ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଷଟ୍ପଞ୍ଚାଶତ ଅଧ୍ୟାୟଃ

 ଷିଟ୍‌ପଞ୍ଚାଶତ ଅଧ୍ୟାୟ 

ମହାଦେବ କହୁଛନ୍ତି ବସ୍ସ ଏବେ ଶୁଣ 
ଶାସ୍ତ୍ର ସିଦ୍ଧାନ୍ତ ବିଷୟ କରିଣ ଶ୍ରବଣ | 
ସଂକଳ୍ପ କରି କ୍ଷେତ୍ରକୁ କରିବ ଗମନ 
ମନମଧ୍ୟୟେ ଚିନ୍ତାକରି ଶ୍ରୀପୁରୁଷୋତ୍ତମ । 
ସେ ସ୍ଥାନକୁ ଯାଇ ଜଗଦ୍‌ଗୁରୁଙ୍କୁ ଦର୍ଶନ 
ଯଥାବିଧ୍ବ ପୁଜାସାରି କରିବ ପ୍ରଣାମ | 
ପ୍ରାର୍ଥନା କରିବ ଦୁଇ କରଯୋଡ଼ି କରି 
ହେ ନାଥ ସଂସାର ସମୁଦ୍ରରୁ କର ପାରି । 
ସଂସାରେ ହେଲି ମୁଁ ଜନମ 
ସେ କାର୍ଯ୍ୟରେ ଅଗଣିତ ପାତକ ସଞ୍ଚତ 
କୃପା କଲେ ସେ ସକଳ ହେବ କ୍ଷପ୍ରାପ୍ତ | 
ଆପଣଙ୍କର ସନ୍ତୋଷ ଅର୍ଥେ କେତେଦିନ 
କରିବି ଶକ୍ତିରେ ପୂଜା ବ୍ରତ ଅନୁଷ୍ଠାନ 
ଏ ବିଷୟରେ କରନ୍ତୁ ଅନୁଜ୍ଞା ପ୍ରଦାନ 
ହେ ପ୍ରଭୁ ଲୋକଙ୍କୁ କୃପା କରନ୍ତି ଆପଣ 
ହେ ଦେବ ପାପ ସାଗରୁ ଯେ ରୂପେ ଉତ୍ତୀର୍ଣ୍ଣ 
ସେ ରୂପ ଆପଣ ଆଜ୍ଞା କରନ୍ତୁ ପ୍ରଦାନ 
ଜଗନ୍ନାଥଙ୍କୁ ଏ ରୂପେ ପ୍ରାର୍ଥନା କରିବ 
କାର୍ରିକ ମାସରେ ବ୍ରତ ସଂକଳ୍ପ କରିବ 
ସେହି ଦିନଠାରୁ ଗବ୍ୟ ଦୁଗ୍ଧ ଶାଳି ଅନ୍ଧ 
ଶୁଚିହୋଇ ପ୍ରତିଦିନ କରିବ ଭୋଜନ 
ପ୍ରତ୍ୟେହ ସ୍କାନ ସାଗର ଜଳେ ତ୍ରିସନ୍ଧ୍ୟାରେ 
ପୁରୁଷ ପରତିପାଦକ ମନ୍ତ୍ର ଯେ ବେଦରେ 
ଚତୁର୍ବର୍ଗ ପୁରୁଷାର୍ଥ ଲାଭର କାରଣ 
ବୈକୁଣ୍ଠ ଗମନ ପକ୍ଷେ ଅଟଇ କଲ୍ୟାଣ 
ସର୍ବ କଳ୍ପଷ ନାଶନ ପୁରୁଷ ସୁକ୍ତିକୁ 
ସମ୍ପୁଟେ ମନ୍ତ୍ର ଜପିବ ଅଷ୍ଟ ଅକ୍ଷରକୁ 
ମୁ୍ଚିଲାଭ ଇଚ୍ଛାଥିଲେ ଯହିଁରେ ନିବାଣ 
ସେ ଅଷ୍ଟାକ୍ଷର ମନ୍ତ୍ରକୁ ଜପି ପ୍ରତିଦିନ 
ଅଷ୍ଟାକ୍ଷର ମୁଖ ବର୍ଣ୍ଣ ରୂପେ ଭଗବାନ 
ମାନବର ମୁଖ ମଧ୍ୟେ ବିଜୟ ତକ୍ଷଣ 
ଶ୍ରତି ସୃତି ପୁରାଶେ ପ୍ରସିଦ୍ଧ ଏମନ୍ତ 
ପୂଟିତ କରି ପୁରୁଷ ସୂକ୍ତ ପ୍ରତିମନ୍ତ୍ର 
ଜପ କରିବା କରଉଁବ୍ୟ ଅଷ୍ଟୋତଉତର ଶତ 
ପୁରୁଷ ସୂକ୍ତ ମନ୍ତ୍ରକୁ ଜପିବ ନିୟତ 
ଏହାପରେ ଷୋଳ ଉପଚାର କରି ଦାନ 
ଜଗନ୍ନାଥଙ୍କୁ ବିଧୂରେ କରିବ ଅର୍ଚ୍ଚନ 
ଅର୍ଚ୍ଚନା ବିଷୟେ ବିତ୍ତ ଶାଠ୍ୟ ନ କରିବ 
ପ୍ରାଣପଣ ପାପକ୍ଷୟ ଅର୍ଥରେ ପୂଜିବ 
ସେହି ଲୋକକର୍ରଭା ହରି ଭିନ୍ନ ଆଉ କିଏ 
ପାପକ୍ଷୟ କରିବାକୁ ସମରଥ ନୁହେଁ 
ସେହି ପ୍ରଭୁ ଦୟାମୟ ସକଳ ଜନର 
ସୁହୃଦ ବାନ୍ଧବ ବୋଲି ମନରେ ବିଚାର 
ସେ ପ୍ରଭୁ ପ୍ରାଣୀମାନଙ୍କୁ ଅର୍ଚ୍ଚନା କରନ୍ତି 
ପାଳନ କରିଣ ଶେଷକାଳେ ସଂହାରନ୍ତି 
ଏଣୁ ଭାବ ଶୁବ୍ଧି ସହିତରେ ଯେଉଁ ଜନ 
ଜଗନ୍ନାଥଙ୍କୁ ଶ୍ରଦ୍ଧାରେ କରିବ ଅ୍ଟନ 
ପାର୍ଥିବ ଭୋଗ ବା ସ୍ଵର୍ଗଲାଭ ତା ପକ୍ଷରେ 
ଯତ୍କଞ୍ଚତ ଫଳ ବୋଲି ବିଚାର ମନରେ 
ଅନନ୍ତର ଜଗନ୍ନାଥଙ୍କର ସମ୍ମୁଖରେ 
ବୈସ୍ଣବାଗ୍ନି ସଂସାର ଯେ କରିବ ବିଧ୍ୂରେ 
ଅଷ୍ଟାକ୍ଷର ମନ୍ତେ ଅଷ୍ଟୋତ୍ତର ସସ୍ତାହୂତି 
ପାୟସେ କରିବ ନିଜ ମନେ ବହି ପ୍ରୀତି 
ଏହାପରେ ଦିନ ଶେଷ ସାରି ନିତ୍ୟକର୍ମ 
ପୁରୁଷ ସୂକ୍ତ ମନ୍ତ୍ରରେ କ୍ରରିବ ପୂଜନ 
ପାୟସ ନୈବେଦ୍ୟ ସହ ନାନା ଉପଚାରେ 
ହରିଙ୍କ ପୂଜା କରିବ ଭକତି ମନରେ 
ତୁଳସୀ ସହ ପାୟସ ପ୍ରସାଦ ଭୋଜନ 
ଅବଶ୍ଯ କରିବେ ବ୍ରତକାଳେ ବ୍ରତୀଜନ 
ଏହାପରେ ଜଗନ୍ନାଥ ଦେବଙ୍କୁ ମନରେ 
ଚିନ୍ତାକରି ମୌନଭାବେ ସ୍ପଣ୍ଡିଳ ଉପରେ 
ଶୟନ କରି ରଜନୀ ଯାପନ କରିବ 
ବ୍ରାହ୍ମଣ ବୈଷ୍ଣବେ ଭକ୍ତି ପରାୟଣ ହେବ 
ବ୍ରାହ୍ମଣ ବୈଷ୍ଣବ ଗଣ ଜଗନ୍ନାଥଙ୍କର 
ଚଳନ୍ତି ଦେବ ବୋଲିଣ ମନରେ ବିଚାର 
କଦାପି ମିଥ୍ୟା ବଚନ ମୁଖେ ନ କହିବ 
ପର ଅନିଷ୍ଟକୁ କେବେ ଚିନ୍ତା ନ କରିବ 
ବଳ ସୁଭଦ୍ରା ସହିତ ଶ୍ରୀ ଜଗନ୍ନାଥଙ୍କୁ 
ଯଥାଶକ୍ତ ଭକ୍ତିଭରେ ପୂଜିବ ତାହାଙ୍କୁ 
ସେହି ଭକତ ବସ୍ସଳ ପ୍ରଭୁ ଭଗବାନ 
କେବଳ ଭକ୍ତିରେ ସଦା ଦିଅନ୍ତି ଦର୍ଶନ 
ଏହି ହେତୁ ସେ ପ୍ରଭୁଙ୍କୁ ସର୍ବଦା ଭକ୍ତରେ 
ଆରାଧନା କରିବ ଯେ ଶ୍ରଦ୍ଧା ସହିତରେ 
ହେ ବସ୍ପ ସେ ପ୍ରଭୁ ଆମ୍ଭର ଯେ ଉତ୍ପାଦକ 
ସୃଷ୍ଟିକର୍ଭା ବ୍ରହ୍ମାଙ୍କର ଅଟନ୍ତି ଜନକ 
ତାଙ୍କଠାରୁ ଶ୍ରେଷ୍ଠ କିଛି ନାହିଁ ଜଗତରେ 
ସେହି ଏକା ବିଦ୍ୟମାନ ବିବିଧ ରୂପରେ 
ହେ ବସ ସେ ପ୍ରଭୁ ପ୍ରକୃତରେ ତ ନିର୍ଗୁଣ 
ନିଜର ଇଚ୍ଛା ଶକ୍ତିରେ ହୋଇଲେ ସଗୁଣ 
ତାଙ୍କଠାରୁ ଚତୁମୁଖ ଜନମ ହୋଇଲେ 
କାହାପାଇଁ ଜନ୍ମ ହେଲି ମନେ ଚିନ୍ତାକଲେ 
ବୁଦ୍ଧି ନ ଦିଶିଲା ତପସ୍ୟାରେ ହେଲେ ମଗ୍ନ 
ଶରଣ ଯାଇ ତାହାକୁ ମନେ କଲେ ଧ୍ୟାନ 
ତପସ୍ୟା ଶେଷରେ ବ୍ରହ୍ମରୂପୀ ଜଗନ୍ନାଥ 
ବ୍ରହ୍ମାଙ୍କୁ ଦର୍ଶନ ଦେଇ କହିନ୍ତି ଏମନ୍ତ 
ଆଉ ଅନ୍ୟ କର୍ମରେ ବା କେଉଁ ପ୍ରୟୋଜନ 
ହେ ବ୍ରହ୍ମନ୍‌ ଆମ୍ଭଠାରୁ ହୋଇଛ ଜନମ 
| | କେଉଁ ହେତୁ ତୁମ୍ଭେ ହୋଇଅଛ ବୁଦ୍ଧି ହୀନ । 
ମୁକ୍ତି କରତଳଗତ ବୋଲିଣ ଜାଣିବ 
ଏହାଶୁଣି ଚତୁର୍ମୁଖ ପ୍ରଣାମ କରିଲେ 
ଶ୍ରୀ ଜଗନ୍ନାଥଙ୍କୁ ଏହି ରୂପରେ କହିଲେ 
ଯେଉଁଠାରୁ ଜାତ ହେଲି କି କରିବି ବୋଲି 
ମନ ସନ୍ଦେହରେ ସ୍ମିର କରି ନ ପାରିଲି 
ଏ ବିଷୟେ ଆଜ୍ଞା ଦିଅ ଆହେ ଭଗବାନ 
ତହିଁ ହରି ନିଃଶ୍ଵାସରୁ ବେଦ କଲେ ଜନ୍ମ 
ସେ ବେଦ ବ୍ରହ୍ମାଙ୍କୁ ଉପଦେଶ ଶୀଘ୍ର ଦେଲେ 
ଦେଖୁଁ ଏ ଦେଖୁଁ ବ୍ରହ୍ମା ହରି ଅନ୍ତର୍ବାନ ହେଲେ । 
ତପ୍ପରେ ଚତୁରାନନ ସୃ୍ଷି ଭିଆଇଲେ 
ନିଜ ମନରୁ ଯେ ନିଜମତ ଅନୁସାରେ 
ଚତୁର୍ବିଧ ଭୂତ ଗ୍ରାମ ସର୍ଜନ କରିଲେ 
ଭଗବାନଙ୍କର ଆଜ୍ଞା ଯେଉଁ ଅନୁସାରେ 
ଆମ୍ଭେ ଆଉ ପିତାମହ କେହି ତ ନଜାଣୁ 
ଆଦି ମଧ୍ୟ ଅନ୍ତ ସେହି ପ୍ରଭୁଙ୍କର ତେଣୁ 
ସେହି ପ୍ରଭୁ ଆମ୍ଭମାନଙ୍କର ଯେ ରକ୍ଷକ 
ଆଉ ସେ ଆମ୍ଭମାନଙ୍କ ଏଶ୍ବର୍ଯ୍ୟ ଦାୟକ 
ତାହାଙ୍କ ଆଜ୍ଞାରେ ଆଉ ତାଙ୍କରି ଭୟରେ 
ଚରାଚର ଜଗତ୍ତଳେ ବିଧୁ ନିୟମରେ 
ଧର୍ମ ମୂଳରେ ଜଗତ ହୁଏ ପ୍ରତିଷ୍ଠିତ 
ସେହି ପ୍ରଭୁ ପୁଜାପତି ରୂପେ ଆବିର୍ଦୂତ 
ଜଗତକୁ କର୍ମ ମାର୍ଗେ ସେହି ପ୍ରବର୍ତାନତି , 
ଫଳ ଦାତା ଫଳ ଭୋକ୍ତା ରୂପେ ସେ ହୁଅନ୍ତି | 
ସେ ପ୍ରସନ୍ନ ହେଲେ ସୁଖ ସକଳେ ଭୁଞ୍ନ୍ତି 
ତାଙ୍କ ଆଦେଶକୁ ଦେବଗଣ ମାନିଥାନ୍ତି 
ସେ ଅନ୍ତର୍ଯ୍ୟାମୀ ପ୍ରଭୁଙ୍କ ଆଦେଶାନୁସାରେ 
ଆମ୍ଭେ କର୍ମ ଫଳ ଦାନ କରୁ ଜଗତରେ 
ଏ ବିଷୟରେ ସନ୍ଦେହ କିଛି ମାତ୍ର ନାହଁ 
ଅଧ୍ବକା କହବା ଆଉ ପ୍ରୟୋଜନ ନାହ 
ତାଙ୍କରି ଆଜ୍ଞାରେ କମୀ ବିଷ୍ଠାମଧ୍ୟେ ରହେ 
ତାଙ୍କ କୃପା ହେଲେ କମୀ ମୁକ୍ତି ପାଇଥାଏ । 
ବ୍ୟକ୍ତାବ୍ୟକ୍ତ ରୂପ ଦୀନ ଅନୁଗ୍ରହକାରୀ 
ପୁରୁଷୋତ୍ତମ କ୍ଷେତ୍ରରେ ସେହି ବିଜେ କରି । 
ଏ କ୍ଷେତ୍ର ଶ୍ରେଷ୍ଠତା ମୁକ୍ତି ତୀର୍ଥମାନଙ୍କରେ . 
ଗୁପ୍ତୂଅଛି ସନ୍ଦେହ ଯେ ନ କର ମନରେ 
ପୂର୍ବକାଳେ ଆମ୍ଭେ ତାଙ୍କ ଆଦେଶାନୂସାରେ 
ପ୍ରବର୍ଭିଲୁ ତାଙ୍କୁ ଆରାଧନା କରିବାରେ 
ତେଣୁ ପାପ ମହାରଣ୍ୟ ସଂସାର ମଧ୍ୟରେ 
ଏହି ବ୍ରତ ଅନୁଷ୍ଠାନ କରିଲୁ ବିଧ୍ୂରେ 
ସ୍ଵାୟମ୍ଭୁବ ମନୁ ଆମ୍ଭଠାରୁ ଶିକ୍ଷା କଲେ 
ଉପରେ ଅଗସ୍ତିମୁନି ଏହି ବ୍ରତ କଲେ 
ହେ ବସ ଚତୁର୍ଥ ବ୍ୟକ୍ତି ଆଉ କେହି ନାହିଁ 
ଅଦ୍ୟାପି ଏ ବ୍ରତ ଅନୁଷ୍ଠାନ କରି ନାହିଁ 
ସ୍କନ୍ଦ ପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଷଟପଞ୍ଚାଧ୍ୟାୟ ଶେଷ ଉତ୍କଳ ଭାଷାରେ 
ଶ୍ରୀକୃଷ୍ଣ କମଳାନାଭ କମଳା ରମଣ 
କଂସକେଶୀ ନିସୂଦନ କାଳୀୟ ଦଳନ 
ଏ ଭବସାଗରୁ ନାଥ କର ପରିତ୍ରାଣ 
ହରିହର ଶ୍ରୀପଦରେ ପଶୁଛି ଶରଣ 
ଇତି ଶ୍ରୀ ସ୍କନ୍ଦପୁରାଣେ ଜକଳ ଖଣ୍ଡେ 
| କାଉିଁକ: ବତ କଥନେ ନାମ 
ଷଟ୍ପଞ୍ଚାଶତ ଅଧ୍ୟାୟଃ | 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.


Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ