ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତବିଂଶୋଧ୍ୟାୟଃ

  

ସପ୍ତବିଂଶ ଅଧ୍ୟାୟ 

ଅନନ୍ତର ଉପସ୍ଥିତ ହୋଇଲା ବିମାନ 
ବିଧାତା ତହିଁରୁ ହେଲେ ସୁଖେ ଅବତୀର୍ଣ୍ଣ । 
ବିମାନର ପାଦ ପୀଠେ ଖଞ୍ଜଲେ ତୁରିତ 
ସୋପାନମାଳା ରତନ କାଞ୍ଚନେ ନିର୍ମିତ । 
ସୋପାନର ମୂଳ ଭୂମି ତଳକୁ ଲାଗିଲା 
ଚାରିହସ୍ତ ଦୀର୍ଘ ଅଟେ ସେ ସୋପାନ ମାଳା। 
ବ୍ରହ୍ମାଙ୍କ ବିମାନ ଆଉ ପ୍ରାସାଦ ମଧ୍ୟରେ 
ଇନ୍ଦ୍ରଧନୁ ତୁଲ୍ୟ ଶୋଭା ପ୍ରକାଶ ଯେ କରେ । 
ଗନ୍ଧର୍ବ ରାଜାଏ ହସ୍ତେ ଧରି ସ୍ଵର୍ଣ୍ଣବେତ 
ପଥ ଦେଖାଇ ଦିଅନ୍ତି ବ୍ରହ୍ମାଙ୍କ ଅଗ୍ରତ । 
ବିଧାତା ଧରି ଦୁର୍ବାସା ନାରଦଙ୍କ ହସ୍ତ 
ଦୃଷ୍ଟିପାତେ ଜଗତକୁ କରିଲେ ପବିତ୍ର । 
ସୋପାନରେ ବିମାନରୁ ତଳକୁ ଆସିଲେ 
ତିନିରଥ ନିକଟରେ ଉପସ୍ଥିତ ହେଲେ । 
ରଥକୁ ଦେଖୁଣ ବ୍ରହ୍ମା ସ୍ପିତହାସ୍ୟ କଲେ 
ଅଳଂକୃତ ହୋଇଥବା ପ୍ରାସାଦ ଦେଖୁଲେ । 
ବିମାନରୁ ଭୁତଳକୁ ବିଧାତା ଆସିଲେ 
ଦେବଗଣ ସଦ୍ଧଗଣ ମହର୍ଷି ସକଳେ 
ମସ୍ତକେ ଅଞ୍ଜଳି କରି ସୁତି ଆରମ୍ଭିଲେ 
ପିତାମହ ଯେ ଦିଗକୁ ଦୃଷ୍ଟି ପକାଇଲେ 
ସେ ଦିଗରେ ଦୂଇକର ଯୋଡ଼ି ମସ୍ତକରେ 
ପ୍ରଣାମ କରୁଅଛନ୍ତି ସକଳେ ଶ୍ରଦ୍ଧାରେ 
ଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଧାତାଙ୍କର 
ଚରଣ 'ତଳରେ ଯାଇ କଲେ ନମସ୍କାର । 
ବିଧାତା ଦେଖୁଲେ ସେ ସ୍ଥାନରେ ଦେବଗଣ 
ବ୍ରହ୍ମ, ପିତ୍ଧ, ତାପସ, ଯକ୍ଷ, ସିଦ୍ଧଗଣ 
ବିଦ୍ୟାଧର ଗନ୍ଧର୍ବ ଯେ ଅପ୍ସରା ସକଳ 
ଆନନ୍ଦରେ ଜୟଗାନ କରନ୍ତି କେବଳ 
ବିଧାତା ଇନ୍ଦ୍ରଦ୍ୟୁମ୍ନଙ୍କ ଅଙ୍ଗୁଳି ଦେଖାଇ 
ମୂଦୁ ମଧୁର ବଚନ କହିଲେ ବୁଝାଇ 
ଇନ୍ଦ୍ରଦ୍ୟୁମ୍ନ ତୁମ୍ଭର କି ଭାଗ୍ୟ ଉପସ୍ଥିତ 
ତୁମ୍ଭ ଭାଗ୍ୟବଳେ ସପ୍ତଲୋକ ବଶୀଭୂତ 
ତୁମ୍ଭର କାର୍ଯ୍ୟ ସାଧନ କରିବା ନିମିତ 
ସପ୍ତରଲୋକବାସୀ ଆମ୍ଭ ସଙ୍ଗେ ଉପସ୍ଥିତ 
ଏକଥା ଇନ୍ଦ୍ରଦ୍ୟୁମ୍ମବକୁ ବିଧାତା କହିଲେ 
ନାରାୟଣଙ୍କର ରଥ ସମୀପକୂ ଗଲେ 
ରଥରେ ପ୍ରଭୁଙ୍କୁ ତିନିବାର ପ୍ରଦକ୍ଷିଣ 
ଆନନ୍ଦ ସାଗରେ ଭାସି କରିଲେ ପ୍ରଣାମ 
ନିଜର ଆମ୍ମା ସ୍ଵରୂପ ପ୍ରତ୍ୟକ୍ଷ କରିଲେ 
ଗଦ୍ଗଦ୍‌ ସ୍ଵରରେ ସ୍ତୃତିବାକ୍ୟ ଆରମ୍ଭିଲେ 
ବିଶ୍ଵ ଆତ୍ମା ନମସ୍କାର କରେ ବାରମ୍ବାର 
ନିଜ ସଙ୍ଗତରେ ଆପଣଙ୍କୁ ନମସ୍କାର 
ଯେ ହେତୁ ମୋର ସ୍ଵରୂପ ଅଟନ୍ତି ଆପଣ 
ଆପଣଙ୍କର ସ୍ଵରୂପ ମୁଁ ଅଟେ ତେସନ 
ଏ ହେତୁ ଅଭିନ୍ନ ଆତ୍ମା ତୁମ୍ଭ ସଙ୍ଗେ ମୋର 
ତୁମ୍ଭଙ୍କୁ ଆମ୍ଭଙ୍କୁ ପୁନଃ ପୁନଃ ନମସ୍କାର । 
ମୋ ସହିତ ଚରାଚର ଅଖଳ ଜଗତ 
ଆପଣଙ୍କର ମାୟାର ବିଳାସ ସମସ୍ତ 
ବାସ୍ତବରେ ଆପଣଙ୍କ ମାୟାର ଉତ୍ପନ୍ନ 
ସର୍ବଦୃଶ୍ୟ ବସ୍ତୁକୁ ପ୍ରତିବିମ୍ଚର ସମାନ 
ହେ ନାଥ ଆପଣଙ୍କୁ ତ ନ ଜାଣିବା ପଣେ 
ଏ ଦୃଶ୍ୟ ବସ୍ତୁତୁ ପରମାର୍ଥ ପରିମାଣେ 
ଆପଣଙ୍କର ପ୍ରକୃତ ସ୍ଵରୂପ ବୁଝିଲେ 
ଦୃଶ୍ୟ ଜଗତ ପ୍ରକାଶେ ଅନିତ୍ୟ ରୁପରେ 
ଯେପରି ରଜୁରେ ଭ୍ରମେ ହୁଏ ସର୍ପଜ୍ଞାନ 
ଭ୍ରାନ୍ତି ଦୂର ହେଲେ ରଜୁ ରହଇ ତେସନ 
ଜାଗତିକ ବସ୍ତୁ ସତ୍ତା ହୋଇଲେ ବିଲୀନ 
ସର୍ବତ୍ର ଆପଣ ଏକମାତ୍ର ବିଦ୍ୟମାନ | 
ଜଗତରେ କେଉଁ ବସ୍ତୁ ପ୍ରକୃତରେ ସତ୍ୟ 
ଆଉ କେଉଁ ବସ୍ତୁ ଅଟେ ପ୍ରକୃତ ଅସତ୍ୟ । 
ଏକଥା ବିଶେଷ ରୂପେ ବିଚାର କରିଲେ 
ସତ୍ୟକୁ ପ୍ରକାଶ କରି ନ ହୁଏ ବାକ୍ୟରେ । 
ସର୍ବ ଦୃଶ୍ଯ ବସ୍ତୁ ଏକମାତ୍ର ଯେ ଆପଣ 
କେଉଁ ବସ୍ତୁ ଆପଣଙ୍କଠାରୁ ନୂହେଁ ଭିନ୍ନ । 
ଅଦ୍ଵିତୀୟ ଏକମାତ୍ର ଅଟନ୍ତି ଆପଣ 
ଆପଣଙ୍କ ସତ୍ତା ଜଗତରେ ଭାସମାନ । 
ନିଜେ ନିଜକୁ ପ୍ରକାଶ ସର୍ବତ୍ର କରନ୍ତି 
ଆପଣଙ୍କ ଶ୍ରୀଚରଣେ କରୁଛି ପ୍ରଣତି | 
ସହଜ ଆନନ୍ଦ ରୂପା ଅଟନ୍ତି ଆପଣ 
ଆନନ୍ଦ ରୂପେ ବିଷୟ ମଧ୍ୟେ ବିଦ୍ୟମାନ । 
ବିଷୟାନନ୍ଦିକୁ ଇଛଥାକରି ଜୀବଗଣ 
ଜଗତରେ କରୁଛନ୍ତି ଜୀବନ ଧାରଣ 
ନିରାକର ନିର୍ବିକାର ସ୍ଵୟଂ ନିରାଶ୍ରୟ 
ଜଗତ୍‌ ପ୍ରପଞ୍ଚ ରୂପରେ ପ୍ରକାଶ ନିଶ୍ଚୟ । 
ଆପଣଙ୍କର ମାୟାରେ ହୋଇଛି ମୋହିତ 
ସୃଷ୍ଠି କାର୍ଯ୍ୟ କରିବାରେ ସର୍ବଦା ବ୍ୟାପୂତ । 
କୌଣସି ପ୍ରକାରେ ଶନ୍ତି ସୁଖ ମିଳୁନାହିଁ 
ତାହା ଆପଣ ଜାଣନ୍ତି ଅନ୍ତର୍ଦଦେଶେ ରହି । 
ଆପଣଙ୍କ ନାଭି କମଳରୁ ଜନ୍ମ ହେଲି 
ସେ ନାଭି କମଳେ ଦୀର୍ଘକାଳ ମୁଁ ରହିଲି । 
ନିରନ୍ତର ଆପଣଙ୍କ ସତି ଗାନ କଲି 
ଆପଣଙ୍କର ମାୟାକୁ ବୃଝି ନ ପାରିଲି । 
ଏ ବ୍ରହ୍ମାଣ୍ଡ ସୃଷ୍ଟି କାର୍ଯ୍ୟ କରିବା ନିମିତ୍ତ 
ମୋତେ ଉତ୍ପାଦନ କରି ଅଛନ୍ତି ହେ ନାଥ । 
ସେହିପରି କୋଟି କୋଟି ବ୍ରହ୍ମାଣ୍ଡ ମଧ୍ୟରେ 
ବ୍ରହ୍ମାଙ୍କୁ କରିଛ ସୃଷ୍ଟି ପ୍ରତି ବ୍ରହ୍ମାଣ୍ଡରେ | 
ସାହ ତ୍ରିକୋଟି ସଂଖ୍ୟକ ବ୍ରହ୍ମାଙ୍କ ମଧ୍ୟରେ ` 
ଏକମାତ୍ର ମୁଁ ତ ଆପଣଙ୍କ ସମ୍ମୁଖରେ 
ଆପଣଙ୍କ ମହିମାକୁ କେଉଁପରି ଜାଣେ 
ଏପରି ତ ନ ଜାଣନ୍ତି ଅନ୍ୟ ବ୍ରହ୍ମାସମାନେ । 
ଆହେ ନାଥ ଅନନ୍ତ ମହିମା ବିଭୂଷିତ 
ଚୈତନ୍ୟ ରୂପକୁ କରୁଅଛି ପ୍ରଣିପାତ 
ସେ ପ୍ରଭୁ ଆପଣ ସର୍ବ ଦେବଙ୍କ ମଧ୍ୟରେ 
ଆରାଧ୍ୟ ଦେବତା ଅଧ ଦେବତା ରୂପରେ । 
ଆବର ପ୍ରକାଶ ହୁଏ ଦିବ୍ୟ ଦିବ୍ୟ ରୂପ 
ଆପଣ ଅଟନ୍ତି ଏକମାତ୍ର ଦିବ୍ୟ ରୂପ | 
' ଆପଣଙ୍କୁ ବାରମ୍ବାର କରେ ନମସ୍କାର 
ଆପଣ ତ ଜରା ମୃତ୍ୟୁ ଦୁଇରୁ ବାହାର 
ଜ୍ଵଳନ୍ତ ଅଗ୍ନିରେ ତେଜ ବିଶିଷ୍ଠ ଆପଣ 
ମୃତ୍ୟୁର ମୂତ୍ୟୁ ସ୍ଵରୂପ ପ୍ରଭୋ ନମୋ ନମଃ । 
ଶରଣାଗତ ବ୍ୟକ୍ତିର ମୂତ୍ୟୁ ବିନାଶକ 
ଭକ୍ତଗଣଙ୍କର ପ୍ରିୟ ଆନନ୍ଦ ଦାୟକ 
ପିତାମାତା ଅଟନ୍ତି ତ ଏହି ଜଗତର 
ଆପଣଙ୍କ ଶ୍ରୀଚରଣ ତଳେ ନମସ୍କାର 
ଅଜ୍ଞାନାନ୍ଧକାର ବିନାଶନେ ଦିବାକର 
ଦୁଃଖ ଦୂର କରିଦିଅ ଶରଣାଗତର 
ତ୍ରିବିଧ ତାପରେ ଦଗ୍ଧ ଜୀବ ମାନଙ୍କର 
କୃପା ସାଗର ସ୍ଵରୂପ ପ୍ରଭୋ ନମସ୍କାର 
ଆପଣ ତ ସର୍ବଶ୍ରେଷ୍ଠ ଆଉ ପରାପ୍ୂର 
ଭକ୍ତଗଣଙ୍କର ପାପ ବିନାଶେ ତପ୍ୂର 
ଅପାର ସଂସାର ସାଗରର ପରତୀର 
ବ୍ରହ୍ମ ସ୍ଵରୂପୀ ଶ୍ରୀପଦ ତଳେ ନମସ୍କାର 
ଦୟାମୟ ତୁମ୍ଭେ ମୂଳ ଅଖୁଳ ବସ୍ତୁର 
ଓତଃପ୍ରୋତ ରୂପେ ସ୍ଥିତ ପରତତ୍ତ୍ ପର 
ପରମାତ୍ମା ସ୍ଵରୂପ ଯେ ଅଟନ୍ତି ଆପଣ 
ପ୍ରଭୋ ତବ ଶ୍ରୀଚରଣେ କରୁଛି ପ୍ରଣାମ 
ନିତ୍ୟ ଉଦ୍‌ଯୋଗ ପୁରୁଷ ପ୍ରଣତ ଜନର 
ଦୁଃଖ ହରଣ କରତା ପ୍ରଭୋ ନମସ୍କାର 
ଏ ସ୍ପଷ୍କିଭାର ଲାଘବ ହୋଇବା ନିମିତ୍ତ 
ଆପଣଙ୍କୁ ପ୍ରାର୍ଥନା ମୁଁ କରୁଛି ବହୁତ 
ହେ ସହଜାନନ୍ଦ ରୂପୀ ପ୍ରସନ୍ନ ହୁଅନ୍ତୁ 
ପୂର୍ବର ପ୍ରାର୍ଥନା ମୋର ପୂରଣ କରନ୍ତୁ 
କୃପାସିନ୍ଧୁ ଜଗତ୍‌ ଲୀଳା କାରଣେ ଆପଣ 
ଆପଣଙ୍କଠାରୁ ମୋତେ କରିଅଛ ଭିନ୍ନ 
ଏ ଜଗତ ରୂପ କାରାଗୁହର ମଧ୍ୟରେ 
ଅବଦ୍ଧ କରି ୧ ରଖୁଛ ଅଜ୍ଞାନାନ୍ଧକାରେ 
ବନ୍ଧନରୁ ମୁକ୍ତି ଲାଭ ବିଷୟେ କାରଣ 
ଆପଣଙ୍କ କୃପା ବିନା ଆଉ ନାହିଁ ଭିନ୍ନ । 
ଅନନ୍ତ କାଳ ଜଗତେ ଭ୍ରମଣ କରିଲି 
ମୁକ୍ତି ଦ୍ବାରର ସନ୍ଧାନ କାହିଁ ନ ପାଇଲି । 
ହେ ଦେବ ଆରାଧ୍ୟ ଏକମାତ୍ର ଯେ ଆପଣ 
ଅର୍ଚ୍ଚନା କରନ୍ତି ନିତ୍ୟ ଦେବାସୁର ଗଣ 
ତାପ ହରଣ କାରଣେ ଚନ୍ଦ୍ରମା ସମାନ 
ସୁଧାନିଧୂ ଆପଣଙ୍କ ଚରଣେ ପ୍ରଣାମ 
ଦୀନବନ୍ଧୁ ଆପଣ ତ ଦୀନଜନଙ୍କର 
କଳ୍ପବୃକ୍ଷ ସମ ମନୋରଥ ଦାନ କର 
ଦୀନ ଅନାଥ ପ୍ରଣତ ଭକ୍ତଜନଙ୍କର 
କ୍ଲେଶ ବିନାଶନ ପ୍ରଭୁ ପଦେ ନମସ୍କାର । 
ହେ ନାଥ ସଂସାର ଦୁଃଖ ସାଗରେ ନିମଗ୍ନ 
ଜଗଦ୍ବାସୀ ଜୀବ ପ୍ରତି ହୂଅନ୍ଧୁ ପ୍ରସନ୍ନ । 
କରୁଣା ସାଗର କୃପା ପ୍ରକାଶି ସତ୍ତ୍ବର 
ଜଗଦବାସୀ ଜନଙ୍କୁ ଯେ ପରିତ୍ରାଣ କର । 
ଲୋକଗୁରୁ ପିତାମହ ଜଗନ୍ନାଥଙ୍କର 
ଏହିରୂପେ ସ୍ତୁତି କରି କଲେ ନମସ୍କାର । 
ଶ୍ରୀଅନନ୍ତ ବଳଭଦ୍ର ରୂପରେ ଅବତୀର୍ଣ୍ଣ 
ସେହି ପ୍ରଭୁଙ୍କ ସମୀପେ କରିଲେ ଗମନ । 
ବଳରାମଙ୍କୁ ଭକ୍ତିରେ କରିଲେ ପ୍ରଣାମ 
ଅନନ୍ଦରେ ଉଚ୍ଚସ୍ବରେ ସ୍ତବ କଲେ ଗାନ । 
ଦେବେଶ ନଭୋ ମଣ୍ଡଳ ମସ୍ତକ ତୁମ୍ଭର 
କ୍ଷିତିତଳ ପାଦଦୃୟ ଜଳଧ୍ବ ଶରୀର | 
ବହ୍ଧି ମୁଖ ଅଣଚାଶ ପବନ ନିଃଶ୍ବାସ 
ଚନ୍ଦ୍ର ସୂର୍ଯ୍ୟ ଚକ୍ଷୁଦ୍ଵୟ ରୂପେ ପରକାଶ । 
ହେ ନାଁଥ ଦିଗ ସକଳ ବାହୂରୂପେ ଖ୍ୟାତ 
ଚୌଦ ଭବନର ମୂଳ ସ୍ତମ୍ଭ ଆଁପଣତ । 
ଜ୍ଞାନ ଦ୍ଣ ସ୍ଵରୂପ ଅଟନ୍ତି ଆପଣ 
ଶ୍ରୀଚରଣ ତଳକୁ ଯେ କରୁଛି ପ୍ରଣାମ । 
ଆପଣଙ୍କ ପାଦପଦ୍ଧ କରିଲେ ଆଶ୍ରୟ 
ଦୂର ହୋଇଯାଏ ତାହାଙ୍କର ପାପ କ୍ଷୟ । 
ଆପଣଙ୍କର ଅନନ୍ତ ମୁଖ ଚକ୍ଷୁ କର୍ଣ୍ଣ 
ଅନନ୍ତ ହସ୍ତ ପାଦକୁ କରୁଛି ପ୍ରଣାମ । 
ହେ ପ୍ରଭୁ ଆପଣଙ୍କର ଆଦି ଅନ୍ତ ନାହିଁ 
ବିଶ୍ଵ ବ୍ରହ୍ମାଣ୍ଡର ମହାମୂଳ ରୂପ ହୋଇ । 
ତମୋରାଶି ନାଶ ଅର୍ଥେ ସୂର୍ଯ୍ୟର ସମାନ 
ବେଦତୁୟ ସ୍ଵଚୂପତ ଅଟନ୍ଥି ଆପଣ | 
ଆଧ୍ୟାମ୍ଭିକ ଆଦି ଦୋଷ ତବ କୃପା ହେଲେ 
ପ୍ରଶମିତ ହୋଇଯାଏ ନିଶ୍ଚିତ ରୂପରେ 
ବ୍ରହ୍ମା ବିଷ୍ଣୁ ମହେଶ୍ବର ରୂପେ ଅବତୀର୍ଣ୍ଣ 
ଆପଣଙ୍କୁ ବାରମ୍ବାର କରୁଛି ପ୍ରଣାମ | 
| ଆପଣ ନିଜ ମସ୍ତକେ ଫଣାମଣି ସମ 
ବିଶାଳ କ୍ଷିତି ମଣ୍ଡଳ କରିଛ ଧାରଣ | 
କାଳାଗ୍ନି ରୁଦ୍ର ସ୍ଵରୂପ ଅଟନ୍ତି ଆପଣ 
ମହାରୁଦ୍ର ସ୍ଵରୂପକୁ କରୁଛି ପ୍ରଣାମ | 
ପ୍ରଳୟ କାଳେ ବର୍ବଧିତ ମହାର୍ଣ୍ଣବ ଜଳ 
ତହିଁରେ ପ୍ଲାବିତ ହୁଏ ଜଗତ ସକଳି | 
ସେ ସମୟରେ ଆପଣ ନିଜ ଶରୀରରେ 
ଶଯ୍ୟା ରଚନା କରନ୍ତି କୃଣ୍ଡଳ ଆକାରେ । 
ଫଣା ମଣ୍ଡଳକୁ କରି ଛତ୍ରର ଆକାରେ 
ମହାସୁଖେ ନିଦ୍ରାଯାନ୍ତି ପ୍ରଳୟ କାଳରେ 
ହେ ନାଥ ଆପଣ ସକଳର ସୃଷ୍ଟିକର୍ଭା 
ପାଳନ କରତା ଆଉ ସଂହାର କରତା 
ଏକମାତ୍ର ଆପଣ ତ ଏ ଧରା ମଣ୍ଡଳ 
ଧରି ରଖୁଅଛ ମସ୍ତକରେ କାଳକାଳ 
ଆମ୍ଭମାନଙ୍କର ମୂଳ କାରଣ ଆପଣ 
ବେଦାନ୍ତ ଶାସ୍ତ୍ରରୈ ଯାର ମହିମା ବର୍ଣ୍ନ 
ସେହି ପରମାତ୍ମା ଭଗବାନ ନାରାୟଣ 
କଦାପି ନୁହନ୍ତି ଆପଣଙ୍କଠାରୁ ଭିନ୍ନ 
କେବଳ ସେ ଅନିର୍ବଚନୀୟ ରୂପ ହୋଇ 
ଆପଣଙ୍କଠାରୁ ପୃଥକ୍‌ ରୂପେ ବରାଜଇ 
ଆପଣ ଶଯ୍ୟା ଶୟନକତ୍ତା ନାରାୟଣ 
ଆପଣ ଛାଦକ ଛାଦ୍ୟ ସେହ ନାରୟଣ 
ଯାହାକୁ ଲୋକେ କହନ୍ତି କୃଷ୍ଣ ସେହି ରାମ 
ସେହି କୃଷ୍ଣ ନିତ୍ଚୟ ତ ରାମ ଯାର ନାମ 
କୃଷ୍ଣ ରାମ ଦୁହିଁଙ୍କର ମଧ୍ୟେ ଭେଦ ନାହିଁ 
ଆମତ୍ଭପ୍ରତି ସୁପ୍ରସନ୍ଧ ହୁଅନ୍ତୁ ଗୋସାଇଁ 
ଏହି ସ୍ତୁତି କରି ବ୍ରହ୍ମା ପରମ ଇଶ୍ଵର 
ବଳରାମଙ୍କର ପଦେ କଲେ ନମସ୍କାର 
ବିଷ୍ଣୁଶକ୍ତି ସୁଭଦ୍ରାଙ୍କ ରଥ ନିକଟରେ 
ଦଶନ କରିବା ଅର୍ଥେ ଉପସ୍ଥିତ ହେଲେ 
ହେ ଦେବ ଜଗତମାତଃ ସୁପ୍ରସନ୍ଧ ହୁଅ 
ହେ ପରମେଶ୍ବର ହେଉ ତୁମ୍ଭର ଯେ ଜୟ 
କାର୍ଯ୍ୟ କାରଣ ଉଭୟ ରୂପେ ବିଦ୍ୟମାନ 
ସର୍ବଶକ୍ତି ସ୍ଵରୂପିଣୀ କରୁଛି ପ୍ରଣାମ 
ହେ କୈବଲ୍ୟ ସୁଖଦାତ୍ରି ସମସ୍ତ ଜୀବର 
ହୃଦୟ ପଦ୍ମ ମଧ୍ୟରେ କରୁଛ ବିହାର 
ଜ୍ଞାନରୂପେ ମୋହରୂପେ ଦେବାରି ରୂପରେ 
ଭଦ୍ରେ ) ପୁଣାମ କରୁଛି ତବ ଚରଣରେ 
ହେ ଦେବି ଚରାଚରକୁ ମୋହିତ କରୁଛ 
ତେଣୁ ବିଷ୍ଣୁ ମାୟାରୂପେ ଖ୍ଯାତି ଲଭିଅଛ 
ବିଷ୍ଣୁଙ୍କର ହୃଦୟ କମଳ ବିହାରିଣୀ ` 
ଜୀବନ ହୃଦୟ ପଦ ଆସନରେ ପୁଣି 
ଜ୍ଞାନରୂପେ ମୋହରୂପେ କର ଅବସ୍ଥାନ 
ହେ କୈବଲ୍ୟ ସୁଖଦାତ୍ରି ଭଦ୍ରେ ନମୋ ନମଃ 
ମାତଃ ଏକମାତ୍ର ଲକ୍ଷ୍ମୀରୂପେ ବିରାଜିତ 
ଗୌରୀ ଶଚୀ କାତ୍ୟାୟିନୀ ରୂପରେ ବିଖ୍ୟାତ 
ଆଉ କି ଅଧକ ଏହି ଜଗତ ମଧ୍ୟରେ 
ଯେତେ ବସ୍ତୁ ଅଛି ସତ ଅସତ ରୂପରେ 
ସକଳ ବସ୍ତୁରେ ଶକ୍ତିରୂପ୍ରେ ବିରାଜିତ 
ଯେତେ ଅଖୁଳ ଜଗତ ଆତ୍ମାରୂପେ ଖ୍ୟାତ 
ସତି କରିବାକୁ କିଏ ହୋଇବ ସମର୍ଥ 
ହେ ଭଦ୍ର ଦାୟିନୀ ଭଦ୍ରା ନାମରେ ବିଖ୍ୟାତ । 
ହେ ସୁଭଦ୍ରେ ତୁମ୍ଭ ଜୟ ହେଉ ଜଗତରେ 
ଭଦ୍ରକାଳି ଜୟ ଭଦ୍ର ଅଭଦ୍ର ରୂପରେ 
ହେ ଦେବି ତୁମ୍ଭ ଚରଣେ କରୈ ନମସ୍କାର 
ହେ ଦେବି ତୁମ୍ଭେ ଜନନୀ ସର୍ବ ଜଗତର 
ନାରାୟଣ ଜଗତର ପିତା ଯେ ଅଟନ୍ତି 
ସ୍ରୀ ମୁଭି ଜଗତ ମଧ୍ୟରେ ଯେତେକ ଛନ୍ତି 
ସେ ସିକଳ ରୂପରେ ତ ତୁମ୍ଭେ ବିଦ୍ୟମାନ 
ପୁରୁଷ ରୂପରେ ବିଦ୍ୟମାନ ନାରାୟଣ 
ହେ ପରମେଶ୍ବର ତୁମ୍ଭ ଦୁହିଙ୍କ ମଧ୍ୟରେ 
ପ୍ରଭେଦ ତ ନାହିଁ ଏହି ଜଗତ ମଧ୍ୟରେ 
ତୁମ୍ଭଠାରୁ ଶ୍ରେଷ୍ଠବସ୍ତୁ ଆଉ କିଛି ନାହିଁ 
ଆମ୍ଭମାନଙ୍କୁ କାର୍ଯ୍ୟରେ ଲଗାଉଛୁ ତୁହି 
ତୁମ୍ଭ ବିଷ୍ଣୁ ମାୟାର ଯେ ନିର୍ଦ୍ଦେଶାନୁସାରେ 
ଭ୍ରମଣ କରୁଛି ମାତଃ ଏହି ଜଗତରେ 
ପରମା ବୃତ୍ତି ପ୍ରବୃତ୍ତି କ୍ଷୁଧା ନିଦ୍ରାରୂପେ 
ଭକ୍ତବାଞ୍ଚା କଳତରୁ କାମ ପ୍ରଦା ରୂପେ 
ହେ ନିତ୍ୟେ ପ୍ରଣାମ ତୁମ୍ଭ ଚରଣ ତିଳରେ 
ପରିତ୍ରାଣ କର ମୋତେ କୃପା କଟାକ୍ଷରେ 
ଜୀବମାନଙ୍କର ମୁକ୍ତି ପ୍ରଦାୟିନୀ ମାତଃ 
ଭବ ବନ୍ଧନ କାରଣ ରୂପରେ ବିଖ୍ୟାତ 
ସୁଭଦ୍ରାଙ୍କୁ ଏହିପରି ସ୍ତୁତି ଧାତା କଲେ 
ସୁଦର୍ଶନ ଚକ୍ରକ୍ ଯେ ପ୍ରଣାମ କରିଲେ 
ବିଷ୍ଣୁଙ୍କର ଚତୁ ଶରୀର ରୂପେ ଖ୍ୟାତ 
ଭକ୍ତିରେ ସ୍ତୁତି ବଚନ କହିଲେ ତୁରିତ 
ମହାଦୀପ୍ତି ଶାଳୀ ସୁଦର୍ଶନ ନମୋ ନମଃ 
କୋଟି ସୂର୍ଯ୍ୟ ସମ ପ୍ରଭୁ କରୁଛି ପ୍ରଣାମ 
ଅଜ୍ଞାନ ଜମିର ଅନ୍ଧ ବ୍ୟକ୍ତି ମାନଙ୍କର 
ବୈକୁଣ୍ଠ ମାର୍ଗ ଦର୍ଶନ ପ୍ରଭୋ ନମସ୍କାର 
ପ୍ରତି ନିୟତ ତେଜର ବିଳାସ ତୁମ୍ଭର 
ବୈଷ୍ଣବାସ୍ତ ମାନଙ୍କର ଅଟନ୍ତି ଆଧାର 
ତୁମ୍ଭେ ଅବାରିତ ବୀର୍ଯ୍ୟ ମୂର୍ଜି ବିଷ୍ଣୁଙ୍କର 
ଆପଣଙ୍କୁ ନମସ୍କାର କରେ ବାରମ୍ବାର 
ଏ ରୂପେ ସୁଦର୍ଶନଙ୍କ ପ୍ରଣାମ କରିଲେ 
ଦେବତାମାନଙ୍କ ସଙ୍ଗେ ଗଲେ ନୀଳାଚଳେ | 
ଇନ୍ଦ୍ରଦ୍ୟୁମ୍ନ ନାରଦ ଯେ ପଥ ଦେଖାଇଲେ 
ସେହି ପଥରେ ପ୍ରାସାଦ ଦେଖୁବାକୁ ଗଲେ । 
ଅନନ୍ତର ବ୍ରହ୍ମା ଦେବଗଣଙ୍କ ସହିତ 
ପ୍ରାସାଦ ସମୀପେ ଯାଇ ହେଲେ ଉପସ୍ପିତ 
ମନୋମତ ମନୋହର ଶାଳକୁ ଦେଖୁଲେ 
ତନ୍ସଧ୍ୟେ ଦେବ ଉରଗ ଗଣଙ୍କୁ ସ୍ଥାପିଲେ 
ବ୍ରଙ୍ନ ରଷି ଯୋଗୀ ବିପ୍ର ତପସ୍ବୀ ମଣ୍ଡଳ 
ବୈଷ୍ଣବ ଭୂପତିଗଣ ସ୍ଥାପିଲେ ସକଳ 
ଇନ୍ଦ୍ରଦ୍ୟୁମୁ ଦିବ୍ୟ ସିଂହାସନ ଆଣିଦେଲେ 
ତହିଁରେ ବିଧାତା ଉପବେଶନ କରିଲେ 
ପିତାମହଙ୍କ ଆଦେଶ ରାଜା ଇନ୍ଦ୍ରଦ୍ୟୁମ୍ନ 
ଶାନ୍ତିକ ପୌଷ୍ଠିକ କର୍ମେ ଅଚନ୍ତି ପ୍ରବୀଣ 
ଭରଦ୍ବାଜ ମୁନିଙ୍କୁ ଯେ ବରଣ କରିଲେ 
ବହୁମୁଲ୍ୟ ଦ୍ରବ୍ଯମାନ ଆଣି ଅରପିଲେ 
ସେ ସକଳ ଦେବଗଣ ପ୍ରତିଷ୍ଠା କର୍ମରେ 
ଅଭିମତ ହୋମବଳି ପୂଜାଦି କାର୍ଯ୍ୟରେ 
ସେ ସକଳ ଦେବତାଙ୍କୁ ରାଜା ଇନ୍ଦ୍ରଦ୍ୟୁମ୍ନ 
ଗନ୍ଧ ପୁଷ୍ପମାଲ୍ୟ ଦେଇ କରିଲେ ଅଟ୍ଟନ 
ପୂଜିତ ଦେବତାଗଣ ଚତୁର ଦିଗରେ 
ଧ୍ୟାନଯୋଗେ ବିଷ୍ଣୁରୂପ ଚିନ୍ତା ବସି କଲେ 
ଅନନ୍ତର ଭରଦ୍ଵାଜ ମୁନି ' ବ୍ରହ୍ମାଙ୍କର 
ସମକ୍ଷରେ କର୍ମାରମ୍ଭ କରିଲେ ସତ୍ତବର 
ପ୍ରଥମେ ନୃପତି ଇନ୍ଦ୍ରଦ୍ୟୁମ୍ନ ଆନନ୍ଦରେ 
ସପରିବାର ଦେବତାଗଣ ସହିତରେ 
ଜଗତ୍‌ ସ୍ରଷ୍ଟା ବ୍ରହ୍ମାଙ୍କର ଅର୍ଚ୍ଚନା କରିଲେ 
ତ୍ରିଲୋକବାସୀ ଜୀବଙ୍କୁ ପୁଜାରେ ତୋଷିଲେ 
ତ୍ରିଲୋକ ବାସୀଏ ଇନ୍ଦ୍ରଦ୍ୟୁମ୍ନ ପ୍ରାସାଦରେ 
ଅବସ୍ପିତ ଦେବଗଣଙ୍କର ମଧ୍ୟସ୍ଥଳେ 
ଅବ୍ୟୟ ବ୍ରହ୍ମ ପ୍ରତ୍ୟକ୍ଷେ ଦେହଧାରୀ ହୋଇ 
ଜଗନ୍ନାଥ ବିଜେ କରିଅଛନ୍ତି ଯେ ତହିଁ 
ଦର୍ଶନ କରନ୍ତେ ଜିବେନ୍ଧକ୍ତ ହୋଇଗଲେ 
ଭରଦ୍ଵାଜ ଦାରୁମୁରି ପ୍ରତିଷ୍ଠା କରିଲେ 
ସୁଶୋଭିତ ମନୋହର ମନ୍ଦିର ବିଧ୍ବରେ 
ପ୍ରତିଷ୍ଠା କରି ବ୍ରହ୍ମାଙ୍କୁ ବିନୟେ କହିଲେ 
ଦାରୁ ମୁୂର୍ଭିରେ କରନ୍ତୁ ଜୀବନ ସଞ୍ଚାର 
ଏହା ଶୁଣି ଧାତା କଲେ ମଙ୍ଗଳ ଆଚାର 
ନାରଦାଦି ଦେବରଷି ମହର୍ଷି ସକଳ 
ନାରାୟଣ ପଣ୍ଡିତ ବ୍ରାହ୍ମଣ ରାଜକୂଳ 
ନିଜ ନିଜ ଆସନରୁ ସକଳେ ଉଠିଲେ 
ଗନ୍ଧର୍ବଗଣ ମଧୁର ସ୍ଵରେ ଗାନ କଲେ 
ମଙ୍ଗଳ ଉଚିତ ରାଗ ରାଗିଣୀ ସଂଗୀତ 
ଅପ୍ସରାଗଣ କରିଲେ ମନୋହର ନୃତ୍ୟ 
ଶାକୂନ ସୂକ୍ତ ପଢ଼ିଲେ ମିଳି ଦ୍ଵିଜଗଣ 
ଶଙ୍ଖ କାହାଳି ମୁରଜ ଭେରୀ ବେଣୁ ସ୍ଵନ । 
ବାଦ୍ୟଗଣ ମାନଙ୍କର ମନ ମୁଗ୍ଧକର 
ମହାଶବ୍ଦରେ ପୂରିଲା ସର୍ବ ଦିଗନ୍ତର | 
ବ୍ରହ୍ମାଦି ସକଳୈ ରଥ ଉପରେ ଉଠିଲେ 
ଭକ୍ତିରେ ଦେବଗଣଙ୍କୁ ହସ୍ତରେ ତୋଳିଲେ । 
ସାବଧାନ ହୋଇ ସର୍ବେ ପାର୍୍ଣେଦେଶ ଦୃୟ 
ମସ୍ତକ ପାଦଯୁଗଳ ଆଉ ପାଦ ଦୃୟ 
ହସ୍ତେ ଧରି ଧୀରେ ଧୀରେ ଶ୍ରୀ ଜଗନ୍ନାଥଙ୍କୁ 
ରଥେ ଅବତରଣ କଲେ ଭୂତଳକୁ | 
ମଧ୍ୟେ ମଧ୍ୟେ ସ୍ଥାନ ବିଶେଷରେ ରକ୍ଷା କରି 
ପ୍ରାସାଦ ସମୀପେ ନେଲେ ମୁଖେ ଗାଇ ହରି । 
ଆକାଶରୁ ପାରିଜାତ ପୁଷ୍ପ ବରଷିଲେ 
ସ୍ବାୟମ୍ଭୁ ବ୍ରହ୍ମା ତକରାଳେ ଜୟ ଗାନ କଲେ । 
ଜୟ କୃଷ୍ଣ ଜଗନ୍ନାଥ ଜୟ ପାପହାରୀ 
ଜୟ ଲୀଳାମୟ ବାଞ୍ଚାଫଳ ଦାନ କାରୀ । 
ଜୟ ଦାରୁମୟ ଦେହଧାରୀ ହେ ଅଚ୍ୟୁତ 
ଜୟ ସଂସାର ସାଗର ତାରଣେ ସମର୍ଥ । 
ଜୟ ଦୟାର ସାଗର ଅବ୍ୟୟ ଅନନ୍ତ 
ଜୟ ଦୀନଜନ ଦୁଃଖ ବିନାଶନ ଶାନ୍ତ । 
ହେ ଭଶାନ ଜୟ ହେଉ ସର୍ବଦା ତୁମ୍ଭର 
ତବ ଶ୍ରୀଚରଣେ କରୁଅଛି ନମସ୍କାର | 
ବ୍ରହ୍ମା ଏହିରୂପେ ସ୍ତୁତି ଆନନ୍ଦେ କରିଲେ 
ଦେବର୍ଷି ନାରଦ ବୀଣା ବାଇ ସ୍ତୁତି କଲେ । 
ଚନ୍ଦ୍ର ସୂର୍ଯ୍ୟ ଜଗନ୍ନାଥଙ୍କର ପଛେ ରହି 
ମସ୍ତକରେ ରତୃଛତ୍ର ଧଇଲେ ସେ ନେଇ । 
ଆଉ ସେ ସ୍ଥାନରେ ଥିଲେ ଯେତେ ଦେବଗଣ 
ଦିବ୍ୟ ପୁଜା ଗନ୍ଧେ ପ୍ରୀତି କଲେ ଉତ୍ପାଦନ । 
ଅସଂଖ୍ୟ ଯୁବକ ବୃନ୍ଦ ଉଭୟ ପାର୍ଶ୍ଵରେ 
ଭଚ୍ତିଭରେ ଧୀରେ ଦିବ୍ୟଚାମର ଢାଳିଲେ । 
ଏହିରୂପେ ଆନନ୍ଦରେ ମିଳିଣ ସକଳେ - 
ବଳଭଦ୍ର ସୁଦର୍ଶନ ସୁଭଦ୍ରାଙ୍କୁ ନେଲେ । 
ଜୈମିନି ମୁନି କହନ୍ତି ଶୁଣ ଦ୍ରିଜଗଣ 
ଅନନ୍ତର ଭଗବାନ ଚତୁର ବଦନ | 
ପ୍ରାସାଦ ଦ୍ଵାରେ ରଚିତ ରତ୍ନ ମଣ୍ଡପରେ 
ଅରିଷେକ ଅର୍ଥେ ଦେବତାଙ୍କ ବସାଇଲେ । 
ଦେବତାଙ୍କ ପ୍ରତିବିମ୍ବ ଦର୍ପଣ ଦେହରେ 
ସୁଗନ୍ଧ ତୈଳାଦି ଦ୍ରବ୍ଯମାନ ଲଗାଇଲେ । 
କର୍ପୁର ଚନ୍ଦନ ସୁବାସିତ ତୀର୍ଥଜଳ 
ପୂର୍ଣ୍ଣ କରିଣ ସ୍ଥାପିଲେ କଳଶ ସକଳ | 
ଦେବୀ ପୁରୁଷ ସୂକ୍ତାଦି ମନ୍ତ୍ର ପାଠ କଲେ 
ଚାରିଦେବତାଙ୍କ ତହିଁ ଅଭିଷେକ କଲେ 
ସୁଗନ୍ଧମାଳା ବିବିଧ ଅଳଙ୍କାରମାନ 
ଯଥାବିଧ୍ବ ବିରାଜନ କଲେ ତତକ୍ଷଣ 
ବହୁସୂକ୍ତ ବେଦମନ୍ତ୍ର ଉଚ୍ଚେ ପାଠ କଲେ 
ରମଣୀୟ ସିଂହାସନେ ନେଇ ବସାଇଲେ 
ଅନନ୍ତର ପ୍ରାର୍ଥନା କରିଲେ ସର୍ବେ ମିଳି 
ଆହେ ସର୍ବଲୋକ ପ୍ରତିଷ୍ଠିତ ବନମାଳୀ 
ଆପଣ ତ ସର୍ବବ୍ୟାପୀ ଜଗତ ଆଧାର 
ଏ ପ୍ରାସାଦେ ଦୟାକରି ଅବସ୍ଥାନ କର 
ଚିରକାଳ ଏହିସ୍କାନେ କରି ଅବସ୍ଥାନ 
ଆମ୍ଭମାନଙ୍କର ମନୋରଥ ହେଉ ପୂର୍ଣ୍ଣ 
ପ୍ରାସାଦ ପ୍ରତିଷ୍ଠା ଆପଣଙ୍କ ଆଦେଶରେ 
ସମ୍ପୂର୍ଣ ହୋଇଲା ଆପଣଙ୍କ ପ୍ରସାଦରେ 
ଏ ରୂପେ ପ୍ରାର୍ଥନା ସର୍ବେ ମିଳିକରି କଲେ 
ଶ୍ରୀ ଜଗନ୍ନାଥ ଦେବଙ୍କୁ ସ୍ଵାନ କରାଇଲେ 
ତାହାଙ୍କର ହୃତ୍କମଳ ବ୍ରହ୍ମା ସ୍ର୍ଶ କଲେ 
ଆନୁଷ୍ଟଭ ମନ୍ତତରାଜ ସହସ୍ରେ ଜପିଲେ 
ବୈଶାଖ ଶୁକ ଅଷ୍ଟମୀ ପୁଷ୍ୟା ନକ୍ଷତ୍ରରେ 
ପ୍ରତିଷ୍ଠା କାଯ୍ୟ ସମାପ୍ତ ବୃହସ୍ପତି ବାରେ 
ଏହି ହେତୁ ଏ ଦିବସ ଅତି ପୁଣ୍ୟତମ 
ସର୍ବପାପ ବିନାଶନ କରିବାରେ କ୍ଷମ 
ଏହିଦିନ ସ୍ବାନ ଦାନ ତପସ୍ୟା କରିବ 
ହୋମାଦି କାର୍ଯ୍ୟ ସକଳ ଅକ୍ଷୟ ହୋଇବ 
ଏଦିନ ଶ୍ରୀ ଜଗନ୍ନାଥ ଆଉ ବଳରାମ 
ସୁଭଦ୍ରାଙ୍କୁ ଯେ ମାନବ କରଇ ଦର୍ଶନ 
ନିଶ୍ଚୟ ମୁକତି ଲାଭ ହୋଇବ ତାହାର 
କୋଟି ଜନ୍ମାର୍ଜିତ ପାପ ହୋଇଯିବ ଦୂର 
ଏ ଦିନ ଶ୍ରଦ୍ଧାରେ ଯଦି ଅର୍ଚନା କରିବ 
ତାହାର ସୌଭାଗ୍ୟ ମୁଖେ କେ କହିପାରିବ 
ସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେ 
ସପ୍ରବିଂଶ ଅଧ୍ୟାଶେଷ ଉତ୍କଳ ଭାଷାରେ 
ଜୟ ଜୟ ଜଗନ୍ନାଥ ପ୍ରଭୁ ବଳରାମ 
ଭଦ୍ରଦାୟିନୀ ସୁଭଦ୍ରା ଚରଣେ ପ୍ରଣାମ 
ସୁଦର୍ଶନ ଦେବ ଜଗତକୁ ରକ୍ଷାକର 
କରଯୋଡ଼ି ମାଗୁଅଛି ଦୀନ ହରିହର 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ମନ୍ଦିର ସହିତ ଦାରୁମୁରି ପ୍ରତିଷ୍ଠାୟାଂ ବ୍ରହ୍ମାଙ୍କର 
ସ୍ତୁତି ବର୍ଣ୍ଣନେ ନାମ । ସପ୍ତବିଂଶୋଧ୍ୟାୟଃ | 



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ