ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚବିଂଶୋଧ୍ୟାୟଃ

  

ପଞ୍ଚବିଂଶ ଅଧ୍ୟାୟ 

ଜୈମିନି ମୁନି କହନ୍ତି ଶୁଣ ରଷିଗଣ 
ପ୍ରତିଷ୍ଠା ବିଧାନ ପଚାରିଲେ ଇନ୍ଦ୍ରଦ୍ୟୁମ୍ନ । 
ନାରଦ ମହର୍ଷି ଶାସ୍ତ୍ର ବିଚାର କରିଲେ 
ପ୍ରତିଷ୍ଠା ବିଧାନ ପତ୍ର ଲେଖାଇ ଯେ ଦେଲୋ 
ଦ୍ରବ୍ୟ ସୂଚିପତ୍ର ରାଜା ତକ୍ଷଣେ ପଢ଼ିଲେ 
ପଦ୍ଧନିଧ୍ଵଙ୍କର କରେ ନେଇ ଅରପିଲେ । 
ପଦ୍ଧନିଧ୍ ଏ ସକଳ ଦ୍ରବ୍ଯ ସମ୍ପାଦିବ 
ପୁର୍ଣିମୟୀଶାଳା ବେଗେ ପ୍ରସ୍ତୃତ କରିବ 
ବ୍ରହ୍ମାଙ୍କର ବାସଗ୍ଧହ ଶୁଭ୍ଧବର୍ଣ୍ ହେବ 
ବହୁର୍ଷିମାନଙ୍କ ଗହ ନିର୍ମଳ କରିବ |! 
ଇନ୍ଦ୍ରାଦି ଦେବତାଗଣ ଆଉ ସିଦ୍ଧଗଣ 
ମର୍ଜ୍ୟଭୁବନେ ଅଛନ୍ତି ଯେତେ ମୁନିଗଣ । 
ନୃପଗଣ ପାତାଳରେ ନାଗ ରାଜାଗଣ 
[ଏମାନଙ୍କ ଅର୍ଥେ ଗୃହ କରିବ ନିର୍ମାଣ । 
ସ୍ଵର୍ଗ ମର୍ଭ୍ୟ ପାତାଳରେ ଅଛନ୍ତି ଯେ ପ୍ରାଣୀ 
ଏମାନଙ୍କ ଉପଭୋଗ୍ୟ ଦ୍ରବ୍ଯମାନ ଆଣି । 
ପଥ ଉଭୟ ପାର୍ଶ୍ଵରେ ସଜାଇ ରଖିବ 
ଶ୍ରେଣୀ ବନ୍ଧକରି ଗହ ନିର୍ମାଣ କରିବ । 
ଅତି ସତ୍ଵର ଏ ଗହ କରିବ ପ୍ରସ୍ତୁତ 
ବିଶ୍ଵକର୍ମା ତୁମ୍ଭଙ୍କୁ ଯେ ସହାୟ ହେବେତ । 
ଇନ୍ଦ୍ରଦ୍ୟୁମ୍ନ ଏହି ରୂପେ ଆଦେଶ କରିଲେ 
ଏ ସମୟେ ପୁନର୍ବାର ନାରଦ କହିଲେ । 
ହେ ରାଜନ ! ଆୟୋଜନ ଯେ ଦ୍ରବ୍ୟ କରିବ 
ପୂଥକ ପୂଥକ କରି ତାହା ସମ୍ପାଦିବ | 
ଉତ୍ତମ ପ୍ରକାରେ କର ତିନିଗୋଟି ରଥ 
ସ୍ଵର୍ଣ୍ଣ ଭୂଷଣରେ ହେବ ତାହା ବିଦୂଷିତ । 
ପଟ୍ଟବସ୍ତ ମାଳା ରନ୍‌ ଘଣ୍ଟା ଆଭରଣ 
ରଥଗୁଡ଼ିକ ହୋଇବ ସୁନ୍ଦର ନିର୍ମାଣ | 
ଗରୁଡ଼ ଧ୍ଵଜେ ଚିହ୍ନିତ ଜଗନ୍ନାଥ ରଥ 
ପଦ୍ଧଧ୍ବଜେ ବିଭୂଷିତ ସୁଭଦ୍ରାଙ୍କ ରଥ | 
ଏହି ବିଶ୍ବବ୍ରହ୍ମାଣ୍ଡରେ ଯେ ଅଟେ ଆସନ 
ସ୍ଵୟଂ ଜଗନ୍ନାଥ ଦେବେ ତାହାଙ୍କର ଯାନ । 
ଯେ ହେତୁ ଆଧାର ସେହି ଅଟେ ପ୍ରଭୁଙ୍କର 
ନାହିଁ ନ ଥଲା ନ ହେବ ଶୁଣ ନୃପବର । 
ଜଗନ୍ନାଥ ରଥ ଚକ୍ର ଷୋଡ଼ଶ ସଂଖ୍ୟକ 
ଚତୁର୍ବଦଶ ବଳରାମଙ୍କର ରଥ ଚକ୍ର | 
ସୁଭଦ୍ରାଙ୍କ ରଥ ଚକ୍ର ସଂଖ୍ୟାରେ ଦ୍ଵାଦଶ 
ଜଗନ୍ନାଥ ରଥ ଚକ୍ର ହସ୍ତ ଯେ ଷୋଡ଼ଶ । 
ବଳରାମ ରଥ ଚକ୍ର ହସ୍ତ ଚତୁର୍ବଶ 
ଦେବୀ ରଥ ଚକ୍ର ହେବ ହସ୍ତ ଯେ ଦ୍ଵାଦଶ । 
ଯେ ପ୍ରଭୁ ନିର୍ମଳ ଜ୍ଞାନ ରୂପ ଦର୍ପଣରେ 
ଚରାଚର ଜଗତକୁ ଦର୍ଶନ ଯେଂକରେ । 
ତାହାଙ୍କର କରତଳେ ସର୍ବଦା ଦର୍ପଣ 
ନିର୍ମଳ ରୂପରେ କରିଅଛି ଅବସ୍ଥାନ | 
ଦର୍ପଣ ତଳ ହେବାରୁ ଏହାନାମ ତାଳ 
ତେଣୁ ବଳରାମଙ୍କର ଚିହ୍ନ ଅଟେ ତାଳ । 
ବଳଭଦ୍ରାବତାର ଅନନ୍ତ ଦେବଙ୍କର 
ରଥ ଉପରେ ଏ ତାଳଧ୍ଵଜ ଯୁକ୍ତ କର । 
ଲାଙ୍ଗଳୀ ଯେ ବଳଭଦ୍ରଙ୍କର ଅନ୍ୟ ନାମ 
ତେଣୁ ରଥେ ଦେଇପାର ଲଙ୍ଗଳର ଚିହ୍ନ । 
ରଥରେ ଉତ୍ତର ରୂପେ ଧ୍ଵଜ ସମ୍ପାଦିବ 
ଲାଙ୍ଗଳରୁ ତାଳଧ୍ଵଜ ପ୍ରଶସ୍ତ ଭାଷିବ | 
ଯଥାବିଧବ ରଥତ୍ରୟ ପ୍ରତିଷ୍ଠା କରିବ 
ଅପ୍ରତିଷ୍ଠା ରଥେ ଦେବ ବିଜେ ନ କରିବ । 
ପ୍ରତିଷ୍ଠା ନ କରି ଗହ ପ୍ରାସାଦ ମଣ୍ଡପ 
ଦେବତା ସ୍ଥାପିଲେ ଫଳ ହାନି ହୁଏ ଭୂପ 
ଏଣୁ ପ୍ରଭୁଙ୍କର ରଥ ପ୍ରତିଷ୍ଠା କରିବ 
ଆୟୋଜନ କର ଦ୍ରବ୍ୟ ସମ୍ଭାର ଯେ ସର୍ବ । 
ଏ ପ୍ରତିଷ୍ଠା କର୍ମ ଆମ୍ଭେ କରିବୁ ସମ୍ପନ୍ନ 
ପିତାଙ୍କ ଆଜ୍ଞାରେ ଶୀଘ୍ର କଲୁ ଆଗମନ 
ରଷିଙ୍କର ଏହି ବାକ୍ୟ ଶ୍ରବଣ କରନ୍ତେ 
ପଦ୍ଧନିଧୂ ଦ୍ରବ୍ଯ ଆଣି ଦେଲେ ତ ତୁରିତେ 
ବିଶ୍ଵକର୍ମା ତିନିରଥ ଏକ ଦିନକରେ 
ନିର୍ମାଣ କରିଲେ ରଖି ଯେ ଆଦେଶ ଦେଲେ। 
ଏ ତିନି ରଥର ଚକ୍ର ଅତି ସୁଗଠନ 
ରଥ ମାନଙ୍କର ଅବୟବ ଯେ ବିସ୍ତୀର୍ଣ୍ 
ସୁନ୍ଦର ତୋରଣା ଧ୍ଵଜା ପତାକା ଶୋଭିତ 
ରଥ ଦେହ ନାନା ଚିତ୍ରେ ହୋଇଛି ଚିତ୍ରିତ 
ବିଶୁଦ୍ଧ ସ୍ବର୍ଣ୍ଣ ପିତୁଳା ଯୁଗଳ ରଥରେ 
ଆବଦ୍ଧ ହୋଇ ରହିଛି ବନ୍ଧନ କୌଶଳେ । 
ସେ ରଥକୁ ଦେଖୁଲେ ତ ମନରେ ଆସଇ 
ସୂର୍ଯ୍ୟଙ୍କର ରଥ ଭୂତଳରେ ବିରାଜଇ 
ମେଘ ଗର୍ଜନ ସମାନ ଶବ୍ଦ ଶୁଣାଯାଏ 
ଗମ୍ଭୀର ନିର୍ଘୋଷ ରଥ ଗମନ ସମୟେ 
ଅତି ଦୃଢ଼ ଆକର୍ଷଣ ରନରେ ଶୋଭିତ 
ଶୁଭ୍ରବର୍ଣ୍ଣ ବାୟୁବେଗ ଶତେ ଅଶ୍ବଯୁକ୍ତ 
ରଷିବର ନାରଦ ଯେ ଶାସ୍ତ ବିଧାନରେ 
ଶୁଭଦିନେ ତିନିରଥ ପ୍ରତିଷ୍ଠା କରିଲେ 
ଜୈମିନି ମୁନିଙ୍କୁ ପଚାରନ୍ତି ମୁନିଗଣ 
ବର୍ଣ୍ଣନା କରନ୍ତୁ ରଥ ପ୍ରତିଷ୍ଠା ବିଧାନ 
ଏହା ଶୁଣି ମୁନିବର କହନ୍ତି ବଚନ 
ରଥ ପ୍ରତିଷ୍ଠା ବିଧାନ କରନ୍ତୁ ଶ୍ରବଣ 
ପୂର୍ବେ ନାରଦ ଯେ ରୂପ ପ୍ରତିଷ୍ଠା କରିଲେ 
ଆମ୍ଭେ ଦେଖୁଥିଲୁ ତାହା ଶୁଣନ୍ତୁ ସକଳେ । 
ରଥର ଇଶାନ କୋଣେ ଗ୍ରହ ନିର୍ମାଣିବ 
ଗହ ମଧ୍ୟ ଭାଗେ ଦେବୀ ଯତନେ କରିବ । 
ସମ ଚତୁରସ୍ର ବେଦୀ ଚତୁରସ୍ର ହେବ 
ଏକ ହସ୍ତ ଉଚ୍ଚତାରେ ବେଦୀ ନିର୍ମାଣିବ । 
ପ୍ରତିଷ୍ଠା ପୂର୍ବ ଦିବସ ରାତ୍ରି ଶେଷକାଳେ 
ସ୍ଵସ୍ତି ବାଚନ ଅଙ୍କୁରାରୋପଣ ବିଧ୍ବରେ । 
ରାତ୍ରିକାଳେ ଦେବତାମାନଙ୍କୁ ବଳି ଦେବ 
ପ୍ରାତଃକାଳେ ବେଦୀଗଧହେ ପ୍ରବେଶ କରିବ । 
ସର୍ବତୋ ଭଦ୍ରମଣ୍ଡଳ ମୁରୁଜେ ଲେଖୁବ 
ଅବା ଅଷ୍ଟଦଳ ପଦ୍ଧ ନିର୍ବାଣ କରିବ | 
ବିମ୍ବ ଆତପ୍ୟ ତଣ୍ଡୁଳ ଉପରେ ଥୋଇବ 
କଷାୟ ଉଦକ ତୀର୍ଥୋଦକ ପୂର୍ଣ କୁମ୍ଭ । 
ସପତ ମୃତ୍ତିକା ପଞ୍ଚ ପଲ୍ଲବ ରତନ 
ସର୍ବୋଷଧୁ ଗନ୍ଧଦ୍ରବ୍ୟ କୁମ୍ଭ କରି ପୂର୍ଣ । 
ଆଚାର୍ଯ୍ୟ ବିଷ୍ଣୁ ସ୍ମରଣ କରି ଶୁଚି ହୋଇ 
ପୂର୍ଣ କୁମ୍ଭ ପୁରାଇବ ପଞ୍ଚଗବ୍ୟ ନେଇ । 
କୁମ୍ଭ ଗଳଦେଶେ ଝୀନ ବସନ ବେଢ଼ାଇ 
ତା ଉପରେ ତଣ୍ଡୁଳ ସରାବ ଫଳ ଦେଇ । 
ଗନ୍ଧମାଲ୍ୟ ସିନ୍ଦୁରରେ କରି ସୁଶୋଭିତ 
ମଙ୍ଗଳାଚାର ଉତ୍ସବେ ଘଟ ସ୍ଥାପିବତ । 
ଅନାମୟ ଦେବ ଦେବ ଶ୍ରୀ ନୃସିଂହ ଦେବ 
ଦ୍ଵାତ୍ରିଂଶ ଅକ୍ଷର ମନ୍ତ୍ର ନ୍ୟାସ ଯେ କରିବ, । 
ଅନନ୍ତର ରଖୁ ବହୁବିଧ ଉପଚାର 
ମାନସରେ ପୂଜା ଜପ ସାରିବ ସତ୍କର । 
ତଦନ୍ତରେ ପ୍ରସନ୍ନତା ପ୍ରାର୍ଥନା କରିବ 
ମନ୍ରଚୈତନ୍ୟରେ ଆବାହନ ସମ୍ପାଦିବ । 
ସୀଧବଗଣ ମାନେ ସୋପଚାରେ ପୂଜଇ 
ବାହ୍ୟ ଉପଚାରେ ବାହ୍ୟ ପୂଜା ସମ୍ପାଦଇ । 
ପୂଜାଶେଷେ କୁମ୍ଭ ବାୟୁକୋଣେ କୁଣ୍ଡ ପରି 
ବହି ସ୍ଥାପନ କରିବ ମନ୍ତ୍ର ଅନୁସରି | 
ଅଷ୍ଟ ଉତ୍ତର ସହସ୍ର ସମିଧାଜ୍ୟ ଚରୁ 
ହୋମ କରିବେ ଦେବତା ମୂଳମନ୍ତ୍େ ଗୁରୁ । 
ତଦନ୍ତେ ସମ୍ପାତ ପତ୍ର କୁମ୍ଭରେ କରିବ }
ପତାକା ବସ୍ତ ମାଳରେ ରଥ ମଞ୍ଡାଇବ | 
ସୁଗନ୍ଧ ଚନ୍ଦନ ବାରି ରଥରେ ସିଞ୍ଚବ 
ଶଙ୍ଖ କାହାଳାଦି ବାଦ୍ୟମାନ ବଜାଇବ 
କାଳାଗୁରୁ ଧୂପଦ୍ଵାରା ଧୂପିତ କରିବ 
ଯଥାଯୋଗ୍ୟ ଧ୍ଵଜ ରଥ ଉପରେ ସ୍ଥାପିବ 
ରକ୍ତବର୍ଣ୍ଣ ମାଳାମନ୍ଧେ ପୁଜା ଆଚରିବ 
ଗରୁଡ଼ଙ୍କ ପ୍ରାର୍ଥନା ଯେ ମନ୍ତ୍ରରେ କରିବ 
ଯେ ଏ ବିଶ୍ଵ ସଂସାରର ପ୍ରାଣର କାରଣ 
ପରମାମ୍ଭା ବିଷ୍ଣୁଙ୍କର ଶରୀର ସମାନ 
ବିଷୁରଥ କେତୁରୂପେ ସଦା ବିରାଜିତ 
ଥରେ ଚିନ୍ତିଲେ ମନରେ ନାଗବିଧ ଭୀତ 
ଭୟରେ ନାଗୁଣୀ ଗର୍ଭ ହୁଅଇ ସ୍କ୍ଳନ 
ଯାର ମୁଖେ ସର୍ପ ମାଂସ ରକ୍ତ ବିଦ୍ୟମାନ 
ଆମ୍ଚେ ସେହି ଛନ୍ଦୋମୟ ନିର୍ମଳ ସୁପର୍ଣ୍ 
ଖଗପତିଙ୍କ ଚରଣ କରୁଛୁ ବର୍ଣ୍ଣନ 
ଏ ରୂପ ପ୍ରାର୍ଥନା ପରେ କରି ବେଦ ଧ୍ଵନି 
ବହୁବିଧ ବାଦ୍ୟ ଶଙ୍ଖ ବଜାଇବ ଆଣି 
ପୁରୁଷ ସୂକ୍ତ ମନ୍ତ୍ରରେ ରଥର ଉପରେ 
ଗରୁଡ଼ ଧ୍ଵଜ ସ୍ଥାପିବ ମନ ଆନନ୍ଦରେ 
ଆଚାର୍ଯ୍ୟ ବ୍ରହ୍ମାଙ୍କ ସହ ପୂଜିତ କୁମ୍ଭର 
ଜଳଦ୍ବାରା ବିଷ୍ଣୁ ମନ୍ତ୍ର ପଢ଼ି ତିନିବାର 
ରଥ ଉପରେ ସେଚନ କରି ପୂର୍ଣାହୂତି 
ବ୍ରହ୍ମାଙ୍କୁ ଦକ୍ଷିଣା ଦାନ ଦେବ ମନ ତୃପ୍ତି । 
ଆଚାର୍ଯ୍ୟଙ୍କ ଦକ୍ଷିଣାରେ କରିବ ସନ୍ତୋଷ 
ବ୍ରାହ୍ମଣ ଭୋଜନେ ଦେବ ଘୃତ ସେ ପାୟସ। 
ଏହି ରୂପ ବିଧାନରେ ବଳଦେବ ରଥ 
ପ୍ରତିଷ୍ଠା କରିବ ପଢ଼ି ବାସୁଦେବ ମନ୍ତ୍ର 
ଏ ରୂପେ ପ୍ରାର୍ଥନା ମନ୍ତ୍ର କରି ଉଚ୍ଚାରଣ 
ସୁଭଦ୍ରାଙ୍କ ରଥେ ଧ୍ବଜା କରିବ ବନ୍ଧନ । 
ତିନିରଥ ପ୍ରତିଷ୍ଠା ଯେ ଏକତ୍ରେ କରିବ 
ତିନି ଦେବଙ୍କର ପୂଜା ବିଧାନ ସାରିବ । 
ପାଞ୍ଚ ପାଞ୍ଚ ଆହୁତି ଯେ ପ୍ନଥକ କ୍ରମରେ 
ତିନି ଦେବତାଙ୍କୁ ଦେବ ଯଥା ବିଧାନରେ । 
ଦେବତାମାନଙ୍କ ପ୍ରତି ରଖି ଭକ୍ତିଭାବ 
ସୁବର୍ଣ୍ଣ ଗୋ ବସ୍ତ୍ର ଆଦି ଦକ୍ଷିଣା ଯେ ଦେବ । 
ରଥ ପ୍ରତିମା ଏ ରୂପେ ସମ୍ପନ୍ନ ହୋଇଲେ 
ଦେବତାମାନଙ୍କୁ ତହିଁ ବସାଇବ ଭଲେ । 
ବେଦଧ୍ବନି ଜୟଧ୍ବନି ମଙ୍ଗଳ ନିର୍ଘୋଷ 
ନାନାବିଧ ବାଦ୍ୟ ଧ୍ବନି କରିବ ଅବଶ୍ୟ । 
ଚାମର ବ୍ୟଜନ ଧୂପ ପୁଷ୍ପ ବୃଷ୍ଟି କରି 
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟଗଣ ସର୍ବେ ମିଳି । 
ରଥ ଉପରେ ଦେବଙ୍କୁ କରିବ ସ୍ଥାପନ 
ବ୍ରାହ୍ମଣମାନଙ୍କୁ ତୋଷ କରି ଧନ ଦାନ । 
ସୁଲକ୍ଷଣ ଘୋଟକ ବା ବଳିବର୍ଦ୍ଦ ଶାନ୍ତ 
ରଥରେ ଆଣି ଝଟତି କରିବ ନିଯୁକ୍ତ | 
କିମ୍ବା ବିଷ୍ଣୁ ଭକ୍ତ ପରାୟଣ ଯେଉଁମାନେ 
ରନୁ ଧରି ରଥ ଟାଣିନେବେ ସେ ଯତନେ । 
ତପ୍ୂରେ ସୁସ୍ଵାଦୁ ଭକ୍ଷ୍ଯ ଭୋଜ୍ୟ ଦ୍ରବ୍ଯମାନ 
ସୁଗନ୍ଧ ଚନ୍ଦନ ତହିଁ କରି ବିତରଣ | 
ଦେବତାମାନଙ୍କୁ ରଥ ଉପରି ଭାଗରେ 
ବଳିଦାନ ଦେବ ମନ୍ତ୍ର ପଢ଼ି ଉଚ୍ଚସ୍ବଵରେ । 
ଦେବଗଣ ମୋର ବଳି କରନ୍ତୁ ଗ୍ରହଣ 
ହେ ଆଦିତ୍ୟଗଣ ବସୁଗଣ ମରୁଦ୍ଗଣ । 
ଲାଙ୍ଗଳଂ ପରବୀରଂ ନତ୍‌' ଇତ୍ୟାଦି ମନ୍ତ୍ରରେ | 
ହେ ଅଶ୍ବିନୀ କୁମାର ହେ ସର୍ବ ରୁଦ୍ରଗଣ 
ଧ୍ଵଜା ବନ୍ଧନ କରିବ ରଥର ଉପରେ 
ମୂଳ ମନ୍ତ୍େ ବଳଦେବଙ୍କର ପୂଜା ସାରି 
ସୁଭଦ୍ରା ରଥ ପ୍ରତିଷ୍ଠା କରିବ ଏପରି 
ସୂପର୍ଣ୍ଠୀ ପନ୍ନଗ ବଳି କରନ୍ତୁ ଗ୍ରହଣ
ଭୋ ଅସୁଲ ନିଜର ଭୋ ଯାତୁଧାନ ଗଣ ।  
ହେ ରଥାଧଷ୍ପିତ ସମୁଦାୟ ଦେବଗଣ | 
ଲକ୍ଷ୍ମୀ ସୂକ୍ତ ମନ୍ତ୍ର ପୁଜା ହୋମ ଆଦି ସାରି | 
ଭୋ ଦିକପାଳଗଳ ଲୋକପାଳ ଯେ ସକଳ 
ପଦ୍ଧ ଧ୍ଵଜ ସ୍ଥାପିତ ଯେ ରଥର ଉପରି 
ମୁର ରିପୁ ବିଖୁଙ୍କର ନାଭିରୁ ଉତ୍ପନ୍ନ 
ଚତୁର ଆନନଙ୍କର ହୋଇଛି ଆସନ 
ବିଷ୍ପପ୍ରିୟା ଲକ୍ଷ୍ମୀଙ୍କର ସ୍ଥାନ ଅବସ୍ଥାନ 
ରଥରେ ଧ୍ଵଜା ରୂପରେ କର ଅବସ୍ଥାନ 
ବି ଝ ବିନାୟକଗଣ ଦେବର୍ଷି ମଣ୍ଡଳ | 
ମହର୍ଷିଗଣ ମଙ୍ଗଳ କରନ୍ତୁ ବିଧାନ 
ମୋର ଏ ବିଷୟେ ବିଘ୍ନ କର ନିବାରଣ । 
ମୋ ପ୍ରତି ଯେ ପ୍ରତିକୂଳ ନ ହେବେ ଆପଣ 
ହେ ଦେବଗଣ ହେ ଦୈତ୍ୟଗଣ ଭୂତଗଣ । 
ସର୍ବେ ମୋ ପ୍ରଦତ୍ତ ବଳି କରନ୍ତୁ ଗ୍ରହଣ 
ତୃପ୍ତ ହୋଇ ସୌମ୍ୟ ଭାବ କରନ୍ତୁ ଧାରଣ । 
ବୈଷ୍ଣବୀ ଗାୟତ୍ରୀ ପବିତ୍ର ଯେ ବିଷ୍ଣୁ ସୂକ୍ତ 
ପଢ଼ି ଆକର୍ଷଣ ନେବ ଦେବତାଙ୍କ ରଥ 
ପବିତ୍ର ଯେ ବାମଦେବ ମନସ୍ତୋକ ମନ୍ତ୍ର 
ମଙ୍ଗଳବାଦ୍ୟ ବାଜଣା କରିବ ସତତ 
ଚକ୍ରମାନଙ୍କରେ ତୈଳ ଦେଇ ଧୀରେ ଧୀରେ 
ରଥ ଚଳାଇବ ସମତଳ ଭୁମିପରେ 
ରଥ କଳ୍ପନା କାଳରେ ଘଟିଲେ ଉତ୍ପାତ 
କହୁଅଛୁ ଶୁଣ ସର୍ବେ ହୋଇ ଏକଚିତତ 
ଯଦି ରଥ ଭଶ ଭଗ୍ନ ହୁଏ ଅକସ୍କାତ 
ବ୍ରାହ୍ମଣମାନଙ୍କର ଯେ ହୁଏ ଭୟ ଜାତ 
ଅକସ୍କାତ ରଥ ଅକ୍ଷ ଯେବେ ହୁଏ କ୍ଷୟ 
କ୍ଷତ୍ରିୟ କୂଳର ଦୁଃଖ ହୋଇବ ନିଶ୍ଚୟ 
ଅଖ ତୁଳୀ ଭଗ୍ନ ହେଲେ ବୈଶ୍ୟ ହୁଏ ନାଶ 
ଶମୀ ଭଗ୍ନ ହେଲେ ଶୁଦ୍ର କୁଳର ବିନାଶ 
ଧୁରାଭଙ୍ଗେ ଅନାବୃଷ୍ଟି ହୁଅଇ ଦେଶରେ 
ପ୍ରଜାଗଣ ଭୟ ପାନ୍ତି ପୀଠଭଗ୍ଧ ହେଲେ 
ଚକ୍ରଭଙ୍ଗ ହେଲେ ପରରାଷ୍ଟ୍ର ଭୟ ଜନ୍ମେ 
ରାଜାର ରାଜତ୍ଵ ନାଶ ଧ୍ଵଜର ପତନେ 
ପ୍ରତିମାର ଅଙ୍ଗ ଭଙ୍ଗ ଯଦ୍ୟପି ଘଟିବ 
ତେବେ ସେହି ରାଜାର ତ ପଞ୍ଚତ୍ଵ ହୋଇବ । 
ଏକ କାଳେ ଏ ସକଳ ଉତ୍ପାତ ଘଟିଲେ 
ସମୁଦାୟ ଜନସ୍ଥାନ ନିର୍ଜନ ସେ କାଳେ 
ଏହି ଅଶୁଭ ଉପ୍ପାତ ଯଦ୍ୟପି ଘଟିବ 
ବଳିଦାନ ଶାନ୍ତି ହୋମ ନିଶ୍ଚୟ କରିବ 
ପୁନର୍ବାର ବ୍ରାହ୍ଣକୁ ଭୋଜନେ ତୋଷିବ 
ସମାହିତ ଟିତ୍ତେ ଧନ ଦାନ ଯେ କରିବ 
ଦୀକ୍ଷିତ ବିପ୍ର ରଥର ପୂର୍ବୋତ୍ତର ଭାଗେ 
ଅଗ୍ନିସ୍ଥାନେ କରିବ ଘୃତ ମଧ୍ୟ ଯୋଗେ 
ପଲାଶ ସମିଧ ମୂଳ ଅଗ୍ରଭାଗ ଦ୍ଵାରା 
ବୈଷ୍ଣବ ମନ୍ତ୍ରରେ ହୋମ କରିବଟି ତୃରା 
ସୋମ ଅଗ୍ନି ପ୍ରଜା ପ୍ରଜାପତି ଗ୍ରହଗଣ 
ବ୍ରହ୍ମା ଦିଗ୍‌ପାଳଙ୍କୁ ମନ୍ତ୍ରେ କରିବ ଯେ ହୋମ । 
ସେ ସ୍ଥାନେ ରଥରେ ଯଦି ଉତ୍ପାତ ଘଟିବ 
ସେ ସ୍ଥାନେ ଦୀକ୍ଷିତ. ବିପ୍ରେ ହୋମ କରାଇବ । 
ଏ ସକଳ ଦେବତାଙ୍କୁ ବିଶେଷ ଭାବରେ 
ମଙ୍ଗଳ ହେଉ ସଂସାରେ ବିପ୍ରମାନଙ୍କର 
ରାଜାଙ୍କର ମଙ୍ଗଳ ତ ହେଉ ନିରନ୍ତର 
ସ୍ଵଜାତିର ମଙ୍ଗଳ ଯେ ହେଉ ଚିରକାଳ 
ପ୍ରଜାମାନଙ୍କ ମଙ୍ଗଳ ଜଗତେ ମଙ୍ଗଳ । 
ମନୁଷ୍ଯମାନଙ୍କର ଯେ ମଙ୍ଗଳ ସର୍ବତ୍ର 
ଚତୁଷ୍ଠଦ ଜୀବଙ୍କର ଶାନ୍ତି ହେଉ ନିତ୍ୟ । 
ପ୍ରଜାମାନଙ୍କ କୂଶଳ ଆମ୍ଭର କୃଶଳ 
ଦେବଗଣଙ୍କର ଶାନ୍ତି ହେଉ ଟିରକାଳ । 
ଭୂର୍ଦୁବଃ ସ୍ଵଃ ଏହି ତିନି ଲୋକଙ୍କ ମଙ୍ଗଳ 
ସବସ୍ଥାନେ ଶାନ୍ତି ରହୁ ସର୍ବଦା ମଙ୍ଗଳ । 
ଚତୁର୍ଦଦିଗ ମଙ୍ଗଳରେ ହେଉ ପରିପୂର୍ଣ 
ହେ ଦେବ ଜଗତ ସୃଷ୍ଟି କରିଛ ଆଁପଣ । 
ଜଗତ ପାଳନକାରୀ ସର୍ବଦା ଆପଣ 
ହେ ଜଗତ ପତି ଶାନ୍ତି କରନ୍ତୁ ଜିଧାନ । 
ଯାତ୍ରାକାଳେ ରାଜାଙ୍କର ଅନ୍ୟ ଜନଙ୍କର 
ଦୂଷ୍ଟଗ୍ରହ କେଉପରି କରିବ ବିଚାର | 
ଦୁଷ୍ଟଗ୍ରହ ଥଲେ ଶାନ୍ତି କରିବ ବିଧାନ 
ଶ୍ରବଣ କଲ ତ ରଥ ପ୍ରତିଷ୍ଠା ବିଧାନ | 
ସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେ 
ପଞ୍ଚବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ଶ୍ରୀ ଜଗନ୍ନାଥ ପ୍ରଭୁଙ୍କ ଚରଣେ ଶରଣ 
ବଡ଼ ଠାକୂରଙ୍କ ପଦେ କରୁଛି ପ୍ରଣାମ । 
ଜୟ ମା ସୁଭଦ୍ରା ଦେବୀ କର ସୁକଲ୍ୟାଣ 
ହରିହର ମନୋବାଞ୍ା ବେଗେ ହେଉ ପୂର୍ଣ୍ଣ । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ ରଥ 
ନିର୍ମାଣ ଓ ପ୍ରତିଷ୍ଠା ବର୍ଣଣନେ 
ନାମ ପଞ୍ଚବିଂଶୋଧ୍ୟାୟଃ । 



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ