ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷଡ଼ବିଂଶ ଅଧ୍ୟାୟଃ
ଷଡ଼ବିଂଶ ଅଧ୍ୟାୟ
ଜୈମିନି କହିଲେ ବିପ୍ରଗଣ ଏହାପରେଆମ୍ଭେ ଦେବତାମାନଙ୍କୁ ବସାଇ ରଥରେ ।ସମତଳ ପ୍ରଦେଶରେ ଶୁଭ ମୁହୂ୍ଭଁରେପ୍ରସାଦ ସମୀପେ ଉପସ୍ଥିତ ହେଲୁ ଧୀରେ ।ନୃପ ଇନ୍ଦ୍ଦ୍ୟୁମ୍ମଙ୍କର ନିର୍ଦ୍ଦେଶାନୁସାରେଦେବଶିଳୀ ବିଶ୍ଵକର୍ମା ଉପସ୍ଥିତ ହେଲେ ।ସୂର୍ଣ୍ଣମଣି ମାଣିକ୍ୟାଦି ବିବିଧ ରତ୍ସରେବିଶାଦ ଦେବତାଶାଳା ନିର୍ମାଣ କରିଲେ ।ମନ୍ତ୍ରରେ ହୋମ କରିବ ଯଥା ବିଧାନରେ ।ସେ ଦେବାଳୟ ପୁତିଷ୍ଠା ଅଥୈ ଇନ୍ଦ୍ରଦ୍ୟୁମ୍ନଅନନ୍ତର ହୋମ କାର୍ଯ୍ୟ ହେଲେ ସମାପନ ` |ଶାନ୍ତି ବାଚନ ପଢ଼ିବେ ମିଳି ଦ୍ବିଜଗଣଗତ ସମିଧ କୂଶାଦି କଲେ ଆୟୋଜନ ।ନାନାବିଧ ଭୋଜ୍ୟ ଦ୍ରବ୍ଯ ସଂଗ୍ରହ କରିଲେବହୁବିଧ ବାଦ୍ୟ ଗୀତ ଆଦି କରାଇଲେ ।ବିପ୍ରଗଣ ଅଧ୍ବକ କି କହିବା ଏଠାରେପୂର୍ବେ ଇନ୍ଦ୍ରଦ୍ୟୁମ୍ମଙ୍କର ରାଜତ୍ଵ କାଳରେଯେ ରୂପ ସମ୍ପଦ ଅଲା ତାଠାରୁ ଅଧୁକଦେଖୁ ବିସ୍ମୟ ହୋଇଲେ ତହି ସର୍ବଲୋକ ।ଏ ସମୟେ ଗାଲ ନାମେ ରାଜା କ୍ଷିତିତଳେରାଜ୍ୟ କରି ପ୍ରଜାମାନଙ୍କୁ ସେ ପାନୁଥଲେ ।ଦାରୁମୟ ବିଷୁମୁରି ମାଧବ ନାମରେପ୍ରତିଷ୍ଠା କରି ମର୍ଦିରେ ପୂଜା କରୁଥିଲେ ।ପରେ ଇନ୍ଦ୍ରଦ୍ୟୁମ୍ନ କ୍ଷୁଦ୍ର ଟେ ଦେଉଳ ନିର୍ମାଣକରି ମାଧବଙ୍କୁ ତହିଁ କରିଲେ ସ୍ଥାପନପୁରୁଷୋତ୍ତମଙ୍କ ମନ୍ଦିରରୁ ନେଇ ଗଲେଗାଲରାଜା ଦୂତ ମୁଖୁଁ ସମ୍ବାଦ ` ଶୁଣିଲେ ।କୃଦ୍ଧହୋଇ ସୈନ୍ୟଯଗଣ ଘ୍ରେନି ସଙ୍ଗତରେଯୁଦ୍ଧାଥୈ ନୀଳ ସୁନ୍ଦର ପର୍ବତେ ମିଳିଲେ ।କିନ୍ତୁ ସ୍ଵପ୍ପରେ ଦୁର୍ଲ୍ଭ ଅଟଇ ଯେ ଦ୍ରବ୍ଯପ୍ରତିଷ୍ଠା ନିମିତ୍ତ ଆୟୋଜନ ଦେଖ୍ନ ସର୍ବଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ଯେ ପ୍ରଶଂସା କରିଲେଅତି ବିସୟରେ ମନ ମଧ୍ୟରେ ଚିନ୍ତିଲେଅସାମାନ୍ୟ କାର୍ଯ୍ୟ ଅତି ଆଶ୍ଚର୍ଯ୍ୟ ବ୍ୟାପାରଦେଖୁ ଜାଣିଲେ ଏ ଇନ୍ଦ୍ରଦ୍ୟୁମ୍ନ ନୃପବରଏ ଅଦ୍ଭୂତ ଦେବଗ୍ଧହ କରିଲେ ନିର୍ମାଣପ୍ରତିଷ୍ଠା ଦ୍ରବ୍ୟ ସକଳ କରି ଆୟୋଜନଭଗବାନଙ୍କୁ ପ୍ରତିଷ୍ଠା କରିବା ନିମିତ୍ତବ୍ରହ୍ମଲୋକରୁ ଆସିଲେ ଏ ନୀଳ ପର୍ବତଏହି କାର୍ଯ୍ୟ ସାଧନରେ କମଳ ଆସନପଦ୍ଧନିଧ୍ବ ସଙ୍ଗତରେ ଯେତେ ଦେବଗଣଇନ୍ଦ୍ରଦ୍ୟୁମ୍ନଙ୍କର ଗୁରୁ ନାରଦ ମହର୍ଷିଏହିସ୍କାନେ ଆଗମନ କରିଛନ୍ତି ଆସିଅଲୌକିକ ଏ ବ୍ୟାପାର ଶ୍ରବଣ କରିଲେଗାଲରାଜା ଆପଣାକୁ କୃତାର୍ଥ ମଣିଲେଏହିଠାରୁ ଶ୍ରେୟ କାର୍ଯ୍ୟ ଅତୀତ କାଳରେହୋଇନାହିଁ ହେବନାହିଁ ଭବିଷ୍ୟ କାଳରେ ।ଏହାଙ୍କ ନିକଟେ ରହି କରିବି ଦର୍ଶନକି ବିଧ୍ବରେ ଏ ଉତ୍ସବ ହେବ ସମାପନପ୍ରତିବର୍ଷ ଏ ଉତ୍ସବ କରିବି ବିଧ୍ବରେଏହିକଥା ଗାଲରାଜା ମନେ ସ୍ମିର କଲେଅଭାଗ୍ୟ ବଶରୁ ଏତେକାଳ ପରିଯନ୍ତଦାରୁବ୍ରହ୍ମ ବିଷ୍ଣୁଙ୍କୁ ଯେ ନ କରି ସାକ୍ଷାତ ।ଏହାଙ୍କର ସେବା ଦିନେ କରି ନ ପାରିଲିଏ ମନୁଷ୍ଯ ଜନମକୁ ବିଫଳ ମଣିଲି |ଯା ହେବାର ହୋଇଲାଣି ବ୍ରହ୍ମ ଲୋକାଗତମହାଭାଗବତ ଇନ୍ଦ୍ରଦ୍ୟୁମ୍ନ ନରନାଥ |ତାହାଙ୍କ ଚରଣେ ଯାଇ କରିବି ପ୍ରଣାମଦାରୁ ବ୍ରହ୍ମଙ୍କୁ ଦେଉଳେ କରିବି ଦର୍ଶନ ।ବୈକୂଣ୍ଠନାଥଙ୍କୁ ଏହି ସ୍ଥାନେ ପ୍ରତିଷ୍ଠିତଅବଶ୍ଯ କରିବେ ଇନ୍ଦ୍ରଦ୍ୟୁମ୍ନ ନରନାଥ ।ପ୍ରଭୁଙ୍କର ସେବା ଭାର ଆମ୍ଭକୁ ତ ଦେଇବ୍ରହ୍ମଲଲୋକଙ୍କୁ ଗମନ କରିବେ ତ ସେହି ।ଯେ ହେତୁ ସେ ଦୀର୍ଘକାଳ ବ୍ରହ୍ମଲଲୋକେ ରହିମର୍ଉ୍ୟଭୁବନକୁ ଇଚ୍ଛା କରିବେ କିଥଆାଇ ।ପ୍ରଭୁଙ୍କର ସେବାଅର୍ଥେ ଧନରତ୍ନ ମାନଉପଚାରାଦି ବିଷୟେ କରିବେ ସ୍ଥାପନ ।ଅବଶ୍ୟ ସେ ଭଗବାନ ବ୍ରହ୍ମଙ୍କ ସହିତପୁନର୍ବାର ବ୍ରହ୍ମଲଲୋକେ ଚଳିବେ ତୁରିତ ।ବିଷୁଭକ୍ତ ମହାଜ୍ଞାନୀ ନୂପବର ଗାଲମନ୍ତ୍ରୀବର ସହିତରେ କରି ଏ ବିଚାର ।ବିନୀତ ଭାବରେ ଅତି ଆନନ୍ଦ ମନରେଇନ୍ଦ୍ରଦ୍ୟୁମ୍ନଙ୍କ ନିକଟେ ଉପସ୍ଥିତ ହେଲେ ।ନୃପବର ଗାଲରାଜା କେତେଦୂର ଯାଇଇନ୍ଦ୍ରଦ୍ୟୁମଙ୍କୁ ଦର୍ଶନ କରିଲେ ଯେ ରହି ।ପ୍ରଣାମ କରିଣ କରଯୋଡ଼ି ମସ୍ତକରେସଭୟେ ଇନ୍ଦ୍ରଦ୍ୟୁମ୍ପଙ୍କ ସମୀପେ ମିଳିଲେ ।ବିନୟେ କହିଲେ ଦେବ ରାଜରାଜେଶ୍ବରମନୁଷ୍ୟ ହୋଇ ଆପଣ ବ୍ରହ୍ମଲୋକେ ଗଲ ।ତେଣୁ ଅସୀମ ଶକତି ସମ୍ପନ୍ନ ଆପଣଜୀବନ୍ଧୁକ୍ତ ହୋଇ କରୁଛନ୍ତି ଅବସ୍ଥାନ |ହେ ନୁପି ଅତି. ସାମାନ୍ୟ କୀଟପରି ମୁହିଁଆପଣଙ୍କ ଗୁଣାବଳୀ ନ ପାରିବି କହି |ଆପଣଙ୍କ ମହିମାକୁ ଜାଣି ମୁଁ ନ ଥଲିସୈନ୍ଯସହ ଯୁଦ୍ଧ କରିବାକୁ ଆସିଥଲି |ଆସି ଦେଖୁଲି ଆପଣ ଅଦ୍ଭୂତ ପୁରୁଷଇନ୍ଦ୍ର ସମାନ ଏଶୃର୍ଯ୍ୟ କରୁହଁ ପ୍ରକାଶ ।
ତୈଲୋକ୍ୟ ବାସୀ ସକଳ ଯେତେ ଦେବଗଣପଦ୍ଧନିଧ୍ୂ ସହ ଆଜ୍ଞା କରନ୍ତି ପାଳନ |ବ୍ରହ୍ମଲୋକୁ ଫେରିଆସି ଅଛନ୍ତି ଆପଣସାଧନ କରୁଛ ଅସମ୍ଭବ କାର୍ଯ୍ୟମାନ |ଅତଏବ ନୃପୋତ୍ତମ ହୁଅନ୍ତୁ ପ୍ରସନ୍ନସାର୍ଥକ ହୋଇବ ଆମ୍ଭମାନଙ୍କ ଜୀବନଜୈମିନି କହିଲେ ସେହି ଗାଲ ନୃପବରଏହିରୂପେ ନିବେଦନ କରନ୍ତେ ସତ୍ତ୍ବରଲଷତ୍ ହାସ୍ୟ ମୁଖେ ନୃପବର ଇନ୍ଦ୍ରଦ୍ୟୁମ୍ନକହିଲେ ବିନୟ ବାକ୍ୟ ହେ ଗାଲ ରାଜନଏ ସଂସାରେ ଆପଣ ତ ଜଣେ ବିଷୁଭକ୍ତସାର୍ବଭୌମ ମହୀପତି ଲୋକରେ ବିଦିତଆଉ ଏକ କଥା ଜାଣି ରଖନ୍ତୁ ନିଶ୍ଚୟରାଜାମାନଙ୍କ ରାଜତ୍ବ ସାମାନ୍ୟ ବିଷୟ ।ମୋ ପରି ଅତି ସାମାନ୍ୟ ବ୍ୟକ୍ତିକୁ ଏପରିପ୍ରଶଂସା କରି କହିବା ନୂହେଁ ଦଣ୍ଡଧାରୀଥାଉ ଏ କଥାରେ ଅଉ ନାହିଁ ପ୍ରୟୋଜନଅଦ୍ଵିତୀୟ ନୃପମଣି କ୍ଷିତିରେ ଆପଣଜୀବମଧ୍ୟେ ସର୍ବଶ୍ରେଷ୍ଠ ମାନବ ସଂସାରେକିନ୍ତୁ ରାଜାର ଅଧୀନ ସକଳ କାର୍ଯ୍ୟରେପିତାମହ ବ୍ରଦ୍ଧା ଅଷ୍ଟଦିକପାଳ ଅଂଶରେନୃପତିକୁ ସୃଷ୍ଟି କରି ଅଛନ୍ତି ସଂସାରେଯେ ରାଜାର ପୁଣ୍ୟବଳ ଅତି ଅଳ୍ପ ମାତ୍ରଯେ ରାଜା ପ୍ରଜାପାଳନେ ନୂହଇ ସମରଥନରୋଉମ ଯେଉଁ ରାଜା ଅତି ପୁଣ୍ୟଶୀଳପ୍ରଜାପାଳନ ବିଷୟେ ଅତ୍ୟନ୍ତ କୁଶଳଅତୁଳ ଧନ ସଞ୍ଚୟ କରି ଲଭେ କୀର୍ଁପରଲୋକେ ପ୍ରାପ୍ତ ହୁଏ ପରମ ସଦଗତିବିଶେଷରେ ଆପଣ ତ ପରମ ବୈଷ୍ଣବଆପଣଙ୍କର ତ ହେବ ସଦଗତି ଲାଭଯେ ବ୍ୟକ୍ତ ପ୍ରାସାଦ ମଧ୍ୟେ ଯଥା ବିଧାନରେବିଷ୍ଣୁ ପ୍ରତିମା ସ୍ଥାପନ କରଇ ଭକ୍ତିରେତାହାର ଦେହ ବନ୍ଧନ ରନ୍ଧୁ ଛିଡିଯାଏବିଷ୍ଣୁଙ୍କ ପରମ ପଦ ଜୀବ ଲାଭ ପାଏହେ ଗାଲ ରାଜନ ତୁମେ ପ୍ରାସାଦ ମଧ୍ୟରେଦାରୁମୟ ବିଷ୍ଣୁ ମୂ ସ୍ପାପିଛ ଭକ୍ତରେତୁମ୍ଭର କାର୍ଯ୍ୟ ନିବିଗ୍ନେ ସମାଧା ହୋଇଛିଆମ୍ଭ କାର୍ଯ୍ୟ ମନ୍ଵନ୍ତର ଗତ ହୋଇଅଛିତଥାପି ଆମ୍ଭର କାର୍ଯ୍ୟ ସିଦ୍ଧି ହୋଇନାହିଁନିର୍ମିତ ପ୍ରାସାଦ ଅପ୍ରତିଷ୍ଠା ଅଛି ରହିଏଣୁ ଆମ୍ଭର ମନରେ ସନ୍ଦେହ ହୁଅଇପ୍ରଭୁଙ୍କ ମୂ୍ଭି ସ୍ଥାପନ ହୋଇବ କି ନାହିଁଚତୁର୍ମୁଖ ବିଧାତା ତ ନୁହନ୍ତି ସ୍ଵାଧୀନକେବେ ଏ ସ୍ଥାନକୁ ସେ କରିବେ ଆଗମନ ।ଦେବ ପ୍ରାସାଦ ପ୍ରତିଷ୍ଠା କରିବେ ତ ସେହିତାହାଙ୍କୁ ତ ନିମନ୍ତ୍ରିତ କରିଅଛି ମୁହିଁଅନ୍ୟ ବ୍ୟକ୍ତିଦ୍ଵାରା ମୁ ପ୍ରତିଷ୍ଠା କରିବିଦେବତାଙ୍କୁ ନେଇ ସିଂହାସନେ ବସାଇବି ।କିନ୍ତୁ ଅନ୍ୟକୁ ପ୍ରତିଷ୍ଠା କାର୍ଯ୍ୟରେ ନିଯୁକ୍ତକରାଇବା ଆମ୍ଭ ପକ୍ଷେ ନୂହଇ ଉଚିତ ।ନୃପୋତ୍ତମ ବଧାତା ତ ନିଶ୍ଚୟ ଆସିବେଦୟାକରି ଆମ୍ଭକାର୍ଯ୍ୟ ସମାଧା କରିବେ ।ଏହା ହେଲେ ତତ୍ତଵଚୂପୀ ଦେବ ଜନାର୍ଦ୍ଦନସିଂହାସନ ପରେ ନୈଇ କରିବୁ ସ୍ଥାପନ ।ତୁମ୍ଭଙ୍କୁ ତ କରିଦେଇ ସେବା ସମର୍ପଣବ୍ରହ୍ମଲଲୋକକୁ ତକ୍ଷଣେ କରିବୁ ଗମନ ।ଆପଣ ତ ଯଥାବିଧୂ ଉପଚାର ଦେଇପ୍ରଭୁଙ୍କର ସେବାକାର୍ଯ୍ୟ କରାଇବେ ରହି ।ସ୍ଵୟଂ ଧାତା ଯଥାବିଧ ଦେବେ ଉପଦେଶନିତ୍ୟ ସେବା ଯତ୍ରାପୁର୍ବ ବିଧାନ ବିଶେଷ ।ଆପଣ କରିବେ ସେହିଁପରି ଅନୁଷ୍ଠାନଯେହେତୁ ଧର୍ମ ପାଳନ ଅଟନ୍ତି ରାଜନ ।ଗାଲ ନୃପତି ଯେ କଥା ମନେ ଭାବୁଥିଲେ |ରାଜା ଇହ୍ଦଦ୍ୟୁମ୍ନ ସେହି ଆଦେଶ ଯେ ଦେଲେ ।ଗାଲରାଜା ଏହା ଶୁଣି ଆନନ୍ଦ ହୋଇଲେଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ନିକଟେ ରହିଲେ ।ଇନ୍ଦ୍ରଦ୍ୟୁମ୍ନ ଯେ ଆଦେଶ ଦିଅନ୍ତି ଯେବେଳେଭୃତ୍ୟପରି ସେ କାର୍ଯ୍ୟକୁ କରନ୍ତି ତତ୍କାଳେ।ପ୍ରତିଷ୍ଠା ଦ୍ରବ୍ୟ ସମ୍ଭାର ଯଥା ବିଧାନରେଇନ୍ଦ୍ରଦ୍ୟୁମ୍ନ ଗାଲଦ୍ଵାରା ଆୟୋଜନ କଲେ ।ଦେବଗଣ ଚଉପାଶେ ବେଢ଼ିଣ ବସିଲେଇନ୍ଦ୍ରଦ୍ୟୁମ୍ନ ସିଂହାସନପରେ ବିଜେ କଲେ ।ତକ୍ଷଣେ ବାଜିଲା ମୁରଜାଦି ବାଦ୍ୟମାନବେଣୁ ବାଣୀ ଧଵନିରେ ଯେ ଦିଗ ହେଲା ପୂର୍ଣ ।ଏଁରାବତ ଆଦି ଗଜଗଣଙ୍କ କଣ୍ଠରେକିଙ୍କଣୀ ମାଳାର ଧ୍ଵନି ସକଳେ ଶୁଣିଲେ ।ଏହାପରେ ଆକାଶ ମଣ୍ଡଳ ପୂର୍ଣ୍ଣ ହୋଇଅଦଭୁତ ତେଜୋରାଶି ଯେ ପ୍ରକାଶିଲା ତହିଁ ।କ୍ଷିତିତଳେ ରହିଥୂଲେ ଯେତେ ଜନଗଣସେ ତେଜକୁ ଚାହିବାକୁ ନ ହେଲେ ଭାଜନ ।ସକଳ ଜନଙ୍କ ଚକ୍ଷୁ ବୁଜି ହୋଇଗଲାଅତି ଯତ୍ତେ ସେ ତେଜର ଦର୍ଶନ ମିଳିଲା ।ଅନନ୍ତର ତେଜରାଖି ମଧ୍ୟେ ବିମାନରେପ୍ରଜାପତିଙ୍କୁ ଦର୍ଶନ କରିଲେ ସକଳେ ।ଚାରିଦିଗେ ଶତ ଶତ ସ୍ଵର୍ଣ୍ଣ ହଂସଗଣସେ ବିମାନକୁ କନ୍ଧରେ କରନ୍ତି ବହନ ।ଦିଗ୍୍ପାଳଗଣ ହସ୍ତରେ ଧରିଣ ଚାମରବ୍ୟଜନ କରୁଅଛନ୍ତି ହୋଇଣ ତପ୍ୂରଜାହ୍ନବୀ ଯମୁନା ଦୁହେଁ ତାହାଙ୍କର ଗାତ୍ରଦୁଇପାଖେ କରୁଛନ୍ତି ଜଳେ ଅଭିଷିକ୍ତଚନ୍ଦ୍ର ସୂର୍ଯ୍ୟ ତାହାଙ୍କର ଉଭୟ ପାର୍ଶ୍ବରେଦୁଇଗୋଟି ଆତପତ୍ର ଧରିଛନ୍ତି କରେ
ମନ୍ଦ ମନ୍ଦ ସମୀରଣେ ସେ ଆତ ପତ୍ରରଝାଲେରୀ ଦୋହଲୁଥଲା ଅତି ମନୋହରଗୌତମାଦି ରଷିଗଣ ତହିଁ ଯେତେ ଥଲେବେଦ ରହସ୍ୟ ମନ୍ତ୍ରରେ ସ୍ତୁତି କରୁଥିଲେଇନ୍ଦ୍ରଦ୍ୟୁମ୍ମାଦି ରାଜର୍ଷି ଆଉ ଦେବଗଣପ୍ରଜାନାଥଙ୍କର ସ୍ତୁତି କରନ୍ତି ଗାୟନଚଉପାଶେ ଦେବଗଣ ଜୟ ଗାଉଥଲେଆନନ୍ଦେ ଅପ୍ସରାଗଣ ନୃତ୍ୟ କରୁଥିଲେଗନ୍ଧର୍ବଗଣ ମଧୁର ସଂଗୀତ କରନ୍ତିସିଦ୍ଧ ବିଦ୍ୟାଦର ଗଣ ବୀଣାକୁ ବଜାନ୍ତିଆନନ୍ଦେ ତପସ୍ଵୀଗଣ ଦୂରଦେଶେ ରହିଉପାସନା କରୁଛନ୍ତି ଶିରେ କରଦେଇସାବିତ୍ରୀ ସରସ୍ଵତୀ ଯେ ପବିତ୍ର ବାକ୍ୟରେସନ୍ତୋଷ ବିଧାନ କରୁଛନ୍ତି ସେ କାଳରେ ।ଏ ଦୁଇ ପତ୍ନୀଙ୍କ ଛଡ଼ା ଆଉ ବ୍ରହ୍ମାଙ୍କରସନ୍ତୋଷ ସାଧନେ ଅଛି ସମର୍ଥ କାହାର ।ଜୈମିନି କହନ୍ତି ଦ୍ବିଜଗଣ ଶୁଣ ଧୀରେନାରଦାଦି ରଖି ସିଦ୍ଧ ଗନ୍ଧବ ସକଳେ ।ବିନୟୀ ହୋଇ ହସ୍ତରେ ଧରି ସୁନାବେତସୋପାନ ଶ୍ରେଣୀ ଦର୍ଶନ କରାନ୍ତି ସତତ ।ଏ ସମୟରେ ଗମନ ପଥ ସଙ୍କୁଚିତଦେବଗଣଙ୍କ ସମର୍ଥ ହେଲା ଉପସ୍ଥିତ |ଯେ ମାର୍ଗରେ ଯାର ଇଚ୍ଛା ଯେ ପଥେ ସେ ଗଲାଗମନ ମାର୍ଗ ସ୍ଥିରତା ଆଉ ନ ରହିଲାକେହି କାହାରିକୁ ତହିଁ ନ କଲେ ଗଣନାକିପରି ଆଗରେ ଯିବେ ଏହି ବିବେଚନାଏହିରୂପେ ସଙ୍କୁଚିତ ହେଲା ଗତିପଥନିଜ ବାହନ ବିଷୟେ ହେଲେ ଆକୁଳିତ ।ଏ ରୂପ ହୋଇବା ନୁହେ ବିଚିତ୍ରର କଥାଆସୁଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟର କର୍ରା |ସ୍ଵୟଂ ସୃଷ୍ଟିକର୍ଭା ବ୍ରହ୍ମା ଯିବେ ଯେ ପଥରେସେ ପଥେ କି ଅନ୍ୟଦେବେ ଚାଲିବେ ସୁସ୍ଥରେ ।ସେହି ସ୍ଥାନରେ ବିଧାତା ହେଲେ ଉପସ୍ଥିତଇନ୍ଦ୍ରଦ୍ୟୁମ୍ନ ଗୀଲରାଜା ନାରଦ ସହିତ |ମହଷିଗଣ ଅମରଗଣ ସେ କାଳରେସାଷ୍ଟାଙ୍ଗ ପ୍ରଣାମ ସର୍ବେ କଲେ ଭୁତଳରେ ।ସେ ମହମ୍ମା ଇନ୍ଦ୍ଦ୍ୟୁମ୍ପ ପରମ ଭକ୍ତିରେନିଜକୁ ତ କୃତକୃତ୍ୟ ମନରେ ଭାବିଲେ ।ଆନନ୍ଦରେ ଦେହ ହୋଇଗଲା ରୋମାଞ୍ଚତବ୍ରହ୍ମାଙ୍କୁ ଦେଖନ୍ତେ ବାକ୍ୟ ରୋଧ ହେଲା ଜାତ |ବ୍ରହ୍ମାଙ୍କର ସମ୍ମୁଖରେ କୃତାଞ୍ଜଳି ହୋଇଦଣ୍ଡାୟମାନ ହୋଇଲେ ନୀରବରେ ତହିଁ ।ସ୍ନ୍ଦ ପୁରାଣେ ଉକ୍ତ ଉନ୍କଳ ଖଣ୍ଡରେଷଡ଼ବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ ।ଜୟ କମଳ ଆସନ ଜୟ ପ୍ରଜାପତିସୃଷ୍ଟି ସ୍ପିତି ପ୍ରଳୟର କର୍ଭା ବେଦପତି |ସେ ବେଦଙଜ୍ଞାନ ରୂପରେ ସର୍ବଦା ପ୍ରକାଶଜ୍ଞାତ ଜ୍ଞେୟ ଜ୍ଞାନ ଏହି ରୂପରେ ବିଶେଷ ।ସେ ଜ୍ଞାନ ଲୋକରେ ହୃଦୟରୁ ଅନ୍ଧକାରଦୂରକୁ ପଳାଇ ଯାଉ ମାଗେ ହରିହର ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେବ୍ରହ୍ମା ନୀଳାଚଳ ଆଗମନେ ନାମଷଡ଼ବିଂଶ ଅଧ୍ୟାୟଃ !
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment