ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତବିଂଶୋଧ୍ୟାୟଃ
ସପ୍ତବିଂଶ ଅଧ୍ୟାୟ
ଅନନ୍ତର ଉପସ୍ଥିତ ହୋଇଲା ବିମାନବିଧାତା ତହିଁରୁ ହେଲେ ସୁଖେ ଅବତୀର୍ଣ୍ଣ ।ବିମାନର ପାଦ ପୀଠେ ଖଞ୍ଜଲେ ତୁରିତସୋପାନମାଳା ରତନ କାଞ୍ଚନେ ନିର୍ମିତ ।ସୋପାନର ମୂଳ ଭୂମି ତଳକୁ ଲାଗିଲାଚାରିହସ୍ତ ଦୀର୍ଘ ଅଟେ ସେ ସୋପାନ ମାଳା।ବ୍ରହ୍ମାଙ୍କ ବିମାନ ଆଉ ପ୍ରାସାଦ ମଧ୍ୟରେଇନ୍ଦ୍ରଧନୁ ତୁଲ୍ୟ ଶୋଭା ପ୍ରକାଶ ଯେ କରେ ।ଗନ୍ଧର୍ବ ରାଜାଏ ହସ୍ତେ ଧରି ସ୍ଵର୍ଣ୍ଣବେତପଥ ଦେଖାଇ ଦିଅନ୍ତି ବ୍ରହ୍ମାଙ୍କ ଅଗ୍ରତ ।ବିଧାତା ଧରି ଦୁର୍ବାସା ନାରଦଙ୍କ ହସ୍ତଦୃଷ୍ଟିପାତେ ଜଗତକୁ କରିଲେ ପବିତ୍ର ।ସୋପାନରେ ବିମାନରୁ ତଳକୁ ଆସିଲେତିନିରଥ ନିକଟରେ ଉପସ୍ଥିତ ହେଲେ ।ରଥକୁ ଦେଖୁଣ ବ୍ରହ୍ମା ସ୍ପିତହାସ୍ୟ କଲେଅଳଂକୃତ ହୋଇଥବା ପ୍ରାସାଦ ଦେଖୁଲେ ।ବିମାନରୁ ଭୁତଳକୁ ବିଧାତା ଆସିଲେଦେବଗଣ ସଦ୍ଧଗଣ ମହର୍ଷି ସକଳେମସ୍ତକେ ଅଞ୍ଜଳି କରି ସୁତି ଆରମ୍ଭିଲେପିତାମହ ଯେ ଦିଗକୁ ଦୃଷ୍ଟି ପକାଇଲେସେ ଦିଗରେ ଦୂଇକର ଯୋଡ଼ି ମସ୍ତକରେପ୍ରଣାମ କରୁଅଛନ୍ତି ସକଳେ ଶ୍ରଦ୍ଧାରେଏହାପରେ ରାଜା ଇନ୍ଦ୍ରଦ୍ୟୁମ୍ନ ଧାତାଙ୍କରଚରଣ 'ତଳରେ ଯାଇ କଲେ ନମସ୍କାର ।ବିଧାତା ଦେଖୁଲେ ସେ ସ୍ଥାନରେ ଦେବଗଣବ୍ରହ୍ମ, ପିତ୍ଧ, ତାପସ, ଯକ୍ଷ, ସିଦ୍ଧଗଣବିଦ୍ୟାଧର ଗନ୍ଧର୍ବ ଯେ ଅପ୍ସରା ସକଳଆନନ୍ଦରେ ଜୟଗାନ କରନ୍ତି କେବଳବିଧାତା ଇନ୍ଦ୍ରଦ୍ୟୁମ୍ନଙ୍କ ଅଙ୍ଗୁଳି ଦେଖାଇମୂଦୁ ମଧୁର ବଚନ କହିଲେ ବୁଝାଇଇନ୍ଦ୍ରଦ୍ୟୁମ୍ନ ତୁମ୍ଭର କି ଭାଗ୍ୟ ଉପସ୍ଥିତତୁମ୍ଭ ଭାଗ୍ୟବଳେ ସପ୍ତଲୋକ ବଶୀଭୂତତୁମ୍ଭର କାର୍ଯ୍ୟ ସାଧନ କରିବା ନିମିତସପ୍ତରଲୋକବାସୀ ଆମ୍ଭ ସଙ୍ଗେ ଉପସ୍ଥିତଏକଥା ଇନ୍ଦ୍ରଦ୍ୟୁମ୍ମବକୁ ବିଧାତା କହିଲେନାରାୟଣଙ୍କର ରଥ ସମୀପକୂ ଗଲେରଥରେ ପ୍ରଭୁଙ୍କୁ ତିନିବାର ପ୍ରଦକ୍ଷିଣଆନନ୍ଦ ସାଗରେ ଭାସି କରିଲେ ପ୍ରଣାମନିଜର ଆମ୍ମା ସ୍ଵରୂପ ପ୍ରତ୍ୟକ୍ଷ କରିଲେଗଦ୍ଗଦ୍ ସ୍ଵରରେ ସ୍ତୃତିବାକ୍ୟ ଆରମ୍ଭିଲେବିଶ୍ଵ ଆତ୍ମା ନମସ୍କାର କରେ ବାରମ୍ବାରନିଜ ସଙ୍ଗତରେ ଆପଣଙ୍କୁ ନମସ୍କାରଯେ ହେତୁ ମୋର ସ୍ଵରୂପ ଅଟନ୍ତି ଆପଣଆପଣଙ୍କର ସ୍ଵରୂପ ମୁଁ ଅଟେ ତେସନଏ ହେତୁ ଅଭିନ୍ନ ଆତ୍ମା ତୁମ୍ଭ ସଙ୍ଗେ ମୋରତୁମ୍ଭଙ୍କୁ ଆମ୍ଭଙ୍କୁ ପୁନଃ ପୁନଃ ନମସ୍କାର ।ମୋ ସହିତ ଚରାଚର ଅଖଳ ଜଗତଆପଣଙ୍କର ମାୟାର ବିଳାସ ସମସ୍ତବାସ୍ତବରେ ଆପଣଙ୍କ ମାୟାର ଉତ୍ପନ୍ନସର୍ବଦୃଶ୍ୟ ବସ୍ତୁକୁ ପ୍ରତିବିମ୍ଚର ସମାନହେ ନାଥ ଆପଣଙ୍କୁ ତ ନ ଜାଣିବା ପଣେଏ ଦୃଶ୍ୟ ବସ୍ତୁତୁ ପରମାର୍ଥ ପରିମାଣେଆପଣଙ୍କର ପ୍ରକୃତ ସ୍ଵରୂପ ବୁଝିଲେଦୃଶ୍ୟ ଜଗତ ପ୍ରକାଶେ ଅନିତ୍ୟ ରୁପରେଯେପରି ରଜୁରେ ଭ୍ରମେ ହୁଏ ସର୍ପଜ୍ଞାନ
ଭ୍ରାନ୍ତି ଦୂର ହେଲେ ରଜୁ ରହଇ ତେସନଜାଗତିକ ବସ୍ତୁ ସତ୍ତା ହୋଇଲେ ବିଲୀନସର୍ବତ୍ର ଆପଣ ଏକମାତ୍ର ବିଦ୍ୟମାନ |ଜଗତରେ କେଉଁ ବସ୍ତୁ ପ୍ରକୃତରେ ସତ୍ୟଆଉ କେଉଁ ବସ୍ତୁ ଅଟେ ପ୍ରକୃତ ଅସତ୍ୟ ।ଏକଥା ବିଶେଷ ରୂପେ ବିଚାର କରିଲେସତ୍ୟକୁ ପ୍ରକାଶ କରି ନ ହୁଏ ବାକ୍ୟରେ ।ସର୍ବ ଦୃଶ୍ଯ ବସ୍ତୁ ଏକମାତ୍ର ଯେ ଆପଣକେଉଁ ବସ୍ତୁ ଆପଣଙ୍କଠାରୁ ନୂହେଁ ଭିନ୍ନ ।ଅଦ୍ଵିତୀୟ ଏକମାତ୍ର ଅଟନ୍ତି ଆପଣଆପଣଙ୍କ ସତ୍ତା ଜଗତରେ ଭାସମାନ ।ନିଜେ ନିଜକୁ ପ୍ରକାଶ ସର୍ବତ୍ର କରନ୍ତିଆପଣଙ୍କ ଶ୍ରୀଚରଣେ କରୁଛି ପ୍ରଣତି |ସହଜ ଆନନ୍ଦ ରୂପା ଅଟନ୍ତି ଆପଣଆନନ୍ଦ ରୂପେ ବିଷୟ ମଧ୍ୟେ ବିଦ୍ୟମାନ ।ବିଷୟାନନ୍ଦିକୁ ଇଛଥାକରି ଜୀବଗଣଜଗତରେ କରୁଛନ୍ତି ଜୀବନ ଧାରଣନିରାକର ନିର୍ବିକାର ସ୍ଵୟଂ ନିରାଶ୍ରୟଜଗତ୍ ପ୍ରପଞ୍ଚ ରୂପରେ ପ୍ରକାଶ ନିଶ୍ଚୟ ।ଆପଣଙ୍କର ମାୟାରେ ହୋଇଛି ମୋହିତସୃଷ୍ଠି କାର୍ଯ୍ୟ କରିବାରେ ସର୍ବଦା ବ୍ୟାପୂତ ।କୌଣସି ପ୍ରକାରେ ଶନ୍ତି ସୁଖ ମିଳୁନାହିଁତାହା ଆପଣ ଜାଣନ୍ତି ଅନ୍ତର୍ଦଦେଶେ ରହି ।ଆପଣଙ୍କ ନାଭି କମଳରୁ ଜନ୍ମ ହେଲିସେ ନାଭି କମଳେ ଦୀର୍ଘକାଳ ମୁଁ ରହିଲି ।ନିରନ୍ତର ଆପଣଙ୍କ ସତି ଗାନ କଲିଆପଣଙ୍କର ମାୟାକୁ ବୃଝି ନ ପାରିଲି ।ଏ ବ୍ରହ୍ମାଣ୍ଡ ସୃଷ୍ଟି କାର୍ଯ୍ୟ କରିବା ନିମିତ୍ତମୋତେ ଉତ୍ପାଦନ କରି ଅଛନ୍ତି ହେ ନାଥ ।ସେହିପରି କୋଟି କୋଟି ବ୍ରହ୍ମାଣ୍ଡ ମଧ୍ୟରେବ୍ରହ୍ମାଙ୍କୁ କରିଛ ସୃଷ୍ଟି ପ୍ରତି ବ୍ରହ୍ମାଣ୍ଡରେ |ସାହ ତ୍ରିକୋଟି ସଂଖ୍ୟକ ବ୍ରହ୍ମାଙ୍କ ମଧ୍ୟରେ `ଏକମାତ୍ର ମୁଁ ତ ଆପଣଙ୍କ ସମ୍ମୁଖରେଆପଣଙ୍କ ମହିମାକୁ କେଉଁପରି ଜାଣେଏପରି ତ ନ ଜାଣନ୍ତି ଅନ୍ୟ ବ୍ରହ୍ମାସମାନେ ।ଆହେ ନାଥ ଅନନ୍ତ ମହିମା ବିଭୂଷିତଚୈତନ୍ୟ ରୂପକୁ କରୁଅଛି ପ୍ରଣିପାତସେ ପ୍ରଭୁ ଆପଣ ସର୍ବ ଦେବଙ୍କ ମଧ୍ୟରେଆରାଧ୍ୟ ଦେବତା ଅଧ ଦେବତା ରୂପରେ ।ଆବର ପ୍ରକାଶ ହୁଏ ଦିବ୍ୟ ଦିବ୍ୟ ରୂପଆପଣ ଅଟନ୍ତି ଏକମାତ୍ର ଦିବ୍ୟ ରୂପ |' ଆପଣଙ୍କୁ ବାରମ୍ବାର କରେ ନମସ୍କାରଆପଣ ତ ଜରା ମୃତ୍ୟୁ ଦୁଇରୁ ବାହାରଜ୍ଵଳନ୍ତ ଅଗ୍ନିରେ ତେଜ ବିଶିଷ୍ଠ ଆପଣମୃତ୍ୟୁର ମୂତ୍ୟୁ ସ୍ଵରୂପ ପ୍ରଭୋ ନମୋ ନମଃ ।ଶରଣାଗତ ବ୍ୟକ୍ତିର ମୂତ୍ୟୁ ବିନାଶକଭକ୍ତଗଣଙ୍କର ପ୍ରିୟ ଆନନ୍ଦ ଦାୟକପିତାମାତା ଅଟନ୍ତି ତ ଏହି ଜଗତରଆପଣଙ୍କ ଶ୍ରୀଚରଣ ତଳେ ନମସ୍କାରଅଜ୍ଞାନାନ୍ଧକାର ବିନାଶନେ ଦିବାକର
ଦୁଃଖ ଦୂର କରିଦିଅ ଶରଣାଗତରତ୍ରିବିଧ ତାପରେ ଦଗ୍ଧ ଜୀବ ମାନଙ୍କରକୃପା ସାଗର ସ୍ଵରୂପ ପ୍ରଭୋ ନମସ୍କାରଆପଣ ତ ସର୍ବଶ୍ରେଷ୍ଠ ଆଉ ପରାପ୍ୂରଭକ୍ତଗଣଙ୍କର ପାପ ବିନାଶେ ତପ୍ୂରଅପାର ସଂସାର ସାଗରର ପରତୀରବ୍ରହ୍ମ ସ୍ଵରୂପୀ ଶ୍ରୀପଦ ତଳେ ନମସ୍କାରଦୟାମୟ ତୁମ୍ଭେ ମୂଳ ଅଖୁଳ ବସ୍ତୁରଓତଃପ୍ରୋତ ରୂପେ ସ୍ଥିତ ପରତତ୍ତ୍ ପରପରମାତ୍ମା ସ୍ଵରୂପ ଯେ ଅଟନ୍ତି ଆପଣପ୍ରଭୋ ତବ ଶ୍ରୀଚରଣେ କରୁଛି ପ୍ରଣାମନିତ୍ୟ ଉଦ୍ଯୋଗ ପୁରୁଷ ପ୍ରଣତ ଜନରଦୁଃଖ ହରଣ କରତା ପ୍ରଭୋ ନମସ୍କାରଏ ସ୍ପଷ୍କିଭାର ଲାଘବ ହୋଇବା ନିମିତ୍ତଆପଣଙ୍କୁ ପ୍ରାର୍ଥନା ମୁଁ କରୁଛି ବହୁତହେ ସହଜାନନ୍ଦ ରୂପୀ ପ୍ରସନ୍ନ ହୁଅନ୍ତୁପୂର୍ବର ପ୍ରାର୍ଥନା ମୋର ପୂରଣ କରନ୍ତୁକୃପାସିନ୍ଧୁ ଜଗତ୍ ଲୀଳା କାରଣେ ଆପଣଆପଣଙ୍କଠାରୁ ମୋତେ କରିଅଛ ଭିନ୍ନଏ ଜଗତ ରୂପ କାରାଗୁହର ମଧ୍ୟରେଅବଦ୍ଧ କରି ୧ ରଖୁଛ ଅଜ୍ଞାନାନ୍ଧକାରେବନ୍ଧନରୁ ମୁକ୍ତି ଲାଭ ବିଷୟେ କାରଣଆପଣଙ୍କ କୃପା ବିନା ଆଉ ନାହିଁ ଭିନ୍ନ ।ଅନନ୍ତ କାଳ ଜଗତେ ଭ୍ରମଣ କରିଲିମୁକ୍ତି ଦ୍ବାରର ସନ୍ଧାନ କାହିଁ ନ ପାଇଲି ।ହେ ଦେବ ଆରାଧ୍ୟ ଏକମାତ୍ର ଯେ ଆପଣଅର୍ଚ୍ଚନା କରନ୍ତି ନିତ୍ୟ ଦେବାସୁର ଗଣତାପ ହରଣ କାରଣେ ଚନ୍ଦ୍ରମା ସମାନସୁଧାନିଧୂ ଆପଣଙ୍କ ଚରଣେ ପ୍ରଣାମଦୀନବନ୍ଧୁ ଆପଣ ତ ଦୀନଜନଙ୍କରକଳ୍ପବୃକ୍ଷ ସମ ମନୋରଥ ଦାନ କରଦୀନ ଅନାଥ ପ୍ରଣତ ଭକ୍ତଜନଙ୍କରକ୍ଲେଶ ବିନାଶନ ପ୍ରଭୁ ପଦେ ନମସ୍କାର ।ହେ ନାଥ ସଂସାର ଦୁଃଖ ସାଗରେ ନିମଗ୍ନଜଗଦ୍ବାସୀ ଜୀବ ପ୍ରତି ହୂଅନ୍ଧୁ ପ୍ରସନ୍ନ ।କରୁଣା ସାଗର କୃପା ପ୍ରକାଶି ସତ୍ତ୍ବରଜଗଦବାସୀ ଜନଙ୍କୁ ଯେ ପରିତ୍ରାଣ କର ।ଲୋକଗୁରୁ ପିତାମହ ଜଗନ୍ନାଥଙ୍କରଏହିରୂପେ ସ୍ତୁତି କରି କଲେ ନମସ୍କାର ।ଶ୍ରୀଅନନ୍ତ ବଳଭଦ୍ର ରୂପରେ ଅବତୀର୍ଣ୍ଣସେହି ପ୍ରଭୁଙ୍କ ସମୀପେ କରିଲେ ଗମନ ।ବଳରାମଙ୍କୁ ଭକ୍ତିରେ କରିଲେ ପ୍ରଣାମ
ଅନନ୍ଦରେ ଉଚ୍ଚସ୍ବରେ ସ୍ତବ କଲେ ଗାନ ।ଦେବେଶ ନଭୋ ମଣ୍ଡଳ ମସ୍ତକ ତୁମ୍ଭରକ୍ଷିତିତଳ ପାଦଦୃୟ ଜଳଧ୍ବ ଶରୀର |ବହ୍ଧି ମୁଖ ଅଣଚାଶ ପବନ ନିଃଶ୍ବାସଚନ୍ଦ୍ର ସୂର୍ଯ୍ୟ ଚକ୍ଷୁଦ୍ଵୟ ରୂପେ ପରକାଶ ।ହେ ନାଁଥ ଦିଗ ସକଳ ବାହୂରୂପେ ଖ୍ୟାତଚୌଦ ଭବନର ମୂଳ ସ୍ତମ୍ଭ ଆଁପଣତ ।ଜ୍ଞାନ ଦ୍ଣ ସ୍ଵରୂପ ଅଟନ୍ତି ଆପଣଶ୍ରୀଚରଣ ତଳକୁ ଯେ କରୁଛି ପ୍ରଣାମ ।ଆପଣଙ୍କ ପାଦପଦ୍ଧ କରିଲେ ଆଶ୍ରୟଦୂର ହୋଇଯାଏ ତାହାଙ୍କର ପାପ କ୍ଷୟ ।ଆପଣଙ୍କର ଅନନ୍ତ ମୁଖ ଚକ୍ଷୁ କର୍ଣ୍ଣଅନନ୍ତ ହସ୍ତ ପାଦକୁ କରୁଛି ପ୍ରଣାମ ।ହେ ପ୍ରଭୁ ଆପଣଙ୍କର ଆଦି ଅନ୍ତ ନାହିଁବିଶ୍ଵ ବ୍ରହ୍ମାଣ୍ଡର ମହାମୂଳ ରୂପ ହୋଇ ।ତମୋରାଶି ନାଶ ଅର୍ଥେ ସୂର୍ଯ୍ୟର ସମାନବେଦତୁୟ ସ୍ଵଚୂପତ ଅଟନ୍ଥି ଆପଣ |ଆଧ୍ୟାମ୍ଭିକ ଆଦି ଦୋଷ ତବ କୃପା ହେଲେପ୍ରଶମିତ ହୋଇଯାଏ ନିଶ୍ଚିତ ରୂପରେବ୍ରହ୍ମା ବିଷ୍ଣୁ ମହେଶ୍ବର ରୂପେ ଅବତୀର୍ଣ୍ଣଆପଣଙ୍କୁ ବାରମ୍ବାର କରୁଛି ପ୍ରଣାମ || ଆପଣ ନିଜ ମସ୍ତକେ ଫଣାମଣି ସମବିଶାଳ କ୍ଷିତି ମଣ୍ଡଳ କରିଛ ଧାରଣ |କାଳାଗ୍ନି ରୁଦ୍ର ସ୍ଵରୂପ ଅଟନ୍ତି ଆପଣମହାରୁଦ୍ର ସ୍ଵରୂପକୁ କରୁଛି ପ୍ରଣାମ |ପ୍ରଳୟ କାଳେ ବର୍ବଧିତ ମହାର୍ଣ୍ଣବ ଜଳତହିଁରେ ପ୍ଲାବିତ ହୁଏ ଜଗତ ସକଳି |ସେ ସମୟରେ ଆପଣ ନିଜ ଶରୀରରେଶଯ୍ୟା ରଚନା କରନ୍ତି କୃଣ୍ଡଳ ଆକାରେ ।ଫଣା ମଣ୍ଡଳକୁ କରି ଛତ୍ରର ଆକାରେମହାସୁଖେ ନିଦ୍ରାଯାନ୍ତି ପ୍ରଳୟ କାଳରେହେ ନାଥ ଆପଣ ସକଳର ସୃଷ୍ଟିକର୍ଭାପାଳନ କରତା ଆଉ ସଂହାର କରତାଏକମାତ୍ର ଆପଣ ତ ଏ ଧରା ମଣ୍ଡଳଧରି ରଖୁଅଛ ମସ୍ତକରେ କାଳକାଳଆମ୍ଭମାନଙ୍କର ମୂଳ କାରଣ ଆପଣବେଦାନ୍ତ ଶାସ୍ତ୍ରରୈ ଯାର ମହିମା ବର୍ଣ୍ନସେହି ପରମାତ୍ମା ଭଗବାନ ନାରାୟଣକଦାପି ନୁହନ୍ତି ଆପଣଙ୍କଠାରୁ ଭିନ୍ନକେବଳ ସେ ଅନିର୍ବଚନୀୟ ରୂପ ହୋଇଆପଣଙ୍କଠାରୁ ପୃଥକ୍ ରୂପେ ବରାଜଇଆପଣ ଶଯ୍ୟା ଶୟନକତ୍ତା ନାରାୟଣଆପଣ ଛାଦକ ଛାଦ୍ୟ ସେହ ନାରୟଣଯାହାକୁ ଲୋକେ କହନ୍ତି କୃଷ୍ଣ ସେହି ରାମସେହି କୃଷ୍ଣ ନିତ୍ଚୟ ତ ରାମ ଯାର ନାମକୃଷ୍ଣ ରାମ ଦୁହିଁଙ୍କର ମଧ୍ୟେ ଭେଦ ନାହିଁଆମତ୍ଭପ୍ରତି ସୁପ୍ରସନ୍ଧ ହୁଅନ୍ତୁ ଗୋସାଇଁଏହି ସ୍ତୁତି କରି ବ୍ରହ୍ମା ପରମ ଇଶ୍ଵରବଳରାମଙ୍କର ପଦେ କଲେ ନମସ୍କାରବିଷ୍ଣୁଶକ୍ତି ସୁଭଦ୍ରାଙ୍କ ରଥ ନିକଟରେଦଶନ କରିବା ଅର୍ଥେ ଉପସ୍ଥିତ ହେଲେହେ ଦେବ ଜଗତମାତଃ ସୁପ୍ରସନ୍ଧ ହୁଅହେ ପରମେଶ୍ବର ହେଉ ତୁମ୍ଭର ଯେ ଜୟକାର୍ଯ୍ୟ କାରଣ ଉଭୟ ରୂପେ ବିଦ୍ୟମାନସର୍ବଶକ୍ତି ସ୍ଵରୂପିଣୀ କରୁଛି ପ୍ରଣାମହେ କୈବଲ୍ୟ ସୁଖଦାତ୍ରି ସମସ୍ତ ଜୀବରହୃଦୟ ପଦ୍ମ ମଧ୍ୟରେ କରୁଛ ବିହାରଜ୍ଞାନରୂପେ ମୋହରୂପେ ଦେବାରି ରୂପରେଭଦ୍ରେ ) ପୁଣାମ କରୁଛି ତବ ଚରଣରେହେ ଦେବି ଚରାଚରକୁ ମୋହିତ କରୁଛତେଣୁ ବିଷ୍ଣୁ ମାୟାରୂପେ ଖ୍ଯାତି ଲଭିଅଛବିଷ୍ଣୁଙ୍କର ହୃଦୟ କମଳ ବିହାରିଣୀ `ଜୀବନ ହୃଦୟ ପଦ ଆସନରେ ପୁଣିଜ୍ଞାନରୂପେ ମୋହରୂପେ କର ଅବସ୍ଥାନହେ କୈବଲ୍ୟ ସୁଖଦାତ୍ରି ଭଦ୍ରେ ନମୋ ନମଃମାତଃ ଏକମାତ୍ର ଲକ୍ଷ୍ମୀରୂପେ ବିରାଜିତଗୌରୀ ଶଚୀ କାତ୍ୟାୟିନୀ ରୂପରେ ବିଖ୍ୟାତଆଉ କି ଅଧକ ଏହି ଜଗତ ମଧ୍ୟରେଯେତେ ବସ୍ତୁ ଅଛି ସତ ଅସତ ରୂପରେସକଳ ବସ୍ତୁରେ ଶକ୍ତିରୂପ୍ରେ ବିରାଜିତଯେତେ ଅଖୁଳ ଜଗତ ଆତ୍ମାରୂପେ ଖ୍ୟାତସତି କରିବାକୁ କିଏ ହୋଇବ ସମର୍ଥହେ ଭଦ୍ର ଦାୟିନୀ ଭଦ୍ରା ନାମରେ ବିଖ୍ୟାତ ।ହେ ସୁଭଦ୍ରେ ତୁମ୍ଭ ଜୟ ହେଉ ଜଗତରେଭଦ୍ରକାଳି ଜୟ ଭଦ୍ର ଅଭଦ୍ର ରୂପରେହେ ଦେବି ତୁମ୍ଭ ଚରଣେ କରୈ ନମସ୍କାରହେ ଦେବି ତୁମ୍ଭେ ଜନନୀ ସର୍ବ ଜଗତରନାରାୟଣ ଜଗତର ପିତା ଯେ ଅଟନ୍ତିସ୍ରୀ ମୁଭି ଜଗତ ମଧ୍ୟରେ ଯେତେକ ଛନ୍ତିସେ ସିକଳ ରୂପରେ ତ ତୁମ୍ଭେ ବିଦ୍ୟମାନପୁରୁଷ ରୂପରେ ବିଦ୍ୟମାନ ନାରାୟଣହେ ପରମେଶ୍ବର ତୁମ୍ଭ ଦୁହିଙ୍କ ମଧ୍ୟରେପ୍ରଭେଦ ତ ନାହିଁ ଏହି ଜଗତ ମଧ୍ୟରେତୁମ୍ଭଠାରୁ ଶ୍ରେଷ୍ଠବସ୍ତୁ ଆଉ କିଛି ନାହିଁଆମ୍ଭମାନଙ୍କୁ କାର୍ଯ୍ୟରେ ଲଗାଉଛୁ ତୁହିତୁମ୍ଭ ବିଷ୍ଣୁ ମାୟାର ଯେ ନିର୍ଦ୍ଦେଶାନୁସାରେଭ୍ରମଣ କରୁଛି ମାତଃ ଏହି ଜଗତରେପରମା ବୃତ୍ତି ପ୍ରବୃତ୍ତି କ୍ଷୁଧା ନିଦ୍ରାରୂପେଭକ୍ତବାଞ୍ଚା କଳତରୁ କାମ ପ୍ରଦା ରୂପେହେ ନିତ୍ୟେ ପ୍ରଣାମ ତୁମ୍ଭ ଚରଣ ତିଳରେପରିତ୍ରାଣ କର ମୋତେ କୃପା କଟାକ୍ଷରେଜୀବମାନଙ୍କର ମୁକ୍ତି ପ୍ରଦାୟିନୀ ମାତଃଭବ ବନ୍ଧନ କାରଣ ରୂପରେ ବିଖ୍ୟାତସୁଭଦ୍ରାଙ୍କୁ ଏହିପରି ସ୍ତୁତି ଧାତା କଲେସୁଦର୍ଶନ ଚକ୍ରକ୍ ଯେ ପ୍ରଣାମ କରିଲେ
ବିଷ୍ଣୁଙ୍କର ଚତୁ ଶରୀର ରୂପେ ଖ୍ୟାତଭକ୍ତିରେ ସ୍ତୁତି ବଚନ କହିଲେ ତୁରିତମହାଦୀପ୍ତି ଶାଳୀ ସୁଦର୍ଶନ ନମୋ ନମଃକୋଟି ସୂର୍ଯ୍ୟ ସମ ପ୍ରଭୁ କରୁଛି ପ୍ରଣାମଅଜ୍ଞାନ ଜମିର ଅନ୍ଧ ବ୍ୟକ୍ତି ମାନଙ୍କରବୈକୁଣ୍ଠ ମାର୍ଗ ଦର୍ଶନ ପ୍ରଭୋ ନମସ୍କାରପ୍ରତି ନିୟତ ତେଜର ବିଳାସ ତୁମ୍ଭରବୈଷ୍ଣବାସ୍ତ ମାନଙ୍କର ଅଟନ୍ତି ଆଧାରତୁମ୍ଭେ ଅବାରିତ ବୀର୍ଯ୍ୟ ମୂର୍ଜି ବିଷ୍ଣୁଙ୍କରଆପଣଙ୍କୁ ନମସ୍କାର କରେ ବାରମ୍ବାରଏ ରୂପେ ସୁଦର୍ଶନଙ୍କ ପ୍ରଣାମ କରିଲେଦେବତାମାନଙ୍କ ସଙ୍ଗେ ଗଲେ ନୀଳାଚଳେ |ଇନ୍ଦ୍ରଦ୍ୟୁମ୍ନ ନାରଦ ଯେ ପଥ ଦେଖାଇଲେସେହି ପଥରେ ପ୍ରାସାଦ ଦେଖୁବାକୁ ଗଲେ ।ଅନନ୍ତର ବ୍ରହ୍ମା ଦେବଗଣଙ୍କ ସହିତପ୍ରାସାଦ ସମୀପେ ଯାଇ ହେଲେ ଉପସ୍ପିତମନୋମତ ମନୋହର ଶାଳକୁ ଦେଖୁଲେତନ୍ସଧ୍ୟେ ଦେବ ଉରଗ ଗଣଙ୍କୁ ସ୍ଥାପିଲେବ୍ରଙ୍ନ ରଷି ଯୋଗୀ ବିପ୍ର ତପସ୍ବୀ ମଣ୍ଡଳବୈଷ୍ଣବ ଭୂପତିଗଣ ସ୍ଥାପିଲେ ସକଳଇନ୍ଦ୍ରଦ୍ୟୁମୁ ଦିବ୍ୟ ସିଂହାସନ ଆଣିଦେଲେତହିଁରେ ବିଧାତା ଉପବେଶନ କରିଲେପିତାମହଙ୍କ ଆଦେଶ ରାଜା ଇନ୍ଦ୍ରଦ୍ୟୁମ୍ନଶାନ୍ତିକ ପୌଷ୍ଠିକ କର୍ମେ ଅଚନ୍ତି ପ୍ରବୀଣଭରଦ୍ବାଜ ମୁନିଙ୍କୁ ଯେ ବରଣ କରିଲେବହୁମୁଲ୍ୟ ଦ୍ରବ୍ଯମାନ ଆଣି ଅରପିଲେସେ ସକଳ ଦେବଗଣ ପ୍ରତିଷ୍ଠା କର୍ମରେଅଭିମତ ହୋମବଳି ପୂଜାଦି କାର୍ଯ୍ୟରେସେ ସକଳ ଦେବତାଙ୍କୁ ରାଜା ଇନ୍ଦ୍ରଦ୍ୟୁମ୍ନଗନ୍ଧ ପୁଷ୍ପମାଲ୍ୟ ଦେଇ କରିଲେ ଅଟ୍ଟନପୂଜିତ ଦେବତାଗଣ ଚତୁର ଦିଗରେଧ୍ୟାନଯୋଗେ ବିଷ୍ଣୁରୂପ ଚିନ୍ତା ବସି କଲେଅନନ୍ତର ଭରଦ୍ଵାଜ ମୁନି ' ବ୍ରହ୍ମାଙ୍କରସମକ୍ଷରେ କର୍ମାରମ୍ଭ କରିଲେ ସତ୍ତବରପ୍ରଥମେ ନୃପତି ଇନ୍ଦ୍ରଦ୍ୟୁମ୍ନ ଆନନ୍ଦରେସପରିବାର ଦେବତାଗଣ ସହିତରେଜଗତ୍ ସ୍ରଷ୍ଟା ବ୍ରହ୍ମାଙ୍କର ଅର୍ଚ୍ଚନା କରିଲେତ୍ରିଲୋକବାସୀ ଜୀବଙ୍କୁ ପୁଜାରେ ତୋଷିଲେତ୍ରିଲୋକ ବାସୀଏ ଇନ୍ଦ୍ରଦ୍ୟୁମ୍ନ ପ୍ରାସାଦରେଅବସ୍ପିତ ଦେବଗଣଙ୍କର ମଧ୍ୟସ୍ଥଳେଅବ୍ୟୟ ବ୍ରହ୍ମ ପ୍ରତ୍ୟକ୍ଷେ ଦେହଧାରୀ ହୋଇଜଗନ୍ନାଥ ବିଜେ କରିଅଛନ୍ତି ଯେ ତହିଁଦର୍ଶନ କରନ୍ତେ ଜିବେନ୍ଧକ୍ତ ହୋଇଗଲେଭରଦ୍ଵାଜ ଦାରୁମୁରି ପ୍ରତିଷ୍ଠା କରିଲେସୁଶୋଭିତ ମନୋହର ମନ୍ଦିର ବିଧ୍ବରେପ୍ରତିଷ୍ଠା କରି ବ୍ରହ୍ମାଙ୍କୁ ବିନୟେ କହିଲେଦାରୁ ମୁୂର୍ଭିରେ କରନ୍ତୁ ଜୀବନ ସଞ୍ଚାରଏହା ଶୁଣି ଧାତା କଲେ ମଙ୍ଗଳ ଆଚାରନାରଦାଦି ଦେବରଷି ମହର୍ଷି ସକଳନାରାୟଣ ପଣ୍ଡିତ ବ୍ରାହ୍ମଣ ରାଜକୂଳନିଜ ନିଜ ଆସନରୁ ସକଳେ ଉଠିଲେଗନ୍ଧର୍ବଗଣ ମଧୁର ସ୍ଵରେ ଗାନ କଲେମଙ୍ଗଳ ଉଚିତ ରାଗ ରାଗିଣୀ ସଂଗୀତଅପ୍ସରାଗଣ କରିଲେ ମନୋହର ନୃତ୍ୟଶାକୂନ ସୂକ୍ତ ପଢ଼ିଲେ ମିଳି ଦ୍ଵିଜଗଣଶଙ୍ଖ କାହାଳି ମୁରଜ ଭେରୀ ବେଣୁ ସ୍ଵନ ।ବାଦ୍ୟଗଣ ମାନଙ୍କର ମନ ମୁଗ୍ଧକରମହାଶବ୍ଦରେ ପୂରିଲା ସର୍ବ ଦିଗନ୍ତର |ବ୍ରହ୍ମାଦି ସକଳୈ ରଥ ଉପରେ ଉଠିଲେଭକ୍ତିରେ ଦେବଗଣଙ୍କୁ ହସ୍ତରେ ତୋଳିଲେ ।ସାବଧାନ ହୋଇ ସର୍ବେ ପାର୍୍ଣେଦେଶ ଦୃୟମସ୍ତକ ପାଦଯୁଗଳ ଆଉ ପାଦ ଦୃୟହସ୍ତେ ଧରି ଧୀରେ ଧୀରେ ଶ୍ରୀ ଜଗନ୍ନାଥଙ୍କୁରଥେ ଅବତରଣ କଲେ ଭୂତଳକୁ |ମଧ୍ୟେ ମଧ୍ୟେ ସ୍ଥାନ ବିଶେଷରେ ରକ୍ଷା କରିପ୍ରାସାଦ ସମୀପେ ନେଲେ ମୁଖେ ଗାଇ ହରି ।ଆକାଶରୁ ପାରିଜାତ ପୁଷ୍ପ ବରଷିଲେସ୍ବାୟମ୍ଭୁ ବ୍ରହ୍ମା ତକରାଳେ ଜୟ ଗାନ କଲେ ।ଜୟ କୃଷ୍ଣ ଜଗନ୍ନାଥ ଜୟ ପାପହାରୀଜୟ ଲୀଳାମୟ ବାଞ୍ଚାଫଳ ଦାନ କାରୀ ।ଜୟ ଦାରୁମୟ ଦେହଧାରୀ ହେ ଅଚ୍ୟୁତଜୟ ସଂସାର ସାଗର ତାରଣେ ସମର୍ଥ ।ଜୟ ଦୟାର ସାଗର ଅବ୍ୟୟ ଅନନ୍ତଜୟ ଦୀନଜନ ଦୁଃଖ ବିନାଶନ ଶାନ୍ତ ।ହେ ଭଶାନ ଜୟ ହେଉ ସର୍ବଦା ତୁମ୍ଭରତବ ଶ୍ରୀଚରଣେ କରୁଅଛି ନମସ୍କାର |ବ୍ରହ୍ମା ଏହିରୂପେ ସ୍ତୁତି ଆନନ୍ଦେ କରିଲେଦେବର୍ଷି ନାରଦ ବୀଣା ବାଇ ସ୍ତୁତି କଲେ ।ଚନ୍ଦ୍ର ସୂର୍ଯ୍ୟ ଜଗନ୍ନାଥଙ୍କର ପଛେ ରହିମସ୍ତକରେ ରତୃଛତ୍ର ଧଇଲେ ସେ ନେଇ ।ଆଉ ସେ ସ୍ଥାନରେ ଥିଲେ ଯେତେ ଦେବଗଣଦିବ୍ୟ ପୁଜା ଗନ୍ଧେ ପ୍ରୀତି କଲେ ଉତ୍ପାଦନ ।ଅସଂଖ୍ୟ ଯୁବକ ବୃନ୍ଦ ଉଭୟ ପାର୍ଶ୍ଵରେଭଚ୍ତିଭରେ ଧୀରେ ଦିବ୍ୟଚାମର ଢାଳିଲେ ।ଏହିରୂପେ ଆନନ୍ଦରେ ମିଳିଣ ସକଳେ -ବଳଭଦ୍ର ସୁଦର୍ଶନ ସୁଭଦ୍ରାଙ୍କୁ ନେଲେ ।ଜୈମିନି ମୁନି କହନ୍ତି ଶୁଣ ଦ୍ରିଜଗଣଅନନ୍ତର ଭଗବାନ ଚତୁର ବଦନ |ପ୍ରାସାଦ ଦ୍ଵାରେ ରଚିତ ରତ୍ନ ମଣ୍ଡପରେଅରିଷେକ ଅର୍ଥେ ଦେବତାଙ୍କ ବସାଇଲେ ।ଦେବତାଙ୍କ ପ୍ରତିବିମ୍ବ ଦର୍ପଣ ଦେହରେସୁଗନ୍ଧ ତୈଳାଦି ଦ୍ରବ୍ଯମାନ ଲଗାଇଲେ ।କର୍ପୁର ଚନ୍ଦନ ସୁବାସିତ ତୀର୍ଥଜଳପୂର୍ଣ୍ଣ କରିଣ ସ୍ଥାପିଲେ କଳଶ ସକଳ |ଦେବୀ ପୁରୁଷ ସୂକ୍ତାଦି ମନ୍ତ୍ର ପାଠ କଲେ
ଚାରିଦେବତାଙ୍କ ତହିଁ ଅଭିଷେକ କଲେସୁଗନ୍ଧମାଳା ବିବିଧ ଅଳଙ୍କାରମାନଯଥାବିଧ୍ବ ବିରାଜନ କଲେ ତତକ୍ଷଣବହୁସୂକ୍ତ ବେଦମନ୍ତ୍ର ଉଚ୍ଚେ ପାଠ କଲେରମଣୀୟ ସିଂହାସନେ ନେଇ ବସାଇଲେଅନନ୍ତର ପ୍ରାର୍ଥନା କରିଲେ ସର୍ବେ ମିଳିଆହେ ସର୍ବଲୋକ ପ୍ରତିଷ୍ଠିତ ବନମାଳୀଆପଣ ତ ସର୍ବବ୍ୟାପୀ ଜଗତ ଆଧାରଏ ପ୍ରାସାଦେ ଦୟାକରି ଅବସ୍ଥାନ କରଚିରକାଳ ଏହିସ୍କାନେ କରି ଅବସ୍ଥାନଆମ୍ଭମାନଙ୍କର ମନୋରଥ ହେଉ ପୂର୍ଣ୍ଣପ୍ରାସାଦ ପ୍ରତିଷ୍ଠା ଆପଣଙ୍କ ଆଦେଶରେସମ୍ପୂର୍ଣ ହୋଇଲା ଆପଣଙ୍କ ପ୍ରସାଦରେଏ ରୂପେ ପ୍ରାର୍ଥନା ସର୍ବେ ମିଳିକରି କଲେଶ୍ରୀ ଜଗନ୍ନାଥ ଦେବଙ୍କୁ ସ୍ଵାନ କରାଇଲେତାହାଙ୍କର ହୃତ୍କମଳ ବ୍ରହ୍ମା ସ୍ର୍ଶ କଲେଆନୁଷ୍ଟଭ ମନ୍ତତରାଜ ସହସ୍ରେ ଜପିଲେବୈଶାଖ ଶୁକ ଅଷ୍ଟମୀ ପୁଷ୍ୟା ନକ୍ଷତ୍ରରେପ୍ରତିଷ୍ଠା କାଯ୍ୟ ସମାପ୍ତ ବୃହସ୍ପତି ବାରେଏହି ହେତୁ ଏ ଦିବସ ଅତି ପୁଣ୍ୟତମସର୍ବପାପ ବିନାଶନ କରିବାରେ କ୍ଷମଏହିଦିନ ସ୍ବାନ ଦାନ ତପସ୍ୟା କରିବହୋମାଦି କାର୍ଯ୍ୟ ସକଳ ଅକ୍ଷୟ ହୋଇବଏଦିନ ଶ୍ରୀ ଜଗନ୍ନାଥ ଆଉ ବଳରାମସୁଭଦ୍ରାଙ୍କୁ ଯେ ମାନବ କରଇ ଦର୍ଶନନିଶ୍ଚୟ ମୁକତି ଲାଭ ହୋଇବ ତାହାରକୋଟି ଜନ୍ମାର୍ଜିତ ପାପ ହୋଇଯିବ ଦୂରଏ ଦିନ ଶ୍ରଦ୍ଧାରେ ଯଦି ଅର୍ଚନା କରିବତାହାର ସୌଭାଗ୍ୟ ମୁଖେ କେ କହିପାରିବସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେସପ୍ରବିଂଶ ଅଧ୍ୟାଶେଷ ଉତ୍କଳ ଭାଷାରେଜୟ ଜୟ ଜଗନ୍ନାଥ ପ୍ରଭୁ ବଳରାମଭଦ୍ରଦାୟିନୀ ସୁଭଦ୍ରା ଚରଣେ ପ୍ରଣାମସୁଦର୍ଶନ ଦେବ ଜଗତକୁ ରକ୍ଷାକରକରଯୋଡ଼ି ମାଗୁଅଛି ଦୀନ ହରିହରଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେମନ୍ଦିର ସହିତ ଦାରୁମୁରି ପ୍ରତିଷ୍ଠାୟାଂ ବ୍ରହ୍ମାଙ୍କରସ୍ତୁତି ବର୍ଣ୍ଣନେ ନାମ । ସପ୍ତବିଂଶୋଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment