ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷଡ଼ବିଂଶ ଅଧ୍ୟାୟଃ

  

ଷଡ଼ବିଂଶ ଅଧ୍ୟାୟ 

ଜୈମିନି କହିଲେ ବିପ୍ରଗଣ ଏହାପରେ 
ଆମ୍ଭେ ଦେବତାମାନଙ୍କୁ ବସାଇ ରଥରେ । 
ସମତଳ ପ୍ରଦେଶରେ ଶୁଭ ମୁହୂ୍ଭଁରେ 
ପ୍ରସାଦ ସମୀପେ ଉପସ୍ଥିତ ହେଲୁ ଧୀରେ । 
ନୃପ ଇନ୍ଦ୍ଦ୍ୟୁମ୍ମଙ୍କର ନିର୍ଦ୍ଦେଶାନୁସାରେ 
ଦେବଶିଳୀ ବିଶ୍ଵକର୍ମା ଉପସ୍ଥିତ ହେଲେ । 
ସୂର୍ଣ୍ଣମଣି ମାଣିକ୍ୟାଦି ବିବିଧ ରତ୍ସରେ 
ବିଶାଦ ଦେବତାଶାଳା ନିର୍ମାଣ କରିଲେ । 
ମନ୍ତ୍ରରେ ହୋମ କରିବ ଯଥା ବିଧାନରେ । 
ସେ ଦେବାଳୟ ପୁତିଷ୍ଠା ଅଥୈ ଇନ୍ଦ୍ରଦ୍ୟୁମ୍ନ 
ଅନନ୍ତର ହୋମ କାର୍ଯ୍ୟ ହେଲେ ସମାପନ ` | 
ଶାନ୍ତି ବାଚନ ପଢ଼ିବେ ମିଳି ଦ୍ବିଜଗଣ 
ଗତ ସମିଧ କୂଶାଦି କଲେ ଆୟୋଜନ । 
ନାନାବିଧ ଭୋଜ୍ୟ ଦ୍ରବ୍ଯ ସଂଗ୍ରହ କରିଲେ 
ବହୁବିଧ ବାଦ୍ୟ ଗୀତ ଆଦି କରାଇଲେ । 
ବିପ୍ରଗଣ ଅଧ୍ବକ କି କହିବା ଏଠାରେ 
ପୂର୍ବେ ଇନ୍ଦ୍ରଦ୍ୟୁମ୍ମଙ୍କର ରାଜତ୍ଵ କାଳରେ 
ଯେ ରୂପ ସମ୍ପଦ ଅଲା ତାଠାରୁ ଅଧୁକ 
ଦେଖୁ ବିସ୍ମୟ ହୋଇଲେ ତହି ସର୍ବଲୋକ । 
ଏ ସମୟେ ଗାଲ ନାମେ ରାଜା କ୍ଷିତିତଳେ 
ରାଜ୍ୟ କରି ପ୍ରଜାମାନଙ୍କୁ ସେ ପାନୁଥଲେ । 
ଦାରୁମୟ ବିଷୁମୁରି ମାଧବ ନାମରେ 
ପ୍ରତିଷ୍ଠା କରି ମର୍ଦିରେ ପୂଜା କରୁଥିଲେ । 
ପରେ ଇନ୍ଦ୍ରଦ୍ୟୁମ୍ନ କ୍ଷୁଦ୍ର ଟେ ଦେଉଳ ନିର୍ମାଣ 
କରି ମାଧବଙ୍କୁ ତହିଁ କରିଲେ ସ୍ଥାପନ 
ପୁରୁଷୋତ୍ତମଙ୍କ ମନ୍ଦିରରୁ ନେଇ ଗଲେ 
ଗାଲରାଜା ଦୂତ ମୁଖୁଁ ସମ୍ବାଦ ` ଶୁଣିଲେ । 
କୃଦ୍ଧହୋଇ ସୈନ୍ୟଯଗଣ ଘ୍ରେନି ସଙ୍ଗତରେ 
ଯୁଦ୍ଧାଥୈ ନୀଳ ସୁନ୍ଦର ପର୍ବତେ ମିଳିଲେ । 
କିନ୍ତୁ ସ୍ଵପ୍ପରେ ଦୁର୍ଲ୍ଭ ଅଟଇ ଯେ ଦ୍ରବ୍ଯ 
ପ୍ରତିଷ୍ଠା ନିମିତ୍ତ ଆୟୋଜନ ଦେଖ୍ନ ସର୍ବ 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ଯେ ପ୍ରଶଂସା କରିଲେ 
ଅତି ବିସୟରେ ମନ ମଧ୍ୟରେ ଚିନ୍ତିଲେ 
ଅସାମାନ୍ୟ କାର୍ଯ୍ୟ ଅତି ଆଶ୍ଚର୍ଯ୍ୟ ବ୍ୟାପାର 
ଦେଖୁ ଜାଣିଲେ ଏ ଇନ୍ଦ୍ରଦ୍ୟୁମ୍ନ ନୃପବର 
ଏ ଅଦ୍ଭୂତ ଦେବଗ୍ଧହ କରିଲେ ନିର୍ମାଣ 
ପ୍ରତିଷ୍ଠା ଦ୍ରବ୍ୟ ସକଳ କରି ଆୟୋଜନ 
ଭଗବାନଙ୍କୁ ପ୍ରତିଷ୍ଠା କରିବା ନିମିତ୍ତ 
ବ୍ରହ୍ମଲୋକରୁ ଆସିଲେ ଏ ନୀଳ ପର୍ବତ 
ଏହି କାର୍ଯ୍ୟ ସାଧନରେ କମଳ ଆସନ 
ପଦ୍ଧନିଧ୍ବ ସଙ୍ଗତରେ ଯେତେ ଦେବଗଣ 
ଇନ୍ଦ୍ରଦ୍ୟୁମ୍ନଙ୍କର ଗୁରୁ ନାରଦ ମହର୍ଷି 
ଏହିସ୍କାନେ ଆଗମନ କରିଛନ୍ତି ଆସି 
ଅଲୌକିକ ଏ ବ୍ୟାପାର ଶ୍ରବଣ କରିଲେ 
ଗାଲରାଜା ଆପଣାକୁ କୃତାର୍ଥ ମଣିଲେ 
ଏହିଠାରୁ ଶ୍ରେୟ କାର୍ଯ୍ୟ ଅତୀତ କାଳରେ 
ହୋଇନାହିଁ ହେବନାହିଁ ଭବିଷ୍ୟ କାଳରେ । 
ଏହାଙ୍କ ନିକଟେ ରହି କରିବି ଦର୍ଶନ 
କି ବିଧ୍ବରେ ଏ ଉତ୍ସବ ହେବ ସମାପନ 
ପ୍ରତିବର୍ଷ ଏ ଉତ୍ସବ କରିବି ବିଧ୍ବରେ 
ଏହିକଥା ଗାଲରାଜା ମନେ ସ୍ମିର କଲେ 
ଅଭାଗ୍ୟ ବଶରୁ ଏତେକାଳ ପରିଯନ୍ତ 
ଦାରୁବ୍ରହ୍ମ ବିଷ୍ଣୁଙ୍କୁ ଯେ ନ କରି ସାକ୍ଷାତ । 
ଏହାଙ୍କର ସେବା ଦିନେ କରି ନ ପାରିଲି 
ଏ ମନୁଷ୍ଯ ଜନମକୁ ବିଫଳ ମଣିଲି | 
ଯା ହେବାର ହୋଇଲାଣି ବ୍ରହ୍ମ ଲୋକାଗତ 
ମହାଭାଗବତ ଇନ୍ଦ୍ରଦ୍ୟୁମ୍ନ ନରନାଥ | 
ତାହାଙ୍କ ଚରଣେ ଯାଇ କରିବି ପ୍ରଣାମ 
ଦାରୁ ବ୍ରହ୍ମଙ୍କୁ ଦେଉଳେ କରିବି ଦର୍ଶନ । 
ବୈକୂଣ୍ଠନାଥଙ୍କୁ ଏହି ସ୍ଥାନେ ପ୍ରତିଷ୍ଠିତ 
ଅବଶ୍ଯ କରିବେ ଇନ୍ଦ୍ରଦ୍ୟୁମ୍ନ ନରନାଥ । 
ପ୍ରଭୁଙ୍କର ସେବା ଭାର ଆମ୍ଭକୁ ତ ଦେଇ 
ବ୍ରହ୍ମଲଲୋକଙ୍କୁ ଗମନ କରିବେ ତ ସେହି । 
ଯେ ହେତୁ ସେ ଦୀର୍ଘକାଳ ବ୍ରହ୍ମଲଲୋକେ ରହି 
ମର୍ଉ୍ୟଭୁବନକୁ ଇଚ୍ଛା କରିବେ କିଥଆାଇ । 
ପ୍ରଭୁଙ୍କର ସେବାଅର୍ଥେ ଧନରତ୍ନ ମାନ 
ଉପଚାରାଦି ବିଷୟେ କରିବେ ସ୍ଥାପନ । 
ଅବଶ୍ୟ ସେ ଭଗବାନ ବ୍ରହ୍ମଙ୍କ ସହିତ 
ପୁନର୍ବାର ବ୍ରହ୍ମଲଲୋକେ ଚଳିବେ ତୁରିତ । 
ବିଷୁଭକ୍ତ ମହାଜ୍ଞାନୀ ନୂପବର ଗାଲ 
ମନ୍ତ୍ରୀବର ସହିତରେ କରି ଏ ବିଚାର । 
ବିନୀତ ଭାବରେ ଅତି ଆନନ୍ଦ ମନରେ 
ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟେ ଉପସ୍ଥିତ ହେଲେ । 
ନୃପବର ଗାଲରାଜା କେତେଦୂର ଯାଇ 
ଇନ୍ଦ୍ରଦ୍ୟୁମଙ୍କୁ ଦର୍ଶନ କରିଲେ ଯେ ରହି । 
ପ୍ରଣାମ କରିଣ କରଯୋଡ଼ି ମସ୍ତକରେ 
ସଭୟେ ଇନ୍ଦ୍ରଦ୍ୟୁମ୍ପଙ୍କ ସମୀପେ ମିଳିଲେ । 
ବିନୟେ କହିଲେ ଦେବ ରାଜରାଜେଶ୍ବର 
ମନୁଷ୍ୟ ହୋଇ ଆପଣ ବ୍ରହ୍ମଲୋକେ ଗଲ । 
ତେଣୁ ଅସୀମ ଶକତି ସମ୍ପନ୍ନ ଆପଣ 
ଜୀବନ୍ଧୁକ୍ତ ହୋଇ କରୁଛନ୍ତି ଅବସ୍ଥାନ | 
ହେ ନୁପି ଅତି. ସାମାନ୍ୟ କୀଟପରି ମୁହିଁ 
ଆପଣଙ୍କ ଗୁଣାବଳୀ ନ ପାରିବି କହି | 
ଆପଣଙ୍କ ମହିମାକୁ ଜାଣି ମୁଁ ନ ଥଲି 
ସୈନ୍ଯସହ ଯୁଦ୍ଧ କରିବାକୁ ଆସିଥଲି | 
ଆସି ଦେଖୁଲି ଆପଣ ଅଦ୍ଭୂତ ପୁରୁଷ 
ଇନ୍ଦ୍ର ସମାନ ଏଶୃର୍ଯ୍ୟ କରୁହଁ ପ୍ରକାଶ । 
ତୈଲୋକ୍ୟ ବାସୀ ସକଳ ଯେତେ ଦେବଗଣ 
ପଦ୍ଧନିଧ୍ୂ ସହ ଆଜ୍ଞା କରନ୍ତି ପାଳନ | 
ବ୍ରହ୍ମଲୋକୁ ଫେରିଆସି ଅଛନ୍ତି ଆପଣ 
ସାଧନ କରୁଛ ଅସମ୍ଭବ କାର୍ଯ୍ୟମାନ | 
ଅତଏବ ନୃପୋତ୍ତମ ହୁଅନ୍ତୁ ପ୍ରସନ୍ନ 
ସାର୍ଥକ ହୋଇବ ଆମ୍ଭମାନଙ୍କ ଜୀବନ
ଜୈମିନି କହିଲେ ସେହି ଗାଲ ନୃପବର 
ଏହିରୂପେ ନିବେଦନ କରନ୍ତେ ସତ୍ତ୍ବର 
ଲଷତ୍‌ ହାସ୍ୟ ମୁଖେ ନୃପବର ଇନ୍ଦ୍ରଦ୍ୟୁମ୍ନ 
କହିଲେ ବିନୟ ବାକ୍ୟ ହେ ଗାଲ ରାଜନ 
ଏ ସଂସାରେ ଆପଣ ତ ଜଣେ ବିଷୁଭକ୍ତ 
ସାର୍ବଭୌମ ମହୀପତି ଲୋକରେ ବିଦିତ 
ଆଉ ଏକ କଥା ଜାଣି ରଖନ୍ତୁ ନିଶ୍ଚୟ 
ରାଜାମାନଙ୍କ ରାଜତ୍ବ ସାମାନ୍ୟ ବିଷୟ । 
ମୋ ପରି ଅତି ସାମାନ୍ୟ ବ୍ୟକ୍ତିକୁ ଏପରି 
ପ୍ରଶଂସା କରି କହିବା ନୂହେଁ ଦଣ୍ଡଧାରୀ 
ଥାଉ ଏ କଥାରେ ଅଉ ନାହିଁ ପ୍ରୟୋଜନ 
ଅଦ୍ଵିତୀୟ ନୃପମଣି କ୍ଷିତିରେ ଆପଣ 
ଜୀବମଧ୍ୟେ ସର୍ବଶ୍ରେଷ୍ଠ ମାନବ ସଂସାରେ 
କିନ୍ତୁ ରାଜାର ଅଧୀନ ସକଳ କାର୍ଯ୍ୟରେ 
ପିତାମହ ବ୍ରଦ୍ଧା ଅଷ୍ଟଦିକପାଳ ଅଂଶରେ 
ନୃପତିକୁ ସୃଷ୍ଟି କରି ଅଛନ୍ତି ସଂସାରେ 
ଯେ ରାଜାର ପୁଣ୍ୟବଳ ଅତି ଅଳ୍ପ ମାତ୍ର 
ଯେ ରାଜା ପ୍ରଜାପାଳନେ ନୂହଇ ସମରଥ 
ନରୋଉମ ଯେଉଁ ରାଜା ଅତି ପୁଣ୍ୟଶୀଳ 
ପ୍ରଜାପାଳନ ବିଷୟେ ଅତ୍ୟନ୍ତ କୁଶଳ 
ଅତୁଳ ଧନ ସଞ୍ଚୟ କରି ଲଭେ କୀର୍ଁ 
ପରଲୋକେ ପ୍ରାପ୍ତ ହୁଏ ପରମ ସଦଗତି 
ବିଶେଷରେ ଆପଣ ତ ପରମ ବୈଷ୍ଣବ 
ଆପଣଙ୍କର ତ ହେବ ସଦଗତି ଲାଭ 
ଯେ ବ୍ୟକ୍ତ ପ୍ରାସାଦ ମଧ୍ୟେ ଯଥା ବିଧାନରେ 
ବିଷ୍ଣୁ ପ୍ରତିମା ସ୍ଥାପନ କରଇ ଭକ୍ତିରେ 
ତାହାର ଦେହ ବନ୍ଧନ ରନ୍ଧୁ ଛିଡିଯାଏ 
ବିଷ୍ଣୁଙ୍କ ପରମ ପଦ ଜୀବ ଲାଭ ପାଏ 
ହେ ଗାଲ ରାଜନ ତୁମେ ପ୍ରାସାଦ ମଧ୍ୟରେ 
ଦାରୁମୟ ବିଷ୍ଣୁ ମୂ ସ୍ପାପିଛ ଭକ୍ତରେ 
ତୁମ୍ଭର କାର୍ଯ୍ୟ ନିବିଗ୍ନେ ସମାଧା ହୋଇଛି 
ଆମ୍ଭ କାର୍ଯ୍ୟ ମନ୍ଵନ୍ତର ଗତ ହୋଇଅଛି 
ତଥାପି ଆମ୍ଭର କାର୍ଯ୍ୟ ସିଦ୍ଧି ହୋଇନାହିଁ 
ନିର୍ମିତ ପ୍ରାସାଦ ଅପ୍ରତିଷ୍ଠା ଅଛି ରହି 
ଏଣୁ ଆମ୍ଭର ମନରେ ସନ୍ଦେହ ହୁଅଇ 
ପ୍ରଭୁଙ୍କ ମୂ୍ଭି ସ୍ଥାପନ ହୋଇବ କି ନାହିଁ 
ଚତୁର୍ମୁଖ ବିଧାତା ତ ନୁହନ୍ତି ସ୍ଵାଧୀନ 
କେବେ ଏ ସ୍ଥାନକୁ ସେ କରିବେ ଆଗମନ । 
ଦେବ ପ୍ରାସାଦ ପ୍ରତିଷ୍ଠା କରିବେ ତ ସେହି 
ତାହାଙ୍କୁ ତ ନିମନ୍ତ୍ରିତ କରିଅଛି ମୁହିଁ 
ଅନ୍ୟ ବ୍ୟକ୍ତିଦ୍ଵାରା ମୁ ପ୍ରତିଷ୍ଠା କରିବି 
ଦେବତାଙ୍କୁ ନେଇ ସିଂହାସନେ ବସାଇବି । 
କିନ୍ତୁ ଅନ୍ୟକୁ ପ୍ରତିଷ୍ଠା କାର୍ଯ୍ୟରେ ନିଯୁକ୍ତ 
କରାଇବା ଆମ୍ଭ ପକ୍ଷେ ନୂହଇ ଉଚିତ । 
ନୃପୋତ୍ତମ ବଧାତା ତ ନିଶ୍ଚୟ ଆସିବେ 
ଦୟାକରି ଆମ୍ଭକାର୍ଯ୍ୟ ସମାଧା କରିବେ । 
ଏହା ହେଲେ ତତ୍ତଵଚୂପୀ ଦେବ ଜନାର୍ଦ୍ଦନ 
ସିଂହାସନ ପରେ ନୈଇ କରିବୁ ସ୍ଥାପନ । 
ତୁମ୍ଭଙ୍କୁ ତ କରିଦେଇ ସେବା ସମର୍ପଣ 
ବ୍ରହ୍ମଲଲୋକକୁ ତକ୍ଷଣେ କରିବୁ ଗମନ । 
ଆପଣ ତ ଯଥାବିଧୂ ଉପଚାର ଦେଇ 
ପ୍ରଭୁଙ୍କର ସେବାକାର୍ଯ୍ୟ କରାଇବେ ରହି । 
ସ୍ଵୟଂ ଧାତା ଯଥାବିଧ ଦେବେ ଉପଦେଶ 
ନିତ୍ୟ ସେବା ଯତ୍ରାପୁର୍ବ ବିଧାନ ବିଶେଷ । 
ଆପଣ କରିବେ ସେହିଁପରି ଅନୁଷ୍ଠାନ 
ଯେହେତୁ ଧର୍ମ ପାଳନ ଅଟନ୍ତି ରାଜନ । 
ଗାଲ ନୃପତି ଯେ କଥା ମନେ ଭାବୁଥିଲେ | 
ରାଜା ଇହ୍ଦଦ୍ୟୁମ୍ନ ସେହି ଆଦେଶ ଯେ ଦେଲେ । 
ଗାଲରାଜା ଏହା ଶୁଣି ଆନନ୍ଦ ହୋଇଲେ 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ନିକଟେ ରହିଲେ । 
ଇନ୍ଦ୍ରଦ୍ୟୁମ୍ନ ଯେ ଆଦେଶ ଦିଅନ୍ତି ଯେବେଳେ 
ଭୃତ୍ୟପରି ସେ କାର୍ଯ୍ୟକୁ କରନ୍ତି ତତ୍କାଳେ। 
ପ୍ରତିଷ୍ଠା ଦ୍ରବ୍ୟ ସମ୍ଭାର ଯଥା ବିଧାନରେ 
ଇନ୍ଦ୍ରଦ୍ୟୁମ୍ନ ଗାଲଦ୍ଵାରା ଆୟୋଜନ କଲେ । 
ଦେବଗଣ ଚଉପାଶେ ବେଢ଼ିଣ ବସିଲେ 
ଇନ୍ଦ୍ରଦ୍ୟୁମ୍ନ ସିଂହାସନପରେ ବିଜେ କଲେ । 
ତକ୍ଷଣେ ବାଜିଲା ମୁରଜାଦି ବାଦ୍ୟମାନ 
ବେଣୁ ବାଣୀ ଧଵନିରେ ଯେ ଦିଗ ହେଲା ପୂର୍ଣ । 
ଏଁରାବତ ଆଦି ଗଜଗଣଙ୍କ କଣ୍ଠରେ 
କିଙ୍କଣୀ ମାଳାର ଧ୍ଵନି ସକଳେ ଶୁଣିଲେ । 
ଏହାପରେ ଆକାଶ ମଣ୍ଡଳ ପୂର୍ଣ୍ଣ ହୋଇ 
ଅଦଭୁତ ତେଜୋରାଶି ଯେ ପ୍ରକାଶିଲା ତହିଁ । 
କ୍ଷିତିତଳେ ରହିଥୂଲେ ଯେତେ ଜନଗଣ 
ସେ ତେଜକୁ ଚାହିବାକୁ ନ ହେଲେ ଭାଜନ । 
ସକଳ ଜନଙ୍କ ଚକ୍ଷୁ ବୁଜି ହୋଇଗଲା 
ଅତି ଯତ୍ତେ ସେ ତେଜର ଦର୍ଶନ ମିଳିଲା । 
ଅନନ୍ତର ତେଜରାଖି ମଧ୍ୟେ ବିମାନରେ 
ପ୍ରଜାପତିଙ୍କୁ ଦର୍ଶନ କରିଲେ ସକଳେ । 
ଚାରିଦିଗେ ଶତ ଶତ ସ୍ଵର୍ଣ୍ଣ ହଂସଗଣ 
ସେ ବିମାନକୁ କନ୍ଧରେ କରନ୍ତି ବହନ । 
ଦିଗ୍୍‌ପାଳଗଣ ହସ୍ତରେ ଧରିଣ ଚାମର 
ବ୍ୟଜନ କରୁଅଛନ୍ତି ହୋଇଣ ତପ୍ୂର 
ଜାହ୍ନବୀ ଯମୁନା ଦୁହେଁ ତାହାଙ୍କର ଗାତ୍ର 
ଦୁଇପାଖେ କରୁଛନ୍ତି ଜଳେ ଅଭିଷିକ୍ତ 
ଚନ୍ଦ୍ର ସୂର୍ଯ୍ୟ ତାହାଙ୍କର ଉଭୟ ପାର୍ଶ୍ବରେ 
ଦୁଇଗୋଟି ଆତପତ୍ର ଧରିଛନ୍ତି କରେ 
ମନ୍ଦ ମନ୍ଦ ସମୀରଣେ ସେ ଆତ ପତ୍ରର 
ଝାଲେରୀ ଦୋହଲୁଥଲା ଅତି ମନୋହର 
ଗୌତମାଦି ରଷିଗଣ ତହିଁ ଯେତେ ଥଲେ 
ବେଦ ରହସ୍ୟ ମନ୍ତ୍ରରେ ସ୍ତୁତି କରୁଥିଲେ 
ଇନ୍ଦ୍ରଦ୍ୟୁମ୍ମାଦି ରାଜର୍ଷି ଆଉ ଦେବଗଣ 
ପ୍ରଜାନାଥଙ୍କର ସ୍ତୁତି କରନ୍ତି ଗାୟନ 
ଚଉପାଶେ ଦେବଗଣ ଜୟ ଗାଉଥଲେ 
ଆନନ୍ଦେ ଅପ୍ସରାଗଣ ନୃତ୍ୟ କରୁଥିଲେ 
ଗନ୍ଧର୍ବଗଣ ମଧୁର ସଂଗୀତ କରନ୍ତି 
ସିଦ୍ଧ ବିଦ୍ୟାଦର ଗଣ ବୀଣାକୁ ବଜାନ୍ତି 
ଆନନ୍ଦେ ତପସ୍ଵୀଗଣ ଦୂରଦେଶେ ରହି 
ଉପାସନା କରୁଛନ୍ତି ଶିରେ କରଦେଇ 
ସାବିତ୍ରୀ ସରସ୍ଵତୀ ଯେ ପବିତ୍ର ବାକ୍ୟରେ 
ସନ୍ତୋଷ ବିଧାନ କରୁଛନ୍ତି ସେ କାଳରେ । 
ଏ ଦୁଇ ପତ୍ନୀଙ୍କ ଛଡ଼ା ଆଉ ବ୍ରହ୍ମାଙ୍କର 
ସନ୍ତୋଷ ସାଧନେ ଅଛି ସମର୍ଥ କାହାର । 
ଜୈମିନି କହନ୍ତି ଦ୍ବିଜଗଣ ଶୁଣ ଧୀରେ 
ନାରଦାଦି ରଖି ସିଦ୍ଧ ଗନ୍ଧବ ସକଳେ । 
ବିନୟୀ ହୋଇ ହସ୍ତରେ ଧରି ସୁନାବେତ 
ସୋପାନ ଶ୍ରେଣୀ ଦର୍ଶନ କରାନ୍ତି ସତତ । 
ଏ ସମୟରେ ଗମନ ପଥ ସଙ୍କୁଚିତ 
ଦେବଗଣଙ୍କ ସମର୍ଥ ହେଲା ଉପସ୍ଥିତ | 
ଯେ ମାର୍ଗରେ ଯାର ଇଚ୍ଛା ଯେ ପଥେ ସେ ଗଲା 
ଗମନ ମାର୍ଗ ସ୍ଥିରତା ଆଉ ନ ରହିଲା 
କେହି କାହାରିକୁ ତହିଁ ନ କଲେ ଗଣନା 
କିପରି ଆଗରେ ଯିବେ ଏହି ବିବେଚନା 
ଏହିରୂପେ ସଙ୍କୁଚିତ ହେଲା ଗତିପଥ 
ନିଜ ବାହନ ବିଷୟେ ହେଲେ ଆକୁଳିତ । 
ଏ ରୂପ ହୋଇବା ନୁହେ ବିଚିତ୍ରର କଥା 
ଆସୁଛନ୍ତି ସୃଷ୍ଟି ସ୍ଥିତି ପ୍ରଳୟର କର୍ରା | 
ସ୍ଵୟଂ ସୃଷ୍ଟିକର୍ଭା ବ୍ରହ୍ମା ଯିବେ ଯେ ପଥରେ 
ସେ ପଥେ କି ଅନ୍ୟଦେବେ ଚାଲିବେ ସୁସ୍ଥରେ । 
ସେହି ସ୍ଥାନରେ ବିଧାତା ହେଲେ ଉପସ୍ଥିତ 
ଇନ୍ଦ୍ରଦ୍ୟୁମ୍ନ ଗୀଲରାଜା ନାରଦ ସହିତ | 
ମହଷିଗଣ ଅମରଗଣ ସେ କାଳରେ 
ସାଷ୍ଟାଙ୍ଗ ପ୍ରଣାମ ସର୍ବେ କଲେ ଭୁତଳରେ । 
ସେ ମହମ୍ମା ଇନ୍ଦ୍ଦ୍ୟୁମ୍ପ ପରମ ଭକ୍ତିରେ 
ନିଜକୁ ତ କୃତକୃତ୍ୟ ମନରେ ଭାବିଲେ । 
ଆନନ୍ଦରେ ଦେହ ହୋଇଗଲା ରୋମାଞ୍ଚତ 
ବ୍ରହ୍ମାଙ୍କୁ ଦେଖନ୍ତେ ବାକ୍ୟ ରୋଧ ହେଲା ଜାତ | 
ବ୍ରହ୍ମାଙ୍କର ସମ୍ମୁଖରେ କୃତାଞ୍ଜଳି ହୋଇ 
ଦଣ୍ଡାୟମାନ ହୋଇଲେ ନୀରବରେ ତହିଁ । 
ସ୍ନ୍ଦ ପୁରାଣେ ଉକ୍ତ ଉନ୍କଳ ଖଣ୍ଡରେ 
ଷଡ଼ବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ଜୟ କମଳ ଆସନ ଜୟ ପ୍ରଜାପତି 
ସୃଷ୍ଟି ସ୍ପିତି ପ୍ରଳୟର କର୍ଭା ବେଦପତି | 
ସେ ବେଦଙଜ୍ଞାନ ରୂପରେ ସର୍ବଦା ପ୍ରକାଶ 
ଜ୍ଞାତ ଜ୍ଞେୟ ଜ୍ଞାନ ଏହି ରୂପରେ ବିଶେଷ । 
ସେ ଜ୍ଞାନ ଲୋକରେ ହୃଦୟରୁ ଅନ୍ଧକାର 
ଦୂରକୁ ପଳାଇ ଯାଉ ମାଗେ ହରିହର । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ବ୍ରହ୍ମା ନୀଳାଚଳ ଆଗମନେ ନାମ 
ଷଡ଼ବିଂଶ ଅଧ୍ୟାୟଃ ! 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ