ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଏକାଦଶୋଧ୍ୟାୟଃ

ଏକାଦଶ ଅଧ୍ୟାୟ


ସମୁଦ୍ର ଦକ୍ଷିଣତୀର ଦେଶ ଅବସ୍ଥିତ | 
କାନନରେ ପରିପୂର୍ଣ ଆଉ ଜନଶୂନ୍ୟ 
ଦେବତାଙ୍କର ଅଗମ୍ୟ ଅଟେ ସେହି ସ୍ଥାନ 
ଶୁଣିଛି ପ୍ରଚଣ୍ଡ ବେଗେ ପବନ ବହିଲା 
ବାଲି ଉଡ଼ି ପର୍ବତକୁ ଘୋଡ଼ାଇଣ ଦେଲା 
ସେ ହେତୁ ଆମ୍ଭ ଏ ରାଜ୍ୟେ ଦୁର୍ଭିକ୍ଷ ମଡ଼କ 
ପାଡ଼ାରେ ଦୁଃଖ ଭୋଗନ୍ତି ରାଜ୍ୟବାସୀ ଲୋକେ । 
ଆପଣ ତ ଏ ସ୍ଥାନରେ କଲେ ଆଗମନ 
ଏହି ରାଜ୍ୟରେ କୁଶଳ ହେବ ବିଦ୍ୟମାନ । 
ଉତ୍କଳାଧ୍ବପତି ଏହି ବୃତ୍ତାନ୍ତ ବର୍ଣ୍ଣନ 
କରିଲେ ଉପବେଶନ ରାଜ ସନ୍ତିଧାନ । 
ଅନନ୍ତର ନାରଦଙ୍କୁ ଚାହିଁ ନରପତି 
ମନରେ ବ୍ୟାକୁଳ ହୋଇ ବଚନ କହନ୍ତି । 
ହେ ମୁନି ଶୁଣିଲ ଏହି ଘଟନା ସକଳ 
ଯେ ନିମନ୍ତେ ଆସିଅଛି ହେବ କି ବିଫଳ 
ଏ ରୂପେ ଆଶାଙ୍କା ଚିତ୍ତ ହୁଅନ୍ତେ ରାଜନ 
ହସି କହନ୍ତି ବଚନ ' ବ୍ରହ୍ମାଙ୍କ ନନ୍ଦନ | 
ହେ ରାଜା ମନେ ବିସ୍ଲୟ ହୂଅ କି କାରଣ 
ତୁମ୍ଭେ ଭାଗ୍ୟବାନ ବିଖୁଭକ୍ତି ପରାୟଣ 
ବୈଷ୍ଣବମାନଙ୍କ ବାଞ୍ଚା ନୁହଇ ବିଫଳ 
ଯେଉଁ ପ୍ରଭୁ ଧରିଥଲେ ପାର୍ଥିବ ଶରୀର 
ସେ ପ୍ରଭୁ ଆଦି କାରଣ ଏଥୁ ଜଗତର 
ଅବଶ୍ୟ ଦର୍ଶନ ପାଇବ ତ ତାହାଙ୍କର 
ସେହି ପ୍ରଭୁ ଅନୁଗ୍ରହ ନିଷ୍ଚୟ କରିବେ 
ପୁନରାୟ ଏହି ସ୍ଥାନେ ଅବତୀଣ୍ଡ ହେବେ 
ଚରାଚର ଏ ଜଗତ  ବିଷୁଙ୍କ ଅଧୀନ 
ବିଷ୍ଣୁ ନୁହନ୍ତି ଜଗତେ କାହାରି ଅଧୀନ 
କିନ୍ତୁ ଭଗବାନ ଭକ୍ତ ବସଳ ଅଚନ୍ତି 
ଭକ୍ତମାନଙ୍କର ବଶୀଭୂତ ସେ ହୁଅନ୍ତି 
ବ୍ରହ୍ମାଦି କୀଟ ପର୍ଯ୍ୟନ୍ତ ଯାହାର ମାୟାରେ 
ଉତପନ୍ନ ହୋଇଛନ୍ତି ଏହି ସଂସାରରେ 
ଭକ୍ତି ନ କରିଲେ ତାକୁ ପରମ ପୁରୁଷ 
କେଉଁ ନିମନ୍ତେ ହୋଇବେ ସେ କାହାର 
ନାରାୟଣଙ୍କର ପ୍ରତି କରିଲେ ଭକତି 
ଧର୍ମ ଅର୍ଥ କାମ ମୋକ୍ଷ ଫଳ ହୁଏ ପ୍ରାପ୍ତି 
ସେ ପ୍ରଭୁଙ୍କୁ ବଶୀଭୂତ କରିବା ଉପାୟ 
ଏକମାତ୍ର ଭକ୍ତି ଅଟେ ଏକଥା ନିଶ୍ଚୟ 
ଭକ୍ତି ହୀନ ଜନକୂ ସେ ନ ଦେବେ ଦର୍ଶନ 
ଏହି କଥା ସଦା ମନେ ରଖନ୍ତୁ ରାଜନ । 
ନିଜର ମାୟା ବଳରେ ବହୁରୁପ ଧରି 
ଏ ଜଗତେ ଲୀଳା କରୁଅଛି ଶ୍ରୀହରି 
ପରମାତ୍ମା ସୁଖ ବିନା ଅନ୍ୟେ ନାହିଁ ସୁଖ 
ଆହେ ନରନାଥ ଏହି କଥା ମନେ ରଖ । 
ଶିବ ସୂର୍ଯ୍ୟ ଗଣେଶାଦି ସର୍ବଦେବଗଣ 
ପୂଜନୀୟ ହୋଇଛନ୍ତି କରି ନିଜ କର୍ମ । 
ଅର୍ଚ୍ଚନାରେ ତୋଷ ହେଲେ ଅଭିଳାଷ
ଦାନ କରନ୍ତି ସେମାନେ ବିଷ୍ଣୁଭକ୍ତ ପରାୟଣ । 
ଭଗବାନ ଅନ୍ତର୍ଯ୍ୟାମୀ ଦେବଗଣଙ୍କର 
ହୃଦପଦ୍ଲେ ରହି ପୁଜା କର ପୂଜାଫଳ | 
ଦେବାପାଇଁ ଅନୁମିତ ଦିଅନ୍ତି ଯେ କ୍ଷଣ 
ସେହି ଫଳ ଦାନ କରିଥାନ୍ତି ଦେବଗଣ । 
ହେ ବୈଷ୍ଣବ ଚୂଡ଼ାମଣି ରାଜା ଇନ୍ଦ୍ରଦ୍ୟୁମ୍ନ 
ବ୍ରହ୍ମାଙ୍କ ପାଞ୍ଚ ପୁରୁଷ ପରେ ତୁମ୍ଭେ ଜନ୍ମ । 
ଅଷ୍ଟାଦଶ ବିଦ୍ୟାରେ ଯେ ହୋଇଛ ପଣ୍ଡିତ 
ଅତି ବିଶୁଦ୍ଧ ଚରିତ୍ର ଆଉ ଭାଗ୍ୟବନ୍ତ | 
ରାଜନୀତି ଶାସ୍ତ୍ର ଜାଣି ପୃଥ୍ବୀ ପାଳନ 
ସର୍ବଦା କରୁଛ ଦେବ ବ୍ରାହ୍ମଣ ପୂଜନ | 
ତୁମ୍ଭେ ଏହି ଚର୍ମ ଚକ୍ଷୁ କରିଣ ଧୀରଣ 
ଶ୍ରୀକ୍ଷେତ୍ରେ ବୈକୁଣ୍ଠନାଥ କରିବ ଦର୍ଶନ | 
ତବ ପିତାମହ ବ୍ରହ୍ମା ତୁମ୍ଭର ଏ କାର୍ଯ୍ୟ 
ସାଧନରେ କରିବାକୁ ତୁମ୍ଭଙ୍କୁ ସାହାଯ୍ଯ । 
ନିଯୁକ୍ତି ଯେ କରିଛନ୍ତି ମୋତେ ନୃପରାଣ 
କ୍ଷେତ୍ର ମଧ୍ୟରେ କହିବି କରିବ ଶ୍ରବଣ । 
ରାତ୍ରି ହୋଇଲାଣି ଆସି ତୃତୀୟ ପ୍ରହର 
ସଭା ଶେଷ କରି ଯାନତୁ ଯେ ଯାହାର ଘର । 
ଅନ୍ତପୁରେ ଯାଇଁ ରାଜା କରନ୍ତୁ ଶୟନ 
ଏକାଦଶ ଅଧ୍ୟାୟ ଯେ ହୋଇଲା ସମ୍ପୂର୍ଣ୍ଣ । 
ମୋ ନାଥ ଅଟନ୍ତି ଏହି ଜଗତର ନାଥ 
ମୋ ଗୁରୁ ଜଗତଗୁରୁ ରୂପରେ ବିଖ୍ୟାତ । 
ମୋ ଆତ୍ମା ସକଳ ଭୁତ " ମଧ୍ୟରେ ବିରାଜେ 
ସର୍ବଭୂତ ଆତ୍ମା ଜଗନ୍ନାଥ ରୁତେ ବିଜେ । 
ମୁର୍ଭିମିନ୍ତ ହୋଇ ନୀଳ ପର୍ବତି ଶିଖରେ 
ସୁ ଆସି ଦେବଗଣ ପୂଜନ୍ତି ବିଧ୍‌ରେ । 
ପତିତଜନ ଉଦ୍ଧାର କରିବା ନିମିତ 
ଅନ୍ତର୍ବାନ ହେଲେ ତହିଁ ପୁର୍ଣ୍ଣ ବାଲିବନ୍ତ । 
ଦାରୁମୟ ଦେହେ ପ୍ରଭୁ ହେବେ ଅବତୀର୍ଣ୍ଣ 
ପାପ୍ରୀ ତାପୀ ଜନଙ୍କର ହେବ ବାଞ୍ଚା ପୂର୍ଣ୍ଣ । 
ଦୂଭିକ୍ଷ ମଡ଼କ ପୀଡ଼ା ଦେଶୁଁ ହେବ ଦୂରି 
କୃତାଞ୍ଜଳି ପୁଟେ ମାଗେ ଦୀନ ହରିହର । 
ଇତି ଶ୍ରୀ ସ୍କନ୍ଦପୂରଣେ ଉତ୍କଳ ଖଣ୍ଡେ ଇନ୍ଦରଦ୍ାମ୍ପ ରାଜା ଉତ୍କଳ ଦେଶ ପ୍ରବେଶେ ନାମ ଏକାଦଶୋଧ୍ୟାୟଃ| 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.


Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ