ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟତ୍ରିଂଶୋଧ୍ୟାୟଃ
ଅଷ୍ଟତ୍ରିଂଶ ଅଧ୍ଯାୟ
ଜେମନ ମୁନି କହିଲେ ଶୁଣ ମୁନିଗଣନୃସିଂହ ମୁରିରେ ବିଜେ ପ୍ରଭୁ ଭଗବାନଶ୍ଵେତ ରାଜାଙ୍କୁ ଯେ ଏହିରୂପେ ବର ଦେଲେପ୍ରାସାଦ ମଧ୍ଯରେ ଅନ୍ତରହିତ ହୋଇଗଲେଚରାଚର ଜଗତରେ ଯେ ଆଦ୍ୟା ଶକତିସୃଷ୍ଟି ପାଳନ ସଂହାର କରି ଯେ ପାରନ୍ତିଅଦ୍ଵିତୀୟ ବିଷୁଙ୍କର ଅର୍ବାଙ୍ଗ ସମାନବୈଷ୍ଣବୀ ଶକ୍ତି କମଳା ଦେବୀ ଯାର ନାମ ।ଅମ୍ପତ ସମାନ ପାକ ସେ ଦେବୀ କରନ୍ତିସ୍ଵୟଂ ପ୍ରଭୁ ନାରାୟଣ ଭୋଜନ କରନ୍ତି ।ଭଗବାନଙ୍କ ଉଚ୍ଛିଷ୍ଟ ଯେ କରେ ଭୋଜନସକଳ ପାପ ତାହାର ହୂଅଇ ମୋଚନବାସ୍ତବିକ ଏହି ମହାପ୍ରସାଦ୍ ସମାନଅନ୍ୟବସ୍ତୁ ପୃଥଣବୀରେ ନାହି ବିଦ୍ୟମାନପଣ୍ଡିତଗଣ କହନ୍ତି ଏ ରୂପ ବଚନପ୍ରଭୁଙ୍କ ପାଦପଦ୍ଧକୁ ଯେ ] କରେ ଦର୍ଶନଅବା ଉପାସନା କରେ ବିଶୁଦ୍ଧ ଚିତ୍ତରେସକଳ ପାପର ପ୍ରାୟଶ୍ଚିତ ସେହୁ କରେପୁରୁଷୋତ୍ତମ କ୍ଷେତ୍ରରେ ଯେ ପାପ କରନ୍ତିତାହାଙ୍କ ସ୍ପର୍ଶରେ ଦୋଷ ନ ହୁଏ ଉପ୍ପତ୍ତକମଳା ଦେବୀଙ୍କ ସାନ୍ଧିଧ୍ୟରୁ ସେହିମାନେପବିତ୍ର ହୂଅନ୍ତି ଶୁଦ୍ଧ ବ୍ରାହ୍ମଣ ସମାନେ |ଯଦି ଏ ମହାପ୍ରସାଦ ଥାଏ ବେଶ୍ୟାଘରେକିମ୍ବା ଅସ୍ପଶ୍ୟ ପତିତ ଜନଙ୍କ ଗ୍ରହରେ ।ତଥାପି ଦୂଷିତ ନ ହୁଅଇ ସେହି ଅନ୍ଧସାକ୍ଷାତେ ବିଷ୍ଣୁ ସ୍ଵରୂପ ଜାଣ ସେହି ଅନ୍ଧ ।ବର୍ଣ୍ଠାଶ୍ରମୀ ବିଧବା ଯେ ବ୍ରତାଚାରୀ ଗଣଦୀକ୍ଷିତ ଅଥବା ଅଗ୍ନି ହୋତ୍ରୀ ବିପ୍ରଗଣ ।ଏହି ମହାପ୍ରସାଦକୂ କରିଲେ ଭକ୍ଷଣପବିତ୍ର ହୋଇବେ ଏଥ ସନ୍ଦେହ ନ ମଣ ।ସ୍ଵଦେଶୀ ବିଦେଶୀ ଗହୀ ଦରିଦ୍ର କୃପଣରାଜା ସର୍ବେ ଏ ପ୍ରସାଦ ଭକ୍ଷଣେ ସମାନ ।ମହାପ୍ରସାଦ ଭକ୍ଷଣେ କେଉଁ ବିଷୟରେଅଭିମାନ ନ କରିବ କଦାପି ମନରେ ।ଭକତିରେ ଅବା ଲୋଭେ କିମ୍ବା କୌତୁକରେଅବା କ୍ଷୁଧା ଶାନ୍ତି ଅଥ କୌଣସି ପ୍ରକାରେ ।ଆକଣ୍ଠ ଭୋଜନ କରିପାରେ ଯେଉଁ ଜନତାହାର ସକଳ ପାପ ହୁଅଇ ଦହନମହାପ୍ରସାଦ ଭକ୍ଷଣେ ସର୍ବ ରୋଗ ହରେବଂଶ ବୃଦ୍ଧି ହୋଇ ଦରିଦ୍ରତା ନାଶ କରେ ।ଦୀର୍ଘାୟୁ ସମ୍ପତ୍ତି ଲାଭ ହୁଅଇ ତାହାରମହାପ୍ରସାଦ ସକଳ ବସ୍ତୁ ମଧ୍ୟେ ସାର ।'ଅତି ତେଜଶାଳୀ ସ୍ଵୟଂ ବିଷ୍ଣୁ ଜଗତପତିମହାପ୍ରସାଦକୁ ସଦା ଆଦର କରନ୍ତି |ପଶ୍ଡିତାଭିମାନୀ ଯେ ସକଳ ମୂଢ଼ନରମହାପ୍ରସାଦର ନିଦ୍ରା କରନ୍ତି ପ୍ରଚାର |ଯେ ଅପରାଧକୁ ପ୍ରଭୁ ସହି ନ ପାରନ୍ତିସେ ମୁଢ଼ଜନକୁ ଦଣ୍ଡ ବିଧାନ କରନ୍ତି |ଯଦି ଇହକାଳେ ଦଣ୍ଡ ନ ପାଏ ସେ ଜନପରକ୍ରାଳରେ ତା ଭାଗ୍ୟେ ଦୂଗତି ବିଷମ ।ମହାଘୋର କୁମ୍ଭୀପାକ ନରକେ ନିବାସବିଷମ ଯାତନା ଭୋଗ କରଇ ଅବଶ୍ୟ ।ଏ ମହାପ୍ରସାଦ କ୍ରୟ ବିକ୍ରୟ କରିଲେଦୋଷ ହୁଏ ନାହିଁ ମୁନିଗଣ ଶୁଣ ଧୀରେ ।ପ୍ରଥମେ ମହାପ୍ରସାଦ ନ କରି ଭୋଜନଅନ୍ୟବସ୍ତୁ ନ କରିବ କଦାପି ଭୋଜନ ।ଏ ରୂପେ ପ୍ରତିଜ୍ଞା କରି ଯେଉଁ ଜନଗଣପ୍ରତ୍ୟହ ମହାପ୍ରସାଦ କରନ୍ତି ଭୋଜନ |ସେମାନେ ସକଳ ପାପୁଁ ମୁକ୍ତ ହୋଇଥାନ୍ତିପବିତ୍ର ହୋଇ ବୈକୁଣ୍ଡେ ଗମନ କରନ୍ତି ।ଏ ମହାପ୍ରସାଦ ବହୁଦିନ ବାସି ହେଲେକିମ୍ବା ଅତିଶୟ ଶୁଷ୍ଠହୋଇ ରହିଥୁଲେଅଥବା ଦୂର ଦେଶରୁ ହୋଇଲେ ଆନୀତଭୋଜନ କଲେ କଳ୍ଳଷ କ୍ଷୟ ଯେ ନିଶ୍ଚିତ ।ଏ ମହାପ୍ରସାଦ ସର୍ବ ପାନ ନାଶ କରେକୂକ୍କୁର ମୁଖରୁ ଯଦି ପଡ଼େ ଭୂତଳରେତଥାପି ବ୍ରାହମଣଗଣ କରିବେ ଭକ୍ଷଣଏ ବିଷୟ ବିଚାରରେ ନାହିଁ ପ୍ରୟୋଜନଅଶୁଚି ବା ଅନାଚାରୀ ପାପାଚାରୀ ଜନସକଳ ପାଇବା ମାତ୍ରେ କରିବେ ଭକ୍ଷଣଏ ପ୍ରସାଦ ଗଙ୍ଗାଜଳ ଉଭୟ ସମାନମନରେ ଚିନ୍ତା କରିବା ଅଥବା ଭକ୍ଷଣ
ହସ୍ତରେ ଛୁଇଁବ କିମ୍ବା କରିବ ଦର୍ଶନତାହାର ସକଳ ପାପ ହୋଇବ ଦହନଜଗନଦ୍ଧାତ୍ରୀ ଲକ୍ଷ୍ମୀଦେବୀ ସ୍ବୟଂ ଶ୍ରୀହସ୍ତରେପାକ କରନ୍ତି ସଂସ୍କୃତ ବୈଷ୍ଣବା ଅଗ୍ନିରେବହୁ ମନୃନ୍ତର ଯୁଗ ଅତୀତ ହେଲାଣିଭୋଜନ କରୁଅଛନ୍ତି ସ୍ବୟଂ ଚକ୍ରପାଣିନୀଳାଚଳେ ସନ୍ଧିହିତ ପ୍ରଭୁ ପ୍ରତିଦିନସପ୍ତଦ୍ଵୀପା ଅବନୀରେ ନାହି ଅନ୍ୟସ୍ଥାନପରଂବ୍ରହ୍ମ ଦାରୁରୂପେ କରିଣ ଧାରଣବିଜେ କରିଅଛନ୍ତି ଯେ ନୀଳାଚଳ ଧାମ |ସକଳ ଜନେ ଯେପରି କରନ୍ତି ଦର୍ଶନଅନ୍ୟତ୍ର ଏପରି କେହି ନ କରେ ଦର୍ଶନପ୍ରବୃତ୍ତି ରୂପ ପରମ ଆମ୍ଭାଙ୍କ ନିମିତ୍ତପ୍ରବୃତ୍ତି ରୂପିଣୀ ଲକ୍ଷ୍ମୀ କରନ୍ତି ପ୍ରସ୍ତୁତଘୂତରେ 'ପାଚିତ ନାନାବିଧ ଦ୍ରବ୍ୟମାନସ୍ଵୟଂ ଜଗନ୍ନାଥ ଦେବ କରନ୍ତି ଭୋଜନ ।ତାହାଙ୍କ ଉଚ୍ଚିଷ୍ଟ ଅନ୍ଧ କରିଲେ ଭୋଜନମୁକ୍ତି ଲାଭ ହୁଏ ପାପ ସକଳ ଦହନଯାହାଙ୍କର ପୁଣ୍ୟବଳ ଅଛ୍ଧମାତ୍ର ଥାଏତାହାଙ୍କର ଏ କଥାରେ ବିଶ୍ଵାସ ନ ହୁଏ ।ସତ୍ୟ ତ୍ରେତା ଦ୍ଵାପରରେ ବେଦାଚାର ମତେବୁଝାଇ କହିଲୁ ତୁମ୍ଭମାନଙ୍କ ଅଗ୍ରତେବେଦାଚାର ବିହୀନ ଯେ ଏ କଳିକାଳରେମହାପ୍ରସାଦ ମହିମା ଶୁଣ ସୁଚିତ୍ତରେକଳିଯୁଗରେ ହୋଇବ ଅଧର୍ମ୍ ତ୍ରିପାଦସେତେବେଳେ ରଖୁଥବ ଧର୍ମ ଏକପାଦ ।ଅଧର୍ମ ବହୁଳ କଳିକାଳ ଧର୍ମ୍ଦେ ଭୟେକେହି ଅବା ପୁଣ୍ୟକାର୍ଯ୍ୟ କାହି କରିଥାଏସକଳ ମନୁଷ୍ୟ ସଦା ମିଥ୍ୟା କହିଥାନ୍ତିସଦାଚାର ହୀନ ଶଠ ଦାମ୍ଭିକ ପ୍ରକୃତି |ଜିହଵା ଉପସ୍ପିର ତୃପ୍ତି କରନ୍ତି ସାଧନକେଉଁକାଳେ ଇଷ୍ଟଦେବ ନ କରନ୍ତି ଧ୍ୟାନ ।ତପସ୍ୟା ବ୍ରତାଚରଣ କେହି ତ ନ କରେଲୋଭରେ ହିଂସା କରନ୍ତି ମାତି ଅଧର୍ମରେ ।କେ କାହାକୁ ପରାଭବ ଦିଏ କେଉଁ ସ୍ଥାନେତା ଦେଖୁଲେ ପରମ ଆନନ୍ଦ ହୁଏ ମନେ ।ପ୍ରସଙ୍ଗ ବଶତଃ ଅବା କୌତୁକ ଭାବରେପର କାର୍ଯ୍ୟରେ ବ୍ୟାଘାତ କରନ୍ତି ଯେ ନରେ ।ନୀଚକାର୍ଯ୍ୟେ ଅଭିଳାଷୀ ହୁଅନ୍ତି ସତତପର ଅନିଷ୍ଟ ଘଟାନ୍ତି ରଖୁ ନିଜସ୍ଵାର୍ଥ |ସକଳ ମାନବ ପଶ୍ମୁ ବୃତ୍ତିକୁ ଆଚରିନିଜ ବଶୀଭୂତା ଧମପତ୍ନୀ ଛାଢଡ଼ିକରି |ପରସ୍ତୀଠାରେ ଆସକ୍ତ ନି୍୍ଜ ପଣରେସଭାରେ କହନ୍ତି କଥା ଅତି ଆଡ଼ମ୍ଚରେ ।କୌଣସି ପ୍ରକାରେ ହୋମ ଯଜ୍ଞ ଅନୁଷ୍ଠାନକିଏ କେତେବେଳେ କରେ ବ୍ରତ ଆଚରଣ ।ପରଲୋକ ଶୁଭ ଅର୍ଥେ ଅନୁଷ୍ଠିତ ଯାହାଜୀବିକା ଉପାୟ ଦ୍ଵିଜଗଣଙ୍କର ତାହା ।ସେ ସକଳ କାର୍ଯ୍ୟ ଫଳପ୍ରଦ ହୂଏ ନାହିଁକାରଣ ଯେ ବ୍ୟକ୍ତି କେବେ ବେଦ ଶୁଣିନାହିଁ ।କେଉଁକାଳେ କରିନାହିଁ ବେଦ ଅଧ୍ୟୟନଇଦୃଶ ଦ୍ଵିଜ କରଇ କର୍ମ ଅନୁଷ୍ଠାନ |ଅନ୍ୟାୟରେ ଉପାର୍ଜିତ ଅର୍ଥ ହୁଏ ବ୍ୟୟବିଉଶାଠ୍ୟ ଯଜମାନ କରନ୍ତି ନିଶ୍ଚୟ |ରାଜାଗଣ ପ୍ରଜାଙ୍କର ରକ୍ଷା ବିଷୟରେକେତେ ତପ୍ୂର ନୁହନ୍ତି ଏ କଳିଯୁଗରେ ।ରାଜାଙ୍କ ନିକଟୁ କର ଗହଣ କରିଣଚଚୈୌର୍ଯ୍ୟ ବୃତିରେ କରନ୍ତି ପାପ କାର୍ଯ୍ୟମାନ ।ସକଳ ବର୍ଣ୍ଣ ସଙ୍କର ଶୂଦ୍ର ଏ କାଳରେରାଜପଣ କରି ଦାତା ବୋଲାନ୍ତି ପ୍ରଥ୍ଠୀରେ ।ଶୂଦଗଣ ରାଜାଙ୍କର ହୁଅନ୍ତି ସେବକଶୌଚ ସ୍ମା କର୍ମାଦିରେ ହୁଅନ୍ତି ବିମୁଖ ।ଏସକଳ ଅନୁଷ୍ଠାନ ଅନ୍ୟଯୁଗ ପରିପରଲୋକରେ ମଙ୍ଗଳ ପ୍ରଦାନ ନ କରି ।ଏ ଯୁଗରେ ଦାନ ଧର୍ମ ଅଟଇ ପ୍ରଧାନପ୍ରଶସ୍ତ ନୂହଇ ଅନ୍ୟଧର୍ମ ଅନୁଷ୍ଠାନକାୟ ମନବାକ୍ୟରେ ଯେ ଦ୍ରିଜଗଣଙ୍କରହିତସାଧନ କରଉଁବ୍ଯ ଜନମାନଙ୍କର |ଏ ହେତୁ ବ୍ରାନ୍ମଣଗଣ ଯା ପ୍ରତି ସନଧୁଷ୍ଠନାରାୟଣ ହୋଇଥାନ୍ତି ତା ପ୍ରତି ସନ୍ତୁଷ୍ଟସ୍ଵୟଂ ଭଗବାନ ନିଜ ମୁଖେ କହିଛନ୍ତିମୋ ଦେହରୁ ଦ୍ଵିଜଗଣ ପୂଥକ ନୁହନ୍ତିବ୍ରାହମଣଗଣ ଯେ ଆଉ ଦେବ ନାରାୟଣଏ ଦୁହିଙ୍କ କରିବ ଯେ ସଦା ସମଙଜ୍ଞାନବ୍ରାହଣଗଣ କହନ୍ତି ମୁଖେ ଯେ ବଚନଜାଣିବ ତା କହୁଛନ୍ତି ସ୍ଵୟଂ ନାରାୟଣସାକ୍ଷାତରେ ପରମାତ୍ମା ରୂପୀ ନାରାୟଣ
କରନ୍ତି ଆଦର ବ୍ରାହ୍ମଣଙ୍କୁ ' ପ୍ରତିଦିନବ୍ରାହ୍ମଣ ସନ୍ତାନ ଯେଉଁ ଅବସ୍ଥାରେ ରହୁଅନ୍ୟ ତିନିବର୍ଣଙଙ୍କର ପୂଜନୀୟ ସେହୁବ୍ରାହ୍ମଣମାନଙ୍କ ହି ହିତସାଧନ ନିମିତଅବତାର ହୁଅନ୍ତି ଯେ ଦେବ ଜଗନ୍ନାଥବ୍ରାହ୍ମଣମାନଙ୍କୁ ସଦା କରନ୍ତି ପାଳନପ୍ରତିଯୁଗେ ଦୁଷ୍ଟଙ୍କୁ ଯେ କରନ୍ତି ନିଧନଚତୁମୁଖ ଧାତା ସୃଷ୍ଟି ଆରମ୍ଭ କାଳରେପ୍ରଥମରେ ବ୍ରାହୃଣଙ୍କୁ ସୃଷ୍ଟି କରିଥିଲେତପ୍ପରେ ପୂଥକ ରୂପେ ଆଉ ଯେତେ ବର୍ଣ୍ଣବ୍ରାହ୍ମଣଙ୍କର ବଂଶରେ ହୋଇଲେ ଜନମକଳିଯୁଗରେ ବ୍ରାହ୍ମଣ ଆଉ ଭଗବାନସର୍ବଜନଙ୍କର ଗତି ଏ ଦୁହେଁ ପ୍ରମାଣକିନ୍ତୁ ବ୍ରାହଣର ଗତି ଏକା ଭଗବାନଏକଥାରେ କିଛିମାତ୍ର ସନ୍ଦେହ ନ ମଣପାପ୍ରପୂର୍ଣ୍ଣ କଳିଯୁଗେ ଏକାମାତ୍ର ହରିସର୍ବଦା ଜଗତ ଜନକୂ ଯେ ରକ୍ଷାକରିଏ ନିମିତ୍ତ ତାହାଙ୍କର ସ୍ମରଣ କୀଉଁନଅନ୍ୟ ତୀର୍ଥରେ କରନ୍ତି ସର୍ବଜନଗଣଶ୍ରୀହରିଙ୍କ ବାସ ପୁଣ୍ୟ କ୍ଷେତ୍ର ନୀଳାଚଳଜୀବନ ସ୍ଵରୂପ ଅଟେ ସକଳ ଜୀବରଛଳନାରେ ଦାରୁଦେହ କରିଣ ଧାରଣଶଙ୍ଖ ଚକ୍ର ଗଦାଧର ପ୍ରଭୁ ଭଗବାନବିଜେ କରିଛନ୍ତି ଲୋକ ଉପକାର ଅଣଥୈପାପୀଜନଙ୍କର ପାପ ବିନାଶ ନିମନ୍ତେସେ ପ୍ରଭୁଙ୍କ ଦର୍ଶନ ବା ସୁତି ଯେ କରଇମହାପ୍ରସାଦ ଭକ୍ଷଣେ ମୁକ୍ତି ସେ ଲଭଇଜଗନ୍ନାଥଙ୍କ ଉଚ୍ଚିଷ୍ଟ ଅନ୍ଧ ଯା ଦେହରେଲେପନ ହୋଇଣ ଥାଇ ଅଙ୍ଗ ପ୍ରତ୍ୟଙ୍ଗରେସେ ଦେହରେ ଜୀବ ଆମ୍ମା ହୁଅଲ ମୁକତକେଉଁକାଳେ ପାତକରେ ନ ହୁଅଇ ଲିପ୍ତଏହି ନିବେଦିତ ଅନ୍ଧ ଜଗନ୍ନାଥଙ୍କରଅପର ଦେହ ସ୍ଵରୂପ କରିବ ବିଚାର |ଏ ନିମିତ୍ତ ଜଗନ୍ନାଥଙ୍କର ଉଛିଷ୍ଟାନ୍ସପରମ ପବିତ୍ର ମୁକ୍ତିପଦ ଯେ ଜାଣିମ |ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଭୁ ଭଗବାନଭୋଜନ କରନ୍ତି ସାକ୍ଷାତରେ ମୁନିଗଣ ।ଅନ୍ୟ କ୍ଷେତ୍ରରେ କେବଳ ପ୍ରଭୁ ଭଗବାନଦୃଷ୍ଟିପାତ କରିଥାନ୍ତି ନଇବେଦ୍ୟ ଅନ୍ନ ।ପରମ ନୈଷ୍ପିକ ଯୋଗୀଗଣ ପୂର୍ବକାଳେପ୍ରଭୁଙ୍କୁ ଏହି ରୂପରେ ପ୍ରାର୍ଥନା ଜରିଲେ ।ହେ ନାଥ ଆପଣଙ୍କର ଉଚ୍ଚିଷ୍ଟ ଭୋଜନକଲେ ଆପଣଙ୍କର ମାୟା ରନ ହେବ ଛିନ୍ନ ।ଅନନ୍ତ କାଳ ପର୍ଯ୍ୟନ୍ତ ଚକ୍ଷୁ ସ୍ଥିର କରିଯୋଗ ସାଧନରେ ଆମ୍ମା ସଙ୍ଗରେ ବିହରି ।ତାଙ୍କୁ ଅନାୟାସେ ମୁକ୍ତି କରିବାକୁ ଦାନଲକ୍ଷ୍ମୀସଙ୍ଗେ ନୀଳାଚଳେ କର ଅବସ୍ଥାନ ।ଏ ସ୍ଥାନରେ ଭଗବାନଙ୍କର କାର୍ଯ୍ୟମାନଦେବାର୍ଥ ବୋଲି ନିଶ୍ଚୟ କର ମୁନିଗଣ ।ସେ ପ୍ରଭୁ ବେଦ ମର୍ଯ୍ୟାଦା କରିଣ ଲଙ୍ଘନପ୍ରବୃତ୍ତ ନ ହେବେ ଅନ୍ୟ କାର୍ଯ୍ୟେ କଦାଚନ ।ଏହି ପ୍ରଭୁ ବେଦ ରକ୍ଧ' ରିବା ନିମିତ୍ତଯୁଗେ ଯୁଗେ ନାନା ଅବତାରେ ଆବିର୍ଦୂତ ।ବେଦ ପ୍ରଣାମ ସ୍ଵରୂପ ଏହି ଭଗବାନକିପରି କରିବେ ବେଦ ବିରୁଦ୍ଧାଚରଣ ।ସେ ପ୍ରଭୁ ବେଦ ବିରୁଦ୍ଧ ଯଦି ଆଚରିବେଜଗତେ ବିରୁଦ୍ଧାଚାରୀ ସକଳେ ହୋଇବେ ।ଭଗବାନଙ୍କ ଆଚାର କରିଲେ ଦର୍ଶନବେଦାର୍ଥ ନିର୍ଣ୍ଣୟ ହୁଏ ଏ ସୁଧୀ ବଚନ ।ପୂର୍ବକାଳେ ମଧ୍ୟଦେଶେ କ୍ଷାର ଦ୍ବିଜବରଶାସ୍ତ୍ରାର୍ଥ ନିପୁଣ ଶାନ୍ତ ଦାନ୍ତ ଯାଗଶୀଳ ।ପୁରୁଷୋତ୍ତମ କ୍ଷେତ୍ରକୁ କଲେ ଆଗମନଗ୍ୃହସ୍ସ ଆଶ୍ରମେ ରହିଥ୍ଲେ ସେ ବ୍ରାହ୍ମଣ ।ଦେହ ବାକ୍ୟ ମନରେ ଯେ ଶାନ୍ତି ବିରାଜିତସାତ୍ଵିକ ଭାବେ ପ୍ରଭୁଙ୍କୁ ଚିନ୍ତନ୍ତି ସତତ ।ଏକ ସମୟରେ କ୍ଷେତ୍ରେ ଉପସ୍ଥିତ ହେଲେତୀର୍ଥଯାତ୍ରା ବିଧାନରେ ପ୍ରଭୁଙ୍କୁ ପୂଜିଲେ ।ସେ କ୍ଷେତ୍ରରେ ତିନିରାତ୍ର କଲେ ଅବସ୍ଥାନଯଜ୍ଞ ଶେଷ ଅନ୍ଧ ଗୃହୀ କରିବେ ଭୋଜନ ।ଶାସ୍ତ୍ରମତେ ଏହି କଥୀ ବିଚାର କରିଲେଶ୍ରୀମହାପ୍ରସୀଦ ଅନ୍ଧ ଭୋଜନ ନ କଲେ ।ଲକ୍ଷମଦେବୀ ଯେଉଁ ପାକ ନୀତି କରୁଛନ୍ତି |ଅର୍ଥ କାମ ସାଧନାରେ ପ୍ରବୃତ୍ତ ଟ ହେଲିବିଚାରିଲେ ଅନ୍ୟଲୋକେ ପାକ କରୁଛନ୍ତି ।କେଉଁ ଦୋଷେ ଏ ଦାରୁଣ ପୀଡ଼ା ଭୋଗ କଲି ।ଦେବଳକ ବିପ୍ରଗଣ ସେ ପାପ କରିବେ |ଆସିଥିଲେ ଆପଣଙ୍କୁ କରିଲେ ଦର୍ଶନତାହା ଦେବ ଯେଗ୍ୟ ହୋଇ ନ ପରିବେ କେବେ। |
ସଞତ ପାପ ଏ ସ୍ଥାନେ ହୋଇବ ଦହନ ।ଜଗନ୍ନାଥ ଦେବଙ୍କର ନଇବୈଦ୍ଯ ଅନ୍ଧଜାଣେ ନାହିଁ କରିଅଛି କେଉଁ ଅପରାଧକିପରି ଶ୍ରୋତ୍ରିୟଗଣ କରିବେ ଭୋଜନଯାହା ଆପଣଙ୍କ ଶାସ୍ତ ପଥର ବିରୁଦ୍ଧସେ ଶ୍ରୋତ୍ରିୟ ଦ୍ଵିଜ ଏହା ମନେ ବିଚାରିଲେ |ଯେଣୁ ଏ ଭୀଷଣ ପୀଡ଼ା ଅଙ୍ଗେ ହେଲା ଜାତଶ୍ରୀମହାପ୍ରସାଦ ଅନ୍ଧ ଭୋଜନ ନ କଲେ । |ଅପରାଧ ବିନା ଅନ୍ୟ କାରଣ ନାହିଁତ ।ତାହାଙ୍କ ସଙ୍ଗତେ ଆଉ ଯେତେ ଆସିଥିଲେ |ହେ ମହାସାଗର ଜ୍ଞାନେଅବା ଅଜ୍ଞାନରେକେହି ହେଲେ ସେ ପ୍ରସାଦ ଭକ୍ଷଣ ନ କଲେ ।କରିଅଛି ଅପରାଧ କ୍ଷମାକର ବାରେ |ଏଣୁ କୂଟୁମ୍ ସହିତେ ସେହି ବିପ୍ରବରହେ ପ୍ରଭୁ ଯାହାର ପାଦ ଖସଇ ଭୂମିରେଅପରାଧୀ ହେଲେ ବ୍ୟାଧବ ବଢ଼ିଲା ଶରୀର । |ଏକମାତ୍ର ସେହି ଭୂମି ତାଙ୍କୁ ରକ୍ଷା କରେ ।ବାକ୍ୟ ଶକ୍ତି ରୁଦ୍ଧ ହେଲା ସଙ୍ଗୀ ଜନଙ୍କର |ସେହିପରି ଅପରାଧ ଆପଣଙ୍କ ପ୍ରତିଏହା ଦେଖୁ ମନେ ବିଚାରିଲେ ଦ୍ଵିଜବର । |ଯେ କରନ୍ତି ତାଙ୍କୁ ରକ୍ଷା ଆପଣ କରନ୍ତି ।ଅକସ୍ମାତ ଆମ୍ଭ ଅନୁଚରଗଣଙ୍କର ଅପରାଧଯୋଗେ ଯେଉଁ ପାପ ହୋଇଅଛିବ୍ୟାଧ୍ବ ଜାତ ହୋଇ ପୀଡ଼ା ହୁଅଇ ଶରୀର ।ଆପଣଙ୍କ ନିକଟରେ କ୍ଷମା ମାଗୁଅଛି |ଏ ରୂପ ଚିନ୍ତାରେ ତିନିରାତି ଗତ ହେଲା |ଅଗ୍ନି ସନ୍ତାପରୁ ଜାତ ହୁଏ ଯେଉ ବ୍ରଣମନମଧ୍ୟେ ଏହି ବୃଦ୍ଧି ଉପସ୍ଥିତ ହେଲାସେ ଅଗ୍ନି ତାପରେ ତାହା ହୁଏ ପ୍ରଶମନ ।ଏ କ୍ଷେତ୍ରରେ କିଛି ଦ୍ରୋହ ଆଚରଣ କଲୁ |ହେ ନାଥ ମୋର ପ୍ରାରବଧ ପାପୁଁ ହେଲା ଜାତଏ ରୂପ ବ୍ୟାଧୁରେ ସର୍ବେ ଆକ୍ରାନ୍ତ ହୋଇଲୁ ।ଏ ଦୁର୍ବଶା ନାଶିବାକୁ ଆପଣ ସମର୍ଥ |ଜାଣିକରି କିଛି ଦ୍ରୋହ କରିନାହୁଁ ଆମ୍ଭେ |ଅପବର୍ଗ ଲାଭେ ଧନ୍ୟ ହୋନ୍ତି ଭକ୍ତଗଣଯାହାଯୋଗେ ଏହି ପୀଡ଼ା ଭୋଗିବେ ସରବେ ।କଟାକ୍ଷପାତେ ମୋ ଦୁଃଖ ହୋଇବ ଦହନ ।ଏହିପରି ଚିନ୍ତା ସେହି ଦ୍ବିଜବର କଲେ ହେଜଗନ୍ନାଥ ମୁଁ ଶୋକ ସାଗରେ ଭାସିଛିପ୍ରଭୁ ଜଗନ୍ନାଥଙ୍କର ଧ୍ୟାନରେ ବସିଲେ । |ଉଦ୍ଧାର କରନ୍ତୁ ଶ୍ରୀପଦରେ ମାଗୁଅଛି |ତାହାଙ୍କର ଧ୍ୟାନ ଶେଷ ହେଲା ଯେତେବେଳେ |ଯେ ମାନବ ଆପଣଙ୍କ ଦୃଷ୍ଟିପଥେ ଥାଏଏହିରୂପେ ସ୍ତବ କରିବାକୁ ଆରମ୍ଭିଲେଏପରି ଦଶା କି ତାର ଯେବେ ହୋଇଥାଏ ।ଦୁଇ ହସ୍ତକୁ ଯୋଡ଼ିଣ ଶାଣ୍ଡିଲ୍ୟ ବ୍ରାହ୍ମଣଆପଣ ତ ପ୍ରକ୍ୃତରେ ଦୟାର ସାଗରହେ ପ୍ରଭୁ ଧର୍ମ ନିର୍ଣ୍ଣୟ କିରବା କାରଣଆପଣଙ୍କ ଦୃଷ୍ଟିପଥେ ରହେ ଯେଉଁ ନର ।ଆପଣଙ୍କର ମୁଖରୁ ହୋଇଛି ନିର୍ଗତସଦା ବୁଡ଼ି ରହିଥାଏ ଆନନ୍ଦ ସାଗରେଚତୁର୍ଦ୍ଦଶ ବିଦ୍ୟା ଏଥି ସନ୍ଦେହ ନାହିଁ ତ । |କିଛି ବସ୍ତୁ ଚାହେଁ ନାହିଁ ସେ ଶୋକ ନର୍କରେ ।ପୁରାଣ ନ୍ୟାୟ ମୀମାଂସା ସ୍ୃତି ଚାରିବେଦ |ହେ ଦେବ ମୋହର ଭାଗ୍ୟ ନୁହଇ ସାମାନ୍ୟଷଡ଼ଙ୍ଗ ଏ ଚତୁର୍ଦ୍ଦଶ ବିଦ୍ୟାରେ ପ୍ରସିଦ୍ଧଆପଣଙ୍କୁ ଧର୍ମ ନେତ୍ରେ କଲା ଦରଶନ ।ଶାସ୍ତ୍ରମାନଙ୍କରେ ଯାହା ହୋଇାଛି ନିର୍ୃତ |ଏହି ଯୋଗେ ମୋର ଭୟ ହେଉଛି ନିଶ୍ଚୟସେ ରୂପେ ନିଜ କର୍ଉବ୍ଯ କରିବା ଉଚିତ । |ଅପବର୍ଗ ପଥେ ହେବ ଶ୍ରେଷ୍ଠ ଅନ୍ତାରାୟ ।ସେହି ଧର୍ମ ରକ୍ଷାଅର୍ଥେ ପ୍ରତ୍ୟେକ ଯୁଗରେ |
ହେ ଜଗନ୍ନାଥ ଆପଣ ହୁଅନ୍ତୁ ପ୍ରସନ୍ଧଆପଣଙ୍କ ଅବତାର ହୁଏ ପୂଥବୀରେଏହି ସେବକ ଜନକୁ କର ପରିତ୍ରାଣ |ଯେଉଁ ନର କରେ ଶାସ୍ତ୍ର ବିଧଵକୁ ଲଙ୍ଘନ ।|ସେବ୍ଯ ସେବକ ସମନ୍ଧ ଯହିଁ ବିଦ୍ୟମାନଆପଣଙ୍କର ଦ୍ରୋହ ସେ କରେ ଆଚରଣ । |ତେଣୁ ଅପରାଧ କ୍ଷମା କରନ୍ତୁ ଆପଣ |ହେ ଦେବ ଦେବେଶଂ'ଦେହ ମନ ବଚନରେ |ଏହିପରି ସୁତି ଦ୍ଵିଜ କଲେ ସେ ସ୍ଥାନରେଧର୍ମ ଶାସ୍ତ୍କୁ ଲଙ୍ଘନ ମୁଁ କଲି ହେଳାରେ । |ଦେହ ପଡ଼ା ଶାନ୍ତ ହୋଇଗଲା ସେ କାଳରେ ।ଶ୍ରୀ ନୃସିଂହ ଦେବଙ୍କୁ ଯେ କରିଲେ ସାକ୍ଷାତ |ଶ୍ରୀ ମହାପ୍ରସାଦ ଅନ୍ଧ ନଜାଣିମା ପଣେଦିବ୍ୟ ସିଂହାସନେ ହୋଇଛନ୍ତି ଅଧୁଷ୍ଠିତଦିବ୍ୟ ଅଳଙ୍କାରେ ବିଭୂଷିତ ହୋଇଛନ୍ତିଲକ୍ଷ୍ମୀ ପରଶନ୍ତି ଅନ୍ନ ଭୋଜନ କରନ୍ତିଭୁକ୍ତି ଶେଷ ଅନ୍ଧ ଯାହା ରହଇ ହସ୍ତରେତାହା ପକାଇ ଦିଅନ୍ତି ପାତ୍ର ମାନଙ୍କରେଲକ୍ଷ୍ମୀଦେବୀ ହସି ହସି ଯାହାକୁ ଦିଅନ୍ତିଆନନ୍ଦରେ ତାହା ପ୍ରଭୁ ଭୋଜନ କରନ୍ତି ।ସେ ଶାଣ୍ଡିଲ୍ୟ ଦ୍ଵିଜ ଦେଖୁ ବିସ୍ମୟ ହୋଇଲେପ୍ରସାଦ ନ ଖାଇ ଅପରାଧ ସେ ବୁଝିଲେପୁନର୍ବାର କଲେ ଦ୍ଵିଜ ଏହିପରି ସ୍ତବଦୂରଦେଶେ ଘର ଏହା ନ ଜାଣଇ ଦେବଆପଣ ସର୍ବଜ୍ଞ ସର୍ବ ତତ୍ତ୍ଵର ଅତୀତଆପଣଙ୍କ ମାୟା ମୁର୍ଖ ଜାଣିବ କେମନ୍ତସ୍ପଷ୍ଟି ସଂହାର କରୁଛ ଇଛାରେ ଆପଣଏହା କିପରି ଜାଣିବ ମୁଁତ ମୂଢ଼ଜନସେ ବ୍ରାହ୍ମଣ ଏହିରୂପେ ସୁତି କିରୁଥଲେସ୍ବୟଂ ଶ୍ରୀ ନୃସିଂହ " ଦେବ ଉଚିଷ୍ଟ ହସ୍ତରେଭୋଜନର ଶେଷ ଅନ୍୍ଵ ବ୍ରାହ୍ମଣ ଦେହରେଲେପନ କରିଲେ ଦୟାସିନ୍ଧୁ ସେ କାଳରେ ।ଅମ୍ପତ ସମାନ ଭୁକ୍ତ ଶେଷ ସେହି ଅନ୍ଧଦେହେ ଲାଗି ରୋଗମୁକ୍ତ ହେଲେ ସେ ବ୍ରାହ୍ମଣ ।ରଖି ସମାନ ପରମ ସୌନ୍ଦର୍ଯ୍ୟ ସଖନ୍ଧଦିବ୍ୟ ଦେହ ଧାରଣ ସେ କଲେ ତତକ୍ଷଣବନ୍ଧ୍ୟା ରମଣୀ ପ୍ରସବ ବେଦନା ଯେପରିଯେଉଁକାଳେ ଅନୁଭବ କରି ତ ନ ପାରିସେହିରୂପେ ଭକ୍ତଗଣ କେବଳ ବୁଝନ୍ତିଭକ୍ତିରେ ମହିମା ଅନ୍ୟ ବୁଝି ନ ପାରନ୍ତିଏହାକହି ନିଜକୁ ସେ କୃତାର୍ଥ ମଣିଲେନୃସ୍ରିଂହଙ୍କର ଉଚିଷ୍ଟ ପାତ୍ରରୁ ଭୁଞ୍ଜିଲେଧର୍ମଶାସ୍ତ୍ରରେ ବିଚାର ନାହିଁ ଏ କ୍ଷେତ୍ରରେମନ ମଧ୍ୟରେ ଏ କଥା ଭାବନା କରିଲେ ।ଏହା ତ ପରମଧର୍ମ ରୂପେ ବିବେଚିତଏହାକୁ ଯେ କରିଛନ୍ତି ` ସ୍ଵୟଂ ଜଗନ୍ନାଥ ।ଆଚାରର ପ୍ଲଭୁ ଧର୍ମ ଯେ ରୂପେ ବିଖ୍ୟାତସେପରି ଧର୍ମର ପ୍ରଭୁ ସ୍ଵୟଂ ଜଗନ୍ନାଥଏହି କଥା ମନରେ ସେ ବିଚାର କରିଲେକୁଟୁମ୍ବମାନଙ୍କ ପାଇଁ ମୁଠିଏ ଧଇଲେତହୁଁ ଧ୍ୟାନ ଭଙ୍ଗ ହେଲା ବିସ୍ଲୟ ମନରେଚିନ୍ତାକରି ଏହିକଥା ନିଶ୍ଚୟ କରିଲେଭୋଜନ ନ କଲି ଆସି ଏହି କ୍ଷେତ୍ରସ୍ଥାନେ ।ଜଗନ୍ନାଥଙ୍କର ପ୍ରତି ଦ୍ରୋହ ଆଚରଣକରିବା ହେତୁ ପାଇଲି ଏପରି କଷଣ |ସ୍ଵୟଂ ବ୍ରହ୍ମା ଚଉଦ ଭୁବନ ଅଧ୍ବପତିଧର୍ମ ଦ୍ରବ୍ୟ ମୟ ଜଳେ ସେ ପାଦ ଧୁଅନ୍ତି |ନିଜକୁ ପବିତ୍ର ସେ ଜଳରେ କରିଛନ୍ତିଇନ୍ଦ୍ର ଆଦି ଦେବଗଣ ଯାହାକୁ ପୂଜନ୍ତି |ସେହି ନାରାୟଣ ଏହି କ୍ଷେତ୍ରେ ବିଦ୍ୟମାନମନୁଷ୍ୟ କୃତ ଅନ୍ଧାଦି କରନ୍ତି ଭୋଜନ ।ଏପରି ଅଭୁତ କଥା ସ୍ବପ୍ନରେ ଦେଖୁଲେସେହି ବିପ୍ରବର ଅତି ଆଷ୍ଚର୍ଯ୍ୟ ହୋଇଲେ ।ସେ ନୈବେଦ୍ଯ ଅନ ସର୍ବ ପରିଜନଙ୍କରଦେହରେ ଲେପନ ଆଣି କରିଲେ ସତ୍ତୁର !ରୋଗଶୁନ୍ୟ ହୋଇ ସର୍ବେ ବଚନ କହିଲେପୁନର୍ଜନୃ ହେଲା ବୋଲି ମନେ ବିଚାରିଲେ ।ପୁରୁଷୋତ୍ତମ କ୍ଷେତର ମହିମା ଗାଇଲେସକୂଟୁମ୍ଭ ବନ୍ଧୁ ବର୍ଗ ଆନନ୍ଦ ହୋଇଲେ ।ପୁରୁଷୋତ୍ତମ କ୍ଷେତ୍ରରେ ଦେବ ଜଗନ୍ନାଥଉଚ୍ଛିଷ୍ଠ ଦେଇ ପାପୀଙ୍କୁ କରନ୍ତି ମୁକତ |ସପ୍ରଦ୍ଵୀପା ଅବନୀରେ ଏକ୍ଷେତ୍ର ସମାନଆଉ ନାହିଁ ପୁଣ୍ୟକ୍ଷେତ୍ର ଶୁଣ ରଖଷିଗଣ |ଯେଉଁସ୍କାନେ ଭୋଗ ସ୍ଵଗ ମୁକ୍ତି କରଗତସେ କ୍ଷେତ୍ର ସମାନ କ୍ଷେତ୍ର ଦୁର୍ଲଭ ନିଶ୍ଚିତ ।ଏ ଭବ କାନ୍ତାରେ ଭ୍ରମୁଛନ୍ତି ଜୀବଗଣବାରମ୍ବାର ମାତୃଗର୍ଭେ ହୁଅନ୍ତି ଜନମ |ସୌଭାଗ୍ୟକୁ ଏହିଷ୍ଷେତ୍ରେ ହେଲେ ଉପସ୍ଥିତବିବିଧ ଭୋଗ ଭୁଞ୍ଜିଣ ପାନ୍ତି ମୁକ୍ତିପଥ |ଏହିପରି କଥାବାର୍ଭା ସକଳେ ହୋଇଲେଏକତ୍ରେ ମହାପ୍ରସାଦ ଭୋଜନ କରିଲେ ।
ସେ ବିପ୍ର ସଙ୍ଗରେ ଆସିଥ୍ଲେ ଯେତେ ଜନନିଷ୍ଠାପ ହୋଇଣ ସର୍ବେ ହେଲେ ରୋଗଶୂନ୍ୟ ।ବାଳ ସୂର୍ଯ୍ୟପରି ତେଜ ହୋଇଲା ପ୍ରକାଶଦେହ କାନ୍ତି ଝଟକିଲା ଯେସନେ ତ୍ରିଦଶ ।ରଖଷିଗଣ ତୁମ୍ଭେମାନେ ସର୍ବେ ଶୁଣିଲ ତଶ୍ରୀକ୍ଷେତ୍ର ମହାପ୍ରସାଦ ଭୋଜନ ବୃତ୍ତାନ୍ତ ।ମହାପାପୀ ଜନ ଯଦି ଶ୍ରବଣ କରଇମହାପାପ କରିଥୁଲେ ମୁକତ ହୁଅଇ |ବ୍ରହ୍ମରୂପୀ ଭଗବାନ ନିଜର ଦେହରେ¦ | ଲେପନ କରନ୍ତି ମହାପ୍ରସାଦ ହସ୍ତରେ |ସେ ନିର୍ମାଲ୍ୟ ଗ୍ରହଣର ପ୍ରକୃତ ବୃତ୍ତାନ୍ତମୁଖେ କହିବାକୁ ଆମ୍ଭେ ନୋହୁ ସମରଥଗନ୍ଧ ପୁଷ୍ପ ମାଳ ଭଗବାନଙ୍କ ଅଙ୍ଗରେଲାଗି ହୋଇ ଯଥାକାଳେ ଉଲାଗି ହୋଇଲେ ।ତାହାର ନାମ ନିର୍ମାଲ୍ୟ କହନ୍ତି ସକଳେଏହାକୁ ନିଜ ମସ୍ତକେ ଧାରଣ ଯେ କରେ ।ଅଥବା ନିଜ ଅଙ୍ଗରେ କରଇ ଲେପନସକଳ ତୀର୍ଥର ଫଳ ଲଭଇ ସେ ଜନଯେଉଁଜନ କରେ ଏହି ନିର୍ମାଲ୍ୟ ଭୋଜନଗୁରୁତଛ ଆଦି ପାପ ହୁଅଇ ଦହନନିର୍ମାଲ୍ୟ ଅଟେ ବିଷ୍ଣୁଙ୍କ ଶରୀର ସମାନଶୁଭଫଳ ମିଳେ ଅଙ୍ଗେ କରିଲେ ଲେପନ ।ପୂର୍ବେ ଇନ୍ଦ୍ରଦ୍ୟୁମ୍ନ ଯେଉଁରୂପେ କରିଥଲେସେହିରୂପେ ପ୍ରତିଦିନ ପ୍ରଭଧଙ୍କ ଦେହରେଚନ୍ଦନାଗୁରୁ କସ୍ତୁରୀ କର୍ପୁର କୁଙ୍କୁମଏ ସକଳ ଏକତ୍ରରେ କରିବ ଲେପନବର୍ଷଶେଷେ ଥରେ ତାହାର ଲାଗି କରିବସେ କାଳେ ପ୍ରଭୁଙ୍କୁ ଦରଶନ ନ କରିବବର୍ଷମଧ୍ୟେ ଅଙ୍ଗ ଲେପ ହୋଇଲେ ସ୍ତଳନପୁନର୍ବାର ପିଷ୍ଟଦ୍ରବ୍ୟ କରିବ ଲେପନ `ଅନ୍ୟ ଦ୍ରବ୍ୟରେ ଲେପନ ପ୍ରଶସ୍ତ ନୂହଇଭକ୍ତ ଦ୍ରବ୍ୟ ବିଷ୍ୁ ଦେହ ସମାନ ଅଟଇମୁନିଗଣ ପୂର୍ବକାଳ କଥା କହୁଅଛିଏକକାଳେ ) ମୁଢ଼ମତି ଏକରାଜ ବସିଜଗନ୍ନାଥ ହେଉଥିଲେ ଚନ୍ଦନ ଚର୍ଚ୍ଚିତତାହା ଦେଖୁ ସୁବାସରେ ହୋଇଲେ ମୋହିତ ।ନିଜ ଅଙ୍ଗେ ଲେପିବାକୁ ଇଚ୍ଛା ସେ କରିଲେ `ସେବାକାରୀ ଜନ ଏହି ବିଷୟ ଜାଣିଲେରାଜପୁତ୍ରକୁ ସନ୍ତୋଷ କରିବା ନିମିତପ୍ରଭୁଙ୍କ ଦେହୁଁ ପୋଛିଲେ ଚନ୍ଦନ ତୁରିତରାଜପୁତ୍ରକୁ ଯେ ଆଣିଦେଲେ ତତକ୍ଷଣରାଜପୁତ୍ର ନିଜ ଅଙ୍ଗେ କରିଲେ ଲେପନଯେଉଁ ଅଙ୍ଗରେ ଲାଗିଲା ପ୍ରଭୁଙ୍କ ଚନ୍ଦନଧବଳ କୁଷ୍ଠେ ଆକ୍ରାନ୍ତ ହେଲା ସେହି ସ୍ଥାନ ।ରାଜପୁତ୍ରକୁ ଯେ ଜନ କରିଲା ପ୍ରଦାନତା ଦେହରେ କୁଷ୍ଠବ୍ୟାଧୂ ଜାତ ତତକ୍ଷଣଏଣୁ ପ୍ରଭୁଙ୍କ ଦେହରେ ସେହି ବିଲେପନବର୍ଷେକାଳ ଯାଏ ଥିବ ଅଛି ଏ ନିୟମଅନ୍ୟ ନର୍ମାଲ୍ୟ ମଧ୍ୟରେ ଏହି ବିଲେପନଆଘ୍ରାଣ ମାତ୍ରକେ ପାପ ହୁଅଇ ଦହନଆଉ ଏକ କଥା କହୁଅଛି ସର୍ବେ ଶୁଣପୂର୍ବେ ଥଲା ଏକ ଦୈତ୍ୟ ଦମନକ ନାମସମୁଦ୍ର ଜଳରେ ସଦା କରେ ସନ୍ତରଣମାୟା ପ୍ରକାଶି ଲୋକଙ୍କୁ ପୀଡ଼େ ପ୍ରତିଦିନଭଗବାନଙ୍କୁ ପ୍ରାର୍ଥନା ବିଧାତା କରିଲେମାୟାଧର ଭଗବାନ ମସ୍୍ୟରୂପ ହେଲେସାଗର ଜଳରେ ପଶିକଲେ ଅନୃଷଣତୀର ଦେଶେ ଆଣି ତାକୁ ବେଗେ କଲେ ଚୂର୍ଣ୍ଣଚୈତ୍ରମାସ ଶୁକୃପକ୍ଷ ଚତୁର୍ଦ୍ଦଶୀ ଦିନଭଗବାନଙ୍କର ହସ୍ତେ ହୋଇଲା ନିଧନ `ଭୂମିରେ ପଡ଼ନ୍ତେ ସେ ଦାନବ ଦେହ ଚୂଣ୍ଡସୁଗନ୍ଧ ତୃଣ ରୂପରେ ହୋଇଲା ଜନମଏହା ଦେଖୁ ଭଗବାନ ଆଶ୍ଚର୍ଯ୍ୟ ହୋଇଲେଦମନକ ସଙ୍ଗେ ରହେ ଆଉ ଯେତେ ଫୁଲେବନମାଳା ସଙ୍ଗତରେ ହୃଦେ ଲମ୍ବାଇଲେତାର ସୁଗନ୍ଧ ବିଷୟ ମନେ ଚିନ୍ତା କଲେଦମନକ୍କ ନାମରେ ତା ଗ୍ରହଣ କରିଲେକେତେକ୍ଷଣେ ନିଜ ଗନ୍ଧ ହରାନ୍ତି ସକଳେସେହି ଦମନକ ବର୍ଣ୍ଣ ପୃଥିବୀ ଭୂଷଣଭଗବାନଙ୍କର ବର୍ଣ୍ଣ ସଙ୍ଗରେ ସମାନଏହି ହେତୁ ଦମନକ ମାଳା ପ୍ରଭୁଙ୍କରସଦାକାଳେ ହୋଇଥାଏ ଅତି ପ୍ରୀତିକରବାସି ହୋଇକରି ଯଦି ଶୁଷ୍ପ ହୋଇଥାଇଦମନକ କେଉଁ କାଳେ ଦୂଷିତ ନୂହଇଦମନକ ଅରି ପ୍ରଭୁ ଭଗବାନଙ୍କରପ୍ରତି ସାଧନ କର୍ରବ୍ୟ ସକଳ ଜନର
ଏହି ଦମନକ ମାଳା ଗୁନ୍ଧି ଯତନରେପ୍ରଭୁଙ୍କ ଗଳାରେ ଦେଲେ ମୁକ୍ତିଲାଭ କରେପ୍ରଭୁଙ୍କ ଦେହୁଁ ଏ ମାଳା ଉଲ୍ଲାଗି ହୋଇଲେଅଙ୍ଗରେ ଧଇଲେ ଅଶ୍ବମେଧ ଫଳ ମିଳେତୁଳସୀ ମାଳା ପ୍ରଭୁଙ୍କ ଦେହୁ ମୁକ୍ତ ହେଲେଯେ ବ୍ୟକ୍ତି ଧାରଣ କରେ ମସ୍ତକ କଣ୍ଠରେସେ ଭୂତଳେ ବାସ କରି ଜୀବନ୍ଧୁକ୍ତ ହୁଏଅସଂଖ୍ୟ ଅଶ୍ଵମେଧର ଫଳକୁ ସେ ପାଏଭଗବାନଙ୍କ ଅଙ୍ଗରୁ ମୁକ୍ତ ହୋଇଥିବ .ଯେତେ ସଂଖ୍ୟକ ତୁଳସୀ ଭକ୍ଷଣ କରିବତୁଳସୀ ପତ୍ର ସଂଖ୍ୟାରେ ସହସ୍ର ବରଷ| ଯେ ଜନ ବିଷ୍ଣୁ ଲୋକରେ କରଇ ନିବାସତୁଳସୀ ମିଶ୍ରିତ ନୈବେଦ୍ୟାନ୍ସ ଭକ୍ଷଣରେ !| | ସୋମରସ ପାନ ଫଳ ମିଳେ ସେ କାଳରେ ।ଯାବଜୀବନ ଯେ ଜନ କରଇ ଭୋଜନନିଶ୍ଚୟ ମୋକ୍ଷପଦବୀ ଲଭେ ସେହି ଜନ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment