ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚମୋଧ୍ୟୋୟଃ
ପଞ୍ଚମ ଅଧ୍ଯାୟ
କହନ୍ତି ଜୈମିନି ମୁନି ସେହି ଦୂଇମିତବେଶଷଶ୍ୟାଳୟ ଛାଡ଼ିଦେଲେ ହୋଇ ଅନୁତପ୍ତ ।ଭୋଜନ କରିଲେ ଥରେ ମାତ୍ର ହବିଷ୍ୟାନ୍ସନିଜ ମନେ ସଦା ଚିନ୍ତା କଲେ ନାରାୟଣ ।କେତେଦିନ ପରେ ନୀଳାଚଳେ ପ୍ରବେଶିଲେତୀର୍ଥରାଜ ସମୁଦ୍ରରେ ଯାଇଁ ସ୍ଵାନ କଲେ ।ଶ୍ରୀମନ୍ଦିର ସିଂହଦ୍ଵାରେ କରି ଅବସ୍ଥାନଜଗନ୍ନାଥଙ୍କୁ ସାଷ୍ଟାଙ୍ଗ କରିଲେ ପ୍ରଣାମ ।ଚକ୍ଷୁ ମେଲାକରି ଜଗନ୍ନାଥଙ୍କୁ ଦର୍ଶନକରିବା ନିମିତ୍ତ ଦୁହେଁ ନ ହେଲେ ଭାଜନ ।ଦର୍ଶନ ନ ପାଇ ମନେ ହୋଇଲେ ଚିନ୍ତିତତେଣୁ ଦୂଇମିତ୍ର କଲେ ଅନଶନ ବ୍ରତ ।ପାପ ନାଶକାରୀ ନାମ କରିଲେ କୀଉଁନତୃତୀୟ ରାତ୍ରରେ କଲେ ଜ୍ୟୋତି ଦରଶନ ।ପୁନର୍ବାର ତିନିଦିନ ଉପବାସ କଲେସପ୍ତମ ରାତ୍ରରେ ପ୍ରଭୁ ଦରଶନ ଦେଲେ ।ଦେବଗଣଙ୍କର ସ୍ତୁତି କରିଲେ ଶ୍ରବଣତତ୍କ୍ଷଣେ ସେ ଦୃହିଙ୍କର ଜାତ ଦିବ୍ୟଜ୍ଞାନ ।ଦେହରୁ ପାପ-କଞ୍ଚକ ପରିତ୍ୟାଗ କଲେସାକ୍ଷତରେ ପ୍ରଭୁ-ଜଗନ୍ନାଥଙ୍କୁ ଦେଖଲେ ।ଶଙ୍ଖ ଚକ୍ର ଗଦା ପଦ୍ଧ ହସ୍ତେ ବିରାଜିତଦିବ୍ୟ ଅଳଙ୍କାରେ ଦେହ ହୋଇଛି ଭୂଷିତ ।ପାଦରେ ରତ ପାଦୂକା ଅତି ସୁଶୋଭନଚକ୍ଷୁଶ୍ବେତ ପଦ୍ମ ସମ ବଦନ?ଂପ୍ରସନ୍ଧବାମବାହୁ ଦ୍ଵାରା ଲକ୍ଷ୍ମୀ ବାମେ ଆଲିଙ୍ଗତଲକ୍ଷ୍ମୀଦତ୍ତ ତାମ୍ମୁଳରେ ବଦନ ପୂରିତକେତେ ଦାସୀ ଧରିଛନ୍ତି ରତ୍ଵବୈତ ହସ୍ତେକେତେ ଚାମର ଯେ କେତେ ଦୀପମାଳା ହସ୍ତେ ।ଆଉ ଏକ କାନ୍ତିମତୀ ଦାସୀ ରତ୍ୁଛତ୍ରଧରିଛନ୍ତି ପୂଷ୍ଠଭାଗେ ଅତୀବ ବିଚିତ୍ର |ପ୍ରମ୍ପୋଚା ନାମେ ସୁନ୍ଦରୀ ଦାସୀର ମୁଖରେଅନ୍ୟ ଦାସୀ କୃଷ୍ଣାଗୁରୁ ଧୂପ ପାତୁ ଧରେ ।ପରସ୍ପର ପରିହାସ ଦାସୀଏ କରନ୍ତିସମ୍ମୁଖରେ ଉପସ୍ଥିତ ଥୋକାଏ ଅଛନ୍ତି |ଦେବ ସିଵି ସନକାଦି ଦିବ୍ୟ ମୁନିଗଣନତଶିରେ କରଯୋଡ଼ି କରନ୍ତି ସ୍ତବନଏମାନଙ୍କୁ ଅନୁଗ୍ରହ କଟାକ୍ଷ ପାତରେଦାସୀଗଣ କରୁଛନ୍ତି ହରଷ-ମନରେ |ପ୍ରଭୁଙ୍କ ସମ୍ମୁଖେ ନାରଦାଦି ରଷିଗଣଗନ୍ଧର୍ବଗଣ କରନ୍ତି ସଙ୍ଗୀତ ଗାୟନ |ସଂଗୀତ ଶ୍ରବଣ କରି ତୋଷ ଭଗବାନସେମାନଙ୍କୁ କରୁଛନ୍ତି ଅନୁକମ୍ପା ଦାନପ୍ରହ୍ଲାଦାଦି ବଇଷ୍ପବ କୁଳର ଭୂଷଣବସି ସମ୍ମୁଖେ କରନ୍ତି ସ୍ଵରୂପକୁ ଧ୍ୟାନଏକାଗ୍ର ଭାବରେ ଉପବିଷ୍ଟ ରହିଛନ୍ତିତାଙ୍କୁ ଭଗବାନ ଲୀନ ସ୍ଵଦେହେ କରନ୍ତିବକ୍ଷସ୍କଳେ କୌସ୍ତୁଭ ମଣିରେ ସମ୍ମୁଖସ୍ଥଦେବତାଦି ମାନଙ୍କରେ ପ୍ରତିଵିମ୍ ପାତଦେଖାଯାଏ ସାକ୍ଷାତରେ ବିଶ୍ଵରୂପ ମଧ ମରିଉପସ୍ମିତ ଭକ୍ତଗଣ ତୋଷ ହେଉଛନଳି ଏଁସ୍ବର୍ଗରୁ ହେଉଛି ପୁଷ୍ଟବୃଷ୍ଠି ଅବିରତଲକ୍ଷ୍ମୀ ଦେବୀଙ୍କର ଶୋଭା ପ୍ରକାଶେ ବହୁତ ।ଅପ୍ସରାମାନଙ୍କ ମନୋହର ନୂତ୍ୟଗାନପ୍ରଭୁ ଭଗବାନ କରୁଅଛନ୍ତି ଦର୍ଶନ |ଦର୍ଶନ କରନ୍ତେ ପ୍ରଭୃଙ୍କର ଦିବ୍ୟଲୀଳାଦୁଇ ପାପୀଙ୍କର ତହି ଜ୍ଞାନ ଜାତ ହେଲା ।ସକଳ ବିଦ୍ୟାରେ ଦୁହେଁ ପଣ୍ଡିତ ହୋଇଲେକରଯୋଡ଼ି ତିନିବାର ପ୍ରଦକ୍ଷିଣ କଲେ ।ଆନନ୍ଦ ମନରେ କଲେ ସାଷ୍ଟାଙ୍ଗ ପ୍ରଣାମତହୁଁ ସ୍ତୁତି ବାକ୍ଯମାନ ପଢ଼ିଲେ ବହନ ।କହେ ଦ୍ରିଜ ପୁଣ୍ଡରୀକ ଆହେ ନାରାୟଣଆପଣ କରି ଅଛନ୍ତି ଜଗତ ଧାରଣ |ସୃଷ୍ଟି ସ୍ପିତି ପ୍ରଳୟର ଅଟଇ କାରଣପରମାତ୍ମା ଆଉ ପରା ଆପଣଙ୍କ ନାମ ।ସକଳ ପ୍ରାଣୀର ଏକମାତ୍ର ଯେ ଆଶ୍ରୟଆପଣଙ୍କୁ ନମସ୍କାର ଆହେ ଦୟାମୟଏକମାତ୍ର ପରମାଥ୍ଥ ବସ୍ତୁ ତ ଆପଣଜାତ ଶୂନ୍ୟ ଧୃଂସହୀନ ଆହେ ଭଗବାନଧ୍ୟାନଚକ୍ଷୁ ଯୋଗୀଗଣ ନିତ୍ୟାନନ୍ଦମୟବସ୍ତୁ ମାତ୍ର ଜାଣି କରିଅଛନ୍ତି ଆଶ୍ରୟଆପଣ ଚିନ୍ନପ୍ ପରାପୂର ଜଗଦିଶଜଗତର ଅଧୂଷ୍ଠାନ ରୂପରେ ପ୍ରକାଶଏକଥା ବୁଝନ୍ତି ନାହି ହିଁ ମୂଢ଼ ଜୀବଗଣଅତି ନିମଳ ସ୍ଵରୂପ ଅଟନ୍ତି ଆପଣଅର୍ଥଲିପ୍୍ସା କାମନାରେ ଯେ ଜନ ବ୍ୟାକୁଳଏ ସଂସାରେ ଗତାଗତ କରେ ସେ କେବଳାଗତାଗତ ରୂପ ଦୁଃଖଶ୍ରମ ଯେ ତାହାରଆପଣଙ୍କ ସାକ୍ଷତ୍କାରେ ସୁଖ ନାହିଁ ତାରଭାଗ୍ୟବଳେ କେବେ ଅବା ଦରଶନ ମିଳେହେ ନାଥ ଦୀନଜନର କି ଅଛି କପାଳେ ।ଲୋଭୀ ଦୁଷ୍ପର୍ମ କରତା ମୁତ ଅଟେ ସ୍ଵାମୀସଂସାର ସାଗରେ ବୂଡ଼ିଯାଏ ଅନ୍ତର୍ଯ୍ୟାମୀ |ମୁଁ ତ ଅତି ଦୀନଜନ ମୋର କେହି ନାହିଁତବ ପଦାରବିନ୍ଦରେ ଶରଣ ଗୋସାଇଁ |ରକ୍ଷାକର ରକ୍ଷାକର ଆହେ ନାରାୟଣଏକା ଶରଣ ରକ୍ଷକ: ଅଟନ୍ତି ଆପଣ Iହେ ନାଥ ନିଜ଼ କାର୍ଯ୍ୟରେ ଅବହେଳା କରିଦୀନା ଅନାଥ ଜନକୁ କିଏ ରକ୍ଷା କରି ।ଏ ରୁପ ବାନ୍ଧବ କିଏ ବ୍ରହ୍ମାଞ୍ଡ ମଧ୍ୟରେଆପଣ ତ ବିଜେ ନୀଳ ସୁନ୍ଦର ଶିଖରେ ।ହେ କୃପା ସାଗର ଜଳ ଯନ୍ତ୍ର ଘଟପରିଉପରୁ ତଳକୁ ତଳୁ ଉପରେ ବିହରି |ଉତ୍ଥାନ ପତନ ଦୁଃଖ ପାଏ ନିରନ୍ତରଆହେ ପ୍ରଭୁ ନମସ୍କାର ପରିତ୍ରାଣ କର ।କୌତୁକେ ଆପଣ ମୁକ୍ତି କରନ୍ତି ପ୍ରଦାନକୁଟୁମ୍ବ ପୋଷଣେ ମୁର୍ଖ ମାଗେ ଧନଧାନ୍ୟ ।ଆପଣଙ୍କର ଦୂସ୍ତ୍ୟଜା-ମାୟାରେ ମୋହିତହୋଇଥାନ୍ତି ମୁଢ଼ଜନ ଯେଣୁ ଭ୍ରାନ୍ତ ଚିଭ ।ଆପଣ କେବଳ ମୁଳ୍ତି କରନ୍ତି ପ୍ରଦାନଆପଣଙ୍କ ନାମ କରେ ଚତୁର୍ବଗ ଦାନ ।ନାରାୟଣ ନାରାୟଣ ମୁଖେ ଉଚ୍ଚାରିଲେଧର୍ମ ଅର୍ଥ କାମମୋକ୍ଷ ମିଳେ ତତକାଳେ ।ହେ ନାଥ ବିଭିନ୍ନ ଯଜ୍ଞେ ଭିନ୍ନ ଭିନ୍ନ ଫଳପୂଥକ ରୂପେ ପ୍ରଦାନ କର ସେହି ଫଳ ।ସଂସାର ସାଗରେ ଢ଼େଉ ଉଠଇ ସତତଜୀବ ଜଗତର ଭେଳା ରୂପେ ପରିଚିତ ।ଭବାର୍ଵବେ ପଡ଼ି ମୁଗ୍ଧ ବ୍ୟକ୍ତିମାନଙ୍କରଜ୍ଞାନରୂପ ନୌକା ଧରି ତୁମ୍ଭେ କର୍ଣ୍ଣଧାର ।ଦୟାଚୁପ ଆହୁଲାରେ ଏହି ଭବାର୍ଣ୍ଣବତାରିବୀକୁ ସଦ୍ୟବ୍ୟଗ୍ର ହେଉଛ ହେ ଦେବ ।ଏକମାତ୍ର କରେ ଭକତିରେ ନିତ୍ୟ ଧ୍ୟାନତାକୁ କରିଦିଅ ପରା ସଂସାରୁ ଉତ୍ତର୍ଣ ।ଶାସ୍ତ୍ର କହେ ଅନ୍ୟ ଅନ୍ୟ ଦେବ ଦେବୀଗଣମୁକତି ଦେଇ ପାରନ୍ତି ଅଛି ଏ ପ୍ରମାଣ ।କିନ୍ତୁ ଦେବଗଣେ ମୁକ୍ତି କରନ୍ତି ପୁଦାନସାଯୁଜ୍ୟ ମୁକ୍ତି ଦେବାକୁ ନ ହୁଅନ୍ତି କ୍ଷମ ।ଏ ଦୁଃଖ ସାଗର ପାନ କରିବାକୁ ଦେବଅଗସ୍ତ୍ୟ-ସ୍ବରୂପା ତୁମ୍ଭ ଭକ୍ତି କ୍ଷମ ହେବ ।ଆପଣଙ୍କୁ ଭକ୍ତି କରି ଶିଖୁଲେ ଜୀବରମୁକତି ସହଜେ ମିଳେ ଆହେ ଦାମୋଦର ।ହେ ପ୍ରଭୁ ଅଧମ ପ୍ରତି ହୂଅନ୍ତୁ ପ୍ରସନ୍ନପାଦପଦ୍ମେ ଟିରଭକ୍ତି କରନ୍ତୁ ପ୍ରଦାନଯମାଦି ଅଷ୍ଟାଙ୍ଗ ଯୋଗ ଜାଣିନାହିଁ ଦେବକିପରି ହୋଇବି ପାରି ଏହି ଭବ୍ାର୍ଣ୍ଣବଧର୍ନ୍ଧ ଅର୍ଥ କାମ ଏହି ତ୍ରିବର୍ଗ ସାଧନେଆଦର କରନ୍ତି ସଦା ମନ୍ଦଗତି ଜନେଅହିତକର ସାମାନ୍ୟ କ୍ଷୁଦ୍ରଏସୁଖ ଏହାପ୍ରାର୍ଥନା ମୁଁ କରୁନାହିଁ ଆହେ ଚଉବାହାବେଗେ ମୋତେ ଆଜ୍ଞା ହେଉ ଆହେ ଜଗନ୍ନାଥଆପଣଙ୍କ ପାଦପଦ୍ଧ ଚିନ୍ତିବି ସତତସେ ସୁଖ ସାଗରେ ବୁଡ଼ି ରହିବି ଗୋସାଇଁବିଷୟ ସୁଖରେ ଇଛା ନାହିଁ ଲକ୍ଷ୍ମୀସାଇଁଅଶ୍ପପୂର୍ଣ୍ଣ ମୋତେ ଦ୍ଵିଜ କରି ବସ୍ତୁ ସ୍ତୁତିକୃଷ୍ଣ ମୋତେ ରକ୍ଷାକର ଫେଡ଼ି ଏ ଦୁର୍ଗତିଭଗବାନଙ୍କର ପାଦପଦ୍ଧ ସନ୍ନିଧାନେସତର ପ୍ରଣାମ କଲା ହରଷିତ ମନେଉଠି ବସିକରି ଶିରେ ଯୋଡ଼ି ବେନିକରଉଚ୍ଚବାକ୍ୟେ କଲା ସ୍ତୁତି ବିବିଧ ପ୍ରକାରଏ କାଳରେ ଅମ୍ଭରୀଷ କ୍ଷତ୍ରିୟ ସନ୍ତାନରଜଃସତ୍ତ୍ ଗୁଣେ ଦେହ ତାହାର ଗଠନଆରମ୍ଭିଲା ସ୍ତୁତି ବାକ୍ୟ ଜଗନ୍ନାଥଙ୍କରପ୍ରଭୋ ସହସ୍ର ସଂଖ୍ୟକ ମସ୍ତକ ତୁମ୍ଭରସହସ୍ର ବାହୂ ସହସ୍ର ଶ୍ରବଣ ନୟନଏହି ଦୀନଜନ ପ୍ରତି ହୁଅ ପରସନ୍ଧଅସଂଖ୍ୟ ନାସିକା ହସ୍ତ ଅସଂଖ୍ୟ ଚରଣଅସଂଖ୍ୟ ନେତ୍ର ଏ ଦୀନ କରୁଛି ପ୍ରଣାମହେ ବିଶ୍ଵମୂରି ଷଟ୍ତ୍ରିଂଶତ୍ ତତ୍ତରୁ ଅତୀତପ୍ରପଞ୍ଚ ସମ୍ପର୍କ ଶୂନ୍ୟଂରୂପେ ପ୍ରତିଭାତତଥାପି ଜଗତ୍- 'ପ୍ରପଞ୍ଚ ରଚନା କରିଛଚତୁର୍ବିଧ ଜଗତର ଆଶ୍ରୟ ହୋଇଛଆପଣ ତ ଏକପଦ ଆଉ ତ ତ୍ରିପଦତୀର୍ଥପଦ ଯେ ଅଟନ୍ତି ଅନ୍ତରୀକ୍ଷ ପଦଆପଣଙ୍କ ପାହପଦ୍ଧ ସମ୍ଭୁତା ଜାହ୍ଵବୀତ୍ରିଭୁବନ-ପବିତ୍ରଓକାରିଣୀ ଗଙ୍ଗାଦେବୀଯା ନାମ ସ୍ମରଣ କଲେ ବ୍ରହ୍ମହତ୍ୟା ଦୋଷବିଦୂରିତ ହୋଇଯାଏ ନ ରହେ କଳ୍ପଷଆପିଣ ତ ଶୁଭମୟ ଜଗତ ଇଶ୍ଵରଶୁଭଫଳ ଦାତା ଆପଣଙ୍କୁ ନମସ୍କାରସିବ୍ଦିଲାଭ ଏହୁ ନାମ କରିଲେ କୀଉଁନବୂବ୍ଧିଜୀବୀ ପଣ୍ଡିତେ କରନ୍ତି ଅନ୍ବେଷଣ
ସ୍କନ୍ଦ ପୁରାଣଆହେ ଜଗନ୍ନାଥ ଆପଣଙ୍କ ପାଦୋଦକପରମ ପବିତ୍ର ଅଟେ ତ୍ରିତାପ ନାଶକ |ତ୍ରିତାପରେ ତାପ ଭୋଗ କରୁଛି ଅଧମତବ ପାଦପଦ୍େ ଭକ୍ତି କରନ୍ଧୁ ପ୍ରଦାନ ।ଏକମାତ୍ର ସ୍ବାମ୍ପୀ ତୁମ୍ଭେ ମୋର ଜଗନ୍ନାଥପାଦପଦ୍ମେ ଏକମାତ୍ର ହେଉଛି ପ୍ରଣତପ୍ରାର୍ଥନା କରୁଛି ଆପଣଙ୍କ ପାଦତଳେଅଚଳା ଭକ୍ତି ରହିବ ମୋର ସଦାକାଳେ ।ଏତିକି ମାତ୍ର ପ୍ରାଥିନା ଅଟଇ କେବଳଅନ୍ୟ ପ୍ରୟୋଜନ ନାହିଁ ଆହେ ଆଦିମୂଳ ।ପ୍ରଭୋ ଆପଣଙ୍କ ପାଦପଦ୍ଧରେ ସମସ୍ତପୁରୁଷାର୍ଥ ବୀଜ ରହିଅଛି ତ ନିହିତ |ଏ ଜୀବନ ଯେତେଦିନ ଯାଏ ରହିଥୁବଶ୍ରୀ ପାଦପଦ୍ମେ ଅଚଳା ଭକ୍ତିରେ ପୂଜିବ ।ଯେଉଁ ଭକ୍ତି ବଳେ ଧାତା ସୃଷ୍ଟି କରୁଛନ୍ତିରୁଦ୍ର ସକଳ ଲୋକକୁ ସଂହାର କରନ୍ତି ।ଲକ୍ଷ୍ମୀଦେବୀ ଏଶ୍ବର୍ଯ୍ୟ ଦାନରେ ତତପରହେ ଦୀନ ଦୟାଳୁ ମାଗେ ସେ ଭକ୍ତି କେବଳ ।ଜଗନ୍ନାଥ ଅବିଦ୍ୟା ପଙ୍କରେ ହୋଇ ମଗ୍ନଆଶ୍ରୟ ନ ପାଇ ଯାଉଅଛି ଏ ଜୀବନ ।ମହିମାମୟୀ ଭକତି ଆପଣଙ୍କ ପ୍ରତିତଦଭିନ୍ନ ଅନ୍ୟ ଉପାୟ ନାହିଁ ହେ ଶ୍ରୀପତି ।ଶ୍ରୁତି ସତି ପୁରାଣରେ ବିଭିନ୍ନ ଉପାୟଅଛି ତବପାଦେ ଭକ୍ତି ନ ହେଲେ ଉଦୟ ।ସକଳ ଉପାୟ ଫଳ ନ କଲେ ପ୍ରଦାନବିପରୀତେ ମୋହ-ମୁଗ୍ଧ ହୁଏ ସେହୁଜନ ।ଜଗତ୍ସ୍ବାମୀ ମୋର ଆଉ କେ ନାହିଁ ରକ୍ଷକଏକମାତ୍ର ଆପଣ ତ ଅଟନ୍ତି ରକ୍ଷକ |ଏ ଅଧର୍ମ ଜନ ପ୍ରତି ହୁଅନ୍ତୁ ସଦୟ'ଅତ୍ବରୀଷ ସ୍ତବ କଲେ ପ୍ରଭୁଙ୍କର ଜୟ ।ଜଗନ୍ନାଥଙ୍କର ପାଦପଦ୍ଧ ନିକଟରେଦଣ୍ଡବତ ପ୍ରଣାମ ଯେ ଆନନ୍ଦେ କରିଲେ ।ପ୍ରସନ୍ନ ହୁଅ, ପ୍ରସନ୍ନ ହୁଅ ପ୍ରଭୁ ମୋରତତ୍ପରେ ଦେବତାଗଣ ମିଳିଲେ ସେଠାର ।ପ୍ରଭୁଙ୍କର ସୁତି ପଢ଼ି ପୂଜା ଶେଷ କଲେକଟାକ୍ଷ ପାତେ ସନ୍ତୁଷ୍ଟ ହୋଇ 'ସ୍ର୍ଗେ ଗଲେ ।ଅନନ୍ତର ଦ୍ଵିଜ ପୁଣ୍ଡରୀକ ଅମ୍ବରୀଷନେତ୍ର ଉନ୍ମୀଳନ କରି ହୋଇଲେ ହରଷ ।ବିଷ୍ଣୁ-ମାୟାରେ ମୋହିତ ହୋଇ ଦୁଇଜଣଜ୍ଞାନଚକ୍ଷୁ ପାଇ ଲୀଳା କଲେ ଦରଶନ ।ସ୍ବପ୍ନରେ ଦେଖୁଲା ପରି ଦେଖ ଦିବ୍ୟ ଲୀଳାକେତେକ୍ଷଶେ ଦିବ୍ୟଭାବ ମନେ ଉପୂଜିଲାପୁନରାୟ ମାନୁଷ ଭାବରେ ଉପନୀତଚର୍ମ ଚକ୍ଷୁରେ ଦର୍ଶନ କଲେ ଜଗନ୍ନାଥଦିବ୍ୟ ସିଂହାସନେ ସମାସୀନ ଦେହ କାନ୍ତିନୀଳ ମେଘ ବର୍ଣ୍ଣପରି ଶୋଭା ପାଏ ଅତିପ୍ରସ୍କୁଟିତ ପଦ୍ମଫୁଲ ପରି ସୁଶୋଭନହେଉଅଛି ପ୍ରଭୁଙ୍କର ଦୁଇଟି ନୟନଅଧର ଦାଡ଼ିମୀ ରଙ୍ଗ ନାସିକା ସୁନ୍ଦରକର୍ଣ୍ଣେ ଶୋଭାପାଏ ଦିବ୍ୟ କୁଣ୍ଡଳ ତାଙ୍କରକଣ୍ଡେ ଶୋହେ ବନମାଳା ଚାରିଗୋଟି ହାତଶଙ୍ଖ ଚକ୍ର ଗଦା ପଦ୍ଧ ଅତି ସୁଶୋଭିତଗଳାରୁ ଲମ୍ବିଛି ହାର ବକ୍ଷସ୍ଥଳ ଯାଏଅମୁଲ୍ୟ ମଣି ମୁକୁଟ ଶିର ଶୋଭାପାଏଶ୍ରୀବସ୍ସ ଚିହ୍ନ କୌସ୍ତୁଭମଣି ବକ୍ଷସ୍ଥଳେଉତ୍ତମ ଦିବ୍ୟ ଅଙ୍ଗଦ ଶୋଭଇ ହସ୍ତରେଆଜାନୁଲନ୍ବିତ ବାହୁ ଦୀନା ବ୍ୟକ୍ତିରପରିତ୍ରାଣ କରିବାକୁ ବଦ୍ଧଝପରିକରସୁବର୍ଣ୍ଣସୂତ୍ରେ ଗ୍ରଥତ ମଧ୍ୟ-ମଣିଯୁକ୍ତଦିବ୍ୟ-ପୀତବସ୍ଥ-ଧାରୀ ଦେହ ସୁଶୋଭିତଦିବ୍ୟମାଳା ଦିବ୍ୟଗନ୍ଧ ହୋଇ ବିଭୂଷଣସୁବର୍ଣ୍ଣ ପଦ୍ଧାସନରେ ବିଜେ ଭଗବାନଲକ୍ଷ୍ମୀଦେବୀ କରିଛନ୍ତି ସର୍ବାଙ୍ଗାଲିଙ୍ଗନବିପନ୍ନଂଜନ-ସନ୍ତାପ କରନ୍ତି ହରଣ
ସୁଗଭୀର ସୁଧାସିନ୍ଧୁ ରୂପେ ବିଦ୍ୟମାନସକଳ କାମନା ରାଶି କରନ୍ତି ପ୍ରଦାନପୁଷ୍ପବନ୍ତ କଳ୍ପ ବୃକ୍ଷ ରୂପେ ବିରାଜିତତ୍ରିଭୁବନ ପାଳନ ବିଷୟେ ସମରଥ .ଦକ୍ଷପାର୍ଶ୍େ ହଳାୟୁଧ-ଧାରୀ ବଳରାମରହିଛନ୍ତି ଶିରେ ସପ୍ତଫଣା ସୁଶୋଭନନାଗରାଜା ବାସୁକୀର ଏକି ଅବତାରବଳରାମଙ୍କ ଉଚ୍ଚତା କୈଳାସ ଶିଖରଉନ୍ନଳ ମଣିକୁଣ୍ଡଳ କର୍ଣ୍ଣେ ପାଏ ଶୋଭାଧବଳବର୍ଣ୍ଣ ଶରୀର ତ୍ରିଭୁବନ ଲୋଭାପରିଧାନ ତାହାଙ୍କର ସୁନୀଳ ବସନଗଳଦେଶେ ବନମାଳା ଦିଶେ ସୁଶୋଭନବାରୁଣୀ ମଦ୍ୟେ ନୟନ କମଳ ଘୂର୍ଣ୍ଠିତପୁଷ୍ଠବଂଶ ନୀଚ ବକ୍ଷସ୍ଥଳ ସମୁନ୍ଧତକୁଣ୍ଡଳୀ ଭୂତ ଦେହରେ ବିବିଧାଳଙ୍କାରପ୍ରଣତ ବ୍ୟନ୍ତି ଦର୍ଶନ କଲେ ପାପ ଦୂରବଳରାମ ଜଗନ୍ନାଥ ଦୂହିଙ୍କ ମଧ୍ୟରେମଙ୍ଗଳମୟୀ ସୁଭଦ୍ରା ଦେବୀ ବାସ କରେ ।କୁଙ୍କୁମ ରଙ୍ଗେ ରଞ୍ଜିତ ଶରୀର ତାଙ୍କରସକଳ ପ୍ରକାର ସୌନ୍ଦର୍ଯ୍ୟର ସେ ଆଧାର ।ବିଷ୍ଣୁବକ୍ଷ ସ୍ପିତା ଲକ୍ଷ୍ମୀ ପୃଥକ ଭାବରେସୁଭଦ୍ରା ନାମେ ବିଜୟେ ପ୍ରଭୁଙ୍କ ମଧ୍ୟରେ ।ହସ୍ତେ ମନୋହର ପଦ କରିଣ ଧାରଣଦିବ୍ୟ ନେପଥ୍ୟରେ ହୋଇଛନ୍ତି ବିଭୁଷଣ ।ବିପନ୍ନ ଜନର ସର୍ବ ବିପତ୍ତି ନାଶିନୀକଳ୍ପ ଲତିକା ସ୍ଵରୂପା ଫଳପ୍ରଦାୟିନୀସଂସାର ସାଗରେ ମଗ୍ଧ ଜନମାନଙ୍କରନିସ୍ତାର କାରିଣୀ ରୂପେ ସୁଖ୍ୟାତି ତାଙ୍କର ।ଦେବଗଣଙ୍କୁ ଅଭୟ କରନ୍ତି ପ୍ରଦାନବାମପାର୍ଶ୍ତେ ମନୋହର ଚକ୍ର ସୁଦର୍ଶନ ।ପୁଣ୍ଡରୀକ ଅମ୍ବରୀଶ କଲେ ଦରଶନ |ଦୁଇଜଣ ଧନ୍ୟ ହେଲେ ଆହେ ମୁନିଗଣ ।ସେ ଦୁହେଁ ଦେଖୁଲେ ସୃର୍ଣ-ରେଖା ବିଭୂଷିତଦାରୁମୟ ଦେହ ଧରିଛନ୍ତି ଜଗନ୍ନାଥ |ବଳରାମ ସୁଭଦ୍ରା ଯେ ଚକ୍ର ସୁଦର୍ଶନଚତୁର୍୍ଧା ରୂପେ ବିଜୟ ସ୍ବୟଂ ଭଗବାନ ।ତହୁ ସ୍ଵପନରେ ଲୀଳା କରିଲେ ସ୍ମରଣଏ ନୁହେଁ କାଷ୍ଠ ପ୍ରତିମା ସାକ୍ଷାତରେ ବ୍ରହ୍ମ ।ସଭାସ୍ଥିତ ଦ୍ଵିଜଗଣ ବାକ୍ୟ ସୁମରିଲେନିଜକୁ ମହାପାତକୀ ବୋଲି ବିଚାରିଲେ ।ଏପୁର ବାସୀ କରନ୍ତି ବିଷ୍ଣୁ ଦରଶନଆମ୍ଭର ଭାଗ୍ୟରେ କାହୁଁ ହେବ ତା ଘଟନ ।ଆମ୍ଭେ ଦୁହେଁ ମୁର୍ଖ, କିନୁୁ ଦରଶନ ମାତ୍ରଅଷ୍ଟାଦଶ ବିଦ୍ୟାରେ ତ ହୋଇଛି ପଣ୍ଡିତ ।ଅତଏବ ଆମ୍ଭ ଦୁହିଁଙ୍କର ନାହିଁ ଭ୍ରାନ୍ତିସତ୍ୟବାଦୀ ବିପ୍ରଗଣେ ପରା କହିଛନ୍ତି ।ସମୁଦ୍ର ତଟେ ପୁରୁଷୋତ୍ତମ କ୍ଷେତ୍ରବରେଦାରୁମୟ ବ୍ରହ୍ମ ବିଜେ ବଟବୃକ୍ଷ ମୁଳେ ।ତାହାଙ୍କୁ କଲେ ଦର୍ଶନ ଜୀବ ହୁଏ ମୁକ୍ତଚତୁର୍ବା ରୂପେ ବିଜୟ ତହିଁ ଜଗନ୍ନାଥ ।ଆମ୍ଭେ ଦୁହେଁ ଯେତେକାଳ ଜୀବିତ ରହିବାସାମାନ୍ୟ କାମନା ପରିତ୍ୟାଗ ଯେ କରିବା ।
ଏ କ୍ଷେତ୍ରେ ରହି କରିବା ପ୍ରଭୁଙ୍କ ଦର୍ଶନନ କରିବା ଆଉ ଅନ୍ୟ ସ୍ଥାନକୁ ଗମନ ।ଏହିରୂପେ ହେଲେ ଦୁହେଁ ଭକ୍ତି ପରାୟଣନାରାୟଣ ନାମ ସଦା କଲେ ଉଚ୍ଚାରଣ ।କୀର୍ଉନ ସେ ଦୁହେଁ କରି ହୋଇଲେ ମୁକତଶୁଣିଲ ତ ମୁନିଗଣ ଶ୍ରୀକ୍ଷେତୁ ଚରିତଜୈମିନି କଥା ପ୍ରସଙ୍ଗେ କହିଲେ ଏକଥାପାପ ନାଶକର ଗୋପନୀୟ କ୍ଷେତ୍ର ବାର୍ଉ୍ାପୁଣ୍ଡରୀକ ଅମ୍ବରୀଷଙ୍କର ଉପାଖ୍ୟାନଶ୍ରବଣ ଅବା କୀର୍ଉନ କରିବେ ଯେ ଜନ ।ସେମାନେ ପାପରୁ ମୁକ୍ତ ହେବେ ସେହିକ୍ଷଣଅନ୍ତିମେ କରିବେ ବିଷ୍ଣୁଲୋକଙ୍କ ଗମନ ।ସ୍କନ୍ଦ ପୁରାଣ ଉତ୍କଳ ଖଣ୍ଡର ଚରିତପଞ୍ଚମ ଅଧ୍ୟାୟ ହେଲା ଗୀତେ ସମାପତଆହେ ସୁଜ୍ଞଜନେ ମୋର ଦୋଷ ନ ଧରିବମରାଳ ଧର୍ମ ଆଚରି ଗୁଣ ବାଛିନେବକର୍ମଯୋଗ ଜ୍ଞାନ ଭକ୍ତି ନ କଲି ସାଧନହ-ର-ଇ, ବର୍ଣ୍ଣ କେବଳ କରେ ଉଚ୍ଚାରଣ ।ଜୟ ମାତଃ ଲକ୍ଷ୍ମୀଦେବୀ ହୁଅ ସୁପ୍ରସନ୍ଧହରିହର ମନୋବାଞ୍ଚା ହୋଇବ ପୂରଣଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେପୁରୁଷୋତ୍ତମ କ୍ଷେତ୍ର ବର୍ଣ୍ଣନେପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନେନାମ ପଞ୍ଚମୋଧ୍ୟୋୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment