ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ବ୍ଵିଚତ୍ସାର୍ଗଂଶୋଧୟାୟଃ

 ଦ୍ଵିଚତ୍ସାରିଂଶ ଅଧ୍ଯାୟ 

ଜୈମିନି ମୁନି କହିଲେ ଫାଲ୍‌ଗୁନ ମାସରେ 
ପ୍ରଭୁଙ୍କ ଦୋଳ ଉତ୍ସବ କରିବ ବିଧ୍ବରେ 
ମନୁଷ୍ଯମାନଙ୍କୁ ଅନୁଗ୍ରହ କରିବାକୁ 
ଗୋବିନ୍ଦ କରନ୍ତି ବଜେ ଦୋଳାରୋହଣକୁ । 
କରିବ ଫାଲଗୁନ ମାସେ ଏ ଦୋଳ ଉତ୍ସବ 
ଗୋବିନ୍ଦଙ୍କ ପ୍ରତିମୂରି ନିର୍ମାଣ କରିବ 
ପ୍ରଭୁଙ୍କ ମନ୍ଦିର ସିଂହଦ୍ଵାର ନିକଟରେ 
ଦୋଳ ମଣ୍ଡପ ନିର୍ମାଣ କରିବ ବିଧ୍ଵରେ । 
ଚତୁର୍ଦ୍ଦିଗେ ଚାରିଦ୍ଵାର ଷୋଳଗୋଟି ସ୍ତମ୍ଭ 
ମଧ୍ୟସ୍ଥଳରେ ବେଦିକା ଶୋଭା ପାଉଥୁବ 
ଚତ୍ଃଷ୍ତୋଣ ଅତି ଉଚ୍ଚ ସେ ମଣ୍ଡପ ହେବ 
ଉନ୍ଧ୍ଦେଶେ ଚନ୍ଦ୍ରାତପ ଶୋଭା ପାଉଥିବ 
ଚାରିପାଖ ଧ୍ଵଜାମାଳା ଚାମର ଶୋଭିତ 
ବେଦୀ ମଧ୍ଯରେ ଶ୍ରୀପର୍ଣ୍ଣ କାଷ୍ଟରେ ନିର୍ମିତ 
ଭଦ୍ରାସନ ଫଲଗୁ ଉତ୍ସବରେ ସଜାଇବ 
ତ୍ରିଦିନ ବା ପଞ୍ଚଦିନ ଉତ୍ସବ କରିବ 
ଚତୁର୍ଦ୍ଦଶୀ ଦିନ ସାୟଂ କାଳରେ କରିବ 
ଦୋଳ ମଣ୍ଡପର ପୂର୍ବଭାଗେ ବହ୍ୟୁସବ 
ଏ ଦୋଳ ଯାତ୍ରାର ଅଙ୍ଗ ଏ ବହି ଉତ୍ସବ 
ଗୋବିନ୍ଦଙ୍କ ପ୍ରିୟ ବୋଲି ଏହାକୁ ବୁଝିବ 
ପ୍ରଥମରେ ଆଚାର୍ଯ୍ୟଙ୍କୁ କରିବ ବରଣ 
ଅଗ୍ନି ଉତ୍ପନ୍ନ କରିବ କାଷ୍ଠକୁ ଘଷିଣ 
ପଞ୍ଚ ଭୁସଂସ୍କାର କରି ଯଥା ବିଧାନରେ 
ମେଷ ସ୍ଥାପନ କରିବ ତୃଣ କୂଟୀରରେ 
କାଷ୍ଠ ଜାତ ଅଗ୍ନିକୁ ସେ ତୃଣେ ପକାଇବ 
ଅଗ୍ନି ଦେବଙ୍କୁ ବିଧାନେ ଅର୍ଚନା କରିବ 
କୁଷ୍କାଣ୍ଡ ବିଧ୍ଵରେ ହୋମ ଅବଶ କରିବ 
ଏହାପରେ ଗୋବିନ୍ଦଙ୍କୁ ମନ୍ତ୍ରରେ ପୂଜିବ । 
ସାତଘେରା ବୁଲାଇବ ପ୍ରଭୁଙ୍କୁ ସେ ସ୍ଥାନେ 
ଯାତ୍ରା ଶେଷଯାଏ ଅଗ୍ନି ରଖଵବ ଯତନେ । 
ଏହିକାଳେ ଗୋବିନ୍ଦଙ୍କୁ କରିଲେ ଦର୍ଶନ 
ସକଳ ପାପରୁ ମୁକ୍ତ ହୁଏ ସେହି ସ୍ଥାନ 
ଚତୁର୍ଦ୍ଦଶୀ ଦିନ ରାତ୍ର ଚତୁର୍ଥ ପ୍ରହରେ 
ପ୍ରଭୁଙ୍କୁ ପୂଜିବ ଗୋବିନ୍ଦଙ୍କ ସହିତରେ 
ଅବଶିଷ୍ଟ ଉପଚାର ଗୋବିନ୍ଦଙ୍କୁ ଦେବ 
ପ୍ରଭୁଙ୍କ ଦେହରୁ ମାଲ୍ୟ ବସନ ଆଣିବ 
ଜ୍ୟୋତିର୍ମୟ ରୂପ ମନମଧ୍ୟେ କରି ଧ୍ୟାନ 
ଗୋବିନ୍ଦଙ୍କୁ ପିନ୍ଧାଇବ ମାଳ ଓ ବସନ 
ଏ ରୂପେ ପୁଜିତ ହୋଇ ସେ ଗୋବିନ୍ଦ ମରି 
ସାକ୍ଷାତରେ ଜଗନ୍ନାଥ ରୂପେ ଶୋଉାପାନ୍ତି । 
ରତନ ଦୋଳାରେ ବସାଇଣ ଏହାପରେ 
ସ୍କାପନ କରିବ ନେଇ ସ୍କାନ ମଣ୍ଡପରେ । 
ଶଙ୍ଖ ଧ୍ବନି ସହ ନାନା ବାଦ୍ୟ ବଜାଇବ 
ଜୟଗାନ ପ୍ୂଷ୍ଠବୃଷ୍ଠି ଆଦି କରାଇବ | 
ଛତ୍ରଧ୍ଵଜା ପତାକାଦି କରି ଉତ୍ତୋଳନ 
ଚାମର ଆଲଟ ଧରି କରିବ ବ୍ୟଜନ | 
ଧାଡ଼ି ଧାଡ଼ି ଦୀପମାଳା ନିବିଡ଼ ଭାବରେ 
ମହୋତ୍ସବ କରାଇବ ଏହି ବିଧାନରେ । 
ଗୋବିନ୍ଦଙ୍କ ମହୋତ୍ସବ କରିବେ ଦର୍ଶନ 
ଗୋପନେ ଆସନ୍ତି ବ୍ରହ୍ମା ରଷି ଦେବଗଣ । 
ଗୋବିନ୍ଦଙ୍କୁ ଭଦ୍ରାସନୋପରେ ବସାଇଣ 
ଯଥାବିଧ୍ବ ଉପଚାରେ କରିବ ଅର୍ଚ୍ଚନ 
ମହାମ୍ଳାନ ବିଧାନରେ ପଞ୍ଚାମୂତାଦିରେ 
ସ୍ଵାନ ଅଭିଷେକ କରି ଚନ୍ଦନ ଜଳରେ । 
| ସେ କାଳେ ଶ୍ରୀ ସୂକ୍ତ ପଢ଼ି ଅଙ୍ଗ ପୋଛିଦେବ 
ବସ୍ତ୍ର ଅଳଙ୍କାର ମାଲ୍ୟ ଆଦି ପିନ୍ଧାଇବ । 
ମନ୍ଦିର ବାହାରେ ସାତଥର ବୁଲାଇବ 
ଘଣ୍ଟ ଘଣ୍ଟି ମଦିରା ଯେ ବାଜା ବାଜୁଥବ । 
ପତାକାଦିରେ ଶୋଭିତ ନିର୍ମଳ ପଥରେ 
ଗୋବିନ୍ଦଙ୍କୁ ନେଇଯିବ ରତନ ଦୋଳାରେ । 
ପ୍ରଦକ୍ଷିଣ ସାତବାର ମଣ୍ଡପ ତଳରେ 
ସାତଥର ବୂଲାଇବ ମଣ୍ଡପ ଉପରେ | 
ସାତଥର କରାଇବ ବେଦୀ ପ୍ରଦକ୍ଷିଣ 
ଯାତ୍ରାଶେଷେ ପ୍ରଦକ୍ଷିଣ ଏହି ପରିମାଣ | 
ଆଦ୍ୟେ ଏକବିଂଶ ଶେଷେ ଏକବିଂଶ ବାର 
| | ବୟାଳିଶ ବାର ପ୍ରଦକ୍ଷିଣ ପ୍ରଭୁଙ୍କର | 
ଏହି ଲୀଳା ସ୍ଵମୁଖରେ ବ୍ରହ୍ମା କହିଥୁଲେ: 
ଇନ୍ଦ୍ରଦ୍ୟୁମ୍ପ ଏହି ବିଧାନରେ କରିଥଲେ । 
ଭକ୍ତଗଣ ସେ ସ୍ଥାନରେ କରିବେ ଏମନ୍ତ 
ଫଳ ପୁଷ୍ପାକ୍ଷତ ତରୁ ରାଜିରେ ଶୋଭିତ । 
ମଧୁ ଗନ୍ଧରେ ଉନ୍ନତ୍ତ ସକଳ ଭ୍ରମରେ 
ଗୁଣୁ ଗୁଣୁ ଧ୍ବନି କରୁଥିବେ ସେ ସ୍ଥାନରେ । 
କର୍ଣ୍ଣ ସୁଖକର କୋକିଳର କୁହୁସ୍ବର 
ନିରନ୍ତର ପକ୍ଷୀ ଧ୍ବନି ମନ ମୁଗ୍ଧକର | 
ଉତ୍ତମ ଦ୍ରବ୍ୟରେ ସେହି ସ୍ଥାନ ସଜାଇବ 
ମାଳାଗୁରୁ ଧୂପ ଗନ୍ଧେ ମହକି ଉଠିବ 
ବୃନ୍ଦାବନ ପରି ଶୋଭା ପାଇବ ସେ ସ୍ଥାନ 
|| କେତକୀ କୁସୁମ ଗନ୍ଧ ଚଉଦିଗେ ପୂର୍ଣ୍ଣ । 
ମଲ୍ଲି ଅଶୋକ ଚମ୍ପକ ପୁନ୍ନାଗଚୁକ୍ଷରେ 
ପୁଷ୍ଠରାଜି ଶୋଭା ପାଉଥବ ସେ ସ୍ଥାନରେ । 
ଏହିପରି ବିରଚିତ ଉଦ୍ୟାନ ମଧ୍ଯରେ 
ପତାକା ତୋରଣାଦିରେ ଶୋଭା ମଣ୍ଡପରେ । 
ଦୋଳନ ପୀଠେ ସଜ୍ଜିତ ରତନ ଖଟରେ 
ପ୍ରଭୁଙ୍କୁ ବସାଇ ଝୁଲାଇବ ଧୀରେ ଧୀରେ । 
ପ୍ରଭୁଙ୍କ ଶିରେ ମୁକୁଟ କର୍ଶରେ କୁଣ୍ଡଳ 
ରତ୍ସହାରେ ଶୋଭା ପାଉଥିବ ବକ୍ଷସ୍ଥନ 
ଯେ ଭୂଷଣ ଯେଉଁ ଅଙ୍ଗେ ଦିଶଇ ସୁନ୍ଦର 
ସେ ଅଟ୍ଗିଂରେ ପିନ୍ଧାଇବ ସେହି ଅନଙ୍କାର 
ବିଶ୍ଵ ପାଳନ କାରିଣୀ କମଳା ସାହରେ 
ଉପବିଷ୍ଟ ପ୍ରସ୍ଗୃଟିତ ପଦ୍ଧ ଆସନରେ 
ଶମ୍ଖଂ ଚତ୍ର ଗଦା ପଦ୍ଧ ହସ୍ତରେ ଧରିଣ 
ଗଳଦେଶେ ୧ ବନମାଳା ଦିଶଇ 5ଶାଉନ 
ଶାନ୍ତ ମୁ ଭୁନାସିକା ସୁନ୍ଦର 
ସୁପ୍ତ ଶର ବକ୍ଷସ୍ଜ ଅତି ମନୋହର 
ଦ୍ବାରଦେଶେ ଦେବଗଣ କରି ଅବସ୍ଥାନ 
କରଦୂଇ । ଯୋଡ଼ି କରୁ ଜୟଗାନ 
ସଗ ଗାୟକ ଗନ୍ଧର୍ବ ଅପ୍ସରା ସଜଳ 
ସିଦ୍ଧ ଚାରଣ କିନ୍ଧର ସବେ ହୋଇ ଠୁଳ 
ପ୍ରଭୁଙ୍କ ପଡ୍ଧଚରଣ କରନ୍ତି ଅଙ୍ଗନ 
ସହସ୍ର ସହସ୍ର ନେତ୍ରପଦ୍ଧକୁ ଦେଇଣ 
ଚାରିଆଡ଼େ ଘେରି ସର୍ବେ ହୋଇ ଆଗଭର 
ସୁଗନ୍ଧ ଚନ୍ଦନ ରଜ ଫିଙ୍ଗନ୍ତି ଶରୀର 
ଏହିପରି ଚିନ୍ତା ମନ ମଧ୍ଯରେ କରିବ 
ରତନ ଦୋଳାରେ ଗୋବିନ୍ଦଙ୍କୁ ବସାଇବ । 
ନାନାବିଧ ଉପଚାର ଦେଇଣ ପୂଜିବ 
ପୂଜା ଶେଷେ ଏହିପରି ଭାବନା । କରିବ 
ଶୀ ଗୋବିନ୍ଦ ବୃନ୍ଦାବନେ କଦମ୍ବ ମୂଳରେ 
ଗୋପୀଗଣରେ ବେଷ୍ଟିତ ଯମୁନା କୂଳରେ | 
ହାସ୍ୟ ପରିହାସ ସହ କ୍ରୀଡ଼ା କରୁଛନ୍ତି 
ବହୁ ଗୋପାଳ ଗୋପିକା ରୁଣ୍ଡ ହୋଇଛନ୍ତି । 
କରୁଛନ୍ତି ଧୀରେ ଧୀରେ ଦୋଳ ସଂଚାଳନ 
ଏହିପରି ମନମଧ୍ୟୟେ ଚିନ୍ତିବ ସେକ୍ଷଣ 
କର୍ପୁର ମିଶାଇ ଗନ୍ଧ ଦ୍ରବ୍ୟ କରି ଚୁର୍ଣ୍ଣ 
ପ୍ରଭୁଙ୍କର ଶ୍ରୀଅଙ୍ଗକୁ କରିବ କ୍ଷେପଣି 
ଚାରିଆଡ଼େ ଉଡୁଥିବ ପତାକା ସଂଳ 
ନାନାରଙ୍ଗେ ରକ୍ତପାତ ହରିତ ସକଳ 
ଦିବ୍ୟ ଧୂପ ଗନ୍ଧେ ସ୍ଥାନ ଅତି ସୁବାସିତ 
ଚାମର ଧରି ଆନନ୍ଦେ ଗାଇବ ସଂଗୀତ । 
ଗୁଣଗାନେ ପ୍ରଭୁଙ୍କର ମନକୁ ତୋଖଷିବ 
ଧୀରେ ଧୀରେ ସପ୍ତବାର ଦୋଳା ଝୁଲାଇବ | 
ସେ କାଳରେ ଯେଉଁ ଜନ କରଇ ଦର୍ଶନ 
ଦୋଳ ମଞ୍ଚରେ ଗୋବିନ୍ଦଙ୍କର ଆରୋହଣ । 
ବ୍ରହ୍ନହତ୍ୟା ଆଦି ପଞ୍ଚ ମହାପାତକରୁ 
ମୁକ୍ତ ହୋଇ ତରିଯାଏ ସଂସାର ସାଗରୁ । 
ଯେ ପ୍ରଭୁ ସକଳ ପାପ ହରଣ କରନ୍ତି 
¡ |ଯେ ଭକ୍ତମାନଙ୍କୁ ଅନୁଗ୍ରହ କରିଥାନ୍ତି | 
ତେ ଠା ମୋକ୍ଷର କାରଣ ଭଚବାନଙ୍କର 
ପୂନର୍ବାର ଦୋଳା ଝୁଲାଇବ ତିନିବାର । 
ଭଗବାନଙ୍କର ଲୀଳା ପ୍ରକୃତ ବା ହେଉ 
ଅଥବା ସେ ଲାଳା ଅପ୍ରାକୃତ ହୋଇଥାଉ । 
ଯେପରି ହେଉ ସେପରି କରିଲେ ଦର୍ଶନ 
ପାପକ୍ଷୟ ହୋଇଯାଏ ସନ୍ଦେହ ନ ମଣି । 
ଦୋଳ ମଞ୍ଚେ ଆରୋହଣ ଆବର ଦଶନ 
ଏ ଦୁଇଦୋଳ ଯାତ୍ରାର ଅଙ୍ଗରୂପେ ଜାଣ 
ସକଳ ଉପପାତକ ହୁଅଇ ଦହନ | 
ପ୍ରଭୁଙ୍କ ଦୋଳନ କରେ ଦର୍ଶନ ଯେ ଜନ 
ତାହାର ଅଶେଷ ପାପ ହୁଅଇ ଦହନ | 
ପ୍ରଭୁଙ୍କୁ ଦୋଳ ଉପରେ ଯେ କରେ ଦର୍ଶନ 
ତ୍ରିବିଧ ପାପରୁ ମୁକ୍ତ ହୁଏ ସେହି ଜନ | 
ବ୍ରାହ୍ମଣ ଯଦ୍ୟପି ଦୋଳ ଉତ୍ସବ କରିବ 
ଜ୍ଞାନ ଲଭି ଚାରିବେଦେ ପାରଗ ହୋଇବ । 
କ୍ଷତ୍ରିୟ କରିଲେ ଚକ୍ରବର୍ଭୀ ରାଜା ହେବ 
ଏକଥା ନିଶ୍ଚୟ ବେଶ୍ୟା ଧନଶାଳୀ ହେବ । 
ଶୁଦ୍ରଜାତି ପାତକରୁ ହୋଇବେ ମୁକତ 
ସନ୍ଦେହ ନ କର ଏହି କଥା ଅଟେ ସତ୍ୟ । 
ଶ୍ରୀସ୍କନ୍ଦ ପୁରାଣେ ଉକ୍ତ ଉତ୍କଳ ଖଣ୍ଡରେ 
ବୟାଳିଶ ଛାନ୍ଦ ଶେଷ ଉତ୍କଳ ଭାଷାରେ । 
ଲୀଳାମୟ ନିଜ ଇଚ୍ଛା କରିବାକୁ ପୂର୍ଣ 
ଆନନ୍ଦ ଧାମରୁ ଜୀବଲୂପେ ଅବତୀର୍ଣ୍ଣ | 
ଜୀବରୂପେ ଧରି ପ୍ରଭୁ ଅତି ଆନନ୍ଦରେ 
ନିତି ଲୀଳା କରୁଅଛ ବିଷୟ ଆଶାରେ । 
ଜୀବର ବିଷୟ ଆଶା କରିବାକୁ ନାଶ 
ନୀଳାଚଳ ଧାମେ ଲୀଳା କରୁଛ ଅଶେଷ । 
ଜୟ ଜୟ ଜଗନ୍ନାଥ ଲକ୍ଷ୍ମୀଦେବୀ କାନ୍ତ 
ଆପଣଙ୍କ ଲୀଳା ଦେଖି ଜୀବ ହୁଏ ମୁକ୍ତ 
ନିତି ଧାଇଁଛନ୍ତି ଦୂର ଦେଶୁ ନର ନାରୀ 
ଦୀନ ହରିହର ମାଗେ ଭବୂ କରି ପାରି । 
ଇତିଶ୍ରୀ ସ୍କନ୍ଦ ପୂରାଣେ ଉତ୍ମଳଖଣ୍ଡେ ଦୋଳଯାତ୍ରା 
ମହୋତ୍ସବ ବର୍ନନେ ନାମ ବ୍ଵିଚତ୍ସାର୍ଗଂଶୋଧୟାୟଃ । 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ