ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚମୋଧ୍ୟୋୟଃ

  ପଞ୍ଚମ ଅଧ୍ଯାୟ 


କହନ୍ତି ଜୈମିନି ମୁନି ସେହି ଦୂଇମିତ 
ବେଶଷଶ୍ୟାଳୟ ଛାଡ଼ିଦେଲେ ହୋଇ ଅନୁତପ୍ତ । 
ଭୋଜନ କରିଲେ ଥରେ ମାତ୍ର ହବିଷ୍ୟାନ୍ସ 
ନିଜ ମନେ ସଦା ଚିନ୍ତା କଲେ ନାରାୟଣ । 
କେତେଦିନ ପରେ ନୀଳାଚଳେ ପ୍ରବେଶିଲେ 
ତୀର୍ଥରାଜ ସମୁଦ୍ରରେ ଯାଇଁ ସ୍ଵାନ କଲେ । 
ଶ୍ରୀମନ୍ଦିର ସିଂହଦ୍ଵାରେ କରି ଅବସ୍ଥାନ 
ଜଗନ୍ନାଥଙ୍କୁ ସାଷ୍ଟାଙ୍ଗ କରିଲେ ପ୍ରଣାମ । 
ଚକ୍ଷୁ ମେଲାକରି ଜଗନ୍ନାଥଙ୍କୁ ଦର୍ଶନ 
କରିବା ନିମିତ୍ତ ଦୁହେଁ ନ ହେଲେ ଭାଜନ । 
ଦର୍ଶନ ନ ପାଇ ମନେ ହୋଇଲେ ଚିନ୍ତିତ 
ତେଣୁ ଦୂଇମିତ୍ର କଲେ ଅନଶନ ବ୍ରତ । 
ପାପ ନାଶକାରୀ ନାମ କରିଲେ କୀଉଁନ 
ତୃତୀୟ ରାତ୍ରରେ କଲେ ଜ୍ୟୋତି ଦରଶନ । 
ପୁନର୍ବାର ତିନିଦିନ ଉପବାସ କଲେ 
ସପ୍ତମ ରାତ୍ରରେ ପ୍ରଭୁ ଦରଶନ ଦେଲେ । 
ଦେବଗଣଙ୍କର ସ୍ତୁତି କରିଲେ ଶ୍ରବଣ 
ତତ୍କ୍ଷଣେ ସେ ଦୃହିଙ୍କର ଜାତ ଦିବ୍ୟଜ୍ଞାନ । 
ଦେହରୁ ପାପ-କଞ୍ଚକ ପରିତ୍ୟାଗ କଲେ 
ସାକ୍ଷତରେ ପ୍ରଭୁ-ଜଗନ୍ନାଥଙ୍କୁ ଦେଖଲେ । 
ଶଙ୍ଖ ଚକ୍ର ଗଦା ପଦ୍ଧ ହସ୍ତେ ବିରାଜିତ 
ଦିବ୍ୟ ଅଳଙ୍କାରେ ଦେହ ହୋଇଛି ଭୂଷିତ । 
ପାଦରେ ରତ ପାଦୂକା ଅତି ସୁଶୋଭନ 
ଚକ୍ଷୁଶ୍ବେତ ପଦ୍ମ ସମ ବଦନ?ଂପ୍ରସନ୍ଧ 
ବାମବାହୁ ଦ୍ଵାରା ଲକ୍ଷ୍ମୀ ବାମେ ଆଲିଙ୍ଗତ 
ଲକ୍ଷ୍ମୀଦତ୍ତ ତାମ୍ମୁଳରେ ବଦନ ପୂରିତ 
କେତେ ଦାସୀ ଧରିଛନ୍ତି ରତ୍ଵବୈତ ହସ୍ତେ 
କେତେ ଚାମର ଯେ କେତେ ଦୀପମାଳା ହସ୍ତେ । 
ଆଉ ଏକ କାନ୍ତିମତୀ ଦାସୀ ରତ୍ୁଛତ୍ର 
ଧରିଛନ୍ତି ପୂଷ୍ଠଭାଗେ ଅତୀବ ବିଚିତ୍ର | 
ପ୍ରମ୍ପୋଚା ନାମେ ସୁନ୍ଦରୀ ଦାସୀର ମୁଖରେ 
ଅନ୍ୟ ଦାସୀ କୃଷ୍ଣାଗୁରୁ ଧୂପ ପାତୁ ଧରେ । 
ପରସ୍ପର ପରିହାସ ଦାସୀଏ କରନ୍ତି 
ସମ୍ମୁଖରେ ଉପସ୍ଥିତ ଥୋକାଏ ଅଛନ୍ତି | 
ଦେବ ସିଵି ସନକାଦି ଦିବ୍ୟ ମୁନିଗଣ 
ନତଶିରେ କରଯୋଡ଼ି କରନ୍ତି ସ୍ତବନ 
ଏମାନଙ୍କୁ ଅନୁଗ୍ରହ କଟାକ୍ଷ ପାତରେ 
ଦାସୀଗଣ କରୁଛନ୍ତି ହରଷ-ମନରେ | 
ପ୍ରଭୁଙ୍କ ସମ୍ମୁଖେ ନାରଦାଦି ରଷିଗଣ 
ଗନ୍ଧର୍ବଗଣ କରନ୍ତି ସଙ୍ଗୀତ ଗାୟନ | 
ସଂଗୀତ ଶ୍ରବଣ କରି ତୋଷ ଭଗବାନ 
ସେମାନଙ୍କୁ କରୁଛନ୍ତି ଅନୁକମ୍ପା ଦାନ 
ପ୍ରହ୍ଲାଦାଦି ବଇଷ୍ପବ କୁଳର ଭୂଷଣ 
ବସି ସମ୍ମୁଖେ କରନ୍ତି ସ୍ଵରୂପକୁ ଧ୍ୟାନ 
ଏକାଗ୍ର ଭାବରେ ଉପବିଷ୍ଟ ରହିଛନ୍ତି 
ତାଙ୍କୁ ଭଗବାନ ଲୀନ ସ୍ଵଦେହେ କରନ୍ତି 
ବକ୍ଷସ୍କଳେ କୌସ୍ତୁଭ ମଣିରେ ସମ୍ମୁଖସ୍ଥ 
ଦେବତାଦି ମାନଙ୍କରେ ପ୍ରତିଵିମ୍ ପାତ 
ଦେଖାଯାଏ ସାକ୍ଷାତରେ ବିଶ୍ଵରୂପ ମଧ ମରି 
ଉପସ୍ମିତ ଭକ୍ତଗଣ ତୋଷ ହେଉଛନଳି ଏଁ 
ସ୍ବର୍ଗରୁ ହେଉଛି ପୁଷ୍ଟବୃଷ୍ଠି ଅବିରତ 
ଲକ୍ଷ୍ମୀ ଦେବୀଙ୍କର ଶୋଭା ପ୍ରକାଶେ ବହୁତ । 
ଅପ୍ସରାମାନଙ୍କ ମନୋହର ନୂତ୍ୟଗାନ 
ପ୍ରଭୁ ଭଗବାନ କରୁଅଛନ୍ତି ଦର୍ଶନ | 
ଦର୍ଶନ କରନ୍ତେ ପ୍ରଭୃଙ୍କର ଦିବ୍ୟଲୀଳା 
ଦୁଇ ପାପୀଙ୍କର ତହି ଜ୍ଞାନ ଜାତ ହେଲା । 
ସକଳ ବିଦ୍ୟାରେ ଦୁହେଁ ପଣ୍ଡିତ ହୋଇଲେ 
କରଯୋଡ଼ି ତିନିବାର ପ୍ରଦକ୍ଷିଣ କଲେ । 
ଆନନ୍ଦ ମନରେ କଲେ ସାଷ୍ଟାଙ୍ଗ ପ୍ରଣାମ 
ତହୁଁ ସ୍ତୁତି ବାକ୍ଯମାନ ପଢ଼ିଲେ ବହନ । 
କହେ ଦ୍ରିଜ ପୁଣ୍ଡରୀକ ଆହେ ନାରାୟଣ 
ଆପଣ କରି ଅଛନ୍ତି ଜଗତ ଧାରଣ | 
ସୃଷ୍ଟି ସ୍ପିତି ପ୍ରଳୟର ଅଟଇ କାରଣ 
ପରମାତ୍ମା ଆଉ ପରା ଆପଣଙ୍କ ନାମ । 
ସକଳ ପ୍ରାଣୀର ଏକମାତ୍ର ଯେ ଆଶ୍ରୟ 
ଆପଣଙ୍କୁ ନମସ୍କାର ଆହେ ଦୟାମୟ 
ଏକମାତ୍ର ପରମାଥ୍ଥ ବସ୍ତୁ ତ ଆପଣ 
ଜାତ ଶୂନ୍ୟ ଧୃଂସହୀନ ଆହେ ଭଗବାନ 
ଧ୍ୟାନଚକ୍ଷୁ ଯୋଗୀଗଣ ନିତ୍ୟାନନ୍ଦମୟ 
ବସ୍ତୁ ମାତ୍ର ଜାଣି କରିଅଛନ୍ତି ଆଶ୍ରୟ 
ଆପଣ ଚିନ୍ନପ୍ ପରାପୂର ଜଗଦିଶ 
ଜଗତର ଅଧୂଷ୍ଠାନ ରୂପରେ ପ୍ରକାଶ 
ଏକଥା ବୁଝନ୍ତି ନାହି ହିଁ ମୂଢ଼ ଜୀବଗଣ 
ଅତି ନିମଳ ସ୍ଵରୂପ ଅଟନ୍ତି ଆପଣ 
ଅର୍ଥଲିପ୍୍‌ସା କାମନାରେ ଯେ ଜନ ବ୍ୟାକୁଳ 
ଏ ସଂସାରେ ଗତାଗତ କରେ ସେ କେବଳା 
ଗତାଗତ ରୂପ ଦୁଃଖଶ୍ରମ ଯେ ତାହାର 
ଆପଣଙ୍କ ସାକ୍ଷତ୍କାରେ ସୁଖ ନାହିଁ ତାର 
ଭାଗ୍ୟବଳେ କେବେ ଅବା ଦରଶନ ମିଳେ 
ହେ ନାଥ ଦୀନଜନର କି ଅଛି କପାଳେ । 
ଲୋଭୀ ଦୁଷ୍ପର୍ମ କରତା ମୁତ ଅଟେ ସ୍ଵାମୀ 
ସଂସାର ସାଗରେ ବୂଡ଼ିଯାଏ ଅନ୍ତର୍ଯ୍ୟାମୀ | 
ମୁଁ ତ ଅତି ଦୀନଜନ ମୋର କେହି ନାହିଁ 
ତବ ପଦାରବିନ୍ଦରେ ଶରଣ ଗୋସାଇଁ | 
ରକ୍ଷାକର ରକ୍ଷାକର ଆହେ ନାରାୟଣ 
ଏକା ଶରଣ ରକ୍ଷକ: ଅଟନ୍ତି ଆପଣ I 
ହେ ନାଥ ନିଜ଼ କାର୍ଯ୍ୟରେ ଅବହେଳା କରି 
ଦୀନା ଅନାଥ ଜନକୁ କିଏ ରକ୍ଷା କରି । 
ଏ ରୁପ ବାନ୍ଧବ କିଏ ବ୍ରହ୍ମାଞ୍ଡ ମଧ୍ୟରେ 
ଆପଣ ତ ବିଜେ ନୀଳ ସୁନ୍ଦର ଶିଖରେ । 
ହେ କୃପା ସାଗର ଜଳ ଯନ୍ତ୍ର ଘଟପରି 
ଉପରୁ ତଳକୁ ତଳୁ ଉପରେ ବିହରି | 
ଉତ୍ଥାନ ପତନ ଦୁଃଖ ପାଏ ନିରନ୍ତର 
ଆହେ ପ୍ରଭୁ ନମସ୍କାର ପରିତ୍ରାଣ କର । 
କୌତୁକେ ଆପଣ ମୁକ୍ତି କରନ୍ତି ପ୍ରଦାନ 
କୁଟୁମ୍ବ ପୋଷଣେ ମୁର୍ଖ ମାଗେ ଧନଧାନ୍ୟ । 
ଆପଣଙ୍କର ଦୂସ୍ତ୍ୟଜା-ମାୟାରେ ମୋହିତ 
ହୋଇଥାନ୍ତି ମୁଢ଼ଜନ ଯେଣୁ ଭ୍ରାନ୍ତ ଚିଭ । 
ଆପଣ କେବଳ ମୁଳ୍ତି କରନ୍ତି ପ୍ରଦାନ 
ଆପଣଙ୍କ ନାମ କରେ ଚତୁର୍ବଗ ଦାନ । 
ନାରାୟଣ ନାରାୟଣ ମୁଖେ ଉଚ୍ଚାରିଲେ 
ଧର୍ମ ଅର୍ଥ କାମମୋକ୍ଷ ମିଳେ ତତକାଳେ । 
ହେ ନାଥ ବିଭିନ୍ନ ଯଜ୍ଞେ ଭିନ୍ନ ଭିନ୍ନ ଫଳ 
ପୂଥକ ରୂପେ ପ୍ରଦାନ କର ସେହି ଫଳ । 
ସଂସାର ସାଗରେ ଢ଼େଉ ଉଠଇ ସତତ 
ଜୀବ ଜଗତର ଭେଳା ରୂପେ ପରିଚିତ । 
ଭବାର୍ଵବେ ପଡ଼ି ମୁଗ୍ଧ ବ୍ୟକ୍ତିମାନଙ୍କର 
ଜ୍ଞାନରୂପ ନୌକା ଧରି ତୁମ୍ଭେ କର୍ଣ୍ଣଧାର । 
ଦୟାଚୁପ ଆହୁଲାରେ ଏହି ଭବାର୍ଣ୍ଣବ 
ତାରିବୀକୁ ସଦ୍ୟବ୍ୟଗ୍ର ହେଉଛ ହେ ଦେବ । 
ଏକମାତ୍ର କରେ ଭକତିରେ ନିତ୍ୟ ଧ୍ୟାନ 
ତାକୁ କରିଦିଅ ପରା ସଂସାରୁ ଉତ୍ତର୍ଣ । 
ଶାସ୍ତ୍ର କହେ ଅନ୍ୟ ଅନ୍ୟ ଦେବ ଦେବୀଗଣ 
ମୁକତି ଦେଇ ପାରନ୍ତି ଅଛି ଏ ପ୍ରମାଣ । 
କିନ୍ତୁ ଦେବଗଣେ ମୁକ୍ତି କରନ୍ତି ପୁଦାନ 
ସାଯୁଜ୍ୟ ମୁକ୍ତି ଦେବାକୁ ନ ହୁଅନ୍ତି କ୍ଷମ । 
ଏ ଦୁଃଖ ସାଗର ପାନ କରିବାକୁ ଦେବ 
ଅଗସ୍ତ୍ୟ-ସ୍ବରୂପା ତୁମ୍ଭ ଭକ୍ତି କ୍ଷମ ହେବ । 
ଆପଣଙ୍କୁ ଭକ୍ତି କରି ଶିଖୁଲେ ଜୀବର 
ମୁକତି ସହଜେ ମିଳେ ଆହେ ଦାମୋଦର । 
ହେ ପ୍ରଭୁ ଅଧମ ପ୍ରତି ହୂଅନ୍ତୁ ପ୍ରସନ୍ନ 
ପାଦପଦ୍ମେ ଟିରଭକ୍ତି କରନ୍ତୁ ପ୍ରଦାନ 
ଯମାଦି ଅଷ୍ଟାଙ୍ଗ ଯୋଗ ଜାଣିନାହିଁ ଦେବ 
କିପରି ହୋଇବି ପାରି ଏହି ଭବ୍ାର୍ଣ୍ଣବ 
ଧର୍ନ୍ଧ ଅର୍ଥ କାମ ଏହି ତ୍ରିବର୍ଗ ସାଧନେ 
ଆଦର କରନ୍ତି ସଦା ମନ୍ଦଗତି ଜନେ 
ଅହିତକର ସାମାନ୍ୟ କ୍ଷୁଦ୍ରଏସୁଖ ଏହା 
ପ୍ରାର୍ଥନା ମୁଁ କରୁନାହିଁ ଆହେ ଚଉବାହା 
ବେଗେ ମୋତେ ଆଜ୍ଞା ହେଉ ଆହେ ଜଗନ୍ନାଥ 
ଆପଣଙ୍କ ପାଦପଦ୍ଧ ଚିନ୍ତିବି ସତତ 
ସେ ସୁଖ ସାଗରେ ବୁଡ଼ି ରହିବି ଗୋସାଇଁ 
ବିଷୟ ସୁଖରେ ଇଛା ନାହିଁ  ଲକ୍ଷ୍ମୀସାଇଁ 
ଅଶ୍ପପୂର୍ଣ୍ଣ ମୋତେ ଦ୍ଵିଜ କରି ବସ୍ତୁ ସ୍ତୁତି 
କୃଷ୍ଣ ମୋତେ ରକ୍ଷାକର ଫେଡ଼ି ଏ ଦୁର୍ଗତି 
ଭଗବାନଙ୍କର ପାଦପଦ୍ଧ ସନ୍ନିଧାନେ 
ସତର ପ୍ରଣାମ କଲା ହରଷିତ ମନେ 
ଉଠି ବସିକରି ଶିରେ ଯୋଡ଼ି ବେନିକର 
ଉଚ୍ଚବାକ୍ୟେ କଲା ସ୍ତୁତି ବିବିଧ ପ୍ରକାର 
ଏ କାଳରେ ଅମ୍ଭରୀଷ କ୍ଷତ୍ରିୟ ସନ୍ତାନ 
ରଜଃସତ୍ତ୍‌ ଗୁଣେ ଦେହ ତାହାର ଗଠନ 
ଆରମ୍ଭିଲା ସ୍ତୁତି ବାକ୍ୟ ଜଗନ୍ନାଥଙ୍କର 
ପ୍ରଭୋ ସହସ୍ର ସଂଖ୍ୟକ ମସ୍ତକ ତୁମ୍ଭର 
ସହସ୍ର ବାହୂ ସହସ୍ର ଶ୍ରବଣ ନୟନ 
ଏହି ଦୀନଜନ ପ୍ରତି ହୁଅ ପରସନ୍ଧ 
ଅସଂଖ୍ୟ ନାସିକା ହସ୍ତ ଅସଂଖ୍ୟ ଚରଣ 
ଅସଂଖ୍ୟ ନେତ୍ର ଏ ଦୀନ କରୁଛି ପ୍ରଣାମ 
ହେ ବିଶ୍ଵମୂରି ଷଟ୍ତ୍ରିଂଶତ୍‌ ତତ୍ତରୁ ଅତୀତ 
ପ୍ରପଞ୍ଚ ସମ୍ପର୍କ ଶୂନ୍ୟଂରୂପେ ପ୍ରତିଭାତ 
ତଥାପି ଜଗତ୍‌- 'ପ୍ରପଞ୍ଚ ରଚନା କରିଛ 
ଚତୁର୍ବିଧ ଜଗତର ଆଶ୍ରୟ ହୋଇଛ 
ଆପଣ ତ ଏକପଦ ଆଉ ତ ତ୍ରିପଦ 
ତୀର୍ଥପଦ ଯେ ଅଟନ୍ତି ଅନ୍ତରୀକ୍ଷ ପଦ 
ଆପଣଙ୍କ ପାହପଦ୍ଧ ସମ୍ଭୁତା ଜାହ୍ଵବୀ 
ତ୍ରିଭୁବନ-ପବିତ୍ରଓକାରିଣୀ ଗଙ୍ଗାଦେବୀ 
ଯା ନାମ ସ୍ମରଣ କଲେ ବ୍ରହ୍ମହତ୍ୟା ଦୋଷ 
ବିଦୂରିତ ହୋଇଯାଏ ନ ରହେ କଳ୍ପଷ 
ଆପିଣ ତ ଶୁଭମୟ ଜଗତ ଇଶ୍ଵର 
ଶୁଭଫଳ ଦାତା ଆପଣଙ୍କୁ ନମସ୍କାର 
ସିବ୍ଦିଲାଭ ଏହୁ ନାମ କରିଲେ କୀଉଁନ 
ବୂବ୍ଧିଜୀବୀ ପଣ୍ଡିତେ କରନ୍ତି ଅନ୍ବେଷଣ 


ସ୍କନ୍ଦ ପୁରାଣ 

ଆହେ ଜଗନ୍ନାଥ ଆପଣଙ୍କ ପାଦୋଦକ 
ପରମ ପବିତ୍ର ଅଟେ ତ୍ରିତାପ ନାଶକ | 
ତ୍ରିତାପରେ ତାପ ଭୋଗ କରୁଛି ଅଧମ 
ତବ ପାଦପଦ୍େ ଭକ୍ତି କରନ୍ଧୁ ପ୍ରଦାନ । 
ଏକମାତ୍ର ସ୍ବାମ୍ପୀ ତୁମ୍ଭେ ମୋର ଜଗନ୍ନାଥ 
ପାଦପଦ୍ମେ ଏକମାତ୍ର ହେଉଛି ପ୍ରଣତ 
ପ୍ରାର୍ଥନା କରୁଛି ଆପଣଙ୍କ ପାଦତଳେ 
ଅଚଳା ଭକ୍ତି ରହିବ ମୋର ସଦାକାଳେ । 
ଏତିକି ମାତ୍ର ପ୍ରାଥିନା ଅଟଇ କେବଳ 
ଅନ୍ୟ ପ୍ରୟୋଜନ ନାହିଁ ଆହେ ଆଦିମୂଳ । 
ପ୍ରଭୋ ଆପଣଙ୍କ ପାଦପଦ୍ଧରେ ସମସ୍ତ 
ପୁରୁଷାର୍ଥ ବୀଜ ରହିଅଛି ତ ନିହିତ | 
ଏ ଜୀବନ ଯେତେଦିନ ଯାଏ ରହିଥୁବ 
ଶ୍ରୀ ପାଦପଦ୍ମେ ଅଚଳା ଭକ୍ତିରେ ପୂଜିବ । 
ଯେଉଁ ଭକ୍ତି ବଳେ ଧାତା ସୃଷ୍ଟି କରୁଛନ୍ତି 
ରୁଦ୍ର ସକଳ ଲୋକକୁ ସଂହାର କରନ୍ତି । 
ଲକ୍ଷ୍ମୀଦେବୀ ଏଶ୍ବର୍ଯ୍ୟ ଦାନରେ ତତପର 
ହେ ଦୀନ ଦୟାଳୁ ମାଗେ ସେ ଭକ୍ତି କେବଳ । 
ଜଗନ୍ନାଥ ଅବିଦ୍ୟା ପଙ୍କରେ ହୋଇ ମଗ୍ନ 
ଆଶ୍ରୟ ନ ପାଇ ଯାଉଅଛି ଏ ଜୀବନ । 
ମହିମାମୟୀ ଭକତି ଆପଣଙ୍କ ପ୍ରତି 
ତଦଭିନ୍ନ ଅନ୍ୟ ଉପାୟ ନାହିଁ ହେ ଶ୍ରୀପତି । 
ଶ୍ରୁତି ସତି ପୁରାଣରେ ବିଭିନ୍ନ ଉପାୟ 
ଅଛି ତବପାଦେ ଭକ୍ତି ନ ହେଲେ ଉଦୟ । 
ସକଳ ଉପାୟ ଫଳ ନ କଲେ ପ୍ରଦାନ 
ବିପରୀତେ ମୋହ-ମୁଗ୍ଧ ହୁଏ ସେହୁଜନ । 
ଜଗତ୍‌ସ୍ବାମୀ ମୋର ଆଉ କେ ନାହିଁ ରକ୍ଷକ 
ଏକମାତ୍ର ଆପଣ ତ ଅଟନ୍ତି ରକ୍ଷକ | 
ଏ ଅଧର୍ମ ଜନ ପ୍ରତି ହୁଅନ୍ତୁ ସଦୟ 
'ଅତ୍ବରୀଷ ସ୍ତବ କଲେ ପ୍ରଭୁଙ୍କର ଜୟ । 
ଜଗନ୍ନାଥଙ୍କର ପାଦପଦ୍ଧ ନିକଟରେ 
ଦଣ୍ଡବତ ପ୍ରଣାମ ଯେ ଆନନ୍ଦେ କରିଲେ । 
ପ୍ରସନ୍ନ ହୁଅ, ପ୍ରସନ୍ନ ହୁଅ ପ୍ରଭୁ ମୋର 
ତତ୍ପରେ ଦେବତାଗଣ ମିଳିଲେ ସେଠାର । 
ପ୍ରଭୁଙ୍କର ସୁତି ପଢ଼ି ପୂଜା ଶେଷ କଲେ 
କଟାକ୍ଷ ପାତେ ସନ୍ତୁଷ୍ଟ ହୋଇ 'ସ୍ର୍ଗେ ଗଲେ । 
ଅନନ୍ତର ଦ୍ଵିଜ ପୁଣ୍ଡରୀକ ଅମ୍ବରୀଷ 
ନେତ୍ର ଉନ୍ମୀଳନ କରି ହୋଇଲେ ହରଷ । 
ବିଷ୍ଣୁ-ମାୟାରେ ମୋହିତ ହୋଇ ଦୁଇଜଣ 
ଜ୍ଞାନଚକ୍ଷୁ ପାଇ ଲୀଳା କଲେ ଦରଶନ । 
ସ୍ବପ୍ନରେ ଦେଖୁଲା ପରି ଦେଖ ଦିବ୍ୟ ଲୀଳା 
କେତେକ୍ଷଶେ ଦିବ୍ୟଭାବ ମନେ ଉପୂଜିଲା 
ପୁନରାୟ ମାନୁଷ ଭାବରେ ଉପନୀତ 
ଚର୍ମ ଚକ୍ଷୁରେ ଦର୍ଶନ କଲେ ଜଗନ୍ନାଥ 
ଦିବ୍ୟ ସିଂହାସନେ ସମାସୀନ ଦେହ କାନ୍ତି 
ନୀଳ ମେଘ ବର୍ଣ୍ଣପରି ଶୋଭା ପାଏ ଅତି 
ପ୍ରସ୍କୁଟିତ ପଦ୍ମଫୁଲ ପରି ସୁଶୋଭନ 
ହେଉଅଛି ପ୍ରଭୁଙ୍କର ଦୁଇଟି ନୟନ 
ଅଧର ଦାଡ଼ିମୀ ରଙ୍ଗ ନାସିକା ସୁନ୍ଦର 
କର୍ଣ୍ଣେ ଶୋଭାପାଏ ଦିବ୍ୟ କୁଣ୍ଡଳ ତାଙ୍କର 
କଣ୍ଡେ ଶୋହେ ବନମାଳା ଚାରିଗୋଟି ହାତ 
ଶଙ୍ଖ ଚକ୍ର ଗଦା ପଦ୍ଧ ଅତି ସୁଶୋଭିତ 
ଗଳାରୁ ଲମ୍ବିଛି ହାର ବକ୍ଷସ୍ଥଳ ଯାଏ 
ଅମୁଲ୍ୟ ମଣି ମୁକୁଟ ଶିର ଶୋଭାପାଏ 
ଶ୍ରୀବସ୍ସ ଚିହ୍ନ କୌସ୍ତୁଭମଣି ବକ୍ଷସ୍ଥଳେ 
ଉତ୍ତମ ଦିବ୍ୟ ଅଙ୍ଗଦ ଶୋଭଇ ହସ୍ତରେ 
ଆଜାନୁଲନ୍ବିତ ବାହୁ ଦୀନା ବ୍ୟକ୍ତିର 
ପରିତ୍ରାଣ କରିବାକୁ ବଦ୍ଧଝପରିକର 
ସୁବର୍ଣ୍ଣସୂତ୍ରେ ଗ୍ରଥତ ମଧ୍ୟ-ମଣିଯୁକ୍ତ 
ଦିବ୍ୟ-ପୀତବସ୍ଥ-ଧାରୀ ଦେହ ସୁଶୋଭିତ 
ଦିବ୍ୟମାଳା ଦିବ୍ୟଗନ୍ଧ ହୋଇ ବିଭୂଷଣ 
ସୁବର୍ଣ୍ଣ ପଦ୍ଧାସନରେ ବିଜେ ଭଗବାନ 
ଲକ୍ଷ୍ମୀଦେବୀ କରିଛନ୍ତି ସର୍ବାଙ୍ଗାଲିଙ୍ଗନ 
ବିପନ୍ନଂଜନ-ସନ୍ତାପ କରନ୍ତି ହରଣ 
ସୁଗଭୀର ସୁଧାସିନ୍ଧୁ ରୂପେ ବିଦ୍ୟମାନ 
ସକଳ କାମନା ରାଶି କରନ୍ତି ପ୍ରଦାନ 
ପୁଷ୍ପବନ୍ତ କଳ୍ପ ବୃକ୍ଷ ରୂପେ ବିରାଜିତ 
ତ୍ରିଭୁବନ ପାଳନ ବିଷୟେ ସମରଥ . 
ଦକ୍ଷପାର୍ଶ୍େ ହଳାୟୁଧ-ଧାରୀ ବଳରାମ 
ରହିଛନ୍ତି ଶିରେ ସପ୍ତଫଣା ସୁଶୋଭନ 
ନାଗରାଜା ବାସୁକୀର ଏକି ଅବତାର 
ବଳରାମଙ୍କ ଉଚ୍ଚତା କୈଳାସ ଶିଖର 
ଉନ୍ନଳ ମଣିକୁଣ୍ଡଳ କର୍ଣ୍ଣେ ପାଏ ଶୋଭା 
ଧବଳବର୍ଣ୍ଣ ଶରୀର ତ୍ରିଭୁବନ ଲୋଭା 
ପରିଧାନ ତାହାଙ୍କର ସୁନୀଳ ବସନ 
ଗଳଦେଶେ ବନମାଳା ଦିଶେ ସୁଶୋଭନ 
ବାରୁଣୀ ମଦ୍ୟେ ନୟନ କମଳ ଘୂର୍ଣ୍ଠିତ 
ପୁଷ୍ଠବଂଶ ନୀଚ ବକ୍ଷସ୍ଥଳ ସମୁନ୍ଧତ 
କୁଣ୍ଡଳୀ ଭୂତ ଦେହରେ ବିବିଧାଳଙ୍କାର 
ପ୍ରଣତ ବ୍ୟନ୍ତି ଦର୍ଶନ କଲେ ପାପ ଦୂର 
ବଳରାମ ଜଗନ୍ନାଥ ଦୂହିଙ୍କ ମଧ୍ୟରେ 
ମଙ୍ଗଳମୟୀ ସୁଭଦ୍ରା ଦେବୀ ବାସ କରେ । 
କୁଙ୍କୁମ ରଙ୍ଗେ ରଞ୍ଜିତ ଶରୀର ତାଙ୍କର 
ସକଳ ପ୍ରକାର ସୌନ୍ଦର୍ଯ୍ୟର ସେ ଆଧାର । 
ବିଷ୍ଣୁବକ୍ଷ ସ୍ପିତା ଲକ୍ଷ୍ମୀ ପୃଥକ ଭାବରେ 
ସୁଭଦ୍ରା ନାମେ ବିଜୟେ ପ୍ରଭୁଙ୍କ ମଧ୍ୟରେ । 
ହସ୍ତେ ମନୋହର ପଦ କରିଣ ଧାରଣ 
ଦିବ୍ୟ ନେପଥ୍ୟରେ ହୋଇଛନ୍ତି ବିଭୁଷଣ । 
ବିପନ୍ନ ଜନର ସର୍ବ ବିପତ୍ତି ନାଶିନୀ 
କଳ୍ପ ଲତିକା ସ୍ଵରୂପା ଫଳପ୍ରଦାୟିନୀ 
ସଂସାର ସାଗରେ ମଗ୍ଧ ଜନମାନଙ୍କର 
ନିସ୍ତାର କାରିଣୀ ରୂପେ ସୁଖ୍ୟାତି ତାଙ୍କର । 
ଦେବଗଣଙ୍କୁ ଅଭୟ କରନ୍ତି ପ୍ରଦାନ 
ବାମପାର୍ଶ୍ତେ ମନୋହର ଚକ୍ର ସୁଦର୍ଶନ । 
ପୁଣ୍ଡରୀକ ଅମ୍ବରୀଶ କଲେ ଦରଶନ | 
ଦୁଇଜଣ ଧନ୍ୟ ହେଲେ ଆହେ ମୁନିଗଣ । 
ସେ ଦୁହେଁ ଦେଖୁଲେ ସୃର୍ଣ-ରେଖା ବିଭୂଷିତ 
ଦାରୁମୟ ଦେହ ଧରିଛନ୍ତି ଜଗନ୍ନାଥ | 
ବଳରାମ ସୁଭଦ୍ରା ଯେ ଚକ୍ର ସୁଦର୍ଶନ 
ଚତୁର୍୍ଧା ରୂପେ ବିଜୟ ସ୍ବୟଂ ଭଗବାନ । 
ତହୁ ସ୍ଵପନରେ ଲୀଳା କରିଲେ ସ୍ମରଣ 
ଏ ନୁହେଁ କାଷ୍ଠ ପ୍ରତିମା ସାକ୍ଷାତରେ ବ୍ରହ୍ମ । 
ସଭାସ୍ଥିତ ଦ୍ଵିଜଗଣ ବାକ୍ୟ ସୁମରିଲେ 
ନିଜକୁ ମହାପାତକୀ ବୋଲି ବିଚାରିଲେ । 
ଏପୁର ବାସୀ କରନ୍ତି ବିଷ୍ଣୁ ଦରଶନ 
ଆମ୍ଭର ଭାଗ୍ୟରେ କାହୁଁ ହେବ ତା ଘଟନ । 
ଆମ୍ଭେ ଦୁହେଁ ମୁର୍ଖ, କିନୁୁ ଦରଶନ ମାତ୍ର 
ଅଷ୍ଟାଦଶ ବିଦ୍ୟାରେ ତ ହୋଇଛି ପଣ୍ଡିତ । 
ଅତଏବ ଆମ୍ଭ ଦୁହିଁଙ୍କର ନାହିଁ ଭ୍ରାନ୍ତି 
ସତ୍ୟବାଦୀ ବିପ୍ରଗଣେ ପରା କହିଛନ୍ତି । 
ସମୁଦ୍ର ତଟେ ପୁରୁଷୋତ୍ତମ କ୍ଷେତ୍ରବରେ 
ଦାରୁମୟ ବ୍ରହ୍ମ ବିଜେ ବଟବୃକ୍ଷ ମୁଳେ । 
ତାହାଙ୍କୁ କଲେ ଦର୍ଶନ ଜୀବ ହୁଏ  ମୁକ୍ତ 
ଚତୁର୍ବା ରୂପେ ବିଜୟ ତହିଁ ଜଗନ୍ନାଥ । 
ଆମ୍ଭେ ଦୁହେଁ ଯେତେକାଳ ଜୀବିତ ରହିବା 
ସାମାନ୍ୟ କାମନା ପରିତ୍ୟାଗ ଯେ କରିବା । 
ଏ କ୍ଷେତ୍ରେ ରହି କରିବା ପ୍ରଭୁଙ୍କ ଦର୍ଶନ 
ନ କରିବା ଆଉ ଅନ୍ୟ ସ୍ଥାନକୁ ଗମନ । 
ଏହିରୂପେ ହେଲେ ଦୁହେଁ ଭକ୍ତି ପରାୟଣ 
ନାରାୟଣ ନାମ ସଦା କଲେ ଉଚ୍ଚାରଣ । 
କୀର୍ଉନ ସେ ଦୁହେଁ କରି ହୋଇଲେ ମୁକତ 
ଶୁଣିଲ ତ ମୁନିଗଣ ଶ୍ରୀକ୍ଷେତୁ ଚରିତ 
ଜୈମିନି କଥା ପ୍ରସଙ୍ଗେ କହିଲେ ଏକଥା 
ପାପ ନାଶକର ଗୋପନୀୟ କ୍ଷେତ୍ର ବାର୍ଉ୍ା 
ପୁଣ୍ଡରୀକ ଅମ୍ବରୀଷଙ୍କର ଉପାଖ୍ୟାନ 
ଶ୍ରବଣ ଅବା କୀର୍ଉନ କରିବେ ଯେ ଜନ । 
ସେମାନେ ପାପରୁ ମୁକ୍ତ ହେବେ ସେହିକ୍ଷଣ 
ଅନ୍ତିମେ କରିବେ ବିଷ୍ଣୁଲୋକଙ୍କ ଗମନ । 
ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡର ଚରିତ 
ପଞ୍ଚମ ଅଧ୍ୟାୟ ହେଲା ଗୀତେ ସମାପତ 
ଆହେ ସୁଜ୍ଞଜନେ ମୋର ଦୋଷ ନ ଧରିବ 
ମରାଳ ଧର୍ମ ଆଚରି ଗୁଣ ବାଛିନେବ 
କର୍ମଯୋଗ ଜ୍ଞାନ ଭକ୍ତି ନ କଲି ସାଧନ 
ହ-ର-ଇ, ବର୍ଣ୍ଣ କେବଳ କରେ ଉଚ୍ଚାରଣ । 
ଜୟ ମାତଃ ଲକ୍ଷ୍ମୀଦେବୀ ହୁଅ ସୁପ୍ରସନ୍ଧ 
ହରିହର ମନୋବାଞ୍ଚା ହୋଇବ ପୂରଣ 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେ 
ପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନେ 
ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନେ 
ନାମ ପଞ୍ଚମୋଧ୍ୟୋୟଃ |







ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ