ସାଯୁଜ୍ୟ ମୁକ୍ତି ଲଭିବ ଅବଶ୍ୟ । 
ସ୍ଵୟଂ ହରି ଏହି କ୍ଷେତ୍ର ରୂପ ବାସସ୍କାନ 
ରକ୍ଷା କରୁଛନ୍ତି ଯତ୍ତେ କର ନିରିମାଣ |
ଇନ୍ଦ୍ରଦ୍ୟୁମ୍ନ ମହୀପାଳ ଯୋଗେ ଏ କ୍ଷେତ୍ରଟି 
ସକଳ ଲୋକେ ବିଦିତ ହେବେ ନିଶ୍ଚୟଟି । 
କହୁଛନ୍ତି ଦ୍ଵିଜଗଣ ଶୁଣ ମୁନିବର 
ଆହେ ପ୍ରଭୁ ବୃଷଧ୍ଵଜ ! ଦିଅନ୍ତୁ ଆଦେଶ 
ସସୈନ୍ୟେ ନୀଳପର୍ବତେ ହୋଇବ ପ୍ରବେଶା 
ରାଜାଙ୍କୁ ମହାଯଜ୍ଞରେ କରିଣ ଦୀକ୍ଷିତ 
ପୁନର୍ବାର ଆସି ହେବି ପଦେ ପ୍ରଣିପାତ । 
କହନ୍ତି ଜୈମିନି ସେହି ବୃଷଭ ବାହନ 
ନାରଦଙ୍କୁ ଅନୁମତି କରିଲେ ପ୍ରଦାନ | 
ନାରଦ ଦେଖନ୍ତେ ଶିବ ହେଲେ ଅନ୍ତର୍ବାନ 
ରଷି ରାଜା ଦୁହେଁ ରଥ କଲେ ଆରୋହଣ । 
ପୁରୁଷୋତ୍ତମ କ୍ଷେତ୍ରକୁ କରିଲେ ପ୍ରୟାଣ 
କପୋତେଶ୍ବର ସମୀପେ ଗଲେ .ପରଦିନ 
ସେ ସ୍ଥାନରେ ବହୁବିଧ ବୃକ୍ଷ ବିରାଜିତ 
ଜଳାଶୟମାନଙ୍କରେ ଅତି ସୁଶୋଭିତ । 
ପୂର୍ବଦିଗେ ସମୁଦ୍ରତଟରେ ବିଲ୍ଲେଶ୍ବଵର 
ସମୀପରେ ସକଳ ସୈନ୍ୟ ରଖୁଲେ ନବର । 
ଯଥାଯୋଗ୍ୟ ବାସସ୍ଥାନ କଲେ ନିରୂପଣ 
କପୋତେଶ୍ବର ଶିବଙ୍କୁ ପୂଜିଲେ ତକ୍ଷଣ 
ନାରଦଙ୍କ ସହିତରେ ରଥେ ଚଳିଗଲେ 
ନୀଳାଚଳନାଥଙ୍କୁ ସେ ମନରେ ଚିନ୍ତିଲେ । 
ନାମ କରିଣ କୀର୍ଉଁନ ବିଖୁ ସନ୍ଧିଧ୍ୟାନ 
ରାଜାଙ୍କ ସଙ୍ଗେ ନାରଦ କରିଲେ ଗମନ । 
ଦ୍ଵାଦଶ ଛନ୍ଦ ଉତ୍କଳ ଭାଷାରେ ସମାପ୍ତ 
ରକ୍ଷା କରନ୍ତୁ ନୀଳଦ୍ରିନାଥ ଏ ଜଗତ 
ଏକ ଆମ୍ମା ହରି ହର ନୁହନ୍ତି ପୂଥକ 
କହନ୍ତି ପୃଥକ ବୋଲି ମୂୁଢ଼ମତି ଲୋକ । 
କୋଟି ଲିଙ୍ଗଶ୍ଵର ରୂପେ ତୁମ୍ଭେ ପୂଜା ପାଅ 
ଏକାମ୍ର କାନନେ ପ୍ରଭୁ ଆହେ ଦୟାମୟ ।
ହରିହର ରୂପେ ତୁମ୍ଭେ କରିଅଛ ବିଜେ 
ଦୀନ ହରିହର ନମେ ଚରଣ ସରୋଜେ । 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ ଇନ୍ଦ୍ରଦ୍ୟୁମ୍ନ 
ରାଜା ନାରଦ ମହର୍ଷି ସହ ଏକାମ୍ର କାନନେ 
ପ୍ରବେଶ ନାମ ଦ୍ଵାଦଶୋଦଧ୍ୟାୟଃ | 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ