ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚପଞ୍ଚାଶତୋଧ୍ୟାୟଃ

 ପଞ୍ଚପଞ୍ଚାଶତ ଅଧ୍ୟାୟ 

ଷଣ୍ମଖ କହନ୍ତି ବାପା ଶୁଣ ମୋ ବଚନ 
ପୁର୍ବୈ କହିଥିଲେ ନାମ ଶ୍ରୀ ପୁରୁଷୋତ୍ତମ । 
ଏବେ କହୁଛ ତା ନାମ ଦଶ ଅବତାର 
¦ ଏ ନାମ କାହିଁକି ହେଲା କହନ୍ତୁ ସତ୍ଵର । 
ଏହା ଶୁଣି ସଦାଶିବ “କହନ୍ତି ବଚନ 
ହେ ବସ ଅତ୍ୟକ୍ତ ରୂପୀ ପ୍ରଭୁ ଭଗବାନ । 
ସକଳ ନିୟନ୍ତା ଲୋକ ପାଳନ ନିମିତ୍ତ 
ପ୍ରତି ଯୁଗେ ଅବତାର୍ଣ୍ଣ ହୁଅନ୍ତି ଏ ସତ୍ଯ । 
ଧର୍ମରକ୍ଷା ଅଥୈ ପୂର୍ବକାଳେ ନାରାୟଣ 
ପ୍ରତିଜ୍ଞା କରିଅଛନ୍ତି କରିବେ ପାଳନ | 
ଏହି ହେତୁ ଧର୍ମ ବକ୍ଷ ସୁରକ୍ଷା ନିମିଉ 
ନାନା ମୂତ୍ତି ଧରି ପ୍ରତିଯୁଗେ ଆବିର୍ଭୂତ | 
ଯାହାଠାରୁ ଏ ସଂସାର ଚକ୍ର ଘୁରୁଅଛି 
ସେ ବିଷ୍ଣୁ ପରମ ପଦ କିଏ ବା ଜାଣିଛି । 
ପ୍ରକ୍ଧତି ପୁରୁଷାତୀତ ନିର୍ମଳ ନିର୍ଗୁଣ 
ନିର୍ମଳ ବିଷ୍ଣୁ ସ୍ଵରୂପ ଜାଣିବ କେସନ | 
ଏବଂ ଭୂତ ବିଷ୍ଣୁଲୋକ ରକ୍ଷାର ନିମିତ୍ତ 
ନିଜ ମାୟା ପ୍ରକୃତିକୁ ଆଶ୍ରୟ କରିତ | 
ଯୁଗେ ଯୁଗେ ଅବତୀର୍ଣ ସେହି ହୋଇଥାନ୍ତି 
ଯେତେବେଳେ ଜଗତ୍‌ ସୃଷ୍ଟି କରିବା ଇଛନ୍ତି | 
ସେବେଳେ ସେ ପ୍ରଭୁ ଜଗତ୍‌ ସୃଷ୍ଟିର ନିମିତ୍ତ 
ବ୍ରହ୍ମାଦି ରୂପରେ ଅବତୀର୍ଣ୍ଣ ହୁଅନ୍ତି ତ | 
ସୃଷ୍ଟି କରିବାକୁ ବ୍ରହ୍ମାରୂପେ ଅବତାର. 
ଦ୍ଵିତୀୟରେ ଆମ୍ଭେ ହେଲୁ ମୋ ନାମ ଶଙ୍କର | 
ସନକାଦି ମୁନି ତିନି ଗୌତମାଦି ଚାରି 
¡| ପଞଚମେ ତ୍ରିଂଶତ କୋଟି ଦେବ ରୂପ ଧରି । 
ଆଉ କି ଅଧକ ବିଷ୍ଣୁ ବିବିଧ ରୂପରେ 
ଚଞ୍ଜୀଳ ପର୍ଯ୍ୟନ୍ତ ଜଗତ୍‌ ମଧ୍ୟରେ ବିହରେ । 
ଏହି ଚରାଚର ବିଶ୍ବ ବିଷ୍ଣୁଙ୍କ ସ୍ଵରୂପ 
ଏ ବିଷୟେ ମନମଧ୍ୟେ ନ କର ବିକଳ୍ପ । 
ପୂର୍ବକାଳେ ବିଷୁଲୋକ ରକ୍ଷାର ନିମିତ୍ତ 
ମସ୍ସାଦି ଦଶାବତାରେ ହେଲେ ପ୍ରକାଶିତ 
ସର୍ବୋତ୍ତମ ଶ୍ରୀପୁରୁଷୋତ୍ତମ ଏ କ୍ଷେତ୍ରରେ 
ପ୍ରକାଶ ହୋଇଲେ ଦଶବିଧ ଅବତାରେ 
ଏହି ହେତୁ ବୁଧଗଣ ଏହାକୁ କହନ୍ତି 
ଦିବ୍ୟ ଭୌମ କ୍ଷେତ୍ର ବୋଲି ନାମ ଦେଇଛନ୍ତି । 
ସୃଷ୍ଟି ସ୍ପିତି ପ୍ରଳୟର ଯେ ମୂଳ କାରଣ 
ସେ ବିଷ୍ଣୁ ନାନା ମୂରିରେ ହୋଇ ଅବତୀର୍ଣ୍ଣ । 
ଏ ସ୍ଥାନରୁ ଅନ୍ୟସ୍ଥାନେ କରନ୍ତି ଗମନ 
କଉଁବ୍ୟକୁ ସାରି ଶେଷେ ଆସନ୍ତି ଏ ସ୍କାନ । 
ପ୍ରଭୁଙ୍କ ଦଶାବତାର ଦର୍ଶନ କରିଲେ 
ଯେତେ ପୁଣ୍ୟଫଳ ଲାଭ ହୋଇଥାଏ ଭଲେ। 
ଏକା ପୁରୁଷୋତ୍ତମଙ୍କ ଦର୍ଶନ କରିଲେ 
ଯେ କେହି ମାନବ ସେହି ଫଳ ଲାଭ କରେ । 
ହେ ପୁତ୍ର ଏ ହେତୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର 
ନାମ ହୋଇଅଛି ଦଶଅବତାର କ୍ଷେତ୍ର 
ଏକଥା ତୁମ୍ଭ ଆଗରେ କହିଲୁ ବୁଝାଇ 
ଆଉ କହୁଅଛି ବାବା ଶୁଣ ମନଦେଇ । 
ଏ ବିଷୟ ଇତି ପୂର୍ବେ କେହି କହି ନାହିଁ 
ଆଉ କେହି ମଧ୍ୟ ଏହା ଶୁଣିନାହିଁ କାହିଁ । 
ଏହି କ୍ଷେତ୍ରର ପରମ ଗୋପନୀୟ କଥା 
ପାପୀମାନଙ୍କର ପାପ ନାଶଇ ସର୍ବଥ୍ଥା 
ଅଳ୍ଧାୟାସେ ପାପୀ ନର ହୁଅନ୍ତି ଉଦ୍ଧାର 
ଅସୀମ ପାତକ ମର୍ର୍ୟବାସୀ ଜନଙ୍କର 
କିନ୍ତୁ ଅଳ୍ପ ପୁଣ୍ୟ ସେହି ଅର୍ଜନ କରନ୍ତି 
ବିଷୟ ଲାଭ ହୋଇବା ସର୍ବଦା ଇଛନ୍ତି 
କାୟ ମନୋବାକ୍ୟେ ପାପ କରନ୍ତି ସଞ୍ଚୟ 
ସୁପାକାରେ ରହିଥାଏ ସେ ପାପ ନିଶ୍ଚୟ । 
ନରକ ଗମନଦ୍ବାର ଉନ୍ମକ୍ତ ପାପରେ 
ନର୍କେ ବାସ କରି ନୀଟଯୋନି ଲାଭ କରେ | 
ଯଦିଚ 'ମାନବ କୁଳେ ସେ ହୁଏ ଜନମ 
ଦରିଦ୍ର କୃପଣ ରୋଗୀ ପାପକାର୍ଯ୍ୟେ ମନ । 
ପୁନରପି ଦୂଃଖ ଭୋଗ ପାପ ଯେଣୁ କରେ 
ତାର ପାପ କାର୍ଯ୍ୟେ ଭୟ ନ ଥାଏ ମନରେ । 
ପୁଣ୍ୟାତ୍ମା ଜନ କରଇ ପୂଣ୍ୟ କାର୍ଯ୍ୟମାନ 
ପାପାତ୍ମା ଜନ କରଇ ପାପ କାର୍ଯ୍ୟମାନ । 
ନାନା କାର୍ଯ୍ୟ ପ୍ରସଙ୍ଗରେ ପୁଣ୍ୟାତ୍ମା ଯେ ଜନ 
ସେ ମଧ୍ୟ ସମୟେ କରେ ପାପ୍ର ଆଚରଣ । 
ସେ ଯେତେ ନିମେଷ ପାପ କାର୍ଯ୍ୟମାନ କରେ | 
ଯିତେଥର ଏ 
। | ପ୍ରତି ଜନ୍ଦେ କଲି ନାନାବିଧ କାର୍ଯ୍ୟମାନ । 
ସେତିକି ସହସ୍ର ବର୍ଷ ପଡ଼େ ନରକରେ 
ସର୍ବଦା ଦୁଃଖ ଭୋଗନ୍ତି ପାପକାରୀଗଣ 
ଏ ରୂପେ ସଂସାର ଜାଲେ ହୁଅନ୍ତି ବନ୍ଧନ । 
ପ୍ରାୟଶ୍ଚିତ ଦ୍ଵାରା ପାପ ନ ହୁଏ କ୍ଷାଳନ 
ନିଶ୍ଚୟ ବିବିଧ ଦୁଃଖ ଭୋଗେ ପାପୀଜନ । 
ମହାପାତକର ଶୁଦ୍ଧ ଦେହତ୍ୟାଗ ଭିନ୍ନ ।
ଅନ୍ୟ ଉପାୟରେ ହୁଏ ନାହିଁ କଦାଚନ । 
ଏ ରୂପ ନୟନ ଦେଖୁ ପ୍ରଭୁ ଭଗବାନ 
କୃପା କଲେ ପାପୀଜନେ ହେବେ ପରିତ୍ରାଣ । 
ନିଜର ଦେହ ସ୍ଵରୂପ ଶ୍ରୀପୁରୁଷୋତ୍ତମ 
କ୍ଷେତ୍ର ପ୍ରଥମରେ ସୃଷ୍ଟି କଲେ ଭଗବାନ । 
ବିଷ୍ଣୁଙ୍କ ଦେହ ସ୍ଵରୂପ ଏ କ୍ଷେତ୍ର ମଧ୍ୟରେ 
ପାପିଷ୍ଠଗଣ ସମ୍ପାଟ ଯଦି ବାସ କରେ । 
ଅପାତ୍ରୀ କରଣ ଆଦି ସର୍ବବିଧ ପାପ 
ଶୁଵ୍ି ହୁଏ ଅନାୟାସେ ନ କରି ବିଳନ୍ଥ । 
ସ୍କାନ୍ଦ ପୁରାଣେ ଉକତ ଉଜ୍କଳ ଖଣ୍ଡରେ 
ପଞ୍ଚ ପଞ୍ଚଧ୍ୟାୟ ଶେଷ ଉତ୍କଳ ଭାଷାରେ । 
ହେ ମଧୁକୈଟବ ନିସୂଦନ ଜନ୍ମ ମୋର 
ସଫଳ କରନ୍ତୁ ମାଗୁଅଛି ଏହି ବର | 
ଆହେ ପ୍ରଭୁ ଅନୁଗ୍ରହ କରିବ ତୁରିତ 
ତୁମ୍ଭର ଯେ ଭୁତ୍ୟ ପଣେ ଖଟେ ଅବିରତ । 
ସେ ଭୃତ୍ୟର ଭୃତ୍ୟ ଆଉ ତାହାଙ୍କର ଭୃତ୍ୟ 
ତାହାର ଯେ ଭୁତ୍ୟପଣ କରେ ଅବିରତ । 
ତାହାର ଯେ ଭୃତ୍ୟପଣେ ସରିବ ମୋ ଦିନ 
ଏହି ବର ମାଗୁଅଛି ହରିହର ଦୀନ | 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ 
ଦଶାବତ୍ତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନେ 
ନାମ ପଞ୍ଚପଞ୍ଚାଶତୋଧ୍ୟାୟଃ | 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ