ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷଟଚତ୍ବାରିଂଶୋଦଧ୍ୟାୟଃ

ଷଟ୍‌ ଚତ୍ନାରିଂଶ ଅଧ୍ଯାୟ 

 କାଉିକ କହନ୍ତି ଶୌନକାଦି ମୁନିଗଣ 
ଜୈମିନି ରଷିଙ୍କଠାରୁ କରିଲେ ଶ୍ରବଣ । 
ଦାରୁବ୍ହୃଙ୍କର ଗୁପ୍ତ ଚରିତ ସକଳ 
ଶୁଣନ୍ତେ ପରମାନନ୍ଦ ଲଭିଲେ ତକ୍ାଳ । 
ବିସ୍ଲୟେ ଉତ୍‌ଫୁଲ୍ଲ ନେତ୍ରେ ରୋମାଞ୍ଚ ଶରୀର 
ଜୀବନକୁ କୃତ୍ୟ କୃତ୍ୟ ମଣିଲେ ସକଳେ । 
ଏ ପୁରୁଷୋତ୍ତମ କ୍ଷେତ୍ର ଆଶ୍ଚର୍ଯ୍ୟ ରୂପରେ 
ମୁଭ୍ତିଦାନ କରେ ଏହା ଭାବିଲେ ମନରେ । 
ଏ କ୍ଷେତ୍ରର ଗୁପ୍ପକଥା ଜାଣି ତ ନ ଥିଲୁ 
ଭାଗ୍ୟବଳୁ ଜୈମିନିଙ୍କ ମୁଖରୁ ଶୁଣିଲୁ । 
ସାକ୍ଷାତରେ ବିଷ୍ଣୁତୁଲ୍ୟ କୈମିନି ମହର୍ଷି 
ବିସ୍ତାରି କହିଲେ ସର୍ବ ସମକ୍ଷରେ ବସି । 
ଏ କ୍ଷେତ୍ରରେ ଦାରୁବ୍ରହ୍ମ ସଦା ବିଦ୍ୟମାନ 
ମୁକ୍ତି ପ୍ରଦାନ କରନ୍ତି ହୋଇଲେ ମରଣ । 
କେଉଁ ହେତୁ ଭ୍ରମ ହୋଇ ସର୍ବ ଜନଗଣ 
ଦୁଃଖ ଭୋଗୀ ଯମାଳୟେ କରନ୍ତି ଗମନ । 
ଭଗବାନଙ୍କର ମାୟା ଅଟଇ ବିଚିତ୍ର 
ସେହିପରି ଆଶ୍ଚର୍ଯ୍ୟ ଶ୍ରୀପୁରୁଷୋତ୍ତମ କ୍ଷେତ୍ର । 
ବ୍ରହ୍ମରୂପୀ ଭଗବାନଙ୍କର ପ୍ରିୟତମ 
ସବକ୍ଷେତୃ ମଧ୍ୟେ ଶ୍ରେଷ୍ଠ ଶ୍ରୀପୁରୁଷୋତ୍ତମ । 
ମିଳି ସର୍ବ ରଷିଗଣ ବେଗେ ଚଳିଯିବା 
ପୁରୁଷୋତ୍ତମ କ୍ଷେତ୍ରରେ ବସତି କରିବା । 
ପଞ୍ଚଭୂତରେ ବିକାର ଏ ଦେହ ପିଣ୍ଡରେ 
ପ୍ରବେଶ କରିବା ନାହିଁ କସ୍ପିନ କାଳରେ । 
ଯୋୀଣସି ଜୀବ ଏହି କ୍ଷେତ୍ରର ମଧ୍ୟରେ 
ପ୍ରାଣ ତ୍ୟାଗ କରେ ଯାଏ ବଇକୁଣ୍ଠପୁରେ । 
ତେଣୁ ଅତି ପୁଣ୍ୟତମ ଆଶ୍ଚର୍ଯ୍ୟ ଏ କ୍ଷେତ୍ର 
ଏକ ଜନ୍ମେ ଯୋଗୀଗଣ କେଉସ୍କାନେ ମୁକ୍ତ । 
ଅଷ୍ଟାଙ୍ଗ ଯୋଗରେ ଆଉ ନାହିଁ ପ୍ରୟୋଜନ 
ନିଶ୍ଚୟ ଏ କ୍ଷେତ୍ର ମୁକ୍ତି କରଇ ପ୍ରଦାନ । 
ମୁନିଗଣ ମନେ ଏହା କରନ୍ତି ବିଚାର 
ଜୈମିନିଙ୍କ ଶିଷ୍ୟ ଉବ୍ଦାଳକ ରଷିବର । 
ଜୈମିନି ମୁନିଙ୍କ ବାକ୍ୟ କରିଣ ଶ୍ରବଣ 
ତାହାଙ୍କର ପରିତୃପ୍ତି ହେଲାନାହିଁ ମନ । 
ସାଷ୍ଟାଙ୍ଗ ପ୍ରଣାମ କରି ମୁନିଙ୍କ ପୟରେ 
କୃତାଞ୍ଜଳି ପୁଟେ ପଚାରିଲେ ନତଶିରେ । 
ହେ ମୁନି ଆମ୍ଭଙ୍କୁ ଯେଣୁ କଲ ଅନୁଗ୍ରହ 
ତେଣୁ ପ୍ରଶ୍ନ ପୁଚ୍ଜିବାକୁ ବଳୁଛି ଆଗ୍ରହ | 
ଗୁରୁଦେବ ପୂର୍ବେ ମୋତେ ଅନୁଗ୍ରହ କଲେ 
ମୀସାଂସା ଶାସ୍ତ୍ର ଜାଣିଲି ଉତ୍ତମ ରୂପରେ । 
ବ୍ୟାସମୁନି ଅଷ୍ଟାଦଶ ବିଦ୍ୟାର ମଧ୍ୟରେ 
ବେଦ ବିଭାଗ କରିଲେ ସହସ୍ର ଶାଖାରେ 
ସେହି ବେଦ ନାନାଶାସ୍ତେ ହୋଇ ପରିଣତ 
ଅଛ ବୁଵି ଲୋକେ ବୁଝିବାକୁ ଅସମଥ 
କଉଁବ୍ୟା କରଉଁବ୍ୟ କରିବାକୁ ନିରୂପଣ ` 
ସାଧାରଣରେ ଅବୋଧ୍ୟ ଅତ୍ୟନ୍ତ କଠିନ 
ଏଣୁ କର୍ମକାଣ୍ଡ ପ୍ରତି ଶ୍ରଦ୍ଧା କମିଗଲା 
ବେଦ ପଢ଼ିବାକୁ ମନେ ଉତ୍ସାହ ନ ହେଲା 
ପରମ ଜ୍ଞାନ ସମ୍ପନ୍ନ ଅଟନ୍ତି ଆପଣ 
କର୍ମ କାଣ୍ଡର ମୀମାଂସା କଲେ ପ୍ରଣୟନ 
ଆପଣଙ୍କ ପ୍ରଚାରିତ ମୀସାଂସା ଶାସ୍ତରେ 
ମନ୍ତ୍ରାମ୍‌କ ବେଦ ଅଛି କେତେକ ସ୍ଥାନରେ । 
ବେଦର କେତେକ ମନ୍ତ୍ର କର୍ମର ସାଧକ 
ସେହି ମନ୍ତ୍ର କେତେ ସ୍ଥାନେ କର୍ମ ପ୍ରବର୍ଉକ 
ସେ ବେଦର କେତେ ଅଂଶ ନିନ୍ଦାସତୁତି ହୀନ 
ସ୍ତବକ ସ୍ଵରୂପ ଅର୍ଘ୍ୟ ଅତି ମନୋରମ 
ବେଦର ପ୍ରମାଣ ରୂପେ ଏ ସକଳ ଗ୍ରନ୍ଧ 
କର୍ମ ସାଧନତା ହେତୁ ବେଦରୂପ୍ରେ ଖ୍ୟାତ 
ଏ ରୂପେ ଵବେଦରୁ କରି ମନ୍ତ୍ର ନିର୍ବାଚନ 
ମନ୍ତ୍ରା୍ପା ମୀମାଂସା ଶାସ୍ତ୍ର କଲ ପ୍ରଣୟନ । 
ଶାସ୍ତୋକ୍ତ ସକଳ ମନ୍ତ୍ର ଉପାସନା କଲେ 
ଧର୍ମ ଅର୍ଥ କାମ ମୋକ୍ଷ ମିଳେ ତତକାଳେ । 
ସ୍ତୁତ୍ୟାମଂକ ବେଦ ସ୍ତୁତି ଅର୍ଥରେ କେବଳ 
ପ୍ରବୃତ୍ତି ମାର୍ଗରେ ଦେଇଥାଏ ଇଷ୍ଟଫଳ 
ବିଧାନ ବାଦ ମନ୍ତ୍ରରେ ହୁଅଇ ସାଧନ 
ଅଗ୍ନିଷ୍ଟୋମ ଯାଗେ ପୂଜା ଉପହାର ଦାନ । 
ଗୁରୁଦେବ ଆପଣ ତ ବୁବ୍ଧିମାନ ବ୍ୟକ୍ତି 
ବେଦକୁ ବିଭାଗ କଲେ ମନେ ବହି ପ୍ରୀତି । 
ଜୀବଗଣ ଯେଉଁ ବିଧ କଲେ ଆଚରଣ 
ଶୁଭଫଳ ଲାଭ କରିଥାନ୍ତି ତତକ୍ଷଣ 
ଏହିରୂପେ କର୍ମ ମାର୍ଗ କରି ପ୍ରବର୍ରନ 
ବେଦାଚାର ଶିଖାଇଲେ ଲୋକଙ୍କୁ ଆପଣ 
ବେଦ ମର୍ଯ୍ୟାଦା ରହିଲା ମୀମାଂସା ଶାସ୍ତ୍ରରେ 
ଏ ସଂସାର ଭ୍ରମ ଦୂର ହେବ ଯେ ପ୍ରକାରେ । 
ସିଵ୍ଧିବାଦ ଅର୍ଥବାଦ । ମୂଳକ ବେଦାନ୍ତ 
ଶ୍ରବଣ ମାତ୍ରେ ସ୍ଵରୂପ ହୁଅଇ ପ୍ରାପତ 
ଅନାଦି କାଳୁ ଅବିଦ୍ୟା ସମ୍ଭୁତ ଅଜ୍ଞାନ 
ଦେହ ଇନ୍ଦ୍ରିୟ ବିଷୟେ ରତ ଅନୁଦିନ 
ବେଦାନ୍ତ ଶ୍ରବଣ ମାତ୍ରେ ହୁଅଇ ବିଲୀନ 
ମୁକ୍ତ ସ୍ଵରୂପରେ କରେ ନିତ୍ୟ ଅବସ୍ଥାନ । 
ମନ୍ତ୍ରାମଵକ ଶାସ୍ତେ ଉକ୍ତ ଅଛି ଯେତେ ମନ୍ତ୍ର 
ଉପାସନା କଲେ ସିଵି ଲାଭ ନିଶ୍ଚୟ ତ । 
କେବଳ ପୁରୁଷୋତ୍ତମ କ୍ଷେତ୍ରେ ମୁତ୍ୟୁ ହେଲେ 
ମୁକ୍ତିଲାଭ ହେବ ବୋଲି ଆପଣ କହିଲେ । 
ଆପଣଙ୍କର ଏକଥା ଅର୍ଥବାଦ ସମ 
ଏପରି ସଂଶୟ ଜନ୍ମିଅଛି ମୋର ମନ । 
ଭଗବାନଙ୍କ ସହିତ ବହୁଳ ପ୍ରକାରେ 
ଲାଭ ହୁଏ ଉପାସନା କଲା ମାତ୍ରକରେ । 
ଏହା ବେଦମାନ ଆଉ ସକଳ ଶାସ୍ତରେ 
ସ୍ପିର କରାଯାଇ ଅଛି ବିଶଦ ଭାବରେ । 
କେବଳ ପୁରୁଷୋତ୍ତମ କ୍ଷେତ୍ରେ ମୃତ୍ୟୁ ହେଲେ 
ହେ ମୁନି ମୁକତି ଲାଭ ହେବ କି ପ୍ରକାରେ । 
ଜୈମିନି କହିଲେ ବସ ମନ ଦେଇ ଶୁଣ 
ବେଦାକ୍ତ କର୍ମ ସକଳ କଲେ ଆଚରଣ । 
ପୁନଃ ପୁନଃ ସଂସାରକୁ କରେ ଯାତୟାତ 
ଜାଣିଛ ତ ଭିନ୍ନ ନୂହେ ବ୍ରହ୍ମ ଏହି କ୍ଷେତ୍ର । 
ତଥାପି ଏ ରୂପ ଭାବ ମନେ ହେଲା ଜାତ 
ପରଂବ୍ରହ୍ମ ସଙ୍ଗେ କ୍ଷେତ୍ର ପୃଥକ ନୂହେଁତ । 
ହେ ବସ ଯେ ରୂପେ ବ୍ରହ୍ମ ଅଟଇ ଗୁପତ 
ସେହିରୂପେ ଏ ପୁରୁଷୋତଉମ କ୍ଷେତ୍ର ଗୁପ୍ତ । 
ଏ କ୍ଷେତ୍ର ଅଟଇ ସାକ୍ଷାତରେ ବିଷ୍ଣୁରୂପ 
ପରବଂବ୍ରହ୍ମଙ୍କର ଅଛି ଦ୍ଵିବିଧ ସ୍ଵରୂପ | 
ଶବ୍ଦବ୍ରଙ୍ଧ ପରଂବ୍ରହ୍ମ ଏ ଦୁଇ ରୂପରେ 
ଶବ୍ଦ ବ୍ରହ୍ମ ନାନା ଅର୍ଥ ଚୂପରେ ବିହରେ । 
ଶହ୍ଦବ୍ରହ୍ନ ଚରାଚର ଜଗତ ସମୁତ 
ଶବ୍ଦବ୍ରହ୍ମ ଦାରୁରୁପେ ହୁଏ ପରିଚିତ | 
ଦେହରେ ଜୀବାତ୍ଭାପରି ସେ ଏହି କ୍ଷେତ୍ରରେ 
ବାସ କରିଛି ସଂଶୟ ନ କର ମନରେ । 
କେବଳ ସଂଯତ ଚିତ୍ତେ ଦର୍ଶନ କରିଲେ 
ଦେହରୁ ପାପ କଞ୍ଚକ ଦୂର ହୁଏ ଭଲେ । 
ଯେହେତୁ ଦର୍ଶନ କଲୈ ତା ପାପ ବିନାଶ 
ଯୋଗୀ ସମାନରେ ବୈକୁଣ୍ରେ କରେ ବାସ । 
ଦର୍ଶନ ହେତୁ ଏହାକୁ ଗୌଣ ଫଳ କହି 
ମୁଖ୍ୟ ଫଳ ଆଉ ଯାହା ଶୁଣ ମନଦେଇ । 
ବିଷ୍ଠା ଭୋଜି କୁକୁର ଯେ ଚଣ୍ଡାଳ ଗୃହରେ 
ମୃତ୍ୟୁ ହେଲେ ମୁକ୍ତିଲାଭ ହୁଏ ଏ କ୍ଷେତ୍ରରେ । 
ଏହି ହେତୁ ଅଳ୍ପ ଭାଗ୍ୟବାନ୍ଧ ଯେଉଁ ଜନ 
ପୁରୁଷୋତ୍ତମରେ ହୁଏ ନାହିଁ ତା ମରଣ । 
ଯେ ବ୍ୟକ୍ତି ସହସ୍ରେ ଜନ୍ମ କରି ନାନା ଯତ୍ନ 
ସକଳ ପାତକ ରାଶି ହୂଅଇ ବିଲୀନ 
ଶ୍ରୀକ୍ଷେତ୍ରକୁ ସେହି ବ୍ୟକ୍ତି କରଇ ଗମନ 
ଏହି କଥାରେ ସଂଶୟ ମନରେ ନ ଘେନ । 
ସଂଯତ ଆମ୍ଭା ବିଚାରବନ୍ତ ଯେଉଁଜନ 
ଶ୍ରୀ କ୍ଷେତ୍ରରେ ହୋଇଥାଏ ତାହାର ମରଣ 
ଏ କ୍ଷେତ୍ର ମାହାତ୍ମ୍ୟ ଜାଣିକରି ଯେଉଁ ବ୍ୟକ୍ତି 
ପ୍ରଭୁଙ୍କ ଚରଣେ କରୁଥାଏ ନିତି ଭକ୍ତି 
ସେ ଜନ ଏ କ୍ଷେତ୍ରେ ପ୍ରାଣତ୍ୟାଗ କଲାବେଳେ 
ଆତ୍ମଜ୍ଞାନ ପ୍ରକାଶଇ ତା ହୃଦ କମଳେ 
ଦୀନାର୍ଉ ନାଶନ ଲକ୍ଷ୍ମୀକାନ୍ତ ଏ କ୍ଷେତ୍ରରେ 
ମୃତ୍ୟୁ କେବଳ ଜୀବଗଣଙ୍କ କର୍ଣ୍ଣମୂଳେ 
ସ୍ଵୟଂ ଆସି ବ୍ରହୁବିଦ୍ୟା କରନ୍ତି କୀର୍ଉନ 
ସନ୍ଦେହ ନ କର ଏ କଥାରେ କଦ,ଚନ 
ବ୍ରହ୍ଲଜ୍ଞାନ ଲାଭ ହେତୁ ମୁମୁର୍ଷୁ ଜନର 
ସେହିକାଳେ ମୋହ ଆଚରଣ ହୁଏ ଦୂର 
ପ୍ରଭୁଙ୍କୁ ସୀକ୍ଷାତେ କରେ ସେହି ଦରଶନ 
ଏ ସ୍ଥାନକୁ ଏକବାର କରିଲେ ଗମନ 
ଜନନୀ ଜଠରେ ଆଉ ନ ହୁଏ ଜନମ 
ମୁମୁର୍ଷୁ ମାନବ ଯଦି ଆସେ ଏହିସ୍ଥାନ 
ଜଳେ ଜଳକଣା ଯେହ୍ନେ ମିଶଇ ତକ୍ଷଣ 
ବ୍ରହ୍ମରୂପେ କରେ ବିଶ୍ବମଧ୍ୟେ ବିଚରଣ 
ପ୍ରକୃତରେ ବ୍ରହ୍ମଜ୍ଞାନ ବିନା ମୁକ୍ତି ନାହିଁ 
କିନ୍ତୁ ଜ୍ଞାନ ଜ୍ଲେୟ ରୂପ ବିଘ୍ନ ଅଛି ତହିଁ 
ଆମ୍ଜ୍ଞାନ ଲାଭଅଥେ ବହୁତ ଜନ୍ମରେ 
ଦୁଃଖ ଭୋଗୀ ଯୋଗୀଗଣ ରତ ସାଧନରେ । 
ଦେହଧାରୀ ଜନଗଣ ଅବ୍ୟକ୍ତୋପାସନା 
କରିବାକୁ ଅସମର୍ଥ ସଦାକାଳେ ସିନା 
କେହି କେହି ଗୁରୁମୁଖୁ ସାଧନା ବିଷୟ 
ଶୁଣନ୍ତେ ବିରତ ହୋନ୍ତି ମନେ କରି ଭୟ 
ଆଉ କେହି ଯୋଗାଭ୍ୟାସ ଆରମ୍ଭ କରନ୍ତି 
ଅସମ୍ଭବ ଦୁଃଖ ଭୋଗୀ ନିବୃତ୍ତ ହୁଅନ୍ତି 
ବିଶେଷତଃ ଗୁରୁ ସେବା ବିଷୟେ ଯାହାର 
ଶ୍ରଦ୍ଧା ନ ହୁଅଇ ସିଦ୍ଧି ନ ହୁଏ ତାହାର 
ମତ୍ତହସ୍ତୀ ପରି ଏହି ମନକୁ ଯେ ଜନ 
ଅଷ୍ଟାଙ୍ଗ ଯୋଗ ଅଭ୍ୟାସେ କରଇ ଅଧୀନ 
ଆତ୍ମଜ୍ଞାନ ଲାଭ ବିଷୟରେ ସେହି ଜନ 
ଅଧକାରୀ ହୋଇଥାଏ ଏ ଶାସ୍ତ୍ର ବଚନ 
ବହୁ ଜନ୍ମ ଏହିରୂପେ ସାଧନା କରିଲେ 
ମନ ନିଶ୍ଚୟ ହୁଅଁଇ-ଭାଗ୍ୟୋଦୟ ହେଲେ 
ଆମ୍ଭ ବୃତ୍ତି ଲଭି ମନ ହୁଅଇ ନିର୍ମଳ 
ମୋକ୍ଷଲାଭେ ଅଧ୍ବକାରୀ ହୁଏ ସେ କେବଳ । 
ଅନ୍ୟ ଉପାୟରେ ମୋକ୍ଷ ଲାଭ ହୁଏ ନାହିଁ 
ବସ ଉଦ୍ଦାଳକ ଏବେ ଶୁଣ ମନ ଦେଇ 
ମୋକ୍ଷର ସ୍ଵରୂପ ଏବେ କରୁଛି ବର୍ଣ୍ଣନ 
ଯେ ବିଷୟେ ଭ୍ରମ ହୋଇଥାନ୍ତି ମୁନିଗଣ 
ବିଶଦ କରି କହୁଛି ଶୁଣ ସେ ବିଷୟ 
ତୁମ୍ଭ ମନେ ନ ରହିବ ଆଉ ଯେ ସଂଶୟ 
ଶ୍ରୀସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେ 
ଷଟ ଚାରି ଛାନ୍ଦଶେଷ ଉତ୍କଳ ଭାଷାରେ 
ଜୟ ଜୟ ଜଗନ୍ନାଥ କରୁଣା ନିଧାନ 
ପାପ ନାଶକାରୀ ନାମ ପତିତପାବନ 
ପତିତପାବନ ବାନା ଉଡ଼େ ଦେଉଳରେ 
ପାପୀଗଣେ ମୁକ୍ତି ହୋନ୍ତି ଦେଖ ନୟନରେ । 
ଦୂରକୁ ପଳାଇ ଯାନ୍ତି ଯମଦୁତ ଗଣ 
ପ୍ରସିବି ଲଭିଛି ନାମ ପତିତପାବନ 
ଭକ୍ତଗଣଙ୍କୁ ଉଦ୍ଧାର କରୁଅଛ ନିତି 
ଗ୍ରହଣ କରନ୍ତୁ ହରିହରର ପ୍ରଣତି 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେ 
କ୍ଷେତ୍ର ମହିମା ବର୍ଣ୍ଣନେ ନାମ 
ଷଟଚତ୍ବାରିଂଶୋଦଧ୍ୟାୟଃ । 


 

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ