ଜୈମିନି ମୁନି କହିଲେ ଶୁଣ ଦ୍ଵିଜବର
ଆକାଶବାଣୀ ଶୁଣନ୍ତେ ରୋମାଞ୍ଚ ଶରୀର ।
ମହାମାଘୀ ଯୋଗ ଆସି ହେଲା ଉପସ୍ଥିତ
ପୁରୁଷୋତ୍ତମ କ୍ଷେତ୍ରରୁ ଚଳିଲେ ତୁରିତ ।
ଆଶ୍ଚର୍ଯ୍ୟ ବିଷୟ ସେହି ଦ୍ଵିଜ ଯେତେବେଳେ
ପୁରୁଷୋତ୍ତମ କ୍ଷେତ୍ରର ସମୀପେ ମିଳିଲେ ।
ଦେଖୁଲେ ନିଜର ପୂର୍ବ ପୁରୁଷ ସକଳ
। | ପଛେ ଧାଇଁ ଆସୁଛନି ହୋଇଣ ଆକୁଳ ।
ପାପକ୍ଷୟ ହେତୁ ଦେହ ପବିତ୍ର ହୋଇଛି
ସେହିଦିନ ଏହିପରି ମନରେ ଚିନ୍ତିଲେ
ଅପୂର୍ବ ଶୋଭାରେ ତାଙ୍କ ଦେହ ଝଟକୂଛି । |
ବହୁଜନ ସମାକୀର୍ଣ୍ଣ ପଥରେ ଚାଲିଲେ ।
ଶୁ ସତ୍ଵଗୁଣେ ଅନ୍ତଃକରଣ ବିମଳ
ଧୀରେ ଧୀରେ ପୂର୍ବ ପୁରୁଷଙ୍କ ସହିତରେ
କରିଛନ୍ତି ପରିଧାନ ବସନ ସକଳ
ଅତି ଆନନ୍ଦରେ ପରସ୍ପର ମେଳି ହୋଇ
ବିନୟେ ମଧୁରବାଣୀ କହନ୍ତି ତୁହାଇ
ହେ ପୁତ୍ର ଆମ୍ଭର ବଂଶେ ଧନ୍ୟ ତୋ ଜୀବନ
ଉଦ୍ଧାର କରିବୁ ପାପକାରୀ ପିତୃଗଣ
ହେ ତାତ ମୁକତି ଦାନ କରେ ଯେଉଁ ସ୍ଥାନ
ଭୂତଳେ ପବିତ୍ର ନାମ ଶ୍ରୀ ପୁରୁଷୋତ୍ତମ ।
ସେ କ୍ଷେତ୍ରକୁ ଯେଣୁ ତୁମ୍ଭେ କଲ ଆଗମନ
ତୁମ୍ଭ ସଙ୍ଗେ ଆସି ଆସି ପାପ ହେଲା ଲୀନ ।
ପୂର୍ବଦିଗେ ସୂର୍ଯ୍ୟଦେବ ହୁଅନ୍ତେ ଉଦୟ
ଯେଉଁପରି ତମୋରାଶି ହୁଅଇ ବିଲୟ ।
କ୍ଷେତ୍ର ନିକଟରେ ଆମ୍ଭେ ହୁଅନ୍ତେ ପ୍ରବେଶ
ଅଜ୍ଞାନାନ୍ଧକାର ହୃଦୟରୁ ହେଲା ନାଶ ।
ପାପ ଶୂନ୍ୟ ପିତ୍ଧଗଣ ଏମନ୍ତ କହିଲେ
ଶୁଣନ୍ତେ ସେହି ବ୍ରାହ୍ମଣ ବିସ୍ମପ ହୋଇଲେ
କ୍ଷେତ୍ର ମହିମା ମନରେ ପ୍ରଶଂସା କରନ୍ତି
କ୍ଷେତ୍ରକୁ ଯିବା ବାଟରେ ଏ ରୂପ ଦେଖନ୍ତି ।
ବ୍ରହ୍ମ ଲୋକରୁ ଆଗତ ବ୍ରହ୍ମ ରଷିଗଣ
ସେ ପଥେ କ୍ଷେତ୍ରକୁ କରୁଅଛନ୍ତି ଗମନ
ସର୍ବଦା ଲୋକାନୂଗ୍ରହକାରୀ ଦେବଗଣ
କହିଲେ ଆକାଶେ ରହି ସତ୍ୟ ଯେ ବଚନ
ଆକାଶବାଣୀ ତ କଦାଚନ ନୁହେଁ ମିଥ୍ୟା
କି ହେତୁ ମିଥ୍ୟା ବଚନ କହିବେ ଦେବତା ।
କର୍ମଫଳ ତତ୍ତ୍ଵ ଦେବଗଣ ବୁଝିଛନ୍ତି
ତେଣୁ ଲୋକଙ୍କୁ କର୍ମରେ ପ୍ରବର୍ତାନ୍ତି ନିତି
ଯାହାହେଉ ନଙ୍କବାସୀ ପିତୃଗଣଙ୍କର
ଉଦ୍ଧାର ବିଷୟେ ହେଲା ସାମର୍ଥ୍ୟ ମୋହର
ସେହି ପାଷାଣ୍ଡ କୂଳରେ ଜନ୍ମ ଲଭିଅଛି
ଭାଗ୍ୟକୁ ପିତୃମାନଙ୍କୁ ଉଦ୍ଧାର କରୁଛି |
ଆଶ୍ଚର୍ଯ୍ୟ ବିଷୟ ଗୟୀକ୍ଷେତ୍ରେ ପିଣ୍ଡ ଦେଲି
ପିତୃଗଣଙ୍କୁ ଉଦ୍ଧାର କରି ନ ପାରିଲି
ଏହି କ୍ଷେତ୍ରର ମହିମା ଅଟଇ ଏସନ
ସୂର୍ଯ୍ୟ ତେଜ ପ୍ରାପ୍ତହୋଇ ପାପକାରୀଗଣ
ଟିତତଶୁଛି ଲଭିଛନ୍ତି ପାଇବେ ମୁକତି
ସେମାନେ ପ୍ରଶଂସା ମୋତେ ତେଣୁ କରୁଛନ୍ତି
ମୋ କର୍ମରୁ ପିତୃଗଣ ହେଲେ ପାପ ମୁକ୍ତ
ନିଶ୍ଚୟ ମୋ ଦେହ ହୋଇଅଛି ତ ପବିତ୍ର
ଅତି କଷ୍ଟେ ମହୌଦଧ୍ ତୀର୍ଥରେ ମିଳିଲେ ।
ଶାସ୍ତ ବିଧାନରେ ସିନ୍ଧୁ ଜଳେ କରି ସ୍ମାନ
ଦେବତା ପିତୃମାନଙ୍କୁ କରିଲେ ତର୍ପଣ ।
ଅତି ଆଦର ଭକ୍ତିରେ ଶ୍ରାଦ୍ଧ ତହିଁ କଲେ
ଶ୍ରୀ ଜଗନ୍ନାଥଙ୍କୁ ଧ୍ୟାନ ଶେଷରେ କରିଲେ ।
ଧ୍ୟାନରେ ଦେଖୁଲେ ଆକାଶରୁ ଆସୁଅଛି
ଉନ୍ନଳ ମଣି ରତନେ ଖଚିତ ହୋଇଛି ।
ସୁବର୍ଣ୍ଣ କିଙ୍କିଣୀ ମାଳା ଧ୍ଵନି ଶୁଭୁଅଛି
ମନୋହର ସ୍ଵବରତାଳେ ବୀଣା ବାଜୁଅଛି ।
ଚନ୍ଦ୍ର ସୂର୍ଯ୍ୟସମ କାନ୍ତି କାମାଚାରୀ ରଥ
ଧ୍ୟାନ ଦୃଷ୍ଟିରେ ଦେଖୁଲେ ସଂଖ୍ୟା ଅଗଣିତ ।
ସେ ରଥେ ଅପ୍ସରା ଆଉ ବିଦ୍ୟାଧର ଗଣ
ଚତୁର୍ଦ୍ଦିଗେ କରୁଛନ୍ତି ପୁଷ୍ଠ ବରଷଣ
ଏହା ଦେଖନ୍ତେ ବ୍ରାହ୍ମଣ ଧ୍ୟାନ ଭଙ୍ଗ କଲେ
ଚକ୍ଷୁ ମେଲାକରି ତାହା ବାହାରେ ରଖିଲେ ।
ଏହାପରେ ଦେବଦୂତଗଣ ଉପସ୍ଥିତ
ସେ ଦ୍ରିଜ ପିତୃମାନଙ୍କୁ ହେଲେ ଦଣ୍ଡବତ ।
ମଧୁର ବାକ୍ୟେ ବିନୟ ହୋଇଣ କହିଲେ
ଆପଣେ ତ ଭାଗ୍ୟବନ୍ତ ବ୍ରହ୍ମାଙ୍କୁ ବୋଇଲେ ।
ଆପଣମାନଙ୍କ ପାଇଁ ଆଣିଅଛୁ ରଥ
ବ୍ରହ୍ମଲୋକ ଯାଅ ବେଗେ ହୋଇ ଆନନ୍ଦିତ
ଆପଣମାନେ ନର୍କରେ ଦୁଃଖ ଭୋଗୁଥଲେ
ଆପଣଙ୍କ କୁଳେ ବିଷୁଭକ୍ତ ଜାତ ହେଲେ ।
ସେହି ଆପଣମାନଙ୍କୁ ଉଦ୍ଧାର କରିଲେ
ମହାମୋହ ଜନନୀ ଅବିଦ୍ୟା ନାଶ କଲେ ।
ଅବିଦ୍ୟାର ବଶହୋଇ ସାଧାରଣଜନ
ସଂସାର ମାର୍ଗେ ଭ୍ରମଣ କରି ପ୍ରତିଦିନ ।
ପାଷାଣ୍ଡ ହୁଅନ୍ତି ତାଙ୍କ ଉଦ୍ଧାର ନିମିତ୍ତ
ଆଉ ତ କିଛି ଉପାୟ ନାହିଁ ନ ହେବତ ।
ଜୈମିନି କହନ୍ତି ହେ ଶୌନକ ମୁନି ଶୁଣ
ନିଶ୍ଚୟ କରି କହୁଛି ବଂଶଧର ଗୁଣ |
ପୁରୁଷୋତ୍ତମ କ୍ଷେତ୍ରରେ ଶ୍ରାଦ୍ଧ ନ କରିଲେ
ପାପୀବଂଶର ମୁକତି ନୁହେଁ କେଉଁ କାଳେ ।
| ଭଗବାନଙ୍କୁ ମନରେ ଚିନ୍ତ ଇନ୍ଦ୍ରଦ୍ୟୁମ୍ନ
ଅତିକ୍ଲେଶେ ଯଜ୍ଞ ଦୀକ୍ଷା କରିଲେ ଗ୍ରହଣ ।
ଭଗବାନଙ୍କର ଦୟା ପ୍ରକୃତ ନ ଥଲେ
ଢ୍ଲେଶ ସାଧ୍ୟ ବହୁ ଅର୍ଥ ବ୍ୟୟ ବହୁକାଳେ ।
ସହସ୍ରାଶ୍ଵମେଧ ଯଜ୍ଞ କରିଲେ ସମ୍ପୂର୍ଣ
ଯାହା କରି ନ ପାରିବେ ଅଳ୍ପ ଭାଗ୍ୟଜନ
ଏହି ହେତୁ ସ୍ବେହସିନ୍ଧୁ ଚନ୍ଦ୍ରମା ସମାନ
ଦୀନଜନୁ ପ୍ରତି ଅନୁଗ୍ରହ ପରାୟଣ |
ସର୍ବକର୍ମ କଉ ନିରୁପାଧୂ ଦୟାମୟ
ଜଗନ୍ନାଥ ଦାରୁରୂପେ ହୋଇଲେ ଉଦୟ
ପ୍ରଶାନ୍ତ ମୂର୍ରିରେ ଇନ୍ଦ୍ରଦ୍ୟମ୍ପେ ବର ଦେଲେ
ବହୁବିଧ ବର ପାଇ ରାଜା ଧନ୍ୟ ହେଲେ ।
ଏ ପୁରୁଷୋତ୍ତମ କ୍ଷେତ୍ର ଆମ୍ଭର ସ୍ଵରୂପ
ଏ କଥାରେ ମନେ କିଛି ନ କର ବିକଳ୍ପ ।
ମୁକ୍ତିଲାଭେ ଏହା ଅତି ଉତ୍ତମ ଉପାୟ
ତୁମ୍ଭଙ୍କୁ କହୁଛି ଏହା ଅତି ଗୋପନୀୟ
ନିଜ ଦୂଇବାହୁ ଟେକି ପ୍ରତିଜ୍ଞା କରୁଛୁ
ସତ୍ୟ ସତ୍ୟ ପୁନଃ ସତ୍ୟ କରି କହୁଅଛୁ ।
ଏକ୍ଷେତ୍ରେ ବଟ ସାଗର ମଧ୍ୟେ ପ୍ରାଣ ଗଲେ
ସାଯୁଜ୍ୟ ମୁକ୍ତି ଲଭିବ ନିଶ୍ଚୟ ରୂପରେ ।
କିନ୍ତୁ ମୋକ୍ଷ ଲାଭ ତତ୍ତ୍ଵ ସାକ୍ଷାତକାର କଲେ
ମୁକ୍ତି ମିଳେ ଏ କ୍ଷେତ୍ରର ପ୍ରାଣ ବିସର୍ଜିଲେ ।| 5
ଏ ଦୁଇ ବ୍ୟତୀତ ନାହି ମୁକ୍ତିର ସାଧନ
ନିଶ୍ଚୟ ମୁକ୍ତି ବିଷୟେ ଏ ଦୁଇ ସମାନ ।
ହେ ଶୌନକ ମହାମାଘୀଯୋଗ ଏ କ୍ଷେତ୍ରରେ
ପିତୁଙ୍କ ଉଦ୍ଦେଷ୍ୟେ ଯେଉଁ 3 ପୁତ ଶ୍ରାଦ୍ଧ କରେ
ଏହିଁରୂପ ମୁକ୍ତି ଲାଭ ଏ ତିନି ଦୂଳ୍ଲଭ
ହେ ବିସ୍ସ ମନରେ ଏହି କଥା ରଖୁଥବ
ଅର୍ଵୋଦୟ ଆଦି ଯୋଗ କହୁଛି ବୁଝାଇ
ମହାମାଘୀ ଯୋଗରୁ ଯେ ଅଧ୍ବକ ନୁହଇ ।
ଏହି ଯୋଗର ଶତାଂଶ ଏକାଂଶ ସମାନ
ହୋଇ ନ ପାରିବ କେବେ ଅନ୍ୟ ଯୋଗମାନ ।
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ
ତିନି ପଞ୍ଚ ଛାନ୍ଦ ଶେଷ ଉତ୍କଳ ଭାଷାରେ ।
ହେ ପ୍ରଭୁ ସଂସାର ଦୁଃଖ ହେବାକୁ ନିପାତ
ତୁମ୍ଭ ଚରଣରେ କରୁନାହିଁ ଦଣ୍ଡବତ |
କୁମ୍ଭୀପାକୁ ନର୍କ ଦୁଃଖ ସହିବା ଭୟରେ
କରୁନାହି ନାମମାନ ମାତିଣ ପ୍ରେମରେ ।
ରମଣୀୟ କାନ୍ତାକୋଳ ନନ୍ଦ୍ରନ ବନରେ
କ୍ରୀଡ଼ା କରିବାକୁ ଇଛା: ନାହି ମୋ ମନରେ ।
ମନରେ ଯେ ଭାବ ଜାତ ହୁଏ ଯେ ବେଳରେ
ସେ କାଳେ ରସନା ତବ ନାମ ଗାନ କରୋ
କେଉଁ ଫଳ ଲାଭ ହେବ ତାହା ତୁମ୍ଭେ ଜାଣ
ଦୀନ ହରିହର ପାଦ ପଦ୍ଧରେ ଶରଣ ।।
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ
ମହାମାଘୀ
ତ୍ରିପଞ୍ଚାଶତ ଅଧ୍ୟାୟଃ
Comments
Post a Comment