ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ଚତୁର୍ବଶୋଧ୍ୟାୟଃ

 

ଚତୁର୍ବଶ ଅଧ୍ୟାୟ 


ଜୈମିନି ମୁନିଙ୍କୁ ପଚାରନ୍ତି ମୁନିଗଣ 
ନାରଦ ମହର୍ଷି ଆଉ ରାଜା ଇନ୍ଦ୍ଦ୍ୟୁମ୍ | 
ରଥ ଆରୋହଣ କରି କେଉସ୍କାନେ ଗଲେ 
ତହିଁ ଯାଇଁ କେଉଁ କାର୍ଯ୍ୟ ସମ୍ପାଦନ କଲେ । 
ସେ କଥା ବିସ୍ତୃତ ରୂପେ କହ ମୁନିବର 
କୈମିନି ଦ୍ବିଜଗଣଙ୍କ କହିଲେ ଉତ୍ତର | 
ମହର୍ଷି ରାଜା ଏ ଦୁହେଁ ରଥୁଁ ଉତୁରିଲେ 
ବିଦ୍ୟାପତିଙ୍କ ସଙ୍ଗତେ କ୍ଷେତ୍ରମଧ୍ୟେ ଗଲେ । 
ନୀଳକଣ୍ଡେଶ୍ଵର ସମୀପରେ ଉପସ୍ଥିତ 
ରାଜା ସୂଚନା ପାଇଲେ ବିଘ୍ନ ହେବ ଜାତ । 
ବାମ ଚକ୍ଷୁ ବାମ ବାହୁ ହୁଅନ୍ତେ ସରଣ 
ରାଜାଙ୍କ ମନେ ବିଷାଦ ଜାତ ତତକ୍ଷଣ । 
ସର୍ବ୍ଞ ମୁନିଙ୍କୁ ରାଜା ପୁଚ୍ିଲେ ଏମନ୍ତ 
ଏ ମନ୍ଦ ସୂଚକ କିମ୍ପା କହ ତପୋବନ୍ତ । 
ଆମ୍ଭର ସାମ୍ରାଜ୍ୟ ଅବ୍ୟାହତ ରହିଅଛି 
ଏହିକ୍ଷେତ୍ର ମଧ୍ଯରେ ତ ଶାନ୍ତି ବିରାଜୁଛି । 
ନୀଳମାଧବ ଦର୍ଶନ ଅଥୈ ଆସିଅଛି 
ଯାତ୍ରାପଥରେ ଉତ୍ତମ କଲ୍ୟାଣ ଲଭିଛି । 
ଏକ୍ଷଣି ମନ୍ଦ ସୂଚକ କରୁଛି ଦର୍ଶନ 
ମୋର ବାମ ଅଙ୍ଗ କିମ୍ବା ହେଉଛି ସୁୁରଣ । 
କେଉଁ ଅନିଷ୍ଟ ଘଟିବ ତାହା ନ ଜାଣଇଁ 
ଯଥାର୍ଥ ରୂପେ ବର୍ଣ୍ଣନା କରନ୍ତୁ ଗୋସାଇଁ । 
ରାଜାଙ୍କ ବଚନ ଶୁଣି ନାରଦ କହିଲେ 
ବ୍ରହ୍ମା ଏକଥା ପୁଥମେ ମୋତେ କହିଥଲେ । 
ସେହି କଥା ଏହିସ୍ଥାନେ କହୁଛି ଫିଟାଇ 
ମନରେ ବିଷାଦ କିମ୍ପା ହୁଅ ନରସାଇଁ । 
ଏ ଜଗତେ ଶୁଭକାର୍ଯ୍ୟ ଯେତେ ଦେଖାଯାଏ 
ପ୍ରାୟ ସେ କାର୍ଯ୍ୟରେ ବହୁ ବିଘ୍ନ ରହିଥାଏ । 
ଯେଉଁମାନେ ଏ ଜଗତେ ଅତି ଭାଗ୍ୟବାନ 
ତାହାଙ୍କ ସମ୍ମୁଖେ ମଧ୍ଯ ରହିଥାଏ ବିଗ୍ଧ । 
କିନ୍ତୁ ସେହି ବିଘ୍ନ ହୁଏ ଶୁଭେ ପରିଣତ 
ଆପଣ ସାମ୍ରାଜ୍ୟ ସୁଖ ଭୁଞ୍ଜନ୍ତି ଏ ସତ୍ୟ । 
ମଙ୍ଗଳମୟ ଏ କ୍ଷେତ୍ର ବିଷ୍ଣୁଙ୍କ ଶରୀର 
ଯେ ନିମନ୍ତେ ଆଗମନ କର ନୃପବର । 
ସେହି ପ୍ରଭୁଙ୍କର ହୋଇଅଛି ଅନ୍ତର୍ବାନ 
ବିଦ୍ୟାପତି ଯେଉଁଦିନ କରିଲେ ଦର୍ଶନ । 
ତା ପରଦିନ ସନ୍ଧ୍ୟାରେ ସ୍ଵର୍ଣ୍ଣ ବାଲୁକାରେ 
ଆଛ୍ରାଦିତ ହୋଇ ପ୍ରଭୁ ପାତାଳକୁ ଗଲେ । 
ବର୍ଭମାନ କାଳେ ଏହି ମର୍ଜ୍ୟ ଭୁବନରେ 
ତାଙ୍କ ଦର୍ଶନ ` ଦୁର୍ଲଭ ହେବ ଏ ସ୍ଥାନରେ । 
ଜୈମିନି ମୁନି କହନ୍ତି ଆହେ ଦ୍ବିଜଗଣ 
ବଜ୍ରାଘାତ ସମ ବାକ୍ୟ ଶୁଣି ନୃପରାଣ । 
ଚୈତନ୍ୟ ଶୂନ୍ୟ ହୋଇଣ ପଡ଼ିଲେ ଭୂତଳେ 
ଆମ୍ଭୀୟ ସ୍ଵଜନଗଣ ହା ହା କାର କଲେ । 
କର୍ପୁର ଚନ୍ଦନ ଜଳ ମୁଖରେ ସିଞ୍ଚଲେ 
ଅଗୁରୁ କସ୍ୁୁରୀ ଆଦି ଦେହରେ ଲେପିଲେ । 
ଅତି ସତ୍ତ୍ରେ ଚାମର ତାଳବୃନ୍ତ ଆଣି 
ବ୍ୟଜନ କଲେ ସରବେ ମିଳି ତତକ୍ଷଣି । 
ନାରଦ ସଭ୍ରମେ ଯୋଗ ଧାରଣା କରିଲେ 
ଭବିଷ୍ୟତ କାଳେ ଶୁଭ ହେବାରେ ଜାଣିଲୋ 
ନୃପତିଙ୍କର ପ୍ରାଣାଦି ଇନ୍ଦ୍ରିମାନଙ୍କୁ 
ରକ୍ଷାକରି ଦେଲେ ଯୋଗ ବଳେ ଶରୀରକୁ । 
କେତେକାଳ ଯାଏ କଲେ ବହୁବିଧ ଯନ୍ନ 
ରାଜାଙ୍କ ଦେହେ ଚୈତନ୍ୟ ହେଲା ସମ୍ପାଦନ । 
ଚେତନା ପାଆନ୍ତେ ରାଜା ଭୂତଳୁ ଉଠିଲେ 
ନାରଦ ମୁନିଙ୍କ ପାଦତଳରେ ପଡ଼ିଲେ 
ଉଚ୍ଚରେ ବିଳାପ କରି ମୁନିଙ୍କ କହିଲେ 
ଘୋରତପ ପାପ କରିଥିଲି ଜନ୍ମାନ୍ତରେ 
ସେ ପାପର ଫଳ ଭୋଗ ମୋ ଭାଗ୍ୟେ ଘଟିଛି 
ଇିଦୃଶ ଦାରୁଣ ମନସ୍ତାପ ଭୋଗୁଅଛି 
ଗୋରୁ ବ୍ରାହ୍ମଣ ଅଟନ୍ତି ସ୍ବପ୍ନରେ ଅବଧ୍ୟ 
କାୟ ମନୋବାକ୍ୟେ କରିନାହି ଅପରାଧ 
ମୁନିବର ନିତ୍ୟ ନୈମିତ୍ତିକ କାମ୍ୟ କର୍ନ 
ଶାସ୍ତୋକ୍ର ମତେ କରଇ ନ କରେ ବର୍ଜନ । 
ଦେବତା ପିତୃ ଅତିଥୁ ବୃଦ୍ଧ ବନ୍ଧୁଗଣ 
ମୋର ଆଶ୍ରୟରେ ରହିଛନ୍ତି ଯେତେ ଜନ  
ଏହାଙ୍କୁ ଅବମାନନା କେବେ କରିନାହିଁ 
ମାଧବ ଯେ ଅନ୍ତର୍ବାନ ହେଲେ କାହିଁପାଇଁ । 
ବିଷ୍ଣୁସେବା ଅପରାଧ ଶାସ୍ତେ ଅଛି ଯେତେ 
ଆଚରଣ କରିନାହିଁ ତାହା କଦାଚିତ୍ତେ | 
କୃଦ୍ଧସର୍ପ ପରି ଅପରାଧ ଦୂରେ ଅଛି 
ଭାଗ୍ୟବଳେ ବିଦ୍ୟାପତି ଦର୍ଶନ ପାଇଛି । 
ମୁନିବର ଆପଣ ତ ଜାଣି ଶୁଣି କରି 
କିମ୍ପା ଏ ସ୍ଥାନେ ଆଣିଲେ ରାଜ୍ୟ ଭ୍ରଷ୍ଟକରି । 
କି ନିମିତ୍ତ ଏହି ପ୍ରଜାମାନେ ତ ମୋହର 
ପୈତ୍ସକ ସମ୍ପତ୍ତି ଛାଡ଼ି ଆସିଲେ ସତ୍ତ୍ବର 
ବଂଶ ପରମ୍ପରା ଭୋଗୁଥୁଲେ ଯେ ସମ୍ପତି 
କିପରି ବିଞ୍ଚବେ ଏଥୁକରି କେଉଁ ବୃତ୍ତି 
ହେ ମୁନି ନ ହେଲା ଯେବେ ମାଧବ ଦର୍ଶନ 
କିମ୍ପାଇଁ କରିବି ଆଉ ଜୀବନ ଧାରଣ 
ଏହିକଥା ଯେତେବେଳେ କଲି ମୁଁ ନିଶ୍ଚୟ 
ପ୍ରଜାମାନେ କି କରିବେ କହ ମହାଶୟ 
ହେ ମୁନି ସର୍ବଦା ମୋତେ କର ଅନୁଗ୍ରହ 
ଶୁଭାଶୁଭ ଉପଦେଶ ମୋତେ ଦେଇଥାଅ 
ବେଗେ ମୋ ପୁତ୍ରକୁ ଘେନିଯାଅ ସଙ୍ଗତରେ 
ଅଭିଷେକ କର ନେଇ ଅବନ୍ତୀ ନଗରେ 
ଏ ପୁତ୍ର ପାଳିବ ରାଜ୍ୟ ମୋହରି ସମାନ 
ଦୁଃଖେ ଆକୁଳ ନ ହେବେ ମୋର ପ୍ୂଜାଗଣ | 
ଆଉ ଯେତେ ରାଜାଗଣ ସଙ୍ଗେ ଆସିଛନ୍ତି 
ସେମାନେ ଫେରନ୍ତୁ ପାଇ ମୋର ଅନୁମତି । 
ମୋ ପୁତ୍ର ମାନବେଶରେ ହୋଇ ଅନୁଗତ 
ନିଜ ରାଜ୍ୟକୁ ଗମନ କରନ୍ତୁ ତୁରିତ 
ଏହି କ୍ଷେତ୍ରବରେ ମୁଁ କରିବି ଅବସ୍ଥାନ 
ପୟୋପବେଶନ ବ୍ରତେ ଯାପିବି ଜୀବନ । 
ନୀଳମାଧବଙ୍କୁ ମନ ମଧ୍ୟେ କରି ଧ୍ୟାନ 
ଆୟୁଷ ଶେଷ କାମନା ମୋର ହେବ ପୂର୍ଣ୍ଣ । 
ଜୈମିନି କହନ୍ତି ଇନ୍ଦ୍ରଦ୍ୟୁମ୍ନ ମହୀପତି 
ନାରଦଙ୍କ ପଦେ ଶିର ଲୁଟାଇ କାନ୍ଦନ୍ତି । 
ଅତି ଉଚ୍ଚରେ ବିଳାପ କରିଲେ ରାଜନ 
ସାନ୍ଧନା ବାକ୍ୟେ ନାରଦ କହିଲେ ତକ୍ଷଣ । 
ମହାରାଜ ! ଜାଣେ ତୁମ୍ଭେ ପଣ୍ଡିତ ପ୍ରଧାନ 
ସେହିପରି ତୁମ୍ଭେ ବିଷୁଭକ୍ତି ପରାୟଣ | 
ଧୈର୍ଯ୍ୟଗୁଣର ସାଗର ରୂପେ ବିଦ୍ୟମାନ 
ଜାଣିଛ ତ ଯେତେ ଶ୍ରେୟଃ ତାହା ବିଘୁପୂର୍ଣ | 
ଚର୍ମନେତ୍ରେ ଭଗବାନ ଯେ କରେ ଦର୍ଶନ 
ତାର ସତେ ଜନ୍ମ ପୁଣ୍ୟ ଥାଏ ବିଦ୍ୟମାନ । 
ଜୀବନ୍‌ମୁକ୍ତ ହୋଇ ଆମ୍ଭେ କରୁ ଅବସ୍ଥାନ 
ବିଷ୍ଣୁଲୀଳା ଅତିକ୍ରମେ ନ ହେଲୁ ସକ୍ଷମ । 
ଆମ୍ଭର କୌଣସି ବିଷୟରେ ନାହିଁ ଇଚ୍ଛା 
ତାଙ୍କସଙ୍ଗେ ଭକ୍ତି କରି ରହିବାକୁ ବାଞ୍ଚା । 
ଏପରି କି ଶତ ଶତ ଜନ୍ମ ଲାଭ କଲେ 
ବିଷ୍ଣୁ ମାୟା ଅତିକ୍ରମ କିଏ କରିପାରେ । 
ଯେହେତୁ ସ୍ବେହ ମାୟାର ନାହିଁ ଆଦି ଅନ୍ତ 
ବିଷ୍ଣୁ ନାଭି ପତ୍ନେ ବ୍ରହ୍ମା ନିତ୍ଯ ଅବସ୍ଥିତ । 
ବିଷ୍ଣୁଙ୍କ ମାୟାର ସ୍ତବ ଗାନ କରୁଛନ୍ତି 
ସେ ମାୟାର ଅଦିଅନ୍ତ ବୁଝି ନ ପାରନ୍ତି । 
ସେ ମାୟାବୀ ମାଧବଙ୍କ ମାୟାର ସ୍ଵରୂପ 
ସାମାନ୍ୟ ବର୍ଣ୍ଣନା କଲି ଶୁଣିଲ ତ ଭୂପ । 
ବିଶେଷ ରୂପେ କହୁଛି କରନ୍ତୁ ଶ୍ରବର୍ଣ 
ଯେଣୁ ଭାଗ୍ୟବନ୍ତ ଶ୍ରେଷ୍ଠ ଅଟନ୍ତି ରାଜନ । 
ଇତ୍ଦ୍ରଦ୍ୟୁମୁ ହରିଙ୍କର ଚତୁର୍ବିଧ ମୂରି 
ସେହି ଚାରି ମୁର୍ରିଙ୍କର ଦୟା ତୁମ୍ଭପ୍ରତି | 
ସେ ଚାରି ମୁଜି 'ମଧ୍ୟରେ ଏହି ଚରାଚର 
ସୃଷ୍ଟିକ୍ଭା ଯେ ଅଟନ୍ତି ଆଦେଶ ତାଙ୍କର । 
ହେ ନାରଦ ! ଅତିଶୀଘ୍ର ତୁମ୍ଭେ ଚଳିଯାଅ 
ଇନ୍ଦ୍ରଦ୍ୟୁମ୍ନ ରାଜାଙ୍କୁ ମୋ ବାଉ ବେଗେ କହ । 
ସେ ରାଜା ନୀଳ ପର୍ବତେ ଗମନ କରୁଛି 
ନୀଳମାଧବ ଦର୍ଶନ ଅର୍ଥେ ଯାଉଅଛି | 
ପୂର୍ବେ ଯମଙ୍କ ପ୍ରାର୍ଥନା କରିଲେ ସ୍ଵୀକାର 
ସେ ପ୍ରଭୁ ନୀଳମାଧବ ହେଲେଣି ଅନ୍ତର । 
ଆମ୍ଭ କୂଳର ପଞ୍ଚମ ସନ୍ତାନ ଯେ ସେହି 
ଏକଥା ସେହି ରାଜାଙ୍କୁ ତୁମ୍ଭେ କହ ଯାଇଁ । 
ପ୍ରଭୁଙ୍କୁ ନ ଦେଖୁ ରାଜା ଶୋକ ନ କରିବ | 
ଏ ବିଷୟ ବିଳମ୍ବ ତ ଆଉ ନ କରିବା 
ପିତାମହଙ୍କର ଆଜ୍ଞା ପାଳନ କରିବା 
ଏହି କଥାକୁ ଅନ୍ଯଥା କେ କରିପାରିବ 
ସହସ୍ରାଶ୍ବମେଧ ଯାଗ କରନ୍ତୁ ସେ ସ୍ଥାନ 
ତାହାଙ୍କ କାର୍ଯ୍ୟେ କରିବି ମୁଁ ସାହାଯ୍ୟ ଦାନ | 
ପରମାତ୍ମା ମାଧବଙ୍କୁ କରାଇ ପ୍ରସନ୍ନ 
ଶ୍ଵେତ ଦ୍ବୀପରୁ ଆଣିବି ନୀଳାଚଳ ସ୍ଥାନ 
ଏକ୍ଷଣି ପୁରୁଷୋତ୍ତମ କ୍ଷେତ୍ରରେ ରାଜନ 
ଯ୍ଚଞେ ବିଷ୍ଣୁ ପୂଜା କରି କରୁ ଅବସ୍ଥାନ 
ବିଷ୍ଣୁ ଦାରୁମୟ ମୂର୍ଭି କରିବେ ଧାରଣ 
ଚମ ଚକ୍ଷୁରେ ଦର୍ଶିନ କରିବେ ରାଜନ 
ଦାରୁ ବ୍ରହ୍ମରୂପେ ବିଷ୍ଣୁଙ୍କର ଅବତାର 
ଇନ୍ଦ୍ରଦ୍ୟୁମ୍ନ ଦ୍ଵାରା ହେବ ଲୋକରେ ପ୍ରଚାର । 
ଆମ୍ଭେ ନିଜେ ନୀଳାଚଳେ ଉପସ୍ଥିତ ହେବୁ 
ଦାରୁମର୍ଜି ଚତୁଷ୍ଟୟ ପ୍ରତିଷ୍ଠା କରିବୁ 
ପୁର୍ବକାଳେ ମଣିମୟ ଦେହଧାରୀ ହରି 
ସେ ସ୍ଥାନରେ ପୂଜା ପାଉଥୁଲେ ମୂ୍ଭିଚାରି 
ପୁରୋହିତ ବିଦ୍ୟାପତି କରିଲେ ଦର୍ଶନ 
ରାଜାଙ୍କ ନିକଟେ ଆସି କଲେ ନିବେଦନ । 
ଭବିଷ୍ୟତେ 'ଦାରୁମୟ ରୂପଧରି ହରି 
ଅବତୀର୍ଣ୍ଣ ହେବେ ଏଥ ଚାରିରୂପ ଧରି 
ହେ ରାଜେନ୍ଦ୍ର ଆପଣ ତ ନୁହନ୍ତି ବ୍ୟଥୁତ 
ନିଶ୍ଚୟ ପୂର୍ଣ ହୋଇବ ତୁମ୍ଭ ମନୋରଥ 
ଏଥୁରେ ସହ୍ଦେହ ନାହିଁ ଆନନ୍ଦ ଚିତ୍ତରେ 
ଅବସ୍ଥାନ କର ଏହି ନୀଳ ପର୍ବତରେ 
ଜୈମିନି କହିଲେ ଶୁଣ ଆହେ ଦ୍ବିଜଗଣ 
ରଷି ଏମନ୍ତେ କହିଲେ ସାନ୍ତୁନା ପ୍ରଧାନ 
ରାଜାଙ୍କ ଚିତ୍ତେ ବିଶ୍ଵାସ କରି ଉତ୍ପାଦନ 
ପୁନର୍ବାର କହିଲେ ସେ ମଧୁର ବଚନ 
ଏହି କ୍ଷେତ୍ର ଧାମ ଅଟେ ଶଙ୍କର ଆକୁତି 
ଅଗ୍ରଭାଗେ ନୀଳକଣ୍ଡ ବିଜେ କରିଛନ୍ତି 
ଅଶୃମେଧ ଯଜ୍ଞ ପାଇଁ ସେ ସ୍ଥାନ ଉତ୍ତମ 
ସେହି ମନୋହର ସ୍ଥାନେ କରିବା ଗମନ 
ସହସ୍ର ବରଷେ ଅଶ୍ଵମେଧ ଯାଗ ପୂର୍ଣ୍ଣ 
ହେବାଯାଏ ତହିଁ କରିବା ଯେ ଅବସ୍ଥାନ 
ନୀଳାଦ୍ରି ନାଥଙ୍କୁ ମନ ମଧ୍ୟରେ ଚିନ୍ତିବା 
ନରସିଂହ ମରି ତହିଁ ନିର୍ମାଣ କରିବା 
ତାହାଙ୍କ ଦର୍ଶନେ ଜନ୍ମ ସାର୍ଥକ ହୋଇବ 
ମାଧବଙ୍କ ଅଦର୍ଶନେ ଦୁଃଖ ଦୂର ହେବ 
ନୃସିଂହ ମୁ ମୁଇଁ ପ୍ରତିଷ୍ଠା ପ୍ରଥମରେ କଲେ 
ସର୍ବବିଘ୍ନ ଦୂର ହେବ କାର୍ଯ୍ୟ ସିଵି ଭଲେ 
ଅଶ୍ଵମେଧ ଯଜ୍ଞ ସର୍ବ ଯଜ୍ଞରେ ପ୍ରଧାନ 
ଆରମ୍ଭ କରିବା ଯଥା ଶାସ୍ତ୍ତର ବିଧାନ 
ଉତ୍କଳ ଭାଷାରେ ଚତୁର୍ବଶ ଅଧ୍ୟାଶେଷ 
କହେ ହରିହର ପ୍ରଭୁ ନ ହୁଅ ଅଦୃଶ୍ୟ 
ଇତି ଶ୍ରୀସ୍କନ୍ଦ ପୁରାଣେ ଉତ୍କଳ ଖଣ୍ଡେ 
ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ 
ଶୋକ ବର୍ଣ୍ଣନେ ନାମ 
ଚତୁର୍ବଶୋଧ୍ୟାୟଃ । 




ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୩ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ





.





Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ