ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପଞ୍ଚାଶତ ଅଧ୍ୟାୟଃ

ପଞ୍ଚାଶତ ଅଧ୍ୟାୟ 

| | ଜୈମିନି ମୁନି କହନ୍ତି ଶୁଣ ମୁନିଗଣ 
ପୁରୁଷୋତ୍ତମ କ୍ଷେତ୍ରରେ ମିଳିଲେ ବ୍ରାହ୍ମଣ । 
ମସ୍ୟାବତାରାଦି ଚତୁଃ ସୀମାକୁ ଗମନ 
ଯେଦିନ କରିବେ ଜ୍ଵର ହେଲା ପୂର୍ବଦିନ । 
ଚତୁଃସୀମା ନିକଟରେ ଚକ୍ର ସୁଦର୍ଶନ 
ସଙ୍ଗତରେ ରହିଛନ୍ତି ବିଷ୍ଣୁଦୂତ ଗଣ | 
ଭୀଷଣ ମୁରତି ଧରି ଯମର୍ଦୂତ ଗଣ 
ମିଳିଲେ ପାଶାଦି ଅସ୍ତ୍ର କରିଣ ଧାରଣ । 
ବିଷୁଦୂତ ଯମଦୂତ ଏକ ସମୟରେ 
ପ୍ରବେଶ ହେଲେ ବ୍ରାହ୍ମଣ ଥିଲେ ଯେ ଗ୍ୁହରେ । 
ଯମଦୂତ କହୁଛନ୍ତି ସାବଧାନେ ଶୁଣ 
ବିଷୁଦୂତ ଗଣ କିମ୍ପା ଆସିଛ ଏ ସ୍ଥାନ । 
ଆପଣମାନେ କି ଏହି ପାପିଷ୍ଠ ଦ୍ବିଜକୁ 
ମନରେ ଭାବିଛ ନେବ ବୈକୁଣ୍ଠ ପୁରକୁ । 
କିନ୍ତୁ ଏ ଦୁରାତ୍ମା କେଉଁ ପାପ ନ କରିଛି 
ଏହାକୁ ରଖୁବା ଅର୍ଥେ ଚକ୍ର ଆସିଅଛି । 
ଏ ଚକ୍ର ଦୂଷ୍ଟଜନଙ୍କ କରଇ ସଂହାର 
ଆପଣମାନେ ତ ପାରିଷଦ ବିଷ୍ଣୁଙ୍କର | 
ସୁକ୍ତବନ୍ତ ପବିତ୍ର ଆତ୍ମା ତୁମ୍ଭେମାନେ 
ଏ ପାପୀ ନିକଟେ ଆସିଅଛ ମୂର୍ଖପଣେ । 
ଯମଦୂତଙ୍କର ବାକ୍ୟ କରନ୍ତେ ଶ୍ରବଣ 
ତକ୍ଷଣେ ଉତ୍ତର ଦେଲେ ବିଷୁଦୂତ ଗଣ । 
ତୁମ୍ଭେମାନେ ଅତି ମୂର୍ଖ ଦୂରାତ୍ମା ହିଂସ୍ରକ ` 
ନ ଜାଣି କିଏ ସେ ପାପୀ କିଏ ବା ଧାର୍ମିକ । 
କିଏ ମୋକ୍ଷ ଅଧୂକାରୀ କିଏ ମୋକ୍ଷଦାତା 
ଶୁଣ ଏହି ବ୍ରାହ୍ମଣର ପୂର୍ବଜନ୍ସ କଥା | 
ଏ ଅତି ଧାର୍ମିକ ସଦାଚାର ପରାୟଣ 
ସୁନିର୍ମଳ ଚେତା ଯାଗକାରୀ ଦିଏ ଦାନ । 
ସତ୍ୟବାଦୀ କର୍ମ ଦକ୍ଷ ବୈଷ୍ଣବ ପ୍ରଧାନ 
ସେ କାଳେ ନ ଥିଲେ କେହି ଏହାର ସମାନ । 
ଏପରି ଏ ମହାଶୟ ଜଣେ ଶ୍ରେଷ୍ଠ ବ୍ୟକ୍ତି 
କାମନା ମନରେକରି ଦେହ ଧରିଛନ୍ତି । 
ଜ୍‌ରରେ ଆକ୍ରାନ୍ତ ହୋଇ ଏକ୍ଷଣି ମୂହିତ 
ଯମଦୂତଗଣ ତୁମ୍ଭେ କିମ୍ପା ଉପସ୍ଥିତ | 
ଏ ବ୍ରାହ୍ମଣ କରିଅଛି ସଂକଳ୍ପ ମନରେ 
ବ୍ରାହଣକୁ ନେବାକୁ କି ଭାବିଛ ମନରେ । 
ମସ୍ୟାବତାରାଦି ଚତୁଃସୀମାର ମଧ୍ୟରେ 
ପ୍ରାଣ ତ୍ୟାଗ କରିବ ସେ ପୁରୁଷୋତ୍ତମରେ । 
ଯେଉଁ କାଳେ ଏ ବ୍ରାହ୍ମଣ ଘରୁ ଆସିଛନ୍ତି 
ସେ କାଳରେ ଚକ୍ରଧର ଆଜ୍ଞା ଦେଇଛନ୍ତି 
ସେହିଦିନଠାରୁ ଆମ୍ଭେ ଜଗିଛୁ ଏହାକୁ 
ତୁମ୍ଭେମାନେ କିମ୍ପା ନେବ ଏହି ବ୍ରାହ୍ମଣକୁ 
ଉଚିତ ନୁହେଁ ଏ ସ୍ଥାନେ ରହିବା ତୁମ୍ଭର 
ପଳାୟନ ଏ ସ୍ଥାନରୁ ଯଦିଚ ନ କର 
ତେବେ ଆମ୍ଭେମାନେ ଗଦା ପ୍ରହାର କରିଣ 
ତୁମ୍ଭମାନଙ୍କର ମୁଣ୍ଡ କରିଦେବୁ ଚୂର୍ଣ 
ଯମଦୂତ ବିଷୁ ଦୂତଗଣ ପରସ୍ପରେ 
ଏପରି କଳହ କରୁଥିଲେ ଯେ କାଳରେ 
ସେ କାଳରେ ବିଭାବରୀ ହୋଇଲା ପ୍ରଭାତ 
ବ୍ରାହ୍ମଣର ମୁଇଁ ଭଙ୍ଗ ହେଲା ସେ କ୍ଷଣେ ତ | 
ସେ ସ୍ଥାନେ ଦୁର୍ବାସା ରଷି ଉପସ୍ଥିତ ହେଲେ 
ବ୍ରାହ୍ମଣ ସଙ୍ଗରେ ଚତୁଃସୀମାକୁ ଚଳିଲେ 
ଏ ସମୟେ ଦ୍ଵିଜବର ମନରେ ଚିନ୍ତିଲେ 
ଆଶ୍ଚର୍ଯ୍ୟ ବିଷୟ କେତେ ଦେଖୁଲି ସ୍ବପ୍ନରେ । 
ଅନ୍ତର ହୋଇଲେ ମୁନି ଦୁର୍ଗମ ପଥରେ 
ଏପରି ସ୍ଵପ୍ନ ବୃତ୍ତାନ୍ତ ମନରେ ଭାବିଲେ 
ଧର୍ମ ପତ୍ନୀକୁ ପଥରେ ଯେ ରୂପେ ଦେଖୁଲେ 
ମୋହିତ ହୋଇ ଚଳିଲେ ତାର ସଙ୍ଗତରେ । 
ଦର୍ଶନ ମାତ୍ରକେ କଲେ ସ୍ବେହ ଆଲିଙ୍ଗନ 
ପତ୍ନୀ ଶ୍ଵଶୁର ଏ ଦୁହେଁ କରିଲେ କ୍ରନ୍ଦନ 
ଏପରି କେତେ ଆଶ୍ଚର୍ଯ୍ୟ ସ୍ଵପ୍ପରେ ଦେଖୁଲି 
ଭଗବାନଙ୍କର ମାୟା ବୁଝି ନ ପାରିଲି 
ଘର ମାୟା ତ୍ୟାଗ କରି ମୁନିଙ୍କ ସହିତ 
ଆସନ୍ତେ ପଥରେ ଦୁଃଖ ଭୋଗିଲି ବହୂତ 
ଏତେ ଦୁଃଖ ଏ ଜୀବନେ ଭୋଗି ତ ନ ଥୁଲି 
ଯାହାହେଉ କ୍ଷେତ୍ରେ ଆସି ଉପସ୍ଥିତ ହେଲି 
ପୂର୍ବେ ଦୁର୍ବାସା ମହର୍ଷି କହିଲେ ଯେମନ୍ତ 
ମୁଲ୍ତି ଅର୍ଥ କି ଉପାୟ କରିବି କେମନ୍ତ 
ସେ ବ୍ରାହ୍ମଣ ଏହିରୂପ ଚିନ୍ତା କରୁଥିଲେ 
ଦେଖୁଲେ. ଦୁର୍ବାସା । ମୁନି ଆସନ୍ତି ପଛରେ । 
ସେ ବିପ୍ର ଦୁର୍ବଳ ଦେହେ ପ୍ରଣାମ କରିଲେ 
ଶୟନ କଲେ ମୁନିଙ୍କ ଚରଣ ତଳରେ 
ଏହା ଦେଖୁ ଯମଦୂତଗଣ ଫେରିଗଲେ 
ସକଳ ବୃତ୍ତାନ୍ତ ଯମ ରାଜାଙ୍କ କହିଲେ 
ଯମରାଜା ଶୁଣି କ୍ରୋଧେ ପ୍ରଜ୍ନଳିତ ହେଲେ 
ଭୟଙ୍କର ମହିଷର ଉପରେ ବସିଲେ 
ହସ୍ତରେ ଧଇଲେ କୂଟ ପାଶ ମୁଦୁଗର 
ଖଡ଼୍‌ଗ ଦଣ୍ଡ ପଟିଶାଦି ଆୟୁଧ ସକଳ 
ଦନ୍ତ କଡ଼ମଡ଼ କରି ଆସନ୍ତି ସଙ୍ଗରେ 
ଭୃତ୍ୟଗଣ ମୁତ୍ୟୁକାଳ ଅତ୍ୟନ୍ତ କ୍ରୋଧରେ । 
ଦୂରରୁ କହନ୍ତି ମାର ମାର ଧର ଧର 
ଉପସ୍ପିତ ହେଲେ ଯମରାଜା ସେ ସ୍ଥାନର । 
ଏ ବାକ୍ୟ ଶୁଣି କ୍ରୋଧରେ ବିଷ୍ଣୁ ଦୂତଗଣ 
କହିଲେ ହେ ଯମ କର ମର୍ଯ୍ୟାଦା ଲଙ୍ଘନ । 
ଉଚ୍ଚରେ କହିଲେ ଆରେ ଯମରାଜା ଶୁଣ 
ପ୍ରେତପୁରେ ଅଧକାର କେ କଲା ପ୍ରଦାନ । 
ହେ ଯମ ମନ ମଧ୍ଯରେ ବିବେଚନା କର 
ଆମ୍ଭର ପ୍ରଭୁ ତୁମ୍ଭଙ୍କୁ ଦେଲେ ଅଧ୍ଧକାର । 
ପ୍ରେତତ୍ଵ ଲାଭ କରିବେ ଯେଉଁ ଜନଗଣ 
ସେମାନଙ୍କ ନିକଟକୁ କରିବ ଗମନ | 
ନିଶ୍ଚୟ କରି କହୁଛୁ ଆମ୍ଭକଥା ଶୁଣ 
ପ୍ରେତମାନଙ୍କ ନିକଟେ କରନ୍ତୁ ଗମନ । 
ଯେ ମୁକ୍ତ ପୁରୁଷ ତୁମ୍ଭେ ତାର ନିକଟରେ 
ଉପସ୍ଥିତ କିମ୍ପା ହେବ ଅଜ୍ଞତା ପଣରେ । 
ଏ ବ୍ରାହ୍ମଣ ହୋଇଅଛି ପ୍ରେତତ୍ବରୁ ମୁକ୍ତ 
ତେଣୁ ଭଗବାନଙ୍କର ଅଟେ ପ୍ରିୟପାତ୍ର । 
ବଟ ସାଗର ମଧ୍ଯରେ ମସ୍ସ୍ୟ ଅବତାର 
ଶ୍ଲେତ ମାଧବ ଅଛନ୍ତି ଉଭୟ ପାର୍ଶ୍ଚର । 
ମୁକ୍ତିପ୍ରଦ ଶ୍ରୀପୁରୁଷୋତ୍ତମ କ୍ଷେତରବରେ 
ଚତୁର୍ମଧ୍ୟସ୍ଥଳେ ମୁକ୍ତି ମିଳେ ବିଶେଷରେ । 
ସ୍ଵୟଂ ଭଗବାନ ଦାରୁ ଦେହରେ ଅଛନ୍ତି 
ଏ ସ୍ଥାନେ ଜୀବଗଣଙ୍କୁ ମୁକତି ଦିଅନ୍ତି । 
ଯାହାଙ୍କର ପାପ ପୁଣ୍ୟ ହୋଇଅଛି କ୍ଷୟ 
ତାହାଙ୍କର ଏହି ସ୍ଥାନେ ହୁଏ ଆୟୁ କ୍ଷୟ । 
ହେ ଯ଼ମ ତୁମ୍ଭେ ଏ କ୍ଷେତ୍ର ମହିମା ନ ଜାଣ 
କେଉଁ ହେତୁ କରୁଅଛ ବୃଥା ଏ ଗର୍ଜନ । 
ଏ କ୍ଷେତ୍ରରେ ବିଜେ କରିଛନ୍ତି ଭଗବାନ 
ତାହାଙ୍କର ମୁଖପଦ୍ଧ ସର୍ବଦା ପ୍ରସନ୍ନ | 
ଦୁଇବାହୂ ଟେକି କରୁଛନ୍ତି ମୁକ୍ତିଦାନ 
ଦୀନ ଜନଙ୍କର ଦୁଃଖ କରନ୍ତି ହରଣ | 
ପ୍ରଭୁଙ୍କ ଦେହ ସ୍ଵରୂପ ଏ କ୍ଷେତ୍ର ମଧ୍ଯରେ 
ଯେକୌଣସି ସ୍ଥାନେ ଯଦି ଦେହତ୍ୟାଗ କରେ । 
ସେ ଜନଗଣଙ୍କ ସଦା ମୁକତି ପ୍ରଦାନ 
ସାକ୍ଷାତେ କରନ୍ତି ସ୍ଵୟଂ ପ୍ରଭୁ ଭଗବାନ । 
ପୂର୍ବକାଳ କଥା କିମ୍ପା ନ କର ସ୍ମରଣ 
ଏ ସ୍ଥାନରେ ନୀଳମଣିମୟ ଭଗବାନ । 
ତୁମ୍ଭଙ୍କୁ ସକଳ କଥା କହିଲେ ବୁଝାଇ 
| | କାକପକ୍ଷୀ ମୁକ୍ତ ହେଲା ଦେଖୁଛ ତ ରହି । 
ସେ ସକଳ କଥା କିମ୍ପା ମନୁ ପାସୋରିଲ 
ସେହି ପ୍ରଭୁ ଦାରୁରୁପେ ବିଜେ ନୀଳାଚଳ । 
ବୈଷ୍ଣବ ପ୍ରଧାନ ମହାରାଜା ଇନ୍ଦ୍ରଦ୍ୟୁମ୍ନ 
ସହସ୍ରାଶ୍ଵମେଧ ଯାଗ କଲେ ଏହିସ୍କାନ 
ତ୍ରିଲୋକବାସୀ ସକଳେ ହେଲେ ଉପସ୍ଥିତ 
ଦେବରଖି ସିଦ୍ଧଯତି ରାଜାଙ୍କ "ସହିତ 
ସ୍ଵୟଂ ବ୍ରହ୍ମା ଉପସ୍ଥିତଃ ହେଲେ ଏ ସ୍ଥାନରେ 
ଦାରୁ ରୂପରେ ପ୍ରଭୁଙ୍କୁ ପ୍ରତିଷ୍ଠା କରିଲେ 
ଦାରୁରୁପେ ଭଗବାନ ଜୀବମାନଙ୍କର 
ଜୀବର ସଞ୍ଚତ ପାପ କରୁଛନ୍ତି ଦୂର 
ଯେ ରୂପେ ଅଗ୍ନିରେ ତୁଳା ଭସ୍ପ ହୋଇଯାଏ 
ସେ ରୂପେ ପାତକ ରାଶି କ୍ଷୟ ହୋଇଥାଏ । 
ପ୍ରଭୁଙ୍କୁ ଦର୍ଶନ କରି ଏ କ୍ଷେତ୍ରେ ମରଣ 
ହେଲେ ଭଗବାନ ମୁକ୍ତି କରନ୍ତି ପ୍ରଦାନ 
ହେ ଯ଼ମ୍ନ ସମ୍ମୁଖେ ଦେଖ ଭଗବାନଙ୍କର 
ସୁଦର୍ଶନ ଚକ୍ର କରେ ଦୁଷ୍ଟଙ୍କୁ ସଂହାର 
ଏତିକିବେଳେ ଏ ସ୍ଥାନୁ କର ପଳାୟନ 
ନିଜ ଅଧ୍ବକାରେ ସୁଖେ କର ଅବସ୍ଥାନ 
ଏକାଳେ ପ୍ରଧାନ ବିଷ୍ଣୁ ଦୂତ ବ୍ରାହ୍ମଣକୁ 
ଟେକି ନେଇଗଲେ ଚତୁଃସୀମାର ମଧ୍ୟକୁ 
ସେ ବିପ୍ରର ପ୍ରାଣ ଥାଇ ବିହଵଳ ଚିତ୍ତରେ 
ପ୍ରବେଶ କରନ୍ତେ ଚତୁଃସୀମାର ମଧ୍ୟରେ । 
ପଞ୍ଚଜନ୍ୟ ଶଙ୍ଖଧ୍ବନି କଲେ ଭଗବାନ 
ତାହା ଶୁଣି ଯମଗଣ କଲେ ପଳାୟନ । 
ସେ କ୍ଷଣରେ ବ୍ରାହ୍ମଣର ସର୍ବାଙ୍ଗ ଉପରେ 
ପୁଷ୍ପବୃଷ୍ଠି କଲେ ଦେବଗଣ ଆକାଶରେ । 
ଶଙ୍ଖ ଚକ୍ର ଗଦାପଦ୍ଧ ଶା ଧନୁ କରେ 
କଟୀଦେଶ ଶୋଭା ପାଏ ପୀତ ବସନରେ 
ବକ୍ଷରେ କୌସ୍ତୁଭମଣି ଦେହ ନୀଳବର୍ଣ୍ଣ 
ଗରୁଡ଼ ପୃଷ୍ଠରୁ କଲେ ସେ ଅବତରଣ 
ବାମଦେବ ଶୁକଦେବ ଆଦି ମୁନିଗଣ 
ତେଜିଣ ପାଥିବ ଘଟ ପଟ ଆଦି ଜ୍ଞାନ 
ଯେଉଁପରି ତାହାଙ୍କର ହୋଇଲା ନିର୍ବାଣ 
ବ୍ରାହ୍ମଣ କର୍ଣ୍ଣେ କହିଲେ ସେହି ତତ୍ତଵଜ୍ଞାନ । 
ଏହିପରି ବିଷୁଦତ୍ତଜ୍ଞାନ ପ୍ରଭାବରେ 
ବ୍ରାହ୍ମଣର ମୋକ୍ଷ ରଜ୍ଜୁ ଛିଡ଼ିଲା ସତ୍ତ୍‌ରେ 
ପ୍ରଭାତ କାଳରେ ସୂଯ୍ୟପରି ତେଜିୟାନ 
ଅପୂର୍ବ € ତେଜକୁ ଲାଉ କରେ ସେ ବ୍ରାହ୍ମଣ । 
ଦୁର୍ବାସାଦି ରଖି ତହିଁ ଆଉ ଯେତେ ଥିଲେ 
ବ୍ରାହ୍ମଣ ଦେହର ତେଜ ନୟନେ ଦେଖୁଲେ । 
ଭଗବାନଙ୍କର ଚକ୍ର ପଦ୍ଧର ମଧ୍ୟରେ 
ସେ ତେଜ ବିଲୀନ ହେଲା ସେହି ସମୟରେ । 
ଏହାପରେ ଅନ୍ତର୍ଯ୍ୟାମୀ ହରି ଜଗନ୍ନାଥ 
ସେହିସ୍ଥାନେ ସେହିକ୍ଷଣେ ହେଲେ ଅନ୍ତର୍ହିତ । 
ଦୁର୍ବାସା ରଖି ମନରେ ବିସ୍ୟ ହୋଇଲେ 
ବ୍ରହ୍ମଲଲୋକକୁ ଗମନ କଲେ ସେ କାଳରେ । 
ସ୍କନ୍ଦପୁରାଣେ ଉକତ ଉତ୍କଳ ଖଣ୍ଡରେ 
ଏ ପଞ୍ଚ ଅଧ୍ୟାୟଶେଷ ଉତ୍କଳ ଭାଷାରେ । 
ଜୟ ଜୟ ଜଗନ୍ନାଥ ଜୟ ବଳରାମ 
ଜୟମା ସୁଭ୍ଦ୍ରା ଦେବୀ ତୋ ପାଦେ ଶରଣ । 
ବୃଥା କାର୍ଯ୍ୟେ ମାତି ଦିନ ବହି ଯାଉଅଛି 
ରାତ୍ରିହେଲେ ନିଦ୍ରା ଦେବୀ ନୟନେ ଘ୍ମାରୁଛି । 
ସ୍ମରଣ ମନନ କରିବାକୁ ବେଳ ନାହିଁ, 
ପ୍ରଥମରୁ ଗୁରୁ ବାକ୍ୟ କର୍ଣ୍ଣେ ଶୁଣିନାହି । 
କେଉଁପରି ହେବ ନିଦିଧ୍ୟାସନ ସମ୍ଭବ 
ଏ ଦୀନ ଜନକୁ ତ୍ରାହିକର ଦେବ ଦେବ । 
ଏତିକି ମାତ୍ର ମାଗୁଛି ଚରଣ ତଳରେ 
ଅନ୍ତିମ କାଳେ ଦେଖୁବି ଚର୍ମ ନୟନରେ । 
ଜିହ୍ଵାରେ ତୁମ୍ଭର ନାମ କରୁଥୁବି ଗାନ 
| | କହେ ହରିହର ଅନ୍ୟେ ନାହିଁ ପ୍ରୟୋଜନ । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣେ ନାମ 
ପଞ୍ଚାଶତ ଅଧ୍ୟାୟଃ | 





ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





. 

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ