ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଅଷ୍ଟମୋଧଧ୍ୟାୟଃ
ଅଷ୍ଟମ ଅଧ୍ୟାୟ
କହନ୍ତି ଜୈମିନି ବିଦ୍ୟାପତିଙ୍କର କଥାଶୁଣନ୍ତେ ଶବର କଲା ମନେ ବଡ଼ ଚିନ୍ତା ।ଆଜି ତ ଦୁର୍ଦୈବ ଆସି ହେଲା ଉପସ୍ଥିତଆମ୍ଭମାନଙ୍କର ପ୍ରଭୁ ରହିଥିଲେ ଗୁପ୍ତ |ଆମ୍ଭମାନଙ୍କ ସମ୍ପଦ ପ୍ରଭୁ ଜନାର୍ଦ୍ଦନବ୍ରାହ୍ମଣ ଦେଖୁଲେ ଜ୍ଞାତ ହେବେ ସର୍ବଜନ ।ନିଜନତା ଭାଙ୍ଗିଦେବେ କରି ଆଗମନଯହିଁ ଇହ ପରଲୋକ କରିଲି ସାଧନ ।ନ ଦେଖାଇ ବ୍ରାହ୍ମଣକୁ ଯେବେ 'ଫେରାଇବିଏ ବ୍ରାହ୍ମଣ ଶାପ ହେଲେ ତାହା ମୁଁ ଭୋଗିବି:ସକଳ ଜାତିର ମାନ୍ୟ ଅତିଥ ବ୍ରାହ୍ମଣଫେରିଗଲେ ନାଶ ହେବ କୃତ ପୁଣ୍ୟ-କର୍ମ ।ଶବର ପୂଙ୍ଗବ ବିଶ୍ଵାବସୁ ବିଚାରିଲେପ୍ରଚୀନ ଜନ ପ୍ରବାଦ ସ୍ମରଣ କରିଲେ ।ଏ ସ୍କାନେ ଆସିବେ ଇନ୍ଦ୍ରଦ୍ୟୁମ୍ନ ପ୍ରଜାନାଥନୀଳମାଧବ ଭୂତଳେ ହେବେ ଅନ୍ତହିଁତମନୁଷ୍ୟ ଶରୀର ଧରି ରାଜା ଇନ୍ଦ୍ରଦ୍ୟୁମ୍ନବ୍ରହ୍ମଲୋକ ପରିଯନ୍ତେ କରିବେ ଗମନପ୍ରଜାବର୍ଗ ସହିତରେ ଆସି ଏହି ସ୍ଥାନଶିତ ଅଶ୍ଵମେଧ ଯାଗ କରିବେ ସମ୍ପନ୍ନଦାରୁମୟ ରୂପ ଧରି ପ୍ରଭୁ ଭଗବାନଚତୁର୍ବା ରୂପରେ ତାଙ୍କୁ ଦେବେ ଦରଶନଅତିଥ ବ୍ରାହ୍ମଣ ହୋଇଥଲେ ଭାଗ୍ୟବାନଅନ୍ତର୍ବାନ ପୂର୍ବରୁ ଯେ କରିବେ ଦର୍ଶନଅତଏବ ସମାଗତ ଅତିଥ ବ୍ରାହ୍ମଣନେଇ କରାଇବି ନୀଳମାଧବ ଦର୍ଶନଇଶ୍ଵର କରିବେ ଯାହା ତାହା ସିଦ୍ଧ ହେବମନୁଷ୍ୟ ଶତ ଚେଷ୍ଟାରେ କରି ନ ପାରିବଏପରି ବିଚାର ମନେ କରିଲା ଶବରବିଷ୍ଣୁ ସ୍ମରି ବ୍ରାହ୍ମଣକୁ ଦେଲା ସେ ଉତ୍ତରଏକଥା ପୂର୍ବ କାଳରୁ ଶୁଣିଅଛୁ ଆମ୍ଭେଇନ୍ଦ୍ରଦ୍ୟୁମ୍ନ ମହାରାଜା ଏସ୍ଥାନେ ଆସିବେନୀଳ -ଇନ୍ଦ୍ରମଣିମୟ ଦେବ ଭଗବାନବିପ୍ର ତୁମ୍ଭେ ଚର୍ମନେତ୍ରେ କରିବ ଦର୍ଶନବିଶ୍ଵାବସୁ ଏହି କଥା କହିଲେ ସତ୍ତ୍ବରହସ୍ତ ଧରି କରିନେଲେ ବିଦ୍ୟାପତିଙ୍କରଜଣେ ମାତ୍ର ଯାଇପାରେ ପଥ ଗୋ ସଂକୀର୍ଣ୍ଣପଥର କଣ୍ଟା ବଣରେ ଅତୀବ ଦୁର୍ଗମ ।ଅନ୍ଧକାରମୟ ପଥେ ଚଳିଲେ ସତ୍ତ୍ବରପଥମଧ୍ୟେ କେତେ କଥା କହିଲେ ଶବର ।ମୁହୂ୍ଇଁକେ କୁଣ୍ଡ ତଟେ ହେଲେ ଉପସ୍ଥିତରୋହିଣୀ କୃଣ୍ଡ ଦେଖାଇ କହିଲେ ଏମନ୍ତ ।ହେ ବ୍ରାହ୍ମଣ ଏହି କୂଣ୍ଡ ନାମ ଯେ ରୋହିଣସ୍ମାନମାତ୍ରେ ବୈକୁଣ୍ଠକୁ କରିବ ଗମନ.ଏହାର ପୂର୍ବ ଦିଗରେ କଳ୍ପକାଳ ସ୍ଥାୟୀକଳ୍ପବଟ ବିଦ୍ୟମାନ ଅଛି ତାର ଛାଇମନୁଷ୍ୟର ବ୍ରହ୍ମହତ୍ୟା ଦୋଷ କରେ ନାଶକୁଣ୍ଡ ବଟ ମଧ୍ୟସ୍ପଳେ ନିକୁଞ୍ଜ ପ୍ରକାଶକୁଞ୍ଜମଧ୍ୟେ ବେଦାନ୍ତରେ ଯେ ପ୍ରତିପାଦିତସେହି ସାକ୍ଷାତରେ ବିଜେ ଦେଖ ଜଗନ୍ନାଥଦର୍ଶନରେ ସର୍ବପାପ କ୍ଷୟ ହୋଇଯିବଶୋକ କରନାହିଁ ଭବ ସାଗରୁ ତରିବଜୈମିନି କହନ୍ତି ବିଦ୍ୟାପତି ବୁଦ୍ଧିମାନଅତି ଶୀଘ୍ର କୁଣ୍ଡ ଜଳେ କରିଲେ ସ୍ଵାହାନ ।କାୟ ବାକ୍ୟ ମନରେ ଯେ କରିଲେ ପ୍ରଣାମଏକାଗ୍ର ଚିତ୍ତେ ଗାଇଲେ ସ୍ତୁତି ବାକ୍ୟମାନ ।ଆହେ ପ୍ରଭୁ ସର୍ବବ୍ୟାପୀ ଦେବ ପରମେଶ୍ବରପ୍ରକୃତି ପୁରୁଷାତୀତ ସର୍ବ ବସ୍ତୁ ସାର |ଚରାଚର ସୃଷ୍ଟି ପରିମାଣ ହୋଇ ପ୍ରାପ୍ତସେ ପରମ ବସ୍ତୁକୁ ମୁଁ କରେ ଦଣ୍ଡବତ ।ଶ୍ରୁତି ସୃତି ଇତିହାସ ପୁରାଣେ ବର୍ଣ୍ଣିତଏକମାତ୍ର କର୍ନଦ୍ଵାରା ତୁମ୍ଭେ ଆରାଧ୍ୂତ |ବିଭୋ ସୃଷ୍ଟିକାଳେ ଏହି ଅଖୂଳ ଜଗତଆପଣଙ୍କ ଶରୀରରୁ ହୋଇଅଛି ଜାତ |ଆପଣ ଅଟନ୍ତି ଏକା ଜଗତ ଆଧାରଜଗତ ପାଳନ କରିବାରେ ତତପର |ପ୍ରଳୟ କାଳ ହୁଅନ୍ତେ ସମଗ୍ର ଜଗତଆପଣଙ୍କ ଉଦରରେ ହୁଏ ଲୟ ପ୍ରାପ୍ତ |ବିଶାଳ ଉଦରେ ସୁଖେ କରେ ଅବସ୍ଥାନଅନ୍ତର୍ଯ୍ୟାମୀ କରୁଅଛି ତୁମ୍ଭଙ୍କୁ ପ୍ରଣାମ |ରକ୍ ଯର୍ଟୁଃ ସାମ ସ୍ଵରୂପ ଅଟନ୍ତି ଆପଣଦେବଗଣଙ୍କୁ ଦେବତା ତୁମ୍ଭେ ଭଗବାନ ।ଚନ୍ଦ୍ର ସୂର୍ଯ୍ୟାଦି ଜ୍ୟୋତିଷ୍ଷ ରୂପେ ବିଦ୍ୟମାନହେଉଅଛି ଆହେ ପ୍ରଭୁ ତୁମ୍ଭଙ୍କୁ ପ୍ରଣାମ ।ଗଙ୍ଗାଦେବୀ ଯାର ପାଦ-ପଦ୍ଦେ ଲଭିସ୍ତାନପବିତ୍ର ହୋଇ କରୁଛି ଜଗତ ପ୍ଲାବନ ।ଗଙ୍ଗାଜଳ ପବିତ୍ରତା କାରୀ ନାରାୟଣତୁମ୍ଭ ଦୂଇ ପାଦପଦ୍ଦେ କରୁଛି ପ୍ରଣାମ |ଯଥାବିଧୁ ମନ୍ତ୍ର ପାଠ କରି ଯଜମାନଗୃତାହୃତି ଦେଇ କରେ ଅଗ୍ଧି ତରପଣ ।ଯଜ୍ଞ ଭୋକତା ଆପଣ ସର୍ବ ଯ୍ଚେଶ୍ବରନାରାୟଣ ରୂପେ ହବି ଗହଣ ଯେ କର ।ଜଗତ ପରିବର୍ଭନ ଘଟାନ୍ତି ଆପଣରକ୍ଷା କରନ୍ତି ଜଗତବାସୀଙ୍କ ଜୀବନ ।କରୁଛି ପ୍ରଣାମ ତୁମ୍ଭେ ସର୍ବସଙ୍ଗ ଶୂନ୍ୟମାୟାବଳେ ଶୁଭଫଳ କରୁଛ ପ୍ରଦାନ ।ଆହେ ପ୍ରଭୁ .ବିଶ୍ଵଶାୟୀ ନିର୍ମଳ ସ୍ଵରୂପପ୍ରଣାମ କରେ ଗ୍ରହଣ କର ସର୍ବରୂପ |ତୁମ୍ଭେ ପ୍ରଭୁ ବହୁପାଦ ବହୁନେତ୍ର ଧାରୀବହୁ ମସ୍ତକରେ ବହୁ ମୁଖ ଅଛି ପୂରି ।ବହୁ ବାହୁ ସର୍ବସ୍ଥାନେ ବିଜୟୀ ଆପଣପ୍ରାଣୀମାନଙ୍କ ଜୀବନରୂପୀ ନମୋ ନମଃ ।ନମସ୍ତେ କମଳାକାନ୍ତ କମଳ ଆନନନମଃ କମଳ ପତ୍ରାକ୍ଷ ହେ ପୁରୁଷୋତ୍ତମ ।ଆପଣଙ୍କୁ ପୁନଃ ପୁନଃ କରୁଛି ପ୍ରଣାମଭବ ବନ୍ଧନରୁ ମୋତେ କର ପରିତ୍ରାଣଅସାର ସଂସାରେ ଘୁରୁଅଛି ଜଗନ୍ନାଥରୋଗ ଶୋକ ବିପଦରେହୋଇଛି ପୀଡ଼ିତଦେବ ତୁମ୍ଭ ପାଦପଦ୍ଦେ ପଶିଲି ଶରଣଭବ ବନ୍ଧନରୁ ମୋତେ କର ପରିତ୍ରାଣଜୈମିନି କହନ୍ତି ଦ୍ଵିଜ ଶ୍ରେଷ୍ଠ ବିଦ୍ୟାପତିସୁରେଶ୍ବର ପ୍ରଣବ ରୂପୀଙ୍କୁ କରି ସ୍ତୁତିଶ୍ରୀହରିଙ୍କ ସମୀପରୈ ଆସନେ ବସିଲେପ୍ରଣତ ହୋଇ ପ୍ରଣବ ମନ୍ତ୍ର ଜପ କଲେଜପ ସମାପତ ହେଲା ଚିତ୍ତ ହେଲା ଶାନ୍ତିକରଯୋଡ଼ି ମନେ ମନେ ପ୍ରଭୁଙ୍କୁ ଚିନ୍ତନ୍ତିଆଜି ଏ ଜୀବନ ଧନ୍ୟ ହେଲି କୃତ କୃତ୍ୟଦ୍ଵିଜଙ୍କୁ ଚାହିଁ ଶବର ବୋଲଇ ଏମନ୍ତହେ ଦ୍ଵିଜପୁଇ୍ଗବ ତୁମ୍ଭେ ପ୍ରଭୁଙ୍କ ଦର୍ଶନକରି କୃତାର୍ଥ ହୋଇଛି ତୁମ୍ଭର ଜୀବନଦିନ ଅବସାନ ହେଲା ଶ୍ରମେ ବିଭୂକ୍ଷିତଆସ ଗୃହକୁ ଗମନ କରିବା ତୁରିତିଅରଣ୍ୟରେ ହିଂସ୍ରଜନ୍ତୁ ଅଛନ୍ତି ବହୁତଏ ସ୍ଥାନେ ରହିବା ତେଣୁ ନୁହଇ ଉଚିତସୂର୍ଯ୍ୟଦେବ ଅସ୍ତାଚଳେ ଗମନ ନ କରୁଗୃହକୁ ଚଳିବା ଆମ୍ଭେ ଅରଣ୍ୟ ମଧ୍ୟରୁସର୍ବ ରଷିଗଣ ଶୁଣ ଶବର ପ୍ରଧାନବିଦ୍ୟାପତିଙ୍କର ହସ୍ତ କରିଲା ଧାରଣଅତି ବେଗେ ନିଜ ଗୃହେ କରନ୍ତେ ଗମନବିଦ୍ୟାପତି ଶ୍ରୀହରିଙ୍କୁ ମନେ କଲେ ଧ୍ୟାନଆନନ୍ଦ ସାଗରେ ମଗ୍ଧ ହେଲେ ତତକ୍ଷଣଭୁଲିଗଲେ କ୍ଷୁଧା ତୃଷା ଦୂର ହେଲା ଶ୍ରମପ୍ରସ୍ତର କଣ୍ଟକାକୀଣ୍ଡ ଦୂଗମ ପଥରେଗମନ କରନ୍ତେ ଶ୍ରମ ନ ହେଲା ଦେହରେଶରୀର ଅସ୍ଥାୟୀ ବୋଲି ବିଚାର କରିଲେକିଛି ମାତ୍ର ଦୁଃଖ ବୋଧ କରି ନ ପାରିଲେବୈଷ୍ଣବ ଅଗ୍ରଣୀ ବିପ୍ରବର ଯେ ଶବରଉଭୟେ ଗମନ କଲେ ଏହି ପରକାରସାୟାହ୍ନ କାଳ ହୋଇଲା ଶବର ଗୃହରେଉପସ୍ପିତ ହେଲେ ମୁନିଗଣ ଶୁଣ ଧୀରେବ୍ରାହ୍ମଣ ଅତିଥି ପାଇଁ ଧନ୍ୟ ସେ ଶବରଆଣିଲେ ଭୋଜ୍ୟ ପଦାର୍ଥ ବିବିଧ ପ୍ରକାରସେହି ବିପ୍ରଙ୍କ ସୁନ୍ଦର ରୂପେ ଅରପିଲେତାହା ଦେଖୁ ବିଦ୍ୟାପତି ତି ମନରେ ଭାଜିଲେଶବର ନିକଟେ ଆଉ ଶବର ଗୃହରେଯାହା ଅସମ୍ଭବ ତାହା ଦେଖୁଲି ଏଠାରେ ।ନିତି ପ୍ରତି ରାଜାମାନେ ଯେ ଦ୍ରବ୍ୟ ଭୁଞ୍ଜନ୍ତିସେ ଦ୍ରବ୍ୟ ଦେଖୁ ବିସ୍ମୟ ହେଲେ ବିଦ୍ୟାପତି ।ଦୁର୍ଗମ ବନରେ ଏ ଶବର ବାସ କରେକାହୁଁ ମିଳିବ ଏ ଦ୍ରବ୍ୟ ପଡ଼ିଶା ଘରରେ ।ଏହି ଚିନ୍ତାରେ ଆକୁଳ ହୁଅନ୍ତେ ବ୍ରାହ୍ମଣବିନୟରେ ବିଶ୍ଵାବସୁ କହିଲେ ବଚନ ।ହେ ବିପ୍ର ତୁମ୍ଭର ଶ୍ରମ ହୋଉଅଛି ଦୂରକୁଧା ତୃଷା ଲାଘବ କି ହୋଇଛି ତୁମ୍ଭର ।ବନବାସୀମାନଙ୍କର ଗ୍ୁହରେ କିପରିନଗର ବାସୀଏ ଆଉ ସୁଖ ଭୋଗ କରି ।ନଗର ବାସୀ କରନ୍ତି ଯେଉଁ ବ୍ୟବହାରକିପରି ଜାଣିବି ତାହା ଜାତିରେ ଶବର ।ଯେତେ ଜନ ରାଜାଙ୍କର ଆଶ୍ରୟରେ ଥାନ୍ତିପୁରୋହିତ ମନ୍ତ୍ରୀ ଦୂଇ ପ୍ରଧାନ ଅଟନ୍ତି ।ପୁରୋହିତ ପାଇଥାନ୍ତି ପ୍ରଥମ ସମ୍ମାନଶାସ୍ତ୍ରମାନଙ୍କରେ ଏହା ହୋଇଛି ଲିଖନ ।ଉତ୍ତମ ପ୍ରତାପଶାଳୀ ରାଜା ଇନ୍ଦ୍ରଦ୍ୟୁମ୍ନସନ୍ତୋଷ ହୋଇବେ ତୁଷ୍ଟ ହୋଇଲେ ଆପଣାଅରଣ୍ୟବାସୀ ଶବର ଏ କଥା କହିଲେବିସ୍ଲୟରେ ବିଦ୍ୟାପତି ବଚନ ଭାଷିଲେ ।ଆହେ ସାଧୁ କରିଅଛ ଯେତେ ଆୟୋଜନଏ ସକଳ ଦ୍ରବ୍ଯ ନୂହେଁ ମନୁଷ୍ୟ ଘଟନ ।ଯେଉଁମାନେ କରୁଛନ୍ତି ସୁଖେ ରାଜପଣସେମାନଙ୍କୁ ନ ମିଳିବ ଏ ଦ୍ରବ୍ୟ ଭୋଜନ ।ହେ ମିତ୍ର ଶବର ଗୃହେ ଏ ଦ୍ରବ୍ୟ ସଞ୍ଚତକିପରି ହୋଇଛି ତାହା ଜାଣିବାକୁ ବ୍ଯସ୍ତ ।କହିଲେ ଶବର ଶୁଣି ବ୍ରାହ୍ମଣ ବଚନଏହିଠାରେ ଯେତେ ଦ୍ରବ୍ୟ ଦେଖୁଛ ଆପଣ ।ଏ ଦ୍ରବ୍ୟ ପାଇବା କଥା ଯଦିତ ଗୁପତତଥାପି ମୁଁ କହୁଅଛି ଶୁଣ ରାଜଦୂତ |ଆପଣ ଅଟନ୍ତି ଯେଣୁ ବ୍ରାହ୍ମଣ ଅତିଥଆପଣଙ୍କ ପ୍ରତି ଅଛି ମୋର ଶ୍ରଦ୍ଧା ଭକ୍ତିତାହା କହୁଅଛି ସାବଧାନ ହୋଇ ଶୁଣଇନ୍ଦ୍ରାଦି ଦେବତାଗଣ ଆସି ପ୍ରତିଦିନଜଗତ୍ପତିଙ୍କର ପୂଜା ହୋଇବା ନିମିତ୍ତଦେବଭୋଗ୍ୟ ଦିବ୍ୟବସ୍ତୁ ଆଣନ୍ତି ସତତ ।ପ୍ରଭୁ ଜଗନ୍ନାଥଙ୍କୁ ଯେ କରନ୍ତି ପୂଜନସ୍ତବ ସ୍ତୋତ୍ର ନୃତ୍ୟ ଗୀତ ବାଦ୍ୟ ବଜାଇଣ ।ପ୍ରଭୁଙ୍କୁ ପ୍ରଣାମ ଆଉ କରି ଦରଶନପୁନ୍ବାର ସୁର୍ଗଲୋକ କରନ୍ତି ଗମନଏ ସକଳ ଦିବ୍ୟବସ୍ତୁ ଜଗତ୍ପତିଙ୍କରନିର୍ମାଲ୍ୟ ଅଟଇ ମନେ ସଂଶୟ ନ କରଆପଣଙ୍କ ସେବା ଅର୍ଥ କରିଛି ଅର୍ପଣସନ୍ଦେହ ନ କରି ମନେ କରନ ଭୋଜନବିଷ୍ଣୁଙ୍କର ଏ ନିର୍ମାଲ୍ୟ କରି ମୁଁ ଭକ୍ଷଣରୋଗ ବୃଦ୍ଧାବସ୍ଥା ତେଜି ଚିର ଯଉବନ
ପୁତ୍ର ବନ୍ଧୁବର୍ଗ ସହ ଅୟୁତେ ବରଷପରମାୟୁ ପ୍ରାପ୍ତହୋଇ ସୁଖ କରେ ବାସପ୍ରସାଦ ଭକ୍ଷଣ କଲେ ମୁକ୍ତି ହୂଏ ପ୍ରାପ୍ତିପାପରାଶି ନଷ୍ଟ ହୁଏ ମିଳେ ସଦଗତିବିଶ୍ଵାବସୁଙ୍କର ଏହି ଦୁର୍ଲଭ କରମଶ୍ରବଣ କରି ରୋମାଞ୍ଚ ହୋଇଲେ ବ୍ରାହ୍ମଣ ।ଆନନ୍ଦ ଜନିତ ଅଶ୍ରଜଳେ ଚକ୍ଷୁପୂର୍ଣଣବିଚାରିଲେ ମୋର ହେଲା କୃତାର୍ଥ ଜୀବନଆଶ୍ଚର୍ଯ୍ୟ ଶବର ବଂଶେ ଏହାର ଜନମଭଗବାନଙ୍କୁ ପ୍ରତ୍ୟହ କରନ୍ତି ଦର୍ଶନ |ଦିବ୍ୟ ନିର୍ମାଲ୍ୟ ସକଳ ସେହି ) ପ୍ରଭୁଙ୍କରଦିବାରାତ୍ରି ଭୋଗ କରେ ଜାତିରେ ଶବର ।ବିଷ୍ଣୁଭକ୍ତ ଏହି ନୀଳାଚଳ ବାସୀଗଣଏମାନଙ୍କ ସମ ଭକ୍ତ ନାହିଁ ତ୍ରିଭୁବନ |କି ନିମିତ୍ତ ନିଜ ଗୃହେ କରିବି ଗମନକୁଟୁମ୍ବ ପୋଷଣ ଦୁଃଖେ ନାହିଁ ପ୍ରୟୋଜନ ।ଏହି ଶବର ସଙ୍ଗରେ ମଇତ୍ର ହୋଇବିଗୃହ ନିର୍ମାଣ କରି ମୁଁ ଏ ସ୍ଥାନେ ରହିବି ।କେତେକ୍ଷଣ ଚିନ୍ତାକଲେ ଶ୍ରୀକୃଷ୍ଣ ଚରଣପୁନର୍ବାର ଶବରକୁ କହିଲେ ବଚନହେ ସାଧୁ ତୁମ୍ଭର ସ୍ବେହ ଯଦି ଆମ୍ଭଠାରେମିତୁତା ସ୍ଥାପନ କର ରହିବା ଏଠାରେ ।ଏହି କଥା ନିଶ୍ଚୟ ମୁଁ ମନରେ କରୁଛିରାଜସେବା ସୁଖରେ କି ପ୍ରୟୋଜନ ଅଛିତୁମ୍ଭସଙ୍ଗେ ଏ ସ୍ଥାନରେ ବାସ ମୁଁ କରିବିମଧୁସୂଦନଙ୍କ ଉପାସନା ଆଚରିବିନ କରିବି ସେହିପରି କରିବି ଯତନଯେଉଁପରି ପୁନର୍ବାର ଏ ଦେହ ଧାରଣମିତ୍ର ତୁମ୍ଭେ ଅଟ ସାଧୁ ସୌଭାଗ୍ୟ କ୍ରମରେତୁମ୍ଭ ସଙ୍ଗତେ ମିଳନ ହୋଇଛି ଏଠାରେ.ତୃମ୍ଭ ଅନୁଗ୍ରହେ ଏହି ସଂସାର ସାଗରବିଷୁଭକ୍ତ ସଙ୍ଗେ କଲେ ମିତ୍ରତା ସ୍ଥାପନତାହାର ସଂସାର ଦୁଃଖ ହୁଏ ଅବସାନ ।ଏ ସଂସାରେ ବିଷୁଭକ୍ତ ସଙ୍ଗେ ମିତ୍ରପଣଶ୍ରେଷ୍ଠ ଧର୍ମ ବୋଲି କହିଛନ୍ତି ସାଧୁଜନ ।ବିଷ୍ଣୁଭକ୍ତ ବନ୍ଧୁ ସଙ୍ଗେ ସହବାସ କଲେପୁଣ୍ଡରୀକାକ୍ଷଙ୍କ ସଙ୍ଗେ ସାକ୍ଷାତ୍କାର ମିଳେ 'ହେ ସଖେ ଦେଶକୁ ପ୍ରତ୍ୟାଗମନ ମୁଁ କଲେଇନ୍ଦ୍ରଦ୍ୟୁମ୍ନ ନରପତି ଆସିବେ ତତ୍କାଳେଉପାସନା କରିବାକୁ ଭଗବାନାଙ୍କରଏହିସ୍ଥାନେ ଆସି ବାସ କରିବେ ସତ୍ର ।ଭଗବାନଙ୍କ ପ୍ରୀତ୍ୟାର୍ଥେ ବୃହତ ମନ୍ଦିରପୂଜା ପାଇଁ ସଜାଇବେ ବହୁ ଉପଚାର ।ଏହି ଇଛ୍ଛା କରିଛନ୍ତି ରାଜା ଇନ୍ଦ୍ରଦ୍ୟୁମ୍ନଅଟଳ ରାଜ ପ୍ରତିଜ୍ଞା ସାବଧାନେ ଶୁଣ ।ମନର ଏ ଅଭିଳାଷ ସାଧନ ନିମିତ୍ତରାଜାଙ୍କ ପକ୍ଷରେ ଏହି ସ୍ଥାନ ଉପଯୁକ୍ତ ।ଏ ସ୍ଥାନ ବାରତା ବେଗେ ଜଣାଇବି ଯାଇଁଅଙ୍ଗୀକାର କରିଅଛି ପୂର୍ବରୁ ଯେ ମୁହିଁ ।ମିତ୍ର ତୁମ୍ଭେ ମୋତେ ବେଗେ ମେଲାଣି ଯେ ଦିଅମୋର ନିଜ ଦେଶକୁ ମୁଁ ଯିବି ତ ନିଶ୍ଚୟ ।କହନ୍ତି ଶବର ଶୁଣ ହେ ମିତ୍ର ବ୍ରାହ୍ମଣଯେଉଁରୂପେ ଇନ୍ଦ୍ରଦ୍ୟୁମ୍ନ ଆସିବେ ଏ ସ୍ଥାନ ।ବିଷ୍ଣୁଙ୍କ ଦର୍ଶନ ନ ପାଇବେ ମହୀପତିପୁର୍ବକାଳୁଁ ଏ ସ୍ଥାନରେ ଅଛି ଜନଶ୍ରୁତି ।ଅଛ କାଳେ ଅନ୍ତହିଁତ „ହେବେ ଭଗବାନସବର୍ଣ୍ଣ ବାଲୁକାରେ ପୂର୍ଣ ହେବ ଏହିସ୍ଥାନ ।ଯମ୍ଭ ନିକଟରେ ଅନ୍ତର୍ହିତ ହେବ ବୋଲିପୂର୍ବରୁ ପ୍ରତିଜ୍ଞା କରି ଅଛନ୍ତି ଶ୍ରୀହରି |କିନ୍ତୁ ମିତ୍ର ତୁମ୍ଭେ ଧନ୍ୟ ମହା ଭାଗ୍ୟବନ୍ତପ୍ରଭୁଙ୍କୁ ଦର୍ଶନ କରି ହୋଇଛ କୃତାର୍ଥ ।ବିପ୍ରବର ଏହି କଥା ମନେ ରଖୁଥ୍ବଇନ୍ଦ୍ଦ୍ୟୁମନ ରାଜାଙ୍କୁ ଯାଇ ନ କହିବ ।ଏହିସ୍ଥାନେ ଅନ୍ତର୍ହିତ ହେବେ ନାରାୟଣଏକଥା ପ୍ରକାଶ ନୁହେ ଅଛଇ ଗୋପନ ।ଇନ୍ଦ୍ରଦ୍ୟୁମ୍ନ ଏହିସ୍ଥାନେ କରି ଆଗମନନ ପାଇବେ ମହାପ୍ରଭୁଙ୍କର ଦରଶନ |ପ୍ରାୟୋପବେଶ ବ୍ରତରେ ବ୍ରତୀ ସେ ହୋଇଲେଗଦାଧରଙ୍କୁ ସ୍ବପ୍ନରେ ଦର୍ଶନ କରିଲେ ।ସ୍ବପ୍ନରେ ଆଦେଶ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନମୁଁ ତ ପାରି ହୋଇଯିବି ହେଲେହେଁ ଦୁସ୍ତର |ପ୍ରଭୁଙ୍କର ଚାରିରୂପ କରିବେ ନିର୍ମାଣ |ପ୍ରତିଷ୍ଠାବିଧ୍ ବ୍ରହ୍ମଙ୍କୁ ଆଣି କରାଇବେକିପରି ତରିବି ଏହି ସଂସାର ସାଗରଭକ୍ତି ସହକାରେ ନିତ୍ୟ ପୂଜା ଖଞ୍ଜିଦେବେ ।କରଯୋଡ଼ି ମାଗୁଅଛି ଦ୍ଵିଜ ହରିହର |ଏହି କ୍ଷେତ୍ରେ ଜଗନ୍ନାଥ ଥିବେ ଯେତେକାଳତାହାଙ୍କର ଅନୁଗ୍ରହ ପାଇବେ ସକଳ |ଆମ୍ଭ ଦୁହିଁଙ୍କର ବଂଶ ରହିବ ନିଶ୍ଚୟବିପ୍ରବର ଏକଥାରେ ନ କର ସଂଶୟ ।ହେ ମିତ୍ର କିାଇ ଦୁଃଖ କରୁଛ ମନରେଇନ୍ଦ୍ଦ୍ୟୁମ୍ପ ରୀଜା ବାସ କରିବେ ଏଠାରେଆଜି ସୁଖେ ଏ ସ୍ଥାନରେ କରନ୍ତୁ ଶୟନପ୍ରାତଃକାଳ ହେଲେ ସମୁଦ୍ରରେ କରି ସ୍କାନନୀଳକାନ୍ତ ମଣିମୟ ପ୍ରଭୁଙ୍କୁ ଦର୍ଶନକରିବି ନିର୍ଣ୍ଣୟ ରାଜାଙ୍କର ବାସସ୍ଥାନବିଦ୍ୟାପତି ବିଶ୍ଵାବସୁ ଦୁହେଁ ଏ ପ୍ରକାରବହୁବିଧ କଥାବାଉାଁ ହେଲେ ପରସ୍ପରଉତ୍ତମ ସ୍ଥାନରେ ଶଯ୍ୟା କରିଲେ ରଚନକୋମଳ ପତ୍ର ବିଛାଇ ଶୋଇଲେ ତକ୍ଷଣପ୍ରାତଃକାଳେ ସମୁଦ୍ରରେ ସାରିଲେ ସ୍ଵାହାନନୀଳମାଧବଙ୍କୁ କଲେ ଦର୍ଶନ ପ୍ରଣାମ ।ରାଜାଙ୍କର ବାସଯୋଗ୍ୟ ସ୍ଥାନ ନିରୂପଣକରିସାରି ସ୍ଵଗ୍ଧହକୁ କରିଲେ ପ୍ରସ୍ଥାନ |ମିତ୍ର ବିଶ୍ଵାବସୁ ସଙ୍ଗେ ବିଚାର କରିଲେସମ୍ବାଦ ଦେବେ ଯେ ରୂପେ ନୃପତି ଛାମୁରେ ।ରଥ ଆରୋହଣ କରି ଅବନ୍ତୀ ନଗରେଚଳିଗଲେ ବିଦ୍ୟାପତି ଆନନ୍ଦ ମନରେ ।ଉତ୍କଳ ଖଣ୍ଡେ ଅଷ୍ଟମ ଛାନ୍ଦ ହେଲା ଶେଷବିପଦ ସାଗରୁ ଉଦ୍ଧରିବେ ନୀଳାଦ୍ରୀଶଜୟ ଜୟ ଜଗନ୍ନାଥ କରୁଣା ସାଗରଭକ୍ତ ବାଞ୍ଚା କଳ୍ପତରୁ ଜଗତ ଆଧାରଚତୁରାଶୀ ଲକ୍ଷ ଯୋନି ଭ୍ରମଣ ଶେଷରେଜନମ ହୋଇଛି ଜୀବ ମାନବ ବଂଶରେଅତୀତ କାଳରେ କେତେ ହୋଇଛି ଜନମକେତେ ପିତା କେତେ ମାତା ପତ୍ନୀ ଅଗଣନ ।କେତେ ସୁତା ସୁତ ବନ୍ଧୁ ବାନ୍ଧବ ସଙ୍ଗରେଅଭିନେତା ହେଲି ଭବରଙ୍ଗ ମଞ୍ଚପରେଅଭିନୟ ଶେଷେ ମୂତ୍ୟୁ ପୁଣି ହୁଏ ଜନ୍ମତନ୍ତ୍ରଯୋଗେ ଜ୍ଞାନ ଭକ୍ତି ନ କରେ ସାଧନ ।ସାଧନ ବିହୀନ ପଶୁ ସଙ୍ଗତେ ସମାନସଦାଚାର ବିବର୍ଜିତ ବିବେକ ବିହୀନ ।ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳଖଣ୍ଡେବିଦ୍ୟାପତି ନୀଳମାଧବ ଦର୍ଶନ ବର୍ଣନେନାମ ଅଷ୍ଟମୋଧଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
.
Comments
Post a Comment