ଷଣ୍ମଖ କହନ୍ତି ବାପା ଶୁଣ ମୋ ବଚନ
ପୁର୍ବୈ କହିଥିଲେ ନାମ ଶ୍ରୀ ପୁରୁଷୋତ୍ତମ ।
ଏବେ କହୁଛ ତା ନାମ ଦଶ ଅବତାର
¦ ଏ ନାମ କାହିଁକି ହେଲା କହନ୍ତୁ ସତ୍ଵର ।
ଏହା ଶୁଣି ସଦାଶିବ “କହନ୍ତି ବଚନ
ହେ ବସ ଅତ୍ୟକ୍ତ ରୂପୀ ପ୍ରଭୁ ଭଗବାନ ।
ସକଳ ନିୟନ୍ତା ଲୋକ ପାଳନ ନିମିତ୍ତ
ପ୍ରତି ଯୁଗେ ଅବତାର୍ଣ୍ଣ ହୁଅନ୍ତି ଏ ସତ୍ଯ ।
ଧର୍ମରକ୍ଷା ଅଥୈ ପୂର୍ବକାଳେ ନାରାୟଣ
ପ୍ରତିଜ୍ଞା କରିଅଛନ୍ତି କରିବେ ପାଳନ |
ଏହି ହେତୁ ଧର୍ମ ବକ୍ଷ ସୁରକ୍ଷା ନିମିଉ
ନାନା ମୂତ୍ତି ଧରି ପ୍ରତିଯୁଗେ ଆବିର୍ଭୂତ |
ଯାହାଠାରୁ ଏ ସଂସାର ଚକ୍ର ଘୁରୁଅଛି
ସେ ବିଷ୍ଣୁ ପରମ ପଦ କିଏ ବା ଜାଣିଛି ।
ପ୍ରକ୍ଧତି ପୁରୁଷାତୀତ ନିର୍ମଳ ନିର୍ଗୁଣ
ନିର୍ମଳ ବିଷ୍ଣୁ ସ୍ଵରୂପ ଜାଣିବ କେସନ |
ଏବଂ ଭୂତ ବିଷ୍ଣୁଲୋକ ରକ୍ଷାର ନିମିତ୍ତ
ନିଜ ମାୟା ପ୍ରକୃତିକୁ ଆଶ୍ରୟ କରିତ |
ଯୁଗେ ଯୁଗେ ଅବତୀର୍ଣ ସେହି ହୋଇଥାନ୍ତି
ଯେତେବେଳେ ଜଗତ୍ ସୃଷ୍ଟି କରିବା ଇଛନ୍ତି |
ସେବେଳେ ସେ ପ୍ରଭୁ ଜଗତ୍ ସୃଷ୍ଟିର ନିମିତ୍ତ
ବ୍ରହ୍ମାଦି ରୂପରେ ଅବତୀର୍ଣ୍ଣ ହୁଅନ୍ତି ତ |
ସୃଷ୍ଟି କରିବାକୁ ବ୍ରହ୍ମାରୂପେ ଅବତାର.
ଦ୍ଵିତୀୟରେ ଆମ୍ଭେ ହେଲୁ ମୋ ନାମ ଶଙ୍କର |
ସନକାଦି ମୁନି ତିନି ଗୌତମାଦି ଚାରି
¡| ପଞଚମେ ତ୍ରିଂଶତ କୋଟି ଦେବ ରୂପ ଧରି ।
ଆଉ କି ଅଧକ ବିଷ୍ଣୁ ବିବିଧ ରୂପରେ
ଚଞ୍ଜୀଳ ପର୍ଯ୍ୟନ୍ତ ଜଗତ୍ ମଧ୍ୟରେ ବିହରେ ।
ଏହି ଚରାଚର ବିଶ୍ବ ବିଷ୍ଣୁଙ୍କ ସ୍ଵରୂପ
ଏ ବିଷୟେ ମନମଧ୍ୟେ ନ କର ବିକଳ୍ପ ।
ପୂର୍ବକାଳେ ବିଷୁଲୋକ ରକ୍ଷାର ନିମିତ୍ତ
ମସ୍ସାଦି ଦଶାବତାରେ ହେଲେ ପ୍ରକାଶିତ
ସର୍ବୋତ୍ତମ ଶ୍ରୀପୁରୁଷୋତ୍ତମ ଏ କ୍ଷେତ୍ରରେ
ପ୍ରକାଶ ହୋଇଲେ ଦଶବିଧ ଅବତାରେ
ଏହି ହେତୁ ବୁଧଗଣ ଏହାକୁ କହନ୍ତି
ଦିବ୍ୟ ଭୌମ କ୍ଷେତ୍ର ବୋଲି ନାମ ଦେଇଛନ୍ତି ।
ସୃଷ୍ଟି ସ୍ପିତି ପ୍ରଳୟର ଯେ ମୂଳ କାରଣ
ସେ ବିଷ୍ଣୁ ନାନା ମୂରିରେ ହୋଇ ଅବତୀର୍ଣ୍ଣ ।
ଏ ସ୍ଥାନରୁ ଅନ୍ୟସ୍ଥାନେ କରନ୍ତି ଗମନ
କଉଁବ୍ୟକୁ ସାରି ଶେଷେ ଆସନ୍ତି ଏ ସ୍କାନ ।
ପ୍ରଭୁଙ୍କ ଦଶାବତାର ଦର୍ଶନ କରିଲେ
ଯେତେ ପୁଣ୍ୟଫଳ ଲାଭ ହୋଇଥାଏ ଭଲେ।
ଏକା ପୁରୁଷୋତ୍ତମଙ୍କ ଦର୍ଶନ କରିଲେ
ଯେ କେହି ମାନବ ସେହି ଫଳ ଲାଭ କରେ ।
ହେ ପୁତ୍ର ଏ ହେତୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର
ନାମ ହୋଇଅଛି ଦଶଅବତାର କ୍ଷେତ୍ର
ଏକଥା ତୁମ୍ଭ ଆଗରେ କହିଲୁ ବୁଝାଇ
ଆଉ କହୁଅଛି ବାବା ଶୁଣ ମନଦେଇ ।
ଏ ବିଷୟ ଇତି ପୂର୍ବେ କେହି କହି ନାହିଁ
ଆଉ କେହି ମଧ୍ୟ ଏହା ଶୁଣିନାହିଁ କାହିଁ ।
ଏହି କ୍ଷେତ୍ରର ପରମ ଗୋପନୀୟ କଥା
ପାପୀମାନଙ୍କର ପାପ ନାଶଇ ସର୍ବଥ୍ଥା
ଅଳ୍ଧାୟାସେ ପାପୀ ନର ହୁଅନ୍ତି ଉଦ୍ଧାର
ଅସୀମ ପାତକ ମର୍ର୍ୟବାସୀ ଜନଙ୍କର
କିନ୍ତୁ ଅଳ୍ପ ପୁଣ୍ୟ ସେହି ଅର୍ଜନ କରନ୍ତି
ବିଷୟ ଲାଭ ହୋଇବା ସର୍ବଦା ଇଛନ୍ତି
କାୟ ମନୋବାକ୍ୟେ ପାପ କରନ୍ତି ସଞ୍ଚୟ
ସୁପାକାରେ ରହିଥାଏ ସେ ପାପ ନିଶ୍ଚୟ ।
ନରକ ଗମନଦ୍ବାର ଉନ୍ମକ୍ତ ପାପରେ
ନର୍କେ ବାସ କରି ନୀଟଯୋନି ଲାଭ କରେ |
ଯଦିଚ 'ମାନବ କୁଳେ ସେ ହୁଏ ଜନମ
ଦରିଦ୍ର କୃପଣ ରୋଗୀ ପାପକାର୍ଯ୍ୟେ ମନ ।
ପୁନରପି ଦୂଃଖ ଭୋଗ ପାପ ଯେଣୁ କରେ
ତାର ପାପ କାର୍ଯ୍ୟେ ଭୟ ନ ଥାଏ ମନରେ ।
ପୁଣ୍ୟାତ୍ମା ଜନ କରଇ ପୂଣ୍ୟ କାର୍ଯ୍ୟମାନ
ପାପାତ୍ମା ଜନ କରଇ ପାପ କାର୍ଯ୍ୟମାନ ।
ନାନା କାର୍ଯ୍ୟ ପ୍ରସଙ୍ଗରେ ପୁଣ୍ୟାତ୍ମା ଯେ ଜନ
ସେ ମଧ୍ୟ ସମୟେ କରେ ପାପ୍ର ଆଚରଣ ।
ସେ ଯେତେ ନିମେଷ ପାପ କାର୍ଯ୍ୟମାନ କରେ |
ଯିତେଥର ଏ
। | ପ୍ରତି ଜନ୍ଦେ କଲି ନାନାବିଧ କାର୍ଯ୍ୟମାନ ।
ସେତିକି ସହସ୍ର ବର୍ଷ ପଡ଼େ ନରକରେ
ସର୍ବଦା ଦୁଃଖ ଭୋଗନ୍ତି ପାପକାରୀଗଣ
ଏ ରୂପେ ସଂସାର ଜାଲେ ହୁଅନ୍ତି ବନ୍ଧନ ।
ପ୍ରାୟଶ୍ଚିତ ଦ୍ଵାରା ପାପ ନ ହୁଏ କ୍ଷାଳନ
ନିଶ୍ଚୟ ବିବିଧ ଦୁଃଖ ଭୋଗେ ପାପୀଜନ ।
ମହାପାତକର ଶୁଦ୍ଧ ଦେହତ୍ୟାଗ ଭିନ୍ନ ।
ଅନ୍ୟ ଉପାୟରେ ହୁଏ ନାହିଁ କଦାଚନ ।
ଏ ରୂପ ନୟନ ଦେଖୁ ପ୍ରଭୁ ଭଗବାନ
କୃପା କଲେ ପାପୀଜନେ ହେବେ ପରିତ୍ରାଣ ।
ନିଜର ଦେହ ସ୍ଵରୂପ ଶ୍ରୀପୁରୁଷୋତ୍ତମ
କ୍ଷେତ୍ର ପ୍ରଥମରେ ସୃଷ୍ଟି କଲେ ଭଗବାନ ।
ବିଷ୍ଣୁଙ୍କ ଦେହ ସ୍ଵରୂପ ଏ କ୍ଷେତ୍ର ମଧ୍ୟରେ
ପାପିଷ୍ଠଗଣ ସମ୍ପାଟ ଯଦି ବାସ କରେ ।
ଅପାତ୍ରୀ କରଣ ଆଦି ସର୍ବବିଧ ପାପ
ଶୁଵ୍ି ହୁଏ ଅନାୟାସେ ନ କରି ବିଳନ୍ଥ ।
ସ୍କାନ୍ଦ ପୁରାଣେ ଉକତ ଉଜ୍କଳ ଖଣ୍ଡରେ
ପଞ୍ଚ ପଞ୍ଚଧ୍ୟାୟ ଶେଷ ଉତ୍କଳ ଭାଷାରେ ।
ହେ ମଧୁକୈଟବ ନିସୂଦନ ଜନ୍ମ ମୋର
ସଫଳ କରନ୍ତୁ ମାଗୁଅଛି ଏହି ବର |
ଆହେ ପ୍ରଭୁ ଅନୁଗ୍ରହ କରିବ ତୁରିତ
ତୁମ୍ଭର ଯେ ଭୁତ୍ୟ ପଣେ ଖଟେ ଅବିରତ ।
ସେ ଭୃତ୍ୟର ଭୃତ୍ୟ ଆଉ ତାହାଙ୍କର ଭୃତ୍ୟ
ତାହାର ଯେ ଭୁତ୍ୟପଣ କରେ ଅବିରତ ।
ତାହାର ଯେ ଭୃତ୍ୟପଣେ ସରିବ ମୋ ଦିନ
ଏହି ବର ମାଗୁଅଛି ହରିହର ଦୀନ |
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ
ଦଶାବତ୍ତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନେ
ନାମ ପଞ୍ଚପଞ୍ଚାଶତୋଧ୍ୟାୟଃ |
Comments
Post a Comment