ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଏକନୋପଞ୍ଚଶତ ଅଧ୍ୟାୟଃ
ଏକନୋପଞ୍ଚଶତ ଅଧ୍ୟାୟ
ଜୈମିନି କହିଲେ ବତ୍ସ ସାବଧାନେ ଶୁଣସେ ଦ୍ଵିଜ ପୁରୁଷୋତ୍ତମ କରିବେ ଗମନଂ ।କିପରି ଯିବେ ଏ ଚିନ୍ତା କରନ୍ତି ମନରେଦୁର୍ବାସା ରଖି ମିଳିଲେ ବିପ୍ର ନିକଟରେ ।ଦେଖୁବା ମତ୍ରେ ଦୁର୍ବାସା ରଖିକୁ ବ୍ରାହ୍ମଣପାଦ୍ୟ ଆସନ ଦେଇଣ କରିଲେ ଅଚ୍ଚନ ।ମୁନିବର ଆସନରେ ଆନନ୍ଦେ ବସିଲେସେ ଦ୍ଵିଜ ବିନୟେ ନମ୍ର ବଚନ କହିଲେହେ ମୁନି ଆପଣ ମୋର ଗୃହେ ଉପସ୍ଥିତତେଣୁ ମୋର ଭାଗ୍ୟବଳ ବଢ଼ିଛି ବହୂତକୃତାର୍ଥ ହୋଇଛି ଏଣୁ ମୋର ଏ ଜନମଧର୍ମ ସ୍ଵରୂପ ସାକ୍ଷାତେ ଅଟନ୍ତି ଆପଣକେବେହେଲେ ଅଛ ଭାଗ୍ୟଶାଳୀ ଜନଗଣଆପଣଙ୍କର ଦର୍ଶନେ ନୂହନ୍ତି ଭାଜନହେ ରଷି ପବିତ୍ର ହେଲି କରିଣ ଦର୍ଶନଦିଅନ୍ତୁ ଆଦେଶ ତାହା କରିବି ପାଳନଏହିରୂପେ ସେ ବ୍ରାହ୍ମଣ କହନ୍ତେ ବଚନହସି ହସି କହିଲେ ସେ ବ୍ରହ୍ମାଙ୍କ ନନ୍ଦନହେ ବିପ୍ର ମୁଁ ଯୋଗୀବର ନୁହେଁ ପ୍ରକୃତରେକି ହେତୁ ଏପରି କଥା କହ ମୋ ଆଗରେଏକମାସ ପରେ ତୁମ୍ଭେ ଆମ୍ଭମାନଙ୍କରନମସ୍କରଣୀୟ ହେବ ଆହେ ଦ୍ଵିଜବରବେଦାକ୍ତ ସାଧନାମାନ ନ କରି ସୀଧନଅବିଳମ୍ବେ ମୋକ୍ଷପଦ ଲଭିବ ବ୍ରାହ୍ମଣଦୁର୍ବାସା ରଷି କହିଲେ ଏ ରୂପେ ବଚନଏହା ଶୁଣି ପଚାରିଲେ ସେ ବିପ୍ର ନନ୍ଦନହେ ମୁନି ଆପଣ ସଦା ସତ୍ୟ କହିଥାନ୍ତିସ୍ଵପନରେ ମଧ୍ୟ ମିଥ୍ୟା କଥା ନ କହନ୍ତିଏ ଦାସ ଜନକୁ ପରିହାସ କର ନାହିଁଏହାକି ପ୍ରକୃତ ସତ୍ୟ କହନ୍ତୁ ବୁଝାଇଆପଣ କରନ୍ତୁ ମୋତେ ଅଭୟ ପ୍ରଦାନବିବେକହୀନ ମୁଁ ସ୍ବେଚ୍ଛାଚାରୀ ପାପୀଜନଦୃଢ଼ରୁପେ କାମନାରେ ଆବଦ୍ଧ ମୋ ମନତ୍ୟାଗ କରିନାହିଁ କରୁଅଛି ଗ୍ୁହଧର୍ମବିଷୟ ଭୋଗର ଇଛା କ୍ଷଣକାଳ ପାଇଁ“ମୋ ମନରୁ କେବେ ଅନ୍ତହିଁତ ହୋଇନାହିଁବୁଦ୍ଧଗଣ କହୁଛନ୍ତି ମାନବ ମନରେଜୀବନ ଧାରଣ ଭିନ୍ନ କାମନା ନ ଥିଲେଉଭୟ ଭୋଗରେ ଫଳ କାମନା ନ ଥିବମୁକ୍ତିଲାଭେ ଅଧ୍ବକାର ତେବେ ସିନା ହେବମମତା ରହିଛି ମୋର ପାର୍ଥିବ ବସ୍ତୁରେଭକ୍ତିଲାଭ କରିବି ମୁଁ କେବଣ ପ୍ରକାରେତେବେ ଅବଶ୍ୟ ଜୀବର ବନ୍ଧନ ଫିଟିବଅଶେଷ ଜନ୍ମର ପାପମାନ ବିନାଶିବହେ ମୁନି କହନ୍ତୁ ମୋତେ ଏକଥା ବୁଝାଇକାତର ମନେ ଭୟରେ କଲେ ପଳାୟନ |ଦୁର୍ବାସା କହନ୍ତି ବ୍ରାହ୍ମଣର ମୁଖ ଚାହିଁହେ ବପ୍ର ଯାହା କହିଲ ତାହା ମିଥ୍ୟା ନୁହେଁଯେ ରୂପେ ହୋଇବ ମୋକ୍ଷ ଶୁଣ ତାହା କହେ ।ପୂବଜନ୍ତେ ଥଲ ତୁମ୍ଭେ ଶ୍ରେଷ୍ଠ ବିଭକ୍ତତୀଥଯାତ୍ରା କଲ ବନ୍ଧୁବାନ୍ଧବ ସହିତ |ଲୋକେ ପ୍ରସିଦ୍ଧ ପୁରୁଷୋତ୍ତମ କ୍ଷେତ୍ରବରେପ୍ରବେଶ ହୋଇଲ ଯାଇଁ ମକର ମାସରେ ।ନିଷ୍ପାପ ହୋଇଣ ସ୍କାନ କରି ସମୁଦ୍ରରେଏକାଦଶୀ ଦିନ ବିଷ୍ଣୁ ପ୍ରୀତି ଉଦ୍ଦେଶ୍ୟରେ ।ପ୍ରଭୁଙ୍କୁ ପୂଜିଲେ ନାନାବିଧ ଉପଚାରେକୁନ୍ଦପୂଷ୍ଠ ମାଳା ଦେଇ ରାତ୍ରି ଉଜାଗରେ ।ସେ ଦିନକ ଉପବାସ କରି ପ୍ରଭାତରେପ୍ରଭୁଙ୍କୁ ପୂଜିଲ ପୁଣି ଭକତି ଭାବରେ ।ଜଗନ୍ନାଥଙ୍କର ପ୍ରୀତି ଅର୍ଥ କଲ ଦାନବ୍ରାହ୍ମଣମାନଙ୍କୁ ଭୋଜ୍ୟ ଆସନ ବସନ ।ବନ୍ଧୁଗଣ ସଙ୍ଗେ ଗ୍ୁହେ କଲ ଆଗମନମୋକ୍ଷଲାଭେ ଅଧ୍ବକାରୀ ହୋଇଛ ବ୍ରାହ୍ମଣ ।ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଉକ୍ରଳ ଦେଶରେରହିଛି ଦକ୍ଷିଣ ମହୋଦଧ୍ୂଚି କୂଳରେ |ଅଳ ଭାଗ୍ୟଶାଳୀ ପକ୍ଷେ ଦୁଷ୍ପାପ୍ୟ ଅଟଇତା ତତ୍ତ ବୃହ୍ମା ଶଙ୍କର ନ ଜାଣନ୍ତି କେହି ।ସେ ତୀର୍ଥେ ଜନମ କରି ନିଷ୍ଠାପୀ ହୋଇଛକର୍ମକ୍ଷୟ ଅର୍ଥେ ଏହି ଦେହ ଧରିଅଛସେ କର୍ମ ଫଳରୁ ତୁମ୍ଭେ ହୋଇବ ମୁକତଗ୍ୁହେ ରହି ସଙ୍ଗ ଦୋଷେ ହୋଇବ ଦୂଷିତ ।ପାଷାଣ୍ଡ ସଙ୍ଗକୁ ତୁମ୍ଭେ କରିଲେ ତ୍ୟକତମହାପ୍ରସାଦ ଭୋଜନେ ହୋଇବ ପବିତ୍ର ।ସମ୍ପତି ପୁରୁଷୋତ୍ତମ କରନ୍ତୁ ଗମନଭଗବାନଙ୍କ ଚରଣେ ଯାଆନ୍ତୁ ଶରଣ ।ଗ୍ୁହରେ ସଞ୍ଚୟ କରିଅଛ ଯେତେ ଧନତାହା କୁଟୁମ୍ବମାନଙ୍କୁ କରନ୍ତୁ ପ୍ରଦାନ |ଜୈମିନି କହନ୍ତି ମୁନି ଦୂର୍ବାସା କହିଲେସେ ବିପ୍ର ଶୁଣି ମନରେ ଆନନ୍ଦ ଲଭିଲେ ।ତକ୍ଷଣ ମନରେ ଜ୍ଞାନ ଉଦୟ ହୋଇଲାଗୃହ ଧନ ବନ୍ଧୁ ମିତ୍ର ମମତା ଛାଡ଼ିଲା ।ଅତି ଶୀଘ୍ର ସେହି ବିପ୍ର ଘରୁ ବାହାରିଲେଦୂର୍ବାସା ମୁନିଙ୍କ ସଙ୍ଗେ ଶ୍ରୀକ୍ଷେତ୍ରେ ଚଳିଲେ।ପରଦିନ ଚିତଶୁଦ୍ଧ ପରୀକ୍ଷା ନିମିତ୍ତପଥେ ଯାଉଁ ଯାଉଁ ମୁନି ହେଲେ ଅନ୍ତରହିତ ।ସେହି ବିପ୍ର କେତେ ପଦ ଗମନ କରିଲେଦୁର୍ବାସା ମୁନିଙ୍କୁ ଆଉ ଦେଖୁ ନ ପାରିଲେ ।ସେ ନାରୀକୁ ଦେଖୁ ବିପ୍ର ଚିନ୍ତିଲେ ମନରେଭାବିଲେ ଏକାକୀ ହୋଇଯିବି ମୁଁ କେସନ ।ଏପରି ନାରୀ ରତନ ନାହିଁ ସୂର୍ଗପୁରେ |ବୃକ୍ଷଶୂନ୍ୟ ଦୂରପଥେ କିଛି ଚିହ୍ନି ନାହିଁବିଶାଳ ନଗର କେତେ କରିଛି ଭ୍ରମଣଅନ୍ତର ହୋଇଲେ ମୁନି କିଛି ତ ନ କହି ।ଏପରି ରମଣୀ କାହିଁ ନ କରି ଦର୍ଶନ |ସାଧୁଙ୍କର ଆଚରଣ ନୁହେଁ ତ ଏପରିରାଜାମାନଙ୍କର ଅନ୍ତପୁରର ମଧ୍ୟରେଦୁଗମ ପଥେ ଏକାକୀ ଯିବି ମୁଁ କିପରି _ |ଏପରି ରମଣୀ ରତ ନାହିଁ ତିନିପୁରେ |ମୁନିଙ୍କ ଆଶ୍ରମ କେଉଁସ୍ଥାନେ ଜାଣେ ନାହିଁ |ଏ ନାରୀ ଦେହ ସୌନ୍ଦୟ୍ୟ ଯେପରି ଦିଶଇକେଉଁଆଡ଼େ ଗଲେ ମୋତେ କିଛି ଯେ ନ କହି |ଦେବ ଲୋକରେ ଦୁର୍ଲଭ ପରି ମନେ ହୋଇ ।ନ କହିଣ ଚାଲିଯିବା ସାଧୁଙ୍କ ପକ୍ଷରେଏକାକିନୀ ଆସି ଏ ସ୍ଥାନରେ ଉପସ୍ମିତକେବେ ଉଚିତ ନୁହଇ କୌଣସି କାଳରେ ।ଦୁର୍ଗମ କାନ୍ତାର ପଥ କରୁଛି ଭୂଷିତ |ଦୁଃଖର କଥା ଏ ମୋର ଆମ୍ମୀୟ ସ୍ଵଜନ ˆ |ମୋ ଦୃଷ୍ଟିପଥରେ ରହିଅଛି ଏ ରମଣୀ _ପରିତ୍ୟାଗ କଲି ଗହ ବସ୍ତ ଧନ ଧାନ୍ୟମୋ ଚିତ୍ତ ବୃତ୍ତିକୁ ବେଗେ ନେଉଅଛି ଟାଣି ।ପୁରୁଷୋଉମ କ୍ଷେତ୍ରକୁ ଯାଇ ନ ପାରିଲିଏ ନାରୀ ସଙ୍ଗରେ କରିବାକୁ ସହବାସଆଜି ଏ ଦୁର୍ଗମ ପଥେ ବିନାଶ ଲଭିଲିଉତ୍କଣ୍ଠା ଜାତ ହୋଇବ ମନରେ ଅବଶ୍ଯ ।ଭିକ୍ଷାର୍ଥୀ ଗଣକ ନିତ୍ୟ ଗଣନା କରିଣବ୍ରାହ୍ମଣ ଏପରି ଚିନ୍ତା କରନ୍ତି ମନରେବୃଦ୍ଧ ହେଲେଣି ତ ମିଥ୍ୟା ନ ହେବ ବଚନ। |ସେ ନାରୀ ଆସି ମିଳିଲା ତାଙ୍କ ନିକଟରେ ।ମନୁଷ୍ୟକୁ ହିଂସା କରି ମାୟାବୀ ରାକ୍ଷସ |ଭୟ ଛାଡ଼ି ଲଜ୍ତାରେ ସେ ରହିଲା ମଉନଧାରଣ କରନ୍ତି ଛଦ୍ଧ ମୁନିଙ୍କର ବେଶସ୍ବେହ ଦୃଷ୍ଟିରେ ବିପ୍ରଙ୍କୁ କଲା ନିରୀକ୍ଷଣ ।ମାୟାକରି ମନୁଷ୍ୟକୁ ମଙ୍ଗରେ ନିଅନ୍ତିସେ ବ୍ରାହ୍ମଣ କାମଶରେ ହୋଇଣ ପୀଡ଼ିତଦୂର ପ୍ରଦେଶରେ ଯାଇଁ ବିନାଶ କରନ୍ତିବ୍ୟାକୁଳ ଚିତ୍ତେ ନାରୀକୁ ପୁଚ୍ଛିଲେ ଏମନ୍ତ ।ପ୍ରଥମରୁ ନ କରିଲି ବିଚାର ମନରେହେ ମୁଗ୍ଧ ତୁମ୍ଭେ କିଏ କାନ୍ତାର ପଥରେସୁଖ ପ୍ରଦ ବସ୍ତୁ ଲାଭ ହେବ ଏ ଲକ୍ଷ୍ୟରେ । |ଏକାକିନୀ ଯାଉଅଛ କେଉଁ ନିମିଉଭତରେ ।ବିଚାର ନ କରି ମନେ କରିଛି ଅନ୍ୟାୟ |ଭୟରେ ହୋଇଛ ଭୀତ ଆଉ ଅସହାୟଶ୍ରେୟ ଲାଭ ହେବ ନାହିଁ ଏ ପଥେ ନିଶ୍ଚୟ |ସ୍ଵର୍ଗର ଅପ୍ସରା ପରି ଦିଶୁଛ ନିଶ୍ଚୟଦୈବ ବଳରୁ ବଞ୍ଚୁତ ହେଲି ଯେତେବେଳେ |ସେ ବ୍ରାହ୍ମଣ କାମବଶେ ଏ ରୂପେ କହିଲେମଙ୍ଗଳ ଲାଭ ତ ନାହିଁ ମୋହର କପାଳେ । |ସେ ନାରୀ ଉତ୍ତର ଦେଲେ ମଧୁର ବାକ୍ୟରେ ।ଆମତ୍ମୀୟଜନ ବିରହେ ଆକ୍ଲଳ ହେଉଛିହେ କାନ୍ତ ପର ପୁରୁଷ ସଂସର୍ଗେ ଦୂଷିତଆକାଶେ ତ୍ରିଶଙ୍କୁ ପରି ଅଦ୍ଧପଥେ ଅଛି ॥କି ନିମନ୍ତେ ଏହିକଥା ମନେ ଭାର୍ବିଛତ ।ମୋ ଇଚ୍ଛାରେ କଲି କେତେ ଧନ ଉପାର୍ଜନଆପଣଙ୍କ ଧର୍ମ ପତ୍ନୀ ମୁଁ ପୂର୍ବ କାଳରେଘରେ ସଞ୍ଚୟ କରିଛି ଭୋଗ୍ୟ ବସ୍ତୁମାନ । |ଦୁର୍ଦେବେ ଯୋଗେ ଛାଡ଼ିଲି ଶୈଶବ ବେଳରେ ।ସେହି ବିଭବ ଏକ୍ଷଣି ତ୍ୟାଗ କରିଅଛିପରିତ୍ୟାଗ କଲ ତୁମ୍ଭେ ମୋତେ ଯେଉଁଦିନଚୋରପରି ଏ ଦୁର୍ଗମ ପଥେ ଯାଉଅଛି । |ସେ ଦିନୁ ପିତାଙ୍କ ଘରେ କାଟୁଛି ଜୀବନ ।କେଉଁପଥେ ଯିବି ସ୍ପିର କରି ନ ପାରଇଦିବାରାତ୍ରି ଆପଣଙ୍କୁ କରଇ ମୁଁ ଧ୍ୟାନବିପ୍ର ଏ ଚିନ୍ତାରେ ଦୀର୍ଘ ନିଃଶ୍ବାସ ଛାଡ଼ଇ । |ହେ ନାଥ ବିଫଳ ହୋଇଯାଉଛି ଯୌବନ ।ସେ କାଳେ ଦେଖୁଲେ ଏକ ପତିବ୍ରତା ନାରୀ |ଅଛି ନିକଟରେ ମୋର ପିତାଙ୍କ ସଦନଭୟରେ ଦେହ କମ୍ପଇ ସର୍ବାଙ୍ଗ ସୁନ୍ଦରୀଘର ଛାଡ଼ି ଯାଉଅଛ କରିଲି ଶ୍ରବଣ |ଲାବଣ୍ୟ ସିନ୍ଧୁର ରତ୍ନ ପରି ଶୋଭୀମାନ ।ତେଣୁ ଏକାକିନୀ ହୋଇ ସଭୟ ଚିତ୍ତରେକାମ ଦେବଙ୍କର ସମ୍ଭୋହନ ଅସ୍ତ ସମଆସି ଉପସ୍ଥିତ ଆପଣଙ୍କ ସମ୍ମୁଖରେ |ନାରୀଗଣ ସୌନ୍ଦର୍ଯ୍ୟର ଶେଷ ସୀମାପରି |ଆଜି ତ ମୋଠାରେ ନାଥ ହୁଅନ୍ତୁ ସଦୟସ୍ତ୍ରୀ ରତ୍ନ ମଧ୍ୟରେ ଶ୍ରେଷ୍ଠ ଏକା ସେହି ନାରୀ ।|ଏ ଦୀନା ନାରୀ ଜୀବନ ରଖନ୍ତୁ ନିଶ୍ଚୟ ।ବିବାହିତା ଯୁବତୀକୁ ପରିତ୍ଯାଗ କଲେଅତି ଅସୁଖରେ ସେହି ଜୀବନ ସମ୍ଭାଳେକିନ୍ତୁ ସେ ପୁରୁଷ ନର୍କେ କରଇ ଗମନଶାସ୍ତମାନଙ୍କରେ ଅଛି ଏ କଥା ପ୍ରମାଣହେ ନାଥ ଆସନ୍ତୁ ଏବେ ମୋର ସଙ୍ଗତରେଗମନ କରନ୍ତୁ ମୋର ପିତାଙ୍କର ଘରେ ।ହେ ପ୍ରଭୁ ସେ ସ୍ଥନେ ଅମ୍ଭେ ଦୁହେଁ ସଙ୍ଗ ହୋଇଚିରକାଳ ରହିବା ଯେ ଆନନ୍ଦିତେ ତହିଁ ।ସେ ପ୍ରମଦା ଏହିରୂପେ ବଚନ କହନ୍ତେବ୍ରାହ୍ମଣ ଆନନ୍ଦେ ଗଲେ ତାହାର ସଙ୍ଗତେ ।ସ୍ଵାମୀ ପତ୍ନୀ ପିତାଗ୍ସହେ କରିଲେ ଗମନଶ୍ଵଶୁର ତାଙ୍କ କରିଲେ ଆଦର ସମ୍ମାନ ।ସମୁଦାୟ ଭୋଗ୍ୟବସ୍ତୁ ମାନ ଅରପିଲେନିଜ ଗହ ମଧ୍ୟରେ ତ ବାସସ୍ଥାନ ଦେଲେ ।ସେ କାଳେ ବ୍ରାହ୍ମଣ ନିଜ ପତ୍ନୀ ସହିତରେଏକମାସ କାଳ କଟାଇଲେ ଆନନ୍ଦରେ ।ଏହା ଦୁର୍ବାସାଙ୍କ ମାୟା ବୁଝି ନ ପାରିଲେମାସକ ପରେ ପୁରୁଷୋଉମକୁ ଚାଲିଲେ ।ପୁରୁଷୋତ୍ତମ କ୍ଷେତ୍ରରେ ହେଲେ ଉପସ୍ଥିତତହିଁ ପ୍ରାଣତ୍ୟାଗ କରି ହୋଇବେ ମୁକତ ।ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେନବ ଚାରି ଅଧ୍ୟାଶେଷ ଉତ୍କଳ ଭାଷାରେ ।ଜୟ ବଳରାମ ଜୟ ଜୟ ଜଗନ୍ନାଥସୁଭଦ୍ରା ଦେବୀ ଚରଣେ କୋଟିଏ ଦଣ୍ଡବତ।ପ୍ରଥମ ବୟସେ ନାହିଁ ଦେବ ଅଧ୍ୟୟନଦ୍ଵିତୀୟେ ଖୋଜି ବସିଲି କାମିନୀ କାଞ୍ଚନ ।|ତୃତୀୟ ବୟସେ ଯୋଗାଭ୍ୟାସନକରିଲିଚତୁର୍ଥେ କିସ କରିବି ଏମନ୍ତ ଜପିଲି |ସଂସାର ଜଞ୍ଜାଳ ଜାଲେ ହୁଏ ଛଟପଟଯମଦ୍ଵାରେ ଥିବା ବୃକ୍ଷ ହେଲାଣି ନିକଟ ।ଏତିକି ବେଳରେ ପ୍ରଭୁ କରନ୍ତୁ ସୁଦୟାଏ ମାୟା ସଂସାର ପ୍ରତି ତୁଟିଯାଉ ମାୟା ।ମମତା ପାଶକୁ ବେଗେ କରନ୍ତୁ ଛେଦନଶ୍ରୀଚରଣେ ହରିହର ମାଗୁଛି ଶରଣ |ହେ ପ୍ରଭୁ ମୋ ଡାକ ଶୁଣି ବେଗେ ଦୟା କରହେ ଦୁଃଖୀ ଜନସୋଦର ସଙ୍କଟୁ ଉଦ୍ଧାର ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେଶ୍ରୀ କ୍ଷେତ୍ର ଗମନ କାଳେ ବ୍ରାହ୍ମଣ ଧର୍ମପତ୍ନୀଲାଭକରଣେ ଏକନୋପଞ୍ଚଶତ ଅଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment