ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟବିଂଶୋଧ୍ୟାୟଃ

  

ଅଷ୍ଟବିଂଶ ଅଧ୍ୟାୟ

ଜୈମିନି ମୁନି କହନ୍ତି ଶୁଣ ରଷିଗଣ
ନୀଳଚଳେ ଦାରୁରୁପେ ବିଜେ ଭଗବାନ
ବ୍ରହ୍ମାଙ୍କର ମନ୍ତ୍ର ମହମାରେ ଜଗନ୍ନାଥ
ନୃସିଂହ ରୂପେ ପ୍ରକାଶ ହୋଇଲେ ତୁରିତ
ଇନ୍ଦ୍ରଦ୍ୟୁମ୍ନ ଆଦି ସର୍ବେ କରିଲେ ଦଶନ
ଲହ ଲହ ଜିହ୍ଲା ମୁର୍ଭି ଅତି ତେଜିୟାନ
କାଳାଗ୍ନି ରୁଦ୍ର ସଦୃଶ ଭୟଙ୍କର-ମୂରି
ବିଶ୍ଵଗ୍ରାସ ' କରିବାକୁ ବ୍ୟଗ୍ର ହେଉଛନ୍ତି
ଅତ୍ୟାଶ୍ଚର୍ଯ୍ୟ ରୂପ ତାହାଙ୍କର ଚକ୍ଷୁକର୍୍
ନାସା ଗ୍ରୀବା ହସ୍ତ ପଦ ଅସଂଖ୍ୟ ବଦନ
ଶରୀର ତେଜରେ ସ୍ଵର୍ଗ ମର୍ତ୍ୟ ମଧ୍ୟସ୍କୁଳ
ପରିବ୍ୟାପ୍ତ ହୋଇଛି କି ଆଦିତ୍ୟ ମଣ୍ଡଳ
ଭୟଙ୍କର ମୁର୍ଭି ଦେଖୁ ସର୍ବେ ହେଲେ ଭୀତ
ସକଳର ଭୟପ୍ରଦ ହେଲେ ଜଗନ୍ନାଥ
ପ୍ରଳୟ କାଳ କି ଆସି ହେଲା ଉପସ୍ଥିତ
ପ୍ରାଣୀଗଣ ବିଚାରନ୍ତି ହୋଇ ଅତି ଭୀତ
ଏ ରୂପ କିମ୍ପାଇଁ ହେଉଅଛି ମହାଶୟ
କହନ୍ତୁ ହେ ପିତାମହ ଏହାର ନିର୍ଣ୍ଣୟ
ଜଗପୂତି ହରିଙ୍କର ଲୀଳାର ବିଷୟ
ଏକମାତ୍ର ତ ଆପଣ ଜାଣନ୍ତି ନିଶ୍ଚୟ
ବ୍ରହ୍ମା ଶୁଣନ୍ତେ ନାରଦ ରଷିଙ୍କ ବଚନ  
ଲୋକ ହିତକର ବାକ୍ୟ କହିଲେ ତକ୍ଷଣ

ନୀଳ ପର୍ବତରେ ବ୍ରହ୍ମରୂପୀ ଜଗନ୍ନାଥ

ଦାରୁମୟ ଦେହ ଧରି ଲୋକରେ ବିଦିତ
ତତ୍ତ୍‌ ଜ୍ଞାନ ହୀନ ମୁଢ଼ଗଣ ଏହି କଥା
ବିଶ୍ଵାସ କରିବେ ନାହିଁ କହିବେ ଅନ୍ୟଥା
ପ୍ରଭୁଙ୍କ ମହିମା ଲୋକେ ପ୍ରକାଶ ଯେପରି
ହେବ ଏହିକଥା ଆମ୍ଭେ ମନରେ ବିଚାରି
ଅନୁଷ୍ଟପ ମନ୍ତ୍ରରାଜ କରିବାରୁ ନ୍ଯାସ
ପ୍ରଭୁଙ୍କ ଦେହରେ ହେଲା ଏ ତେଜ ପ୍ରକାଶ ।
ତେଣୁ ନରସ୍ବିଂ ହ ରୂପେ ପ୍ରକାଶ ହୋଇଲେ
ଏଁ ପ୍ରଭୁ ପୂର୍ବକାଳରେ ଏ ମନ୍ତ୍ର ବଳରେ| 
ଆମ୍ଭ ସପକ୍ଷରେ ଉଭୟଙ୍କର ରୂପ ହେଲେ
ହିରଣ୍ୟ କଶିପୁ ବକ୍ଷ ନଖେ ବିଦାରିଲେ
ଅସୀମ ତେଜ ବିଷୁଙ୍କ ଏହିପରି ମୁଭି
ଆରାଧନା କଲେ ଜୀବଗଣ ମୁକ୍ତି ହୋନ୍ତି
ବ୍ରହ୍ମା ଶ୍ରୀନ୍ନସିଂହ ଦେବଙ୍କ ସମ୍ମୁଖରେ
କରଯୋଡ଼ି ଆନନ୍ଦରେ ସ୍ତୁତି ଗାନ କଲେ| 
ଏମନ୍ତ ଗ୍ରହଣ କଲାମାତ୍ରେ ଦୁଷ୍ଟଗ୍ରହ
ଅଲୌକିକ ସର୍ବଶ୍ରେଷ୍ଠ ଅଟନ୍ତି ଆପଣ
ଅଦ୍ଵିତୀୟ ସିଂହ ମୂର୍ଭିଧାରୀ ନମୋନମଃ
ଯୋଗୀଗଣଙ୍କର ଯୋଗରୂପ ଗୁହାଶାୟୀ
ଅପ୍ରତିମ ସିଂହ ପଦେ ହୈଉଛି ବିନୟୀ ।
ମହା ସିଂହଗଣ ମଧ୍ୟରେ ତ ଶ୍ରେଷ୍ଠ ସିଂହ
ନୀଳାଦ୍ରି ଶୁଙ୍ଗ ବିହାରୀ ଆହେ ଶ୍ରେଷ୍ଠ ସିଂହ ।
ସିଂହ ରୂପ ଧରି ଦୁଃଖାର୍ଣବବୁ ପାରି କର ।
ତେଜୋମୟ ଦିବ୍ୟସିଂହ ପଦରେ ପ୍ରଣାମ
ଚିତ୍ରସିଂହ ଆପଣଙ୍କ ଆକୃତି ଭୀଷଣ
ଶରଣାଗତ ବ୍ୟକ୍ତର କ୍ଲେଶ ନାଶ କର
ସିଂହରୂପ ଆପଣଙ୍କ ପାଦେ ନମସ୍କାର
ବୀରବରଗଣ ମଧ୍ୟରେ ତ ଅଦ୍ବିତୀୟ
ବୀରକେଶରୀ ଅଟନ୍ତି ଆପଣ ନିଶ୍ଚୟ
ଦୈତ୍ୟ ପଶୁ ବିନାଶନ ଅଥୈ ମହାସିଂହୂ
ଦେବଗଣ ମଧ୍ୟେ ଅଧ୍ବଦେବ ଶେଷସିଂହ ।
ଆପଣଙ୍କ ପଦେ ବାରମ୍ବାର ନମସ୍କାର
ହେ ଭୂଷଣ ମୂର୍ଭି ଆମ୍ଭଙ୍କୁ ତ ରକ୍ଷା କର
ଦିବ୍ୟ ସିଂହଙ୍କୁ ଏ ରୂପେ ଧାତା ସତି କଲେ
ନୃସିଂହ ଦେବଙ୍କ ଯନ୍ତ୍ର ସେ ସ୍ଥାନେ ଆଙ୍କିଲେ ।
ଶ୍ରୀ ନୂସିଂହ ଦେବଙ୍କର ଆଥର୍ବଣ ମନ୍ତ୍ର
ଯନ୍ତ୍ରର ଯଥା ସ୍ଥାନରେ କରିଲେ ଅଙ୍କିତ
ସେ ମନ୍ତ୍ର ଇତ୍ଦ୍ୁଦ୍ୟୁମ୍ମଙ୍କୁ କରିଲେ ଦୀକ୍ଷିତ
ବୈଷ୍ଣବ ନିର୍ବାଣ ନାମେ ବେଦାନ୍ତେ ଉକ୍ତ ।
ଯେଉଁମନ୍ତେ ବେଦ ଚତୁଷ୍ଟୟ ଅବସ୍ଥିତ
ପୂର୍ବେ ସ୍ବାୟମ୍ଭୁବ ମନୁ ଯେ ମନ୍ତେ ଦୀକ୍ଷିତ ।
ସ୍ଵୟମ୍ଭୁବ ମନୁ ଜପ କରି ଯେଉଁ ମନ୍ତ୍ର
ସୃଷ୍ଟି ବିସ୍ତାର କାରଣେ ହୋଇଲେ ସମର୍ଥ ।
ଅଣିମାଦି ଅଵ୍ଟୈଶୃର୍ଯ୍ୟ ସେ ମନ୍ତ୍ରର ଫଳ
ଚତୁର୍ବର୍ଗ ପୁରୁଷାଥ ଲଭନ୍ତି ସକଳ
ଏ ମନ୍ତ୍ରରାଜକୁ ନିତ୍ୟ ଯେ ଜନ ଜପଇ
ଆପଣଙ୍କ ପଦେ ବାରମ୍ବାର ନମସ୍କାର
ସାମାନ୍ୟ କାମନା ସିଛି ଦୁର୍ଲଭ ନୁହଇ
ସର୍ବବିଧ ଦାନଫଳ ପ୍ରଦାନେ ସମର୍ଥ
ସିଂହାକୃତି ନରସିଂହ ଦେବ ଯେଉଁପରି
ଦହନ କରନ୍ତି ପାପ ରାଶି ତୁଳାପରି
ଅକ୍ଷର ମାତ୍ରକ ମନ୍ତ୍ରରାଜ ସେହିପରି
ଜୀବମାନଙ୍କର ପାପ ଦହନ ଯେ କରି
ଏହି ମନ୍ତ୍ରରାଜ ଜପ କରି ଯତିଗଣ
ଭବ ବନ୍ଧନରୁ ମୁକ୍ତ ହୁଅନ୍ତି ତକ୍ଷଣ
ଗ୍ରହାପସ୍କାର ତାକିନୀ ରାକ୍ଷସ ସମୂହ |
ଭୂତ ବେତାଳ ପିଶାଚ ଉରଗ ସକଳ
ଦୂରଦେଶେ ପଳାୟନ କରନ୍ତି ତକ଼ାଳ ।
ଯେତେବେଳେ ମନ୍ତ୍ରରାଜ କରିଲେ ଗ୍ରହଣ
ନୃସିଂହ ଦେବ ଭୀଷଣ ମୂଭି ତ୍ୟାଗ କଲେ
ପ୍ରସନ୍ନ ମୂରିରେ ସିଂ ହାସନେ ବିଜେ କଲେ
କମଳା ଦେବୀ ଯେ ବକ୍ଷସ୍ଥଳେ ତାହାଙ୍କର
ଚନ୍ଦ୍ର ସୂର୍ଯ୍ୟ ପରି ସ୍ଵଚ୍ଛ ନୟନ ଯୁଗଳ ।
ଚକ୍ର ଧନୁ ଏ ଦୁଇରେ ଶୋଭା ବେନିହସ୍ତ
ଅନ୍ୟ ଦୁଇହସ୍ତ ଜାନୁ ଉପରେ ନିହିତ ।
ଓକାର ରୂପ କର୍ଣ୍ଣିକା ମଧ୍ୟରେ ଶୋଭିତ
ପଦ୍ଧମଧ୍ୟେ ମହାସୁରେ ଉପବିଷ୍ଟ ହୋଇ
ଦିବ୍ୟରତ୍ସ ଅଳଙ୍କାରେ ଦେହ ସୁଶୋଭିତ
ହଳ ଲଙ୍ଗଳକୁ ହସ୍ତେ ବଳଭଦ୍ର ଧରି
ବିରାଜମାନ ନୃସିଂହ ଦେବଙ୍କ ପଛରେ
ଏହାଦେଖୁ ଇନ୍ଦ୍ରଦ୍ୟୁମ୍ନ ହରଷ ହୋଇଲେ ।
ବିସ୍ମୟରେ ପଚାରିଲେ ବ୍ରହ୍ମାଙ୍କୁ ତୂରିତ
କି ରୂପେ ବୁଝିବୁ ଆମ୍ଭେ ମାନବ ହୋଇଣ
ରଥରୁ ଏ ଦାରୁମୟୀ ମୁଭି ନାରାୟଣ |
ମନ୍ଦିର ମଧ୍ୟରେ ଆଣି ରଖୁଲେ ଆପଣ
ଏଥୂରେ ଆମ୍ଭର ମନେ ହେଉଛି ସଂଶୟ
ପୂର୍ବକାଳେ ଦୈବବାଣୀ ଶୁଣିଲି ନିଶ୍ଚୟ ।
ମନୁଷ୍ୟଦ୍ଵାରା ନିର୍ମାଣ ହୋଇ ତ ନ ଥୂବ
ବିଷ୍ଣୁଙ୍କର ଚାରିମୂରି ପ୍ରକାଶ ପାଇବ |
ଏକ୍ଷଣରେ ଏକମାତ୍ର ମୂରି ପ୍ରତିଷ୍ଠିତ
ପିତାମହ ଏହିକଥା ଶ୍ରବଣ କରିଲେ
ଯେ ମନ୍ତ୍ର ଯଜ୍ଞ ସମସ୍ତ ସମୁଦାୟ ତୀର୍ଥ
ବିଧାତାଙ୍କ ନିକଟରୁ ରାଜା ଇନ୍ଦ୍ରଦ୍ୟୁମ୍ନ

ମନ୍ତ୍ର ଅକ୍ଷର ଦ୍ଵିତ୍ରିଂଶଶ ଦଳରେ ବେଷ୍ଟିତ ।
ଅଙ୍ଗ ଅଚ୍ଚହାସ୍ୟ ଲକ୍ଷ୍ମୀ ବଦନକୁ ଚାହିଁ ।
ଜଟା ସମୂହରେ ମୁଖପଦ୍ଧ ବିରାଜିତ |
ସହସ୍ର ଫଣା ମଣ୍ଡଳ ଛତ୍ରାକାର କରି |

ଶ୍ରୀ ଜଗନ୍ନାଥ ପ୍ରଭୁଙ୍କ ଅଭୁତ ଚରିତ |
ଯଜ୍ଞ ଶେଷରେ କିମ୍ପାଇ ହୋଇଲେ ଭୀଷଣ ।
ପୂର୍ବପରି ଚାରିମୂରି ନୂହଁଇ ଲକ୍ଷିତ |
ହେ ପ୍ରଭୁ ଆମ୍ଭେ ଯଦ୍ୟପି ଶୁଣିବାକୁ ଷମ
ଏ ବିଷୟ କୃପାକରି କହନ୍ତୁ ଆପଣ
ଭଗବାନଙ୍କର ମାୟା ଏହାକି ଅଟଇ
ଅଥବା ପ୍ରକୃତ କଥା ଏଥିରେ ଅଛଇ ।
ସହ୍ଦେହମନା ରାଜାଙ୍କୁ ବୁଝାଇ କହିଲେ । 
ବିଷ୍ଣୁଙ୍କର ନରସିଂହାକୃତି ଆଦି ମୂରି 
ଆମ୍ଭଙ୍କୁ ତ ଅନୁଗ୍ରହ କଲେ ତୁମ୍ଭପ୍ରତି 
ଭଗବାନ ନାରାୟଣ ସେ ଆଦ୍ୟ ମୁଭିରେ 
ପ୍ରକାଶ ହୋଇଲେ ଏହି ସିଂହାସନ ପରେ 
ହେ ନୃପ ଶାର୍ଦ୍ଧଳ ଏହି ମୂି ଦାରୁମୟୀ 
ମନେ ଏକଥା ବିଚାର କରିବେ ତ ନାହିଁ 
ଏହି ମୂରିକୁ ପ୍ରତିମା ବୋଲି ନ ଭାବିବ 
ତୁମ୍ଭର ସକଳ ଦୁଃଖ ଖଣ୍ଡନ ହୋଇବ 
ଅଖଣ୍ଡ ଆନନ୍ଦ ଦାନ ହେତୁ ସାକ୍ଷାତରେ 
ପରଂବ୍ରହ୍ମାକୃତି ବୋଲି ବିଚାର ମନରେ 
ମନୀଷିଗଣ ବିଚାର କରି କହିଛନ୍ତି 
କାଷ୍ଠ ସଦୃଶ ପରମବ୍ରହ୍ମଙ୍କର ଖ୍ୟାତି 
ଚାରିବେଦ ମଧ୍ୟେ ବ୍ରହ୍ମରୂପୀ ନାରାୟଣ 
ଦାରୁମୟ ରୂପ ବୋଲି ହୋଇଛି ପ୍ରମାଣ 
କେବଳ ସୈ ଏକମାତ୍ର ଜଗତ କରତା 
ପ୍ରକୃତରେ ଅନ୍ୟ କେହି ନାହିଁ ସୃଷ୍ଟିକର୍ତା 
ଏ ହେତୁ ନିଜେ ନିଜକୁ ସୃଷ୍ଟି କରିଛନ୍ତି 
ଶହ୍ଦବ୍ରହ୍ମ ପରଂବ୍ରହ୍ମ ଅଭେଦ ଅଟନ୍ତି 
ପ୍ରଳୟ କାଳରେ ପରଂବ୍ରହ୍ମ ଏକମାତ୍ର 
ସୃଷ୍ଟିକାଳେ ପୂନର୍ବାର ଭେଦ ଉପସ୍ଥିତ 
ଶବ୍ଦ ଆଉ ଶହଦାର୍ଥରେ ଭେଦ ଯେ ପ୍ରକାର 
ସେହିପରି ଏ କଥାରେ ସନ୍ଦେହ ନ କର 
ଅର୍ଥ ଶୂନ୍ୟ ହୋଇକରି କେଉଁ ଶବ୍ଦ ନାହିଁ 
ଶବ୍ଦ ନ ଥିଲେ ତ ଅର୍ଥ ବୋଧ ନ ହୁଅଇ 
ରକ୍ବେଦ ସ୍ଵରୂପୀ ବଳଦେବ ବିରାଜିତ 
ନରସିଂହ ଦେବ ସାମବେଦ ରୂପେ ଖ୍ୟାତ 
ଯଜୁର୍ବେଦ ସ୍ଵରୂପିଣୀ ସୁଭଦ୍ରା ଅଟନ୍ତି 
ଅଥର୍ବ ବେଦ ସ୍ଵରୂପେ ସୁଦର୍ଶନ ଖ୍ୟାତି 
ଏହିପରି ଭେଦ ଅଟେ ଭଗବାନଙ୍କର 
ଚାରିପ୍ରକାରେ ବୁଝିବ ଆହେ ନୃପବର 
ଅଭେଦ ବୃଦ୍ଧିରେ ଏକ ପଦାଥ ନିଶ୍ଚୟ 
ଏହି ବିଷୟେ ନ କର ମନରେ ସଂଶୟ 
ଏକମାତ୍ର ତ ଅଚନ୍ତି ବିଭୁ ଭଗବାନ 
ବହୁ ରୂପରେ ପ୍ରକାଶ ହୁଅନ୍ତି ଜାଣିବ 
ଭଗବାନଙ୍କର ଆଉ ଅନ୍ୟ ଅବତାର 
ଏହି ରୂପରେ ପାର୍ଥକ୍ୟ ମନରେ ବିଚାର 
ହେ ନୃପ ତୁମ୍ଭର ମନ ହେଲା କି ସନ୍ତୋଷ 
ଜଗନ୍ନାଥଙ୍କର ତତ୍ତ୍ଵ କରିଲୁ ପ୍ରକାଶ 
ତୁମ୍ଭର ମନରେ ଇଚ୍ଛା ଯେପରି ହୂଅଇ 
ଭକ୍ତିରେ ଜଗନ୍ନାଥଙ୍କୁ ସେବାକର ଯାଇ 
ଜଗନ୍ନାଥ ସର୍ବରୂପ ସର୍ବ ମନ୍ତ୍ରମୟ 
ଯେଉଁ ଉଦ୍ଦେଶ୍ୟରେ ପୂଜା କରିବ ନିଶ୍ଚୟ । 
ତାହାର ଯେ ଫଳ ଲାଭ ସେ ରୂପ ହୋଇବ 
ଏଥୁରେ ସନ୍ଦେହ କର ନାହିଁ ନରଦେବ । 
ବିଶୁଦ୍ଧ ସ୍ଵର୍ଣ୍ଣ ଯେପରି ବହୁ ପରକାରେ 
ଗଠନ ହେଲେ ବିବିଧ ନାମକୁ ଯେ ଧରେ | 
ବିବିଧ ପ୍ରକାରେ ଦିଏ ମନରେ ସନ୍ତୋଷ 
ସେହିପରି ନାମ ରୂପ ଧରି ଜଗଦୀଶ | 
ଯାହାର ମନରେ ହୁଏ ଯେ ରୂପେ ବିଶ୍ବାସ 
ତାହାର କାମନା. ଫଳ ସେ ରୂପେ ପ୍ରକାଶ । 
ହେ ନୃପ ବିଶୁଦ୍ଧ ମନେ ଆରାଧନା କର 
ଦାରୁମୟ ହରିଙ୍କର ସେବାରେ ତପୂର | 
ତୁମ୍ଭରି ମନର ଅଭିଳାଷ ବୁଝି କରି 
ମନ୍ତ୍ରଦାନ କରିଅଛି ହେ ନୃପ କେଶରୀ । 
ସେ ମନ୍ତ୍ରରେ ବିଭୁଙ୍କର ଅର୍ଚ୍ଚନା କରିବ 
ଚତୁର୍ବର୍ଗ ଫଳ ଲାଭ ନିଶ୍ଚୟ ହୋଇବ । 
ଏହାଠାରୁ ଶ୍ରେଷ୍ଠତମ ମନ୍ତ୍ର କିଛି ନାହିଁ I 
ମନେ ରଖ ଆଉ କେଉଁକାଳେ ହେବ ନାହିଁ । 
ଏମନ୍ତ ଅର୍୍ଟନା କଲେ ପ୍ରଭୁ ଭଗବାନ 
ତୁଷ୍ଟ ହୋଇ ମନୋରଥ କରନ୍ତି ପ୍ରଦାନ । 
ଏପରି କି ନିଜପଦ ଦାନ କରିଥାନ୍ତି 
ନୀଳାଚଳେ ଦାରୁମୟ ବିଷ୍ଣୁଙ୍କୁ ଯେ ବ୍ୟକ୍ତି । 
ଅର୍ଚ୍ଚନା କରେ ତାହାର ଯଜ୍ଞ ତୀର୍ଥ ଦାନ 
ବ୍ରତ ତପସ୍ୟାରେ ଆଉ ନାହିଁ ପ୍ରୟୋଜନ । 
ହେ ଭୂପ ତୁମ୍ଭଙ୍କୁ ଜଗନ୍ନାଥଙ୍କର ତତ୍ତ୍ଵ 
ବୂଝାଇଁ କହିଲୁ ତୁମ୍ଭ ମନ ହେଲା ତୃପ୍ତ । 
ସାଗର ତୀରେ କଳପ ବଟର ମୂଳରେ 
ନୀଳାଚଳେ ଦାରୁବ୍ରହ୍ମ ଦର୍ଶନ କରିଲେ । 
ସେ ସକଳ ଜନେ ମୁକ୍ତିଲାଭ କରିଥାନ୍ତି 
ଏଥୁରେ ସନ୍ଦେହ କରନାହିଁ ନରପତି | 
ସ୍କନ୍ଦ ପୁରାଣେ ଉକତ ଉତ୍କଳ: ଖଣ୍ଡରେ 
ଅଷ୍ଟବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ନାନାରୂପ ଧରି ଅଛ ପ୍ରଭୁ ବ୍ରହ୍ମାଣ୍ଡରେ 
ତୁମ୍ଭର ନ ଥବା ସ୍ଥାନ ନାହି ଜଗତରେ । 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେ 
ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନେ 
ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ପ ସମ୍ବାଦେ ନାମ 
ଅଷ୍ଟବିଂଶୋଧ୍ୟାୟଃ 



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ




.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ