ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବିଂଶୋଧ୍ୟାୟଃ

 

ବିଂଶ ଅଧ୍ୟାୟ 

ଜୈମିନି କହନ୍ତି ମହୀପତି ଇନ୍ଦ୍ରଦ୍ୟୁମ୍ନ 
ନାରଦଙ୍କଠାରୁ ଶୁଣି ଏସନ ବଚନ 
ଅତି ଉଚ୍ଚସ୍ବରେ ସ୍ତୁତି ବାକ୍ୟ ଆରମ୍ଭିଲେ 
କୃପାସିନ୍ଧୁ ଜଗନ୍ନାଥଙ୍କର ସ୍ତୁତି କଲେ | 
ହେ ମୁରାରି ! ପୂର୍ବେ ପୂବ ଜନମରେ ମୁହିଁ 
ଆପଣଙ୍କ ପାଦପତ୍ଧ ସେବା କରିନାହିଁ | 
ସେହି କର୍ମବିପାକରେ ହେଲି ଅତି ଦୀନ 
ଭୋଗୁଛି ଦାରୁଣ ଦୁର୍ବିପାକ ଭୋଗମାନ । 
ବ୍ରହ୍ମା ରୁଦ୍ର ଇନ୍ଦ୍ରଦେବ ମୁକୁଟ ମଣିରେ 
ଆପଣଙ୍କ ପାଦ ପଦ୍ଧ ବନ୍ଦାନ୍ତି ସଧୀରେ 
ବିଷ୍ଠାମୃତ୍ର ରକ୍ତ ମାଂସ ଚର୍ମ ଅସ୍ମି ଦେହ 
ଧରି ସେବିବି କିପରି ଆହେ ଦୟାମୟ 
ସାଦଧଶ ହତଭାଗାର ପକ୍ଷେ ଅସମ୍ଭବ 
ଆପଣଙ୍କ ପାଦପଦ୍ଧ ଅତ୍ୟନ୍ତ ଦୁର୍ଳ୍ଲଭ 
ଅସାର ସଂସାରେ ଭ୍ରମି ହେଲି ଅତିଶ୍ରୀନ୍ତ 
ଦୁଃଖ ସହିପାରୁ ନାହିଁ ଆହେ ଜଗନ୍ନାଥ 
ଆପଣଙ୍କ ସ୍ଵରୂପକୁ କିପରି ବୁଝିବି 
ବୁଝିବାକୁ ହେଲେ କ୍ଲେଶ ସହି ନ ପାରିବି । 
ଯେଉଁମାନ ଏ ସଂସାରେ ଦୁଃଖ ଭୋଗ କରି 
କ୍ଲାନ୍ତ ବୋଧ ନ କରନ୍ତି ଆହେ ନରହରି 
ତାହାଙ୍କର ଶ୍ରମ ଅଟେ ଅତ୍ୟନ୍ତ କଠୋର 
ଆପଣଙ୍କ ସ୍ଵରୂପକୁ ଜାଣନ୍ତି ନିକର 
ଅନେକ ଜନ୍ମରେ କଲି ପାପ ବହୁତର 
ତେଣୁ ଦୁଃଖ ଭୋଗ କରେ ବହୁ ପରକାର । 
ତିକ୍ତ ରସସହ ମଧୁ ଆସ୍ଵାଦନ କଲେ 
ଯେ ସ୍ଵାଦ୍ଧ୍‌ ହୁଏ ଏହିଁକ ଭୋଗ ସେ ପ୍ରକାରେ । 
ପୂର୍ବ ପୂର୍ବ ଜନ୍ମେ କଲି ଯେତେ ପୁଣ୍ୟ କର୍ମ 
ସୈ ଫଳେ କିଞ୍ଚତ ସୁଖ ଲାଭ ଏହିକ୍ଷଣ । 
ସୁଖ ଭୋଗ ଅର୍ଥେ ପୂର୍ବେ ପୁଣ୍ୟ ଯାହା ଥଲା 
ଉତ୍କଟ ପାପର ଫଳୈ ଦୁଃଖମୟ ହେଲା | 
ମୋପରି ଦୁଃଖୀ ଲୋକ ତ ସଂସାରରେ ନାହିଁ 
ଭବ ସଂସାର ଜଞ୍ଜାଳେ ଆସକ୍ତ ଯେ ହୋଇ । 
ମନ ମଧ୍ୟେ ଆପଣଙ୍କୁ ଯେବେ ଚିନ୍ତିଥାନ୍ତି 
ଆଉ ଜନ୍ମ ଦୁଃଖ ଭୋଗ କିର୍ଚାଇ କରନ୍ତି । 
ହେ ମୁରାରି ଏ ସଂସାରେ କେତେ ପିତା ହେଲି 
କେତେଥର ପୁତ୍ର ହୋଇ ଜନମ ଲଭିଲି । 
କେତେବେଳେ ପ୍ରଭୁ କେତେବେଳେ ହେଲି ଦାସ 
କେବେ ମାତା ପତି ଜାୟାବନ୍ଧ୍ୟା ଆଉ ହଂସ । 
କେତେ ପକ୍ଷୀ ଜାତି କେବେ ହୋଇଲି ଦେବତା 
ଉଚ୍ଚ ନୀଚେ ଜନ୍ମି ଭୋଗ କଲି କି ଅବସ୍ଥା । 
କେତେ ପ୍ରକାରେ ଯେ ରିଷ୍ଟ ଭୋଗ କରିଅଛି 
ତେଣୁ ଆପଣଙ୍କ ଚିନ୍ତା ମନୁ ପାସୋରିଛି । 
ପ୍ରଭୋ ଏତେ କାଳେ କଷ୍ଟ ସହି ଏକଦିନ 
ବୁଝି ନ ପାରିଲା ମାୟାଧରଙ୍କର କାମ । 
ଆପଣଙ୍କୁ ନ ଚିହ୍ନିଲି ପଶୁର ସମାନ 
ସସାଗରା ପୃଥିବୀରେ କଲି ରାଜପଣ | 
ସ୍ଵରୂପା ସୁନ୍ଦରୀ ଶତ ଶତ ପୂରନାରୀ 
ମନ ଅନୁକୂଳେ ଭୋଗ କରୁଅଛି ହରି । 
ଏହି ନିଷ୍ଣ୍କ ରାଜ୍ୟ ପଶୁ ହସ୍ତଗତ 
ପଶୁସ୍କନ୍ଧେ ଗୁରୁ ଭାରା ଦେବାକି ଉଚିତ । 
ହେ କୃପା ସାଗର ତୁମ୍ଭେ ଦୟାକର ମୋତେ 
ଭାର ଓହ୍ଲାଇ ଦିଅନ୍ତୁ କନ୍ଧରୁ ତୁରିତେ | 
ଏହି ଭାର ଯେତେବେଳେ ହୋଇବ ଲାଘବ 
ମୋର କଷ୍ଟ ଦୂର ହେବ ଆହେ ବାସୁଦେବ । 
ହେ ଦୀନ ଦୟାଳୁ ହସ୍ତୀ କରିଲା ସରଣ 
ତାହାର ବନ୍ଧନ ଶୀଘ୍ର କରିଲ ମୋଚନ । 
ଘଟି ଯନ୍ତ୍ର ପରି ଘୁରୁଅଛି ଏ ସଂସାରେ 
କେବେ ଖସୁଛି ତଳକୁ ଉଠୁଛି ଉପରେ । 
ଜଗନ୍ନାଥ ଏ ଦୁଃଖରୁ କର ପରିତ୍ରାଣ 
ଆଉ ମାତୃ ଗର୍ଭେ ନ କରିବି ମୁଁ ବିଶ୍ରାମ । 
ଜଳ ସ୍ରୋତେ ଭାସମାନ ବୃକ୍ଷର ସମାନ 
ସଂସାର ସ୍ରୋତରେ ଭାସୁଅଛି ମୁଁ ତେସନ । 
ଆପଣଙ୍କ ଭିନ୍ନ ବନ୍ଧୁ ଆଉ କେହି ନାହିଁ 
ବିଷୟ ଭୋଗରେ ଶ୍ରଦ୍ଧା ମନରେ ବଢ଼ଇ 
ସଂସାର ବନ୍ଧନ ଅତି କଠୋର ହୋଇଛି 
ପାପ ବୁବ୍ଧି ପାପ କାର୍ଯ୍ୟ ସର୍ବଦା ମାତିଛି 
ଆପଣଙ୍କ ପାଦପଦ୍ମେ ନ ହୁଏ ଆସକ୍ତ 
ପାପ କାର୍ଯ୍ୟରୁ ସେ ବୁବ୍ଧି ଫେରିବ ଯେମନ୍ତ |
ଆପଣଙ୍କ ପ୍ରାଦ ପଦ୍ମେ ଲୀନ ହୋଇଥୁବ 
ଏତିକି ପ୍ରାଥନା ବୁଦ୍ଧ ଅଚ୍ୟୁତ ନ ହେବ 
ସହସ୍ର ଜନ୍ମ ସଞ୍ଚତ ସୌଭାଗ୍ୟ ବଳରେ 
ଆପଣ ପ୍ରାପ୍ତ ହୁଅନ୍ତି କୃତ ପୁଣ୍ୟଫଳେ 
ସଚ୍ଚିଦାନନ୍ଦ ସାଗର ସ୍ଵରୂପୀ ଆପଣ 
ଆପଣଙ୍କ ଭିନ୍ନ ଅନ୍ୟେ ନ କରନ୍ତି ମନ 
ଦୁଃଖମୟ ବିଷରୂପ ଅଳ ସୁଖଯୁକ୍ତ 
ବିଷୟ ରାଶିରେ ନ ହୁଅନ୍ତି ବିମୋହିତ 
ଅତ୍ୟନ୍ତ ସୁଖ କେବଳ ଦୁଃଖ ଗ୍ରନ୍ଧି ଯୁକ୍ତ 
ଦୂର୍ଭେଦ୍ୟ କର୍ମ ବନ୍ଧନେ ନାନା କାର୍ଯ୍ୟବ୍ୟସ୍ତ 
ଅନାଦି ଅନନ୍ତ ଆନନ୍ଦରେ ପରିପୂର୍ଣ 
ଆପଣଙ୍କ ପାଦପଦ୍ମ ପାଇବି କେସିନ 
ମମତାବର୍ର କୁକର୍ମ କୁମ୍ଭୀରରେ ପୂର୍ଣ 
ଏମାୟା ସାଗରେ ଭାସୁଅଛି ଚିରଦିନ 
ଦେବ ଆଶ୍ରୟ ବିହୀନ ଜନର ଉପରେ 
କୃପା ଦୃଷ୍ଟି ଦେଇ ପାରି କରିଦିଅ ତୀରେ 
ଯେଉଁମାନେ କରିବାକୁ ସ୍ଵକାର୍ଯ୍ୟ ସାଧନ 
ଶ୍ରୀପଦେ କରନ୍ତି ନିତ୍ୟ ଆଶ୍ରୟ ଗ୍ରହଣ 
ତାହାଙ୍କର ମନୋରଥ କରିବାକୁ ପୂର୍ଣ 
ହେ ଦୀନ ଦୟାଳୁ ତୁମ୍ଭେ ସଦା ସାବଧାନ 
ଆପଣ ଅଟନ୍ତି ଏକ ଉଦ୍ଧାର କରତା 
ଏକଥା ନ ବୁଝି କ୍ଷୁଦ୍ର କାର୍ଯ୍ୟ ଭରମେ ବୃଥା 
ହେ ଜଗତ ବନ୍ଦନୀୟ ମୁଁ ତ ଅତି ଦୀନ 
ହେ ଦୀନ ବାନ୍ଧବ ମୋତେ କର ପରିତ୍ରାଣ 
ହେ ବେଦାନ୍ତ ଶାସ୍ତ୍ବେଦ୍ୟ ଅବ୍ୟୟ ଇଶ୍ବର 
କରନ୍ତି ସମର୍ଥ ପଣେ ପାଏ ରାଶି ଦୂର 
ହେ ନାଥ ମୁଁ ମନ୍ଦ ମତି ଆପଣଙ୍କୁ ତେଜି 
ଘୂରୁଅଛି ଇହକାଳ ସୁଖ ଖୋଜି ଖୋଜି 
ସ୍ଥାବର ଜଙ୍ଗମ କୀଟ ପତଙ୍ଗ ସମସ୍ତ 
ପ୍ରାଣୀବର୍ଗ ଆପଣଙ୍କ ମାୟାରେ ନିଦ୍ରିତ 
ଆପଣଙ୍କର ସ୍ଵରୂପ ଜ୍ଞାନ ସୁର୍ଯ୍ୟୋଦୟ 
ହେଲେ ମୋହ ନିଦ୍ରାତେଜି ` ଉଠିବେ ନିଶ୍ଚୟ | 
ବଳଦେବ ଆପଣ ତ ଅଖୁଳ ଇଶ୍ଵର 
ସହସ୍ତ ଫଣା ଛତ୍ରରେ ଦେହ ମନୋହର 
ବଳବାନ୍‌ ବ୍ୟକ୍ତି ମଧ୍ୟେ ଶ୍ରେଷ୍ଠ ଯେ ଆପଣ 
ତେଣୁ ହୋଇଅଛି ବଳଦେବ ତୁମ୍ଭ ନାମ 
ଯେଣୁ ଅଟନ୍ତି ଜଗତ ଇଶ୍ଵର ଆପଣ 
ତେଣୁ ତୁମ୍ଭ ପାଦ ପଦ୍ମେ ପଶିଲି ଶରଣ 
ହେ ନାଥ ଆପଣଙ୍କର ଯେଉଁ ନିଜଶକ୍ତି 
ଏ ଜଗତ ସୃଷ୍ଠି କରି ଲଭିଅଛି ଖ୍ୟାତି 
ଯାହାଙ୍କୁ ହୃଦୟ ପଦ୍ଧେ ଦେଇଛି ଆସନ 
ସେ ତ ଦେବଗଣଙ୍କର ଉତ୍ପତ୍ତି କାରଣ 
ଏ ଅଖୁଳ ଜଗତର ଆଶ୍ରୟ ଅଟନ୍ତି 
ସେହି ସୁଭଦ୍ରା ଦେବୀଙ୍କ ଚରଣେ ପ୍ରଣତି 
ହେ ନାଥ ଯାର କିରଣ ପ୍ରତିବିମ୍ବ ରୂପେ 
ଚତୁର୍ବଶ ବ୍ରହ୍ମାଣ୍ଡ ଯେ ଦୃଶ୍ୟ ହୁଏ ଆପେ 
ଜଗନ୍ନାଥଙ୍କର ହସ୍ତ ସଂସର୍ଗ ଫଳରେ 
ଦୁର୍ବାନ୍ତ ଦୈତ୍ୟମାନଙ୍କ ପ୍ରାଣ ବେଗେ ହରେ 
ସୁନ୍ଦର ରୂପେ ଜଗତ ଯେ କରେ ଦର୍ଶନ 
ତେଣୁ ଜଗତେ ଲଭିଛ ନାମ ସୁଦର୍ଶନ 
ସେ ସୁଦର୍ଶନ ଚକ୍ରକୁ କରୁଛି ପ୍ରଣାମ 
ଏ ଘୋର ସଂସାରୁ ଦେବ କର ପରିତ୍ରାଣ 
ଜୈମିନି କହିଲେ ସେହି ରାଜା ଇନ୍ଦ୍ରଦ୍ୟୁମ୍ନ 
ଏହିରୂପେ ସ୍ତବ କଲେ ସାଷ୍ଟଙ୍ଗ ପ୍ରଣାମ 
ଜଗନ୍ନାଥ ଏ ସଂସାର ସାଗରେ ନିମଗ୍ନ 
ହେ ଅନାଥ ବନ୍ଧୁ ମୋତେ କର ପରିତ୍ରାଣ 
ସେହିସ୍ଥାନେ ଥଲେ ଆଉ ଯେତେ ରାଜାଗଣ 
ବେଦ ପାରଗ ଉତ୍ତମ ଶ୍ରୋତ୍ରୀୟ ବ୍ରାହ୍ମଣ 
ମୁନିବର୍ଗ ଦବିଜଗଣ କ୍ଷତ୍ରିୟ ବିଦ୍ଵାନ 
ବୈଶ୍ୟ ଜାତି ସର୍ବେ କଲେ ସାଷ୍ାଙ୍ଗ ପ୍ରଣାମ । 
ଜଗନ୍ନାଥ ବଳଦେବ ସୁଭଦ୍ରା ଦେବୀଙ୍କୁ 
ସ୍ତୁତି କଲେ ଉଚ୍ଚେ ପଢ଼ି ବୈଦିକ ମନ୍ତ୍ରକୁ 
ସୂକ୍ତ ମନ୍ତ୍ର ପୂରାଣୋକ୍ତ ସ୍ତବ ସ୍ତୋତ୍ରମାନ 
କବିତା ରଚନା କରି ଗାଇଲେ ବିଦ୍ଵାନ 
ନାରଦ ମୁନି ଯେ ସ୍ତବ ପଢ଼ିଲେ ତକ୍ଷଣ 
ଜୟ ଜୟ ନାରାୟଣ ପ୍ରଭୁ ଭଗବାନ 
ଅପାର ଭବ ସାଗରୁ କର ପରିତ୍ରାଣ 
ସନକ ସନନ୍ଦ ସନାତନ ଯୋଗୀଗଣ 
ଚିନ୍ତା କରୁଛନ୍ତି ଦିବ୍ୟ ତତ୍ତ୍ର ଅନୁଦିନ 
ନିଜ ମାୟାରେ କରିଛ ଏ ସୃଷ୍ଟି ଭିଆଣ 
ଛନ୍ଦୋମୟ ଗାନ ନାଗରାଜାଙ୍କର ପ୍ରିୟ 
ଭକ୍ତ ବତ୍ସଳ ହେ ପ୍ରଭୁ ଭକ୍ତଜନ ପ୍ରିୟ 
ନିଜ ମାୟାଜାଲେ ଆଛ୍ଥାଦିତ ନିଜ ରୂପ 
ବିଶ୍ଵ ପ୍ରକାଶ ବିଶ୍ଵ ତୋ ମୁଖ ବିଶ୍ବ ଚୁପ 
ଅନନ୍ତ ନେତ୍ର ଅନନ୍ତ କର୍ଣ୍ଣ ପାଦ ହସ୍ତ 
ଯେ ମାନବ ପିତୃଗଣଙ୍କର ଉଦ୍ଦେଶ୍ୟରେ 
ଶିର ଗ୍ରୀବା ନାସା ଚର୍ମ କେଶ ଲୋମଯୁକ୍ତ । 
ପିଣ୍ଡ ଦାନ କରଇ ଯେ ଏ ତୀର୍ଥ କୂଳରେ । 
ହେ ଅନନ୍ତ ଲିଙ୍ଗ ତୁମ୍ଭେ ସର୍ବ ଲୋକାମତ୍ମକ | 
ଏକ ବିଂଶତି ପୁରୁଷ କରଇ ଉଦ୍ଧାର 
ସର୍ବଲୋକ ସୁଖାବହ ସର୍ବୋପକାରକ 
ସେ ମାନବ ବ୍ରହ୍ମଲଲୋକେ କରଇ ବିହାର । 
ସର୍ବଲୋକେ ନମସ୍କୃତ ଲୀଳା ବିଳସିତ 
ଅଶ୍ଵମେଧ ଯାଗରୁ ଯେ ହୋଇ ଉତପନ୍ଧ 
କୋଟି ପଦ୍ମୋଭବ ରୁଦ୍ର ଇନ୍ଦ୍ରାଦି ସେବିତ । 
ଇନ୍ଦ୍ରଦ୍ୟୁମ୍ନ ସରୋବର ନାମେ ବିଦ୍ୟମାନ । 
ତ୍ରିଭୁବନ ଗୁରୁ ପ୍ରଭୋ ନମସ୍ତେ ନମସ୍ତେ 
ପୂଥବୀରେ ଶ୍ରେଷ୍ଠ ତୀର୍ଥ ଆଉ କାହି ନାହିଁ 
ଜ୍ଞାନର ଅତୀତ ମହାପ୍ରଭୁ ହେ ନମସ୍ତେ । 
ତ୍ରିପଥ ଗାମିନୀ ଗଙ୍ଗା ସମାନ ଅଛଇ 
ପୁରୋହିତଙ୍କୁ କହିଲେ ରାଜା ଇନ୍ଦ୍ରଦ୍ୟୁମ୍ନ 
ଜଗନ୍ନାଥ ଦେବଙ୍କର ପ୍ରସାଦ ନିର୍ମାଣ 
ବିଷୁଙ୍କର ପୂଜା ଦ୍ରବ୍ଯ କର ଅୟୋଜନ । 
କରିବାକୁ ବିଚାରିଲେ ତହିଁ ଇନ୍ଦ୍ରଦ୍ୟୁମ୍ନ 
ନାରଦଙ୍କ ଉପଦେଶେ ସେହି ନରପତି 
ଦୈବଜ୍ଞଗଣ ନିର୍ଣ୍ଣୟ କରିଲେ ତକ୍ଷଣ 
ମନ୍ତ୍ର ପଢ଼ି ଦେବତାଙ୍କୁ ପୂଜିଲେ ଝଟତି । 
ଯୋଗ ନକ୍ଷତ୍ର ମୁହୂ ଆଦି ଶୁଭଦିନ 
ବଳଦେବଙ୍କ ଯେ ପୂଜା କଲେ ଭଚ୍ତିଭରେ 
ନାରଦ ପ୍ରଭୁତି ବିପ୍ରଗଣଙ୍କୁ ତୋଷିଲେ 
ଦ୍ଵାଦଶାକ୍ଷର ଶ୍ରୀ ବାସୁଦେବଙ୍କୁ ମନ୍ତ୍ରରେ । 
କର୍ମାଙ୍ଗ ସ୍ଵସ୍ତି ବାଚନ ରାଜନ ପଢ଼ିଲେ । 
ଉତ୍ତାନ ପାଦ ରାଜାର ପୁତ୍ର ଏହି: ମନ୍ତ୍ର 
ଶ୍ରୀ ଜଗନ୍ନାଥଙ୍କ ମନେ କରିଲେ ସ୍କରଣ 
ଉପାସନା କରି ଉର୍ନ୍ ଲୋକେ ବସିଲେ ତ । 
ପ୍ରସାଦ ନିର୍ମାଣ ଅଥୈ ଦେଲେ ଅର୍ଘ୍ୟ ଦାନ । 
ଅତ୍ୟନ୍ତ ପାବନ ଅଟେ ଯେ ପୁରୁଷ ସୁକ୍ତ | 
ବସୁଧା ଦେବଙ୍କୁ ରାଜା ପ୍ରାର୍ଥନା କରିଲେ 
ତିନି ବେଦରେ ରହିଛି ତାହାର ମହତ୍ତ୍‌ | 
ଯେତେକାଳ ଚନ୍ଦ୍ର ସୂର୍ଯ୍ୟ ଥିବେ ଆକାଶରେ । 
ସେ ପୁରୁଷ ସୂକ୍ତ ପାଠ କଲେ ନରପତି 
ସେତେକାଳଯାଏ ରହିଥବ ଏହି ସ୍ଥାନ 
ବିଷ୍ଣୁଙ୍କୁ ପୂଜା କରିଲେ ମନେ କରି ଭକ୍ତି | 
ବାସୁଯାଗେ ବାସ୍ତୁଦୋଷ ହେଲା ଉପଶମ । 
ସୁଭଦ୍ରାଙ୍କୁ ଦେବୀ ସୂକ୍ତ ମନ୍ତ୍ରରେ ପୂଜିଲେ । 
ଶିଳ୍ପୀଗଣେ ବହୁ ଧନ ପୁରସ୍କାର ଦେଲେ 
ସୌଦର୍ଶନୀ ସୁକ୍ତେ ସୁଦର୍ଶନ ପୂଜା । କଲେ । 
ଗୀତ ବାଦ୍ୟ ଉତ୍ସବାଦି ଆନନ୍ଦେ କରିଲେ । 
ସେ ରାଜା ନିଁଜେ ବିଭବ ଭଚ୍ି ଅନୁସାରେ |
ଦୀନ ଅନାଥ ବିପନ୍ନ ଥଲେ ଯେତେ ଜନ 
ସକଳ ଦେବତା ପୂଜା ସମାପନ କଲେ । 
ତାହାଙ୍କର ଅଭିଳାଷ କରିଲେ ପୁରଣ | 
ଦେବତାମାନଙ୍କ ପ୍ରୀତି ସାଧନ ନିମିତ୍ତ 
ନାନା ଦେଶରୁ ଯେ । ଆସିଥୁଲେ ରାଜାଗଣ 
ସାଭ୍ଵିକ ଭାବେ ବିପ୍ରଙ୍କୁ ଦକ୍ଷିଣା ଦେଲେ ତ ॥ 
ନିଷ୍ଠାପଂ ହେଲେ କରିଲେ ବିଷ୍ୁଙ୍କୁ ଦର୍ଶନ । 
ତୁଳା ପୁରୁଷ ପ୍ରଭୃତି ଯେତେ ମହା ଦାନ | 
ଇନ୍ଦ୍ରଦ୍ୟୁମ୍ନ ସେ ରାଜାଙ୍କୁ ବହୁ ପ୍ରଶଂସିଲେ 
ଯେଉଁ ଦିନେ  ଅଶ୍ଵମେଧ ଯାଗ ହୁଏ ପୂର୍ଣ୍ଣ । 
ସ୍ଵଦେଶେ ଯିବା ନିମିତ୍ତ ଆଦେଶ କରିଲେ । 
ଅଳଂକୃତ କରି କୋଟି ଧେନୁ ଦାନ 
ନରପତି ଦେବଗ୍ଧହ ନିର୍ମାଣ ନିମିତ 
ଆନନ୍ଦ ମନେ ପ୍ରଦାନ କରିଲେ ରାଜନ । 
ବହୁ ପ୍ରସ୍ତର ଛେଦନ କଲେ ଯଥାର୍ଥତ । 
ଏହି ଧେନୂମାନଙ୍କର ଖୁରାଗ୍ରେ ଖୋଦିତ 
ନିମାଣ କାର୍ଯ୍ୟେ ଅସଂଖ୍ୟ ଧନ ବ୍ୟୟ କଲେ 
ସେହି ସ୍ଥାନରେ ହୋଇଲା ଏକ ମହାଖାତ । 
ଅଧ୍ବକ ପ୍ରସ୍ତର ଲୋଡ଼ା ହେଲା ସେ ସ୍ଥାନରେ ।
ଦାନ କାଳରେ ହସ୍ତରୁ ଯେ ଜଳ ଖସିଲା | 
ପାଷାଣ ସମ୍ପତ୍ରିଶାଳୀ ଯେଉଁ ରାଜା । ଥଲେ 
ସେହି ଜଳେ ମହାଖାତ ପୂର୍ଣ୍ଣ ହୋଇଗଲା । 
ବହୁ ଦେଶରୁ ତାହଙ୍କୁ ଡକାଇ ଆଣିଲେ । 
ଏକ ପବିତ୍ର ତୀର୍ଥରେ ହେଲା ପରିଣତ 
ସେ ରାଜାଙ୍କୁ ସଭାମଧ୍ୟେ କହିଲେ ରାଜନ 
ସ୍କାନ ତର୍ପଣ କରିଲେ ପିତୃଗଣ ତୃପ୍ତ 
ଦିଗ୍ବିଜୟ କାଳେ ଯେତେ କଲି ଉପାର୍ଜନ । 
ସହସ୍ରାଶ୍ବମେଧ ଯଜ୍ଞ ଫଳ ଲାଭ କରେ 
ବ୍ୟୟ କରିଦେବି ସେହି ଉପାର୍ଡିତ ଧନ 
ସଂଶୟ ନ କର ତୀର୍ଥ ଫଳଦାନ କାରେ । 
ଜଗନ୍ନାଥଙ୍କ ଦେଉଳ କରିଣ ନିମାଣ | 
ରାଜା ଇନ୍ଦ୍ରଦ୍ୟୁମ୍ମଙ୍କର ନାମ ଅନୁସାରେ | 
ଯେତେ ଶ୍ରମ ଦିଗ୍‌ବିଜୟ ବେଳେ କରିଥୁଲି 
ଇନ୍ଦ୍ରଦ୍ୟୁମ୍ନ ସରୋବର ବିଖ୍ୟାତ ଲୋକରେ । 
ଦେଉଳ ନିମାଣ କରି ସଫଳ ମଣିଲି | 
ଏହାଠାରୁ କି ଅଧକ ଭାଗ୍ୟ ଆଉ ହେବ 
ସଵଜ଼ତ ଧନ ଦେଉଳ ନିର୍ମାଣ ଲାଗିବ । 
ବିଷ୍ଣୁଙ୍କର ପ୍ରିୟତମା ଲକ୍ଷ୍ମୀ ଦେବୀଙ୍କର 
ଅନୁଗ୍ରହେ ହୋଇଅଛି ସମ୍ପତି ମୋହର 
ସେ ଧନେଏହି ଦେଉଳ କରିବି ନିର୍ମାଣ 
କୃତ୍ୟ କୃତ୍ୟ ହୋଇ ତାଙ୍କୁ କରିବି ଅର୍ପଣ 
ଚରାଚର ପ୍ରଭୁଙ୍କର କୃପା ମୋତେ ଅଛି 
ଦେଉଳ ତୋଳିବା ପାଇଁ ସମର୍ଥ ହୋଇଛି । 
ସଦୟ ହୁଅନ୍ତି ସେହି ପ୍ରଭୁ ଯାହା ପ୍ରତି 
ସର୍ବତୋଭାବେ ବଢ଼ଇ ତାହାର ସମ୍ପରଭି । 
ଯାହାଙ୍କ ଜିହ୍ଵାରେ ବାକ୍ୟଦେବୀ କରେ ନୃତ୍ୟ 
ଆରାଧନା କରି ବ୍ରହ୍ମା ଲଭିଛି ବ୍ରହ୍ମତ୍‌ | 
ରୁଦ୍ର ମହେଶ୍ବର ପଦେ ହେଲେ ଅଧ୍ଷ୍ଠିତ 
ଇନ୍ଦ୍ର ସ୍ଵର୍ଗ ଭୁବନରେ ପାଇଲେ ମହତ୍ତ୍ଵ 
ଜଗତରେ ବନ୍ଦନୀୟ ସେ ଦେବ ଶାଶ୍ବତ 
ତାହାଙ୍କର ପାଦ ପୂଜା କରିବା ନିଶ୍ଚିତ 
ଆନନ୍ଦେ କରନ୍ତି କୃଷ୍ଣ ଚରଣ ପୂଜନ 
ପାପ ମୁକ୍ତି ହୋଇଥାନ୍ତି ସେ ମହାତ୍ମାଗଣ 
ଶ୍ରୀ ପୁରୁଷୋତ୍ତମ ଦେହ ରୂପ ଏହି କ୍ଷେତ୍ର 
ପୁରୁଷୋତ୍ତମ ନାମରେ ହୋଇଛି ବିଖ୍ୟାତ 
ଏହିସ୍ଥାନେ ଜଗନ୍ନାଥ ଅହଙ୍କାରେ ଯୁକ୍ତ 
ଆବିର୍ଭୂତ ତିରୋଭୂତ ହୁଅଛ୍ତି ନିଶ୍ଚିତ 
ଦେହଧାରୀ ମାଧବଙ୍କୁ ଏ କ୍ଷେତ୍ର ମଧ୍ଧରେ 
ଯେ ମାନବ ଶ୍ରଦ୍ଧାସହ ଅରଚନା କରେ 
ଧର୍ମ ଅର୍ଥ କାମ ମୋକ୍ଷ ଚତୁର୍ବର୍ଗ ତାର 
ସିଵ୍ଧି ହୁଏ ନ ଦେଖଇ ଭବ ପାରାବାର 
ସ୍କାନ୍ଧ ପୁରାଣ ଉତ୍କଳ ଖଣ୍ଡେ ବିଂଶ ଛାନ୍ଦ 
ସମାପ୍ତ ଉତ୍କଳ ଭାଷା କଲି ଅନୁବାଦ 
ଜୟ ଜଗନ୍ନାଥ ଜୟ ବଳଭଦ୍ର ଦେବ 
ଜଗନ୍ନୟୀ ସୁଭଦ୍ରା ଦେବୀଙ୍କ ଦୟା ହେବ 
ସୁଦର୍ଶନ ଚକ୍ରେ ଛେଦ ଜଗତ ଆପଦ 
ଦୀନ ହରିହର ଇଚ୍ଛା କରେ ସେହି ପାଦ 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ଉନ୍ଦଦ୍ୟୁମ୍ପ ସୁତି କରଣେ ନାମ 
ବିଂଶୋଧ୍ୟାୟଃ 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ