ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦ୍ଵାବିଂଶୋଦଧ୍ୟାୟଃ

  

ଦ୍ଵାବିଂଶ ଅଧ୍ୟାୟ 

ଜୈମିନି କହନ୍ତି ମହୀପତି ଇନ୍ଦ୍ରଦ୍ୟୁମ୍ନ 
ଅଲକ୍ଷ୍ୟ ଗତି ରଷିଙ୍କୁ କହିଲେ ଏସନ 
ହେ ନାରଦ ମନଠାରୁ ଅତି ବେଗବାନ 
ପୁଷ୍ଠରଥ ରହିଅଛି କରିବା ଗମନ 
ଆମ୍ଭେ ଦୁହେଁ ସେହି ରଥ କରି ଆରୋହଣ 
ବ୍ରହ୍ମାଙ୍କୁ ବ୍ରହ୍ମ ଲୋକରେ କରିବା ଦର୍ଶନ । 
କ୍ଷଣକାଳ ଅପ୍ରେକ୍ଷା ତ କରନ୍ତୁ ଏଠାରେ 
ଦେଉଳେ କର୍ମୀମାନଙ୍କୁ କହି ଆସେ ଥରେ । 
ଅତି ଶୀଘ୍ର ପ୍ରଭୁଙ୍କୁ ତ କରି ପ୍ରଦକ୍ଷିଣ 
ଆସୁଅଛି ଏହି କଥା କହନ୍ତେ ରାଜନ 
ନାରଦ ରଷି ଶୁଣନ୍ତେ ଏସନ ବଚନ 
ଶ୍ରବ୍ଧାରେ ରାଜାଙ୍କ ହସ୍ତ କରିଲେ ଧାରଣ 
ମହାବେଦୀର ସମୀପେ ହେଲେ ଉପସ୍ଥିତ 
ବଳରାମ ସୁଭଦ୍ରା ସହିତ ଜଗନ୍ନାଥ | 
ବ୍ରହ୍ମଲୋକେ ଯିବା ପାଇଁ ପ୍ରାର୍ଥନା କରିଲେ 
ବାରମ୍ବାର ପ୍ରଣାମ ଯେ ତହି ଦୁହେ କଲେ । 
ଇନ୍ଦ୍ରଦ୍ୟୁମ୍ନ ତିନିବାର କରି ପ୍ରଦକ୍ଷିଣ 
କାୟ ମନୋବାକ୍ୟେ କଲେ ସାଷ୍ଟାଙ୍ଗ ପ୍ରଣାମ । 
ଦୁଇ କରଯୋଡ଼ି କରି ଅତି ବ୍ୟାକୂଳରେ 
ଯିବା ପାଇଁ ପୁନର୍ବାର ପ୍ରାର୍ଥନା କରିଲେ | 
ମୁନି ରାଜା ଦୁହେଁ ରଥ ଆରୋହଣ କଲେ 
ବ୍ରହ୍ମଲୋକ ଅଭିମୁଖେ ଯାତ୍ରା ଆରମ୍ଭିଲେ । 
କ୍ରମେ ନଭୋ ମଣ୍ଡଳର ମଧ୍ଯବର୍ରୀ ହେଲେ 
ସୂର୍ଯ୍ୟମଣ୍ଡଳକୁ ପ୍ରଦକ୍ଷିଣ ପାଇଁ କଲେ | 
ସୂର୍ଯ୍ୟ ମଣ୍ଡଳକୁ ଅତିକ୍ରମ କରି ଗଲେ 
ଏହିପରି ଉର୍ନ୍ବଲୋକେ ଗମନ କରିଲେ 
ଏ ସମୟେ ଜନଲୋକ ବାସୀ ସିଦ୍ଧଗଣ 
ନତ ମୁଖେ ଏମାନଙ୍କୁ ଚାହିଲେ ତକ୍ଷଣ । 
ମନୋମଳ ବିଶୋଧକ ଶ୍ରୀବିଷ୍ଣୁ ଚରିତ 
ବାକ୍ୟାଳାପ କରି ହେଲେ ଦୁହେଁ ଆନନ୍ଦିତ । 
ନାରଦ ମହର୍ଷି ସର୍ବଲୋକ ନମସ୍ଟୃତ 
ସକଳ ପୁରେ ଯିବାକୁ ତାଙ୍କୁ ଦ୍ଵାରମୁକ୍ତ । 
ମର୍ଭ୍ୟବାସୀ ନରରାଜା ବିଷୁଭକ୍ତି କରି 
ସକଳ ପୁରେ ଯିବାକୁ ହେଲେ ଅଧ୍ବକାରୀ । 
ଯେ ଜନ ବିଷୁଙ୍କୁ ଏହା ଭକ୍ତି କରିପାରେ 
ଦୁର୍ନ୍ଭ ନୂହଇ ତାକୁ କିଛି ବ୍ରହ୍ମାଞ୍ଡରେ । 
ଅଧୁକ ତ ମୁକ୍ତି ତାର ହୁଏ ହସ୍ତଗତ 
ଦୁହେଁ ମହଲୋକେ ଯାଇଁ ହେଲେ ଉପସ୍ଥିତ । 
ସେ ସ୍ଥାନେ ଅଭିନନ୍ଦନ ସିଦ୍ଧଗଣ କଲେ 
ସ୍ଵ-ଦେହ ପାଥିବ ବୋଲି ରାଜା ନା ଭାବିଲେ । 
ଏହି କ୍ରମେ ଉର୍ନ୍ଧଲୋକେ ଗମନ 
ସୁଖୀ ଦୃନ୍ଦ୍ଶୁନ୍ଯ ପୁରୁଷଙ୍କୁ ତ ଦେଖୁଲେ . 
ଦେଖୁ ଦେଖୁ ୧ ସନ୍ତୁଷ୍ଟ ହୋଇଲେ 
ଦେଉଳ ନିର୍ମାଣ କଥା କରିଲେ ସ୍ମରଣ  । 
ଦେଉଳ କାର୍ଯ୍ୟ ସକଳ ସରିଛି କି ନାହି 
ବ୍ରହ୍ମଲୋକକୁ ଗମନ କରୁଅଛି ମୁହିଁ | 
ଏ ସମୟେ ଶତ୍ତ ଆସି ନଷ୍ଟ କରିଦେବେ 
ନିଜର ଯେ ଅଧ୍ବକାର ଘୋଷଣା କରିବେ । 
କିମ୍ବା ନିଯୁକ୍ତ ସେବକେ କରି ଦୁବ୍ୟ ଲୋଭ 
ଦେଉଳର କାର୍ଯ୍ୟ ଶେଷ ନ କରିବେ ସର୍ବ । 
ଅଥବା ବେତନ ଭୋଗୀ ଶିଳ୍ପୀଗଣ ଯେତେ 
ଅଳସୁଆପଣେ କାର୍ଯ୍ୟ ନ କରିବେ ତେତେ । 
ଯେ ପର୍ଯ୍ୟନ୍ତ ଚତୁର୍ମୁଖ ବିଧାତାଙ୍କୁ ନେଇ 
ନୀଳାଚଳରେ ପ୍ରବେଶ ହୋଇନାହିଁ ମୁହିଁ । 
ଦେଉଳ ନିର୍ମାଣ କାର୍ଯ୍ୟ ସେହି ପରିଯନ୍ତ 
ସମ୍ପନ୍ନ ହୋଇବ ନାହିଁ ଏକଥା ନିଶ୍ଚିତ । 
ଯେଉଁମାନେ ଏହି ବ୍ରହ୍ମଲୋକକୁ ଆସନ୍ତି 
ସେମାନେ ଭୂ-ମଣ୍ଡଳକୁ ଆଉ ନ ଫେରନ୍ତି । 
ସାମନ୍ତ ରାଜାଏ ଏହିପରି ମନେ କରି 
ମୋ ରାଜ୍ୟ ହରଣ କରି ନେବେ ଚେଷ୍ଟା କରି। 
ଏହି ଅବସ୍ତାରେ ଯେତେ ଶତ୍ରୁ ରାଜାଗଣ 
ମୋ ରାଜ୍ୟକୁ କରିବେ ତ ସର୍ବ ଆକ୍ରମଣ । 
ଉଦ୍‌ବେଗମନେ ରାଜା ଯେ ଚିନ୍ତା କରୁଥିଲେ 
ତ୍ରିକାଳଦର୍ଶୀ ନାରଦ ତା ଜାଣି ପାରିଲେ । 
ହେ ରାଜେନ୍ଦ୍ର ଦୁଃଖ ମନେ ଚିନ୍ତା କରୁଅଛ 
ଚିନ୍ତାର ଅତୀତ ସ୍ଥଳେ ଆସି ପହଞ୍ଚଛି |
ଆଧ୍ଟ ବ୍ୟାଧ୍ୂବ କରା ମୂତ୍ୟୁଆଦି ଯେତେ 
କ୍ଲେଶ କୋଟିଏ ଚନ୍ଦ୍ରର କାନ୍ତି କରିଛି ଧାରଣ 
ନାହିଁ ଏ ସ୍ଥାନରେ ମନେ ରଖନ୍ତୁ ନରେଶ 
ମହାଭାଗ ଏ ସ୍ଥାନରେ ହୋଇଛ କୃତାର୍ଥ 
ନରଦେହେ ବ୍ରହ୍ମଲଲୋକେ ହେଲେ ଉପସ୍ଥିତ | 
ବ୍ରହ୍ମଲୋକେ 'ସ୍ୟଂ ହରି ଢ୍ରେବଙ୍କୁ ଦର୍ଶନ 
କଲ ଯେଣୁ ତୁମ୍ଭେ ଅଟ ଅତି ଭାଗ୍ୟବାନ । 
ଯେଉଁ ଜୀବମାନେ ବ୍ରହ୍ମଲୋକକୁ ଆସନ୍ତି 
ତୁଛା ସାଂସାରିକ କାଯ୍ୟେ ଶୋକ ନ କରନ୍ତି। 
ନାରଦ ରଷି ଏ ରୂପେ ବଚନ କହିଲେ 
ମହୀପତି ସେ କଥୀରେ ଉତ୍ତର କରିଲେ । 
ହେ ରଖି ମୋ ରାଜ୍ୟ ବନ୍ଧୁ ଆତ୍ମୀୟ ସ୍ଵଜନ 
ଏମାନଙ୍କ ପ୍ରତି ଶୋକ ନାହି ମୋର ମନ । 
ଭଗବାନଙ୍କ ନିମିତ୍ତ ଦେଉଳ୍‌ ତୋଳିଛି 
ଏଣେ ବ୍ରହ୍ମଲୋକକୁ ତ ମୁହିଁ ଆସିଅଛି 
ଏ କଥା ଜାଣି ଅଛନ୍ତି ମୋର ଭୃତ୍ୟଗଣ 
ଅବଶିଷ୍ଟ କାର୍ଯ୍ୟ କରୁ ନ ଥୁବେ ସମ୍ପନ୍ନ 
ଯେଉଁ ଦେଉଳ ନିର୍ମାଣ କରିଅଛି ମୁହିଁ 
ତାର ପ୍ରତିଷ୍ଠା କରିବ ସେ ସ୍ଥାନକୁ ଯାଇ 
ସେ କାର୍ଯ୍ୟରେ କାଳେ ଜାତ ହେବ ବିଘ୍ଧମାନ 
ଏହା ମନେ କରି ଦୂଃଖ ହୁଏ ଏହିକ୍ଷଣ 
ରାଜାଙ୍କର ଏହି ବାକ୍ୟ ଶ୍ରବଣ କରନ୍ତେ 
ନାରଦ ମୁନି କହିଲେ ବଚନ ତୁରିତେ 
ହେ ଭୁପାଳ ତୁମ୍ଭେ ନୂହ ସାମାନ୍ୟ ରାଜନ 
ତୁଳନାରେ ତୁମ୍ଭେ ପ୍ରଜାପତିଙ୍କ ସମାନ 
ପୃଥ୍ବୀ ମଧ୍ଯରେ. କେହି ବ୍ୟକ୍ତି ତୁମ୍ଭର ତ 
ଅପକାର କରିବାକୁ ନୋହିଛି ସମର୍ଥ 
ବର୍ତମାନ ଯେଉଁ କାର୍ଯ୍ୟ କରିଛ ଆରମ୍ଭ 
ତହିଁ ଜଗତ କର୍ଭାଙ୍କ ସାହାଯ୍ୟ ପାଇବ 
ଏବେ ତୁମ୍ଭେ ବ୍ରହ୍ମଲୋକକୁ ଯେ ଆସିଅଛ 
ତ୍ରିଲୋକରେ ତୁମ୍ଭ ଯଶ ଚନ୍ଦ୍ରପରି ସ୍ଵଚ୍ଛ 
ତୁମ୍ଭର ପ୍ରତାପ ଅଟେ ସୂର୍ଯ୍ୟର ସମାନ 
ତୁମ୍ଭ କାର୍ଯ୍ୟେ ବିଘ୍ନ ଜାତ କରିବ ଜେ ଜନ 
ଚତୁର୍ମୁଖ ବ୍ରହ୍ମା ଯାକୁ ହୁଅନ୍ତି ସ୍ତହାୟ 
ତାର କାର୍ଯ୍ୟରେ କଦାପି ନାହିଁ ବିଘ୍ଵଭୟ 
ଆପଣ ମନରୁ ଦୁଃଖ ବେଗେ ଦୂର କର. 
କେହି କହି ନ ପାରିବ ଏ ଦେଉଳ ମୋର । 
ମହାରାଜା ଦେଖାଯାଉଅଛି ଅଳ୍ପ ଦୂରେ 
ଶଚୀପତି ବସିଅଛି ସେ ସଭା ମଧ୍ଷରେ 
ହେ ଭୂପତି ଏହି ଲନ୍ଦ୍ର ସଭାର ଉପରେ 
କୋଟି ଅମୃତ ସାଗର ତୁଲ୍ୟ ଯାର କାନ୍ତି 
ବ୍ରହ୍ମାଙ୍କ ସଦନ ପାଶେ ଉପସ୍ଥିତ ହୃ୍ତି 
ଏହିରୂପେ କଥାବାଉାଁ ହୋଇ ଦୁହେଁ ଗଲେ 
ବ୍ରହ୍ମାଙ୍କ ସଦନ ପାଶେ ଉପସ୍ଥିତହେଲେ 
ବ୍ରହ୍ମର୍ଷିମାନଙ୍କ ମୁଖ ବିବରୁ ନିର୍ଗତ 
ସୁସ୍ପଷ୍ଟା ବର୍ଣ୍ଣ ସୁ- ସ୍ଵର ସୁପଦେ ଭୂଷିତ 
ବେଦ ଅଧ୍ୟୟନ ଧ୍ଵନି କରିଲେ ଶ୍ରବଣ 
ସ୍ପଷ୍ଟ ପଦ ଉଚ୍ଚଶବ୍ଦେ ହେଉଅଛି ଗାନ 
ଇତିହାସ ପୁରାଣେ ଯେ ଛାନ୍ଦ ଗାଥା କଳ୍ପ 
ଭିନ୍ନ ଭିନ୍ନ ରୂପେ ତହିଁ ଶୁଣିଲ ତ ନୃପ 
ରଖିବର କହୁଛନ୍ତି ଆହେ ନୃପବର 
ବ୍ରହ୍ମାଙ୍କ ସଦନୁ ଶୁଣିଯାଇଛ୍ି ସକଳ 
ସଭା ଦେଖାଯାଉଅଛି ତହି ବେଦପତି 
ବ୍ରହ୍ମର୍ଷିମାନଙ୍କ ସହ ସୁଖେ ବସିଛନ୍ତି 
ବହୁବିଧ ଜୀବଙ୍କର ଆଶ୍ରୟ ହୁଅନ୍ତି 
ଜୀବନ୍ଧକ୍ତ ଗଣଙ୍କର ଉପାସ୍ୟ ଅଟନ୍ତି 
ଜୀବଗଁଣ ଥରେ ଏହି ସ୍ଥାନକୁ ଆସିଲେ 
ସଂସାର ସଙ୍ଗଟେ ନ ପଡ଼ନ୍ତି ଆଉ ଭଲେ 
ସତ୍‌ ଏହି ଶବ୍ଦ ଅଟେ ବ୍ରହ୍ମାଙ୍କର ନାମ 
ସତ୍ୟ ଲୋକନାମେ ଖ୍ୟାତ ବ୍ରହ୍ମାଙ୍କ ସଦନ 
ଏହାରି ଉପରି ଭାଗ ଅଟେ ମହାଶୂନ୍ୟ 
ବ୍ରହ୍ମାର ଅଣ୍ଡ କପାଳ ଅଟେ ବିଦ୍ୟମାନ 
ତାର ତଳେ ବୈକୁଣ୍ଠ ଭୁବନ ଅବସ୍ଥିତି 
ସେ ସ୍ଥାନେ ମୁକ୍ତ ପୁରୁଷେ ବାସ କରିଥାନ୍ତି 
ସେ ସ୍ଥାନରେ ଯୋଗୀଗଣଙ୍କର ଚିନ୍ତନୀୟ 
ଯୋଗେଶ୍ଵର ଜନାର୍ଦ୍ଦନ ସାକ୍ଷାତ ବିଜୟ 
ତାଙ୍କୁ ପ୍ରାପ୍ତ ହେଲେ ମୃତ୍ୟୁ ଭୟ ହୁଏ ଦୂର 
ଆନନ୍ଦ ଘନ ଚୈତନ୍ୟ ଶରୀର ତାଙ୍କର ` 
ଲୋକମାନଙ୍କର ସ୍ରଷ୍ଟା ସେ ପ୍ରଭୁ ଅଟନ୍ତି 
ମସ୍ସୟ କୂର୍ମ ଆଦି ରୂପେ ଲୋକଙ୍କୁ ରଖନ୍ତି 
ରୁଦ୍ର ରୂପ ଧରି ଲୋକ ସଂହାର କରନ୍ତି 
ସହି ସ୍ଥାନେ ଦେବ ଦେବଙ୍କର ଯେ ବସତି 
ଏ କଥା ରଷି ରାଜାଙ୍କୁ କହି କହି ଗଲେ 
ଯାଇଁକରି ବ୍ରହ୍ମଲଲୋକେ ଉପସ୍ଥିତ ହେଲେ 
ସେ ସ୍ଥାନେ ଦେଖୁଲେ ଇନ୍ଦ୍ର ଆଦି ଦିଗପାଳ 
ମନ୍ଵନ୍ତରାଧ୍ୂପ ପିତୃଗଣ ଯେ ସକଳ 
ବହୂକାଳୁ ନୀଚ ଜଳ ପରି ରହିଛନ୍ତି 
ଦେଖ ବ୍ରହ୍ମାଙ୍କ ସଦନ ଦିଶେ କି ପ୍ରକାରେ । 
ଦ୍ଵାରପାଳକୁ ବିନୟ ହୋଇଣ କହନ୍ତି 
ସେ ଶୋଭା ଦେଖୁଲେ ତୋଷ ହେଉଅଛି ମନ। 
ତଥାପି ତ ଦ୍ବାରପାଳ ଛାଡ଼ି ଦେଉ ନାହିଁ 
ଭିତରେ ପ୍ରବେଶ କରି ନ ପାରନ୍ତି କେହି । 
ଇନ୍ଦ୍ରଦ୍ୟୁମ୍ନ ସହ ନାରଦଙ୍କୁ ଦ୍ବାରପାଳ 
ଦେଖୁବା ମାତ୍ରେ ପ୍ରଣାମ କରିଲା ଚଞ୍ଚଳ । 
ଦ୍ବାରପାଳ କହେ ପ୍ରଭୋ ଚଉଦ ଭୁବନ 
ପର୍ଯ୍ୟଟନ କରୁଛନ୍ତି ସର୍ବଦା ଆପଣ 
ଆପଣ ତ ନ ଥବାରୁ ପ୍ନିତଧ ଦେବଙ୍କର 
ସଭା ଶୋଭା ପାଉନାହିଁ ଆହେ ମୁନିବର । 
ଯଦ୍ୟପି ବ୍ରହ୍ମ ତପ୍ବର ବ୍ରହ୍ମୂଜ୍ଞ ପ୍ରବର 
ସଭାରେ ଅଛନ୍ତି ଗୌତମାଦି ମୁନିବର । 
ତଥାପି ବ୍ରହ୍ମ ଲୋକରେ ସଭା ରମଣୀୟ 
ହେଉ ନାହି ଆପଣଙ୍କ ବିନା ମହାଶୟ । 
ତାରକା ମଞ୍ଡଳୀ ରାତ୍ରେ ଉଦୟ ହୋଇଲେ 
ଚନ୍ଦ୍ରବିନା ଆକାଶ କି ଶୋଭା ପାଏ ଭଲେ । 
ଦ୍ବାରପାଳ ଏହିପରି ବିନୟେ କହିଲା 
ନାରଦଙ୍କୁ ଯିବାପାଇଁ ଦ୍ଵାର ଛାଡ଼ିଦେଲା 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଦ୍ଵାଂବିଶଂ ଅଧ୍ୟାୟ ଶେଷ ଉତ୍କଳ ଭାଷାରେ । 
ଜୟ ଜଗନ୍ନାଥ ଦୀନଜନ ଦୁଃଖ ହାରୀ 
କିାଇଁ ନ ଶୁଣ ହରିହରର ଗୁହାରି | 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକ ଗମନେ 
ନାମ ଦ୍ଵାବିଂଶୋଦଧ୍ୟାୟଃ


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ