ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚାଶତ ଅଧ୍ୟାୟଃ
ପଞ୍ଚାଶତ ଅଧ୍ୟାୟ
| | ଜୈମିନି ମୁନି କହନ୍ତି ଶୁଣ ମୁନିଗଣପୁରୁଷୋତ୍ତମ କ୍ଷେତ୍ରରେ ମିଳିଲେ ବ୍ରାହ୍ମଣ ।ମସ୍ୟାବତାରାଦି ଚତୁଃ ସୀମାକୁ ଗମନଯେଦିନ କରିବେ ଜ୍ଵର ହେଲା ପୂର୍ବଦିନ ।ଚତୁଃସୀମା ନିକଟରେ ଚକ୍ର ସୁଦର୍ଶନସଙ୍ଗତରେ ରହିଛନ୍ତି ବିଷ୍ଣୁଦୂତ ଗଣ |ଭୀଷଣ ମୁରତି ଧରି ଯମର୍ଦୂତ ଗଣମିଳିଲେ ପାଶାଦି ଅସ୍ତ୍ର କରିଣ ଧାରଣ ।ବିଷୁଦୂତ ଯମଦୂତ ଏକ ସମୟରେପ୍ରବେଶ ହେଲେ ବ୍ରାହ୍ମଣ ଥିଲେ ଯେ ଗ୍ୁହରେ ।ଯମଦୂତ କହୁଛନ୍ତି ସାବଧାନେ ଶୁଣବିଷୁଦୂତ ଗଣ କିମ୍ପା ଆସିଛ ଏ ସ୍ଥାନ ।ଆପଣମାନେ କି ଏହି ପାପିଷ୍ଠ ଦ୍ବିଜକୁମନରେ ଭାବିଛ ନେବ ବୈକୁଣ୍ଠ ପୁରକୁ ।କିନ୍ତୁ ଏ ଦୁରାତ୍ମା କେଉଁ ପାପ ନ କରିଛିଏହାକୁ ରଖୁବା ଅର୍ଥେ ଚକ୍ର ଆସିଅଛି ।ଏ ଚକ୍ର ଦୂଷ୍ଟଜନଙ୍କ କରଇ ସଂହାରଆପଣମାନେ ତ ପାରିଷଦ ବିଷ୍ଣୁଙ୍କର |ସୁକ୍ତବନ୍ତ ପବିତ୍ର ଆତ୍ମା ତୁମ୍ଭେମାନେଏ ପାପୀ ନିକଟେ ଆସିଅଛ ମୂର୍ଖପଣେ ।ଯମଦୂତଙ୍କର ବାକ୍ୟ କରନ୍ତେ ଶ୍ରବଣତକ୍ଷଣେ ଉତ୍ତର ଦେଲେ ବିଷୁଦୂତ ଗଣ ।ତୁମ୍ଭେମାନେ ଅତି ମୂର୍ଖ ଦୂରାତ୍ମା ହିଂସ୍ରକ `ନ ଜାଣି କିଏ ସେ ପାପୀ କିଏ ବା ଧାର୍ମିକ ।କିଏ ମୋକ୍ଷ ଅଧୂକାରୀ କିଏ ମୋକ୍ଷଦାତାଶୁଣ ଏହି ବ୍ରାହ୍ମଣର ପୂର୍ବଜନ୍ସ କଥା |ଏ ଅତି ଧାର୍ମିକ ସଦାଚାର ପରାୟଣସୁନିର୍ମଳ ଚେତା ଯାଗକାରୀ ଦିଏ ଦାନ ।ସତ୍ୟବାଦୀ କର୍ମ ଦକ୍ଷ ବୈଷ୍ଣବ ପ୍ରଧାନସେ କାଳେ ନ ଥିଲେ କେହି ଏହାର ସମାନ ।ଏପରି ଏ ମହାଶୟ ଜଣେ ଶ୍ରେଷ୍ଠ ବ୍ୟକ୍ତିକାମନା ମନରେକରି ଦେହ ଧରିଛନ୍ତି ।ଜ୍ରରେ ଆକ୍ରାନ୍ତ ହୋଇ ଏକ୍ଷଣି ମୂହିତଯମଦୂତଗଣ ତୁମ୍ଭେ କିମ୍ପା ଉପସ୍ଥିତ |ଏ ବ୍ରାହ୍ମଣ କରିଅଛି ସଂକଳ୍ପ ମନରେବ୍ରାହଣକୁ ନେବାକୁ କି ଭାବିଛ ମନରେ ।ମସ୍ୟାବତାରାଦି ଚତୁଃସୀମାର ମଧ୍ୟରେପ୍ରାଣ ତ୍ୟାଗ କରିବ ସେ ପୁରୁଷୋତ୍ତମରେ ।ଯେଉଁ କାଳେ ଏ ବ୍ରାହ୍ମଣ ଘରୁ ଆସିଛନ୍ତିସେ କାଳରେ ଚକ୍ରଧର ଆଜ୍ଞା ଦେଇଛନ୍ତିସେହିଦିନଠାରୁ ଆମ୍ଭେ ଜଗିଛୁ ଏହାକୁତୁମ୍ଭେମାନେ କିମ୍ପା ନେବ ଏହି ବ୍ରାହ୍ମଣକୁଉଚିତ ନୁହେଁ ଏ ସ୍ଥାନେ ରହିବା ତୁମ୍ଭରପଳାୟନ ଏ ସ୍ଥାନରୁ ଯଦିଚ ନ କରତେବେ ଆମ୍ଭେମାନେ ଗଦା ପ୍ରହାର କରିଣତୁମ୍ଭମାନଙ୍କର ମୁଣ୍ଡ କରିଦେବୁ ଚୂର୍ଣଯମଦୂତ ବିଷୁ ଦୂତଗଣ ପରସ୍ପରେଏପରି କଳହ କରୁଥିଲେ ଯେ କାଳରେସେ କାଳରେ ବିଭାବରୀ ହୋଇଲା ପ୍ରଭାତବ୍ରାହ୍ମଣର ମୁଇଁ ଭଙ୍ଗ ହେଲା ସେ କ୍ଷଣେ ତ |ସେ ସ୍ଥାନେ ଦୁର୍ବାସା ରଷି ଉପସ୍ଥିତ ହେଲେବ୍ରାହ୍ମଣ ସଙ୍ଗରେ ଚତୁଃସୀମାକୁ ଚଳିଲେଏ ସମୟେ ଦ୍ଵିଜବର ମନରେ ଚିନ୍ତିଲେଆଶ୍ଚର୍ଯ୍ୟ ବିଷୟ କେତେ ଦେଖୁଲି ସ୍ବପ୍ନରେ ।ଅନ୍ତର ହୋଇଲେ ମୁନି ଦୁର୍ଗମ ପଥରେଏପରି ସ୍ଵପ୍ନ ବୃତ୍ତାନ୍ତ ମନରେ ଭାବିଲେଧର୍ମ ପତ୍ନୀକୁ ପଥରେ ଯେ ରୂପେ ଦେଖୁଲେମୋହିତ ହୋଇ ଚଳିଲେ ତାର ସଙ୍ଗତରେ ।ଦର୍ଶନ ମାତ୍ରକେ କଲେ ସ୍ବେହ ଆଲିଙ୍ଗନପତ୍ନୀ ଶ୍ଵଶୁର ଏ ଦୁହେଁ କରିଲେ କ୍ରନ୍ଦନଏପରି କେତେ ଆଶ୍ଚର୍ଯ୍ୟ ସ୍ଵପ୍ପରେ ଦେଖୁଲିଭଗବାନଙ୍କର ମାୟା ବୁଝି ନ ପାରିଲିଘର ମାୟା ତ୍ୟାଗ କରି ମୁନିଙ୍କ ସହିତଆସନ୍ତେ ପଥରେ ଦୁଃଖ ଭୋଗିଲି ବହୂତଏତେ ଦୁଃଖ ଏ ଜୀବନେ ଭୋଗି ତ ନ ଥୁଲିଯାହାହେଉ କ୍ଷେତ୍ରେ ଆସି ଉପସ୍ଥିତ ହେଲିପୂର୍ବେ ଦୁର୍ବାସା ମହର୍ଷି କହିଲେ ଯେମନ୍ତମୁଲ୍ତି ଅର୍ଥ କି ଉପାୟ କରିବି କେମନ୍ତସେ ବ୍ରାହ୍ମଣ ଏହିରୂପ ଚିନ୍ତା କରୁଥିଲେଦେଖୁଲେ. ଦୁର୍ବାସା । ମୁନି ଆସନ୍ତି ପଛରେ ।ସେ ବିପ୍ର ଦୁର୍ବଳ ଦେହେ ପ୍ରଣାମ କରିଲେଶୟନ କଲେ ମୁନିଙ୍କ ଚରଣ ତଳରେଏହା ଦେଖୁ ଯମଦୂତଗଣ ଫେରିଗଲେସକଳ ବୃତ୍ତାନ୍ତ ଯମ ରାଜାଙ୍କ କହିଲେଯମରାଜା ଶୁଣି କ୍ରୋଧେ ପ୍ରଜ୍ନଳିତ ହେଲେଭୟଙ୍କର ମହିଷର ଉପରେ ବସିଲେହସ୍ତରେ ଧଇଲେ କୂଟ ପାଶ ମୁଦୁଗରଖଡ଼୍ଗ ଦଣ୍ଡ ପଟିଶାଦି ଆୟୁଧ ସକଳଦନ୍ତ କଡ଼ମଡ଼ କରି ଆସନ୍ତି ସଙ୍ଗରେଭୃତ୍ୟଗଣ ମୁତ୍ୟୁକାଳ ଅତ୍ୟନ୍ତ କ୍ରୋଧରେ ।ଦୂରରୁ କହନ୍ତି ମାର ମାର ଧର ଧରଉପସ୍ପିତ ହେଲେ ଯମରାଜା ସେ ସ୍ଥାନର ।ଏ ବାକ୍ୟ ଶୁଣି କ୍ରୋଧରେ ବିଷ୍ଣୁ ଦୂତଗଣକହିଲେ ହେ ଯମ କର ମର୍ଯ୍ୟାଦା ଲଙ୍ଘନ ।ଉଚ୍ଚରେ କହିଲେ ଆରେ ଯମରାଜା ଶୁଣପ୍ରେତପୁରେ ଅଧକାର କେ କଲା ପ୍ରଦାନ ।ହେ ଯମ ମନ ମଧ୍ଯରେ ବିବେଚନା କରଆମ୍ଭର ପ୍ରଭୁ ତୁମ୍ଭଙ୍କୁ ଦେଲେ ଅଧ୍ଧକାର ।ପ୍ରେତତ୍ଵ ଲାଭ କରିବେ ଯେଉଁ ଜନଗଣସେମାନଙ୍କ ନିକଟକୁ କରିବ ଗମନ |ନିଶ୍ଚୟ କରି କହୁଛୁ ଆମ୍ଭକଥା ଶୁଣପ୍ରେତମାନଙ୍କ ନିକଟେ କରନ୍ତୁ ଗମନ ।ଯେ ମୁକ୍ତ ପୁରୁଷ ତୁମ୍ଭେ ତାର ନିକଟରେଉପସ୍ଥିତ କିମ୍ପା ହେବ ଅଜ୍ଞତା ପଣରେ ।ଏ ବ୍ରାହ୍ମଣ ହୋଇଅଛି ପ୍ରେତତ୍ବରୁ ମୁକ୍ତତେଣୁ ଭଗବାନଙ୍କର ଅଟେ ପ୍ରିୟପାତ୍ର ।ବଟ ସାଗର ମଧ୍ଯରେ ମସ୍ସ୍ୟ ଅବତାରଶ୍ଲେତ ମାଧବ ଅଛନ୍ତି ଉଭୟ ପାର୍ଶ୍ଚର ।ମୁକ୍ତିପ୍ରଦ ଶ୍ରୀପୁରୁଷୋତ୍ତମ କ୍ଷେତରବରେଚତୁର୍ମଧ୍ୟସ୍ଥଳେ ମୁକ୍ତି ମିଳେ ବିଶେଷରେ ।ସ୍ଵୟଂ ଭଗବାନ ଦାରୁ ଦେହରେ ଅଛନ୍ତିଏ ସ୍ଥାନେ ଜୀବଗଣଙ୍କୁ ମୁକତି ଦିଅନ୍ତି ।ଯାହାଙ୍କର ପାପ ପୁଣ୍ୟ ହୋଇଅଛି କ୍ଷୟତାହାଙ୍କର ଏହି ସ୍ଥାନେ ହୁଏ ଆୟୁ କ୍ଷୟ ।ହେ ଯ଼ମ ତୁମ୍ଭେ ଏ କ୍ଷେତ୍ର ମହିମା ନ ଜାଣକେଉଁ ହେତୁ କରୁଅଛ ବୃଥା ଏ ଗର୍ଜନ ।ଏ କ୍ଷେତ୍ରରେ ବିଜେ କରିଛନ୍ତି ଭଗବାନତାହାଙ୍କର ମୁଖପଦ୍ଧ ସର୍ବଦା ପ୍ରସନ୍ନ |ଦୁଇବାହୂ ଟେକି କରୁଛନ୍ତି ମୁକ୍ତିଦାନଦୀନ ଜନଙ୍କର ଦୁଃଖ କରନ୍ତି ହରଣ |ପ୍ରଭୁଙ୍କ ଦେହ ସ୍ଵରୂପ ଏ କ୍ଷେତ୍ର ମଧ୍ଯରେଯେକୌଣସି ସ୍ଥାନେ ଯଦି ଦେହତ୍ୟାଗ କରେ ।ସେ ଜନଗଣଙ୍କ ସଦା ମୁକତି ପ୍ରଦାନସାକ୍ଷାତେ କରନ୍ତି ସ୍ଵୟଂ ପ୍ରଭୁ ଭଗବାନ ।ପୂର୍ବକାଳ କଥା କିମ୍ପା ନ କର ସ୍ମରଣଏ ସ୍ଥାନରେ ନୀଳମଣିମୟ ଭଗବାନ ।ତୁମ୍ଭଙ୍କୁ ସକଳ କଥା କହିଲେ ବୁଝାଇ| | କାକପକ୍ଷୀ ମୁକ୍ତ ହେଲା ଦେଖୁଛ ତ ରହି ।ସେ ସକଳ କଥା କିମ୍ପା ମନୁ ପାସୋରିଲସେହି ପ୍ରଭୁ ଦାରୁରୁପେ ବିଜେ ନୀଳାଚଳ ।ବୈଷ୍ଣବ ପ୍ରଧାନ ମହାରାଜା ଇନ୍ଦ୍ରଦ୍ୟୁମ୍ନସହସ୍ରାଶ୍ଵମେଧ ଯାଗ କଲେ ଏହିସ୍କାନତ୍ରିଲୋକବାସୀ ସକଳେ ହେଲେ ଉପସ୍ଥିତଦେବରଖି ସିଦ୍ଧଯତି ରାଜାଙ୍କ "ସହିତସ୍ଵୟଂ ବ୍ରହ୍ମା ଉପସ୍ଥିତଃ ହେଲେ ଏ ସ୍ଥାନରେଦାରୁ ରୂପରେ ପ୍ରଭୁଙ୍କୁ ପ୍ରତିଷ୍ଠା କରିଲେଦାରୁରୁପେ ଭଗବାନ ଜୀବମାନଙ୍କରଜୀବର ସଞ୍ଚତ ପାପ କରୁଛନ୍ତି ଦୂରଯେ ରୂପେ ଅଗ୍ନିରେ ତୁଳା ଭସ୍ପ ହୋଇଯାଏସେ ରୂପେ ପାତକ ରାଶି କ୍ଷୟ ହୋଇଥାଏ ।ପ୍ରଭୁଙ୍କୁ ଦର୍ଶନ କରି ଏ କ୍ଷେତ୍ରେ ମରଣହେଲେ ଭଗବାନ ମୁକ୍ତି କରନ୍ତି ପ୍ରଦାନହେ ଯ଼ମ୍ନ ସମ୍ମୁଖେ ଦେଖ ଭଗବାନଙ୍କରସୁଦର୍ଶନ ଚକ୍ର କରେ ଦୁଷ୍ଟଙ୍କୁ ସଂହାରଏତିକିବେଳେ ଏ ସ୍ଥାନୁ କର ପଳାୟନନିଜ ଅଧ୍ବକାରେ ସୁଖେ କର ଅବସ୍ଥାନଏକାଳେ ପ୍ରଧାନ ବିଷ୍ଣୁ ଦୂତ ବ୍ରାହ୍ମଣକୁଟେକି ନେଇଗଲେ ଚତୁଃସୀମାର ମଧ୍ୟକୁସେ ବିପ୍ରର ପ୍ରାଣ ଥାଇ ବିହଵଳ ଚିତ୍ତରେପ୍ରବେଶ କରନ୍ତେ ଚତୁଃସୀମାର ମଧ୍ୟରେ ।ପଞ୍ଚଜନ୍ୟ ଶଙ୍ଖଧ୍ବନି କଲେ ଭଗବାନତାହା ଶୁଣି ଯମଗଣ କଲେ ପଳାୟନ ।ସେ କ୍ଷଣରେ ବ୍ରାହ୍ମଣର ସର୍ବାଙ୍ଗ ଉପରେପୁଷ୍ପବୃଷ୍ଠି କଲେ ଦେବଗଣ ଆକାଶରେ ।ଶଙ୍ଖ ଚକ୍ର ଗଦାପଦ୍ଧ ଶା ଧନୁ କରେକଟୀଦେଶ ଶୋଭା ପାଏ ପୀତ ବସନରେବକ୍ଷରେ କୌସ୍ତୁଭମଣି ଦେହ ନୀଳବର୍ଣ୍ଣଗରୁଡ଼ ପୃଷ୍ଠରୁ କଲେ ସେ ଅବତରଣବାମଦେବ ଶୁକଦେବ ଆଦି ମୁନିଗଣତେଜିଣ ପାଥିବ ଘଟ ପଟ ଆଦି ଜ୍ଞାନଯେଉଁପରି ତାହାଙ୍କର ହୋଇଲା ନିର୍ବାଣବ୍ରାହ୍ମଣ କର୍ଣ୍ଣେ କହିଲେ ସେହି ତତ୍ତଵଜ୍ଞାନ ।ଏହିପରି ବିଷୁଦତ୍ତଜ୍ଞାନ ପ୍ରଭାବରେବ୍ରାହ୍ମଣର ମୋକ୍ଷ ରଜ୍ଜୁ ଛିଡ଼ିଲା ସତ୍ତ୍ରେପ୍ରଭାତ କାଳରେ ସୂଯ୍ୟପରି ତେଜିୟାନଅପୂର୍ବ € ତେଜକୁ ଲାଉ କରେ ସେ ବ୍ରାହ୍ମଣ ।ଦୁର୍ବାସାଦି ରଖି ତହିଁ ଆଉ ଯେତେ ଥିଲେବ୍ରାହ୍ମଣ ଦେହର ତେଜ ନୟନେ ଦେଖୁଲେ ।ଭଗବାନଙ୍କର ଚକ୍ର ପଦ୍ଧର ମଧ୍ୟରେସେ ତେଜ ବିଲୀନ ହେଲା ସେହି ସମୟରେ ।ଏହାପରେ ଅନ୍ତର୍ଯ୍ୟାମୀ ହରି ଜଗନ୍ନାଥସେହିସ୍ଥାନେ ସେହିକ୍ଷଣେ ହେଲେ ଅନ୍ତର୍ହିତ ।ଦୁର୍ବାସା ରଖି ମନରେ ବିସ୍ୟ ହୋଇଲେବ୍ରହ୍ମଲଲୋକକୁ ଗମନ କଲେ ସେ କାଳରେ ।ସ୍କନ୍ଦପୁରାଣେ ଉକତ ଉତ୍କଳ ଖଣ୍ଡରେଏ ପଞ୍ଚ ଅଧ୍ୟାୟଶେଷ ଉତ୍କଳ ଭାଷାରେ ।ଜୟ ଜୟ ଜଗନ୍ନାଥ ଜୟ ବଳରାମଜୟମା ସୁଭ୍ଦ୍ରା ଦେବୀ ତୋ ପାଦେ ଶରଣ ।ବୃଥା କାର୍ଯ୍ୟେ ମାତି ଦିନ ବହି ଯାଉଅଛିରାତ୍ରିହେଲେ ନିଦ୍ରା ଦେବୀ ନୟନେ ଘ୍ମାରୁଛି ।ସ୍ମରଣ ମନନ କରିବାକୁ ବେଳ ନାହିଁ,ପ୍ରଥମରୁ ଗୁରୁ ବାକ୍ୟ କର୍ଣ୍ଣେ ଶୁଣିନାହି ।କେଉଁପରି ହେବ ନିଦିଧ୍ୟାସନ ସମ୍ଭବଏ ଦୀନ ଜନକୁ ତ୍ରାହିକର ଦେବ ଦେବ ।ଏତିକି ମାତ୍ର ମାଗୁଛି ଚରଣ ତଳରେଅନ୍ତିମ କାଳେ ଦେଖୁବି ଚର୍ମ ନୟନରେ ।ଜିହ୍ଵାରେ ତୁମ୍ଭର ନାମ କରୁଥୁବି ଗାନ| | କହେ ହରିହର ଅନ୍ୟେ ନାହିଁ ପ୍ରୟୋଜନ ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣେ ନାମପଞ୍ଚାଶତ ଅଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment