ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତୁର୍ବିଂଶୋଧ୍ୟାୟଃ

  

ଚତୁର୍ବିଂଶ ଅଧ୍ୟାୟ 

ଜୈମିନି କହନ୍ତି ନରପତି ଇନ୍ଦ୍ରଦ୍ୟୁମ୍ନ 
ବହୁଯୁଗ ପରେ କ୍ଷେତ୍ରେ କଲେ ଆଗମନ । 
ଉ୍କଣ୍ଡିତ ଚିତ୍ତେ ଜାତ ରୋମାଞ୍ଚ ଦେହରେ 
ଜଗନ୍ନାଥଙ୍କୁ ପ୍ରଣାମ କଲେ ଭୂତଳରେ 
ହେ ବ୍ରହ୍ମଣ୍ୟ ଦେବ ଗୋ ବ୍ରାହ୍ମଣ ହିତକାରୀ 
ପ୍ରଣତ ଜନର ସଦା ଅଶୁଭ ନିବାରି | 
ଆପଣ ଧର୍ମାଦି ଚତୁବଗର କାରଣ 
ହିରଣ୍ୟ ଗର୍ଭ ପୁରୁଷ ରୂପେ ବିଦ୍ୟମାନ । 
ପ୍ରଧାନ ଅବ୍ୟକ୍ତ ଏକମାତ୍ର ଜ୍ଞାନ ଗମ୍ୟ 
ସେହି ବାସୁଦେବଙ୍କୁ ଯେ କରୁଛି ପ୍ରଣାମ 
ଏହିରୂପେ ସ୍ତୁତି ବାକ୍ୟ କଲେ ଉଚ୍ଚାରଣ 
ଆନନ୍ଦ ଅଶ୍ର ନୟନେ କଲେ ପ୍ରଦକ୍ଷିଣ । 
ପୁନରପି ବହୁଥର କରିଲେ ପ୍ରଣାମ 
ସଙ୍ଗତରେ ଆସିଥଲେ ଯେତେ ଦେବଗଣ । 
କୃତାଞ୍ଜଳି ପୁଟେ ଅତି ହରଷ ମନରେ 
ଅବନତ ଶିରେ ସୁତି ବାକ୍ୟ ଆରମ୍ଭିଲେ । 
ଯାହାର ସହସ୍ର ଶିର ସହସ୍ବ ଶ୍ରବଣ 
ସହସ୍ର ଚର୍ମ ନୟନ ଚିହୁନ ଆଉ ପ୍ରାଣ 
ମୁଖ ହସ୍ତ ପାଦ ବାୟୁ ଉପସ୍ଥ ସହସ୍ର 
ସକଳ ପ୍ରାଣୀଙ୍କ ଦେହ ମଧ୍ଯରେ ନିବାସ 
ନାଭି ଉର୍୍୍ଧେ ଦଶାଙ୍ଗୁଳ ସ୍ଥାନ ବିଦ୍ୟମାନ 
ଜ୍ଞାନରୂପୀ ପରମାତ୍ମାଙ୍କର ଅଧବଷ୍ଠାନ 
ପରଂବ୍ରହ୍ମ ପରମାତ୍ମା ପରମ ପୁରୁଷ 
ତିନିନାମେ ଅଭିହିତ କରନ୍ତି ବିଦୂଷ 
ଭୁତ ଭଵିଷ୍ୟତ ବର୍ଭମାନ ତ୍ରିକାଳରେ 
ବିଦ୍ୟମାନ ବୋଲି କହୁଛନ୍ତି ଶାସ୍ତକାରେ । 
ଏ ରୁପେ ଯାର ମହିମା ସଦା ବିରାଜିତ 
ସର୍ବଦେଶେ ସଦାକାଳେ ହୋଇଅଛି ବ୍ୟାପ୍ତ । 
ଏହି କାରଣରୁ ସେର୍ହଁ ପ୍ରଭୁ ସର୍ବ ଜ୍ୟେଷ୍ଠ 
ଚତୁର୍ଦ୍ଦଶ ଭୁବନରେ ସେ ପୁରୁଷ ଶ୍ରେଷ୍ଠ । 
ପୃଥୁବୀ ଜଳ ଅନଳ ଆକାଶ ପବନ 
ତାହାଙ୍କର ଏକପାଦ ରୂପେ ବିଦ୍ୟମାନ 
ରକ ଯଜୁ ସାମ ବେଦ ` ସେହି ପ୍ରଭୁଙ୍କର 
ଅନ୍ୟ ତିନିପାଦ ରୂପେ ରହିଅଛି ସ୍ଥିର 
ସେହି ପାଦ ଜ୍ରିୟାମ୍ବକ ସୂର୍ଯ୍ୟ ରୂପ ହୋଇ 
ସ୍ବର୍ଗ ରାଜ୍ୟ ମୁକ୍ିଦ୍ଵାର ରୂପେ ବିରାଜଇ । 
ହେ ଦେବ ସର୍ବନିୟନ୍ତା: ଅଟନ୍ତି ଆପଣ 
ପରମାମ୍ଭା ସ୍ଵରୂପରେ କରି ଅବସ୍ଥାନ 
ଆପଣଙ୍କଠାରୁ ଛିଦ୍ର ହୋଇଛି ଉପ୍ପନ୍ଧ 
ଆଉ ଯଜ୍ଞ ପୁରୁଷଙ୍କୁ କରିଛନ୍ତି ଜନ୍ମ | 
ଆପଣଙ୍କଠାରୁ ସର୍ବ ପ୍ରାଣୀ ଉତପତ୍ତି 
ମୁଖ ଦେଶରୁ ଜନମ ଏ ବ୍ରାହ୍ମଣ ଜାତି । 
ବାହୂରୁ କ୍ଷତ୍ରିୟ ଉରୁଦେଶୁ ବୈଶ୍ୟ ଜାତ 
ପାଦ ଦେଶରୁ ଯେ ଶୂଦ୍ର ହୋଇଛି ସମ୍ଭୁତ । 
ଆପଣଙ୍କ ମନରୁ ଯେ ଚନ୍ଦ୍ରର ଜନମ 
ନୟନରୁ ସୁ ସୂର୍ଯ୍ୟ କର୍ଣ୍ଣ ଦେଶରୁ ପବନ । 
ଜିହ୍ବାରୁ ଅନଳ ଜାତ ନାଭିରୁ ଆକାଶ 
ମସ୍ତକରୁ ସ୍ବର୍ଗ ପଦଧୁ ପୁଥୁବୀ ପ୍ରକାଶ | 
କର୍ଣ୍ଣ ଦଵୟରୁ ଯେ ଅଷ୍ଟଦିଗ ଉତପର୍ତି 
ସ୍ଵୟଂ ଯଜ୍ଞ ପୁରୁଷ ରୂପରେ ଅବସ୍ଥିତି | 
ସପ୍ତ ସମୁଦ୍ର ପରିଧୂ ରୁପେ ଶୋଭା ପାଏ 
ଏକବିଂଶ ଛାନ୍ଦ ଯଞ୍ଞେ ସମିଧ ବୋଲାଏ । 
ଚରାଚର ଏ ଜଗତ ତୁମ୍ଭଠାରୁ ଜାତ 
ହେ ପରମେଶ୍ବର ତୁମ୍ଭେ ସ୍ବୟଂ ଜଗନ୍ନାଥ । 
ଜଗତ ପାଳନକରଉାଁ ଆପଣ ଅଟନ୍ତି 
ଜଗତ ସଂହାର କର ଧରି ଉଗ୍ର ମରି | 
ଆପଣ ନିଜକୁ ନିଜେ କରନ୍ତି ପ୍ରକାଶ 
ଆପଣ ତ ସ୍ଵୟଂ ଯଜ୍ଞ ଆବର ଯଜ୍ଞାଂଶ । 
ଆପଣ ଅଟନ୍ତି ପରାପୂର ଯଞ୍ଞେଶ୍ଵର 
ପରମ ଶବଦ ବ୍ରହ୍ମ ରୂପରେ ବିହାର 
ଏହି ବିଶ୍ଵକୁ ପ୍ରକାଶ କରନ୍ତୁ ଆପଣ 
ବ୍ରହ୍ମ ସ୍ଵରୂପ ସମ୍ରାଟ ରୁପେ ବିଦ୍ୟମାନ । 
ଆପଣ ତ ଅଧଃ ଉର୍ଧ ଚାରିଦିଗେ ବ୍ୟାପ୍ତ 
ଶ୍ରେଷ୍ଠପଦ ଦିଅ ଯଜ୍ଞେ ହେଲେ ଆରାଧୂତ । 
ଭୋକ୍ତାରୂପରେ ଆପଣ ଭୋଜ୍ୟ ତ ଆପଣ 
ହବି ହୋତା ହୋମଫଳ ରୂପେ ବିଦ୍ୟମାନ । 
ସମସ୍ତ କର୍ମର ଭୋକ୍ତା ଅଟନ୍ତି ଆପଣ 
ଆବର ସମସ୍ତ କର୍ମ ରୂପେ ବିଦ୍ୟମାନ । 
ସମସ୍ତ କର୍ମର ଉପକରଣ ଆପଣ 
ସମଗ୍ର କର୍ମର ଫଳ କରନ୍ତି ପ୍ରଦାନ | 
ସକଳ ପ୍ରାଣୀଙ୍କୁ କର୍ମେ ନିଯୁକ୍ତ କରନ୍ତି 
ଧର୍ମ ଅର୍ଥ କାମ ମୋକ୍ଷଫଳ ଦେଇଥାନ୍ତି । 
ହୃଷିକେଶ ଆଉ କିଏ ଆପଣଙ୍କ ଭିନ୍ନ 
ସମର୍ଥ ହୋଇବା କରିବାକୁ ମୁକ୍ତି ଦାନ । 
ଅନନ୍ତ ଦେବ ସହସ୍ତ ମୁର୍ଭି ପାଦ ଶିର 
କର୍ଵଚକ୍ଷୁ ଉରୁ ବାହୁ ହଜାର ହଜାର 
ସହସ୍ର ନାମ ଶାଶ୍ବତ ପୁରୁଷ ଉତ୍ତମ 
ସସ୍ରକୋଟି ଯୁଗଧାରୀ ପ୍ରଭୁଙ୍କ ପ୍ରଣାମ । 
ପ୍ରଭୋ ଆମ୍ଭ ଅଧ୍ବକାର ହୋଇଅଛି ଚ୍ୟୁତ 
ଆପଣଙ୍କ ପାଦତଳେ ଶରଣ ଗଲୁ ତ 
ହେ ପୁଣ୍ଡରିକାକ୍ଷ ଆମ୍ଭର ନାହିଁ ଅନ୍ୟଗତି 
ଆମ୍ଭର ତ ଏକମାତ୍ର ଆପଣ ଯେ ଗତି 
ଆମ୍ଭମାନଙ୍କୁ ଯେ ରକ୍ଷା କରନ୍ତୁ ଆପଣ 
ଏ ସଂସାରେ ଦୁଃଖ ଭୋଗୁଛନ୍ତି ଜୀବଗଣ 
ତାହାଙ୍କର ଏକମାତ୍ର ଆଶ୍ରୟ ଅଟନ୍ତି 
ଦୀନ ଜନମାନଙ୍କୁ ତ ପାଳନ କରନ୍ତି 
ଦୀନ ଅନାଥ ବ୍ୟକ୍ତିର ଆଶ୍ରୟ ଆପଣ 
ହେ ବିଷୁ ହେ ଜଗନ୍ନାଥ କର ପରିତ୍ରାଣ । 
ହେ କମଳକାନ୍ତ ତୂମ୍ଭ ବିନା ଏ ଭବରେ 
ଆମ୍ଭଙ୍କୁ ରକ୍ଷା କରିବ ସଂସାର ସାଗରେ । 
ପ୍ରଭୁ ଅନ୍ତର୍ଯ୍ୟାମୀ ସର୍ବ ତେଜର ଆଧାର 
ଆପଣଙ୍କ ପାଦତଳେ କରୁଁ ନମସ୍କାର 
ଜୈମିନି ମୁନି କହନ୍ତି ଶୁଣ ରଷିଗଣ 
ଏହିରୂପେ ବହୁ ସ୍ତବ କଲେ ଦେବଗଣ । 
ପୁନଃ ପୁନଃ ପ୍ରଣିପାତ ସକଳେ କରିଲେ 
ଇନ୍ଦ୍ରଦ୍ୟୁମ୍ନଙ୍କ ସଙ୍ଗତେ ତହୁଁ ବାହୁଡ଼ିଲେ 
ନରସିଂହଙ୍କ ମନ୍ଦିରେ ପ୍ରବେଶ ହୋଇଲେ 
ପ୍ରଥମେ ପ୍ରଣାମ କରି ଭକ୍ତିରେ ପୂଜିଲେ । 
ନୀଳ ପର୍ବତ ଶିଖରେ ପ୍ରଭୁଙ୍କ ନିମିତ 
ଯେଉଁ ମନ୍ଦିର ପୂର୍ବରୁ ହୋଇଛି ନିର୍ମିତ 
ତାର ପ୍ରତିମା ସମ୍ଭାର ପ୍ରସ୍ତୁତ କରିବେ 
ପଦ୍ଧନିଧ୍ବଙ୍କ ସହିତ ସର୍ବ ସମ୍ପାଦିବେ 
ଦେଖଲେ ଦେଉଳ ଅତି ଉଚ୍ଚ ହୋଇଅଛି 
ଗଗନ ମଣ୍ଡଳ ଭେଦ ଅଗ୍ର କରିଅଛି 
ମନରେ ଚିନ୍ତିଲେ ବିନ୍ଧ୍ୟ ପର୍ବତ ସମାନେ 
ସୂର୍ଯ୍ୟଙ୍କର ଗତିରୋଧ ହେବ କି ଏ ସ୍ଥାନୋ 
ଆଉ ସବୁ ଦିନ ବ୍ୟାପୀ ହୋଇ ଅବସ୍ଥିତ 
ସେ ପ୍ରାସାଦ ବହୁବିଧ ଚିତ୍ରରେ ଚିତ୍ରିତ 
ବହୁକାଳ ପରେ ଶୋଭାମ୍ପାନ ହୋଇନାହିଁ 
ନୂତନ ନିର୍ମାଣ କରି କାନ୍ତି ବିରାଜଇ 
ବିଷୁଭକ୍ତ ଇନ୍ଦ୍ରଦ୍ୟୁମ୍ନ ପୁ୍‌ସାଦ ଦେଖୁଲେ 
ବିକୃତ ଯେ ହୋଇନାହି ମନରେ ଚିନ୍ତିଲେ । 
ଯେତେବେଳେ ସତ୍ୟଲୋକେ କରିଲି ଗମନ 
ହୋଇ ନଥିଲା ତ ଶେଷ ଦେଉଳ ନିର୍ମାଣ | 
ଏହିକ୍ଷଣି ଏ ଦେଉଳ ହୋଇଛି ସମ୍ପ 
ଦେବ ଅନୁଗ୍ରହ ବିନା ଅନ୍ୟ କେ ଭାଜନ 
ମନ୍ବନ୍ତର ପରେ ମନ୍ଵନ୍ତର ଉପସ୍ଥିତ 
ଚନ୍ଦ୍ର ସୂର୍ଯ୍ୟ ଇନ୍ଦ୍ର ଆଦି ହେଲେ ଲକ ପ୍ରାନ୍ତ । 
ତଥାପି ତ ଏ ଦେଉଳ ବିକୃତ ନ ହୋଇ 
ରହିଅଛି ପୂର୍ବପରି ଆଶ୍ଚର୍ଯ୍ୟ ଲାଗଇ | 
ବାଲ୍ଧୀକ ସମାନ ଅନ୍ୟ ସକଳ ଦେଉଳ 
ମନୁଷ୍ୟଦ୍ଵାରା ନିର୍ମିତ ହୋଇଛି କେବଳ । 
ଉପରି ଭାଗରେ ନାନାବିଧ ବ୍ରକ୍ଷ ଜାତ 
ଜୀର୍ଣ୍ଣ ଶୀର୍ଣ୍ଣ ଦେଖାଯାଏ ସେ ଦେଉଳ ଗାତ୍ର। 
ସେହିସବୁ ଦେଉଳର ସ୍ପିତି ଅଳକାଳ 
ଭଗବାନଙ୍କର ଦୟା ଆମ୍ଭଙ୍କୁ କେବଳ | 
 ପ୍ରଭୁ ନିଜ ନିକେତନ ରକ୍ଷା କରିଛନ୍ତି 
ଏହା ମନେ ଚିନ୍ତାକରି ବଚନ କହନ୍ତି | 
ହେ ସାହାଯ୍ୟକାରୀଗଣ ! ତୁମ୍ଭେମାନେ ଜାଣ 
ପ୍ରଭୁଙ୍କ ଅଥୈ ପ୍ରାସାଦ କରିଛି ନିର୍ମାଣ । 
ଭଗବାନ ସ୍କୟଂ ଦାରୁମୟ ରୂପ ଧରି 
ଆବିର୍ଦୃତ ହୋଇଛନ୍ତି ଏହି ନୀଳଗିରି | 
ସେ କାଳେ ଆକାଶବାଣୀ ଶ୍ରବଣ କରିଲି . 
ଜଗଦୀଶ୍ବରଙ୍କ ବାସ ଅ୍ଥୈ ନୀଳଗିରି | 
ଶିଖର ଦେଶରେ କର ପ୍ରାସାଦ ନିର୍ମାଣ 
ସହସ୍ର ହସ୍ତ ହୋଇବ ତାର ଆୟତନ 
ଏହିସ୍କାନେ ପ୍ରଭୁଙ୍କର ପ୍ରତିଷ୍ଠା ନିମିତ୍ତ 
ସ୍ଵୟଂ ପଦ୍ଧଯୋନି ସିଦ୍ଧ ବ୍ରହ୍ମ ସହିତ | 
 ସକଳ ଦେବତାଗଣ ଘେନି ସଙ୍ଗତରେ 
ଉପସ୍ଥିତ ହେବେ ଆସି ନୀଳ ପର୍ବତରେ । 
ଆହେ ଦେବଗଣ ଏହିକ୍ଷଣି କି ପ୍ରକାର 
ଆୟୋଜନ କରାଯିବ କି ଦ୍ରବ୍ୟ ସମ୍ଭାର । 
ରାଜାଙ୍କର ଏହିକଥା କରନ୍ତେ ଶ୍ରବଣ 
କହୁଛନି ତହି ଥିଲେ ଯେତେ ଦେବଗଣ । 
ହେ ରାଜନ ଜଣାନାହି ପ୍ରତିଷ୍ଠା ବିଧାନ 
କିପରି ହେବ ପ୍ରତିଷ୍ଠା ହବ୍ଯ ଆୟୋଜନ । 
ଆମ୍ଭମାନଙ୍କର ଗୁରୁଦେବ ବୃହସ୍ପତି 
ଦେବ ପ୍ରାସାଦ ପ୍ରତିଷ୍ଠା ବିଧାନ ଜାଣନ୍ତି । 
ସଵର୍ଗରାଜ୍ୟେ ଆମ୍ଭମାନଙ୍କ ପୁରୋହିତ 
ସେ କହିବେ ଆମ୍ଭେମାନେ ନୋହୂତ ସମର୍ଥ । 
ଏହି ବିଷୟରେ ପଦ୍ଧନିଧ୍ବ ଯେ କହିଲେ 
ହେ ରାଜନ ବିଧାତାଙ୍କ ଆଦେଶାନୂସାରେ । 
ଆପଣଙ୍କ ସଙ୍ଗତରେ ଆସିଛି ଏ ସ୍ଥାନ 
କହନ୍ତୁ କି କାର୍ଯ୍ୟ ମୁହିଁ କରିବି ସାଧନ । 
ଆଉ ଯେ ସମ୍ଭାର ଦ୍ରବ୍ୟ ହେବ ପ୍ରୟୋଜନ 
ତାହା ମୁଁ ଯୋଗାଇ ଦେବି ହୋଇ ସାବଧାନ । 
ଜୈମିନି କହିଲେ ପୂର୍ବେ କମଳ ଆସନ 
ନାରଦ ରଷିଙ୍କୁ କରିଥିଲେ ତ ପ୍ରେରଣ । 
ଏହିରୂପେ କୁହାକୁହି ହେଉୁଥିଲାବେଳେ 
ନାରଦ ମହର୍ଷି ଉପସ୍ମିତ ଆସି ହେଲେ । 
ରଷିଙ୍କୁ ଦେଖ ରାଜନ କହିଲେ ବଚନ 
ପ୍ରତିଷ୍ଠା ନିମିତ୍ତ କର ସର୍ବ ଆୟୋଜନ । 
ନାରଦଙ୍କୁ ଦେଖୁ ତହିଁ ସର୍ବ ଦେବଗଣ 
ଆନନ୍ଦରେ ଯଥାଯୋଗ୍ୟ କରିଲେ ସମ୍ମାନ । 
ରାଜା ଷଡ଼ାର୍ଘ୍ୟରେ ରଖିବରଙ୍କୁ ପୂଜିଲେ 
ନର ଦେହଧାରୀ ଦେବେ ପ୍ରମାଣ କରିଲେ । 
ଇନ୍ଦ୍ରଦ୍ୟୁମ୍ନ ପ୍ରତିଷ୍ଠାର ଦ୍ରବ୍ୟ ସମ୍ପାଦନ 
ବିଷୟରେ ନାରଦଙ୍କୁ କଲେ ନିବେଦନ „ | 
ଆହେ ମୁନିଶ୍ରେଷ୍ଠ ମୋତେ କିଛି ଜଣାନାହି 
ବହୁକାଳ ହେଲା ପୁରୋଧାଙ୍କୁ ଦେଖୁନାହିଁ । 
ଯେପରି ଦ୍ରବ୍ୟ ସମ୍ଭାର ହେବ ସମ୍ପାଦନ 
ଆପଣ କରନ୍ତୁ ଶୀଘ୍ର ଆଦେଶ ପ୍ରଦାନ 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଚତୁର୍ବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ 
ଅଚ୍ୟୁତାନନ୍ଦ ଗୋପାଳ ଗୋବିନ୍ଦ ଶ୍ରୀହରି 
ହେ ମଧୁସୁଦନ ବାସୁଦେବ ଦଇତାରି 
ଯାମଳାନୁଁନ ଭଞ୍ଜନ ଗୋକୁଳ ବିହାରୀ 
ଦୀନଜନ୍‌ ଦୁଃଖ ନାଶ ଅର୍ଥେ ଚକ୍ରଧାରୀ 
ଲୀଳା ବିସ୍ତାରିଛ ଜଗତରେ ନାରାୟଣ 
କହେ ହରିହର କିମ୍ପା ଡାକିଲେ. ନ ଶୁଣ 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେ 
ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର 
ଦର୍ଶନେ ନାମ ଚତୁର୍ବିଂଶୋଧ୍ୟାୟଃ 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ