ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଏକଚତ୍ବାରିଂଶୋଧ୍ଯାୟଃ

  

ଏକଚତ୍ବାରିଂଶ ଅଧ୍ଯାୟ

ଜୈମିନି ମୁନି କହିଲେ ଉତ୍ତରାୟଣରେ 
ମକର ରାଶିକୁ ସୂର୍ଯ୍ୟ ଯିବେ ସେ କାଳରେ । 
ଉତ୍ତରାୟଣ ସଂକ୍ରାନ୍ତି ବିଂଶ ଦଣ୍ଡଯାଏ 
ପୁଣ୍ୟକାଳ ନାମରେ ସେ ପରିଚିତ ହୁଏ । 
ପିତ୍ଧ ଦେବତା ବ୍ରାହ୍ମଣଗଣଙ୍କର ପ୍ରିୟ 
ଏକାଳେ ସମୁଦ୍ରସ୍କାନ କରିବ ନିଶ୍ଚୟ 
କଳ୍ପ ବୃକ୍ଷକୁ ପ୍ରଣାମ କରିବ ବିଧ୍ବରେ 
ପ୍ରବେଶ ହୋଇବ ଯାଇ ଦେବ ମନ୍ଦିରରେ । 
ବୀରତରୟ ପ୍ରଦକ୍ଷିଣ କରିବ ପ୍ରଭୁଙ୍କୁ 
ଅଥର୍ବଣ ମନ୍ତେ ପୂଜା ଶ୍ରୀ ଜଗନ୍ନାଥଙ୍କୁ 
ବଳରାମ ସୁଭଦ୍ରାଙ୍କୁ ସ୍ବମନ୍ତେ ପୂଜିବ ` 
ଏକାଳେ ଯେବେ ପ୍ରଭୁଙ୍କୁ ଦର୍ଶନ କରିବ । 
ଦେହ ବନ୍ଧନରୁ ମୁକ୍ତ ହେବ ସେହି ଜନ 
ମକର ଯାତ୍ରା ବିଧାନ କହୁଅଛି ଶୁଣ 
ସଂକ୍ରାନ୍ତିର ପୁବବଦିନ ପ୍ରସାଦ ପୁର୍ବରେ 
କୂଟିତ ଶାଳି ତୁଣ୍ଡୁଳ ରଖୁବ ବିଧ୍ବରେ 
ନୂତନ ବସ୍ତ୍ରେ ତାହାକରି ଆଛ୍ଛାଦାନ 
କୁସୁମ ଦୁର୍ବା ସର୍ଷପ ବୁଣିବ ସେ ସ୍ଥାନ । 
କୃଷ୍ଣ ତୁମ୍ଭଙ୍କୁ ଯେ ରକ୍ଷା କରନ୍ତୁ ବୋଲିବ 
ତଣ୍ଡଳ ନିକଟେ ଏହି ପ୍ରାର୍ଥନା କରିବ । 
ରାତ୍ରି ପ୍ରଭାତରେ ଦେବ ଜଗନ୍ନାଥଙ୍କର 
ସମୀପେ ଦେବ ଚଳନ୍ତି ପ୍ରତିମା ସ୍ବର । 
ଜଗନ୍ନାଥଙ୍କର ସହ ଅଭେଦ.ଜ୍ଞାନରେ 
ଅର୍ଚ୍ଚନା କରିବ ନାନାବିଧ ଉପଚାରେ 
ପୂଜା ଶେଷ ଉପଚାର ପ୍ରତିମାକୁ ଦେବ 
ପ୍ରଭୁଙ୍କର ବସ୍ତର ମାଲ୍ୟଆଣି ପିନ୍ଧାଇବ 
ଏହାପରେ ପ୍ରତିମାଙ୍କୁ ମହା ଆଡ଼ମ୍ବରେ 
ଜଗନ୍ନାଥ ଦେବଙ୍କର ଚତୁର ଦିଗଚେ 
ତିନିବାର ପ୍ରଦକ୍ଷିଣ ବେଗେ କରାଇବ 
ହାନ୍ଦୋଳାରେ ପ୍ରାସାଦାଦି ଦ୍ଵାରକୁ ଆଣିବ । 
ତହୁଁ ମନ୍ଦିରକୁ ତିନିବାର ପ୍ରଦକ୍ଷିଣ 
କରାଇବ ନାନାବିଧ ବାଦ୍ୟ ବାଜାଇଣ । 
ଲୋକେ ଦେଖ ବିଚାରିବେ ବାମନାବତାରେ 
ପାଦରେ ତିନି ଭୁବନ ଆକ୍ୁମିଣ ଥଲେ 
ସେହି ଲାଳା ପୁନର୍ବାର କରୁଛନ୍ତି ଏବେ 
ଏ ରୂପେ ତ୍ରିବାର ପ୍ରଦକ୍ଷିଣ କରାଇବେ । 
ଏହାପରେ ଧୀରେ ଧୀରେ ପୁଣି ପ୍ରଦଷିଣ 
ଏକଥର କରାଇବ ସମାରୋହେ ପୂର୍ଵର 
ଏ ସମୟେ ଶତଶତ ଦିହୂଡ଼ି ମାଳାରେ 
ଅନ୍ଧକାର ନ ରହିବ ତିଳେ ସେ ସ୍ଥାନରେ । 
ନୃତ୍ୟ ଗୀତ ସହିତରେ ବାଦ୍ୟ ବଜାଇବ 
ପତାକା ଶ୍ରେଣୀ ଚତୁର ଦିଗେ ଉଡୁଥବ । 
ବିବିଧ ରଙ୍ଗର ଛତ୍ର କରିବ ଧାରଣ 
ଏ ଲୀଳା ଦେଖୂଲେ ପାପ ହୋଇବ ମୋଚନ । 
ପ୍ରକାଶ ହୋଇବ ନୂଆ ନୂଆ ଭାଗ୍ୟ ଚିହ୍ନ 
ତେଣୁ ନବାଙ୍ଗ ଭ୍ରମଣ ଅଟେ ଏହା ନାମ । 
ପ୍ରଭୁଙ୍କର ଏହି ଲୀଳା ଦର୍ଶନର ଫଳ 
କହିବାକୁ ଅସମର୍ଥ ବିବୁଧ ସକଳ | 
ତାହା ମଧ୍ୟ କହୁଅଛି ଶୁଣ ମୁନିଗଣ 
ମାୟାତୀତ ମାୟାଧୀଶ ଶ୍ରୀମଧୁସୂଦନ | 
ମନ୍ଦିରକୁ ପ୍ରଦକ୍ଷିଣ କରୁଥିବାବେଳେ 
ଯେ ଜନ ଗମନ କରେ ପ୍ରଭୁଙ୍କ ସଙ୍ଗରେ । 
ପଦରେ ଗମନ ଯେତେ ସଂଖ୍ୟାରେ କରିବ 
ତେତେ ଅଶ୍ଵମେଧ ଯାଗ ଫଳକୁ ଲଭିବ । 
ଭଗବାନଙ୍କର ଆଦ୍ୟ ଭ୍ରମଣ ଦର୍ଶନ 
କରିଲେ ପଞ୍ଚପାତକୁ ହୁଅଇ ମୋଚନ । 
ନିନ୍ଦିତ ପାପ ଦ୍ଵବିତୀୟବାର ଦର୍ଶନରେ 
ଅଗମ୍ୟାଗମନ ପାପ କ୍ଷୟ ତୃତୀୟରେ । 
ଚତୁର୍ଥବାର ଭ୍ରମଣ କରିଲେ ଦର୍ଶନ 
ବିନାଶ ହୁଅଇ ଉତପାତକାଦି ମାନ | 
ଅତଃପର ପୁନର୍ବାର ପ୍ରଭାତ କାଳରେ 
ସୁଗନ୍ଧ ଚନ୍ଦନ ଲେପି ପ୍ରଭୁଙ୍କ ଦେହରେ । 
ବସ୍ତ ଅଳଙ୍କାର ପୁଷ୍ପ ମାଳାରେ ଭୁଷଣ 
କରିବ ଯଥାଶକ୍ତିରେ ଉପଚାର ଦାନ | 
ମହା ସମାରୋହେ ପୂଜା ଆରତି କରିବ 
ଅଧୁବାସ କରିଥିବ ତିଶ୍ତୁଳ ଆଣିବ | 
ଦଧୁ ଘୃତ ଖଣ୍ଡ ଅଦା ଆଉ ନାରିକେଳ 
ସୁବର୍ଣ୍ଣ ଥାଳିରେ ଭରି ଦେବ ଏ ସକଳ । 
ତିନିବାର ମନ୍ଦିରକୁ କରି ପ୍ରଦକ୍ଷିଣ 
ପ୍ରଭୁଙ୍କ ସମ୍ମୁଖେ ନେଇ କରିବ ସ୍ଥାପନ । 
ଚନ୍ଦନ ପୁଷ୍ପ ଅକ୍ଷତ ସ୍ଥାଲୀର ସଙ୍ଗରେ 
ପଂକ୍ତି କ୍ରମରେ ରଖୁବ ପ୍ରଭୁଙ୍କ ଆଗରେ । 
ହେ ଜଗତ ଗୁରୁ ସର୍ବଭୂତର ଜୀବନ 
ସର୍ବ ପ୍ରାଣୀଙ୍କ ଜୀବନ ଅଟନ୍ତି ଆପଣ 
ଆପଣଙ୍କର ସ୍ଵରୂପ ତଣ୍ଡୁଳ ସକଳ 
ତଣ୍ଡୁଳର ଉତ୍ପାଦକ ଆପଣ କେବଳ | 
ହେ ଜଗତ ନାଥ ଲୋକ ଅନୁଗ୍ରହ ଅଥୈ 
ବିଚିତ୍ର ଦେହ ଧାରଣ କରିଛ ଯୁକତେ 
ତଣ୍ଡୁଳ ଆଦି ସକଳ କରନ୍ତୁ ଗ୍ରହଣ 
ଆପଣଙ୍କ ପ୍ରୀତି ଅଥୈ କରି ନିବେଦନ 
ଜଗନ୍ନାଥ ଆପଣ ତ ହୋଇଲେ ସନ୍ତୋଷ 
ଜଗତରେ ପୂର୍ଣ ହୋଇଯିବ ଅନ୍ଧରସ 
ସ୍ଵର୍ଗବାସୀ ମାନଙ୍କର ଏ ଧରା ତଳରେ 
ତୃପ୍ତି ହେବ ସ୍ଵାହା ସ୍ବଧା ଆଦି ବଷଟକାରେ । 
ଚରାଚର ଏ ଜଗତ ହେବ ଅପ୍ୟାୟିତ 
ସନ୍ଦେହ ନାହିଁ ଏଥୁରେ ଆହେ ଜଗନ୍ନାଥ 
ଆପଣଙ୍କୁ ଆତ୍ମାରୂପ ଏହି ଚରାଚର 
ଜଗତକୁ କୃପା ନେତ୍ରେ ଚାହିଁ ରକ୍ଷାକର 
ଏ ରୂପେ ପ୍ରାର୍ଥନା କରି ପ୍ରଭୁଙ୍କ ଚରଣ 
ଶାଳି ତଣ୍ଡଳକୂ କରି ଦେବ ନିବେଦନ 
ତଣ୍ଡୁଳରୁ ଜାତ ଭକ୍ଷ୍ୟ ଭୋଜ୍ୟ ଦ୍ରବ୍ୟମାନ 
କପୁର, ଖଣ୍ଡ ମରିଚ ଚୂର୍ଣ୍ଣ ମିଶାଇଣ 
ସୁଗନ୍ଧ ଦଧୂ ସହିତ କର୍ରି ନିବେଦନ 
ପ୍ରଭୁଙ୍କ ସମ୍ମୁଖେ ଦେବ ବିପ୍ରଙ୍କୁ ଭୋଜନ 
ବିପ୍ରଙ୍କୁ ମନେ କରିବ ପ୍ରଭୁ ଭଗବାନ 
ଗନ୍ଧ ପୁଷ୍ପ ବସ୍ତ ଦେଇ କରିବ ଅ୍ଚନ 
ପ୍ରଭୁଙ୍କ ଜଙ୍ଗମ ଦେହ ଅଟନ୍ତି ବ୍ରାହ୍ମଣ 
ଏହି କଥା ମନେ ରଖୁଥାଅ ରଷିଗଣ 
ସନୁଷ୍ଠ ହୋଇବେ ଯଦି ସେ ବ୍ରାହ୍ମଣଗଣ 
ତେବେ ସନ୍ତୋଷ ହୋଇବେ ପ୍ରଭୁ ନାରାୟଣ 
ପ୍ରଭୁଙ୍କ ଯେ ଉପଚାରେ ଅର୍ଚନା କରିବ 
ବ୍ରାହ୍ମଣଙ୍କୁ ସେହି ଉପଚାରରେ ପୂଜିବ 
ଏହା ହେଲେ ସେହି ଉପଚାରେ ଭଗବାନ 
ସନ୍ତୋଷ ହେବେ ତତ୍କ୍ଷଣ ସନ୍ଦେହ ନ ମଣ 
ପୂର୍ବ କ୍ତରେ କଶ୍ୟପ ସ୍ପଷ୍ଟି ଆରମ୍ଭିଲେ 
ଭଗବାନ ତୋଷ ଅଥୈ ଏ ଉତ୍ସବ କଲେ 
ମହର୍ଷି କଶ୍ୟପ କୃତ ଏହି ମହୋତ୍ସବ 
ଦର୍ଶନ କରିଲେ ମନୋରଥ ପୂର୍ଣ୍ଣ ହେବ 
ସଂସାରରେ ରହି ଆଉ ଶୋକ ନ କରିବ 
ସ୍ଵର୍ଗେ ବାସ କରି ମୋକ୍ଷ ପଦବୀ ଲଭିବ 
ପ୍ରତିଦିନ ପାକଶାଳା ମାର୍ଜନା କରିଣ 
ବୈଶ୍ଵଦେବ ଅର୍ଥେ ଅଗ୍ନି କରିବ ସ୍ଥାପନ 
ସାଧାରଣ ଜନଙ୍କର ଅଦୃଶ୍ୟ ରୂପରେ 
କମଳା କରନ୍ତି ପାକ ବୈଷ୍ଣବ ଅଗ୍ନିରେ 
ପ୍ରଭୁ ଜଗନ୍ନାଥ ସ୍ବୟଂ ଭୋଜନ କରନ୍ତି 
ନିର୍ବିକାରେ ସେ ପ୍ରସାଦ ସକଳ ଭୁଞ୍ଚନ୍ତି 
ପରମାତ୍ମା ରୂପୀ ଦେବ ଜଗନ୍ନାଥଙ୍କର 
ଉତ୍ତରାୟଣ ଉତ୍ସବ ଅତି ପୁଣ୍ୟ କର 
ତୁଳା ପୁରୁଷାଦି ଦାନ କରେ ଯେଉଁ ଜନ 
ତାର ହୋଇଥାଏ କୋଟି କୋଟି ଗୁଣେ ପୁଣ୍ୟ । 
ସ୍କାନ ଦାନ ଜପ ହୋମ ସ୍ଵାଧ୍ୟାୟ ତପଣ 
ଏ ଦିନ ଯେ କରେ ହୁଏ ତାର ବହୁ ପୁଣ୍ୟ । 
ମୁନିଗଣ ପଚାରନ୍ତି ଆହେ ମହାଶୟ 
ବୁଝାଇ କହନ୍ତୁ ଅଗ୍ନି ସଂସ୍କାର ବିଷୟ | 
ଯେ ଅଗ୍ନିରେ ପ୍ରଭୁଙ୍କର ପାକ ସିବ୍ଧି ହୋଇ 
କହନ୍ତୁ ତାର ବିଧାନେ ସକଳ ବୁଝାଇ । 
ଏହା ଶୁଣନ୍ତେ ଜୈମିନି ମୁନି କହୁଛନ୍ତି 
ଯେଉଁ କାର୍ଯ୍ୟେ ଭଗବାନ ସନ୍ତୋଷ ହୁଅନ୍ତି । 
ଯେ ଅଗ୍ନିରେ ସନ୍ତୋଷ ହୁଅନ୍ତି ଦେବଗଣ 
କହୁଅଛି ବୈଷ୍ଣବାଗ୍ି ସଂସ୍କାର ବିଧାନ । 
କମ୍ମକର୍ଭା ପୂର୍ବମୁଖେ ପବିତ୍ର ସ୍ଥାନରେ 
ଅଗ୍ରି ସ୍ଥାପନ କରିବ କୁଣ୍ଡ ବା ସ୍ଥଶ୍ଡିଳେ । 
ଯେଉସ୍ଥାନେ ଶୁଭଫଳ ମାନ ଘଟୁଥବ 
ସେ ସ୍ଥାନେ ବୈଷ୍ଣବ ଅଗ୍ନି ସଂସ୍କାର କରିବ । 
ପ୍ରଥମରେ କୂଣ୍ଡ ମଧ୍ଧେ ବାଲୁକା ରଖିବ 
ପ୍ରଣବରେ ସମତଳ ତାହାକୁ କରିବ | 
ପୂର୍ବାଗ୍ରତେ ତିନିରେଖା କୂୃଶରେ କରିବ 
ସେହିପରି ଉତ୍ତରାଗ୍ରେ ତ୍ରିରେଖା ଆଙ୍କିବ । 
ପ୍ରଣବରେ ରେଖାମାନଙ୍କର ଚାରିଦିଗେ 
ଜଳଧାରାରେ ବେଷ୍ଠନ କରିଦେବ ବେଗେ । 
ଦ୍ଵାଦଶାକ୍ଷର ମନ୍ତ୍ରରେ ବୀକ୍ଷଣାଦି କରି 
କୁଣ୍ଡ ଶରୀର ଷଡ଼ଙ୍ଗ ମନ୍ତ୍ରକୁ ଉଚ୍ାରି | 
ଅସ୍ତ୍ର ମନ୍ତ୍ରେ କୃଣ୍ଡୋଦର ସଂସ୍କାର କରିବ 
ତା ମଧ୍ୟେ କୁଶ ବିଷ୍ଟର ସ୍ଥାପନ କରିବ । 
ଲକ୍ଷ୍ମୀଦେବୀ ରତୁ ୨ ସ୍କାତା ମନରେ ଭାବିବ 
ନିଜର ହୃଦୟ ମଧେ ଅର୍ଚ୍ଚନା କରିବ | 
ଶ୍ରୋତ୍ରିୟ ଗୃହରୁ କରି ଅଗ୍ନି ଆନୟନ 
ମଣି ବା କାଷ୍ଠ ଘର୍ଷଣେ କରିବ ଉତ୍ପନ୍ନ । 
ଯଜ୍ଞ କାଷ୍୍େ ପ୍ରଜ୍ବଳିତ ସେ ଅଗ୍ନି କରିବ 
ତାମ୍ରପାତ୍ରେ ବିଷ୍ଣୁ ବୀର୍ଯ୍ୟ ରୂପରେ ଭାବିବ । 
ବାରତ୍ରୟ କୂଣ୍ଡ ପ୍ରଦକ୍ଷିଣ କରାଇବ 
| ନିଜକୁ ବିଷୁ ରୂପରେ ଭାବନା କରିବ | 
ଲକ୍ଷ୍ମୀଙ୍କର ଯୋନିରୂପେ କୂଣ୍ଡିକୁ ଭାବିବ 
କୁଣ୍ଡ ମଧ୍ଯରେ ଅଗ୍ନିକୁ ନିକ୍ଷେପ କରିବ | 
ନିଜେ ଆଚମନ କରି ଲକ୍ଷ୍ମୀଙ୍କୁ ଯେ ଦେବ 
ଆଚମନ ପରେ ଆଣି ତାମ୍ଭୂଳ ଅର୍ପିବ | 
ପୂର୍ବାଗ୍ର ଉତ୍ତରାଂଶରେ କୁଶମାନ ଥୋଇ 
କୁଣ୍ଡ ଚାରିଦିଗେ ସତ୍ମାର୍ଜନ କରି ତହିଁ | 
ହେମା ପତ୍ର ଯଜ୍ଞକାଷ୍ପ ସମିଧ ରଖୁବ 
ପ୍ରାଦେଶ କମାଣ କୁଶ ମୁଠିଏ ଥୋଇବ 
ସେ କୁଶରେ ଅସ୍ତ ମନ୍ତ୍ର କରି ଉଚ୍ଚାରଣ 
ଶୁବାଦି ସକ୍ରଳ ପାତ୍ର କରିବ ପ୍ରୋକ୍ଷଣ 
ପ୍ରୋକ୍ଷଣ ପାତ୍ରେ ପବିତ୍ର ସ୍ଥାପନ କରିବ 
ତଦୁପରି ଗନ୍ଧପୁଷ୍ଟେ ବିଷୁଙ୍କୁ ପୂଜିବ 
ଆଘାର ଯେ ଆଜ୍ୟ ଭାଗ ହୋମ ସଞ୍ପାଦିବ 
ଅଗ୍ନି ଦେବଙ୍କର ଧ୍ୟାନ ଏ ରୂପେ କରିବ । 
ଅଗ୍ନି ଦେବ ସୁବର୍ଣ୍ଣ ବର୍ଣରେ ଦୀପ୍ୟମାନ 
ଉନ୍ମଳ ଜଟା ମୁକୁଟେ ଶିର ବିଭୂଷଣ 
ସ୍ଵସ୍ତିକ ଅଭୟ ଇଷ୍ଟ ଶକ୍ତି ଚାରିହାତେ 
ଧାରଣ କରି ଅଛନ୍ତି ଚିନ୍ତିବ ଏମନ୍ତେ 
ଗର୍ଭା ଧାନରୁ ଆରମ୍ଭି ବିବାହ ପର୍ଯ୍ୟନ୍ତ 
ଇତ୍ୟାଦି କର୍ମ କରିବା ଅଟଇ ଉଚିତ 
ଦ୍ଵାଦଶ ଦ୍ଵାଦଶ ସଂଖ୍ୟା ପ୍ରତ୍ୟେକ କର୍ମରେ 
ଆହୁତି ଦାନ କରିବ ପୃଥକ ଭାବରେ 
ଜାତ ବେଦ ଅଗ୍ନିଙ୍କର କର୍ମ ବିଶେଷରେ 
ନାମକରଣ କରିବ ପୂଥକ ଭାବରେ | 
ଓ ବୈଷୁବାଗୁୟେ \ ନମଃ ମନ୍ତ୍ର ଉଚ୍ଟାରିଣ 
ଗନ୍ଧାଦି ଦେଇ ଅଗ୍ରିଙ୍କୁ କରିବ ଅଇ୍ଚନ ' | 
ଏହାପରେ ଚାରିବାର ଘୃତ ପୂର୍ଣ କରି 
ଶ୍ରବରେ ଆଣି ଶ୍ରଚର ମଧ୍ଧେ ଦେବ ଭରି 
. କର୍ମରେ ଅଧକ ଫଳ ହୋଇବା ନିମିତ୍ତ 
ପୂର୍ଣାହୁତି ହୋମ ଅଗ୍ନିକୁଣ୍ଡେ କରିବ ତ । 
ରଷିଗଣ ଅଗ୍ନି ଦେବଙ୍କ ଯେ ଯେତେବେଳେ 
ବିଷ୍ଣୁଙ୍କଠାରୁ ପୃଥକ ନ ଭାବିବ ହେଳେ 
ଅଖୁଳ ` ଜଗତ ଅନ୍ତର୍ଯ୍ୟାମୀ ନାରାୟଣ 
ସବି ନିୟନ୍ତା ଜୀବ ସ୍ଵରୂପ ସନାତନ | 
ସକଳ କାର୍ଯ୍ୟରେ ଅଗ୍ନି ରୂପେ ବିଦ୍ୟମାନ 
ଘୃତ ଚରୁ ସମିଧାଦି କରନ୍ତି ଗ୍ରହଣ ' 
କର୍ମକଉାରୁ କର୍ମକୁ ସଫଳ କରନ୍ତି 
ଧର୍ମ ଅର୍ଥ କାମ ମୋକ୍ଷ ଫଳ ଦେଇଅନ୍ତି 
ଶାକ୍ତ ଶୈବ ସୌର ଆଦି ସକଳ କାର୍ଯ୍ୟରେ 
ଅଗ୍ନି ସଂସ୍କାର କରିବ ଏହି ବିଧାନରେ 
ମୁନିଗଣ ସର୍ବରୂପେ ବିଷ୍ଣୁ ବିଦ୍ୟମାନ 
ଦ୍ଵାଦଶ ଅକ୍ଷର "ମନ୍ତ୍ର ଏକମାତ୍ର ଜାଣ 
ବିଷ୍ଣୁଙ୍କର ଶକ୍ତି ଲକ୍ଷ୍ମୀ ଦେବୀଙ୍କୁ ସକଳେ 
ସର୍ବଦା ଧ୍ୟାନ କରିବେ ହୃଦୟ କମଳେ । 
ବିଷ୍ଣୁ ଲକ୍ଷ୍ମୀ ଦ୍ଵାଦଶ ଅକ୍ଷର ମନ୍ତ୍ର ତିନି 
ଜଗତରେ ଶ୍ରେଷ୍ଠବସ୍ତୁ ରୁପେ ପରିମାଣି । 
ସତ୍ୟ କହୁଅଛି ଏହି ତିନି ଜଗତରେ 
ମୂଳ କାରଣ ଯେ ସୃଷ୍ଷି ସ୍ଥିତି ଜଗତରେ । 
ଏହି ତିନି ଜଗତରେ ମଙ୍ଗଳ କରନ୍ତି 
ମନର ଯେ ଅଭିଳାଷ ପୂରଣ କରନ୍ତି | 
ମୁନିଗଣ ଏହିରୂପେ କରିବ ସଂସ୍କାର 
ପ୍ରତିଦିନ ପାକଶାଳେ ଅଗ୍ନି ଦେବଙ୍କର । 
ଅନ୍ଧାଦି ସକଳ ପାକ କରି ସେ ଅଗ୍ନିରେ 
ନିବେଦନ କରିଦେବ ପ୍ରଭୁଙ୍କୁ ଭକ୍ତିରେ । 
ଏହା ହେଲେ ସନ୍ତୋଷ ହୂଅନ୍ତି ଭଗବାନ 
ନିଶ୍ଚୟ ଉତ୍ତମ ବର କରନ୍ତି ପ୍ରଦାନ | 
ଯାହାର ଯେ ରୂପ ଇଚ୍ଛା ମନମଧ୍ଧେ ଥାଏ 
ସେହି ସକଳ କାମନା ପୂର୍ଣ ହୋଇଯାଏ । 
ମୁନିଗଣ ତୁମ୍ଭଙ୍କୁ ଯେ କହିଁଲୁ ଏମନ୍ତ 
ଯେ କାର୍ଯ୍ୟରେ ଭଗବାନ ହୋଇଥଅନ୍ତି ତୃପ୍ତ | 
ବିଷ୍ଣୁ ପ୍ରୀତିକର କାର୍ଯ୍ୟ ଯେ ସ୍ଥାନେ କରିବ 
ସେ ସ୍ଥାନରେ ଏହି ବିଧ୍ବ ବିଧାନରେ ହେବ । 
ବହ୍ନି ସଂସ୍କାର ପାକର ଅଙ୍ଗ ରୂପେ ଜାଣ 
ଏପରି ଅଗ୍ନି ସଂସ୍କାର କରି ପ୍ରତିଦିନ | 
ଏକ ଅହୋରାତ୍ର ମଧ୍ଧ ଯେତେ କାର୍ଯ୍ୟ ହୁଏ 
ସେ ସକଳ ଏକ କାର୍ଯ୍ୟ ରୂପେ ଗଣାଯାଏ । 
ଏହି ହେତୁ ଯେତେଥର ପାକ କରାଯିବ 
ପୁନର୍ବାର ଅଗ୍ନି ସଂସ୍କାର ଯେ ନ କରିବ । 
ସ୍କନ୍ଦ ପୁରାଣ ଉକତ ଉତ୍କଳ ଖଣ୍ଡରେ 
ଏକ ଚତ୍ତାରିଂଶ ଛାନ୍ଦ ଉତ୍କଳ ଭାଷାରେ । 
ଦୀନବନ୍ଧୁ କୃପାସିନ୍ଧୁ ସିନ୍ଧୁ ସୂତା ବନ୍ଧୁ 
ଅନାଥ ଜନର ପରା ଏକମାତ୍ର ବନ୍ଧୁ 
ଦୟାକରି ଦୟାସିନ୍ଧୁ ନାମକୁ ବହିଛ 
ଦୟା ନ କରି କିମ୍ପା ନିର୍ଦୟ ହେଉଛ । 
ନିର୍ଦୟ ହୋଇଲେ ଦୟାସିନ୍ଧୁ ଶୁଷ୍ଣ ହେବ 
ଦୀନବନ୍ଧୁ ନାମ ଆଉ କିଏ ବା ଡାକିବ । 
ଏତିକି ମାତ୍ର ଭରସା ରହିଛି ମୂନରେ 
ଜଳ କେବେ ଶୁଷ୍ପ ହୁଏ ନାହିଁ ସମୁଦ୍ରରେ । 
ନାନାବିଧ ଦୂର୍ଘଟଣା ଘଟନେ ସମର୍ଥ 
ମୋ ଯୋଗେ ନ କର ପ୍ରଭୁ ନିଜପଣ ବ୍ୟର୍ଥ । 
ଚରଣ ତଳରେ ମାଗୁଅଛି ଏହି ଭିକ୍ଷା 
ଦ୍ଵିଜ ହରିହରକୁ ଯେ ବେଗେ କର ରକ୍ଷା । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ମକର ଯାତ୍ରା ବୈଷ୍ଣବାଗ୍ନି ସଂସ୍କାର ବିଧ 
କଥନେ ନାମ ଏକଚତ୍ବାରିଂଶୋଧ୍ଯାୟଃ । 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ