ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତ୍ବାରିଂଶୋଧ୍ୟାୟଃ

 

 ଚତ୍ବାରିଂଶ ଅଧ୍ୟାୟ

ଜୈମିନି ମୁନି କହନ୍ତି ଶୁଣ ରଖଷିଗଣ 
ମାର୍ଗଶିର ମାସ ଶୁକୃପକ୍ଷ ଷଷ୍ଠୀ ଦିନ 
ପ୍ରାବରଣୋସ୍ସବ ପ୍ରଭୁ ଭଗବାନଙ୍କର 
ଯେ ବରେ ସେ ଜନ ଯାଏ ବଇକୁଣ୍ଡପୁର 
ତାହାର ବିଧାନ କହୁଅଛି ସର୍ବେ ଶୁଣ 
ପାବରଣୋସ୍ସବ ବସ୍ତ କରି ଆୟୋଜନ 
ପଞ୍ଚମୀ ଦିନ ରାତ୍ରରେ ଅଧ୍ବାସ କରି 
କର୍ମଜ୍ଞ ବ୍ରାହ୍ମଣ ମନେ ବିଷ୍ୁଙ୍କୁ ସୁମରି 
ଅନନ୍ତର ଦେବଙ୍କର ସମ୍ମୁଖେ ମଣ୍ଡଳ 
ପଞ୍ଚବର୍ଣ୍ଣ ମୁରୁଜରେ କରି ଅଷ୍ଟଦଳ 
: ମଣ୍ଡଳର ଦଶଦିଗେ ଦଶ ଦିଗପାଳ 
ବହିର୍ଭାଗ ଚାରିଦିଗେ ପୂଜିବ ସକଳ 
ପୂର୍ବେ କ୍ଷେତ୍ରପାଳ ପଶ୍ଚିମରେ ଗଣନାଥ 
ଉତ୍ତରେ ଚଣ୍ଡୀ ପଶ୍ଚିମେ ପ୍ରଚଣ୍ଡ ବିଖ୍ୟାତ 
ମଣ୍ଡଳ ମଧ୍ୟରେ ବସ୍ତ ରଖୁବା ନିମିତ୍ତ 
ଏକମାତ୍ର ଉଷ୍ଠ ବାରି କରିଣ ପ୍ରୋକ୍ଷିତ 
ଦ୍ଵିଜାନ୍‌ ସ୍ବେନେତି ମନ୍ତ୍ରକୁ କରିଣ ପଠନ 
ବସ୍ତ୍ରେ କରିବ ସେହି ପାତ୍ର ଆଚ୍ଛାଦନ 
ଗନ୍ଧ ଦ୍ରବ୍ୟେ ସୁବାସିତ ଏକବିଂଶ ବସ୍ତର 
ସେ ପାତ୍ରେ ବୈଖ୍ଣବ ମନ୍xତ୍େ ରଖ୍ବ ତୁରିତ 
ଅପର ପାତ୍ରରେ ତାହା କରି ଆଛାଦନ 
ବିଷ୍ଣୁ ସ୍ମରି ଏହି ମନ୍ତ୍ର କରିବ ପଠନ 
ଯେ ପ୍ରଭୁ ସ୍ଵତେଜେ ଜଗତର ଆଲୋକିତ 
ସେହି ପ୍ରଭୁଙ୍କର ବସ୍ତ୍ ହେବ ଆଚ୍ଛାଦିତ 
ହେ ଜଗତ ପତି ତୁମ୍ଭେ ଏ ବସ୍ତ ମଧ୍ୟରେ 
ବାସ କର ଶୀତକାଳେ ଅତି ଆନନ୍ଦରେ 
ଇନ୍ଦ୍ର ଘୋଗସ୍ତା ଇତ୍ୟାଦି ମନ୍ତେ ରକ୍ଷାକରି 
ସେ ବସ୍ତ୍ରକୁ ଗନ୍ଧ ପୁଷ୍ପ ଦେଇ ପୂଜା କରି 
ଅନନ୍ତର ପ୍ରଭୁଙ୍କୁ ଯେ ପୂଜିବ ବିଧୂରେ 
ଗନ୍ଧ ଲେପନ କରିବ ପ୍ରଭୁଙ୍କ ଅଙ୍ଗରେ 
ନୃତ୍ୟ ଗୀତ କରି ରାତ୍ରି ଯାପନ କରିବ 
ପ୍ରଭାତେ ସ୍କାନ ସନ୍ଧ୍ୟାଦି ସକଳ ସାରିବ 
ପୂର୍ବପରି ପୁନର୍ବାର କରିବ ଅର୍ଚ୍ଚନ 
ଯଥାବିଧୂରେ କରିବ ବସ୍ତକୁ ପ୍ରୋକ୍ଷଣ 
କାର୍ପାସ କ୍ଷୋମ ପଟ୍ଟାଦି ବସ୍ତେ ଆଛାଦନ 
କରି ଆଣିବ ପ୍ରଭୁଙ୍କୁ ବାହାରେ ତକ୍ଷଣ 
ଚତୁର୍ଦଦିଗେ ଧ୍ଵଜମାଳା କରି ଉତ୍ତୋଳନ 
ପ୍ରଭୁଙ୍କ ମସ୍ତକେ ଚକ୍ର କରିବ ଧାରଣ 
ଉଭୟ ପାର୍ଶ୍ଧେ କରିବ ଚାମର ବ୍ୟଜନ 
ସମ୍ମୁଖରେ ପୁଷ୍ପ ରାଜି କରିବ କର୍ଷଣ 
ନୃତ୍ୟ ଗୀତ ସହ ଦେବ ଗୃହ ପ୍ରଦକ୍ଷିଣ 
ତିନିବାର କରି ପ୍ରଥମରେ ଯଜମାନ 
ତାପରେ ପ୍ରଭୁଙ୍କୁ ପ୍ରଦକ୍ଷିଣ କରାଇବ 
ତିନିବାର କରିସାରି ଭିତରୁକ ନେବ 
ବସ୍ତରାଜି ବୀକ୍ଷଣାଦି ସଂସ୍କାର କରିବ 
ତିନିଠାକୁରଙ୍କୃ ସେହି ବସ୍ତର ପିନ୍ଧାଇବ 
ମୁଖଭିନ୍ନ ସର୍ବଅଙ୍ଗ କରି ଆଛ୍ରାଦନ 
ପ୍ରତ୍ୟେକଙ୍କୁ ସପ୍ତସଂଖ୍ୟା କରି ବସ୍ତର ଦାନ 
ତାପ୍ରରେ କର୍ପୁର ଯୁକ୍ତ ତାମ୍ବୁଳ ଅର୍ପଣ 
ଦୁର୍ବାକ୍ଷତ ଦେଇ ବନ୍ଦାଇବ ତତନକ୍ଷଣ 
ମୁନିଗଣ ଶୀତରତୁ କାଳେ ଯେଉଁ ଜନ 
ଶ୍ରୀ ଜଗନ୍ନାଥଙ୍କୁ କରେ ବସ୍ତେ ଆଛ୍ଥାଦନ 
ଏହି ପ୍ରାବରଣୋତ୍ସବ ଯେ କରେ ଦର୍ଶନ 
ତାର ଦୂର ହୁଏ ଜୀବନର ଆବରଣ 
ଶୀତୋଷ୍ଠାଦି ଦୃନ୍ଦ୍ ଦୁଃଖ ଭୋଗ ନ କରଇ 
ସକଳ ଅଭୀଷ୍ଟ ତାର ପୂରଣ ହୁଅଇ 
ତାହାପରେ ପ୍ରଭୁଙ୍କର ପ୍ରୀତି ଉଦ୍ଦେଶ୍ୟରେ 
ଅନ୍ୟାନ୍ୟ ଦେବ ପ୍ରତିମା ଗୁରୁଙ୍କ ସଙ୍ଗରେ 
ବ୍ରାହ୍ମଣ ଅଥବା ଦୀନ ଦୁଃଖୀ ଯେଉଁ ଜନ 
ଏମାନଙ୍କୁ ଶୀତବସ୍ତ୍ର କରିବ ପ୍ରଦାନ 
ଏହା କଲେ ଭଗବାନ ସନ୍ଧୁଷ୍ଟ ହୁଅନ୍ତି 
ଶୀତବସ୍ତ୍ ଦାତାର ଯେ ମଙ୍ଗଳ କରନ୍ତି 
ବ୍ରହ୍ମା ପୂର୍ବେ କରିଥଲେ ଯେ ରୂପେ ବର୍ଣ୍ଣନ 
ପୁଷ୍ୟା ସ୍କାନୋତ୍ସବ ବିଧ କହୁଅଛି ଶୁଣ 
| ପୁଷ୍ୟା ନକ୍ଷତ୍ରରେ ଯୁକ୍ତ ପୌଷ ପୂର୍ଣ୍ଣିମାରେ 
ପୁଷ୍ୟା ସ୍ଵାନୋତ୍ସବ ହୁଏ ବିଧ୍ବ ଅନୁସାରେ 
ପୂର୍ବ ଏକାଦଶୀ ଦିନ › ଏଶାନ୍ୟ କୋଣରେ 
ଅଙ୍କୁରାର୍ପଣ କରିବ ଯଥା ବିଧାନରେ | 
ସେହିଦିନୁ ପ୍ରଭୁଙ୍କର ଗ୍ଧହେ ପ୍ରତିଦିନ 
ନୃତ୍ୟ ଗୀତାଦି ଉତ୍ସବେ କରିବ ପୂଜନ 
ଚତୁର୍ବଶୀ ରାତ୍ରେ ଅଧ୍ୟବାସ ଯେ କରିବ 
ଏକାଅଶୀ ସଂଖ୍ୟା କୁମ୍ଭ ସ୍ଥାପନ କରିବ 
ଗବ୍ୟଘ୍ମତେ ପୂର୍ଣ ଏକବିଂଶ ସ୍ଵର୍ଣକୂମ୍ଭ 
ହରିଙ୍କ ସମ୍ମୁଖେ ଭଦ୍ର ମଣ୍ଡଳ ସ୍ଥାପିବ 
ସେ ମଣ୍ଡଳେ ଅତିବଡ଼ ଅତି ମନୋରମ 
ଦର୍ପଣ ଗୋଟିଏ ନେଇ କରିବ ସ୍ଥାପନ 
କୁଣ୍ଡଳ ମଧ୍ୟରେ ଘ୍ୂତ ପୂର୍ଣ କୁମ୍ଭମାନ 
ସ୍ଥାପନ କରିବ ଅଧବାସର ବିଧାନ 
ବ୍ରହ୍ମା ବିଷ୍ୁ ମହେଶ୍ବରଙ୍କର ଉଦ୍ଦେଶ୍ଯରେ 
ପଲାଶ ସମିଧ ଘୃତ ଚରୁ ସହିତରେ 
ପ୍ରତ୍ୟେକଙ୍କୁ ନିଜମନ୍ତେ ସହସ୍ତ ସଂଖ୍ୟାରେ 
ଆହୁତି ଦାନ କରିବ ବୈଷ୍ଣବ ଅଗ୍ନିରେ 
ଦପଣେ ପ୍ରତି ବିମ୍ବତି ଜଗନ୍ନାଥଙ୍କର 
ପୂଜା କରିବ ବିଧ୍ୂରେ ଦେଇ ଉପଚାର 
ପୂର୍ବରୁ ସ୍ଥାପିତ ଜଳପୂର୍ଣ କୁମ୍ଭମାନ 
ପୁରୁଷ ସୁକ୍ତ ମନ୍ତ୍ରରେ କରିବ ପ୍ରୋକ୍ଷଣ 
ଅଛିଦ୍ର ଜଳ ଧାରାରେ ଦର୍ପଣ ମଧ୍ୟରେ 
ସ୍ବାନ କରାଇବ ତିନି ଦେବଙ୍କୁ ବିଧ୍ୂରେ 
ପାବମାନୀ ମନ୍ତ୍ର ଅଉ ଶ୍ରୀସୂକ୍ତ ପଢ଼ିବ 
ଘୃତକୁମ୍ଭକୁ ଗାୟତ୍ରୀ ମନ୍ତ୍ରରେ ଶୋଧୂବବ 
ଗୋଟି ଗୋଟି କରି ପ୍ରଭୁଙ୍କର ମସ୍ତକରେ 
ଘୃତାଭିଷେକ କରିବ ମନ୍ତ୍ର ସହିତରେ 
ଏହାପରେ ଜଗତର ମଙ୍ଗଳ ନିଦାନ 
ପ୍ରଭୁଙ୍କୁ ପଞ୍ଚାମୂତରେ କରାଇବ ସ୍ଵାନ 
ଦ୍ଵିଜଗଣ ବେଦପାଠ ଏକାଳେ କରିବେ 
ଉତ୍ତାନାଦିସ୍ବରେ ପୂଷ୍ୟାଭିଷେକ ଉତ୍ସବେ 
ବୈଷ୍ଣବୀ ମନ୍ତ୍ର ବା ଶକ୍ର ସୂକ୍ତ ଇତ୍ୟାଦିରେ 
ଚନ୍ଦନ ମିଶ୍ପିତ ଜଳ ସହସ୍ର ଧାରାରେ 
ଜଗନ୍ନାଥଙ୍କର ଅଭିଷେକ କରାଇବ 
ଅଙ୍ଗରୁ ନିର୍ମାଲ୍ୟ କାଢ଼ି ଚନ୍ଦନ ଲେପିବ 
ତାପରେ ପ୍ରଭୁଙ୍କ ଦେହ କରିବ ଭୁଷଣ 
ବସ୍ତ୍ର ପିନ୍ଧାଇଣ ଦେବ ଅଳଙ୍କାରମାନ | 
ଅନନ୍ତର ଭଗବାନଙ୍କର ସମ୍ମୁଖରେ 
ଚକ୍ରାଦି ଅଷ୍ଟ ଆୟୁଧ ରଖୁବ ବିଧ୍ବରେ 
ରତନେ ଖଚିତ ଛତ୍ର ଶିରରେ ଧରିବ 
ଲକ୍ଷ୍ମୀସହ ନାରାୟଣ ଅର୍ଚ୍ଚନା କରିବ | 
ନାନବିଧ ଉପଚାର ଯୋଗାଇଣ ଦେବ 

ସେ କାଳେ ଅତି ମଧୁରେ ଶଙ୍ଖ ବାଜୁଥବ । 

ପରମ ରୂପସୀ ବାର ବିଳାସିନୀ ଗଣ 

ଚାମର ଧରି ବ୍ୟଯଜନ କରିବେ ତକ୍ଷଣ ! 

ନର୍ଭକ ନୃତ୍ୟ କରିବେ ଗାୟକ ଗାଇବେ 
ବନ୍ଦିଗଣ ସତି ପାଠ ସେ କାଳେ କରିବେ । 
ସର୍ବେ ମିଳି ଜୟ ଜୟ ଧ୍ଵନି ପ୍ରଭୁଙ୍କର 
ଗାଇବେ ସୁଖେ ରହନ୍ତୁ ବିଶ୍ଵବାସୀ ନର । 
ଦୁର୍ବାକ୍ଷତ ଯୁକ୍ତ ପୁଷ୍ଠାଞ୍ଜଳି କରି ଦାନ 


| ଶ୍ରୀ ଜଗନ୍ନାଥ ଦେବଙ୍କୁ କରିବ ଅର୍ଚ୍ଚନ | 

କର୍ପୁର ମିଶ୍ରିତ ସିତ ତଣ୍ୁଳ' ବିଞ୍ଧବ 
ସ୍ଵର୍ଣପାତ୍ରେ ଦୀପମାଳ ଧରି ବନ୍ଦାଇବ । 
ପ୍ରତ୍ୟେକ ଠାକୁରଙ୍କର ମୁଖ ନିକଟରେ 

ସ୍ଵର୍ଣ ପାତ୍ରସ୍ଥ ତାମ୍ବୁଳ ଅପିବ ବିଧୂରେ | 
ଏହାପରେ ଗୁହ୍ୟୋପନିଷଦକୁ ପଢ଼ିଣ 
ପ୍ରଭୁଙ୍କୁ କରିବ ଚାରିବାର ପ୍ରଦକ୍ଷିଣ | 
କ୍ଷିତିତଳେ ଦଣ୍ଡବତ ପ୍ରଣାମ କରିବ 

ବ୍ରାହ୍ମଣ ବୈଷ୍ଣବ ଗଣ ଶ୍ରଦ୍ଧାରେ ପୂୁଜିବ । 
ଆଚାର୍ଯ୍ୟକୁ ଯାଥାଯୋଗ୍ୟ ଦକ୍ଷିଣା ପ୍ରଦାନେ 
ସନ୍ତୋଷ କରିବ ବ୍ରାହ୍ମଣଙ୍କୁ ଭୋଜ୍ୟ ଦାନେ । 
ପୁଷ୍ୟା ଅଭିଷେକୋତ୍ସବ ଯେ କରେ ଦର୍ଶନ 
ତାହାର ମନ କାମନା ହୁଅଇ ଯେ ପୂର୍ଣ୍ଣ । 
ଅନ୍ତକାଳେ ବିଷ୍ଣୁପଦ ଲଭଇ ସେ ଜନ 
ରାଜ୍ୟ ଭ୍ରଷ୍ଟ ରାଜା ଯଦି କରଇ ଦର୍ଶନ । 
ପୁନର୍ବାର ହୃତ ରାଜ୍ୟ ହୁଅଇ ସେ ପ୍ରାପ୍ତ 
ଅପୁତ୍ରୀ ରମଣୀ ଲଭେ ଦୀର୍ଘାୟୁଷ ପୁତ୍ର । 
ମୁନିଗଣ ପୁଷ୍ୟାସ୍ପାନ ଉତ୍ସବ ଶୁଣିଲେ 
ଦରିଦ୍ରତା ନାଶ ହୁଏ ବ୍ରହ୍ମତେଜ ମିଳେ । 

' | ପୁଷ୍ୟାଭିଷେକ ଉତ୍ସବ କରିଲୁ ବର୍ଣନ 

ଉତ୍ତରାୟଣ ବିଧାନ କହୁଅଛି ଶୁଣ | 
ସ୍କନ୍ଦ ପୁରାଣେ ଉକତ ଉଚ୍କଳ ଖଣ୍ଡରେ 
ଚତ୍ବାରିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ଜୟ ଜୟ ଜଗନ୍ନାଥ ଲକ୍ଷ୍ମୀଦେବୀ କାନ୍ତ 
ଜୟ ବଳରାମ ବିଶ୍ଵଧାରଣେ ସମର୍ଥ | 
ଜୟ ମା ସୁଭଦ୍ରା ଦେବୀ କରିଲେ କରୁଣା 
ବିଲିନ ହୋଇବ ମୋର ବିଷୟ ବାସନା । 
ଜଞ୍ଜାଳ ଜାଲେ ଆବଦ୍ଧ ହୋଇ ରାତ୍ରଦିନ 
ଦୀନ ହରିହର ମାଗେ ଫିଟିବ ବନ୍ଧନ | 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ 
ପ୍ରାବରଣୋତ୍ସବ ପୁଷ୍ୟାଭିଷେକ ଉତ୍ସବ 
ବର୍ଣ୍ଣନେ ନାମ ଚତ୍ବାରିଂଶୋଧ୍ୟାୟଃ |



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ