ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦ୍ଵିତୀୟୟୋଧ୍ୟାୟଃ

 

ଦ୍ଵିତୀୟ ଅଧ୍ଯାୟ 


ଜୈମିନି ଉବାଚ 

କହନ୍ତି ଜୈମିନି ମୁନି ଶୁଣ ତପୋଧନ 
ବ୍ରହ୍ମା ଶ୍ରୀକ୍ଷେତ୍ରକୁ ତହୁଁ କରିଲେ ଗମନ । 
ସୁତି କାଳେ ଥଲା ଯେଉଁ ରୂପ ଦୃଷ୍ଟିପଥେ 
ସେ ରୂପ ଧରି ଦର୍ଶନ ଦେଲେ ଜଗନ୍ନାଥେ । 
ଆହେ ମୁନିଗଣ ବ୍ରହ୍ମା କରନ୍ତେ ଦର୍ଶନ 
ମନରେ ଜାତ ଅଭୁତ ଜ୍ଞାନ ତତକ୍ଷଣ । 
ଅନେକ ସୁତି କରିଲେ ବ୍ରହ୍ମା ସେ କାଳରେ 
କାକଟିଏ ଉପସ୍ଥିତ ହେଲା ସେ ସ୍ଥାନରେ । 
ପିପାସାର୍ଉ ଥଲା କୃଣ୍ଡଳଳେ କଲା ସ୍ଵାନ 
ନୀଳ-ମାଧବଙ୍କୁ ତହିଁ କରନ୍ତେ ଦର୍ଶନ । 
କାକଦେହ ଛାଡ଼ି ହେଲା ତାର ଚାରିହାତ 
ଶଙ୍ଖ ଚକ୍ର ଗଦାପଦ୍ଧ ହସ୍ତରେ ଶୋଭିତ 
ପ୍ରଭୁଙ୍କ ନିକଟେ ଯାଇ କଲା ଅବସ୍ଥାନ 
ଏହା ସ୍ଵଚକ୍ଷୁରେ ବ୍ରହ୍ମା କରିଲେ ଦର୍ଶନ । 
କାକର ଏ ଗତି ଦେଖୁ ମନେ କଲେ ଧାତା 
ଯୋଗୀନ୍ଦ୍ର ଗଣେ ଦୁର୍ଲଭ ଏ ଗତି ସର୍ବଥା 
ମୋର ଏ ସୃଷ୍ଟି ନିଶ୍ଚୟ ହୋଇବ ତ କ୍ଷୟ 
ବେଦାନ୍ତେ ମୁକ୍ତି ବିଷୟେ ରହିଛି ସଂଶୟ 
ଏ କ୍ଷେତ୍ର କଲେ ବସତି ବିଷୁଭକ୍ତଙ୍କର 
ଦୁର୍ଲ୍ଭ ନୃହଇ ମୁକ୍ତି ମାନବ କୁଳର 
ଆହେ ଦ୍ରବିଜଗଣ ବିଷୁ କହିଥିଲେ ଯାହା 
ବ୍ରହ୍ମା ଦର୍ଶନ କରିଲେ ସ୍ଵଚକ୍ଷୁରେ ତାହା 
ନାମ କୀର୍ଭନରେ ପାପ ହୁଅଇ ଦହନ 
ମୋକ୍ଷ ନୂହଇ ଦୁର୍ଲଭ କରିଲେ ଦଶନ 
ପ୍ରାଣତ୍ୟାଗ କାଳେ ମନେ ବିଷ୍ଣୁ ଚିନ୍ତା କଲେ 
ମୁକ୍ତିଟଲାଭ ହୋଇଥାଏ ବୁଝିବେ ସକଳେ । 
ସାକ୍ଷାତ ଦର୍ଶନ କଲେ ଭଗବାନଙ୍କର 
ମୁଲ୍ତି ଦୁର୍ଲ୍ଭ ନୋହିବ ସଂଶୟ ନ କର । 
ପୁରୁଷୋତ୍ତମ କ୍ଷେତ୍ରର ମହିମା ଅଭୁତ 
କାକ ହୋଇଛି ଯେ ସ୍ଥାନେ ବିଷ୍ଣୁରୂପ ପ୍ରାପ୍ତ । 
ପରମ ଦୁର୍ଲ୍ଲଭ ଏହି କ୍ଷେତ୍ରଟି ସତତ 
ଅଜ୍ଞାନ ଜୀବମାନଙ୍କ କରଇ ମୁକତ | 
ଯେ ନର ଶାନ୍ତି ବୈରାଗ୍ୟ ଆତ୍ମଏଜ୍ଞାନେ ଯୁକ୍ତ 
ମୁକ୍ତି ବିଷୟେ ତାହାର ସଂଶୟ ନାହିଁତ । 

ରଷୟ-ଉଚୁଃ 

ନୀଳମାଧବଙ୍କୁ ବ୍ରହ୍ମା କଲେ ଦରଶନ 
କାକ ମୁଲ୍ତି ହୋଇଗଲା ଦେଖୁଲେ ତତ୍କ୍ଷଣ | 
ତହୁଁ କି କରିଲେ ଧାତା ଆହେ ମୁନିବର 
କହନ୍ତି ମନୁ ସଂଶୟ ହୋଇଯାଇ ଦୂର । 

ଜୈମିନି ଉବାଚ 

ଅଦ୍ଭୂତ ଏ ଦୁଇ କଥା ଦେଖୁ ବେଦବର 
ମାଧବିଙ୍କୁ ମନମଧ୍ୟେ ଚିନ୍ତିଲେ ସତ୍ଵର । 
ସେ କାଳରେ ଯମ ରାଜା ନିଜ ଅଧ୍ୂକାର 
ଚାଲିଯିବ ବୋଲି ମନେ କରିଲେ ବିଚାର । 
ବ୍ୟାକୁଳେ ମ୍ଲାନ ବଦନେ ଧାଇଁଧାଇଁ ଗଲେ 
ନୀଳ ସୁନ୍ଦର ପର୍ବତେ ଉପସ୍ଥିତ ହେଲେ । 
ନୀଳ ମାଧବଙ୍କୁ କଲେ ସାଷ୍ାଙ୍ଗ ପ୍ରଣାମ 
ଅଧକାର ଭିକ୍ଷା ଅଥୈ କଲେ ନିବେଦନ । 

ଯମ ଉବାଟ 

ନମସ୍ତେ ଦେବଦେବଶ ଶୁଣ ମୋ ବଚନ 
ସୃଷ୍ଟି ସ୍ଥିତି ପ୍ରଳୟର ତୁମ୍ଭେ ତ କାରଣ | 
ସୂତ୍ରେମଣି ଗୁନ୍ଛାପରି ସମସ୍ତ ଜଗତ 
ଗ୍ରଥତ ହୋଇଛି ତୁମ୍ଭଠାରେ ଜଗନ୍ନାଥ । 
ଆପଣ ତ ଜଗତକୁ କରିଛ ଧାରଣ 
ସୃଷ୍ଟି କରିଅଛ ପୁଣି କରୁଛ ପାଳନ | 
ଚନ୍ଦ୍ର ସୂର୍ଯ୍ୟ ଅଗ୍ନିରୂପେ ସମଗ୍ର ଜଗତ 
ପ୍ରକାର୍ଶିତ କରୁଅଛ ଆହେ ବିଶ୍ଵନାଥ | 
ବିଶ୍େଶ୍ଵର ! ଜଗଦ୍‌ଯୋନି ! ବିଶ୍ଵର ଆଧାର 
ତୁମ୍ଭେ ଜଗଦଗୁରୁ ରୂପେ ସାକ୍ଷୀ ଏ ବିଶ୍ଵର । 
ଉପପତ୍ତି ବିନାଶ ଶୂନ୍ୟ ତୁମ୍ଭଙ୍କୁ ପ୍ରଣାମ 
କୃପାଜଳ ସାଗର ହେ ଘେନ ନିବେଦନ । 
ତୁମ୍ଭେ ପର ଯେ ଅପର ଆଉ ପରାତୀତ 
ତୁମ୍ଭଠାରୁ ଏହି ବିଶ୍ବ ହୋଇଛି ସମ୍ଭୂତ | 
ତ୍ରିତାପ ତୃଷାର ନାଶ ଅର୍ଥେ ସୂର୍ଯ୍ୟ ସମ 
ଦୁଃଖୀଜନ ମାନଙ୍କର ବାନ୍ଧବ ସମାନ 
ନିଜ-ମାୟାରେ ତ୍ରିଗୁଣ ରଜୁ କରିଅଛ 
ସେ ରଜରେ ଜୀବ ଜଗତକୁ ଭ୍ରମାଉଛ 
ପଦ୍ଧକେଶର ସମାନ ପୀତବସ୍ତ୍ ଧାରୀ 
ମହାଯୁଦ୍ଧେ ରିପୁଶିର ଚକ୍ରରେ ନିବାରି 
ନିଜ ଦନ୍ତରେ ପୂଥବୀ କରି ଉତ୍ତୋଳନ 
ରକ୍‌ ଯକୁଃ ସାମ ସ୍ଵରୂପ ପ୍ରଭୋ ନମୋନମଃ । 
ଯଜ୍ଞବରାହ ସ୍ଵରୂପ କରିଛ ଧାରଣ 
ଚନ୍ଦ୍ର ସୂର୍ଯ୍ୟ ଅଗ୍ନିସମ ତ୍ରିନେତ୍ର ଶୋଭନ । 
ନରସିଂହ ଅବତାର ହୋଇଣ ଆପଣ 
ଭୀଷଣ ଦନ୍ତରେ ଶତ୍ସଗଣ କଲ ଚୁର୍ଣ୍ଣ 
କଟାକ୍ଷ ପାତ ମାତ୍ରକେ ସୃଷ୍ିସ୍ଥିତି ଲୟ 
ବିବିଧ ରୂପେ ସଂସାର ହୁଅଇ ଉଦୟ 
ନୀଳମେଘ ବର୍ଣ୍ଣ ନୀଳକାନ୍ତ ମଣିମୟ 
ଦେହଧରି ନୀଳାଦ୍ରିରେ କରିଛ ବିଜୟ 
ଆହେ କୃପାନିଧୂ ତବ ପଦେ ନମୋନମଃ 
ଶଙ୍ଖଚକ୍ର ଗଦାପଦ୍ଧ ହସ୍ତେ ସ୍ଵଶୋଭନ । 
ଶୁଭକାରୀ ମୁରବୈରୀ ପ୍ରଣତ ଜନର 
ଅଶେଷ ଦୂରିତ ରାଶି କରୁଅଛ ଦୂର 
କମଳାଙ୍କର ଅପାଙ୍ଗ ସଂସ୍ଥର୍ଶରୁ ନିତି 
ଶୋଭିତ ତବ ନୟନ କରୁଛି ପ୍ରଣତି 
ଶ୍ରୀବତ୍ସ କୌସ୍ତୁଭ ଶୋଭା ପାଏ ବକ୍ଷସ୍ଥଳେ 
ପାଦପଦ୍ଧ ଆଶ୍ରେ କଲେ ଅଶ୍ଷୈଶୃର୍ଯ୍ୟ ମିଳେ । 
ସେ' ପଦ ଆଶ୍ରୟେ ଲକ୍ଷ୍ମୀ ଏଁଶଵର୍ଯ୍ୟ ଶାଳିନୀ 
ଆଶ୍ରିତ ଜନଗଣର ଏଶ୍ବର୍ଯ୍ୟ ଦାୟିନୀ 
ସୃଷ୍ଟି ଇଛା ହେଲାବେଳେ ପ୍ରକୃତି ପୁରୁଷ 
ପୂଥକ୍‌ ପୃଥକ୍‌ ଭାବେ ହୁଅନ୍ତି ପ୍ରକାଶ 
ସେ ପ୍ରକୃତି ନିର୍ବିକାର ପରଂବ୍ରହ୍ମଙ୍କର 
ବିକାର ସମ୍ପାଦନରେ ହୁଅଇ ତପ୍ୂର 
ଲକ୍ଷ୍ମୀରୂପେ ଜଗତର ପୂର୍ଣ ଶୁଭଙ୍କରୀ 
ନାରାୟଣଙ୍କର ବକ୍ଷ ଦେଶରେ ବିହରି 
ସେହି ଲକ୍ଷ୍ମୀ ଦେବୀଙ୍କର ଚରଣେ ପ୍ରଣାମ 
କହନ୍ତି ଜୈମିନି ମୁନି ଶୁଣ ମୁନିଗଣ 
ଯମରାଜା ସୁତି ଶୁଣି ତୋଷ ଭଗବାନ 
ନେତ୍ରଠାରି ଦେଖୁ ଲକ୍ଷ୍ମୀ ଦେବୀଙ୍କ ବହନ: । 
ଭବଦୁଃଖ ବିନାଶିନୀ ଲକ୍ଷ୍ମୀଦେବୀ ତହିଁ 
ଯମ ରାଜାଙ୍କୁ ସେ ଲୋକହିତ ଅର୍ଥ କହି । 

ଲକ୍ଷ୍ମୀରୁବାଚ 

ପାପୀକୁ ଦଣ୍ଡିବା ଅର୍ଥ କରୁଅଛ ସତି 
କେହି ପାପୀ ଏ କ୍ଷେତ୍ରରେ ନ କରେ ବସତି । 
ଏ ପୁରୁଷୋତ୍ତମ କ୍ଷେତ୍ର ଆମ୍ଭ ଦୃହିଙ୍କର 
ସ୍ଵତନ୍ତ୍ର ଅଟଇ ଏଥେ ସନ୍ଦେହ ନ କର । 
ଯେତେବେଳେ ହୋଇବଟି କଳ୍ପ ଅବସାନ 
କ୍ଷେତ୍ର ପରିତ୍ୟାଗ ନ କରିବୁ କଦାଚନ । 
ଏ କ୍ଷେତ୍ରରେ ବ୍ରଢ୍ମା ବିଷ୍ଣୁ ମହେଶୁରଙ୍କର 
କେବେ ଅଧବକାର ନାହିଁ ଜାଣ ନିରାଧାର । 
ଶୁଭାଶୁଭ କର୍ମରେ ତ ଯେଉଁ ଫଳ ଲାଭ 
ସେହି ଫଳ ଏ କ୍ଷେତ୍ରରେ ନୂହଇ ସମ୍ଭବ । 
ଦୁରାଚାରୀ ନର ପକ୍ଷୀ ଆଦି ଜୀବଗଣ 
ପ୍ରବେଶିଲା ମାତ୍ରେ ଏଥୁ ଦୂରିତ ଦହନ । 
ଯେଉଁପରି ତୁଳାରାଶି ୀ ଅଗ୍ନିରେ ଦହନ 
ହୋଇଯାଏ ପାପରାଶି ଏ କ୍ଷେତ୍ରରେ ଲୀନ । 
ପାପପୁଣ୍ୟ-ଶୁଙ୍ଖଳାରେ ଆବଦ୍ଧ ଯେ ଜୀବ 
ତାକୁ ତୁମ୍ଭେ ଯମ ହୋଇ ଶାସନ କରିବ । 
ଏ କ୍ଷେତ୍ରରେ ମୁଭିମାନ ନାରାୟଣଙ୍କର 
ଦର୍ଶନରେ କର୍ମଫଳ ହୋଇଯାଏ ଦୂର । 
ଯମରାଜା ଅନ୍ୟସ୍ଥାନ କର ଅଧକାରି 
ଏହି କ୍ଷେତ୍ର ପାପପୁଣ୍ୟ ବିଚାର ନ କର । 
ତୁମ୍ଭର ପ୍ରପିତାମହ ବ୍ରହ୍ମା କୌତୁକରେ 
ଏ ସ୍ଥାନେ କାକର ମୁକ୍ତି ଦେଖୂଲେ ଚକ୍ଷୁରେ। 
ଜୀବର ଏ କର୍ମଫଳ କିଏ ବା ଜାଣଇ 
କ୍ଷେତ୍ର ମାହାତ୍ମା ବଖାଣେ ପ୍ରଭୁଙ୍କୁ ନମଇଁ । 
ଯେ ଜନ ଏ କ୍ଷେତ୍ର ମଧ୍ୟେ କରିଅଛି ବାସ 
ସେ ଜନ ନୋହିବ କେଉଁ କାଳେ ତୁମ୍ଭ ବଶ। 
ସୂର୍ଯ୍ୟ ପୁତ୍ର ଶୁଣ ମୁକ୍ତି କାମୀ ଜୀବଗଣ 
ଜୀବନ୍ଧକ୍ତ ହୋଇ ବାସ କରନ୍ତି ଏ ସ୍ଥାନ । 
ବିଷ୍ଣୁଙ୍କର ପ୍ରତିନିଧୁ ଲକ୍ଷ୍ମୀ ଦେବୀଙ୍କର 
ବାକ୍ୟେ ଯମ ନିଜ ଅହଂକାର କଲେ ଦୂର । 
କହିଲି ହେ ମାତ ଶୁଣ ତୁମ୍ଭେ ମୋର କଥା 
ଅନ୍ୟଠାରୁ  ଶୁଣିନାହି ଏ କ୍ଷେତ୍ର ବାରତା । 
କ୍ଷେତ୍ରର ଏ ଗୁପ୍ତକଥା ଜାଣିବି କେମନ୍ତ 
ଯାହାର ସ୍ଵରୂପ ବେଦେ ନୁହଇ ବିଦିତ | 
ପିତାମହ ନ ଜାଣନ୍ତି ମୁହିଁ କି ପ୍ରକାରେ 
ଜାଣିବି ଅହଂକାର ତ ପୂର୍ଣ ମୋ ହୃଦରେ. । 
ଏ କ୍ଷେତ୍ରବର ମହିମା ଅଟଇ ଅନନ୍ତ 
କିପରି ଜାଣିବି ମୁହିଁ ଆଗୋ ଜଗନ୍ନାତ । 
କହୁଅଛ ଏ କ୍ଷେତ୍ରରେ ନିତ୍ୟ ଭଗବାନ 
ଅବସ୍ଥାନ କରି ମୁକ୍ତି କରନ୍ତି ପ୍ରଦାନ 
ଏଥରେ ନାହିଁ ସଂଶୟ ନୂହେଁ ଅସମ୍ଭବ 
ଭଶ୍ଵରେଚ୍ଛା ନିରଙ୍କଶା ଏଥରୁ ବୁଝିବ 
ଅନ୍ୟକ୍ଷେତ୍ରେ ଭଗବାନ ଜୀବର ବନ୍ଦନ 
ଦାନ କରନ୍ତି ଏ କ୍ଷେତ୍ରେ କରନ୍ତି ଛେଦନ 
ଅନ୍ୟକ୍ଷେତ୍ରେ ମନସ୍କାମ ପୂର୍ଣ୍ଣ ହୁଏ ହେଳେ 
କାମନା ତେଜିଲେ ଏ କ୍ଷେତ୍ରରେ ମୁକ୍ତି ମିଳେ। 
କେଉଁ ହେତୁ ଭଗବାନ ଜୀବର ନିମିତ୍ତ 
ସ୍ଵର୍ଗ ନରକ ଏ ଦୁଇ ସର୍ଜିଲେ ନିଶ୍ଚିତ 
ଏ କ୍ଷେତ୍ରରେ ମୂତ୍ୟୁ ହେଲେ ଯଦି ମୁକ୍ତିପ୍ରାପ୍ତ 
କହ ତେବେ କେତେକାଳ ଏ କ୍ଷେତ୍ରର ସ୍ମିତ 
ଏ କ୍ଷେତ୍ରରେ ଵାସ କଲେ ଲାଭ କେଉଁ ଫଳ 
କେତେ ତୀର୍ଥ କେଉଁସ୍ଥାନେ ହରେ ଜୀବମଳ । 
ଗୋପନୀୟ ସ୍ଥାନ କେତେ ରହିଛି ଏ କ୍ଷେତ୍ରେ 
ଅଧ୍ଷ୍ଟାତ୍ରୀ ଦେବତା ଯେ କିଏ ଏହି କ୍ଷେତ୍ରେ 
ଦୟାକରି ଏ ସମସ୍ତ କରନ୍ତୁ ବର୍ଣ୍ଣନ 
ନ କରିବି ଏହି କ୍ଷେତ୍ର ସୀମାକୁ ଲଙ୍ଘନ 
ନିର୍ଭୟରେ ଏହିଠାରୁ ଗମନ କରିବି 
ମାଗୋ ତୁମ୍ଭ ପାଦ-ପଦ୍ଧ ମନେ ଭାଚୁଥବି 
ଉତ୍କଳ ଖଣ୍ଡ ଦ୍ଵିତୀୟ ଅଧ୍ୟାୟ ସମାପ୍ତ 
ବିପଦ ସାଗରୁ ରକ୍ଷାକର ଲକ୍ଷ୍ମୀକାନ୍ତ 
ଅଘଟନ ଘଟନାର ପଟ୍ଟୀୟସି ମାୟା 
ଭିଆଇ ଅଛ ହେ ପ୍ରଭୁ ଜୀବେ କରି ଦୟା । 
ଏ ମାୟା ପାଶରେ ପଡ଼ି ଖେଳୁଅଛି ଜୀବ 
ତାହାକୁ କାଟିଲେ ଜୀବ ଶିବ ହୋଇଯିବ 
ଅଧର୍ମ ଜୀବମାନଙ୍କୁ ଦୟା ବେଗେ କର 
କରୁଛି ପ୍ରାର୍ଥନା ଦୀନ ଦ୍ଵିଜ ହରିହର 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ 
ଲକ୍ଷ୍ମୀ ଯମରାଜା ସମ୍ବଭାଦେ କ୍ଷେତ୍ର ମାହାତ୍ମ୍ୟ 
ବର୍ଣ୍ତନଂ ନାମ ଦ୍ଵିତୀୟୟୋଧ୍ୟାୟଃ | 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.


Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ