ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟତ୍ରିଂଶୋଧ୍ୟାୟଃ

  

ଅଷ୍ଟତ୍ରିଂଶ ଅଧ୍ଯାୟ 

ଜେମନ ମୁନି କହିଲେ ଶୁଣ ମୁନିଗଣ 
ନୃସିଂହ ମୁରିରେ ବିଜେ ପ୍ରଭୁ ଭଗବାନ 
ଶ୍ଵେତ ରାଜାଙ୍କୁ ଯେ ଏହିରୂପେ ବର ଦେଲେ 
ପ୍ରାସାଦ ମଧ୍ଯରେ ଅନ୍ତରହିତ ହୋଇଗଲେ 
ଚରାଚର ଜଗତରେ ଯେ ଆଦ୍ୟା ଶକତି 
ସୃଷ୍ଟି ପାଳନ ସଂହାର କରି ଯେ ପାରନ୍ତି 
ଅଦ୍ଵିତୀୟ ବିଷୁଙ୍କର ଅର୍ବାଙ୍ଗ ସମାନ 
ବୈଷ୍ଣବୀ ଶକ୍ତି କମଳା ଦେବୀ ଯାର ନାମ । 
ଅମ୍ପତ ସମାନ ପାକ ସେ ଦେବୀ କରନ୍ତି 
ସ୍ଵୟଂ ପ୍ରଭୁ ନାରାୟଣ ଭୋଜନ କରନ୍ତି । 
ଭଗବାନଙ୍କ ଉଚ୍ଛିଷ୍ଟ ଯେ କରେ ଭୋଜନ 
ସକଳ ପାପ ତାହାର ହୂଅଇ ମୋଚନ 
ବାସ୍ତବିକ ଏହି ମହାପ୍ରସାଦ୍‌ ସମାନ 
ଅନ୍ୟବସ୍ତୁ ପୃଥଣବୀରେ ନାହି ବିଦ୍ୟମାନ 
ପଣ୍ଡିତଗଣ କହନ୍ତି ଏ ରୂପ ବଚନ 
ପ୍ରଭୁଙ୍କ ପାଦପଦ୍ଧକୁ ଯେ ] କରେ ଦର୍ଶନ 
ଅବା ଉପାସନା କରେ ବିଶୁଦ୍ଧ ଚିତ୍ତରେ 
ସକଳ ପାପର ପ୍ରାୟଶ୍ଚିତ ସେହୁ କରେ 
ପୁରୁଷୋତ୍ତମ କ୍ଷେତ୍ରରେ ଯେ ପାପ କରନ୍ତି 
ତାହାଙ୍କ ସ୍ପର୍ଶରେ ଦୋଷ ନ ହୁଏ ଉପ୍ପତ୍ତ 
କମଳା ଦେବୀଙ୍କ ସାନ୍ଧିଧ୍ୟରୁ ସେହିମାନେ 
ପବିତ୍ର ହୂଅନ୍ତି ଶୁଦ୍ଧ ବ୍ରାହ୍ମଣ ସମାନେ | 
ଯଦି ଏ ମହାପ୍ରସାଦ ଥାଏ ବେଶ୍ୟାଘରେ 
କିମ୍ବା ଅସ୍ପଶ୍ୟ ପତିତ ଜନଙ୍କ ଗ୍ରହରେ । 
ତଥାପି ଦୂଷିତ ନ ହୁଅଇ ସେହି ଅନ୍ଧ 
ସାକ୍ଷାତେ ବିଷ୍ଣୁ ସ୍ଵରୂପ ଜାଣ ସେହି ଅନ୍ଧ । 
ବର୍ଣ୍ଠାଶ୍ରମୀ ବିଧବା ଯେ ବ୍ରତାଚାରୀ ଗଣ 
ଦୀକ୍ଷିତ ଅଥବା ଅଗ୍ନି ହୋତ୍ରୀ ବିପ୍ରଗଣ । 
ଏହି ମହାପ୍ରସାଦକୂ କରିଲେ ଭକ୍ଷଣ 
ପବିତ୍ର ହୋଇବେ ଏଥ ସନ୍ଦେହ ନ ମଣ । 
ସ୍ଵଦେଶୀ ବିଦେଶୀ ଗହୀ ଦରିଦ୍ର କୃପଣ 
ରାଜା ସର୍ବେ ଏ ପ୍ରସାଦ ଭକ୍ଷଣେ ସମାନ । 
ମହାପ୍ରସାଦ ଭକ୍ଷଣେ କେଉଁ ବିଷୟରେ 
ଅଭିମାନ ନ କରିବ କଦାପି ମନରେ । 
ଭକତିରେ ଅବା ଲୋଭେ କିମ୍ବା କୌତୁକରେ 
ଅବା କ୍ଷୁଧା ଶାନ୍ତି ଅଥ କୌଣସି ପ୍ରକାରେ । 
ଆକଣ୍ଠ ଭୋଜନ କରିପାରେ ଯେଉଁ ଜନ 
ତାହାର ସକଳ ପାପ ହୁଅଇ ଦହନ 
ମହାପ୍ରସାଦ ଭକ୍ଷଣେ ସର୍ବ ରୋଗ ହରେ 
ବଂଶ ବୃଦ୍ଧି ହୋଇ ଦରିଦ୍ରତା ନାଶ କରେ । 
ଦୀର୍ଘାୟୁ ସମ୍ପତ୍ତି ଲାଭ ହୁଅଇ ତାହାର 
ମହାପ୍ରସାଦ ସକଳ ବସ୍ତୁ ମଧ୍ୟେ ସାର ।' 
ଅତି ତେଜଶାଳୀ ସ୍ଵୟଂ ବିଷ୍ଣୁ ଜଗତପତି 
ମହାପ୍ରସାଦକୁ ସଦା ଆଦର କରନ୍ତି | 
ପଶ୍ଡିତାଭିମାନୀ ଯେ ସକଳ ମୂଢ଼ନର 
ମହାପ୍ରସାଦର ନିଦ୍ରା କରନ୍ତି ପ୍ରଚାର | 
ଯେ ଅପରାଧକୁ ପ୍ରଭୁ ସହି ନ ପାରନ୍ତି 
ସେ ମୁଢ଼ଜନକୁ ଦଣ୍ଡ ବିଧାନ କରନ୍ତି | 
ଯଦି ଇହକାଳେ ଦଣ୍ଡ ନ ପାଏ ସେ ଜନ 
ପରକ୍ରାଳରେ ତା ଭାଗ୍ୟେ ଦୂଗତି ବିଷମ । 
ମହାଘୋର କୁମ୍ଭୀପାକ ନରକେ ନିବାସ 
ବିଷମ ଯାତନା ଭୋଗ କରଇ ଅବଶ୍ୟ । 
ଏ ମହାପ୍ରସାଦ କ୍ରୟ ବିକ୍ରୟ କରିଲେ 
ଦୋଷ ହୁଏ ନାହିଁ ମୁନିଗଣ ଶୁଣ ଧୀରେ । 
ପ୍ରଥମେ ମହାପ୍ରସାଦ ନ କରି ଭୋଜନ 
ଅନ୍ୟବସ୍ତୁ ନ କରିବ କଦାପି ଭୋଜନ । 
ଏ ରୂପେ ପ୍ରତିଜ୍ଞା କରି ଯେଉଁ ଜନଗଣ 
ପ୍ରତ୍ୟହ ମହାପ୍ରସାଦ କରନ୍ତି ଭୋଜନ | 
ସେମାନେ ସକଳ ପାପୁଁ ମୁକ୍ତ ହୋଇଥାନ୍ତି 
ପବିତ୍ର ହୋଇ ବୈକୁଣ୍ଡେ ଗମନ କରନ୍ତି । 
ଏ ମହାପ୍ରସାଦ ବହୁଦିନ ବାସି ହେଲେ 
କିମ୍ବା ଅତିଶୟ ଶୁଷ୍ଠହୋଇ ରହିଥୁଲେ 
ଅଥବା ଦୂର ଦେଶରୁ ହୋଇଲେ ଆନୀତ 
ଭୋଜନ କଲେ କଳ୍ଳଷ କ୍ଷୟ ଯେ ନିଶ୍ଚିତ । 
ଏ ମହାପ୍ରସାଦ ସର୍ବ ପାନ ନାଶ କରେ 
କୂକ୍କୁର ମୁଖରୁ ଯଦି ପଡ଼େ ଭୂତଳରେ 
ତଥାପି ବ୍ରାହମଣଗଣ କରିବେ ଭକ୍ଷଣ 
ଏ ବିଷୟ ବିଚାରରେ ନାହିଁ ପ୍ରୟୋଜନ 
ଅଶୁଚି ବା ଅନାଚାରୀ ପାପାଚାରୀ ଜନ 
ସକଳ ପାଇବା ମାତ୍ରେ କରିବେ ଭକ୍ଷଣ 
ଏ ପ୍ରସାଦ ଗଙ୍ଗାଜଳ ଉଭୟ ସମାନ 
ମନରେ ଚିନ୍ତା କରିବା ଅଥବା ଭକ୍ଷଣ 
ହସ୍ତରେ ଛୁଇଁବ କିମ୍ବା କରିବ ଦର୍ଶନ 
ତାହାର ସକଳ ପାପ ହୋଇବ ଦହନ 
ଜଗନଦ୍ଧାତ୍ରୀ ଲକ୍ଷ୍ମୀଦେବୀ ସ୍ବୟଂ ଶ୍ରୀହସ୍ତରେ 
ପାକ କରନ୍ତି ସଂସ୍କୃତ ବୈଷ୍ଣବା ଅଗ୍ନିରେ 
ବହୁ ମନୃନ୍ତର ଯୁଗ ଅତୀତ ହେଲାଣି 
ଭୋଜନ କରୁଅଛନ୍ତି ସ୍ବୟଂ ଚକ୍ରପାଣି 
ନୀଳାଚଳେ ସନ୍ଧିହିତ ପ୍ରଭୁ ପ୍ରତିଦିନ 
ସପ୍ତଦ୍ଵୀପା ଅବନୀରେ ନାହି ଅନ୍ୟସ୍ଥାନ 
ପରଂବ୍ରହ୍ମ ଦାରୁରୂପେ କରିଣ ଧାରଣ 
ବିଜେ କରିଅଛନ୍ତି ଯେ ନୀଳାଚଳ ଧାମ | 
ସକଳ ଜନେ ଯେପରି କରନ୍ତି ଦର୍ଶନ 
ଅନ୍ୟତ୍ର ଏପରି କେହି ନ କରେ ଦର୍ଶନ 
ପ୍ରବୃତ୍ତି ରୂପ ପରମ ଆମ୍ଭାଙ୍କ ନିମିତ୍ତ 
ପ୍ରବୃତ୍ତି ରୂପିଣୀ ଲକ୍ଷ୍ମୀ କରନ୍ତି ପ୍ରସ୍ତୁତ 
ଘୂତରେ 'ପାଚିତ ନାନାବିଧ ଦ୍ରବ୍ୟମାନ 
ସ୍ଵୟଂ ଜଗନ୍ନାଥ ଦେବ କରନ୍ତି ଭୋଜନ । 
ତାହାଙ୍କ ଉଚ୍ଚିଷ୍ଟ ଅନ୍ଧ କରିଲେ ଭୋଜନ 
ମୁକ୍ତି ଲାଭ ହୁଏ ପାପ ସକଳ ଦହନ 
ଯାହାଙ୍କର ପୁଣ୍ୟବଳ ଅଛ୍ଧମାତ୍ର ଥାଏ 
ତାହାଙ୍କର ଏ କଥାରେ ବିଶ୍ଵାସ ନ ହୁଏ । 
ସତ୍ୟ ତ୍ରେତା ଦ୍ଵାପରରେ ବେଦାଚାର ମତେ 
ବୁଝାଇ କହିଲୁ ତୁମ୍ଭମାନଙ୍କ ଅଗ୍ରତେ 
ବେଦାଚାର ବିହୀନ ଯେ ଏ କଳିକାଳରେ 
ମହାପ୍ରସାଦ ମହିମା ଶୁଣ ସୁଚିତ୍ତରେ 
କଳିଯୁଗରେ ହୋଇବ ଅଧର୍ମ୍‌ ତ୍ରିପାଦ 
ସେତେବେଳେ ରଖୁଥବ ଧର୍ମ ଏକପାଦ । 
ଅଧର୍ମ ବହୁଳ କଳିକାଳ ଧର୍ମ୍ଦେ ଭୟେ 
କେହି ଅବା ପୁଣ୍ୟକାର୍ଯ୍ୟ କାହି କରିଥାଏ 
ସକଳ ମନୁଷ୍ୟ ସଦା ମିଥ୍ୟା କହିଥାନ୍ତି 
ସଦାଚାର ହୀନ ଶଠ ଦାମ୍ଭିକ ପ୍ରକୃତି | 
ଜିହଵା ଉପସ୍ପିର ତୃପ୍ତି କରନ୍ତି ସାଧନ 
କେଉଁକାଳେ ଇଷ୍ଟଦେବ ନ କରନ୍ତି ଧ୍ୟାନ । 
ତପସ୍ୟା ବ୍ରତାଚରଣ କେହି ତ ନ କରେ 
ଲୋଭରେ ହିଂସା କରନ୍ତି ମାତି ଅଧର୍ମରେ । 
କେ କାହାକୁ ପରାଭବ ଦିଏ କେଉଁ ସ୍ଥାନେ 
ତା ଦେଖୁଲେ ପରମ ଆନନ୍ଦ ହୁଏ ମନେ । 
ପ୍ରସଙ୍ଗ ବଶତଃ ଅବା କୌତୁକ ଭାବରେ 
ପର କାର୍ଯ୍ୟରେ ବ୍ୟାଘାତ କରନ୍ତି ଯେ ନରେ । 
ନୀଚକାର୍ଯ୍ୟେ ଅଭିଳାଷୀ ହୁଅନ୍ତି ସତତ 
ପର ଅନିଷ୍ଟ ଘଟାନ୍ତି ରଖୁ ନିଜସ୍ଵାର୍ଥ | 
ସକଳ ମାନବ ପଶ୍ମୁ ବୃତ୍ତିକୁ ଆଚରି 
ନିଜ ବଶୀଭୂତା ଧମପତ୍ନୀ ଛାଢଡ଼ିକରି | 
ପରସ୍ତୀଠାରେ ଆସକ୍ତ ନି୍୍ଜ ପଣରେ 
ସଭାରେ କହନ୍ତି କଥା ଅତି ଆଡ଼ମ୍ଚରେ । 
କୌଣସି ପ୍ରକାରେ ହୋମ ଯଜ୍ଞ ଅନୁଷ୍ଠାନ 
କିଏ କେତେବେଳେ କରେ ବ୍ରତ ଆଚରଣ । 
ପରଲୋକ ଶୁଭ ଅର୍ଥେ ଅନୁଷ୍ଠିତ ଯାହା 
ଜୀବିକା ଉପାୟ ଦ୍ଵିଜଗଣଙ୍କର ତାହା । 
ସେ ସକଳ କାର୍ଯ୍ୟ ଫଳପ୍ରଦ ହୂଏ ନାହିଁ 
କାରଣ ଯେ ବ୍ୟକ୍ତି କେବେ ବେଦ ଶୁଣିନାହିଁ । 
କେଉଁକାଳେ କରିନାହିଁ ବେଦ ଅଧ୍ୟୟନ 
ଇଦୃଶ ଦ୍ଵିଜ କରଇ କର୍ମ ଅନୁଷ୍ଠାନ | 
ଅନ୍ୟାୟରେ ଉପାର୍ଜିତ ଅର୍ଥ ହୁଏ ବ୍ୟୟ 
ବିଉଶାଠ୍ୟ ଯଜମାନ କରନ୍ତି ନିଶ୍ଚୟ | 
ରାଜାଗଣ ପ୍ରଜାଙ୍କର ରକ୍ଷା ବିଷୟରେ 
କେତେ ତପ୍ୂର ନୁହନ୍ତି ଏ କଳିଯୁଗରେ । 
ରାଜାଙ୍କ ନିକଟୁ କର ଗହଣ କରିଣ 
ଚଚୈୌର୍ଯ୍ୟ ବୃତିରେ କରନ୍ତି ପାପ କାର୍ଯ୍ୟମାନ । 
ସକଳ ବର୍ଣ୍ଣ ସଙ୍କର ଶୂଦ୍ର ଏ କାଳରେ 
ରାଜପଣ କରି ଦାତା ବୋଲାନ୍ତି ପ୍ରଥ୍ଠୀରେ । 
ଶୂଦଗଣ ରାଜାଙ୍କର ହୁଅନ୍ତି ସେବକ 
ଶୌଚ ସ୍ମା କର୍ମାଦିରେ ହୁଅନ୍ତି ବିମୁଖ । 
ଏସକଳ ଅନୁଷ୍ଠାନ ଅନ୍ୟଯୁଗ ପରି 
ପରଲୋକରେ ମଙ୍ଗଳ ପ୍ରଦାନ ନ କରି । 
ଏ ଯୁଗରେ ଦାନ ଧର୍ମ ଅଟଇ ପ୍ରଧାନ 
ପ୍ରଶସ୍ତ ନୂହଇ ଅନ୍ୟଧର୍ମ ଅନୁଷ୍ଠାନ 
କାୟ ମନବାକ୍ୟରେ ଯେ ଦ୍ରିଜଗଣଙ୍କର 
ହିତସାଧନ କରଉଁବ୍ଯ ଜନମାନଙ୍କର | 
ଏ ହେତୁ ବ୍ରାନ୍ମଣଗଣ ଯା ପ୍ରତି ସନଧୁଷ୍ଠ 
ନାରାୟଣ ହୋଇଥାନ୍ତି ତା ପ୍ରତି ସନ୍ତୁଷ୍ଟ 
ସ୍ଵୟଂ ଭଗବାନ ନିଜ ମୁଖେ କହିଛନ୍ତି 
ମୋ ଦେହରୁ ଦ୍ଵିଜଗଣ ପୂଥକ ନୁହନ୍ତି 
ବ୍ରାହମଣଗଣ ଯେ ଆଉ ଦେବ ନାରାୟଣ 
ଏ ଦୁହିଙ୍କ କରିବ ଯେ ସଦା ସମଙଜ୍ଞାନ 
ବ୍ରାହଣଗଣ କହନ୍ତି ମୁଖେ ଯେ ବଚନ 
ଜାଣିବ ତା କହୁଛନ୍ତି ସ୍ଵୟଂ ନାରାୟଣ 
ସାକ୍ଷାତରେ ପରମାତ୍ମା ରୂପୀ ନାରାୟଣ 
କରନ୍ତି ଆଦର ବ୍ରାହ୍ମଣଙ୍କୁ ' ପ୍ରତିଦିନ 
ବ୍ରାହ୍ମଣ ସନ୍ତାନ ଯେଉଁ ଅବସ୍ଥାରେ ରହୁ 
ଅନ୍ୟ ତିନିବର୍ଣଙଙ୍କର ପୂଜନୀୟ ସେହୁ 
ବ୍ରାହ୍ମଣମାନଙ୍କ ହି ହିତସାଧନ ନିମିତ 
ଅବତାର ହୁଅନ୍ତି ଯେ ଦେବ ଜଗନ୍ନାଥ 
ବ୍ରାହ୍ମଣମାନଙ୍କୁ ସଦା କରନ୍ତି ପାଳନ 
ପ୍ରତିଯୁଗେ ଦୁଷ୍ଟଙ୍କୁ ଯେ କରନ୍ତି ନିଧନ 
ଚତୁମୁଖ ଧାତା ସୃଷ୍ଟି ଆରମ୍ଭ କାଳରେ 
ପ୍ରଥମରେ ବ୍ରାହୃଣଙ୍କୁ ସୃଷ୍ଟି କରିଥିଲେ 
ତପ୍ପରେ ପୂଥକ ରୂପେ ଆଉ ଯେତେ ବର୍ଣ୍ଣ 
ବ୍ରାହ୍ମଣଙ୍କର ବଂଶରେ ହୋଇଲେ ଜନମ 
କଳିଯୁଗରେ ବ୍ରାହ୍ମଣ ଆଉ ଭଗବାନ 
ସର୍ବଜନଙ୍କର ଗତି ଏ ଦୁହେଁ ପ୍ରମାଣ 
କିନ୍ତୁ ବ୍ରାହଣର ଗତି ଏକା ଭଗବାନ 
ଏକଥାରେ କିଛିମାତ୍ର ସନ୍ଦେହ ନ ମଣ 
ପାପ୍ରପୂର୍ଣ୍ଣ କଳିଯୁଗେ ଏକାମାତ୍ର ହରି 
ସର୍ବଦା ଜଗତ ଜନକୂ ଯେ ରକ୍ଷାକରି 
ଏ ନିମିତ୍ତ ତାହାଙ୍କର ସ୍ମରଣ କୀଉଁନ 
ଅନ୍ୟ ତୀର୍ଥରେ କରନ୍ତି ସର୍ବଜନଗଣ 
ଶ୍ରୀହରିଙ୍କ ବାସ ପୁଣ୍ୟ କ୍ଷେତ୍ର ନୀଳାଚଳ 
ଜୀବନ ସ୍ଵରୂପ ଅଟେ ସକଳ ଜୀବର 
ଛଳନାରେ ଦାରୁଦେହ କରିଣ ଧାରଣ 
ଶଙ୍ଖ ଚକ୍ର ଗଦାଧର ପ୍ରଭୁ ଭଗବାନ 
ବିଜେ କରିଛନ୍ତି ଲୋକ ଉପକାର ଅଣଥୈ 
ପାପୀଜନଙ୍କର ପାପ ବିନାଶ ନିମନ୍ତେ 
ସେ ପ୍ରଭୁଙ୍କ ଦର୍ଶନ ବା ସୁତି ଯେ କରଇ 
ମହାପ୍ରସାଦ ଭକ୍ଷଣେ ମୁକ୍ତି ସେ ଲଭଇ 
ଜଗନ୍ନାଥଙ୍କ ଉଚ୍ଚିଷ୍ଟ ଅନ୍ଧ ଯା ଦେହରେ 
ଲେପନ ହୋଇଣ ଥାଇ ଅଙ୍ଗ ପ୍ରତ୍ୟଙ୍ଗରେ 
ସେ ଦେହରେ ଜୀବ ଆମ୍ମା ହୁଅଲ ମୁକତ 
କେଉଁକାଳେ ପାତକରେ ନ ହୁଅଇ ଲିପ୍ତ 
ଏହି ନିବେଦିତ ଅନ୍ଧ ଜଗନ୍ନାଥଙ୍କର 
ଅପର ଦେହ ସ୍ଵରୂପ କରିବ ବିଚାର | 
ଏ ନିମିତ୍ତ ଜଗନ୍ନାଥଙ୍କର ଉଛିଷ୍ଟାନ୍ସ 
ପରମ ପବିତ୍ର ମୁକ୍ତିପଦ ଯେ ଜାଣିମ | 
ପୁରୁଷୋତ୍ତମ କ୍ଷେତ୍ରରେ ପ୍ରଭୁ ଭଗବାନ 
ଭୋଜନ କରନ୍ତି ସାକ୍ଷାତରେ ମୁନିଗଣ । 
ଅନ୍ୟ କ୍ଷେତ୍ରରେ କେବଳ ପ୍ରଭୁ ଭଗବାନ 
ଦୃଷ୍ଟିପାତ କରିଥାନ୍ତି ନଇବେଦ୍ୟ ଅନ୍ନ । 
ପରମ ନୈଷ୍ପିକ ଯୋଗୀଗଣ ପୂର୍ବକାଳେ 
ପ୍ରଭୁଙ୍କୁ ଏହି ରୂପରେ ପ୍ରାର୍ଥନା ଜରିଲେ । 
ହେ ନାଥ ଆପଣଙ୍କର ଉଚ୍ଚିଷ୍ଟ ଭୋଜନ 
କଲେ ଆପଣଙ୍କର ମାୟା ରନ ହେବ ଛିନ୍ନ । 
ଅନନ୍ତ କାଳ ପର୍ଯ୍ୟନ୍ତ ଚକ୍ଷୁ ସ୍ଥିର କରି 
ଯୋଗ ସାଧନରେ ଆମ୍ମା ସଙ୍ଗରେ ବିହରି । 
ତାଙ୍କୁ ଅନାୟାସେ ମୁକ୍ତି କରିବାକୁ ଦାନ 
ଲକ୍ଷ୍ମୀସଙ୍ଗେ ନୀଳାଚଳେ କର ଅବସ୍ଥାନ । 
ଏ ସ୍ଥାନରେ ଭଗବାନଙ୍କର କାର୍ଯ୍ୟମାନ 
ଦେବାର୍ଥ ବୋଲି ନିଶ୍ଚୟ କର ମୁନିଗଣ । 
ସେ ପ୍ରଭୁ ବେଦ ମର୍ଯ୍ୟାଦା କରିଣ ଲଙ୍ଘନ 
ପ୍ରବୃତ୍ତ ନ ହେବେ ଅନ୍ୟ କାର୍ଯ୍ୟେ କଦାଚନ । 
ଏହି ପ୍ରଭୁ ବେଦ ରକ୍ଧ' ରିବା ନିମିତ୍ତ 
ଯୁଗେ ଯୁଗେ ନାନା ଅବତାରେ ଆବିର୍ଦୂତ । 
ବେଦ ପ୍ରଣାମ ସ୍ଵରୂପ ଏହି ଭଗବାନ 
କିପରି କରିବେ ବେଦ ବିରୁଦ୍ଧାଚରଣ । 
ସେ ପ୍ରଭୁ ବେଦ ବିରୁଦ୍ଧ ଯଦି ଆଚରିବେ 
ଜଗତେ ବିରୁଦ୍ଧାଚାରୀ ସକଳେ ହୋଇବେ । 
ଭଗବାନଙ୍କ ଆଚାର କରିଲେ ଦର୍ଶନ 
ବେଦାର୍ଥ ନିର୍ଣ୍ଣୟ ହୁଏ ଏ ସୁଧୀ ବଚନ । 
ପୂର୍ବକାଳେ ମଧ୍ୟଦେଶେ କ୍ଷାର ଦ୍ବିଜବର 
ଶାସ୍ତ୍ରାର୍ଥ ନିପୁଣ ଶାନ୍ତ ଦାନ୍ତ ଯାଗଶୀଳ । 
ପୁରୁଷୋତ୍ତମ କ୍ଷେତ୍ରକୁ କଲେ ଆଗମନ 
ଗ୍ୃହସ୍ସ ଆଶ୍ରମେ ରହିଥ୍‌ଲେ ସେ ବ୍ରାହ୍ମଣ । 
ଦେହ ବାକ୍ୟ ମନରେ ଯେ ଶାନ୍ତି ବିରାଜିତ 
ସାତ୍ଵିକ ଭାବେ ପ୍ରଭୁଙ୍କୁ ଚିନ୍ତନ୍ତି ସତତ । 
ଏକ ସମୟରେ କ୍ଷେତ୍ରେ ଉପସ୍ଥିତ ହେଲେ 
ତୀର୍ଥଯାତ୍ରା ବିଧାନରେ ପ୍ରଭୁଙ୍କୁ ପୂଜିଲେ । 
ସେ କ୍ଷେତ୍ରରେ ତିନିରାତ୍ର କଲେ ଅବସ୍ଥାନ 
ଯଜ୍ଞ ଶେଷ ଅନ୍ଧ ଗୃହୀ କରିବେ ଭୋଜନ । 
ଶାସ୍ତ୍ରମତେ ଏହି କଥୀ ବିଚାର କରିଲେ 
ଶ୍ରୀମହାପ୍ରସୀଦ ଅନ୍ଧ ଭୋଜନ ନ କଲେ । 
ଲକ୍ଷମଦେବୀ ଯେଉଁ ପାକ ନୀତି କରୁଛନ୍ତି | 
ଅର୍ଥ କାମ ସାଧନାରେ ପ୍ରବୃତ୍ତ ଟ ହେଲି 
ବିଚାରିଲେ ଅନ୍ୟଲୋକେ ପାକ କରୁଛନ୍ତି ।
କେଉଁ ଦୋଷେ ଏ ଦାରୁଣ ପୀଡ଼ା ଭୋଗ କଲି । 
ଦେବଳକ ବିପ୍ରଗଣ ସେ ପାପ କରିବେ | 
ଆସିଥିଲେ ଆପଣଙ୍କୁ କରିଲେ ଦର୍ଶନ 
ତାହା ଦେବ ଯେଗ୍ୟ ହୋଇ ନ ପରିବେ କେବେ। | 
ସଞତ ପାପ ଏ ସ୍ଥାନେ ହୋଇବ ଦହନ । 
ଜଗନ୍ନାଥ ଦେବଙ୍କର ନଇବୈଦ୍ଯ ଅନ୍ଧ 
ଜାଣେ ନାହିଁ କରିଅଛି କେଉଁ ଅପରାଧ 
କିପରି ଶ୍ରୋତ୍ରିୟଗଣ କରିବେ ଭୋଜନ 
ଯାହା ଆପଣଙ୍କ ଶାସ୍ତ ପଥର ବିରୁଦ୍ଧ 
ସେ ଶ୍ରୋତ୍ରିୟ ଦ୍ଵିଜ ଏହା ମନେ ବିଚାରିଲେ | 
ଯେଣୁ ଏ ଭୀଷଣ ପୀଡ଼ା ଅଙ୍ଗେ ହେଲା ଜାତ 
ଶ୍ରୀମହାପ୍ରସାଦ ଅନ୍ଧ ଭୋଜନ ନ କଲେ । | 
ଅପରାଧ ବିନା ଅନ୍ୟ କାରଣ ନାହିଁତ । 
ତାହାଙ୍କ ସଙ୍ଗତେ ଆଉ ଯେତେ ଆସିଥିଲେ |
ହେ ମହାସାଗର ଜ୍ଞାନେଅବା ଅଜ୍ଞାନରେ 
କେହି ହେଲେ ସେ ପ୍ରସାଦ ଭକ୍ଷଣ ନ କଲେ ।
କରିଅଛି ଅପରାଧ କ୍ଷମାକର ବାରେ | 
ଏଣୁ କୂଟୁମ୍ ସହିତେ ସେହି ବିପ୍ରବର 
ହେ ପ୍ରଭୁ ଯାହାର ପାଦ ଖସଇ ଭୂମିରେ 
ଅପରାଧୀ ହେଲେ ବ୍ୟାଧବ ବଢ଼ିଲା ଶରୀର । | 
ଏକମାତ୍ର ସେହି ଭୂମି ତାଙ୍କୁ ରକ୍ଷା କରେ । 
ବାକ୍ୟ ଶକ୍ତି ରୁଦ୍ଧ ହେଲା ସଙ୍ଗୀ ଜନଙ୍କର | 
ସେହିପରି ଅପରାଧ ଆପଣଙ୍କ ପ୍ରତି 
ଏହା ଦେଖୁ ମନେ ବିଚାରିଲେ ଦ୍ଵିଜବର । | 
ଯେ କରନ୍ତି ତାଙ୍କୁ ରକ୍ଷା ଆପଣ କରନ୍ତି । 
ଅକସ୍ମାତ ଆମ୍ଭ ଅନୁଚରଗଣଙ୍କର ଅପରାଧ 
ଯୋଗେ ଯେଉଁ ପାପ ହୋଇଅଛି 
ବ୍ୟାଧ୍ବ ଜାତ ହୋଇ ପୀଡ଼ା ହୁଅଇ ଶରୀର । 
ଆପଣଙ୍କ ନିକଟରେ କ୍ଷମା ମାଗୁଅଛି | 
ଏ ରୂପ ଚିନ୍ତାରେ ତିନିରାତି ଗତ ହେଲା | 
ଅଗ୍ନି ସନ୍ତାପରୁ ଜାତ ହୁଏ ଯେଉ ବ୍ରଣ 
ମନମଧ୍ୟେ ଏହି ବୃଦ୍ଧି ଉପସ୍ଥିତ ହେଲା 
ସେ ଅଗ୍ନି ତାପରେ ତାହା ହୁଏ ପ୍ରଶମନ । 
ଏ କ୍ଷେତ୍ରରେ କିଛି ଦ୍ରୋହ ଆଚରଣ କଲୁ | 
ହେ ନାଥ ମୋର ପ୍ରାରବଧ ପାପୁଁ ହେଲା ଜାତ 
ଏ ରୂପ ବ୍ୟାଧୁରେ ସର୍ବେ ଆକ୍ରାନ୍ତ ହୋଇଲୁ । 
ଏ ଦୁର୍ବଶା ନାଶିବାକୁ ଆପଣ ସମର୍ଥ | 
ଜାଣିକରି କିଛି ଦ୍ରୋହ କରିନାହୁଁ ଆମ୍ଭେ | 
ଅପବର୍ଗ ଲାଭେ ଧନ୍ୟ ହୋନ୍ତି ଭକ୍ତଗଣ 
ଯାହାଯୋଗେ ଏହି ପୀଡ଼ା ଭୋଗିବେ ସରବେ । 
କଟାକ୍ଷପାତେ ମୋ ଦୁଃଖ ହୋଇବ ଦହନ । 
ଏହିପରି ଚିନ୍ତା ସେହି ଦ୍ବିଜବର କଲେ ହେ 
ଜଗନ୍ନାଥ ମୁଁ ଶୋକ ସାଗରେ ଭାସିଛି 
ପ୍ରଭୁ ଜଗନ୍ନାଥଙ୍କର ଧ୍ୟାନରେ ବସିଲେ । | 
ଉଦ୍ଧାର କରନ୍ତୁ ଶ୍ରୀପଦରେ ମାଗୁଅଛି | 
ତାହାଙ୍କର ଧ୍ୟାନ ଶେଷ ହେଲା ଯେତେବେଳେ | 
ଯେ ମାନବ ଆପଣଙ୍କ ଦୃଷ୍ଟିପଥେ ଥାଏ 
ଏହିରୂପେ ସ୍ତବ କରିବାକୁ ଆରମ୍ଭିଲେ 
ଏପରି ଦଶା କି ତାର ଯେବେ ହୋଇଥାଏ । 
ଦୁଇ ହସ୍ତକୁ ଯୋଡ଼ିଣ ଶାଣ୍ଡିଲ୍ୟ ବ୍ରାହ୍ମଣ 
ଆପଣ ତ ପ୍ରକ୍ୃତରେ ଦୟାର ସାଗର 
ହେ ପ୍ରଭୁ ଧର୍ମ ନିର୍ଣ୍ଣୟ କିରବା କାରଣ 
ଆପଣଙ୍କ ଦୃଷ୍ଟିପଥେ ରହେ ଯେଉଁ ନର । 
ଆପଣଙ୍କର ମୁଖରୁ ହୋଇଛି ନିର୍ଗତ 
ସଦା ବୁଡ଼ି ରହିଥାଏ ଆନନ୍ଦ ସାଗରେ 
ଚତୁର୍ଦ୍ଦଶ ବିଦ୍ୟା ଏଥି ସନ୍ଦେହ ନାହିଁ ତ । | 
କିଛି ବସ୍ତୁ ଚାହେଁ ନାହିଁ ସେ ଶୋକ ନର୍କରେ । 
ପୁରାଣ ନ୍ୟାୟ ମୀମାଂସା ସ୍ୃତି ଚାରିବେଦ | 
ହେ ଦେବ ମୋହର ଭାଗ୍ୟ ନୁହଇ ସାମାନ୍ୟ 
ଷଡ଼ଙ୍ଗ ଏ ଚତୁର୍ଦ୍ଦଶ ବିଦ୍ୟାରେ ପ୍ରସିଦ୍ଧ 
ଆପଣଙ୍କୁ ଧର୍ମ ନେତ୍ରେ କଲା ଦରଶନ । 
ଶାସ୍ତ୍ରମାନଙ୍କରେ ଯାହା ହୋଇାଛି ନିର୍ୃତ |
ଏହି ଯୋଗେ ମୋର ଭୟ ହେଉଛି ନିଶ୍ଚୟ 
ସେ ରୂପେ ନିଜ କର୍ଉବ୍ଯ କରିବା ଉଚିତ । | 
ଅପବର୍ଗ ପଥେ ହେବ ଶ୍ରେଷ୍ଠ ଅନ୍ତାରାୟ । 
ସେହି ଧର୍ମ ରକ୍ଷାଅର୍ଥେ ପ୍ରତ୍ୟେକ ଯୁଗରେ | 
ହେ ଜଗନ୍ନାଥ ଆପଣ ହୁଅନ୍ତୁ ପ୍ରସନ୍ଧ 
ଆପଣଙ୍କ ଅବତାର ହୁଏ ପୂଥବୀରେ 
ଏହି ସେବକ ଜନକୁ କର ପରିତ୍ରାଣ | 
ଯେଉଁ ନର କରେ ଶାସ୍ତ୍ର ବିଧଵକୁ ଲଙ୍ଘନ ।| 
ସେବ୍ଯ ସେବକ ସମନ୍ଧ ଯହିଁ ବିଦ୍ୟମାନ 
ଆପଣଙ୍କର ଦ୍ରୋହ ସେ କରେ ଆଚରଣ । | 
ତେଣୁ ଅପରାଧ କ୍ଷମା କରନ୍ତୁ ଆପଣ | 
ହେ ଦେବ ଦେବେଶଂ'ଦେହ ମନ ବଚନରେ | 
ଏହିପରି ସୁତି ଦ୍ଵିଜ କଲେ ସେ ସ୍ଥାନରେ 
ଧର୍ମ ଶାସ୍ତ୍କୁ ଲଙ୍ଘନ ମୁଁ କଲି ହେଳାରେ । | 
ଦେହ ପଡ଼ା ଶାନ୍ତ ହୋଇଗଲା ସେ କାଳରେ । 
ଶ୍ରୀ ନୃସିଂହ ଦେବଙ୍କୁ ଯେ କରିଲେ ସାକ୍ଷାତ |
ଶ୍ରୀ ମହାପ୍ରସାଦ ଅନ୍ଧ ନଜାଣିମା ପଣେ 
ଦିବ୍ୟ ସିଂହାସନେ ହୋଇଛନ୍ତି ଅଧୁଷ୍ଠିତ 
ଦିବ୍ୟ ଅଳଙ୍କାରେ ବିଭୂଷିତ ହୋଇଛନ୍ତି 
ଲକ୍ଷ୍ମୀ ପରଶନ୍ତି ଅନ୍ନ ଭୋଜନ କରନ୍ତି 
ଭୁକ୍ତି ଶେଷ ଅନ୍ଧ ଯାହା ରହଇ ହସ୍ତରେ 
ତାହା ପକାଇ ଦିଅନ୍ତି ପାତ୍ର ମାନଙ୍କରେ 
ଲକ୍ଷ୍ମୀଦେବୀ ହସି ହସି ଯାହାକୁ ଦିଅନ୍ତି 
ଆନନ୍ଦରେ ତାହା ପ୍ରଭୁ ଭୋଜନ କରନ୍ତି । 
ସେ ଶାଣ୍ଡିଲ୍ୟ ଦ୍ଵିଜ ଦେଖୁ ବିସ୍ମୟ ହୋଇଲେ 
ପ୍ରସାଦ ନ ଖାଇ ଅପରାଧ ସେ ବୁଝିଲେ 
ପୁନର୍ବାର କଲେ ଦ୍ଵିଜ ଏହିପରି ସ୍ତବ 
ଦୂରଦେଶେ ଘର ଏହା ନ ଜାଣଇ ଦେବ 
ଆପଣ ସର୍ବଜ୍ଞ ସର୍ବ ତତ୍ତ୍ଵର ଅତୀତ 
ଆପଣଙ୍କ ମାୟା ମୁର୍ଖ ଜାଣିବ କେମନ୍ତ 
ସ୍ପଷ୍ଟି ସଂହାର କରୁଛ ଇଛାରେ ଆପଣ 
ଏହା କିପରି ଜାଣିବ ମୁଁତ ମୂଢ଼ଜନ 
ସେ ବ୍ରାହ୍ମଣ ଏହିରୂପେ ସୁତି କିରୁଥଲେ 
ସ୍ବୟଂ ଶ୍ରୀ ନୃସିଂହ " ଦେବ ଉଚିଷ୍ଟ ହସ୍ତରେ 
ଭୋଜନର ଶେଷ ଅନ୍୍‌ଵ ବ୍ରାହ୍ମଣ ଦେହରେ 
ଲେପନ କରିଲେ ଦୟାସିନ୍ଧୁ ସେ କାଳରେ । 
ଅମ୍ପତ ସମାନ ଭୁକ୍ତ ଶେଷ ସେହି ଅନ୍ଧ 
ଦେହେ ଲାଗି ରୋଗମୁକ୍ତ ହେଲେ ସେ ବ୍ରାହ୍ମଣ । 
ରଖି ସମାନ ପରମ ସୌନ୍ଦର୍ଯ୍ୟ ସଖନ୍ଧ 
ଦିବ୍ୟ ଦେହ ଧାରଣ ସେ କଲେ ତତକ୍ଷଣ 
ବନ୍ଧ୍ୟା ରମଣୀ ପ୍ରସବ ବେଦନା ଯେପରି 
ଯେଉଁକାଳେ ଅନୁଭବ କରି ତ ନ ପାରି 
ସେହିରୂପେ ଭକ୍ତଗଣ କେବଳ ବୁଝନ୍ତି 
ଭକ୍ତିରେ ମହିମା ଅନ୍ୟ ବୁଝି ନ ପାରନ୍ତି 
ଏହାକହି ନିଜକୁ ସେ କୃତାର୍ଥ ମଣିଲେ 
ନୃସ୍ରିଂହଙ୍କର ଉଚିଷ୍ଟ ପାତ୍ରରୁ ଭୁଞ୍ଜିଲେ 
ଧର୍ମଶାସ୍ତ୍ରରେ ବିଚାର ନାହିଁ ଏ କ୍ଷେତ୍ରରେ 
ମନ ମଧ୍ୟରେ ଏ କଥା ଭାବନା କରିଲେ । 
ଏହା ତ ପରମଧର୍ମ ରୂପେ ବିବେଚିତ 
ଏହାକୁ ଯେ କରିଛନ୍ତି ` ସ୍ଵୟଂ ଜଗନ୍ନାଥ । 
ଆଚାରର ପ୍ଲଭୁ ଧର୍ମ ଯେ ରୂପେ ବିଖ୍ୟାତ 
ସେପରି ଧର୍ମର ପ୍ରଭୁ ସ୍ଵୟଂ ଜଗନ୍ନାଥ 
ଏହି କଥା ମନରେ ସେ ବିଚାର କରିଲେ 
କୁଟୁମ୍ବମାନଙ୍କ ପାଇଁ ମୁଠିଏ ଧଇଲେ 
ତହୁଁ ଧ୍ୟାନ ଭଙ୍ଗ ହେଲା ବିସ୍ଲୟ ମନରେ 
ଚିନ୍ତାକରି ଏହିକଥା ନିଶ୍ଚୟ କରିଲେ 
ଭୋଜନ ନ କଲି ଆସି ଏହି କ୍ଷେତ୍ରସ୍ଥାନେ । 
ଜଗନ୍ନାଥଙ୍କର ପ୍ରତି ଦ୍ରୋହ ଆଚରଣ 
କରିବା ହେତୁ ପାଇଲି ଏପରି କଷଣ | 
ସ୍ଵୟଂ ବ୍ରହ୍ମା ଚଉଦ ଭୁବନ ଅଧ୍ବପତି 
ଧର୍ମ ଦ୍ରବ୍ୟ ମୟ ଜଳେ ସେ ପାଦ ଧୁଅନ୍ତି | 
ନିଜକୁ ପବିତ୍ର ସେ ଜଳରେ କରିଛନ୍ତି 
ଇନ୍ଦ୍ର ଆଦି ଦେବଗଣ ଯାହାକୁ ପୂଜନ୍ତି | 
ସେହି ନାରାୟଣ ଏହି କ୍ଷେତ୍ରେ ବିଦ୍ୟମାନ 
ମନୁଷ୍ୟ କୃତ ଅନ୍ଧାଦି କରନ୍ତି ଭୋଜନ । 
ଏପରି ଅଭୁତ କଥା ସ୍ବପ୍ନରେ ଦେଖୁଲେ 
ସେହି ବିପ୍ରବର ଅତି ଆଷ୍ଚର୍ଯ୍ୟ ହୋଇଲେ । 
ସେ ନୈବେଦ୍ଯ ଅନ ସର୍ବ ପରିଜନଙ୍କର 
ଦେହରେ ଲେପନ ଆଣି କରିଲେ ସତ୍ତୁର ! 
ରୋଗଶୁନ୍ୟ ହୋଇ ସର୍ବେ ବଚନ କହିଲେ 
ପୁନର୍ଜନୃ ହେଲା ବୋଲି ମନେ ବିଚାରିଲେ । 
ପୁରୁଷୋତ୍ତମ କ୍ଷେତର ମହିମା ଗାଇଲେ 
ସକୂଟୁମ୍ଭ ବନ୍ଧୁ ବର୍ଗ ଆନନ୍ଦ ହୋଇଲେ । 
ପୁରୁଷୋତ୍ତମ କ୍ଷେତ୍ରରେ ଦେବ ଜଗନ୍ନାଥ 
ଉଚ୍ଛିଷ୍ଠ ଦେଇ ପାପୀଙ୍କୁ କରନ୍ତି ମୁକତ | 
ସପ୍ରଦ୍ଵୀପା ଅବନୀରେ ଏକ୍ଷେତ୍ର ସମାନ 
ଆଉ ନାହିଁ ପୁଣ୍ୟକ୍ଷେତ୍ର ଶୁଣ ରଖଷିଗଣ | 
ଯେଉଁସ୍କାନେ ଭୋଗ ସ୍ଵଗ  ମୁକ୍ତି କରଗତ 
ସେ କ୍ଷେତ୍ର ସମାନ କ୍ଷେତ୍ର ଦୁର୍ଲଭ ନିଶ୍ଚିତ । 
ଏ ଭବ କାନ୍ତାରେ ଭ୍ରମୁଛନ୍ତି ଜୀବଗଣ 
ବାରମ୍ବାର ମାତୃଗର୍ଭେ ହୁଅନ୍ତି ଜନମ | 
ସୌଭାଗ୍ୟକୁ ଏହିଷ୍ଷେତ୍ରେ ହେଲେ ଉପସ୍ଥିତ 
ବିବିଧ ଭୋଗ ଭୁଞ୍ଜିଣ ପାନ୍ତି ମୁକ୍ତିପଥ | 
ଏହିପରି କଥାବାର୍ଭା ସକଳେ ହୋଇଲେ 
ଏକତ୍ରେ ମହାପ୍ରସାଦ ଭୋଜନ କରିଲେ । 
ସେ ବିପ୍ର ସଙ୍ଗରେ ଆସିଥ୍‌ଲେ ଯେତେ ଜନ 
ନିଷ୍ଠାପ ହୋଇଣ ସର୍ବେ ହେଲେ ରୋଗଶୂନ୍ୟ । 
ବାଳ ସୂର୍ଯ୍ୟପରି ତେଜ ହୋଇଲା ପ୍ରକାଶ 
ଦେହ କାନ୍ତି ଝଟକିଲା ଯେସନେ ତ୍ରିଦଶ । 
ରଖଷିଗଣ ତୁମ୍ଭେମାନେ ସର୍ବେ ଶୁଣିଲ ତ 
ଶ୍ରୀକ୍ଷେତ୍ର ମହାପ୍ରସାଦ ଭୋଜନ ବୃତ୍ତାନ୍ତ । 
ମହାପାପୀ ଜନ ଯଦି ଶ୍ରବଣ କରଇ 
ମହାପାପ କରିଥୁଲେ ମୁକତ ହୁଅଇ | 
ବ୍ରହ୍ମରୂପୀ ଭଗବାନ ନିଜର ଦେହରେ 
¦ | ଲେପନ କରନ୍ତି ମହାପ୍ରସାଦ ହସ୍ତରେ | 
ସେ ନିର୍ମାଲ୍ୟ ଗ୍ରହଣର ପ୍ରକୃତ ବୃତ୍ତାନ୍ତ 
ମୁଖେ କହିବାକୁ ଆମ୍ଭେ ନୋହୁ ସମରଥ 
ଗନ୍ଧ ପୁଷ୍ପ ମାଳ ଭଗବାନଙ୍କ ଅଙ୍ଗରେ 
ଲାଗି ହୋଇ ଯଥାକାଳେ ଉଲାଗି ହୋଇଲେ । 
ତାହାର ନାମ ନିର୍ମାଲ୍ୟ କହନ୍ତି ସକଳେ 
ଏହାକୁ ନିଜ ମସ୍ତକେ ଧାରଣ ଯେ କରେ । 
ଅଥବା ନିଜ ଅଙ୍ଗରେ କରଇ ଲେପନ 
ସକଳ ତୀର୍ଥର ଫଳ ଲଭଇ ସେ ଜନ 
ଯେଉଁଜନ କରେ ଏହି ନିର୍ମାଲ୍ୟ ଭୋଜନ 
ଗୁରୁତଛ ଆଦି ପାପ ହୁଅଇ ଦହନ 
ନିର୍ମାଲ୍ୟ ଅଟେ ବିଷ୍ଣୁଙ୍କ ଶରୀର ସମାନ 
ଶୁଭଫଳ ମିଳେ ଅଙ୍ଗେ କରିଲେ ଲେପନ । 
ପୂର୍ବେ ଇନ୍ଦ୍ରଦ୍ୟୁମ୍ନ ଯେଉଁରୂପେ କରିଥଲେ 
ସେହିରୂପେ ପ୍ରତିଦିନ ପ୍ରଭଧଙ୍କ ଦେହରେ 
ଚନ୍ଦନାଗୁରୁ କସ୍ତୁରୀ କର୍ପୁର କୁଙ୍କୁମ 
ଏ ସକଳ ଏକତ୍ରରେ କରିବ ଲେପନ 
ବର୍ଷଶେଷେ ଥରେ ତାହାର ଲାଗି କରିବ 
ସେ କାଳେ ପ୍ରଭୁଙ୍କୁ ଦରଶନ ନ କରିବ 
ବର୍ଷମଧ୍ୟେ ଅଙ୍ଗ ଲେପ ହୋଇଲେ ସ୍ତଳନ 
ପୁନର୍ବାର ପିଷ୍ଟଦ୍ରବ୍ୟ କରିବ ଲେପନ ` 
ଅନ୍ୟ ଦ୍ରବ୍ୟରେ ଲେପନ ପ୍ରଶସ୍ତ ନୂହଇ 
ଭକ୍ତ ଦ୍ରବ୍ୟ ବିଷ୍ୁ ଦେହ ସମାନ ଅଟଇ 
ମୁନିଗଣ ପୂର୍ବକାଳ କଥା କହୁଅଛି 
ଏକକାଳେ ) ମୁଢ଼ମତି ଏକରାଜ ବସି 
ଜଗନ୍ନାଥ ହେଉଥିଲେ ଚନ୍ଦନ ଚର୍ଚ୍ଚିତ 
ତାହା ଦେଖୁ ସୁବାସରେ ହୋଇଲେ ମୋହିତ । 
ନିଜ ଅଙ୍ଗେ ଲେପିବାକୁ ଇଚ୍ଛା ସେ କରିଲେ ` 
ସେବାକାରୀ ଜନ ଏହି ବିଷୟ ଜାଣିଲେ 
ରାଜପୁତ୍ରକୁ ସନ୍ତୋଷ କରିବା ନିମିତ 
ପ୍ରଭୁଙ୍କ ଦେହୁଁ ପୋଛିଲେ ଚନ୍ଦନ ତୁରିତ 
ରାଜପୁତ୍ରକୁ ଯେ ଆଣିଦେଲେ ତତକ୍ଷଣ 
ରାଜପୁତ୍ର ନିଜ ଅଙ୍ଗେ କରିଲେ ଲେପନ 
ଯେଉଁ ଅଙ୍ଗରେ ଲାଗିଲା ପ୍ରଭୁଙ୍କ ଚନ୍ଦନ 
ଧବଳ କୁଷ୍ଠେ ଆକ୍ରାନ୍ତ ହେଲା ସେହି ସ୍ଥାନ । 
ରାଜପୁତ୍ରକୁ ଯେ ଜନ କରିଲା ପ୍ରଦାନ 
ତା ଦେହରେ କୁଷ୍ଠବ୍ୟାଧୂ ଜାତ ତତକ୍ଷଣ 
ଏଣୁ ପ୍ରଭୁଙ୍କ ଦେହରେ ସେହି ବିଲେପନ 
ବର୍ଷେକାଳ ଯାଏ ଥିବ ଅଛି ଏ ନିୟମ 
ଅନ୍ୟ ନର୍ମାଲ୍ୟ ମଧ୍ୟରେ ଏହି ବିଲେପନ 
ଆଘ୍ରାଣ ମାତ୍ରକେ ପାପ ହୁଅଇ ଦହନ 
ଆଉ ଏକ କଥା କହୁଅଛି ସର୍ବେ ଶୁଣ 
ପୂର୍ବେ ଥଲା ଏକ ଦୈତ୍ୟ ଦମନକ ନାମ 
ସମୁଦ୍ର ଜଳରେ ସଦା କରେ ସନ୍ତରଣ 
ମାୟା ପ୍ରକାଶି ଲୋକଙ୍କୁ ପୀଡ଼େ ପ୍ରତିଦିନ 
ଭଗବାନଙ୍କୁ ପ୍ରାର୍ଥନା ବିଧାତା କରିଲେ 
ମାୟାଧର ଭଗବାନ ମସ୍୍ୟରୂପ ହେଲେ 
ସାଗର ଜଳରେ ପଶିକଲେ ଅନୃଷଣ 
ତୀର ଦେଶେ ଆଣି ତାକୁ ବେଗେ କଲେ ଚୂର୍ଣ୍ଣ 
ଚୈତ୍ରମାସ ଶୁକୃପକ୍ଷ ଚତୁର୍ଦ୍ଦଶୀ ଦିନ 
ଭଗବାନଙ୍କର ହସ୍ତେ ହୋଇଲା ନିଧନ ` 
ଭୂମିରେ ପଡ଼ନ୍ତେ ସେ ଦାନବ ଦେହ ଚୂଣ୍ଡ 
ସୁଗନ୍ଧ ତୃଣ ରୂପରେ ହୋଇଲା ଜନମ 
ଏହା ଦେଖୁ ଭଗବାନ ଆଶ୍ଚର୍ଯ୍ୟ ହୋଇଲେ 
ଦମନକ ସଙ୍ଗେ ରହେ ଆଉ ଯେତେ ଫୁଲେ 
ବନମାଳା ସଙ୍ଗତରେ ହୃଦେ ଲମ୍ବାଇଲେ 
ତାର ସୁଗନ୍ଧ ବିଷୟ ମନେ ଚିନ୍ତା କଲେ 
ଦମନକ୍କ ନାମରେ ତା ଗ୍ରହଣ କରିଲେ 
କେତେକ୍ଷଣେ ନିଜ ଗନ୍ଧ ହରାନ୍ତି ସକଳେ 
ସେହି ଦମନକ ବର୍ଣ୍ଣ ପୃଥିବୀ ଭୂଷଣ 
ଭଗବାନଙ୍କର ବର୍ଣ୍ଣ ସଙ୍ଗରେ ସମାନ 
ଏହି ହେତୁ ଦମନକ ମାଳା ପ୍ରଭୁଙ୍କର 
ସଦାକାଳେ ହୋଇଥାଏ ଅତି ପ୍ରୀତିକର 
ବାସି ହୋଇକରି ଯଦି ଶୁଷ୍ପ ହୋଇଥାଇ 
ଦମନକ କେଉଁ କାଳେ ଦୂଷିତ ନୂହଇ 
ଦମନକ ଅରି ପ୍ରଭୁ ଭଗବାନଙ୍କର 
ପ୍ରତି ସାଧନ କର୍ରବ୍ୟ ସକଳ ଜନର 
ଏହି ଦମନକ ମାଳା ଗୁନ୍ଧି ଯତନରେ 
ପ୍ରଭୁଙ୍କ ଗଳାରେ ଦେଲେ ମୁକ୍ତିଲାଭ କରେ 
ପ୍ରଭୁଙ୍କ ଦେହୁଁ ଏ ମାଳା ଉଲ୍ଲାଗି ହୋଇଲେ 
ଅଙ୍ଗରେ ଧଇଲେ ଅଶ୍ବମେଧ ଫଳ ମିଳେ 
ତୁଳସୀ ମାଳା ପ୍ରଭୁଙ୍କ ଦେହୁ ମୁକ୍ତ ହେଲେ 
ଯେ ବ୍ୟକ୍ତି ଧାରଣ କରେ ମସ୍ତକ କଣ୍ଠରେ 
ସେ ଭୂତଳେ ବାସ କରି ଜୀବନ୍ଧୁକ୍ତ ହୁଏ 
ଅସଂଖ୍ୟ ଅଶ୍ଵମେଧର ଫଳକୁ ସେ ପାଏ 
ଭଗବାନଙ୍କ ଅଙ୍ଗରୁ ମୁକ୍ତ ହୋଇଥିବ . 
ଯେତେ ସଂଖ୍ୟକ ତୁଳସୀ ଭକ୍ଷଣ କରିବ 
ତୁଳସୀ ପତ୍ର ସଂଖ୍ୟାରେ ସହସ୍ର ବରଷ 
| ଯେ ଜନ ବିଷ୍ଣୁ ଲୋକରେ କରଇ ନିବାସ 
ତୁଳସୀ ମିଶ୍ରିତ ନୈବେଦ୍ୟାନ୍ସ ଭକ୍ଷଣରେ ! 
| | ସୋମରସ ପାନ ଫଳ ମିଳେ ସେ କାଳରେ । 
ଯାବଜୀବନ ଯେ ଜନ କରଇ ଭୋଜନ 
ନିଶ୍ଚୟ ମୋକ୍ଷପଦବୀ ଲଭେ ସେହି ଜନ | 



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ