ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତଦଶୋଧ୍ୟାୟଃ

 ସସ୍ତଦଶ ଅଧ୍ୟାୟ 

ପଚାରନ୍ତି ମୁନିଗଣ ଶୁଣ ତପୋଧନ 
ନରସିଂହ ପ୍ରତିଷ୍ଠିତ ହେଲେ କ୍ଷେତ୍ରଧାମ । 
ତଦନ୍ତରେ କି କରିଲେ ରାଜା ଇନ୍ଦ୍ରଦ୍ଧ୍ମ୍ନ 
ଶୁଣିବାକୁ କୌତୁହଳ କରନ୍ତୁ ବର୍ଣ୍ଣନ 
ରାଜା ଦେବତାମାନଙ୍କୁ କଲେ ନିମନ୍ତ୍ରଣ । 
ଷଡ଼ାଙ୍ଗ ସହିତ ଚାରି ବେଦରେ ନିପୁଣ 
ସହସ୍ଵ ସହସ୍ର ବିପ୍ର କରିଲେ ବରଣ | 
ବିଜ୍ଞ ବିଦ୍ୟା ପାରଦର୍ଶୀ ମୀମାଂସା ଶାସ୍ତ୍ରରେ 
ନିପୁଣ ସଭାଷ୍ୟ କଳ ସୂତ୍ରମାନଙ୍କରେ | 
କମ୍ମନିଷ୍ଠ ରଷିଗଣ ହେଲେ ନିମନ୍ତିତ 
ଅଷ୍ଟାଦଶ ବିଦ୍ୟା ବିଶାରଦ ଯେ ପଣ୍ତିତ । 
ସଦାଚାର ପରାୟଣ ସତ୍‌କୂଳ ସମ୍ଭୁତ 
ବୈଷ୍ଣଠବଗଣଙ୍କ ସହ ହେଲେ ନିମନ୍ତିତ | 
ଆଉ ବା ଅଧକ କିସ ତ୍ରୈଲୋକ୍ୟ ମଧ୍ୟରେ 
ଯେତେ ରାଜା ଯେତେ ରଖି ସିଦ୍ଧଗଣ ଥୁଲେ । 
ସତ୍ଶୂଦ୍ର ବଣିକ ଯେତେ ଦ୍ଵୀପ ଅଧ୍ଵପତି 
ସେମାନଙ୍କୁ ନିୟନ୍ତ୍ରଣ କରିଲେ ଝଟତି | 
ସଭାମଣ୍ଡପ ଯେ ସ୍ଥାନେ କରିଲେ ନିର୍ମାଣ 
ପ୍ରଶସ୍ତରେ ଦୂଇକ୍ରୋଶ ଅଟେ ପରିମାଣ | 
ସେ ମଣ୍ଡପ ପାଷାଣରେ ହୋଇଛି ନିର୍ମିତ 
ସୁଧା ଲିପା ହୋଇ ଦେଖାଯାଏ ଧବଳିତ । 
ସୁଶୋଭିତ ସଭାଗୃହ ରତ୍ନରେ ଭୂଷିତ 
କେଉଁସ୍କାନେ ହୋଇଅଛି ସୁବର୍ଣ୍ଣ ନିର୍ମିତ । 
କେତେସ୍ଥାନ ସ୍ତଟିକରେ ରୌପ୍ୟରେ ନିର୍ମିତ 
ଇନ୍ଦ୍ରସଭାରୁ ଅଧକ ଦିଶେ ସୁଶୋଭିତ | 
ସଭା ମଣ୍ଡପରେ ସ୍ତମ୍ଭ ରତ୍ରମୟ ଉଚ୍ଚ 
ବସନେ ବେଷ୍ଟିତ ହୋଇ ଦିଶଇ ସୁସଞ୍ଚ । 
ମନୋହର ଚନ୍ଦ୍ରାତପ ଉପରେ ଶୋଭଇ 
ଚାମର ବ୍ୟଞ୍ଜନ ଗନ୍ଧମାଲ୍ୟ ଶୋଭା ପାଇ । 
ଯେଉଁରୂପ ଯଜ୍ଞଶାଳା ମରୁତ ରାଜାର 
ସେହିଚୁପ ହେଲା ଶାଳ ଇନ୍ଦ୍ରଦ୍ୟୁମ୍ପଙ୍କର । 
ବିଶ୍ଵକର୍ମା ଅତିଯତ୍ତେ ନିର୍ମାଣ କରିଲେ 
ନରପତି ଶୁଭଦିନ ଶୁଭ ନକ୍ଷତ୍ରରେ | 
ସଭାସଦଗଣଙ୍କର ମର୍ଯ୍ୟାଦାନୁସାରେ 
ଯଥାଯୋଗ୍ୟ ଆସନ ଯେ କଳ୍ପନା କରିଲେ । 
ପ୍ରତ୍ୟକ ରାଜାମାନଙ୍କୁ ଦେଲେ ସିଂହାସନ 
ରଷିମାନଙ୍କ ନିମିତ୍ତ ଅଜିନ ଆସନ | 
ସିଦ୍ଧ ବ୍ରହ୍ମର୍ଷିମାନଙ୍କ ଦେଲେ କୁଶାସନ 
ସ୍ବର୍ଣ୍ଣପୀଠ ଦେବଗଣେ କରିଲେ ଅର୍ପଣ । 
ସମ୍ଭାନ୍ତ ଜନମାନଙ୍କୁ ଦେଲେ ବରାସନ 
ଶଚୀପତିଙ୍କୁ ପୁଥମେ କରିଲେ ପୂଜନ । 
ପୁରୋହିତଙ୍କୁ ବିଧ୍ବରେ କରିଲେ ଅର୍ଚ୍ଚନ 
ଦିବ୍ୟମାଲ୍ୟ ଗନ୍ଧ ବସ୍ତ ବିଷ୍ଟର ଆସନ । 
ଦୀନ ଦୁଃଖୀଜନ ସେ ସ୍ତ୍ାନରେ ଯେତେ ଥିଲେ 
ମହେନ୍ଦ ପ୍ରଭୃତି ଯେତେ ଥୁଲେ ଦେବଗଣ 
ବିନୟରେ ଧନ ଦେଇ ଅର୍ଚ୍ଚନା କରିଲେ 
ସିଦ୍ଧ ଦେବର୍ଷିଗଣଙ୍କୁ ଇନ୍ଦ୍ରଙ୍କ ସମାନ 
ଆସନାଦି ଦେଇ ପୂଜା କଲେ ଇନ୍ଦ୍ରଦ୍ୟୁମ୍ନ 
ସେ ସଭାରେ ଦ୍ରବ୍ୟାଭାବ କେହି ନ ମଣିଲେ 
ଧନାଧ୍ୂପ କୁବେର ଯେ ବିସ୍ଲୟ ହୋଇଲେ । 
ଅନନ୍ତର ଆସିଥୂଲେ ଯେତେ ଦେବଗଣ 
ବିଭବାନୂସାରେ ସର୍ବେ ହୋଇଲେ ଅର୍ଚ୍ଚକଳ । 
ମୁନିଗଣ ବିପ୍ରଗଣ ତହିଁ ଯେତେ ଥଲେ 
ଯଥାବିଧୂ ପୂଜା ରାଜା ଇନ୍ଦ୍ରଦ୍ୟୁମ୍ନ କଲେ 
କ୍ଷତ୍ରିୟ ବୈଶ୍ଯମାନଙ୍କ ନୀଥାଯୋଗ୍ଯାସନ 
ସେ ସଭାରେ ନରପତି କରିଲେ ପ୍ରଦାନ 
ଆଉ ଯେତେ ଆଗନ୍ତୁକ ଜନ ତହିଁ ଥଲେ 
ସଚିବଦ୍ବାରା ତାଙ୍କର ପୂଜା କରାଇଲେ 
ଆନନ୍ଦ ମନରେ ରାଜା କୃତାଞ୍ଜଳି ହୋଇ 
ଇନ୍ଦ୍ରଙ୍କ ସମୀପେ ଗଲେ ନାରଦଙ୍କୁ ନେଇ 
ଉଚ୍ଚସ୍ଵରରେ କହିଲେ ଆହେ ଦେବେଶ୍ବର 
ଆପଣଙ୍କ ପ୍ରସାଦରେ ଏ ଯଜ୍ଞ ମୋହର 
ସହସ୍ତାଶ୍ବମେଧ ଯଜ୍ଞ କରିବାକୁ ଇଛା 
ପ୍ରସନ୍ନ ହୁଅନ୍ତୁ ପୂର୍ଣ ହେଉ ମନବାଞ୍ଚା 
ହୟମେଧ ଯଞ୍ୈ ଯଜ୍ଞ ପୁରୁଷର ପୂଜା 
କରିବାକୁ ଇଛୁ। ମୋର ଶୁଣ ଦେର୍ବରାଜା 
ଆପଣ ଯଜ୍ଞ କାର୍ଯ୍ୟରେ । ଇଶ୍ଵର ଅଟନ୍ତି 
ସହସ୍ରାଶ୍ବମେଧ ଯଜ୍ଞେ ଦିଅ ଅନୁମତି 
ତ୍ୈଲୋକ୍ୟ ମଧ୍ୟରେ ଯେତେ ବାସ କରିଛନ୍ତି 
ସର୍ବେ ଆପଣଙ୍କ ଆଜ୍ଞା ପାଳନ କରନ୍ତି 
ଯେ କାଳେ ସହସ୍ର କ୍ରତୁ ହୋଇବ ସକ୍ପୂର୍ଣ 
ସେହି କାଳଯାଏ ସଙ୍ଗେ ଘେନି ଦେବଗଣ । 
ଏ ସଭାରେ ଅବସ୍ଥାନ କରନ୍ତୁ ଆପଣ 
ଏ ଜଗତେ ଶତକୁତୁ ଅଟେ ତୁମ୍ଭ ନାମ 
ସେ ପଦ ନେବାକୁ ଇଚ୍ଛା ନାହିଁ ମନେ ମୋର 
ଆପଣ ଜାଣନ୍ତି ମନ କଥା ଲୋକଙ୍କର 
ଆପଣଙ୍କ ପ୍ରଭୁ ମାଧବ ଯେ ଏହି ସ୍ଥାନେ 
ଦେହ ଧରିଥିଲେ ଦେଖ ଅଛନ୍ତି ନୟନେ 
ଉପାସନା କାଳେ ପ୍ରଭୁ ବାଲୁକା ମଧ୍ୟରେ 
ଅନ୍ତହିଁତ ହୋଇ ଯାଇଛନ୍ତି ଏ ସ୍ଥାନରେ 
ପୁନର୍ବାର ପ୍ରଭୁଙ୍କର ହେବାକୁ ପ୍ରକାଶ 
ତେଣୁ ବେଦବର ମୋତେ କରିଲେ ଆଦେଶ | 
ବିଶୁଦ୍ଧାଚାରୀ ବ୍ରାହ୍ମଣଗଣ ସହିତରେ 
ସହସ୍ରାଶ୍ବମେଧ ଯଜ୍ଞ କର ଏହି ସ୍ଥାନ 
ଏହିକଥା ନିବେଦନ କରନ୍ତେ ରାଜନ 
ଅନ୍ତର୍ବାନ କାଳ ବାଣୀ କରିଲେ ସ୍କରଣ 
ଆନନ୍ଦରେ ରାଜାଙ୍କ ଯେ କହିଲେ ବଚନ 
ଇନ୍ଦ୍ରଦ୍ୟୁମ୍ନ ପୃଥବୀରେ ମହାତ୍ମା ଆପଣ 
ଏକମାତ୍ର ସତ୍ୟବ୍ରତ କର ଆଚରଣ 
ତୁମ୍ଭର ଉଦ୍ୟମ ଜାଣୁ ସର୍ବ ଦେବଗଣ 
ତ୍ରୈଲୋକ୍ୟପାବନ କାର୍ଯ୍ୟେ ହୋଇଛ ସହାୟ 
ତୁମ୍ଭଙ୍କୁ ଯେ ପିତାମହ ଅଛନ୍ତି ସଦୟ 
ଭଗବାନ କହିଥିଲେ ଏ ସ୍ଥାନେ ଆମ୍ଭଙ୍କୁ 
ଅନ୍ତର୍ବାନ ହୋଇଯିବୁ ପାତାଳ ପୁରକୁ 
ଇନ୍ଦ୍ରଦ୍ୟୁମ୍ନଙ୍କ ଯେ ଦୟା କରିବା ନିମିତ୍ତ 
ଦାରୁମେୟଦେହ ଧରି ହେବେ ପ୍ରକାଶିତ 
ଆମ୍ଭେମାନେ ଜାଣିଅଚୁ ଏକଥା ନିଶ୍ଚୟ 
ଅସନ୍ତୋଷ ନୋହୂ ଆମ୍ଭେ ଆହେ ମହାଶୟ । 
ଯାଗ ଅନୁଷ୍ଠାନ ଅଟେ ଆମ୍ଭର କାମନା 
ତୁମ୍ଭର ଏଥରେ ସ୍ଵାର୍ଥ ନାହିଁ ମହାତମା 
ନିର୍ବିଗ୍ନରେ କର ତୁମ୍ଭେ ଯଜ୍ଞ ଅନୁଷ୍ଠାନ 
ବୈକୁଣ୍ଠ ନାଥ ସନ୍ତୋଷ ହୋଇବେ ଯେସନ । 
ଭଗବାନଙ୍କୁ ପାଇବା ଅତୀବ କଠିନ 
ତେଣୁ ଅଶ୍ଵମେଧ ଯାଗ କର ଆୟୋଜନ 
ଏ କ୍ଷେତ୍ରରେ ଆମ୍ଭେମାନେ ଛାଡ଼ିଦେବୁ ଦେହ 
ଆରାଧନା କରିବୁ ଯେ ଧରି ନରଦେହ 
ଯେହେତୁ ଇହଲୋକରେ ଯଥା ବିଧାନରେ 
କର୍ମ କଲେ ସିବ୍ଧିଲାଭ ହୋଇଥାଏ ଭଲେ 
ଜୈମିନି କହନ୍ତି ଇନ୍ଦ୍ର ଆଦି ଦେବଗଣ 
ସନ୍ତୁଷ୍ଟ ହୋଇ କହିଲେ ନୃପତି ଏସନ 
ନିରପତି ଯଥାବିଧୂ ଯଜ୍ଞ ଆରମ୍ଭିଲେ 
ସହସ୍ର ଉପଚାରରେ ବିଷୁଙ୍କୁ ପୂଜିଲେ 
ପିତୃଗଣଙ୍କର ପ୍ରୀତି ସମ୍ପାଦନ ଅର୍ଥେ 
ପିତ୍ସ ଶ୍ରାଦ୍ଧ କଲେ ତହିଁ ଅତି ଶ୍ରଦ୍ଧାଚିତ୍ତେ 
ଅନନ୍ତର ସଭାଗ୍ଧହେ ଯେତେ ସମାଗତ 
ଯାଞ୍ଚିକ ବ୍ରାହଣଗଣ କରି ଅଳଂକୃତ 
ଇଷ୍ଟଦେବ ବୈକୁଣ୍ଠନାଥଙ୍କ ସମ୍ମୁଖରେ 
ନିର୍ଦ୍ଦିଷ୍ଟ ଶୁଭଲଗ୍ନକୁ ପ୍ରତିକ୍ଷା କରିଲେ 
ସ୍ଵସ୍ଥି ବାଚନରେ ଯୋଗ୍ଯକାଳ ଉପସ୍ଥିତ 
ହୁଅନ୍ତେ ସସ୍ତ୍ରୀକ ହୋଇ ସେହି ନରନାଥ 
ବିଶୁଦ୍ଧ ମାଙ୍ଗଲ୍ୟ ବେଶ ଧାରଣ କରିଲେ 
ପୁଣ୍ୟହରବ୍ଧି ଯେ ସଵସ୍ତିବାଚନ ପଢ଼ିଲେ 
ରାଜଯେଗ୍ୟ ବ୍ରବ୍ୟେ ରତ୍ବିକ୍‌ ବରଣ କରିଲେ । 
ସତ୍ୟବ୍ରତ ରାଜାଠାରୁ ପାଇଲେ ବରଣ 
ଯଜ୍ଞ କାର୍ଯ୍ୟରେ ନିଯୁକ୍ତ ହେଲେ ରତ୍ବିକ୍ଗଣ | 
ସପତ୍ନୀକ ରାଜା ଯଜ୍ଧେ ଦୀକ୍ଷିତ କରିଲେ 
ଅଗ୍ନି ସଂସ୍ଥାପନ କଲେ ବେଦୀର ଉପରେ । 
ତ୍ରୈଲୋକ୍ୟର ମଙ୍ଗଳକାରକ ସାକ୍ଷାତରେ 
ଅଧକ ତେଜ ହ୍ଵଳନ୍ତ ବୈଷ୍ଣବ ଅଗ୍ନିରେ 
ଆହବନୀୟ ବହ୍ନିର କଲେ ପ୍ରଣୟନ 
ପ୍ରୋକ୍ଷଣ ଅନୁମନ୍ତ୍ରଣ କଲେ ତତକ୍ଷଣ 
ଦିଗପାଳମାନଙ୍କର ଅନୁମତି ନେଲେ 
ଅଶ୍ଵମେଧ ଯଞ୍ଜେ ଇଷ୍ଟଦେବଙ୍କୁ ତୋଷିଲେ । 
ଏହାପରେ ଅଶ୍ଵମେଧ ଯଜ୍ଞର କାରଣ 
ଶୁଭ ଲକ୍ଷଣ ଯେ ଅଶ୍ଵ କରିଲେ ପ୍ରେରଣ । 
ନରପତି ଦୀକ୍ଷା ନେଇ ହୋଇଲେ ମଉନ 
ଭୁରୁ ମୂଗ ଚର୍ମାସନେ କଲେ ଅବସ୍ଥାନ 
ସାକ୍ଷାତରେ ମୃତ୍ୟୁଞ୍ଜୟ ଶିବଙ୍କ ସମାନ 
ସଭାରେ ଶୋଭା ପାଇଲେ ରାଜା ତତକ୍ଷଣ | 
ନିମନ୍ତିତ ବ୍ୟକ୍ତିଙ୍କର ଭୋଜନ୍‌ ନିମିତ 
ଚକ୍ଷୁରେ ଇଙ୍ଗତ ଦେଲେ ତହିଁ ନରନାଥ । 
ରାଜ ସଚିବ ଭୋଜନ ନିମିତ୍ତ ତକ୍ଷଣ 
ଯଥାଯୋଗ୍ୟ ସ୍ଥାନ ପାତ୍ର କଲେ ନିରୂପଣ । 
ଦେବତାଙ୍କୁ ଦେଲେ ରତ୍ୃପାତ୍ର ମୁଲ୍ୟବାନ 
ମୁନି ବିପ୍ର ଆଉ ଯେତେ ଥୁଲେ ୀରାଜାଗଣ । 
ଏମାନଙ୍କୁ ଦେଲେ ଶୁଦ୍ଧ ସୁବର୍ଣ୍ଣର ପାତ୍ର 
କ୍ଷତ୍ରିୟ ବୈଶ୍ଯଙ୍କୁ ଆଣିଦେଲେ ରୌପ୍ଯପତ୍ର 
ଶୁଦ୍ରମାନଙ୍କୁ ଯେ କାଂସ୍ୟପାତ୍ରମାନ ଦେଲେ 
ପ୍ରତିଦିନ ନୂଆପତ୍ର ବ୍ୟବସ୍ଥା କରିଲେ । 
ପ୍ରତ୍ୟହ ଭୋଜନ ଶେଷେଂ ଏ ସକଳ ପତ୍ର 
ଉଦ୍ଦିଷ୍ଟ ପତ୍ର ସମାନ ହୁଏ ପରିତ୍ୟକ୍ତ 
ଯେ ଯଜ୍ଞ ଉତ୍ସବେ ନିମନ୍ତ୍ରିତ ଯେତେଜନ 
ହୋଇଥୁୂଲେ ତାହାଙ୍କର ପୁତ୍ରପୌତ୍ରଗଣ 
ପାଞ୍ଚଶତ ବର୍ଷଯାଏ ପ୍ରତ୍ୟହ ଭୋଜନ 
ତାହାଙ୍କର ତତ୍ତ୍ଵ ନେବେ ସେ ଦେଶରାଜନ । 
କରୁଥିଲେ ରାଜାଙ୍କର ପାଇଣ ସମ୍ମାନ 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଶାସନ ବଳରେ 
ନିମନ୍ତ୍ିତଗଣ ଯ଼ଜ୍ଞସମାପନ କଲେ 
କୁଟୁମ୍ବ ବର୍ଗର ନ୍ୟାୟ କଲେ ଅବସ୍ଥାନ 
ଆସିଥୂଲେ ବହୁଦୂର ଦେଶରୁ ଯେ ଜନ 
ବହୁବ୍ୟକ୍ତ ତତ୍ତ୍ଵାବଧାନରେ ନିର୍ବିଘୂରେ 
ଯାଗ ପୂର୍ଣ୍ଣ ହେବ ନିୟମ ଯେ କରିଥଲେ 
ଯେ ଯେଉଁ ଦେଶରୁ କରିଥିଲେ ଆଗମନ 
ଏ ସକଳ ରାଜାଙ୍କର ତନ୍ତ ନେଉଥିଲେ 
ନାରଦ ଇନ୍ଦ୍ରଦ୍ୟମ୍ପଙ୍କ ପ୍ରାଥନାନୁସାରେ | 
ଯଜ୍ଞ ସିଦ୍ଧ ଅଥୈ ଇନ୍ଦ୍ର ଆଦି ଦେବଗଣ 
ଦେବର୍ଷିଗଣଙ୍କ ସେବା କଲେ ଇନ୍ଦ୍ରଦ୍ୟୁମ୍ପ । 
ମର୍ଭ୍ଯଲୋକେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ମନ୍ଦିରେ 
ଯେ ଖାଦ୍ୟ ତାହା ଦୁର୍ଲଭ ମନୁଷ୍ୟ ପକ୍ଷରେ ।
ଦେବରାଜ ଇନ୍ଦ୍ର ଆଉ ରାଜା ଇନ୍ଦ୍ରଦ୍ୟୁମ୍ନ 
ଦୁହିଁଙ୍କ ମଧ୍ୟରେ ନାହିଁ କିଛି ବ୍ୟବଧାନ । 
କେବଳ ଯେ ଇନ୍ଦ୍ରଦ୍ୟୁମ୍ନ ମର୍ଭ୍ୟଲୋକେ ରାଜା 
ପାର୍ଥକ୍ୟ ଇନ୍ଦ୍ର ଅମରଗଣଙ୍କର ରାଜା | 
ସେ କାଳରେ ରାଜାଙ୍କର ଗ୍ୁହେ ପ୍ରତିଦିନ 
ଆଦର, ସମ୍ମାନ ଭୋଜ୍ୟ ସକଳ ନୂତନ । 
ଏହା ଦେଖୁ ଲୋକେ ବଡ଼ ବିସ୍ମୟ ହୋଇଲେ 
ଇନତ୍ଦ୍ରଦ୍ୟୁମୁ ରାଜାଙ୍କର ପ୍ରଶଂସା ଗାଇଲେ । 
ସୁଗନ୍ଧ ପୁଷ୍ଠର ମାଳା ପୁଷ୍ପ ପାରିଜାତ 
ବିଲେପନ ଦ୍ରବ୍ୟ ଚତୁଃସମେ ହୋଇଯୁକ୍ତ । 
ବିବିଧ ରଙ୍ଗର ଚିତ୍ର କୋମଳ ବସନ 
ରତନ ପଲଙ୍କେ ଶଯ୍ୟାଯୁକ୍ତ ଉପାଧାନ । 
ରତନ ଚାମର ଜାତି ଲବଙ୍ଗ କର୍ପୁର 
ତାମ୍ବୁଳ ପ୍ରଭୁତି ଯେତେ ଦ୍ରବ୍ୟ ମନୋହର । 
ମନୋହର ଗୀତ ନୃତ୍ୟ ବିବିଧ ପ୍ରକାର 
ଏ ଦ୍ରବ୍ଯ ସକଳ ସ୍୍ାକରି ପରସ୍ପର | 
ଦ୍ଵିଗୁଣ ଭାବେ ବର୍ବିତ ହୋଇ ବିତରିତ 
ହେଉଅଛି ଯଜ୍ଞ ଉତ୍ସବରେ ଅବିରତ | 
ସ୍ଵର୍ଗଲୋକେ ଯେଉଁ ଭୋଗ ଦୁର୍ଲଭ ଅଟଇ
ମର୍ର୍ୟବାସୀ ଇନ୍ଦ୍ରଦ୍ୟୁମ୍ନ ଗୃହେ ତା ମିଳଇ । 
ଅତ୍ୟନ୍ତ ଆଶ୍ଚର୍ଯ୍ୟ ଉପଚାର ଏକତ୍ରିତ 
ଅନ୍ୟ କୌଣସି ସ୍ଥାନରେ ହୁଏ ନା ସମ୍ଜୁତ । 
ଧନ ବ୍ୟୟ ବିଷୟରେ କୁପଣତା ନାହିଁ 
ଲୋକ ସମାଦର ବିଷୟରେ କୃପଣତା ନାହିଁ । 
ପାତାଳବାସୀଏ ତହିଁ ଯେତେ ଆସିଥୁଲେ 
ଅମୂତ ସମାନ ଦ୍ରବ୍ୟ ଭୋଜନ କରିଲେ । 
ଏପରି ଖାଦ୍ୟ ସାମଗ୍ରୀ କରିଲେ ଭୋଜନ 
ଆଉ ପାତାଳେ ଯିବାକୁ କଲେ ନାହିଁ ମନ । 
ସେହିସ୍ଥାନେ ରହିବାକୁ ବଳିଲା ଯେ ଇଚ୍ଛା 
ଯାଗସବ୍ବ ହେବା ଅଥେ ମନେ କଲେ ବାଞ୍ଚା | 
ଏହିଯଜ୍କେ ଯଜ୍ଞ ଅନୁଷ୍ଠାନରେ କୂଶଳ 
ସର୍ବେ ସଦାଚାର ପରାୟଣ ସତିକାର | 
କଳ୍ଧନାର ଯେ କରନ୍ତି ଶାସ୍ତ୍ର ପ୍ରଣୟନ 
ଏ ସକଳେ ନୃପଙ୍କର ସନ୍ତୋଷ କାରଣ । 
ଅଗ୍ନାଧ୍ୟନାଠାରୁ ଅବଭୁଥ ସ୍କାନଯାଏ 
ସଦସ୍ୟଙ୍କ ଆଦେଶରେ ସକଳ ଭିଆଏ 
ଯଞ୍ଜେ ଯେ ସକଳ ମନ୍ତ୍ର ପଢ଼ିଲେ ବ୍ରାହ୍ମଣ 
ଉଦାଉ୍ତାଦି ସ୍ଵରବର୍ଣ୍ଣ କିଛି ନାହିଁ ହୀନ 
କିପରି ହେବ ଯେ ମନ୍ତ୍ର ବିଧାନ ଜାଣନ୍ତି 
ସେହିମାନେ ଯଜ୍ଞଞେ ପ୍ରଚାରକ ହୋଇଛନ୍ତି । 
ପୁରୁଷୋତ୍ତମ କ୍ଷେତ୍ରରେ ଇନ୍ଦ୍ରଦ୍ୟୁମରଙ୍କର 
ଯଜ୍ଞରେ ପ୍ରୀତି ଲଭିଲେ ତ୍ରୈଲୋକ୍ୟ ସକଳ । 
ଵୈକୁଣ୍ଠନାଥଙ୍କୁ କରିବାକୁ ସୁପ୍ରସନ୍ଧ 
ବ୍ରହ୍ମାଙ୍କର ନିଦ୍ଦେଶରେ ରାଜା ଇନ୍ଦ୍ରଦ୍ୟୁମ୍ନ 
ଗୋଟି ଗୋଟି କରି ଯଜ୍ଞ କଲେ ସମ୍ପାଦନ 
ଏକୋନ ସହସ୍ର ସଂଖ୍ୟା ହୋଇଗଲା ପୂର୍ଣ୍ଣ । 
ଅନନ୍ତର ସାହସ୍ରିକ ଯଜ୍ଞରେ ଦୀକ୍ଷିତ 
ହୋଇଲେ ଯେଉଁ କାଳରେ ତହିଁ ନରନାଥ 
ଦିନନୂଦିନ ସେ ଦିବ୍ୟଗତି ଲାଭ କଲେ 
ସହସ୍ର ସଂଖ୍ୟକ ଯାଗ ସମାପନ କଲେ 
ଅବଭୃଥ ସ୍ଲାନ ଥାଇ ସପତମ ଦିନ 
ରାତ୍ର ଚତୁ ପ୍ରହରେ ନୃପକଲେ ଧ୍ୟାନ 
ସୌଭାଗ୍ୟରୁ ଧ୍ୟାନଯୋଗେ ମିଳିଲା ଦର୍ଶନ 
ଅବ୍ୟୟ ବିଷ୍ଣୁ ମୁରତି ସ୍ଵୟଂ ଭଗବାନ 
ଆଉ ମଧ୍ୟ ଶ୍ଵେତଦ୍ଵୀପ ସ୍ତଟିକ ନିର୍ମିତ 
ଚତୁର୍ଦଦିଗେ କ୍ଷୀର ସମୁଦ୍ର ଯେ ଅବସ୍ଥିତ 
ବହୁକଳ୍ପ ଦୁମ ପୁଷ୍ପ ଗନ୍ଧେ ଆମୋଦିତ 
ଶିଙ୍ଖ ଚକ୍ର ଚିହ୍ନ ଫଳ ପଲ୍ଳବେ ଶୋଭିତ 
ବୃକ୍ଷର ସର୍ବାବୟବ ମଞ୍ଷ୍ଠା ରଙ୍ଗରେ 
ଶୋଭା ପାଏ ବିଷୁମୂରି ସେ କଳ୍ପ ଦୁମରେ 
ଏ ଦ୍ଵୀପ ମଧ୍ୟରେ ଦିବ୍ୟ ମଣିରେ ନିର୍ମିତ 
ଉନ୍ମଷ୍ଟ ମଣ୍ଡପ ଦେଖାଯାଏ ସୁଶୋଭିତ 
ତା ମଧ୍ୟରେ ସୂର୍ଯ୍ୟଙ୍କର କିରଣ ସମାନ 
ତେଜ ପୁଞ୍ଜ ସୁଶୋଭନ ରତ୍ନ ସିଂହାସନ 
କ୍ଷୀର ସମୁଦ୍ରର ଜଳ ତରଙ୍ଗ ବାୟୁରେ 
ଅତି ମନୋହର ଶୋଭା ଜନମନ ହରେ 
ସିଂହାସନର ଉପ୍ରରେ ଶଙ୍ଖ ଚକ୍ରଧାରୀ 
ଗଦାଧରଙ୍କୁ ଦର୍ଶନ କଲେ ଦଣ୍ଡଧାରୀ 
ଧରଣୀଧର ଅନନ୍ତ ଦେବ ଦକ୍ଷିଣରେ 
ଲକ୍ଷ୍ମୀଦେବୀ ଶୋଭା ପାଉଅଛନ୍ତି ବାମରେ 
ସମ୍ମୁଖରେ ପିତାମହ ହୋଇ ଅବସ୍ଥିତ 
କୃତାଞ୍ଜଳି ପୁଟେ ବେଦ ପାଠରେ ନିରତ 
ବିଷୁଙ୍କର ବାମଭାଗେ ସର୍ବେ ଜ୍ଞାନମୟ 
ସୁଦର୍ଶନ ଚକ୍ର ଶୋଭା ପାଏ ଅତିଶୟ 
ସନକାଦି ମୁନିଗଣ ମିଳି ସେ ସ୍ଥାନରେ 
ସୁତି କରୁଛନ୍ତି ସର୍ବେ ଅତି ହରଷରେ | 
ନୃପବର ସ୍ଵପ୍ନେ କଲେ ଏ ରୂପେ ଦର୍ଶନ 
ଅତି ଆନନ୍ଦରେ ମନ ହୋଇଗିଲା ପୂର୍ଣ୍ଣ । 
ବୈକୂଣ୍ଡନାଥଙ୍କ ହର୍ଷ ଗଦ୍ଗଦ ବାକ୍ୟରେ 
ନୃପସ୍ତବ କଲେ ସେହି ଧ୍ୟାନ ଅବସ୍ଥାରେ । 
ଇନ୍ଦ୍ରଦ୍ୟୁମ୍ନ ସୁତି କଲେ ହେ ଜଗଦାଧାର 
ହେ ଜଗତରୂପୀ ଆପଣଙ୍କୁ ନମସ୍କାର | 
ହେ ଦେବ ¦ ଆପଣ ଗୁଣମୟ ଯେ ଅଟନ୍ତି 
ଗୁଣତ୍ରୟରୁ ଅତୀତ ହୋଇ ରହିଛନ୍ତି | 
କୈବଲ୍ୟ ସ୍ଵରୂପୀ ଆପଣଙ୍କୁ ନମସ୍କାର 
ନିର୍ମଳ ଜ୍ଞାନ ସ୍ଵରୂପୀ ପ୍ରଭୋ ନମସ୍କାର । 
ଚତୁର୍ବେଦ ସ୍ଵରୂପୀ ଯେ ଅଟନ୍ତି ଆପଣ 
ଜଗତରୁପୀ ଶ୍ରୀପଦେ କରୁଛି ପ୍ରଣାମ | 
ସଂସାର ଜଞ୍ଜାଳେ ଶ୍ରାନ୍ତ ବ୍ୟକ୍ତିମାନଙ୍କର 
ଦୁଃଖ ଦୂର କରୁଛନ୍ତି ପ୍ରଭୋ ନମସ୍କାର । 
ଦୁର୍ଭେଦ୍ଯ ହୃଦୟ ଗ୍ରଚ୍ଛି ଭେଦ ଯେ କରନ୍ତି 
ଆପଣଙ୍କ ଶ୍ରୀଚରଣ ତଳରେ ପ୍ରଣତି | 
ମୂଳସ୍ତମ୍ଭ ଚତୁର୍ଦଶ ବ୍ରହ୍ମାଣ୍ଡ ଗୃହର 
ଆପଣଙ୍କ ଶ୍ରୀଚରଣେ କରେ ନମସ୍କାର । 
କୋଟି କୋଟି ବ୍ରହ୍ମାଣ୍ଡ ତ କରନ୍ତି ନିର୍ମାଣ 
ଆପଣଙ୍କୁ ଏ ଅଧମ କରୁଛି ପ୍ରଣାମ | 
ଦୟାରୂପ ସାଗରରେ ଅମ୍ପତ ଭଣ୍ଡାର 
ଉଦ୍ଧାରକର୍ଭା ଅଟନ୍ତି ଦୀନଜନଙ୍କର | 
ଅତି ଗୁହ୍ୟବସ୍ତୁ ଦୟାସାଗର ଆପଣ 
ବାରମ୍ବାର ଆପଣଙ୍କୁ କରୁଛି ପ୍ରଣାମ | 
ସୂର୍ଯ୍ୟ ଆଦି:ଜ୍ୟୋତିର୍ମୟ ବସ୍ତୁମାନଙ୍କର 
ଜ୍ୟୋତି ରୂପରେ ଆପଣ କରନ୍ତି ବିହାର । 
ହେ ଆଲୌକଦାତା ଲୋକ ହୃଦୟର ପାପ 
ଦନ୍ଦନ କରି ଦିଅନ୍ତି ଅନଳ ସ୍ଵରୂପ | 
ସଚ୍ଚିଦାନନ୍ଦ ସ୍ଵରୂପୀ ଅଟନ୍ତି ଆପଣ 
ପବିତ୍ର ଯେ ବସ୍ତୁ ତାର ପବିତ୍ର କାରଣ 
ଅତି ପବିତୂ ଆପଣ କରୁଛି ପ୍ରଣାମ | 
ଆପଣ ବଳିଷ୍ଠ ଆପଣ ଯେ ଦୀର୍ଘତମ 
ଅତି ସନ୍ଧିହିତ ଦୂରେ କର ଅବସ୍ଥାନ | 
ଗୁରୁତମ ହୋଇ ଆପଣ ଯେ କ୍ଷୁଦ୍ରତମ 
ଆପଣଙ୍କୁ ବାରମ୍ବାର କରୁଛି ପ୍ରଣାମ | 
ନାରାୟଣ ସକଳ ବରେଣ୍ୟ ପୁଣ୍ୟତମ 
ଆପଣଙ୍କୁ ନମସ୍କାର କରେ ପୁନଃ ପୁନଃ । 
ଜଗନ୍ନାଥ ଆମ୍ଭଙ୍କୁ ଯେ କର ପରିତ୍ରାଣ 
ଦୀନବନ୍ଧୁ ଆପଣଙ୍କୁ କରୁଛି ପ୍ରଣାମ | 
ସଂସାର ସାଗର ସୁଖ ତରଣୀ ସଦୂଶ 
ସଂସାର ସାଗରୁ ପାରିକର ହୃଷୀକେଶ 
ରମାନାଥ ଆପଣଙ୍କୁ କରନ୍ତେ ସାକ୍ଷାତ 
ଆମ୍ଭର ସକଳ କ୍ଲେଶ ଦୂର ହୋଇଲା ତ 
ଦୁଃଖ ଦୂର ହୁଏ କଲେ ସାକ୍ଷାତେ ଦର୍ଶନ 
ହେ ନାଥ ତବ ଦର୍ଶନ ଆନନ୍ଦ କାରଣ 
ସଂସାର ସାଗରେ ମଗ୍ଧ ଅତି ଦୀନଜନ 
ଆମ୍ଭଙ୍କୁ ଯେ ପରିତ୍ରାଣ କରନ୍ତୁ ଆପଣ 
ମଧ୍ୟାହ୍ନ କାଳରେ ସୂର୍ଯ୍ୟ ଥାଇ ବିଦ୍ୟମାନ 
ଆକାଶରେ ଅନ୍ଧକାର ରହି କି ପାରଇ 
ଧ୍ୟାନଯୋଗେ ଏହି ସ୍ତବ କଲେ ନରସାଇଁ 
ଧ୍ୟାନ ଶେଷେ ସ୍ଵପ୍ନାବସ୍ଥା ହୋଇଗଲା ଦୂର 
ଜାଗ୍ରତ ଅବସ୍ଥା ଲାଭ କଲେ ନୂପବର 
ସ୍ଵପ୍ନ ଶେଷେ ଆମତ୍ମଦ୍ଵାରା ଆମତ୍ମାନି ସ୍ମରଣ 
କଲେ ନିଜକୁ କୃତାର୍ଥ ମଣିଲେ ରାଜନ 
ସହସ୍ରାଶ୍ୃବମେଧ ଯଜ୍ଞ ହୋଇଲା ସଫଳ 
ସୌଭାଗ୍ୟ ଯେ ଉତପତି ହେଲା ନୃପଙ୍କର 
ସ୍ଵର୍ଗବାସୀ ରଷିଙ୍କର ସକଳ ବଚନ 
ବ୍ୟର୍ଥ ନୁହେଁ ନରପତି ଚିନ୍ତିଲେ ତକ୍ଷଣ 
ସ୍ଵୟଂ ଜଗନ୍ନାଥ କେଉଁକାଳେ କି ପ୍ରକାରେ. 
ଆମ୍ଭର ଦୂଷ୍ଟିଗୋଚର ହେବେ ଏ ସ୍ଥାନରେ 
ଏ ରୂପ ଚିନ୍ତାରେ ରାତ୍ର ହୋଇଲା ପ୍ରଭାତ 
ନାରଦଙ୍କୁ କହିଲେ ସେ ସ୍ବପ୍ନର ବୃତ୍ତାନ୍ତ 
ନାରଦ ଶ୍ରବଣ କରି ନୃପଙ୍କୁ କହିଲେ 
ତୁମ୍ଭର ତ ମନଦୁଃଖ ଗଲା ଅତିଦୂରେ 
ଅରୁଣୋଦୟ କାଳରେ ଦେଖୁଲ ସବପନ 
ଦଶଦିନ ମଧ୍ୟେ ଫଳ ଲଭିବ ରାଜନ 
ସହସ୍ରାଶ୍ଵ ମେଧ ଯଜ୍ଞ ହୋଇଗଲା ଶେଷ 
ଏ ସ୍ଟାନେ ଭଗବାନଙ୍କୁ ଦେଖୁବ ଅବଶ୍ଯ 
ପୂର୍ବେ ବ୍ରହ୍ମା ଆମ୍ଭଦ୍ଵାରା ଯାହା କହିଥୁଲେ 
ଭଗବାନ ସ୍ବପ୍ନରେ ତା ବ୍ଯକତ କରିଲେ 
ଅତଏବ ଆଜ୍ଞା ଅନୁଷ୍ଠାନ କରି ଶେଷ 
ସେ ବାକ୍ୟର ସାର୍ଥକତା କରନ୍ତୁ ପ୍ରକାଶ 
ହେ ନୃପ ଶାର୍ଦୂଳ ଏହି ସ୍ଵପ୍ଳର ବୃତ୍ତାନ୍ତ 
ହରିଙ୍କଟର ଅଟଇ ଯେ ଦୁ୍ବୌଧ୍ୟ ଚରିତ 
କିନୁ ରାଜନ ଯେ ତୁମ୍ଭେ ଅଟ ଭାଗ୍ୟଧର 
ଏପରି ସ୍ଵପ୍ନ ଦର୍ଶନ ସୁଲଭ ତୁମ୍ଭର 
ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡେ ସପ୍ତଦଶ 
ଅଧ୍ୟାୟ ଉତ୍କଳ ଭାଷାରେ ଯେ ହେଲା ଶେଷ 
ନୀଳ ସୁନ୍ଦର ପର୍ବତେ ଆଶ୍ଚର୍ଯ୍ୟ ପରାୟେ 
ଅନିର୍ବଚନୀୟ କଳ ବୃକ୍ଷ ଶୋଭା ପାଏ । 
ତା ଅଗ୍ରଭାଗରେ ଏକପତ୍ର ବିଦ୍ୟମାନ 
ସେ ପତ୍ରଟି ଦୂୁଇପତ୍ରେ ଅତି ସକୁଶୋଭନ । 
ପ୍ରଛାୟା ତିନି ତାପକୁ କରଇ ହତ୍ଣ 
ମୂଳକୁ ଆଶ୍ରୟ କରିଛନ୍ତି ଦେବଗଣ  
୍କିନ୍ଧୁ ସେ ବୃକ୍ଷର ଆଦିଅନ୍ତ ନ ମିଳଇ 
ଭକତ ଚମି ନେତ୍ରରେ କେବଳ ଦେଖଇ । 
ଏପରି ହେ କଳଦୁମ ନୀଳ ପର୍ବତରେ 
ପାପୀ ତାପୀ ଜନଙ୍କୁ ଯେ ପରିତ୍ରାଣ କରେ । 
ସେ ଭକ୍ତଜନ ବସ୍ସଳ କରୁଣା ସାଗର 
ବାଞ୍ଚା ପୂର୍ଣ କରିବେ ଯେ ମାଗେ ହରିହର । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉଜ୍କଳ ଖଣ୍ଡେ 
ଅଶ୍ଵମେଧ ଯାଗେ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନଦର୍ଶନ 
ବର୍ଣ୍ଣନେ ନାମ ସପ୍ତଦଶୋଧ୍ୟାୟଃ । 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ