ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷୋଡ଼ଶୋଧ୍ୟାୟଃ

 ଷୋଡ଼ଶ ଅଧ୍ୟାୟ 

ଜୈମିନି କହୁଅଛନ୍ତି ନାରଦ ମହର୍ଷି 
ନରପତିଙ୍କୁ କହିଲେ ବହୁ ପରଶଂସି 
ହେ ନୃପ ତୁମ୍ଭର ମନ ଯଜ୍ଞେ ଆସକତ 
ଶ୍ରଦ୍ଧା ବଢ଼ିଅଛି ଯେଣୁ ତେଣୁ ଆମ୍ଭ ପ୍ରୀତ 
ନରପାଳ କାର୍ଯ୍ୟେ ଧୂରନ୍ଧର ଯେଉଁ ବ୍ୟକ୍ତି 
ସେ ବ୍ୟକ୍ତିକୁ ଦେବଗଣ ସାହାଯ୍ୟ କରନ୍ତି 
ଏ ବିଷୟରେ ପ୍ରମାଣ ଅଟନ୍ତି ଆପଣ 
ଯେଣୁ ତୁମ୍ଭର ସହାୟ ଚତୁର ବଦନ 
ସକଳେ ଆସ ଏ ସ୍ଥାନୁ କରିବା ଗମନ 
ଯିବା ନୀଳକଣ୍ଡେଶ୍ଵର ଦେବ ସନ୍ଧିଧ୍ୟାନ 
ସେ ସ୍କାନରେ ମହାଦେବଙ୍କର ସମ୍ମୁଖରେ 
ଯେ ସର୍ବ ରାକ୍ଷସ ନାଶେ ବିଗ୍ଧ ଦୂର କରେ 
ସେହି ନୃସିଂହ ଦେବଙ୍କୁ ପଶ୍ଚିମ ମୁଖରେ 
ସ୍ଥାପନ କରିବ ରାଜା ହରଷ ନମରେ 
ଏସ୍ଥାନେ ମାଧବ ହୋଇଛନ୍ତି ଅନ୍ତର୍ବଧାନ 
ନରସିଂହ ମୂ ପ୍ରତ୍ୟକ୍ଷରେ ବିଦ୍ୟମାନ 
ନୃସିଂହଙ୍କ ସମୀପରେ ଯାଗ ଅନୁଷ୍ଠାନ 
କଲେ ତୁମ୍ଭ ମନୋରଥ ହୋଇଯିବ ପୂର୍ଣ 
ଅତଏବ ତୁମ୍ଭେ ଆଗ ସେ ସ୍ଥାନକୁ ଯାଅ 
ପ୍ରସ୍ତୁତ କରିବ ତହିଁ ଏକ ଦେବ ଗୃହ 
ନୀଳକଣ୍ଡଙ୍କ ଦକ୍ଷିଣେ ଚାରିଶତ ହସ୍ତ 
ଦୂରେ ରହିଛି ଚନ୍ଦନ ଦୁମ ଅବସ୍ଥିତ | 
ସେ ବୃକ୍ଷ ପଶ୍ଚିମ ଦିଗେ ଏହି ଦେବଙ୍କର 
କଷେତ୍ର ପ୍ରସ୍ତୁତ କରିବ ଆହେ ନରେଶ୍ବର । 
ସହସ୍ରାଶ୍ବମେଧ ଯଜ୍ଞ କର ଆୟୋଜନ 
ଏହିସ୍ଥାନେ ରହିଅଛୁ ଆମ୍ଭେ ପାଞ୍ଚଦିନ 
ଅନନ୍ତ ଜ୍ୟୋତିଃ ସ୍ଵରୂପୀ ନରସିଂହ ଦେବ 
ତାହାଙ୍କୁ ସେ ସ୍ଥାନେ ଯାଇଁ ପୂଜା କରୁଥିବ । 
ଏକ ପ୍ରଦୀପରୁ ଅନ୍ୟ ଦୀପ ଲିଗାଇଲେ 
ଯେଉଁପରି ଶୋଭା ଦେଖାଯାଏ ସେ କାଳରେ । 
ସେପରି ପ୍ରାଣ ପ୍ରତିଷ୍ଠା ପ୍ରତିମାକୁ କଲେ 
ଇନ୍ଦ୍ରୟାଦି ଶୋଭା ପାଏ ଜଡ଼ ପ୍ରତିମାରେ । 
ନରପତି ନାରଦଙ୍କ ବଚନ ଶୁଣିଲେ 
ଚନ୍ଦନ ଦମ ସମୀପେ ଉପସ୍ମିତ ହେଲେ । 
ସେ ସ୍ଥାନେ ଦେଖୁଲେ ଶିଳ୍ପବିଦ୍ୟାରେ ପଣ୍ତିତ 
ନାରଦଙ୍କ ଆଜ୍ଞାକ୍ରମେ ବିଶ୍ବକର୍ମା ପୁତ୍ର । 
ମନୁଷ୍ୟ ରୂପରେ ହସ୍ତେ ଧରି ଶସ୍ତ ସୂତ୍ର 
ଅବସ୍ଥାନ କରି ରହିଛନ୍ତି ସେ ସ୍ଥାନେ ତ | 
ବିଶ୍ଵକର୍ମାଙ୍କର ପୁତ୍ର ଯୋଡ଼ି ବେନି ହସ୍ତ 
ରାଜନ. ସମୀପେ ଆସି ହେଲେ ଉପସ୍ଥିତ । 
କହିଲେ ମୁଁ ଶିଳ୍ପ ଶାସ୍ତ୍ର ବିଦ୍ୟାରେ ନିପୁଣ 
ନୃସିଂହ ଦେବ ମନ୍ଦିର କରିବି ନିର୍ମାଣ । 
ନରପତି ହସି ହସି କହିଲେ ବଚନ 
ଆପଣ ନୂହନ୍ତି ଶିଳ୍ପ ବ୍ୟବସାୟୀ ଜନ । 
ଶିଳ୍ପ ଶାସ୍ତ୍ରକୁ ତ କରିଛନ୍ତି ପ୍ରଣୟନ 
ନାରଦ ମୁନିଙ୍କ ବାକ୍ୟ ଅଟଇ ପ୍ରମାଣ । 
ଆପ୍ରଣ ତ ବିଶ୍ଵାକର୍ମାଙ୍କର ଶ୍ରେଷ୍ଠ ପୁତ୍ର 
ନିର୍ଜନ ଅରଣ୍ୟେ ଆମ୍ଭେ ଅଟୁ ଅଭ୍ୟାଗତ । 
ଦେବ ଶିଳ୍ପୀ ଆପଣଙ୍କ ସଙ୍ଗେ ଏ ସମ୍ବନ୍ଧ 
ଘଟିଅଛି ନିଶ୍ଚୟ ତ କାର୍ଯ୍ୟ ଦେବ ସିଦ୍ଧ । 
ଅପରିମିତ ତେଜସ୍ତୀ ବିଷ୍ଣୁ ଦେବଙ୍କର 
ଉପାସକ ଅଟନ୍ତି ଯେ ସେହି ମୁନିବର । 
ସେ ନାରଦ ମୁନି କଲେ ମନରେ ସ୍କୁରଣ 
ତେଣୁ ଆପଣ ଏ ସ୍ଥାନେ କଲେ ଆଗମନ । 
ନୃସିଂହ ପ୍ରତିମା ମୁନି ଘେନିଣ ସଙ୍ଗରେ 
ଉପଷ୍ତିତ ହେବ ଏଥୁ କେତେ ଦିନାନ୍ତରେ । 
ନରସିଂହ ଦେବଙ୍କର ପ୍ରାସାଦ ନିର୍ମାଣ 
ପ୍ରାଚୀର ତୋରଣାସହ କରନ୍ତୁ ଆପଣ | 
ଉତ୍ତମ ରୁପରେ ପଶ୍ଚିମକୁ ନ ଦ୍ଵାର କରି 
ସତର ନିର୍ମାଣ କର ଅତି ଯତ୍ନ କରି | 
ଶିଳୀର ସମ୍ମାନ ଯଥା ବିଧ୍ବ ନରନାଥ 
ଦେଇ ମନ୍ଦିର ନିର୍ମାଣେ କରିଲେ ନିଯୁକ୍ତ 
ବହୁ ଧନ ବ୍ୟୟ କଲେ ଶିଳା ସଂଗ୍ରହରେ 
ଭୃତ୍ୟଗଣଙ୍କୁ ସେ ସ୍ଥାନେ ନିଯୁକ୍ତ କରିଲେ 
ସେହି ଦିବ୍ୟ ଶିଳ୍ପୀ କହେ ମହିମା ପ୍ରକାଶ 
ମନ୍ଦିର ନିର୍ମାଣ କାର୍ଯ୍ୟ ଚାରିଦିନେ ଶେଷ 
ପଞ୍ଚମ ଦିବସେ ଆସି ହେଲା ପ୍ରାତଃକାଳ 
ନିତ୍ୟ କୃତ୍ୟ ସମାପନ କଲେ ନରପାଳ 
ପ୍ରତିଷ୍ଠା ଦ୍ରବ୍ୟ ସକଳ କଲେ ଆୟୋଜନ 
ପ୍ରତୀକ୍ଷା କଲେ ନାରଦଙ୍କର ଆଗମନ 
ଏ ସମୟେ ଆକାଶରେ ବାଦ୍ୟ ଧୃନି ହେଲା 
ଶଙ୍ଖ ମୃଦଙ୍ଗ ମୁରଜ ବାଦ୍ୟାଦି ବାଜିଲା । 
ମଙ୍ଗଳ ଗୀତିକା ଧ୍ଵନି ହସ୍ତୀଙ୍କ ଗର୍ଜନ 
ପୁନଃ ପୁନଃ ଜୟ ଧ୍ଵନି କରିଲେ ଶ୍ରବଣ । 
ଇନ୍ଦ୍ରଦ୍ୟୁମ୍ନ ସଙ୍ଗେ ଯେତେ ଥଲେ ରାଜାଗଣ 
ବୈଷ୍ଣବ ସମୂହ ଆଉ ଶ୍ରେତ୍ରିୟ ବ୍ରାହ୍ମଣ 
ସକଳେ ବିସ୍ମୟାପନନ ହେଲେ ତତକ୍ଷଣ 
କେଉଁ ସ୍ଥାନରୁ ଏ ଶବ୍ଦ ହୁଏ ଉତପନ୍ଧ 
ଆଶ୍ରୟ ଶୂନ୍ଯ ଏ ଶବ୍ଦ ଅଦ୍ଭୂତ ଅଟଇ 
ତର୍କଦ୍ଵାରା। ସ୍ପିର କଲେ ଯେତେ ଥଲେ ତହିଁ । 
ଏ ସମୟେ ଦକ୍ଷିଣରୁ ବହିଲା ପବନ 
ଆକାଶରୁ ପୁଷ୍ପ ବୃଷ୍ଟି ହେଲା ବରଷଣ 
ପୁଗ୍କ ସୌରଭେ ଭ୍ରମର କରନ୍ତି ଗୁଞ୍ଜନ 
ଭାଗୀରଥ ଜଳେ ସିକ୍ତ ହେଲା ସେହି ସ୍ଥାନ 
ବ୍ରହ୍ମାଙ୍କ ପୁତ୍ର ନାରଦ ତପ ପ୍ରଭାବରେ 
ଏକ ମନୋରମ ରଥ ଉପ୍ପନ୍ଧ କରିଲେ 
ନରସିଂହ ଦେବଙ୍କର ସୁନ୍ଦର ପ୍ରତିମା 
ରଥେ ଆରୋହଣ କରାଇଲେ ମହାତମା 
ପ୍ରତିମାର ବେନିପାଶ୍ଵେ ଦିବ୍ୟ ନାରୀଗଣ 
ଆନନ୍ଦେ ଢାଳନ୍ତି ରତ ଚାମର ବ୍ୟଞ୍ଜନ 
ନରସିଂହ ମୁର୍ଭି ନାନାବିଧ ଅଳଂକାରେ 
ବିଭୂଷିତ ଗଳେ ରତ୍ତମାଳା ଶୋଭା କରେ 
କଟୀରେ ଦିବ୍ୟ ବସନ ଦିବ୍ୟ । ଗନ୍ଧ ଦେହ 
ତେଜଃ ପୁଞ୍ଜେ ପରିବ୍ୟାପ୍ତ ମରି ନରସିଂହ 
ଦୂର ଦେଶରୁ ମୂରତି କରିଲେ ଦର୍ଶନ 
ଅତ୍ୟନ୍ତ ଆନନ୍ଦ ହୃଦ ହୋଇଗଲା ପୂର୍ଣ୍ଣ 
ବିଶ୍ଵକର୍ମା ବିନିର୍ମିତ ସୁନ୍ଦର ପ୍ରତିମା 
ସଙ୍ଗେ ଘେନି ଉପସ୍ଥିତ ନାରଦ ମହାତ୍ମା 
ଏହା ଦେଖୁ ତହିଁ ସର୍ବେ ଆନନ୍ଦିତ ହେଲେ 
ରାଜା ରାଜ ଅନୁଗତ ଯେତେ ଜନ:.ଥଲେ 
ସକଳେ କହନ୍ତି ଭଗବାନ ଅନ୍ତର୍ବାନ 
ହୋଇଥିଲେ ନାରଦ ଯେ କଲେ ଆନୟନ । 
ଏହାକହି ଆପଣାକୁ କୃତାର୍ଥ ମଣିଲେ 
ନାରଦ ମୁନିଙ୍କୁ ବହୁ ପ୍ରଶଂସା କରିଲେ । 
ସେ ପ୍ରତିମା ନିକଟେ ହେଲେ ଉପସ୍ଥିତ 
ନରସିଂହ ମରି ବୋଲି କଲେ ନିରୂପିତ । 
ଆଦ୍ୟ ମୂତ୍ତି ନରସିଂହ ଦେବ ଏ ପ୍ରତିମା 
ଆନନ୍ଦିତ ହେଲେ ଇନ୍ଦ୍ରଦ୍ୟୁମ୍ନ ମହାତମା । 
ନରସିଂହ ଦେବଙ୍କୁ ଯେ କଲେ ପ୍ରଦକ୍ଷିଣ 
ଭୂମିରେ ମସ୍ତକ ରଖୁ କରିଲେ ପ୍ରଣାମ । 
ଅନନ୍ତର ରାଜାଙ୍କର ଅନୁମତି ନେଇ 
ଅତିଶୟ ଶ୍ରଦ୍ଧାରେ ଯେ ନାରଦ ଗୋସାଇଁ । 
ଶୁଭ ଲକ୍ଷଣରେ ଯୁକ୍ତ ନରସିଂହ ମୂରି 
ରତ୍ନ ସିଂହାସନେ ନେଇ ସ୍ଥାପିଲେ ଝଟତି । 
ଦେବସେବା ଯୋଗ୍ୟ ଉପକରଣ ସହିତ 
ସେବାରେ ଦୂଇ ବ୍ରାହ୍ମଣ କରିଲେ ନିଯୁକ୍ତ ।
ବୈଷ୍ଣବ ବ୍ରାହ୍ମଣଗଣ ରାଜା ଇନ୍ଦ୍ରଦ୍ୟୁମ୍ନ 
ନାରଦ ମୁନି ସହିତ ସର୍ବେ ତତକ୍ଷଣ | 
ନୃସିଂହ ମୁରି ସମ୍ମୁଖେ ପରମ ଆଦରେ 
ବେଦୋପନିଷଦ ସ୍ତୋତ୍ର ସ୍ତବ ପାଠ କଲେ । 
ହେ ଦେବ ନୃସିଂହ ଆପଣ ତ ଏକରୂପ 
ତଥାପି ତ ହୋଇଅଛ ବହୁବିଧ ରୂପ ` 
ଯେଉଁପରି ସ୍କୁଳରୂପୀ ଆପଣ ଅଟକ୍ତି 
ସେହିପରି ଅଣୁବତ ଅତି ସୂକ୍ଷ୍ମ ମୂରି | 
ଆପଣ ଯେ ଆକାଶରୁ ଅଟନ୍ତି ଅତୀତ 
ଆଉ ମଧ୍ୟ ଆକ଼୍ାଶ ରୂପରେ ଅବସ୍ଥିତ | 
ଆକାଶ ସଦୃଶ ସର୍ବବ୍ୟାପୀ ତ ଅଟନ୍ତି 
ନିଜେ ଆକାଶକୁ: ଉତପଉି କରିଛନ୍ତି | 
ଦିବ୍ୟ ସିଂହରୂପୀ କୋଟି ସୂର୍ଯ୍ୟ ତେଜସମ 
ସର୍ବଦା ନିକଟେ କରିଛନ୍ତି "ଅବସ୍ଥାନ | 
ଅପୁଣ୍ୟବନ୍ତ ଜନର ଦୂରେ ଅବସ୍ମିତ 
ଅଳ୍ପ ସାଧନାରେ ନୁହନ୍ତି ସେ ସନ୍ଧିହିତ । 
ଆପଣ ଯେ ଜ୍ୈୈୟ ଜ୍ଞାନ ସ୍ଵରୂପେ ଅଟନ୍ତି 
ଏ ଦୁଃଖ ସାଗରୁ ପାରିକର ଲକ୍ଷ୍ମୀପତି | 
ଞ୍େୟ ବସୁଦ୍ଧାରା ଜ୍େୟ ହୋଇ ଜ୍ଞାନ ଗମ୍ୟ 
ତଥାପି ତ ଆପଣ ଯେ ଅଟନ୍ତି ଅଗମ୍ୟ । 
ଆପଣ ଯେ ମାୟାତୀତ ମାୟା ବିମୋହିତ 
ଜନମାନଙ୍କର ଅନୁମାନ ଅନୁମିତ | 
ସକଳର ଆଦି ସ୍ରଷ୍ଟାରୁପେ ବିଦ୍ୟମାନ 
ଅନୁମନ୍ତା ପାଳୟିତା ସଂହି୍ଭା ଅପାଣ | 
ବିଶ୍ଵସାକ୍ଷୀ ଆପଣଙ୍କୁ କରୁ ନମସ୍କାର 
ଯେଣୁ ଏକମାତ୍ର ହେତୁ ଏ ଦୁଃଖ ଧ୍ଂସର 
ସଂସାର ବନ୍ଧ ଛେଦନ କରା ଯେ ଆପଣ 
କାରଣାତୀତ ସନ୍ଦେହ କରନ୍ତି ମୋଚନ 
ସକଳର ଅଗ୍ରଜାତ ଜ୍ୟୋତି ରୂପ ଧରି 
ଜ୍ଞାନରୂପ ସ୍ଵପ୍ରକାଶ ରୂପ ଅଟ ହ ହରି ଏ 
ଵ୍ୟୁହକୀରେ ଏ ଜଗତ କରିଛ ନିର୍ମାଣ 
ପ୍ରଭୋ ! ଆପଣଙ୍କ ଚରଣରେ ନମୋନମଃ । 
ଆପଣଙ୍କ ପାଦପଦ୍ଦେ ଭକ୍ତି ଧର୍ମ ଅର୍ଥ 
କାମମୋକ୍ଷ ଆଦି ରହିଅଛି ପୁଞ୍ଜିଭୂତ | 
ହେ ସ୍ଵାମି ! ଆମ୍ଭଙ୍କୁ ସେହି ପରମ ଭକତି 
ପ୍ରଦାନ କରନ୍ତୁ ଦୟା କରିଣ ଝଟତି | 
ଯେଉଁମାନେ ଆପଣଙ୍କ ପ୍ରତି ଭକ୍ତିଶୂନ୍ୟ 
ଶ୍ରୌତ ସ୍କାର୍ଭ କର୍ମ କରିଥାନ୍ତି ଆଚରଣ । 
ସେ କମି ଯନ୍ତ୍ରଣା ରୂପ ଅଟେ ତାହାଙ୍କର 
ପାରିହୋଇ ନ ପାରନ୍ତି ସଂସାର ସାଗର 
ହେ ଦେବ ! ତୁମ୍ଭର ପାଦ ଅଟଇ ଅନନ୍ତ 
ଅସଂଖ୍ୟ ବାହୁ ଅସଂଖ୍ୟ କର୍ଣ୍ଣ ଆଉ ନେତ୍ର 
ହେ ପ୍ରଭୁ ଦିଗ ସମୂହ ଅଟଇ ବସନ 
ଚନ୍ଦ୍ରସୂଯ୍ୟ ରୂପ କୁଣ୍ଡଳରେ ଶୋଭାକର୍ଣ୍ଣ । 
ନକ୍ଷତ୍ରମାଳା  କଣ୍ଡରେ ଅତି ମନୋହର 
ଅଭୁତ ନୃସିଂହ ମୂର୍ରିଂ ଦିଶଇ ସୁନ୍ଦର | 
ଭକ୍ତ ଗଣଙ୍କର ମନୋବାଞ୍ଚା ପୂର୍ଣ କର 
ଶରଣ ଯାଉଛୁ ଆମ୍ଭେ ଏ ଦିବ୍ୟ ମୁଭିର । 
ପାଦପଦ୍ଧ ବ୍ରହ୍ମାଙ୍କର କିରୀଟେ ଶୋଭଇ 
ସକଳ ପ୍ରଣୀ ମସ୍ତକ ପାଦରେ ଲୋଟଇ । 
ସେ ପାଦପଦଧକୁ ଆମ୍ଭେ କରୁଛୁ ପ୍ରଣାମ 
ଏ ନୃସିଂହ ମୁ ମରି ପାପୀମାନଙ୍କୁ ଭୀଷଣ । 
ପାପ ସମୂହକୁ ତୁମ୍ଭେ ନିୟମିତ କର 
ପଦାଶଷ୍ମିତ ଜନଙ୍କର ଦୟାର ସାଗର 
ନୃସିଂହ ମୁ୍ଭିର ପାଦପଦ୍ଧ ସଂଘଟନ 
ହେବାକୁ ବ୍ରହ୍ମାଣ୍ଡ ଭାଣ୍ଡ ହୁଅଇ ଭଗନ । 
ଆପଣଙ୍କର ମୂରିକୁ କରୁଛୁ ପ୍ରଣାମ 
କ୍ଷମାକର ଯେତେ ଦୋଷ ଅଛି ବିଦ୍ୟାମନ 
ଆପଣା ଜଟା ସମୁହ କମନ କରିଲେ 
ମେଘମାଳା ଅପସ୍ପତ ହୋଇଯାଏ ଦୂରେ 
କିନ୍ତୁ ପ୍ରକୃତରେ ପାପକାରୀ ଯେତେ ଜନ 
ସେମାନଙ୍କ ପାପ ଦୂରେ କରେ ପଳାୟନ 
ଅଟ୍ଟହାସ୍ୟ କଲେ ମେଘ ଧ୍ଵନି ପରାଭୂତ 
ତ୍ୈଲୋକ୍ୟ ଯାର ହୃଦୟ ମଧ୍ୟେ ଅବସ୍ପମିତ । 
ସେହି ନରସିଂହଙ୍କୁ ଯେ କରୁଛୁ ପ୍ରଣାମ 
ହେ ଦେବ ! ଘେନନୁ ବାରମ୍ବାର ମୋ ପ୍ରଣାମ | 
ହେ ଦୀନ ଦୟାଳୁ ଆମ୍ଭେ ଅଟୁ ହେ ଅନାଥ 
ରକ୍ଷା କରିବାକୁ ଆଉ ହେବ କେ ସମର୍ଥ । 
ହେ ମୁରାରି ଆପଣଙ୍କୁ କରିଲି ସାକ୍ଷାତ 
ସଂସାର କାରାଗାରୁ ହୋଇବୁ ମୁକତ । 
ହେ ପ୍ରଭୁ ! ସହସ୍ର ଅଶ୍ଵମେଧ ଯାଗ କରି 
ଚର୍ମ ନେତ୍ରରେ ଦର୍ଶନ ପାଇବୁ ଯେପରି । 
ସେହିପରି ଅନୁଗ୍ରହ ତୁମ୍ଭ ବେଗେ କର 
କୋଟିଜନ୍ସ ପାପରାଶି ହୋଇଯିବ ଦୂର । 
ଯେ ଜନ ଆପଣଙ୍କର ହୁଅଇ ଆଶ୍ମିତ 
ତୁମ୍ଭ ଅଭୁତ ମୂର୍ଭିର ସ୍ତବ କରେ ନିତ୍ୟ । 
ଧର୍ମ ଅଥ କାମକୁ ସେ ତୁଚ୍ଛ ଜ୍ଞାନ କରେ 
ମୁକତିର ଯୋଗ୍ୟ ପତ୍ର ହୁଏ ଏ ସଂସାରେ । 
ନରପତି ଏହିରୂପେ ହୃଷ୍ଟଟିତ୍ତ ହେଲେ 
ବାରମ୍ବାର ଦଣ୍ଡବତ ଭୂତଳରେ କଲେ । 
ଦିବ୍ୟ ନୃସିଂହ ମୂର୍ଭିର ସ୍ତବ ଗାନ କଲେ 
ଜୈମିନି ମୁନି ଯେ ଦ୍ବିଜଗଣଙ୍କ କହିଲେ । 
ଇତ୍ଦଦ୍ୟୁମ୍ନଙ୍କୁ ଯେ ବ୍ରହ୍ମା ଅନୁଗ୍ରହ କଲେ 
ନରସିଂହ କ୍ଷେତ୍ର ଲୋକ ହିତେ ନିର୍ମାଣିଲେ । 
ଆହେ ବିପୂଗଣ ! ଶମସହ ଅବସ୍ପିତ 
ନୃସିଂହ ମୂର୍ଭି ଦର୍ଶନ କଲେ ପ୍ରଣିପାତ । 
ଦେବରୂପଁ ବନ୍ଧନରୁ ହୁଅଇ ମୁକତ 
ସଂଶୟ ଏଥରେ କରନାହିଁ କଦାଚିତ । 
ଯେ ଜନ ମନରେ ଯାହା ବାଞ୍ଚା କରିଥାଏ 
ତାହାର ସେ ମନୋବାଞ୍ଚା ବେଗେ ପୂର୍ଣ୍ଣ ହୁଏ । 
ଯେଉଁଜନ ଏହି ସ୍ତବ ପଢ଼େ ପ୍ରତିଦିନ 
ସର୍ବାଭୀଷ୍ଟ ପୂର୍ଣ୍ଣ ହୁଏ ଯାଏ ମୋକ୍ଷଧାମ । 
ମହର୍ଷି ନାରଦି ଜ୍ୟେଷ୍ଠ ଶୁକ୍ଟ ଦ୍ଵାଦଶୀରେ 
ସ୍ଵାତୀ ନକ୍ଷତ୍ରରେ ଏହି ଶ୍ରୀକ୍ଷେତ୍ର ଧାମରେ । 
ଦିବ୍ୟ ନୃସିଂହଙ୍କୁ ଆଣି କଲେ ପ୍ରତିଷ୍ଠିତ 
ଯେ ଜନ ଏ କ୍ଷେତ୍ର ଧାମେ ହୋଇ ଉପସ୍ଥିତ । 
ଚର୍ମ ନେତ୍ରେ ନୃସିଂହକୁ କରଇ ସାକ୍ଷାତ 
ସହସ୍ରାଶ୍ଵମେଧ ଯାଗଫଳ ହୁଏ ପ୍ରାପ୍ତ | 
ଯେଉଁଜନ ଗାଭୀ ଦୁଗ୍ଧ ଅବା ପଞ୍ଚାମୃତ 
ନାରିକେଳୋଦକ ଗନ୍ଧବାରି କରି ଯୁକ୍ତ । 
ମହାସିଂହ ରୂପୀ ଦେବଙ୍କର କରେ ସ୍ଲାନ 
ପାୟସାଦି ଉପଚାରେ କରଇ ପୂଜନ | 
ସୁଶୋଭନ ଜବାପୁଷ୍ଠ ମାଳା ଗନ୍ଧମାଲ୍ୟ 
ଧୂପ ଦୀପ ସହିତରେ କର୍ପୂର ତାମ୍ଭୂଳ | 
ମନୋହର ସ୍ଵରେ କରେ ସ୍ତୁତି ବାକ୍ୟ ଗାନ 
ଜୈମିନି ମୁନି କହନ୍ତି ଶୁଣ ରଷିଗଣ 
ଅତି ଉଚ୍ଚେ ଶବ୍ଦ ଜୟ କରେ ଉଚ୍ଚାରଣ 
ପ୍ରଦକ୍ଷିଣ ପ୍ରଣାମି ଯେ ଯଥାଶକ୍ତି ଦାନ 
ବିପ୍ରଗଣଙ୍କର କରେ ସନ୍ତୋଷ ବିଧାନ । 
ବିପ୍ର ସନ୍ତୋଷ ହୋଇଲେ ଭଗବାନ ତୁଷ୍ଟ 
ସର୍ବୋତ୍ତମ ବ୍ରହ୍ମ ଲୋକ ହୁଅଇ ନିକଟ 
ନରସିଂହ ଦେବଙ୍କର ଆଦ୍ୟ ଅବତାର 
ବୈଶାଖ ଶୁକ୍ୃପକ୍ଷ ସେଦିନ ଶନିବାର । 
ଚତୁର୍ଦ୍ଦଶୀ ତିଥି ସ୍ବାତୀ ନକ୍ଷତ୍ର ଯୋଗରେ 
ଆବିର୍ଦୂତ ହେଲେ ଦେବ ପ୍ରଦୋଷ କାଳରେ । 
ଏଦିନ ସଂଯତ ଚିତ୍ତେ ଯଥା ବିଧାନରେ 
ଯେ ଜନ ନୃସିଂହ ଦେବଙ୍କର ପୂଜା କରେ । 
ସହସ୍ର କୋଟି ଜନ୍ମର ପାପ ଯେତେ ଥାଏ 
ତତକାଳେ ତୁଳାରାଶି ତୁଲ୍ୟ ଭସ୍ମ ହୁଏ । 
ଯେ ଜନ ନୃସିଂହ ଦେବ କରଇ ଦର୍ଶନ 
ସ୍ପର୍ଶ ଅବା ପ୍ରଦକ୍ଷିଣ ଅଥବା ପ୍ରଣାମ 
ଭକ୍ତି ସହକାରେ ସ୍ତୋତ୍ର ପାଠ ଅବା କଲେ 
ତା ଦେହୂ ପାପ ଆଚାର ମୁଲ୍ତି ହୁଏ ଭଲେ । 
ଦେହେ ରୋଗପାଡ଼ା ଶୋକ ଯେତେ ମନ କ୍ଲେଶ 
ଦୂର ହୁଏ ଇଷ୍ଟସିବି ଲଭଇ ଅବଶ୍ୟ 
ଅଶ୍ଵମେଧ ଯାଗଫଳ ଲଭେ କିଞ୍ଚତରେ 
ଇଷ୍ଟସିବଧି ଲଭେ ନୃସିଂହଙ୍କ ପ୍ରସାଦରେ 
ଯାଗ ଯଜ୍ଞ ତପସ୍ୟାଦି ଯେତେ ପୁଣ୍ୟ କର୍ମ 
କୋଟି କୋଟି ଗୁଣଫଳ କରଲ ପ୍ରଦାନ 
ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡର ଷୋଡ଼ଶ 
ଛାନ୍ଦ ଉତ୍କଳ ଭାଷାରେ ହୋଇଲା ପ୍ରକାଶ । 
ପ୍ରଭୋ ନରସିଂହ ଦେବ ଚରଣେ ଶରଣ 
ଦୀନ ହରିହରକୁ ଯେ କର ପରିତ୍ରାଣ 
ଇତି ଶ୍ରୀ ସ୍କନ୍ଦ ପୂୁରାଣେ ଉତ୍କଳ ଖଣ୍ଡେ ନାରଦ 
କରତ ନୃସିଂହଦେବ ଆନୟନେ 
ଇନ୍ଦ୍ରଦ୍ୟୁମ୍ନ ସ୍ତୁତି କରଣେ ନାମ 
ଷୋଡ଼ଶୋଧ୍ୟାୟଃ | 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ