ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଦଶମୋଂଧ୍ୟାୟଃ

ଦଶମ ଅଧ୍ଯାୟ


ଅଷ୍ଟଶକ୍ତିଙ୍କର ସ୍ପିତି କହିଲେ ସର୍ବଥା 
ବିପଦ ସାଗରୁ ଉଦ୍ଧାରିବେ ଲକ୍ଷ୍ମୀକାନ୍ତ । 
ଯେତେ ଦୀର୍ଘ ପ୍ରତି କଲେ ତାହାର ବର୍ଣ୍ଣନା |
ଭାଷାବିତ୍‌ ପଣ୍ଡିତଗଣ ନ କରିବ ରୋଷ 
ରଥେ ଆରୋହଣ କରି କ୍ଷେତ୍ର ପରିକୂମା । 
ନିଜ ଗୁଣେ କ୍ଷମା ଦେବ ହରି ହର ଦୋଷ ।
କ୍ଷେତ୍ରେ ପ୍ରବେଗି ସମୁଦ୍ର ସ୍କାନ ପରିଯନ୍ତେ 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳ ଖଣ୍ଡେ 
ବୁଝାଇ କହିଲେ ବିପ୍ର ରାଜାଙ୍କ' ଅଗ୍ରତେ ।
ଇନ୍ଦ୍ରଦ୍ମ୍ପ ନିର୍ମାଲ୍ୟ ମାଳା ଗ୍ରହଣେ ନାମ 
ତୀର୍ଥଯତ୍ରୀଙ୍କର ମୁଖୁ ପୁଟ ପୂର୍ବେ 
ଶୁଣିଥୂଲେ ନବମୋଂଧ୍ୟାୟଃ । 
ବ୍ରାହ୍ମଣ କହନ୍ତେ ରାଜା ବି ବଶ୍ଵାସ କରିଲେ ।
ପବିତ୍ର କ୍ଷେତ୍ର ମାହାତ୍ମ୍ୟ ଶ୍ରବଣ 
କରିଲେ ଦଶମ ଅଧ୍ଯାୟ
ହୃଷ୍ଟଚିତ୍ତେ ବ୍ରାହ୍ମଣଙ୍କୁ ରାଜନ କହିଲେ 
ଆହେ ଦ୍ଵିଜ ମୋର ଆଶା ହେଉନାହିଁ ପୂର୍ଣ୍ଣ 
ଆଉଥରେ କ୍ଷେତ୍ରକଥା କରନ୍ତୁ ବର୍ଣ୍ଣନ 
ଇନ୍ଦ୍ର ନୀଳମଣିମୟ ମାଧବ ମୂରତି 
ବର୍ଣ୍ଣନ ଯଥାର୍ଥ ରୂପେ କରନୁ ସଂପ୍ରତି | 
ବିଦ୍ୟାପତି କହୁଛନ୍ତି ଶୁଣନ୍ତୁ ରାଜନ 
ପ୍ରଭୁଙ୍କର ଦିବ୍ୟମୂଭି କରୁଛି ବର୍ଣ୍ଣନ | 
ଚମ୍ମି ଚକ୍ଷୁରେ ଦର୍ଶନ କଲେ ଜୀବମ୍ପକ୍ତ 
ଇନ୍ଦ୍ର ନୀଳମଣି ଦ୍ଵାରା ସେ ମରି ନିମିତ | 
ପୁରାତନମୂରରି, ବ୍ରହ୍ମ ଆଦି ଦୈବଗଣ 
ସେ କ୍ଷେତ୍ରରେ ସନ୍ଧ୍ୟାକାଳେ ହେଲ ଉପସ୍ଥୁତ 
ପ୍ରତ୍ୟହ ସ୍ବର୍ଗରୁ ଆସି କରନ୍ତି ପୂଜନ 
ଭଗବାନଙ୍କ ନିକଟେ ଚଳିଲି ତୁରିତ | 
ଏ ଯେଉଁ ନିମାଲ୍ୟ ମାଳା କରିଛ ଧାରଣ | 
ଯାଅ ଯାଅ ଏହ ଧ୍ଵନି ଆକାଶ ପଥରେ 
ସ୍ଵର୍ଗ ଭୁବନରୁ ଆଣିଥିଲେ ଦେବଗଣ 
ହେଉଥିଲା ଶୁଣଲ ମୁ କଣ୍ଠ ଯୁଗଳରେ । 
ଗନ୍ଧହୀନ ନ ହୁଅଇ ନ ହୁଅଇ ମ୍ଳାନ 
ମହୀପତି ସେ କାଳରେ ମିଳି ଦେବଗଣ 
ପୂଜା କଲେ ମାଧବଙ୍କୁ କରିଲେ ଅର୍ପଣ । 
ଆକାଶରୁ ପୁଷ୍ପ ବୃଷ୍ଟ କଲେ ବରଷଣ । 
ଅନେକ ଦିନ ହେଲାଣି ଏ ମାଳା ନରେଶ । 
ନୀଳାଚଳକୁ ପୁଷ୍ଣରେ ଆଛ୍ଥାଦତ କଲେ 
ସୌରଭ ସୌନ୍ଦର୍ଯ୍ୟ କିଛି ହୋଇନାହିଁ ହ୍ରାସ । 
ବୈକୁଣ୍ଠନାଥ ସମୀପେ ଉପସ୍ଥୃତ ହେଲେ । 
ଇନ୍ଦ୍ଦ୍ୟୁମ୍ପ କହୁଛନ୍ତି ବିପ୍ରମଣି ଶୁଣ 
କିପରି ସେହି-କ୍ଷେତ୍ରକୁ କରିଲ ଗମନ । 
ଜନ୍ମନାବଧୂ ସେ କ୍ଷେତ୍ରକୁ ଯାଇ ତ ନ ଥିଲ 
ଦିବ୍ୟ ଅଦ୍ଭୂତ ବୃତ୍ତାନ୍ତ କିପରି ଶୁଣିଲ । 
ସେ କଥା ଆମ୍ଭ ନିକଟେ କରନ୍ତୁ ପ୍ରକାଶ 
ଶୁଣି ବିଦ୍ୟାପତି ମନେ ହୋଇଲେ ହରଷ । 
ବିଦ୍ୟାପତି କହୁଛନ୍ତି ଶୁଣ ମହାରାଜ 
ଥରେ ଯାଇଁ ବୁଝିଅଛି ସେ କଥା ଆଶ୍ଚର୍ଯ୍ୟ । 
ସ୍ଵଗୀୟ ସଙ୍ଗୀତ ଗାନ କରିଲେ ସେ କାଳେ 
ପାପହାରୀ ଜଳ ସେହି କୁଣ୍ଡ ଅଛି ପୂର୍ଣ 
ବୀଣା ବେଣୁ ମୃଦଙ୍ଗାଦି ବାଦ୍ୟ ବଜାଇଲେ । 
ଦର୍ଶକ ମନ ନୟନ କରଇ ହରଣ | 
ଦେବଗଣ ପ୍ରଭୁଙ୍କର ପ୍ରୀତି ସାଧନାର୍ଥ କୁଣ୍ଡ } 
ପାର ବଟ୍‌ ଛାୟା ଅତି ସୁଶୀତଳ 
ଉପଚାର ଦ୍ରବ୍ଯମାନ ଆଣିଲେ ବହୁତ 
ସେହି କୁଣ୍ଡ ପୂର୍ବଦିଗ ବେଦୀ ମଧ୍ୟସ୍ଥଳ । 
ମୋର ମନେ ହେଉଅଛି ସେହି ଉପଚାର | 
ତହିଁ ଚକ୍ର ଗଦାଧର ଦେବ ବିରାଜିତ 
ନ ହୁଏ ଦୃଷ୍ଟିଗୋଚର କେବେ ମନୁଷ୍ୟର । 
ଇନ୍ଦ୍ର ନୀଳମଣିମୟ ମୁଭି ପୁତିଷ୍ଠିତ | 
ତପ୍ୂରେ ଦେବତାଗଣ ଜଗନ୍ନାଥଙ୍କର 
ଏକାଶୀତି ଅଙ୍ଗୁଳ ସେ ମୂରି ପରିମାଣ 
ପୂଜା କଲେ ସ୍ତବ ସ୍ତୋତ୍ର ପଢ଼ିଲେ ସତ୍ତ୍ବର । 
ସ୍ବର୍ଣ୍ଣ ପଦୋପରି କରିଛି ଅବସ୍ଥାନ | 
ଭଗବାନଙ୍କର ପ୍ରୀତି କରି ସମ୍ପାଦନ 
ଲଲାଟ ଶୋଭାରେ ଅର୍ବ ଚନ୍ଦ୍ର ପରାଜିତ 
ସ୍ଵର୍ଗ ଧାମକୁ ଆନନ୍ଦେ କରିଲେ ଗମନ 
ନେତ୍ର ନୀଳ କୁମୁଦକୁ କରଇ ଧ୍ବକୃତ | 
ଦେବଗଣ ଚଳିଯାନ୍ତେ ମୋର ମିତ୍ରବର 
ମୁଖ ଚନ୍ଦ୍ର ଦର୍ଶନରେ ତାପତ୍ରୟ ଶାନ୍ତ 
ବିଶ୍ଵାବସୁ ନାମ ତାର ଜାତିରେ ଶବର 
ନାସାଦୃୟ ତିଳ ପୁଷ୍ପ ପରି ସୁଶୋଭିତ । 
ପ୍ରଭୁଙ୍କର ଭୋଗ୍ୟ ଖାଦ୍ୟ ଦ୍ରବ୍ୟ ପୁଷ୍ଠମାଳା |
ଶରୀର ହୋଇଛି ସିନା ପାଷାଣେ ନିର୍୍ତିତ 
ଉପହାର ଅର୍ଥେ ଆଣି ମୋତେ ସମର୍ପିଲା ˆ । 
ସର୍ବଦା ଅଧର ଦେଶେ ହାସ୍ୟ ବିକସିତ । 
ଏ ମାଳା ନୁହଇ ମ୍ଳାନ ମୂଲ୍ୟ ନିରୂପଣ 
ଗଣ୍ଡ ଯୁଗଳ ଆନନ୍ଦେ ଉତ୍ଫୁଲ ଦିଶଇ 
ହୋଇପାରି ନାହିଁ ଶୁଣ ଅବନ୍ତୀ ରାଜନ 
ଚିବୁକ ଆବର ହନୁ ଶୋଭା ବିରାଜଇ । 
ଏ ମାଳା ସର୍ଶରେ ଦେହେ ଅଲକ୍ଷ୍ମୀ ନ ରହେ | 
ଓଷ୍ଠଦୃୟ ପ୍ରାନ୍ତଭାଗ ଅପୂର୍ବ ଗଠନ 
ଆବର ପାପ ରାକ୍ଷସ ଭୟରେ ପଳାଏ 
ଗଣ୍ଡଦ୍ୟ ନିମ୍ନଭାଗ ଅର୍ତି ସୁଶୋଭନ | 
ଯେଉଁ କ୍ଷେତ୍ରେ ବାସ କରିଛନ୍ତି ଭଗବାନ 
ବିଶ୍ବକର୍ମାଙ୍କର ଶେଷ ଶିଳ୍ପ ନିଦର୍ଶନ 
ତାର ପରିଚୟ କହୁଅଛି ରାଜା ଶୁଣ 
କଣ୍ଠ ଯୁଗଳେ ମକର କୁଣ୍ଡଳ ଭୂଷଣ | 
ଅପୂର୍ବ ଶିଳ୍ପ ଚାତୁରୀ ରୂପ ମନୋହର 
ବୃହସ୍ପତି ଶୁକ୍ର ଦୁଇଙ୍କର ମଧ୍ୟସ୍ପିତ 
ତାହାଁ ବର୍ଣ୍ଣିବାକୁ ଶକ୍ତି ନାହିଁ ମନୁଷ୍ୟର 
ପୂର୍ଣ୍ଣଚନ୍ଦ୍ର ଶୋଭା ହେଉଅଛି ପରାଜିତ । 
ମହାରାଜ଼ା ଆପଣଙ୍କ ଭାଗ୍ୟବଳୁ କରି 
କଣ୍ଡଦେଶ ସୁଶୋଭନ ମାଳାରେ ଭୁଷିତ 
ଦର୍ଶନେ ସମର୍ଥ ହେଲି ଯାଇ ନୀଳଗିରି 
ଦକ୍ଷିଣାବର୍ଉକ ଶଙ୍ଖ ହସ୍ତେ ସୁଶୋଭିତ | 
ଯାହା ଦେଖଅଛି ତାହା କରୁଛି ବର୍ଣ୍ଣନ 
ପ୍ରଭୁଙ୍କର ଚାରିବାହୁ ଆଜାନୁ ଲମ୍ବିତ 
ସେ କ୍ଷେତ୍ରର ଚାରିଦିଗ ଗହନ କାନନ 
ସ୍କନ୍ଦ ଯୁଗଳ ପୂଥୁଳ ଅତ୍ୟନ୍ତ ବିସ୍ତୃତ | 
ମଧ୍ୟସ୍ଥାନେ ଅଛି ନୀଳ ସୁନ୍ଦର ପର୍ବତ 
ଅତି ମନୋହର ବକ୍ଷସ୍ଥଳ ବିରାଜଇ 
କ୍ଷେତ୍ରର ନାଭି ରୂପରେ ହୁଏ ବିରାଜିତ 
ଅତି ସୁନିର୍ମଳ ହାର ଶୋଭା ପାଏ ତହି । 
ଏ କ୍ଷେତ୍ରର ଦୀର୍ଗ ପ୍ରତି ପାଞ୍ଚକ୍ରୋଶ ଅଟେ 
ଦିବ୍ୟ କଉସ୍ତୁଭ ମଣି ଗଳାରେ ଶୋଭଇ 
ସ୍ଵର୍ଣ୍ଣ ବାଲୁକାରେ ପୂର୍ଣ ସମୁଦ୍ରର ତଟେ 
ଚତୁର୍ବଶ ଭୁବନର ପ୍ରତିବିମ୍ବ ତହିଁ | 
ନୀଳଗିରି ଶ୍ଵଙ୍ଗ'ଦୈଶେ କଳ କାଳ ସ୍ଥାୟୀ | 
ଗଭୀର ନାଭି ହ୍ରଦରେ ସୂକ୍ଷ୍ମ ରୋଗାବଳୀ 
ଅତିବଡ଼ ବଟବୃକ୍ଷ ଗୋଟିଏ ଅଛଇ କଣ୍ଠରୁ 
ଲମ୍ବିଣ ହାର ପାଇଛି ତ୍ରିବଳୀ | 
ସେ ବୃକ୍ଷର ପରିମାଣ କ୍ରୋଶ ପରିମିତ 
ଅଚଳ ଭାବରେ ପ୍ରଭୁ ହୋଇ ଅବସ୍ଥିତ 
ଫଳ ପୁଷ୍ପ କିଛି ନାହିଁ ପଲ୍ଲବେ ମଣ୍ଡିତ ॥ 
ସ୍ଥାଣୁ ବୃକ୍ଷ ପରି ଶୋଭା ପାନ୍ତି ଜଗନ୍ନାଥ । 
ସୂର୍ଯ୍ୟ ଗତି ଅନୁସାରେ ସେ ବୃକ୍ଷର ଛାଇ | 
କଟୀଦେଶ ତ୍ରିଜଗତ ଲାବଣ୍ୟର ଖଣି 
ପରିବର୍ଭନ ନହୋଇ ଏକାରୂପେ ଥାଇ 
ଶୋଭା ପାଏ କାଞ୍ଚ ଦାମ ମୁକ୍ତାର କିଙ୍କଣୀ । 
ରୋହିଣୀ କୁଣ୍ଡ ସେ ବୃକ୍ଷ ପଶ୍ଚିମେ ଶୋଭିତ 
ତାହାଙ୍କର ପରିଧାନ ପୀତ ଯେ ଦୁକୁଳ 
ନୀଳକାନ୍ତ ମଣିରେ ତା ସୋପାନ ନିର୍୍ିତ । 
ଜଘନେ ମଞ୍ଜୁଳ ବିଳମ୍ବିତ ମୁକ୍ତାମାଳ | 
ସୋପାନ ରହିଛି କୂଣ୍ଡ ନିମ୍ନଦେଶ ଯାଏ 
ମନୋହର ଜାନୁଦ୍ୟ ସ୍ତମ୍ବଯୁଗ ପରି 
ଚାରିଦିଗେ ସ୍ପଟିକର ବେଦୀ ଶୋଭାପାଏ । 
ଶୋଭା ପାଏ ମୋକ୍ଷଦ୍ଵାର ତୋରଣା ଯେପର । 
ମହାପ୍ରଭୁଙ୍କର ଜାନୁଦ୍ଵୟ ଗୋଲାକାର 
ଶିଥିଳ ହୁଅଇ ତାର ସଂସାର ବନ୍ଧନ 
ତା ପରେ ଲମ୍ବି ଛି ମାଳା ଅତି ମନୋହର । 
ଆନନ୍ଦରେ ବୈକୁଣ୍ଠରେ କରେ ଅବସ୍ଥାନ । 
କଣ୍ଠ ଦେଶୁଁ ପଦଯାଏ ମାଳା ଲମ୍ବମାନ 
ବିବିଧ ଶାସ୍ତ୍ରରେ ମନୁଷ୍ୟର କର୍ମ ଫଳ 
ଅତି ମନୋହର ଶୋଭା କରିଛ ଧାରଣ । 
ଉକ୍ତ ହୋଇଅଛି ଯେତେ ତାହା କଲେ ଠୁଳ 
କଙ୍କଣ କେୟୁର ମୁକୂଟାଦି ଅଳଙ୍କାର 
ବିଷ୍ଣୁ ଦର୍ଶନ ଫଳକୁ ଶତଭାଗ କଲେ 
ବିଭୂଷିତ ହୋଇ ଶୋଭା ପାଏ କଳେବର । 
ଏକଭାଗ ସଙ୍ଗେ ତୁଲ ନୂହେଁ କେଉଁକାଳେ । 
ଶଙ୍ଖ ଚକ୍ର ଗଦା ପଦ୍ଧ ବିରାଜେ ହସ୍ତରେ | 
ଆଉ ଅଧ୍ବକ କହିବା ନାହିଁ ପ୍ରୟୋଜନ 
ବୈରାଗ୍ୟ ଏଶଵର୍ଯ୍ୟ ୯ ଧର୍ମ ଜ୍ଞାନ ରୂପ ଧରେ । 
ପୁରୁଷୋଉମ କ୍ଷେତ୍ରର ମହିମା ଏସନ | 
ନିଜ ତେଜେ ଚତୁର୍ଦିଗ କରି ଆଲୋକିତ । 
ନୀଳାଦ୍ରିନାଥଙ୍କ ଯେ ବା କରଇ ପ୍ରଣାମ 
ନୀଳ ପର୍ବତ ଶିଖରେ ବିଜେ ଜଗନ୍ନାଥ । 
ଇଚଛାଧ୍ବକ ଫଳ ଲାଭ ମିଳେ ତତକ୍ଷଣ । 
ତାହାଙ୍କୁ ଦର୍ଶନ କରି ଭକ୍ତିରେ ପ୍ରଣାମ 
ଯେ ଜନ ନାଳାଦ୍ରିଶଙ୍କୁ କରିଛି ଦର୍ଶନ 
କଲେ ଜୀବନ୍ଧକ୍ତ ହୁଏ ଫିଟଇ ବନ୍ଧନ 
ନାନବିଧ ଯାଗ କର୍ରାଁ ଦାତା ସେହି ଜନ । 
ପ୍ରଭୁଙ୍କର ବାମପାର୍୍ତେ ଲକ୍ଷ୍ମାଦେବୀ ବିଜେ | 
ସତ୍ଯବାଦୀ ଧର୍ମାଚାରୀ ରୂପେ ପରିଚିତ 
ପଦଧ-ହସ୍ତେ ଆଲିଙ୍ଗନ କରିବାକୁ ନିଜେ । 
ସର୍ବଗୁଣେ ଗୁଣବାନ ଲୋକରେ ବିଖ୍ୟାତ । 
ଲାବଣ୍ୟ ଆଧାର ଦେବୀ କ୍ଷିରୋଦ ନନ୍ଦିନୀ | 
ହେ ରାଜନ ପ୍ରଭୁଙ୍କର ସେବାକରୀ ଦଳ 
ଦିବ୍ୟାଳଙ୍କାର ଭୂଷିତା ବୀଣା ହସ୍ତେ ରେନି । 
କହୁଥିଲେ ତାଙ୍କ ମୁଖେ ଶୁଣିଛି ସକଳ । 
ବୀଣା ବାଦନ କରନ୍ତି ଅତି ଆନନ୍ଦରେ 
ସେ କ୍ଷେତ୍ରରେ ପରମ୍ପରା ଗତ ପୁରାତନ 
ଭଗବାନଙ୍କର ମୁଖ ନିରେଖ ନେତ୍ରରେ 
ଉପାଖ୍ୟାନ ଶୁଣିବାକୁ କଲି ମୁଁ ଗମନ । 
ଜଗତର ପିତା ମାତା ଲକ୍ଷ୍ମୀ ନାରାୟଣ 
ହେ ରାଜନ୍ଦ୍ରେ ଆପଣଙ୍କ ଆଦେଶ ପାଳିଲି 
ନୀଳାଚଳେ ମୌନ ଭାବେ କରି ଅବସ୍ଥାନ । 
ପୁରୁଷୋତ୍ତମ କ୍ଷେତ୍ରକୁ ଦର୍ଶନ କରିଲି | 
ସ୍ପିତହାସେ ପୂର୍ଣ୍ଣ ମୁଖେ କରି ନିରୀକ୍ଷଣ 
ସକଳ ବାର୍ଉାଁ ଛାମୁରେ କଲି ନିବେଦନ 
ଦର୍ଶନ ଳାରୀଗିଣଙ୍କୁ କରୁଛନ୍ତି ଧନ୍ୟ 
ଯାହା ଇଚ୍ଛା ଅଛି ତାହା କରନ୍ତୁ ଆପଣ । 
ଅନନ୍ତ ନାଗ ତାଙ୍କର ପଶ୍ଚିମ ଭାଗରେ 
ଇନ୍ଦ୍ରଦ୍ୟୁମ୍ନ କହୁଛନ୍ତି ଭଗବାନଙ୍କର 
ସହସ୍ର ଫଣାକୁ ଟେକିଛନ୍ତି ଛତ୍ରାକାରେ 
ରୁପ ଗୁଣ ଆମ୍ଭ ମୁଖୁ ଶୁଣିଲି ସତର | 
ସମ୍ମୁଖରେ କରଯୋଡ଼ି ଚିନତା ନନ୍ଦନ 
ଦିବ୍ୟ ନିର୍ମାଲ୍ୟ ଧାରଣେ ହେଲି କୃତକୃତ୍ୟ 
ଦର୍ଶନାର୍ଥେ ତହିଁ କରିଛନ୍ତି ଅବସ୍ଥାନ 
ପାପରାଶି ନଷ୍ଟ ହେଲା ବହୁ ଜନ୍ମାର୍ଜତ । 
ଭଦୃଶ ଅଭୁତ ରୁପେ ସପନ ଶ୍ରୀପତି 
ନୀଳମାଧବଙ୍କୁ କରିବାକୁ ଦରଶନ 
ଦର୍ଶନ କରି ଦର୍ଶକେ କୃତାର୍ଥ ଲଭନ୍ତି 
ଅଧୁକାର ଜାତ ହେଲା ମୋର ଏହିକ୍ଷଣ । 
ଚିତ୍ତ ଯେପରି ରନୁରେ ହୋଇ ଆକର୍ଷିତ । 
ରାଜ୍ୟ ସମ୍ପଦ ଘେନି ମୁଁ ଯିବି ସେହିସ୍ଥାନ 
ପ୍ରଭୁଙ୍କୁ ପାଇବା ଅର୍ଥେ ହୁଅଇ ଧାବିତ 
ବାସ ଯୋଗ୍ୟ ଗୃହ ଦୁର୍ଗ କରିବି ନିମାଣ । 
ଯେ ଜନ ବହୁ ସହସ୍ର ଜନ୍ମରୁ ସଞ୍ଚୟ 
ତହିଁ ବାସ କରି ନିତ୍ୟ ପୂଜା ପ୍ରଭୁଙ୍କର 
କରିଛି ପୁଣ୍ୟ ନିଶ୍ଚୟ କର୍ମ ସତ୍ୟମୟ 
ପ୍ରତ୍ୟହ କରିବି ଦେଇ ଶସ ଉପଚାର । 
ସେ ପୁଣ୍ୟ କର୍ମର ଫଳ ହୋଇଲେ ଉଦୟ | 
ସେହି କ୍ଷେତ୍ରେ ଅଶ୍ଵମେଧ ଯାଗ ମୁଁ କରିବି 
ପ୍ରଭୁଙ୍କୁ ଦର୍ଶନ କରି ପାରିବ ନିଶ୍ଚୟ 
ପ୍ରଭୁ ଭଗବାନଙ୍କର ପ୍ରୀତି ସମ୍ମାଦିବି | 
ତୀସ୍ଥାନ ତପ ହୋମ ବେଦପାଠ ଦାନ | 
ଜଗଦଗୁରୁଙ୍କର ପ୍ରୀତି .ସାଧନ ନିମିତ୍ତ 
ବ୍ରତ ଆଦି ପୁଣ୍ୟ କାର୍ଯ୍ୟ କରେ କେଉଁ ଜନ ।
ବ୍ରତୋପବାସ ନିୟମ ପାଳିବି ସତତ | 
ଏ ସକଳ ପୁଣ୍ୟ ଫଳେ ମର୍ଭ୍ଯୟବାସୀଗଣ | 
ସଂସାର ତାପରେ ହେଉଅଛି ମୁଁ ସନ୍ତପ୍ତ 
ଜଗନ୍ନାଥଙ୍କ ଦର୍ଶନେ ନୂହନ୍ତି ଭାଜନ || 
ଶୀତଳ କରିବେ ଦେଇ ବଚନ ଅମୃତ । 
ଯେ ଜନ ପୁରୁଷୋତ୍ତମେ କରି ଅବସ୍ଥାନ । 
ଇନ୍ଦ୍ରଦ୍ୟୁମ୍ନ ଏହିପରି ଶ୍ରଦ୍ଧା ଭକତିରେ 
ନିର୍ମଳ ନୀଳମୀଧବ ଚିଭ୍େେ କରେ ଧ୍ୟାନ । 
ଜଗତ୍‌ ପିତାଙ୍କର ସ୍ତବ କଲେ ହରଷରେ । 
ଏକ ଭାଗ ସଙ୍ଗେ କୋଟି ଗୁଣ ନୁହେ ତୁଲ । 
ବିଷ୍ଣୁ ଭକ୍ତିର ମହିମା ଏପରି ଅଟଇ 
କହି ନୁହେ ବଚନରେ ତ୍ଳଳନା ନୁହଇ । 
ଜୈମିନି କହନ୍ତି ଶୁଣ ସର୍ବ ରଷିଗଣ 
ନାରଦଙ୍କ ବାକ୍ୟ ଶୁଣି ତୋଷ ଇନ୍ଦ୍ରଦ୍ୟୁମ୍ନ । 
ବିଷୁଭକ୍ତିର ମାହାତ୍ମ୍ୟ କରିଲେ ଶ୍ରବଣ 
ଭକ୍ତିର ସ୍ଵରୂପ ଜାଣିବାକୁ କଲେ ମନ । 
ପୁନର୍ବାର ନାରଦଙ୍କୁ କହିଲେ ବଚନ 
ହେ ମୁନି ଭକ୍ତି ସ୍ଵରୂପ କରନ୍ତୁ ବର୍ଣଣନ । 
ଭକ୍ତି ସ୍ଵରୂପ କିପରି ଜାଣିବାକୁ ଇଚ୍ଛା 
ଚିରକାଳୁ ରହିଅଛି ପୁରାଅ ମୋ ବାଞ୍ଚା । 
ହେ ବୈଷ୍ଣବାଗ୍ରଣୀ ଭକ୍ତି ଲକ୍ଷଣ ବର୍ଣ୍ଣନେ 
ଭବାଦୂଶ ସମ ବକ୍ତା ନାହିଁ ତ୍ରିଭୁବନେ । 
ନାରଦ କହନ୍ତି ଶୁଣ ରାଜା ଇନ୍ଦ୍ରଦ୍ୟୁମ୍ନ 
ତୁମ୍ଭେ ଭକ୍ତ ତେଣୁ ପୁଛଥ ଭକ୍ତିର ଲକ୍ଷଣ । 
ଅତି ଆନନ୍ଦରେ ବିଷ୍ଣୁ ଭକ୍ତିର ଲକ୍ଷଣ 
ଶୁଣ ଯଥାର୍ଥ ରୂପରେ କରୁଛି ବର୍ଣ୍ଣନ 
ହେ ରାଜନ ! ତୁମ୍ଭେ ଅଟ ସତ୍ପାତ୍ର ଉତ୍ତମ | 
ତାମସ୍ବୀ ଭକ୍ତିରେ ପିତ୍ନ ଲୋକ ହୁଏ ପ୍ରାପ୍ତ 
ଭକ୍ତି ସ୍ଵରୂପ କହୁଛି କରନ୍ତୁ ଶ୍ରବଣ 
ପାପାଚାରୀ ଦୂଷ୍ଟବୂଵ୍ଧି ଅଟେ ଯେଉଁ ଜନ 
ତାକୁ ଭକ୍ତି କଥା ନ କହିବ କଦାଚନ 
ହେ ନିଷ୍ପାପ ରାଜା ସନାତନୀ ବିଷ୍ଣୁ ଭକ୍ତି 
ସାମାନ୍ୟ ଆଉ ବିଶେଷ ରୂପେ ତାର ସ୍ଥିତି 
କହୁଅଛି ଏକଚିତ୍ତେ କରନ୍ତୁ ଶ୍ରବଣ 
ଯାର ଆଶ୍ରୟରେ ଦୁଃଖ ହୁଅଇ ଦହନ 
ତିନି ପ୍ରକାର ସେ ଭକ୍ତି ତ୍ରିଗୁଣ ଭେଦରେ 
ଅପରା ତୂରୀୟା ଭକ୍ତି ନିର୍ଟୁଣ ରୂପରେ 
ପ୍ରଥମ ଯୈ ଜନ କାମ-କ୍ରୋଧୈ ଅବିଭୁତ 
ଦୃଷ୍ଟିରେ ଯେ ଦ୍ରବ୍ୟ ଦେଖେ ତାକୁ ମଣେ ସତ୍ୟ । 
ସେ ଜନ ନିଜର ଲାଭ ଆଉ ଅବିଚାର 
କରିବାକୁ ସଦାକାଳେ ହୋଇ ତତପର 
ପରମେଶ୍ବରଙ୍କ ପ୍ରତି କରଇ ଯେ ଭକ୍ତି 
ତା ନାମ ତପସ୍ୟା ଭକ୍ତି ବୁଧେ କହିଛନ୍ତି 
ଦ୍ବିତୀୟା ରାଜସୀ ଭକ୍ତି କରନ୍ତୁ ଶ୍ରବଣ 
ଅତିରିକ୍ତ ଯଶ ଲାଭ ହେବ ଦିନୁ ଦିନ 
ଲୋକ ସମାଜେ ମିଳିବ ବହୂ ପରଶଂସା 
ପରଲୋକେ ସୁଖ ଲାଭ ହେବ କରେ ଆଶା | 
ଏ ନିମନ୍ତେ ଯେଉଁ ଭକ୍ତି ଜନେ କରିଥାନ୍ତି 
ତାହାର ନାମ ଅଟଇ ରାଜସୀ ଭକତି 
ତୃତୀୟରେ ଏକ ବସ୍ତୁ ରହିଅଛି ସ୍ପିର 
ବିନାଶ ହୁଅଇ ଦୁଷ୍ଟ ପଦାର୍ଥ ସକଳ 
ଏହିରୂପେ ସ୍ଥିରବୁି ଜାତ ଯାହାଙ୍କର 
ବର୍ଣ୍ଣାଶ୍ରମ ଧର୍ମ ପାଳନରେ ତତପର 
ଆତ୍ମଜ୍ଞାନ ଲାଭ ଅଥୈ କରେ ନିତି ଭକ୍ତି 
ତା ନାମ ସାତ୍ତ୍‌କୀ ଭକ୍ତ ବୁଧେ କହିଛନ୍ତି 
ଚତୁର୍ଥେ ଏହି ଜଗତ ସ୍ବୟଂ ଜଗନ୍ନାଥ 
ଏ ଭିନ୍ନ ଅନ୍ୟ କାରଣ ନାହିଁ ତ ଯଥାର୍ଥ 
ଆମ୍ଭେ ତାହାଠାରୁ ଭିନ୍ନ ନୋହୁ କେତେବେଳେ 
ସେତ ନୂହେଁ ଭିନ୍ନ ଆମ୍ଭଠାରୁ କେଉଁ କାଳେ 
ବାହାରେ ତ ଦେଖାଯାଏ ଏ ସ୍କୁଳ ଶରୀର 
ସୁଖକର ଗନ୍ଧମାଲ୍ୟ ବିଷୟ ସକଳ 
ଜୀବର ପ୍ରୀତି ବଢ଼ାଏ ବେଳୁ ବେଳ ନିତି 
କିନ୍ତୁ ଏଥୁରେ ଜୀବର ନ ହୁଏ ସଦଗତି 
ମୋକ୍ଷ ନିମିତ୍ତ ଯେ ଭକ୍ତି ହୁଏ ପ୍ରକାଶିତ 
ସେ ଭକ୍ତି ଅତି ଦୂର୍ଚ୍ଭ ତା ନାମ ଅଦ୍ବୈତ 
ସାତ୍ତିକ ଭକ୍ତିରେ ବ୍ରହ୍ମଲୋକ ହୁଏ ପ୍ରାପ୍ତି 
ସ୍ଵର୍ଗଲୋକେ ବାସ ଦିଏ ରାଜସୀ ଭକତି 
ପୁନର୍ବାର ଭୂଲୋକରେ ଜନ୍ମ ହୁଏ ସେତ । 
ଜନ୍ମିଲେ ତାମସ କଲେ ରାଜସିକ ଭଚ୍ତି 
ରାଜସିକ ଭକ୍ତ କରେ ସାର୍ଵିକ ଭକତି | 
ସାତ୍ଵିକ ଭକ୍ତ ଅଦ୍ବୈତ୍ୟ ଭାବନା ବଳରେ 
ଜୀବତ୍ବ ରୂପ ବନ୍ଧନୂମୁକ୍ତି ଲାଭ କରେ । 
ଅତଏବ ଯେ କୌଣସି ଗୋଟିଏ ଭକତି 
ଆଶ୍ରୟରେ କ୍ରମେ ମୁକ୍ତି ପଥ ହୁଏ ପ୍ରାପ୍ତି | 
ଆବର ଯେ ବ୍ୟକ୍ତି ବିଷ୍ଣୁ ଭକତି ବିହୀନ 
ତାର ବେଦୋକ୍ତ ସୃତ୍ୟକ୍ତ ଆଦି କ୍ରିୟାମାନ । 
ପ୍ରାୟଶ୍ଚିତ ତୀର୍ଥଯାତ୍ରା ତପ କୃଚ୍ଛବ୍ରତ 
ସତ୍କୂଳେ ଜନମ ଶିଳ୍ପ ବିଦ୍ୟାରେ ପଣ୍ତିତ । 
ଲୌକିକ ଭୁଷଣ ମାତ୍ରେଅଟେ ଏ ସକଳ 
ଅସତୀ ନାରୀର ବ୍ୟଭିଚାର ସଙ୍ଗେ ତୁଲ । 
ଭକ୍ତିହୀନ ଅନୁଷ୍ଠାନ ଯେ କରେ ତାହାର 
ଶରୀରରେ ଲଭେ କ୍େ୍ଶମାତ୍ର ସେ କେବଳ 
କୁଳାଚାର ହୀନ ବ୍ୟକ୍ତି ଇଶ୍ଵରଙ୍କ ପ୍ରତି 
ଜିତେନ୍ଦିୟ ହୋଇ କରେ ଯଦି ବିଷୁଭକ୍ତି । 
ସକଳ ଲୋକ ମଧ୍ୟରେ ସେ ବ୍ୟକ୍ତି ପ୍ରଧାନ 
କହୁଅଛି ମନଦେଇ ଶୁଣ ହେ ରାଜନ । 
ଅଷ୍ଟାଦଶ ବିଦ୍ୟା ବିଶାରଦ ଯେଉଁ ଜନ 
ସତ୍କୁଳେ ଜନମି କରେ ଧର୍ମ ଆଚରଣ । 
ଯଦିଚ ସେ ଜନ ହୋଇଥାଏ ଭକ୍ତି ହୀନ 
ଏ ସକଳ ଗୁଣ ତାର ହୁଏ ଅକାରଣ | 
ଅଳ ଭାଗ୍ୟ ପୁରୁଷର ବିଷୁଭକ୍ତି ଲାଭ 
ନ ହୁଅଇ ଜାଣିରଖ ଆହେ ନରଦେବ । 
ବହୁ ପରିଶ୍ରମେ ବିଷୁଭକ୍ତି ଲାଭ ହେଲେ 
ମାନବ ଜୀବନ ହୁଏ ସାର୍ଥକ ସେ କାଳେ । 
ଜଗନ୍ନାଥଙ୍କୁ ସେ ବିଦ୍ୟା ବଳେ ଜାଣିହୁଏ 
ତାହାକୁ ଉତ୍ତମ ବିଦ୍ୟା ବୋଲି କୁହାଯାଏ । 
ଏ ଉତ୍ତମ ବିଦ୍ୟା ଭକ୍ତି ଆଉ ଦ୍ଢ଼ବ୍ରତ 
ଏ ତିନି: ଲକ୍ଷଣ ଥିଲେ ହୁଏ ବିଷ୍ଣୁଭକ୍ତ | 
ତାଦୃଶ ବିଷ୍ଣୁ ଭକତ ଜନ ଇଛ୍ଥା କଲେ 
ସୃଷ୍ଟି ପାଳନ ସଂହାର କରିପାରେ ଭଲେ । 
ସଵର୍ଗାଦି କାମନା ପ୍ୃଥ୍‌ବୀର ଆଧୂପତ୍ୟ 
ଅତି ତୁଚୁ ମନ କରେ ହେଲେ ବିଷୁଭକ୍ତ । 
ତୁମ୍ଭ ନିକଟେ କହିବି ଆଉ କି ଅଧୂକ 
ବିଷ୍ଣୁଭକ୍ତ ଆଉ ବିଷ୍ଣୁ ଦୁଇ ଦୁହେଁ ଏକ । 
ଏ ଦୁଇ ମଧ୍ୟରେ କିଛି ପାର୍ଥକ୍ୟ ଯେ ନାହିଁ 
ଭକ୍ତସେବା କଲେ ବିଷ୍ଣୁ ସେବା ଫଳ ପାଇ | 
ବାସୁଦେବଙ୍କର ଭକ୍ତ ଯେଉଁ ଜନଗଣ 
କହୁଛି ତାଙ୍କ ଲକ୍ଷଣ କରନ୍ତୁ ଶ୍ରବଣ 
ବାସୁଦେବ ଭକ୍ତ ଚିତ୍ତ ସବଦା ପ୍ରଶାନ୍ତ 
ସୁନ୍ଦର ଇନ୍ଦରିୟଗଣ କାମନା ବର୍ଚ୍ଚିତ 
କାୟମନ ବାକ୍ୟରେ ସେ ପରର ଅନିଷ୍ଟ 
ଚିନ୍ତା ନ କରଇ ଥାଏ ସର୍ବଦା ସନୁଷ୍ଟ 
ଅନ୍ତଃକରଣ କରୁଣା ରସେ ସଦା ଅର୍ଦ୍ଧ 
ପରହିଂସା କାର୍ଯ୍ୟରେ ତ ଅଟଇ ଦରିଦ୍ର 
ପରଦ୍ରବ୍ୟାପହରଣେ ନୁହଇ ପ୍ରବୃତ୍ତି 
ପର ଗୁଣ ଦେଖୁ ନ ହୁଅଇ ପକ୍ଷପାତୀ 
ସଦା ସଦାଚରେ ଅନ୍ତଃକରଣ ନିର୍ମଳ 
ପର ଉନ୍କର୍ଷ ସାଧନ କରେ ସଦାକାଳ 
ସର୍ବଦା ମାସ୍ପର୍ଯ୍ୟ ଶୂନ୍ୟ ହୁଅଇ ତା ମନ 
ଭୌତିକ ଦ୍ରବ୍ୟକୁ ବିଷୁରୁପେ କରେ ଜ୍ଞାନ 
ଦୀନଜନ ପ୍ରତି ହୁଏ ସର୍ବଦା ସଦୟ 
ଅତ୍ୟନ୍ତ ପରହିତୈଷୀ ସର୍ବଦା ନିର୍ଭୟ 
ଦିବ୍ୟ ଉପଚାର ଦେଇ ଦେବ ପୂଜା କରେ 
ପୁତ୍ରପରି ଦେବତାଙ୍କ ଲାଳନ ସେ କରେ 
ସ୍ତ୍ରୀ ପୁତ୍ର ସଂସାର ଆଉ ବାହ୍ୟ ବିଷୟରେ 
କୃଷ୍ଣ ସର୍ପ ପରି ଭୟ କରଇ ମନରେ 
ପୁତ୍ର କଳତ୍ର ଆଦିରେ ହୁଏ ଅନାସକ୍ତ 
ଦେବ ପୂଜା ବିଷୟରେ ହୁଏ ପ୍ରୀତିଜାତ 
ବୈଷ୍ଣବଗଣ ପ୍ରାତିକୁ ବିଷ୍ଣୁ ବିଷୟରେ 
ବିସ୍ତାର କରନ୍ତି ଶତ କୋଟି ଯେ ଗୁଣରେ 
ବିଷୁଭକ୍ତ ଜନ ନିତି କର୍ଭବ୍ୟ ଜ୍ଞାନରେ 
ଶଙ୍କରାଦି ଦେବଗଣ ଅର୍ଚ୍ଚନା ଯେ କରେ 
ପିତୃଗଣଙ୍କର ପିତ୍ସଯଞ୍ଞେ କରେ ତୃପ୍ତି 
ବିଷୁରୂପେ ସମସ୍ତଙ୍କ ନିଜ ମନେ ଚିନ୍ତି 
ସକଳ ଜଗତ ବିଷୁରୂପେ ଦରଶନ 
ବାସୁଦେବ ଭକ୍ତଙ୍କର ) ଏମନ୍ତ ଲକ୍ଷଣ 
ବିଷୁ-ରୁପେ ସମବାୟୀ କାରଣରୁ ଜାତ 
ଘଟପଟ୍ଟୁ ଆଦି କାର୍ଯ୍ୟ ରୂପେ ଏ ଜଗତ 
ବିଷୁ-ରୁପେ ଜଗତକୁ ନ କରି ଦର୍ଶନ 
ଅସମ୍ଭବ ପାର୍ଥକ୍ୟ ଯେ କରନ୍ତି ବିଧାନ 
ସେ କିନ୍ତୁ ପୃଥକ କେଉଁକାଳେ ହୁଏ ନାହିଁ 
ସ୍ଥୁଳ ଦୃଷ୍ଟିରେ ପୃ ପୃଥକ ରୂପେ ପ୍ରକାଶଇ 
ତଥାପି ଏ ରୂପ "ଭେଦ ରହିଥୁବା ସ୍ପଳେ 
ଏକବିଷୁ ବ୍ୟଷ୍ଟ ରୂପେ ସମଷ୍ଟି ରୂପରେ 
ରାଜାର ପୁରୁଷ ରାଜା ପୁରୁଷ ଯେସନ 
ଭିନ୍ନ ନୁହେ ଏକବସ୍ତୁ ରୂପେ ବିଦ୍ୟମାନ 
ତେସନ ଜଗତ କାର୍ଯ୍ୟ କାରଣ ରୂପରେ 
ପାର୍ଥକ୍ୟ ଦେଖା ହୁଅଇ ବିଚାର ମନରେ । 
ହେ ଜଗନ୍ନାଥ ଆପଣ ଆମ୍ଭର କାରଣ 
ଆମ୍ଭେ କରୁଅଛୁ କାର୍ଯ୍ୟରୂୁପେ ବିବରଣ । 
ଏ ନିମନ୍ତେ ଆମ୍ଭେ ତୁମ୍ଭର ତ ନୋହୁ ଦାସ 
ସେବ୍ୟ ସେବକ ଭାବଟି କାର୍ଯ୍ୟେ ପରକାଶ। 
ଆହେ ଦେବ ମୁଁ ସେବକ ସେବ୍ୟ ଯେ ଆପଣ 
ତୁମ୍ଭ ଆମ୍ଭଠାରେ ଏହି ଭେଦ୍ଯ ବିଦ୍ୟମାନ । 
ଅନ୍ତର୍ଯ୍ୟାମୀ ଅନ୍ତରରେ କରି ଅବସ୍ଥାନ 
ସେବ୍ୟ ବା ସେବକରୁପେ ତୁମ୍ଭେ ବିଦ୍ୟମାନ । 
ଏ ରୂପ ଭାବନା କରି ଏକାଗ୍ର ଚିତ୍ତରେ 
ବ୍ରହ୍ମାଙ୍କର ସେବ୍ୟ ପାଦପଦ୍ଧେ ଯୁଗଳରେ । 
ପ୍ରଣାମ କରନ୍ତି କେହି କରନ୍ତି କୀଉଁନ 
ସେ ନର ଚୌଦ ଭୁବନ କରେ ତୁଛୁଜ୍ଞାନ । 
ଯେ ଜନ କରନ୍ତି ସଦା ପର ଉପକାର 
ପର ସୁଖକୁ ମଣନ୍ତି ଯେହ୍ନେ ଆପଣାର । 
ପର ଦୂଃଖରେ ସର୍ବଦା ହୁଅନ୍ତି କାତର 
ବୈଷ୍ଣବ ବୋଲି ବିଖ୍ୟାତ ହୁଅନ୍ତି ସେ ନର । 
ପର ସମ୍ପତ୍ତିକୁ କରେ ଯେ ପାଷାଣ ଜ୍ଞାନ 
ପର ସ୍ତ୍ରୀ କଣ୍ଟକାକୀର୍ଣ୍ଣ ଶାନ୍ନଳୀ ସମାନ । 
ରିପୁ ମିତ୍ର ଉଭୟକୁ କରେ ସମଜ୍ଞାନ 
ପ୍ରସିଦ୍ଧ ବୈଷ୍ଣବ ରୂପେ ଯେ ହୁଏ ଗଣନ । 
ଏକାଗ୍ର ଚିତ୍ତେ ଇଶ୍ଵରେ ଚିତ୍ତ ସମର୍ପଣ 
କରେ ଗୁଣୀ ବ୍ୟକ୍ତିକୁ ଯେ ସାଦରେ ସମ୍ମାନ। 
ଅନ୍ୟ ବ୍ୟକ୍ତି ମର୍ମ କଥା କରଇ ଗୋପନ 
ସର୍ବଦା ଯେ ପ୍ରିୟ ବାକ୍ୟ କରେ ଉଚ୍ଚାରଣ । 
ଯେ ଜନ ସଂସାରେ ଅଟେ ବୈଷବ ପ୍ରଧାନ 
ଆବର କହୁଛି ଶୁଣ ବୈଷ୍ଣବ ଲକ୍ଷଣ | 
କଂସହନ୍ତା ପାପ ନାଶକାରୀ କୃଷ୍ଣ ନାମ 
ସଦା ମନେ ଚିନ୍ତି ଉଚ୍ଚେ କରଇ କୀର୍ଉନ । 
ସଦାକାଳେ ଜଗନ୍ନାଥ ନାମ କରେ ଗାନ 
ଏ ସଂସାରେ ସେହି ଜନ ବୈଷ୍ଣବ ପ୍ରଧାନ । 
କାୟ ମନୋବାକ୍ୟେ କରେ ଆତ୍ମ ସମର୍ପଣ 
ସଦା ଏକଚିତ୍ତେ କରେ ପାଦପଦ୍ଧ ଧ୍ୟାନ । 
ଶ୍ରୀକୃଷ୍ଣ ଚିନ୍ତାରେ ସଦା ହୋଇଥାଏ ଭୋଳ 
ସୁଖ ଦୁଃଖ ସମଜ୍ଞାନ ତାହାର କେବଳ । 
ବିନୟ ବଚନେ ହରି ସ୍ତବଗାନ କଲେ 
ବ୍ୟଗ୍ର ରହିଥାଏ ସଦା ହରିଙ୍କ ପୂଜାରେ । 
ଏହି ଲକ୍ଷଣେ ଲକ୍ଷିତ ହୁଏ ଯେଉଁ ଜନ 
ସେ ଜନ ଏହି ଜଗତେ ବୈଷ୍ଣବ ପ୍ରଧାନ । 
ଶଙ୍ଖ ଚକ୍ର ଗଦା ପଦ୍ଧ ଆଦି ଚିହ୍ନମାନ 
ବାହୁମୂଳେ କରିଥାଏ ତିଳକ ଧାରଣ 
ଶ୍ରୀକୃଷ୍ଣ ଚରଣ ଧୁଳି ସର୍ବାଙ୍ଗେ ଭୂଷିତ 
ବୈଷ୍ଣବ ମଣ୍ଡଳୀ ହୁଅନ୍ତି ଯେ ଜୟଯୁକ୍ତ 
ଶ୍ରୀକୃଷ୍ଣ ଅଙ୍ଗ ତୁଳସୀ ସୁଗନ୍ଧ ଚନ୍ଦନ 
ପୁଷ୍ପ ମାଲ୍ୟାଦିରେ ଅଙ୍ଗ କରି ବିଭୂଷଣ 
ଭକ୍ତିଭରେ କୃଷ୍ଣଙ୍କର କରନ୍ତି ପୂଜନ 
ଜୟ ଲାଭ କରିଥାନ୍ତି ବୈଷ୍ଣବ ପ୍ରଧାନ 
ଦର୍ପ ଅଭିମାନ ଅହଂକାର ଯାହାଙ୍କର 
ଦୂର ହୋଇଅଛି ଚିତ୍ତ ସର୍ବଦା ନିର୍ମଳ 
ଦେବଗଣଙ୍କର ବନ୍ଧୁ ଶ୍ରୀକୃଷ୍ଣ ଚରଣ 
ସେବା କରି ଶୋକ ଶୂନ୍ୟ ହୁଅନ୍ତି ଯେ ଜନ 
ସେମାନେ ତ ଏ ସଂସାରେ ବୈଷ୍ଣବ ନିଶ୍ଚୟ 
ସର୍ବତୋ ଭାବରେ ତାହାଙ୍କର ହେଉ ଜୟ 
ହେ ରାଜନ ଶୁଣିଲ ତଂ ଭକତି ଲକ୍ଷଣ 
କଲି କୃଷ୍ଣଙ୍କର ଶୁଭ ଚରିତ କୀଉଁନ 
ଯେଉଁ ନର । ଶ୍ରୀକୃଷ୍ଣଙ୍କୁ କରନ୍ତି ଭକତି 
ଶ୍ରୀକୃଷ୍ଣ ଚରିତ ନିତି କର୍ଣ୍ଣରେ ଶୁଣନ୍ତି 
ତାହାଙ୍କର ଜନ୍ମ ଜନ୍ମାର୍ଜିତ ପାପ ତାପ 
ଝଟତି ଦୂର ହୁଅଇ ଶୁଣିଥାଅ ଭୂପ 
ନାରଦଙ୍କ ଚିତତ କ୍ଲଷ୍ଣ ପ୍ରେମେ ହୋଇ ଭୋଳ 
ଶ୍ରୀକୃଷ୍ଣ ଗୁଣ କୀଉଁନେ ହୋଇଲେ ଆକୁଳ 
ଆହେ ପ୍ରଭୁ ମାଗୁନାହିଁ ମୁହିଁ କିଛି ଧନ 
ଶରୀର କେଶକୁ ଦୁଃଖ ନ ମଣିବ ମନ 
ମଧୁର ବଚନେ ନାମ କରିବି କୀର୍ରଁନ 
ଭଜନ ଉତ୍ସବ ଚିନ୍ତା କରି ଯିବ ଦିନ 
ବୈଷ୍ଣବ ନୂହଇ ଯେଉଁ ଜନ ଏ ସଂସାରେ 
ଅନ୍ୟର ଉତ୍ତମ ଚରିତ୍ରକୁ ନିନ୍ଦା କରେ 
ଅସାଧୁ ଚରିତ୍ର ଚିନ୍ତା କରେ ଅବିରତ 
ଅମଙ୍ଗଳ କାର୍ଯ୍ୟାଦିରେ ଚିତ୍ତ ରହେ ସୁସ୍ଥ 
ଭଗବାନଙ୍କର ଚିନ୍ତା ନ କରେ ମନରେ 
ଚିତ୍ତ ତାର ଲୟ ହୁଏ ବିଷୟ ଚିନ୍ତାରେ 
ପରମ ସୁଖର ସ୍ଥାନ ଜଗନ୍ନାଥ ପଦ 
କ୍ଷଣମାତ୍ର ସ୍ଥାନ ପାଏ ନାହିଁ ତାର ହୃଦ 
ବିଷୟ ଚିନ୍ତାରେ ସଦା ଚିତ୍ତ ଥାଏ ମତ 
ହରିନାମ ମିଥ୍ୟା ବୋଲି କରେ ପ୍ରଚାରିତ 
ନୈଷ୍ଠବ ନୂହନ୍ତି ଏହି ଗୁଣଶାଳୀ ଜନ 
ପର ସ୍ତ୍ରୀ ପରଧନରେ ଲୋଭ ଯାର ମନ 
ନିଜ ଉଦର ପୁରଣେ ଉତ୍ସୁକ ଯେ ଅତି 
ତା ବୁବି ଅତି କଦର୍ଯ୍ୟ ନ ବୂଝେ ଉନ୍ନତି 
ନିଜ କପାଳକୁ ମାନି କରେ କାଳ କ୍ଷେପ 
ଏମାନେ ତ ନରପଶୁ ଅଟନ୍ତି ହେ ଭୂପ । 
ନରହରିଙ୍କର ପାଦ ସ୍କରଣେ ବିରକ୍ତ 
ହୁଏ ସଦା କୁସଂସର୍ଗୀ ସଙ୍ଗରେ ଆସକ୍ତ । 
ପରକୁ ଯେ ପରାଭବ ଦେବାରେ ତପୂର 
ହିଂସା ପରାୟଣ ଜନ ଅତି ଭୟଙ୍କର | 
ଭିଦୃଶ ଯେ ନରାଧମ ତାହାର ସଙ୍ଗତ 
ପରିତ୍ୟାଗ କରିବଟି ଆହେ ନରନାଥ । 
ଉତ୍କଳ ଖଣ୍ଡ ଦଶମ ଛାନ୍ଦ ହେଲା ଶେଷ 
ସଂସାର ସାଗରୁ ଉଦ୍ଧାରିବେ ହୃଷୀକେଶ । 
ଆହେ ଜଗନ୍ନାଥ ତୁମ୍ଭେ ପତିତପାବନ 
ପତିତକୁ ଉଦ୍ଧାରିବା ଅଟେ ତୁମ୍ଭ କାମ । 
କରଇଉଁବ୍ୟରେ ଅବହେଳା ନ କର ଗୋସ୍ଵାମୀ 
ଲୋକ ସମାଜେ ପତିତ ଆହେ ଅନ୍ତର୍ଯ୍ୟାମୀ | 
ବନ୍ଧୁଗଣ ନିତି କରୁ ନାହାନ୍ତି ଆଦର 
ମନେ କରୁଛନ୍ତି ଏତ ଦୂରାଚାରୀ ନର । 
ଦୂରାଚାରୀ ହେଲେ ନର ହୁଅଇ ପତିତ 
ପାବନ ହୋଇବ ତୁମ୍ଭସଙ୍ଗେ ହେଲେ ଯୁକ୍ତ । 
ଯୋଗସୂତ୍ର ରକ୍ଷାକର ଆହେ ଜଗନ୍ନାଥ 
ପତିତପୀବନ ବ୍ରତ କର ଉଦ୍‌ଯାପିତ | 
ଉଚ୍ଚୈଃସ୍ଵରେ ବାଜିଉଠୁ କାୟ ମନୋବାକ୍ୟ 
ପତିତପାବନ ନାମ ହୋଇବ ସାର୍ଥକ । 
ଦୟା ସିନ୍ଧୁରୁ ବିନ୍ଦୁଏ ଦୟା କର ଦାନ 
ଶୁଷ୍ଠ ହେବ ନାହିଁ ସିନ୍ଧୁ ବିନ୍ଦୁ କଲେ ଦାନ । 
ଆହେ ଜଗନ୍ନାଥ ଏକଥାକୁ ମନେ ହେଜ 
କିନ୍ତୁ ମନେ ଭାବୁଅଛି ହରିହର ଦ୍ଵିଜ | 
ଶୁଣୁଛ କି ନ ଶୁଣୁଛ ତାହା ତୁମ୍ଭେ ଜାଣ 
ସ୍ବରୂପେ ସଦାକାଳେ ତୁମ୍ଭେ ବିଦ୍ୟମାନ । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ ଇଦ୍ଦଦ୍ୟମ୍ନ 
ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ବର୍ଣ୍ଣନେ ନାମ ଦଶମୋଂଧ୍ୟାୟଃ । 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ