ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ତ୍ରୟୋବିଂଶୋଧ୍ୟାୟଃ

  

ତ୍ରୟୋବିଂଶ ଅଧ୍ୟାୟ 

ନାରଦ ରଖି କହନ୍ତି ଦ୍ବାରପାଳ ଶୁଣ 
ମହାଯଶସ୍ବୀ ରାଜର୍ଷି ରାଜା ଇନ୍ଦ୍ରଦ୍ୟୁମ୍ନ | 
ବୈଷ୍ଣବମାନଙ୍କ ଚୂଡ଼ାମଣି ସାର୍ବଭୌମ 
ଆସିଛନ୍ତି ବିଧାତାଙ୍କ କରିବେ ଦର୍ଶନ 
ଏହିକ୍ଷଣି ତୁମ୍ଭେ ତାଙ୍କୁ ଦିଅ ଅନୁମତି 
ବିଧାତାଙ୍କ ସମୀପକୁ ଯିବେ ସେ ଝଟତି 
ଏହା ଶୁଣି ଦ୍ବାରପାଳ ଉତ୍ତର ଦିଅନ୍ତି 
ହେ ସ୍ଵାମୀ ! ଆପଣଙ୍କର ସଙ୍ଗେ ଆସିଛନ୍ତି । 
ତେଣୁ ବୁଝୁଛି ନୁହନ୍ତି ଏ ସାମାନ୍ୟ ବ୍ୟକ୍ତି 
ନ, ଛାଡ଼ିବି ଦ୍ଵାର ନ ପାଇଲେ ଅନୁମତି 
ଏହି ସ୍ଥାନେ ପିତୃୂଗଣ ଆଉ ଦିଗପାଳ 
ମନୃନ୍ତରାଧୂପ ରହି ଅଛନ୍ତି ସକଳ 
ମର୍ୟବାସୀ ପ୍ରଭାବ ସମ୍ପନ୍ନ ନରପାଳ 
କେତେକ୍ଷଣ ବିଶ୍ରାମ କରନ୍ତୁ ଏହିସ୍ପଳ 
ଆପଣ ପଦ୍ଧଯୋନିଙ୍କୁ ଯାଇଁ ଜଣାଇବେ : 
ଅନୁମତି ଦେଲେ ସଭା ମଧ୍ୟକୁ ଏ ଯିବେ | 
ଆମ୍ଭେ ଭୃତ୍ୟ ଦ୍ଵାର ରକ୍ଷା କାର୍ଯ୍ୟରେ ନିଯୁକ୍ତ 
ପ୍ରଭୁ ଆଦେଶ ପାଳନ କରିବା ଉଚିତ । 
ଆପଣଙ୍କ ପିତା ଆଉ ଆପଣ୍ତ ନିଜେ ତ 
ଏ ବିଷୟରେ କରିବେ ନାହି କ୍ରୋଧ ଜାତ । 
ଦ୍ଵାରପାଳର ବଚନ ଶୁଣନ୍ତେ ଏସନ 
ନାରଦ ସଭା ମଧ୍ଯକୁ କରିଲେ ଗମନ । 
ସାଷ୍ଟାଙ୍ଗ ପ୍ରଣାମ କଲେ ପିତାଙ୍କ ଚରଣ 
ଜଣାଇଲେ ଦ୍ଵାରେ ଅଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ 
ଏହା ଶୁଣି ପଦ୍ମଯୋନି ଆଖୁ ଠାରିଦେଲେ 
ରାଜାଙ୍କୁ ପ୍ରବେଶ ପାଇଁ ଅନୁମତି କଲେ । 
ସେ ସମୟେ ହେଉଥଲା ସଭାରେ ସଂଗୀତ 
ତାହା ଶୁଣିବାକୁ ଚତୁମୁଁଖ ଥଲେ ରତ | 
ନାରଦ ସନ୍ତୋଷ ଶୁଣି ଗାନ ଗାୟକର 
ଅନୁମତି ହେଲା ଏହା ବୁଝିଲେ ସତ୍ତର :। 
ରାଜାଙ୍କୁ ନେଇ ସଭାରେ ପ୍ରବେଶ ହୋଇଲେ 
ଏହା ଦେଖୁ ଦେବଗଣ ବିସ୍ମୟ ମଣିଲେ । 
ଜଗତ୍କରା ବିଧାତାଙ୍କୁ ଦୂରରୁ ଦର୍ଶନ 
କରନ୍ତେ ଚିତ୍ତେ ବିଚାର କିଲେ ଇନ୍ଦ୍ରଦ୍ୟୁମ୍ନ । 
ଏ ପର୍ଯ୍ୟନ୍ତ ଥଲେ ଦାରୁ ମୁର୍ଭି ଜଗନ୍ନାଥ 
ସ୍ଵୟଂ ଜଗନ୍ନାଥ ବୋଲି ଦୈବେ ତ ସାକ୍ଷାତ । 
ରାଜ ହାତଯୋନି କରି ଧୀରେ ଧୀରେ ଗଲେ 
ସ୍ତବ ପାଠ ନମସ୍କାର ପ୍ରଣାମାଦି କଲେ । 
ସଭାକୁ ଆସନ୍ତେ ରାଜା ମନେ ଭୟ କଲେ 
ନାରଦ ଦେଖାଇ ଦେଲେ ସେ ସ୍ଥାନେ ବସିଲେ । 
ଅନନ୍ତର ଲକ୍ଷ୍ମୀପତି ଚରିତ ଗାୟନ 
` [ଶୁଣନ୍ତେ ବିଧାତା ହେଲେ ମୁହୂରୈ ମଉନ । 
ସାବିତ୍ରୀ ଶାରଦା ବ୍ରହ୍ମାଙ୍କର ଦୁଇ ପନ୍ନୀ 
ବିଧାତାଙ୍କ ଦୁଇପାଶ୍ଵୈ ଚାମର ଢାଳନ୍ତି । 
ସ୍ଵଚ୍ଛ ନିର୍ମଳ ଶରୀରଧାରୀ ଦେବଗଣ 
ବ୍ରହ୍ମାଙ୍କର କରୁଛନ୍ତି ସୁଖେ ସ୍ତୁତି ଗାନ । 
ସ୍ଵୟଂ ଚତୁର୍ମୁଖ ଧାତା କରିଲେ ସ୍ମଜନ 
କାଳ କାଷ୍ଠା ନିମେଷାଦି ଯୁଗ ପରିମାଣ | 
ସେ ଲୋକର ମନ୍‌ନ୍ତର ଯୁଗ ଆବନ 
କଳାନ୍ତର ଆଦି ନାମ ନ ହୁଏ ଶ୍ରବଣ । 
ସେ ଲୋକରେ ସେହି ବ୍ୟକ୍ତି ନୂହେଁ ଜରାଗ୍ରସ୍ତ 
ଜନ୍ମ ମୁତ୍ୟୁ ଆଧୂ ବ୍ୟଯାଧବ ପୀଡ଼ାର ମୁକତ । 
ସେହି ସ୍ଥାନେ ପିତାମହ ସଂଗୀତ ଶେଷରେ 
ହସି ହସି ରାଜାଙ୍କୁ ତ କହିଲେ ମଧୁରେ । 
ଇନ୍ଦଦ୍ୟୁମ୍ପ ମହା ବଳଶାଳୀ ନରନାଥ 
ତୁମ୍ଭ ଭଗବାନଙ୍କ ଅତି ପ୍ରିୟପାତ୍ର 
ସାମାନ୍ୟ ଜନେ ଦୁର୍ଲଭ ଏ ସତ୍ଯଲୋକ ତ 
ଏକଥା ପୂର୍ବରୁ ତୁମ୍ଭେ ହୋଇଅଛ ଜ୍ଞାତ । 
ମୁନିଗଣେ ଅତି ଦୁଃଖେ ତପସ୍ୟା କରନ୍ତି 
ପାପ ଶୂନ୍ୟ ହୋଇ ବ୍ରହ୍ମଲୋକକୁ ଆସନ୍ତି 
ଚତୁର୍ବଶି ଭୁବନରେ ସୃଷ୍ଟି ପ୍ରାଣୀଗଣ 
ବିଭିନ୍ନ ପ୍ରକାର ରୂପ କରନ୍ତି ଧାରଣ 
ସେ ସକଳ ଏହି ବ୍ରହ୍ମ ଲୋକକୁ ଆଶ୍ରୟ 
କରିଥାନ୍ତି ଏ କଥାରେ ନ କର ସଂଶୟ 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଉଦ୍ଦେଶ୍ୟଟି ଯାହା 
ପିତାମହ ପୂର୍ବରୁ ଯେ ଜାଣିଛନ୍ତି ତାହା 
ତଥାପି ସମ୍ମାନ ସହ ପରମ ପ୍ରୀତିରେ 
ରାଜାଙ୍କୁ ତ ପଚାରିଲେ ସସ୍ତେହ ଦୃଷ୍ଟିରେ 
କି ନିମିତ୍ତ ଆସିଅଛ ଏ ନିତ୍ୟ ଭୁବନ 
ମନ କଥା ପ୍ରକାଶ୍ୟରେ କରନ୍ତୁ ବର୍ଣ୍ଣନ 
ଆଉ .ଯେ ବିଷୟ ବାଞ୍ଛା ମନମଧ୍ୟେ ଅଛି 
ତାହା କହିବାରେ ନାହିଁ ପ୍ରୟୋଜନ କିଛି 
ରାଜା କହନ୍ତି ବିନୟେ ଚତୁର ବଚନ 
ଆପଣ ତ ଅନ୍ତର୍ଯ୍ୟାମୀ ମନ କଥା ଜାଣ । 
ଆପଣଙ୍କର ଅଜ୍ଞାତ କେଉଁକଥା ଭବେ 
ଶ୍ରବଣ କରନ୍ତୁ ତାହା କହୁଅଛି ଏବେ 
ତଥ୍ୃପି ହେ ନାଥ ମୋତେ ପଚାରିଲ ଯାହା 
ତହିଁରେ ପ୍ରକାଶ ହେଲା ମୋର ପ୍ରତି ଦୟା ' ! 
ଆପଣଙ୍କ ପୁତ୍ର ନାରଦଙ୍କର ମୁଖରୁ 
ଆପଣଙ୍କର ଆଦେଶ ଶୁଣିବା ହେତୁରୁ 
ସହସ୍ର ସଂଖ୍ୟାରେ ଅଶ୍ଵମେଧ ଯାଗ କଲି 
ସମୁଦ୍ରେ ଭାସିବା ଏକ ଦାରୁ ଯେ ଦେଖୁଲି । 
ସେ ଦାରୁକୁ ଆଣି ମୁଭି କରିଲି ଗଠନ 
ପ୍ରଭୁଙ୍କ ନିମିତ୍ତ କଲି ମନ୍ଦିର ନିର୍ମାଣ 
ଆପଣଙ୍କ ଅନୁଗ୍ରହେ ସକଳ କରିଛି 
ସାକ୍ଷାତ ଜଗନ୍ନାଥଙ୍କ ଦର୍ଶନ ପାଇଛି 
ଯେଉଁ ସ୍ଥାନରେ କରିଛି ପ୍ରାସାଦ ନିର୍ମାଣ 
ସେହି ସ୍ଥାନକୁ ଆପଣ କରିବେ ଗମନ 
ସେ ଦେଉଳେ ଜଗନ୍ନାଥ ଦେବଙ୍କୁ ସ୍ଥାପନ 
କଲେ ମୋ ମନ କାମନା ହୋଇଯିବ ପୂର୍ଣ୍ଣ । 
ଏଣୁ ନାରଦ ରଖଷିଙ୍କ ସଙ୍ଗରେ ଆସିଛି 
ଆପଣଙ୍କ ପାଦପଦ୍ଧ ଦର୍ଶନ ଲଭିଛି 
ପିତାମହ ଆମ୍ଭପ୍ରତି ହୂଅ ସୁପ୍ରସନ୍ଧ 
ସତ୍ତ୍ତର କରନ୍ତୁ ଆମ୍ଭ ଅଭୀଷ୍ଟ ପୂରଣ
ସାକ୍ଷମାତେ ଆପଣ ଆଉ ଜଗନ୍ନାଥ ଏକ 
ଦୁହିଙ୍କ ମଧ୍ଯରେ ନାହିଁ କିଛି ତ ପାର୍ଥକ୍ୟ । 
ଏହିକ୍ଷଣି ଜଗନ୍ନାଥ ହେବେ ସ୍ଥାପନୀୟ 
ଆପଣ ସ୍ଥାପନ କର୍ଭା ହୋଇବେ ନିଶ୍ଚୟ । 
ଏକମାତ୍ର ଜ୍ଞେୟ ବସ୍ତୁ ସେହି ଜଗନ୍ନାଥ 
ଆପଣ ଜ୍ଞାତା ରୂପରେ ସ୍ଵୟଂ ଅବସ୍ଥିତ । 
ଜୈମିନି କହନ୍ତି ନରପତି ଇନ୍ଦ୍ରଦ୍ୟୁମ୍ନ 
ଏହି ପ୍ରକାରେ ପିତାଙ୍କ କରନ୍ତେ ଜଣାଣ । 
ଦୁର୍ବାସା ମୁନି ସହସା ଏହି ସମୟରେ 
ଉପସ୍ଥିତ ହେଲେ ଆସି ସେ ସଭା ମଧ୍ଯରେ । 
ବିଧାତାଙ୍କୁ ସାଷ୍ଟାଙ୍ଗରେ ହେଲେ ପ୍ରଣିପାତ 
କୃତାଞ୍ଜଳି ହୋଇକରି କହିଲେ ଏମନ୍ତ । 
ପ୍ରଭୋ ! ସଭାଦ୍ଵାର ଦେଶ ଦିଗପାଳଗଣ 
ସର୍ବେ ମନୁନ୍ତରାଧୂପ ଆଉ ପିତୂଗଣ । 
ଦ୍ବାରପାଳ ଏମାନଙ୍କୁ ଦ୍ଵାର ଛାତୁନାହିଁ 
ନୀଚ ଜନପରି ହେଉଅଛନ୍ତି ବିନୟୀ | 
ହେ ଲୋକ ଭାବନ ଶୀଘ୍ର ଦିଅ ଅନୁମତି 
ସେମାନେ ଏ ସ୍ଥାନେ ଆସି ହୁଅନ୍ତୁ ପ୍ରଣତି । 
ଦେବ ଦେବ ପିତାମହ ଦୁର୍ବାସାଙ୍କ ବାଣୀ 
ଶୁଣିକରି ହସି ହସି କହିଲେ ସେକ୍ଷଣି | 
ହେ ଦୁର୍ବାସା ! ଇନ୍ଦ୍ରଦ୍ୟୁମ୍ନ ସଭାକୁ ଆସିଲେ 
ଲୋକପାଳଗଣ କିମ୍ପା ବାହାରେ ରହିଲେ । 
ଏହି କଥା କହୁଅଛ ଆହେ ମୁନିବର 
କିନ୍ତୁ ସେ ରାଜା ସମାନ ନୂହନ୍ତି ସକଳ । 
ସେ ସକଳେ ମୋହେ ବଶୀଭୂତ ହୋଇଛନ୍ତି 
ଇନ୍ଦ୍ରଦ୍ୟୁମ୍ନ ସଙ୍ଗେ ସମ ହେବାକୁ ଇଚଛନ୍ତି । 
ଜୀବନକ୍ତ ଅଟନ୍ତି ତ ଏହି ନରପତି 
ସଜ୍କାଯ୍ୟରେ ଦେହ ପାପ କ୍ଷୟ କରିଛନ୍ତି । 
ଆମ୍ଭ ବଂଶରେ ଏ ରାଜା ପଞ୍ଚମ ସନ୍ତାନ 
ବୈଷ୍ଣବ ଆଉ ସର୍ବଦା ବିଷ୍ଣୁ ପରାୟଣ । 
ନିଜ ସୁଖ ଭୋଗ ଅରେ ଏହି ଦେବଗଣ 
ଦେବତ୍ବ ଲଭିଲେ କରି ନାନାବିଧ କର୍ମ । 
ବ୍ରଦ୍ଲଲୋକେ ଆସିବାକୁ ତପ୍ର ଆଚରିଲେ 
ଏ ସ୍ଥାନକୁ ଆସିବାକୁ ସମର୍ଥ ହୋଇଲେ । 
ଯାହାହେଉ ଏହିକ୍ଷଣି ତୁମ୍ଭର କଥାରେ 
ଆମ୍ଭଙ୍କୁ ଦର୍ଶନ କରି ଯାଆନ୍ତୁ ସୁଖରେ । 
ଅନନ୍ତର ଦୁର୍ବାସା ଯେ ତାହାଙ୍କୁ ଡାକିଲେ 
ଦେବଗଣ ସଭାମଧ୍ୟେ ପ୍ରବେଶ ହୋଇଲେ । 
ଗାୟକଗଣ ଯେ ସ୍ଥାନେ କରୁଥିଲେ ଗାନ 
ଦୃରେ ରହି ସେହିସ୍ଥାନେ କରିଲେ ପ୍ରଣାମ | 
ସମ୍ମୁଖେ ପ୍ରଣବ ସର୍ବ ଲୋକ ପାଳଗଣ 
ଆଉ କରଯୋଡ଼ି ରହିଛନ୍ତି ଇନ୍ଦ୍ରଦ୍ୟୁମ୍ନ 
ଏମାନଙ୍କୁ ଦୃଷ୍ଟିଦାନେ କୃତାର୍ଥ କରିଲେ 
ଇନ୍ଦ୍ରଦୂମ୍ନ ରାଜାଙ୍କୁ ତ ବିଧାତା କହିଲେ । 
ହେ ରାଜା ତୁମ୍ଭେ ଦେଉଳ କରିଛ ନିର୍ମାଣ 
ସ୍ଵୟଂ ଭଗବାନ କରିବେତୃ ଅବସ୍ଥାନ 
ଏକଥା ଯଥାର୍ଥ କିନ୍ତୁ ନାହିଁ ସେହିଦିନ 
ଯେଉଁକାଳେ ହୋଇଥିଲା ଦେଉଳ ନିର୍ମାଣ 
ଏହାମଧ୍ୟେ ତୁମ୍ଭ ରାଜ୍ୟ ହୋଇଲାଣି ଧ୍ଵଂସ 
ତୁମ୍ଭ ବଂଶ ସନ୍ତାନ ସନ୍ତତି ହେଲେ ନାଶ । 
ସେ ସମୟେ ଗାଉଥଲେ ଗାୟକ ସକଳ 
ସେ ସମୟ ତୁମ୍ଭ ପକ୍ଷେ ଅତି ଦୀର୍ଘକାଳ । 
ଦେବତାମାନଙ୍କ ଏକ ସପ୍ତତି ଯୁଗରେ 
ଏକ ମନ୍୍‌ନ୍ତର ହୁଏ ପୃଥିବୀ ମଧ୍ଯରେ | 
ତୁମ୍ଭର ବିଶୁଦ୍ଧ ବଂଶ ହୋଇଅଛି ନାଶ 
କୋଟି କୋଟି ରାଜା ରାଜ୍ୟେ ଭୋଗ କଲେ ଶେଷ । 
କେବଳ ସେ ଦାରୁ ମୂର୍ଭି ଦେବ ବିଦ୍ୟମାନ 
ରହିଅଛି ଯେ ଦେଉଳି କରିଛ ନିର୍ମାଣ । 
ସ୍ଵାରୋଚିଷ ମନୁଙ୍କର ଆଦି ଯୁଗକାଳେ 
ଆମ୍ଭ ସମୀପରେ ଗାନ ଶୁଣି କଟାଇଲେ । 
ମୃତ୍ୟୁ ଆଉ ବାର୍ଵକ୍ୟରେ ହୋଇଛ ଆଅକ୍ରାନ୍ତ 
ରତୁ ବିପର୍ଯ୍ୟୟ ନ ଜାଣିଲ ଏ ସ୍ଥାନେତ । 
କାଳ ପରିମାଣ କିଛି ବୁଝି ନ ପାରିଲ 
ଭୁଲୋକ ଗମନ କରି ଏକ୍ଷଣି ଚଞ୍ଚଳ । 
ଦେବତା ଦେଉଳ ନିଜ ଆୟତ୍ତକୁ ଆଣ 
ପୁନର୍ବାର ଏହି ସ୍ଥାନେ କର ଆଗମନ 
ଆଉ ଏ ସ୍ଥାନେ ଆସିବା ନାହିଁ ପ୍ରୟୋଜନ 
ତୁମ୍ଭ ପଛେ ପଛେ ଯିବୁ ଆମ୍ଭେ ସେହିସ୍ଥାନ । 
ପ୍ରଥମରେ ଧରାଧାମେ କରନ୍ତୁ ଗମନ 
ମୂଲ୍ୟବାନ ଦ୍ରବ୍ଯ ସର୍ବ କର ଆୟୋଜନ । 
ସେୈ କାଳ ମଧ୍ଯରେ ଆମ୍ଭେ ଏ ସ୍ଥାନରୁ ଯିବୁ 
ତୁମ୍ଭ ନିକଟରେ ଆମ୍ଭେ ପ୍ରବେଶ ହୋଇବୁ । 
ଇନ୍ଦ୍ରଦ୍ୟୁମ୍ନଙ୍କୁ ଏ ଆଜ୍ଞା ପ୍ରଦାନ କରିଲେ 
ଦେବଗଣଙ୍କୁ ସସ୍ତେହ ଦୃଷ୍ଟିରେ ଚାହିଲେ । 
କରଯୋଡ଼ି ଦେବ ସମ୍ମୁଖରେ ଉପସ୍ଥିତ 
ଗ୍ରୀବାଦେଶ ହୋଇଅଛି ବିନୟାବନତ 
ଅଧୋମୁଖେ କରିଛନ୍ତି ଦେବେ ଅବସ୍ଥାନ 
ପଦ୍ଧଯୋନି କହିଲେ ତ ମଧୁର ବଚନ 
ହେ ଅମରଗଣ ସର୍ବେ ହୋଇ ଏକତ୍ରିତ 
କି ନିମନ୍ତେ ଏହି ସ୍ଥାନେ ହେଲ ଉପସ୍ଥିତ 
ତୁମ୍ଭର କି କାର୍ଯ୍ୟ ଅଛି ଆମ୍ଭ ସମୀପରେ 
ପ୍ରକାଶ କରନ୍ତୁ ଅତି ଶୀଘ୍ର ଏ ସ୍ଥାନରେ । 
ବିଧାତାଙ୍କ ଏ ବଚନ କରନ୍ତେ ଶ୍ରବଣ 
ଦେବଗଣଙ୍କର ମନ ହେଲା ସୂପ୍ରସନ୍ଧ 
ବିଧାତାଙ୍କୁ ପ୍ରତ୍ୟୁତ୍ତର କରିଲେ ବହନ 
ପିତାମହ ଦୟାକରି କରନ୍ତୁ ଶ୍ରବଣ | 
ପୂର୍ବକାଳେ ସିନ୍ଧୁତଟେ ନୀଳ ପର୍ବତରେ 
ନାଳମଣିମୟ ଦେବ ବିଜେ କରିଥୁଲେ । 
କି ନିମନ୍ତେ ସେହି ଦେବ ହେଲେ ଅନ୍ତହିତ 
ଆମ୍ଭେମାନେ ହେଲୁ ତାଙ୍କ ସେବାରୁ ବଞ୍ଚତ । 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଯଜ୍ଞ ଶେଷକାଳେ 
କି ନିମନ୍ତେ ମହାପ୍ରଭୁ ଦାରୁରୂପ ହେଲେ । 
ଏ ବିଷୟ ଜାଣିବାକୁ ଆମ୍ଭେ ଦେବଗଣ 
ଆପଣଙ୍କ ପାଦପଦ୍େ କରୁଛୁ ପ୍ରଣାମ | 
ହେ ଦେବ ଆପଣ ବେଗେ ହୁଅ ସୁପ୍ରସନ୍ଧ 
କିମ୍ପା ଦାରୁମୁରି ହେଲେ କରନ୍ତୁ ବର୍ଣ୍ଣନ । 
ଏହି କଥା ଦେବଗଣ କଲେ ନିବେଦନ 
ପିତାମହ କହୁଛନ୍ତି କୋମଳ ବଚନ | 
ଦେବଗଣ ଏହି କଥା ଗୋପନ ଅଟୃଇ 
କେଉସ୍କାନେ ପ୍ରକାଶ ଯେ କରିନାହିଁ ମୁହିଁ । 
ଏହିସ୍ଥାନେ ଦୀର୍ଘକାଳ କଲ ଅବସ୍ଥାନ 
ଆଗୂହରେ ଯେଉଁକଥା କରୁଅଛ ପ୍ରଶ୍ନ | 
ସେହି କଥା ଅଟଇ ତ ଅତି ଗୁହ୍ୟତମ୍‌ 
ତାହା ବର୍ଣ୍ଣନା କରୁଛି ଶୁଣ ଦେବଗଣ । 
ଆମ୍ଭର ଏକ ପରାର୍ଵକାଳ ଶେଷବେଳେ 
ଶ୍ରୀ ପରୁଷୋତ୍ତମ କ୍ଷେତ୍ରେ ଭଗବାନ ଥଲେ । 
ନୀଳକାନ୍ତ ମଣିମୟ ଶରୀର୍‌ ଧାରଣ 
କରିଥଲେ ସାକ୍ଷାତରେ ତହି ଭଗବାନ । 
ଶ୍ଵବୈେତବରାହ କଳ୍ଧରେ ଏକ୍ଷଣି ଆମ୍ଭର 
ଦ୍ଵିତୀୟ ପରାର୍ଵ ଦିନ ହେଲା ପ୍ରାତଃକାଳ । 
ସ୍ଵବାୟଂଭୂବ ମନୁଙ୍କର ହେଲା ଆଧ୍ବପତ୍ୟ 
ଦାରୁ ରୂପରେ ବିଜୟ ହେଲେ ଜଗନ୍ନାଥ । 
ଦ୍ଵିତୀୟ ଝ ପରାର୍ବ କାଳ ଶେଷ ପରିଯନ୍ତେ 
ଦାରୁ ରୂପ ଧରି ରହିଥୁ୍‌ବେ ଜଗନ୍ନାଥେ । 
ହେ ଦେବଗଣ ! ଆମ୍ଭର ଆତ୍ମା ଭଗବାନ 
କରଯୋଡ଼ି ଦେବ ସମ୍ମୁଖରେ ଉପସ୍ଥିତ 
ଗ୍ରୀବାଦେଶ ହୋଇଅଛି ବିନୟାବନତ 
ଅଧୋମୁଖେ କରିଛନ୍ତି ଦେବେ ଅବସ୍ଥାନ 
ପଦ୍ଧଯୋନି କହିଲେ ତ ମଧୁର ବଚନ 
ହେ ଅମରଗଣ ସର୍ବେ ହୋଇ ଏକତ୍ରିତ 
କି ନିମନ୍ତେ ଏହି ସ୍ଥାନେ ହେଲ ଉପସ୍ଥିତ 
ତୁମ୍ଭର କି କାର୍ଯ୍ୟ ଅଛି ଆମ୍ଭ ସମୀପରେ 
ପ୍ରକାଶ କରନ୍ତୁ ଅତି ଶୀଘ୍ର ଏ ସ୍ଥାନରେ । 
ବିଧାତାଙ୍କ ଏ ବଚନ କରନ୍ତେ ଶ୍ରବଣ 
ଦେବଗଣଙ୍କର ମନ ହେଲା ସୂପ୍ରସନ୍ଧ 
ବିଧାତାଙ୍କୁ ପ୍ରତ୍ୟୁତ୍ତର କରିଲେ ବହନ 
ପିତାମହ ଦୟାକରି କରନ୍ତୁ ଶ୍ରବଣ | 
ପୂର୍ବକାଳେ ସିନ୍ଧୁତଟେ ନୀଳ ପର୍ବତରେ 
ନାଳମଣିମୟ ଦେବ ବିଜେ କରିଥୁଲେ । 
କି ନିମନ୍ତେ ସେହି ଦେବ ହେଲେ ଅନ୍ତହିତ 
ଆମ୍ଭେମାନେ ହେଲୁ ତାଙ୍କ ସେବାରୁ ବଞ୍ଚତ । 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କର ଯଜ୍ଞ ଶେଷକାଳେ 
କି ନିମନ୍ତେ ମହାପ୍ରଭୁ ଦାରୁରୂପ ହେଲେ । 
ଏ ବିଷୟ ଜାଣିବାକୁ ଆମ୍ଭେ ଦେବଗଣ 
ଆପଣଙ୍କ ପାଦପଦ୍େ କରୁଛୁ ପ୍ରଣାମ | 
ହେ ଦେବ ଆପଣ ବେଗେ ହୁଅ ସୁପ୍ରସନ୍ଧ 
କିମ୍ପା ଦାରୁମୁରି ହେଲେ କରନ୍ତୁ ବର୍ଣ୍ଣନ । 
ଏହି କଥା ଦେବଗଣ କଲେ ନିବେଦନ 
ପିତାମହ କହୁଛନ୍ତି କୋମଳ ବଚନ | 
ଦେବଗଣ ଏହି କଥା ଗୋପନ ଅଟୃଇ 
କେଉସ୍କାନେ ପ୍ରକାଶ ଯେ କରିନାହିଁ ମୁହିଁ । 
ଏହିସ୍ଥାନେ ଦୀର୍ଘକାଳ କଲ ଅବସ୍ଥାନ 
ଆଗୂହରେ ଯେଉଁକଥା କରୁଅଛ ପ୍ରଶ୍ନ | 
ସେହି କଥା ଅଟଇ ତ ଅତି ଗୁହ୍ୟତମ୍‌ 
ତାହା ବର୍ଣ୍ଣନା କରୁଛି ଶୁଣ ଦେବଗଣ । 
ଆମ୍ଭର ଏକ ପରାର୍ଵକାଳ ଶେଷବେଳେ 
ଶ୍ରୀ ପରୁଷୋତ୍ତମ କ୍ଷେତ୍ରେ ଭଗବାନ ଥଲେ । 
ନୀଳକାନ୍ତ ମଣିମୟ ଶରୀର୍‌ ଧାରଣ 
କରିଥଲେ ସାକ୍ଷାତରେ ତହି ଭଗବାନ । 
ଶ୍ଵବୈେତବରାହ କଳ୍ଧରେ ଏକ୍ଷଣି ଆମ୍ଭର 
ଦ୍ଵିତୀୟ ପରାର୍ଵ ଦିନ ହେଲା ପ୍ରାତଃକାଳ । 
ସ୍ଵବାୟଂଭୂବ ମନୁଙ୍କର ହେଲା ଆଧ୍ବପତ୍ୟ 
ଦାରୁ ରୂପରେ ବିଜୟ ହେଲେ ଜଗନ୍ନାଥ । 
ଦ୍ଵିତୀୟ ଝ ପରାର୍ବ କାଳ ଶେଷ ପରିଯନ୍ତେ 
ଦାରୁ ରୂପ ଧରି ରହିଥୁ୍‌ବେ ଜଗନ୍ନାଥେ । 
ହେ ଦେବଗଣ ! ଆମ୍ଭର ଆତ୍ମା ଭଗବାନ 
ଆମ୍ଭେ ଆତ୍ମା ଦେବଗଣଙ୍କର ନୋହୁ ଭିନ୍ନ । 
ଆମ୍ଭ ଦୁହିଙ୍କ ବ୍ୟତୀତ୍ର ଜଗତ ମଧ୍ଯରେ 
ଆଉ କେହି ରହିନାହି କୌଣସି ସ୍ଥାନରେ । 
କ୍ଷୀର ସମୁଦ୍ରରେ ଶ୍ଵେତ ଦ୍ଵୀପର ମଧ୍ଯରେ 
ମଣିମୟ ମଣ୍ଡପରେ ଅନନ୍ତ ଶଯ୍ୟାରେ  ।
ଯୋଗନିଦ୍ରା ଦେବୀଙ୍କୁ ଯେ କରିଣ ଆଶ୍ରୟ 
ଶୟନ କରିଅଛନ୍ତି ପ୍ରଭୁ ଦେବରାୟ 
ସେ ପ୍ରଭୁ ସଚରାଚର ଜଗତ କାରଣ 
ଶଙ୍ଖ ଚକ୍ରରେ ଅଙ୍କତ ତାଙ୍କ ଦେହ ଲୋମ 
ଶ୍ଵେତଦ୍ଵୀପେ ଚୈତନ୍ଯର ଅଧ୍ବଷ୍ଠାନ ରୂପେ 
ସତ୍ୟ ପୁରୁଷ ପ୍ରକାଶ ବୃକ୍ଷର ସ୍ଵରୂପେ 
ପ୍ରଥମରେ ସିନ୍ଧୁଜଳେ ହେଲେ ସମୁପ୍ରନ୍ଧ 
ତ୍ରୈଲୋକ୍ୟ ଭୋଗ ସକଳ ଇଚ୍ଛାକରି ମନ | 
ଜଗନ୍ନାଥ କଲେ ଦାରୁ ବିଗ୍ରହ ଧାରଣ 
ଅନେକ ସହସ୍ର ଜନ୍ମ ଲାଭ କରି ଜନ 
ଭକ୍ତି ସହ ଚିନ୍ତାକଲେ ପୂର୍ଣକାମ ହୁଏ 
ଏ ରୋର ସଂସାର ଦୁଃଖ ନାଶ ହୋଇଯାଏ। 
ସେ ପ୍ରଭୁ ଜୀବର କର୍ମଫଳ ନାଶ କରି 
ସାଫଲ୍ୟ ମୁକ୍ତି ଜଗତ ବାସୀଙ୍କୁ ବିତରି 
ଧ୍ୟାନ ଧାରଣା ଦୁସ୍କର ତପସ୍ୟା ବ୍ୟତୀତ 
ମୋକ୍ଷ ଦେବାକୁ ସେ ପ୍ରଭୁ ହେଲେ ଆର୍ବିଭୂତ। 
ଦାରୁମୟ ମୂର୍ଭି କଥା ଅତି ଗୋପନୀୟ 
ଏ ବିଷୟ ' ମିନ ମଧ୍ୟେ କରଇ ସଂଶୟ 
ଯେ ଯେଉଁ ରୂପରେ ତାଙ୍କୁ କରଇ ଦର୍ଶନ 
ତା ସମୀପେ ସେହିରୂପେ ପ୍ରଭୁ ବିଦ୍ୟମାନ 
ଧାର୍ମିକ ଜନତା ମତ ` `ଏ ଅଟେ ପ୍ରମାଣ 
ସେ ପ୍ରଭୁ ଚତୁର ଵର୍ଗ କରନ୍ତି ପ୍ରଦାନ 
ଭୂମଣ୍ଡଳେ ଜୀବଗଣ କରିଲେ ଦର୍ଶନ 
ପାପ ମୁକ୍ତ ହୋଇ ମୋକ୍ଷଭାଗୀ ତତକ୍ଷଣ 
ଜୈମିନି କହନ୍ତି ସେହି ସ୍ଥାନେ ଦେବଗଣ 
ସନଧୁଷ୍ଠ ହୋଇଲେ ଶୁଣି ବ୍ରହ୍ମାଙ୍କ ବଚନ 
ଆନନ୍ଦ ମନରେ ଚିନ୍ତା କରିଲେ ତକ୍ଷଣ 
କ୍ଷଣସ୍ଥାୟୀ ଦେବପଦେ କେଉଁ ପ୍ରୟୋଜନ 
ଶ୍ରୀପୁରୁଷୋତ୍ତମ କ୍ଷେତ୍ରେ ହୋଇବୁ ଜନମ 
ଶୁଦ୍ଧ ଚିତ୍ତରେ ସେବିବୁ ପ୍ରଭୁଙ୍କ ଚରଣ 
ବିଧାତା ଆନନ୍ଦ ନେତ୍ରେ ଚାହିଣ କହିଲେ 
ଯେ ପ୍ରଭୁ ଇନ୍ଦ୍ରଦ୍ୟୁମ୍ନକୁ ଅନୁଗ୍ରହ କଲେ 
ସେହି ପ୍ରଭୁ କରିବେ ତ ଶ୍ରୀମୁଖ ବର୍ଣନ 
ପ୍ରତିମାସେ ଯାହା ହେବ ଯାତ୍ରା ପର୍ବମାନ 
ଆଉ ମଧ୍ଧ ସେହି ପ୍ରଭୁ ଭକତ ବସ୍ସଳ 
ବରଦାନ କରି ଉଦ୍ଧାରିବେ ଜୀବକୂଳ 
ଇନ୍ଦ୍ରଦ୍ୟୁମମଙ୍କର ଦେଉଳରେ ପ୍ୃଭୁଙ୍କର 
ପ୍ରତିଷ୍ଠା କରିବା ଅଥୈ ଚଳିବ  ସତ୍ଵର 
ତୁମ୍ଭେମାନେ ସେହିସ୍ଥାନେ କରିବ ଗମନ 
ଇନ୍ଦ୍ରଦ୍ୟୁମ୍ନ ସଙ୍ଗେ ଯାଇ କର ଆୟୋଜନ 
ନିଜ ନିଜ ଅଧରକାର ଇ ଛାଡ଼ି ଦେବଗଣ 
ଇନ୍ଦ୍ରଦ୍ୟୁମ୍ନଙ୍କ ସାହାଯ୍ୟ କରିବ ବହନ 
ସମ୍ପତି ପ୍ରଥମ ମନ୍‌ନ୍ତର ହେଲା ଗତ 
ସେ ପ୍ରସାଦ ସେ ପ୍ରତିମା ରାଜାର ପ୍ରକୃତ 
ଏହିକଥା ତୁମ୍ଭେମାନେ କରିବ ନିଶ୍ଚିନ୍ତ 
ଶୀଘ୍ର ଚଳିଯାଅ ନୀଳ ସୁନ୍ଦର ପର୍ବତ 
ଏହି ରାଜାର ସନ୍ତତି କେହି ତ ନାହାନ୍ତି 
ଏକ୍ଷଣି ସହାୟ ହୀନ ରାଜା ହୋଇଛନ୍ତି 
ଅତଏବ ତୁମ୍ଭେମାନେ ପ୍ରତିଷ୍ଠା ନିମିତ୍ତ 
ଆୟୋଜନ କର ଦ୍ରବ୍ୟ ସମ୍ଭାର ଯାବତ 
ଆମ୍ଭ ଅନୁମତି ପାଇ ପଦ୍ଧନିଧୂ ଯିବେ 
ପ୍ରତିଷ୍ଠା ଦ୍ରବ୍ୟ ସମ୍ଭାର ସର୍ବ ସମ୍ପାଦିବେ 
ଇନ୍ଦଦ୍ୟୁମ୍ନ ବ୍ରହ୍ମାଙ୍କର ଏହି ଆଧ୍ପତ୍ୟ 
ଦର୍ଶନରେ ଅତ୍ୟାଶ୍ଚର୍ଯ୍ୟ ହେଲେ ହୃଷ୍ଟଚିତତ 
ଜଗଦଗୁରୁଙ୍କର ନେଲେ ତହି ଅନୁମତି 
ଚରଣ ତଳେ କରିଲେ ସାଷ୍ଟାଙ୍ଗ ପ୍ରଣତି 
ଧାତାଙ୍କର ଆଜ୍ଞା ଶିରେ କରିଲେ ଗ୍ରହଣ 
ଦେବଗଣ ସହ କଲେ ଭୁଲୋକେ ଗମନ 
ସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେ 
ତ୍ରୟୋବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ 
ଜୟ ପଙ୍କଜ ଆସନ ଜଗତ କରତା 
ତୁମ୍ଭେ ଜୀବ ଜଗତର ସୁଖ ଦୂଃଖ ଦାତା 
ଜୀବ ଯେଉଁ କର୍ମ କରେ ସେହି ଅନୁସାରେ 
ସେ କର୍ମର ଫଳ ଭୋଗିଲେକ କପାଳରେ 
ସେ ଫଳ ଭୋଗ ତ ଜୀବ ନିଶ୍ଚୟ କରିବ 
ଏ ଭାବ ତାକୁ ଅନ୍ୟଥା କେ କରିପାରିବ 
ଏ ସଂସାର ସୁଖ ଦୁଃଖେ ନାହି ପ୍ରୟୋଜନ 
କିପରି ଏ ଭବ ସିନ୍ଧୁ ହୋଇବି ଉତ୍ତୀର୍ଣ୍ଣ 
ଜୟଗୁରୁ ଜଗଦ୍‌ଗୁରୁ ଜୟଗୁରୁ ନାମ 
ରସନା ରଟିବ ମାର୍ଗେ ହରିହର ଦୀନ 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ 
ଇନ୍ଦ୍ଦଦ୍ୟୁମ୍ନ ବ୍ରହ୍ମଲୋକ ଗମନେ 
ବ୍ରହ୍ମସଭା ବର୍ଣ୍ଣନେ ନାମ 
ତ୍ରୟୋବିଂଶୋଧ୍ୟାୟଃ 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ