ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଏକବିଂଶୋଧ୍ଯାୟଃ

  ଏକବିଂଶ ଅଧ୍ୟାୟ 

ଇନ୍ଦ୍ରଦ୍ୟୁମ୍ନ ରାଜା ଏହିପରି କହୁଛନ୍ତି 
ଏ ସମୟେ ଏକ ବିପ୍ର ହେଲେ ଉପସ୍ଥିତି । 
ରକ୍ବେଦ ପାରଗ ଜ୍ଞାନ ଶାସ୍ତରେ ପଣ୍ଡିତ 
ଜ୍ଞାନଶୀଳ ନୃପତିଙ୍କୁ କହିଲେ ଏମନ୍ତ | 
ହେ ନୃପ ତୁମ୍ଭର ଭାଗ୍ୟ ଅଟଇ ବିଚିତ୍ର 
ଦାରୁମୁର୍ରି ଧରି ଆବିର୍ଦୂତ ଜଗନ୍ନାଥ | 
ଏ ଦେବଙ୍କୁ ଉପାସନା କରେ ଯେଉଁ ବ୍ୟକ୍ତ 
ବେଦ କହେ ସେହି ବ୍ୟକ୍ତି ହୋଇଯାଏ ମୁକ୍ତି । 
ଏ ଦାରୁରେ ପୁରୁଷର କର୍ଚଧତ୍ଵଟି ନାହିଁ 
ସମୁଦ୍ର ପାରିରୁ ଭାସିଆସି ଯେ ଅଛଇ । 
ଦୂରାରାଧ୍ୟ ଏ ଦେବଙ୍କୁ କଲେ ଉପାସନା 
ଅତ୍ୟନ୍ତ ଦୁର୍ଲଭ ମୋକ୍ଷପଦ ପାଏ ସିନା । 
ଏକଥା ଶୁଣନ୍ତେ ବ୍ରହ୍ମାଜ୍ଞାନର ସାଗର 
ନାରଦ ବିପ୍ରଙ୍କ ବାକ୍ୟ କରିଲେ ସ୍ଵୀକାର । 
ବେଦାନ୍ତ ବାକ୍ୟରେ ଜ୍ଞାନ ଏହି ଭଗବାନ 
ବେଦ ଅନୁଯାୟୀ କାର୍ଯ୍ୟ କରନ୍ତି ସାଧନ । 
ଏହି ପ୍ରଭୁ ସୃଷ୍ଟି କାଳେ ନିଜେ ସୃଷ୍ଟି ହୋଇ 
କାର୍ଯ୍ୟ କରନ୍ତି ବେଦର ପ୍ରମାଣକୁ ନେଇ । 
ବେଦ ବହିର୍ଦୂତ କାର୍ଯ୍ୟ ପ୍ରବୃତ୍ତ କରନ୍ତି 
ସାମାଜିକ ଜନେ ତାହା ଗ୍ରହଣ କରନ୍ତି । 
ବେଦରେ ପ୍ରସିଦ୍ଧ ଏ ପ୍ରଭୁଙ୍କ ଅବତାର 
ବେଦାନ୍ତ ଜ୍ଞେୟ ପୁରୁଷ ରୂପରେ ପ୍ରଚାର । 
ସାମାନ୍ୟ ପ୍ରତିମା ବୋଲି ନ ମଣ ରାଜନ 
ମନୁଷ୍ୟଙ୍କ ଏ କରନ୍ତି ମୁକତି ପ୍ରଦାନ | 
ଯେ ମନୁଷ୍ୟ ଏ ପ୍ରଭୁଙ୍କୁ କରେ ଦରଶନ 
ନାଶ ହୁଏ ତାର ଅତିବଡ଼ ତମୋଗୁଣ | 
ଏ ଜଗନ୍ନାଥ ପ୍ରତିମା ଅର୍ଚ୍ଚନା ବିଧାନ 
ଏହା ପୁରୁ ବେଦରେ ହୋଇଛି ବର୍ଣ୍ଣତନ । 
ପ୍ରତିମା ସକଳ ' ଦୃଷ୍ଟିଗୋଚର ହୁଅନ୍ତେ 
ସୌଭାଗ୍ୟ ରବି ଉଦୟ ହୋଇଲା ଜଗତେ । 
ଆଶ୍ଚର୍ଯ୍ୟ ଭାରତବାସୀଗଣ ପାପଶୂନ୍ୟ 
ଯେଣୁ ଆବିର୍ଦୁତ ମୁକ୍ତିଦାତା ଜନାର୍ଦ୍ଦନ । 
ଭାରତବର୍ଷ ମଧ୍ଯରେ ଉତ୍କଳ ପ୍ରଦେଶ 
ସକଳ ଦେଶ ମୁକୁଟ ମଣିର ସଦୃଶ | 
ଏଦେଶ ବାସୀ ଏ ଚର୍ମ ଚକ୍ଷୁରେ ' ଦର୍ଶନ 
କରୁଛନ୍ତି ଯେଣୁ ବ୍ରହ୍ମରୂପୀ 1 ଜନାର୍ଦ୍ଦନ | 
ଶୁତି ସୃତି ଶାସ୍ତ୍ର ମତ କର୍ମେ ଆଛାଦିତ 
ଘଟ ଯନ୍ତ୍ର ପରି ମାୟା ହୋଇଅଛି ବ୍ୟାପ୍ତ । 
କେବଳ ତ ସତ୍ୟପଦ ପ୍ରାପ୍ତିର କାରଣ 
ଜ୍ଞାନମୟ ଜଗନ୍ନାଥ ଯହି ବିଦ୍ୟମାନ 
ଶ୍ରତି ମତ ବିନା ମୁକ୍ତି ଦାନ କରୁଛନ୍ତି 
ଜନ୍ମ ମୂତ୍ୟୁରୂପେ ଯାତାୟାତ ଯେ କରନ୍ତି । 
ସେ ଦୂୃସ୍ଥ ଜନମାନଙ୍କୁ ବାନ୍ଧବ ସଦୃଶ 
ସୁଖଦାନ କରୁଛନ୍ତି ସେହି ହୃଷୀକେଶ 
ହେ ରାଜନ ସାବଧାନେ ମନ ଦେଇ ଶୁଣ 
ଶ୍ରତି ସୃତିର ନିୟମ ନାହିଁ ଏହି ସ୍ଥାନ 
ଏ ପ୍ରଭୁଙ୍କୁ ଯେ କୌଣସି ସ୍ତାନେ ଯେ ପ୍ରକାରେ 
ନେତ୍ର ପଥରେ ଦର୍ଶନ ଯଦି କେହି କରେ 
ଜନ୍ମ ମୃତ୍ୟୁ ଭୋଗ କରେ ଅଭକ୍ତ ଯେ ଜନ 
ଯଦ୍ୟପି ସେ କରେ ଏହି ପ୍ରଭୁଙ୍କୁ ଦର୍ଶନ 
ସହସ୍ରାଶ୍ୃମେଧ ଯଜ୍ଞ ଫଳ ସେହି ପାଏ 
ଏହି ବିଷୟରେ ମନେ ନ କର ସଂଶୟେ । 
ସ୍ପିର ଚିତ୍ତେ ଭକ୍ତିଯୋଗେ ନିୟମରେ ରହି 
ଯେଉଁ ଜନ ଏ ପ୍ରଭୁଙ୍କୁ ଭଜନା କରଇ 
ବ୍ରହ୍ମ ସାଯୁଜ୍ୟ ମୁକତି, ଲଭେ ସେହି ଜନ 
ଏହି ବିଷୟରେ ନାହିଁ ସନ୍ଦେହ କାରଣ । 
ବହୁ ଦୁଃଖ ଶ୍ରମ ସାଧ୍ୟ ଅଳ୍ପକାଳ ସ୍ଥାୟୀ 
ପୁଣ୍ୟ କ୍ଷୟ ହେଲେ ମର୍ଭ୍ୟରୁବନେ ଆସଇ । 
ଏହିପରି ସ୍ଵର୍ଗ ସୁଖ କ୍ଷଣକେ ବିନାଶ 
ଏ ସ୍ଵର୍ଗ ଭୋଗକୁ ଇଚ୍ଛା ନ କରେ ନରେଶ । 
ଦାବ ଅଗ୍ନିର ସମାନ ପାପ ଭସ୍ମ କରେ 
ସଚ୍ଚିଦାନନ୍ଦ ମୁର୍ଭିକୁ ଯେ ଦର୍ଶନ କରେ 
ମୁକ୍ତିଦାତା ଦାରୁବ୍ରହ୍ଧ ବିଜେ ଏ ସ୍ଥାନରେ 
ହେ ରାଜନ ଅଉ ନାହି କ୍ଷିତି ମଣ୍ଡଳରେ 
ଦୁରାତ୍ମାଜନ ବେଦୋକ୍ତ କାର୍ଯ୍ୟେ ଅସମର୍ଥ 
ସେ ଯେବେ ଦର୍ଶନ 'କରେ ଦେବ ଜଗନ୍ନାଥ । 
ମହାତ୍ମାଗଣ ବୈଦିକ କର୍ମ ଅନୁଷ୍ଠାନ 
କରିଲେ ଭକ୍ତି ଯେ ଫଳ ବା ଲଭେ ଦୁର୍ଜନ । 
ଅନ୍ୟକ୍ଷେତ୍ରେ ଭଗବାନ ଦୁର୍ଳଭ ହୁଅନ୍ତି 
ମୁକ୍ତିଦାତା ରୂପେ ଏ କ୍ଷେତ୍ରରେ ବସିଛନ୍ତି । 
ମହାଭାଦ ମ୍ଭ ହିତ କହୁଅଛି ଶୁଣ 
ଆପଣ ତ ବିଷୁଭକ୍ତ ପଣ୍ଡିତ ପ୍ରଧାନ 
ଏହିସ୍କାନେ ବନ୍ଧୁବର୍ଗ ସହ ବାସ କର 
ଉପାସନା କର ନିତ୍ୟ ଚକ୍ରଧରଙ୍କର | 
ଦେହି ବ୍ରାହଲଣଙ୍କ ବାକ୍ୟ କରିଲେ ଶ୍ରବଣ . 
ନାରଦ ରଷି କହିଲେ ମଧୁର ବଚନ 
ଏ ବ୍ରାହ୍ମଣ ବେଦ ମୂତ ଯା କଲେ ଦର୍ଶନ 
ତାହାର ଯଥାର୍ଥ ଅର୍ଥ କରୁନ୍ତୁ ଶ୍ରବଣ 
ସୃଷ୍ଟି ଆରମ୍ଚେ ବ୍ରହ୍ମାଙ୍କ ନିଃଶ୍ବାସ ପବନ 
ତହିଁରୁ ବେଦ ସମୁହ ହେଲା ଉତ୍ପନ୍ନ । 
ସେ ବେଦ ମଧ୍ଯରେ ଦାରୁବ୍ରହ୍ମ ସମ୍ବନ୍ଧରେ 
ଅବ୍ୟକ୍ତ ଯା ଥୁଲା ବ୍ୟକ୍ତ ହେଲା ଏ ସ୍ଥାନରେ । 
ହେ ରାଜା ଏହା ପୂର୍ବରୁ ସେହଁ ପିତାମହ 
ଅବ୍ୟକ୍ତ ଅର୍ଥକୁ ଜାଣିଥିଲେ ତ ନିଶ୍ଚୟ । 
ତାହାଙ୍କ ମୁଖରୁ ମୁହି ଜାଣିଲି ସେ ଅର୍ଥ 
ତୁମ୍ଭ କାର୍ଯ୍ୟ ସାଧନାରେ ହେଲି ନିୟୋଜିତ । 
ତୁମ୍ଭେ ଏହି ଦେବତାଙ୍କୁ କର ଆରାଧନା 
ଏହି ସ୍ଥାନେ ବାସ କର ଆହେ ମହାମନା । 
ବ୍ରହ୍ମାଙ୍କ ସମୀପେଆମ୍ଚେ ଯିବୁ ଏହିକ୍ଷଣ 
|ମୁରାରୀଙ୍କ ଆବିର୍ଭାବ କରିବୁ ବର୍ଣ୍ଣନ | 
ତୁମ୍ଭେ ମନଯୋଗ ସହ ବିପୁଳ ଅର୍ଥରେ 
ଦେଉଳ ନିର୍ମାଣ କର ଅତି ଯତନରେ । 
ସେ ଦେଉଳେ ଜଗନ୍ନାଥ ହେଲେ ପ୍ରତିଷ୍ଠିତ 
ସାଯୁଜ୍ୟ ମୁକତି ଦାନ କରିବେ ନିଶ୍ଚିତ । 
ଜୈମିନି କହିଲେ ନରପତି ମୁନିଙ୍କର 
ବଟନ ଶୁଣନ୍ତେ ଶୀରେ ଦେଲେ. ନିଜ କର । 
ହେ ମହର୍ଷେ ମୁ ତ ଆପଣଙ୍କ ସଙ୍ଗତରେ 
ବ୍ରହ୍ମାଙ୍କ ସମୀପେ ଯିବାକୁ ତ ଇଚ୍ଛା କରେ । 
ତାହାଙ୍କର ପ୍ରସାଦରେ ଶ୍ରୀ ଜଗନ୍ନାଥଙ୍କୁ 
ଦର୍ଶନ କରି ପବିତ୍ର କରିବି ନେତ୍ରକୁ | 
ମୂରି ପ୍ରତିଷ୍ଠା କିପରି ହେବ ପ୍ରଭୁଙ୍କର 
ଦେଉଳେ ପ୍ରତିଷ୍ଠା କାର୍ଯ୍ୟ ଉତ୍ସବ ସକଳ । 
ବ୍ରହ୍ମା ବ୍ରହ୍ମଲୋକେ ଛାଡ଼ି ମର୍ଜ୍ଯୟକୁ ଆସିବେ 
ଦେଉଳେ ପୁରୁଷୋତ୍ତମଙ୍କ ଯେ ବସାଇବେ । 
ହେ ମହର୍ଷି ପ୍ରତିମା କରନ୍ତୁ ଅଳ୍ଦିନ 
ଦେଉଳ ମଧ୍ୟରେ ହେବ ରନ ସସଂହାସନ । 
ଏ ସକଳ କାର୍ଯ୍ୟ କରି ବେଗେ ସମାପନ 
ଦୁହେଁ ମିଳି ବ୍ରହ୍ମଲଲୋକେ କରିବା ଗମନ । 
ଏହାପରେ ରାଜା ଶିଳ୍ପୀଗଣଙ୍କୁ ଡାକିଲେ 
ଦେଉଳ ନିର୍ମାଣ କାର୍ଯ୍ୟ ନିଯୁକ୍ତ କରିଲେ । 
ଉଚିତ ସତ୍କାର ଆଉ କଲେ ଧନ ଦାନ 
ଯେପରି ଦେଉଳ ଶୀଘ୍ର ହୋଇବ ନିର୍ମାଣ । 
ଦେଉଳ ନିର୍ମାଣ କାର୍ଯ୍ୟ ଦିନକୁ ଦିନ ତ 
ଅତି ସୁନ୍ଦର ରୂପରେ ହୋଇଲା ଉନ୍ନତ । 
ଶୁକ୍ଲପକ୍ଷ ଚନ୍ଦ୍ରରି ଅବୟବ ତାର 
ପରିପୂର୍ଣ ହୋଇଦିଶେ ଅତ୍ୟନ୍ତ ସୁନ୍ଦର । 
ଦେଉଳିର ଉଚ୍ଚ ଏତେ ଅଧ୍ୂକ ହୋଇଲା 
ଦର୍ଶକ ନେତ୍ରେ ସକଳ ଦେଖି ନ ପାରିଲା । 
କେତେ ସଂଖ୍ଯକ ପ୍ରସ୍ତର ଲାଗିଛି ଦେଉଳେ 
ତାହା ସଂଖ୍ୟା କରିହେବ କୌଣସି ପ୍ରକାରେ। 
କିନ୍ତୁ ରାଜା କଲେ ବ୍ଯୟ କେତେ କୋଟିବିତତ 
ସେ ଦେଉଳ ହୋଇଅଛି ତା ସଂଖ୍ୟା ଅତୀତ ! 
ସେତେବେଳେ ଏ ଭାରତ ବରଷ ମଧ୍ଧରେ 
ଯେଉଁ ରାଜାମାନେ ରାଜ୍ୟ ଶାସନରେ ଥଲେୋ। 
ଇନ୍ଦ୍ରଦ୍ୟୁମୂ ସେ ସକଳ ରାଜାଙ୍କୁ ତୁରିତ 
ଦେଉଳ ନିର୍ମାଣ କାର୍ଯ୍ୟେ କରିଲେ ନିଯୁକ୍ତ । 
ଏକ ବିଭାଗରେ ଏକ ନିଯୁକ୍ତ ହୋଇଲେ 
ସେମାନେ ବହୁଲୋକଙ୍କୁ ନିଯୁକ୍ତ କରିଲେ । 
ସର୍ବେ ଦେଉଳ ନିର୍ମାଣେ ପ୍ରବୃତ୍ତ ହୋଇଲେ 
ଏହିରୂପ ଯେତେ ଜନ ତହିଁ ରୁଣ୍ଡ ହେଲେ 
ଏ ସକଳ ଲୋକଙ୍କର ହର୍ଷ କୋଳାହଳ 
ପରିପୂର୍ଣ ହୋଇଗଲା ଆକାଶ ମଣ୍ଡଳ 
ନୃପର୍ତିଙ୍କ ଶ୍ରଦ୍ଧା ଭକ୍ତି ସାତ୍ଵିକ ଭାବରେ 
ପ୍ରସନ୍ନ ହେଲେ ଶ୍ରୀଦେବୀ ମନ୍ଦିର ଗାତ୍ରରେ 
ଦେଉଳର କେଉଁ ସ୍ଥାନ ସ୍ଵର୍ଣ୍ଣରେ ନିର୍ମିତ 
କେଉଁସ୍ଥାନେ ହୋଇଅଛି ରତନ ଖଚିତ 
ସ୍ତଟିକ ନିର୍ମିତ ସ୍ତମ୍ଭ କାହିଁ ଶୋଭା ପାଏ 
ଶରତ୍‌ ରତୁର ମେଘପରି ଦେଖାଯାଏ 
ଏପରି ସୁନ୍ଦର ମନୋହର ଗୁଣେ ପୂର୍ଣ 
ନିର୍ମାଣ କଲେ ଦେଉଳ ରାଜା ଇହ୍ଦିଦ୍ୟୁମପ 
ଦେଉଳ ଉପରେ ବଜ୍ରପାତ ଆଦି ଭୟ 
ନିବାରଣ ଅଥୈ ଶାସ୍ପେ ଅଛି ଯେ ଉପାୟ 
ପୁରୁଷାକୃତି ପ୍ରସ୍ତର ସ୍ଥାପନ କରିଲେ 
ଦୈବ ) ବିପ୍ଵାତରୁ ରକ୍ଷା ପାଇଥାଏ ଭଲେ 
ପୁନର୍ବାର ହେବାପାଇରୁଁ ଦେଉଳ ସଂସ୍କାର 
ବହୁମୂଲ୍ୟ ରନ୍ଧ ତହିଁ ରଖୁଲେ ନୂପବର 
କୀର୍ରିଶାଳୀ ମହାରାଜା ପ୍ରସାଦ ନିର୍ମାଣ 
ସମ୍ବନ୍ଧେ ନିଜ କଉଁବ୍ୟ କରେ ସମାପନ 
ଅନ୍ୟାନ୍ୟ ଭୂପତିଗଣ ମନେ, ବିଚାରିଲେ 
ଏ କାର୍ଯ୍ୟ ସମ୍ଭବ ହେବନାହିଁ ତ୍ରିକାଳରେ 
ଜୈମିନି କହନ୍ତି ସ୍ଵର୍ଗବାସୀ ଦେବଗଣ 
ଏପରି ଦେଉଳ କରି ନଥିଲେ ଦର୍ଶନ୍‌ 
ଭୂମିତଳେ ଏହିପରି ଦେଉଳ ତ ନାହଁ 
ଅଥିବା ସ୍ଵର୍ଗ ଭୁବନେ ରହିଥୁବ କାହିଁ 
ଯେଉଁ ରାଜାର ସହାୟ ନାରଦ ଅଚନ୍ତି 
ଆଉ ମଧ୍ଯ ଏ ଜଗତ ସ୍ରଷ୍ଟା ବେଦବତି 
ସେ ରାଜାଙ୍କୁ କେଉଁ ବସ୍ତୁ ଦୁର୍୍ଭ ନ ହେବ 
ବିଷ୍ଣୁ ବା ବିଷ୍ଣୁ ଭକ୍ତକୁ ସକଳ ସମ୍ଭବ | 
ଅନନ୍ତର ଇନ୍ଦ୍ରଦ୍ୟୁମ୍ନ ପ୍ରାସାଦ ମଧ୍ଯରେ 
ନାରଦ ରଷିଙ୍କୁ ଏହି କଥା ପଚାରିଲେ । 
ହେ ରଖି ଆମ୍ଭର ଏହି ପ୍ରସାଦ ଯେପରି 
ଚିରକାଳ ଥିବ ବିଷ୍ଣୁଙ୍କ ଦେହପରି | 
ଏହା କହି ମୁନିଙ୍କର ପାଦଯୁଗଳରେ 
ମସ୍ତକ ରଖୁ ପ୍ରମାଣ କଲେ ସେ କାଳରେ । 
ନାରଦ ନରପତିଙ୍କୁ ଉଠାଇ ଧରିଲେ 
ଆଲିଙ୍ଗନ କରି ଏହି ବଚନୁ କହିଲେ । 
ହେ ନୃପତି ତୁମ୍ଭ ଆମ୍ଭ ଦୁହିଁଙ୍କ ମଧ୍ୟରେ 
କୌଣସି ପ୍ରଭେଦ ନାହିଁ  ରଖୁଥା ମନରେ । 
କେବଳ ତୁମ୍ଭ ନିମିତ୍ତ ରହି ଜଗନ୍ନାଥ 
ଏହି ସ୍ଥାନେ ସାକ୍ଷାତରେ ହେଲେ ଆବିର୍ଦୂତ । 
ତାହାଙ୍କର ପାଦପଦ୍ବେ ନିଶ୍ଚଳା ଭକତି 
ହୋଇଅଛି ତୁମ୍ଭ ଅନ୍ତଃକରଣରେ ଅତି । 
ଏହାଠାରୁ କି ଅଧକ ଅଛି ପରମାର୍ଥ 
ପ୍ରଭୁଙ୍କୁ ଅର୍ଚନା କରି ହୁଅ ଜୀବନ୍ମୁକ୍ତ । 
ତୀଥ ପର୍ଯ୍ୟଟନ ମନ୍ତ୍ର ପାଠ ଜପ ଦାନ 
ସଦକ୍ଷିଣା ଯାଗ ଯଜ୍ଞ କଲେ ସମାପନ । 
ଯେଉଁ ଫଳ ଲଭିବାକୁ ନ ହୁଏ ସମର୍ଥ 
ଏକା ଉକ୍ତିଦ୍ଵାରା ତାହା ତୁମ୍ଭ ହସ୍ତଗତ | 
ହେ ରାଜନ ଶୋକ ତୁମ୍ଭେ ନ କର ଯେ ଆଉ 
ଏପରି ଭକ୍ତି ମନରେ ଚିରକାଳ ଥାଉ । 
ପିତାମହଙ୍କ ନିକଟେ କରନ୍ତୁ ଗମନ 
ତାହାଙ୍କୁ ବୁଝାଇ କହ ତୁମ୍ଭର ଯା ମନ । 
ପିତାମହ ତୁମ୍ଭଙ୍କୁ ତ ଉପଦେଶ ଦେବେ 
ଯାତ୍ରା ମହୋତ୍ସବ ପ୍ରଭୁଙ୍କର ବୁଝାଇବେ । 
ହେ ରାଜନ ତୁମ୍ଭଙ୍କୁ ତ ସ୍ଵୟଂ ଭଗବାନ 
ମନ ଅଭିଳାଷ ବର କରିବେ ପ୍ରଦାନ । 
ସ୍ଵୟଂ ଧାତା ଯେତେବେଳ ଆସିବେ ଏ ସ୍ଥାନ 
ଏହି ଦେଉଳ ପ୍ରତିଷ୍ଠା କରିବେ ବିଧାନ । 
ସେତେବେଳେ ସପ୍ତରଷି ଗଣ ସଙ୍ଗେ ଘେନି 
ଏ ସ୍ଥାନରେ ଉପସ୍ଥିତ ହେବ ନୃପମଣି । 
ଅତଏବ ଆସ ଦୁହେଏକ ସଙ୍ଗେ ଯିବା 
ବ୍ରହ୍ମଲଲୋକେ ବିଧାତାଙ୍କୁ ସାକ୍ଷାତ କରିବା । 
ପୃଥିବୀରେ ତୁମ୍ଭ ଭିନ୍ନ ଆଉ କେଉଁ ଜନ 
ବ୍ରହ୍ମଲୋକେ ଯିବାକୁ ତ ନୂହଇ ଭାଜନ । 
ନାରଦ ମୁନି ରାଜାଙ୍କୁ କହିଲେ ଏମନ୍ତ 
ଆକାଶ ପଥେ ଯିବାକୁ ଉଠିଲା ତୁରିତ । 
ସ୍କନ୍ଦ ପୁରାଣରେ ଉକ୍ତ ଉତ୍କଳ ଖଣ୍ଡରେ 
ଏକବିଂଶ ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ଜଗନ୍ନାଥ ପୂରିଅଛ ସକଳ ବସ୍ତୁରେ 
ତୁମ୍ଭର ନ ଥିବା ସ୍ଥାନ ନାହିଁ ଜଗତରେ । 
ତୁମ୍ଭ ରୂପ ଚର୍ମ ନେତ୍ରେ ଦେଖୁ ନ ପ୍୍‌ରଇ 
ଜ୍ଞାନ ନେତ୍ର ଖୋଲି ନ ଦେଉଛ କାହିପାଇଁ । 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ଯେ ଅନୁଗୁହ କଲେ 
ନୀଳାଚଳେ ଆସି ଦାରୁରୂପେ ବିଜେ ହେଲେ| 
ପାପୀ ତାପ୍ରୀ ଜନଙ୍କୁ ଯେ କରିବ ଉଦ୍ଧାର 
ପ୍ରତିଜ୍ଞା କରିଛ ପୂର୍ବକାଳେ ଦାମୋଦର l 
ନିଜର ପ୍ରତିଜ୍ଞା ରିକ୍ଷାକର ଭଗବାନ 
ଶ୍ରୀପଦେ ଗୁହାରି କରେ ହରିହର ଦୀନ । 
ଇତ ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳେ ମନ୍ଦିର 
ନିର୍ମାଣେ ନାମ ଏକବିଂଶୋଧ୍ଯାୟଃ । 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ