ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷଷ୍ଠୋଧ୍ୟାୟଃ

 

ଷଷ୍ଠ ଅଧ୍ୟାୟ

ପଚାରନ୍ତି ମୁନିଗଣ ଆହେ ତପୋବନ୍ତ 
କେଉଁ ଦେଶେ ଅଟେ ଶ୍ରୀପୁରୁଷୋତ୍ତମ କ୍ଷେତ୍ର ! 
ସେ କ୍ଷେତ୍ରରେ କରିବାକୁ ଭକ୍ତ-ପରିତ୍ରାଣ 
ଦାରୁବ୍ରହ୍ମ“ରୂପେ ବିଜେ ଶ୍ରୀ ପୁରୁଷୋତ୍ତମ । 
କହନ୍ତି ଜୈମିନି ମୁନି ଉତ୍କଳ ନାମରେ 
ପରମ ପବିତ୍ର ଦେଶ ଖ୍ୟାତ ପୁଥବୀରେ । 
ସେ ଦେଶରେ ନାନାତୀର୍ଥ ଅତି ପୁଣ୍ୟସ୍ଥାନ 
ବିଦ୍ୟମାନ ରହିଅଛି ଶୁଣ ମୁନିଗଣ 
ସେ ଦେଶ ଦକ୍ଷିଣ ସିନ୍ଧୁତଟେ ପ୍ରତିଷ୍ଠିତ 
ଦେଶ-ଅଧ୍ବବାସୀ ଗଣ ସଦାଚାରେ ଖ୍ୟାତ | 
ବ୍ରାହମଣଗଣ ବେଦଜ୍ଞ ବେଦ ଅଧ୍ୟୟନ 
କରନ୍ତି ଯଥା ବିଧ୍ବରେ ଯାଗ ଯଜ୍ଞ-କର୍ଚ 
ସେହି ଦେଶ ଅଷ୍ଟାଦଶ ବିଦ୍ୟାର ଯେ ଖଣି 
ଲକ୍ଷ୍ମୀ ଦେବୀ ନାରାୟଣଙ୍କର ଆଜ୍ଞା ମାନି । 
ଗୃହେ ଗୃହେ ବିରାଜିତା ଦେଶବାସୀଙ୍କର 
ସାର୍ଥକ ହୋଇବ ନାମ ଉକ୍କଳ.ଦେଶର । 
ସେ ଦେଶେ ବୈଷ୍ଣବ ଧର୍ମ ଦୀକ୍ଷିତ ସକଳ 
ସତ୍ୟବାଦୀ ମାତା ପିତୃଭକ୍ତ ଲଜାଶୀଳ । 
ବିନୟୀ ଅଟନ୍ତି ଆଧୂ ବ୍ୟାଧବ କ୍ଲେଶହୀନ 
ନାସ୍ତିକ କପଟ ଧର୍ମୀ ଲୋକ ତହିଁ ଶୂନ୍ୟ । 
ସକଳେ ପରହିତୈଷୀ ଲୋଭୀ ଶଠ ଖଳ 
ଦୂରାଚାରୀ ଲୋକ ତହିଁ ନାହାନ୍ତି କେବଳ । 
ସେ ଦେଶରେ ଦୀର୍ଘଜୀବୀ ସର୍ବ ଜନଗଣ 
ପ୍ରତି ଗୃହେ ପତି ପରାୟଣା ନାରୀଗଣ । 
ସୁଶୀଳ ଧର୍ମ ଚାରିଣୀ ଆଉ ଲଜ୍ମାବତୀ 
ଚରିତ୍ର ଗୁଣରେ ବିଭୂଷିତା ନାରୀ ଜାତି | 
ସକଳ ରମଣୀ ରୂପ ଯୌବନ ଗର୍ବିତା 
ନାନାବିଧ ଭୂଷଣରେ ଶରୀର ଭୂଷିତା | 
କୂଳଶୀଳ ବୟସ ସଦୂଶ ସଦାଚାର 
ପାଳିବାକୁ ନାରୀଜାତି ସର୍ବଦା ତପ୍ରର | 
ଉତ୍କଳେ କ୍ଷତ୍ରିୟଗଣ ସ୍ଵଧର୍ମ ନିରତ 
ପ୍ରଜା ପାଳନ ବିଷୟେ ସର୍ବଦା ଜାଗ୍ରତ । 
ଅସ୍ତ୍ର ଶସ୍ତ୍ର ବିଦ୍ୟା ବିଶାରଦ ବହୁଦାତା 
ଦକ୍ଷିଣା ପ୍ରଚୂର ଦେଇ ବହୁଯାଗ କର୍ଜା | 
ତାହାଙ୍କର ଗୃହେ ଗୁହେ କାଞ୍ଚନ ଭୁଷିତ 
ଯଜ୍ଞରୂପ କାଷ୍ଠ ଶୋଭାପାଏ ଅବିରତ | 
ତାଙ୍କ  ଗ୍ୁହକୁ ଆସିଲେ ଅତିଥ ସକଳ 
ଉତ୍ତମରୂପେ ସଜ୍ରାର ପାନ୍ତି ବେଳୁ ବେଳ । 
ଶୁଣ ଉତ୍କଳରେ ବୈଶ୍ୟମାନଙ୍କ ଆଚାର 
କୃଷି ଗୋରକ୍ଷା ବାଣିଜ୍ୟ କାର୍ଯ୍ୟ ଧୁରନ୍ଧର । 
ଭକ୍ତିଭରେ ଶକ୍ତି ଅନୁରୂପ ଅର୍ଥ ଦାନ 
ପୂଜନ୍ତି ଗୁରୁ ଦେବତା ବ୍ରାହ୍ମଣ ଚରଣ । . 
କେହି ଯାଚକ ଗ୍ଧହରେ ହେଲେ ଉପସ୍ଥିତ 
ତାର ଇଚ୍ଛା ଅନୁରୂପ ଅଥ ହୁଏ ପ୍ରାପ୍ତ 
ଆଉ ଅନ୍ୟ ଦାତା ଅନ୍ବେଷଣ ନ କରଇ 
ଅଭୀଷ୍ଟ,ପୂରଣ କରି ଗ୍ୁହେ ଚଳିଯାଇ । 
ସେ ଦେଶବାସୀ ସକଳ ଅତି ବୁଦ୍ଧିମାନ 
କାବ୍ୟ ନାଟକାଦି ଶିଳ୍ପ ବିଦ୍ୟାରେ ନିପୁଣ । 
ଶୂଦ୍ରଗଣ ପ୍ରିୟବାଦୀ ଧର୍ମ ପରାୟଣ 
ସ୍ମାନ ଦାନାଦି ସଜୁର୍ମ କରି ଆଚରଣ | 
କାୟ ମନୋବାକ୍ୟେ ଅର୍ଥ ଦାନେ ତତପର 
ସ୍ଵଇଚ୍ଛାରେ କରିଥାନ୍ତି ସେବା ଵ୍ରାହଣର । 
ଆଉ ସେ ଦେଶେ ଅଛନ୍ତି ଯେ ପାଟକ ଜାତି 
ଜାତୀୟତା କର୍ମ କରି ସ୍ଵ-ଧର୍ମ ପାଳନ୍ତି । 
ବର୍ଷାକାଳ ହେଲେ ମେଘ ସେ ଦେଶେ ବର୍ଷଇ 
ଅକାଳ ବୃଷ୍ଟି ଝଟିକା ତହିଁ ନ ହୁଅଇ | 
କେବେହେଲେ ଶସ୍ୟହାନି ସେ ଦେଶେ ନୂହଇ 
ବାତ୍ୟା ଅତିବୃଷ୍ଟି ଅନାବୃଷ୍ଟି ନାହିଁ ତହିଁ । 
ପ୍ରଜାଗଣ ନ ହୁଅନ୍ତି କ୍ଷଧାରେ କାତର 
ଦୁର୍ଭିକ୍ଷ ନ ପଡ଼େ ତହିଁ ଆଉ ହା-ହା କାର 
ମଡ଼କ ନ ହୁଏ ରାଷ୍ଟ୍ର ବିପ୍ଳବ ନୁହଇ 
ପୂଥବୀସ୍ଥ ସର୍ବବସ୍ତୁ ସୁଲଭେ ମିଳଇ 
ଲିଦୃଶ ଗୁଣରେ ପୂର୍ଣ୍ଣ ସେ ଉତ୍କଳ ଦେଶ 
ନାନାବିଧ ବୃକ୍ଷଲତା ତହିଁ ହୁଏ ଦୃଶ୍ଯ 
ଅର୍୍ଧନ ଅଶୋକ ତାଳ ପୁନ୍ନାଗ ହିନ୍ତାଳ 
ଶାଳ ପ୍ରାଚୀନାମଳକ ଲୋଧ୍ର ନାରିକେଳ 
ବକୁଳ ନାଗକେଶର ପନସ ପିଆଳ 
କପିତ୍ଥ ଚମ୍ପକ, କର୍ଣ୍ଣକାର ଯେ ପାଟଟଳ 
କଦମ୍ବ ନିମ୍ବ ନିଚୂଳ ଆମ୍ପ କୋବିଦାର 
ଆମଳକ ନାଗରଙ୍ଗ କଦମ୍ବ ଜମ୍ଭୀର 
ମାତୁଳଙ୍ଗ ପାରିଜାତ ନ୍ୟଗ୍ରୋଧ ମନ୍ଦାର 
ଅଗୁରୁ ଚନ୍ଦନ ଆମ୍ରାତକ ଯେ ଖର୍୍ଧୁର 
ସିଦ୍ଧ ମୃଚୁକୁନ୍ଦ ଆଉ କିଂଶୁକ ତିନ୍ଦୁକ 
ସପ୍ତପଣ୍ଠ ‹ ବିଭୀତକ ଇତ୍ୟାଦି ଅନେକ 
ବୃକ୍ଷ ରାଜିରେ ଉତ୍କଳ ଦେଶ ମନୋହର 
ମାଳତୀ କେତକୀ କୂନ୍ଦହ ବାଣ କରବୀର 
ଅତିମୁକ୍ତ କୁଜ ଏଳା ଲବଙ୍ଗ କକ୍‌କୋଳ 
ଦାଡ଼ିମ ବୀଜପୂରକ ନାନାବିଧ ଫୁଲ 
ଶତ ଶତ ପୁଷ୍ପ ଉଦ୍ୟାନରେ ଦେଶ ପୂର୍ଣ 
ମନଦେଇ ଶୁଣ ଆହେ ଦ୍ବିଜୋଉମ ୧ ଗଣ 
ବିବିଧ ପର୍ବତ ବୃକ୍ଷ ଲତାରେ ବେଷ୍ଟିତ 
ବହ ନଦୀଦ୍ଵାରା ଦେଶ ଅତି ସୁଶୋଭିତ 
ସବ ଦେଶ ମଧ୍ୟେ ଶ୍ରେଷ୍ଠ ଏ ଉତ୍କଳଦେଶ 
ପୃଥୁବୀର ଚୂଡ଼ାମଣି, ସଦୂଶ ପ୍ରକାଶ 
ଦକ୍ଷିଣେ ସିନ୍ଧୁ ଗାମିନୀ ରଖିକୁଲ୍ୟା ନଦୀ 
ଉତ୍ତରେ ସୁବର୍ଣ୍ଣରେଖା ଆଉ ମହାନଦୀ 
ଯେତେ ପ୍ରଦେଶ ଏହାର ମଧ୍ୟେ ଅବସ୍ଥିତ 
ଶ୍ରୀପୁରୁଷୋତ୍ତମ କ୍ଷେତ୍ର ନାମେ ପରିଚିତ 
ଶୁଣ ସର୍ବେ ଏ ପ୍ରଦେଶେ ବହୁବିଧ କ୍ଷେତ୍ର 
ତୀର୍ଥଯାତ୍ରା କଲାବେଳେ ହେଲୁ ପରିଚିତ 
ସେହି କଥା ତୁମ୍ଭ ନିକଟରେ କଲୁ ବ୍ୟକ୍ତ 
ଭୁ-ସ୍ବର୍ଗନାମେ ଉତ୍କଳ ଦେଶ ପରିଚିତ 
ଉଜ୍କଳ ଭାଷାରେ ଷଷ୍ଠ ଛାନ୍ଦ ହେଲା ଶେଷ 
କରନ୍ତୁ ଉତ୍କଳ ଦେଶ-ରକ୍ଷା ହୃଷୀକେଶ 
ହେ ମାତ ଦେଶ ମାତ୍ସକେ କରତୁ ଗ୍ରହଣ 
ଶତମଷ୍ଟୋତ୍ତରବାର କରୁଛ ପ୍ରଣାମ 
ପୁରାଣରେ ବ୍ୟାସଦେବ ଲେଖୁଲେ ଯତନ 
ଜୈମିନି ମୁନି ଯେ ଦେଶ କଲେ ଦରଶନ 
ନୀଳ ସୁନ୍ଦର ପର୍ବତ ଯହିଁ ବିରାଜିତ 
ନୀଳାଦ୍ରୀଶ ପଦ-ସର୍ଶେ ହୋଇଛି ପବିତ୍ର । 
ସେ ଦେଶେ ଜନମ ହୋଇ ଉଦର ଚିନ୍ତାରେ 
ଦିନ ମିଳୁନାହିଁ-ରାତି କଟୁଛି ନିଦ୍ରାରେ । 
କର୍ମଂଯୋଗ-ଜ୍ଞାନ ଭକ୍ତ, ସାଧନ ନ କଲି 
ଶ୍ରୀଗୁରୁ ପଦ-ପଙ୍କଜ ସେବା ନ କରିଲି । 
ଅନିତ୍ୟ କାର୍ଯ୍ୟରେ ନିତି ବଢତୁଅଛି ଶ୍ରଦ୍ଧା 
ମାଆ ବୋଲି ଉଚ୍ଚସୂରେ ଡାକେ ନାହିଁ କଦା| 
ହେ ମାତା ଜନମଭୂମି ହୁଅତୁ ପ୍ରସନ୍ନ 
ଜଗନ୍ନାଥ ପାଦ- ପଦ୍ଧ ଚିନ୍ତି ଅନୁକ୍ଷଣ | 
ଚର୍ମ ନେତ୍ରେ ମହାପ୍ରଭୁ କରିବି ଦର୍ଶନ 
ଶିରେ କରଯୋଡ଼ି ମାଗେ ହରିହର ଦୀନ । 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ 
ଉତ୍କଳ ବର୍ଣ୍ଣନଂ ନାମ ଷଷ୍ଠୋଧ୍ୟାୟଃ। 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ