ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦ୍ଵିପଞ୍ଚାଶତୋଧ୍ୟାୟଃ
ଦ୍ଵିପଞ୍ଚାଶତ ଅଧ୍ୟାୟଜୈମିନି କହନ୍ତି ବସ ¦ ଶୁଣ ସୁଚିତ୍ତରେମାଘ ପୂର୍ଣ୍ିମା ଦିନରେ ରବିବାର ହେଲେ ।ଶୋଭନ ନାମରେ ଯୋଗ ମଘା ନକ୍ଷତ୍ରରେଚନ୍ଦ୍ର ଗମନ କରିବେ ଧନିଷ୍ଠା ମୂଳାରେ ।ଗୁରୁ ଥିବେ ମୀନ ଧନୁ ସିଂହ କର୍କଟରେମହା ମାଘୀ ନାମେ ଯୋଗ ଦୁର୍ନଲଭ ସଂସାରେ ।ମୁହୁ୍େ ଯଦି ଏ ଯୋଗ ହୁଏ ଉପସ୍ଥିତସେହିକାଳେ ପିତୃଗଣ ହୁଅନ୍ତି ମୁକତ |ପିତୃଗଣଙ୍କର ମୁକ୍ତ ହୋଇବା ନିମିତ୍ତପ୍ରତ୍ୟେକ ବ୍ୟକ୍ତିର ଶ୍ରାଦ୍ଧ କରିବା ଉଚିତ ।ଏ ଦିନ ଯେ କରେ ଗୟାକ୍ଷେତ୍ରେ ପିଣ୍ଡ ଦାନନର୍କରୁ ସ୍ବର୍ଗକୁ ଯାନ୍ତି ତାର ପିତୂଗଣ |ଯଦିଚ ସ୍ଵର୍ଗରେ ପିତୃଗଣ ରହିଥାନ୍ତିବହୁ କାଳଯାଏ ସ୍ଵର୍ଗେ ଆନନ୍ଦେ ରହନ୍ତି ।ମହାମାରୀ ପୂର୍ଣ୍ଣିମାରେ ପୁରୁଷୋତ୍ତମରେଏକା ଗ୍ରସନେ ସମୁଦ୍ର ଜଳେ ସ୍ଵାନ କଲେପିତୃଗଣଙ୍କ ଉଦ୍ଦେଷ୍ୟେ ତିଳ ତରପଣକିମ୍ବା ଅପର ବ୍ୟକ୍ତିଙ୍କ ନାମ ଉଚ୍ଚାରିଣସ୍ଵର୍ଗରେ ଥୁଲେ ବା ନରକରେ ପିତ୍ୃଗଣସେହିକାଳେ ବ୍ରହ୍ମଲୋକେ କରନ୍ତି ଗମନଏ ହେତୁ ଏ ଯୋଗେ ପତି ପବିତ୍ର ଦୁର୍ଳଲଭହେ ବସ ! କଦାପି ମନେ ବିସୃତ ନ ହେବଦେବତାମାନଙ୍କଠାରୁ କରି ବର ଲାଭଗୟା ଶିର ପବିତ୍ରତା ହୋଇଛି ସମ୍ଭବଯାର ସଂସର୍ଗରୁ ଅନ୍ୟ ପୁଣ୍ୟ କ୍ଷେତ୍ରମାନଜନମାନଙ୍କୁ ପବିତ୍ର କରିବାକୁ କ୍ଷମସେହି ଦେବଙ୍କର ଦେହ ସମାନ ଏ କ୍ଷେତ୍ରପୁରୁଷୋତ୍ତମ ନାମରେ ଅଟଇ ପବିତ୍ର.ଯେଉଁ ପୁତ୍ରଗଣ ଏହି ପୁରୁଷୋତ୍ତମରେପିଣ୍ଡଦାନ କରିଥାନ୍ତି ଶ୍ରଦ୍ଧା ସହିତରେତାହାଙ୍କର ପିତ୍ସଗଣ ମୁକ୍ତ ହୋଇଯାନ୍ତିହେ ବସ ମନରେ ଆଉ କର ନାହି ଭ୍ରାନ୍ତିପିତୃଗଣଙ୍କ ଉଦ୍ଦେଷ୍ୟେ ବହୁବିଧ ଦାନପୁରୁଷୋଉମରେ ଦିଏ ଶ୍ରଦ୍ଧାରେ ଯେ ଜନ ।ପିତୃଗଣଙ୍କ ସହିତ ଦାତାକୁ ମୁକତିପ୍ରଦାନ କରନ୍ତି ସ୍ଵୟଂ ଦେବ ଲକ୍ଷ୍ମୀପତିସାଗର ଜଳରେ ପାକ କଲେ ଶ୍ରାଦ୍ଧ ଅନ୍ଧଭଗବାନଙ୍କୁ ସେ ଜଳେ କରିଲେ ଅର୍ଚ୍ଚନ ।କୋଟି କୋଟି ଗୁଣ ଫଳ ଲଭଇ ନିଶ୍ଚୟମହାମାରୀ ପୂର୍ଣ୍ଣିମାରେ ନ କର ସଂଶୟ ।ଅନ୍ୟ ସମୟରେ ମହୋଦଧ୍ୂ ଜଳେ ସ୍ଵାନକରିବ ତର୍ପଣ ଭଗବାନଙ୍କୁ ଅର୍୍ଚନଗଙ୍ଗାଜଳେ ସ୍ଵାନ ବିଷ୍ଣୁ ପାଦୋଦକ ପାନକରିଲେ ହୁଅଇ ଯେତେ ପୁଣ୍ୟ ଅରଜନ ।ଏକମାତ୍ର ସିନ୍ଧୁଜଳ ଯେ କରଇ ପାନତାହାର ତ ପୁଣ୍ୟ କେତେ ନ ହୁଏ ଗଣନ ।କୋଟି ଅଶ୍ଵମେଧ ଯାଗେ ଅବଭୂଥ ସ୍ବାନଯେ ଜନ କରେ ତାହାର ହୁଏ ଯେତେ ପୂଣ୍ୟ ।ଏକମାତ୍ର ସିନ୍ଧୁଜଳେ ଯେ କରଲ ସ୍ଵାନହରିଙ୍କର ଅନୁଗ୍ରହେ ଲଭେ ସେହି ପୁଣ୍ୟ ।ଯେ ଜନ ଭକ୍ତିରେ କରେ ସିନ୍ଧୁଜଳେ ସ୍ଵାନଦେବତା ପିତୃଙ୍କୁ କରେ ବିଧ୍ବରେ ତର୍ପଣ ।ହବିଷ୍ୟାନ୍ସ ଦ୍ଵାରା କରେ ଶ୍ରାଦ୍ଧ ପିଣ୍ଡଦାନଶ୍ରୀ ଜଗନ୍ନାଥଙ୍କ କରେ ଦର୍ଶନ ଅର୍୍ଚନ ।ଦାନ ଯୋଗ୍ୟ ଦ୍ରବ୍ୟମାନ ବିପ୍ରଙ୍କୁ ଦିଅଇଯେ ଜନ ଏ କାର୍ଯ୍ୟମାନ ଶ୍ରଦ୍ଧାରେ କରଇ |ମାତୃ କୁଳ ପିତୃକୁଳ ଶ୍ଵଶୁର କୁଳରଶତେ ପୁରୁଷଙ୍କ କରେ ସଂସାରୁ ଉଦ୍ଧାର ।ପିତ୍ଧ ପୁରୁଷଙ୍କ ସଙ୍ଗେ ବ୍ରହ୍ମେ ହୁଏ ଲୀନଏହି ହେତୁ ମହାମାରୀ ପୂର୍ଣ୍ଣିମା ପ୍ରଧାନ ।ମହାମାଘୀ ପୂର୍ଣ୍ଣିମାରେ ପୁରିଷୋତଉମରେଯେ ପୁତ୍ର ଶ୍ରାଦ୍ଧ ତର୍ପଣ ଶ୍ରଦ୍ଧାସହ କରେ ।ତିନିକୁଳ ପିତ୍ସଙ୍କର ସୌଭାଗ୍ୟ ବଳରେଇିଦୂୃଶ ପୁତ୍ର ଜନନୀ ପ୍ରସବ ଯେ କରେ ।ଏ ଯୋଗେ ପୁରୁଷୋତ୍ତମେ ଶ୍ରାଦ୍ଧ ଯେହୁ କରେତାହାର ଜୀବନ ଧନ୍ୟ ହୁଏ ସଂସାରରେ ।ଶ୍ରାଦ୍ଧ ନିମିତ୍ତ କ୍ଷେତ୍ରକୁ କରନ୍ତେ ଗମନ| | ପକ୍ଷୀଜନ୍ନ ହୋଇଥଲେ ତାର ପିତୃଗଣ ।ତାର ପାଦରେଣୁ ଯୋଗେ ଉନ୍ନତି ଲଭନ୍ତିଯେବେ ନୀଚକୁୂଳେ ପିତ୍ସ ଜନ୍ମ ହୋଇଥାନ୍ତି ।ତେବେ ସେହି ପିତୃଗଣ ଆନନ୍ଦ ମନରେତାର ଆଗେ ପଛେ ଆଉ ଉଭୟ ପାର୍ଶ୍ବରେ ।କ୍ଷେତ୍ରକୁ ଯେ ତାରସଙ୍ଗେ କରନ୍ତି ଗମନମହାମାଘୀ ଯୋଗ କଥା ଶ୍ରଦ୍ଧାମନେ ଶୁଣ ।ବ୍ରହ୍ମାଙ୍କଠାରୁ ଆରମ୍ଭି ଏ ତିନି କୂଳରେଯେ ପୂତ୍ର ଶୀକ୍ଷେତ୍ରେ ଯାଏ ଏ ମାଘୀ ଯୋଗରେ ।¡ସେ ଏକ ଯଥାର୍ଥ ପୁତ ପୁରୁଷୋତ୍ତମରେଦୁର୍ଲଭ ଏ ଯୋଗ ହୁଏ ସହସ୍ର ବର୍ଷରେ ।ହେ ବସ୍ସ ! ଏ ମହାଯୋଗ ଅତୀନ୍ତ ଦୂର୍ଲ୍ଭ |ଆମ୍ଭେମାନେ ଭୋଗ କରୁ ନକର ଯାତନାଅଳ୍ପ ପୁଣ୍ୟକାରୀ ଜନ କେବେ ନ ପାଇବ । |ଗୟାଶିରେ ପିଣ୍ଡ ଦେଲେ ମୁକ୍ତ ହେବୁ ସିନା ।ଏ ଯୋଗ ପାଇବ ଯାର ଭାଗ୍ୟବଳ ଥିବକଦାଚ ସେ କାଳେ ବିତ୍ତଶାଠ୍ୟ ନ କରିବ ।ଯେଣୁ ମାନବର ଧନ ଶରୀର ଅସ୍ଥିରଯଦ୍ୟପି ସେ ଧନ ଦିଆଯିବ ବିପ୍ରକର
ସେହି ଧନ କୋଟିଗୁଣେ ହୁଅଇ ବର୍ବିତହେ ବସ ! କର୍ଣ୍ଡେ ଶୁଣିଲ କହୁଅଛି ସତ୍ୟସକାମରେ ହେଉ ଅବା ନିଷ୍ମାମ ଭାବରେଯେଉଁ ଜନ କିଛି ଧନ ତହିଁ ଦାନ କରେସେ ଜନ ନିଶ୍ଚୟ ଲାଭ କରିବ ମୁକତିବେଦାନ୍ତ ମତରେ ତତ୍ତଜ୍ଞାନ ଲାଭେ ମୁକ୍ତିସେ କାଳରେ ମନ୍ତ୍ର ଜପ ଯେଉଁଜନ କରେତାର ମନ୍ତ୍ର ସିଵ୍ିି ହୋଇଥାଏ ସେ କାଳରେ ।ଜଗନ୍ନାଥ ମହାପ୍ରଭୁ ହୁଅନ୍ତି ପ୍ରସନ୍ନଜପକର ମନସ୍ତାମ କରନ୍ତି ପୂରଣଆଉ କି ଅଧ୍ବକ ସେହିସ୍ଥାନେ ସେ କାଳରେକରେ କିଛି ପୁଣ୍ୟ କାଯ୍ୟ ଫଳ ଦାନ କରେ ।ସମୁଦ୍ରର ଜଳେ ସ୍କାନ କଲେ ଏ ସମୟେଦୁରାରୋଗ୍ୟ ବ୍ୟାଧ୍ବ ପୀଡ଼ାରୁ ସେ ମୁକ୍ତ ହୁଏ ।ପାପ କ୍ଷୟ ଅର୍ଥେ ଯେବେ ଜଳେ କରେ ସ୍ଵାନତାହାର ପାପ ସକଳ ଜଳେ ହୁଏ ଲୀନ ।ଏହି ହେତୁ ଏହିଯୋଗ ଅତୀବ ଦୁର୍ଲଭମନେ ସଂଶୟ ନ କର ନୂହେଁ ଅସମ୍ଭବଜୁଳନ୍ତ ଅଗ୍ନି ଯେପରି ତୁଳା ଭସ୍ମ କରେପାପରାଶି ଭସ୍ପ ହୋଇଯାଏ ସେ ପ୍ରକାରେ ।ମହାମାଘୀ ଯୋଗେ ସିନ୍ଧୁଜଳେ କଲେ ସ୍ଵାନସକଳ ପାତକରାଶି ହୂଅଇ କ୍ଷାଳନମହାମାରୀ ସ୍ଵାନଯୋଗେ ପୁରଷୋତ୍ତମରେପାପରାଶି ଦୂର ହୁଏ ଯଦି ସ୍କାନ କରେସେହି ସକଳି ବୃତ୍ତାନ୍ତ କହିଲୁ ବୁଝାଇଦୃଷ୍ଟାନ୍ତ ଏକ କହୁଛି ଶୁଣ ମନଦେଇପାଷାଣ୍ଡ ଦ୍ରିଜଙ୍କ କୁଳେ ଧର୍ମ ପରାୟଣଦୃଢ଼ ବ୍ରତ ବିଷ୍ଣୁଭକ୍ତ ହୋଇଲେ ଜନମଏକଦା ନରକବାସୀ ତାର ପିତୃଗଣଯେ ପିତୃ ପକ୍ଷୀ କୂଳରେ ହୋଇଲେକ ଜନ୍ମଏ ସକଳେ ମେଳି ହୋଇ ଏକ ସମୟରେଉପସ୍ଥିତ ହେଲେ ବିଷୁଭକ୍ତ ନିକଟରେକହିଲେ ହେ ସ୍ବେହାସ୍ସଦ ପୁତ୍ର ଏ କୂଳରେଆମ୍ଭେମାନେ ମୋହ ହୋଇ ଆଚାର ଛାଡ଼ିଲୁଦାରୁଣ ଦୁଃଖ ଦୁର୍ବଶା ଆସି ଭୋଗ କଲୁ ।ଆମ୍ଭମାନଙ୍କ ହୃଦୟ ତମୋଗୁଣେ ପୂର୍ଣଦିନେ ଜଗନ୍ନାଥଙ୍କୁ ଯେ ନ କଲୁ ଅର୍ଚନ ।ଧର୍ମକାର୍ଯ୍ୟ କରୁଥିବା ସାଧୁମାନଙ୍କରକାର୍ଯ୍ୟରେ ବିଘ୍ୁ କରିବା କରଉଁବ୍ୟ ଆମ୍ଭର ।ଏକ୍ଷଣେ ନ ଜାଣୁ ଆମ୍ଭେ ଆମ୍ଭର କି ଗତିକି ରୂପେ ଦୂଃଖାବର୍ଣ୍ରୁ ହୋଇବୁ ମୁକତି ।ହେ ବସ୍ସ ଏକଥା ଶୁଣିଅଛି ଆମ୍ଭ କର୍ଣ୍ଣପୁତ୍ର ଯଦି ଗୟାଶିରେ କରେ ପିଣ୍ଡ ଦାନ ।ତା ପୂର୍ବ ପୁରୁଷ ପକ୍ଷୀ ଜନ୍ମ ହୋଇଥିଲେତତ୍କାଳେ ମୁକ୍ତ ହୁଅନ୍ତି ନରକରେ ଥଲେ ।ପାଷାଣ୍ଡ କୁଳ ଭୂଷଣ ଶାସ୍ତ୍ରଜ୍ଞ ବ୍ରାହ୍ମଣପିତ୍ଧଗଣଙ୍କ ବଟନ କରନ୍ତେ ଶ୍ରବଣ |ଆନନ୍ଦରେ ଭକ୍ତସହ ଗୟାକ୍ଷେତ୍ରେ ଗଲେନ୍ୟାୟ ଉପାିତ ଧନେ ପିଣ୍ଡଦାନ କଲେ ।ତହିଁ ଏକବର୍ଷ କାଳ ଅବସ୍ଥାନ କଲେଶାସ୍ତ୍ରୀୟ ବିଧ୍ବରେ ନାନାବିଧ ଶ୍ରୀଦ୍ଧ କଲେ ।ଦୁଃଖାର୍ଣ୍ବବରେ ନିମଗ୍ନ ମୂଢ଼ ମୋହଗ୍ରସ୍ତପକ୍ଷୀକୁଳେ ଜନ୍ମ କିଏ ହୋଇଥୂଲେ ପ୍ରେତ ।ଏ ସକଳ ପିତୃଗଣ କେତେଦିନ ପରେଉପସ୍ଥିତ ହେଲେ ଆସି ବ୍ରାହ୍ମଣ ଦୂଆରେ ।ହେ ଶ୍ରେଷ୍ଠ ପଣ୍ତିତ ପୁତ୍ର ଆମ୍ଭମାନଙ୍କରଉଦ୍ଧାର କାରଣେ ଶାସ୍ତ ବିଧ୍ବ ଯେ ପ୍ରକାର ।ସେ ପ୍ରକାରେ ଗୟାଧାମେ କଲ ପିଣ୍ଡ ଦାନକିନ୍ତୁ ଆମ୍ଭେମାନେ ତାହା ନ କଲୁ ଦର୍ଶନ ।ସେ କାଳରେ ହେଲା ଦଣ୍ଡ ଧରି ଯମଗଣକରୁଥିଲେ ପ୍ରହାର ଯେ ଅତ୍ୟନ୍ତ ଦାରୁଣ ।ଆମ୍ଭେମାନେ ସର୍ବଦା ତା ଦେଖୁଛୁ ନେତ୍ରରେପୁତ୍ର ଯଦି ଗୟାଧାମେ ପିଣ୍ଡଦାନ କରେ ।ତା ମିତୂଗଣ ବିମାନେ ବସି ସ୍ଵର୍ଗ ଯାନ୍ତିତହିଁ ଅତି ଆନନ୍ଦରେ ବସତି କରନ୍ତି |ଆମ୍ଭେ ମନେ କରୁଁ ସେହିମାନେ ଭାଗ୍ୟବନ୍ତଦିବ୍ୟ ଗନ୍ଧ ମାଲ୍ୟେ ସଦା ଦେହ ବିଭୂଷିତ ।କିନ୍ତୁ ପୁତ୍ର ଆମ୍ଭର ଯେ ପାପ ଘୋରତରତୁମ୍ଭେ ନାନାବିଧ ଶ୍ରାଦ୍ଧ କଲ ଗୟାଶିର୍ ।ତଥାପି ଆମ୍ଭର ପାପ କ୍ଷୟ ହେଲା ନାହିଁଜନ୍ମ ହୋଇଅଛ ଆମ୍ଭ ସୌଭାଗ୍ୟ ବଳରେ ।।ଯେହେତୁ ଆମ୍ଭ ବିଶ୍ଵାସ ଧର୍ମ ଶାସ୍ତେ ନାହିଁ ।ପୁତ୍ର ଆମ୍ଭେମାନେ କିଛି ଜାଣିତ ନ ପାରୁକି ରୂପେ ମୁକତି ହେବୁ ଏ ଦୁଃଖ ସାଗରୁହେ ପୁତ୍ର କ୍ଷୀର ସାଗରେ ଚନ୍ଦ୍ରମା ସମାନଆମ୍ଭମାନଙ୍କ କୁଳରେ ହୋଉଛୁ ଜନମତୁମ୍ଭଙ୍କୁ ଛାଡ଼ିଲେ ନାହିଁ ଆଉ ଅନ୍ୟଗତିକି ରୂପେ ଦୁଃଖରୁ ଆମ୍ଭେ ହୋଇବୁ ମୁକତି ।ଏକଥାକୁ ତୁମ୍ଭେମାନେ ବିଚାର କରିଣଆମ୍ଭମାନଙ୍କ ଦୁଃଖରୁ କର ପରିତ୍ରାଣ “ପୁତ୍ରର ପୁତ୍ରତ୍ଵ ଏହା ବଂଶଜମାନଙ୍କୁନରକକୁ ଉଦ୍ଧାରିବ କରି କର୍ଉବ୍ୟକୁଯେ ପୁତ୍ର ନ୍ୟାୟ ଅନ୍ୟାୟ ବିଚାର ନ କରେ
ପୂର୍ବ ପୁରୁଷଙ୍କୁ ନେଇ ପକାଏ ନର୍କରେତୁମ୍ଭପରି ପୁତ୍ର ଯେଉଁ ବଂଶେ ହେବ ଜନ୍ମନରକେ ପଡ଼ିବେ କିମ୍ପା ତାର ପିତୃଗଣଯେଉଁ ପାପାଚାରୀଗଣ ଯାତନା ଭୋଗନ୍ତିସତ୍ପୁତ୍ର କୁଳେ ଜନ୍ମିଲେ ମୁକତ ଲଭନ୍ତିସେହି ଦ୍ବିଜୋତ୍ତମ ପୁତ୍ର ପିତୃଗଣଙ୍କରଏ ଦୀନ କାତର ବାକ୍ୟେ ନ ଦେଲେ ଉତ୍ତର ।ଚଞ୍ଚଳ ମନରେ କଲେ ଏହିରୂପେ ଚିନ୍ତାମନୁଷ୍ୟ ପାଇଁ ଶାସ୍ତ୍ରରେ ଅଛିତ ବ୍ୟବସ୍ଥା ।ଯେ କାର୍ଯ୍ୟ ଶାସ୍ତ୍ର ବିଧୁରେ ହୋଇବ ସମ୍ପନ୍ନବିପରୀତ ଫଳ ଦେବ ନାହିଁ କଦାଚନ ।ଶାସ୍ତ୍ର ବିଧୂରେ ଗୟାରେ କଲେ ପିଣ୍ଡ ଦାନନରକରେ ମୁକ୍ତ ହୋଇଥାନ୍ତି ପିତୂଗଣ ।ଯେତେ ପାପ ଥିବ ତାହା ହୋଇବ ବିନଷ୍ଟକି ହେତୁ ମୁକ୍ତ ନ ହୋଇ ପାଉଛନ୍ତି କଷ୍ଟକଉଁବ୍ୟା କଉଁବ୍ୟ କରିବାକୁ ନିରୂପଣଏକମାତ୍ର ଶାସ୍ତ୍ର ବାକ୍ୟ କେବଳ ପ୍ରମାଣ ।ଏକଥା ଭଗବାନଙ୍କ ମୁଖରୁ ନିର୍ଗତଏଥରେ କିଛି ସନ୍ଦେହ ନାହିଁ ଏହା ସତ୍ୟ ।ସେ ବ୍ରାହ୍ମଣ ଏହିରୂପେ ଚିନ୍ତା କରୁଥିଲେଆକାଶରୁ ଦୈବବାଣୀ ସେ କାଳେ ଶୁଣିଲୋହେ ବ୍ରାହ୍ମଣ ଯାହା ଚିନ୍ତା କରୁଅଛ ସତ୍ୟଗୟାଶ୍ରାଦ୍ଧ କଲେ ପିତୂଗଣ ହେବେ ମୁକ୍ତ ।ପାପ ନାଶ ହୋଇ ଦୁର୍ଗତିରୁ ମୁକ୍ତି ପାନିଅବଶ୍ୟ ବ୍ରହ୍ମ ଲୋକକୁ ଗମନ କରନ୍ତି ।ନାନାବିଧ ପାପ କଲେ ତୁମ୍ଭ ପିତୃଗଣବେଦ ଦ୍ରୋହୀ ହୋଇ କଲେ ଜୀବନ ଯାପନ ।ଅନ୍ତର୍ଯ୍ୟାମୀ ଇଶ୍ଵରଙ୍କ ଅବଜ୍ଞା କରିଲେଏହିହେତୁ ନରକରେ ଯାତନା ଭୋଗିଲେଯେ ଦେବଦ୍ରୋହୀ ତା ପାଇଁ ଗୟାଶ୍ରାଦ୍ଧ କଲେସେ ତ ମୁ୍ଷି ଲାଭ ନ କରିବ କେଉଁ କାଳେ ।ତୁମ୍ଭେ ପାଷାଣ୍ଡଙ୍କ କୁଳେ ହୋଇଅଛ ଜାତବୈଦିକ କର୍ମର ଫଳ ହୋଇବ ପ୍ରାପତ ।କିନ୍ଧୁ ତୁମ୍ଭେ ବ୍ରହ୍ମତେଜ କରିଅଛ ଲାଭପୁବ ପୁରୁଷମାନଙ୍କୁ ଉଦ୍ଧାର କରିବ |କହୁଅଛୁ ଗୁଢ଼ତତ୍ତ୍ କରନ୍ତୁ ଶ୍ରବଣପାଷାଣ୍ଡ କୂଳେ ମୁକତ ହେବେ ପିତଗଣ ।ଅଜ୍ଞାନ ନାଶ ହୋଇବ ହୃଦରୁ ତାଙ୍କରଏ ଦୁଇକଥା ସମାନ ମନରେ ବିଚାର ।ମନିଷୀଗଣ କହନ୍ତି ଆମ୍ବ ସାକ୍ଷାତକାରଯେ କରେ ଅବଶ୍ୟ ମୁକ୍ତି ହୁଅଇ ତାହାର ।ଅଥବା ପୁରୁଷୋତ୍ତମ ସାଗର ତୀରରେମହାମାଘୀ ଯୋଗେ ପିଣ୍ଡଦାନେ ମୁକ୍ତି ମିଳେ।ଏ ଦୁଇ ମୋକ୍ଷଲାଭର ଅଟଇ କାରଣପାପୀଜନ ଆମ୍ନଦର୍ଶନରେ ନୁହେଁ କ୍ଷମ ।ହେ ପାଷାଣ୍ଡ କୂୁଳଦୀପ ମେଧାବୀ ବ୍ରାହ୍ମଣମାଘୀଯୋଗେ ଶ୍ରୀକ୍ଷେତ୍ରରେ କର ପିଣ୍ଡଦାନ ।ଚକ୍ଷୁରେ ଦେଖୁବ ପୂର୍ବପୁରୁଷମାନଙ୍କପାପମୁକ୍ତ ହୋଇ ଯିବ ବୈକୁଣ୍ଠ ପୁରକୁ ।ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେଦୁଇ ପାଞ୍ଚ ଛାନ୍ଦ ଶେଷ ଉତ୍କଳ ଭାଷାରେ ।ଜୟ ଜଗନ୍ନାଥ ଜୟ କମଳା ରମଣଜୟ ରେବତୀ ବଲ୍ଲଭ ପ୍ରଭୁ ବଳରାମ ।ଜୟ ମା ସୁଭଦ୍ରା ଦେବୀ ତୋ ପାଦେ ଶରଣକରଯୋଡ଼ି ମାଗୁଅଛି ହରିହର ଦୀନ |ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେମହାମାଘୀ ସ୍ଵୀନ ଯୋଗ ବର୍ଣ୍ଣନେଦ୍ଵିପଞ୍ଚାଶତୋଧ୍ୟାୟଃ ।
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment