ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚତ୍ରିଂଶୋଃଧ୍ୟାୟଃ

  ପଞ୍ଚତ୍ରିଂଶ ଅଧ୍ୟାୟ 

ଜୈମିନି ମୁନି କହନ୍ତି ଶୁଣ ମୂନିଗଣ 
ପ୍ରଭୁଙ୍କର ରଥରକ୍ଷା କରିବା ବିଧାନ 
ଆକସ୍ମିତ ଦୈବୀ ଦୁର୍ବିପାକ ଭୂତ ପ୍ରେତ 
ଉପଦ୍ରବ୍ୟର ଯେ ରକ୍ଷା ପାଇବି ଯେମନ୍ତ 
ସେ ବିଧାନ କହୁଅଛି ଶୁଣ ମୁନିଗଣ 
ରଥଧ୍ବଜ ସ୍ଥିତ ଦେବ ପୂଜାର ବିଧାନ 
ଗନ୍ଧ ପୁଷ୍ପ ଧୂପ ଦୀପ ଆଦି ଉପ୍ଚାରେ 
ନୃତ୍ୟ ଗୀତ ଏ ସହପୂଜା କରିବ ବିଧୂରେ 
ଦିକପାଳଙ୍କ ପାୟସାନ୍ଧ ବଳି ଅରପିବ 
ଭୂତ ପ୍ରେତ ପିଶାଚଙ୍କୁ ପ୍ରିୟ ବଳିଦେବ 
ଏପରି ରଥକୁ ରକ୍ଷା କରିବା ଉଚିତ 
ଯେପରି କେହି ମାନବ. ଗ୍ରାମ ପଶୁଜାତ । 
ଆରୋହଣ ନ କରିବେ ରଥର ଉପ୍ରରେ 
ଅଶୁଭ ସୂଚକ ପକ୍ଷୀ ନ ବସେ ତହିଁରେ । 
ଦକ୍ଷିଣକୁ ରଥ ମୁଖ ଅଷ୍ଟମ ଦିନରେ 
ପୂର୍ବପରି ସଜାଇବ ପତାଳା ମାଳାରେ । 
ନବମ ଦିନ ପ୍ରଭାତେ ନିତ୍ୟ କୃତ୍ୟ ସାରି 
ପ୍ରଭୁଙ୍କୁ ନେଇ ସ୍ଥାପିବ ରଥେ ପୂର୍ବପରି | 
ଦକ୍ଷିଣାଭିମୁଖେ ଯାତ୍ରା ଜଗନ୍ନାଥଙ୍କର 
ଦୁର୍ଲ୍ଭ ଏକଥା ସର୍ବେ ମନରେ ବିଚାର । 
ଶ୍ରଦ୍ଧା ଭକ୍ତିରେ ଏ ଯାତ୍ରା କରେ ମୁକ୍ତି ଦାନ 
ଯିବା ଆସିବା ଏ ଦୂୁଇଁ ଅଟଇ ସମାନ । 
ଯାତ୍ରା ଅର୍ଥେ ପ୍ରଭୁ ଯିବେ ଗୁଣ୍ଡିଚା ଘରକୁ 
ଯାତ୍ରା ଶେଷକରି ଆସିବେ ସେ ମନ୍ଦିରକୁ । 
ପଣ୍ଡିତ ଜନେ କହନ୍ତି ଏ ଦୂଇ ସମାନ 
ପ୍ରଭୁଙ୍କର ନବଦିନ ଯାତ୍ରା ଏହା ନାମ । 
ଗୁଣ୍ଡିଚା ଯାତ୍ରାର ତିନି ଅଙ୍ଗ ବିଦ୍ୟମାନ 
ପ୍ରଥମ ଅଙ୍ଗ ଗୁଣ୍ଡିଚା ମଣ୍ଡପେ ଗମନ | 
ମହାଦେବୀ ଅବସ୍ଥାନ ଦ୍ଵିତୀୟ ଜାଣିଣ 
ତୃତୀୟଟି ମନ୍ଦିରକୁ ପୁନରାଗମନ | 
ଯେ ଜନ ଏ ତିନି ଅଙ୍ଗ କରେ ଦରଶନ 
ମହାଦେବୀ ମହୋସ୍ସବ ଫଳ ଏହୁ ପୂର୍ଣ୍ଣ । 
ରଥେ ବସି ବଳରାମ ସୁଭଦ୍ରା ସଙ୍ଗରେ 
ଜଗନ୍ନାଥ ଆସିଥବବେ ଦକ୍ଷିଣ ମୁଖରେ । 
ଏକାଳରେ ଯେଉଁ ଜନ କରେ ଦରଶନ 
ଏ ଭବ ସାଗରୁ ମୁକ୍ତ ହୁଏ ସେହି ଜନ । 
ଉତ୍ତର ମୁଖରେ ଗଲାବେଳେ ଯେଉଁ ଜନ 
ରଥରେ ତିନିଦେବଙ୍କୁ କରଇ ଦର୍ଶନ । 
ସେ ଜନର ଲାଭ ହୋଇଥାଏ ଯେତେ ପୁଣ୍ୟ 
ତାହା ଲାଭେ ଯେ କରଇ ବାହୁଡ଼ା ଦର୍ଶନ । 
ଦକ୍ଷିଣ ମୁଖରେ ଗଲାବେଳେ ଭଗବାନ 
ଯେ ଜନ ରଥ ସଙ୍ଗରେ କରଇ ଗମନ । 
ତା ଜନ୍ମ ସାର୍ଥକ ଯେତେ ପାଦ ଗତି କରେ 
ଏତେ ଅଶ୍ଵମେଧ ଯାଗ ଫଳ ତାକୁ ମିଳେ | 
ଦଣ୍ଡାୟମାନ ହୋଇଣ ରଥ ସମ୍ମୁଖରେ 
ସ୍ତବ ସ୍ତୋତ୍ର ଆଦି ପାଠ ଯେ କରେ ଭକ୍ତିରେ । 
ବାରମ୍ବାର ପ୍ରଣିପାତ ପୁଷ୍ଠ ବରଷଣ 
ନୃତ୍ୟ ଗୀତ ନାନାବିଧ ଉପଚାର ମାନ । 
ଆଲଟ ଚାମର ଧରି ବିଞ୍ଚବ ସଧୀରେ 
| | ଛତ୍ର ଧାରଣ କରିବ ଭକତି ଭାବରେ | 
ନାନାବିଧ ଉପହାର ଦ୍ରବ୍ଯମାନ ଥୋଇ 
ପ୍ରଭୁଙ୍କୁ ସେବା କରିବ କର୍ଉବ୍ୟ ଯେ ତହିଁ । 
ବାଞ୍ଚା କଳତରୁ ମୁକ୍ତିଦାତା ଜଗନ୍ନାଥ 
ହଳାୟୁଧ ସୁଭଦ୍ରାଙ୍କ ସହ ବସି ରଥ 
ଦକ୍ଷିଣ ମୁଖରେ ନୀଳାଚଳେ ଆଗମନ 
କଲାବେଳେ ଯେଉଁମାନେ କରନ୍ତି ଦର୍ଶନ 
ସେ ସକଳ ଜନଗଣ ମହାତ୍ମା ଅଟନ୍ତି 
ବିଷ୍ଣୁଙ୍କର ପ୍ରିୟସ୍ଥାନ ବୈକୁଣ୍ଠକୁ ଯାନ୍ତି 
ମୁନିଗଣ ଶୁଣ ବାଞ୍ଚା କଳତରୁ ସମ 
ସର୍ବତୀର୍ଥର ଆଧାର ଦେବ ଜନାର୍ଦ୍ଦନ 
ରଥ ଆରୋହଣ କରି ସମୁଦୁ କୂଳରେ 
ବାହୁଡ଼ି ଆସିଲା ବେଳେ ଦକ୍ଷିଣ ମୁଖରେ 
କୃପା ନେତ୍ରେ ଜଗତକୁ କରନ୍ତି ପବିତ୍ର 
ଦେଉଳ ନିକଟେ ହେଲାବେଳେ ଉପସ୍ଥିତ 
ଭାଗ୍ୟବନ୍ତ ଜନମାନେ କରନ୍ତି ପ୍ରଣାମ 
ଅବା ପ୍ରଭୁଙ୍କର ସ୍ତୁତି କରନ୍ତ ଗାୟନ 
ସେମାନେ ସଂସାରେ ଆଉ ନୂହନ୍ତି ଜନମ 
ନିଃସନ୍ଦେହେ ବ୍ରହ୍ମଲୋକେ କରନ୍ତି ଗମନ 
ଗୁଣ୍ଡିଚା ଯାତ୍ରା ବିଧାନ କରିଲେ ଶ୍ରବଣ 
ତାପ ଦୂର ହୋଇଯାଏ ଯେ କରେ କୀର୍ଉନ । 
ଶଯ୍ୟାରୁ ଉଠିଣ ପ୍ରାତଃ କାଳେ ପ୍ରତିଦିନ 
ଗୁଣ୍ଡିଚା ଉତ୍ସବ କଥା ଯେ କରେ କୀର୍ଉନ । 
ଅଥବା ଶୁଦ୍ଧ ମନରେ କରିବ ଶ୍ରବଣ 
ସେହିଜନ ଇନ୍ଦ୍ରଲୋକେ କରଇ ଗମନ । 
ଭଗବାନଙ୍କର ଅନ୍ୟମୁର୍ଭିକୁ ରଥରେ 
ବସାଇ ସେ ଜନ ରଥିଯାତ୍ରା କରିପାରେ । 
ଭଗବାନଙ୍କର ଅନୁଗ୍ରହରୁ ନିଶ୍ଚୟେ 
ଗୁଣ୍ଡିଚା ମଣ୍ଡପ ଉତ୍ସବର ଫଳ ପାଏ 
ଅନ୍ତେ ବୈକୁଣ୍ଠ ଧାମକୁ କରଇ ଗମନ 
ଏକଥାରେ ସନ୍ଦେହ ନ କର ରଷିଗଣ । 
ଯେଉଁ ଜନର ଯେ ରୂପ ବିଭବ ସମ୍ପତ୍ତି 
ଆଉ ତା ମନରେ ଥାଏ ଯେଉଁ ଶ୍ରଦ୍ଧାଭକ୍ତି । 
ସେ ଜନ ଶ୍ରଦ୍ଧାରେ ଯେଉଁ ରୂପକୁ ଇଚ୍ଛଇ 
ଏହି ମହୋତସସବେ ସେହିରୂପ । ଫଳ ପାଇ । 
ଯେ କରେ ଏ ଯାତ୍ରା ଅନୁଷ୍ଠାନ ବା ଦର୍ଶନ 
ସେ ମାନବ ଏ ସଂସାରେ ନ ହୁଏ ଜନମ । 
ପୂର୍ବକାଳେ କହିଥିଲେ ଚତୁର ଆନନ 
ସ୍ଵମୁଖରେ ଏ ଉତ୍ସବ ବିଷୟ ବର୍ଣ୍ଣନ | 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ପଞ୍ଚତ୍ରିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ 
ହେ ଜଗତନାଥ ଜଗତ୍‌ ଗୁରୁ ରୂପ ଧରି 
ସହସ୍ରାର ପଦ୍ଦେ ନିତ୍ୟ ଲୀଳାରେ ବିହରି | 
ଯେ ଜନ ମାନସ ନେତ୍ରେ କରଇ ଦର୍ଶନ 
ତାହାର ନାଶ ହୁଅଇ ଭବଭୟ ମାନ | 
ବେଦାନ୍ତ ଶାସ୍ତେ ପୂସିଦ୍ଧ ମୁକତି ଲଭଇ 
ସାଧନା ବଳରେ ସିନା ଦଶିନ କରଇ । 
କିନ୍ତୁ ଯେଉଁମାନେ ଅସମର୍ଥ ସାଧନରେ 
ତାହାଙ୍କୁ ମୁକତି କଥା ବିଚାରି ମନରେ । 
ନୀଳାଚଳ ଧାମେ ଦାରୁରୁପ ଧରିଅଛ 
ଅଧମ ଜନକୁ ଭବ ସାଗରୁ ତାରୁଛ | 
ଏକଥା ତ ଅସମ୍ଭବ ନୂହେଁ କଦାଚନ 
ଆପଣ କରନ୍ତି ଦୂର୍ଘଟନାକୁ ଘଟନ | 
କାୟ ମନୋବାକ୍ୟରେ ଯେ ଦର୍ଶନ କରଇ 
ସର୍ବସିଦି ଲାଭ କରି ମୁକତି ଲଭଇ | 
ହେ ପ୍ରଭୁ ଭକ୍ତିରେ ଦିନେ ନ କଲି ଦର୍ଶନ 
କହେ ହରିହର ପାରି ହୋଇବି କେସନ । 
ଇତି ଶ୍ରୀ ସ୍କନ୍ଦପୁରାଣେ ଉ୍ସଳଖଣ୍ଡେ 
ବାହୁଡ଼ା ଯାତ୍ରା ବର୍ଵନେ ନାମ 
ପଞ୍ଚତ୍ରିଂଶୋଃଧ୍ୟାୟଃ । 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ