ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତପଞ୍ଚାଶତ ଅଧ୍ୟାୟଃ

 ସସ୍ତପଞ୍ଚାଶତ ଅଧ୍ୟାୟ 

ମହାଦେବ କହୁଛନ୍ତି କାଉରିକେୟ ଶୁଣ 
ତୁମ୍ଭ ପ୍ରତି ଅନୁଗ୍ରହ କଲୁ ଏହିକ୍ଷଣ 
ଗୁପ୍ତତମ ଶ୍ରେଷ୍ଠ ବ୍ରତ କହିଲୁ ବୁଝାଇ 
ସେ ବ୍ରତ ପ୍ରତିଷ୍ଠା ବିଧ ଶୁଣ ମନ ଦେଇ 
ବ୍ରତୀ ବ୍ୟକ୍ତି ଏକମାସ କାଳ ନିୟମରେ 
ଏ ବ୍ରତକୁ ଆଚରଣ କରିବ ବିଧୂରେ 
କାଉିକ ପୂର୍ଣ୍ଣିମା ଦିନ ନିତ୍ୟକର୍ମ ସାରି 
ଜଗଦ୍ଗୁରୁ ଜଗନ୍ନାଥଙ୍କୁ ଯେ ପୂଜା କରି 
ବୈଷ୍ଣବ ଶାସ୍ତ୍ରରେ ଜ୍ଞାନ ସମ୍ପନ୍ନ ବ୍ରାହ୍ମଣ 
ଆଚାର୍ଯ୍ୟ ପଦରେ ଆଣି କରିବ ବରଣ 
କୁଣ୍ଡଳ ମୁଦିକ୍ରା ବସ୍ତୁ ଯୁଗଳ ଚନ୍ଦନ 
ସୁଗନ୍ଧ ପୁଷ୍ପ ମାଲ୍ୟରେ କରିବ ଅର୍ଚ୍ଚନ 
ସେ ବିପ୍ରଙ୍କୁ ଜଗନ୍ନାଥ ଦେବ ମନେ କରି 
| ପ୍ରାର୍ଥନା କରିବ ଦୁଇ କରଯୋଡ଼ି କରି 
ହେ ମହାମତି ଭୁଦେବ ଆପଣ ତ ନିଜେ 
ବିଷ୍ଣୁଙ୍କ ଚଳନ୍ତି ମୁ୍ିରୂପେ କର ବିଜେ 
ହେ ପଣ୍ତିତବର ସର୍ବ ପାପହାରୀ ହରି 
କୃପା କରିଣ ପ୍ରସନ୍ନ ହୋଇବେ ଯେପରି 
ଶଙ୍ଖ ଚକ୍ର ଗଦାଧର ଜ୍ୟେତିର୍ମୟ ସ୍ଵାମୀ 
ଦେବାଧ୍ୂପତି ପ୍ରଭୁଙ୍କୁ କରାନ୍ତି ପ୍ରସନ୍ନ 
¡ | ମୋ ବ୍ରତ ପ୍ରତିଷ୍ଠା ବିଧ୍ବ କରନ୍ତୁ ସମ୍ପନ୍ନ 
ପାପାର୍ଣ୍ଣବେ ବୁଡ଼ି ନାନା ଦୁଃଖ ସହୁଅଛି 
¡ | ନିରାଶ୍ରୟେ ଅଚେତନ ପ୍ରାୟ ପଡ଼ିଅଛି 
ଶରଣ ଯାଉଛି ମୋତେ କର ପରିତ୍ରାଣ. 
। | ବ୍ରତ ପ୍ରତିଷ୍ଠା ନିମିତ୍ତ ଆଚାର୍ଯ୍ୟ ବ୍ରାହ୍ମଣ 
ସେ ରୂପରେ ପୂଜା କରି ଉପହାର ଦେଇ 
ହସ୍ତ ପ୍ରମାଣରେ କୂଣ୍ଡ କରିବେ ଖନନ 
ଶ୍ରୀ ଭଗବାନଙ୍କୁ ମନେ କରିଣ ସ୍ଲୁରଣ 
ତହିଁ ସଂସ୍କାର କରିଣ ବୈଣ୍ଠବ ଅଗ୍ନିକୁ 
ଷୋଡ଼ଶୋପଚାରେ ପୂଜା କରିବେ ବହିକୁ । 
ନାରାୟଣ ସ୍ଵରୂପରେ ଅଗ୍ନି ଦେବଙ୍କର 
ପୁଜା କରିବେ ପୁରୁଷ ସୂକ୍ତରେ ସତ୍ବର  । 
ଆଦ୍ୟନ୍ତେ ପ୍ରଣବ ଶେଷୈ ସ୍ବାହା ଏ ମନ୍ତ୍ରରେ 
ଅଷ୍ଟାକ୍ଷର ରୂପେ ନାରାୟଣ ସାକ୍ଷାତରେ 
ଅଗ୍ନିରେ ଆହୁତି ପଞ୍ଚ ସହସ୍ର ସଂଖ୍ୟାରେ 
ଆଚାର୍ଯ୍ୟ କରିବେ ହୋମ ପ୍ରତ୍ୟେକ ଦ୍ରବ୍ୟରେ। 
ଘୃତ ମଧୁଯୁକ୍ତ ପାୟାସାନ୍ଧ କୃଷ୍ଣତିଳ 
ପଲାଶ ସମିଧ ଗବ୍ୟଘ୍ୂତ ଏ ସକଳ 
ଅନନ୍ତର ବ୍ରତୀ ବ୍ରହ୍ମା ରତ୍ରିଜ ବ୍ରାହ୍ମଣ 
ସ୍ପଷ୍ଟାକ୍ଷରେ ସୁମଧୁର ସ୍ଵରରେ ଗାୟନ 
ପୌରୁଷ ଆଗ୍େୟ ବିଷ୍ଣୁ ସୃକ୍ତାଦି ପଢ଼ିବେ 
ବସୁଧରା ପକାଇଣ ପ୍ରାର୍ଥନା କରିବେ 
ପରମ ପୁରୁଷ ରୂପୀ  ଅଗ । ଦେବଙ୍କର 
ପୁରୁଷ ସୁକ୍ତରେ ସ ସୁୁତି କରି ଯୋଡ଼ିକର 
ହେ ଦେବ ଜଗତନାଥ ସଂସାର ତାରଣ 
ଦୁସ୍ତର ପାପ ସାଗରେ ହୁଏ ଭାସମାନ । 
ହେ ଦୀନତାରକ ମୋତେ ପରିତ୍ରାଣ କର 
ଆପଣଙ୍କ ବିନା କିଏ କରିବ ଉଦ୍ଧାର | 
ହେ ଅପ୍ରମେୟ କରୁଣା ସିନ୍ଧୁ କୃପାକର 
ମାଦଧଶଜନ ହୋଇବ ପୁଣ୍ୟାତ୍ମା ପ୍ରବର 
ଏ ରୂପ ପ୍ରାର୍ଥନା କରି ଦେବ ନାରାୟଣ 
ରୂପରେ ବହ୍ଧିକୁ ଚିନ୍ତା କରିବ ତକ୍ଷଣ 
ସପ୍ତବାର ପ୍ରଦକ୍ଷିଣ ବେଗେ କରିସାରି 
ଦଣ୍ଡବତ ପ୍ରଣାମ ଯେ କ୍ଷିତିତଳେ କରି 
ତପୂରେ ଷୋଡ଼ଶାକ୍ଷର ମନ୍ତ୍ର ଉଚ୍ାରିଣ 
ଷୋଳଥର ପୁଷ୍ପାଞ୍ଜଳି କରିବ ପ୍ରଦାନ 
ନିଜକୁ ଯେ ପାପମୁକ୍ତ ମନରେ ଚିନ୍ତିବ 
ପୂର୍ଣାହୁତି ଦେଇ କର୍ମ ସମାପ୍ତ କରିବ 
ଏହାପରେ ପ୍ରଭୁଙ୍କର ସମ୍ମୁଖେ ବସିବ 
ବିଷୁଙ୍କ ମହିମା ପୂର୍ଣ ପୁରାଣ ପଢ଼ିବ 
ବୃହତ୍‌ ସାମ ବାମଦେବ୍ୟ ସାମ ଗାଥାମାନ 
ସୁମଧୁରେ ଉଦ୍ଦାତ୍ତାଦି ସ୍ଵରେ କରି ଗାନ 
ମ୍ଭଣାଚିକେତ ଯେ ସାମ ଉଦାଉ୍ତ ସ୍ଵରରେ 
ଗାନ କରିବା କର୍ଭବ୍ୟ ଅଟେ ସେ କାଳରେ । 
ଏହି ରୂପରେ ଅନ୍ୟାନ୍ୟ ସୁୁତି ଗୀତମାନ 
ଶ୍ରତି ଉପନିଷଦାଦି କରିବ ପଠନ 
ଅଖୁଳ ଜଗତନାଥ ଶ୍ରୀ ଭଗବାନଙ୍କୁ 
ପ୍ରସନ୍ନ କରାଇ ବିତାଇବ ରଜନୀକୁ | 
ପ୍ରଭାତ କାଳ ହୁଅନ୍ତେ ସେହି ଯଜମାନ 
ଅନ୍ୟ ବ୍ରତୀଗଣ ସହ କରିବ ଗମନ | 
ତୀର୍ଥରାଜ ସମୁଦ୍ରର ଜଳେ କରି ସ୍କାନ 
ବଟମୂଳେ ଉପସ୍ମିତ ହେବ ଯଜମାନ | 
ଭଗବାନଙ୍କ ରୂପରେ ସେ କଳ ପଟକୁ 
ବିଧ୍ୂରେ ପୂଜା ଝ କରିବ ଆଉ ଗରୁଡ଼ଙ୍କ । 
ଅନନ୍ତର ଦାରୁବ୍ରହ ରୂପୀ ଭଗବାନ 
ପାପାନ୍ଧକାରେ ନାଶନେ ଭାସ୍କର ସମାନ । 
ପୁର୍ଲଷ ସୁକ୍ତରେ ଯଥାବିଧ୍ବ ପୂଜା ସାରି 
ପ୍ରାଥନା କିରିବ ଦୂଇକର ଯୋଡ଼ିକରି | 
ହେ ଦେବ ! ପାଦ ପଦରେ କରୁଛି ପ୍ରଣାମ 
କୃପାକରି ମୋତେ କର ବେଗେ ପରିତ୍ରାଣ । 
ତ୍ରିତାପ ଜଳଧ୍ୂ ଜଳେ ହୋଇଛି ନିମଗ୍ନ 
ଚେତନା ଶୂନ୍ୟ ହୋଇଛି କର ପରିତ୍ରାଣ । 
ହେ ଦୀନଜନ ଉଦ୍ଧାର କରଣେ ତପ୍ପର 
ଜଗନ୍ନାଥ ଏହି ଦୂଃଖ ସାଗରୁ ଉଦ୍ଧାର | 
ହେ ନାଥ ! ଆପଣ ମୋତେ କଲେ ଅନୁଗ୍ରହ 
ମୋ ବ୍ରତ ସଫଳ ହେବ ନାହିଁତ ସନ୍ଦେହ । 
ହେ ଦେବ ! ଜଗତ ପ୍ରଭୁ ଯେପରି ମୋହର 
ଆତ୍ମା ପ୍ରସନ୍ନ ହୋଇବ ନିର୍ମଳ ଶରୀର । 
ଆପଣଙ୍କ ଚରଣାରବିନ୍ଦ ସନ୍ଧିଧୂରେ 
ବାସ କରିଣ ରହିବି ମୁଁ ଯେଉଁ ପ୍ରକାରେ । 
ପୁରୁଷ ସୁକ୍ତ ସହସ୍ର ନାମ ବିଷ୍ଣୁଙ୍କର 
ପାଠ କରି ପ୍ରଦକ୍ଷିଣ କରିବ ସତ୍ଵର | 
ହିରଣ୍ୟ ଗର୍ଭ ନାମକୁ ଦ୍ଵାଦଶ ଅକ୍ଷରେ 
ସମ୍ୁଟ କରି ପ୍ରଣାମ କରିବ ବିଧ୍ୂବରେ | 
ତପୂରେ ଗୃହକୁ ଆସି ଅଗ୍ଧି ସମୀପରେ 
ଉପବିଷ୍ଟ ହୋଇ ପୂଜା କରିବ ବିଧ୍ବରେ । 
ପ୍ରଜ୍ବଳିତ ଅଗ୍ନି ମଧ୍ୟ ଦେବ ଦେବଙ୍କର 
ଭକ୍ତିଭରେ ପୂର୍ବପରି ଦେଇ ଉପଚାର । 
ପ୍ରଣାମ କରି ତାପରେ ଅଗ୍ନି ବିସର୍ଜନ 
ଦକ୍ଷିଣା ଦେଇ ତୋଷିବ ଆଚାର୍ଯ୍ୟଙ୍କ ମନ । 
ସୁଲକ୍ଷଣା ଦେହଶୋଭା ସୂର୍ଣ୍ଣ ଭୂଷଣରେ 
ଦୂଗ୍ଧବତୀ ଧେନୁ ଦେବ ବସ୍ଥା ସହିତରେ । 
ମହାମୁଲ୍ୟ ବସ୍ତ ଯୁଗ ଧାନ୍ୟ ଯେ ସୁବର୍ଣ୍ 
ତାମ୍ପପାତ୍ରେ ଘୃତ କାଂସ୍ୟପାତ୍ରେ ପରିପୂର୍ଣ୍ଣ । 
କାଂସ୍ୟରେ ନିର୍ମିତ ତୈଳପାତ୍ର ପୟଃପୀତ୍ର 
ଦଧୂପାତ୍ର ଆଦି ସବୂ ଦକ୍ଷିଣା ସହିତ | 
ଅନ୍ୟ ବ୍ରତୀଗଣ ନିଜ ଶକ୍ତ ଅନୁସାରେ ପରିଶିଷ୍ଟ ଅଧ୍ୟାୟ 
ବ୍ରାହ୍ମଣ ଦକ୍ଷିଣା ଯେ ଦେବେ ସେ ସ୍ଥାନରେ ! | 
ବେଦ ବେଦାନ୍ତାଦି ଶାସ୍ତ୍ରଜ୍ଞାନରେ ନିପୁଣ 
ମଧୁପାତ୍ର ଆଦି ଷୋଳହସ୍ତ ପରିମିତ 
ବସ୍ତ୍ର ଯୁଗ୍ଧ ଆନନ୍ଦରେ ଦକ୍ଷିଣା ଦେବତ 
ଏ ଦିନ ବହୁ ବିପ୍ରଙ୍କୁ ଗନ୍ଧମାଲ୍ୟ ଦେଇ 
ଜୈମିନି ମୁନିଙ୍କୁ ପଚାରନ୍ତି ମୁନିଗଣ | 
ହେ ମୁନି କହିଲ ଜଗନ୍ନାଥଙ୍କ ଚରିତ 
ପୁରୁଷୋତ୍ତମ କ୍ଷେତ୍ରର ସକଳ ବୃତ୍ତାନ୍ତ | 
ଭୋଜନ ଯେ କରାଇବେ ଦକ୍ଷିଣାକୁ ଥୋଇ | | 
ଦ୍ଵାଦଶ ଯାତ୍ରା ବିଧାନ କରିଲ ବର୍ଣ୍ନ 
ଇଷ୍ଟଦେବ ଦେବୀଙ୍କୁ ଯେ କରିବ ଅର୍ଚ୍ଚନା 
ଭଗବାନ ସ୍ଵରୂପରେ କରିବ ବନ୍ଦନା 
ଦୀନ ଅନାଥ ବିପନ୍ନ ଜନ ଥିବେ ଯେତେ 
ସେମାନଙ୍କୁ ଅନ୍ଧ ଦାନ ଦେବ ଶ୍ରଦ୍ଧା ଚିତ୍ତେ । 
ଏହାପରେ ଦିନ ଶେଷେ ଇଷ୍ଟ ବନ୍ଧୁଗଣ 
ସହିତରେ ଆନନ୍ଦରେ କରିବ ଭୋଜନ 
ହେ ପୁତ୍ର ଏ ବ୍ରତ କରେ ମଙ୍ଗଳ ପ୍ରଦାନ 
ଏହାଠାରୁ ଅତ୍ୟୁତ୍ତମ ବ୍ରତ ନାହିଁ ଅନ୍ୟ 
ଏ ବ୍ରତ ସମାନ ନାହିଁ ଆଉ ଅନ୍ୟ ବ୍ରତ 
ଥିଲେ କୁହା ଯାଇଥାନ୍ତା ଅନ୍ୟ ଶାସ୍ତ୍ରରେ ତ | 
ଏ ବ୍ରତ କରିଲେ ପାପ ହୁଅଇ ବିଲୀନ 
ଏ ସ୍ଥାନରେ ତୁମ୍ଭଆଗେ କରିଲୁ ବର୍ତନ 
ହେ ଷଡ଼ ଆନନ ଆମ୍ଭେ ଜାଣୁ ଯେତେ ବ୍ରତ 
ତା ମଧ୍ୟରେ ଶ୍ରେଷ୍ଠତମ ଏ କାଉଁକ ବ୍ରତ 
ଯେ ବ୍ରତେ ଅନାଦି ଜନ୍ମ କଳ୍ପଷ ନିଶ୍ଚୟ 
ଦୁଃଖ ଦାନ କରେ ଯାହା ତା ହୁଏ ବିଲୟ 
ଏ ବିଧ୍ବରେ ଏହିବ୍ରତ କଲେ ଅନୁଷ୍ଠାନ 
ଭକ୍ତି ଅନୁସାରେ ସିଦ୍ଧି ହୁଏ ସର୍ବକାମ 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ସପ୍ତପଞ୍ଚାଧ୍ୟାୟ ଶେଷ ଉତ୍କଳ ଭାଷାରେ 
ବୃନ୍ଦାବନଚନ୍ଦ୍ରଜୟ ଗୋକୁଳ ବିହାରୀ 
ଲୀଳାଛଳେ ଗୋପପୁର ଅନିଷ୍ଟ ନିବାରି 
ପାପୀମାନଙ୍କର ପାପ କରୁଛ ଦହନ 
ସେ ଅଭୟ ପଦ ହରିହରର ଶରଣ 
ଇତି ଶ୍ରୀ ସ୍ନ୍ଦ .ପୁରାଣେ ଉତ୍କଳ ଗଣ୍ଡେ. 
କାଉିକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନେ 
ନାମ ସପ୍ତପଞ୍ଚାଶତ ଅଧ୍ୟାୟଃ | 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ




.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ