ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ତୃତୀୟୋଧ୍ୟାୟଃ
ତୃତୀୟ ଅଧ୍ଯାୟ
କହନ୍ତି କମଳା ଜନ୍ତୁପତି ବାଣୀ ଶୁଣିପୁରୁଷୋତ୍ତମ କ୍ଷେତ୍ରର ପ୍ରାଚୀନ କାହାଣୀ ।ବସ ! ବିଷ୍ଣୁଙ୍କର ସନ୍ଧିଧାନ ଲଭିବାରୁଶୁଭ ବୂବ୍ଧି ଉପୁଜିଲା ତୁମ୍ଭର ମନରୁ `ଏହି କ୍ଷେତ୍ରରେ ଆଶ୍ଚର୍ଯ୍ୟ ଗୁପ୍ତସ୍ଥାନ ମାନକହୁଅଛି ଶୁଣ ବାବା ରବିର ନନ୍ଦନପୂର୍ବକାଳେ ଥୁଲି ବିଷ୍ଣୁଙ୍କର ବକ୍ଷସ୍ଥଳେଯେ ରୂପ ଦର୍ଶନ କଲି ନୟନ ଯୁଗଳେ ।ଏ କ୍ଷେତ୍ରର ସେ ଆଶ୍ଚର୍ଯ୍ୟ ବିଷୟ ବର୍ଣ୍ଣନଶୁଣିଲେ ତୋଷ ହୋଇବ ଯମ ତୁମ୍ଭ ମନ ।ପ୍ରଳୟକାଳେ ଜଗତ ହୋଇଥଲା ଲୀନମୋର ସଙ୍ଗେ ଏହି କ୍ଷେତ୍ର ଥଲା ବିଦ୍ୟମାନ ।ସପ୍ରକଳ୍ପ ଜୀବୀ ମାର୍କଣ୍ଡେୟ ମହାରଷିଉପସ୍ଥିତ ଏ ସ୍ଥାନରେ ଜଳେ ଭାସି ଭାସି ।ନ ପାଇ ଆଶ୍ରୟ ଶାନ୍ତି ନ ଲଭିଲେ ମନେଏ କ୍ଷେତ୍ରରେ ବଟବୃକ୍ଷ ଦେଖୁଲେ ନୟନେ ।ସେ ବୃକ୍ଷର ମୂଳ କାହିଁ କଲେ ଅନ୍ବେଷଣବୁଡ଼ି ବୁଡ଼ି କରି ଗଲେ ବୃକ୍ଷ ସନ୍ଧିଧାନ ।ସେକାଳେ ବାଳକ ବାକ୍ୟ କରିଲେ ଶ୍ରବଣମାର୍କଣ୍ଡେୟ ବେଗ ଆସ ମୋର ସନ୍ଧିଧାନ |ତୃମ୍ଭର ଏ ଅତି ଦୁଃଖ ହୋଇବ ବିନାଶଆଉ ଶୋକ କର ନାହିଁ ହେ ମୃକୁଣ୍ଡ ଶିଷ୍ୟ ।ଏ ବାଣୀ ଶୁଣି ବିସ୍ମୟ ହେଲେ ମାର୍କଣ୍ଡେୟନିଜ ଦୁଃଖ ଚିନ୍ତା ତେଜି ହୋଇଲେ ଅଥୟ ।ଏହି କ୍ଷେତ୍ର ଜଳମଧ୍ୟେ ନ ହୁଅଇ ଶୀାର୍ଣ୍ପ୍ରଳୟର କାଳାଗ୍ଥିରେ ନ ହୁଏ ଦହନ |ନୁହେଁ ସମ୍ଭର୍ଭ କାହିଁରେ ଶୁଷ୍ପ ବିଚଳିତଘୋର ଏକାର୍ଣ୍ବବ ଜଳେ ନୌକା ପରିସ୍ପିତ ।ଏହି କ୍ଷେତ୍ରମଧ୍ୟେ ଯୁପ କାଷ୍ଟର ସଦୃଶରହିଅଛି ବଟବୃକ୍ଷ ହୁଅଇ ସେ ଦୃଶ୍ୟଅଟଇ ଉତ୍ତମ କ୍ଷେତ୍ର ଶ୍ରୀପୁରୁଷୋତ୍ତମବଟବୃକ୍ଷ ବିଷ୍ଣୁଙ୍କର ଶରୀରଟି ଜାଣ ।ଏ ବୂକ୍ଷର ଶାଖା ମହାପ୍ରଳୟ ବାୟୁରେବିଚଳିତ ନ ହୁଅଇ ରହିଥାଏ ସ୍ପିରେ |ମୁନିବର ମାକିଣ୍ଡେୟ ସେ ବୃକ୍ଷର ତଳେଉପବିଷ୍ଟ ହୋଇ ମନେ ମନେ ଚିନ୍ତା କଲେ।ପ୍ରଳୟ ଏକାର୍ଣ୍ଣବରେ ସ୍ଥାବର ଜଙ୍ଗମସକଳ ବିନଷ୍ଠ ଏହି ବୁକ୍ଷ ବିଦ୍ୟମାନ ।ଏହି ଭୂମି କି ପ୍ରକାରେ ରହିଅଛି ସ୍ଥିରପୁନର୍ବାର ଶୁଣିଲେ ସେ ବାଳକର ଗୀର ।ଆଗତ ହୈ ମାର୍କଣ୍ଡେୟ ଶୁଣି ଏହି କଥାଇତଃସ୍ତତ ହୋଇଗଲେ ମନେ ବହିଚିନ୍ତା ।ବସ ସୂର୍ଯ୍ୟ ପୁତ୍ର ରଷି କରିଲେ ଦର୍ଶନଶଙ୍ଖ ଚିକ୍ରଗଦା ପଦ୍ଧଧାରୀ ଜନାର୍ଦନ ।ତାହାଙ୍କର ବକ୍ଷସ୍ଥଳେ ନିତ୍ୟ ଅବସ୍ଥିତମୋତେ ଦେଖୁ ରଷିଙ୍କର ତୋଷ ହେଲା ଚିତ୍ତ ।ଜଳ ପବନ ବେଗରେ ସେ ମୁନି କାତରହୋଇଥୁଲେ ସୂସ୍ଥ ହେଲା ତାଙ୍କର ଶରୀର ।ହଷ୍ଟଚିତ୍ତେ ମାକଣ୍ଡେୟ କରିଲେ ପ୍ରଣାମକରଯୋଡ଼ି ସ୍ତୁତି ବାକ୍ୟ କଲେ ଉଚ୍ଚାରଣପ୍ରଭୋ ତବ ପାଦପଦ୍ଧ ଦର୍ଶନର ଲାଭବ୍ରହ୍ମାରୁଦ୍ର ଚନ୍ଦ୍ରଙ୍କର ଯା ଅଟେ ଦୂର୍ଲ୍ଭସେ ସମ୍ପଦେ ଅଧ୍କାରୀ ହୋଇଅଛି ଦେବଏ ଦୀନ ଜନର ଦୁଃଖ ଆଉକି ରହିବଏତେଦିନଯାଏ ତୁମ୍ଭ ନାମ ନ ଭଜିଲିବିବିଧ ପ୍ରକାରେ ଦୁଃଖ ଭୋଗ କରୁଥିଲିହେ ଦୟାସାଗର ଏତେବେଳେ ରକ୍ଷାକରଆପଣଙ୍କ ପାଦପଦ୍ଧ ମହିଁମା ଅପାର |ଏକମାତ୍ର ମୁକ୍ତିଲାଭ ବିଷୟେ କାରଣସେବା କରୁଛନ୍ତି ବ୍ରହ୍ମା ଆଦି ଦେବଗ୍ରଣଭଜନ ପୂଜନ ହୀନ ମୁଁ ଅତି ଅଧର୍ମଦୟାକରି ରକ୍ଷାକର ଆହେ ଭଗବାନ ।ଯାହାର ଅଙ୍ଗରୁ ବିଶ୍ଵ ବ୍ରହ୍ମାଣ୍ଡ ଉତପନ୍ବିସ୍ତୃତ ହୋଇଛି ତଦପେକ୍ଷା କୋଟିଗୁଣଏ ସଂସାର ଲୀଳା ଯାହାଠାରୁ ପରକାଶସୃଷ୍ଟି ସ୍ପିତି ଲୟ ହୃଏ ଆହେ ହୃଷୀକେଶଦେବ ତୁମ୍ଭେ ସର୍ବବ୍ୟାପୀ ବିଷୁରୂପେ ଖ୍ୟାତଅଧମ ଜନକ ରକ୍ଷାକର ଲକ୍ଷ୍ମୀକାନ୍ତଏକଇ ସୁବର୍ଣହାର ବଳୟ କଙ୍କଣନାମରେ ବିଭେଦ ସିନା ନୁହେଁ ସ୍ଵର୍ଣ ଭିନ୍ନଜଳେ ପ୍ରତିବିମ୍ବ ହୋଇ ଏକ ଦିବାକରନାନାବିଧ ରୂପେ ହୁଏ ଦୃଷ୍ଟିର ଗୋଚର ।ସେହିପରି ଆପଣ ତ ଅଟନ୍ତି ନିର୍ଗୁଣଅଦ୍ଵୟ ବ୍ରଙ୍ମସ୍ଵରୂପୀ ନାମ ରୂପଶୂନ୍ଯତଥାପି ବହୁ ସ୍ଵରୂପୀ କରିଛ ଧାରଣଅପାର ଶକ୍ତ ସମ୍ପନ୍ନ ଅଟନ୍ତି ଆପଣକାମନା ବାସନା ଶୂନ୍ୟ ଅଟନ୍ତି ନିର୍ଗୁଣଜୀବ ଦୁଃଖ ନାଶ ଅର୍ଥେ ବିଗ୍ରହ ଧାରଣଦେହଧାରୀ ପ୍ରତିଯୁଗେ ଆହେ ଭଗବାନଆମତ୍ମଜ୍ଞାନେ ତବପାଦ ନ କଲି ସେବନତେଣୁ ଦାରୁଣ ଦୂର୍ବଶା ଭୋଗ ଉପସ୍ଥିତକୃପାନିଧୂ ରକ୍ଷାକର ଅଧମକୁ ନିତ୍ୟତବ ତ୍ରିଗୁଣ ଶରୀର ନିଖୂଳ ଜଗତସୃଷ୍ଟି ସ୍ପିତି ଲୟ କରିବାକୁ ସମରଥମହତାଦି ଚତୁର୍ବଶ ତତ୍ତ୍ଵର କାରଣପ୍ରକୃତି ଅତୀତ ଆତ୍ମା ଜଗତ କାରଣଏ ଦୀନର ଅପରାଧ ଥରେ କ୍ଷମା କରମହାପ୍ରଭୁ ତବ ପାଦପଦ୍ଲେ ନମସ୍କାରସର୍ବତ୍ର ଗମନ କରେ ବୃହତ୍ ଅପ୍ରମେୟବୃଦ୍ଧି ହୋଇ ବ୍ରହ୍ମରୂପେ ହୁଏ ପରିଚୟ ।ସେ ବ୍ରହ୍ଧ ସ୍ଵରୂପ ପରିଣାମ ହେତୁ ଭୂତଅଧ୍ୟାମ୍ଭ ସ୍ଵରୂପ ବିଶ୍ଵରୂପେ ପରିଣତ ।ସେ ରୂପକୁ କରିଅଛି ମୁହିଁ ତ ଆଶ୍ରୟଲକ୍ଷ୍ମୀପତେ କର କୃପା ଯେଣୁ ଦୟାମୟ ।ବାତ୍ୟା ବୃଷ୍ଟିଦ୍ଵାରା ହୁଏ ନିତାନ୍ତ ଦୁଃଖୁତଏ ପ୍ରଳୟ କାଳରେ ତ ନ ପାଏ ମୁଁ ପଥ ।ଭୀଷଣ ଏକାର୍ଣ୍ବରେ ବିନ୍ଦୁ ମାତ୍ର ସ୍ଥାନମିଳୁନାହିଁ ବସିବାକୁ ଆହେ ନାରାୟଣ ।ମୁଁ ତ ହୋଇଅଛି ଭବ ପାରାବାରେ ମଗ୍ନରକ୍ଷାକର ରକ୍ଷାକର ମୋତେ ଜନାର୍ଦନ ।ହେ ଗୋବିନ୍ଦ କର କୃପାଦୃଷ୍ଟି ବିଲୋକନଏ ଭବ ସଂସାରେ ଆଉ ନ ହେବି ଜନମ ।ଏପରି ସୁତି କରନ୍ତେ ମାର୍ଗଣ୍ଡେୟ ମୁନିନାରାୟଣ କୃପାନେତ୍ରେ ଚାହିଁଲେ ସେ କ୍ଷଣି ।କହିଲେ ମଧୁର । ସ୍ଵରେ ଆହେ ତପୋଧନମୋତେ ନ ଚିହ୍ନିଣ ତପ କଲ ବହୁଦିନ ।ସେ ଫଳ ଦୀର୍ଘାୟୁ ଲାଭ ହୋଇଲା ତୁମ୍ଭରଦେଖାଯାଉଅଛି ଉର୍ଚ୍ବ ଶାଖା ଏ ବୃକ୍ଷର ।ସେ ଶାଖା ପତ୍ରପୁଟରେ ସୃୟଂ ଭଗବାନବାଳରୂପ ଧରି କରି ଅଛନ୍ତି ଶୟନ |ତାହାଙ୍କୁ ଦର୍ଶନ କରି ଆହେ ତପୋଧନତାଙ୍କ ବଦନ ମଧ୍ୟରେ ପାଇବ ଯେ ସ୍ଥାନ ।ଏକଥା ଶୁଣନ୍ତେ ମୁନି ହୋଇଲେ ବିସ୍ମୟବୃକ୍ଷ ଆରୋହଣ କଲେ ନ କରି ସଂଶୟ ।ଦେଖୁଲେ ବାଳକରୂପ ତା ମୁଖ ମଧ୍ୟରେପ୍ରବେଶ କରନ୍ତେ ଚିଳିଗଲେ କଣ୍ଡନାଳେ ।ବିସ୍ତୃତ ମହା ଉଦର ମଧ୍ୟରେ ପ୍ରବିଷ୍ଟଯହି ଚଉଦ ଭୁବନ ବିଶ୍ବ-ସନ୍ଦିବିଷ୍ଟଦେବତା ଗନ୍ଧର୍ବ ବ୍ରହ୍ମା ଆଦି ଦିଗପାଳକିନ୍ନର ରାକ୍ଷସ ରଷି ଦେବର୍ଷି ସକଳ଼ ।ସସାଗରା ପୃଥ୍ବୀ ଯେ ନାନା ତୀ୍ଥୈ ପୂଣ୍ଠନଦୀ ପର୍ବତ କାନନ ସର୍ବ ବିଦ୍ୟମାନ !ଗ୍ରାମ କର୍ଣ୍ଣାଟ ନଗର ପୁର ଶୋଭାମାନତା ମଧ୍ୟରେ ଅଛି ମନୋହର ସ୍ଥାନମାନ ।ସପ୍ତପାତାଳ ସହସୂ ନାଗ କନ୍ୟା ଦଳମହାମୁଲ୍ୟ ଚୂର୍ଣ୍ଡ ଲିପି ସଉଧ ବିଶାଳ |ମସ୍ତକରେ ବହୁ ମୂଲ୍ୟମଣି ସୁଶୋଭିତନାଗଗଣ ରହିଛନ୍ତି ସେବାରେ ନିଯୁକ୍ତସହସ୍ର ଫଣା ବେଷ୍ଟିତ ପରମ ଅଭୁତଅନନ୍ତ ଦେବଙ୍କୁ କଲେ ରଖି ପ୍ରଣିପାତଶିଷ୍ୟଗଣ ଘେନି ଗୁରୁ ଶାସ୍ତ ବ୍ୟାଖ୍ୟାରତବ୍ରହ୍ମା କରିଛନ୍ତି ସୃଷ୍ଟି ଯେ ବସ୍ତୁ ସମସ୍ତସେ ସକଳ ବାଳକର ଉଦରେ ଦେଖୁଲେକୃଷିମଧ୍ୟେ ଇତଃସ୍ତତ ବିଚକ୍ଷଣ କଲେବୁଲି ବୁଲି ତାର ଅନ୍ତ ନ ପାଇଲେ ମୁନିକୁକ୍ଷିମଧ୍ୟରୁ ନିର୍ଗତ ହେଲେ ତତକ୍ଷଣିବାହାରେ ଦେଖୁଲେ ମୁନି ଲକ୍ଷ୍ମୀ ନାରାୟଣପୂର୍ବପରି କରିଲେ ଯେ ତାହାଙ୍କୁ ପ୍ରଣାମହେ ଦେବ ଦେବଶ ଅତି ଆଶ୍ଚର୍ଯ୍ୟ ବାରତାମହାପ୍ରଳୟ କାଳରେ ଏ ସୃଷ୍ଟି ଅବସ୍ଥାଆପଣଙ୍କ କୂକ୍ଷି ମଧ୍ୟେ ହୋଇ ଅବସ୍ଥିତଦୂଶ୍େଦ୍ୟ ତୁମ୍ଭର ମାୟା ନ ହୁଅଇ ଜ୍ଞାତକହୁଛନ୍ତି ଭଗବାନ ଶୁଣ ତପୋଧନଆମ୍ଭର ଆଶ୍ଚର୍ଯ୍ୟ କ୍ଷେତ୍ର ନିତ୍ୟ ବର୍ଉମାନବୁଝିରଖ ଏ କ୍ଷେତ୍ରରେ ସମଷ୍ଟି ଯେ ପ୍ରଳୟସଂସ୍କିତି ଏ ତିନି ନାହିଁ ନରକ ସଂଶୟ ।ନିରନ୍ତର ଏକ ରୂପ ଶ୍ରୀପୁରୁଷୋତ୍ତମନାମରେ ଆମ୍ଭଙ୍କୁ ମୁକ୍ତିଦାତା କରି ଜ୍ଞାନଯେ ବ୍ୟକ୍ତି ଏ କ୍ଷେତ୍ରବରେ ହୁଏ ପରବେଶସେ ସୁଖ ସ୍ଵରୂପୀ ତାର ନାହିଁ ଗର୍ଭକ୍ଲେଶ ।ମହାମୁନି ମାର୍କଣ୍ଡେୟ ଭଗବାନଙ୍କରଆଜ୍ଞା ପାଇଣ ଏ କ୍ଷେତ୍ରେ ବାସ କଲେ ସ୍ପିର।ଅନ୍ୟକ୍ଷେତ୍ରେ ଯିବି ନାହିଁ ମନେ କରି ସ୍ଥିରଭକ୍ତିଭରେ କରଯୋଡ଼ି କହିଲେ ଏ ଗୀରପ୍ରଭୋ ଭଗବାନ ମୋତେ ଅନୁଗ୍ରହ କରଶ୍ରୀ ପୁରୁଷୋତ୍ତମ କ୍ଷେତ୍ରେ ବାସ ଚିରକାଳମୁଁ କଦାଚ ନ ହୋଇବି ମୂତ୍ୟୁର ଅଧୀନଏ ଦୀନକୁ ଏହି ଆଜ୍ଞା ହେଉ ନାରାୟଣ ।କହୁଛନ୍ତି ନାରାୟଣ ମାର୍କଣ୍ଡେୟ ଶୁଣମୁକ୍ତି ସାଧକ ଏ କ୍ଷେତ୍ରେ ଆମ୍ଭେ ବିଦ୍ୟମାନ ।ରହିବୁ ମହାପ୍ରଳୟ ଅବସାନ ଯାଏସନ୍ଦେହ ନ କର ବାବା ଚିତ୍ତେ କର ଲୟେ ।ମହାପ୍ରଳୟାବସାନେ ତୁମ୍ଭରି ନିମିତରଚନା କରିବି ଏକ ନିତ୍ୟ ପୁଣ୍ୟତୀର୍ଥତୀର୍ଥତୀରେ ରହି ତୁମ୍ଭେ ତପସ୍ୟା କରିବଆମ୍ଭର ଦ୍ବିତୀୟ ଦେହ ଶିବ ଆରାଧ୍ଵବଆମ୍ଭ ଅନୁଗ୍ରହ ଲାଭ କରିବ ନିଶ୍ଚୟସମର୍ଥ ହୋଇ କରିବ ତୁମ୍ଭେ ମୃତ୍ୟୁଖଜୟ ।ଲକ୍ଷ୍ମୀଦେବୀ ପୁନର୍ବାର କହନ୍ତି ବଚନଯମରାଜା ଶୁଣ ମାର୍କଣ୍ଡେୟ ତପୋଧନ ।ବର ଲଭି ବଟବୃକ୍ଷ ବାୟୁକୋଣେ ଖାତପ୍ରସ୍ତୁତ କରି ଆଶ୍ରୟ କଲେ ସେତୁ ଗର୍ର ।ଦେବ ଦେବ ମହାଦେବଙ୍କର ପୂଜା କଲେତପସ୍ୟା କରି ମୃତ୍ୟୁକୁ ଶୀଘ୍ର ଜୟ କଲେ ।ସେ ଗର୍ଭର ନାମ ମାର୍କଣ୍ଡେୟ ସରୋବରତହିଁ ସ୍କାନ କରି ଦରଶନ କଲେ ହର |ଅଶ୍ଵମେଧ ଯଜ୍ଞ ଫଳ ହୋଇବ ତ ଲାଭଏହିକଥା କଦାଚନ ନୂହେ ଅସମ୍ଭବ |କହନ୍ତି କମଳା କ୍ଷେତ୍ର ସାଗର ପର୍ଯ୍ୟନ୍ତ |ବିସ୍ତୃତ ହୋଇଛି ପଞ୍ଚ କ୍ରୋଶ ପରିମିତ ।ସେ ପଞ୍ଚକ୍ରୋଶ ମଧ୍ୟରେ ସମୁଦ୍ର ନିକଟଦୁଇ କ୍ରୋଶ ଅଟେ ଅତି ପବିତ୍ର ଯେ ଶ୍ରେଷ୍ଠସୁବର୍ଣ୍ଣ ବାଲୁକା ରାଶି ତହିଁ ପରିପୂର୍ଣନୀଳ ସୁନ୍ଦର ପର୍ବତ ଅତି ସୁଶୋଭିନ |ସାକ୍ଷାତରେ ନାରାୟଣ ରୂପୀ ବିଶ୍ଧେଶ୍ଵବରଯମ ଭୀତି ନିବାରକ ନାମ ଯମେଶ୍ବଵର ।ପ୍ରଭୁ ଚତୁଷଷ୍ଠୀତମ ବିଷୟ ବାସନାତ୍ୟାଗ କରି ଜଗନ୍ନାଥଙ୍କର ଉପାସନା |କରିବା ନିମିତ୍ତ ବିଜେ ସମୁଦ୍ର ତଟରେଏହାଙ୍କୁ ଦର୍ଶନ ଅବା ପୂଜନ ଯେ କରେ ।କୋଟି ଶିବଲିଙ୍ଗ ପୂଜା ଫଳ ହୁଏ ପ୍ରାପ୍ତଉତ୍କଳ ଖଣ୍ଡେ ତୃତୀୟ ଅଧ୍ୟାୟ ସମାପ୍ତ ।ଜଗତଗୁରୁ ଜଗନ୍ନାଥ ଏକ ନୂହେଁ ଭିନ୍ନସଦ୍ଗୁରୁ ରୂପରେ ଜୀବ ହିତେ ଅବତୀର୍ଣ୍ଣ ।ତୁମ୍ଭେ କୁଳଗୁରୁ ରୂପେ ଆସି ଦିଅ ଦୀକ୍ଷାସ୍ଵରୂପ ସାଧନ ମନ୍ତ୍ର ଜୀବ ପାଏ ଶିକ୍ଷା ।ସେ ମନ୍ତ୍ଟମନ ନ କଲେ ହୃଦୟ ପଙ୍କଜେଇଷ୍ଟଦେବତା ରୂପରେ ତୁମ୍ଭେ ହୁଅ ବିଜେ ।ସହସ୍ତ୍ରାରେ ଗୁରୁରୂପେ ହୋଇ ଅବସ୍ମିତସ୍ଵରୂପଦାନେ ଜୀବିକୁ କରୁଛ କୃତାର୍ଥ |ଜୀବକୁ ଯେ କୃପାକର ତୁମ୍ଭେ ଏକମାତ୍ର .କୃପା ପ୍ରବାହେ ` ଷଟ୍ପରୁ ହୁଅଇ ପ୍ଲାବିତ ।କୁଣ୍ଡଳିନୀ ସଙ୍ଗେ ଜୀବ ସୁଧା ପାନ କରେଗୁରୁଙ୍କ ପାଦପଦ୍ଧରୁ ମକରନ୍ଦ ଝରେ |ସେହି ପଦ ମକରନ୍ଦ ପାନରେ ମନୀଷାକୃପା କଲେ ଗୁରୁଦେବ ପୁରିବ ମୋ ଆଶା ।ଆହେ ଗୁରୁଦେବ ତୁମ୍ଭ ଶ୍ରୀଚରଣେ ଭିକ୍ଷାମାଗୁଅଛି ହରିହର ବେଗେ ଦିଅ ଦୀକ୍ଷାଇତି ଶ୍ରୀ ସ୍କନ୍ଦପୁରାଣେ ଉତ୍କଳଖଣ୍ଡେଲକ୍ଷ୍ମୀ ଯମରାଜ ସମ୍ଭାଦେ ନାମତୃତୀୟୋଧ୍ୟାୟଃ |
ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର
ଉତ୍କଳ ଖଣ୍ଡ - ଜଗନ୍ନାଥ ଜଣାଣ
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତିସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତିଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତିଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧିଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
Brass Jagannath
.
ପ୍ରଥମ ଅଧ୍ୟାୟ - ପୁରୁଷୋତ୍ତମକ୍ଷେତ୍ର ମାହାତ୍ମ୍ୟ
୨ୟ ଅଧ୍ୟାୟ - ଲକ୍ଷ୍ମୀ ଯମରାଜ ସମ୍ବାଦ କ୍ଷେତ୍ର ମାହାତ୍ମ୍ୟ
୪ର୍ଥ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଶ୍ରୀକ୍ଷେତ୍ର ଗମନ
୫ମ ଅଧ୍ୟାୟ - ପୁଣ୍ଡରୀକ ଅମ୍ବରୀଷ ଉପାଖ୍ୟାନ
୬ଷ୍ଠ ଅଧ୍ୟାୟ - ଉତ୍କଳ ବର୍ଣ୍ଣନ
୭ମ ଅଧ୍ୟାୟ - ବିଦ୍ୟାପତି ନୀଳାଚଳ ପ୍ରବେଶ
୮ମ ଅଧ୍ୟାୟ - ବିଦ୍ୟାପତି ନୀଳମାଧବ ଦର୍ଶନ
୯ମ ଅଧ୍ୟାୟ - ଇନ୍ଦଦ୍ୟୁମ୍ ନିର୍ମାଲ୍ୟମାଳା ଗ୍ରହଣ
୧୦ମ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ନାରଦ ସମ୍ବାଦେ ଭକ୍ତି ଲକ୍ଷଣ ମାହାତ୍ମ୍ୟ
ଏକାଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ଉତ୍କଳଦେଶ ପ୍ରବେଶ
ତ୍ରୟୋଦଶ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ର ପ୍ରସଚ୍ଚେ ଶ୍ରୀ କପୋତେଶ୍ଵର ବିଲେଶ୍ଵର ଚରିତ ବର୍ଣ୍ଣନ
ଚତୁର୍ଦଶ ଅଧ୍ୟାୟ - ଶ୍ରୀ ନୀଳମାଧବ ଅନ୍ତହିତେ ଇନ୍ଦ୍ରଦ୍ୟୁମ୍ନ ଶୋକ ବର୍ଣ୍ଣନ
ପଞ୍ଚଦଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ଦର୍ଶନ
ଷୋଡ଼ଶ ଅଧ୍ୟାୟ - ନାରଦ କରୁଁକ ନୃସିଂହଦେବ ଆନୟନେ ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ସପ୍ତଦଶ ଅଧ୍ୟାୟ - ଅଶ୍ଵମେଧ ଯଜ୍ଞ ଇନ୍ଦ୍ରଦ୍ୟୁମ୍ନ ସ୍ଵପ୍ନ ଦର୍ଶନ
ଅଷ୍ଟାଦଶ ଅଧ୍ୟାୟ - ସହସ୍ରଶୂମେଧ ଯଜ୍ଞ ବର୍ଣ୍ଣନେ ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଆନୟନ
ଉନବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦାରୁମୂର୍ତ୍ତୀ ଦର୍ଶନ
ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ସ୍ତୁତି
ଏକବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ନୀଳାଚଳ ମନ୍ଦିର ନିର୍ମାଣ
ଦ୍ଵାବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ରାଜା ବ୍ରହ୍ମଲୋକେ ଗମନ
ତ୍ରୟୋବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକ ଗମନେ ବ୍ରହ୍ମ ସଭା ବର୍ଣ୍ଣନ
ଚତୁର୍ବିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ଦେବଗଣ ସହ ମନ୍ଦିର ଦର୍ଶନ
ପଞ୍ଚବିଂଶ ଅଧ୍ୟାୟ - ରଥ ନିର୍ମାଣ ଓ ରଥ ପ୍ରତିଷ୍ଠା ବର୍ଣ୍ଣନ
ଷଡ଼ବିଂଶ ଅଧ୍ୟାୟ - ବ୍ରହ୍ମା ନୀଳାଚଳ ଆଗମନ
ସପ୍ତବିଂଶ ଅଧ୍ୟାୟ - ମନ୍ଦିର ସହିତ ଦାରୁମୂର୍ତ୍ତୀ ପ୍ରତିଷ୍ଠା ବ୍ରହ୍ମାଙ୍କର ସତି
ଅଷ୍ଟବିଂଶ ଅଧ୍ୟାୟ - ଶ୍ରୀ ନୃସିଂହ ଦେବଙ୍କର ଭୀଷଣ ରୂପ ଦର୍ଶନ ଓ ବ୍ରହ୍ମା ଇନ୍ଦ୍ରଦ୍ୟୁମ୍ନ ସମ୍ବାଦ
ଉନତ୍ରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବର ପ୍ରଦାନେ 'ଯାତ୍ରାତ୍ସୋବ ବର୍ଣ୍ଣନ'
ତ୍ରିଂଶ ଅଧ୍ୟାୟ - ପଞ୍ତୀ୍ଥ ବର୍ଣ୍ଣନ ପ୍ରସଙ୍ଗ ସମୁଦ୍ରସ୍ନାନ କିଞ୍ଚତ କଥନଂ
ଏକତ୍ରିଂଶ ଅଧ୍ୟାୟ - ସ୍ନାନଯତ୍ରା ବିଧି ବର୍ଣ୍ଣନ
ଦ୍ଵାତ୍ରିଂଶ ଅଧ୍ୟାୟ - ମଞ୍ଚାସିନ ବର୍ଣ୍ଣନ ପ୍ରସଙ୍ଗେ ଜ୍ୟେଷ୍ଠାପଞ୍ଚକ ବ୍ରତ ବର୍ଣ୍ଣନ
ଚତୁର୍ତ୍ତିଂଶ ଅଧ୍ୟାୟ- ମହାଦେବୀ ମହୋତ୍ସବ ପ୍ରସଙ୍ଗେ ବନ ଜାଗରଣ ବ୍ରତ ବର୍ଣ୍ଣନ
ପଞ୍ଚତ୍ରିଂଶ ଅଧ୍ୟାୟ - ବାହୂଡ଼ା ଯାତ୍ରା ବର୍ଣ୍ଣନ
ଷଟ୍ତ୍ରିଂଶ ଅଧ୍ୟାୟ - ଶୟନ ଉତ୍ସବ ବର୍ଣ୍ଣନ
ସପ୍ତତ୍ରିଂଶ ଅଧ୍ୟାୟ - ଶ୍ଵେତରାଜା ଚରିତ ବର୍ଣ୍ଣନ
ଅଷ୍ଟତ୍ରିଂଶ ଅଧ୍ୟାୟ - ମହାପ୍ରସାଦ ମହିମା କଥନ
ଉନଚତ୍ସାରିଂଶ ଅଧ୍ୟାୟ - ଚାତୁର୍ମାସ୍ୟା ବ୍ରତ ଉପାଖ୍ୟାନ
ଚତ୍ସାରିଂଶ ଅଧ୍ୟାୟ - ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ ଉତ୍ସବ ବର୍ଣ୍ଣନ
ଏକଚତ୍ନାରିଂଶ ଅଧ୍ୟାୟ - ମକରଯତ୍ରା, ବୈଷ୍ଣବାଗ୍ନି ସଂସ୍କାର ବିଧି
ଦ୍ଵିଚତ୍ସାରିଂଶ ଅଧ୍ୟାୟ - ଦୋଳଯାତ୍ରା ମହୋତ୍ସବ ବର୍ଣ୍ଣନ
ତ୍ରିଚତ୍ସାରିଂଶ ଅଧ୍ୟାୟ - ସମ୍ବସ୍ର ବ୍ରତ ବିଧାନ
ଚତୁଷ୍ଚତ୍ନାରିଂଶ ଅଧ୍ୟାୟ - ଚନ୍ଦନଯତ୍ରା ବର୍ଣ୍ଣନ
ପଞ୍ଚଚତ୍ସାରିଂଶ ଅଧ୍ୟାୟ - ଇନ୍ଦ୍ରଦ୍ୟୁମ୍ନ ବ୍ରହ୍ମଲୋକେ ଗମନ
ଷଟ୍ଚତ୍କାରିଂଶ ଅଧ୍ୟାୟ - କ୍ଷେତ୍ର ମହିମା ବର୍ଣ୍ଣନ
ସପ୍ତଚତ୍ସାରିଂଶ ଅଧ୍ୟାୟ - ଜୈମିନି ମୁନି ଉଦ୍ଦାଳକ ରଷି ସମ୍ବାଦ
ଅଷ୍ଟଚତ୍ସାରିଂକ୍ଷ ଅଧ୍ୟାୟ - କ୍ଷେତ୍ରବାସ ଫଳ ବର୍ଣ୍ଣନ
ଏକନୋ ପଞ୍ଚଶତ ଅଧ୍ୟାୟ - ଶ୍ରୀକ୍ଷେତ୍ର ଗମନକାଳେ ବ୍ରାହ୍ମଣଧର୍ମପତ୍ନୀ ଲାଭକରଣ
ପଞ୍ଚାଶତ ଅଧ୍ୟାୟ - ମଧ୍ୟପ୍ରଦେଶ ବ୍ରାହ୍ମଣ ମୋକ୍ଷଣ
ଏକପଞ୍ଚାଶତ ଅଧ୍ୟାୟ - ପୁରୁଷୋତ୍ତମ କ୍ଷେତ୍ରେ ମରଣ ମାହାତ୍ମ୍ୟ ବର୍ଣ୍ଣନ
ଦ୍ଵିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ ବର୍ଣ୍ଣନ
ତ୍ରିପଞ୍ଚାଶତ ଅଧ୍ୟାୟ - ମହାମାଘୀ ସ୍ନାନଯୋଗେ ଫଳ କଥନ
ଚତୁଃପଞ୍ଚାଶତ ଅଧ୍ୟାୟ - ଅର୍ଵୋଦୟ ଯୋଗ ସ୍ନାନ ବିଧି ବର୍ଣ୍ଣନ
ପଞ୍ଚପଞ୍ଚାଶତ ଅଧ୍ୟାୟ - ଦଶଅବତାର କ୍ଷେତ୍ର ମାହାତ୍ମ୍ୟ ବର୍ଣ୍ଣନ
ଷଟ୍ପଞ୍ଚାଶତ ଅଧ୍ୟାୟ - କାଉଁକବ୍ରତ କଥନ
ସପ୍ତପଞ୍ଚାଶତ ଅଧ୍ୟାୟ - କାଉଁକ ବ୍ରତ ପ୍ରତିଷ୍ଠା ବର୍ଣ୍ଣନ
ପରିଶିଷ୍ଟେ ଅଧ୍ୟାୟ - ପୁରୁଷୋଉମକ୍ଷେତ୍ର ପ୍ରଶଂସା ବର୍ଣ୍ଣନ
Brass Jagannath
.
Comments
Post a Comment