ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ତୃତୀୟୋଧ୍ୟାୟଃ

 

 ତୃତୀୟ ଅଧ୍ଯାୟ 


କହନ୍ତି କମଳା ଜନ୍ତୁପତି ବାଣୀ ଶୁଣି 
ପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନ କାହାଣୀ ।
ବସ ! ବିଷ୍ଣୁଙ୍କର ସନ୍ଧିଧାନ ଲଭିବାରୁ 
ଶୁଭ ବୂବ୍ଧି ଉପୁଜିଲା ତୁମ୍ଭର ମନରୁ ` 
ଏହି କ୍ଷେତ୍ରରେ ଆଶ୍ଚର୍ଯ୍ୟ ଗୁପ୍ତସ୍ଥାନ ମାନ 
କହୁଅଛି ଶୁଣ ବାବା ରବିର ନନ୍ଦନ 
ପୂର୍ବକାଳେ ଥୁଲି ବିଷ୍ଣୁଙ୍କର ବକ୍ଷସ୍ଥଳେ 
ଯେ ରୂପ ଦର୍ଶନ କଲି ନୟନ ଯୁଗଳେ । 
ଏ କ୍ଷେତ୍ରର ସେ ଆଶ୍ଚର୍ଯ୍ୟ ବିଷୟ ବର୍ଣ୍ଣନ 
ଶୁଣିଲେ ତୋଷ ହୋଇବ ଯମ ତୁମ୍ଭ ମନ । 
ପ୍ରଳୟକାଳେ ଜଗତ ହୋଇଥଲା ଲୀନ 
ମୋର ସଙ୍ଗେ ଏହି କ୍ଷେତ୍ର ଥଲା ବିଦ୍ୟମାନ । 
ସପ୍ରକଳ୍ପ ଜୀବୀ ମାର୍କଣ୍ଡେୟ ମହାରଷି 
ଉପସ୍ଥିତ ଏ ସ୍ଥାନରେ ଜଳେ ଭାସି ଭାସି । 
ନ ପାଇ ଆଶ୍ରୟ ଶାନ୍ତି ନ ଲଭିଲେ ମନେ 
ଏ କ୍ଷେତ୍ରରେ ବଟବୃକ୍ଷ ଦେଖୁଲେ ନୟନେ । 
ସେ ବୃକ୍ଷର ମୂଳ କାହିଁ କଲେ ଅନ୍ବେଷଣ 
ବୁଡ଼ି ବୁଡ଼ି କରି ଗଲେ ବୃକ୍ଷ ସନ୍ଧିଧାନ । 
ସେକାଳେ ବାଳକ ବାକ୍ୟ କରିଲେ ଶ୍ରବଣ 
ମାର୍କଣ୍ଡେୟ ବେଗ ଆସ ମୋର ସନ୍ଧିଧାନ | 
ତୃମ୍ଭର ଏ ଅତି ଦୁଃଖ ହୋଇବ ବିନାଶ 
ଆଉ ଶୋକ କର ନାହିଁ ହେ ମୃକୁଣ୍ଡ ଶିଷ୍ୟ । 
ଏ ବାଣୀ ଶୁଣି ବିସ୍ମୟ ହେଲେ ମାର୍କଣ୍ଡେୟ 
ନିଜ ଦୁଃଖ ଚିନ୍ତା ତେଜି ହୋଇଲେ ଅଥୟ । 
ଏହି କ୍ଷେତ୍ର ଜଳମଧ୍ୟେ ନ ହୁଅଇ ଶୀାର୍ଣ୍ 
ପ୍ରଳୟର କାଳାଗ୍ଥିରେ ନ ହୁଏ ଦହନ | 
ନୁହେଁ ସମ୍ଭର୍ଭ କାହିଁରେ ଶୁଷ୍ପ ବିଚଳିତ 
ଘୋର ଏକାର୍ଣ୍ବବ ଜଳେ ନୌକା ପରିସ୍ପିତ । 
ଏହି କ୍ଷେତ୍ରମଧ୍ୟେ ଯୁପ କାଷ୍ଟର ସଦୃଶ 
ରହିଅଛି ବଟବୃକ୍ଷ ହୁଅଇ ସେ ଦୃଶ୍ୟ 
ଅଟଇ ଉତ୍ତମ କ୍ଷେତ୍ର ଶ୍ରୀପୁରୁଷୋତ୍ତମ 
ବଟବୃକ୍ଷ ବିଷ୍ଣୁଙ୍କର ଶରୀରଟି ଜାଣ 
ଏ ବୂକ୍ଷର ଶାଖା ମହାପ୍ରଳୟ ବାୟୁରେ 
ବିଚଳିତ ନ ହୁଅଇ ରହିଥାଏ ସ୍ପିରେ | 
ମୁନିବର ମାକିଣ୍ଡେୟ ସେ ବୃକ୍ଷର ତଳେ 
ଉପବିଷ୍ଟ ହୋଇ ମନେ ମନେ ଚିନ୍ତା କଲେ। 
ପ୍ରଳୟ ଏକାର୍ଣ୍ଣବରେ ସ୍ଥାବର ଜଙ୍ଗମ 
ସକଳ ବିନଷ୍ଠ ଏହି ବୁକ୍ଷ ବିଦ୍ୟମାନ । 
ଏହି ଭୂମି କି ପ୍ରକାରେ ରହିଅଛି ସ୍ଥିର 
ପୁନର୍ବାର ଶୁଣିଲେ ସେ ବାଳକର ଗୀର । 
ଆଗତ ହୈ ମାର୍କଣ୍ଡେୟ ଶୁଣି ଏହି କଥା 
ଇତଃସ୍ତତ ହୋଇଗଲେ ମନେ ବହିଚିନ୍ତା । 
ବସ ସୂର୍ଯ୍ୟ ପୁତ୍ର ରଷି କରିଲେ ଦର୍ଶନ 
ଶଙ୍ଖ ଚିକ୍ରଗଦା ପଦ୍ଧଧାରୀ ଜନାର୍ଦନ । 
ତାହାଙ୍କର ବକ୍ଷସ୍ଥଳେ ନିତ୍ୟ ଅବସ୍ଥିତ 
ମୋତେ ଦେଖୁ ରଷିଙ୍କର ତୋଷ ହେଲା ଚିତ୍ତ । 
ଜଳ ପବନ ବେଗରେ ସେ ମୁନି କାତର 
ହୋଇଥୁଲେ ସୂସ୍ଥ ହେଲା ତାଙ୍କର ଶରୀର । 
ହଷ୍ଟଚିତ୍ତେ ମାକଣ୍ଡେୟ କରିଲେ ପ୍ରଣାମ 
କରଯୋଡ଼ି ସ୍ତୁତି ବାକ୍ୟ କଲେ ଉଚ୍ଚାରଣ 
ପ୍ରଭୋ ତବ ପାଦପଦ୍ଧ ଦର୍ଶନର ଲାଭ 
ବ୍ରହ୍ମାରୁଦ୍ର ଚନ୍ଦ୍ରଙ୍କର ଯା ଅଟେ ଦୂର୍ଲ୍ଭ 
ସେ ସମ୍ପଦେ ଅଧ୍କାରୀ ହୋଇଅଛି ଦେବ 
ଏ ଦୀନ ଜନର ଦୁଃଖ ଆଉକି ରହିବ 
ଏତେଦିନଯାଏ ତୁମ୍ଭ ନାମ ନ ଭଜିଲି 
ବିବିଧ ପ୍ରକାରେ ଦୁଃଖ ଭୋଗ କରୁଥିଲି 
ହେ ଦୟାସାଗର ଏତେବେଳେ ରକ୍ଷାକର 
ଆପଣଙ୍କ ପାଦପଦ୍ଧ ମହିଁମା ଅପାର | 
ଏକମାତ୍ର ମୁକ୍ତିଲାଭ ବିଷୟେ କାରଣ 
ସେବା କରୁଛନ୍ତି ବ୍ରହ୍ମା ଆଦି ଦେବଗ୍ରଣ 
ଭଜନ ପୂଜନ ହୀନ ମୁଁ ଅତି ଅଧର୍ମ 
ଦୟାକରି ରକ୍ଷାକର ଆହେ ଭଗବାନ । 
ଯାହାର ଅଙ୍ଗରୁ ବିଶ୍ଵ ବ୍ରହ୍ମାଣ୍ଡ ଉତପନ୍ 
ବିସ୍ତୃତ ହୋଇଛି ତଦପେକ୍ଷା କୋଟିଗୁଣ 
ଏ ସଂସାର ଲୀଳା ଯାହାଠାରୁ ପରକାଶ 
ସୃଷ୍ଟି ସ୍ପିତି ଲୟ ହୃଏ ଆହେ ହୃଷୀକେଶ 
ଦେବ ତୁମ୍ଭେ ସର୍ବବ୍ୟାପୀ ବିଷୁରୂପେ ଖ୍ୟାତ 
ଅଧମ ଜନକ ରକ୍ଷାକର ଲକ୍ଷ୍ମୀକାନ୍ତ 
ଏକଇ ସୁବର୍ଣହାର ବଳୟ କଙ୍କଣ 
ନାମରେ ବିଭେଦ ସିନା ନୁହେଁ ସ୍ଵର୍ଣ ଭିନ୍ନ 
ଜଳେ ପ୍ରତିବିମ୍ବ ହୋଇ ଏକ ଦିବାକର 
ନାନାବିଧ ରୂପେ ହୁଏ ଦୃଷ୍ଟିର ଗୋଚର । 
ସେହିପରି ଆପଣ ତ ଅଟନ୍ତି ନିର୍ଗୁଣ 
ଅଦ୍ଵୟ ବ୍ରଙ୍ମସ୍ଵରୂପୀ ନାମ ରୂପଶୂନ୍ଯ 
ତଥାପି ବହୁ ସ୍ଵରୂପୀ କରିଛ ଧାରଣ 
ଅପାର ଶକ୍ତ ସମ୍ପନ୍ନ ଅଟନ୍ତି ଆପଣ 
କାମନା ବାସନା ଶୂନ୍ୟ ଅଟନ୍ତି ନିର୍ଗୁଣ 
ଜୀବ ଦୁଃଖ ନାଶ ଅର୍ଥେ ବିଗ୍ରହ ଧାରଣ 
ଦେହଧାରୀ ପ୍ରତିଯୁଗେ ଆହେ ଭଗବାନ 
ଆମତ୍ମଜ୍ଞାନେ ତବପାଦ ନ କଲି ସେବନ 
ତେଣୁ ଦାରୁଣ ଦୂର୍ବଶା ଭୋଗ ଉପସ୍ଥିତ 
କୃପାନିଧୂ ରକ୍ଷାକର ଅଧମକୁ ନିତ୍ୟ 
ତବ ତ୍ରିଗୁଣ ଶରୀର ନିଖୂଳ ଜଗତ 
ସୃଷ୍ଟି ସ୍ପିତି ଲୟ କରିବାକୁ ସମରଥ 
ମହତାଦି ଚତୁର୍ବଶ ତତ୍ତ୍ଵର କାରଣ 
ପ୍ରକୃତି ଅତୀତ ଆତ୍ମା ଜଗତ କାରଣ 
ଏ ଦୀନର ଅପରାଧ ଥରେ କ୍ଷମା କର 
ମହାପ୍ରଭୁ ତବ ପାଦପଦ୍ଲେ ନମସ୍କାର 
ସର୍ବତ୍ର ଗମନ କରେ ବୃହତ୍‌ ଅପ୍ରମେୟ 
ବୃଦ୍ଧି ହୋଇ ବ୍ରହ୍ମରୂପେ ହୁଏ ପରିଚୟ । 
ସେ ବ୍ରହ୍ଧ ସ୍ଵରୂପ ପରିଣାମ ହେତୁ ଭୂତ 
ଅଧ୍ୟାମ୍ଭ ସ୍ଵରୂପ ବିଶ୍ଵରୂପେ ପରିଣତ । 
ସେ ରୂପକୁ କରିଅଛି ମୁହିଁ ତ ଆଶ୍ରୟ 
ଲକ୍ଷ୍ମୀପତେ କର କୃପା ଯେଣୁ ଦୟାମୟ । 
ବାତ୍ୟା ବୃଷ୍ଟିଦ୍ଵାରା ହୁଏ ନିତାନ୍ତ ଦୁଃଖୁତ 
ଏ ପ୍ରଳୟ କାଳରେ ତ ନ ପାଏ ମୁଁ ପଥ । 
ଭୀଷଣ ଏକାର୍ଣ୍ବରେ ବିନ୍ଦୁ ମାତ୍ର ସ୍ଥାନ 
ମିଳୁନାହିଁ ବସିବାକୁ ଆହେ ନାରାୟଣ । 
ମୁଁ ତ ହୋଇଅଛି ଭବ ପାରାବାରେ ମଗ୍ନ 
ରକ୍ଷାକର ରକ୍ଷାକର ମୋତେ ଜନାର୍ଦନ । 
ହେ ଗୋବିନ୍ଦ କର କୃପାଦୃଷ୍ଟି ବିଲୋକନ 
ଏ ଭବ ସଂସାରେ ଆଉ ନ ହେବି ଜନମ । 
ଏପରି ସୁତି କରନ୍ତେ ମାର୍ଗଣ୍ଡେୟ ମୁନି 
ନାରାୟଣ କୃପାନେତ୍ରେ ଚାହିଁଲେ ସେ କ୍ଷଣି । 
କହିଲେ ମଧୁର । ସ୍ଵରେ ଆହେ ତପୋଧନ 
ମୋତେ ନ ଚିହ୍ନିଣ ତପ କଲ ବହୁଦିନ । 
ସେ ଫଳ ଦୀର୍ଘାୟୁ ଲାଭ ହୋଇଲା ତୁମ୍ଭର 
ଦେଖାଯାଉଅଛି ଉର୍ଚ୍ବ ଶାଖା ଏ ବୃକ୍ଷର । 
ସେ ଶାଖା ପତ୍ରପୁଟରେ ସୃୟଂ ଭଗବାନ 
ବାଳରୂପ ଧରି କରି ଅଛନ୍ତି ଶୟନ | 
ତାହାଙ୍କୁ ଦର୍ଶନ କରି ଆହେ ତପୋଧନ 
ତାଙ୍କ ବଦନ ମଧ୍ୟରେ ପାଇବ ଯେ ସ୍ଥାନ । 
ଏକଥା ଶୁଣନ୍ତେ ମୁନି ହୋଇଲେ ବିସ୍ମୟ 
ବୃକ୍ଷ ଆରୋହଣ କଲେ ନ କରି ସଂଶୟ । 
ଦେଖୁଲେ ବାଳକରୂପ ତା ମୁଖ ମଧ୍ୟରେ 
ପ୍ରବେଶ କରନ୍ତେ ଚିଳିଗଲେ କଣ୍ଡନାଳେ । 
ବିସ୍ତୃତ ମହା ଉଦର ମଧ୍ୟରେ ପ୍ରବିଷ୍ଟ 
ଯହି ଚଉଦ ଭୁବନ ବିଶ୍ବ-ସନ୍ଦିବିଷ୍ଟ 
ଦେବତା ଗନ୍ଧର୍ବ ବ୍ରହ୍ମା ଆଦି ଦିଗପାଳ 
କିନ୍ନର ରାକ୍ଷସ ରଷି ଦେବର୍ଷି ସକଳ଼ । 
ସସାଗରା ପୃଥ୍ବୀ ଯେ ନାନା ତୀ୍ଥୈ ପୂଣ୍ଠ 
ନଦୀ ପର୍ବତ କାନନ ସର୍ବ ବିଦ୍ୟମାନ ! 
ଗ୍ରାମ କର୍ଣ୍ଣାଟ ନଗର ପୁର ଶୋଭାମାନ 
ତା ମଧ୍ୟରେ ଅଛି ମନୋହର ସ୍ଥାନମାନ । 
ସପ୍ତପାତାଳ ସହସୂ ନାଗ କନ୍ୟା ଦଳ 
ମହାମୁଲ୍ୟ ଚୂର୍ଣ୍ଡ ଲିପି ସଉଧ ବିଶାଳ |
ମସ୍ତକରେ ବହୁ ମୂଲ୍ୟମଣି ସୁଶୋଭିତ 
ନାଗଗଣ ରହିଛନ୍ତି ସେବାରେ ନିଯୁକ୍ତ 
ସହସ୍ର ଫଣା ବେଷ୍ଟିତ ପରମ ଅଭୁତ 
ଅନନ୍ତ ଦେବଙ୍କୁ କଲେ ରଖି ପ୍ରଣିପାତ 
ଶିଷ୍ୟଗଣ ଘେନି ଗୁରୁ ଶାସ୍ତ ବ୍ୟାଖ୍ୟାରତ 
ବ୍ରହ୍ମା କରିଛନ୍ତି ସୃଷ୍ଟି ଯେ ବସ୍ତୁ ସମସ୍ତ 
ସେ ସକଳ ବାଳକର ଉଦରେ ଦେଖୁଲେ 
କୃଷିମଧ୍ୟେ ଇତଃସ୍ତତ ବିଚକ୍ଷଣ କଲେ 
ବୁଲି ବୁଲି ତାର ଅନ୍ତ ନ ପାଇଲେ ମୁନି 
କୁକ୍ଷିମଧ୍ୟରୁ ନିର୍ଗତ ହେଲେ ତତକ୍ଷଣି 
ବାହାରେ ଦେଖୁଲେ ମୁନି ଲକ୍ଷ୍ମୀ ନାରାୟଣ 
ପୂର୍ବପରି କରିଲେ ଯେ ତାହାଙ୍କୁ ପ୍ରଣାମ 
ହେ ଦେବ ଦେବଶ ଅତି ଆଶ୍ଚର୍ଯ୍ୟ ବାରତା 
ମହାପ୍ରଳୟ କାଳରେ ଏ ସୃଷ୍ଟି ଅବସ୍ଥା 
ଆପଣଙ୍କ କୂକ୍ଷି ମଧ୍ୟେ ହୋଇ ଅବସ୍ଥିତ 
ଦୂଶ୍େଦ୍ୟ ତୁମ୍ଭର ମାୟା ନ ହୁଅଇ ଜ୍ଞାତ 
କହୁଛନ୍ତି ଭଗବାନ ଶୁଣ ତପୋଧନ 
ଆମ୍ଭର ଆଶ୍ଚର୍ଯ୍ୟ କ୍ଷେତ୍ର ନିତ୍ୟ ବର୍ଉମାନ 
ବୁଝିରଖ ଏ କ୍ଷେତ୍ରରେ ସମଷ୍ଟି ଯେ ପ୍ରଳୟ 
ସଂସ୍କିତି ଏ ତିନି ନାହିଁ ନରକ ସଂଶୟ । 
ନିରନ୍ତର ଏକ ରୂପ ଶ୍ରୀପୁରୁଷୋତ୍ତମ 
ନାମରେ ଆମ୍ଭଙ୍କୁ ମୁକ୍ତିଦାତା କରି ଜ୍ଞାନ 
ଯେ ବ୍ୟକ୍ତି ଏ କ୍ଷେତ୍ରବରେ ହୁଏ ପରବେଶ 
ସେ ସୁଖ ସ୍ଵରୂପୀ ତାର ନାହିଁ ଗର୍ଭକ୍ଲେଶ । 
ମହାମୁନି ମାର୍କଣ୍ଡେୟ ଭଗବାନଙ୍କର 
ଆଜ୍ଞା ପାଇଣ ଏ କ୍ଷେତ୍ରେ ବାସ କଲେ ସ୍ପିର। 
ଅନ୍ୟକ୍ଷେତ୍ରେ ଯିବି ନାହିଁ ମନେ କରି ସ୍ଥିର 
ଭକ୍ତିଭରେ କରଯୋଡ଼ି କହିଲେ ଏ ଗୀର 
ପ୍ରଭୋ ଭଗବାନ ମୋତେ ଅନୁଗ୍ରହ କର 
ଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ବାସ ଚିରକାଳ 
ମୁଁ କଦାଚ ନ ହୋଇବି ମୂତ୍ୟୁର ଅଧୀନ 
ଏ ଦୀନକୁ ଏହି ଆଜ୍ଞା ହେଉ ନାରାୟଣ । 
କହୁଛନ୍ତି ନାରାୟଣ ମାର୍କଣ୍ଡେୟ ଶୁଣ 
ମୁକ୍ତି ସାଧକ ଏ କ୍ଷେତ୍ରେ ଆମ୍ଭେ ବିଦ୍ୟମାନ । 
ରହିବୁ ମହାପ୍ରଳୟ ଅବସାନ ଯାଏ 
ସନ୍ଦେହ ନ କର ବାବା ଚିତ୍ତେ କର ଲୟେ । 
ମହାପ୍ରଳୟାବସାନେ ତୁମ୍ଭରି ନିମିତ 
ରଚନା କରିବି ଏକ ନିତ୍ୟ ପୁଣ୍ୟତୀର୍ଥ 
ତୀର୍ଥତୀରେ ରହି ତୁମ୍ଭେ ତପସ୍ୟା କରିବ 
ଆମ୍ଭର ଦ୍ବିତୀୟ ଦେହ ଶିବ ଆରାଧ୍ଵବ 
ଆମ୍ଭ ଅନୁଗ୍ରହ ଲାଭ କରିବ ନିଶ୍ଚୟ 
ସମର୍ଥ ହୋଇ କରିବ ତୁମ୍ଭେ ମୃତ୍ୟୁଖଜୟ । 
ଲକ୍ଷ୍ମୀଦେବୀ ପୁନର୍ବାର କହନ୍ତି ବଚନ 
ଯମରାଜା ଶୁଣ ମାର୍କଣ୍ଡେୟ ତପୋଧନ । 
ବର ଲଭି ବଟବୃକ୍ଷ ବାୟୁକୋଣେ ଖାତ 
ପ୍ରସ୍ତୁତ କରି ଆଶ୍ରୟ କଲେ ସେତୁ ଗର୍ର । 
ଦେବ ଦେବ ମହାଦେବଙ୍କର ପୂଜା କଲେ 
ତପସ୍ୟା କରି ମୃତ୍ୟୁକୁ ଶୀଘ୍ର ଜୟ କଲେ । 
ସେ ଗର୍ଭର ନାମ ମାର୍କଣ୍ଡେୟ ସରୋବର 
ତହିଁ ସ୍କାନ କରି ଦରଶନ କଲେ ହର | 
ଅଶ୍ଵମେଧ ଯଜ୍ଞ ଫଳ ହୋଇବ ତ ଲାଭ 
ଏହିକଥା କଦାଚନ ନୂହେ ଅସମ୍ଭବ | 
କହନ୍ତି କମଳା କ୍ଷେତ୍ର ସାଗର ପର୍ଯ୍ୟନ୍ତ | 
ବିସ୍ତୃତ ହୋଇଛି ପଞ୍ଚ କ୍ରୋଶ ପରିମିତ । 
ସେ ପଞ୍ଚକ୍ରୋଶ ମଧ୍ୟରେ ସମୁଦ୍ର ନିକଟ 
ଦୁଇ କ୍ରୋଶ ଅଟେ ଅତି ପବିତ୍ର ଯେ ଶ୍ରେଷ୍ଠ 
ସୁବର୍ଣ୍ଣ ବାଲୁକା ରାଶି ତହିଁ ପରିପୂର୍ଣ 
ନୀଳ ସୁନ୍ଦର ପର୍ବତ ଅତି ସୁଶୋଭିନ | 
ସାକ୍ଷାତରେ ନାରାୟଣ ରୂପୀ ବିଶ୍ଧେଶ୍ଵବର 
ଯମ ଭୀତି ନିବାରକ ନାମ ଯମେଶ୍ବଵର । 
ପ୍ରଭୁ ଚତୁଷଷ୍ଠୀତମ ବିଷୟ ବାସନା 
ତ୍ୟାଗ କରି ଜଗନ୍ନାଥଙ୍କର ଉପାସନା | 
କରିବା ନିମିତ୍ତ ବିଜେ ସମୁଦ୍ର ତଟରେ 
ଏହାଙ୍କୁ ଦର୍ଶନ ଅବା ପୂଜନ ଯେ କରେ । 
କୋଟି ଶିବଲିଙ୍ଗ ପୂଜା ଫଳ ହୁଏ ପ୍ରାପ୍ତ 
ଉତ୍କଳ ଖଣ୍ଡେ ତୃତୀୟ ଅଧ୍ୟାୟ ସମାପ୍ତ । 
ଜଗତଗୁରୁ ଜଗନ୍ନାଥ ଏକ ନୂହେଁ ଭିନ୍ନ 
ସଦ୍ଗୁରୁ ରୂପରେ ଜୀବ ହିତେ ଅବତୀର୍ଣ୍ଣ । 
ତୁମ୍ଭେ କୁଳଗୁରୁ ରୂପେ ଆସି ଦିଅ ଦୀକ୍ଷା 
ସ୍ଵରୂପ ସାଧନ ମନ୍ତ୍ର ଜୀବ ପାଏ ଶିକ୍ଷା । 
ସେ ମନ୍ତ୍ଟମନ ନ କଲେ ହୃଦୟ ପଙ୍କଜେ 
ଇଷ୍ଟଦେବତା ରୂପରେ ତୁମ୍ଭେ ହୁଅ ବିଜେ । 
ସହସ୍ତ୍ରାରେ ଗୁରୁରୂପେ ହୋଇ ଅବସ୍ମିତ 
ସ୍ଵରୂପଦାନେ ଜୀବିକୁ କରୁଛ କୃତାର୍ଥ | 
ଜୀବକୁ ଯେ କୃପାକର ତୁମ୍ଭେ ଏକମାତ୍ର . 
କୃପା ପ୍ରବାହେ ` ଷଟ୍ପରୁ ହୁଅଇ ପ୍ଲାବିତ । 
କୁଣ୍ଡଳିନୀ ସଙ୍ଗେ ଜୀବ ସୁଧା ପାନ କରେ 
ଗୁରୁଙ୍କ ପାଦପଦ୍ଧରୁ ମକରନ୍ଦ ଝରେ | 
ସେହି ପଦ ମକରନ୍ଦ ପାନରେ ମନୀଷା 

କୃପା କଲେ ଗୁରୁଦେବ ପୁରିବ ମୋ ଆଶା । 
ଆହେ ଗୁରୁଦେବ ତୁମ୍ଭ ଶ୍ରୀଚରଣେ ଭିକ୍ଷା 
ମାଗୁଅଛି ହରିହର ବେଗେ ଦିଅ ଦୀକ୍ଷା 
ଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେ 
ଲକ୍ଷ୍ମୀ ଯମରାଜ ସମ୍ଭାଦେ ନାମ 
ତୃତୀୟୋଧ୍ୟାୟଃ |





ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର

ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ

ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ 
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ଦ୍ବାଦଶ ଅଧ୍ୟାୟ ଇନ୍ଦ୍ରଦ୍ୟୁମ୍ନ ରାଜା ନାରଦ ସହ ଏକାମ୍ରକାନନ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ  
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ତ୍ରୟୋତ୍ରିଂଶ ଅଧ୍ୟାୟ - ଗୁଣ୍ଡିଚା ଯାତ୍ରା ବର୍ଣ୍ଣନ 
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍‌ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ




.


Comments

Popular posts from this blog

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର (ଉତ୍କଳ ଖଣ୍ଡ) - ଜଗନ୍ନାଥ ଜଣାଣ

ସ୍କନ୍ଦପୁରାଣ ଅଧ୍ୟାୟ ୧

ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ପ୍ରଥମୋଧ୍ୟୋୟଃ