ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟାଦଶୋଧ୍ୟାୟଃ

 ଅଷ୍ଟାଦଶ ଅଧ୍ୟାୟ 

ଜୈମିନି ମୁନି କହନ୍ତି ଶୁଣ ମୁନି ଯୁଥ 
ଯାଗ ଶେଷ କଲେ ଇନ୍ଦ୍ରଦ୍ୟୁମ୍ପ ନରନାଥ । 
ଅଶ୍ଵମେଧ ଯାଗ ଶେଷେ ନରପତିଙ୍କର 
ଅବଭ୍ଧଥ ସ୍ଵାନ ଅର୍ଥେ ହୋଇଲେ ତପୂର 
ସେ ଯଜ୍ଞେ ତ୍ରୈଲୋକ୍ୟବାସୀ ସକଳେ ଏକତ୍ର 
ଜଣାଯାଏ ତ୍ରିଭୁବନ ଏକ ଗ୍ଧହ ବତ 
ରତ୍ଵିକ ବ୍ରାହମଣଗଣ ମନ୍ତ୍ରପାଠ କାଳେ 
ଉଚ୍ଚାରିତ ବର୍ଣ୍ଣ ପଦ ଉଦାଉ୍ତାଦି ସ୍ଵରେ 
ବହୁ ସ୍ତୋତ୍ର ପାଠ ଧ୍ଵନି ଆକାଶେ ବ୍ୟାପିଲା 
ଅନ୍ୟାନ୍ୟ ଧ୍ଵନି ସକଳ ନିସ୍ତବ୍ଧ ହୋଇଲା । 
ଅର୍ଥିଗଣଙ୍କର ଅଭିଳାଷ ଯେ ଦ୍ରବ୍ୟରେ 
ବିପରୀତ ହେଉଥିଲା ସେ ସଭା ମଧ୍ୟରେ । 
ସ୍ତୁତିପାଠକ ନରଁକ୍ର ନଟଗଣଙ୍କର 
ଅଭିଳାଷ ପୂର୍ଣ କରେ ସେ ସଭା ସତ୍କର । 
ଅବଭୂଥ ସ୍କାନ ଅର୍ଥେ ବିଲ୍ଲେଶ୍ବରଙ୍କର 
ସମୀପେ ନିଯୁକ୍ତ ଥିଲେ ସେବକ ସକଳ । 
ସେମାନେ ଦୁତବେଗ୍େରେ ହେଲେ ଉପସ୍ତିତ 
ଦୂଇ କରଯୋଡ଼ି କରି କହିଲେ ଏମନ୍ତ । 
ହେ ଦେବ ଶୁଣିବା ହେଉ ସମୁଦ୍ର ତଟରେ 
ଏକ ବୃକ୍ଷ ଦେଖାଯାଏ ତା ଅଗ୍ର ଜଳରେ । 
ଜଳ ତରଙ୍ଗେ ବୁଲିଛି ତାର ମୁଳ ଦେଶ 
ଭାସି ଆସି ସ୍ବାନ ଗୃହ ନିକଟେ ପ୍ରବେଶ । 
ତାର ସର୍ବ ଅବୟବ ଦିଶେ ରକ୍ତବର୍ଣ୍ଣ 
ଶଙ୍ଖ ଚକ୍ର ଚିହ୍ନ ସର୍ବ ଗାତ୍ରେ ବିଦ୍ୟମାନ 
ସେ ବୃକ୍ଷ ଅଦ୍ଭୁତ ବୋଲି କରୁଅଛୁ ଜ୍ଞାନ 
ତାର ଆରାମ ରାଜନ କରନ୍ତୁ ସନ୍ଧାନ 
ସେ ବୃକ୍ଷ ତେଜରେ ସିନ୍ଧୁତଟ ଆଲୋକିତ 
ଯେସନେ ନବ ସୂର୍ଯ୍ୟକି ହୋଇଛି ଉଦିତ 
ସେ ବକ୍ଷ ଗନ୍ଧରେ ହୁଏ ସ୍ଥାନ ଆମୋଦିତ 
ସାଧାରଣ ବୃକ୍ଷ ନୂହେଁ ଆହେ ନରନାଥ 
ଦେବ ବୃକ୍ଷ ପରି ଲକ୍ଷ୍ୟ ହେଉଛି ନିଶ୍ଚୟ 
କେଉଁ ଦେବ ବୃକ୍ଷରୂପେ ଆଗତ ନିଶ୍ଚୟ 
ଢୁତ୍ୟମାନଙ୍କ ବଚନ ଶୁଣିଲେ ରାଜନ 
ନାରଦଙ୍କୁ ପଚାରିଲେ ଏହାର କାରଣ 
ନାରଦ ମହର୍ଷି ହସି କହିଲେ ବଚନ 
ଶୀଘ୍ର ପୂର୍ଣାହୃତି ଦାନ କରନ୍ତୁ ରାଜନ 
ତୁମ୍ଭର ସୌଭାଗ୍ୟ କାଳ ହେଲା ଉପସ୍ଥିତ 
ସ୍ବପ୍ନରେ ଯେ ବିଷ୍ଣୁ ମୁରି କରିବ ସାକ୍ଷାତ 
ଯାହାଙ୍କ ଅଙ୍ଗରୁ ରୋମ ହୋଇଲେ ସ୍ତଳିତ 
ତରୁ ରୂପ ଧରି ଶୋଭା ପାଉଛି ଏମନ୍ତ 
ଭକ୍ତବସଳ ମାଧବ ସ୍ଥାଣୁ ରୂପ ହେଲେ 
ଅଂଶାବତାର ସ୍ଵଗୁପେ ଜାତ ପୂଥବୀରେ 
ନରପତି ତୁମ୍ଭେ ଅଟ ପୁରୁଷ ରତନ 
ତୁମ୍ଭ ବିନା ପୃଥବୀରେ ନାହିଁ ଅନ୍ୟଜନ 
ଏ ବୃକ୍ଷକୁ ଯେଉଁଜନ କରିବ ଦର୍ଶନ 
କିନ୍ତୁ ତୁମ୍ଭ ଭାଗ୍ୟେ ସର୍ବେ କରିବେ ଦର୍ଶନ 
ତାହାଙ୍କର ପାପରାଖି ହୋଇବ ଦହନ 
ନାରଦ କହନ୍ତି ନରପତି ଧୀରେ ଶୁଣ 
ସିନ୍ଧୁତୀରେ ଅବଦ୍ଧଥ ସ୍ବାନ କରି ଶେଷ 
ମହତୀ ବେଦୀ ନିର୍ମାଣ କରନ୍ତୁ ଅବଶ୍ୟ 
ତରୁ ରୂପୀ ଯଞ୍େଶ୍ଵବରଙ୍କୁ ଯେ ତହିଁ ନେଇ 
ସ୍ଥାପନ କରନ୍ତୁ ଉତ୍ସବରେ ନରସାଇଁ 
ନାରଦ ରଷି ନୃପତି ଦୁହେଁ ପରସ୍ପର 
ବାକ୍ୟାଳାପ କରିଗଲେ ସମୁଦ୍ରର ତୀର 
ବୃକ୍ଷରୂପୀ ମାଧବଙ୍କୁ କରିବେ ଦର୍ଶନ 
ମହାସମାରୋହେ କଲେ ଉତ୍ସବ ବିଧାନ 
ସମୁଦ୍ର ତୀରରେ ଯାଇ ଉପସ୍ଥିତ ହେଲେ 
ଦାରୁରୂପୀ ବ୍ରହ୍ମଙ୍କୁ ଯେ ଦର୍ଶନ କରିଲେ 
ଦୁହେ ଜୀବନ୍ଧକ୍ତ ଜନ୍ମ ସାର୍ଥକ ମଣିଲେ 
ଆନନ୍ଦ ସାଗରେ ରାଜା ନିମଜିତ ହେଲେ 
ସ୍ବପ୍ନକାଳେ ଚତୁର୍ଭୁଜ ମୁଭି ଦରଶନ 
କରିଥଲେ ଯେଉଁପରି ରାଜା ଇନ୍ଦ୍ରଦ୍ୟୁମ୍ନ 
ଚତୁର୍ଭୁଜ ତୁଲ୍ଯ ଚତୁଃଶାଖା ସମନ୍ବିତ 
ବୂୃକ୍ଷରାଜକୁ ଦର୍ଶନ କରି ହେଲେ ତୃପ୍ତ । 
ନିଜର ଯେ ପରିଶ୍ରମ ସଫଳ ମଣିଲେ 
ମାଧବଙ୍କୁ ନ ଦେଖୁବା ଦୁଃଖ ଦୂର କଲେ । 
ହର୍ଷାଶ୍ରୁ ନୟନେ ପୂନର୍ବାର ନୃପମଣି 
ସେ ଦିବ୍ୟ ତରୁ ବରକୁ କରିଲେ ପ୍ରଣାମି । 
ଜଳ ତରଙ୍ଗେ ପ୍ଲାବିତ ସେହି ମହାଦ୍ରମ 
ଦ୍ଵିଜଗଣ ଦ୍ଵାରା ତୀରେ କଲେ ଆନୟନ । 
ଏ ସମୟେ ଶଙ୍ଖ ଘଣ୍ଟା ମୁରଜ କାହାଳ 
ପଟ୍ଟଯ ଆଦି ଯେ ବାଦ୍ୟ ବାଜିଲା ସକଳ । 
ଗାୟକଗଣ କରିଲେ ହରି ସଂକୀର୍ଉନ 
ଆନନ୍ଦରେ ଜୟ ଶବ୍ଦ କଲେ ଉଚ୍ଚାରଣ । 
ଆକାଶରୁ ବୃଷ୍ଟି ହେଲା ସୁଗନ୍ଧ କୂସୁମ 
ବୃକ୍ଷ ପାଶେ ଧୂପ ପାତ୍ର କରିଲେ ଧାରଣ । 
ପୂର୍ଣ୍ଣ ଯୌବନ ଷୋଡ଼ଶୀ ବରାଙ୍ଗନା ଗଣ 
ରତ୍ନ ଦଣ୍ଡ ଚାମରରେ କରିଲେ ବ୍ୟଞ୍ଜନ । 
ପଟ୍ଟ ବସ୍ତରେ ନିର୍ମିତ ପତାକା ସମ୍ପହ 
ତରୁରାଜ ଶୋଭା ବୃଦ୍ଧି କଲା ଅତିଶୟ | 
ଗଜ ଅଶ୍ଵ ପଦାତିରେ ଚ୍ଛାରିଦିଗ ପୂର୍ଣ 
ବନ୍ଦନା କରୁଅଛନ୍ତି ତହିଁ ବନ୍ଦିଗଣ ` | 
ମହର୍ଷି | ରତ୍ବିଜ ବିପ୍ର ପଣ୍ଡିତ ବ୍ରାହ୍ମଣ 
ନାନାବିଧ ସ୍ତବ ପାଠ କଲେ ତତକ୍ଷଣ । 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଅନୁମତି ନେଲେ 
ସୁଗନ୍ଧ ଚନ୍ଦନେ ବୃକ୍ଷ ଅଳଂକ୍ୃତ କଲେ । 
ମହାବେଦୀର ଉପରେ ସ୍ଥାପନ କରିଲେ 
ନାରଦଙ୍କ ଆଦେଶରେ ନୃପ ପୂଜା କଲେ । 
ପୁଜାଶେଷେ ମୁନିଙ୍କୁ ଯେ ରାଜା ପଚାରିଲେ 
ବିଷ୍ଣୁ ପ୍ରତିମା ଗଠନ ହେବ କି ପ୍ରକାରେ । 
କେଉଁ ବ୍ୟକ୍ତି ଏ ଦାରୁକୁ କରିବ ଗଠନ 
ଏହା ଶୁଣି ମୁନିବର କହନ୍ତି ବଚନ | 
ସେହି ଜଗତ୍‌ ଗୁରୁଙ୍କର ଅତ୍ୟନ୍ତ ମହିମା 
ସର୍ବ ଲୋକାତୀତ ଚେଷ୍ଟା ବୁଵ୍ଧିର ଅଗମ୍ୟ । 
ନରନାଥ କେଉଁଜନ ହେବ ଅବଗତ 
ବ୍ରହ୍ମାଙ୍କ ମନରେ ସଦା ସଂଶୟ ଜାଗୃତ । 
କେଉଁ ବ୍ୟକ୍ତି କି ପ୍ରକାରେ ପ୍ରତିମା ନିର୍ମାଣ 
କଲେ ସନ୍ତୋଷ ହୋଇବେ ପ୍ରଭୁ ନାରାଯଣ । 
ନାରଦ ନୃପତି ଦୁହେଁ ଏପରି ଭାବନା 
କଲାବେଳେ ଆକାଶରୁ ବାଣୀ ହେଲା ଶୁଣା 
ସେ ବାଣୀ ଶ୍ରବଣେ ସର୍ବେ ବିସ୍କପ୍ ହୋଇଲେ 
ପରସ୍ତରରେ ବଚନ କୁହାକୋହି ହେଲେ । 
ମନୁଷ୍ୟ ଯେ କରି ନ ପାରିବ ପରିମାଣ 
ଅପୌରୁଷେୟ ଅଟନ୍ତି ପ୍ରଭୁ ଭଗବାନ । 
ନିଜର ଯେ ପ୍ରତିମୁର୍ଭି ହେବ କି ପ୍ରକାର 
ଏ ଦାରୁ ମଧ୍ୟରେ ଗୁପ୍ତ କରିଲେ ଶରୀର । 
ଏ ମହାବେଦୀରେ ହୋଇଛନ୍ତି ଅବତୀର୍ଣ୍ଣ 
ତୁମ୍ଭେମାନେ ଏହିସ୍ଥାନେ ପଞ୍ଚଦଶ ଦିନ 
ଅତିଯତ୍ତେ ବେଦୀଗ୍ଧହ କରି ଆଛାଦିତ 
ଏ ବୃଦ୍ଧ ପୁରୁଷ ଶସ୍ତ ହସ୍ତେ ଉପସ୍ଥିତ 
ଏ ବୃଦ୍ଧକୁ ବେଦୀଗ୍ଧହେ କରାଇ ପ୍ରବେଶ 
ଅତିଯତ୍ରେ ଦ୍ଵାର ବନ୍ଦ କରନ୍ତୁ ନରେଶ । 
ଯେ କାଳେ ମୁଭି ଗଠନ ନିଷ୍ପନ୍ନ ନ ହେବ 
ସେ କାଳଯାଏଁ ବାହାରେ ବାଦ୍ୟ ବାଜୁଥବ | 
ମୁଭି ଗଠନର ଶବ୍ଦ କର୍ଣ୍ଣରେ ଶୁଣିଲେ 
ସୈହି ଜନ ବଧୂରତା ହେବ ତତକାଳେ । 
ଆବର ହୋଇବ ଅନ୍ଧ ନରକେ ନିବାସ 
ତାହାର ଅପତ୍ୟ ନାଶ ହୋଇବ ଅବଶ୍ଯ । 
ଗଠନ ଗୃହେ ପ୍ରବେଶ କେହି ନ କରିବ 
ଗଠନ କାର୍ଯ୍ୟକୁ କେହି ନେତ୍ରେ ନ ଦେଖୁବ । 
ଯେ ଜନ କାର୍ଯ୍ୟ ନିଯୁକ୍ତ ଥୁବ ତାହା ଭିନ୍ନ 
ଯଦି କେହି ଅନ୍ୟ ଜନ କରିବ ଦର୍ଶନ । 
ତେବେ ରାଜା ରାଜ୍ୟବାସୀ ଭୟେ ପ୍ରପୀଡ଼ିତ 
ଯେ ଜନ ଦର୍ଶନକାରୀ ସେ ଅନ୍ଧ ହେବ ତ । 
ଅତଏବ ପ୍ରତିମୁ୍ି ନିର୍ମାଣ ସମ୍ପନ୍ନ 
ନ ହେବାଯାଏ କଦାପି ନ କର ଦର୍ଶନ 
ନରପତି ତୁମ୍ଭ କ୍ଉଁବ୍ୟରେ ଉପଦେଶ 
ଦେବେ ସ୍ବୟଂ ସନାତନ ଦେବ ହୁଷୀକେଶ । 
ସର୍ବଲୋକ ସୁଖକର ସେ କାର୍ଯ୍ୟ ନିଶ୍ଚୟ 
ସମ୍ପାଦନ କରିବଟି ଆହେ ମହାଶୟ 
ନାରଦ ପ୍ରଭୃତି ଏହା ଶ୍ରବଣ କରିଲେ 
ସ୍ଵପ୍ନ ବିଷୟ ମନରେ ଚିନ୍ତା କରୁଥିଲେ । 
ଏ ସମୟେ ଉପସ୍ଥିତ ସେ ବୃଦ୍ଧ ପୁରୁଷ 
ନରପତିଙ୍କ ନିକଟେ ହୋଇଲେ ପ୍ରବେଶ । 
କହିଲେ ହେ ରାଜା ସ୍ପ୍ପେ ଯେ ମୂର୍ରି ଦର୍ଶନ 
କରିଥଲେ ସେହି ମୂତ୍ତି କରିବି ନିର୍ମାଣ 
ମନୁଷ୍ୟଙ୍କ ପ୍ରତାରଣୀ କରିବା ନିମିତ୍ତ 
ବେଦୀ ମଧ୍ୟେ ବୃଦ୍ଧ ହୋଇଗଲେ ଅନ୍ତହିଁତ | 
ସ୍କନ୍ଦ ପୁରାଣ ଉକ୍ତ ଉତ୍କଳ ଖଣ୍ଡରେ 
ଅଷ୍ଟାଦଶ ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ନିରାକାର ନିରଞ୍ଜନ ନିଲୈପ ନିର୍ଗୁଣ 
ସଗୁଣରେ ଦାରୁବ୍ରହ୍ମ ରୂପେ ବିଦ୍ୟମାନ 
ନୀଳାଚଳେ ପ୍ରଭୁ ନିତ୍ୟ ଲୀଳା ବିସ୍ତାରିବ 
ଭକତ ଜନଙ୍କୁ ତୁମ୍ଭେ ମୁକ୍ତ କରିଦେବ । 
ଏଥରେ ଯଦି ଆପଣ ଦୟାସିନ୍ଧୁ ହେବେ 
ଅଭକ୍ତ ଜନେ ସଂସାରେ ଆଉ କି କରିବେ । 
ଦୟାସିନ୍ଧୁରୁ ଯେ ଦୟା ବିନ୍ଦୁ କରି ଦାନ 
ଅଭକ୍ତ ଜନମାନଙ୍କୁ ଜର ପରିତ୍ରାଣ | 
ଦୟାନିଧୂ ଏହି ନାମ ସାର୍ଥକ ହୋଇବ 
ଦୟାବିନ୍ଦୁ ହରିହର ପାଇ ଧନ୍ଯ ହେବ । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ସହସ୍ତାଶ୍ବମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ 
ଦାରୁମୂର୍ତ୍ତୀ ଆନୟନେ ନାମ 
ଅଷ୍ଟାଦଶୋଧ୍ୟାୟଃ । 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ