ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଉନବିଂଶୋଧ୍ୟାୟଃ

 

ଉନବିଂଶ ଅଧ୍ୟାୟ 

ଜୈମିନି କହନ୍ତି ଶୁଣ ସର୍ବ ମୁନିଗଣ 
ପ୍ରତିମା ନିର୍ମାଣ ଅର୍ଥେ ରାଜା ଇନ୍ଦ୍ଦ୍ୟୁମ୍ପ । 
ଗଠନ ଗୃହର ଦ୍ଵାର ଆବଦ୍ଧ କରିଲେ 
ଆକାଶେ ବାକ୍ଦେବୀ ଯେଉଁରୂପେ କହିଥିଲେ । 
ସେ ରୂପେ ସର୍ବ ବିଷୟ କଲେ ସମ୍ପାଦନ 
ଏହିପରି ଗତ ହୋଇଗଲା କେତେଦିନ । 
ସେ ସ୍ଥାନ ଅପୂର୍ବ ଗନ୍ଧେ ଆମୋଦିତ ହେଲା 
ଆକାଶରୁ ପାରିଜାତ କୁସୁମ ବଷିଲା | 
ମନୋହର ଗୀତ ଧ୍ବନି ସ୍ଵର୍ଗୀୟ ସଂଗୀତ 
ଶୁଣାଗଲା ସେ ସ୍ଥାନରେ ଅତୀବ ବିଚିତ୍ର । 
ସର୍ଗ ଗଙ୍ଗାଜଳ ସୂକ୍ଷ୍ମ ବିନ୍ଦୁ ବିଦ ହୋଇ 
ବରଷା ହେଲା ସେ କାଳେ କେ ପାରିବ କହି । 
ଏରାବତ ଆଦି ଗଜ ମତ୍ତହସ୍ତୀଙ୍କର 
ଅତ୍ୟୁକରଟ ମଦଗନ୍ଧ ହେଲା ସୁଖକର | 
ସେ ଯଜ୍ଞକୁ ଯେତେ ଦେବଗଣ ଆସିଥିଲେ 
ହରି ଆବିର୍ଭୂତ ହେଲେ ବୋଲି ବିଚାରିଲେ । 
ମାଧବଙ୍କୁ ନି ଦେଖୁବା ଦୁଃଖ କଲେ ଦୂର 
ନିତ୍ୟ ସେବା କରିବାକୁ ହୋଇଲେ ତପ୍ପର । 
ନୀଳମଣି ମାଧବକୁ ପୂର୍ବେ ଯେ ପ୍ରକାରେ 
ଉପାସାନ କରୁଥିଲେ ଭକତି ଭାବରେ । 
ଏ ବିଷ୍ଣୁ ବୃକ୍ଷକୁ ସେହିରୂପେ ପୂଜା କଲେ 
ପୁଜାକାଳେ ଦିବ୍ୟ ଚିହ୍ନମାନ ତ ଦେଖୁଲେ । 
କ୍ରମେ ପଞ୍ଚଦଶ ଦିନ ହେଲା ଉପସ୍ଥିତ 
ଆମ୍ଭେ ପୁର୍ବେ କହିଅଛୁ ତୁମ୍ଭଙ୍କୁ ଯେମନ୍ତ । 
ସେହିରୂପେ ଜଗନ୍ନାଥ ଝ ବର୍ଧକୀ ରୂପରେ 
ଏହିରୂପେ ଦେବ ବିଜେ ଚତୁର୍ବଧା ରୂପରେ 
ସ୍ବୟଂ ନିଜର ମୁଭିକୁ ନିର୍ମାଣ କରିଲେ 
ପୁନର୍ବାର ଶୁଣାଗଲା ବାଣୀ ଆକାଶରେ । 
ଜଗନ୍ନାଥ ବଳାରମ ସୁଭଦ୍ରା ନାମରେ 
ନରପତି ସେ ପ୍ରତିମା ମାନଙ୍କୁ ସତ୍ତର 
ଚକ୍ର ସହିତ ଚତୁର୍ା ରୁପକୁ ଧଇଲେ 
ପଟବସ୍ତେ ଆଛାଦିତ ଦୃଢ଼ରୂପେ କର | 
ଦିବ୍ୟ ସିଂହାସନେ ଆବିର୍ଦୂତ ଜଗନ୍ନାଥ 
ଦେବଙ୍କର ବର୍ଣ୍ଣ ପ୍ରତିମାକୁ ଚିତ୍ରକର 
ଶତ୍ଖ ଚକ୍ର ଗଦା ପଦ୍ଧ ହସ୍ତେ ବିରାଜିତ । 
ଜଗନ୍ନାଥ ନୀଳ ମେଘ ସଦୃଶ ଶ୍ୟାମଳ । 
ଅନନ୍ତ ଦେବ ଯେ ବଳରାମ ରୂପ ହେଲେ | 
ବଳଦେବଙ୍କ ଯେ ଶଙ୍ଖପରି ଶୁଭବର୍ଣ୍ଣ 
ଗଦା ମୂଷଳ ଯେ ଚକ୍ର ବଜ୍ଜ ଧରି କରେ । 
ସୁଦର୍ଶନ ଚକ୍ରକୁ ଯେ କର ରକ୍ତବର୍ଣ୍ଣ | 
ଛତ୍ରାକୃତି ସପ୍ତଫଣା ମୁକୁଟ ଶିରରେ 
ସୁଭଦ୍ରାଙ୍କୁ କଙ୍କୁମ ରଙ୍ଗରେ ସୁଶୋଭିତ 
ଉନ୍ମଳ କୁଣ୍ଡଳ ଶୋଭା ଜନମନ ହରେ । 
ନାନାଭଙ୍ଗା କରି ବହୁ ଅଳଙ୍କାରେ ଯୁକ୍ତ । 
ଚାରୁ ବଦନା ସୁଭଦ୍ରା ଦେବୀ ଏକହସ୍ତେ | 
ପ୍ରତିମାର ଦାରୁରୂପ କରିଲେ ଦର୍ଶନ 
ପଦ୍ଧ ପୁଷ୍ପ ଅଭୟ ଯେ ଘେନି ଅନ୍ୟହସ୍ତେ । 
ପାପକ୍ାରୀ ସମ ନର୍କେ କରିବ ଗମନ । 
ଚୈତନ୍ୟ ରୂପିଣୀ ଲକ୍ଷ୍ମୀ ସୁଭଦ୍ରା ରୂପରେ |
ଅତି ଯତ୍ତେ ପଟବସ୍ତ ନିର୍ଯ୍ୟାସ ଯେ ଦେଇ 
ବିଜେ ହୋଇଛନ୍ତି ରତ ସିଂ ହାସନ ପରେ । 
ପ୍ରତିମା ଦେହ ଗୋପନ କର ନରସାଇଁ । 
କୃଷ୍ଣାବତାର ବେଳରେ ରୋହିଣୀ ଗର୍ଭରେ । 
କର୍ମଦକ୍ଷ ଶିନ୍ଧଗଣ ଆସନ୍ତୁ ବହନ 
ବଳରାମ ରୂପକୁ ତ ଚିନ୍ତା କରିଥୁଲେ 
ପ୍ରତିମା ଦେହ କରନ୍ତୁ ଦୃଢ଼େ ଆଛାଦନ । 
ପ୍ରଭୁ ବଳଭଦ୍ର ରୂପେ ଜାତ ପୃଥୂବୀରେ 
ପତି ବର୍ଷ ପୂର୍ବା ପୂବ ଟେ ଦେହ ଆବରଣ 
ବିଷ୍ଣୁଙ୍କୁ ଯେ କ୍ଷଣକାଳ ନ ଛାଡ଼ନ୍ତି ହେଳେ । 
ଫିଟାଇବ ନଁରପର୍ତି କରିବ ନୂତନ | 
ବିପ୍ରଗଣ ଶୁଣ କୃଷ୍ଣ ବଳରାମ ଦୁଇ 
ବନ୍ଧନ ଗାତ୍ର ବିଲେପ ବିନା ସେ ପ୍ରତିମା 
ଏ ଦୁଇଙ୍କ ମଧ୍ୟେ କିଛି ପ୍ରଭେଦ ତ ନାହିଁ । 
ସଦାକାଳେ ଏକରୂପେ ରହିଛନ୍ତି ସିନା । 
ଏକଗର୍ଭେ ଜାତ ବୋଲି ଲୋକେ କହିଥାନ୍ତି | 
ଯଦ୍ୟପି କୌଣସି ବ୍ୟକ୍ତି ପ୍ରମାଦ ବଶତଃ 
ବଳଭଦ୍ରଙ୍କର ଭଗ୍ନୀ ସୁଭଦ୍ରା ଅଟନ୍ତି | 
ପ୍ରତିମାର ଗାତ୍ରଲେପ କରେ ଉପନୀତ । 
ଏରୂପ ବର୍ଣ୍ଣନା ହୋଇଅଛି ପୁରାଣରେ 
ବିଲେପନ ଶୂନ୍ୟ ଯେବେ କରିବ ଦର୍ଶନ 
ଲକ୍ଷ୍ମୀ ଦେବୀ ସ୍ତୀ ରୂପରେ ପୁରୁଷ ରୂପରେ । 
ସେହି ବ୍ୟକ୍ତି ` ହୋଇବ ତ ନରକେ ପତନ 
ସ୍ତ୍ରୀ ନାମରେ ଲକ୍ଷ୍ମୀଦେବୀ ସଦା ବିଦ୍ୟମାନ | 
ରାଜ୍ୟ ମଧ୍ୟରେ ଦୁର୍ଭିକ୍ଷ ମଡ଼କ ହୋଇବ 
ପୁରୁଷ ନାମରେ ଯେତେ ବିଷ୍ଣୁ ଭଗବାନ । 
ତାହାର ସନ୍ତାନ ବର୍ଗ ବିନାଶ ତ ହେବ । 
ଦେବତା ମନୁଷ୍ୟ ପକ୍ଷୀ ଆଦି ପ୍ରାଣୀ ଯେତେ 
ଏ ଚାରିମୂ୍ିକୁ କେଉଁ କାଳରେ ରାଜନ 
ଏ ଦୁଇଙ୍କ ବିନା ଆଉ ନାହାନ୍ତି ଜଗତେ । 
ଆବରଣୈ ଶୂନ୍ୟ ନ କରିବ ଦରଶନ । 
ଏହି ଦେବ ଦେବୀଙ୍କର କ୍ଷମତା ବର୍ଣ୍ଣନ 
ବିନା ଆବରଣେ ଯଦି କେ କରେ ଦର୍ଶନ 
କରିବାକୁ କିଏ ଅବା ହୋଇବ ଭାଜନ । 
ମହା ଭୟରେ ପୀଡ଼ିତ ହେବ ସେହି ଜନ । 
ପୁଣ୍ଡରୀକାକ୍ଷଙ୍କ ବିନା ଆଉ କେଉଁ ଜନ । 
ଏଣୁ ବହୁ ବିଲେପନ କରି ବିଲେପିତ 
ଫଣା ଅଗ୍ରରେ ଧରିବ ଚଉଦ ଭୁବନ ¦ 
ଉଜ୍ଵଳ ଚତ୍ର କରିଣ କରିବ ସାକ୍ଷାତ | 
ଏକମାତ୍ର ସମରଥ ଯେ ଅନନ୍ତ ଦେବ 
କଳ୍ପ କୋଟି ପାପରାଶି ହୋଇବ ଦହନ 
ତାହାଙ୍କର ନାମ ହୋଇଅଛି ବଳଦେବ । 
ଏ ବିଷୟରେ ସନ୍ଦେହ ନ କର ରାଜନ । 
ତାହାଙ୍କର ଶକ୍ତିରୂପ ସୁଭଦ୍ରା ଭଗିନୀ 
ଏ ମୁ୍ିମାନଙ୍କୁ ଚିତ୍ର ବିଚିତ୍ର କରିଲେ 
ହୋଇଛନ୍ତି ଜଗତରେ ସ୍ତ୍ରୀ ରୂପ ଧାରିଣୀ | 
ତୁମ୍ଭର ମନ କାମନା ପୂର୍ଣ ହେବ ଭଲେ । 
ଚତୁର୍ଥରେ ଶାଖାଅଗ୍ର ଚକ୍ର ଶୁଦର୍ଶନ 
ତୁମ୍ଭଙ୍କୁ ଯେ ଅନୁଗ୍ରହ କରିବା ନିମିତ୍ତ 
ଜଗନ୍ନାଥ ହସ୍ତେ କରି ଅଛନ୍ତି ଧାରଣ 
ଭଗବାନ ଏହିସ୍ଥାନେ ହେଲେ ଆବିର୍ଦୂତ | 
ଏହିରୂପେ ଚାରିମୁରି ହେଲେ ଭଗବାନ 
ତୁମ୍ଭ ଅନୁଗ୍ରହେ ଜନ୍ତୁମାନଙ୍କ ବହନ 
ନିଜେ ଆପଣାକୁ ଆସି କରିଲେ ନିର୍ମାଣ । 
ଚତ୍ୁବଗ ପ୍ରଦାନ କରିବେ ଭଗବାନ
ନୀଳ ପର୍ବତରେ କଳ୍ପ ବୃକ୍ଷ ଅବସ୍ଥିତ 
ତାର ବାୟୁକୋଣେ ଦୂର ଏକଶତ ହସ୍ତ 
ପ୍ରତିଷ୍ଠିତ ନୃସିଂହଙ୍କ ଉତ୍ତର ଦିଗରେ 
ଯେ ପ୍ରଶସ୍ତ ଦେଶ ବିଦ୍ୟମାନ ଯେ ସ୍ଥାନରେ 
ସହସ୍ତ ହସ୍ତ ଉନ୍ନତ ତେତେ ଆୟତନ 
ଏକ ସୁଦୃଢ଼ ପ୍ରାସାଦ କରନ୍ତୁ ନିର୍ମାଣ 
ସେ ପ୍ରାସାଦେ ପ୍ରଭୁଙ୍କୁ ଯେ କରିବ ସ୍ଥାପନ 
ପୂୁଜାକଲେ ବିଶ୍ବାବସୁ ଶବର ପ୍ରଧାନ 
ମାଧବଙ୍କୁ ପ୍ରତିଦିନ ପୂଜା କରୁଥିଲା 
ବିଦ୍ୟପତିଙ୍କ ସଙ୍ଗତେ । ବନ୍ଧୁତା କରିଲା 
ବିଦ୍ୟାପତି ବିଶ୍ଵାବସୁ ଦୁହିଙ୍କ ବଂଶରେ 
ଯେତେ ସନ୍ତାନ ଜନ୍ମିବେ ଭବିଷ୍ୟକାଳରେ 
ସେହିମାନଙ୍କୁ ନିଯୁକ୍ତ କର ଏ ସ୍ଥାନରେ 
ପ୍ରତିମା ସଂସ୍କାର ଯଜ୍ଞ ଉତ୍ସବ କାର୍ଯ୍ୟରେ 
ଆକାଶରୁ ଏହି ବାଣୀ ରାଜନ ଶୁଣିଲେ 
ଆନନ୍ଦ ମନରେ ବେଦୀ ସମୀପେ ଚଳିଲେ 
ମହାବେଦୀରେ ବେଷ୍ଟନୀ କରିଲେ ମୋଚନ 
ପ୍ରଭୁଙ୍କୁ ଦେଖଲଲେ ବିଜେ ରତ୍ନ ସିଂହାସନ 
ବଳରାମ ଜଗନ୍ନାଥ ସୁଭଦ୍ରା ସହିତ 
ବାସୁଦେବଙ୍କର ଚକ୍ର ଅତି ସୁଶୋଭିତ 
ଅଛ ଅବନତ ହୋଇଅଛି ପୂଷ୍ଠଦେଶ 
ଦେହର “ଅପର ଭାଗ କୁଣ୍ଡଳ ସଦ୍ରଶ | 
ହଳ ଚକ୍ର ପଦ୍ଧ ମୁଷଳ ଯେ ଧରି ହସ୍ତ 
ଗଳ ଦେଶେ ବନମାଳା ଅତି ସୁଶୋଭିତ । 
ହାର କେୟୁର ମୁକୂଟ କିରୀଟ କୁଣ୍ଡଳ 
ଅଳଙ୍କାରେ ଦେହ କାନ୍ତି ଦିଶଇ ଉଜ୍ଵଳ । 
ଜଗନ୍ନାଥ ବଳରାମଙ୍କର ମଧ୍ୟେ ବିଜେ 
ଭଦ୍ରାରୁପିଣୀ ସୁଭଦ୍ରା ରୂପେ ଲକ୍ଷ୍ମୀ ନିଜେ । 
ବିକଶିତ ପଦ୍ଧ ତୁଲ୍ଯ ବଦନ ମଣ୍ଡଳ 
ହସ୍ତ ଦ୍ଵୟେ ବରାଭୟ ଦିଶଇ ସୁନ୍ଦର | 
ଦେହ କାନ୍ତି କୂଙ୍କୁମ ରଙ୍ଗରେ ବିରାଜିତ 
ମନେ ହୁଏ ଲକ୍ଷ୍ମୀ ଦେବୀ ଅଚନ୍ତି ସାକ୍ଷାତ । 
ଜଗନ୍ନାଥଙ୍କର ବାମେ ଶଖାଗ୍ରେ ନିର୍ମିତ 
ଚକ୍ର ଶୋଭା ପାଏ ନବ ସୂର୍ଯ୍ୟ କି ଉଦିତ । 
ନରପତି ଇନ୍ଦ୍ରଦ୍ୟୁମ୍ନ ସୌଭାଗ୍ୟ ବଶତଃ 
ଏ ଦିବ୍ୟ ମୂତ୍ତି ସକଳ କରିଲେ ସାକ୍ଷାତ । 
ଅପାର ଆନନ୍ଦ ସମୁଦ୍ରରେ ବୁଡିଗଲେ 
ନିଜର କରଉଁବ୍ୟ ଜ୍ଞାନ ବିସ୍ତୃତ ହୋଇଲେ । 
ନିଜ ଶରୀରର ବଳ ହୋଇଗଲା କ୍ଷୀଣ 
ଆନନ୍ଦ ଲୋତକେ ନେତ୍ର କଲେ ନିମ୍ମୀଳନ । 
ଅକାଶରେ ବାକ୍ୟଦେବୀ ଯେ ରୂପେ କହିଲେ |
କର ଦୁଇ ଯୋଡ଼ି କିର ନିଶ୍ଚଳ ମନରେ 
ତଦ୍ଧପ ଚିତ୍ର ଭୁଷିତ ପ୍ରତିମା ଦେଖୁଲେ 
ଜଗନ୍ନାଥଙ୍କର ବକ୍ଷସ୍ପଳ ଯେ ଉନ୍ନତ 
ବଦନ ମଣ୍ଡଳେ ଭଷତ୍‌ ହାସ୍ୟ ବିକଶିତ 
ଦୀନ ଜନମାନଙ୍କର ଉଦ୍ଧାର ନିମିତ୍ତ 
ଭୁଜ ପଞ୍ଜର ଯେ ହୋଇଅଛି ବିଳମ୍ବିତ: 
ନେତ୍ରଦ୍୍‌ୟ ପ୍ରସୂଟିତ ଶ୍ଵେତ ପଦ୍ଧସମ 
ରକ୍ତବର୍ଣ୍ଣ ଅଧର ଯୁଗଳ ସୁଶୋଭନ 
ଦର୍ଶନକାରୀର ପାପ ହରଣ କରନ୍ତି : 
ଦାରୁମୟ ଦେହେ ପଦ୍ଧାସନେ ବସିଛନ୍ତି 
ନାନାବିଧ ଦିବ୍ୟ ଅଳଙ୍କାରେ ବିଭୁଷିତ 
ନିଜର ନିର୍ମଳ ତେଜ ପୁଞ୍ଜ ବିରାଜିତ 
ଦେହ କାନ୍ତି ନୀଳମେଘ ପରି ମନୋହର 
ଜୀବମାନଙ୍କ ସନ୍ତାପ କରୁଛନ୍ତି ଦୂର 
ବଳରାମଙ୍କ ଯେ କଲେ ତହିଁ ଦରିଶନ 
ମୁଖ ପଦ୍ମ ଅଟହାସ୍ୟେ ଅତି ସୁଶୋଭନ 
ଛତ୍ରାକାରେ ଫଣାରାଜି ହୋଇ ସୁଶୋଭିତ 
ବାରୁଣୀ ପାନରେ ନେତ୍ରଦ୍ଵୟ ବିଘୂର୍ଣ୍ିତ 
ନାଗରାଜା କି ପାତାଳ ତଳୁ ଆସିଛନ୍ତି 
ବକ୍ଷସ୍ଥଳ ସୁକ୍ରୋମଳ ପୂଥୁଳ ଯେ ଅତି 
ପ୍ରତିମା ସମ୍ମୁଖେ ଉପବେଶନ ମନରେ । 
ନାରଦ ମହର୍ଷି ହସି କହିଲେ ବଚନ 
ହେ ରାଜା ଯେଉଁ ନିମିତ୍ତ କଲ ଏତେ ଶ୍ରମ । 
ଏହିକ୍ଷଣେ ସେହି ଶ୍ରମ ହୋଇଲା ସଫଳ 
ପୃଥୁବୀ ମଧ୍ୟରେ ଏକା ତୁମ୍ଭେ ଭାଗ୍ୟଧର । 
ଶ୍ରୀ ଜଗନ୍ନାଥଙ୍କୁ କଲ ଆନନ୍ଦେ ଦର୍ଶନ 
ଆକର୍ଣ୍ ବିସ୍ତୃତ ପଦ୍ମ ପଲାଶ ନୟନ । 
ଭକ୍ତଜନମାନଙ୍କର ଦୟାର ସାଗର 
ବିଷୟ ଗୋଚର ଜ୍ଞାନ ସ୍ଵରୂପ ପ୍ରାଣୀର । 
ଯାହାଙ୍କ ଦର୍ଶନ ଅର୍ଥେ ନିତ୍ୟ ଯୋଗୀଗଣ 
କହନ୍ତି ଅନ୍ତଃକରଣେ ସଞ୍ଜମ ସାଧନ 
ସେହି ଜନାର୍ଦ୍ଦନ ଦାରୁମୟ ଦେହ ଧରି 
ତୁମ୍ଭଙ୍କୁ ତ ଅନୁଗ୍ରହ କଲେ ଦଣ୍ଡଧାରୀ । 
ହେ ରାଜା କରୁଣା ସିନ୍ଧୁ ଦୀନ ବନ୍ଧୁଙ୍କର 
ସ୍ତବ ସ୍ତୁତି କରିବାକୁ ହୁଅ ଆଗଭର | 
ତୁମ୍ଭେ ସ୍ତବ କଲେ ତୋଷ ହେବେ ଭଗବାନ 
ନି୍ଚୟ କରିବି ତୁମ୍ଭ ମନୋରଥ ପୂର୍ଣ୍ଣ । 
ଉତ୍କଳଖଣ୍ଡେ ଉଣିଶ ଛାନ୍ଦ ହେଲା ଶେଷ 
ଆନନ୍ଦରେ ହରିବୋଲ ସକଳ ବିଦୂଷ । 
ହରିବୋଲ ହରିବୋଲ ହରିବୋଲ ସର୍ବେ 
ସଂସାର ସାଗର ପାରି ହୋଇଯିବ ଯେବେ । 
ଆସର ଭାଇ ବେଗେ ଚଳିଯିବା ନୀଳାଚଳ 
ଦଶନ କରିବା ପ୍ରଭୁ ଶ୍ରୀପଦ କମଳ 
ଭକ୍ତ ମୁଖେ ନାମ ଶୁଣି କର୍ଣ୍ଣ ହେବ ପୂତ 
ଶ୍ରୀଅଙ୍ଗ ନିର୍ମାଲ୍ୟ ଘେନି ଶରୀର ପବିତ୍ର 
ଦେହ ପବିତ୍ର ହୋଇବ କରିଲେ ପ୍ରଣାମ 
ରସନା ରଟିବ ସଦା ଜଗନ୍ନାଥ ନାମ 
ଜଗନ୍ନାଥ ବଳରାମ ସୁଭଦ୍ରା ସହିତ 
ସୁଦର୍ଶନଙ୍କୁ ସାକ୍ଷାତ କରିବା ନିୟତ 
ହରିବୋଲ ହରିବୋଲ ଭାଇଗଣ ମିଳି 
ଦୀନ ହରିହର ଯିବାପାଇଁ କରେ ଅଳି 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନେ 
ନାମ ଉନନବିଂଶୋଧ୍ୟାୟ


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ