ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ସପ୍ତମୋଧ୍ୟାୟଃ

 

 ସପ୍ତମ ଅଧ୍ୟାୟ 


ପଚାରନ୍ତି ରଷିଗଣ ମହର୍ଷି ପ୍ରଧାନ 
କେଉଁ ଯୁଗେ ଇନ୍ଦ୍ରଦ୍ୟୁମ୍ନ ହୋଇଲେ ରାଜନ | 
କେଉଁ ଦେଶେ ତାହାଙ୍କର ଅଟଇ ଭବନ 
ପୁରୁଷୋତ୍ତମ କ୍ଷେତ୍ରକୁ ଗଲେ କି କାରଣ । 
କି ନିମନ୍ତେ କଲେ ବିଷୁ-ପ୍ରତିମା ନିର୍ମାଣ 
ଯଥାଯଥ ରୁପେ ଏହା କରନ୍ତୁ ବର୍ଣନ । 
ଆମ୍ଭମାନଙ୍କର ଏହି ସକଳ ବୃତ୍ତାନ୍ତ 
ଶୁଣିବାକୁ ମନେ କୌତୁହଳ ହୁଏ ଜାତ । 
କହନ୍ତି ଜୈମିନି-ମୁନି ଶୁଣ ରଷିଗଣ 
ସର୍ବପାପ କ୍ଷୟକାରୀ-କଥା ପୁରାତନ | 
ପବିତ୍ର ମଙ୍ଗଳକର ଭୂକ୍ତି ମୁକ୍ରିପ୍ରଦ 
ସତ୍ୟଯୁଗର କାହାଣୀ ନାଶଇ ବିପଦ । 
ଆଶ୍ଚଯ୍ୟ ଚରିତ କଲେ ରାଜା ଇନ୍ଦ୍ରଦ୍ୟୁମ୍ନ 
ବ୍ରହ୍ମାଙ୍କର ପଞ୍ଚମ-ପୁରୁଷେ ହୋଇ ଜନ୍ମ । 
ସାଭ୍ଵିକ ଅଗ୍ରଣୀ, ସତ୍ୟବାଦୀ ସମାଚାରୀ 
ନ୍ୟାୟପଥେ ପୂୁତ୍ରତୂଲ୍ୟ ପ୍ରଜା ରକ୍ଷାକାରୀ । 
ଆମତ୍ମ-ତତ୍ତ୍ଵ ଜ୍ଞାନଚଙ୍ଗା ନିରତ ସତତ 
ଧୀର ଉଦ୍ଯୋଗୀ ସଂଗ୍ରାମେ ବିଜୟୀ ବିଖ୍ୟାତ । 
ସଦ୍ୟ ବ୍ରାହ୍ମଣ ପୂଜକ ଆଉ ପିତ୍ଧଭକ୍ତ 
ବୃହସ୍ପତି ସମ ଅଷ୍ଟାଦଶ ବିଦ୍ୟାବନ୍ତ 
ଏଶ୍ବର୍ଯ୍ୟରେ ଲନ୍ଦ୍ରସମ ଧନରେ କୂବେର 
ରୂପବାନ ସୁଭଗା ସୁଶୀଳ ଦାନବୀର ।
ଭୋକ୍ତା ପ୍ରିୟବାଦୀ ସଦାକାଳେ ଯଜ୍ଞକାରୀ 
ବ୍ରହ୍ଧନିଷ୍ଠ ସ୍ଵପ୍ରତିଜ୍ଞା ସଦା ରକ୍ଷାକାରୀ 
ପୁଣ୍ଚିମା ଚନ୍ଦ୍ରର ନ୍ୟାୟ ନର ନାରୀଙ୍କର 
୍ରିୟପାତ୍ର ସୂର୍ଯ୍ୟସମ ଦୁର୍ନିରୀକ୍ଷ ବୀର 
ଶତ ପକ୍ଷ ଜୟକାରୀ ବୈଷ୍ଣବ ପ୍ରଧାନ 
କ୍ରୋଧଜୟୀ ଜିତେନ୍ଦିୟ ସତ୍ୟ ପରାୟଣ 
ରାଁଜସୂୟ ମହାଯଜ୍ଞ, ଶତ ଅଶ୍ଵମେଧ 
କରିଥିଲେ ଲଭିବାକୁ ଅନ୍ତେ ବିଷ୍ଣୁପଦ 
ଅମରାବତୀ ସମାନ ସର୍ବରତ୍ତେେ ଯୁକ୍ତ 
ଅବନ୍ତୀ ନାମେ ନଗରୀ ପୂଥବୀ ବିଖ୍ୟାତ 
ସେହି ନଗରୀର ରାଜା ନାମ ଇନ୍ଦ୍ରଦ୍ୟୁମ୍ନ 
ସକଳ ଗୁଣ ଭୂଷିତ ପୃଥିବୀ ମଣ୍ଡନ 
ରାଜ ଭବନରେ ରହି ବିଷ୍ଣୁଙ୍କର ପ୍ରତି 
ଅଚଳାଭକ୍ତି ଶ୍ରଦ୍ଧାରେ ନିତି କରିଥାନ୍ତି 
ଏପରି ସେ ତ୍ତାଜା ଇନ୍ଦ୍ରଦ୍ୟୁମ୍ନ ଏକଦିନ 
ଦେବାର୍୍ଟନ ଗୁହେ କଲେ ଶ୍ରୀପତି ପୂଜନ 
ରାଜାଙ୍କ ସମୀପେ ଉପସ୍ଥିତ ସେତେବେଳେ 
ଦୈବଜ୍ଞ ପଣ୍ଡିତ କବି ଶୋତ୍ରିୟ ସକଳେ । 
ତୀର୍ଥଯାତ୍ରା ପ୍ରସ୍ଥାବକ ବ୍ରାହ୍ମଣ ସହିତ 
ପୁରୋହିତ ଆସି ତହିଁ ହେଲେ ଉପସ୍ଥିତ 
ଏମାନଙ୍କୁ ଯଥାବିଧୂ ସମ୍ମାନନା କଲେ 
ରାଜା ଇନ୍ଦ୍ରଦ୍ୟୁମ୍ନ ପ୍ରିୟ ବଚନ ଭାଷିଲେ 
ଆମ୍ଭେମାନେ ଜାଣିଅଛୁ କେତେ କ୍ଷେତ୍ର ନାମ 
କେଉଁ କ୍ଷେତରେ ଜଗନ୍ନାଥ ଦିଅନ୍ତି ଦର୍ଶନ 
ନରନାରୀ ଚର୍ମଚକ୍ଷୁ କରିଣ ଧାରଣ 
କେଉଁ କ୍ଷେତ୍ରେ ଜଗନ୍ନାଥ କରନ୍ତି ଦର୍ଶନ 
ବିଷ୍ଣୁଭକ୍ତ ନୃପ ଶ୍ରେଷ୍ଠ ରାଜା ଆଦେଶରେ 
ପୁରୋହିତେ ତୀର୍ଥ ଯାତ୍ରୀମାନଙ୍କୁ ପୃଚିଲେ 
ତୀର୍ଥଯାତ୍ରୀ ତୁମ୍ଭେମାନେ କର ପର୍ଯ୍ୟଟନ 
କେଉଁ କ୍ଷେତ୍ରେ ଭଗବାନ ଦିଅନ୍ତି ଦର୍ଶନ 
ଆପଣମାନେ ଧାର୍ମିକ ବୁଲି ବହୁ ତୀର୍ଥ 
ଦେଖୁଛନ୍ତି କାହିଁ ପୁଣି ଅଛି ଏ ବୃତ୍ତାନ୍ତ 
ଶ୍ରେଷ୍ଠବକ୍ତା ବହୁ ତୀର୍ଥଗାମୀ ଏକ ଜଣ 
ପୁରୋହିତ ବାକ୍ୟ ଶୁଣି କହିଲେ ଏସନ 
କୃତାଞ୍ଜଳି ହୋଇ ଅତି ହରଷ ମନର 
କହିଲେ ତୀର୍ଥକାହାଣୀ ରାଜାଙ୍କ ଛାମୁର 
ବାଲ୍ୟକାଳରୁ ଯେ ତୀର୍ଥ କରୁଛି ଭ୍ରମଣ 
କେତେ ତୀଥ ଯାତ୍ରୀଠାରୁ କରୁଛି ଶ୍ରବଣ 
ଭାରତବର୍ଷେ ବିଖ୍ୟାତ ଉତ୍କଳ ଦେଶରେ 
ଦକ୍ଷିଣ ସମୁଦ୍ର ତୀରେ ଅଛି ତୀଥବରେ 
ତାହାର ପ୍ରସିଦ୍ଧ ନାମ ଶ୍ରୀପୁରୁଷୋତ୍ତମ 
ସାକ୍ଷାତ ଦିଅନ୍ତି ତହିଁ ଶ୍ରୀପୁରୁଷୋତ୍ତମ 
ତହିଁ ନୀଳଗିରି ନାମେ ଅଛି ଯେ ପର୍ବତ 
ତାର ଚତୁର୍ଦିଗେ ନାନାବନରେ ବେଷ୍ଟିତ । 
ସମୀପରେ ଚତୁର୍ଦ୍ଦିଗେ କ୍ରୋଶ ପରିମିତ 
କଳ୍ପବୂକ୍ଷ ନାମେ ବଟବୃକ୍ଷ ଅବସ୍ଥିତ | 
ସେ ବଟବୃକ୍ଷର ତଳ ଛାୟା କଲେ ସ୍ପର୍ଶ 
ଦୂର ହୋଇଯାଏ ଥିଲେ ବ୍ରହ୍ମଦତ୍ୟା ଦୋଷ । 
ତୀ ପଶ୍ଚିମେ ବିଦ୍ୟମାନ ଯେ ରୋହିଣୀ କୁଣ୍ଡ 
କାରଣ ବାରିଲେ ପୂର୍ଣ୍ଣ ହୁଏ ସେହି କୁଣ୍ଠ । 
ସେ କୁଣ୍ଡ ପୂର୍ବ ତଟରେ ବିଜେ ଭଗବାନ 
ନୀଳେନ୍ଦ୍ରମଣି ନିର୍ମିତ ଦେହ ସୁଶୋଭନ । 
ସାକ୍ଷାତରେ ମୁକ୍ତି ସେହି କରନ୍ତି ପ୍ରଦାନ 
ସନ୍ଦେହ ନ କର ମନେ ଶୁଣ ମୁନିଗଣ । 
ଯେ ଜନ ରୋହିଣୀ କୂଣ୍ଡ ଜଳେ କରି ସ୍କାନ 
ପୁରୁଷୋତ୍ତମଙ୍କ ଯାଇ କରଇ ଦର୍ଶନ | 
ସହସ୍ରେ ଅଶ୍ଵମେଧର ଫଳକୁ ସେ ପାଏ 
ମର୍୍ଯଭୁବନରେ ଜୀବନ୍ଧୁକ୍ତ ହୋଇଯାଏ । 
ତା ପଶ୍ଚିମେ ଶବର ଦୀପିକ ନାମେ ଖ୍ୟାତ 
ଏକ୍‌ ଆଶ୍ରମ ଶବର ଗୃହରେ ବେଷ୍ଟିତ । 
ସେଠାରୁ ବିଷୁ ମନ୍ଦିର ଯିବାପାଇଁ ବାଟ 
ତାହାର ନାମ ଅଟଇ ଏକପଦୀ ଘାଟ । 
ସେହିସ୍ଥାନେ ବିଜେ କରିଛନ୍ତି ଜଗନ୍ନାଥ 
ଶଙ୍ଖ ଚକ୍ର ଗଦାପଦ୍ଧ ଧରି ନିଜ ହାତ | 
ସେହି ଦୟାନିଧ୍ଙ୍କର ଦର୍ଶନ ମାତ୍ରକେ 
ଜୀବଗଣ ଜୀବନ୍ଧକ୍ତ ହୁଅନ୍ତି ଛଟକେ | 
ହେ ରାଜନ ଭଗବାନ ହୋଇଲେ ପ୍ରସନ୍ନ 
ଏହା ଭାବି ତପ ସାଧ୍ବଲି ଯେ ସେହିସ୍ଥାନ । 
ଏକବର୍ଷ ବିତିଗଲା ତହିଁ ପ୍ରତିଦିନ 
ରାତ୍ରକାଳେ ଆସନ୍ତି ଯେ ସର୍ବ ଦେବଗଣ । 
ସମାଗତ ଦେବଗଣଙ୍କର ଦିବ୍ୟଗନ୍ଧ 
ରାତୃ ହେଲେ ସେହିସ୍ଥାନ ହୁଅଇ ଆମୋଦ । 
ଅବିରତ ଶୁଣାଯାଏ ସ୍ତୁତିବାକ୍ୟ ମାନ 
କଳ ବୃକ୍ଷରୁ କୁସୁମ ହୁଅଇ ବର୍ଷଣ | 
ସେ ସ୍ଥାନେ ବିଷ୍ଣୁ ମହିମା ଯେ ରୂପେ ପ୍ରକାଶ 
ଅନ୍ୟ ସ୍ଥାନରୈ ତା ନୁହେଁ ଆହୈ ନରଲ୍ତଶ | 
ପୂର୍ବକାଳ କଥା ଶୁଣ ଅବନ୍ତୀର ପତି 
ଏହି କାଳ ତହିଁ ଥୁଲା ଅଟେ ପକ୍ଷୀକାତି । 
ପୁଣ୍ୟ କାର୍ଯ୍ୟ କରିନାହିଁ ଅଟେ ଜ୍ଞାନହୀନ 
ତୃଷାର୍ଉ ହୋଇ ରୋହିଣୀ କୂଣ୍ଡେ କଲା ସ୍ଵାନା 
ନୀଳ ମାଧବ ଦର୍ଶନ ହୋଇଲା ମୁକତ 
ପୁରୁଷୋତ୍ତମ କ୍ଷେତ୍ରକୁ କରିବେ ଗମନ 
ଚତୁର୍ଦୁଜ ହୋଇ ବିଷୁରୂପ ହେଲା ପ୍ରାପ୍ତ 
ନୀଳାଦ୍ରିରେ ଜଗନ୍ନାଥ କିରବେ ଦର୍ଶନ । 
ପୂର୍ବେ ଥିଲି ମୁଁ ତ ମୁଖ ଅଧମ ବ୍ରାହ୍ମଣ 
ବାସୋପଯୋଗୀ ନଗର ସ୍ଥାନ ନିରୂପଣ 
ପ୍ରଭୁଙ୍କ କୃପାରେ ହୃଦେ ଜାତ ହେଲା ଜ୍ଞାନ । 
କରି ଏ ସ୍ଥାନ ସମ୍ବାଦ କରିବେ ପ୍ରେରଣ । 
ଅଷ୍ଟାଦଶ ବିଦ୍ୟାରେ ତ ହେଲି ପାରଦର୍ଶୀ | 
ଆମ୍ଭମାନଙ୍କର ଅଭିଳାଷ ହେବ ପୂର୍ଣ୍ଣ 
ବୁବ୍ଧି ସତ୍ତ୍‌ ନିର୍ମଳ ଯେ ହୋଇଗଲା ଆସି । 
ଏକଥା ଶୁଣି କହିଲେ ରାଜା ଇନ୍ଦ୍ରଦ୍ୟୁମ୍ନ । 
ଜଗତକୁ ବିଷ୍ଣୁ ରୂପେ କରଇ ଦର୍ଶନ : | 
ପୁରୋହିତେ ତୁମ୍ଭେ କଲ ଉତ୍ତମ ପ୍ରସ୍ତାବ 
ଆଉ ଅନ୍ୟରୂପ କାହିଁ ନ କରି ଦର୍ଶନ । 
ଯେ କ୍ଷେତ୍ରରେ ବିଜେ ହୋଇଛନ୍ତି ବାସୁଦେବ । 
ଆପଣେ ଅଟନ୍ତି ଦୃଢ଼ ବ୍ରତ ବିଷ୍ଣୁଭକ୍ତ 
ଆମ୍ଭେ ସର୍ଵୈ ତହିଁ ଯାଇ କରିବା ବସତି 
ଉପଦେଶ ଦେବାଅଥୈ ହେଲି ଉପସ୍ଥିତ । 
ସାନ ଭାଇ ଇଷ୍ଟ ସିଦ୍ଧି କରନ୍ତୁ ସଂପ୍ରତି । 
ମାଗୁନାହିଁ ଧନ ନ ମାଗଇ ଭୂମି ଦାନ 
ଏହାକହି ରାଜା ଅନ୍ତଃପୁରେ ବିଜେ କଲେ 
ମୋକଥା ନୂହଇ ମିଥ୍ୟା ଆହେ ନୃପରାଣ । 
ନିଜ ନିଜ ଆଶ୍ରମକୁ ଚଳିଲେ ସକଳେ । 
ପୁରୁଷୋଉମ କ୍ଷେତ୍ରରେ ଶ୍ରୀପୁରୁଷୋତଉମ | 
ଶୁଭକ୍ଷଣେ ପୁରୋହିତ କଲେ ସ୍ଵସ୍ତ୍ୟୟନ 
ସାକ୍ଷାତରେ ବିଜେ କର ଯାଇ ଦରଶନ । 
 ସାନଭାଇ ବିଦ୍ଯପତି କରିଲେ ଗମନ । 
ଜଟାଧାରୀ ବିପ୍ର ତହିଁ ଉପଦେଶ ଦେଇ | 
ବିଦ୍ୟାପତି ମନମଧ୍ୟେ କରନ୍ତି ବିଚାର 
ସର୍ବ ସକ୍ଷମରେ ଅନ୍ତର୍ହିତ ହେଲେ ତହିଁ 
ଜନ୍ମ ସଫଳ ହୋଇଲା ଆଜି ତ ମୋହର । 
ଇନ୍ଦ୍ରଦ୍ୟୁମ୍ପ ଏହା ଦେଖୁ ହୋଇଲେ ବିସ୍କପ |
ରଜନୀ ପାହିଲା ହେଲା ଅଜି ସୁପ୍ରଭାତ 
ମନେ ଚିନ୍ତାକଲେ କି କରିବେ ସେ ଉପାୟ। 
ଚର୍ମ ନେତ୍ରେ ଦର୍ଶନ କରିବି ପଦ୍ଧନେତ୍ର । 
ଏ କାର୍ଯ୍ୟ ସାଧନ ପୁରୋହିତଙ୍କୁ କହିଲେ | 
ଦିବାରାତ୍ରି ଶ୍ରବଣାଦି ଉପାୟ ସାଧନ 
ଆହେ ଦ୍ଵବିଜୋତ୍ତମ ଶୁଣ ମୋ ବଚନ ଭଲେ। | 
କଲେ ଯୋଗିଗଣେ ଯାଇ ପାଆନ୍ତି ଦର୍ଶନ | 
ଧର୍ମ ଅଥ କାମ ତିନି ତୁମ୍ଭର ଅଧୀନ 
ମୁଁ ତ ଯାଇ ନୀଳଗିରି ଶଙ୍ଗେ ଅବସ୍ଥିତ 
ତବ ଅନୁଗ୍ରହେ କଲି ତ୍ରିବର୍ଗ ସାଧନ 
ମୁକ୍ତିଦାତା ପୁରୁଷଙ୍କ କରିବି ସାକ୍ଷାତ | 
ଅମାନୁଷିକ ବୃତ୍ତାନ୍ତ ଶୁଣିଲି ଏକ୍ଷଣ 
ଶ୍ରୁତି ସ୍ଵୃତି ଇତିହାସ ପୁରାଣ ବାକ୍ୟରେ 
ମନୁଷ୍ୟ ନୁହନ୍ତ ସେ ଯେ କହିଲେ ବଚନ । 
ଯା ରୂପ ନିର୍ଣ୍ଣୟ କରି ନ ପାରନ୍ତି ନରେ । 
ଯେଉଁସ୍ଥାନେ ବିଜେ କରିଛନ୍ତି ଭଗବାନ । 
ଅଲୌକିକ ସେହି ରୂପ କରିବି ଦର୍ଶନ 
କିପରି କରିବି ଶୀଘ୍ର ସେ ସ୍ଥାନ ଗମନ 
ସଂସାର ସାଗରୁ ହୋଇଯିବି ତ ଉତ୍ତୀର୍ଣ୍ଣ ' । 
ଦ୍ଵିଜଶ୍ରେଷ୍ଠ ତୁମ୍ଭେ କର ଯତ୍ନ ଏ ନିମିତ୍ତ 
ଯା ନାମ କୀଉଁନ ଅବା କରିଲେ ସ୍କରଣ 
କିପରି ହୋଇବ ଚତୁର୍ବର୍ଗ ଫଳ ପ୍ରାପ୍ତ 
କାୟ ମନୋବାକ୍ୟ ପାପ ହୁଏ ବିମୋଚନ । 
ପୁରୋହିତ କହୁଛନ୍ତି ଶୁଣନ୍ତୁ ରାଜନ୍‌ ' | 
ନୀଳାଚଳେ ଅବସ୍ଥିତ ସେହି ଅପ୍ରମେୟ 
ମୁକ୍ତିଦାତା କେଶବଙ୍କୁ କରିବେ ଦର୍ଶନ 
ବିଶ୍ଧେଶ୍ବରଙ୍କୁ ସାକ୍ଷାତ କରିବି ନିଶ୍ଚୟ | 
ପ୍ରତିଜ୍ଞା କରି କହୁଛି କରିବି ଉପାୟ 
ଯା ପାଦପଦ୍ଧ ସ୍ମରଣେ ମିଳେ ଅତି ସୁଖ 
ଚର୍ମ ଚକ୍ଷୁରେ ଦର୍ଶନ ମିଳିବ ନିଶ୍ଚୟ 
ଅନ୍ୟ କମୈ ସୁଖ ନାହିଁ ପଦେ ପଦେ ଦୁଃଖ। 
ଅତି ପବିତ୍ର ପୁରୁଷୋତ୍ତମ କ୍ଷେତ୍ରେ ଯିବା | 
ପାଦପଦ୍ଧ ଚିନ୍ତା ବିନା ଯାଗଯଜ୍ଞ କର୍ମ 
ସେ ସ୍ଥାନେ ଆମ୍ଭେ ସକଳେ ବସତି କରିବା | 
ପାପରାଶି ଦହିବାକୁ ନ ହୁଅଇ କ୍ଷମ | 
ଏ ସ୍ଥାନେ ଜନ୍ମି ସେ କ୍ଷେତ୍ରେ କରିବା ବସତି | 
ଦୈବାନ୍ତିକଗଣ ସୂକ୍ଷ୍ମ ଆରାଧନା କରି 
ଜନ୍ମ ସାଥିକ ହୋଇବ ପାଇବା ମୁକତି 
ପଞ୍ଚକୋଷାବୃତ ଆତ୍ମା ଗୁହାରେ ବିହରି । 
ତମୋ ଗୁଣରୁ ଅତୀତ ସେ ପୁରୁଷୋତ୍ତମ 
ଅନିର୍ବଚନୀୟ ରୂପେ କରନ୍ତି ନିର୍ଦ୍ଦେଶ 
ମନୂଷ୍ୟ ହୋଇ ଚକ୍ଷୁରେ କରିବେ ଦର୍ଶନ । 
ଅବଗତ ନୁହନ୍ତି “ସ୍ଵରୂପ ନିର୍ବିଶେଷ | 
ହେ ରାଜନ ଆମ୍ଭ ସାନଭାଇ ବିଦ୍ୟାପତି | 
ଅଧ୍ୟାତ୍ମ ବିଦ୍ୟାରେ ଜ୍ଞେୟ ଦେବ ଜଗନ୍ନାଥ 
ଚରମାନଙ୍କ ସଙ୍ଗରେ ଯାଆନ୍ତୁ ଝଟତି 
ଜଗତର ମୂଳ ତାଙ୍କୁ କରେ ପ୍ରଣିପାତ |
ଯା ଲୋମ କୂପେ ବ୍ରହ୍ମାଣ୍ଡ ମାଳା ରହିଅଛି 
ନିଃଶ୍ବାସ ବାୟୁରେ ବେଦରାଖି ଉପୁଜିଛି । 
ସହସ୍ର ମସ୍ତକ ପାଦ ସହସ୍ର ଯାହାର 
ସସ୍ତ ଚକ୍ଷୁ ସବ ପ୍ରପଞ୍ଚର ଅଧୀଶ୍ବର 
ସେହି ଦେବ ଦେବ ଜଗନ୍ନାଥ ମୋ ଆଶ୍ରୟ 
ବିପ୍ର ବିଦ୍ୟାପତିର ତ ପାପ ହେବ କ୍ଷୟ । 
ଯା ମାୟା ଜଗତ୍‌ ପ୍ରପଞ୍ଚ ସୃଷ୍ଟି କରୁଅଛି 
ପାଳନ କରୁଛି ଆଉ ସଂହାର କରୁଛି | 
ଅଜ୍ଞଲୋକ ଏହି କଥା ବୁଝି ନ ପାରନ୍ତି 
ଦାରୁମୟ ରୂପ ବୋଲି ମୁଖରେ କହନ୍ତି 
ସେହି ପ୍ରଣବ ସ୍ଵରୂପୀ ଆଉ ରୂପହୀନ 
ଜଗଦୀଶୃରଙ୍କୁ ମୁହିଁ କରୁଛି ପ୍ରଣାମ 
କାକପକ୍ଷୀ ତୃଷା ଶାନ୍ତି କରିବା କାରଣ 
ଯାଇଥୁଲା ମାଧବଙ୍କୁ କଲା ଦରଶନ 
ଭୌତିକ ଦେହେଁ ପାଇଲା ସ୍ଵରୂପ ମୁକତି 
ସେ ପ୍ରଭୁ ହୋଇବେ ମୋର ନେତ୍ର ଅତିଥ । 
ଆଜି ତ ସୌଭାଗ୍ୟ ଦିନ ହୋଇଛି ମୋହର 
ନ ଜାଣଇ ପୂର୍ବେ କରି କେତେ ପୁଣ୍ୟାଚାର।| 
ପୂର୍ବ ଜନ୍ମାର୍ଜିତ ) ଅପ୍ରକଟ ପୁଣ୍ୟରାଶି 
ପ୍ରକଟ ହୋଇଛି ଆଜି ଭାଗ୍ୟକ୍ରମେ ଆସି । 
ଜଗତ ଆଦି କାରଣ ଅନାଦି ଇଶ୍ଵର 
ଚର୍ମ ଚକ୍ଷୁରେ ଦର୍ଶନ କରିବି ସତ୍ତ୍ଵର 
ବିଦ୍ୟାପତି ଏହିରୂପେ ଚିନ୍ତା କରି କରି 
ଜଗନ୍ନାଥଙ୍କ ଦର୍ଶିନ କରିବି କିପରି 
ରଥ ବେଗେ ଅତୀତ ହୋଇଛି କେତେ ପଥ 
ନ ଜାଣଇ ବିଦ୍ୟାପତି ଚଳଇ ତୁରିତ 
ଏହିପରି ଚନ୍ତାକରି କେତେଦିନ ପରେ 
ପ୍ରବେଶ ହୋଇଲା ଯାଇ ଉତ୍କଳ ଦେଶରେ । 
ଭୁବନ ମଙ୍ଗଳ କର ପୂଥବୀ ମଣ୍ଡନ 
ଯେଉଁ ଦେଶ ବନଗିରି ଦୁର୍ଗପଥେ ପୂର୍ଣ 
ନିରୀକ୍ଷଣ କରୁ କରୁ ସୂର୍ଯ୍ୟ ହେଲେ ଅସ୍ତ 
ମହାନଦୀ ତୀରେ ବିଦ୍ୟାପତି ଉପସ୍ଥିତ 
ରଥରୁ ଯେ ଓହ୍ଲାଇଲେ ବେଗେ ବିଦ୍ୟାପତି 
ଆହ୍ରିକ କ୍ରିୟା ସକଳ ସାରିଲେ ଝଟତି 
ସାୟଂ ସନ୍ଧ୍ୟା ଉପାସନା କରିଲେ ବହନ 
ଚିତ୍ତରେ ସ୍ମରଣ କଲେ ଶ୍ରୀମଧୁସୂଦନ 
ରଥର ଉଦରେ ରାତ୍ରି ଯାପନ କରିଲେ 
ପ୍ରାତଃକାଳେ ମହାନଦୀ ପାର ହୋଇଗଲେ । 
ସତ୍ତ୍ଵର କରିଲେ ପ୍ରାତଃ କୃତ୍ୟ ସମାପନ 
ଗୋବିନ୍ଦ ସୁମରି ରଥ କଲେ ଆରୋହଣ 
ପଥର ଉଭୟ ପାର୍ଶ୍ବ ଦେଖ ଦେଖୁ ଗଲେ 
ଏକାମ୍ର କାନନେ ଅତିକ୍ରମ ସେ କରିଲେ । 
ଯେଉଁ ସ୍ଥାନେ ବ୍ରହମନିଷ୍ଠ ବ୍ରାହ୍ମଣ ବସତି 
ଗ୍ରାମମାନ ଯୂପକାଷ୍ଟେ ଶୋଭା ପାଏ ଅତି । 
ଶଙ୍ଖ ଚକ୍ର ଗଦାପଦ୍ଧ କରିଣ ଧାରଣ 
ନାରାୟଣ ରୂପେ ଦେଖାଯାନ୍ତି ନରରାଣ । 
ନିଜ ଦେହ ଦିବ୍ୟରୂପ ଦର୍ଶନ କରିଲେ 
ଅନ୍ୟ ଜନ୍ମ ହୋଇଲାକି ମନେ ବିଚାରିଲେ । 
ରଥରୁ ଉତୁରି ବିଦ୍ୟାପତି ତତକ୍ଷଣ 
ତହିଁ ଯେତେ ଥିଲେ ତାଙ୍କୁ କରିଲେ ପୂରଣାମ । 
ଆନନ୍ଦେ ଲୋତକ ପୂର୍ଣ୍ଣ ହୋଇଲା ନୟନ 
କିଛି କରି ନ ପାରିଲୈ ତହିଁ ଦରଶନ । 
ହୃଦୟ ମଧ୍ୟେ ବିଷ୍ଣୁଙ୍କୁ କରିଲେ ଦର୍ଶନ 
ତକ୍ଷଣେ ବାହାରେ ପୁଣି କଲେ ଦରଶନ । 
ଏ ରୂପେ ଧ୍ୟାନରେ କଲେ ବିଷ୍ଣୁଙ୍କୁ ଦର୍ଶନ 
କେତେବେଳେ କରନ୍ତି ବା ସାକ୍ଷାତ ଦର୍ଶନ । 
ସ୍ତବ ସ୍ଥୋତ ପାଠ କରି କରି କେତେଦୂରେ 
ବିଦ୍ୟାପତି ନୀଳାଚଳ ପର୍ବତ ଦେଖୁଲୈ | 
ଏ ପବର୍ତ ଦର୍ଶକର ପାପକରେ ଧ୍ବଂସ 
କରିଅଛି ଉଚ୍ଚତାରେ ଆକାଶକୁ ସ୍ପର୍ଶ | 
ତା ମଧ୍ୟରେ କଳବଟ ଅତି ସୁଶୋଭିତ 
ଚତୁଃପାର୍ଶ୍ଵରେ କାନନ ହୋଇଛି ବେଷ୍ଟିତ । 
ଅତି ଅଦ୍ଭୂତ ନୀଳସୁନ୍ଦର ପର୍ବତ 
ମୃଭିମାନ ହୋଉଛନ୍ତି ଯହିଁ ଜଗନ୍ନାଥ | 
ବିଷ୍ଣୁଙ୍କର ବାସସ୍ଥାନ ହେତୁ ଏ ପର୍ବତ 
ନାମ ହୋଇଅଛି ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର | 
ପର୍ବତର ଉପତ୍ୟକା କଲେ ଆରୋହଣ 
ମୁକୁନ୍ଦ ଦର୍ଶନେ ପଥ କଲେ ଅନ୍ଵେଷଣ । 
ନ ପାଇଲେ ପଥ ମୌନ ହୋଇଣ ରହିଲେ 
କୁଶ ବିଛାଇ ତା ପରେ ଶୟନ କରିଲେ । 
ଶ୍ରୀଜଗନ୍ନାଥ କିପରି ଦେବେ ଦରଶନ 
ଚିନ୍ତାକରି ଶ୍ରୀଚରଣେ ପଶିଲେ ଶରଣ | 
ପର୍ବତ ପଛପଟରେ ଭକ୍ତ ମେଳା ହୋଇ 
ଅମାନୁଷିକ ବଚନ ବ୍ରାହ୍ମଣ ଶୁଣଇ | 
ସେ ଶବ୍ଦକୁ ଅନୁସରି ବିପ୍ର ଚଳିଗଲେ 
କ୍ଷେତ୍ରର ଦୀପ ସଂସ୍ଥାନ ' ଦର୍ଶନ କରିଲେ । 
ଶବରମାନଙ୍କ ଗୃହ ଚାରିଦିଗ ପୂର୍ଣ 
ତେଣୁ ହୋଇଛି “ଶବର ଦୀପକ ତା ନାମ । 
ବିଦ୍ୟାପତି ଶବର ପଲ୍ଲୀରେ ପ୍ରବେଶିଲେ 
ବିଷୁଭକ୍ତଗଣ ତହିଁ ଥବାର ଦେଖୁଲେ  । 
ଶଙ୍ଖ ଚକ୍ର ଗଦା ପଦ୍ଧ ଚିହ୍ନ ବିଭୁଷିତ 
ହୋଇଛନ୍ତି ଯେଣୁ ଦେଖୁଛନ୍ତି ଜଗନ୍ନାଥ 
ସେ ସ୍ଥାନକୁ ଅବନତ ଶିରେ ପ୍ରଣମିଲେ 
ବବ୍ଧାଞ୍ଜଳି ହୋଇ ତହିଁ ମଉନେ ରହିଲେ 
ବୃଦ୍ଧ ଶରୀର ଶବର ବିଶ୍ଵାବସୁ ନାମ 
ହରିଙ୍କର ପୂଜା ସାରି କଲେ ଆଗମନ 
ପୂଜା ଶେଷ ନିର୍ମାଲ୍ୟରେ ଦେହ ବିଭୂଷିତ 
ନୀଳ ପର୍ବତରୁ ଆସି ହେଲେ ଉପସ୍ଥିତି 
ବୃବ୍ଧ ଶବରକୁ ଦେଖୁ ଆନନ୍ଦ ମନରେ 
ବିଦ୍ୟାପତି ମନ ମଧ୍ୟେବିଚାର କରିଲେ 
ଏ ଜଣକ ହରିଙ୍କର ପୁଜା ଶେଷ କରି 
ଆସୁଛନ୍ତି ପୂଜା ଶେଷ ନିର୍ମାଲ୍ୟକୁ ଧରି 
ବୈସ୍ତବ ପ୍ରଧାନ ଏହି ହରିଙ୍କ ବାରତା 
ଶୁଣାଇବେ ମୋ ମନରୁ ଛଡ଼ାଇବେ ଚିନ୍ତା 
ବିଦ୍ୟାପତି ଏହି କଥା ଚିନ୍ତିଲେ ମନରେ 
ସେତେବେଳେ ବିଶ୍ବାବସୁ ବଚନ ଭାଷିଲେ । 
ହେ ବିପ୍ରଂ କେଉଁ ସ୍ଥାନରୁ ତୁମ୍ଭେ ଆସିଅଛ 
ଏ ଦୁର୍ଗମ କାନନରେ ପ୍ରବେଶ କରିଛ 
କ୍ଷୁଧା ତୃଷା ଶ୍ରମ ପାଇ ଶରୀର କାତର 
ଏ ସ୍ଥାନରେ କେତେକାଳ ସୁଖେ ବାସ କରା 
ବ୍ରାହ୍ମଣଙ୍କୁ ଯଥା ବିଧାନରେ ପୂଜା କଲେ 
ପାଦ୍ୟ ଅର୍ଘ୍ୟ ଆସନାଦି ଉପଚାର ଦେଲେ । 
ହେ ବିପ୍ର ଆପଣ ଫଳାହାର କି କରିବେ 
ଅଥବା ସ୍ଵହସ୍ତେ ପାକ କରିଣ ଭୁଞ୍ଚିବେ । 
ତୁମ୍ଭର ଯା ଅଭିରୁଚି ତାହା ସମ୍ପାଦିବି 
ବ୍ରାହ୍ମଣର ସେବା କରି କୃତାର୍ଥ ହୋଇବି । 
ହେ ବିପ୍ର ମୋହର ଆଜି ସଫଳ ଜୀବନ 
ପରମ ସୌଭାଗ୍ୟ ହେତୁ ଆସିଛ ଆପଣ । 
ସାକ୍ଷାତରେ ବିଷ୍ଣୁ ସମ ଅଟନ୍ତି ଆପଣ 
ଦୀନଜନ ଗ୍ହେ କରିଛନ୍ତି ଆଗମନ | 
ଶବର ବଚନ ଶୁଣି କହନ୍ତି ବ୍ରାହ୍ମଣ 
ଫଳରେ ବା ପାକ ଅନ୍ତେ ନାହିଁ ପ୍ରୟୋଜନ | 
ଯେ ନିମନ୍ତେ ଏ ସ୍ଥାନକୁ ମୋର ଆଗମନ 
ବୈଷ୍ଣବ ପୁଙ୍ଗବ ତାହା କରନ୍ତୁ ଗ୍ରହଣ | 
ଅତି ଦୂରଦେଶ ଅଟେ ଅବନ୍ତୀ ନଗରୀ 
ଇନ୍ଦ୍ରଦ୍ୟୁମ୍ୁ ନାମେ ରାଜା ରାଜପଣ କରି । 
ମୋର ବଡ଼ଭାଇ ସେ ଉାଜାର ପୁରୋହିତ 
ତାଙ୍କ ଆଦେଶେ ଏ ସ୍ଥାନେ ହେଲି ଉପସ୍ମିତ। 
ବିଷ୍ଣୁ ଦର୍ଶନ କରିବା ଅର୍ଥେ ଆସିଅଛି 
ତେଣୁ ଶବର ପଲ୍ଲୀରେ ଭ୍ରମଣ କରୁଛି 
ଦଳେ ତୀର୍ଥ ପର୍ଯ୍ୟଟନକାରୀ ଏକ ଦିନେ 
ଉପସ୍ଥିତ ହେଲେ ଯାଇ ରାଜା ସନ୍ଦିଧାନେ । 
ତୀର୍ଥକ୍ଷେତ୍ର ପ୍ରସଙ୍ଗରେ କହିଲେ ଯେ କଥା 
ରାଜନ ଶୁଣିଲେ ଏହି କ୍ଷେତୁର ବାରତା । 
ଯେପରି କହି ଜଟିଳ ଅନ୍ତରହିତେ ହେଲେ 
ବିଦ୍ୟାପତି ସେ ସକଳ ବୃତ୍ତାନ୍ତ କହିଲେ । 
ଏହା ଶୁଣି ଉତ୍କଣ୍ଡିତ ହେଲେ ଇନ୍ଦ୍ରଦ୍ୟୁମ୍ନ 
କିପରି ନୀଳମାଧବ କରିବେ ଦର୍ଶନ | 
ହରି ଅନ୍୍‌ଷଣେ ମୋତେ କରିଲେ ପ୍ରେରଣ 
ସ୍ଵଚକ୍ଷୁରେ ଦର୍ଶନ କରିବି ନାରାୟଣ | 
ରାଜାଙ୍କ ନିକଟେ ଯାଇ ସକଳ ବୃତ୍ତାନ୍ତ 
ନ କହିବାଯାଏ ମୋର ଭୋଜନ ନାହିଁ ତ | 
ଆହେ ସାଧୁ ତୁମ୍ଭେ ମୋତେ ବିଷ୍ଣୁ ଦରଶନ 
କରାଇ ଦିଅ ଆନନ୍ଦେ ଯିବି ମୁଁ ସ୍ଵସ୍ଥାନ । 
ସପ୍ରମାଧ୍ୟାୟ ଉତ୍କଳ ଭାଷାରେ ସମାପ୍ତ 
ବିପଦ ସାଗରୁ ପାରି କରିବେ ଅଚ୍ୟୁତ । 
ସଂସାର ସାଗରେ ଢେଉ ଉଠୁଛି ସତତ 
ପାରିହୋଇ ଯିବାକୁ ଯେ ନ ଦିଶଇ ପଥ । 
ପାରିକରି ଦିଅ ବେଗେ ମୋର ହାତ ଧରି 
ହରି ହର କରଯୋଡ଼ି କରୁଛି ଗୁହାରି । 
ଇତି ଶ୍ରୀ ସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ବିଦ୍ୟାପତି ନୀଳାଚଳ ପ୍ରଦେଶେ ଗମନ 
ନାମ ସପ୍ତମୋଧ୍ୟାୟଃ | 



ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.


Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ