ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତୁ୍ଚତ୍ଵାରିଂଶୋଧ୍ୟାୟଃ


ଚତୁଷ୍ଚତ୍ଵାରିଂଶ ଅଧ୍ୟାୟ 

ଚାର କତ୍ମା ଏକ ବପ୍ରେ କରାଇ ଭୋଜନ । 
ଆନନ୍ଦରେ ପଚାରନ୍ତି ସର୍ବ ରଖିଗଣ 
ଏହିପରି ସମ୍ବସ୍ସର ବ୍ରତ ଉଦ୍ୟାପନ 
ଶୁଣିଲୁ ମୂର୍ଭି ପଞ୍ଜର ବ୍ରତର ବିଧାନ | 
ଯେ କରେ ତା ମନ ଅଭିଳାଷ ହୁଏ ପୂର୍ଵ ।! 
ସେ ବ୍ରତ ମହତୃ କର୍ଣ୍ଣେ ଶ୍ରବଣ କରିଲେ 
ଗୁଣ୍ଡିଚା ଉତ୍ସବ ଆଦି ଦ୍ଵାଦଶ ଉତ୍ସବ 
ପ୍ରମୋଦ ହୁଅଇ ଜାତ ହୃଦୟ କନ୍ଦରେ । 
ଦର୍ଶନରେ ଯେତେ ପୁଣ୍ୟ ଫଳ ଲାଭ ହେବା 
ମହାମୁନି ପୂର୍ବେ ବାରଯତ୍ରା କରିଥୁଲେ 
ଏକମାତ୍ର ଏହି ବ୍ରତ କଲେ ଅନୁଷ୍ଠାନ | 
ଦଶଯାତ୍ରା ଶ୍ରୀମୁଖରେ ବୁଝାଇ କହିଲେ । 
ସେ ସକଳ ପୁଣ୍ୟ ଲାଭ କରେ ସେହିଦିନ । 
ଯେଉଁଜନ କରେ ଏହି ବ୍ରତ ଅନୁଷ୍ଠାନ 
ତାକୁ ଅନୁଗ୍ରହ କରିଥାନ୍ତି ଭଗବାନ | 
ସାର୍ବଭୌମ ଚକ୍ରବର୍ଭୀ ଇନ୍ଦ୍ରତଵ ସହିତ 
ଅଣ୍ପୈଶ୍ଵର୍ଯ୍ୟ ଲାଭ କରେ ସନ୍ଦେହ ନାହିଁ ତ । 
ନାରଦ ମହର୍ଷି କରିଥିଲେ ଏହି ବ୍ରତ 
ଭକତିରେ କଲେ ଏହି ଯାତ୍ରା ଅନୁଷ୍ଠାନ 
ବାରବର୍ଷ କରି ହୋଇଛନ୍ତି ଜୀବନ୍ତ | 
ଦର୍ଶନ କଲେ ସନ୍ତୋଷ ହୋନ୍ତି ଭଗବାନ 
ପୂର୍ବେ ଆଉ କେତେ ଏହି ବ୍ରତ କରିଥିଲେ | 
ଦମନକ ତୃଣ ଜାତ କରିଛ ଶ୍ରବଣ 
ଏ ଧରା ମଣ୍ଡଳେ ଜୀବନ୍ଧକ୍ତ ହୋଇଥିଲେ ।। 
ଚେତ୍ରମାସ ଶୁକ୍ଟପକ୍ଷ ତ୍ରୟୋଦଶୀ ଦନ । 
ଅବଶିଷ୍ଟ ଦୁଇଗୋଟି କରନ୍ତୁ ପ୍ରକାଶ 
ପ୍ରଭୁଙ୍କ ଲୀଳା ଶ୍ରବଣେ ପୂରିବ ମାନସ 
ଜୈମିନି ମୁନି କହନ୍ତି ଶୁଣ ରଷିଗଣ 
ଦମନ ଭଞ୍ଜିକା ଯାତ୍ରା କରୁଛି ବର୍ଣ୍ଣନ । 
ପ୍ରଭୁଙ୍କର ସମ୍ମୁଖରେ ମଣ୍ଡପ କରିବ 
ମଣ୍ଡପ ଉପରେ ବାଲି ବିଛାଇଣ ଦେବ । 
ମୂଳ ଉପାଡ଼ି ଆଣିବ ଦମନକ ଘାସ 
ମଶ୍ଡପ ଚାରିଦିଗରେ ରୋପିବ ଅବଶ୍ୟ 
ମଣ୍ଡପ ମଧ୍ଯରେ ପଦ୍ଧମଣ୍ଡଳ କରିବ 
ଲକ୍ଷ୍ମୀ ସତ୍ୟଭାମା ବିଷ୍ଣୁ ମଣ୍ଡଳେ ପୂଜି 
ଦମନକ ଯାତ୍ରା କାଳ ଅଟଇ ନିଶୀଥ 
ସନ୍ତୋଷ ହୁଅଇ ଏହିକାଳେ ଜଗନ୍ନାଥ 
ଯେହେତୁ ପୂର୍ବକାଳରେ ପ୍ରଭୁ ଭଗବାନ ` 
ରାତ୍ରିରେ କରିଇ ଦମନାସୁରକୁ ନିଧନ 
ସେ କାଳେ ସନ୍ତୋଷ ହୋଇଥିଲେ ଜଗନ୍ନାଥ 
ଅସୁର ଦେହରୁ ତୃଣ ହୋଇଛି ସମ୍ଭୁତ 
ଚୈତ୍ରମାସ ଶୁକୃପକ୍ଷ ତ୍ରୟୋଦଶୀ ଦିନ 
ନିଶୀଥ କାଳରେ ହେଲା ଅସୁର ନିଧନ 
ସେ ଦୈତ୍ୟରୂପେ ଏହାକୁ ଭାବନା କରିବ 
କରଯୋଡ଼ି ପ୍ରଭୁଙ୍କୁ ଯେ ପ୍ରାର୍ଥନା କରିବ 
ହେ ପ୍ରଭୁ ପୂର୍ବକାଳରେ କରିଲ ସଂହାର 
ତିନି ଭୁବନ କଣ୍ଟକ ଦମନକାସୁର 
ସେ ଦାନବ ତୃଣ ଘାସରୂପେ ହୋଇ ଜାତ 
ଆପଣଙ୍କ ସମ୍ମୁଖରେ ଆର୍ସି ଉପସ୍ଥିତ 
ଯେପରି ସନ୍ତୋଷ ହେଲେ ଉପ୍ପତ୍ତି କାଳରେ 
ସେପରି ସନ୍ତୋଷ ହେବେ ଏ ତୃଣ ଭାଇ୍ଗିଲେ 
ଏହାକହି ପ୍ରଭୁଙ୍କର ହସ୍ତରେ ଅର୍ପଣ 
କରିଦେବ ଏକ ଗଛ ଦମନକ ତୃଣ 
ଏହାପରେ ନୃତ୍ୟ ଗୀତ ଆଦି କଉତୁକେ 
ରାତ୍ରିଯାପନ କରିବ ପରମ ଉତ୍ସୁକେ 
ଅନନ୍ତର ରାତ୍ରିଶେଷେ ଅରଣୁ ଉଇଁଲେ 
ଭିତରେ ପ୍ରତିମା ନେବ ତୁଣ ସହିତରେ 
ପ୍ରଭୁ ଜଗନ୍ନାଥଙ୍କର ନିକଟରେ ଦେବ 
ଯଥାବିଧୂ ଉପଚାରେ ପ୍ରଭୁଙ୍କୁ ପୂଜିବ 
ପୂଜାଶେଷେ ଏହିରୂପ ପ୍ରାର୍ଥନା କରିବ 
ପୂର୍ବେ ହରିଣ୍ୟକଶିପୁ ବିନାଶିଲ ଦେବ 
ତା ଦେହରେ ତନ୍ତିମାଳା କଣ୍ଡେ ଲମ୍ବାଇଣ 
ଯେପରି ମନେ ସନ୍ତୋଷ ହେଲେ ସେହିଦିନ 
ସେପରି ସନ୍ତୋଷ ହେବ ପ୍ରଭୁଙ୍କ ମନରେ 
ଏହି ଦମନକ ତୃଣ ଦେଉଛି ଶିରରେ 
ଗ୍ରହଣ କରନ୍ତୁ ଦୟାକରି ମୋ ଉପରେ: 
ସେ କାଳରେ ଯେ ମାନବ ଦରଶନ କରେ। 
ଭଗବାନଙ୍କର ପ୍ରୀତି ପ୍ରଫୁଲ୍ଲ ବଦନ 
ଏ ଭବ ସାଗରୁ ପାରି ହୁଏ ସେହି ଜନ 
ଅନୁପମ ସୁଖ ତାକୁ ହୁଅଇ ପ୍ରାପତ 
ଅନ୍ତକାଳେ ତାର ଜୀବ ହୁଅଇ ମୁକତ । 
ଭଗବାନଙ୍କର ମସ୍ତକରୁ ସେହି ତୃଣ 
ଆଣି ନିଜ ମସ୍ତକରେ ଯେ କରେ ଧାରଣ । 
ସର୍ବବିଧ ପାପରୁ ସେ ହୁଅଇ ମୁକତ 
ବିଷ୍ଣୁଲୋକେ ବାସ କରେ ସନ୍ଦେହ ନାହିଁ ତ। 
ଏହାପରେ କହୁଅଛି ମନଦେଇ ଶୁଣ 
ମୋକ୍ଷଦାୟିନୀ ଅକ୍ଷୟ ତୃତୀୟା ବିଧାନ । 
ବାସନା କଳୁଷ ଚିତ୍ତ ମୂଢ଼ ଜନଙ୍କର 
ଅନାୟାସେ ମୁକ୍ତି ଲାଭ ` ହେବ ଯେ ପ୍ରକାର । 
ବୈଶାଖ ଶୁକ ଦ୍ଵିତୀୟା ରାତ୍ର ଅର୍ଵକାଳେ 
ସୁଧାଲିପା ମନୋହର ବେଦିକା ଉପରେ । 
ରମଣୀୟ ଚନ୍ଦ୍ରାତାପ ଟାଣିବ ଉପରେ 
ଚତୁଷ୍ଠାର୍ଶ୍ଵ ସଜାଇବ ବିତାନ ମାଳାରେ । 
ସୁନ୍ଦର ରୂପେ ମଣ୍ଡପ ପ୍ରସ୍ତୁତ କରିଣ 
ଧୌତବସେ ଚତୁଷ୍ପାର୍୍ଵ କରି ଆଛାଦନ । 
ତା ମଧ୍ୟେ ରତ୍ନ ଖଚିତ ରମ୍ୟ ଭଦ୍ରାସନ 
ତା ଉପରେ ବିଛାଇବ ସୁନ୍ଦର ବସନ | 
ତଦୂପରି ସ୍ଵର୍ଣ୍ପାତୁ କରିବ ସ୍ଥାପନ 
ବସିବେ ପଶ୍ଚିମ ଦିଗେ ପୂଜିବ ବ୍ରାହ୍ମଣ । 
ବିଂଶପଳ ପରିମାଣ ଚନ୍ଦନ ଘଷିଣ 
ଅନ୍ୟ ଧାତୁ ପାତ୍ରରେ ଯେ କରିବ ସ୍ଥାପନ । 
ଷଟ୍ପଳ ଅଗୁରୁ ତାର ଅର୍ଵବେକ କୁଙ୍କୁମ 
କୁଙ୍କୁମରୁ ଅଧେ ଗୋରଚନା ମିଶାଇଣ  । 
ଗୋରଚନା ଯେତେ ତେତେ କସ୍ତୁରୀ କୂର୍ପର 
ପଞ୍ଚତୀର୍ଥ ଜଳେ ଆଣି ଗୋଳିବ ନିକର । 
ଦିପଳ ଅଗ୍ଲୁରୁତ ତୈଳ ମିଶାଇ ତହିଁରେ 
ଭରିବ ପୂର୍ବ ସ୍ଥାପିତ ସୁବର୍ଣ୍ଣ ପାତ୍ରରେ | 
ତାହାକୁ କେତକୀ ପତ୍ରେ କରି ଆଛାଦନ 
ନୀଳହସ୍ତେ ଯେ ପାତ୍ରକୁ କରିବ ବେଷ୍ଟନ । 
ସୋମମନ୍ତ୍ର ପାଠ କରି ଗରୁଡ଼ ମୁଦ୍ରାରେ 
ସେ ପତ୍ର ରକ୍ଷା କରିବ ଯଥା ବିଧାନରେ 
ମଣ୍ଡଳରେ ଗନ୍ଧ ଦ୍ରବ୍ୟ କରିଣ ସ୍ଥାପନ 
ଏ ରୂପେ କରିବ ଅଧୁବାସ ସମ୍ପାଦନ 
ଅରୁଣୋଦୟ ହୁଅନ୍ତେ ସେ ଦ୍ରବ୍ୟ ସକଳ 
ନିକଟକୁ ନେଇଯିବ ଜଗନ୍ନାଥଙ୍କର | 
ନେଲାବେଳେ ଚକ୍ରଧରି ସହର ଭ୍ରମଣ 
କରାଇବ ଶଙ୍ଖଧ୍ବନି ଚାମର ବ୍ୟଜନ 
ଜଗନ୍ନାଥଙ୍କ ସମ୍ମୁଖେ କଉିଣ ସ୍ଥାପନ 
କରିବ ଯଥା ବିଧାନେ ପ୍ରଭୁଙ୍କ ଅର୍୍ଚନ । 
ଗନ୍ଧ ପାତ୍ରରେ ବେଷ୍ଟିତ ବସ୍ତ ଉଦ୍‌ଘାଟନ 
ଦିବ୍ୟ ଦୃଷ୍ଟିରେ ଚନ୍ଦନ କରିବ କ୍ଷଣ 
ପ୍ରୋକ୍ଷଣାଦି କ୍ରିୟା ମନ୍ତ୍ରରାଜ ପାଠ କରି 
ଗନ୍ଧ ପୁଷ୍ଠାକ୍ଷତେ ଦ୍ରବ୍ଯ ଅରଚନ କରି 
ଶ୍ରୀସୂକ୍ତାଦି ମନ୍ତ୍ରମାନ କରିଣ ଗଠନ 
ପ୍ରଭୁଙ୍କ ସର୍ବାଙ୍ଗ ଗନ୍ଧ କରିଣ ଲେପନ 
ସୁକ୍ତ ଉପନିଷଦାଦି ପଠନ କରିଣ 
ସୁତି କରିବେ ଏକାଳେ ପଣ୍ତିତ ବ୍ରାହ୍ମଣ 
ସେହିସ୍କାନେ ଉପସ୍ଥିତ ବଇଷ୍ଣଠବଗଣ 
ଜୟଧ୍ବନି ସହ ନାମ କରିବେ କୀରଉଁନ 
ତୃତୀୟ ତିଥ୍‌ରେ ଆଦ୍ୟଭାଗେ ଏହିପରି 
ପ୍ରଭୁଙ୍କ ଅଙ୍ଗେ ଚନ୍ଦନ ବିଲୋପନ କରି 
ବେଣୁ ବୀଣା ଆଦି ବାଦ୍ୟ ସହ ନୃତ୍ୟ ଗୀତ 
ଛତ୍ର ଚାମରାଦି ଉପଚାର ଯଥୋଚିତ 
ଦେବ ଜଗନ୍ନାଥଙ୍କର ସନ୍ତୋଷ ବିଧାନ 
କରାଇବ ପଦ୍ଧ ପାଦେ ପ୍ରଣାମ କରିଣ 
ଅକ୍ଷୟ ତୃତୀୟା ତିଥି ପ୍ରଥମ ଭାଗରେ 
ଏ ରୂପରେ ବିଲେପନ କରିବ ଭକ୍ତିରେ 
ଯାହାର ସ୍କରଣ କଲେ ପ୍ରାଣୀମାନଙ୍କର 
ଆଧ୍ୟାମ୍ପିକ ଆଦି ପାପ ହୋଇଥାଏ ଦୂର 
ଅକ୍ଷୟ ତୃତୀୟା ଦିନ କରିଲେ ଦର୍ଶନ 
ତ୍ରିତାପ ନାଶ ହୋଇବ ଆଶ୍ଚର୍ଯ୍ୟ କ୍ରମେଣ 
ପ୍ରକୃତରେ ସର୍ବକାଳେ ସକଳ ପ୍ରକାରେ 
ପ୍ରଭୁଙ୍କ ମହିମା ବୁଝି ନ ହୁଏ ମନରେ 
ଏହାପରେ ସୁକ୍ଷ୍ମ ବସ୍ତ ମାଲ୍ୟାଦି ଦେଇଣ 
ଗବ୍ୟଘ୍ୂତେ ପାକ କରି ପିଷ୍ଟକାଦି ମାନ 
ଭକ୍ଷ୍ଯ ଭୋଜ୍ୟ ପେୟ ଦ୍ରବ୍ୟ କରିବ ଭୋଜନ 
କର୍ପୁର ଦେଇ ତାମଭଳ କରି ସମର୍ପଣ 
ସେ କାଳେ ଯେ ଜନ କରେ ପ୍ରଭୁଙ୍କୁ ଦର୍ଶନ 
ଶତକୋଟି କଳେ ସେହି ନ ହୁଏ ଜନମ । 
ବିଷ୍ଣୁଙ୍କ ସ୍ଵରୂପ ସେହି ଲାଭ କରେ ଜନ 
ବୈକୁଣ୍ଠରେ ବାସ. କରେ ନ ହୁଏ ପତନ । 
ଏକଳି କାଳରେ ଜନଙ୍କର ଅଧୋଗତି 
ନୟନେ ଦେଖୁଲେ ପୂର୍ବେ ଦକ୍ଷ ପ୍ରଜାପତି । 
ସର୍ବଦା ହୁଅନ୍ତି ପ୍ରପୀଡ଼ିତ ତ୍ରିତାପରେ 
ତେଣୁ ଉପସ୍ଥିତ ହେଲେ ଦକ୍ଷ ଶ୍ରୀକ୍ଷେତୂରେ । 
ଯେ ରୂପେ କ୍ଷେତ୍ର ମହିମା ପ୍ରକାଶ କରିଲେ 
ରଷିଗଣ ପୂର୍ବେ ତାହା କହିଅଛୁ ଭଲେ । 
ଦକ୍ଷ ପ୍ରଜାପିତି ଜଗନ୍ନାଥଙ୍କ ଅଙ୍ଗରେ 
ଚନ୍ଦନ ଲେପିଲେ ଏହି ତୃତୀୟା ତିଥ୍‌ରେ । 
ପ୍ରଭୁଙ୍କୁ ‹ ସେ ରୂପେ ସ୍ତୁତି ସେ କାଳେ କରିଲେ 
! | କହୁଅଛି ରଖିଗଣ ଶୁଣନ୍ତୁ  ଗଦ୍ଧାରେ | 
ଦେବ ଦେବ ଜଗନ୍ନାଥ ନିର୍ମଳ ଶରୀର 
ଅନନ୍ଦମୟ ସ୍ଵରୂପ ପରମ ଇଶ୍ଵର | 
ସଂସାର ସାଗର ମଗ୍ନ ଜନମାନଙ୍କର 
ପରିତ୍ରାଣ କରଉାଁ ଅଟ ମୋତେ ରକ୍ଷାକର । 
ହେ ନୀଳମାଧବ ବେଗେ ହୁଅନ୍ତୁ ସଦୟ 
ସଂସାର ତାପେ ତାପିତ ଶୁଷ୍ଠ ତୃଣ ପ୍ରାୟ । 
ଏ ବିଶ୍ଵଜନମାନଙ୍କୁ କରୁଣା କରନ୍ତୁ 
ଅମ୍ପତ ଦୃଷ୍ଟିରେ ଚାହିଁ ଦୁଃଖ ବିନାଶକତୁ । 
ହେ ଅଖୁଳ ଜଗତପ୍ବରି ଶ୍ରନ୍ୟରୁ ସମ୍ଭୁତ 
ଜୀବମାନଙ୍କ ଉଦ୍ଧାର କରିବା ନିମିତ | 
ଏ ନୀଳାଚଳ ଗୁହାରେ ହେଲା ଅବତୀର୍ଣ୍ଣ 
ଆପଣଙ୍କ ପଦ୍ଧପାଦେ କରୁଛି ପ୍ରଣାମ | 
ବହୁ କଳ୍ରରୁ ମୋ ପାପ ହୋଇଛି ବର୍ବିତ 
ତା ମୂଳ ଉପାଡ଼ିବାକୁ ଆପଣ ସମର୍ଥ | 
ତୁମ୍ଭର ଦର୍ଶନ ମିଳେ ଯୋଗ ସିଦ୍ଧି ହେଲେ 
ଅଷ୍ଟାଙ୍ଗ ଯୋଗରେ ସିଦ୍ଧି ହୁଅଇ ଶରୀରେ । 
ତେଣୁ ଯୋଗ ସାଧନରେ ନବଳଇ ଚିତ୍ତ 
କିପରି ଆପଣଙ୍କର ପାଇବି ସାକ୍ଷାତ | 
ତୁମ୍ଭର ଦର୍ଶନ ଚତୁର୍ବର୍ଗର କାରଣ 
ଏ ମହାଯୋଗରେ ଶ୍ରଦ୍ଧା ହୁଏ ଯାର ମନ । 
ସେ ମହାଜନ ଏ ଭବ ଅରଣ୍ୟ ମଧ୍ୟରେ 
ଶୋକ ନ କରଇ ଆଉ କୌଣସି କାଳରେ । 
ତବ କର୍ମ ବିନା ପ୍ରଭୁ ଜ୍ଞାନ ନୂହେଁ ଜାତ 
ବିନା ଜ୍ଞାନେ ପରମାତ୍ମା ନୂହଇ ବିଦିତ । 
ଆପଣଙ୍କ ଶ୍ରୀଚରଣ କରିଲେ ଦର୍ଶନ 
| ବିନାଯୋଗେ ସ୍ଵରୂପକୁ ଲଭଇ ସେ ଜନ । 
ହେ କୃଷ୍ଣ ଆପଣ ମୋତେ ହୁଅନ୍ତୁ ପ୍ରସନ୍ଧ 
ଅତି ଦୀନ ମୂଢ଼ ହତଜ୍ଞାନ ଜୀବଗଣ 
ଏମାନଙ୍କ ପ୍ରତି ଦୟା କରନ୍ତୁ ପ୍ରକାଶ 
ହେ ଲଶାନ ହେ ଅକ୍ଷୟ ଅବ୍ୟୟ ପୁରୁଷ । 
ହେ ଇଶ ପ୍ରସନ୍ନ ହୁଅ ବୋଲି ଜଣାଇଲେ 
ଦକ୍ଷ ପ୍ରଜାପତି ଏହିରୂପେ ସ୍ତୁତି କଲେ । 
ଭଗବାନଙ୍କର ପାଦପଦ୍ଦେ ଦଣ୍ଡବତ 
ପ୍ରଣାମ କରିବେ ଭୂତଳରେ ପ୍ରଜାନାଥ । 
ଅନନ୍ତର ଭଗବାନ ମଧୁର ସ୍ଵରରେ 
ବଚନ କହିଲେ ପ୍ରଜାପତିଙ୍କ ସେ କାଳେ । 
ହେ ବସ ଉଠ ତୁମ୍ଭର ପ୍ରାର୍ଥିତ ବିଷୟ 
ତୁମ୍ଭଙ୍କୁ ଦାନ କରିବୁ ଏକଥା ନିଶ୍ଚୟ ` । 
ଏ ଯେଉଁ ଦୁର୍ଲଭ ବର ପ୍ରାର୍ଥନା କରିଲ 
ଆମ୍ଭ ଅନୁଗ୍ରହେ ତାହା ହୋଇବ ସଫଳ 
ବସ୍ସ ତୁମ୍ଭେ ଜାଣିଅଛ ପୁଣ୍ୟ ହୀନ ଜନ 
ଅନୁଗ୍ରହ ପାଇବାକୁ ନ ହେବ ଭାଳନ 
ଆମ୍ଭର ଦେହ ସ୍ଵରୂପ ଚତୁର ଆନନ 
ତାଙ୍କଠାରୁ ତୁମ୍ଭେ ପରା ହୋଇଅଛ ଜନ୍ମ 
ଚନ୍ଦନ ଉତ୍ସବ କଲ ହୋଇଲୁ ସନ୍ତୋଷ 
ଆମ୍ଭ ନିକଟେ ପ୍ରାର୍ଥନା କରୁଛୁ ଅବଶ୍ଯ 
ନିଶ୍ଚୟ ସେହି ପ୍ରାର୍ଥନା କରିବୁ ପୁରଣ 
ପ୍ରଜାପତି ଏହିକଥା ରଖୁଥାଅ ମନି 
ଯେ ଜନ ଅକ୍ଷୟ ଯାତ୍ରା କରିବ ଦର୍ଶନ' 
ତାହାର ସକଳ ମନୋବାଞ୍ଚା ହେବ ପୂର୍ଣ୍ 
ନିଜ ଦେହରେ ଚନ୍ଦନ କରିଲେ ଲେପନ 
ଦେହର ସନ୍ତାପ ନାଶ ହୁଏ ତତକ୍ଷଣ 
ସେହିପରି ଏ ଉତ୍ସବ ଯେ କରେ ଦର୍ଶନ 
ସେ ଜନର ନାଶ ହୁଏ ତାପ ତ୍ରୟମାନ 
ହେ ବସ୍ପ ତୁମ୍ଭ ମନରେ ଜନ୍ମାଇଲୁ ଭାବ 
ତେଣୁ ତୁମ୍ଭେ କରିଅଛ ଚନ୍ଦନ ଉତ୍ସବ 
ଦୀନଜନମାନଙ୍କର ଉଦ୍ଧାର କାରଣ 
ଏ ଯେଉଁ ସଂକଳ୍ପ ତୁମ୍ଭ ମନେ ହେଲା ଜନ୍ମ । 
ପ୍ରଜାପତି ତୁମ୍ଭର ଏ ମନୋବାଞ୍ା ପୂର୍ଣ 
ନିଶ୍ଚୟ କରିବୁ ମନେ ସନ୍ଦେହ ନ ମଣ । 
ହେ ବସ ଗୁଣ୍ଡିଚାଠାରୁ ଦ୍ଵାଦଶ ପ୍ରକାର 
ମହାଯତ୍ରା ପ୍ରତ୍ୟେକଟି ପବିତ୍ରତା କର 
ପ୍ରତିଯତ୍ରା ଦର୍ଶନରେ ମୁକତି ମିଳଇ 
ଧର୍ମମାର୍ଥ କାମ ତ୍ରିବର୍ଗ ପ୍ରଦାନ କରଇ 
ଦ୍ଵାଦଶ ଯାତ୍ରାରୁ ଏକମାତ୍ର ଯେଉଁ ଜନ 
ଆନନ୍ଦ ମନେ ଭକ୍ତିରେ କରିବ ଦର୍ଶନ 
ଏକଯାତ୍ରା ଦର୍ଶନର ଫଳେ ସେହି ଜନ 
ଭୁତଳରୁ ବୈକୁଣ୍ଠକୁ କରଇ ଗମନ | 
ଏହାକହି ଜଗନ୍ନାଥ ହେଲେ ଅନ୍ତର୍ବାନ 
ପ୍ରଜାପତି ନୀଳାଚଳେ କଲେ ତବସ୍କାନ । 
ବର୍ଷେକାଳ ରହି ଯାତ୍ରା ସକଳ ଦେଖୁଲେ 
କେତେକାଳ ପରେକୋସବଂଶେ ଜନ୍ମ ହେଲେ । 
ବ୍ରାହ୍ମଣ ରୂପରେ ବୁଲି କରିଲେ ପ୍ରଚାର 
ଜଗନ୍ନାଥଙ୍କର ଯତ୍ରା ଦ୍ଵାଦଶ ପ୍ରକାର | 
ଯାତ୍ରା ଉତ୍ସବ ଯେପରି ବର୍ଣ୍ଣନ ହୋଇଛି 
ଅଳ୍ଚ ବୃଦ୍ଧ ଜନ ମଧ୍ୟ ବିଶ୍ଵାସ କରୁଛି 
ଜଗଦ୍ଗୁରୁ ଜଗନ୍ନାଥ ଚତୁର ଆନ୍ଵନ 
ଲୋକହିତ ଅଥୈ କରିଛନ୍ତି ସମର୍ଥନ 
ଯେ କୌଣସି ସମୟରେ ପ୍ରଭୁଙ୍କୁ ଦର୍ଶନ 
ଯେ କରେ ତାକୁ ଦିଅନ୍ତି ପ୍ରଭୁ ମୁକ୍ତି ଦାନ । 
ଯାତ୍ରା ଉତ୍ସବ ଯେ ଜନ କରେ ଅନୁଷ୍ଠାନ 
ସେ ଜନର ମନୋବାଞ୍ଚା ହୋଇଥାଏ ପୂର୍ଣ୍ଣ । 
ମୁନିଗଣ ଶୁଣି ଯାର କଲେ ଦରଶନ 
ଭବସାଗର ଦୁଃଖରୁ ମିଳେ ପରିତ୍ରାଣ | 
ତ୍ରିକାଳରେ ମିଥ୍ୟା ନୁହେଁ ଯାହାର ବଚନ 
ସେ ପ୍ରଭୁ କରନ୍ତି ନୀଳାଚଳେ ଅବସ୍ଥାନ । 
ଏଣୁ ବହୁବିଧ ବ୍ରତ ତପସ୍ୟା ଦାନରେ 
ତୀଥଯାତ୍ରା ଯଜ୍ଞ ଆଉ ଯୋଗ ସାଧନରେ । 
କିଛି ପ୍ରୟୋଜନ ନାହିଁ ମୁକତି ନିମିତ୍ତ 
ପୁରୁଷୋତ୍ତମ କ୍ଷେତ୍ରରେ ହୋଇ ଉପସ୍ଥିତ । 
ତୀଥ୍ଥରାଜା ଜଳେ ସ୍କାନ କରି-ବଟମୂଳେ 
ଦାରୁ ବ୍ରହ୍ମକୁ ଦର୍ଶନ ଯେଉଁ ଜନକରୈ । 
ସେ ଜନର ଚର୍ମ ଚକ୍ଷୁ ହୁଅଇ ପବିତ୍ର 
ଭବ ବନ୍ଧନରୁ ସେହି ହୋଇଥାଏ ମୁକ୍ତ 
ସ୍ନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଚାରି ଚାରି ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ଜୟ ଜୟ ଜଗନ୍ନାଥ ଜୟ ବଳରାମ 
ଜୟମା ସୁଭଦ୍ରା ଦେବୀ କରୁଛି ପ୍ରଣାମ । 
ବର୍ଷ ମଧ୍ୟେ ବାରଯାତ୍ରା ଯେ କରେ ଦର୍ଶନ 
ସୁଖ ଭୋଗ କରିଯାଏ ବୈକୁଣ୍ଠ ଭୁବନ | 
ଯାତ୍ରା ଦେଖୁ ଯିବାପାଇଁ ଦେହେ ନାହିଁ ବଳ 
କେଉଁଠାରୁ ପାଇବି ମୁଁ ସେହି ମୁକ୍ତିଫଳ । 
ଏକଳି କାଳରେ ନାମ କରିଲେ କୀର୍ଉନ 
ଚତୁର୍ବର୍ଗ ପ୍ରାପ୍ତ ହୁଏ ଏ ଶାସ୍ତ ବଚନ । 
ଉତ୍ସବ କାଳରେ ନାମ କରିଲେ କୀର୍ଉଁନ 
| | ଦୀନ ହରିହର ମାଗେ ପ୍ରଭୁଙ୍କ ଚରଣ । 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେ 
ଚନ୍ଦନ ଯାତ୍ରା ବର୍ଣଣନେ ନାମ 
ଚତୁ୍ଚତ୍ଵାରିଂଶୋଧ୍ୟାୟଃ । 



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.


Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ