ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟମୋଧଧ୍ୟାୟଃ

 ଅଷ୍ଟମ ଅଧ୍ୟାୟ 


କହନ୍ତି ଜୈମିନି ବିଦ୍ୟାପତିଙ୍କର କଥା 
ଶୁଣନ୍ତେ ଶବର କଲା ମନେ ବଡ଼ ଚିନ୍ତା । 
ଆଜି ତ ଦୁର୍ଦୈବ ଆସି ହେଲା ଉପସ୍ଥିତ 
ଆମ୍ଭମାନଙ୍କର ପ୍ରଭୁ ରହିଥିଲେ ଗୁପ୍ତ | 
ଆମ୍ଭମାନଙ୍କ ସମ୍ପଦ ପ୍ରଭୁ ଜନାର୍ଦ୍ଦନ 
ବ୍ରାହ୍ମଣ ଦେଖୁଲେ ଜ୍ଞାତ ହେବେ ସର୍ବଜନ । 
ନିଜନତା ଭାଙ୍ଗିଦେବେ କରି ଆଗମନ 
ଯହିଁ ଇହ ପରଲୋକ କରିଲି ସାଧନ । 
ନ ଦେଖାଇ ବ୍ରାହ୍ମଣକୁ ଯେବେ 'ଫେରାଇବି 
ଏ ବ୍ରାହ୍ମଣ ଶାପ ହେଲେ ତାହା ମୁଁ ଭୋଗିବି: 
ସକଳ ଜାତିର ମାନ୍ୟ ଅତିଥ ବ୍ରାହ୍ମଣ 
ଫେରିଗଲେ ନାଶ ହେବ କୃତ ପୁଣ୍ୟ-କର୍ମ । 
ଶବର ପୂଙ୍ଗବ ବିଶ୍ଵାବସୁ ବିଚାରିଲେ 
ପ୍ରଚୀନ ଜନ ପ୍ରବାଦ ସ୍ମରଣ କରିଲେ ।
ଏ ସ୍କାନେ ଆସିବେ ଇନ୍ଦ୍ରଦ୍ୟୁମ୍ନ ପ୍ରଜାନାଥ 
ନୀଳମାଧବ ଭୂତଳେ ହେବେ ଅନ୍ତହିଁତ 
ମନୁଷ୍ୟ ଶରୀର ଧରି ରାଜା ଇନ୍ଦ୍ରଦ୍ୟୁମ୍ନ 
ବ୍ରହ୍ମଲୋକ ପରିଯନ୍ତେ କରିବେ ଗମନ 
ପ୍ରଜାବର୍ଗ ସହିତରେ ଆସି ଏହି ସ୍ଥାନ 
ଶିତ ଅଶ୍ଵମେଧ ଯାଗ କରିବେ ସମ୍ପନ୍ନ 
ଦାରୁମୟ ରୂପ ଧରି ପ୍ରଭୁ ଭଗବାନ 
ଚତୁର୍ବା ରୂପରେ ତାଙ୍କୁ ଦେବେ ଦରଶନ 
ଅତିଥ ବ୍ରାହ୍ମଣ ହୋଇଥଲେ ଭାଗ୍ୟବାନ 
ଅନ୍ତର୍ବାନ ପୂର୍ବରୁ ଯେ କରିବେ ଦର୍ଶନ 
ଅତଏବ ସମାଗତ ଅତିଥ ବ୍ରାହ୍ମଣ 
ନେଇ କରାଇବି ନୀଳମାଧବ ଦର୍ଶନ 
ଇଶ୍ଵର କରିବେ ଯାହା ତାହା ସିଦ୍ଧ ହେବ 
ମନୁଷ୍ୟ ଶତ ଚେଷ୍ଟାରେ କରି ନ ପାରିବ 
ଏପରି ବିଚାର ମନେ କରିଲା ଶବର 
ବିଷ୍ଣୁ ସ୍ମରି ବ୍ରାହ୍ମଣକୁ ଦେଲା ସେ ଉତ୍ତର 
ଏକଥା ପୂର୍ବ କାଳରୁ ଶୁଣିଅଛୁ ଆମ୍ଭେ 
ଇନ୍ଦ୍ରଦ୍ୟୁମ୍ନ ମହାରାଜା ଏସ୍ଥାନେ ଆସିବେ 
ନୀଳ -ଇନ୍ଦ୍ରମଣିମୟ ଦେବ ଭଗବାନ 
ବିପ୍ର ତୁମ୍ଭେ ଚର୍ମନେତ୍ରେ କରିବ ଦର୍ଶନ 
ବିଶ୍ଵାବସୁ ଏହି କଥା କହିଲେ ସତ୍ତ୍ବର 
ହସ୍ତ ଧରି କରିନେଲେ ବିଦ୍ୟାପତିଙ୍କର 
ଜଣେ ମାତ୍ର ଯାଇପାରେ ପଥ ଗୋ ସଂକୀର୍ଣ୍ଣ 
ପଥର କଣ୍ଟା ବଣରେ ଅତୀବ ଦୁର୍ଗମ । 
ଅନ୍ଧକାରମୟ ପଥେ ଚଳିଲେ ସତ୍ତ୍ବର 
ପଥମଧ୍ୟେ କେତେ କଥା କହିଲେ ଶବର । 
ମୁହୂ୍ଇଁକେ କୁଣ୍ଡ ତଟେ ହେଲେ ଉପସ୍ଥିତ 
ରୋହିଣୀ କୃଣ୍ଡ ଦେଖାଇ କହିଲେ ଏମନ୍ତ । 
ହେ ବ୍ରାହ୍ମଣ ଏହି କୂଣ୍ଡ ନାମ ଯେ ରୋହିଣ 
ସ୍ମାନମାତ୍ରେ ବୈକୁଣ୍ଠକୁ କରିବ ଗମନ. 
ଏହାର ପୂର୍ବ ଦିଗରେ କଳ୍ପକାଳ ସ୍ଥାୟୀ 
କଳ୍ପବଟ ବିଦ୍ୟମାନ ଅଛି ତାର ଛାଇ 
ମନୁଷ୍ୟର ବ୍ରହ୍ମହତ୍ୟା ଦୋଷ କରେ ନାଶ 
କୁଣ୍ଡ ବଟ ମଧ୍ୟସ୍ପଳେ ନିକୁଞ୍ଜ ପ୍ରକାଶ 
କୁଞ୍ଜମଧ୍ୟେ ବେଦାନ୍ତରେ ଯେ ପ୍ରତିପାଦିତ 
ସେହି ସାକ୍ଷାତରେ ବିଜେ ଦେଖ ଜଗନ୍ନାଥ 
ଦର୍ଶନରେ ସର୍ବପାପ କ୍ଷୟ ହୋଇଯିବ 
ଶୋକ କରନାହିଁ ଭବ ସାଗରୁ ତରିବ 
ଜୈମିନି କହନ୍ତି ବିଦ୍ୟାପତି ବୁଦ୍ଧିମାନ 
ଅତି ଶୀଘ୍ର କୁଣ୍ଡ ଜଳେ କରିଲେ ସ୍ଵାହାନ । 
କାୟ ବାକ୍ୟ ମନରେ ଯେ କରିଲେ ପ୍ରଣାମ 
ଏକାଗ୍ର ଚିତ୍ତେ ଗାଇଲେ ସ୍ତୁତି ବାକ୍ୟମାନ । 
ଆହେ ପ୍ରଭୁ ସର୍ବବ୍ୟାପୀ ଦେବ ପରମେଶ୍ବର 
ପ୍ରକୃତି ପୁରୁଷାତୀତ ସର୍ବ ବସ୍ତୁ ସାର | 
ଚରାଚର ସୃଷ୍ଟି ପରିମାଣ ହୋଇ ପ୍ରାପ୍ତ 
ସେ ପରମ ବସ୍ତୁକୁ ମୁଁ କରେ ଦଣ୍ଡବତ । 
ଶ୍ରୁତି ସୃତି ଇତିହାସ ପୁରାଣେ ବର୍ଣ୍ଣିତ 
ଏକମାତ୍ର କର୍ନଦ୍ଵାରା ତୁମ୍ଭେ ଆରାଧ୍ୂତ | 
ବିଭୋ ସୃଷ୍ଟିକାଳେ ଏହି ଅଖୂଳ ଜଗତ 
ଆପଣଙ୍କ ଶରୀରରୁ ହୋଇଅଛି ଜାତ | 
ଆପଣ ଅଟନ୍ତି ଏକା ଜଗତ ଆଧାର 
ଜଗତ ପାଳନ କରିବାରେ ତତପର | 
ପ୍ରଳୟ କାଳ ହୁଅନ୍ତେ ସମଗ୍ର ଜଗତ 
ଆପଣଙ୍କ ଉଦରରେ ହୁଏ ଲୟ ପ୍ରାପ୍ତ | 
ବିଶାଳ ଉଦରେ ସୁଖେ କରେ ଅବସ୍ଥାନ 
ଅନ୍ତର୍ଯ୍ୟାମୀ କରୁଅଛି ତୁମ୍ଭଙ୍କୁ ପ୍ରଣାମ | 
ରକ୍‌ ଯର୍ଟୁଃ ସାମ ସ୍ଵରୂପ ଅଟନ୍ତି ଆପଣ 
ଦେବଗଣଙ୍କୁ ଦେବତା ତୁମ୍ଭେ ଭଗବାନ । 
ଚନ୍ଦ୍ର ସୂର୍ଯ୍ୟାଦି ଜ୍ୟୋତିଷ୍ଷ ରୂପେ ବିଦ୍ୟମାନ 
ହେଉଅଛି ଆହେ ପ୍ରଭୁ ତୁମ୍ଭଙ୍କୁ ପ୍ରଣାମ । 
ଗଙ୍ଗାଦେବୀ ଯାର ପାଦ-ପଦ୍ଦେ ଲଭିସ୍ତାନ 
ପବିତ୍ର ହୋଇ କରୁଛି ଜଗତ ପ୍ଲାବନ । 
ଗଙ୍ଗାଜଳ ପବିତ୍ରତା କାରୀ ନାରାୟଣ 
ତୁମ୍ଭ ଦୂଇ ପାଦପଦ୍ଦେ କରୁଛି ପ୍ରଣାମ | 
ଯଥାବିଧୁ ମନ୍ତ୍ର ପାଠ କରି ଯଜମାନ 
ଗୃତାହୃତି ଦେଇ କରେ ଅଗ୍ଧି ତରପଣ । 
ଯଜ୍ଞ ଭୋକତା ଆପଣ ସର୍ବ ଯ୍ଚେଶ୍ବର 
ନାରାୟଣ ରୂପେ ହବି ଗହଣ ଯେ କର । 
ଜଗତ ପରିବର୍ଭନ ଘଟାନ୍ତି ଆପଣ 
ରକ୍ଷା କରନ୍ତି ଜଗତବାସୀଙ୍କ ଜୀବନ । 
କରୁଛି ପ୍ରଣାମ ତୁମ୍ଭେ ସର୍ବସଙ୍ଗ ଶୂନ୍ୟ 
ମାୟାବଳେ ଶୁଭଫଳ କରୁଛ ପ୍ରଦାନ । 
ଆହେ ପ୍ରଭୁ .ବିଶ୍ଵଶାୟୀ ନିର୍ମଳ ସ୍ଵରୂପ 
ପ୍ରଣାମ କରେ ଗ୍ରହଣ କର ସର୍ବରୂପ | 
ତୁମ୍ଭେ ପ୍ରଭୁ ବହୁପାଦ ବହୁନେତ୍ର ଧାରୀ 
ବହୁ ମସ୍ତକରେ ବହୁ ମୁଖ ଅଛି ପୂରି । 
ବହୁ ବାହୁ ସର୍ବସ୍ଥାନେ ବିଜୟୀ ଆପଣ 
ପ୍ରାଣୀମାନଙ୍କ ଜୀବନରୂପୀ ନମୋ ନମଃ । 
ନମସ୍ତେ କମଳାକାନ୍ତ କମଳ ଆନନ 
ନମଃ କମଳ ପତ୍ରାକ୍ଷ ହେ ପୁରୁଷୋତ୍ତମ । 
ଆପଣଙ୍କୁ ପୁନଃ ପୁନଃ କରୁଛି ପ୍ରଣାମ 
ଭବ ବନ୍ଧନରୁ ମୋତେ କର ପରିତ୍ରାଣ 
ଅସାର ସଂସାରେ ଘୁରୁଅଛି ଜଗନ୍ନାଥ 
ରୋଗ ଶୋକ ବିପଦରେହୋଇଛି ପୀଡ଼ିତ 
ଦେବ ତୁମ୍ଭ ପାଦପଦ୍ଦେ ପଶିଲି ଶରଣ 
ଭବ ବନ୍ଧନରୁ ମୋତେ କର ପରିତ୍ରାଣ 
ଜୈମିନି କହନ୍ତି ଦ୍ଵିଜ ଶ୍ରେଷ୍ଠ ବିଦ୍ୟାପତି 
ସୁରେଶ୍ବର ପ୍ରଣବ ରୂପୀଙ୍କୁ କରି ସ୍ତୁତି 
ଶ୍ରୀହରିଙ୍କ ସମୀପରୈ ଆସନେ ବସିଲେ 
ପ୍ରଣତ ହୋଇ ପ୍ରଣବ ମନ୍ତ୍ର ଜପ କଲେ 
ଜପ ସମାପତ ହେଲା ଚିତ୍ତ ହେଲା ଶାନ୍ତି 
କରଯୋଡ଼ି ମନେ ମନେ ପ୍ରଭୁଙ୍କୁ ଚିନ୍ତନ୍ତି 
ଆଜି ଏ ଜୀବନ ଧନ୍ୟ ହେଲି କୃତ କୃତ୍ୟ 
ଦ୍ଵିଜଙ୍କୁ ଚାହିଁ ଶବର ବୋଲଇ ଏମନ୍ତ 
ହେ ଦ୍ଵିଜପୁଇ୍ଗବ ତୁମ୍ଭେ ପ୍ରଭୁଙ୍କ ଦର୍ଶନ 
କରି କୃତାର୍ଥ ହୋଇଛି ତୁମ୍ଭର ଜୀବନ 
ଦିନ ଅବସାନ ହେଲା ଶ୍ରମେ ବିଭୂକ୍ଷିତ 
ଆସ ଗୃହକୁ ଗମନ କରିବା ତୁରିତି 
ଅରଣ୍ୟରେ ହିଂସ୍ରଜନ୍ତୁ ଅଛନ୍ତି ବହୁତ 
ଏ ସ୍ଥାନେ ରହିବା ତେଣୁ ନୁହଇ ଉଚିତ 
ସୂର୍ଯ୍ୟଦେବ ଅସ୍ତାଚଳେ ଗମନ ନ କରୁ 
ଗୃହକୁ ଚଳିବା ଆମ୍ଭେ ଅରଣ୍ୟ ମଧ୍ୟରୁ 
ସର୍ବ ରଷିଗଣ ଶୁଣ ଶବର ପ୍ରଧାନ 
ବିଦ୍ୟାପତିଙ୍କର ହସ୍ତ କରିଲା ଧାରଣ 
ଅତି ବେଗେ ନିଜ ଗୃହେ କରନ୍ତେ ଗମନ 
ବିଦ୍ୟାପତି ଶ୍ରୀହରିଙ୍କୁ ମନେ କଲେ ଧ୍ୟାନ 
ଆନନ୍ଦ ସାଗରେ ମଗ୍ଧ ହେଲେ ତତକ୍ଷଣ 
ଭୁଲିଗଲେ କ୍ଷୁଧା ତୃଷା ଦୂର ହେଲା ଶ୍ରମ 
ପ୍ରସ୍ତର କଣ୍ଟକାକୀଣ୍ଡ ଦୂଗମ ପଥରେ 
ଗମନ କରନ୍ତେ ଶ୍ରମ ନ ହେଲା ଦେହରେ 
ଶରୀର ଅସ୍ଥାୟୀ ବୋଲି ବିଚାର କରିଲେ 
କିଛି ମାତ୍ର ଦୁଃଖ ବୋଧ କରି ନ ପାରିଲେ 
ବୈଷ୍ଣବ ଅଗ୍ରଣୀ ବିପ୍ରବର ଯେ ଶବର 
ଉଭୟେ ଗମନ କଲେ ଏହି ପରକାର 
ସାୟାହ୍ନ କାଳ ହୋଇଲା ଶବର ଗୃହରେ 
ଉପସ୍ପିତ ହେଲେ ମୁନିଗଣ ଶୁଣ ଧୀରେ 
ବ୍ରାହ୍ମଣ ଅତିଥି ପାଇଁ ଧନ୍ୟ ସେ ଶବର 
ଆଣିଲେ ଭୋଜ୍ୟ ପଦାର୍ଥ ବିବିଧ ପ୍ରକାର 
ସେହି ବିପ୍ରଙ୍କ ସୁନ୍ଦର ରୂପେ ଅରପିଲେ 
ତାହା ଦେଖୁ ବିଦ୍ୟାପତି ତି ମନରେ ଭାଜିଲେ 
ଶବର ନିକଟେ ଆଉ ଶବର ଗୃହରେ 
ଯାହା ଅସମ୍ଭବ ତାହା ଦେଖୁଲି ଏଠାରେ । 
ନିତି ପ୍ରତି ରାଜାମାନେ ଯେ ଦ୍ରବ୍ୟ ଭୁଞ୍ଜନ୍ତି 
ସେ ଦ୍ରବ୍ୟ ଦେଖୁ ବିସ୍ମୟ ହେଲେ ବିଦ୍ୟାପତି । 
ଦୁର୍ଗମ ବନରେ ଏ ଶବର ବାସ କରେ 
କାହୁଁ ମିଳିବ ଏ ଦ୍ରବ୍ୟ ପଡ଼ିଶା ଘରରେ । 
ଏହି ଚିନ୍ତାରେ ଆକୁଳ ହୁଅନ୍ତେ ବ୍ରାହ୍ମଣ 
ବିନୟରେ ବିଶ୍ଵାବସୁ କହିଲେ ବଚନ । 
ହେ ବିପ୍ର ତୁମ୍ଭର ଶ୍ରମ ହୋଉଅଛି ଦୂର 
କୁଧା ତୃଷା ଲାଘବ କି ହୋଇଛି ତୁମ୍ଭର । 
ବନବାସୀମାନଙ୍କର ଗ୍ୁହରେ କିପରି 
ନଗର ବାସୀଏ ଆଉ ସୁଖ ଭୋଗ କରି । 
ନଗର ବାସୀ କରନ୍ତି ଯେଉଁ ବ୍ୟବହାର 
କିପରି ଜାଣିବି ତାହା ଜାତିରେ ଶବର । 
ଯେତେ ଜନ ରାଜାଙ୍କର ଆଶ୍ରୟରେ ଥାନ୍ତି 
ପୁରୋହିତ ମନ୍ତ୍ରୀ ଦୂଇ ପ୍ରଧାନ ଅଟନ୍ତି । 
ପୁରୋହିତ ପାଇଥାନ୍ତି ପ୍ରଥମ ସମ୍ମାନ 
ଶାସ୍ତ୍ରମାନଙ୍କରେ ଏହା ହୋଇଛି ଲିଖନ । 
ଉତ୍ତମ ପ୍ରତାପଶାଳୀ ରାଜା ଇନ୍ଦ୍ରଦ୍ୟୁମ୍ନ 
ସନ୍ତୋଷ ହୋଇବେ ତୁଷ୍ଟ ହୋଇଲେ ଆପଣା 
ଅରଣ୍ୟବାସୀ ଶବର ଏ କଥା କହିଲେ 
ବିସ୍ଲୟରେ ବିଦ୍ୟାପତି ବଚନ ଭାଷିଲେ । 
ଆହେ ସାଧୁ କରିଅଛ ଯେତେ ଆୟୋଜନ 
ଏ ସକଳ ଦ୍ରବ୍ଯ ନୂହେଁ ମନୁଷ୍ୟ ଘଟନ । 
ଯେଉଁମାନେ କରୁଛନ୍ତି ସୁଖେ ରାଜପଣ 
ସେମାନଙ୍କୁ ନ ମିଳିବ ଏ ଦ୍ରବ୍ୟ ଭୋଜନ । 
ହେ ମିତ୍ର ଶବର ଗୃହେ ଏ ଦ୍ରବ୍ୟ ସଞ୍ଚତ 
କିପରି ହୋଇଛି ତାହା ଜାଣିବାକୁ ବ୍ଯସ୍ତ । 
କହିଲେ ଶବର ଶୁଣି ବ୍ରାହ୍ମଣ ବଚନ 
ଏହିଠାରେ ଯେତେ ଦ୍ରବ୍ୟ ଦେଖୁଛ ଆପଣ । 
ଏ ଦ୍ରବ୍ୟ ପାଇବା କଥା ଯଦିତ ଗୁପତ 
ତଥାପି ମୁଁ କହୁଅଛି ଶୁଣ ରାଜଦୂତ | 
ଆପଣ ଅଟନ୍ତି ଯେଣୁ ବ୍ରାହ୍ମଣ ଅତିଥ 
ଆପଣଙ୍କ ପ୍ରତି ଅଛି ମୋର ଶ୍ରଦ୍ଧା ଭକ୍ତି 
ତାହା କହୁଅଛି ସାବଧାନ ହୋଇ ଶୁଣ 
ଇନ୍ଦ୍ରାଦି ଦେବତାଗଣ ଆସି ପ୍ରତିଦିନ 
ଜଗତ୍ପତିଙ୍କର ପୂଜା ହୋଇବା ନିମିତ୍ତ 
ଦେବଭୋଗ୍ୟ ଦିବ୍ୟବସ୍ତୁ ଆଣନ୍ତି ସତତ । 
ପ୍ରଭୁ ଜଗନ୍ନାଥଙ୍କୁ ଯେ କରନ୍ତି ପୂଜନ 
ସ୍ତବ ସ୍ତୋତ୍ର ନୃତ୍ୟ ଗୀତ ବାଦ୍ୟ ବଜାଇଣ । 
ପ୍ରଭୁଙ୍କୁ ପ୍ରଣାମ ଆଉ କରି ଦରଶନ 
ପୁନ୍ବାର ସୁର୍ଗଲୋକ କରନ୍ତି ଗମନ 
ଏ ସକଳ ଦିବ୍ୟବସ୍ତୁ ଜଗତ୍ପତିଙ୍କର 
ନିର୍ମାଲ୍ୟ ଅଟଇ ମନେ ସଂଶୟ ନ କର 
ଆପଣଙ୍କ ସେବା ଅର୍ଥ କରିଛି ଅର୍ପଣ 
ସନ୍ଦେହ ନ କରି ମନେ କରନ ଭୋଜନ 
ବିଷ୍ଣୁଙ୍କର ଏ ନିର୍ମାଲ୍ୟ କରି ମୁଁ ଭକ୍ଷଣ 
ରୋଗ ବୃଦ୍ଧାବସ୍ଥା ତେଜି ଚିର ଯଉବନ 
ପୁତ୍ର ବନ୍ଧୁବର୍ଗ ସହ ଅୟୁତେ ବରଷ 
ପରମାୟୁ ପ୍ରାପ୍ତହୋଇ ସୁଖ କରେ ବାସ 
ପ୍ରସାଦ ଭକ୍ଷଣ କଲେ ମୁକ୍ତି ହୂଏ ପ୍ରାପ୍ତି 
ପାପରାଶି ନଷ୍ଟ ହୁଏ ମିଳେ ସଦଗତି 
ବିଶ୍ଵାବସୁଙ୍କର ଏହି ଦୁର୍ଲଭ କରମ 
ଶ୍ରବଣ କରି ରୋମାଞ୍ଚ ହୋଇଲେ ବ୍ରାହ୍ମଣ । 
ଆନନ୍ଦ ଜନିତ ଅଶ୍ରଜଳେ ଚକ୍ଷୁପୂର୍ଣଣ 
ବିଚାରିଲେ ମୋର ହେଲା କୃତାର୍ଥ ଜୀବନ 
ଆଶ୍ଚର୍ଯ୍ୟ ଶବର ବଂଶେ ଏହାର ଜନମ 
ଭଗବାନଙ୍କୁ ପ୍ରତ୍ୟହ କରନ୍ତି ଦର୍ଶନ | 
ଦିବ୍ୟ ନିର୍ମାଲ୍ୟ ସକଳ ସେହି ) ପ୍ରଭୁଙ୍କର 
ଦିବାରାତ୍ରି ଭୋଗ କରେ ଜାତିରେ ଶବର । 
ବିଷ୍ଣୁଭକ୍ତ ଏହି ନୀଳାଚଳ ବାସୀଗଣ 
ଏମାନଙ୍କ ସମ ଭକ୍ତ ନାହିଁ ତ୍ରିଭୁବନ | 
କି ନିମିତ୍ତ ନିଜ ଗୃହେ କରିବି ଗମନ 
କୁଟୁମ୍ବ ପୋଷଣ ଦୁଃଖେ ନାହିଁ ପ୍ରୟୋଜନ । 
ଏହି ଶବର ସଙ୍ଗରେ ମଇତ୍ର ହୋଇବି 
ଗୃହ ନିର୍ମାଣ କରି ମୁଁ ଏ ସ୍ଥାନେ ରହିବି । 
କେତେକ୍ଷଣ ଚିନ୍ତାକଲେ ଶ୍ରୀକୃଷ୍ଣ ଚରଣ 
ପୁନର୍ବାର ଶବରକୁ କହିଲେ ବଚନ 
ହେ ସାଧୁ ତୁମ୍ଭର ସ୍ବେହ ଯଦି ଆମ୍ଭଠାରେ 
ମିତୁତା ସ୍ଥାପନ କର ରହିବା ଏଠାରେ । 
ଏହି କଥା ନିଶ୍ଚୟ ମୁଁ ମନରେ କରୁଛି 
ରାଜସେବା ସୁଖରେ କି ପ୍ରୟୋଜନ ଅଛି 
ତୁମ୍ଭସଙ୍ଗେ ଏ ସ୍ଥାନରେ ବାସ ମୁଁ କରିବି 
ମଧୁସୂଦନଙ୍କ ଉପାସନା ଆଚରିବି 
ନ କରିବି ସେହିପରି କରିବି ଯତନ 
ଯେଉଁପରି ପୁନର୍ବାର ଏ ଦେହ ଧାରଣ 
ମିତ୍ର ତୁମ୍ଭେ ଅଟ ସାଧୁ ସୌଭାଗ୍ୟ କ୍ରମରେ 
ତୁମ୍ଭ ସଙ୍ଗତେ ମିଳନ ହୋଇଛି ଏଠାରେ. 
ତୃମ୍ଭ ଅନୁଗ୍ରହେ ଏହି ସଂସାର ସାଗର 
ବିଷୁଭକ୍ତ ସଙ୍ଗେ କଲେ ମିତ୍ରତା ସ୍ଥାପନ 
ତାହାର ସଂସାର ଦୁଃଖ ହୁଏ ଅବସାନ । 
ଏ ସଂସାରେ ବିଷୁଭକ୍ତ ସଙ୍ଗେ ମିତ୍ରପଣ 
ଶ୍ରେଷ୍ଠ ଧର୍ମ ବୋଲି କହିଛନ୍ତି ସାଧୁଜନ । 
ବିଷ୍ଣୁଭକ୍ତ ବନ୍ଧୁ ସଙ୍ଗେ ସହବାସ କଲେ 
ପୁଣ୍ଡରୀକାକ୍ଷଙ୍କ ସଙ୍ଗେ ସାକ୍ଷାତ୍‌କାର ମିଳେ ' 
ହେ ସଖେ ଦେଶକୁ ପ୍ରତ୍ୟାଗମନ ମୁଁ କଲେ 
ଇନ୍ଦ୍ରଦ୍ୟୁମ୍ନ ନରପତି ଆସିବେ ତତ୍କାଳେ 
ଉପାସନା କରିବାକୁ ଭଗବାନାଙ୍କର 
ଏହିସ୍ଥାନେ ଆସି ବାସ କରିବେ ସତ୍ର । 
ଭଗବାନଙ୍କ ପ୍ରୀତ୍ୟାର୍ଥେ ବୃହତ ମନ୍ଦିର 
ପୂଜା ପାଇଁ ସଜାଇବେ ବହୁ ଉପଚାର । 
ଏହି ଇଛ୍ଛା କରିଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନ 
ଅଟଳ ରାଜ ପ୍ରତିଜ୍ଞା ସାବଧାନେ ଶୁଣ । 
ମନର ଏ ଅଭିଳାଷ ସାଧନ ନିମିତ୍ତ 
ରାଜାଙ୍କ ପକ୍ଷରେ ଏହି ସ୍ଥାନ ଉପଯୁକ୍ତ । 
ଏ ସ୍ଥାନ ବାରତା ବେଗେ ଜଣାଇବି ଯାଇଁ 
ଅଙ୍ଗୀକାର କରିଅଛି ପୂର୍ବରୁ ଯେ ମୁହିଁ । 
ମିତ୍ର ତୁମ୍ଭେ ମୋତେ ବେଗେ ମେଲାଣି ଯେ ଦିଅ 
ମୋର ନିଜ ଦେଶକୁ ମୁଁ ଯିବି ତ ନିଶ୍ଚୟ । 
କହନ୍ତି ଶବର ଶୁଣ ହେ ମିତ୍ର ବ୍ରାହ୍ମଣ 
ଯେଉଁରୂପେ ଇନ୍ଦ୍ରଦ୍ୟୁମ୍ନ ଆସିବେ ଏ ସ୍ଥାନ । 
ବିଷ୍ଣୁଙ୍କ ଦର୍ଶନ ନ ପାଇବେ ମହୀପତି 
ପୁର୍ବକାଳୁଁ ଏ ସ୍ଥାନରେ ଅଛି ଜନଶ୍ରୁତି । 
ଅଛ କାଳେ ଅନ୍ତହିଁତ „ହେବେ ଭଗବାନ 
ସବର୍ଣ୍ଣ ବାଲୁକାରେ ପୂର୍ଣ ହେବ ଏହିସ୍ଥାନ । 
ଯମ୍ଭ ନିକଟରେ ଅନ୍ତର୍ହିତ ହେବ ବୋଲି 
ପୂର୍ବରୁ ପ୍ରତିଜ୍ଞା କରି ଅଛନ୍ତି ଶ୍ରୀହରି | 
କିନ୍ତୁ ମିତ୍ର ତୁମ୍ଭେ ଧନ୍ୟ ମହା ଭାଗ୍ୟବନ୍ତ 
ପ୍ରଭୁଙ୍କୁ ଦର୍ଶନ କରି ହୋଇଛ କୃତାର୍ଥ । 
ବିପ୍ରବର ଏହି କଥା ମନେ ରଖୁଥ୍ବ 
ଇନ୍ଦ୍ଦ୍ୟୁମନ ରାଜାଙ୍କୁ ଯାଇ ନ କହିବ । 
ଏହିସ୍ଥାନେ ଅନ୍ତର୍ହିତ ହେବେ ନାରାୟଣ 
ଏକଥା ପ୍ରକାଶ ନୁହେ ଅଛଇ ଗୋପନ । 
ଇନ୍ଦ୍ରଦ୍ୟୁମ୍ନ ଏହିସ୍ଥାନେ କରି ଆଗମନ 
ନ ପାଇବେ ମହାପ୍ରଭୁଙ୍କର ଦରଶନ | 
ପ୍ରାୟୋପବେଶ ବ୍ରତରେ ବ୍ରତୀ ସେ ହୋଇଲେ 
ଗଦାଧରଙ୍କୁ ସ୍ବପ୍ନରେ ଦର୍ଶନ କରିଲେ । 
ସ୍ବପ୍ନରେ ଆଦେଶ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ 
ମୁଁ ତ ପାରି ହୋଇଯିବି ହେଲେହେଁ ଦୁସ୍ତର |
ପ୍ରଭୁଙ୍କର ଚାରିରୂପ କରିବେ ନିର୍ମାଣ |
ପ୍ରତିଷ୍ଠାବିଧ୍ ବ୍ରହ୍ମଙ୍କୁ ଆଣି କରାଇବେ 
କିପରି ତରିବି ଏହି ସଂସାର ସାଗର 
ଭକ୍ତି ସହକାରେ ନିତ୍ୟ ପୂଜା ଖଞ୍ଜିଦେବେ । 
କରଯୋଡ଼ି ମାଗୁଅଛି ଦ୍ଵିଜ ହରିହର | 
ଏହି କ୍ଷେତ୍ରେ ଜଗନ୍ନାଥ ଥିବେ ଯେତେକାଳ 
ତାହାଙ୍କର ଅନୁଗ୍ରହ ପାଇବେ ସକଳ | 
ଆମ୍ଭ ଦୁହିଁଙ୍କର ବଂଶ ରହିବ ନିଶ୍ଚୟ 
ବିପ୍ରବର ଏକଥାରେ ନ କର ସଂଶୟ । 
ହେ ମିତ୍ର କିାଇ ଦୁଃଖ କରୁଛ ମନରେ 
ଇନ୍ଦ୍ଦ୍ୟୁମ୍ପ ରୀଜା ବାସ କରିବେ ଏଠାରେ 
ଆଜି ସୁଖେ ଏ ସ୍ଥାନରେ କରନ୍ତୁ ଶୟନ 
ପ୍ରାତଃକାଳ ହେଲେ ସମୁଦ୍ରରେ କରି ସ୍କାନ 
ନୀଳକାନ୍ତ ମଣିମୟ ପ୍ରଭୁଙ୍କୁ ଦର୍ଶନ 
କରିବି ନିର୍ଣ୍ଣୟ ରାଜାଙ୍କର ବାସସ୍ଥାନ 
ବିଦ୍ୟାପତି ବିଶ୍ଵାବସୁ ଦୁହେଁ ଏ ପ୍ରକାର 
ବହୁବିଧ କଥାବାଉାଁ ହେଲେ ପରସ୍ପର 
ଉତ୍ତମ ସ୍ଥାନରେ ଶଯ୍ୟା କରିଲେ ରଚନ 
କୋମଳ ପତ୍ର ବିଛାଇ ଶୋଇଲେ ତକ୍ଷଣ 
ପ୍ରାତଃକାଳେ ସମୁଦ୍ରରେ ସାରିଲେ ସ୍ଵାହାନ 
ନୀଳମାଧବଙ୍କୁ କଲେ ଦର୍ଶନ ପ୍ରଣାମ । 
ରାଜାଙ୍କର ବାସଯୋଗ୍ୟ ସ୍ଥାନ ନିରୂପଣ 
କରିସାରି ସ୍ଵଗ୍ଧହକୁ କରିଲେ ପ୍ରସ୍ଥାନ | 
ମିତ୍ର ବିଶ୍ଵାବସୁ ସଙ୍ଗେ ବିଚାର କରିଲେ 
ସମ୍ବାଦ ଦେବେ ଯେ ରୂପେ ନୃପତି ଛାମୁରେ । 
ରଥ ଆରୋହଣ କରି ଅବନ୍ତୀ ନଗରେ 
ଚଳିଗଲେ ବିଦ୍ୟାପତି ଆନନ୍ଦ ମନରେ । 
ଉତ୍କଳ ଖଣ୍ଡେ ଅଷ୍ଟମ ଛାନ୍ଦ ହେଲା ଶେଷ 
ବିପଦ ସାଗରୁ ଉଦ୍ଧରିବେ ନୀଳାଦ୍ରୀଶ 
ଜୟ ଜୟ ଜଗନ୍ନାଥ କରୁଣା ସାଗର 
ଭକ୍ତ ବାଞ୍ଚା କଳ୍ପତରୁ ଜଗତ ଆଧାର 
ଚତୁରାଶୀ ଲକ୍ଷ ଯୋନି ଭ୍ରମଣ ଶେଷରେ 
ଜନମ ହୋଇଛି ଜୀବ ମାନବ ବଂଶରେ 
ଅତୀତ କାଳରେ କେତେ ହୋଇଛି ଜନମ 
କେତେ ପିତା କେତେ ମାତା ପତ୍ନୀ ଅଗଣନ । 
କେତେ ସୁତା ସୁତ ବନ୍ଧୁ ବାନ୍ଧବ ସଙ୍ଗରେ 
ଅଭିନେତା ହେଲି ଭବରଙ୍ଗ ମଞ୍ଚପରେ 
ଅଭିନୟ ଶେଷେ ମୂତ୍ୟୁ ପୁଣି ହୁଏ ଜନ୍ମ 
ତନ୍ତ୍ରଯୋଗେ ଜ୍ଞାନ ଭକ୍ତି ନ କରେ ସାଧନ । 
ସାଧନ ବିହୀନ ପଶୁ ସଙ୍ଗତେ ସମାନ 
ସଦାଚାର ବିବର୍ଜିତ ବିବେକ ବିହୀନ । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେ  
ବିଦ୍ୟାପତି ନୀଳମାଧବ ଦର୍ଶନ ବର୍ଣନେ 
ନାମ ଅଷ୍ଟମୋଧଧ୍ୟାୟଃ | 


ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.

Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ