ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତୁଥୈଧ୍ୟାୟଃ

 

  ଚତୁର୍ଥ ଅଧ୍ୟାୟ 


କହନ୍ତି କମଳା ଦେବୀ ଯମରାଜ ଶୁଣ 
ପଞ୍ଚକ୍ରୋଶ ଅଟେ ଶ୍ରୀକ୍ଷେତ୍ରର ପରିମାଣ । 
ସୁବର୍ଣ୍ଣ ବାଲୁକା ପୂର୍ଣ ନୀଳ ପର୍ବତରେ 
ଶୋଭା ପାଏ ତିର୍ନିକ୍ରୋଶ ସମୁଦ୍ର ତଟରେ । 
ଇନ୍ଦ୍ରିୟ ସଞ୍ଜମ କରି ଦେବ ବିଶ୍ଳେଶ୍ଵର 
ଉପାସନା କରିବାକୁ ଜଗନ୍ନାଥଙ୍କର 
ରହିଛନ୍ତି ସମୁଦ୍ରର ଉତ୍ତର ତଟରେ 
ଏ ବଚନ ଶୁଣି ଯମ ଶିବପୂଜା କରେ । 
ଯମ-ସଞ୍ଜମନ ନଷ୍ଟ କରିବାରୁ ହର 
ତାହାଙ୍କର ନାମ ହେଲା ଲୋକେ ଯମେଶ୍ବର। 
ଯମେଶ୍ବରଙ୍କୁ ' ଦର୍ଶନ କରି ପୂଜା କଲେ 
କୋଟି ଶିବଲିଙ୍ଗ ପୂଜିବାର ଫଳ ମିଳେ । 
ଏ କ୍ଷେତ୍ର ଶଙ୍ଖ ଆକାର ପଶ୍ଚିମ ଦିଗରେ 
ନୀଳକଣ୍ଠ ରହିଛନ୍ତି ଶଙ୍ଖର ଅଗ୍ରରେ 
ଏଥୁ କ୍ରୋଶ ପରିମିତ ଅତି ପୁଣ୍ୟସ୍ଥାନ 
ନାରାୟଣ ଏହିଠାରେ ଚିର ବିଦ୍ୟମାନ 
ଶଙ୍ଖର ଉଦର ଭାଗ ସମୁଦ୍ର ଜଳରେ 
ନିମଜିତ ହୋଇ ରହିଅଛି ଶୁଣ ଧୀରେ 
ଶଙ୍ଖ ସଂସର୍ଗରୁ ତୀ୍ଥରାଜ ନାମ ଧରି 
ସମୁଦ୍ର ରହିଛି ଏହି ତୀର୍ଥକୁ ଆବୋରି । 
ଏହି କ୍ଷେତ୍ରେ ଭଗବାନ କରିଲେ ଦର୍ଶନ 
ମୁକ୍ତି ଲାଭ କରି ଜୀବଗଣ ହୋନ୍ତି ଧନ୍ଯ । 
ତାଦୃଶ ଜୀବର ଏଥି ହୋଇଲେ ମରଣ 
ମୁଭ୍ଚିଲାଭ ହୁଏ ସମୁଦ୍ରରେ କଲେ ସ୍ଵାନ ।
କ୍ଷେତ୍ରରେ ମରଣ ଜଗନ୍ନାଥଙ୍କୁ ଦର୍ଶନ 
ସମପଦ୍ରେ ସ୍ଥାନ ଏ ତିନି ମୁକ୍ତିର ସାଧନ । 
ଇତିପୂବେ କ୍ରୋଧାନ୍ତିତ ହୋଇ ଉମାକାନ୍ତ 
ବ୍ରହ୍ମାଙ୍କ ପଶ୍ଚିମ ମୁଖ ଛେଦିଲେ ତୁରିତ । 
ଛେଦନ୍ତେ ଲାଗି ରହିଲା ମସ୍ତକ ହସ୍ତରେ 
ତେଣୁ ଶିବ ଭ୍ରମଣ ଯେ କଲା ବ୍ରହ୍ମାଣ୍ଡରେ । 
ଶିଙ୍ଖାକାର ଏ କ୍ଷେତ୍ରର ଦ୍ଵିତୀୟ ଆବ 
ବେଷ୍ଟନୀ ସ୍ଥାନରେ ଆସି ହେଲେ ଉପସ୍ଥିତ । 
ତକ୍ଷଣେ ବ୍ରହ୍ମ କପାଳ ହସ୍ତରୁ ଖସିଲା 
କପାଳ ମୋଚନ ଶିବ ନାମ ବୋଲାଇଲା । 
କପାଳ ମୋଚନ ଶିବ କଲେ ଦରଶନ 
ପୂଜନ ଅବା ପ୍ରଣାମ କରନ୍ତି ଯେ ଜନ । 
ବ୍ରହ୍ମ ଇତ୍ୟାଦି ପାପରୁ ହୁଅନ୍ତି ମୁକତ 
କପାଳ ମୋଚନ ଦକ୍ଷିଣରେ ହେଲେ ମୃତ । 
ନ ହୁଏ ଆଉ ଜନମ ଧର୍ମରାଜ ଶୁଣ 
ଶଙ୍ଖର ତୃତୀୟାବର୍ଉ କଥା ଏବେ ଶୁଣ । 
ଆମ୍ଭର ବିମଳା ନାମେ ଅଛି ଯେଉଁ ଶକ୍ତି 
ଭୁଲ୍ତି ମୁକ୍ତି ଫଳ ସେହି ପ୍ରଦାନ କରନ୍ତି । 
ଯେ ଜନ ବିମଳା ଦେବୀ ପୂଜଇ ଭକ୍ତିରେ 
ପ୍ରଣାମ ଅବା କୀର୍ଭନ କରେ ଧାତିକାରେ । 
ସକଳ ଅଭିଳଷିତ ଫଳ ଳାଭ କରେ 
ସାଯୁଜ୍ୟ ମୁକତି ଲଭେ ଜୀବ ଅନ୍ତକାଳେ । 
ଶଙ୍ଖର ନାଭି ଦେଶରେ କୁଣ୍ଡ ବିଦ୍ୟମାନ 
କଳ ପାଦପ ତାମୁଳେ ବିଜେ ଭଗବାନ । 
କପାଳ ମୋଚନ ` ଠାରୁ ନାଭି ଦେଶଯାଏ 
ବିରାଜିତା ଅର୍ଵାଶନୀ ଶକ୍ତି ଶୋଭା ପାଏ । 
ମହାପ୍ରଳୟ ବର୍ବିତ ଜଳ ହୁଏ ଯେତେ 
ଅଧେ ତହୁଁ ସୃଷ୍ଟି ଆଦ୍ୟେ ଅଶନ କରନ୍ତେ । 
ଅର୍ଵାଶନୀ ଶକ୍ତି ନାମ ହୋଇଛି ତାହାର 
ଦର୍ଶନ: ପ୍ରଣାମ କଲେ ଭବୁ ହେବ ପାର । 
ସିନ୍ଧୁରାଜ ଜଳଠାରୁ ବଟମୁଳଯାଏ 
କୀଟପକ୍ଷୀ ମନୁଷ୍ୟର ଯେବେ ମୃତ୍ୟୁ ହୁଏ । 
ତାହାଙ୍କୁ ତ ଭଗବାନ ଦେଇଥାନ୍ତି ମୁକ୍ତି 
ଯହିଁ ପବିତ୍ର ଦେବତାଗଣ ତା ଇଛୁନ୍ତି | 
ଅତି ପବିତ୍ର ଦେବତାଗଣ ତା ଇଛ୍ଛନ୍ତି 
ଏହି ସ୍ଥାନେ ଯେତେ ଜୀବ ବାସ କରିଥାନ୍ତି । 
ତାଙ୍କୁ ଭଗବାନରୂପେ ଦେଦେ ଦେଖୁଛନ୍ତି 
ଯୁଥୂ୍‌ବୀ ଗମନ ସ୍ଵର୍ଗେ ତୀର୍ଥ ଯେ ଅଛନ୍ତି । 
ସା୍ତ୍ରିକୋଟି ସଂଖ୍ୟକ ଦିଅନ୍ତି ମୁକତି 
କିନ୍ତୁ ଶ୍ରୀକ୍ଷେତ୍ରେ ସାଯୁଜ୍ୟ ମୁକ୍ତି ହୁଏ ପ୍ରାପ୍ତ ।
ଏହି ଗ୍ରୀକ୍ଷେତ୍ରେ ଝ ବାସ କରିଛନ୍ତି ଯେତେ ଲୋକ 
ତାହାଙ୍କର ନାହିଁ ଜନ୍ମ ମୃତ୍ୟୁ ଜରାଶୋକ । 
ଏ ଯେଉଁ ରୋହିଣୀ କୁଣ୍ଡ କାରଣ ଜଳରେ 
ନିତ୍ୟ ପୂର୍ଣ ରହିଥାଏ ସ୍ପର୍ଶ ଯେହୁ କରେ । 
ସେ ଜୀବି ଭବବନ୍ଧନୂ ହୁଅଇ ମୁକତ 
ପ୍ରଳୟେ ଏ କୁଣ୍ଡଳଳ ହୁଅଇ ବର୍ିତ | 
ସେହି ଜଳ ଏହିସ୍ଥାନେ ହୁଅଇ ଯେ ଲୀନ 
ତେଣୁ ଏ କଣ୍ଠର ନାମ ଅଟଇ ରୋହିଣ ।- 
ଯମରାଜ ତୁମ୍ଭ ଅଧ୍ବକାର ବିପର୍ଯ୍ୟୟ 
ହେବ ବୋଲି ଛାଡ଼ ଚିନ୍ତା ମନରୁ ନିଶ୍ଚୟ 
ଏ ସ୍ଥାନେ କେବେଳ ମୋକ୍ଷଭାଗୀ ଜୀବଗଣ 
ତୁମ୍ଭେ ଯମରାଜ ତାଙ୍କ ନ କର ଶାସନ 
ଲକ୍ଷ୍ମୀ ଦେବୀ ଯମରାଜାଙ୍କ ଯେ ଏହା କହି 
ବ୍ରହ୍ମାଙ୍କ ମୁଖକୁ ଦୃଷ୍ଟିକୋଣେ ଦେଲେ ଚାହିଁ । 
କହିଲେ ଅତି ଆଦରେ ଶୁଣ ବେଦପତି 
ଏକ୍ଷେତ୍ର ଜୀବଗଣଙ୍କୁ ମୋକ୍ଷ କରେ ନିତି । 
କାମାକ୍ଷା ମଧ୍ୟେ ବିମଳା କ୍ଷେତ୍ରପାଳ ଶିବ 
ଭଗବାନଙ୍କ ଦକ୍ଷିେ ଶ୍ରୀନୃସିଂହ ଦେବ 
ହିରଣ୍ୟ କଶିପୁ ବକ୍ଷସ୍ତୁଳେ ବିଦାରିଣ 
ସ୍ଵଦେହ କାନ୍ତିରେ ପୂର୍ଣ୍ଣକଲେ ତ୍ରିଭୁବନ 
ଏ ସକଳ ଦେବତାଙ୍କୁ କରିଲେ ଦର୍ଶନ 
ସର୍ବପାପ ନିଃସଂଶୟେ ହୁଅଇ ଦହନ 
ଭକ୍ତି ମୁକ୍ତି ଫଳ ଲାଭ ହୁଅଇ ତାହାର 
ସନ୍ଦେହ ନ କର ମନେ ଆହେ ବେଦବର 
ଏହି ନୃସିଂହଙ୍କ! ଆଗେ ପ୍ରାଣତ୍ୟାଗ କଲେ 
ବହୁ ସାଯୁଜ୍ୟ ପ୍ଲାପତି ହୁଏ ତତକାଳେ । 
ଆଉ ଯେଉଁ କର୍ତ କିଛି କରିବ ସେଠାରେ 
କୋଟି କୋଟି ଗୁଣ ଫଳ ଲାଭ ସେହୁ କରେ । 
କଳ୍ନବଟ ବୃକ୍ଷଛାୟା ନୁସିଂହ ତେଜରେ 
ଦୀପ୍ତିମାଳ ହୋଇ ରହିଅଛି ସର୍ବକାଳେ । 
ଜ୍ଞାନେ ବା ଅଜ୍ଞାନେ ଏହି ବୃକ୍ଷର ଛାୟାରେ 
ପ୍ରାଣ ତ୍ୟାଗ କଲେ ମାୟା ଚାଲିଯାଏ ଦୂରେ 
ବେଦାନ୍ତ ଶାସ୍ତେ ପ୍ରସିଦ୍ଧ ଶ୍ରବଣ ନନ୍ଦନ 
ନିଦିଧ୍ୟାସନ ଏ ତିନି ମୋକ୍ଷର ସାଧନ 
ଏ ତିନି ସାଧନ ବିନା ମୁର୍ଖ ଲୋକଙ୍କର 
ମୁକ୍ତି ହୁଏ ଏ କ୍ଷେତ୍ରରେ ସନ୍ଦେହ ନ କର 
ବାରାଣସୀ କ୍ଷେତ୍ରେ କୃପାନିଧବ ମହେଶ୍ବର 
ବ୍ରହ୍ମ ନାମ କହନ୍ତି ଯେ ମନୁଷ୍ୟ କର୍ଣ୍ଣର । 
ସେ ନାମ କର୍ଣ୍ଣ ବିବରେ ହୁଅନ୍ତେ ପ୍ରବେଶ 
ହୃଦୟ ପଦ୍ଧରେ ଜ୍ଞାନ ହୁଅଇ ପ୍ରକାଶ | 
ସେ ଜ୍ଞାନ ସାଧନ କଲେ ଜୀବ ପାଏ ମୁକ୍ତି 
କେବଳ ଏ କ୍ଷେତ୍ରେ ମୃତ୍ୟୁ ହେଲେ ପରାଂଗତି । 
ଉପଦେଷ୍ଟା ଗୁରୁଙ୍କର ମହିମା ଏସନ 
ଅନ୍ୟଥୀ ନ ହୁଏ ସେହି ଜ୍ଞାନ କଦାଚନ । 
ଏ କ୍ଷେତ୍ରେ ମରଣ ହେଲେ ସ୍ଵରୂପ ମୁକତି 
ଲାଭ ହୁଏ ଯମ ମନେ କର ନାହିଁ ଭ୍ରାନ୍ତି । 
ଯେଉଁମାନେ କରୁଥାନ୍ତି କର୍ମଫଳ ଭୋଗ 
ଜନ୍ମପରେ ମୂତ୍ୟୁ ହେବ ବୋଲି ଉଦବେଗ । 
ଅଜ୍ଞାନ ସ୍ଵାର୍ଥାନ୍ଧ ଆଉ ମୃର୍ଖବ୍ୟକ୍ତିଗଣ 
ଏ କ୍ଷେତ୍ରେ କରନ୍ତି ନାହିଁ ବିଶ୍ଵାସ ସ୍ଥାପନ । 
ଯେପରି ତୃଷାର୍ଜ ବ୍ୟକ୍ତି ତେଜି ଗଙ୍ଗାଜଳ 
ପାନ କରେ ଯାଇ କ୍ଷୁଦ୍ର ସରୋବରୁ ଜଳ । 
ସେହିପରି ଏ କ୍ଷେତ୍ରକୁ ତେଜି ମୁଢ଼ଜନ 
ଅନ୍ୟ ତୀର୍ଥମାନଙ୍କରେ କରନ୍ତି ଭ୍ରମଣ । 
ଫଳ ଆଶା ମୋହକରେ ହୋଇଥାଏ ତୃପ୍ତ 
ଶ୍ରମଜାତ ହୁଏ ଫଳ ଲାଭରେ ଆସକ୍ତ । 
ସମୁଦ୍ରରେ ସ୍ଵାନ ଜଗନ୍ନାଥଙ୍କ ଦର୍ଶନ 
କଳ ବୃକ୍ଷ ଛାୟାତଳେ ହୋଇଲେ ମରଣ । 
ଯେକୌଣସି ସ୍ଥାନେ ଅବା ଏ କ୍ଷେତ୍ର ମଧ୍ୟରେ 
ମୂତ୍ୟୁ ହେଲେ ମୁକ୍ତିଲାଭ ଜୀବ ବେଗେ କରେ। 
ଏ କ୍ଷେତ୍ରେ ଯେଉଁ ବିଷୟେ ବିଶ୍ଵାସ ଭକତି 
ଯେ ଜନ କରେ ତାହାର ହୁଅଇ ମୁକତି । 
ଅତଏବ ଏହିପରି ତୀର୍ଥ ପୂୃଥ୍ବୀରେ 
କୃତ୍ରାପି ନାହିଁ ଏକଥା ରଖନ୍ତୁ ମନରେ |
ଯେ ବ୍ୟକ୍ତି ଏହି କ୍ଷେତ୍ରକୁ ପରିତ୍ୟାଗ କରି 
ଲାଭ ଲାଳସାରେ ଅନ୍ୟ ତୀର୍ଥରେ ବିହରି 
ସେ ବ୍ୟକ୍ତି ନିଶ୍ଚୟେ ହୁଏ ବିଷ୍ଣୁ ମାୟାଗ୍ରସ୍ତ 
କାଳେ କାଳେ ହୁଏ ମୁକ୍ତି ଲାଭରୁ ବଞ୍ଚତ 
ଆଉ ଉପଦେଶ ଦିଆଯିବ କି ତୁମ୍ଭଙ୍କୁ 
ପ୍ରତ୍ୟକ୍ଷରେ ମୁକ୍ତି ହେଲା ଦେଖୁଲ କାକକୁ 
ଅନ୍ତର୍ବେଦି ରକ୍ଷାଅରଥେ ଆଠଗୋଟି ଶକ୍ତି 
କଳପନା କରିଅଛୁ ଆହେ ବେଦପତି | 
ରୁଦ୍ର ଉଗ୍ର ତପସ୍ୟା ଯେ କଲେ ପତ୍ନୀ ପ୍ରତି 
ତେଣୁ ସ୍ଵଦେହରୁ ଜାତ କଲୁ ଗୌରୀ ଶକ୍ତି । 
ଗୌରୀଙ୍କୁ ଆଦେଶ କଲୁ ଆଗୋ ମାଏ ଶୁଣ 
ଅନ୍ତର୍ବେଦୀ ରକ୍ଷାଅ୍ଥୈ ହୁଏ ସାବଧାନ । 
ଆମ୍ଭ ପ୍ରତି ଅଥୈ ଗୌରୀ ହେଲେ ଅପମୁରି 
ଅନ୍ତର୍ବେଦି ରକ୍ଷା ଅର୍ଥେ ହୋଇଲେ ନିଯୁକ୍ତି | 
ବଟମୁଳେ ଅଗ୍ନି କୋଣେ ମଙ୍ଗଳା ନାମରେ 
ବିମଳା ନାମେ ଶକତି ପଶ୍ଚିମ ଦିଗରେ । 
ସର୍ବମଙ୍ଗଳା ନାମରେ ବାୟୁକୋଣେ ସ୍ପିତି 
ଉତ୍ତମ ଦିଗରେ ଅର୍ବବାଙ୍ଗିନୀ ନାମେ ଶକ୍ତି | 
ଏଶାନ୍ୟରେ ଲମ୍ବା ଦକ୍ଷିଣରେ କାଳରାତ୍ରି 
ପୂର୍ବେ ମରିଚିକା ନୈର୍ଭତରେ ଚଣ୍ଡାଶକ୍ତ ` 
ଅନ୍ତର୍ବେଦୀ ରକ୍ଷା ଅର୍ଥେ ଏହି ଅଷ୍ଟଶକ୍ତ 
ଅଷ୍ଟଦିଗେ ରହି ପୂଜା ପାଉଛନ୍ତି ନିତି | 
ଅଛ ପୁଣ୍ୟକାରୀ ପକ୍ଷେ ଦୁର୍ଲ୍ଲଭ ଏ ସ୍ଥାନ 
ଅଷ୍ଟମୁରି ଦରଶନ ଅଥବା କୀରଉଁନ | 
କରିଲେ ସକଳ ପାପ ହୁଅଇ ଦହନ 
ଅଶ୍ଵମେଧ ଯାଗଫଳ ଲଭେ ତତକ୍ଷଣ 
ରୁଦ ଦେଖୁଲେ ରୁଦ୍ରାଣୀ ଅଷ୍ଟମୂର୍ରି ହେଲେ 
ନିଜର ଯେ ଅଷ୍ଟମୂରି କଳ୍ପନା କରିଲେ 
ପରମେଶ୍ବରଙ୍କୁ ଉପସନା ତହୁଁ କଲେ 
ତପସ୍ୟା କରି ଏ ବର ପ୍ରାର୍ଥନା କରିଲେ । 
ଆହେ ଦେବ ତୁମ୍ଭେ ଯେଉଁ ସ୍ଥାନରେ ରହିବ 
ସେ ସ୍ଥନରେ ମୋର ବାସ ନିତ୍ୟ ଯେ ହୋଇବ । 
ହେ କମଳାକାନ୍ତ ତୁମ୍ଭ ବିନା ଆଉ କେହି 
ଜୀବକୁ ମୁକ୍ତି ଦେବାକୁ ସମର୍ଥ ନୃହଇ 
ତୁମ୍ଭେ ଜୀବଗଣଙ୍କର ଅଟ ଅନ୍ତର୍ଯ୍ୟାମୀ 
ତୁମ୍ଭ ବ୍ୟତିରେକେ ଦେହ ଧରିବକେ ପୁଣି 
ତୁମ୍ଭ ସ୍ଵରୂପ ନ ବୁଝି ବିଷୟ ଅଗ୍ନିରେ 
ଆନନ୍ଦିତ ମୂଢ଼ ଲୋକେ ହୁଅନ୍ତି ମନରେ । 
ନିର୍ସଳ ଜଳଦ କାନ୍ତି ଦେବ ଭଗବାନ 
ତୁମ୍ଭ ପାଦପଦ୍ଧରେ ମୁଁ ପଶିଲି ଶରଣ 
ସେ ଅଷ୍ଟରୁଦ୍ରଙ୍କୁ କ୍ଷେତ୍ରସ୍ତାମୀ ଭଗବାନ 
ତୁରିତେ ଅଷ୍ଟ ଦିଗରେ କରିଲେ ସ୍ଥାପନ 
ମଧ୍ୟ ବେଦୀରେ ବିଜୟେ ସ୍ବୟଂ ଭଗବାନ 
ଶୁଣ ଅଷ୍ଟରୁଦ୍ର ନାମ କପାଳ ମୋଚନ 
ଦ୍ଵିତୀୟରେ କାମ କ୍ଷେତ୍ରପାଳ ତୃତୀୟରେ 
ଯମେଶ୍ବର ମା୍କଣ୍ଡେୟଶ୍ବର ପଞ୍ଚମରେ 
ଷଷ୍ଟେ ବିଶ୍ବେଶ୍ବର ନୀଳକଣ୍ଠ ସପ୍ତମରେ 
ଅଷ୍ଟମରେ ବଟେଶ୍ଵର କଳ୍ପବଟ ମୂଳେ 
ଏ ଅଷ୍ଟଲିଙ୍ଗୁ ଦର୍ଶନ ସ୍ପର୍ଶନ ପୁଜନ 
କରିଲେ ସକଳେ ହେବେ ମୁକତି ଭାଜନ 
ଅତଏବ ଯମରାଜ ଏ କ୍ଷେତ୍ରେ କେବଳ 
ତୁମ୍ଭେ ଶାସକ ନ ହେବ ମୂତ ବ୍ୟକ୍ତିଙ୍କର 
ଯେ ନିମିତ୍ତ ଏହିସ୍ଥାନେ କଲେ ଆଗମନ 
ଅନ୍ୟସ୍ଥାନେ ଯାଇଁ ତାହା କରନ୍ତୁ ସାଧନ 
ଲକ୍ଷ୍ମୀଦେବୀ ଯମକୁ ଏ ଉପଦେଶ ଦେଲେ 
ପିତାମହ ମୁଖ ଚାହିଁ ବଚନ ଭାଷିଲେ 
ମନରେ ନିଶ୍ଚୟ କର ଭଗବାନଙ୍କର 
ନାଭି ପଦ୍ଧରୁ ଜନମ ହୋଇଛି ତୁମ୍ଭର 
ତଥାପି ଏ ଜଗନ୍ନାଥ ଭକ୍ତର ଅଧୀନ 
ଶରଣ ଗଲେ କରନ୍ତି ଦୁଃଖ ବିମୋଚନ 
ଏହି ହେତୁ ଯମପ୍ରତି ପ୍ରଭୁ ସୁପ୍ରସନ୍ଧ 
ସେ କଥା କହୁଛୁ ତୁମ୍ଭେ ଶୁଣ ସାବଧାନ 
ଶ୍ରୀ ସୁଦର୍ଶନ ଅନନ୍ତ ଦେବ ଲକ୍ଷ୍ମୀପତି 
ଯମରାଜାଙ୍କୁ ଏକଥା ବୁଝାଇଣ ଦିଅ 
ଯାଆନ୍ତୁ ଏଠାରୁ ନିର୍ଭୟରେ ନିଜ ଗ୍ରହ । 
ସତ୍ୟଯୁଗେ ଯାଗକାରୀ ବିଷ୍ଣୁପରାୟଣ 
ଇନ୍ଦ୍ରଦ୍ୟୁମ୍ନ ନାମେ ରାଜା ହୋଇଥୁଲେ ଜନ୍ମ । 
ସେ ରାଜା ଏହି କ୍ଷେତ୍ରକୁ କରି ଆଗମନ 
ଭକ୍ତିଭରେ କରିବେ ତ ପ୍ରଭୁଙ୍କୁ ଦର୍ଶନ । 
ଭଗବାନଙ୍କର ପ୍ରୀତି ସାଧନ ନିମିତ୍ତ 
କରିବେ ସହସ୍ର ଅଶ୍ଵମେଧ ନରନାଥ | 
ସେ ରାଜାଙ୍କ ଭଗବାନ ହୋଇବେ ସଦୟ 
ଦାରୁ ମଧ୍ୟରେ ପ୍ରକାଶ ହୋଇବେ ନିଶ୍ଚୟ । 
ସେ ଦାରୁରେ ବିଶ୍ବକର୍ମା ପ୍ରତିମା ଗଢ଼ିବେ 
ପ୍ରତିଷ୍ଠା କରିବ ଇନ୍ଦ୍ରଦ୍ୟୁମ୍ନ ବାକ୍ୟେ ତୁମ୍ଭେ । 
ଆମ୍ଭ ସଦୃଶ ପ୍ରତିମା ନିମାଣ କରିବ 
ସେ ମୁଭି ନିଶ୍ଚୟ ତୁମ୍ଭେ ପ୍ରତିଷ୍ଠା କରିବ । 
ବ୍ରହ୍ମା ଯମରାଜ ଦୁହେଁ ଲକ୍ଷ୍ମୀ ଦେବୀଙ୍କର 
ବାକ୍ୟ ଶୁଣି ଆନନ୍ଦରେ ଗଲେ ସ୍ଵ-ମନ୍ଦିର । 
ମୁନିଗଣ ଶୁଣ ସେହି କ୍ଷେତ୍ରେ ବର୍ଉମାନ 
ମେଘକାନ୍ତି ଶଙ୍ଖଚକ୍ର ଧାରୀ ଭଗବାନ । 
ଇନ୍ଦ୍ରଦ୍ୟୁମ୍ନ ରାଜାପ୍ରତି ହୋଇ ସୃପ୍ରସନ୍ଧ 
ନୀଳାଚଳେ ଦାରୁବ୍ରହ୍ମ ରୂପେ ବିଦ୍ୟମାନ । 
ଶ୍ରୀ ବଳରାମ ସୁଭଦ୍ରା ସୁଦର୍ଶନ ଘେନି 
ଦେହଧାରୀ ହୋଇ ବିଜେ ଜଗନ୍ନାଥ ସ୍ଵାମୀ । 
ଜୀବ-ବ୍ରହ୍ମ-ହିତେ-ସାଧନରେ ହୋଇ ବ୍ରତୀ 
ପାପ ଦୂର ହୋଇଯାଏ କରିଲେ ପ୍ରଣତୀ । 
ଶୁଣ ସବ ମୁନିଗଣ ଯାହାକୁ ଦଶନ 
ସୁଦୃଢ଼ ପାପ ବନ୍ଧନ କରିଦିଏ ଛିନ୍ନ | 
ସୁଧାକର ତୁଲ୍ୟ କରେ ତ୍ରିତାପ ହରଣ 
ସତ୍କସ୍ମି ସମୁହ ଫଳ ଫଳର ତତ୍କ୍ଷଣ । 
ବିଷ୍ଣୁଙ୍କର ଅଛି ବହୁବିଧ ଅବତାର 
ଅଦ୍ଭୂତ କର୍ମ ସାଧନ ମହିମା ଅପାର । 
ଭୁଲୋକେ ମନୁଷ୍ୟଗଣ ସ୍ଵର୍ଗେ ଦେବଗଣ 
ସେ ମହିମା ବୁଝିବାକୁ ନୁହନ୍ତି ଭାଜନ । 
ବିପ୍ପଗଣ ଶୁଣ ଦେବ, ଦଇତ ମାନବ 
ଗର୍ଷବ ସପ ରାକ୍ଷସ ପକ୍ଷୀଜାତି ସର୍ବ | 
ଏ ସକଳ ଆମ୍ୃଭୂତ ସର୍ବ ସୁଖାବହ 
ଦାରୂମୟ ଶ୍ରୀ ହରିଙ୍କୁ କରନ୍ତି ଆଶ୍ରୟ | 
ଆନନ୍ଦ ସ୍ଵରୂପୀ ବ୍ରହ୍ମଙ୍କର ଜୀବ ଅଂଶେ 
ଜୀବର ଜନ୍ମ ହୁଅଇ ସେ ଜୀବ ବିଶେଷେ । 
ଦାରୁମୁର୍ଭି ମଧ୍ୟେ ବ୍ରହ୍ମ କରେ ଅନୁଭବ: 
କସ୍ପିନ କାଳେ ଏ କଷ୍େତ୍ର ତ୍ୟାଗ ନ କରନ୍ତି । 
ବେଦ ବାକ୍ୟରେ ପ୍ରସିଵ୍ଧି ଏକଥା ଜାଣିବ । 
ଏ ମୁର୍ଭି ସଂସାର ଦୁଃଖ ସକଳ ବିନାଶି 
ଅବ୍ୟୟ ସୁଖ ପ୍ରଦାନେ ଜୀବକୁ ଆଶ୍ଵାସୀ 
ଏ ହେତୁ ବେଦାନ୍ତ ଶାସ୍ତ୍ର କରଇ କୀର୍ରଁନ 
ଦାରୁମଧ୍ୟେ ବ୍ରଙ୍ମରପ ଧାରୀ ଭଗବାନ 
କେବଳ କାଷ୍ଠ ପ୍ରତିମା ନ ଦିଏ ମୁକତି 
ମୋକ୍ଷ ତ ସ୍ଵଭାବ ସିଦ୍ଧ ଅକୃତ୍ରିମ ଅତି 
କୃତ୍ରିମ ପ୍ରତିମା କେଉଁପରି ମୁକ୍ତି ଦେବ 
ତ୍ରିକାଳରେ ଏକଥା ତ ସମ୍ଭବ ନ ହେବ 
ଅତଏବ ବ୍ରହମସ୍ପଖ ଆଶ୍ରୟ ବ୍ୟତୀତ 
ଲାଭ ନ ହୂଅଇ ତେଣୁ ଏ ସ୍ଥାନ ଗୁପତ 
ଅଲୌକିକୀ ସେ ପ୍ରତିମା ଲୈକିକୀ ହୋଇଲେ 
କିଏ ବା ଶୁଣିଲେ କିଏ ନୟନେ ଦେଖୁଲେ। 
ମହର୍ଷି ଜୈମିନି ମୁନିଗଣଙ୍କ ଏକଥା 
କହିଲେ ଇନ୍ଦ୍ରଦ୍ୟୁମ୍ବର ବର ଲାଭ ବାରର 
ଯେ ପ୍ରଭୁ ରକ୍ଷକ ଦୀନ ଅନାଥ ଜନର 
ସଂସାର ସାଗର ତାରିବାକୁ କର୍ଣ୍ଣଧାର 
ଅବଲମ୍ବନ ଅଟନ୍ତି ସକଳ ଜୀବର 
ଚରଣ ବନ୍ଦନା କରୁଛନ୍ତି ଚରାଚର 
ଯେ ପ୍ରଭୁ ସୃଷ୍ଠି ପାଳନ ସଂହାର କାରଣ 
ଜୀବର କରନ୍ତି ସଦା ପାପ ବିମୋଚନ 
ଆପଦ ବିନାଶକାରୀ ବିଭୂତି ବର୍ବକ 
ବିଷୟ ଭୋଗୀର ସଦା ଅଭୀଷ୍ଟ ପୁରକ 
ଜୀବ ଜଗତର ସଦା ପାଳନ କରତା 
ଚରାଚର ଜଗତର ଅଟନ୍ତି ବିଧାତା 
ପୃଥବୀରେ ଯେତେ ଭାଷା ତହିଁରେ ପଣ୍ଡିତ 
କଳ୍ପଷ ନାଶ କରିବା ପାଇଁ ସମରଥ 
ପାପ ତାଙ୍କର ଶୋଷକ ଅଟନ୍ତି ଶ୍ରୀହରି 
ଜୀବହିତେ ନୀଳାଦି କନ୍ଦରେ ବିଜେ କରି 
ମୁନିଗଣ ନୀଳାଚଳସ୍ଥିତ ନାରାୟଣ 
ପ୍ରଭୁଙ୍କର ପାଦପଦ୍ମେ ପଶନ୍ତୁ ଶରଣ 
ଯେ ପ୍ରଭୁ ଜଡ଼ ସମାନ ଦାରୁ ରୂପ ଧରି 
ବିବିଧ ପ୍ରକାରେ ଦିବ୍ୟଲୀଳା ତହିଁ କରି 
ସେ ପ୍ରଭୁଙ୍କୁ ଏକମାତ୍ର କରିଲେ ଭକତି 
ଶତ ଅପରାଧ ଥିଲେ କ୍ଷମା ସେ ଦିଅନ୍ତି 
ଶୁଣି ମୁନିଗଣ ସେହି ପ୍ରଭୁଙ୍କ ଚରିତ 
ଦାରୁ ଦେହେ ଲୀଳା କରୁଅଛନ୍ତି ଅଦ୍ଭୂତ 
ପାପ ନାଶନ ଚରିତ୍ର କରୁଛୁ ବର୍ଣ୍ଠନ 
ସାବଧାନ ହୋଇ ତାହା କରନ୍ତୁ ଶ୍ରବଣ 
କୁରୁକ୍ଷେତ୍ରେ ଥଲେ ଏକଜଣ ବିପ୍ରଚର 
ଆଉ ଜଣେ କ୍ଷତ୍ରିୟ ଯେ ମଇତ୍ର ତାଙ୍କର 
ଦୁହେଁ ଏକତ୍ର କରନ୍ତି ଆହାର ବିହାର 
ଶୌଚାଚାର ବିବର୍ଜିତ ନିଷିଦ୍ଧ ଆମ୍ଭର 
ବେଦ ଅଧ୍ୟୟନ ତେଜିହୋଇ ମୋହଯୁକ୍ତ 
ଦେବ କାର୍ଯ୍ୟ ପିତୃକାର୍ଯ୍ୟ ଆଦି ବିବର୍ଡିତ 
ଧର୍ମହୀନ ମହାପାତକାଦିରେ ଦୂଷିତ 
ସଦା ମଦୋନୃତ ବେଶ୍ୟା ସହବାସେ ରତ । 
ଦୁହେଁ ପରଲୋକ ଚିନ୍ତା ଦିନେ ନ କରନ୍ତି 
ଏହିପରି ଅକାର୍ଯ୍ୟରେ ଅର୍ଵାୟୁଷ ବିତି 
ଏକଦା ସେ ଦୁହେଁ ଗଲେ ଏକ ଯଜ୍ଞସ୍ଥାନ 
ମନୋହର ମନ୍ତ୍ର ଧ୍ବନି କରିଲେ ଶ୍ରବଣ 
ବୈଦିକ କ୍ରିୟା ସକଳ କରିଲେ ଦର୍ଶନ 
ତେଣୁ ଧର୍ମ କାର୍ଯ୍ୟେ ଶ୍ରଦ୍ଧା କଲେ ଦୁଇଜଣ । 
ପୁଣ୍ଡରୀକ ଅତ୍ବରୀଷ ନାମ ଦୂହିଙ୍କର 
ନିଜ ନିଜ ଜାତି କଥା ପଡ଼ିଲା ମନର 
ନିଜ ନିଜ ଦୂ୍ଚରିତ୍ର ନିଦ୍ରା ବହୁ କରି 
ଏ ପାପ ସମୁଦୁ କେଉଁରୂପେ ହେବା ପାରି 
ଆମ୍ଭେ ଦୁହେଁ ଏ ଜନ୍ମରେ କଲୁ ଯେ ପାତକ 
ତାର ପ୍ରାୟଶ୍ଚିତ କହିବାକୁ ଶାସ୍ତ ମୂକ 
ସଞ୍ଚୟ କରିଛୁ ଯେଉଁ ପାପ ଘୋରତର 
ଦୁର୍ଲଭ ଅଟଇ ପ୍ରାୟଶ୍ଚିତ ଯେ ତାହାର 
ତଥାପି ଏହି ସକଳ ବ୍ରହ୍ମନିଷ୍ଠଗଣ 
ସଭାସଦ ହୋଇଛନ୍ତି ଯେତେକ ବ୍ରାହ୍ମଣ 
ଏମାନଙ୍କ ଶ୍ରୀଚରଣେ କଲେ ପ୍ରଣିପାତ 
ପଚାରିବା କେଉଁପରି ହେବା ପାପମୁକ୍ତ 
ଏକଥା ବିଚାର କରି ସେହି ଦୁଇମିତ 
 ବିପ୍ରମାନଙ୍କ ଚରଣେ କଲେ ପ୍ରଣିପାତ 
ନିଜ କୃତ ପାପ ମାନ କରିଲେ ବର୍ଣ୍ଣନ 
ପୁଛିଲେ କିପରି ହେବ ଦୂରିତ ଦହନ 
ଦୁଇ ମିତ୍ରଙ୍କର କଥା ଶୁଣି ବିପ୍ରଗଣ 
ବିସ୍ମୟ ବଦନେ କଲେ ଚକ୍ଷୁ ନିମୀଳନ 
ପରସ୍ପର ମୁଖ ଚାହିଁ ହୋଇଲେ ମଉନ 
ଆଶ୍ଚର୍ଯ୍ୟ ହୋଇଲେ ଶୁଣି ପାପକର୍ମ ମାନ 
ଯେତେ ପାପ ଦୁହିଙ୍କର ହୋଇଛି ସଞ୍ଜତ 
ପ୍ରାୟଶ୍ଚିତ କରିବାକୁ ଶାସ୍ତ ଅସମର୍ଥ 
ଏହାଙ୍କ ପାପର ଉପଯୁକ୍ତ ପ୍ରାୟଶ୍ଚିତ 
କହିବାକୁ ଆମ୍ଭେମାନେ ନୋହୂତ ସମ 
କରିଛନ୍ତି ପାପ କ୍ଷୟ ଭକ୍ତ ସାଧନାରେ 
ବିପ୍ରଗଣ ମଧ୍ୟ ଶ୍ରେଷ୍ଠ ବକ୍ତା ସେ ଭାବରେ 
ସଭାପତି ପ୍ରଧାନ ବୈଷ୍ଣବ ଚୂଡ଼ାମଣି 
ହସି ହସି କହିଲେ ସଭାରେ ସେହିକ୍ଷଣି 
ବ୍ରାହ୍ମଣ କ୍ଷତ୍ରିୟ ଦୂଇ ଜାତିର ସନ୍ତାନ 
ମନଦେଇ ଶୁଣ ତୁମ୍ଭ ପାପ ଯେ ଦାରୁଣ 
ସେ ପାପର ପ୍ରାୟଶ୍ଚିତ ଯେବେ ଇଚ୍ଛା କର 
ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ଚଳ ହେ ସତର ' 
ସେହିସ୍ଥାନେ ଦାରୁମୟ ଶ୍ରୀପୁରୁଷୋତ୍ତମ 
ବିଜେ କରିଛନ୍ତି ସେହି କ୍ଷେତ୍ରଟି ଉତ୍ତମ 
ରାଜର୍ଷି ଇନ୍ଦ୍ରଦ୍ୟୁମନ ଭକ୍ତିରେ ସନ୍ତୋଷ 
ହୋଇ ନାରାୟଣ ତହିଁ କରିଛନ୍ତି ବାସ 
ଶିଙ୍ଖଂ ଚକ୍ର ଗଦା ପଦଧଧାରୀ ଜଗନ୍ନାଥ 
ଆରାଧନା କଲେ ପାପ କ୍ଷୟ ଜୀବନ୍ଧକ୍ତ 
ଏ ଦୁଇ ମଧ୍ୟରୁ ତୁମ୍ଭେ ଯାହା ଇଚ୍ଛା କର 
ନିଶ୍ଚୟ ପାଇବ ତାହା ସନ୍ଦେହ ନ କର 
ସେ ପ୍ରଭୁ ଘୋର ଦୁଷ୍ପତ ରୂପ ତୁଳା ରାଶି 
ଅଗ୍ନିରୁପେ ଦହୁଛନ୍ତି ନୀଳାଚଳେ ବସି 
କୋର୍ଟିଜନ୍ସ ତପ କରି ଏ ପାପ ଦହନ 
କରିବାକୁ ତୁମ୍ଭେ ଦୂହେଁ ନ ହେବ ଭାଜନ 
ଯା ଦର୍ଶନ ଏକକାଳେ ପାପ କ୍ଷୟ କରେ 
ତା ନିକଟେ ଚଳିଯାଅ ଆନନ୍ଦ ମନରେ 
ପୁଣ୍ୟଭୂମି ଉତ୍କଳ ଦେଶରେ ବିଦ୍ୟମାନ 
ଦକ୍ଷିଣ ସମୁଦ ତୀରେ ସ୍ଵୟଂ ଭଗବାନ 
ନୀଳ ପବବତ କନ୍ଦରେ କରିଛନ୍ତି ବାସ 
ତାହାଙ୍କର ପାଦପଦ୍ମେ ଶରଣ ଯେ ପଶ 
ସେ କୃପାସାଗର ପୂରାଇବେ ଅଭିଳାଷ 
ମୁନିଗଣ ଶୁଣିଲ କି ` ମନ ହେତୁ ତୋଷ 
ବ୍ରାହ୍ମଣ କ୍ଷତ୍ରିୟ ପୁଏ ସନ୍ତୋଷ ହୋଇଲେ 
ତହୁ ଉତ୍କଳ ପ୍ରଦେଶେ ତୁରିତେ ଚଳିଲେ 
ଅତି ଆନନ୍ଦରେ କଲେ ଜୟ ଜୟ ଧନି 
ଭକ୍ତିଭରେ ବ୍ରାହ୍ମଣଙ୍କ ଚରଣେ ପ୍ରଣମି 
ଉତ୍କଳ ଖଣ୍ଡ ଚତୁର୍ଥ ଅଧ୍ୟାୟ ସମାପ୍ତ 
ସଂସାର ରକ୍ଷା କରନ୍ତୁ ନୀଳାଚଳ ନାଥ 
ବିପ୍ରଦାନ୍ଧକାର ନାଶିବାରେ ସୂର୍ଯ୍ୟ ସମ 
ଅଭିଳାଷ ଦାନେ କାମଧେନୂର ସମାନ 
ଅପାର ସଂସାର ସମୁଦ୍ରରେ ନୌକାବତ 
ବିପ୍ର ପାଦରଜ କରେ ତ୍ରିଭୁବନ ପୂତ 
ଯଜ୍ଞକାରୀ ବିପ୍ରମାନଙ୍କର ପଦଧୂଳି 
ଶିରେ ବହିବାକୁ ହରିହର କରେୈ ଅଳି 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନେ ପୁଣ୍ଡରୀକ ଅମ୍ବରୀଷ 
ଶ୍ରାକ୍ଷେତ୍ରେ ଗମନେ ନାମ ଚତୁଥୈଧ୍ୟାୟଃ | 






ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ