ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଏକନୋପଞ୍ଚଶତ ଅଧ୍ୟାୟଃ

ଏକନୋପଞ୍ଚଶତ ଅଧ୍ୟାୟ 

ଜୈମିନି କହିଲେ ବତ୍ସ ସାବଧାନେ ଶୁଣ 
ସେ ଦ୍ଵିଜ ପୁରୁଷୋତ୍ତମ କରିବେ ଗମନଂ । 
କିପରି ଯିବେ ଏ ଚିନ୍ତା କରନ୍ତି ମନରେ 
ଦୁର୍ବାସା ରଖି ମିଳିଲେ ବିପ୍ର ନିକଟରେ । 
ଦେଖୁବା ମତ୍ରେ ଦୁର୍ବାସା ରଖିକୁ ବ୍ରାହ୍ମଣ 
ପାଦ୍ୟ ଆସନ ଦେଇଣ କରିଲେ ଅଚ୍ଚନ । 
ମୁନିବର ଆସନରେ ଆନନ୍ଦେ ବସିଲେ 
ସେ ଦ୍ଵିଜ ବିନୟେ ନମ୍ର ବଚନ କହିଲେ 
ହେ ମୁନି ଆପଣ ମୋର ଗୃହେ ଉପସ୍ଥିତ 
ତେଣୁ ମୋର ଭାଗ୍ୟବଳ ବଢ଼ିଛି ବହୂତ 
କୃତାର୍ଥ ହୋଇଛି ଏଣୁ ମୋର ଏ ଜନମ 
ଧର୍ମ ସ୍ଵରୂପ ସାକ୍ଷାତେ ଅଟନ୍ତି ଆପଣ 
କେବେହେଲେ ଅଛ ଭାଗ୍ୟଶାଳୀ ଜନଗଣ 
ଆପଣଙ୍କର ଦର୍ଶନେ ନୂହନ୍ତି ଭାଜନ 
ହେ ରଷି ପବିତ୍ର ହେଲି କରିଣ ଦର୍ଶନ 
ଦିଅନ୍ତୁ ଆଦେଶ ତାହା କରିବି ପାଳନ 
ଏହିରୂପେ ସେ ବ୍ରାହ୍ମଣ କହନ୍ତେ ବଚନ 
ହସି ହସି କହିଲେ ସେ ବ୍ରହ୍ମାଙ୍କ ନନ୍ଦନ 
ହେ ବିପ୍ର ମୁଁ ଯୋଗୀବର ନୁହେଁ ପ୍ରକୃତରେ 
କି ହେତୁ ଏପରି କଥା କହ ମୋ ଆଗରେ 
ଏକମାସ ପରେ ତୁମ୍ଭେ ଆମ୍ଭମାନଙ୍କର 
ନମସ୍କରଣୀୟ ହେବ ଆହେ ଦ୍ଵିଜବର 
ବେଦାକ୍ତ ସାଧନାମାନ ନ କରି ସୀଧନ 
ଅବିଳମ୍ବେ ମୋକ୍ଷପଦ ଲଭିବ ବ୍ରାହ୍ମଣ 
ଦୁର୍ବାସା ରଷି କହିଲେ ଏ ରୂପେ ବଚନ 
ଏହା ଶୁଣି ପଚାରିଲେ ସେ ବିପ୍ର ନନ୍ଦନ 
ହେ ମୁନି ଆପଣ ସଦା ସତ୍ୟ କହିଥାନ୍ତି 
ସ୍ଵପନରେ ମଧ୍ୟ ମିଥ୍ୟା କଥା ନ କହନ୍ତି 
ଏ ଦାସ ଜନକୁ ପରିହାସ କର ନାହିଁ 
ଏହାକି ପ୍ରକୃତ ସତ୍ୟ କହନ୍ତୁ ବୁଝାଇ 
ଆପଣ କରନ୍ତୁ ମୋତେ ଅଭୟ ପ୍ରଦାନ 
ବିବେକହୀନ ମୁଁ ସ୍ବେଚ୍ଛାଚାରୀ ପାପୀଜନ 
ଦୃଢ଼ରୁପେ କାମନାରେ ଆବଦ୍ଧ ମୋ ମନ 
ତ୍ୟାଗ କରିନାହିଁ କରୁଅଛି ଗ୍ୁହଧର୍ମ 
ବିଷୟ ଭୋଗର ଇଛା କ୍ଷଣକାଳ ପାଇଁ 
“ମୋ ମନରୁ କେବେ ଅନ୍ତହିଁତ ହୋଇନାହିଁ 
ବୁଦ୍ଧଗଣ କହୁଛନ୍ତି ମାନବ ମନରେ 
ଜୀବନ ଧାରଣ ଭିନ୍ନ କାମନା ନ ଥିଲେ 
ଉଭୟ ଭୋଗରେ ଫଳ କାମନା ନ ଥିବ 
ମୁକ୍ତିଲାଭେ ଅଧ୍ବକାର ତେବେ ସିନା ହେବ 
ମମତା ରହିଛି ମୋର ପାର୍ଥିବ ବସ୍ତୁରେ 
ଭକ୍ତିଲାଭ କରିବି ମୁଁ କେବଣ ପ୍ରକାରେ 
ତେବେ ଅବଶ୍ୟ ଜୀବର ବନ୍ଧନ ଫିଟିବ 
ଅଶେଷ ଜନ୍ମର ପାପମାନ ବିନାଶିବ 
ହେ ମୁନି କହନ୍ତୁ ମୋତେ ଏକଥା ବୁଝାଇ 
କାତର ମନେ ଭୟରେ କଲେ ପଳାୟନ | 
ଦୁର୍ବାସା କହନ୍ତି ବ୍ରାହ୍ମଣର ମୁଖ ଚାହିଁ 
ହେ ବପ୍ର ଯାହା କହିଲ ତାହା ମିଥ୍ୟା ନୁହେଁ 
ଯେ ରୂପେ ହୋଇବ ମୋକ୍ଷ ଶୁଣ ତାହା କହେ । 
ପୂବଜନ୍ତେ ଥଲ ତୁମ୍ଭେ ଶ୍ରେଷ୍ଠ ବିଭକ୍ତ 
ତୀଥଯାତ୍ରା କଲ ବନ୍ଧୁବାନ୍ଧବ ସହିତ | 
ଲୋକେ ପ୍ରସିଦ୍ଧ ପୁରୁଷୋତ୍ତମ କ୍ଷେତ୍ରବରେ 
ପ୍ରବେଶ ହୋଇଲ ଯାଇଁ ମକର ମାସରେ । 
ନିଷ୍ପାପ ହୋଇଣ ସ୍କାନ କରି ସମୁଦ୍ରରେ 
ଏକାଦଶୀ ଦିନ ବିଷ୍ଣୁ ପ୍ରୀତି ଉଦ୍ଦେଶ୍ୟରେ । 
ପ୍ରଭୁଙ୍କୁ ପୂଜିଲେ ନାନାବିଧ ଉପଚାରେ 
କୁନ୍ଦପୂଷ୍ଠ ମାଳା ଦେଇ ରାତ୍ରି ଉଜାଗରେ । 
ସେ ଦିନକ ଉପବାସ କରି ପ୍ରଭାତରେ 
ପ୍ରଭୁଙ୍କୁ ପୂଜିଲ ପୁଣି ଭକତି ଭାବରେ । 
ଜଗନ୍ନାଥଙ୍କର ପ୍ରୀତି ଅର୍ଥ କଲ ଦାନ 
ବ୍ରାହ୍ମଣମାନଙ୍କୁ ଭୋଜ୍ୟ ଆସନ ବସନ । 
ବନ୍ଧୁଗଣ ସଙ୍ଗେ ଗ୍ୁହେ କଲ ଆଗମନ 
ମୋକ୍ଷଲାଭେ ଅଧ୍ବକାରୀ ହୋଇଛ ବ୍ରାହ୍ମଣ । 
ଶ୍ରୀପୁରୁଷୋତ୍ତମ କ୍ଷେତ୍ର ଉକ୍ରଳ ଦେଶରେ 
ରହିଛି ଦକ୍ଷିଣ ମହୋଦଧ୍ୂଚି କୂଳରେ | 
ଅଳ ଭାଗ୍ୟଶାଳୀ ପକ୍ଷେ ଦୁଷ୍ପାପ୍ୟ ଅଟଇ 
ତା ତତ୍ତ ବୃହ୍ମା ଶଙ୍କର ନ ଜାଣନ୍ତି କେହି । 
ସେ ତୀର୍ଥେ ଜନମ କରି ନିଷ୍ଠାପୀ ହୋଇଛ 
କର୍ମକ୍ଷୟ ଅର୍ଥେ ଏହି ଦେହ ଧରିଅଛ 
ସେ କର୍ମ ଫଳରୁ ତୁମ୍ଭେ ହୋଇବ ମୁକତ 
ଗ୍ୁହେ ରହି ସଙ୍ଗ ଦୋଷେ ହୋଇବ ଦୂଷିତ । 
ପାଷାଣ୍ଡ ସଙ୍ଗକୁ ତୁମ୍ଭେ କରିଲେ ତ୍ୟକତ 
ମହାପ୍ରସାଦ ଭୋଜନେ ହୋଇବ ପବିତ୍ର । 
ସମ୍ପତି ପୁରୁଷୋତ୍ତମ କରନ୍ତୁ ଗମନ 
ଭଗବାନଙ୍କ ଚରଣେ ଯାଆନ୍ତୁ ଶରଣ । 
ଗ୍ୁହରେ ସଞ୍ଚୟ କରିଅଛ ଯେତେ ଧନ 
ତାହା କୁଟୁମ୍ବମାନଙ୍କୁ କରନ୍ତୁ ପ୍ରଦାନ | 
ଜୈମିନି କହନ୍ତି ମୁନି ଦୂର୍ବାସା କହିଲେ 
ସେ ବିପ୍ର ଶୁଣି ମନରେ ଆନନ୍ଦ ଲଭିଲେ । 
ତକ୍ଷଣ ମନରେ ଜ୍ଞାନ ଉଦୟ ହୋଇଲା 
ଗୃହ ଧନ ବନ୍ଧୁ ମିତ୍ର ମମତା ଛାଡ଼ିଲା । 
ଅତି ଶୀଘ୍ର ସେହି ବିପ୍ର ଘରୁ ବାହାରିଲେ 
ଦୂର୍ବାସା ମୁନିଙ୍କ ସଙ୍ଗେ ଶ୍ରୀକ୍ଷେତ୍ରେ ଚଳିଲେ। 
ପରଦିନ ଚିତଶୁଦ୍ଧ ପରୀକ୍ଷା ନିମିତ୍ତ 
ପଥେ ଯାଉଁ ଯାଉଁ ମୁନି ହେଲେ ଅନ୍ତରହିତ । 
ସେହି ବିପ୍ର କେତେ ପଦ ଗମନ କରିଲେ 
ଦୁର୍ବାସା ମୁନିଙ୍କୁ ଆଉ ଦେଖୁ ନ ପାରିଲେ । 
ସେ ନାରୀକୁ ଦେଖୁ ବିପ୍ର ଚିନ୍ତିଲେ ମନରେ 
ଭାବିଲେ ଏକାକୀ ହୋଇଯିବି ମୁଁ କେସନ । 
ଏପରି ନାରୀ ରତନ ନାହିଁ ସୂର୍ଗପୁରେ | 
ବୃକ୍ଷଶୂନ୍ୟ ଦୂରପଥେ କିଛି ଚିହ୍ନି ନାହିଁ 
ବିଶାଳ ନଗର କେତେ କରିଛି ଭ୍ରମଣ 
ଅନ୍ତର ହୋଇଲେ ମୁନି କିଛି ତ ନ କହି । 
ଏପରି ରମଣୀ କାହିଁ ନ କରି ଦର୍ଶନ | 
ସାଧୁଙ୍କର ଆଚରଣ ନୁହେଁ ତ ଏପରି 
ରାଜାମାନଙ୍କର ଅନ୍ତପୁରର ମଧ୍ୟରେ 
ଦୁଗମ ପଥେ ଏକାକୀ ଯିବି ମୁଁ କିପରି _ | 
ଏପରି ରମଣୀ ରତ ନାହିଁ ତିନିପୁରେ | 
ମୁନିଙ୍କ ଆଶ୍ରମ କେଉଁସ୍ଥାନେ ଜାଣେ ନାହିଁ | 
ଏ ନାରୀ ଦେହ ସୌନ୍ଦୟ୍ୟ ଯେପରି ଦିଶଇ 
କେଉଁଆଡ଼େ ଗଲେ ମୋତେ କିଛି ଯେ ନ କହି | 
ଦେବ ଲୋକରେ ଦୁର୍ଲଭ ପରି ମନେ ହୋଇ । 
ନ କହିଣ ଚାଲିଯିବା ସାଧୁଙ୍କ ପକ୍ଷରେ 
ଏକାକିନୀ ଆସି ଏ ସ୍ଥାନରେ ଉପସ୍ମିତ 
କେବେ ଉଚିତ ନୁହଇ କୌଣସି କାଳରେ । 
ଦୁର୍ଗମ କାନ୍ତାର ପଥ କରୁଛି ଭୂଷିତ | 
ଦୁଃଖର କଥା ଏ ମୋର ଆମ୍ମୀୟ ସ୍ଵଜନ ˆ | 
ମୋ ଦୃଷ୍ଟିପଥରେ ରହିଅଛି ଏ ରମଣୀ _ 
ପରିତ୍ୟାଗ କଲି ଗହ ବସ୍ତ ଧନ ଧାନ୍ୟ 
ମୋ ଚିତ୍ତ ବୃତ୍ତିକୁ ବେଗେ ନେଉଅଛି ଟାଣି । 
ପୁରୁଷୋଉମ କ୍ଷେତ୍ରକୁ ଯାଇ ନ ପାରିଲି 
ଏ ନାରୀ ସଙ୍ଗରେ କରିବାକୁ ସହବାସ 
ଆଜି ଏ ଦୁର୍ଗମ ପଥେ ବିନାଶ ଲଭିଲି 
ଉତ୍କଣ୍ଠା ଜାତ ହୋଇବ ମନରେ ଅବଶ୍ଯ । 
ଭିକ୍ଷାର୍ଥୀ ଗଣକ ନିତ୍ୟ ଗଣନା କରିଣ 
ବ୍ରାହ୍ମଣ ଏପରି ଚିନ୍ତା କରନ୍ତି ମନରେ 
ବୃଦ୍ଧ ହେଲେଣି ତ ମିଥ୍ୟା ନ ହେବ ବଚନ। | 
ସେ ନାରୀ ଆସି ମିଳିଲା ତାଙ୍କ ନିକଟରେ । 
ମନୁଷ୍ୟକୁ ହିଂସା କରି ମାୟାବୀ ରାକ୍ଷସ | 
ଭୟ ଛାଡ଼ି ଲଜ୍ତାରେ ସେ ରହିଲା ମଉନ 
ଧାରଣ କରନ୍ତି ଛଦ୍ଧ ମୁନିଙ୍କର ବେଶ 
ସ୍ବେହ ଦୃଷ୍ଟିରେ ବିପ୍ରଙ୍କୁ କଲା ନିରୀକ୍ଷଣ । 
ମାୟାକରି ମନୁଷ୍ୟକୁ ମଙ୍ଗରେ ନିଅନ୍ତି 
ସେ ବ୍ରାହ୍ମଣ କାମଶରେ ହୋଇଣ ପୀଡ଼ିତ 
ଦୂର ପ୍ରଦେଶରେ ଯାଇଁ ବିନାଶ କରନ୍ତି 
ବ୍ୟାକୁଳ ଚିତ୍ତେ ନାରୀକୁ ପୁଚ୍ଛିଲେ ଏମନ୍ତ । 
ପ୍ରଥମରୁ ନ କରିଲି ବିଚାର ମନରେ 
ହେ ମୁଗ୍ଧ ତୁମ୍ଭେ କିଏ କାନ୍ତାର ପଥରେ 
ସୁଖ ପ୍ରଦ ବସ୍ତୁ ଲାଭ ହେବ ଏ ଲକ୍ଷ୍ୟରେ । | 
ଏକାକିନୀ ଯାଉଅଛ କେଉଁ ନିମିଉଭତରେ । 
ବିଚାର ନ କରି ମନେ କରିଛି ଅନ୍ୟାୟ | 
ଭୟରେ ହୋଇଛ ଭୀତ ଆଉ ଅସହାୟ 
ଶ୍ରେୟ ଲାଭ ହେବ ନାହିଁ ଏ ପଥେ ନିଶ୍ଚୟ | 
ସ୍ଵର୍ଗର ଅପ୍‌ସରା ପରି ଦିଶୁଛ ନିଶ୍ଚୟ 
ଦୈବ ବଳରୁ ବଞ୍ଚୁତ ହେଲି ଯେତେବେଳେ | 
ସେ ବ୍ରାହ୍ମଣ କାମବଶେ ଏ ରୂପେ କହିଲେ 
ମଙ୍ଗଳ ଲାଭ ତ ନାହିଁ ମୋହର କପାଳେ । | 
ସେ ନାରୀ ଉତ୍ତର ଦେଲେ ମଧୁର ବାକ୍ୟରେ । 
ଆମତ୍ମୀୟଜନ ବିରହେ ଆକ୍ଲଳ ହେଉଛି 
ହେ କାନ୍ତ ପର ପୁରୁଷ ସଂସର୍ଗେ ଦୂଷିତ 
ଆକାଶେ ତ୍ରିଶଙ୍କୁ ପରି ଅଦ୍ଧପଥେ ଅଛି ॥ 
କି ନିମନ୍ତେ ଏହିକଥା ମନେ ଭାର୍ବିଛତ । 
ମୋ ଇଚ୍ଛାରେ କଲି କେତେ ଧନ ଉପାର୍ଜନ 
ଆପଣଙ୍କ ଧର୍ମ ପତ୍ନୀ ମୁଁ ପୂର୍ବ କାଳରେ 
ଘରେ ସଞ୍ଚୟ କରିଛି ଭୋଗ୍ୟ ବସ୍ତୁମାନ । | 
ଦୁର୍ଦେବେ ଯୋଗେ ଛାଡ଼ିଲି ଶୈଶବ ବେଳରେ । 
ସେହି ବିଭବ ଏକ୍ଷଣି ତ୍ୟାଗ କରିଅଛି 
ପରିତ୍ୟାଗ କଲ ତୁମ୍ଭେ ମୋତେ ଯେଉଁଦିନ 
ଚୋରପରି ଏ ଦୁର୍ଗମ ପଥେ ଯାଉଅଛି । | 
ସେ ଦିନୁ ପିତାଙ୍କ ଘରେ କାଟୁଛି ଜୀବନ । 
କେଉଁପଥେ ଯିବି ସ୍ପିର କରି ନ ପାରଇ 
ଦିବାରାତ୍ରି ଆପଣଙ୍କୁ କରଇ ମୁଁ ଧ୍ୟାନ 
ବିପ୍ର ଏ ଚିନ୍ତାରେ ଦୀର୍ଘ ନିଃଶ୍ବାସ ଛାଡ଼ଇ । | 
ହେ ନାଥ ବିଫଳ ହୋଇଯାଉଛି ଯୌବନ । 
ସେ କାଳେ ଦେଖୁଲେ ଏକ ପତିବ୍ରତା ନାରୀ | 
ଅଛି ନିକଟରେ ମୋର ପିତାଙ୍କ ସଦନ 
ଭୟରେ ଦେହ କମ୍ପଇ ସର୍ବାଙ୍ଗ ସୁନ୍ଦରୀ 
ଘର ଛାଡ଼ି ଯାଉଅଛ କରିଲି ଶ୍ରବଣ | 
ଲାବଣ୍ୟ ସିନ୍ଧୁର ରତ୍ନ ପରି ଶୋଭୀମାନ । 
ତେଣୁ ଏକାକିନୀ ହୋଇ ସଭୟ ଚିତ୍ତରେ 
କାମ ଦେବଙ୍କର ସମ୍ଭୋହନ ଅସ୍ତ ସମ 
ଆସି ଉପସ୍ଥିତ ଆପଣଙ୍କ ସମ୍ମୁଖରେ | 
ନାରୀଗଣ ସୌନ୍ଦର୍ଯ୍ୟର ଶେଷ ସୀମାପରି | 
ଆଜି ତ ମୋଠାରେ ନାଥ ହୁଅନ୍ତୁ ସଦୟ 
ସ୍ତ୍ରୀ ରତ୍ନ ମଧ୍ୟରେ ଶ୍ରେଷ୍ଠ ଏକା ସେହି ନାରୀ ।| 
ଏ ଦୀନା ନାରୀ ଜୀବନ ରଖନ୍ତୁ ନିଶ୍ଚୟ । 
ବିବାହିତା ଯୁବତୀକୁ ପରିତ୍ଯାଗ କଲେ 
ଅତି ଅସୁଖରେ ସେହି ଜୀବନ ସମ୍ଭାଳେ 
କିନ୍ତୁ ସେ ପୁରୁଷ ନର୍କେ କରଇ ଗମନ 
ଶାସ୍ତମାନଙ୍କରେ ଅଛି ଏ କଥା ପ୍ରମାଣ 
ହେ ନାଥ ଆସନ୍ତୁ ଏବେ ମୋର ସଙ୍ଗତରେ 
ଗମନ କରନ୍ତୁ ମୋର ପିତାଙ୍କର ଘରେ । 
ହେ ପ୍ରଭୁ ସେ ସ୍ଥନେ ଅମ୍ଭେ ଦୁହେଁ ସଙ୍ଗ ହୋଇ 
ଚିରକାଳ ରହିବା ଯେ ଆନନ୍ଦିତେ ତହିଁ । 
ସେ ପ୍ରମଦା ଏହିରୂପେ ବଚନ କହନ୍ତେ 
ବ୍ରାହ୍ମଣ ଆନନ୍ଦେ ଗଲେ ତାହାର ସଙ୍ଗତେ । 
ସ୍ଵାମୀ ପତ୍ନୀ ପିତାଗ୍ସହେ କରିଲେ ଗମନ 
ଶ୍ଵଶୁର ତାଙ୍କ କରିଲେ ଆଦର ସମ୍ମାନ । 
ସମୁଦାୟ ଭୋଗ୍ୟବସ୍ତୁ ମାନ ଅରପିଲେ 
ନିଜ ଗହ ମଧ୍ୟରେ ତ ବାସସ୍ଥାନ ଦେଲେ । 
ସେ କାଳେ ବ୍ରାହ୍ମଣ ନିଜ ପତ୍ନୀ ସହିତରେ 
ଏକମାସ କାଳ କଟାଇଲେ ଆନନ୍ଦରେ । 
ଏହା ଦୁର୍ବାସାଙ୍କ ମାୟା ବୁଝି ନ ପାରିଲେ 
ମାସକ ପରେ ପୁରୁଷୋଉମକୁ ଚାଲିଲେ । 
ପୁରୁଷୋତ୍ତମ କ୍ଷେତ୍ରରେ ହେଲେ ଉପସ୍ଥିତ 
ତହିଁ ପ୍ରାଣତ୍ୟାଗ କରି ହୋଇବେ ମୁକତ । 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ନବ ଚାରି ଅଧ୍ୟାଶେଷ ଉତ୍କଳ ଭାଷାରେ । 
ଜୟ ବଳରାମ ଜୟ ଜୟ ଜଗନ୍ନାଥ 
ସୁଭଦ୍ରା ଦେବୀ ଚରଣେ କୋଟିଏ ଦଣ୍ଡବତ। 
ପ୍ରଥମ ବୟସେ ନାହିଁ ଦେବ ଅଧ୍ୟୟନ 
ଦ୍ଵିତୀୟେ ଖୋଜି ବସିଲି କାମିନୀ କାଞ୍ଚନ ।|
ତୃତୀୟ ବୟସେ ଯୋଗାଭ୍ୟାସନକରିଲି 
ଚତୁର୍ଥେ କିସ କରିବି ଏମନ୍ତ ଜପିଲି | 
ସଂସାର ଜଞ୍ଜାଳ ଜାଲେ ହୁଏ ଛଟପଟ 
ଯମଦ୍ଵାରେ ଥିବା ବୃକ୍ଷ ହେଲାଣି ନିକଟ । 
ଏତିକି ବେଳରେ ପ୍ରଭୁ କରନ୍ତୁ ସୁଦୟା 
ଏ ମାୟା ସଂସାର ପ୍ରତି ତୁଟିଯାଉ ମାୟା । 
ମମତା ପାଶକୁ ବେଗେ କରନ୍ତୁ ଛେଦନ 
ଶ୍ରୀଚରଣେ ହରିହର ମାଗୁଛି ଶରଣ | 
ହେ ପ୍ରଭୁ ମୋ ଡାକ ଶୁଣି ବେଗେ ଦୟା କର 
ହେ ଦୁଃଖୀ ଜନସୋଦର ସଙ୍କଟୁ ଉଦ୍ଧାର । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ଶ୍ରୀ କ୍ଷେତ୍ର ଗମନ କାଳେ ବ୍ରାହ୍ମଣ ଧର୍ମପତ୍ନୀ 
ଲାଭକରଣେ ଏକନୋପଞ୍ଚଶତ ଅଧ୍ୟାୟଃ | 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





. 

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ