ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚଚତ୍ସାରିଂଶ ଅଧ୍ୟାୟଃ

ପଞ୍ଚଚତ୍ନାରିଂଶ ଅଧ୍ୟାୟ 

ପ୍ରଭୁଙ୍କ ଯାତ୍ରା ଉତ୍ସବ କରିଣ ଶ୍ରବଣ 
ଜୈମିନି ମୁନିଙ୍କୁ ପଚାରନ୍ତି ମୁନିଗଣ | 
ହେ ସର୍ବ ଶାସ୍ତ୍ଜ୍ଞ ମୁନି ତବ ଶ୍ରୀମୁଖରୁ 
ଅତ୍ୟାଶ୍ଚ ରଯ୍ୟି ପାପନାଶ ବ୍ରତ୍ତୀନ୍ତ ଶୁଣିଲୁ I 
ସକାମ ମାନବଗଣ ବିବିଧ ପ୍ରକାର 
ସମପଭି ଲାଭ ନିମିତ୍ତ ସର୍ବଦା ଆତୁର  । 
କାମନାର ଫଳଦାତା ଜଗନ୍ନାଥଙ୍କର 
ଭାସ୍କର ରୂପରେ ଉପାସନା ଯେ କରଇ 
କପର କରବେ ପୁଜା କହ ମୁନିବର 
ଅନ୍ତଃକରଣ ଅଜ୍ଞାନ ତାର ନାଶ ଯାଇ | 
ଯେହେତୁ ସେ ଭଗବାନ ସକଳ ବିଭୂତି 
ଚନ୍ଦ୍ରମା ମୁଭିରେ ତାର କଲେ ଉପାସନା 
ଶ୍ରଦ୍ଧାରେ । ଅର୍ଚ୍ଚନା କଲେ ପ୍ରଦାନ କରନ୍ତି 
ଅତୁଳ  ଏଁଶୁର୍ଯ୍ୟ ଦାନ କରନ୍ତି ସେ ସିନା । 
ଏହା ଶୁଣି ଜଇମିନି କହନ୍ତି ବଚନ 
ବୂହସ୍ପତି ରୂପରେ ଯେ ଉପାସନା କରେ 
ଚରାଚର ଜଗତରେ ଯାହା ବଦ୍ୟମାନ | 
ସେ ଅଷ୍ଟାଦଶ ବିଦ୍ୟାର ତତ୍ତ୍ବ ବୁଝିପାରେ । 
ସେ ସକଳ ବିଷ୍ଣୁଙ୍କର ବିଭୂତି ପ୍ରକାଶ 
ଯଜ୍ଷେଶ୍ଵର ରୂପେ ତାଙ୍କୁ ଭାବନା କରିଲେ 
ବିଷ୍ଣୁଙ୍କ ବ୍ୟତୀତ କିଛି ନ ହୁଅଇ ଦୃଶ୍ୟ 
ଅଶ୍ଵମେଧ ଯଜ୍ଞଫଳ ସେ ଜନକୁ ମିଳେ । 
ମାନବ ଯେଉଁ ରୂପରେ ଆରାଧନା କରେ |
ଧନପତି ସ୍ଵରୁପରେ ଯେ କରଇ ଧ୍ୟାନ 
ସେପରି ଏଶୃର୍ଯ୍ୟ ରୂପେ ସେ ପ୍ରଭୁ ବିହରେ । 
ଅତୂଳ ଧନ ସମ୍ପରଭି ଲଭେ ସେହି ଜନ । 
ତାହାର ମହିମା କେହି ବୁଝି ନ ପାରନ୍ତି 
ଏହିରୂପେ ଦୟାସିନ୍ଧୁ ସେହି ଭଗବାନ 
କାମ ଅନୁରୂପ ଫଳ ପ୍ରଦାନ କରନ୍ତି 
କପଟରେ ଦାରୁରୂପ କରିଛି ଧାରଣ | 
ଧର୍ମ ଅର୍ଥ କାମ ମୋକ୍ଷ ଏ ଚାରି ବର୍ଗର । 
ଦୀନ ଅନାଥ ଜନଙ୍କୁ ହୋଇବେ ସଦୟ 
ସାଧନା ପଥ ଅଟଇ ଏକଲ ପ୍ରକାର 
ନୀଳାଚଳେ ଗୁହା କରିଛନ୍ତି ସେ ଆଶ୍ରୟ । 
କିନ୍ତୁ ଧର୍ମପଟ ଅଟେ ଅତ୍ୟନ୍ତ ଗହନ _ 
ବିପ୍ରଗଣ ବେଗେ ନୀଳାଚଳେ ଚଳିଯାଅ 
ବିବିଧ ନିୟମ ଯୋଗେ ହୋଇଛି ସଂକୀର୍ଣ୍ଣ | 
ପୁରୁଷୋତ୍ତମ କ୍ଷେତ୍ରରେ ବାସ କରି ରହ । 
ଏହି ହେତୁ ଜନଗଣ ଧମ ସାଧନାର 
ତହିଁ ସମାହିତ ଚିତ୍ତେ ଜଗନ୍ନାଥଙ୍କର 
ପ୍ରକୃତ ତତ୍ତ୍ବ ନ ବୁଝି କରନ୍ତି ବିଚାର 
ପାଦପଦ୍ମେ ଆତ୍ମସମର୍ପଣ ଯାଇଁ କର | 
ପ୍ରଥମରେ ଧର୍ମ ତାର ପରେ ଅର୍ଥ କାମ 
ଇହକାଳର ବା ହେଉ ଅବା ପରକାଳ 
ଏହି ତ୍ରିବର୍ଗକୁ ବିଷ୍ଣୁ କରନ୍ତି ପ୍ରଦାନ 
ମନୋବାଞ୍ଚା ପୂର୍ଣ ହେବ ତୁମ୍ଭମାନଙ୍କର । 
ସକଳ ନିୟନ୍ତା ହଉାକର୍ଭା ଭଗବାନ 
ଯଦି କରିଅଛ ଇଚ୍ଛା କୈବଲ୍ୟ ମୁକ୍ତିରେ 
ଧର୍ମର ସ୍ଵରୂପ ଏକା ବିଷ୍ଣୁ ବିଦ୍ୟମାନ 
ବିଶ୍ଵହିତ ଚିନ୍ତା ଅବା ରହିଛି ମନରେ | 
ଚରାଚର ଜଗତର ମୁଳ ଏକ ଧର୍ମ 
ସକଳ ପ୍ରାର୍ଥନା ସେହିସ୍ଥାନେ ହେବ ପୂର୍ଣ 
ଧର୍ମ ଜଗତର ପ୍ରଭୁ ସେହି ଭଗବାନ 
ଇଚ୍ଛା ଅନୁସାରେ ଏହା ସନ୍ଦେହ ନ ମଣି । 
ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ଚୟ 
ଏହା ଶୁଣି ମୁକ୍ତିଗଣ ବେଗେ ପଚାରିଲେ 
ଭଗବାନଙ୍କୁ ଯେ ଜନ କରଇ ଆଶ୍ରୟ- 
ମନ୍ଦିର ପ୍ରତିଷ୍ଠା ଇନ୍ଦ୍ରଦ୍ୟୁମ୍ନ ରାଜା କଲେ । 
ତାହୀଙ୍କ ପାଦ ପଦ୍ଧରେ ଭକ୍ତି ଥାଏ ଯାର |
ସେ-କାଳରେ ଭଗବାନ ଯେଉଁ ବର ଦେଲେ 
ଆମ୍ମାତୃପ୍ତିରେ କାମନା ପୂର୍ଣ୍ଣ ହୁଏ ତାର 
ଦ୍ଵାଦଶ ଯାତ୍ରା ବିଷୟ ବୁଝାଇ କହିଲେ । 
ସଂସାର ଦୂଃଖରେ ସେହି ` ଶୋକ ନ କରଇ |
 ଆପଣଙ୍କ ଶ୍ରୀମୁଖରୁ କଲୁ ତା ଶ୍ରବଣ 
ଜଡ଼ବସ୍ତୁ ପାଇବାକୁ ଆଗ୍ରହ ନ ଥାଇ 
ବିଷ୍ଣୁ ଭକ୍ତି ଯତୀଶ୍ଵର ରାଜା ଇନ୍ଦ୍ରଦ୍ୟୁମୁ । 
ତାହାକୁ ଶତ୍ରରୂପରେ ଉପାସନା କଲେ 
ପୁରୁଷୋତ୍ତମ କ୍ଷେତ୍ରରେ ଏହି କି କହିଲେ 
.ତୈଲୋକ୍ୟ ଏଁଶବର୍ଯ୍ୟଦାନ କରନ୍ତି ସେ ଭଲେ । 
ତାହା ଶୁଣିବାକୁ ଇଚ୍ଛା ହେଉଅଛି ମୋରେ । 
ପୂୃଥୁରୁପେ ଉପାସନା ଯେ ଜନ କରଇ 
ଜୈମିନି ରଖି କହନ୍ତି ଶୁଣ ମୁନିଗଣ 
ଭୁସଖଭ ସେ ଜନକୁ ପ୍ରାପତ ହୁଅଇ 
ସେ ସ୍ଥାନରେ ନୃପ ଶ୍ରେଷ୍ଠ ରାଜା ଇନ୍ଦ୍ରଦ୍ୟୁମ୍ନ । 
ଧାତା ରୂପରେ ତାହାଙ୍କ କଲେ ଉପାସନା | 
ଦାରୁରୂପୀ ଜଗନ୍ନାଥ ଦେବଙ୍କ ପୟରେ 
ସେ ଜନର ବଂଶବୂଵ୍ଧି ହୋଇଥାଏ ସିନାଂ । 
ଭକ୍ତି କରି ଇଛ୍ଥାବର ଲାଭ କଲାପରେ । 
ସନତକୁମାର ରୂପେ ଉପାସନା କଲେ 
କୃତକୃତ୍ୟ ହୋଇ ପ୍ରଭୁଙ୍କର ଆଦେଶରେ 
ହୁଅଇ ଦୀର୍ଘାୟୁ ଲାଭ ରହେ କୂଶଳରେ 
ପୁଣ୍ୟ ମୋକ୍ଷପଦ ଯାତ୍ରା ସମସ୍ତ କରିଲେ । 
ଉପାସନା କରେ ସେହି ସମୁଦ୍ର ରୂପରେ । 
ଶ୍ରୀ ଜଗନ୍ନାଥଙ୍କର ବହୁବିଧ ଉପଚାରେ 
ଗଙ୍ଗା ଆଦି ତୀର୍ଥସ୍କାନ ଫଳ ତାକୁ ମିଳେ ।! 
ଅର୍ଚ୍ଚନା କରିଲେ ଯଥାବିଧବ ବିଧାନରେ । 
ଧମିଷ୍ଠ ଗାଲ ରାଜାଙ୍କ ଡକାଇ କହିଲେ 
ଭଗବାନ ପୂର୍ବେ ଯେଉଁ ଆଜ୍ଞା ଦେଇଥିଲେ । 
ହେ ରାଜନ ଆପଣ ବହୁତ ଜ୍ଞାନବାନ 
ଭଗବାନଙ୍କର ଭକ୍ତ ସ୍ବଧର୍ମେ ନିପୁଣ 
ଆପଣ ଜାଣନ୍ତି ଭଗବାନ କେତେବେଳେ 
ଉପଦେଶ ଜଣକୁ ତ ନ ଦିଅନ୍ତି ହେଳେ । 
ଜଗଦ୍ଗୁରୁ ରୂପେ ଯେଉଁ ଆଜ୍ଞା ସେ ଦିଅନ୍ତି 
ବିଶ୍ବବାସୀ ଜନେ ତାହା ପାଳନ କରନ୍ତି । 
.ଦେଖନ୍ତୁ ଏ ଭଗବାନ ହୋଇ ଅବତୀର୍ଣ୍ଣ 
ଅମ୍ଭପ୍ରତି ଅନୁଗ୍ରହ କରିଲେ ଯେସନ 
ମୁଢ଼ମତି ଜନଙ୍କର ଉଦ୍ଧାର ନିମିତ୍ତ 
ଟିରକାଳ ନୀଳାଚଳେ ହେଲେ ଅବସ୍ଥିତ । 
ହେ ଭୂମିପ ଶ୍ରଦ୍ଧାଭକ୍ତି ଚିତ୍ତେ ପ୍ରଭୁଙ୍କର 
ଆଦେଶାନୁରୂପ ଯାତ୍ରା ଅନୁଷ୍ଠାନ କର 
କଦାଚନ କାଷ୍ଠ ପ୍ରତିମା ବୋଲି ନ ଭାବିବ 
ପ୍ରତିଷ୍ଠା କାଳରେ ତୁମ୍ଭେ ଦେଖୁଅଛ ସର୍ବ 
ତ୍ରିଲୋକବାସୀ ସକଳେ ଆସି ଏ ସ୍ଥାନକୁ 
ସିଂହାସନେ ବସାଇଲେ ଶ୍ରୀ ଜଗନ୍ନାଥଙ୍କୁ 
ବ୍ରହ୍ମାଦି ଅମରଗଣ ଆସି ଏକକାଳେ 
ଉପସ୍ଥିତ ହୋଇଥୁଲେ ଏହି ନୀଳାଚଳେ । 
ଆମ୍ଭେମାନେ ବିଶ୍ବମୂରରି ଦେଖୁଲୁ ଯେ ବେଳେ 
ଅଚେତନ ହୋଇ ପଡ଼ିଗଲୁ ଏ ଭୂମିରେ । 
ଏହି ହେତୁ ଏହି ଦାରୁରୂପୀ ଭଗବାନ 
ଚରାଚରମୟ ବ୍ରହ୍ମ ସ୍ଵଚୂପ ଜାଣିମ 
ଏ ପ୍ରଭୁଙ୍କୁ କଳ୍ପ ବୃକ୍ଷ ସମ କରଜ୍ଞାନ 
ମନ କାମନା ସକଳ କରିବେ ପୂରଣ 
ଯେ ଜନ ଯେଉଁ ରୂପରେ ଭାବନା କରିବ 
ତା ମନ କାମନା ସୈହିରୂପେ ପୂର୍ଣ ହେବ 
ଅଷ୍ଟାଙ୍ଗ ଯୋଗ ସାଧନା କରି ଯତିଗଣ 
ଅଜ୍ଞାନର ପରପାପେ ସ୍ପିତି ଭଗବାନ 
ଅନିର୍ବଚନୀୟ ଜ୍ୟୋତିର୍ମୟ ସ୍ଵରୂପକୁ 
ଚିହ୍ନି ନ ପାରନ୍ତି କେତେବେଳେ ଏ ପ୍ରଭୁଙ୍କୁ । 
ବ୍ରହ୍ମନିଷ୍ଠ ଯତି ଉର୍ନ୍ବରେତା ସିଦ୍ଧଗଣ 
ଯାହାଙ୍କ ମନ ଅଚଳା ଭକତିରେ ପୂର୍ଣ୍ଣ । 
ଶ୍ରେଷ୍ଠ ଯୋଗୀଗଣ ଯେଉଁ ପଦକୁ ଇଛନ୍ତି 
ଏ ସକଳ ଏକା ଭଗବାନଙ୍କୁ ପାଆନ୍ତି । 
ଗ୍ରୀଶମ କାଳେ ଶୀତଳ ଜଳରେ ବୁଡ଼ିଲେ 
ଜୀବଗଣଙ୍କର ଶାନ୍ତି ହୁଏ ଯେ ପ୍ରକାରେ । 
ସେ ରୂପ ଶାନ୍ତ ଯେ ଜନ ଲାଭ କରିପାରେ 
ପୁରୁଷୋଉମ ନାମକ କରୁଣା ସାଗରେ । 
ଆଧ୍ୟାମ୍ଭିକାଦି ତ୍ରିତାପ ଦୁଃଖରୁ ନିଶ୍ଚୟ 
ପରିତ୍ରାଣ ପାଇବ ସେ ନ କର ସଂଶୟ । 
ଏ ପ୍ରଭୁ ଶରଣାଗତ ଦୀନାର୍ର ବ୍ୟକ୍ତିର 
ଯେ ରୂପେ କରନ୍ତି ପ୍ରତିଦିନ ଉପକାର । 
ସେ ରୂପରେ ମିତ୍ର ପୁତ୍ର ପତ୍ନୀ ପିତାମାତା 
ଏ କିହେ ନୁହନ୍ତି ଜୀବ ଦୁଃଖ ନାଶ କରା । 
ଏଣୁ ତୁମ୍ଭେ ଜଗନ୍ନାଥ ମହାପ୍ରଭୁଙ୍କର 
ପ୍ରତିଦିନ ସେବା ଅତି ଆନନ୍ଦରେ କର । 
ପୂରବାସୀ ପ୍ରଜାଗଣଙ୍କର ସହିତରେ 
ଯାତ୍ରା ଉତ୍ସବାଦି କର ଅତି ଆଡ଼ମ୍ଚବରେ । 
ରାଜା ରକ୍ଷାକରେ ସାଧାରଣ ଧର୍ମପଥ 
ପୂର୍ବରୁ ଯେଉଁ ନିୟମ ହୋଇଛି ସ୍ଥାପିତ । 
ତାହା ପରବର୍ଭୀ ରାଜା ପାଳନ କରିବେ 
¦ ହେ ଶ୍ରେତ ରାଜନ କହୁଅଛି ତାହା ଏବେ । 
ନୃସିଂହ ଦେବଙ୍କୁ ପ୍ରତିଦିନ ପୂଜା କର 
ତରିସନ୍ଧ୍ୟାରେ ଯଥାବିଧ୍ବ ଦେଇ ଉପଚାର । 
ତାହାଙ୍କୁ ଯଥାବିଧ୍ବରେ କରିଲେ ଅର୍ଚ୍ଚନ 
ପରମ ନିର୍ବାଣ ମୁକ୍ତ ପାଏ ସେହି ଜନ । 
ପୂର୍ବକାଳରୁ ମନିଷୀଗଣ କହିଛନ୍ତି 
ନିଜେ କୀଉଁ ଅନୁଷ୍ଠାନ କଲେ ନାହିଁ ଖ୍ୟାତି । 
ଯେ ଜନ ପରକୀର୍ରିକୁ ରକ୍ଷା କରିପାରେ 
ପରଦଉତ୍ତ ସମ୍ପଭ୍ରିକୁ ରଖେ ଯତନରେ | 
ତାହାର ଏପରି କର୍ମ ଅଟେ ଶ୍ରେଷ୍ଠତମ 
ନିଜ କଲା କୀର୍ରିଠାରୁ ପ୍ରଶସ୍ତ ଜାଣିମ | 
ଜୈମିନି କହନ୍ତି ସବି ` ମୁନିଗଣ ଶୁଣ 
ଇନ୍ଦ୍ରଦ୍ୟୁମ୍ନ ବାକ୍ୟ ଶୁଣି ସେ ଶ୍ଵେତ ରାଜନ । 
ସୂତ୍ର ଗୁନ୍ଧାମାଳା ପରି ଅତି ଆନନ୍ଦରେ 
ଅଦେଶ ଗ୍ରହଣ କଲେ ନିଜ ମସ୍ତକରେ । 
ଏହାପରେ ଇଦ୍ରଦ୍ୁମ୍ନ ରାଜର୍ଷି ପ୍ରଧାନ 
ପୂଜାରେ ଜଗନ୍ନାଥଙ୍କ କରିଲେ ପ୍ରସନ୍ନ । 
ମହର୍ଷି ନାରଦଙ୍କର ସଙ୍ଗେ ଚଳିଗଲେ 
ବ୍ରହ୍ମଲୋକେ ଆନନ୍ଦରେ ପ୍ରବେଶ ହୋଇଲେ | 
ମୁନିଗଣ ତୁମ୍ଭେମାନେ ଆନନ୍ଦେ ପୁଚ୍ଦିଲ 
ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ଶୁଣିଲ । 
ନିତ୍ୟ ନିରଞ୍ଜନ ଦାରୁବ୍ରହ୍ମ ସନାତନ 
ଶ୍ରୀ ଜଗନ୍ନାଥ ପ୍ରଭୁଙ୍କ ମହିମା ଏସନ | 
ପୁରୁଷୋତ୍ତମ କ୍ଷେତ୍ରର ମାହାତ୍ମ୍ୟ ଯେ ଶୁଣେ 
ବ୍ରାହ୍ମଣ ମୁଖରୁ ଅତି ଆନନ୍ଦିତ ମନେ । 
ସଦହସ୍ତେକ ଅଶ୍ବମେଧ ଯାଗଫଳ ପାଏ 
ଇହଲୋକେ ସୁଖ ପରଲୋକେ ମୁକ୍ତ ହୁଏ । 
ପୂର୍ବେ କା୍ିକେୟ ଅର୍ବଯୋଗ ସ୍ଵାନଫଳ 
କହଁଥଲେ ରଖଷିଗଣ ଶୁଣିଛ ସକଳ 
ତାହାଠାରୁ ହୁଏ କୋଟିଗୁଣ ପୁଣ୍ୟଲାଭ 
କ୍ଷେତ୍ର ମାହାତ୍ମ୍ୟ ଶ୍ରବଣ କରେ ଯେ ମାନବ । 
ଯେ ବ୍ୟକ୍ତି ପ୍ରଭାତ କାଳେ ଭଗବାନଙ୍କର 
ପବିତ୍ର ମହିମାଗାନ କରଇ କେବଳ | 
ଶତେକ କପିଳା ଧେନୁ କରିଥଲେ ଦାନ 
ଅବା ଗଙ୍ଗା ପୁଷ୍ଠରାଦି ତୀର୍ଥକଳେ ସ୍କାନ । 
ଏ ସକଳ ପୁଣ୍ୟଫଳେ ହୂଏ ଅଧକାରୀ 
ଯଶ ଆୟୁଷ ସନ୍ତାନ ବଢ଼ଇ ତାହାରି 
ପୁଣ୍ୟ ଲାଭକରି ସ୍ଵର୍ଗେ କରଇ ଗମନ 
ପାପ ଦୂର ହୁଏ ତାର ସାର୍ଥକ ଜୀବନ 
ମୁନିଗଣ ଯେ ବିଷୟ କରିଲ ଶ୍ରବଣ 
ଅନ୍ୟ ପୁରାଣରେ ଗୁପ୍ତ ଏ ବିଷୟ ମାନ 
ବିଷ୍ଣୁଭକ୍ତ ଯେ ନୂହଇ ତାହା ନିକଟରେ 
ପ୍ରକାଶ କରିବ ନାହିଁ କୌଣସି କାଳରେ 
ଯାହାର ଅନ୍ତକରଣ କୁତର୍କରେ ପୁର୍ଣ 
ଶ୍ରତିସ୍ଵତି ପୁରାଣାଦି ଶାସ୍ତେ ନାହିଁ ଜ୍ଞାନ । 
ନାସ୍ତିକ ଦାମ୍ଭିକ ପର ଦୋଷ ଯେ ଦେଖଇ 
ବିଷ୍ଣୁଭକ୍ତ ନିନ୍ଦା କରି ଜୀବନ ଯାପଇ । 
ଭିଦୃଶ ଜନ ନିକଟେ କରିବ ଗୁପତ 
ପୁରୁଷୋତ୍ତମ କ୍ଷେତ୍ରର ନିର୍ଣ୍ଣୟ ବୃତ୍ତାନ୍ତ 
ସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେ 
ପାଞ୍ଚ ଚାରି ଛାନ୍ଦ ଶେଷ ଉଜ୍କଳ ଭାଷାରେ 
ଜଗନ୍ନାଥ ତୁମ୍ଭେ ନୀଳାଚଳେ କରି ବାସ 
ପାପୀଜନ ଉଦ୍ଧାରିବ କରିଛ ସାହସ 
ପତିତପାବନ ବତ ଅଛଇ ତୁମ୍ଭର 
ତେଣୁ ପାପ କରିବାକୁ ମନେ ନାହିଁ ଡର 
ମୋପରି ପାତକୀ ଯଦି ନ ହେବ ମୁକତ 
ପତିତପାବନ ବ୍ରତ ହେବ ସିନା ବ୍ୟର୍ଥ 
ଥରେ ତବ ନାମ କରିନାହିଁ ଉଚ୍ଚାରଣ 
କରିନାହିଁ ଦିନେ. ମାତ୍ର ଶ୍ରୀପଦେ ପ୍ରଣାମ 
ତେଣୁ ମୁକ୍ତିପଥ ମୋତେ ଆଉଁ ଦିଶୁନାହିଁ 
ପତିତପାବନ ବ୍ରତ କରିଛ ଗୋସାଇଁ . 
ବ୍ରତ ଛିଣ୍ଡାଇବ କିମ୍ବା ମୋ ପାପ ନାଶିବ 
ବ୍ରତ ଛିଣ୍ଡିଗଲେ ତିନିଲୋକେ ନିନ୍ଦା ହେବ । 
ଏହି ହେତୁ ପ୍ରଭୁ ମନେ କରନ୍ତୁ ବିଚାର 
ପାପ କଳ୍ପଷ ନାଶିବ କହେ ହରିହର | 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ ଇନ୍ଦ୍ରଦୁମ୍ନ 
ବ୍ରହ୍ମଲୋକ ଗମନେ ନାମ ପଞ୍ଚଚତ୍ସାରିଂଶ ଅଧ୍ୟାୟଃ 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ