ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦ୍ଵିପଞ୍ଚାଶତୋଧ୍ୟାୟଃ


ଦ୍ଵିପଞ୍ଚାଶତ ଅଧ୍ୟାୟ 
ଜୈମିନି କହନ୍ତି ବସ ¦ ଶୁଣ ସୁଚିତ୍ତରେ 
ମାଘ ପୂର୍ଣ୍ିମା ଦିନରେ ରବିବାର ହେଲେ । 
ଶୋଭନ ନାମରେ ଯୋଗ ମଘା ନକ୍ଷତ୍ରରେ 
ଚନ୍ଦ୍ର ଗମନ କରିବେ ଧନିଷ୍ଠା ମୂଳାରେ । 
ଗୁରୁ ଥିବେ ମୀନ ଧନୁ ସିଂହ କର୍କଟରେ 
ମହା ମାଘୀ ନାମେ ଯୋଗ ଦୁର୍ନଲଭ ସଂସାରେ । 
ମୁହୁ୍େ ଯଦି ଏ ଯୋଗ ହୁଏ ଉପସ୍ଥିତ 
ସେହିକାଳେ ପିତୃଗଣ ହୁଅନ୍ତି ମୁକତ | 
ପିତୃଗଣଙ୍କର ମୁକ୍ତ ହୋଇବା ନିମିତ୍ତ 
ପ୍ରତ୍ୟେକ ବ୍ୟକ୍ତିର ଶ୍ରାଦ୍ଧ କରିବା ଉଚିତ । 
ଏ ଦିନ ଯେ କରେ ଗୟାକ୍ଷେତ୍ରେ ପିଣ୍ଡ ଦାନ 
ନର୍କରୁ ସ୍ବର୍ଗକୁ ଯାନ୍ତି ତାର ପିତୂଗଣ | 
ଯଦିଚ ସ୍ଵର୍ଗରେ ପିତୃଗଣ ରହିଥାନ୍ତି 
ବହୁ କାଳଯାଏ ସ୍ଵର୍ଗେ ଆନନ୍ଦେ ରହନ୍ତି । 
ମହାମାରୀ ପୂର୍ଣ୍ଣିମାରେ ପୁରୁଷୋତ୍ତମରେ 
ଏକା ଗ୍ରସନେ ସମୁଦ୍ର ଜଳେ ସ୍ଵାନ କଲେ 
ପିତୃଗଣଙ୍କ ଉଦ୍ଦେଷ୍ୟେ ତିଳ ତରପଣ 
କିମ୍ବା ଅପର ବ୍ୟକ୍ତିଙ୍କ ନାମ ଉଚ୍ଚାରିଣ 
ସ୍ଵର୍ଗରେ ଥୁଲେ ବା ନରକରେ ପିତ୍ୃଗଣ 
ସେହିକାଳେ ବ୍ରହ୍ମଲୋକେ କରନ୍ତି ଗମନ 
ଏ ହେତୁ ଏ ଯୋଗେ ପତି ପବିତ୍ର ଦୁର୍ଳଲଭ 
ହେ ବସ ! କଦାପି ମନେ ବିସୃତ ନ ହେବ 
ଦେବତାମାନଙ୍କଠାରୁ କରି ବର ଲାଭ 
ଗୟା ଶିର ପବିତ୍ରତା ହୋଇଛି ସମ୍ଭବ 
ଯାର ସଂସର୍ଗରୁ ଅନ୍ୟ ପୁଣ୍ୟ କ୍ଷେତ୍ରମାନ 
ଜନମାନଙ୍କୁ ପବିତ୍ର କରିବାକୁ କ୍ଷମ 
ସେହି ଦେବଙ୍କର ଦେହ ସମାନ ଏ କ୍ଷେତ୍ର 
ପୁରୁଷୋତ୍ତମ ନାମରେ ଅଟଇ ପବିତ୍ର. 
ଯେଉଁ ପୁତ୍ରଗଣ ଏହି ପୁରୁଷୋତ୍ତମରେ 
ପିଣ୍ଡଦାନ କରିଥାନ୍ତି ଶ୍ରଦ୍ଧା ସହିତରେ 
ତାହାଙ୍କର ପିତ୍ସଗଣ ମୁକ୍ତ ହୋଇଯାନ୍ତି 
ହେ ବସ ମନରେ ଆଉ କର ନାହି ଭ୍ରାନ୍ତି 
ପିତୃଗଣଙ୍କ ଉଦ୍ଦେଷ୍ୟେ ବହୁବିଧ ଦାନ 
ପୁରୁଷୋଉମରେ ଦିଏ ଶ୍ରଦ୍ଧାରେ ଯେ ଜନ । 
ପିତୃଗଣଙ୍କ ସହିତ ଦାତାକୁ ମୁକତି 
ପ୍ରଦାନ କରନ୍ତି ସ୍ଵୟଂ ଦେବ ଲକ୍ଷ୍ମୀପତି 
ସାଗର ଜଳରେ ପାକ କଲେ ଶ୍ରାଦ୍ଧ ଅନ୍ଧ 
ଭଗବାନଙ୍କୁ ସେ ଜଳେ କରିଲେ ଅର୍ଚ୍ଚନ । 
କୋଟି କୋଟି ଗୁଣ ଫଳ ଲଭଇ ନିଶ୍ଚୟ 
ମହାମାରୀ ପୂର୍ଣ୍ଣିମାରେ ନ କର ସଂଶୟ । 
ଅନ୍ୟ ସମୟରେ ମହୋଦଧ୍‌ୂ ଜଳେ ସ୍ଵାନ 
କରିବ ତର୍ପଣ ଭଗବାନଙ୍କୁ ଅର୍୍ଚନ 
ଗଙ୍ଗାଜଳେ ସ୍ଵାନ ବିଷ୍ଣୁ ପାଦୋଦକ ପାନ 
କରିଲେ ହୁଅଇ ଯେତେ ପୁଣ୍ୟ ଅରଜନ । 
ଏକମାତ୍ର ସିନ୍ଧୁଜଳ ଯେ କରଇ ପାନ 
ତାହାର ତ ପୁଣ୍ୟ କେତେ ନ ହୁଏ ଗଣନ । 
କୋଟି ଅଶ୍ଵମେଧ ଯାଗେ ଅବଭୂଥ ସ୍ବାନ 
ଯେ ଜନ କରେ ତାହାର ହୁଏ ଯେତେ ପୂଣ୍ୟ । 
ଏକମାତ୍ର ସିନ୍ଧୁଜଳେ ଯେ କରଲ ସ୍ଵାନ 
ହରିଙ୍କର ଅନୁଗ୍ରହେ ଲଭେ ସେହି ପୁଣ୍ୟ । 
ଯେ ଜନ ଭକ୍ତିରେ କରେ ସିନ୍ଧୁଜଳେ ସ୍ଵାନ 
ଦେବତା ପିତୃଙ୍କୁ କରେ ବିଧ୍ବରେ ତର୍ପଣ । 
ହବିଷ୍ୟାନ୍ସ ଦ୍ଵାରା କରେ ଶ୍ରାଦ୍ଧ ପିଣ୍ଡଦାନ 
ଶ୍ରୀ ଜଗନ୍ନାଥଙ୍କ କରେ ଦର୍ଶନ ଅର୍୍ଚନ । 
ଦାନ ଯୋଗ୍ୟ ଦ୍ରବ୍ୟମାନ ବିପ୍ରଙ୍କୁ ଦିଅଇ 
ଯେ ଜନ ଏ କାର୍ଯ୍ୟମାନ ଶ୍ରଦ୍ଧାରେ କରଇ | 
ମାତୃ କୁଳ ପିତୃକୁଳ ଶ୍ଵଶୁର କୁଳର 
ଶତେ ପୁରୁଷଙ୍କ କରେ ସଂସାରୁ ଉଦ୍ଧାର । 
ପିତ୍ଧ ପୁରୁଷଙ୍କ ସଙ୍ଗେ ବ୍ରହ୍ମେ ହୁଏ ଲୀନ 
ଏହି ହେତୁ ମହାମାରୀ ପୂର୍ଣ୍ଣିମା ପ୍ରଧାନ । 
ମହାମାଘୀ ପୂର୍ଣ୍ଣିମାରେ ପୁରିଷୋତଉମରେ 
ଯେ ପୁତ୍ର ଶ୍ରାଦ୍ଧ ତର୍ପଣ ଶ୍ରଦ୍ଧାସହ କରେ । 
ତିନିକୁଳ ପିତ୍ସଙ୍କର ସୌଭାଗ୍ୟ ବଳରେ 
ଇିଦୂୃଶ ପୁତ୍ର ଜନନୀ ପ୍ରସବ ଯେ କରେ । 
ଏ ଯୋଗେ ପୁରୁଷୋତ୍ତମେ ଶ୍ରାଦ୍ଧ ଯେହୁ କରେ 
ତାହାର ଜୀବନ ଧନ୍ୟ ହୁଏ ସଂସାରରେ । 
ଶ୍ରାଦ୍ଧ ନିମିତ୍ତ କ୍ଷେତ୍ରକୁ କରନ୍ତେ ଗମନ 
| | ପକ୍ଷୀଜନ୍ନ ହୋଇଥଲେ ତାର ପିତୃଗଣ । 
ତାର ପାଦରେଣୁ ଯୋଗେ ଉନ୍ନତି ଲଭନ୍ତି 
ଯେବେ ନୀଚକୁୂଳେ ପିତ୍ସ ଜନ୍ମ ହୋଇଥାନ୍ତି । 
ତେବେ ସେହି ପିତୃଗଣ ଆନନ୍ଦ ମନରେ 
ତାର ଆଗେ ପଛେ ଆଉ ଉଭୟ ପାର୍ଶ୍ବରେ । 
କ୍ଷେତ୍ରକୁ ଯେ ତାରସଙ୍ଗେ କରନ୍ତି ଗମନ 
ମହାମାଘୀ ଯୋଗ କଥା ଶ୍ରଦ୍ଧାମନେ ଶୁଣ । 
ବ୍ରହ୍ମାଙ୍କଠାରୁ ଆରମ୍ଭି ଏ ତିନି କୂଳରେ 
ଯେ ପୂତ୍ର ଶୀକ୍ଷେତ୍ରେ ଯାଏ ଏ ମାଘୀ ଯୋଗରେ । 
¡ସେ ଏକ ଯଥାର୍ଥ ପୁତ ପୁରୁଷୋତ୍ତମରେ 
ଦୁର୍ଲଭ ଏ ଯୋଗ ହୁଏ ସହସ୍ର ବର୍ଷରେ । 
ହେ ବସ୍ସ ! ଏ ମହାଯୋଗ ଅତୀନ୍ତ ଦୂର୍ଲ୍ଭ | 
ଆମ୍ଭେମାନେ ଭୋଗ କରୁ ନକର ଯାତନା 
ଅଳ୍ପ ପୁଣ୍ୟକାରୀ ଜନ କେବେ ନ ପାଇବ । |
 ଗୟାଶିରେ ପିଣ୍ଡ ଦେଲେ ମୁକ୍ତ ହେବୁ ସିନା । 
ଏ ଯୋଗ ପାଇବ ଯାର ଭାଗ୍ୟବଳ ଥିବ 
କଦାଚ ସେ କାଳେ ବିତ୍ତଶାଠ୍ୟ ନ କରିବ । 
ଯେଣୁ ମାନବର ଧନ ଶରୀର ଅସ୍ଥିର 
ଯଦ୍ୟପି ସେ ଧନ ଦିଆଯିବ ବିପ୍ରକର 
ସେହି ଧନ କୋଟିଗୁଣେ ହୁଅଇ ବର୍ବିତ 
ହେ ବସ ! କର୍ଣ୍ଡେ ଶୁଣିଲ କହୁଅଛି ସତ୍ୟ 
ସକାମରେ ହେଉ ଅବା ନିଷ୍ମାମ ଭାବରେ 
ଯେଉଁ ଜନ କିଛି ଧନ ତହିଁ ଦାନ କରେ 
ସେ ଜନ ନିଶ୍ଚୟ ଲାଭ କରିବ ମୁକତି 
ବେଦାନ୍ତ ମତରେ ତତ୍ତଜ୍ଞାନ ଲାଭେ ମୁକ୍ତି 
ସେ କାଳରେ ମନ୍ତ୍ର ଜପ ଯେଉଁଜନ କରେ 
ତାର ମନ୍ତ୍ର ସିଵ୍ିି ହୋଇଥାଏ ସେ କାଳରେ । 
ଜଗନ୍ନାଥ ମହାପ୍ରଭୁ ହୁଅନ୍ତି ପ୍ରସନ୍ନ 
ଜପକର ମନସ୍ତାମ କରନ୍ତି ପୂରଣ 
ଆଉ କି ଅଧ୍ବକ ସେହିସ୍ଥାନେ ସେ କାଳରେ 
କରେ କିଛି ପୁଣ୍ୟ କାଯ୍ୟ ଫଳ ଦାନ କରେ । 
ସମୁଦ୍ରର ଜଳେ ସ୍କାନ କଲେ ଏ ସମୟେ 
ଦୁରାରୋଗ୍ୟ ବ୍ୟାଧ୍ବ ପୀଡ଼ାରୁ ସେ ମୁକ୍ତ ହୁଏ । 
ପାପ କ୍ଷୟ ଅର୍ଥେ ଯେବେ ଜଳେ କରେ ସ୍ଵାନ 
ତାହାର ପାପ ସକଳ ଜଳେ ହୁଏ ଲୀନ । 
ଏହି ହେତୁ ଏହିଯୋଗ ଅତୀବ ଦୁର୍ଲଭ 
ମନେ ସଂଶୟ ନ କର ନୂହେଁ ଅସମ୍ଭବ 
ଜୁଳନ୍ତ ଅଗ୍ନି ଯେପରି ତୁଳା ଭସ୍ମ କରେ 
ପାପରାଶି ଭସ୍ପ ହୋଇଯାଏ ସେ ପ୍ରକାରେ । 
ମହାମାଘୀ ଯୋଗେ ସିନ୍ଧୁଜଳେ କଲେ ସ୍ଵାନ 
ସକଳ ପାତକରାଶି ହୂଅଇ କ୍ଷାଳନ 
ମହାମାରୀ ସ୍ଵାନଯୋଗେ ପୁରଷୋତ୍ତମରେ 
ପାପରାଶି ଦୂର ହୁଏ ଯଦି ସ୍କାନ କରେ 
ସେହି ସକଳି ବୃତ୍ତାନ୍ତ କହିଲୁ ବୁଝାଇ 
ଦୃଷ୍ଟାନ୍ତ ଏକ କହୁଛି ଶୁଣ ମନଦେଇ 
ପାଷାଣ୍ଡ ଦ୍ରିଜଙ୍କ କୁଳେ ଧର୍ମ ପରାୟଣ 
ଦୃଢ଼ ବ୍ରତ ବିଷ୍ଣୁଭକ୍ତ ହୋଇଲେ ଜନମ 
ଏକଦା ନରକବାସୀ ତାର ପିତୃଗଣ 
ଯେ ପିତୃ ପକ୍ଷୀ କୂଳରେ ହୋଇଲେକ ଜନ୍ମ 
ଏ ସକଳେ ମେଳି ହୋଇ ଏକ ସମୟରେ 
ଉପସ୍ଥିତ ହେଲେ ବିଷୁଭକ୍ତ ନିକଟରେ 
କହିଲେ ହେ ସ୍ବେହାସ୍ସଦ ପୁତ୍ର ଏ କୂଳରେ 
ଆମ୍ଭେମାନେ ମୋହ ହୋଇ ଆଚାର ଛାଡ଼ିଲୁ 
ଦାରୁଣ ଦୁଃଖ ଦୁର୍ବଶା ଆସି ଭୋଗ କଲୁ । 
ଆମ୍ଭମାନଙ୍କ ହୃଦୟ ତମୋଗୁଣେ ପୂର୍ଣ 
ଦିନେ ଜଗନ୍ନାଥଙ୍କୁ ଯେ ନ କଲୁ ଅର୍ଚନ । 
ଧର୍ମକାର୍ଯ୍ୟ କରୁଥିବା ସାଧୁମାନଙ୍କର 
କାର୍ଯ୍ୟରେ ବିଘ୍ୁ କରିବା କରଉଁବ୍ୟ ଆମ୍ଭର । 
ଏକ୍ଷଣେ ନ ଜାଣୁ ଆମ୍ଭେ ଆମ୍ଭର କି ଗତି 
କି ରୂପେ ଦୂଃଖାବର୍ଣ୍ରୁ ହୋଇବୁ ମୁକତି । 
ହେ ବସ୍ସ ଏକଥା ଶୁଣିଅଛି ଆମ୍ଭ କର୍ଣ୍ଣ 
ପୁତ୍ର ଯଦି ଗୟାଶିରେ କରେ ପିଣ୍ଡ ଦାନ । 
ତା ପୂର୍ବ ପୁରୁଷ ପକ୍ଷୀ ଜନ୍ମ ହୋଇଥିଲେ 
ତତ୍‌କାଳେ ମୁକ୍ତ ହୁଅନ୍ତି ନରକରେ ଥଲେ । 
ପାଷାଣ୍ଡ କୁଳ ଭୂଷଣ ଶାସ୍ତ୍ରଜ୍ଞ ବ୍ରାହ୍ମଣ 
ପିତ୍ଧଗଣଙ୍କ ବଟନ କରନ୍ତେ ଶ୍ରବଣ | 
ଆନନ୍ଦରେ ଭକ୍ତସହ ଗୟାକ୍ଷେତ୍ରେ ଗଲେ 
ନ୍ୟାୟ ଉପାିତ ଧନେ ପିଣ୍ଡଦାନ କଲେ । 
ତହିଁ ଏକବର୍ଷ କାଳ ଅବସ୍ଥାନ କଲେ 
ଶାସ୍ତ୍ରୀୟ ବିଧ୍ବରେ ନାନାବିଧ ଶ୍ରୀଦ୍ଧ କଲେ । 
ଦୁଃଖାର୍ଣ୍ବବରେ ନିମଗ୍ନ ମୂଢ଼ ମୋହଗ୍ରସ୍ତ 
ପକ୍ଷୀକୁଳେ ଜନ୍ମ କିଏ ହୋଇଥୂଲେ ପ୍ରେତ । 
ଏ ସକଳ ପିତୃଗଣ କେତେଦିନ ପରେ 
ଉପସ୍ଥିତ ହେଲେ ଆସି ବ୍ରାହ୍ମଣ ଦୂଆରେ । 
ହେ ଶ୍ରେଷ୍ଠ ପଣ୍ତିତ ପୁତ୍ର ଆମ୍ଭମାନଙ୍କର 
ଉଦ୍ଧାର କାରଣେ ଶାସ୍ତ ବିଧ୍ବ ଯେ ପ୍ରକାର । 
ସେ ପ୍ରକାରେ ଗୟାଧାମେ କଲ ପିଣ୍ଡ ଦାନ 
କିନ୍ତୁ ଆମ୍ଭେମାନେ ତାହା ନ କଲୁ ଦର୍ଶନ । 
ସେ କାଳରେ ହେଲା ଦଣ୍ଡ ଧରି ଯମଗଣ 
କରୁଥିଲେ ପ୍ରହାର ଯେ ଅତ୍ୟନ୍ତ ଦାରୁଣ । 
ଆମ୍ଭେମାନେ ସର୍ବଦା ତା ଦେଖୁଛୁ ନେତ୍ରରେ 
ପୁତ୍ର ଯଦି ଗୟାଧାମେ ପିଣ୍ଡଦାନ କରେ । 
ତା ମିତୂଗଣ ବିମାନେ ବସି ସ୍ଵର୍ଗ ଯାନ୍ତି 
ତହିଁ ଅତି ଆନନ୍ଦରେ ବସତି କରନ୍ତି | 
ଆମ୍ଭେ ମନେ କରୁଁ ସେହିମାନେ ଭାଗ୍ୟବନ୍ତ 
ଦିବ୍ୟ ଗନ୍ଧ ମାଲ୍ୟେ ସଦା ଦେହ ବିଭୂଷିତ । 
କିନ୍ତୁ ପୁତ୍ର ଆମ୍ଭର ଯେ ପାପ ଘୋରତର 
ତୁମ୍ଭେ ନାନାବିଧ ଶ୍ରାଦ୍ଧ କଲ ଗୟାଶିର୍‌ । 
ତଥାପି ଆମ୍ଭର ପାପ କ୍ଷୟ ହେଲା ନାହିଁ 
ଜନ୍ମ ହୋଇଅଛ ଆମ୍ଭ ସୌଭାଗ୍ୟ ବଳରେ ।।
 ଯେହେତୁ ଆମ୍ଭ ବିଶ୍ଵାସ ଧର୍ମ ଶାସ୍ତେ ନାହିଁ । 
ପୁତ୍ର ଆମ୍ଭେମାନେ କିଛି ଜାଣିତ ନ ପାରୁ 
କି ରୂପେ ମୁକତି ହେବୁ ଏ ଦୁଃଖ ସାଗରୁ 
ହେ ପୁତ୍ର କ୍ଷୀର ସାଗରେ ଚନ୍ଦ୍ରମା ସମାନ 
ଆମ୍ଭମାନଙ୍କ କୁଳରେ ହୋଉଛୁ ଜନମ 
ତୁମ୍ଭଙ୍କୁ ଛାଡ଼ିଲେ ନାହିଁ ଆଉ ଅନ୍ୟଗତି 
କି ରୂପେ ଦୁଃଖରୁ ଆମ୍ଭେ ହୋଇବୁ ମୁକତି । 
ଏକଥାକୁ ତୁମ୍ଭେମାନେ ବିଚାର କରିଣ 
ଆମ୍ଭମାନଙ୍କ ଦୁଃଖରୁ କର ପରିତ୍ରାଣ “ 
ପୁତ୍ରର ପୁତ୍ରତ୍ଵ ଏହା ବଂଶଜମାନଙ୍କୁ 
ନରକକୁ ଉଦ୍ଧାରିବ କରି କର୍ଉବ୍ୟକୁ 
ଯେ ପୁତ୍ର ନ୍ୟାୟ ଅନ୍ୟାୟ ବିଚାର ନ କରେ 
ପୂର୍ବ ପୁରୁଷଙ୍କୁ ନେଇ ପକାଏ ନର୍କରେ 
ତୁମ୍ଭପରି ପୁତ୍ର ଯେଉଁ ବଂଶେ ହେବ ଜନ୍ମ 
ନରକେ ପଡ଼ିବେ କିମ୍ପା ତାର ପିତୃଗଣ 
ଯେଉଁ ପାପାଚାରୀଗଣ ଯାତନା ଭୋଗନ୍ତି 
ସତ୍ପୁତ୍ର କୁଳେ ଜନ୍ମିଲେ ମୁକତ ଲଭନ୍ତି 
ସେହି ଦ୍ବିଜୋତ୍ତମ ପୁତ୍ର ପିତୃଗଣଙ୍କର 
ଏ ଦୀନ କାତର ବାକ୍ୟେ ନ ଦେଲେ ଉତ୍ତର । 
ଚଞ୍ଚଳ ମନରେ କଲେ ଏହିରୂପେ ଚିନ୍ତା 
ମନୁଷ୍ୟ ପାଇଁ ଶାସ୍ତ୍ରରେ ଅଛିତ ବ୍ୟବସ୍ଥା । 
ଯେ କାର୍ଯ୍ୟ ଶାସ୍ତ୍ର ବିଧୁରେ ହୋଇବ ସମ୍ପନ୍ନ 
ବିପରୀତ ଫଳ ଦେବ ନାହିଁ କଦାଚନ । 
ଶାସ୍ତ୍ର ବିଧୂରେ ଗୟାରେ କଲେ ପିଣ୍ଡ ଦାନ 
ନରକରେ ମୁକ୍ତ ହୋଇଥାନ୍ତି ପିତୂଗଣ । 
ଯେତେ ପାପ ଥିବ ତାହା ହୋଇବ ବିନଷ୍ଟ 
କି ହେତୁ ମୁକ୍ତ ନ ହୋଇ ପାଉଛନ୍ତି କଷ୍ଟ 
କଉଁବ୍ୟା କଉଁବ୍ୟ କରିବାକୁ ନିରୂପଣ 
ଏକମାତ୍ର ଶାସ୍ତ୍ର ବାକ୍ୟ କେବଳ ପ୍ରମାଣ । 
ଏକଥା ଭଗବାନଙ୍କ ମୁଖରୁ ନିର୍ଗତ 
ଏଥରେ କିଛି ସନ୍ଦେହ ନାହିଁ ଏହା ସତ୍ୟ । 
ସେ ବ୍ରାହ୍ମଣ ଏହିରୂପେ ଚିନ୍ତା କରୁଥିଲେ 
ଆକାଶରୁ ଦୈବବାଣୀ ସେ କାଳେ ଶୁଣିଲୋ 
ହେ ବ୍ରାହ୍ମଣ ଯାହା ଚିନ୍ତା କରୁଅଛ ସତ୍ୟ 
ଗୟାଶ୍ରାଦ୍ଧ କଲେ ପିତୂଗଣ ହେବେ ମୁକ୍ତ । 
ପାପ ନାଶ ହୋଇ ଦୁର୍ଗତିରୁ ମୁକ୍ତି ପାନି 
ଅବଶ୍ୟ ବ୍ରହ୍ମ ଲୋକକୁ ଗମନ କରନ୍ତି । 
ନାନାବିଧ ପାପ କଲେ ତୁମ୍ଭ ପିତୃଗଣ 
ବେଦ ଦ୍ରୋହୀ ହୋଇ କଲେ ଜୀବନ ଯାପନ । 
ଅନ୍ତର୍ଯ୍ୟାମୀ ଇଶ୍ଵରଙ୍କ ଅବଜ୍ଞା କରିଲେ 
ଏହିହେତୁ ନରକରେ ଯାତନା ଭୋଗିଲେ 
ଯେ ଦେବଦ୍ରୋହୀ ତା ପାଇଁ ଗୟାଶ୍ରାଦ୍ଧ କଲେ 
ସେ ତ ମୁ୍ଷି ଲାଭ ନ କରିବ କେଉଁ କାଳେ । 
ତୁମ୍ଭେ ପାଷାଣ୍ଡଙ୍କ କୁଳେ ହୋଇଅଛ ଜାତ 
ବୈଦିକ କର୍ମର ଫଳ ହୋଇବ ପ୍ରାପତ । 
କିନ୍ଧୁ ତୁମ୍ଭେ ବ୍ରହ୍ମତେଜ କରିଅଛ ଲାଭ 
ପୁବ ପୁରୁଷମାନଙ୍କୁ ଉଦ୍ଧାର କରିବ | 
କହୁଅଛୁ ଗୁଢ଼ତତ୍ତ୍‌ କରନ୍ତୁ ଶ୍ରବଣ 
ପାଷାଣ୍ଡ କୂଳେ ମୁକତ ହେବେ ପିତଗଣ । 
ଅଜ୍ଞାନ ନାଶ ହୋଇବ ହୃଦରୁ ତାଙ୍କର 
ଏ ଦୁଇକଥା ସମାନ ମନରେ ବିଚାର । 
ମନିଷୀଗଣ କହନ୍ତି ଆମ୍ବ ସାକ୍ଷାତକାର 
ଯେ କରେ ଅବଶ୍ୟ ମୁକ୍ତି ହୁଅଇ ତାହାର । 
ଅଥବା ପୁରୁଷୋତ୍ତମ ସାଗର ତୀରରେ 
ମହାମାଘୀ ଯୋଗେ ପିଣ୍ଡଦାନେ ମୁକ୍ତି ମିଳେ। 
ଏ ଦୁଇ ମୋକ୍ଷଲାଭର ଅଟଇ କାରଣ 
ପାପୀଜନ ଆମ୍ନଦର୍ଶନରେ ନୁହେଁ କ୍ଷମ । 
ହେ ପାଷାଣ୍ଡ କୂୁଳଦୀପ ମେଧାବୀ ବ୍ରାହ୍ମଣ 
ମାଘୀଯୋଗେ ଶ୍ରୀକ୍ଷେତ୍ରରେ କର ପିଣ୍ଡଦାନ । 
ଚକ୍ଷୁରେ ଦେଖୁବ ପୂର୍ବପୁରୁଷମାନଙ୍କ 
ପାପମୁକ୍ତ ହୋଇ ଯିବ ବୈକୁଣ୍ଠ ପୁରକୁ । 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଦୁଇ ପାଞ୍ଚ ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ଜୟ ଜଗନ୍ନାଥ ଜୟ କମଳା ରମଣ 
ଜୟ ରେବତୀ ବଲ୍ଲଭ ପ୍ରଭୁ ବଳରାମ । 
ଜୟ ମା ସୁଭଦ୍ରା ଦେବୀ ତୋ ପାଦେ ଶରଣ 
କରଯୋଡ଼ି ମାଗୁଅଛି ହରିହର ଦୀନ | 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ମହାମାଘୀ ସ୍ଵୀନ ଯୋଗ ବର୍ଣ୍ଣନେ 
ଦ୍ଵିପଞ୍ଚାଶତୋଧ୍ୟାୟଃ । 





ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

 

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ