ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତଦଶୋଧ୍ୟାୟଃ
ସସ୍ତଦଶ ଅଧ୍ୟାୟ
ପଚାରନ୍ତି ମୁନିଗଣ ଶୁଣ ତପୋଧନନରସିଂହ ପ୍ରତିଷ୍ଠିତ ହେଲେ କ୍ଷେତ୍ରଧାମ ।ତଦନ୍ତରେ କି କରିଲେ ରାଜା ଇନ୍ଦ୍ରଦ୍ଧ୍ମ୍ନଶୁଣିବାକୁ କୌତୁହଳ କରନ୍ତୁ ବର୍ଣ୍ଣନରାଜା ଦେବତାମାନଙ୍କୁ କଲେ ନିମନ୍ତ୍ରଣ ।ଷଡ଼ାଙ୍ଗ ସହିତ ଚାରି ବେଦରେ ନିପୁଣସହସ୍ଵ ସହସ୍ର ବିପ୍ର କରିଲେ ବରଣ |ବିଜ୍ଞ ବିଦ୍ୟା ପାରଦର୍ଶୀ ମୀମାଂସା ଶାସ୍ତ୍ରରେନିପୁଣ ସଭାଷ୍ୟ କଳ ସୂତ୍ରମାନଙ୍କରେ |କମ୍ମନିଷ୍ଠ ରଷିଗଣ ହେଲେ ନିମନ୍ତିତଅଷ୍ଟାଦଶ ବିଦ୍ୟା ବିଶାରଦ ଯେ ପଣ୍ତିତ ।ସଦାଚାର ପରାୟଣ ସତ୍କୂଳ ସମ୍ଭୁତବୈଷ୍ଣଠବଗଣଙ୍କ ସହ ହେଲେ ନିମନ୍ତିତ |ଆଉ ବା ଅଧକ କିସ ତ୍ରୈଲୋକ୍ୟ ମଧ୍ୟରେଯେତେ ରାଜା ଯେତେ ରଖି ସିଦ୍ଧଗଣ ଥୁଲେ ।ସତ୍ଶୂଦ୍ର ବଣିକ ଯେତେ ଦ୍ଵୀପ ଅଧ୍ଵପତିସେମାନଙ୍କୁ ନିୟନ୍ତ୍ରଣ କରିଲେ ଝଟତି |ସଭାମଣ୍ଡପ ଯେ ସ୍ଥାନେ କରିଲେ ନିର୍ମାଣପ୍ରଶସ୍ତରେ ଦୂଇକ୍ରୋଶ ଅଟେ ପରିମାଣ |ସେ ମଣ୍ଡପ ପାଷାଣରେ ହୋଇଛି ନିର୍ମିତସୁଧା ଲିପା ହୋଇ ଦେଖାଯାଏ ଧବଳିତ ।ସୁଶୋଭିତ ସଭାଗୃହ ରତ୍ନରେ ଭୂଷିତକେଉଁସ୍କାନେ ହୋଇଅଛି ସୁବର୍ଣ୍ଣ ନିର୍ମିତ ।କେତେସ୍ଥାନ ସ୍ତଟିକରେ ରୌପ୍ୟରେ ନିର୍ମିତଇନ୍ଦ୍ରସଭାରୁ ଅଧକ ଦିଶେ ସୁଶୋଭିତ |ସଭା ମଣ୍ଡପରେ ସ୍ତମ୍ଭ ରତ୍ରମୟ ଉଚ୍ଚବସନେ ବେଷ୍ଟିତ ହୋଇ ଦିଶଇ ସୁସଞ୍ଚ ।ମନୋହର ଚନ୍ଦ୍ରାତପ ଉପରେ ଶୋଭଇଚାମର ବ୍ୟଞ୍ଜନ ଗନ୍ଧମାଲ୍ୟ ଶୋଭା ପାଇ ।ଯେଉଁରୂପ ଯଜ୍ଞଶାଳା ମରୁତ ରାଜାରସେହିଚୁପ ହେଲା ଶାଳ ଇନ୍ଦ୍ରଦ୍ୟୁମ୍ପଙ୍କର ।ବିଶ୍ଵକର୍ମା ଅତିଯତ୍ତେ ନିର୍ମାଣ କରିଲେନରପତି ଶୁଭଦିନ ଶୁଭ ନକ୍ଷତ୍ରରେ |ସଭାସଦଗଣଙ୍କର ମର୍ଯ୍ୟାଦାନୁସାରେଯଥାଯୋଗ୍ୟ ଆସନ ଯେ କଳ୍ପନା କରିଲେ ।ପ୍ରତ୍ୟକ ରାଜାମାନଙ୍କୁ ଦେଲେ ସିଂହାସନରଷିମାନଙ୍କ ନିମିତ୍ତ ଅଜିନ ଆସନ |ସିଦ୍ଧ ବ୍ରହ୍ମର୍ଷିମାନଙ୍କ ଦେଲେ କୁଶାସନସ୍ବର୍ଣ୍ଣପୀଠ ଦେବଗଣେ କରିଲେ ଅର୍ପଣ ।ସମ୍ଭାନ୍ତ ଜନମାନଙ୍କୁ ଦେଲେ ବରାସନଶଚୀପତିଙ୍କୁ ପୁଥମେ କରିଲେ ପୂଜନ ।ପୁରୋହିତଙ୍କୁ ବିଧ୍ବରେ କରିଲେ ଅର୍ଚ୍ଚନଦିବ୍ୟମାଲ୍ୟ ଗନ୍ଧ ବସ୍ତ ବିଷ୍ଟର ଆସନ ।ଦୀନ ଦୁଃଖୀଜନ ସେ ସ୍ତ୍ାନରେ ଯେତେ ଥିଲେମହେନ୍ଦ ପ୍ରଭୃତି ଯେତେ ଥୁଲେ ଦେବଗଣବିନୟରେ ଧନ ଦେଇ ଅର୍ଚ୍ଚନା କରିଲେସିଦ୍ଧ ଦେବର୍ଷିଗଣଙ୍କୁ ଇନ୍ଦ୍ରଙ୍କ ସମାନଆସନାଦି ଦେଇ ପୂଜା କଲେ ଇନ୍ଦ୍ରଦ୍ୟୁମ୍ନସେ ସଭାରେ ଦ୍ରବ୍ୟାଭାବ କେହି ନ ମଣିଲେଧନାଧ୍ୂପ କୁବେର ଯେ ବିସ୍ଲୟ ହୋଇଲେ ।ଅନନ୍ତର ଆସିଥୂଲେ ଯେତେ ଦେବଗଣବିଭବାନୂସାରେ ସର୍ବେ ହୋଇଲେ ଅର୍ଚ୍ଚକଳ ।ମୁନିଗଣ ବିପ୍ରଗଣ ତହିଁ ଯେତେ ଥଲେଯଥାବିଧୂ ପୂଜା ରାଜା ଇନ୍ଦ୍ରଦ୍ୟୁମ୍ନ କଲେକ୍ଷତ୍ରିୟ ବୈଶ୍ଯମାନଙ୍କ ନୀଥାଯୋଗ୍ଯାସନ
ସେ ସଭାରେ ନରପତି କରିଲେ ପ୍ରଦାନଆଉ ଯେତେ ଆଗନ୍ତୁକ ଜନ ତହିଁ ଥଲେସଚିବଦ୍ବାରା ତାଙ୍କର ପୂଜା କରାଇଲେଆନନ୍ଦ ମନରେ ରାଜା କୃତାଞ୍ଜଳି ହୋଇଇନ୍ଦ୍ରଙ୍କ ସମୀପେ ଗଲେ ନାରଦଙ୍କୁ ନେଇଉଚ୍ଚସ୍ଵରରେ କହିଲେ ଆହେ ଦେବେଶ୍ବରଆପଣଙ୍କ ପ୍ରସାଦରେ ଏ ଯଜ୍ଞ ମୋହରସହସ୍ତାଶ୍ବମେଧ ଯଜ୍ଞ କରିବାକୁ ଇଛାପ୍ରସନ୍ନ ହୁଅନ୍ତୁ ପୂର୍ଣ ହେଉ ମନବାଞ୍ଚାହୟମେଧ ଯଞ୍ୈ ଯଜ୍ଞ ପୁରୁଷର ପୂଜାକରିବାକୁ ଇଛୁ। ମୋର ଶୁଣ ଦେର୍ବରାଜାଆପଣ ଯଜ୍ଞ କାର୍ଯ୍ୟରେ । ଇଶ୍ଵର ଅଟନ୍ତିସହସ୍ରାଶ୍ବମେଧ ଯଜ୍ଞେ ଦିଅ ଅନୁମତିତ୍ୈଲୋକ୍ୟ ମଧ୍ୟରେ ଯେତେ ବାସ କରିଛନ୍ତିସର୍ବେ ଆପଣଙ୍କ ଆଜ୍ଞା ପାଳନ କରନ୍ତିଯେ କାଳେ ସହସ୍ର କ୍ରତୁ ହୋଇବ ସକ୍ପୂର୍ଣସେହି କାଳଯାଏ ସଙ୍ଗେ ଘେନି ଦେବଗଣ ।ଏ ସଭାରେ ଅବସ୍ଥାନ କରନ୍ତୁ ଆପଣଏ ଜଗତେ ଶତକୁତୁ ଅଟେ ତୁମ୍ଭ ନାମସେ ପଦ ନେବାକୁ ଇଚ୍ଛା ନାହିଁ ମନେ ମୋରଆପଣ ଜାଣନ୍ତି ମନ କଥା ଲୋକଙ୍କରଆପଣଙ୍କ ପ୍ରଭୁ ମାଧବ ଯେ ଏହି ସ୍ଥାନେଦେହ ଧରିଥିଲେ ଦେଖ ଅଛନ୍ତି ନୟନେଉପାସନା କାଳେ ପ୍ରଭୁ ବାଲୁକା ମଧ୍ୟରେଅନ୍ତହିଁତ ହୋଇ ଯାଇଛନ୍ତି ଏ ସ୍ଥାନରେପୁନର୍ବାର ପ୍ରଭୁଙ୍କର ହେବାକୁ ପ୍ରକାଶତେଣୁ ବେଦବର ମୋତେ କରିଲେ ଆଦେଶ |ବିଶୁଦ୍ଧାଚାରୀ ବ୍ରାହ୍ମଣଗଣ ସହିତରେସହସ୍ରାଶ୍ବମେଧ ଯଜ୍ଞ କର ଏହି ସ୍ଥାନଏହିକଥା ନିବେଦନ କରନ୍ତେ ରାଜନଅନ୍ତର୍ବାନ କାଳ ବାଣୀ କରିଲେ ସ୍କରଣଆନନ୍ଦରେ ରାଜାଙ୍କ ଯେ କହିଲେ ବଚନଇନ୍ଦ୍ରଦ୍ୟୁମ୍ନ ପୃଥବୀରେ ମହାତ୍ମା ଆପଣଏକମାତ୍ର ସତ୍ୟବ୍ରତ କର ଆଚରଣତୁମ୍ଭର ଉଦ୍ୟମ ଜାଣୁ ସର୍ବ ଦେବଗଣତ୍ରୈଲୋକ୍ୟପାବନ କାର୍ଯ୍ୟେ ହୋଇଛ ସହାୟତୁମ୍ଭଙ୍କୁ ଯେ ପିତାମହ ଅଛନ୍ତି ସଦୟଭଗବାନ କହିଥିଲେ ଏ ସ୍ଥାନେ ଆମ୍ଭଙ୍କୁଅନ୍ତର୍ବାନ ହୋଇଯିବୁ ପାତାଳ ପୁରକୁଇନ୍ଦ୍ରଦ୍ୟୁମ୍ନଙ୍କ ଯେ ଦୟା କରିବା ନିମିତ୍ତଦାରୁମେୟଦେହ ଧରି ହେବେ ପ୍ରକାଶିତଆମ୍ଭେମାନେ ଜାଣିଅଚୁ ଏକଥା ନିଶ୍ଚୟଅସନ୍ତୋଷ ନୋହୂ ଆମ୍ଭେ ଆହେ ମହାଶୟ ।ଯାଗ ଅନୁଷ୍ଠାନ ଅଟେ ଆମ୍ଭର କାମନାତୁମ୍ଭର ଏଥରେ ସ୍ଵାର୍ଥ ନାହିଁ ମହାତମାନିର୍ବିଗ୍ନରେ କର ତୁମ୍ଭେ ଯଜ୍ଞ ଅନୁଷ୍ଠାନବୈକୁଣ୍ଠ ନାଥ ସନ୍ତୋଷ ହୋଇବେ ଯେସନ ।ଭଗବାନଙ୍କୁ ପାଇବା ଅତୀବ କଠିନତେଣୁ ଅଶ୍ଵମେଧ ଯାଗ କର ଆୟୋଜନଏ କ୍ଷେତ୍ରରେ ଆମ୍ଭେମାନେ ଛାଡ଼ିଦେବୁ ଦେହଆରାଧନା କରିବୁ ଯେ ଧରି ନରଦେହଯେହେତୁ ଇହଲୋକରେ ଯଥା ବିଧାନରେକର୍ମ କଲେ ସିବ୍ଧିଲାଭ ହୋଇଥାଏ ଭଲେଜୈମିନି କହନ୍ତି ଇନ୍ଦ୍ର ଆଦି ଦେବଗଣସନ୍ତୁଷ୍ଟ ହୋଇ କହିଲେ ନୃପତି ଏସନନିରପତି ଯଥାବିଧୂ ଯଜ୍ଞ ଆରମ୍ଭିଲେସହସ୍ର ଉପଚାରରେ ବିଷୁଙ୍କୁ ପୂଜିଲେପିତୃଗଣଙ୍କର ପ୍ରୀତି ସମ୍ପାଦନ ଅର୍ଥେପିତ୍ସ ଶ୍ରାଦ୍ଧ କଲେ ତହିଁ ଅତି ଶ୍ରଦ୍ଧାଚିତ୍ତେଅନନ୍ତର ସଭାଗ୍ଧହେ ଯେତେ ସମାଗତଯାଞ୍ଚିକ ବ୍ରାହଣଗଣ କରି ଅଳଂକୃତଇଷ୍ଟଦେବ ବୈକୁଣ୍ଠନାଥଙ୍କ ସମ୍ମୁଖରେନିର୍ଦ୍ଦିଷ୍ଟ ଶୁଭଲଗ୍ନକୁ ପ୍ରତିକ୍ଷା କରିଲେସ୍ଵସ୍ଥି ବାଚନରେ ଯୋଗ୍ଯକାଳ ଉପସ୍ଥିତହୁଅନ୍ତେ ସସ୍ତ୍ରୀକ ହୋଇ ସେହି ନରନାଥବିଶୁଦ୍ଧ ମାଙ୍ଗଲ୍ୟ ବେଶ ଧାରଣ କରିଲେପୁଣ୍ୟହରବ୍ଧି ଯେ ସଵସ୍ତିବାଚନ ପଢ଼ିଲେରାଜଯେଗ୍ୟ ବ୍ରବ୍ୟେ ରତ୍ବିକ୍ ବରଣ କରିଲେ ।ସତ୍ୟବ୍ରତ ରାଜାଠାରୁ ପାଇଲେ ବରଣଯଜ୍ଞ କାର୍ଯ୍ୟରେ ନିଯୁକ୍ତ ହେଲେ ରତ୍ବିକ୍ଗଣ |ସପତ୍ନୀକ ରାଜା ଯଜ୍ଧେ ଦୀକ୍ଷିତ କରିଲେଅଗ୍ନି ସଂସ୍ଥାପନ କଲେ ବେଦୀର ଉପରେ ।ତ୍ରୈଲୋକ୍ୟର ମଙ୍ଗଳକାରକ ସାକ୍ଷାତରେଅଧକ ତେଜ ହ୍ଵଳନ୍ତ ବୈଷ୍ଣବ ଅଗ୍ନିରେଆହବନୀୟ ବହ୍ନିର କଲେ ପ୍ରଣୟନପ୍ରୋକ୍ଷଣ ଅନୁମନ୍ତ୍ରଣ କଲେ ତତକ୍ଷଣଦିଗପାଳମାନଙ୍କର ଅନୁମତି ନେଲେଅଶ୍ଵମେଧ ଯଞ୍ଜେ ଇଷ୍ଟଦେବଙ୍କୁ ତୋଷିଲେ ।ଏହାପରେ ଅଶ୍ଵମେଧ ଯଜ୍ଞର କାରଣଶୁଭ ଲକ୍ଷଣ ଯେ ଅଶ୍ଵ କରିଲେ ପ୍ରେରଣ ।ନରପତି ଦୀକ୍ଷା ନେଇ ହୋଇଲେ ମଉନଭୁରୁ ମୂଗ ଚର୍ମାସନେ କଲେ ଅବସ୍ଥାନସାକ୍ଷାତରେ ମୃତ୍ୟୁଞ୍ଜୟ ଶିବଙ୍କ ସମାନସଭାରେ ଶୋଭା ପାଇଲେ ରାଜା ତତକ୍ଷଣ |ନିମନ୍ତିତ ବ୍ୟକ୍ତିଙ୍କର ଭୋଜନ୍ ନିମିତଚକ୍ଷୁରେ ଇଙ୍ଗତ ଦେଲେ ତହିଁ ନରନାଥ ।ରାଜ ସଚିବ ଭୋଜନ ନିମିତ୍ତ ତକ୍ଷଣଯଥାଯୋଗ୍ୟ ସ୍ଥାନ ପାତ୍ର କଲେ ନିରୂପଣ ।ଦେବତାଙ୍କୁ ଦେଲେ ରତ୍ୃପାତ୍ର ମୁଲ୍ୟବାନ
ମୁନି ବିପ୍ର ଆଉ ଯେତେ ଥୁଲେ ୀରାଜାଗଣ ।ଏମାନଙ୍କୁ ଦେଲେ ଶୁଦ୍ଧ ସୁବର୍ଣ୍ଣର ପାତ୍ରକ୍ଷତ୍ରିୟ ବୈଶ୍ଯଙ୍କୁ ଆଣିଦେଲେ ରୌପ୍ଯପତ୍ରଶୁଦ୍ରମାନଙ୍କୁ ଯେ କାଂସ୍ୟପାତ୍ରମାନ ଦେଲେପ୍ରତିଦିନ ନୂଆପତ୍ର ବ୍ୟବସ୍ଥା କରିଲେ ।ପ୍ରତ୍ୟହ ଭୋଜନ ଶେଷେଂ ଏ ସକଳ ପତ୍ରଉଦ୍ଦିଷ୍ଟ ପତ୍ର ସମାନ ହୁଏ ପରିତ୍ୟକ୍ତଯେ ଯଜ୍ଞ ଉତ୍ସବେ ନିମନ୍ତ୍ରିତ ଯେତେଜନ
ହୋଇଥୁୂଲେ ତାହାଙ୍କର ପୁତ୍ରପୌତ୍ରଗଣ
ପାଞ୍ଚଶତ ବର୍ଷଯାଏ ପ୍ରତ୍ୟହ ଭୋଜନ
ତାହାଙ୍କର ତତ୍ତ୍ଵ ନେବେ ସେ ଦେଶରାଜନ ।
କରୁଥିଲେ ରାଜାଙ୍କର ପାଇଣ ସମ୍ମାନ
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଶାସନ ବଳରେ
ନିମନ୍ତ୍ିତଗଣ ଯ଼ଜ୍ଞସମାପନ କଲେ
କୁଟୁମ୍ବ ବର୍ଗର ନ୍ୟାୟ କଲେ ଅବସ୍ଥାନ
ଆସିଥୂଲେ ବହୁଦୂର ଦେଶରୁ ଯେ ଜନ
ବହୁବ୍ୟକ୍ତ ତତ୍ତ୍ଵାବଧାନରେ ନିର୍ବିଘୂରେ
ଯାଗ ପୂର୍ଣ୍ଣ ହେବ ନିୟମ ଯେ କରିଥଲେ
ଯେ ଯେଉଁ ଦେଶରୁ କରିଥିଲେ ଆଗମନ
ଏ ସକଳ ରାଜାଙ୍କର ତନ୍ତ ନେଉଥିଲେ
ନାରଦ ଇନ୍ଦ୍ରଦ୍ୟମ୍ପଙ୍କ ପ୍ରାଥନାନୁସାରେ |ଯଜ୍ଞ ସିଦ୍ଧ ଅଥୈ ଇନ୍ଦ୍ର ଆଦି ଦେବଗଣଦେବର୍ଷିଗଣଙ୍କ ସେବା କଲେ ଇନ୍ଦ୍ରଦ୍ୟୁମ୍ପ ।ମର୍ଭ୍ଯଲୋକେ ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କ ମନ୍ଦିରେଯେ ଖାଦ୍ୟ ତାହା ଦୁର୍ଲଭ ମନୁଷ୍ୟ ପକ୍ଷରେ ।ଦେବରାଜ ଇନ୍ଦ୍ର ଆଉ ରାଜା ଇନ୍ଦ୍ରଦ୍ୟୁମ୍ନଦୁହିଁଙ୍କ ମଧ୍ୟରେ ନାହିଁ କିଛି ବ୍ୟବଧାନ ।କେବଳ ଯେ ଇନ୍ଦ୍ରଦ୍ୟୁମ୍ନ ମର୍ଭ୍ୟଲୋକେ ରାଜାପାର୍ଥକ୍ୟ ଇନ୍ଦ୍ର ଅମରଗଣଙ୍କର ରାଜା |ସେ କାଳରେ ରାଜାଙ୍କର ଗ୍ୁହେ ପ୍ରତିଦିନଆଦର, ସମ୍ମାନ ଭୋଜ୍ୟ ସକଳ ନୂତନ ।ଏହା ଦେଖୁ ଲୋକେ ବଡ଼ ବିସ୍ମୟ ହୋଇଲେଇନତ୍ଦ୍ରଦ୍ୟୁମୁ ରାଜାଙ୍କର ପ୍ରଶଂସା ଗାଇଲେ ।ସୁଗନ୍ଧ ପୁଷ୍ଠର ମାଳା ପୁଷ୍ପ ପାରିଜାତବିଲେପନ ଦ୍ରବ୍ୟ ଚତୁଃସମେ ହୋଇଯୁକ୍ତ ।ବିବିଧ ରଙ୍ଗର ଚିତ୍ର କୋମଳ ବସନରତନ ପଲଙ୍କେ ଶଯ୍ୟାଯୁକ୍ତ ଉପାଧାନ ।ରତନ ଚାମର ଜାତି ଲବଙ୍ଗ କର୍ପୁରତାମ୍ବୁଳ ପ୍ରଭୁତି ଯେତେ ଦ୍ରବ୍ୟ ମନୋହର ।ମନୋହର ଗୀତ ନୃତ୍ୟ ବିବିଧ ପ୍ରକାରଏ ଦ୍ରବ୍ଯ ସକଳ ସ୍୍ାକରି ପରସ୍ପର |ଦ୍ଵିଗୁଣ ଭାବେ ବର୍ବିତ ହୋଇ ବିତରିତହେଉଅଛି ଯଜ୍ଞ ଉତ୍ସବରେ ଅବିରତ |
ସ୍ଵର୍ଗଲୋକେ ଯେଉଁ ଭୋଗ ଦୁର୍ଲଭ ଅଟଇ
ମର୍ର୍ୟବାସୀ ଇନ୍ଦ୍ରଦ୍ୟୁମ୍ନ ଗୃହେ ତା ମିଳଇ ।
ଅତ୍ୟନ୍ତ ଆଶ୍ଚର୍ଯ୍ୟ ଉପଚାର ଏକତ୍ରିତଅନ୍ୟ କୌଣସି ସ୍ଥାନରେ ହୁଏ ନା ସମ୍ଜୁତ ।ଧନ ବ୍ୟୟ ବିଷୟରେ କୁପଣତା ନାହିଁଲୋକ ସମାଦର ବିଷୟରେ କୃପଣତା ନାହିଁ ।ପାତାଳବାସୀଏ ତହିଁ ଯେତେ ଆସିଥୁଲେଅମୂତ ସମାନ ଦ୍ରବ୍ୟ ଭୋଜନ କରିଲେ ।ଏପରି ଖାଦ୍ୟ ସାମଗ୍ରୀ କରିଲେ ଭୋଜନଆଉ ପାତାଳେ ଯିବାକୁ କଲେ ନାହିଁ ମନ ।ସେହିସ୍ଥାନେ ରହିବାକୁ ବଳିଲା ଯେ ଇଚ୍ଛାଯାଗସବ୍ବ ହେବା ଅଥେ ମନେ କଲେ ବାଞ୍ଚା |ଏହିଯଜ୍କେ ଯଜ୍ଞ ଅନୁଷ୍ଠାନରେ କୂଶଳସର୍ବେ ସଦାଚାର ପରାୟଣ ସତିକାର |କଳ୍ଧନାର ଯେ କରନ୍ତି ଶାସ୍ତ୍ର ପ୍ରଣୟନଏ ସକଳେ ନୃପଙ୍କର ସନ୍ତୋଷ କାରଣ ।ଅଗ୍ନାଧ୍ୟନାଠାରୁ ଅବଭୁଥ ସ୍କାନଯାଏସଦସ୍ୟଙ୍କ ଆଦେଶରେ ସକଳ ଭିଆଏଯଞ୍ଜେ ଯେ ସକଳ ମନ୍ତ୍ର ପଢ଼ିଲେ ବ୍ରାହ୍ମଣଉଦାଉ୍ତାଦି ସ୍ଵରବର୍ଣ୍ଣ କିଛି ନାହିଁ ହୀନକିପରି ହେବ ଯେ ମନ୍ତ୍ର ବିଧାନ ଜାଣନ୍ତିସେହିମାନେ ଯଜ୍ଞଞେ ପ୍ରଚାରକ ହୋଇଛନ୍ତି ।ପୁରୁଷୋତ୍ତମ କ୍ଷେତ୍ରରେ ଇନ୍ଦ୍ରଦ୍ୟୁମରଙ୍କରଯଜ୍ଞରେ ପ୍ରୀତି ଲଭିଲେ ତ୍ରୈଲୋକ୍ୟ ସକଳ ।ଵୈକୁଣ୍ଠନାଥଙ୍କୁ କରିବାକୁ ସୁପ୍ରସନ୍ଧବ୍ରହ୍ମାଙ୍କର ନିଦ୍ଦେଶରେ ରାଜା ଇନ୍ଦ୍ରଦ୍ୟୁମ୍ନଗୋଟି ଗୋଟି କରି ଯଜ୍ଞ କଲେ ସମ୍ପାଦନଏକୋନ ସହସ୍ର ସଂଖ୍ୟା ହୋଇଗଲା ପୂର୍ଣ୍ଣ ।ଅନନ୍ତର ସାହସ୍ରିକ ଯଜ୍ଞରେ ଦୀକ୍ଷିତହୋଇଲେ ଯେଉଁ କାଳରେ ତହିଁ ନରନାଥଦିନନୂଦିନ ସେ ଦିବ୍ୟଗତି ଲାଭ କଲେସହସ୍ର ସଂଖ୍ୟକ ଯାଗ ସମାପନ କଲେଅବଭୃଥ ସ୍ଲାନ ଥାଇ ସପତମ ଦିନରାତ୍ର ଚତୁ ପ୍ରହରେ ନୃପକଲେ ଧ୍ୟାନସୌଭାଗ୍ୟରୁ ଧ୍ୟାନଯୋଗେ ମିଳିଲା ଦର୍ଶନଅବ୍ୟୟ ବିଷ୍ଣୁ ମୁରତି ସ୍ଵୟଂ ଭଗବାନଆଉ ମଧ୍ୟ ଶ୍ଵେତଦ୍ଵୀପ ସ୍ତଟିକ ନିର୍ମିତଚତୁର୍ଦଦିଗେ କ୍ଷୀର ସମୁଦ୍ର ଯେ ଅବସ୍ଥିତବହୁକଳ୍ପ ଦୁମ ପୁଷ୍ପ ଗନ୍ଧେ ଆମୋଦିତଶିଙ୍ଖ ଚକ୍ର ଚିହ୍ନ ଫଳ ପଲ୍ଳବେ ଶୋଭିତବୃକ୍ଷର ସର୍ବାବୟବ ମଞ୍ଷ୍ଠା ରଙ୍ଗରେଶୋଭା ପାଏ ବିଷୁମୂରି ସେ କଳ୍ପ ଦୁମରେଏ ଦ୍ଵୀପ ମଧ୍ୟରେ ଦିବ୍ୟ ମଣିରେ ନିର୍ମିତଉନ୍ମଷ୍ଟ ମଣ୍ଡପ ଦେଖାଯାଏ ସୁଶୋଭିତତା ମଧ୍ୟରେ ସୂର୍ଯ୍ୟଙ୍କର କିରଣ ସମାନତେଜ ପୁଞ୍ଜ ସୁଶୋଭନ ରତ୍ନ ସିଂହାସନକ୍ଷୀର ସମୁଦ୍ରର ଜଳ ତରଙ୍ଗ ବାୟୁରେଅତି ମନୋହର ଶୋଭା ଜନମନ ହରେସିଂହାସନର ଉପ୍ରରେ ଶଙ୍ଖ ଚକ୍ରଧାରୀଗଦାଧରଙ୍କୁ ଦର୍ଶନ କଲେ ଦଣ୍ଡଧାରୀଧରଣୀଧର ଅନନ୍ତ ଦେବ ଦକ୍ଷିଣରେଲକ୍ଷ୍ମୀଦେବୀ ଶୋଭା ପାଉଅଛନ୍ତି ବାମରେସମ୍ମୁଖରେ ପିତାମହ ହୋଇ ଅବସ୍ଥିତକୃତାଞ୍ଜଳି ପୁଟେ ବେଦ ପାଠରେ ନିରତବିଷୁଙ୍କର ବାମଭାଗେ ସର୍ବେ ଜ୍ଞାନମୟସୁଦର୍ଶନ ଚକ୍ର ଶୋଭା ପାଏ ଅତିଶୟସନକାଦି ମୁନିଗଣ ମିଳି ସେ ସ୍ଥାନରେସୁତି କରୁଛନ୍ତି ସର୍ବେ ଅତି ହରଷରେ |
ନୃପବର ସ୍ଵପ୍ନେ କଲେ ଏ ରୂପେ ଦର୍ଶନଅତି ଆନନ୍ଦରେ ମନ ହୋଇଗିଲା ପୂର୍ଣ୍ଣ ।ବୈକୂଣ୍ଡନାଥଙ୍କ ହର୍ଷ ଗଦ୍ଗଦ ବାକ୍ୟରେନୃପସ୍ତବ କଲେ ସେହି ଧ୍ୟାନ ଅବସ୍ଥାରେ ।ଇନ୍ଦ୍ରଦ୍ୟୁମ୍ନ ସୁତି କଲେ ହେ ଜଗଦାଧାରହେ ଜଗତରୂପୀ ଆପଣଙ୍କୁ ନମସ୍କାର |ହେ ଦେବ ¦ ଆପଣ ଗୁଣମୟ ଯେ ଅଟନ୍ତିଗୁଣତ୍ରୟରୁ ଅତୀତ ହୋଇ ରହିଛନ୍ତି |କୈବଲ୍ୟ ସ୍ଵରୂପୀ ଆପଣଙ୍କୁ ନମସ୍କାରନିର୍ମଳ ଜ୍ଞାନ ସ୍ଵରୂପୀ ପ୍ରଭୋ ନମସ୍କାର ।ଚତୁର୍ବେଦ ସ୍ଵରୂପୀ ଯେ ଅଟନ୍ତି ଆପଣଜଗତରୁପୀ ଶ୍ରୀପଦେ କରୁଛି ପ୍ରଣାମ |ସଂସାର ଜଞ୍ଜାଳେ ଶ୍ରାନ୍ତ ବ୍ୟକ୍ତିମାନଙ୍କରଦୁଃଖ ଦୂର କରୁଛନ୍ତି ପ୍ରଭୋ ନମସ୍କାର ।ଦୁର୍ଭେଦ୍ଯ ହୃଦୟ ଗ୍ରଚ୍ଛି ଭେଦ ଯେ କରନ୍ତିଆପଣଙ୍କ ଶ୍ରୀଚରଣ ତଳରେ ପ୍ରଣତି |ମୂଳସ୍ତମ୍ଭ ଚତୁର୍ଦଶ ବ୍ରହ୍ମାଣ୍ଡ ଗୃହରଆପଣଙ୍କ ଶ୍ରୀଚରଣେ କରେ ନମସ୍କାର ।କୋଟି କୋଟି ବ୍ରହ୍ମାଣ୍ଡ ତ କରନ୍ତି ନିର୍ମାଣଆପଣଙ୍କୁ ଏ ଅଧମ କରୁଛି ପ୍ରଣାମ |ଦୟାରୂପ ସାଗରରେ ଅମ୍ପତ ଭଣ୍ଡାରଉଦ୍ଧାରକର୍ଭା ଅଟନ୍ତି ଦୀନଜନଙ୍କର |ଅତି ଗୁହ୍ୟବସ୍ତୁ ଦୟାସାଗର ଆପଣବାରମ୍ବାର ଆପଣଙ୍କୁ କରୁଛି ପ୍ରଣାମ |ସୂର୍ଯ୍ୟ ଆଦି:ଜ୍ୟୋତିର୍ମୟ ବସ୍ତୁମାନଙ୍କରଜ୍ୟୋତି ରୂପରେ ଆପଣ କରନ୍ତି ବିହାର ।ହେ ଆଲୌକଦାତା ଲୋକ ହୃଦୟର ପାପଦନ୍ଦନ କରି ଦିଅନ୍ତି ଅନଳ ସ୍ଵରୂପ |ସଚ୍ଚିଦାନନ୍ଦ ସ୍ଵରୂପୀ ଅଟନ୍ତି ଆପଣପବିତ୍ର ଯେ ବସ୍ତୁ ତାର ପବିତ୍ର କାରଣଅତି ପବିତୂ ଆପଣ କରୁଛି ପ୍ରଣାମ |ଆପଣ ବଳିଷ୍ଠ ଆପଣ ଯେ ଦୀର୍ଘତମଅତି ସନ୍ଧିହିତ ଦୂରେ କର ଅବସ୍ଥାନ |ଗୁରୁତମ ହୋଇ ଆପଣ ଯେ କ୍ଷୁଦ୍ରତମଆପଣଙ୍କୁ ବାରମ୍ବାର କରୁଛି ପ୍ରଣାମ |ନାରାୟଣ ସକଳ ବରେଣ୍ୟ ପୁଣ୍ୟତମଆପଣଙ୍କୁ ନମସ୍କାର କରେ ପୁନଃ ପୁନଃ ।ଜଗନ୍ନାଥ ଆମ୍ଭଙ୍କୁ ଯେ କର ପରିତ୍ରାଣଦୀନବନ୍ଧୁ ଆପଣଙ୍କୁ କରୁଛି ପ୍ରଣାମ |ସଂସାର ସାଗର ସୁଖ ତରଣୀ ସଦୂଶସଂସାର ସାଗରୁ ପାରିକର ହୃଷୀକେଶରମାନାଥ ଆପଣଙ୍କୁ କରନ୍ତେ ସାକ୍ଷାତଆମ୍ଭର ସକଳ କ୍ଲେଶ ଦୂର ହୋଇଲା ତଦୁଃଖ ଦୂର ହୁଏ କଲେ ସାକ୍ଷାତେ ଦର୍ଶନହେ ନାଥ ତବ ଦର୍ଶନ ଆନନ୍ଦ କାରଣସଂସାର ସାଗରେ ମଗ୍ଧ ଅତି ଦୀନଜନଆମ୍ଭଙ୍କୁ ଯେ ପରିତ୍ରାଣ କରନ୍ତୁ ଆପଣମଧ୍ୟାହ୍ନ କାଳରେ ସୂର୍ଯ୍ୟ ଥାଇ ବିଦ୍ୟମାନଆକାଶରେ ଅନ୍ଧକାର ରହି କି ପାରଇଧ୍ୟାନଯୋଗେ ଏହି ସ୍ତବ କଲେ ନରସାଇଁଧ୍ୟାନ ଶେଷେ ସ୍ଵପ୍ନାବସ୍ଥା ହୋଇଗଲା ଦୂରଜାଗ୍ରତ ଅବସ୍ଥା ଲାଭ କଲେ ନୂପବରସ୍ଵପ୍ନ ଶେଷେ ଆମତ୍ମଦ୍ଵାରା ଆମତ୍ମାନି ସ୍ମରଣକଲେ ନିଜକୁ କୃତାର୍ଥ ମଣିଲେ ରାଜନସହସ୍ରାଶ୍ୃବମେଧ ଯଜ୍ଞ ହୋଇଲା ସଫଳ
ସୌଭାଗ୍ୟ ଯେ ଉତପତି ହେଲା ନୃପଙ୍କରସ୍ଵର୍ଗବାସୀ ରଷିଙ୍କର ସକଳ ବଚନବ୍ୟର୍ଥ ନୁହେଁ ନରପତି ଚିନ୍ତିଲେ ତକ୍ଷଣସ୍ଵୟଂ ଜଗନ୍ନାଥ କେଉଁକାଳେ କି ପ୍ରକାରେ.ଆମ୍ଭର ଦୂଷ୍ଟିଗୋଚର ହେବେ ଏ ସ୍ଥାନରେଏ ରୂପ ଚିନ୍ତାରେ ରାତ୍ର ହୋଇଲା ପ୍ରଭାତନାରଦଙ୍କୁ କହିଲେ ସେ ସ୍ବପ୍ନର ବୃତ୍ତାନ୍ତନାରଦ ଶ୍ରବଣ କରି ନୃପଙ୍କୁ କହିଲେତୁମ୍ଭର ତ ମନଦୁଃଖ ଗଲା ଅତିଦୂରେଅରୁଣୋଦୟ କାଳରେ ଦେଖୁଲ ସବପନଦଶଦିନ ମଧ୍ୟେ ଫଳ ଲଭିବ ରାଜନସହସ୍ରାଶ୍ଵ ମେଧ ଯଜ୍ଞ ହୋଇଗଲା ଶେଷଏ ସ୍ଟାନେ ଭଗବାନଙ୍କୁ ଦେଖୁବ ଅବଶ୍ଯପୂର୍ବେ ବ୍ରହ୍ମା ଆମ୍ଭଦ୍ଵାରା ଯାହା କହିଥୁଲେଭଗବାନ ସ୍ବପ୍ନରେ ତା ବ୍ଯକତ କରିଲେଅତଏବ ଆଜ୍ଞା ଅନୁଷ୍ଠାନ କରି ଶେଷସେ ବାକ୍ୟର ସାର୍ଥକତା କରନ୍ତୁ ପ୍ରକାଶହେ ନୃପ ଶାର୍ଦୂଳ ଏହି ସ୍ଵପ୍ଳର ବୃତ୍ତାନ୍ତହରିଙ୍କଟର ଅଟଇ ଯେ ଦୁ୍ବୌଧ୍ୟ ଚରିତକିନୁ ରାଜନ ଯେ ତୁମ୍ଭେ ଅଟ ଭାଗ୍ୟଧରଏପରି ସ୍ଵପ୍ନ ଦର୍ଶନ ସୁଲଭ ତୁମ୍ଭରସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡେ ସପ୍ତଦଶଅଧ୍ୟାୟ ଉତ୍କଳ ଭାଷାରେ ଯେ ହେଲା ଶେଷନୀଳ ସୁନ୍ଦର ପର୍ବତେ ଆଶ୍ଚର୍ଯ୍ୟ ପରାୟେଅନିର୍ବଚନୀୟ କଳ ବୃକ୍ଷ ଶୋଭା ପାଏ ।ତା ଅଗ୍ରଭାଗରେ ଏକପତ୍ର ବିଦ୍ୟମାନସେ ପତ୍ରଟି ଦୂୁଇପତ୍ରେ ଅତି ସକୁଶୋଭନ ।ପ୍ରଛାୟା ତିନି ତାପକୁ କରଇ ହତ୍ଣମୂଳକୁ ଆଶ୍ରୟ କରିଛନ୍ତି ଦେବଗଣ୍କିନ୍ଧୁ ସେ ବୃକ୍ଷର ଆଦିଅନ୍ତ ନ ମିଳଇଭକତ ଚମି ନେତ୍ରରେ କେବଳ ଦେଖଇ ।ଏପରି ହେ କଳଦୁମ ନୀଳ ପର୍ବତରେପାପୀ ତାପୀ ଜନଙ୍କୁ ଯେ ପରିତ୍ରାଣ କରେ ।ସେ ଭକ୍ତଜନ ବସ୍ସଳ କରୁଣା ସାଗରବାଞ୍ଚା ପୂର୍ଣ କରିବେ ଯେ ମାଗେ ହରିହର ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉଜ୍କଳ ଖଣ୍ଡେଅଶ୍ଵମେଧ ଯାଗେ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନଦର୍ଶନବର୍ଣ୍ଣନେ ନାମ ସପ୍ତଦଶୋଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment